ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଛି। ତେବେ ଏହି ମାମଲା ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ ନେତୃତ୍ବରେ ଶୁଣାଣି କରାଯିବ। ଉଲ୍ଲେଖଯୋଗ୍ୟ ଯେ, ମାର୍ଚ୍ଚ ୧୦ ତାରିଖ ଦିନ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ଆହତ ହୋଇଥିଲେ। ଟିଏମସି ପକ୍ଷରୁ ବିଜେପି ଆକ୍ରମଣ କରିଥିବା ନେଇ ସେହି ସମୟରେ ଅଭିଯୋଗ ହୋଇଥିଲା। ତିନି ଜଣ ଆଇନଜୀବୀ ଏହି ମାମଲାର ସିବିଆଇ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟରେ ଯାଚିକା ଦାଖଲ କରିଥିଲେ। ଦେଶରେ ସ୍ଵତନ୍ତ୍ର, ନିରପକ୍ଷ ଏବଂ ପାରଦର୍ଶୀ ନିର୍ବାଚନ କରିବା ତଥା ଭବିଷ୍ୟତରେ ଏଭଳି ଘଟଣାର ଯାଞ୍ଚ ପାଇଁ ମାର୍ଗଦର୍ଶିକା ତିଆରି କରିବା ପାଇଁ ଏହି ଯାଚିକାରେ ସେମାନେ ଉଲ୍ଲେଖ କରିଛନ୍ତି। ଯାହା ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ ନାହିଁ।
Author: Samikhsya Bureau
ବ୍ରହ୍ମପୁର: କୋରୋନା ସଂକ୍ରମଣକୁ ପ୍ରତିହିତ କରିବା ପାଇଁ ଗଞ୍ଜାମ ଜିଲ୍ଲାରେ ନୂଆ କଟକଣା ଜାରି କରାଯାଇଛି। ନୂଆ କଟକଣା ଅନୁଯାୟୀ, ଗୋପାଳପୁର ଓ ସୋନପୁର ବେଳାଭୂମି ଶନିବାର ଓ ରବିବାର ଦିନ ବନ୍ଦ ରହିବ। ସେହିପରି ପ୍ରତି ସୋମବାର ଦିନ ରାମଲିଙ୍ଗମ ପାର୍କ ଓ ତାମ୍ପରା ହ୍ରଦ ବନ୍ଦ ରହିବା ପାଇଁ ନିର୍ଦ୍ଦେଶ ହୋଇଥିବା ବେଳେ ମା’ ତାରାତାରିଣୀଙ୍କ ମନ୍ଦିର ପ୍ରତି ବୁଧବାର ବନ୍ଦ ରହିବ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଟ୍ବିଟ କରି ସୂଚନା ଦେଇଛନ୍ତି। ତେବେ ଜନସାଧାରଣଙ୍କୁ ସହଯୋଗ କରିବାପାଇଁ ଜିଲ୍ଲାପାଳ ନିବେଦନ କରିଛନ୍ତି।
ଚେନ୍ନାଇ: ଚେନ୍ନାଇରେ ଆଜି ଆଇପିଏଲ-୨୦୨୧ର ଉଦଘାଟନୀ ମ୍ୟାଚ ଖେଳାଯିବ। ଏହି ଉଦଘାଟନୀ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜେର୍ସ ବେଙ୍ଗଲୁରୁ ମଧ୍ୟରେ ଅନୁଷ୍ଠିତ ହେବ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିନା ଦର୍ଶକରେ ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରାଯାଉଛି। କରୋନାର ଦ୍ଵିତୀୟ ଲହର ଭିତରେ ଏହି ଟୁର୍ଣ୍ଣାମେଣ୍ଟଟି ୭ ସପ୍ତାହ ଧରି ଚାଲିବ। ଯାହା ଆୟୋଜକଙ୍କ ପାଇଁ ଏକ ଚ୍ୟାଲେଞ୍ଜର ବିଷୟ ପାଲଟିଛି। ମୁମ୍ବାଇ ଏବଂ ବେଙ୍ଗଲୁରୁ ମଧ୍ୟରେ କଣ ରହିଛି ରେକର୍ଡ: ଆଇପିଏଲରେ ମୁମ୍ବାଇର ସ୍ଥିତି ବହୁତ ଭଲ ଅଛି। ଉଭୟ ଦଳ ମଧ୍ୟରେ ୨୭ ଟି ମ୍ୟାଚ ଖେଲାଯାଇଛି, ଯେଉଁଥିରେ ମୁମ୍ବାଇ ୧୭ ଟି ମ୍ୟାଚ ଜିତିଥିବା ବେଳେ ବେଙ୍ଗଲୁରୁ ୧୦ ଟି ମ୍ୟାଚରେ ବିଜୟ ଲାଭ କରିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୧ ହଜାର ୯୬୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୦୨ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩୦ ଲକ୍ଷ ୬୦ ହଜାର ୫୪୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୭ ହଜାର ୬୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୯ ଲକ୍ଷ ୧୩ ହଜାର ୨୯୨ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୭୯ ହଜାର ୬୦୮ ଆକ୍ଟିଭ୍ କେସ୍ ରହିଛି।
ଗତକାଲି କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ସ୍ବାସ୍ଥ୍ୟ କର୍ମିଙ୍କ ସହିତ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଆଜି ରାଜ୍ୟରେ ୧୨୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୨୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୬ ହଜାର ୮୦୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୮୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫ ହଜାର ୯୪୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୧ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୮ ଟି ଜିଲ୍ଲାରୁ ୧୨୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୨୪, ଖୋର୍ଦ୍ଧା ଜିଲ୍ଲାରୁ ୧୯୨ ଜଣ, ଅନୁଗୁଳ ୪୯ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୦ ଜଣ,…
ମେଷ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବୃଷ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ। ମିଥୁନ- ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ।…
ଭୁବନେଶ୍ଵର: କରୋନା ସଂକ୍ରମଣ ରୋକିବା ଦିଗରେ ରାଜ୍ୟ ସରକାର କଟକଣାକୁ ଆହୁରି କଡାକଡି କରିଦେଇଛନ୍ତି। ସେଥିପାଇଁ ସ୍ଵତନ୍ତ୍ର ରିଲିଫ କମିଶନର ଏକ ନୂଆ ମାର୍ଗଦର୍ଶିକା ଘୋଷଣା କରିଛନ୍ତି। ବସ, ରେଳ, ବିମାନରେ ଯାତ୍ରା କରି ଓଡିଶା ଆସୁଥିବା ଲୋକଙ୍କ ପାଇଁ କରୋନା ନେଗେଟିଭ ରିପୋର୍ଟ ଅନିବାର୍ଯ୍ୟ। ଯାତ୍ରୀମାନଙ୍କୁ ୭୨ ଘଣ୍ଟା ପୂର୍ବର ନେଗେଟିଭ ରିପୋର୍ଟ ଦେଖାଇବା ପାଇଁ ବାଧ୍ୟତାମୂଳକ କରାଯାଇଛି। ଏହାଛଡା ଦ୍ଵିତୀୟ ଡୋଜ ଟୀକା ସାର୍ଟିଫିକେଟ ଦେଖାଇବା ପରେ ଓଡିଶା ଆସିବାକୁ ଅନୁମତି ମିଳିବ ବୋଲି କୁହାଯାଇଛି। ଏହାସହ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ରେଲୱେ ବୋର୍ଡକୁ ଚିଠି ହୋଇଛି। ଆସନ୍ତା ୧୦ ତାରିଖରୁ ଛତିଶଗଡରୁ ଆସୁଥିବା ଟ୍ରେନ ବାତିଲ କରିବା ପାଇଁ ଚିଠି ହୋଇଛି। ଛତିଶଗଡରୁ ଯାତ୍ରୀବାହି ଗାଡିକୁ ଓଡିଶାରେ ପ୍ରବେଶ ପାଇଁ ବାରଣ କରାଯାଇଛି। ଏପ୍ରିଲ ୧୦ ତାରିଖରୁ ୩୦ ତାରିଖ ଯାଏଁ ଗାଡିମୋଟରକୁ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଆଦେଶକୁ କଡାକଡି ପାଳନ ପାଇଁ…
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଚାରୋଟି ନୂଆ ପ୍ରିପେଡ ପ୍ଳାନ ଘୋଷଣା କରିଛି। ଏହି ପ୍ଳାନରେ ବ୍ୟବହାରକାରୀଙ୍କୁ ଏକ ବର୍ଷ ପର୍ଯ୍ୟନ୍ତ ଡିସ୍ନେ ପ୍ଲସ ହଟଷ୍ଟାର ଭିଆଇପି ମୁକ୍ତରେ ଦିଆଯିବ। ଏହାସହିତ ଏହି ପ୍ଳାନରେ ଗ୍ରାହକଙ୍କୁ ଟକ୍ ଟାଇମ ଏବଂ ମୋବାଇଲ ଡାଟା ମଧ୍ୟ ମିଳିବ। କମ୍ପାନୀ ମୁତାବକ, ଏହି ପ୍ଳାନଗୁଡିକ ଆଗାମୀ ଆପିଏଲ ସଂସ୍କରଣକୁ ଧ୍ୟାନରେ ରଖି କରାଯାଇଛି। ଯାହା ଆସନ୍ତାକାଲିଠାରୁ ଏହାକୁ ଆରମ୍ଭ କରାଯାଉଛି। ଏହାସହ ଆଉ କିଛି ଇନିସିଏଟିଭସର ମଧ୍ୟ କମ୍ପାନୀ ଘୋଷଣା କରିଛି। ଏହାବ୍ୟତୀତ ଜିଓ କ୍ରିକେଟକୁ ଏବେ ସମସ୍ତ ଜିଓ ଫୋନ ବ୍ୟବହାରକାରୀଙ୍କ ପାଇଁ ସିଧା ପ୍ରସାରଣ ହେବ। ଏଥିରେ ବ୍ୟବହାରକାରୀ ଲାଇଭ ସ୍କୋର ଦେଖିପାରିବେ। କମ୍ପାନୀର ନୂଆ ପ୍ଳାନକୁ ଜିଓ କ୍ରିକେଟ ପ୍ଳାନ କ୍ୟାଟାଗୋରୀ ତାଲିକାରେ ରଖାଯାଇଛି। ଏହି ପ୍ଳାନ ୪୧୦ ଟଙ୍କା, ୫୯୮ ଟଙ୍କା, ୭୭୭ ଟଙ୍କା ଏବଂ ୨୫୯୯ ଟଙ୍କା ରଖାଯାଇଛି। ୧- ୪୦୧ ଟଙ୍କା ପ୍ଳାନ- ୨୮ ଦିନ ପାଇଁ…
ରାୟପୁର: ଛତିଶଗଡର ବିଜାପୁର ମାଓବାଦୀ ଆକ୍ରମଣରେ ୨୨ ଯବାନ ସହିଦ ହୋଇଥିଲେ। ଏହାସହିତ ସିଆରପିଏଫର କୋବ୍ରା କମାଣ୍ଡୋ ରାକେଶ୍ଵର ସିଂହ ମନହାସ୍ ଙ୍କୁ ମାଓବାଦୀ ବନ୍ଧକ ରଖିଥିଲେ। ଆଜି ମାଓବାଦୀ ତାଙ୍କୁ ମୁକ୍ତ କରିଦେଇଛନ୍ତି। ସ୍ଥାନୀୟ ଆଦିବାସୀଙ୍କ ଉପସ୍ଥିତିରେ ଆଜି ରାକେଶ୍ଵରଙ୍କୁ ମାଓବାଦୀମାନେ ମୁକ୍ତ କରିଛନ୍ତି। କିନ୍ତୁ ଏହା ପୂର୍ବରୁ ରାକେଶ୍ଵରଙ୍କୁ ଛାଡିବା ପାଇଁ କିଛି ସର୍ତ୍ତ ରଖିଥିଲେ ବୋଲି ଖବର ଆସୁଥିଲା। ତେବେ ମାଓବାଦୀଙ୍କ ଠାରୁ ରାକେଶ୍ଵର ମୁକ୍ତ ହେବା ପରେ ପରିବାର ଲୋକେ ଖୁସି ବ୍ୟକ୍ତ କରିଛନ୍ତି।
ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ତଥା ଅଭିନେତ୍ରୀ ନଗମା ଗତକାଲି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସେ ପୃଥକବାସରେ ରହୁଛନ୍ତି। ହେଲେ ସେ କରୋନା ଟୀକା ନେବା ପରେ ଆକ୍ରାନ୍ତ ହୋଇଥିବା ଖବର ନିଜେ ସୂଚନା ଦେଇଛନ୍ତି। ନଗମା ଏପ୍ରିଲ ୨ ତାରିଖରେ କରୋନା ଟୀକାର ପ୍ରଥମ ଡୋଜ ନେଇଥିଲେ। ତେଣୁ ଟୀକା ନେବା ପରେ ମଧ୍ୟ ସତର୍କ ରହିବାକୁ ତାଙ୍କ ପ୍ରଶଂସକମାନଙ୍କୁ ସେ ଅନୁରୋଧ କରିଛନ୍ତି। ନଗମା ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି।
ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜିଲ୍ଲା, ବ୍ଲକ ଏବଂ ପଞ୍ଚାୟତ ମାନଙ୍କ ରେ ଥିବା ଅବ୍ୟବହୃତ ସରକାରୀ ସମ୍ପତ୍ତିକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା, ବ୍ଳକ ଓ ପଞ୍ଚାୟତ ସ୍ତରରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦୁଇ ମାସ ମଧ୍ୟରେ ହସ୍ତାନ୍ତର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆମର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ମାନଙ୍କରେ ରହିଛି ଅନେକ ଅବ୍ୟବହୃତ ସରକାରୀ ସମ୍ପତ୍ତି ଯଥା ସରକାରୀ କୋଠା, ଦୋକାନ ଘର ଗଡ଼ିଆ ପୋଖରୀ ଇତ୍ୟାଦି।ଏଗୁଡିକୁ ସମ୍ପୃକ୍ତ ଜିଲ୍ଲା ବ୍ଳକ ଓ ପଞ୍ଚାୟତରେ ଥିବା ମିଶନ ଶକ୍ତି ମହାସଂଘ ମାନଙ୍କୁ ଦିଆଗଲେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନେ ଏହାକୁ ସେ ଅଞ୍ଚଳ ର ସାମାଜିକ ଓ ଆର୍ଥିକ ବିକାଶ ରେ ଲଗାଇ ପାରିବେ। ସାଧାରଣ ଲୋକ ଉପକାର ପାଇବେ। ମିଶନ ଶକ୍ତିର ମା ମାନେ ତାକୁ ଆଥିର୍କ କାର୍ଯ୍ୟରେ ଲଗାଇ ପାରିବେ।…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨୨୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ନୂଆପଡାରୁ ୪୦, ବରଗଡରୁ ୩୪, ଖୋର୍ଦ୍ଧାରୁ ୨୬, ସୁନ୍ଦରଗଡରୁ ୨୬, କଳାହାଣ୍ଡିରୁ ୨୨, କଟକରୁ ୧୬, ଅନୁଗୁଳରୁ ୯, ଗଞ୍ଜାମରୁ ୭, ମୟୂରଭଞ୍ଜରୁ ୭, ବାଲେଶ୍ବରରୁ ୬, ବଲାଙ୍ଗୀରିରୁ ୫, ଯାଜପୁରରୁ ୫, ଢେଙ୍କାନାଳରୁ ୩, କେନ୍ଦୁଝରରୁ ୩, ନବରଙ୍ଗପୁରରୁ ୩, ରାୟଗଡାରୁ ୩, ଝାରସୁଗୁଡାରୁ ୨, ନୟାଗଡରରୁ ୨, ପୁରୀରୁ ୨, ଜଗତସିଂହପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୮ ହଜାର ୮୯୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୫ ହଜାର ୫୨୬ କୁ ବୃଦ୍ଧି ହୋଇଛି।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ହଜାର ୪୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୨ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬୬୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ଏପ୍ରିଲ୍ ୭ ତାରିଖ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜର କମ୍ୟୁନିଟି ହେଲ୍ଥ ନର୍ସିଂ ବିଭାଗ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଅରିଶୋଲ୍ ଗ୍ରାମରେ ଏକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। “ଏକ ସୁନ୍ଦର ଏବଂ ସୁସ୍ଥ ବିଶ୍ୱ ଗଠନ” ପ୍ରସଙ୍ଗକୁ ଆଧାର କରି କମ୍ୟୁନିଟି ହେଲ୍ଥ ବିଭାଗର ଫାକଲ୍ଟି ଏବଂ ଏମ୍.ଏ.ସି ନର୍ସିଂର ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଏହି ସ୍ୱାସ୍ଥ୍ୟ ମେଳା ଆୟୋଜନ କରାଯାଇଥିଲା। ଏହି ସ୍ୱାସ୍ଥ୍ୟ ମେଳାରେ ୫ଟି ଷ୍ଟଲ୍ର ଆୟୋଜନ କରାଯାଇଥିଲା। ସବୁ ବୟସର ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ସଚେତନତା ସମ୍ପର୍କିତ ସୂଚନା ଦିଆଯାଇଥିଲା। ରକ୍ତଚାପ, ମଧୁମେହ ଏବଂ ଓଜନ ଇତ୍ୟାଦି ପରୀକ୍ଷା କରାଯାଇଥିଲା। ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଓ ସେବା, ମା ଏବଂ ଶିଶୁର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା, ସୁଷମ ଖାଦ୍ୟ ଓ ତା’ର ଉପକାରିତା…
ଭୁବନେଶ୍ୱର: ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟାରେ ଖୋର୍ଦ୍ଧା ଜିଲ୍ଲା ଆଗରେ ରହୁଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବିଏମସି ଅଞ୍ଚଳରୁ କ୍ରମାଗତ ଭାବେ ୧୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଭଳି ସ୍ଥିତିରେ ଏନ୍ଫୋର୍ସମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଉଛି ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। ଏବେ ରାତ୍ରୀକାଳୀନ କର୍ଫ୍ୟୁ କିମ୍ବା ଲକଡାଉନ କଟକଣା ଉପରେ ଚିନ୍ତା କରାଯାଉନାହିଁ। ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନ ଆକ୍ରାନ୍ତ ହେଉଥିବାରୁ ହଷ୍ଟେଲ ଛାଡିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ କାର୍ଯ୍ଯାଳୟରେ ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଲଗାଯାଇଛି। ସଂକ୍ରମଣକୁ ରୋକିବା ଦିଗରେ ବିଏମସି କାର୍ଯ୍ୟ କରିବା ସହ ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବସ୍ଥା କରୁଛି। ସେଥିପାଇଁ ଭୁବନେଶ୍ଵରସ୍ଥିତ ସମ ହସ୍ପିଟାଲର ଶଯ୍ୟା ସଂଖ୍ୟାରେ ବୃଦ୍ଧି କରାଯାଇଛି। ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୫୦ରୁ ୨୫୦କୁ ବୃଦ୍ଧି କରାଯାଇଛି ବୋଲି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।
ଏପ୍ରିଲ 8 ତାରିଖ 1962 ମସିହାରେ ପଣ୍ଡିତ ଜବାହାରଲାଲ ନେହେରୁ ପ୍ରଧାନମନ୍ତ୍ରୀ ଭାବେ ନେଉଛନ୍ତି ଶପଥ। ତାଙ୍କୁ ରାଷ୍ଟ୍ରପତି ଡ ରାଜେନ୍ଦ୍ର ପ୍ରସାଦ କରାଉଛନ୍ତି ଶପଥ। April 8, 1962: President Dr Rajendra Prasad administering the oath of office and secrecy to Prime Minister Shri Jawaharlal Nehru at a ceremony at Rashtrapati Bhavan.
ନୂଆଦିଲ୍ଲୀ: କରୋନା ସଂକ୍ରମଣ ବଢୁଥିବାରୁ ଦେଶରେ ଧୀରେ ଧୀରେ କଟକଣାକୁ କଡାକଡି କରାଯାଉଛି। ମଧ୍ୟପ୍ରଦେଶ ସରକାର କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡ଼ାଉନ ଘୋଷଣା କରିଛି। ଏହି ଲକଡାଉନ ୬୦ ଘଣ୍ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ ସହରାଞ୍ଚଳ ପାଇଁ ଏହି ୬୦ ଘଣ୍ଟିଆ ଲକଡାଉନ ରାଜ୍ୟ ସରକାର ଘୋଷଣା କରିଛି। ଆସନ୍ତାକାଲି ସନ୍ଧ୍ୟା ୬ ଘଟିକା ଠାରୁ ସୋମବାର ସକାଳ ୬ ଘଟିକା ଯାଏଁ ଲକଡାଉନ କଟକଣା ଜାରି ରହିବ। ତେବେ ଏହି ସମୟରେ ଜରୁରୀକାଳିନ ସେବାକୁ ଛାଡିଦେଲେ ଅନ୍ୟସେବା ବନ୍ଦ ରହିବ ବୋଲି ନିର୍ଦ୍ଦେଶ ହୋଇଛି। ନିୟମ ଉଲ୍ଲଂଘନ କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସରକାର ପକ୍ଷରୁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ବର, ଓଡିଶାରେ ପୁଣି ଥରେ କୋଭିଡ ହସପିଟାଲ ଖୋଲିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ବିଚାରବିମର୍ଶ ଆରମ୍ଭ କରିଛି। ବର୍ତ୍ତମାନ ରାଜ୍ୟରେ ଯେପରି କରୋନାର ଦ୍ବିତୀୟ ଲହର ସୃଷ୍ଟି ହୋଇଛି ସେଥିପାଇଁ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେବେ। ପୂର୍ବରୁ ଯେଉଁଠି ଏହି ହସପିଟାଲ ଖୋଲାଯାଇଥିଲା ସେହିଠାରେ ପୁଣି ଖୋଲିବାକୁ ଆଲୋଚନା ଚାଲିଛି। ରାଜ୍ୟରେ କରୋନା ସ୍ଥିତି ନିୟନ୍ତ୍ରଣ ଆସିବା ପରେ ରାଜ୍ୟ ସରକାର କୋଭିଡ ହସପିଟାଲକୁ ବନ୍ଦ କରିଦେଇଥିଲେ। ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ଅଳ୍ପ କେତୋଟି ହସପିଟାଲ ବର୍ତ୍ତମାନ ସୁଦ୍ଧା ଚାଲୁ ରହିଛି। ହେଲେ ବିଭିନ୍ନ ଜିଲ୍ଲାରେ ଥିବା କୋଭିଡ ହସପିଟାଲକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାର ପରିସ୍ଥିତିକୁ ନଜରରେ ରଖି ସେଗୁଡିକ ପୁନଃଚାଲୁ କରାଯିବ ବୋଲି ଜଣାପଡିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନେଉଛନ୍ତି କରୋନା ଟିକା
ଭୁବନେଶ୍ବର: ରାଜ୍ୟରେ ୭୦୦ ଟୀକା କେନ୍ଦ୍ର ବନ୍ଦ ହୋଇଛି। ଟୀକା ଅଭାବରୁ ରାଜ୍ୟରେ ଟୀକାକରଣ ବାଧାପ୍ରାପ୍ତ ହୋଇଛି। ଦୈନିକ ୨ ଲକ୍ଷ ୫୦ ହଜାର ଟୀକା ଆବଶ୍ୟକ ଥିବା ବେଳେ କେବଳ ୧ଲକ୍ଷ ୧୧ ହଜାର ଟୀକା ଦିଆଯାଇଛି। ଆଗାମୀ ୧୦ ଦିନ ପାଇଁ ପ୍ରାୟ ୨୫ ଲକ୍ଷ ଟୀକା ଆବଶ୍ୟକ। ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏନେଇ ସୂଚନା ଦେଇଛନ୍ତି।

