ଭୁବନେଶ୍ବର: ମାଘ ମାସ ଶୁକ୍ଳ ପକ୍ଷ ସପ୍ତମୀ ସୂର୍ଯ୍ୟ ଦେବତାଙ୍କ ଜନ୍ମ ତିଥି। ମାଘ ସପ୍ତମୀ ଦିନ ସୂର୍ଯ୍ୟ କ୍ଷେତ୍ର କୋଣାର୍କର ପବିତ୍ର ଚଦ୍ରଭାଗା ତୀର୍ଥରେ ଚନ୍ଦ୍ରଭାଗା ବୁଡ ଅନୁଷ୍ଠିତ ହୋଇଥାଏ । ଏହା ମାଘ ସପ୍ତମୀ ମେଳା ବା ଚନ୍ଦ୍ରଭାଗା ଯାତ୍ରା ରୂପେ ପ୍ରସିଦ୍ଧ। ସୁପ୍ରାଚୀନ କାଳରୁ କୋଣାର୍କ ସୂର୍ଯ୍ୟକ୍ଷେତ୍ର ରୂପେ ପ୍ରସିଦ୍ଧି ଲାଭ କରିଆସିଛି। ପୁରାଣ ବର୍ଣ୍ଣିତ କଳିଙ୍ଗ ଦେଶ ସୂର୍ଯ୍ୟଙ୍କର ଜନ୍ମ ପୀଠ। କୋଣାର୍କ ହେଉଛି ସୂର୍ଯ୍ୟ ଦେବତା ଙ୍କ ଜନ୍ମପୀଠ। ଦ୍ଵାପର ଯୁଗରେ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ମୈତ୍ରୟ ବନର ଏହି ଚନ୍ଦ୍ରଭାଗା ତୀର୍ଥରେ ସୁର୍ଯ୍ୟ ଉପାସନା କରି ପିତୃ ଅଭିଶାପ ଜନିତ କୁଷ୍ଠରୋଗରୁ ମୁକ୍ତି ଲାଭ କରି କୋଣାର୍କରେ ସୂର୍ଯ୍ୟ ଦେବତାଙ୍କ ମୂର୍ତ୍ତି ପୂଜା ଆରମ୍ଭ କରିଥିଲେ। ସ୍ୱୟଂ ଶିବ ଏହି ତୀର୍ଥରେ ସ୍ନାନ କରି ବ୍ରହ୍ମାଙ୍କ ଶିର ଛେଦନ ଜନିତ ପାପରୁ ମୁକ୍ତି ହୋଇଥିଲେ। ଦେବୀ ସରସ୍ୱତୀ ପ୍ରାଚୀ ସରସ୍ୱତୀ ନଦୀ ରୂପରେ…
Author: Samikhsya Bureau
କୋଣାର୍କ: ଆଜି ହେଉଛି ମାଘ ସପ୍ତମୀ। ଏହିଦିନ କୋଣାର୍କ ଚନ୍ଦ୍ରଭାଗାରେ ବୁଡ ପକାଇଲେ ପୂଣ୍ୟ ହୁଏ ବୋଲି ବିଶ୍ବାସ ରହିଛି। ସେଥିପାଇଁ ଏହି ଦିନ କୋଣାର୍କ ଚନ୍ଦ୍ରଭାଗା କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁ ମାନେ ଗତକାଲି ରାତିରୁ ଆସି ସେଠାରେ ଭିଡ କରିଥିଲେ। ଆଜି ସୂର୍ଯ୍ୟ ଉଇଁବା ପରେ ସେମାନେ ସ୍ନାନ କରି ବୁଡି ପକାଇଛନ୍ତି। ପୁରାଣ କାଳରୁ ବିଶ୍ବାସ ରହିଛି ଯେ, କୃଷ୍ଣଙ୍କ ପୁତ୍ର ଶାମ୍ବ କୁଷ୍ଠ ରୋଗରୁ ମୁକ୍ତି ପାଇବା ପାଇଁ ଏହି ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥିଲେ। ଏହାପରେ ସେ ଶାପମୁକ୍ତ ହୋଇ କୁଷ୍ଠ ରୋଗରୁ ମୁକ୍ତି ପାଇଥିଲେ। ସେହିଦିନଠାରୁ ଶ୍ରଦ୍ଧାଳୁମାନେ ଏହି ମାଘ ସପ୍ତମୀରେ ଚନ୍ଦ୍ରଭାଗା କୂଳରେ ବୁଡ ପକାଇ ସୂର୍ଯ୍ୟପୂଜା କରିଥାନ୍ତି।
ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ମେଳା। ଏହି ମେଳାର ଅନ୍ୟତମ ଆକର୍ଷଣ ହେଉଛି ଯାତ୍ରା। ଏହା ଦେଖିବାକୁ ପାଇଁ ଦର୍ଶକଙ୍କର ବେଶ ଭିଡ ଜମିଥାଏ। ହେଲେ ଏହି ନାଟକ ପରିବେଷଣ ନେଇ ଚଳିତ ବର୍ଷ ବେଶ ବିବାଦୀୟ ହୋଇପଡିଛି। କାରଣ ଏହି ଯାତ୍ରପାର୍ଟିରେ ଅଭିନେତ୍ରୀ ବା ନୃତ୍ୟଶିଳ୍ପୀମାନେ ଉଲଗ୍ନ ହୋଇ ନୃତ୍ୟକୁ ବିରୋଧ କରାଯାଇଛି। ଏହି ବିରୋଧରେ ସାମିଲ ହୋଇଛନ୍ତି ସେହି ଅଞ୍ଚଳର ସରକାରୀ ଦଳର ବିଧାୟକ ବାବୁ ସିଂ। ଖାଲି ବିରୋଧ ନୁହେଁ ସେ ଠେଙ୍ଗା ଧରି ଧମକ ଦେଇଛନ୍ତି। ଯେଉଁମାନେ ଅଶ୍ଲିଳ ନୃତ୍ୟ ପ୍ରଦର୍ଶନ କରିବେ ସେମାନଙ୍କୁ ଠେଙ୍ଗାରେ ପିଟିବାକୁ ଧମକ ଦେଇଛନ୍ତି ବିଧାୟକ। ଆଜି ସେ ନିଜର ସମର୍ଥକଙ୍କୁ ନେଇ ଏହି ଠେଙ୍ଗା ପ୍ରଦର୍ଶନୀ କରିଛନ୍ତି। ଚେତାବନୀ ଦେଇଛନ୍ତି ଯିଏ ମଞ୍ଚରେ ଅଶ୍ଳିଳ ନୃତ୍ୟ ପ୍ରଦର୍ଶନ କରିବ ତାହାକୁ ଠେଙ୍ଗା ପାହର ଦିଆଯିବ।
ଭୁବନେଶ୍ବର: ଚଳିତ ବର୍ଷ ଫେବୃଆରୀ ମାସ ୨ ତାରିଖ ଦିନ ଗୁରୁ କେଳଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ଭୁବନେଶ୍ୱର ଅନୁକୁଲ୍ୟରେ ଏକ ସମୃଦ୍ଧି ସାଂସ୍କୃତିକ କାର୍ଯ୍ୟକ୍ରମ “ସପ୍ତରଙ୍ଗ” ଅନୁଷ୍ଠିତ ହୋଇଛି। ଯେଉଁଥିରେ ସଙ୍ଗୀତ, ସୀତାର ବାଦନ, ନୃତ୍ୟକଳା ର ବର୍ଣ୍ଣାଢ୍ୟ ସମାବେଶ ମାଧ୍ୟମରେ ଭାରତୀୟ ବିମୁଦ୍ଘ କଳାର ପ୍ରଦର୍ଶନ କରାଯାଇଛି। ଏହି ଉତ୍ସବରେ ଓଡ଼ିଶୀ ଗାୟନ ପରମ୍ପରାର ମହାନ୍ ପ୍ରତିଭା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ, ପାରମ୍ପରିକ ସଙ୍ଗୀତର ସୁନାମଧନ୍ୟା ଗାୟିକା ଶ୍ରୀମତୀ ସଙ୍ଗୀତା ଗୋସାଇଁ ଓ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ଶ୍ରୀମତୀ ମୀରା ଦାସଙ୍କ ଯୋଗଦାନ କାର୍ଯ୍ୟକ୍ରମର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଏହି ସବୁ କଳା ପରିପାଟୀ ମହାଭାରତୀୟ ସାଂସ୍କୃତିକ ପରିମଣ୍ଡଳକୁ କିପରି ଭାବରେ ସମୃଦ୍ଧ କରିଛି ତାର ଗୋଟିଏ ଆଭାସ ଦେଖିବାକୁ ମିଳିଛି। ଶ୍ରୀମତୀ ସୀମା ପଟ୍ଟନାୟକ, ପ୍ରଫେସର ସୁଚେତା ପ୍ରିୟବାଦିନୀ ଙ୍କର ଯୁଗଳ ସୀତାର ବାଦ୍ୟ ପରିବେଷଣ, ଡଃ ବର୍ଷା ବୈଶାଳୀ ପରିଡ଼ାଙ୍କ ଅନନ୍ୟ ଓଡ଼ିଶୀ…
ଭୁବନେଶ୍ବର: ଏଣିକି ରେରା ପୂରର୍ବରୁ ଆପାର୍ଟମେଂଟ ଘରକୁ କିଣା ବିକା ଅନୁମତି । ଏ ନେଇ ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି । ଆଜି ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ଡାଃ ମହାପାତ୍ର କହିଛନ୍ତି ଯେ ୨୦୧୭ ମସିହା ଫେବୃୟାରୀ ମାସ ୨୫ ତାରିଖ ପୂର୍ବରୁ ଯେଉଁ ସବୁ ଆପାର୍ଟମେଂଟ ନିର୍ମାଣ ହୋଇଛି ସେହି ସବୁ ଆପାର୍ଟମେଂଟ ଗୁଡିକ ବର୍ତମାନ କ୍ରୟ ବିକ୍ରୟ ପାଇଁ କୌଣସି ପ୍ରତି ବନ୍ଧକ ନାହିଁ । ଗତ ୨୦୨୩ ମସିହା ଜୁନ ମାସରୁ କାର୍ଯ୍ୟକାରୀ ହେଉଥିବା ଓଡିଶା ଆପାର୍ଚମେଂଟ ମାଲିକାନା ଓ ପରିଚାଳନା ଅଧିନିୟମ ସଂପର୍କରେ ବିଭାଗ ତରଫରୁ ସ୍ପଷ୍ଟ କରାଯାଇଛି । ଏ ନେଇ ବିଭାଗ ତରଫରୁ ରାଜସ୍ୱ ଓ ବିପର୍ଯୟ ପରିଚାଳନା ବିଭାଗକୁ ଅବଗତ କରାଯାଇ ସମସ୍ତ ପଞ୍ଜିକରଣ ଅଧିକରୀ ( ରେଜିଷ୍ଟାର ) ମାନଙ୍କୁ ଜଣାଇଦେବାକୁ କୁହାଯାଇଛି । ଏ ନେଇ ଗୃହ…
ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ସୁଭଦ୍ରା ଟଙ୍କା କେବେ ମିଳିବ ସେ ନେଇ ଥିବା ପ୍ରତୀକ୍ଷାର ଏବେ ଅନ୍ତ ହେବାକୁ ଯାଇଛି। ଏହି ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବା ତାରିଖ ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଯେ, ଆସନ୍ତା ଆଠ ତାରିଖରେ ଏହି ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଖାତାକୁ ଯିବ। ସେ କହିଛନ୍ତି ଯେ, ଏଥର 20 ଲକ୍ଷ ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ ପାଇଁ ବନ୍ଦୋବସ୍ତ କରାଯାଇଛି। ହିତାଧିକାରୀମାନେ ତା ପୂର୍ବରୁ ଅର୍ଥାତ 3 ଓ 4 ତାରିଖରେ NPCI ରେ ଯାଞ୍ଚ କରିପାରିବେ। ତେବେ ଏଥର ଯାଜପୁରରେ ଏକ ବଡ କାର୍ଯ୍ୟକ୍ରମ କରାଯାଇ ଏହି ଟଙ୍କା ପ୍ରଦାନ କରାଯିବ ବୋଲି ନିଷ୍ପତି କରାଯାଇଛି।
ଭୁବନେଶ୍ବର: ଆଜି ପବିତ୍ର ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କ ପୂଜା। ବିଦ୍ୟାଦେବୀଙ୍କ ପୂଜାର୍ଚ୍ଚନା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନ ଚଳଚଞ୍ଚଳ ହୋଇପଡିଛି । ବିଶେଷ କରି ସ୍କୁଲ କଲେଜରେ ଛାତ୍ରଛାତ୍ରୀମାନେ ଦେବୀ ସରସ୍ୱତୀଙ୍କୁ ଆବାହନ କରି ପୂଜା କରିବା ସହିତ ଆଶିଷ ମାଗିଛନ୍ତି। ସେହିପରି ଶ୍ରୀପଞ୍ଚମୀରେ ଶିଶୁମାନଙ୍କର ଖଡ଼ି ଛୁଆଁ ଯାଇଥାଏ। ଆଜି ବସନ୍ତ ପଞ୍ଚମୀ ଅବସରରେ ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବାର ପରମ୍ପରା ରହିଛି। ସେହିପରି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପାଇଁ ମଧ୍ୟ କାଠ ଅନୁକୂଳ ହେବ। ଦେବଦେବୀ ସେବାୟତ ମାନଙ୍କ ଗହଣରେ ସନ୍ଧ୍ୟାରେ ଶ୍ରୀପଞ୍ଚମୀ ପଡ଼ିଆକୁ ଯାତ୍ରା କରିବେ ଓ ସେଠାରେ କାଠ ଚିରା ଅନୁକୂଳ କରାଯିବ।
ଭୁବନେଶ୍ବର: ନିକଟରେ ବିଜେଡି ତାହାର ସଂଗଠନକୁ ସୁଦୃଢ କରିବା ପାଇଁ ବିଭିନ୍ନ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ବିଭିନ୍ନ ନେତାଙ୍କୁ ପ୍ରଦାନ କରାଯାଇଛି। ତେବେ ଏହି ତାଲିକାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଏହି ତାଲିକାରେ ବବି ଦାସ ବା ପ୍ରଣବ ପ୍ରକାଶ ଦାସଙ୍କୁ ଅଧିକ କ୍ଷମତା ଦିଆଯାଇଥିବାରୁ ତାହାକୁ ନେଇ ଆଲୋଚନା ଚାଲିଛି। ତେବେ ବିଜେଡି ନିକଟରେ ଯେଉଁ ତାଲିକା ପ୍ରକାଶ କରିଛି ତାହା ହେଲା ଏଥିରେ ପ୍ରଣବ ପ୍ରକାଶ ପାଞ୍ଚଟି ନିର୍ବାଚନ ମଣ୍ଡଳି ଦାୟିତ୍ବରେ ରହିଛନ୍ତି। ତାଙ୍କର ସେହି ପୁରୁଣା ସଂଗଠନ ମୟୁରଭଂଜର କେତେକ ନିର୍ବାଚନ ମଣ୍ଡଳୀ ଦାୟିତ୍ବ ଦିଆଯାଇଛି। ସେହିପରି ସଂଜୟ ଦାସ ବର୍ମାଙ୍କୁ ଗଂଜାମ ଜିଲ୍ଲାର କେତେକ ନିର୍ବାଚନ ମଣ୍ଡଳି ଦାୟିତ୍ବ ଦିଆଯାଇଛି। ତେବେ ବର୍ତ୍ତମାନ ସମୟରେ ଏହି ନେତାମାନେ ନିର୍ବାଚନ ମଣ୍ଡଳି ଗସ୍ତ କରି ସଂଗଠନକୁ କିପରି ସଜାଡିବେ ସେ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।
PM Budget Reaction: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ ବାର୍ତ୍ତା ମାଧ୍ୟମରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପରେ ନିଜର ମନ୍ତବ୍ୟ ଦେଇଛନ୍ତି। ଆଜି ଭାରତର ବିକାଶ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟକୁ ଚିହ୍ନିତ କରି ଶ୍ରୀ ମୋଦୀ କହିଛନ୍ତି ଯେ, ଏହି ବଜେଟରେ ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷା ପ୍ରତିଫଳିତ ହୋଇଛି ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱପ୍ନ ପୂରଣ ହୋଇଛି। ସେ ଦର୍ଶାଇଛନ୍ତି ଯେ ଯୁବକମାନଙ୍କ ପାଇଁ ବଜେଟରେ ଅନେକ କ୍ଷେତ୍ର ଓ ସୁଯୋଗ ଖୋଲାଯାଇଛି ଏବଂ ସାଧାରଣ ନାଗରିକଙ୍କୁ ଏହା ବିକଶିତ ଭାରତ ଯାତ୍ରାରେ ସାମିଲ କରିବ। ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଏହି ବଜେଟ୍ ହେଉଛି ଏକ ବୃହତ ଶକ୍ତି, ଯାହା ସଞ୍ଚୟ, ବିନିଯୋଗ, ବ୍ୟବହାର ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବ। ସେ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଏବଂ ତାଙ୍କ ଟିମ୍କୁ ଏହି ‘ଲୋକଙ୍କ ବଜେଟ୍’ ପାଇଁ…
ନୂଆଦିଲ୍ଲୀ: ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଜଳ ଜୀବନ ମିଶନ ପାଇଁ ମୋଟ ବଜେଟ ବ୍ୟୟବରାଦ ୬୭,୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ସେ କହିଛନ୍ତି ଯେ ମିଶନ ଅବଧିକୁ ୨୦୨୮ ପର୍ଯ୍ୟନ୍ତ ସମ୍ପ୍ରସାରିତ କରାଯାଇଛି। ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ୨୦୧୯ ମସିହାରୁ ଭାରତର ଗ୍ରାମାଞ୍ଚଳର ୮୦ ପ୍ରତିଶତ ପ୍ରତିନିଧିତ୍ୱ କରୁଥିବା ୧୫ କୋଟି ପରିବାର ଜଳ ଜୀବନ ମିଶନ ଦ୍ୱାରା ଉପକୃତ ହୋଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ମିଶନ ଅଧିନରେ ଟ୍ୟାପ୍ ଜଳ ସଂଯୋଗ ଯୋଗାଇ ଦିଆଯାଉଛି ଏବଂ ଆଗାମୀ ତିନି ବର୍ଷ ମଧ୍ୟରେ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରାଯାଇ ପାରିବ। ଜଳ ଜୀବନ ମିଶନର ଫୋକସ “ଜନ ଭାଗିଦାରୀ” ମାଧ୍ୟମରେ ଗ୍ରାମୀଣ ପାଇପ୍ ଜଳ ଯୋଗାଣ ଯୋଜନାର ଗୁଣାତ୍ମକ…
Budget 2025: ଆଜି ସଂସଦରେ ୨୦୨୫-୨୬ କେନ୍ଦ୍ର ବଜେଟ୍ ଉପସ୍ଥାପନ ସମୟରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ନବସୃଜନ କ୍ଷେତ୍ରରେ ବିଭିନ୍ନ ବିକାଶମୂଳକ ପଦକ୍ଷେପ ପାଇଁ ପ୍ରସ୍ତାବ ଦେଇଥିଲେ। ଉତ୍ସାହ ଏବଂ ନବସୃଜନର ଆବେଗକୁ ବୃଦ୍ଧି କରିବା ଏବଂ ଯୁବକମାନଙ୍କ ମଧ୍ୟରେ ବୈଜ୍ଞାନିକ ସ୍ୱଭାବ ବଢାଇବା ପାଇଁ ଆସନ୍ତା ୫ ବର୍ଷ ମଧ୍ୟରେ ସରକାରୀ ବିଦ୍ୟାଳୟରେ ପଚାଶ ହଜାର ଅଟଳ ଟିଙ୍କରିଂ ଲ୍ୟାବ ପ୍ରତିଷ୍ଠା କରିବାକୁ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଭାରତ ନେଟ ପ୍ରକଳ୍ପ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଏବଂ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ରଡବ୍ୟାଣ୍ଡ ସଂଯୋଗ ଯୋଗାଇବାକୁ କେନ୍ଦ୍ର ବଜେଟରେ ପ୍ରସ୍ତାବ ଦିଆଯାଇଛି। ଉଚ୍ଚଶିକ୍ଷା ଉପରେ, କେନ୍ଦ୍ର ବଜେଟ୍ ୨୦୨୫-୨୬ରେ କୁହାଯାଇଛି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ଟି ଆଇଆଇଟିରେ ମୋଟ ଛାତ୍ର ସଂଖ୍ୟା ୬୫,୦୦୦ ରୁ ୧.୩୫ ଲକ୍ଷକୁ ବୃଦ୍ଧି ପାଇଛି। ୬୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ…
Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ନିବେଶ ହେଉଛି ବିକାଶର ତୃତୀୟ ଇଞ୍ଜିନ୍, ଯେଉଁଥିରେ ଲୋକଙ୍କ ମଧ୍ୟରେ ପୁଞ୍ଜିନିବେଶ, ଅର୍ଥନୀତିରେ ପୁଞ୍ଜିନିବେଶ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଅନ୍ତର୍ଭୁକ୍ତ। ଲୋକଙ୍କୁ ପୁଞ୍ଜିନିବେଶ କରିବାର ଏକ ଅଂଶ ଭାବରେ କେନ୍ଦ୍ର ବଜେଟ ୨୦୨୫-୨୬ରେ ସକ୍ଷମ ଅଙ୍ଗନୱାଡି ଏବଂ ପୋଷଣ ୨.୦ କାର୍ଯ୍ୟକ୍ରମ ଅଧୀନରେ ପୋଷଣ ସହାୟତା ପାଇଁ ଖର୍ଚ୍ଚ ନିୟମକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରେ ୮ କୋଟିରୁ ଅଧିକ ଶିଶୁ, ୧ କୋଟି ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ ଏବଂ ଆକାଂକ୍ଷୀ ଜିଲ୍ଲା ଏବଂ ଉତ୍ତର-ପୂର୍ବାଞ୍ଚଳର ପ୍ରାୟ ୨୦ ଲକ୍ଷ କିଶୋରୀଙ୍କୁ ପୋଷଣ ସହାୟତା ଯୋଗାଇ ଦିଆଯିବ। କେନ୍ଦ୍ର ଅର୍ଥମନ୍ତ୍ରୀ ତାଙ୍କ ବଜେଟ୍ ଅଭିଭାଷଣରେ ଆଗାମୀ ୩…
Budget 2025: କେନ୍ଦ୍ର ବଜେଟ ୨୦୨୫-୨୬ରେ ପର୍ଯ୍ୟଟନକୁ ରୋଜଗାର ଭିତ୍ତିକ ଅଭିବୃଦ୍ଧି ପାଇଁ ଏକ କ୍ଷେତ୍ର ଭାବେ ଚିହ୍ନଟ କରାଯାଇଛି। ଆଜି ସଂସଦରେ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ କହିଛନ୍ତି ଯେ ନିଯୁକ୍ତି ଭିତ୍ତିକ ଅଭିବୃଦ୍ଧିକୁ ସୁଗମ କରିବା ମଧ୍ୟରେ ଆତିଥ୍ୟ ପରିଚାଳନା, ହୋମଷ୍ଟେ ପାଇଁ ମୁଦ୍ରା ଋଣ, ପର୍ଯ୍ୟଟନ ସ୍ଥଳକୁ ଯାତ୍ରା ଏବଂ ଯୋଗାଯୋଗରେ ସହଜତାରେ ଉନ୍ନତି ଆଣିବା, ସୁବ୍ୟବସ୍ଥିତ ଇ-ଭିସା ସୁବିଧା ଆରମ୍ଭ କରିବା ଏବଂ ରାଜ୍ୟଗୁଡ଼ିକୁ ପ୍ରଦର୍ଶନ-ଭିତ୍ତିକ ପ୍ରୋତ୍ସାହନ ପ୍ରଦାନ କରିବା ସମେତ ଯୁବବର୍ଗଙ୍କ ପାଇଁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଆୟୋଜନ କରିବା ଅନ୍ତର୍ଭୁକ୍ତ। ଦେଶର ଶ୍ରେଷ୍ଠ ୫୦ଟି ପର୍ଯ୍ୟଟନ ସ୍ଥଳୀକୁ ଚ୍ୟାଲେଞ୍ଜ ମାଧ୍ୟମରେ ରାଜ୍ୟମାନଙ୍କ ସହ ଭାଗିଦାରୀରେ ବିକଶିତ କରାଯିବ ବୋଲି ସେ କହିଛନ୍ତି। ବଜେଟରେ ଆହୁରି ମଧ୍ୟ କୁହାଯାଇଛି ଯେ ହୋଟେଲ ସମେତ ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ନିର୍ମାଣ ପାଇଁ ରାଜ୍ୟମାନଙ୍କୁ ଜମି ଯୋଗାଇ ଦେବାକୁ ପଡିବ ଏବଂ ସେହି ଗନ୍ତବ୍ୟସ୍ଥଳରେ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବା ଅବସରରେ କହିଛନ୍ତି ଯେ ଗତ ଜୁଲାଇ ବଜେଟରେ ‘ସହର ବିକାଶ କେନ୍ଦ୍ର’ ଭାବେ ଘୋଷଣା କରାଯାଇଥିବା ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଲକ୍ଷ କୋଟି ଟଙ୍କାର ‘ଅର୍ବାନ ଚ୍ୟାଲେଞ୍ଜ ଫଣ୍ଡ୍’ ଗଠନ କରିବେ। ଏହି ପାଣ୍ଠି ବଣ୍ଡ, ବ୍ୟାଙ୍କ ଋଣ ଏବଂ ପିପିପି ମାଧ୍ୟମରେ ଅତି କମରେ ୫୦ ପ୍ରତିଶତ ଅର୍ଥ ପ୍ରଦାନ କରିବା ସର୍ତ୍ତରେ ବିଶ୍ୱସନୀୟ ପ୍ରକଳ୍ପଗୁଡ଼ିକର ମୂଲ୍ୟର ୨୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପ୍ରଦାନ କରିବ ବୋଲି ସେ ଉଲ୍ଲେଖ କରିଛନ୍ତି। ଏବାବଦରେ ୨୦୨୫-୨୬ ବର୍ଷ ପାଇଁ ୧୦ ହଜାର କୋଟି ଟଙ୍କାର ବ୍ୟୟବରାଦ ପ୍ରସ୍ତାବ ରହିଛି। ବଜେଟରେ ମୌଳିକ ଭୂସ୍ଥାନୀୟ ଭିତ୍ତିଭୂମି ଏବଂ ଡାଟା ବିକାଶ ପାଇଁ ‘ନ୍ୟାସନାଲ ଜିଓସ୍ପେସାଲ ମିଶନ’ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି। ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ. ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ 2025-26 ଉପସ୍ଥାପନ କରିଛନ୍ତି। ତେଲୁଗୁ କବି ତଥା ନାଟ୍ୟକାର ଶ୍ରୀ ଗୁରଜାଦା ଅପ୍ପା ରାଓଙ୍କ ପ୍ରସିଦ୍ଧ ଉକ୍ତିକୁ ଉଦ୍ଧୃତ କରି ଅର୍ଥମନ୍ତ୍ରୀ କହିଥିଲେ, ‘ଗୋଟିଏ ଦେଶ କେବଳ ଏହାର ମାଟି ନୁହେଁ; ଗୋଟିଏ ଦେଶ ଏହାର ନାଗରିକଙ୍କୁ ନେଇ ଆଧାରିତ।’ ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ବିକାଶକୁ ଉତ୍ସାହିତ କରୁଥିବା ‘ସବକା ବିକାଶ’ ଲକ୍ଷ୍ୟ ସହିତ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିଥିଲେ। ସାଧାରଣ ବଜେଟ 2025-26 ର ସାରାଂଶ 1 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହାରାହାରି ମାସିକ ଆୟ ଉପରେ କୌଣସି ଆୟକର ନାହିଁ; ମଧ୍ୟମ ବର୍ଗର ଘରୋଇ ସଞ୍ଚୟ ଏବଂ ଉପଭୋଗକୁ ପ୍ରୋତ୍ସାହନ ମିଳିବ ନୂତନ ଟିକସ ବ୍ୟବସ୍ଥାରେ ବେତନଭୋଗୀ ବର୍ଗ ବାର୍ଷିକ 75 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଶୂନ ଆୟକର ପ୍ରଦାନ କରିବେ କେନ୍ଦ୍ର ବଜେଟରେ ବିକାଶର 4ଟି…
ନୂଆଦିଲ୍ଲୀ: ୨୦୨୫-୨୬ ବଜେଟରେ ‘ପ୍ରଥମେ ବିଶ୍ୱାସ, ପରେ ଯାଞ୍ଚ’ ଦର୍ଶନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଦୋହରାଇ ମଧ୍ୟବିତ୍ତବର୍ଗଙ୍କ ଉପରେ ଆସ୍ଥା ପ୍ରକଟ କରାଯାଇଛି ଏବଂ ସାଧାରଣ ଟିକସଦାତାଙ୍କୁ ଟିକସ ବୋଝରୁ ମୁକ୍ତି ଦେବାର ଧାରା ଜାରି ରହିଛି। କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ସମସ୍ତ ଟିକସଦାତାଙ୍କୁ ଫାଇଦା ଦେବା ପାଇଁ ଟିକସ ସ୍ଲାବ୍ ଏବଂ ଦରରେ ଉଲ୍ଲେଖନୀୟ ପରିବର୍ତ୍ତନ ପ୍ରସ୍ତାବ ଦେଇଛନ୍ତି। ଟିକସଦାତାଙ୍କୁ ଖୁସି ଖବର ଦେଇ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂଆ ଟିକସ ବ୍ୟବସ୍ଥା ଅନୁଯାୟୀ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ (ଅର୍ଥାତ୍ କ୍ୟାପିଟାଲ ଗେନ୍ ଭଳି ସ୍ୱତନ୍ତ୍ର ହାର ଆୟକୁ ବାଦ୍ ଦେଇ ହାରାହାରି ଏକ ଲକ୍ଷ ଟଙ୍କା ମାସିକ ଆୟ ଉପରେ) ଉପରେ କୌଣସି ଆୟକର ଆଦାୟ କରାଯିବ ନାହିଁ। ୭୫,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ ଡିଡକ୍ସନ ଯୋଗୁଁ…
Budget 2025: କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ ଉପସ୍ଥାପନ କରିବା ସମୟରେ କହିଛନ୍ତି ଯେ ବଜେଟ୍ ୨୦୨୫-୨୬ର ଲକ୍ଷ୍ୟ ହେଉଛି ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ସମସ୍ତ ୬ଟି କ୍ଷେତ୍ରରେ ପରିବର୍ତ୍ତନମୂଳକ ସଂସ୍କାର ଆରମ୍ଭ କରିବା, ଯାହା ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ୱସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବଢ଼ାଇବ। ସେଥିମଧ୍ୟରୁ ଗୋଟିଏ ହେଉଛି ଆର୍ଥିକ କ୍ଷେତ୍ର, ଯେଉଁଥିରେ ବୀମା, ପେନସନ, ଦ୍ୱିପାକ୍ଷିକ ନିବେଶ, ଚୁକ୍ତି (ବିଟିଟି) ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ କ୍ଷେତ୍ର ଅନ୍ତର୍ଭୁକ୍ତ । ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ଶ୍ରୀମତୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି ଯେ ବୀମା କ୍ଷେତ୍ରରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶର ସୀମା ୭୪%ରୁ ୧୦୦%କୁ ବୃଦ୍ଧି କରାଯିବ। ଏହି ବର୍ଦ୍ଧିତ ସୀମା ସେହି କମ୍ପାନୀଗୁଡ଼ିକ ପାଇଁ ଉପଲବ୍ଧ ହେବ ଯେଉଁମାନେ ସମ୍ପୂର୍ଣ୍ଣ ପ୍ରିମିୟମ୍ ଭାରତରେ ନିବେଶ କରିବେ।…
Income Tax: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ 2025 ଉପସ୍ଥାପିତ କରିଛନ୍ତି। ଏହି ବଜେଟରୁ ଲୋକମାନେ ଯାହା ବଡ ଆଶା କରିଥିଲେ ତାହା ବର୍ତ୍ତମାନ ପୂରଣ ହୋଇଛି। ସାଧାରଣତଃ ବଜେଟରୁ ଲୋକମାନେ ଆୟକର ସ୍ଥିତି କଣ ରହିବ ତାହା ଜାଣିବା ପାଇଁ ଅପେକ୍ଷା କରିଥାନ୍ତି। ଯାହା ଅର୍ଥମନ୍ତ୍ରୀ ଏଥର ଭଲ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଏଣିକି ଆୟକର ସୀମାକୁ ଅର୍ଥମନ୍ତ୍ରୀ ବୃଦ୍ଧି କରିଛନ୍ତି। ତାହା ହେଲେ ବର୍ଷିକ 12 ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ କୌଣସି କର ପଡିବ ନାହିଁ। ପୂର୍ବରୁ ଏହି ସୀମା 7 ଲକ୍ଷ ରହିଥିଲା। ଏହା ମୋଦି ସରକାରଙ୍କ ଏକ ବଡ ଘୋଷଣା। ଏତେ ବଡ ପରିମାଣର ଆୟକର ଛାଡ ହେବ ତାହା କାହାର ଧାରଣା ନ ଥିଲା।
Budget 2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ ସଂସଦରେ ଉପସ୍ଥାପନା କରୁଛନ୍ତି। ଏହି ଅବସରରେ ସେ କୃଷି ଉପରେ ନିଜର ପ୍ରଥମ ଅଭିଭାଷଣ ରଖିଛନ୍ତି। ଏଥିରେ ସେ ଏକ ନୂଆ ଯୋଜନା ‘ଧନ ଧାନ୍ୟ କୃଷି’ ଯୋଜନା ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏହି ଯୋଜନା ଦେଶର ୧ କୋଟିରୁ ଅଧିକ କୃଷକଙ୍କୁ ଉପକୃତ କରିବ। ଏହି ଯୋଜନା ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲା, ମଧ୍ୟମ ଫସଲ ଗଠନ ଏବଂ ସାଧାରଣରୁ କମ୍ ଋଣ ପ୍ରଚାଳନକୁ ପ୍ରତ୍ସାହିତ କରିବ। “ଆମ ସରକାର ରାଜ୍ୟଗୁଡ଼ିକ ସହ ମିଶି ‘ପିଏମ ଧନ ଧାନ୍ୟ କୃଷି ଯୋଜନା’ ଲାଗୁ କରିବ। ଏହି କାର୍ଯ୍ୟକ୍ରମ ଉପଲବ୍ଧ ଯୋଜନାଗୁଡ଼ିକର ସଂଯୋଗ ଏବଂ ବିଶେଷ ବ୍ୟବସ୍ଥା ମାଧ୍ୟମରେ ୧୦୦ଟି ଅଳ୍ପ ଉତ୍ପାଦନ ଥିବା ଜିଲ୍ଲାଗୁଡ଼ିକୁ ବିକଶିତ କରିବ। ଏଥିସହିତ କୃଷି ଉତ୍ପାଦନଶୀଳତା ବୃଦ୍ଧି କରିବ ବୋଲି ନିର୍ମାଳା ସୀତାରମଣ କହିଛନ୍ତି। ସେ…
Budget2025: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ 2025 ଉପସ୍ଥାପନ କରିବାକୁ ଯାଉଛନ୍ତି। ଉପସ୍ଥାପନା ପୂର୍ବରୁ ଅର୍ଥମନ୍ତ୍ରୀ ଏବଂ ତାଙ୍କ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ସେଠାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ହୃଦୟରୁ ଶୁଭେଚ୍ଛା ଜଣାଇ ଦହି ଏବଂ ଚିନି ଖୁଆଇ ଥିଲେ। ସାଧାରଣତଃ କୌଣସି ଶୁଭ କାମ କରିବାକୁ ଯିବା ବେଳେ ଘରର ମୁରବୀ ମହିଳା ତାଙ୍କୁ ଦହି ଚିନି ଖାଇବାକୁ ଦିଅନ୍ତି। ବିଶ୍ବାସ ରହିଛି ଦହିଚିନି ଖାଇବାକୁ ଦେଲେ ସମସ୍ତ କାର୍ଯ୍ୟ ସଫଳ ବା ଶୁଭ ହୋଇଥାଏ। ଦହି ସ୍ବଚ୍ଛତା ଏବଂ ଚିନି ମଧୁରତାର ପ୍ରତୀକ ଭାବେ ବିବେଚନା କରାଯାଏ। ପିଲାମାନେ ପରୀକ୍ଷା ଦେବାକୁ ଯିବା ବେଳେ ଘରର ବୟସ୍କ ମହିଳା ଏହିପରି ଦହିଚିନି ଖାଇବାକୁ ଦେଇ ଆର୍ଶିବାଦ କରିଥାନ୍ତି। ଠିକ ସେହିପରି ନିର୍ମଳା ସୀତାରମଣ ସଂସଦରେ ବଜେଟ ଉପସ୍ଥାପନ କରିବା ପୂର୍ବରୁ ରାଷ୍ଟ୍ରପତି ତାଙ୍କୁ ଦହି ଚିନି ଖାଇବାକୁ ଦେଇ ଶୁଭେଚ୍ଛା ଜଣାଇଛନ୍ତି। ସୀତାରମଣଙ୍କୁ ଦହି…
ନୂଆଦିଲ୍ଲୀ: ୨୦୨୫-୨୬ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ଉପସ୍ଥାପିତ କରିବେ। ଏଏହି ବଜେଟ୍ ମୁଖ୍ୟତଃ ଆର୍ଥିକ ବୃଦ୍ଧି ବଢ଼ାଇବା ଏବଂ ଜୀବନ ଯାପନ ବ୍ୟୟ ହ୍ରାସ କରିବା ଉଦ୍ଦେଶ୍ୟ ନେଇ ଆସିବ ବୋଲି ସମସ୍ତଙ୍କର ଆଶା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏହା ସୀତାରମଣଙ୍କ ଅଷ୍ଟମ ବଜେଟ୍ ଉପସ୍ଥାପନା, ଯାହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଉଲ୍ଲେଖଯୋଗ୍ୟ, ସରକାରଙ୍କ ଡିଜିଟାଲ୍ ପଦକ୍ଷେପ ସହିତ ସମନ୍ୱୟ ରଖି ବଜେଟ୍ କାଗଜବିହୀନ ଫର୍ମାଟରେ ପ୍ରଦାନ କରାଯିବ। ଦେଶ ଏହି ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ବେଳେ, ଭାରତର ଅର୍ଥନୈତିକ ଭବିଷ୍ୟତ ପାଇଁ ସରକାରଙ୍କ ଦୃଷ୍ଟିକୁ ଉନ୍ମୋଚନ କରିବା ପାଇଁ ସମସ୍ତଙ୍କ ନଜର ଅର୍ଥମନ୍ତ୍ରୀ ସୀତାରମଣଙ୍କ ଉପରେ ରହିଛି। ଶୁକ୍ରବାର ପୂର୍ବରୁ, ଅର୍ଥମନ୍ତ୍ରୀ ସଂସଦର ନିମ୍ନ ସଦନରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ କରିଥିଲେ। ଏହା ଉପସ୍ଥାପନ କରାଯିବା ପରେ, ଲୋକସଭାକୁ ଫେବୃଆରୀ ୧ ତାରିଖ ସକାଳ ୧୧…

