ଭୁବନେଶ୍ୱର: ଆସନ୍ତାକାଲି ୨୧ତାରିଖ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ ପୁଣିଥରେ ଓଡିଶା ପ୍ରଚାରରେ ଆସିବେ। ସେ ଆସନ୍ତାକାଲି ପୂର୍ବାହ୍ନ ୧୦.୩୦ରେ ସମ୍ବଲପୁର ଗସ୍ତ କରି ପ୍ରଥମେ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶୀବାଦ ଗ୍ରହଣ କରିବେ। ଏହାପରେ ରେମେଡ ଗାଁ ପଡିଆଠାରେ ପୂର୍ବାହ୍ନ ୧୧.୧୫ରେ ଜନସଭାକୁ ସମ୍ବୋଧନ କରିବେ। ଏହି ଜନସଭାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା, ସାଂସଦ ପ୍ରତାପ ଷଡଙ୍ଗୀ, ସାଂସଦ ଅପରାଜିତା ଷଡଙ୍ଗୀ, ବିରୋଧୀ ଦଳ ନେତା ଶ୍ରୀ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେବେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ଶାହା ଅପରାହ୍ନ ୧ଟାରେ କେନ୍ଦୁଝର, ଅପରାହ୍ନ ୨.୧୫ରେ ଢେଙ୍କାନାଳର ପରଜଙ୍ଗର ବାଟଗାଁ ଖେଳପଡିଆଠାରେ ଏବଂ ଅପରାହ୍ନରେ ୩.୧୫ରେ ନୟାଗଡର ଲାଠିପଡା ଟାଙ୍ଗି ପଡିଆଠାରେ ଅନୁଷ୍ଠିତ ଜନସଭାକୁ ସମ୍ବୋଧନ କରିବେ। ସେହିପରି କେନ୍ଦ୍ର କୃଷିକଲ୍ୟାଣ ମନ୍ତ୍ରୀ ଶ୍ରୀ…
Author: Samikhsya Bureau
ଚିଲିକା( ସୀତାରାମ ଅଗ୍ରୱାଲ): ଆଜି ଚିଲିକା ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟି ତରଫରୁ ବିଧାୟକ ପାର୍ଥି ସଂଗ୍ରାମ କେଶରୀ ପରିଡ଼ା ଙ୍କ ପାଇଁ ଏକ ରୋଡ଼ ସୋ ଆୟୋଜନ ହୋଇଥିଲା। ଏଥିରେ ରାଜ୍ୟ ସଭାପତି ନୀଶିକାନ୍ତ ମହାପାତ୍ର ଯୋଗ ଦେଇ ବିଭିନ୍ନ ସ୍ଥାନରେ ଜନସାଧାରଣ ଙ୍କୁ ଉଦବୋଧନ କରି ଶିକ୍ଷା, ସ୍ବାସ୍ଥ୍ୟ, ରୋଜଗାର, ମହିଳା ସମ୍ମାନ ରାଶି, ବେକାରୀ ଭତ୍ତା, ପାଣି, ଫ୍ରୀ ବିଜୁଳୀ ଓ ସ୍ଵଚ୍ଛ ଶାସନ ବିଷୟରେ ବର୍ଣ୍ଣନା କରିଥିଲେ ଏବଂ ଦିଲ୍ଲୀ ଓ ପଞ୍ଜାବ ବାସୀ କିପରି ଏହାର ଲାଭ ପାଉଛନ୍ତି ତାହା ବର୍ଣ୍ଣନା କରିଥିଲେ। ପାର୍ଥି ସଂଗ୍ରାମ କେଶରୀ କିପରି ଚିଲିକା ଆଞ୍ଚଳ ଦିର୍ଘଦିନ ହେଲା ଅବହେଳିତ ଓ ସେ ଜିତିଲେ କିପରି ଏଠିକା ଆଞ୍ଚଳର ଉନ୍ନତି କରିବେ ତାର ରୋଡ଼ ମ୍ୟାପ୍ ଜନସାଧାରଣ ଆଗରେ ତାଙ୍କ ଉଦବୋଧନ ମାଧ୍ୟମରେ ରଖିଥିଲେ। ଏହି ଶୋଭାଯାତ୍ରାରଟି ବଡକୁଳ ଠାରୁ ବାହାରି ବାଲୁଗାଁ, ବାଣପୁର, ଆୟତ୍ତପୁରୁ, ଗମ୍ଭାରୀମୁଣ୍ଡା…
OdishaElection2024: ଓଡିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ଶାନ୍ତି ଶୃଙ୍ଖଳା ମଧ୍ୟରେ ଚାଲିଛି। ପ୍ରବଳ ଖରା ସତ୍ବେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଥିବାର ପରିଲକ୍ଷିତ ହୋଇଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ଅନୁସାରେ ଆଜି ଦିନ ୧୧ଟା ସୁଦ୍ଧା ଓଡିଶାରେ ୨୧.୦୭ ପ୍ରତିଶତ ମତଦାନ ହୋଇଛି। ସୂଚନା ମୁତାବକ ଝାରସୁଗୁଡାରେ ସର୍ବାଧିକ ୨୫.୩୨ ପ୍ରତିଶତ ମତଦାନ ହୋଇଥିବା ବେଳେ ବଲାଙ୍ଗୀରରେ ସର୍ବନିମ୍ନ ମତଦାନ ୧୭.୧୬ ପ୍ରତିଶତ ହୋଇଛି । ସେହିପରି ବରଗଡରେ ୨୨.୦୬ ପ୍ରତିଶତ, ବୌଦ୍ଧରେ ୨୧.୭୫ ପ୍ରତିଶତ, ଗଞ୍ଜାମରେ ୨୧.୯୮ ପ୍ରତିଶତ, କନ୍ଧମାଳରେ ୧୯.୩୫ ପ୍ରତିଶତ, ନୟାଗଡରେ ୨୦,୯୭ ପ୍ରତିଶତ, ସୁବର୍ଣ୍ଣପୁରରେ ୨୦ ପ୍ରତିଶତ ମତଦାନ ହୋଇଛି।
ଭୁବନେଶ୍ବର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ରୋଡ ସୋ ସାରିବା ପରେ ସେ ସିଧା ଅନୁଗୁଳ ଜନସମାବେଶରେ ଯୋଗ ଦେଇଥିଲେ। ସେଠାରେ ସେ ରାଜ୍ୟର ବିଜେଡି ସରକାର ଉପରେ ପ୍ରବଳ ବର୍ଷିଥିଲେ। ସେ ଓଡିଆରେ ଭାଷଣ ଆରମ୍ଭ କରି ଓଡିଆ ଲୋକଙ୍କର ମନ ଜିଣିବା ପାଇଁ ଚେଷ୍ଠା କରିଥିଲେ। ସେ ଓଡିଆରେ ମୋର ଭାଇ ଓ ଭଉଣୀମାନଙ୍କୁ ନମସ୍କାର ବୋଲି କହିଥିଲେ। ତେବେ ମୋଦୀ ତାଙ୍କ ଭାଷଣରେ ଶ୍ରୀଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଥିଲେ ଯେ ଆଜି ସକାଳେ ମୁଁ ଜଗନ୍ନାଥଙ୍କୁ ଦର୍ଶନ କରିବାର ସୌଭାଗ୍ୟ ପାଇଲି। ହେଲେ ଦୁଃଖର କଥା 6 ବର୍ଷ ଧରି ଜଗନ୍ନାଥଙ୍କ ରତ୍ନଭଣ୍ଡାରର ଚାବି କୁଆଡେ ହଜିଯାଇଛି ଯେ, ତାହା ମିଳୁ ନାହିଁ। ଲୋକଙ୍କ ଘର ଚାବି ହଜିଗଲେ ସେମାନେ ଜଗନ୍ନାଥଙ୍କୁ ପ୍ରାର୍ଥନା କରି ତାହା ପାଉଛନ୍ତି। ହେଲେ ସ୍ବୟଂ ଜଗନ୍ନାଥଙ୍କ ଚାବି ହଜିଛି…
ଭୁବନେଶ୍ବର: ଓଡିଶାରେ ବର୍ତ୍ତମାନ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଛି ଏହି ମତଦାନ। ଏଥିରେ ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ଚାଲିଛି। ଓଡିଶା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ ସକାଳ ୯ଟା ସୁଦ୍ଧା ମୋଟ ୬.୯୯ ପ୍ରତିଶତ ମତଦାନ ହୋଇଛି । ବରଗଡ ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୯.୩୨% ଭୋଟ୍ ପଡିଛି । ଏହାସହ ଆସ୍କା ସଂସଦୀୟ କ୍ଷେତ୍ରରେ ୭.୬୨%, ବଲାଙ୍ଗୀରରେ ୫.୭୬% ଏବଂ କନ୍ଧମାଳରେ ୬.୭୯ % ମତଦାନ ହେଇଛି । ସେହିପରି ସୁନ୍ଦରଗଡ ସଂସଦୀୟ କ୍ଷେତ୍ରରେ ୪.୮୯ ପ୍ରତିଶତ ମତଦାନ ହେଇଥିବା ଜଣାପଡିଛି।
ପୁରୀ: ଆଜି ସକାଳୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁରୀରେ ଏକ ବିଶାଳ ରୋଡ ସୋ କରିଛନ୍ତି। ସେ ଶ୍ରୀମନ୍ଦିରରୁ ବାହାରି ମେଡିକାଲ ଛକ ପର୍ଯ୍ୟନ୍ତ ବିଶାଳ ଜନସମାବେଶକୁ ହାତ ହଲାଇ ପଦ୍ମଫୁଲରେ ଭୋଟ ଦେବା ପାଇଁ ନିବେଦନ କରିଛନ୍ତି। ଏକ ସୁସଜ୍ଜିତ ଗାଡିରେ ମୋଦୀଙ୍କ ସହିତ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର, ବିଧାୟକ ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଏବଂ ସଭାପତି ମନମୋହନ ସାମଲ ସାଥୀରେ ଅଛନ୍ତି। ବଡଦାଣ୍ଡର ଦୁଇପଟେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଦେଖିବା ପାଇଁ ସମାଗମ ହୋଇଛି। ଏଥିସହିତ ବିଭିନ୍ନ ସ୍ଥାନରେ ମଞ୍ଚ କରାଯାଇ ପୁରୀ ଲୋକସଭା କ୍ଷେତ୍ରରେ ଥିବା ବିଜେପି ବିଧାୟକ ପ୍ରାର୍ଥୀମାନେ ଛିଡା ହୋଇ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଓଡିଶୀ ନୃତ୍ୟ ସହିତ ପଶୁନୃତ୍ୟ ପ୍ରଭୃତିର ଆୟୋଜନ କରାଯାଇଛି। ଆଜି ସକାଳେ ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବା ପରେ ସେ ଶ୍ରୀମନ୍ଦିର ଯାଇ ଶ୍ରୀଜୀୟୁଙ୍କ ଦର୍ଶନ କରିଥିଲେ। ସେହି ସମୟରେ ତାଙ୍କ ସହିତ ଥିଲେ…
ଭୁବନେଶ୍ବର: ବିଜେପି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଛି ବିଜେଡି। ବରଗଡ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ଅଭିଯୋଗ କରିଛି ବିଜେଡି। ଏ ନେଇ ବିଜେଡି ତରଫରୁ ଏକ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛି। ଏଥିରେ କୁହାଯାଇଛି ଯେ, ବରଗଡରେ ସୋମବାରରେ ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରଚାର ବନ୍ଦ ଅଛି। ହେଲେ ଏହି ନିରବ ସମୟରେ ବିଜେପି କର୍ମୀ ଭୋଟରଙ୍କୁ ଶାଢୀ ବାଣ୍ଟୁଥିବାର ପ୍ରମାଣ ମିଳିଛି। ଏହା ନିର୍ବାଚନ ଆଚରଣ ବିଧିର ସଂପୂର୍ଣ୍ଣ ଉଲ୍ଲଘନ ବୋଲି ବିଜେଡି କହିଛି। ଏହା ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠା ଗ୍ରହଣ କରାଯାଉ ବୋଲି ଦଳ ଦାବୀ କରିଛି।
ପୁରୀ / ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶାରେ ରୋଡ ସୋ ସହିତ ବିଭିନ୍ନ ଜନସଭାକୁ ସମ୍ବୋଧନ କରିବେ। ପ୍ରଥମେ ସେ ଆଜି ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ଏଥିସହ ବିଜେପିର ନିର୍ବାଚନ ପ୍ରଚାର ପାଇଁ ରୋଡ ଶୋ’ କରିବେ । ଆଜି ସେ ପ୍ରଥମେ ସକାଳ ୭ଟାରେ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବେ। ତାପରେ ସେବକ, ଗୁରୁଜନମାନଙ୍କ ସାକ୍ଷାତ ପରେ ସିଂହଦ୍ୱାର ନିକଟରୁ ରୋଡ ସୋ ଆରମ୍ଭ କରିବେ। ଏହି ରୋଡ ସୋ’ ମେଡିକାଲ ଛକ ପର୍ଯ୍ୟନ୍ତ ଯିବ। ଏହା ପରେ ସେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ।
ଭୁବନେଶ୍ବର: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା ଓଡ଼ିଶାର ଡ୍ବିତୀୟ ପର୍ଯ୍ୟାୟର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ଆଜି ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି । ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା ରହିଛନ୍ତି । ମତଦାନ କେନ୍ଦ୍ର ଏହି ପର୍ଯ୍ୟାୟରେ ମୋଟ ୯୧୪୮ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ଏହି…
ଭୁବନେଶ୍ୱର: ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଂଜିି ବିଧାନସଭା କ୍ଷେତ୍ର ପାଇଁ ନିୟୋଜିତ ଜଣେ ପୋଲିଂ ଅଧିକାରୀ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ଦୁଃଖଦ ମୃତ୍ୟୁ ହୋଇଛି । ସେ ମତଦାନ ସଂପର୍କିତ କାର୍ଯ୍ୟ ନିମନ୍ତେ ଟିଟିଲାଗଡ଼ ଡିସପର୍ସାଲ ସେଣ୍ଟରର ରେଜିଷ୍ଟ୍ରେସନ୍ କାଉଣ୍ଟର ନିକଟରେ ଥିବାବେଳେ ମୁର୍ଚ୍ଛା ହୋଇଯାଇଥିଲେ । ତାଙ୍କୁ ତୁରନ୍ତ ଟିଟିଲାଗଡ଼ସ୍ଥିତ ଉପଖଣ୍ଡ ହସ୍ପିଟାଲ୍କୁ ନିଆଯାଇଥିଲା । ସେଠାରୁ ତାଙ୍କୁ ବଲାଙ୍ଗିର ସଦର ହସ୍ପିଟାଲ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା । କିନ୍ତୁ ରାସ୍ତାରେ ହୃଦଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଘୋଷଣା କରିଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ ଏହି ଦୁଃଖଦ ଘଟଣାରେ ଗଭୀର ଶୋକପ୍ରକାଶ କରିବା ସହ ସ୍ୱର୍ଗତ ଆଚର୍ଯ୍ୟଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଏହା ସହ ସେ ଅମର ଆତ୍ମାଙ୍କ ସଦ୍ଗତି କାମନା କରିଛନ୍ତି । ସୂଚନାଯୋଗ୍ୟ ଯେ…
ଭୁବନେଶ୍ବର: କୁଚିଣ୍ଡାରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଜୋରଦାର ନିର୍ବାଚନ ପ୍ରଚାର କରିଛନ୍ତି। ସେ ପ୍ରଥମେ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡା ଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ କଲେ ଶାଣିତ ଆକ୍ରମଣ କରିଥିଲେ। କେନ୍ଦ୍ରମନ୍ତ୍ରୀ ସବୁ କାମରେ ରାଜନୈତିକ ଫାଇଦା ଦେଖନ୍ତି, ହେଲେ ଆମ ମୁଖ୍ୟମନ୍ତ୍ରୀ ସେବାରେ ବିଶ୍ୱାସ ରଖନ୍ତି ବୋଲି ପାଣ୍ଡିଆନ କହିଥିଲେ। ସେ ଜନସଭାରେ କୁଚିଣ୍ଡାବାସୀଙ୍କୁ କାମର ହିସାବ ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ଆହ୍ୱାନ ଦେଲେ ୧୦ ବର୍ଷରେ କଣ କାମ କରିଛ, ଲୋକଙ୍କୁ ହିସାବ ଦିଅ ବୋଲି କହିଥିଲେ। ୨୫ ତାରିଖରେ ବିଜୁ ଜନତା ଦଳର ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ ଓ କୁଚିଣ୍ଡା ବିଧାୟକ ପ୍ରାର୍ଥୀ ରାଜେନ୍ଦ୍ର ଛତ୍ରିଆଙ୍କୁ ଜୋରଦାର ଆଶୀର୍ବାଦ କରନ୍ତୁ ବୋଲି ସେ ଜନସମାଗମକୁ ନିବେଦନ କରିଥିଲେ। ପ୍ରଣବ ବାବୁ ଚୁପ୍ଚାପ କାମ କରନ୍ତି, ୧୦୦ ଗୁଣ ଅଧିକ କାମ କରନ୍ତି, ତାଙ୍କୁ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ଭଦ୍ରକ ଏବଂ କେନ୍ଦୁଝର ଲୋକସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି। ଭଦ୍ରକ ଇଡକୋ ପଡିଆରେ ଆୟୋଜିତ ନିର୍ବାଚନୀ ସଭାରେ ଜନତାଙ୍କ ବିପୁଳ ଉତ୍ସାହ ଦେଖି ମୁଖ୍ୟମନ୍ତ୍ରୀ ପଚାରିଥିଲେ ନବୀନ ପଟ୍ଟନାୟକ ଭଲ କି? ଉତ୍ସାହିତ ଜନତା ଭାବବିହ୍ବଳ ହୋଇ କରତାଳି ଦେଇ ‘ହଁ’ ଧ୍ବନୀରେ ସଭାସ୍ଥଳକୁ ପ୍ରକମ୍ପିତ କରିଥିଲେ । ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ ବିରୋଧୀ ଦଳ ନେତା ମାନେ ମିଛ କଥା କହୁଛନ୍ତି ଓ ଅପପ୍ରଚାର କରୁଛନ୍ତି। କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆପଣମାନେ ସେମାନଙ୍କ ପ୍ରତି ସତର୍କ ହୋଇ ରୁହନ୍ତୁ। ମୁଖ୍ୟମନ୍ତ୍ରୀ BSKY, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, ୫ଟି ସ୍କୁଲ ରୂପାନ୍ତରଣ, ଛାତ୍ରବୃତ୍ତି, ଚାଷୀଙ୍କ ପାଇଁ କାଳିଆ, ମଧୁବାବୁ ପେନ୍ସନ ଓ ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର…
ଭୁବନେଶ୍ବର: ଶେଷରେ ବିଜେଡି ଛାଡି ବିଜେପିରେ ସାମିଲ ହେଲେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ। ବହୁ ଭାବି ଚିନ୍ତି ସେ ଆଜି ସକାଳେ ବିଜେଡିରୁ ଇସ୍ତଫା ପ୍ରଦାନ କରିଛନ୍ତି। ଏହାପରେ ସେ ବିଜେପିର ରାଜ୍ୟ କାର୍ଯ୍ୟାଳୟକୁ ଆସି ବିଜେପିରେ ସାମିଲ ହୋଇଛନ୍ତି। ତାଙ୍କୁ ଓଡିଶା ପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ସଭାପତି ମନମୋହନ ସାମଲ ଦଳରେ ସାମିଲ କରାଇଥିଲେ। ଏହି ସମୟରେ ନିମାପଡା ବିଜେପି ବିଧାୟକ ପ୍ରାର୍ଥୀ ପ୍ରଭାତୀ ପରିଡା ଉପସ୍ଥିତ ଥିଲେ। ତିନିଥର ବିଧାୟକ ଥିବା ସମୀର ରଂଜନ ଦାଶଙ୍କୁ ଏଥର ବିଜେଡି ଟିକେଟ ଦେଇ ନ ଥିଲା। ତାଙ୍କ ବଦଳରେ ବିଜେପିରୁ ଆସି ବିଜେଡିରେ ମିଶିଥିବା ଦିଲ୍ଲୀପ ନାୟକଙ୍କୁ ଦଳ ଟିକେଟ ଦେଇଛି। ଯାହାକୁ ନେଇ ସମୀର ଏବଂ ତାଙ୍କ ସମର୍ଥକ ପ୍ରତିବାଦ କରିଥିଲେ। ଦିଲ୍ଲୀପଙ୍କ ଟିକେଟ ପରିବର୍ତ୍ତନ କରାଯାଉ ବୋଲି ସେ ଦାବୀ କରିଥିଲେ ମଧ୍ୟ ଦଳ ତାହା ଶୁଣି ନ ଥିଲା। ଫଳରେ…
ଭୁବନେଶ୍ବର: ଶେଷରେ ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ତଥା ନିମାପଡା ବିଧାୟକ ସମୀର ରଂଜନ ଦାସ। ସେ ଆଜି ତାଙ୍କର ଇସ୍ତଫା ପତ୍ର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ, ମୋ ଉପରେ ମୋର ନେତାଙ୍କ ଆସ୍ଥା ରହିଲା ନାହିଁ। ସେଥିପାଇଁ ସେହି ଦଳରେ ଆଉ ରହିବା ଉଚିତ ମନେକଲି ନାହିଁ। ସେଥିପାଇଁ ଇସ୍ତଫା ଦେଲି ବୋଲି କହିଛନ୍ତି ସମୀର। ସମୀର ଦାସ ତିନିଥର ନିମାପଡାରୁ ବିଧାୟକ ଭାବେ ନିର୍ବାଚନତ ହୋଇଛନ୍ତି। ସେ ପ୍ରଥମ ୨୦୦୯ ପରେ ୨୦୧୪ ଏବଂ ଶେଷରେ ୨୦୧୯ରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ହେଲେ ବିଜେଡି ଏଥର ସମୀର ରଞ୍ଜନ ଦାସଙ୍କ ଟିକେଟ୍ ଦେଇ ନ ଥିଲା। ତାଙ୍କ ବଦଳରେ ଦିଲ୍ଲୀପ କୁମାର ନାୟକଙ୍କ ଦଳ ଲଢିବାକୁ ସୁଯୋଗ ଦେଇଛି। ଯାହାକୁ ନେଇ ସମୀର ଅସନ୍ତୁଷ୍ଟ…
ଭୁବନେଶ୍ବର: ଆସନ୍ତାକାଲି ଦେଶର ପଞ୍ଚମ ପର୍ଯ୍ୟାୟ ଏବଂ ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ହେବ। ଏଥିରେ ଓଡିଶାର ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ। ତେବେ ଏହି ନିର୍ବାଚନରେ କିଏ କେତେ ଆସନ ହାସଲ କରିବ ଭିନ୍ନ କଥା। ହେଲେ ଗତଥର ଏହିସବୁ ଆସନରେ ବିଜେଡି ବାଜିମାତ କରିଥିଲା। ନିର୍ବାଚନ ହେବାକୁ ଥିବା ଏହି ୩୫ଟି ବିଧାନସଭାରେ ବିଜେଡି ଏକାକୀ ୨୬ ଟି ଆସନରେ ଜିତିଥିବା ବେଳେ ବିଜେପି କଂଗ୍ରେସ ୪ଟି ଲେଖାଏଁ ଆସନରେ ଜିତିଥିଲେ। ବିଜେପି ତଲସରା, ଲୋଇସିଂହା, ସୁନ୍ଦରଗଡ ଏବଂ ବୀରମିତ୍ରପୁରରେ ଜିତିଥିଲା। ସେହିପରି ଗତ ନିର୍ବାଚନରେ କଂଗ୍ରେସ ରାଜଗାଙ୍ଗପୁର, ବଲାଙ୍ଗିରୀ, କଣ୍ଟାବାଞ୍ଜୀ ଏବଂ ସାନଖେମୁଣ୍ଡି…
ଭୁବନେଶ୍ୱର: ଓଡିଶାରେ ବିଜେପି ସଫଳତା ହାସଲ କରିବା ପାଇଁ ଦଳ ପ୍ରବଳ ପ୍ରଚେଷ୍ଠା କରିବାରେ ଲାଗିଛି। କେନ୍ଦ୍ରରୁ ଗଣ୍ଡାଗଣ୍ଡା ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଆଣି ଓଡିଶା ପ୍ରଚାରରେ ଲଗାଇଛି। ବିଜେଡିକୁ ମାତ ଦେବା ପାଇଁ ବିଜେପି ତାହାର ଆକ୍ରମଣାତ୍ମକ ରଣନୀତି ତିଆରି କରିଛି। ଏହି ପରିପ୍ରେକ୍ଷୀରେ ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟାରେ ଭୁବନେଶ୍ବରରେ ପହଞ୍ଚିବା ପରେ ଦଳୀୟ କାର୍ଯ୍ୟାଳୟ ଯାଇ ସେଠାରେ ନେତାମାନଙ୍କ ସହିତ ଆଲୋଚନା କରିବେ। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ସେ ୨୦ ତାରିଖ ଅର୍ଥାତ ସୋମବାର ଦିନ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେବେ। ଏହା ପରେ ପୁରୀର ପ୍ରଧାନମନ୍ତ୍ରୀଙ୍କର ରୋଡ ସୋ କାର୍ଯ୍ୟକ୍ରମ ରହିଛି। ଏହା ପରେ ସକାଳ ୯ଟା ୩୦ରେ ଅନୁଗୁଳ ଓ ୧୧ଟା ୩୦ରେ କଟକ କିଲ୍ଲା ପଡିଆରେ ଜନସଭାକୁ ସମ୍ବୋଧନ କରିବେ। ସେହିପରି ଆଜି ପ୍ରତିରକ୍ଷାମନ୍ତ୍ରୀ ଶ୍ରୀ ରାଜନାଥ ସିଂ ପୂର୍ବାହ୍ନ ୧୦.୦୦ରେ ସମ୍ବଲପୁରର…
ଭୁବନେଶ୍ୱର: ବିଜୁ ଜନତା ଦଳର ବରିଷ୍ଠ ନେତା ଶ୍ରୀ କାର୍ତ୍ତିକ ପାଣ୍ଡିଆନ ଆଜି ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚିଲିକା, ବ୍ରହ୍ମଗିରି, ପିପିଲି, ରଣପୁର ଓ ନୟାଗଡ଼ରେ ନିର୍ବାଚନ ପ୍ରଚାର କରି ସାଂସଦ ପ୍ରାର୍ଥୀ ଶ୍ରୀ ଅରୂପ ପଟ୍ଟନାୟକ ଓ ବିଧାନସଭା ପ୍ରାର୍ଥୀମାନଙ୍କୁ ବିପୁଳ ଭୋଟରେ ଜିତାଇ ନବୀନ ପଟ୍ଟନାୟକଙ୍କୁ ଷଷ୍ଠଥର ପାଇଁ ମୁଖ୍ୟମନ୍ତୀ କରିବାକୁ ଅନୁରୋଧ କରିଛନ୍ତି। ଶେଷରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀର ଜୟଦେବ ବିଧାନସଭା ଅଞ୍ଚଳରେ ବିଶାଳ ଜନସଭାରେ ଭାଷଣ ଦେଇ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅନୁରୋଧ କରିଛନ୍ତି। ସବୁ ସଭାରେ ବିଶାଳ ଜନସମାବେଶ ଦେଖି ଶ୍ରୀ ପାଣ୍ଡିଆନ କହିଥିଲେ ଯେ ଲୋକଙ୍କ ବିପୁଳ ସମର୍ଥନ ଦେଖି ବିରୋଧି ଦଳ ହତୋତ୍ସାହ ହେଲେଣି। ସେମାନେ ମିଛ କହିବା, ଅପପ୍ରଚାର କରିବା ଆଦି ଆରମ୍ଭ କଲେଣି। ଆପଣମାନେ ତାଙ୍କୁ ଉଚିତ ଜବାବ ଦେବେ। ବିରୋଧୀ ବିଜେପି ଦଳର ମୁଖା ଖୋଲି, ଶ୍ରୀ ପାଣ୍ଡିଆନ କହିଲେ ଯେ…
Odisha Elections 2nd Phase: ଏକକାଳୀନ ସାଧାରଣ ନିର୍ବାଚନ-୨୦୨୪ର ପଞ୍ଚମ ପର୍ଯ୍ୟାୟ ତଥା ଓଡିଶାର ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ମଇ ୨୦ ତାରିଖରେ ମତଦାନ ହେବ। ଏଥିରେ ଓଡ଼ିଶାରେ ୫ ଗୋଟି ସଂସଦୀୟ କ୍ଷେତ୍ର ବରଗଡ଼,ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ଓ ଆସ୍କା ଏବଂ ଏସବୁ ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ୩୫ଟି ବିଧାନସଭା କ୍ଷେତ୍ର ପାଇଁ ନିର୍ବାଚନ ହେବ। ସେଥିପାଇଁ ଆଜି ସଂଧ୍ୟାରେ ଏହି ନିର୍ବାଚନ ମଣ୍ଡଳୀରେ ପ୍ରଚାର ଶେଷ ହେବ। ଏହି ପର୍ଯ୍ୟାୟରେ ପାଞ୍ଚୋଟି ସଂସଦୀୟ କ୍ଷେତ୍ର ଅଧିନରେ ମୋଟ ୭୯,୬୯,୮୮୭ ଜଣ ମତଦାତା ନିଜର ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୪୦,୩୩,୯୯୨ ପୁରୁଷ, ୩୯,୩୫,୦୪୪ ମହିଳା ଓ ୮୫୧ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି ଏବଂ ମତଦାତା ଲିଙ୍ଗ ଅନୁପାତ ୯୭୫ ରହିଛି। ଏମାନଙ୍କ ମଧ୍ୟରେ ୨,୧୩,୧୨୯ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୬,୯୮,୫୧୬ ଜଣ ଯୁବ ମତଦାତା…
ଭୁବନେଶ୍ୱର: ଗତକାଲି ଓଡିଶାରେ ମାରଥନ ପ୍ରଚାର କରିଛନ୍ତି ଡ୍ରିମଗାର୍ଲ ତଥା ସାଂସଦ ହେମାମାଳିନୀ। ସେ ପ୍ରଥମେ ଉତ୍ତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳି ସାଲିଆ ସାହିର ଜନସଭାକୁ ସମ୍ବୋଧିତ କରି ଭଗବାନ ଶ୍ରୀକୃଷ୍ଣନଗର ମଥୁରା ସାଂସଦ ତଥା ଅଭିନେତା ହେମା ମାଳିନୀ ରାଧେ ରାଧେ କହି ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି। ମୁଁ ଓଡ଼ିଶାକୁ ୨୦୧୯ରୁ ଆସୁଛି। ଓଡ଼ିଶାର କଳା, ସଂସ୍କୃତିରେ ମୁଁ ପ୍ରଭାବିତ। ଓଡ଼ିଶାର ନୃତ୍ୟଗୁରୁଙ୍କ ସହ ମୋର ସାକ୍ଷାତ ହୋଇଛି। ନିର୍ବାଚନ ବେଳେ କେଳୁଚରଣ ମହାପାତ୍ରଙ୍କ କଥାକୁ ମଧ୍ୟ ସ୍ମରଣ କରିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟରେ ଦେଶବାସୀ ଖୁସି। ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସାରା ଦେଶରେ ବିକାଶ ହେଉଛି। ପୂରା ଭାରତର ନୂଆ ନିର୍ମାଣ ହେଉଛି। ଦେଶର ଏମିତି ବିକଶ ଦେଖି ବିଶ୍ୱ ବି ଚକିତ। ଗରିବ, ମହିଳା, ଦଳିତଙ୍କ ପାଇଁ ମୋଦି ଅନେକ ଯୋଜନା କରିଛନ୍ତି। ଓଡ଼ିଶାରେ ଏଥର ବିଜେପି ସରକାର କରିବ।…
ଭୁବନେଶ୍ବର/ଢେଙ୍କାନାଳ: ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଆଜି ସମ୍ୱଲପୁର ସହିତ ଢେଙ୍କାନାଳ, ଅନୁଗୋଳ ଓ ରେଢ଼ାଖୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳ ପାଇଁ ଭୋଟ ମାଗିଛନ୍ତି । ଏହି ସବୁ ସ୍ଥାନରେ ବିଶାଳ ଜନସଭାରେ ମୁଖ୍ୟମନ୍ତ୍ରୀଙ୍କୁ ଲୋକମାନେ ଭବ୍ୟ ସ୍ୱାଗତ କରିଥିଲେ । ବିଜୁ ଜନତା ଦଳର ସମ୍ୱଲପୁର ଓ ଢେଙ୍କାନାଳର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ । ସଭାରେ ବିରୋଧୀ ଦଳକୁ ଆକ୍ରମଣ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ସେମାନଙ୍କ ନେତାମାନେ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍.କେ.ୱାଇ, ମିଶନ ଶକ୍ତି, ମମତା, ଲକ୍ଷ୍ମୀ ବସ୍, 5T ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ ଯୋଜନା, ଚାଉଳ କାର୍ଡ ପରି ଜନକଲ୍ୟାଣକାରୀ ଯୋଜନାର ସୁଫଳ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପଚାରି…
ଭୁବନେଶ୍ୱର: ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ନିକୁଞ୍ଜ ବିହାରୀ ଧଳ ଆଜି ବିଭିନ୍ନ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ବୈଠକ କରିଥିଲେ। ବୈଠକ ପ୍ରାରମ୍ଭରେ ମୁଖ୍ୟ ନିର୍ବାଚନ ଅଧିକାରୀ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ ସ୍ୱାଗତ ଜଣାଇବା ସହ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ରାଜ୍ୟରେ କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ଓ ଏହା ଅଧିନରେ ଥିବା ୨୮ଟି ବିଧାନସଭା କ୍ଷେତ୍ରରେ ଉତ୍ସାହ ମଧ୍ୟରେ ହୋଇଥିବା ମତଦାନ ବିଷୟରେ ସୂଚିତ କରିଥିଲେ। ଏହି ପର୍ଯ୍ୟାୟରେ ହାରାହାରି ମତଦାନ ହାର ୭୫.୬୮ ପ୍ରତିଶତ ଥିବାରୁ ମୁଖ୍ୟ ନିର୍ବାଚନ ଅଧିକାରୀ ସନ୍ତୋଷ ବ୍ୟକ୍ତ କରିଥିଲେ। ସ୍ୱାଭିମାନ ଅଞ୍ଚଳଠୁ ଆରମ୍ଭ କରି ବିଭିନ୍ନ ଅଞ୍ଚଳରେ କିପରି ସବୁବର୍ଗର ମତଦାତାମାନେ ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଥିଲେ ଶ୍ରୀ ଧଳ ସେ ବିଷୟରେ ଅବଗତ କରାଇଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଖଲିକୋଟଠାରେ ହୋଇଥିବା…

