ବେଲୁର ମଠରେ ପୂଜାପାଠରେ ନିମଗ୍ନ ଅଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନାର ଦ୍ଵିତୀୟ ଲହର କ୍ଷିପ୍ର ଗତିରେ କାୟା ବିସ୍ତାର କରିଚାଲିଛି। ଗତକାଲି ଚିଲିକା ବ୍ଲକରେ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ବାଣପୁର ବ୍ଲକରେ ମଧ୍ୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ବ୍ଲକରେ ବର୍ତ୍ତମାନ କରୋନା ସ୍ଥିତି ସମାନ ରହିଛି। ଜିଲ୍ଲା ପ୍ରଶାସନ ଏହାକୁ ଗୁରୁତର ସହ ନେଇ ବର୍ତ୍ତମାନ କୌଣସି ଅଞ୍ଚଳରେ ପଜିଟିଭ ଚି଼ହ୍ନଟ ହେଲେ, ସେହି ଅଞ୍ଚଳକୁ ସଙ୍ଗେ ସଙ୍ଗେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରୁଛି। ଯାହାଫଳରେ କରୋନାକୁ ପ୍ରତିହିତ କରିହେବ। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ବାଣପୁର ବ୍ଲକର ଏକାଧିକ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଦେଓଗାଁ ପଞ୍ଚାୟତ ଅନ୍ତର୍ଗତ ଓଡଗାଁର କିଛି ଅଂଶ, ଗମ୍ଭାରୀମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଖଜୁରିଆ ଏବଂ ଗମ୍ଭାରୀମୁଣ୍ଡା ଅଞ୍ଚଳର କିଛି ଅଂଶ ଏବଂ ନାଚୁଣୀ ପଞ୍ଚାୟତ ଅନ୍ତର୍ଗତ ନାଚୁଣୀ ବଜାରର…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୪୬୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୬୨୯, ଖୋର୍ଦ୍ଧାରୁ ୪୫୧, ନୂଆପଡାରୁ ୩୩୯, କଳାହାଣ୍ଡିରୁ ୨୫୯, କଟକରୁ ୨୦୯, ନବରଙ୍ଗପୁରରୁ ୧୭୨, ସମ୍ବଲପୁରରୁ ୧୫୧, ବରଗଡରୁ ୧୩୭, ବଲାଙ୍ଗୀରିରୁ ୧୩୨, କେନ୍ଦୁଝରରୁ ୧୩୧, ଝାରସୁଗୁଡାରୁ ୧୦୬, ମୟୂରଭଞ୍ଜରୁ ୭୧, ବାଲେଶ୍ବରରୁ ୬୬, ଗଞ୍ଜାମରୁ ୫୬, ଅନୁଗୁଳରୁ ୪୪, ଯାଜପୁରରୁ ୪୩, ରାୟଗଡାରୁ ୩୭, ଭଦ୍ରକରୁ ୩୩, ଗଜପତିରୁ ୩୩, ଜଗତସିଂହପୁରରୁ ୨୩, ଢେଙ୍କାନାଳରୁ ୨୧, ନୟାଗଡରୁ ୨୧, ସୋନପୁରରୁ ୧୯, କନ୍ଧମାଳରୁ ୧୬, ଦେବଗଡରୁ ୧୫, ମାଲକାନଗିରିରୁ ୧୫, ବୌଦ୍ଧରୁ ୧୩, କୋରାପୁଟରୁ ୧୩, କେନ୍ଦ୍ରାପଡାରୁ ୧୧ ଏବଂ ଷ୍ଟେଟ ପୁଲରୁ ୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୫୯…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭୪୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୯୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯ ହଜାର ୨୩୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୪ ହଜାର ୨୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୭୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢିବା ସହିତ ଦିଲ୍ଲୀରେ ଏବେ ଅମ୍ଳଜାନର ଘୋର ଅଭାବ ଦେଖାଯାଉଛି। ସେଥିପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦେଶର ସବୁ ମୁଖ୍ୟମନ୍ତ୍ରୀମାନଙ୍କୁ ସାହାଯ୍ୟ ପାଇଁ ନିବେଦନ କରିଛନ୍ତି। ଯେଉଁ ରାଜ୍ୟରେ ବଳକା ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର ସରକାର ସାହାଯ୍ୟ କରୁଥିଲେ ମଧ୍ୟ ତାହା ଏବେ ପର୍ଯ୍ୟାପ୍ତ ହେଉନି। ତେଣୁ ଯାହା ପାଖରେ ଅମ୍ଳଜାନ ଅଛି, ଦିଲ୍ଲୀକୁ ଦେବା ପାଇଁ ସେ ନିବେଦନ କରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଏବେ ଦେଶରେ ଅମ୍ଳଜାନ ଅଭାବରୁ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଶୁଣିବାକୁ ମିଳୁଛି। ରାଜସ୍ଥାନର ଏକ ହସ୍ପିଟାଲରେ ୨୦ ଜଣ ରୋଗୀଙ୍କ ଅମ୍ଳଜାନ ଅଭାବରୁ ଆଜି ମୃତ୍ୟୁ ହୋଇଥିବା କୁହାଯାଉଛି। ଏହି ସମୟରେ ଓଡିଶା ଏବେ ଦିଲ୍ଲୀ ସମେତ ୮ ଟି ରାଜ୍ୟକୁ ଅମ୍ଳଜାନ ଯୋଗାଉଛି।
ଭୁବନେଶ୍ବର: ପୁଣି ଥରେ ରାଜ୍ୟରେ ତାପମାତ୍ରା ବଢିଛି। ଭୁବନେଶ୍ଵର ଆଜି ରାଜ୍ୟର ସର୍ବାଧିକ ସହର ଭାବେ ରେକର୍ଡ କରାଯାଇଛି। ଭୁବନେଶ୍ଵରରେ ଆଜିର ତାପମାତ୍ରା ୪୨.୧ ଡିଗ୍ରୀ ରେକର୍ଡ କରାଯାଇଛି, ଯାହା ରାଜ୍ୟରେ ସର୍ବାଧିକ ଅଟେ। ତେବେ ଆଜି ରାଜ୍ୟର ୧୨ ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ବୌଦ୍ଧରେ ତାପମାତ୍ରା ୪୨ଡିଗ୍ରୀ ଥିବା ବେଳେ ସୋନପୁରରେ ୪୧.୮ ଡିଗ୍ରୀ, ବାରିପଦାରେ ୪୧.୬ ଡିଗ୍ରୀ, ଟିଟିଲାଗଡରେ ୪୧ ଡିଗ୍ରୀ, ସମ୍ବଲପୁରରେ ୪୧ ଡିଗ୍ରୀ, ଝାରସୁଗୁଡାରେ ୪୦.୫ ଡିଗ୍ରୀ, ଅନୁଗୁଳରେ ୪୦.୩ ଡିଗ୍ରୀ, ତାଳଚେରରେ ୪୦.୧ ଡିଗ୍ରୀ, ଭବାନୀପାଟଣା ଏବଂ ନୟାଗଡରେ ୪୦ ଡ଼ିଗ୍ରୀ ସେଲସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ଭୁବନେଶ୍ବର, ଗତ କରୋନା ବେଳେ ନବୀନ ପଟ୍ଟନାୟକ ଯେପରି ସଫଳ ପରିଚାଳନା କରିଥିଲେ ସେଥିପାଇଁ ଦେଶ ବିଦେଶରୁ ମିଲିଥିଲା ପ୍ରଶଂସା। ଏଥର ମଧ୍ୟ ସେହିପରି ଘଟଣା ପରିଲକ୍ଷିତ ହୋଇଛି। ଏଥର ହେଉଛି ଅକ୍ସିଜନ ବିତରଣକୁ ନେଇ। ଦେଶର ବିଭିନ୍ନ ରାଜ୍ୟରେ ଯେପରି କୋଭଡି ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ସେଥିରେ ଅକ୍ସିଜେନ ବା ଅମ୍ଲଜାନର ଘୋର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ଏପରି ପରିସ୍ଥିତିରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହଯୋଗର ହାତ ବଢାଇଛନ୍ତି। ଓଡିଶାରୁ ଉତ୍ପାଦନ ହେଉଥିବା ଆକ୍ସିଜେନ ବର୍ତ୍ତମାନ ସେ 8ଟି ରାଜ୍ୟକୁ ବିତରଣ କରିଛନ୍ତି। ସେହି ରାଜ୍ୟଗୁଡିକ ହେଲା ମହାରାଷ୍ଟ୍ର, ଦିଲ୍ଲୀ, ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ହରିୟାନ ଏବଂ ବିହାର। ଏହି ରାଜ୍ୟଗୁଡିକ ଅକ୍ସିଜେନ ମାଗିବା ପୂର୍ବରୁ ନବୀନ ତାଙ୍କ ପାଖକୁ ପଠାଇ ଦେଇଛନ୍ତି। ଫଳରେ ନବୀନଙ୍କ ଏପରି କାର୍ଯ୍ୟକୁ ଖୋଦ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ପ୍ରଶଂସା କରିଛନ୍ତି। ସେତିକି ନୁହେଁ ସାରା…
ନୂଆଦିଲ୍ଲୀ: ଅମ୍ଳଜାନ ଅଭାବ ଓ ଯୋଗାଣ ନେଇ ଆଜି ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି। ଆଜିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ଅମ୍ଳଜାନ ଏବଂ ତତସମନ୍ଧୀୟ ଉପକରଣ ଉପରେ ସୀମା ଶୁଳ୍କ ଛାଡ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି। କରୋନା ମୁକାବିଲା ପାଇଁ କେନ୍ଦ୍ର ଏଭଳି ନିଷ୍ପତ୍ତି ନେଇଛି। ଶୁଳ୍କ ଛାଡ ଦ୍ଵାରା ଅମ୍ଳଜାନ ଯୋଗାଣ ସହଜ ହେବ। ଏହାସହିତ ଅମ୍ଳଜାନ ସମ୍ପର୍କିତ ଉପକରଣ ଆମଦାନୀ ତ୍ୱରାନ୍ୱିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି କରୋନା ଟୀକା ଉପରେ ମଧ୍ୟ କେନ୍ଦ୍ର ସରକାର ସୀମା ଶୁଳ୍କ ଛାଡ କରିଛନ୍ତି। ସୀମା ଶୁଳ୍କ ଛାଡ ଦ୍ଵାରା ବିଦେଶରୁ ଟୀକା ମଧ୍ୟ ସୁଲଭ ଦରରେ ମିଳିପାରିବ। ଆମଦାନୀ ବେଳେ ଏସବୁ ଦ୍ରବ୍ୟରୁ ୩ ମାସ ଯାଏଁ ସୀମା ଶୁଳ୍କ ଛାଡ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଉଚ୍ଚ ନ୍ୟାୟଳୟର ନିର୍ଦ୍ଦେଶକ୍ରମେ ବିଶ୍ୱ ପ୍ରସିଦ୍ଧ ଚିଲିକା ହ୍ରଦକୁ ଘେରି ମୁକ୍ତ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଉଦ୍ୟମ ଅବ୍ୟାହତ ରଖିଛି। ଗତ ଏକ ମାସ ତଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିଲିକା ବ୍ଲକ ହାଟବରଡି ଓ ନିମାଣି ଅଞ୍ଚଳରୁ ୧୭ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିବା ବେଳେ ଆଜି ପୁଣି ଉକ୍ତ ଅଞ୍ଚଳରୁ ୪୦ ଏକର ବେଆଇନ ଚିଙ୍ଗୁଡ଼ି ଘେର ଉଚ୍ଛେଦ କରାଯାଇଛି। ସୂଚନା ଅନୁସାରେ ଆଜି ସକାଳୁ ଖୋର୍ଦ୍ଧା ଅତରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅନୁଜ କୁମାର ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆଙ୍କ ନେତୃତ୍ୱରେ ଚିଲିକା ବ୍ଲକ ହାଟବରଡି ଗ୍ରାମ ଜେଟି ଠାରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି। ଚିଙ୍ଗୁଡ଼ି ଘେରି ଯୋଗୁଁ ଚିଲିକାର ସୌନ୍ଦର୍ଯ୍ୟ ଓ ଗାରିମା ନଷ୍ଟ କରୁଥିବା ଚିଙ୍ଗୁଡ଼ି ମାଫିଆମାନେ ରାତା ରାତି ଚିଲିକା ହ୍ରଦ ମଧ୍ୟରେ ଏକର ଏକର…
ନୂଆଦିଲ୍ଲୀ, ବିଶ୍ୱର ବୃହତମ କୋଭିଡ ଟିକାକରଣ ଅଭିଯାନରେ ଏ ପର୍ୟ୍ୟନ୍ତ ଭାରତରେ ୧୩.୮୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଆଜି ସକାଳ ୭ଟା ସୁଦ୍ଧା ୧୯ ଲକ୍ଷ ୮୦ ହଜାର ୧୦୫ ସେସନରେ ମୋଟ ୧୩ କୋଟି ୮୩ ଲକ୍ଷ ୭୯ ହଜାର ୮୩୨ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ, ୯୨ ଲକ୍ଷ ୬୮ ହଜାର ୨୭ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୫୯ ଲକ୍ଷ ୫୧ ହଜାର ୭୬ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧ କୋଟି ୧୮ ଲକ୍ଷ ୫୧ ହଜାର ୬୫୫ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୧ ଲକ୍ଷ ୯୪, ହଜାର ୮୫୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୬୦ ବର୍ଷରୁ ଅଧିକ ବୟସର ୪ କୋଟି ୯୧ ଲକ୍ଷ ୪୫ ହଜାର ୨ ଶହ ୬୫ ଜଣ ହିତାଧିକାରୀଙ୍କୁ ପ୍ରଥମ ଡୋଜ୍, ୭୧ ଲକ୍ଷ ୬୫ ହଜାର ୩୩୮…
ଭୁବନେଶ୍ବର, ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ ପୁଣି ଏକ ନୂଆ କଥା କରି ଦେଖାଇଛନ୍ତି। ସେ ଆଜି ଏକେସିଜିର କୋଭିଡ ହସପିଟାଲ ଭିତରକୁ ଯାଇ ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟ ଅବସ୍ଥା ତାଦାରଖ କରିଛନ୍ତି। ଜିଲ୍ଲାପାଳ ପିପିଇ କିଟ ସହିତ ପୁରା ସ୍ବାସ୍ଥ୍ୟ ସୁରକ୍ଷା ସହିତ ହସପିଟାଲ ଭିତରକୁ ଯାଇଥିଲେ। ସାଥିରେ ସେ କେବଳ ଜଣେ ମାତ୍ର ଡାକ୍ତରଙ୍କୁ ନେଇଥିଲେ। ହସପିଟାଲ ଭିତରେ ଆକ୍ରାନ୍ତଙ୍କ ସହିତ ଜିଲ୍ଲାପାଳ କଥାବାର୍ତ୍ତା ମଧ୍ୟ ହେଲେ। ସେମାନଙ୍କ କଣ ଅସୁବିଧା ହେଉଛି ତାହା ପଚାରି ବୁଝିଥିଲେ। ଏଥିସହିତ ଜିଲ୍ଲାପାଳ ହସପିଟାଲର ଖାଦ୍ୟ, ସେବା, ଔଷଧ ଏବଂ ଅକ୍ସିଜେନ ଉପଲବ୍ଧ ଅଛି କି ନାହିଁ ତାହା ମଧ୍ୟ ତଦାରଖ କରିଥିଲେ।
ପୁରୀ: ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଆଜିଠୁ ମେ’ ୧୫ ପର୍ଯ୍ୟନ୍ତ ଭକ୍ତଙ୍କୁ ମାହାପ୍ରଭୁଙ୍କ ଦର୍ଶନ ଉପରେ ରୋକ୍ ଲଗାଯାଇଛି। କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ଏଭଳି କଟକଣା ଲଗାଇଛି। ଆଜି ଛତିଶା ନିଯୋଗ ଭର୍ଚୁଆଲ ବୈଠକରେ ଶ୍ରୀମନ୍ଦିର ବନ୍ଦ ପାଇଁ ସେବାୟତମାନେ ପ୍ରସ୍ତାବ ଦେଇଥିଲେ। ଯାହାଫଳରେ ଭକ୍ତଙ୍କୁ ମେ’ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ଲାଗି ବନ୍ଦ କରାଯାଇଛି।
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଜଣେ କଂଗ୍ରେସ ବିଧାୟକଙ୍କ କରୋନାରେ ମୃତ୍ୟୁ ହୋଇଛି। ଅଲିରାଜପୁର ଜିଲ୍ଲାର ଜୋବାଟ ବିଧାନସଭା ନିର୍ବାଚମଣ୍ଡଳୀର ବିଧାୟକ କଳାବତୀ ଭୂରିୟାଙ୍କ ୪୯ ବର୍ଷ ବୟସରେ ମୃତ୍ୟୁ ହୋଇଛି। ସେ କରୋନାରେ ସଂକ୍ରମଣ ହେବା ପରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି। ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ କହିବା ଅନୁଯାୟୀ, କଳାବତୀଙ୍କ ଫୁସଫୁସରେ ୭୦ ପ୍ରତିଶତରୁ ଅଧିକ ସଂକ୍ରମଣ ହୋଇଥିଲା। ଯାହାଫଳରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ସେଥିରେ ମଧ୍ୟ ତାଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା। ଆଜି ତାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ।
ଭୁବନେଶ୍ବର: ଆଜି ଓଡ଼ିଶାକୁ ଆଉ ୧ ଲକ୍ଷ କୋଭିସିଲ୍ଡ ଟୀକା ଡ଼ୋଜ ଆସୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଟୀକା ଡ଼ୋଜ ଦିଆଯାଇଛି। ୨ ଟି ଡ଼ୋଜ ନେବା ପରେ ସଂକ୍ରମଣରୁ ରକ୍ଷା ମିଳି ପାରିବ। ଆଜି ୧୮ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ଟୀକାକରଣ ଉପରେ ଆଲୋଚନା କରାଯିବ। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟର ନବନିଯୁକ୍ତ ପ୍ରଧାନ ବିଚାରପତି ଶପଥ ଗ୍ରହଣ କରିଛନ୍ତି। ଦେଶର ୪୮ ତମ ପ୍ରଧାନ ବିଚାରପତି ଭାବେ ନେଭି ରମନା ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପ୍ରଧାନ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି। ଅଗଷ୍ଟ ୨୬ ତାରିଖ ୨୦୨୨ ପର୍ଯ୍ୟନ୍ତ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନା ଦାୟିତ୍ଵରେ ରହିବେ।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୮୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ବଲାଙ୍ଗୀରି, ବାଲେଶ୍ଵର, ବରଗଡ, ଭଦ୍ରକ କଟକ ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଆଜି ସୁନ୍ଦରଗଡ ଜିଲ୍ଲାର ୨ ଜଣ ୫୦ ବର୍ଷିୟ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ ୫୪ ବର୍ଷୀୟ ପୁରୁଷ, ବାଲେଶ୍ଵର ଜିଲ୍ଲାରୁ ଜଣେ ୨୯ ବର୍ଷିୟ ଯୁବକ, ବରଗଡ ଜିଲ୍ଲାରୁ ଜଣେ ୪୦ ବର୍ଷୀୟ ପୁରୁଷ, ଭଦ୍ରକ ଜିଲ୍ଲାରୁ ଜଣେ ୩୮ ବର୍ଷୀୟ, କଟକ ଜିଲ୍ଲାରୁ ୬୫ ବର୍ଷିୟା ମହିଳା ଏବଂ ନୂଆପଡା ଜିଲ୍ଲାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ…
ଗଂଜାମ ଜିଲ୍ଲାର ଛତ୍ରପୁରଠାରେ ଥିବା ବିଶେଶ୍ବରାୟ ମନ୍ଦିରରେ ଭକ୍ତଙ୍କୁ ଟାଣି ଆଣୁଛି ଏହି ବୃହତ ବିଶ୍ବରୂପ ପ୍ରତିମୂର୍ତ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୬ ହଜାର ୭୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୬୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬୬ ଲକ୍ଷ ୧୦ ହଜାର ୪୮୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୮ ଲକ୍ଷ ୬୭ ହଜାର ୯୯୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୫୨ ହଜାର ୯୪୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ବର୍ତ୍ତମାନ ଓଡିଶାକୁ କରୋନା ଆକ୍ରାନ୍ତ କରିବାର ବର୍ଷେ ଉପରେ ହେଲାଣି। ଏହି ଭିତରେ ପ୍ରକୃତରେ ଓଡିଶାରେ ମୋଟ କେତେ ଆକ୍ରାନ୍ତ ହୋଇଛନ୍ତି। ଏହିପରି ବିଭିନ୍ନ ପ୍ରଶ୍ନ ଲୋକଙ୍କ ମନରେ ଆସିଥାଏ। ତେବେ ସରକାରୀ ସୂଚନା ଅନୁସାରେ ବର୍ତ୍ତମାନ ଓଡିଶାରେ ମୋଟ ପଜେଟିଭ ସଂଖ୍ୟା ହେଲା 4 ଲକ୍ଷ 1 ହଜାର 3 ଶହ 41। ସେମାନଙ୍କ ମଧ୍ୟରୁ ସୁସ୍ଥ ହୋଇଛନ୍ତି 3 ଲକ୍ଷ 56 ହଜାର 3 ଜଣ। ତେବେ ଏହି ସରକାରୀ ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ 34 ହଜାର 4 ଶହ 87 ଜଣଙ୍କର କରୋନା ପରୀକ୍ଷା କରାଯାଇଛି। ବର୍ତ୍ତମାନ ରାଜ୍ୟରେ ମୋଟ 43 ହଜାର 3 ଶହ 4 ଜଣ ଆକ୍ରାନ୍ତ ଅଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୬୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୯୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧ ହଜାର ୩୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୫୬ ହଜାର ୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୭୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୧୮୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭୮୮ ଜଣ, ଅନୁଗୁଳ ୧୪୧…
ଭୁବନେଶ୍ବର, ଗତ କିଛି ସପ୍ତାହ ଧରି ଲଗାତର ଭାବେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଆସୁଛନ୍ତି। ଆଜିର ସୂଚନା ଅନୁସାରେ ଖୋର୍ଦ୍ଧାରେ 11 ଶହ 89 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହିଛି ସୁନ୍ଦରଗଡ ଜିଲ୍ଲା। ଏହି ଜିଲ୍ଲାରୁ 7 ଶହ 88 ଜଣ ଚିହ୍ନଟ ହଇଛନ୍ତି। ନୂଆପଡା ଜିଲ୍ଲାରୁ 5ଶହ59 ଜଣ ଆକ୍ରାନ୍ତ ଚିହ୍ନଟ ହୋଇ ତୃତୀୟ ସ୍ଥାନରେ ରହିଛି। କ୍ରମାନ୍ବୟ ଭାବେ ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। Khurda: 1189 Sundargarh: 788 Nuapada: 559 Puri: 395 Kalahandi: 361 Jharsuguda: 343 Cuttack: 336 Bargarh: 290 Balangir: 234 Nawarangpur: 224 Keonjhar: 183 Sambalpur: 175 Ganjam: 161 Angul: 141 Mayurbhanj: 122 Rayagada: 116 Jajpur: 133 Nayagarh: 110 Gajapati: 96 Koraput: 67 Jagatsinghpur: 65 Balasore: 53…

