Author: Samikhsya Bureau

ଭୁବନେଶ୍ବର, ଜୁନ 1 ତାରିଖରୁ ରାଜ୍ୟର ସମସ୍ତ ବିଶ୍ବବିଦ୍ୟାଳୟ ଏବଂ ଡିଗ୍ରୀ କଲେଜ ଖୋଲିବ। ଏ ନେଇ ଉଚ୍ଚ ଶିକ୍ଷା ନିର୍ଦ୍ଦେଶାଳୟ ବିଜ୍ଞପ୍ତି ଜାରୀ କରିଛି। ପୂର୍ବରୁ କରୋନା ଯୋଗୁଁ ରାଜ୍ୟର ସମସ୍ତ କଲେଜ ଏବଂ ବିଶ୍ବବିଦ୍ୟାଳୟ ବନ୍ଦ ରହିଥିଲା। ଏହାପରେ ଗ୍ରୀଷ୍ମ ଛୁଟି ପାଇଁ କଲେଜ ମେ 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥିଲା। ଏହାପରେ କଲେଜ ଖୋଲିବାକୁ ବିଭାଗ ନିଷ୍ପତି କରିଛି। ତେବେ କଲେଜ କର୍ତ୍ତୁପକ୍ଷ କୋଭିଡ19 ନିୟମ ଅନୁସାରେ କାର୍ଯ୍ୟ କରିବେ ବୋଲି ଏହି ବିଜ୍ଞପ୍ତିରେ କଡା ନିର୍ଦ୍ଦେଶ ଦିଆଯାଇଛି।

Read More

ଭୁବନେଶ୍ୱର: ଓଡ଼ିଶାର ଏକ ନମ୍ବର ଡିଜିଟାଲ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ପକ୍ଷରୁ ବାତ୍ୟା ୟାସ୍ ଦ୍ୱାରା ପ୍ରଭାବିତ ଓଡ଼ିଶାର ସମସ୍ତ ଜିଲ୍ଲାର ମୋବାଇଲ୍ ନେଟ୍‌ୱର୍କକୁ ସଫଳତାର ସହ ପୁନରୁଦ୍ଧାର କରାଯାଇଛି । ବାତ୍ୟା ଆଗମନର ପୂର୍ବରୁ ଜିଓ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ପଦକ୍ଷେପ ଗ୍ରହଣ କରାଯାଇଥିବାରୁ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ବାତ୍ୟା ସମୟରେ କିମ୍ବା ପରେ ଜିଓ ନେଟ୍‌ୱର୍କରେ ସର୍ବନିମ୍ନ ପ୍ରଭାବ ଦେଖାଦେଇଛି । ଓଡିଶାବାସୀଙ୍କ ସର୍ବାଧିକ ପସନ୍ଦର ସେବା ପ୍ରଦାନକାରୀ ଭାବେ ଗ୍ରହକଙ୍କ ଭରସାକୁ ଅତୁଟ ରଖି ଜିଓ ପକ୍ଷରୁ ବାତ୍ୟା ପାଇଁ ସ୍ୱତନ୍ତ୍ର ୱାର-ରୁମ୍ ସ୍ଥାପନ କରାଯିବା ସହିତ ସଂପୃକ୍ତ ଜିଲ୍ଲାଗୁଡିକରେ ଆବଶ୍ୟକ ଉପକରଣ, ସ୍ପେୟାର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ସହିତ ମୂତୟନ କରାଯାଇଥିବା ତ୍ୱରିତ କାର‌୍ୟ୍ୟାନ୍ୱୟନ ଟିମ୍‌ର ଅଭିଜ୍ଞ ବୈଷୟିକ ମାନବସମ୍ବଳ ଯୁଦ୍ଧକାଳୀନ ଭିତିରେ କାର‌୍ୟ୍ୟ କରି ୨୪ ଘଂଟା ଭିତରେ ସମସ୍ତ ପ୍ରଭାବିତ ନେଟ୍‌ୱର୍କ ସାଇଟ୍‌ର ପୁନରୁଦ୍ଧାରକୁ ନିଶ୍ଚିତ କରିଛନ୍ତି । ଫଳରେ ଲୋକମାନଙ୍କ…

Read More

ନୟାଗଡ଼/ଚାନ୍ଦପୁର: ନୟାଗଡ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାର ମହିଳା ଏସଆଇ ଅଞ୍ଜଳି ସା ଙ୍କ ସାହାସିକତାର ଚର୍ଚ୍ଚା ବର୍ତ୍ତମାନ ଜୋର ଧରିଛି। ଗତକାଲି ବିଳମ୍ବିତ ରାତ୍ରିରେ ଦୁର୍ବୁତ୍ତମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଏକ ଗୋରୁ ବୋଝେଇ ଗାଡ଼ି ଜବତ କରିବା ସହ ଚାରି ଗୋଟି ଗୋରୁଙ୍କୁ ଉଦ୍ଧାର କରିଛନ୍ତି ଉକ୍ତ ମହିଳା ପୋଲିସ ଅଧିକାରୀ। ସୂଚନା ମୁତାବକ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ବିଜୟ କେତନ ସାହୁ ଏବଂ ତାଙ୍କ ଭାଇ ଧୀରେନ୍ଦ୍ର ସାହୁ ଗତକଲୀ ରାତିରେ ଏକ ବୋଲେରୋ ପିକ ଅପ ଭ୍ୟାନରେ ଗୋରୁ ଚାଲାଣ ହେଉଥୁବାର ସୂଚନା ଚାନ୍ଦପୁର ଆଇଆଇସି ରଶ୍ମିରଞ୍ଜନ ଦାସଙ୍କୁ ଦେଇଥିଲେ। ସୂଚନା ପାଇବା ମାତ୍ରେ ଆଇଆଇସି ଙ୍କ ନିର୍ଦେଶକ୍ରମେ ଏସ ଆଇ ଅଞ୍ଜଳି ସା ଙ୍କ ନେତୃତ୍ୱରେ ଏଏସଆଇ ରମେଶ କୁମାର ବେହେରା ଏବଂ କନଷ୍ଟେବଳ ସରୋଜ ଛୁଆଳସିଂହ କୁ ନେଇ ଏକ ଟିମ ଗଠନ ହୋଇଥିଲା। ତେବେ ଚାନ୍ଦପୁର ମସାଣି ସାହିଠାରୁ ପୋଲିସ ଉକ୍ତ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ହୁ ହୁ ହୋଇ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦୁଇଦିନ ହେଲା କମିବାରେ ଲାଗିଛି। ଗତକାଲି ଜିଲ୍ଲାରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଜିଲ୍ଲାରୁ ୧୮୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୩୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କୁଜଙ୍ଗ ବ୍ଲକରୁ ୨୮ଜଣ, ତିର୍ତ୍ତୋଲ ବ୍ଲକରୁ ୨୪ଜଣ, ଏରସମା ବ୍ଲକରୁ ୨୩ଜଣ, ବାଲିକୁଦା ଓ ବିରିଡ଼ି ବ୍ଲକରୁ ୧୮ ଜଣ ଲେଖାଏଁ ଚିହ୍ନଟ ହୋଇଥିବା ବେଳେ ନାଉଗାଁ ବ୍ଲକରୁ ୧୭ଜଣ, ରଘୁନାଥପୁର ବ୍ଲକରୁ ୯ଜଣ, ପାରାଦ୍ଵୀପରୁ ୫ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ସମୁଦାୟ ଚିହ୍ନଟ ହୋଇଥିବା ୧୬୪୬୩ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୪୧୬୩ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ମୋଟ୍ ୪୨ ଜଣଙ୍କର ମୃତ୍ୟୁ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୫ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୪୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୭ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୦ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଓ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ…

Read More

ନୂଆଦିଲ୍ଲୀ, ଶେଷରେ ଡିଆରଡିଓ ଦ୍ବାରା ପ୍ରସ୍ତୁତ କରୋନା ଔଷଧର ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି। ଏହି ଔଷଧ ପ୍ୟାକେଟର ମୂଲ୍ୟ ରହିଛି 990 ଟଙ୍କା। ସାମରିକ ଗବେଷଣା କେନ୍ଦ୍ର ଏବଂ ଡକ୍ଟର ରେଡ୍ଡୀ ଲ୍ୟାବର ମିଳିତ ସହଯୋଗରେ ଏହି ଔଷଧ ବାହାର କରାଯାଇଛି। ଏହି ଭିନ୍ନ ପ୍ରସାରର ଔଷଧ ପାଉଡର ଆକାରରେ ବଜାରରେ ଉପଲବ୍ଧ ହେବ। ରୋଗୀ ଏହି ପାଉଡରକୁ ପାଣିରେ ଗୋଳି ସପ୍ତାହ ପର୍ଯ୍ୟନ୍ତ ଦିନକୁ ଥରେ ସେବନ କରିବେ। ଏହାଦ୍ବାରା କରୋନା ଭଲ ହୋଇଯିବ ବୋଲି ଡିଆରଡିଓ ତରଫରୁ ପରୀକ୍ଷା କରାଯାଇଛି। ଏହି ଔଷଧ 2DG କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଦନ ମିଳିତ ଭାବେ ଲୋକାର୍ପଣ କରିଥିଲେ। ଏହାକୁ ପ୍ରଥମେ ଡିଫେନସ ହସପିଟାଲରେ ପ୍ରୟୋଗ କରାଯାଇଛି।

Read More

ଭୁବନେଶ୍ୱର, ପୂର୍ତ୍ତ ବିଭାଗ ପକ୍ଷରୁ ସମସ୍ତ ପ୍ରକାର ପୂର୍ବ ପ୍ରସ୍ତୁତି ସହ ବାତ୍ୟା ‘ୟାସ୍‌’ ପ୍ରଭାବିତ ସମସ୍ତ ୫ଟି ଜିଲ୍ଲାରେ ରାସ୍ତାଘାଟର ମରାମତି ସଂପୂର୍ଣ୍ଣ ହୋଇଛି । ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବାତ୍ୟା ‘ୟାସ୍‌’ରେ ସର୍ବାଧିକ ପ୍ରଭାବିତ ବାଲେଶ୍ୱର ଜିଲ୍ଲାରେ ବିଭାଗ ଅଧୀନରେ ଥିବା ମୋଟ ୭୦ଟି ରାସ୍ତା ମଧ୍ୟରୁ ୫୩ଟି ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା, ଯାହାକୁ କି ତ୍ୱରିତ ପଦକ୍ଷେପ ନିଆଯାଇ ୨୪ ଘଣ୍ଟା ମଧ୍ୟରେ ସମସ୍ତ ରାସ୍ତାକୁ ଗାଡ଼ି ଚଳାଚଳ ଉପଯୋଗୀ କରାଯାଇଥିଲା । ସେହିପରି ଭଦ୍ରକ ଜିଲ୍ଲାର ମୋଟ ୮୦ଟି ରାସ୍ତା ମଧ୍ୟରୁ ୩୬ଟି, କେନ୍ଦ୍ରାପଡ଼ା ଜିଲ୍ଲାର ୯୮ଟି ରାସ୍ତା ମଧ୍ୟରୁ ୪୯ଟି, ଜଗତସିଂହପୁର ଜିଲ୍ଲାର ମୋଟ ୪୫ଟି ରାସ୍ତା ମଧ୍ୟରୁ ୨୫ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ମୋଟ ୩୪ଟି ରାସ୍ତାରୁ ୩୦ଟି ରାସ୍ତା ବାତ୍ୟା ‘ୟାସ୍‌’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ଅନେକ ସ୍ଥାନରେ ବଡ଼ ବଡ଼ ଗଛ…

Read More

ନୂଆଦିଲ୍ଲୀ, ନିର୍ବାଚନ ସରିଯାଇଥିଲେ ମଧ୍ୟ ପଶ୍ଚିମବଂଗ ରାଜନୀତି ଏ ପର୍ଯ୍ୟନ୍ତ ସରଗରମ ହୋଇ ରହିଛି। ସେଥିରୁ ବାତ୍ୟା ମଧ୍ୟ ବାଦ ପଡିନାହିଁ। ଉଭୟ ବିଜେପି ଏବଂ ଟିଏମସି ଛକାପଞ୍ଚାରେ ଚାଲିଛନ୍ତି। ଆଜି ଏହିପରି ଏକ ପରିସ୍ଥିତି ପଶ୍ଚିମ ବଂଗରେ ଦେଖିବାକୁ ମିଲିଥିଲା। ବାତ୍ୟା ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ଓଡିଶା ପରେ ପଶ୍ଚିମବଂଗ ଯାଇଥିଲେ। ସେଠାରେ ମଧ୍ୟ ଓଡିଶା ପରି ଏକ ସମୀକ୍ଷା ବୈଠକ କରିବାକୁ  ନିଷ୍ପତି ହୋଇଥିଲା। ସେଥିପାଇଁ ରାଜ୍ୟର ରାଜ୍ୟପାଳଙ୍କ ସହିତ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ହେଲେ ସେହି ବୈଠକକୁ ବିରୋଧୀ ଦଳ ନେତା ତଥା ମମତାଙ୍କୁ ହରାଇଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ଡକାଯାଇଥିଲା। ଶୁଭେନ୍ଦୁ ଅଧିକାରୀ ଏହି ବୈଠକରେ କୈଣସି ଆବଶ୍ୟକତା ନ ଥିବା ବେଳେ କେନ୍ଦ୍ରର ବିଜେପି ସରକାର ତାଙ୍କୁ ଯୋଗ ଦେବା ପାଇଁ ଡାକିଥିଲେ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁରା ଖପ୍ପା। ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀଙ୍କ ବୈଠକରେ…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ କ୍ରମେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ୭ ଜଣ କର୍ମଜୀବୀ ସାମ୍ବାଦିକଙ୍କୁ, ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଭିନ୍ନ ଭିନ୍ନ କାରଣ ପାଇଁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୫୫ ଲକ୍ଷ ୫୦ ହଜାର ଟଙ୍କା ପ୍ରଦାନ କରିଛନ୍ତି । ସେଥି ମଧ୍ୟରୁ କରୋନାରେ ମୃତ୍ୟୁ ପାଇଁ ଯାଜପୁର ଜିଲ୍ଲା ‘ମନ୍ଥନ’ ସମ୍ବାଦପତ୍ରର ପ୍ରତିନିଧି ସ୍ୱର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲ୍ଲାରେ ‘ଓଡ଼ିଶା ଭାସ୍କର’ ସମ୍ବାଦପତ୍ରର ବରିଷ୍ଠ ସାମ୍ବାଦିକ ସ୍ୱର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ୱର ଜିଲ୍ଲାର ‘ଇ.ପି.ଏ. ୱିକ୍‌ଲି’ର ପ୍ରତିନିଧି ସ୍ୱର୍ଗତ ସୋଲୋମାନ୍‌ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି । ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡ୍‌ରେ ମୃତ୍ୟୁବରଣ କରିଥିବା ୬ ଜଣ ସାମ୍ବାଦିକ କୋଭିଡ୍‌ ଯୋଦ୍ଧାଙ୍କ ପରିବାରଙ୍କୁ ୧୫ ଲକ୍ଷ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବାତ୍ୟା ସମୀକ୍ଷା କରି ଯିବା ପରେ ସହାୟତା ରାଶି ଘୋଷଣା କରିଛନ୍ତି। ତିନୋଟି ରାଜ୍ୟ ଓଡିଶା, ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ 1000 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଛନ୍ତି। ଏଥିରେ ଏକାକୀ ଓଡିଶା ପାଇଁ 500 କୋଟି ରହିଛି। ସେହିପରି ଉଭୟ ପଶ୍ଚିମବଂଗ ଏବଂ ଝାଡଖଣ୍ଡ ପାଇଁ ରହିଛି 500 କୋଟି। ଏହି ଟଙ୍କା ତୁରନ୍ତ ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ବାତ୍ୟାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ 2 ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି। ସେହିପରି ଆହତ ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ପ୍ରଦାନ ପାଇଁ ନିଷ୍ପତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଆସି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: କରୋନା କାଳରେ ଲୋକଙ୍କ ମାନବିକତା ହଜିଯାଉଥିବାର ଅନେକ ନଜିର ରହିଛି। ନିଜ ସମ୍ପର୍କୀୟ ମଧ୍ୟ ମୃତକଙ୍କ ଶବକୁ ସ୍ପର୍ଶ କରିବାକୁ କୁଣ୍ଠିତ ହେଉଛନ୍ତି। ହେଲେ ଏପରି ପରିସ୍ଥିତିରେ ଥାନା ଅଧୀକାରୀ, ଅତିରିକ୍ତ ତହସିଲଦାର ଓ ଡାକ୍ତର ମଣିଷ ପଣିଆ ଦେଖାଇଛନ୍ତି। ମୃତ କୋଭିଡ୍ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକରେ ଏହିପରି ଏକ ବିରଳ ଘଟଣା ଦେଖିବାକୁ ମିଳିଛି। ପ୍ରକାଶ ଥାଉ କି, ଟାଙ୍ଗୀ ଅନ୍ତର୍ଗତ ସାନ ରାଉତ ପଡା ଗ୍ରାମର ହବିବ୍ ଖାଁ (୩୯) ନାମକ ଜଣେ ଯୁବକ କୋରୋନା ରେ ଆକ୍ରାନ୍ତ ହୋଇଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ସେ ମେଡିକାଲରେ ପ୍ରାଣ ହରାଇଥିଲେ। ଏହାପରେ ମୃତକଙ୍କ ଶବକୁ ସ୍ଥାନୀୟ ପ୍ରଶାସନ ଗ୍ରାମକୁ ଆଣିଥିଲା। ପ୍ରଶାସନ ପକ୍ଷରୁ ସ୍ଥାନୀୟ ସ୍ମଶାନରେ ଶବ ଶତ୍କାର ବ୍ୟବସ୍ଥା କରାଯାଇଥିଲା। ଲୋକେ ଭୟରେ କୋରୋନା ଆକ୍ରାନ୍ତଙ୍କ ଶବକୁ ଛୁଉଁନଥିବା ବେଳେ ଲୋକଙ୍କ ମନରୁ ଭୟକୁ ଦୂରେଇବା…

Read More

ନୂଆଦିଲ୍ଲୀ, ଭୂପୃଷ୍ଟରେ କେତେବେଳେ କେତେ ପ୍ରକାରର ବିଚିତ୍ର ଦେଖିବାକୁ ମିଳେ ତାହା କହି ହେବ ନାହିଁ। ସେହିପରି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ହେଉଛି ଭୂପୃଷ୍ଟରେ ପ୍ରାୟ ଏକ ଲକ୍ଷ ବର୍ଗ ମିଟର ଓସାରର ଗୋଲାକାର ରେଖା। ଏହି ରେଖାକୁ ପ୍ରଥମେ ଫରାସୀର ବୈଜ୍ଞାନିକ ବାପୁପୁଅ ଆବିଷ୍କାର କରିଛନ୍ତି। ଗୁଗୁଲି ମ୍ୟାପକୁ ଅନୁଧ୍ୟାନ କରି ସେମାନେ ଏହି ବୃହତ ଗୋଲାକାର ରେଖାକୁ ବାହାର କରିଛନ୍ତି। ସେମାନଙ୍କ କହିବା ଅନୁସାରେ ଭାରତର ରାଜସ୍ଥାନ ରାଜ୍ୟରେ ଥିବା ବୋହା ଗ୍ରାମ ନିକଟସ୍ଥ ସ୍ଥଳଭାଗରେ ଏହି ରେଖା ଚିହ୍ନ ଦେଖାଦେଇଛି। ଏହି ରେଖାର ଗୋଟିଏ ଗୋଟିଏ ସ୍ଥାନରେ ପ୍ରାୟ 650 ଫୁଟ ଓସାରର ହୋଇଛି। ଏହା ଏତେ ବିରାଟକାୟ ହୋଇଛି ଯେ ତାହା ସାଧାରଣ କ୍ୟାମେରାରେ ଫଟୋ ଉତ୍ତୋଳନ କରିବା ଅସମ୍ଭବ। ତେବେ ଏହା ପ୍ରାକୃତିକ ଭାବେ ତିଆରି ହୋଇଛି ବୋଲି ସେମାନେ ଦାବୀ କରିଛନ୍ତି। କାରଣ ଗୁଗୁଲ ମ୍ୟାପରୁ ଏହି ବାପପୁଅ ରାଜସ୍ଥାନର 8…

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲା ବାଣପୁର ତହସିଲ ପକ୍ଷରୁ ଆଜି ରାଜସ୍ବ ରଥ ଗଡ଼ିଛି। ତହସିଲଦାର ମନ୍ମଥ ବେହେରାଙ୍କ ତତ୍ତ୍ୱାବଧାନରେ ବାଣପୁର ଏନଏସିରୁ ଏହାର ଶୁଭାରମ୍ଭ ହୋଇଛି। ଆଜି ସମୁଦାୟ ୨୦ ଟି ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ ସରିଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ ଏବଂ ତହସିଲ କର୍ମଚାରୀ ସୋମନାଥ ବେହେରା, ସିଧସ୍ତି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଶାସମଲ ଓ ବୀରେନ୍ଦ୍ର ପଣ୍ଡା ଆଦି ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି। ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ଦାବୀ ଶୁଣିଛନ୍ତି। ତେବେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ରାଶି ସହାୟତା ଦାବୀ କରାଯାଇ ନାହିଁ। ତେବେ ରାଜ୍ୟ ସରକାର ବାତ୍ୟା ମୁୁକାବିଲା ପାଇଁ ଯେଉଁ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି। ସେ ଏହାପରେ ପଶ୍ଚିମବଂଗ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ। ଦୁଇ ରାଜ୍ୟର ସମୀକ୍ଷା ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ କିଛି ଘୋଷଣା କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।

Read More

ଭୁବନେଶ୍ବର, ବାତ୍ୟା ୟଶ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଥିରେ ରାଜ୍ୟ ସରକାର ମୁକାବିଲା କରିବାରେ ସକ୍ଷମ। ବର୍ତ୍ତମାନ ପାଇଁ କେନ୍ଦ୍ରର କୌଣସି ସହାୟତା ଆବଶ୍ୟକ ନାହି ବୋଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏ କଥା କହିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ବିମାନ ବନ୍ଦରରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୁତ ତଥ୍ୟ ଉପସ୍ଥାପିତ କରାଯାଇଥିଲା। ସମୀକ୍ଷା ବୈଠକ ସରିବ ପରେ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବର୍ତ୍ତମାନ ଯାହା କ୍ଷୟକ୍ଷତି ହୋଇଛି, ସେଥିରେ ରାଜ୍ୟ ପରିଚାଳନା କରିବାରେ ସକ୍ଷମ। ହେଲେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ଦାବୀ କରାଯାଇଥିଲା। ପ୍ରଥମରେ ହେଲା ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ତଥା ବିଦ୍ୟୁତ ଯୋଗାଣରେ ସୁଧାର। ଦ୍ବିତୀୟରେ ହେଲା ସମୁଦ୍ର କୂଳ ଲଙ୍ଘିବାକୁ ରୋକିବା। ସବୁ ବର୍ଷ ବାତ୍ୟା ବେଳେ ରାଜ୍ୟର ବିଦ୍ୟୁତ ବିଭାଗର ବଡ…

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି। ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା। ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡିଶାର ବାତ୍ୟା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୫୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୩୫ ହଜାର ୧୭୯…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୩୫ ହଜାର ୧୭୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୨ ହଜାର ୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୧୦୯୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯, ଅନୁଗୁଳ…

Read More

ମେଷ- ଭ୍ରମଣ ଏବଂ ମନୋରଞ୍ଜନ ସୁଯୋଗ ଉପଲବ୍ଧ ହେବ। ଅଧସ୍ତନମାନେ ଚାକିରିରେ ସହାୟତା ପାଇବେ। ସାଙ୍ଗମାନଙ୍କ ସହିତ କିଛି ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ସମୟ ଅନୁକୂଳ ଅଟେ। ଖୁସି ହେବେ। ଆର୍ଥିକ ଦିଗ ଦୃଢ ରହିବ। ବିବାହିତ ଜୀବନ ସୁଖୀ ହେବ। ବ୍ୟବସାୟ ପ୍ରତିଷ୍ଠା ବୃଦ୍ଧି ପାଇବ। ବୃଷ- କାର୍ଯ୍ୟରେ ବିଳମ୍ବ ହେତୁ ଚାପ ହେବ। ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଆଜି ଟଙ୍କା ରହିବ। କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ବ୍ୟବସାୟ-ଟୁ-ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ। ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ହୋଇପାରେ। ଜଣେ ବ୍ୟକ୍ତିଙ୍କର ଏକ ଅନାବଶ୍ୟକ ବିବାଦରେ ଫସିପାରନ୍ତି। ମିଥୁନ୍ – ଯେ କୈଣସି ପ୍ରମୁଖ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏକ ଦୀର୍ଘ ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ବିବାଦ କରନ୍ତୁ ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି।…

Read More

ମେଷ- ଭ୍ରମଣ ଏବଂ ମନୋରଞ୍ଜନ ସୁଯୋଗ ଉପଲବ୍ଧ ହେବ। ଅଧସ୍ତନମାନେ ଚାକିରିରେ ସହାୟତା ପାଇବେ। ସାଙ୍ଗମାନଙ୍କ ସହିତ କିଛି ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ସମୟ ଅନୁକୂଳ ଅଟେ। ଖୁସି ହେବେ। ବୃଷ- କାର୍ଯ୍ୟରେ ବିଳମ୍ବ ହେତୁ ଚାପ ହେବ। ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଆଜି ଟଙ୍କା ରହିବ। କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ବ୍ୟବସାୟ-ଟୁ-ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ। ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ହୋଇପାରେ।

Read More