ମୀନ- ଆଜିର ଦିନ ସବୁ କ୍ଷେତ୍ରରେ ଆପଣଙ୍କ ପାଇଁ ଲାଭଦାୟକ। ଆଜି କିଛି ଦାନ କରନ୍ତୁ। ଉପଯୁକ୍ତ ଯୋଜନା ମାଧ୍ୟମରେ ବ୍ୟବସାୟ ବୃଦ୍ଧି ପାଇବ । ବ୍ୟବସାୟ ସହ ଜଡିତ ସ୍ଥାନାନ୍ତରଣର ରାଶି ଗଠନ କରାଯାଉଛି । ପିତା ଏବଂ ଗୁରୁଜନମାନଙ୍କ ଆଶୀର୍ବାଦ ଏବଂ ଲାଭ ପାଇବେ। ଆୟ ବୃଦ୍ଧି ପାଇବ । ତୂଳା- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ସୁଖ ଅନୁଭବ କରିବେ । ପୋଷାକ ଏବଂ ଆନନ୍ଦ-ପ୍ରମୋଦ ପଛରେ ଖର୍ଚ୍ଚ ହେବ । ଆଦର୍ଶଗତ ଭାବରେ ଏହା ଦୃଢ ରହିବ । ମନ ସୃଜନଶୀଳ ଧାରାରେ ରହିବ। ଦିନଟି ଖୁସିରେ ବିତାଇବ । ବୌଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ।
Author: Samikhsya Bureau
ଧନୁ: – ଆଜି ଆପଣଙ୍କ ଆୟ ଏବଂ ଲାଭର ବୃଦ୍ଧିକୁ ସୂଚାଉଛି । ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରି ମନ ଖୁସି ହେବ । ବ୍ୟବସାୟରୁ ଲାଭବାନ ହେବେ । ସ୍ୱାସ୍ଥ୍ୟ ଖରାପ ହୋଇପାରେ । ମକର – ଆଜି ବାକି ରହିଥିବା ଟଙ୍କା ମିଳିପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି ଯାହା ଘରକୁ ନଷ୍ଟ କରିପାରେ । ବ୍ୟବସାୟ କ୍ଷେତ୍ରରେ ଧନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ ।
ସିଂହ: – ତୁମର ଦିନ ଶୁଭ ଅଟେ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ତୁମେ ତୁମର ଭାଇମାନଙ୍କ ସହିତ ସମୟ ବିତାଇବ । ସୁନ୍ଦର ଦର୍ଶନୀୟ ସ୍ଥାନ ଯାଇପାରନ୍ତି । ସାଙ୍ଗ ଏବଂ ସମ୍ପର୍କୀୟଙ୍କୁ ଭେଟିବାର ସମ୍ଭାବନା ଅଛି । କନ୍ୟା: – ଆଜି ଶୁଭ ଦିନ । ବକ୍ତବ୍ୟର ମଧୁରତା ସହିତ, ଆପଣ ଅନ୍ୟ ଲୋକଙ୍କ ମନରେ ଏକ ସକରାତ୍ମକ ଭାବନା ଛାଡି ପାରିବେ । ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ ।
କର୍କଟ: – ଆଜି ଛାତି ଯନ୍ତ୍ରଣା କିମ୍ବା ଅନ୍ୟାନ୍ୟ ବ୍ୟାଧିରୁ ଯନ୍ତ୍ରଣା ଅନୁଭବ ହେବ । ଘରେ ସଦସ୍ୟଙ୍କ ସହ ତୀବ୍ର ଆଲୋଚନା କିମ୍ବା ବିତର୍କ ହେତୁ ମନରେ ଦୁଃଖ ମଧ୍ୟ ରହିବ । ବୃଷ: – ଦିନର ଆରମ୍ଭରେ, ଆପଣଙ୍କର ମାନସିକ ସମସ୍ୟା ହୋଇପାରେ । ଅସ୍ଥିରତାର ପରିଣାମ ସ୍ୱରୂପ ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପଡ଼ିବ । ଶରୀରରେ କୌଣସି ଅସୁବିଧା ହେବ ନାହିଁ, ତଥାପି ଆପଣ ଅସ୍ଥିରତା ଅନୁଭବ କରିବେ ।
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବିରିଡ଼ି ବ୍ଲକରୁ ଜଣେ ୩୫ ବର୍ଷୀୟ ଯୁବକର ମୃତ୍ୟୁ ହୋଇଛି। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଜଗତସିଂହପୁର ବ୍ଲକରୁ ସର୍ବାଧିକ ୮୨ଜଣ ଚିହ୍ନଟ ହୋଇଥିବା ବେଳେ ପାରାଦ୍ବୀପରୁ ୫୬ଜଣ, ବାଲିକୁଦା ବ୍ଲକରୁ ୩୧ଜଣ , ଏରସମା ଓ ରଘୁନାଥପୁର ବ୍ଲକରୁ ୨୧ଜଣ ଲେଖାଏଁ ,ବିରିଡ଼ି ବ୍ଲକରୁ ୧୯ଜଣ, କୁଜଙ୍ଗ ବ୍ଲକରୁ ୧୬ଜଣ ,ତିର୍ତ୍ତୋଲ ଓ ନାଉଗାଁ ବ୍ଲକରୁ ୧୩ଜଣ ଲେଖାଏଁ , ଜଗତସିଂହପୁର ମ୍ୟୁନିସିପାଲିଟିରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୨୪୨୭ ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୯୬୦ ଜଣ ସୁସ୍ଥ ହୋଇଥିବା ବେଳେ ୪୧ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଆଜି ଜିଲ୍ଲାରୁ ୧୭୨ ଜଣ ସୁସ୍ଥ ହୋଇଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଅକ୍ଷୟ ତୃତୀୟା ଏବଂ କୃଷକ ଦିବସ ପାଳନ କରାଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରିବେ। ଆସନ୍ତାକାଲି ସନ୍ଧ୍ୟା ୫ ଟା ସମୟରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ପାଇଁ କାଳିଆ ଟଙ୍କା ପ୍ରଦାନ କରିବେ। କରୋନା ମହାମାରୀ ସମୟରେ ଚାଷୀଙ୍କୁ ଏହା ଏକ ବଡ ଉପହାର ବୋଲି କୁହାଯାଉଛି।
ନୂଆଦିଲ୍ଲୀ: କରୋନା ବର୍ଦ୍ଧିତ ମାମଲା ମଧ୍ୟରେ ଏକ ଆଶ୍ବସ୍ତିକର ଖବର ମିଳିଛି। ଚଳିତ ବର୍ଷ ଅଗଷ୍ଟରୁ ଡିସେମ୍ବର ମାସ ମଧ୍ୟରେ ୨୦୦ରୁ ଉର୍ଦ୍ଧ୍ଵ ଟୀକା ଡୋଜ ଉପଲବ୍ଧ ହେବା ନେଇ ସମ୍ଭାବନା ରହିଛି। ଆଜି କେନ୍ଦ୍ର ସରକାରର ପ୍ରମୁଖ ପରାମର୍ଶଦାତା ଏନେଇ ସୂଚନା ଦେଇଛନ୍ତି। ଏହା ଦ୍ଵାରା ଭାରତରେ ଟୀକାକରଣ ପ୍ରକ୍ରିୟାରେ ଥିବା ଗତିରୋଧ ଦୂର ହେବ ବୋଲି ଆଶା କରାଯାଉଛି। ପ୍ରମୁଖ ପରାମର୍ଶଦାତା ବିକେ ପଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ୭୫ କୋଟି କୋଭିସିଲ୍ଡ ଟୀକା ଏବଂ ୫୫ କୋଟି କୋଭାକ୍ସିନ ଟୀକା ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି।
ନୂଆଦିଲ୍ଲୀ: କୋଭିସିଲ୍ଡ ଟୀକା ଡୋଜ ମଧ୍ୟରେ ବ୍ୟବଧାନ ଅବଧି ବୃଦ୍ଧି ହୋଇଛି। ପ୍ରଥମ ଡୋଜ ଏବଂ ଦ୍ଵିତୀୟ ଡୋଜ ମଧ୍ୟରେ ଥିବା ବ୍ୟବଧାନ ଅବଧିରେ ବୃଦ୍ଧି ହୋଇଛି। ପ୍ରଥମ ଡୋଜ ପରେ ଦ୍ଵିତୀୟ ଡୋଜ ନେବାର ସମୟ ଅବଧିକୁ ୧୨ ରୁ ୧୬ ସପ୍ତାହ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହାର ବ୍ୟବଧାନ ୬ ରୁ ୮ ସପ୍ତାହ ପର୍ଯ୍ୟନ୍ତ ଥିଲା। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି। ଏହା ଉପରେ ବିଶେଷଜ୍ଞ କମିଟି ସୁପାରିଶ କରିବା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୦୯ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୩୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୮ ହଜାର ୧୭୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୭୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୪୬ ହଜାର ୬୫୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୨୦୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୮୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୬୬୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୪୬, ସୁନ୍ଦରଗଡରୁ ୬୨୮, ଅନୁଗୁଳରୁ ୫୨୮, ଝାରସୁଗୁଡାରୁ ୪୫୮, କଟକରୁ ୪୪୪, ପୁରୀରୁ ୪୩୪, ନୂଆପଡାରୁ ୪୦୪, ସମ୍ବଲପୁରରୁ ୩୮୧, ବରଗଡରୁ ୩୬୩, ବଲାଙ୍ଗୀରିରୁ ୩୨୪, ନବରଙ୍ଗପୁରରୁ ୩୧୮, ବାଲେଶ୍ବରରୁ ୩୦୧, ଗଞ୍ଜାମରୁ ୨୯୦, ଯାଜପୁରରୁ ୨୭୪, ମୟୂରଭଞ୍ଜରୁ ୨୪୩, କଳାହାଣ୍ଡିରୁ ୨୩୫, ନୟାଗଡରୁ ୨୦୬, ବୌଦ୍ଧରୁ ୧୯୯, ଜଗତସିଂହପୁରରୁ ୧୭୨, କେନ୍ଦୁଝରରୁ ୧୬୭, ସୋନପୁରରୁ ୧୪୦, ରାୟଗଡ଼ାରୁ ୧୩୨, କେନ୍ଦ୍ରାପଡାରୁ ୧୨୦, କୋରାପୁଟରୁ ୧୧୯, ଗଜପତିରୁ ୧୦୯, ମାଲକାନାଗିରିରୁ ୭୨, ଦେବଗଡରୁ ୬୭, ଭଦ୍ରକରୁ ୬୩, ଢେଙ୍କାନାଳାରୁ ୪୭, କନ୍ଧମାଳରୁ ୪୩ ଏବଂ ଷ୍ଟେଟ ପୁଲରୁ ୨୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୪…
ସୀତାରାମ ଅଗ୍ରୱାଲ ଚିଲିକା: ସାମାନ୍ୟ ଲକ୍ଷଣ କିମ୍ବା ଲକ୍ଷଣ ବିହୀନ ଆକ୍ରାନ୍ତଙ୍କ ମନୋବଳ ବଢାଇବା ପାଇଁ ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ଏକ ନିଆରା ପ୍ରୟାସ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥୁବା ହେତୁ ପ୍ରାୟତଃ ବିଶେଷ ଲକ୍ଷଣ ନଥିବା ବହୁ ବ୍ୟକ୍ତି ହୋମ ଆଇସୋଲେସନରେ ରହି ଚିକିତ୍ସତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ବାଲୁଗାଁ ଏନଏସିରେ କରୋନାରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିବା ସମସ୍ତ କୋଭିଡ ରୋଗୀଙ୍କୁ ନେଇ ଅନ ଲାଇନ(ଗୁଗଲ ମିଟ) ମାଧ୍ୟମରେ ଏକ ଭର୍ଚୁଆଲ ମିଟ୍ କାର୍ଯ୍ୟକ୍ରମ ଆଜି ସଂଧ୍ୟାରେ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ କୋଭିଡ ରୋଗୀମାନଙ୍କୁ ଠିକ ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି କି ନାହିଁ ବୁଝିବା ସହ ସେମାନଙ୍କଠାରୁ ବିଭିନ୍ନ ମତାମତ ମଧ୍ୟ ଉପଜିଲ୍ଲାପାଳ ଗ୍ରହଣ କରିଥିଲେ। ତେବେ ସମସ୍ତ ହୋମ ଆଇସୋଲେସନରେ ଥିବା କୋଭିଡ ଆକ୍ରାନ୍ତମାନେ ଏନଏସି ଏବଂ ମେଡିକାଲ…
ପୁରୀ: ଶ୍ରୀମନ୍ଦିର ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି। ୧୦ ହଜାର ଲେଖାଏଁ ସେବାୟତଙ୍କୁ ଆର୍ଥିକ ସହାୟତା ଦିଆଯାଇଛି। ମୋଟ ୨୪୬୩ ସେବାୟତଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି। ତେବେ ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିବା ନୀତି ପ୍ରଶାସକ ସୂଚନା ଦେଇଛନ୍ତି।
ଭୁବନେଶ୍ବର, କୋଭିଡ-୧୯ ବିରୋଧରେ ଦେଶର ଲଢ଼େଇକୁ ସୁଦୃଢ଼ କରିବା ଲାଗି ଦୈନିକ ଦେଶର ବିଭିନ୍ନ ବିମାନ ବନ୍ଦର ଜରିଆରେ ଜରୁରି ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମ ପରିବହନ କରାଯାଉଛି। ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ (ଏଏଆଇ)ର ଭୁବନେଶ୍ୱର ବିମାନ ବନ୍ଦର ଏବଂ ଏହାର ଅଂଶୀଦାରମାନେ ଚିକିତ୍ସା ସାମଗ୍ରୀ ଓ ସରଞ୍ଜାମର ୨୪ ଘଣ୍ଟିଆ ବାଧାମୁକ୍ତ ପରିବହନ ସୁବିଧା ଯୋଗାଇ ଦେବା କ୍ଷେତ୍ରରେ ଏକ ସକ୍ରିୟ ଭୂମିକା ଗ୍ରହଣ କରୁଛନ୍ତି। ଭୁବନେଶ୍ୱର ବିମାନବନ୍ଦର ଦେଇ ୯ ମେ ୨୦୨୧ ସୁଦ୍ଧା ବିଭିନ୍ନ ଏୟାରଲାଇନ୍ସ ଜରିଆରେ ମୋଟ ୬୬୯ ବାକ୍ସ (୨୦.୫୩ ଏମଟି) କୋଭିଡ ଟିକା ପରିବହନ କରାଯାଇ ସାରିଲାଣି। ଦେଶରେ ଦେଖାଦେଇଥିବା ଅକ୍ସିଜେନ ସଙ୍କଟକୁ ଦୂର କରିବା ଲାଗି, ୨୩ ଏପ୍ରିଲ ୨୦୨୧ ଠାରୁ ୧୧ ମେ ୨୦୨୧ ସୁଦ୍ଧା ଭାରତୀୟ ବାୟୁସେନାର ସି ୧୭, ସି୧୩୦ ଜେ, ସି ୧୩୦ ଜେ, ଏଏନ ୩୨ ଆଦି ୭୫ଟି ବିମାନ ଜରିଆରେ ମୋଟ…
ଭୁବନେଶ୍ୱର: କୋଭିଡ୍-୧୯ର ଦ୍ୱିତୀୟ ଲହରୀକୁ ନେଇ ସାରା ଭାରତବାସୀ ଏବେ ଭୟଭିତ। ଲକ୍ଡାଉନ ଓ ସଟ୍ଡାଉନ୍ ଭିତରେ ସମସ୍ତେ ଏବେ ଗୃହବନ୍ଦୀ। କିଏ ପୁଣି କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏ ସମସ୍ତ ଭୟ ଓ ଆଶଙ୍କା ଓ ସଂକ୍ରମଣ ମଧ୍ୟରେ ସମ୍ କୋଭିଡ୍ ହସ୍ପିଟାଲ୍ରୁ ଆସିଛି ଏକ ଖୁସିର ଖବର। ଭୁବନେଶ୍ୱର ସ୍ଥିତ ଏହି ହସ୍ପିଟାଲ୍ରେ କରୋନାକୁ ପରାସ୍ତ କରିଛନ୍ତି ୯୮ ବର୍ଷିୟା ଜଣେ ବୃଦ୍ଧା। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଂଚଳର ଅନ୍ନପୂର୍ଣ୍ଣା ବିଶ୍ୱାଳ ନାମକ ଏହି ବରିଷ୍ଠ ନାଗରିକ ଜଣକ ଗତ ମେ ୫ ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ବୟାସାଧିକ ଜନିତ ଅନେକ ବ୍ୟାଧି ଯେପରିକି ଫାଇଲେରିଆ, ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ସେ ପିଡିତ ଥିବାବେଳେ କରୋନା ସଂକ୍ରମିତ ହେବାପରେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କ ପରିବାର ଲୋକେ ତାଙ୍କୁ ସମ୍ କୋଭିଡ୍ରେ ଭର୍ତି କରାଇଥିଲେ। ତେବେ ସମ୍…
ନୂଆଦିଲ୍ଲୀ, ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ୟ୍ୟାୟ ଅନ୍ତର୍ଗତ ଦେଶର ସମୁଦାୟ ଟିକାକରଣ ୧୭ କୋଟି ୭୨ ଲକ୍ଷ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୫ଲକ୍ଷ ସେସନରେ ସମୁଦାୟ ୧୭ କୋଟି ୭୨ ଲକ୍ଷ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬ ଲକ୍ଷ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୫ ଲକ୍ଷ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧ କୋଟି ୪୨ ଲକ୍ଷ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୦ ଲକ୍ଷ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୫ ବୟସ ବର୍ଗର ୩୪ ଲକ୍ଷରୁ ଉର୍ଦ୍ଧ ହିତାଧିକାରୀ (ପ୍ରଥମ ଡୋଜ), ୫ କୋଟି ୬୨ ଲକ୍ଷ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୮୧ ଲକ୍ଷ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫ କୋଟି ପ୍ରଥମ ଡୋଜ ହିତାଧିକାରୀ ଓ ୧…
ନୂଆଦିଲ୍ଲୀ, ଦେଶର ଜାତୀୟ ନିୟନ୍ତ୍ରକ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ (ଡିସିଜିଆଇ) ଧ୍ୟାନ ସହକାରେ ପରୀକ୍ଷା କରିବା ପରେ ବିଷୟ ବିଶେଷଜ୍ଞ ସମିତି (ଏସଇସି)ର ସୁପାରିସକୁ ଗ୍ରହଣ କରିଛି ଏବଂ ୨ରୁ ୧୮ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଏବଂ ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଏହାର ଉତ୍ପାଦକ ଭାରତ ବାୟୋଟେକ ଲିମିଟେଡକୁ ମଞ୍ଜୁରି ଦେଇଛି। ୨ରୁ ୧୮ ବର୍ଷ ବୟସ୍କଙ୍କ ପାଇଁ କୋଭାକ୍ସିନର ଦ୍ବିତୀୟ ଓ ତୃତୀୟ ପର୍ୟ୍ୟାୟ କ୍ଲିନିକାଲ ପରୀକ୍ଷଣ ନିମନ୍ତେ ଭାରତ ବାୟୋଟେକ ଇଣ୍ଟରନ୍ୟାସନାଲ ଲିମିଟେଡ, ହାଇଦ୍ରାବାଦ (ବିବିଆଇଏଲ) ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ଏହି ପରୀକ୍ଷଣ ୫୨୫ ଜଣ ସୁସ୍ଥ ସ୍ବେଚ୍ଛାସେବୀଙ୍କ ଉପରେ କରାଯିବ। ଏହି ପରୀକ୍ଷଣରେ, ଇଣ୍ଟ୍ରାମସ୍କୁଲାର ମାର୍ଗ ମାଧ୍ୟମରେ ୦ରୁ ୨୮ ଦିନ ମଧ୍ୟରେ ଟିକାର ଦୁଇଟି ଡୋଜ୍ ଦିଆଯିବ। ତ୍ବରିତ ନିୟନ୍ତ୍ରକ ପଦକ୍ଷେପ ସ୍ବରୂପ, ୧୧.୦୫.୨୦୨୧ରେ ବିଷୟ ବିଶେଷଜ୍ଞ ସମିତି (ଏସଇସି) (କୋଭିଡ୧୯)କୁ ପ୍ରସ୍ତାବ ଦିଆଯାଇଥିଲା। ସମିତି ବିସ୍ତୃତ ବିଚାରବିମର୍ଷ…
ଭୁବନେଶ୍ବର, କୋଭିଡ୧୯ ସଂକ୍ରମଣ ବୃଦ୍ଧିର ଶୃଙ୍ଖଳାକୁ ଭାଙ୍ଗିବାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଛାଡୁଥିବା ଚାରି ଯୋଡ଼ା ବିଶେଷ ଏକ୍ସପ୍ରେସ ଟ୍ରେନକୁ ଉଭୟ ପାର୍ଶ୍ୱରୁ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ୦୧ . ୦୨୮୬୬/୦୨୮୬୫ ପୁରୀ-ଏଲଟିଟି- ପୁରୀ ସାପ୍ତାହିକ ସ୍ୱତନ୍ତ୍ର ଏକ୍ସପ୍ରେସ ପୁରୀଠାରୁ ମଇ ମାସ ୧୮ ଏବଂ ୨୫ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୨୦ ଏବଂ ୨୭ ତାରିଖ ଦିନ ବାତିଲ ରହିବ। ୦୨. ୦୨୮୮୦/୦୨୮୭୯ ଭୁବନେଶ୍ୱର-ଏଲଟିଟି-ଭୁବନେଶ୍ୱର ଦ୍ବି-ସାପ୍ତାହିକ ସ୍ବତନ୍ତ୍ର ଏକ୍ସପ୍ରେସ ଭୁବନେଶ୍ୱର ଠାରୁ ମଇ ମାସ ୧୭, ୨୦, ୨୪ ଏବଂ ୨୭ ତାରିଖ ଦିନ ଏବଂ ଏଲଟିଟି ରୁ ମଇ ମାସ ୧୯, ୨୨, ୨୬ ଏବଂ ୨୯ ତାରିଖ ଦିନ ବାତିଲ ରହିବ। ୦୩. ୦୭୪୮୮/୦୭୪୮୭ ବିଶାଖାପାଟନମ୍-କଡ଼ପା-ବିଶାଖାପାଟନମ୍ ଦୈନନ୍ଦିନ ଚଳାଚଳ କରୁଥିବା ସ୍ବତନ୍ତ୍ର ଟ୍ରେନ ବିଶାଖାପାଟନମରୁ ମଇ ମାସ ୧୪ ରୁ ୩୧ ତାରିଖ ମଧ୍ୟରେ ଏବଂ…
ମୁମ୍ବାଇ, ଅଭିନେତ୍ରୀ ମୃଣାଳ ଠାକୁର କହିଛନ୍ତି ଯେ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ ଜଡିତ ଲୋକଙ୍କ ପାଇଁ ଅନିଶ୍ଚିତତା ଏକ ପ୍ରାକୃତିକ ଗୁଣ। କେତେବେଳେ କେଉଁ ଫିଲ୍ ସରିବ, କେତେବେଳେ ରିଲିଜ ହେବ ତାହା କେହି କହିପାରିବେ ନାହିଁ। ସେଥାପାଇଁ ମୁଁ ଭାବୁଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଧର୍ଯ୍ୟ ବୋଲି କହିଛନ୍ତି ମୃଣାଳ। ଜଣେ କଳାକାର ଭାବରେ ଯେ କେହି ସବୁବେଳେ ଅଭିନୟ କରିବାକୁ ଆଗ୍ରହୀ। କିନ୍ତୁ ବଡ ପ୍ରଶ୍ନ ହେଉଛି ବିଷୟବସ୍ତୁ । ତୁମକୁ ସଠିକ୍ ସ୍କ୍ରିପ୍ଟ ବାଛିବାକୁ ପଡିବ । ଆଭ୍ୟନ୍ତରୀଣ ଭାବରେ ମୁଁ ଭାବୁଛି ମୁଁ ଭଲ କରିପାରେ, ତା’ହେଲେ ମୁଁ ଭାବୁଛି ଯଦି ମୁଁ ଏହି ସ୍କ୍ରିପ୍ଟକୁ ଛାଡିଦେବି, ତେବେ ମୁଁ ଅଧିକ ଚଳଚ୍ଚିତ୍ର ପାଇବି କି? ଏହି ଚିନ୍ତାଧାରା ମୋତେ ସବୁବେଳେ ବ୍ୟଥିତ କରେ। ” ‘ଷ୍ଟର୍ମ’, ‘ଜର୍ସି’ ଏବଂ ‘ଆଖ୍ ମିଚୋଲି’ ଭଳି ମଜାଦାର ଚଳଚ୍ଚିତ୍ରରେ ମୃଣାଳଙ୍କୁ ଦେଖିବାକୁ ମିଳିବ । ସେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୬୨ ହଜାର ୭୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୨୦ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୩୭ ଲକ୍ଷ ୩ ହଜାର ୬୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୮ ହଜାର ୨୭୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୭ ଲକ୍ଷ ୩୭ ହଜାର ୮୨୩ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୧୦ ହଜାର ୫୨୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୫୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଏବଂ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ବାଲେଶ୍ଵର, ବରଗଡ, ଖୋର୍ଦ୍ଧା, ବଲାଙ୍ଗୀରି, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର, କନ୍ଧମାଳ, ମାଲକାନାଗିରି, ନୂଆପଡା, ରାୟଗଡା ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୭୬ ହଜାର ୨୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୭୩ ହଜାର ୬୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୩୧୩…

