ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୩୨, ଅନୁଗୁଳରୁ ୯୪୩, କଟକରୁ ୮୫୨, ଯାଜପୁରରୁ ୬୭୯, ସୁନ୍ଦରଗଡରୁ ୬୨୭, ସମ୍ବଲପୁରରୁ ୫୩୮, ବଲାଙ୍ଗୀରିରୁ ୫୦୬, ବାଲେଶ୍ଵର ଜିଲ୍ଲାରୁ ୪୭୨, ମୟୂରଭଞ୍ଜରୁ ୪୪୯, ଭଦ୍ରକରୁ ୪୧୪, କୋରାପୁଟରୁ ୩୫୫, ବରଗଡରୁ ୩୫୧, ପୁରୀରୁ ୩୫୦, ନବରଙ୍ଗପୁରରୁ ୩୪୨, କଳାହାଣ୍ଡିରୁ ୨୭୧, ଜଗତସିଂହପୁରରୁ ୨୬୭, କେନ୍ଦୁଝରରୁ ୨୩୭, ସୋନପୁରରୁ ୨୩୬, ଝାରସୁଗୁଡାରୁ ୨୩୧, ଗଞ୍ଜାମରୁ ୨୧୫, ନୟାଗଡରୁ ୨୧୫, ବୌଦ୍ଧରୁ ୧୯୦, ନୂଆପଡାରୁ ୧୮୦, ଢେଙ୍କାନାଳରୁ ୧୬୯, ରାୟଗଡାରୁ ୧୬୫, କେନ୍ଦ୍ରାପଡାରୁ ୧୬୨, ମାଲକାନାଗିରିରୁ ୧୧୧, ଦେବଗଡରୁ ୧୦୬, କନ୍ଧମାଳରୁ ୭୫, ଗଜପତିରୁ ୬୩ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ…
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି। ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ। ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା। ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି। ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ,…
ଲକ୍ଷ୍ନୌ: ଦେଶରେ ଅନେକ ରାଜ୍ୟରେ କୋରୋନ ଟୀକାକାରଣକୁ ନେଇ ବଡ ସମସ୍ୟା ଦେଖାଯାଇଛି। କେଉଁଠି ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଥିବା ବେଳେ କେଉଁଠି ଟୀକା ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଟୀକାର ଅଭାବ ଦେଖାଦେଉଛି। କରୋନା ସଂକ୍ରମଣକୁ ଦେଖି ଲୋକେ ଟୀକା ନେବା ପାଇଁ ବ୍ୟସ୍ତ ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଟୀକା ନେବା ପାଇଁ ଲୋକଙ୍କ ପଛରେ ପଡୁଥିବା ଦେଖାଯାଉଛି। ସେଇଭଳି କେତେକ ସ୍ଥାନରେ ଲୋକଙ୍କୁ ଟୀକା ଦେବା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଏବେ ଏମିତି କିଛି ସମସ୍ୟା ଠିଆ ହୋଇଛି, ଯାହା ପ୍ରଶାସନର ମୁଣ୍ଡା ବିନ୍ଧାର କାରଣ ହୋଇଛି। ଏହି ରାଜ୍ୟର ଗ୍ରାମାଞ୍ଚଳଗୁଡିକରେ…
ନୂଆଦିଲ୍ଲୀ: ଏଲୋପ୍ୟାଥିକ ଔଷଧ ଉପରେ ଯୋଗ ଗୁରୁ ରାମଦେବ ବାବା ଏକ ବିବାଦିତ ବୟାନ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ବିବାଦିତ ବୟାନକୁ ଫେରାଇ ନେବା ପାଇଁ ଯୋଗ ଗୁରୁଙ୍କୁ କହିଥିଲେ। ଏହାପରେ ସେ ଏହି ବିବାଦିତ ବୟାନକୁ ଫେରାଇ ନେଇଥିଲେ ମଧ୍ୟ ବିବାଦ କମିବାର ନାଁ ନେଉନାହିଁ। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ ଯୋଗ ଗୁରୁ ଏଲୋପ୍ୟାଥିକ ଚିକିତ୍ସା ଉପରେ ୨୫ ଟି ପ୍ରଶ୍ନ କରିଛନ୍ତି। କ’ଣ ଉଚ୍ଚ ରକ୍ତଚାପ ଏବଂ ଡାୟବିଟିଜ ରୋଗୀଙ୍କୁ ଏଲୋପ୍ୟାଥିକ ଔଷଧ ସ୍ଥାୟୀ ଉପଶମ ଦେଉଛି? କ’ଣ ଫ୍ୟାଟି ଲିଭର ଏବଂ ଲିଭର ସିରୋସିସ ରୋଗ ପାଇଁ ଔଷଧ ଅଛି? ଅସ୍ତ୍ରୋପଚାର ବିନା ହୃଦଜନିତ ରୋଗର ଚିକିତ୍ସା କରାଯାଇ ଉପଚାର କରାଯାଇ ପାରିବ? କୋଲେଷ୍ଟରର କୌଣସି ଉପଚାର ଅଛି? ଏହିଭଳି ସେ ଆଇଏମକୁ ୨୫ ଟି ପ୍ରଶ୍ନ ପଚାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଯୋଗ ଗୁରୁଙ୍କ ଏକ ବିବାଦିତ ବୟାନ ଭାଇରାଲ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୯ ଲକ୍ଷ ୪୮ ହଜାର ୮୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭ ହଜାର ୨୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୮୬ ହଜାର ୭୮୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ଅନୁଗୁଳ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ, ଯାଜପୁର, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ।…
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୧୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୬୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧ ହଜାର ୨୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୦ ହଜାର ୫୫୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୯୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮, କଟକ ଜିଲ୍ଲାରୁ ୯୨୨ ଜଣ, ଅନୁଗୁଳ…
ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ବା ଫିମ୍ପି ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଏହି ରୋଗ ବିଭିନ୍ନ ପ୍ରକାରର ରହିଛି। ମାନବ ଶରୀରର କେଉଁ ଅଙ୍ଗରେ ମ୍ୟୁକୋରମାଇକୋସିସ୍ ଲକ୍ଷଣ ଦେଖାଦେଇଛି ସେହି ଅନୁସାରେ ଏହାର ପ୍ରକାର ଭେଦ ନିର୍ଣ୍ଣୟ କରାଯାଇଥାଏ ।…
ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ । ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି…
ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ୍”ର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସାମୁଦ୍ରିକ ଝଡ଼ବାତ୍ୟା “ୟାସ୍” ଫଳରେ ଯେଉଁ ସମ୍ଭାବ୍ୟ ସ୍ଥିତି ଉତ୍ପନ୍ନ ହେବ ତାହାର ମୁକୁବିଲା ନିମନ୍ତେ ବିସ୍ତୃତ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଝଡ଼ବାତ୍ୟା ସମ୍ପର୍କରେ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ର ପ୍ରଶାସନଙ୍କୁ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ୍ ତଥା ଅନ୍ୟାନ୍ୟ ମେଡ଼ିକାଲମାନଙ୍କରେ ବିଜୁଳି…
ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି। ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ। କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ…
ଭୁବନେଶ୍ବର, ବାତ୍ୟା ୟଶ୍ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ତାଜା ସୂଚନା ଅନୁସାରେ ଏହା ଘଣ୍ଟାକୁ 12 କିଲୋମିଟର ବେଗରେ ଗତି କରୁଛି। ଏହା ଆସନ୍ତା 26 ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟା କେଉଁ ଦିନ କିପରି ରୂପ ଧାରଣ କରୁଛି ତାହା ଆସନ୍ତୁ ଜାଣିବା
ଭୁବନେଶ୍ବର, ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟଶ୍ ତୀବ୍ର ରୂପ ଧାରଣ କରିଛି। ବର୍ତ୍ତମାନ ଏହି ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା କେଉଁଠାରେ ସ୍ଥଳ ଭାଗ ଛୁଇଁବ ତାହା ନିର୍ଦ୍ଧାରଣ କରାଯାଇ ପାରି ନାହିଁ। ବର୍ତ୍ତମାନର ଗତିପଥ ଅନୁସାରେ ବାଲେଶ୍ବରରେ ସ୍ଥଳ ଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି। ବର୍ତ୍ତମାନ ବାତ୍ୟା ୟଶ୍ ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ ଥିବା ବେଳେ ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୯୦ କିଲୋମିଟର ଓ ଦୀଘା ଠାରୁ ୫୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖ ଦିନ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ। ପାରାଦୀପ…
ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ (ଫିମ୍ପି) ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ମ୍ୟୁକୋରମାଇକୋସିସକୁ ବ୍ଲାକ୍ ଫଙ୍ଗସ୍ କହିବା ଉଚିତ ନୁହେଁ ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍ । କାରଣ ଏଭଳି…
ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ୍’ ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ କହିଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ…
ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ଏକ ନୂଆ ମୋଡ ନେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦୁଇ ହଜାରରୁ ଉର୍ଦ୍ଧ୍ଵ ମହିଳା ଆଇନଜୀବୀ ଏହି ହିଂସା ଘଟଣାର ଏସଆଇଟି ଗଠନ ପାଇଁ ନିବେଦନ କରିଛନ୍ତି। ଏହି ଘଟଣା ଉପରେ ପ୍ରଧାନ ବିଚାରପତି ନିଜେ ସଜ୍ଞାନକୁ ନେଇଛନ୍ତି ବୋଲି ମହିଳା ଆଇନଜୀବୀମାନେ କହିଛନ୍ତି। ସମ୍ପୃକ୍ତ ଆଇନଜୀବୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା, ଶିଶୁ ଏବଂ ଦଳିତଙ୍କ ବିରୋଧରେ ମାନବାଧିକାର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ। ନିର୍ବାଚନ ପରେ ହୋଇଥିବା ହିଂସା ଯୋଗୁଁ ଅନେକ ଲୋକ ପଡୋଶୀ ରାଜ୍ୟକୁ ପଳାୟନ କରିଛନ୍ତି। ଏହି ମାମଲାରେ ଏତାଲା ରୁଜ୍ଜୁ କରାଯାଇ ସ୍ଵତନ୍ତ୍ର ତଦନ୍ତ ଦଳ ଗଠନ କରାଯିବା ଆବଶ୍ୟକ। ହିଂସା ପରେ ଯେଉଁ ଲୋକ ପଳାୟନ କରିଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ପଡୋଶୀ ରାଜ୍ୟରେ ଶରଣ ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସୁରକ୍ଷା…
ନୂଆଦିଲ୍ଲୀ, ଦେଶ କରୋନା ସହ ଲଢୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନର ସ୍ଥିତିରେ ସମାଜର ଏହି ସଂଖ୍ୟାନ୍ୟୁନ ଗୋଷ୍ଠୀରେ ଆସୁଥିବା ଲୋକମାନେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଯୋଗାଡ କରିବା କ୍ଷେତ୍ରରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତେଣୁ ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ନର ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ ଇ-ମେଲ ଏବଂ ଫୋନକଲ୍ କରି ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦୟନୀୟ ଅବସ୍ଥା ଜଣାଇବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନରମାନଙ୍କ କଲ୍ୟାଣ କ୍ଷେତ୍ରରେ ସାମାଜିକ ସହାୟତା ଦେଉଥିବା କେନ୍ଦ୍ର ସରକାରଙ୍କ ମୂଳ ସଂସ୍ଥା ହୋଇଥିବାରୁ ଜୀବନଜୀବିକା ପାଇଁ ସହାୟତା ବାବଦରେ ପ୍ରତ୍ୟେକ କିନ୍ନରଙ୍କୁ ସେମାନଙ୍କର ଜରୁରୀ ଆବଶ୍ୟକତା…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏବଂ ବାଣପୁର ସହରରେ ଆଜି ତହସିଲ, ଏନଏସି ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ପରେ ଆହୁରି ଆକ୍ଟିଭ ହୋଇଯାଇଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ। ଉଭୟ ତହସିଲ ଅଞ୍ଚଳରେ ‘ଜିରୋ’ କୋଭିଡ଼ ଲକ୍ଷ୍ୟକୁ ନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଯାଇଛି। ବାଲୁଗାଁ ଏବଂ ବାଣପୁର ସହରରେ କୋଭିଡ ସ୍ଥିତି ଜଟିଳ ଥିବାବେଳେ ଆଜି ଉଭୟ ସହରରୁ ମାତ୍ର ୪ ଜଣ ନୂତନ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ମନୋବଳକୁ ଆହୁରି ବଢ଼ାଇଦେଇଛି। ଉଭୟ ତହସିଲଦାର ଆଜି ସହରରେ କଡା କୋଭିଡ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା। ତେବେ ଚିଲିକା ତହସିଲ ପକ୍ଷରୁ ବାଲୁଗାଁରୁ ୫ ହଜାର ଟଙ୍କା ଏବଂ ବାଣପୁର ତହସିଲ ଦ୍ୱାରା ବାଣପୁରରୁ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି। ସେହିପରି ଭାବେ ବାଣପୁର ଏବଂ ବାଲୁଗାଁ ଏନଏସି…

