ଭୁବନେଶ୍ୱର, ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନର ଶିକ୍ଷାନବିସଙ୍କ ସହ ଯୁକ୍ତରାଷ୍ଟ୍ର ଆମେରିକା, ଜାପାନ, କାଜାକସ୍ଥାନ, ଇଜିପଫ, କେନିଆ ଭଳି ମିତ୍ରରାଷ୍ଟ୍ରର ବରିଷ୍ଠ ସାମରିକ ଅଧିକାରୀମାନେ ଆଜି ଓଡ଼ିଶା ଆସି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ସମେତ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଆଲୋଚନା ସମୟରେ ମୁଖ୍ୟ ଶାସନ ସଚିବ ଓଡ଼ିଶାର ଆର୍ଥିକ ପ୍ରଗତି, ଗମନାଗମନ ସୁବିଧା, ଭିତ୍ତିଭୂମି, ଶିଳ୍ପାନ୍ୱୟନ, ଦକ୍ଷ ଓ କୁଶଳୀ ମାନବସମ୍ବଳ ସୃଷ୍ଟି ଆଦି କ୍ଷେତ୍ରରେ ହୋଇଥିବା ଦ୍ରୁତ ବିକାଶ ବିଷୟରେ ସେମାନଙ୍କୁ ଅବଗତ କରାଇଥିଲେ । ଗତ ଶତାବ୍ଦୀର ଶେଷ ଭାବରେ ଅଭୂତପୂର୍ବ ମହାବାତ୍ୟା ଓଡ଼ିଶାର ମେରୁଦଣ୍ଡ ଦୋହଲାଇ ଦେଇଥିଲା । ଏହି ପ୍ରଭୂତ କ୍ଷୟକ୍ଷତି ସତ୍ତେ୍ୱ ରାଜ୍ୟସରକାରଙ୍କ ଦୃଢ଼ ନିଷ୍ପତ୍ତି, ସାମୂହିକ ପ୍ରଚେଷ୍ଟା ଏବଂ ସ୍ୱଚ୍ଛ ଓ ତ୍ୱରିତ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ଓଡ଼ିଶା ଶିକ୍ଷା, ସ୍ୱାସ୍ଥ୍ୟ, ଶିଳ୍ପ, ଗମନାଗମନ ଓ ସାମାଜିକ ନିରାପତ୍ତା ଆଦି କ୍ଷେତ୍ରରେ ଉଲ୍ଲେଖନୀୟ…
Author: Samikhsya Bureau
ଭୁବନେଶ୍ବର, ପରିଚାଳନାଗତ ସୁବିଧା ପାଇଁ ହାଓଡ଼ା ସାନ୍ତ୍ରାଗାଛି ଠାରେ ଚାରି ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଜସିଡିହ-ତାମ୍ବରମ୍-ଜସିଡିହ ସ୍ପେଶାଲର ସେବା ଅବଧି ସଂଶୋଧନ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି – 1-୦୨୮୬୩/୦୨୮୬୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ୫ ତାରିଖ ଠାରୁ ପୂର୍ବାହ୍ନ ୧୦ଘ.୫୦ମି. ପରିବର୍ତ୍ତେ ପୂର୍ବାହ୍ନ ୧୦ଘ.୫୫ମି.ରେ ଛାଡିବ ଏବଂ ଯଶୋବନ୍ତପୁରରୁ ୭ ଏପ୍ରିଲ, ୨୦୨୧ ଠାରୁ ଛାଡୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ଅପରାହ୍ନ ୪ଘ.୫୦ମି. ପରିବର୍ତ୍ତେ ଅପରାହ୍ନ ୪ଘ.୪୫ମି. ରେ ପହଞ୍ଚିବ। 2-୦୨୮୭୩/୦୨୮୭୪ ହାଓଡ଼ା-ଯଶୋବନ୍ତପୁର-ହାଓଡ଼ା ବିଶେଷ ଟ୍ରେନ ହାଓଡ଼ାରୁ ଏପ୍ରିଲ ମାସ ପହିଲା ଠାରୁ ରାତ୍ରି ୧୦ଘ.୫୫ମି. ପରିବର୍ତ୍ତେ ରାତ୍ରି ୧୧ଘଟିକାରେ ଛାଡିବ ଏବଂ ଯଶୋବନ୍ତପୁରରୁ ଏପ୍ରିଲ ମାସ ପହିଲା ଠାରୁ ଛାଡ଼ିବାକୁଥିବା ବିଶେଷ ଟ୍ରେନ ହାଓଡ଼ା ଠାରେ ସନ୍ଧ୍ୟା ୭ଘ.୫୫ମି. ପରିବର୍ତ୍ତେ ସନ୍ଧ୍ୟା ୭ଘ.୫୦ମି.ରେ ପହଞ୍ଚିବ। 3-୦୨୮୦୭/୦୨୮୦୮ ସାନ୍ତ୍ରାଗାଛି-ଚେନ୍ନାଇ ସେଣ୍ଟ୍ରାଲ୍-ସାନ୍ତ୍ରାଗାଛି ବିଶେଷ…
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଥମ ଡୋଜ କରୋନା ଟୀକା ଗ୍ରହଣ କରୁଛନ୍ତି
ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟ କାର୍ଯ୍ୟାଳୟରେ ଦଳର ପ୍ରତିଷ୍ଠାତା ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦୀନଦୟାଲ ଉପାଧ୍ୟାୟଙ୍କୁ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରୁଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ଏସ୍.ପି ମାନଙ୍କ ସହିତ ଏକ ବୈଠକରେ କୋଭିଡ ପରିସ୍ଥିତିର ସମୀକ୍ଷା କରି ତୃଣମୂଳସ୍ତରରେ କୋଭିଡ ପରିଚାଳନା ବ୍ୟବସ୍ଥାକୁ ପୁନଃକାର୍ଯ୍ୟକ୍ଷମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କ ମନରେ ଯେପରି ଭରସା ସୃଷ୍ଟି ହେବ, ସେଥିପାଇଁ ସମସ୍ତଙ୍କ ଦୃଷ୍ଟିଗୋଚର ହେବା ଭଳି ପଦକ୍ଷେପ ନେବା ପାଇଁ ସେ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନିମ୍ନୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଛତିଶଗଡ ସୀମାନ୍ତବର୍ତ୍ତୀ ଜିଲ୍ଲାଗୁଡିକ ଉପରେ ସତର୍କ ନଜର ରଖାଯିବ। ପଶ୍ଚିମ ଓଡିଶାର ଅଧିକ ପ୍ରଭାବିତ ଅଞ୍ଚଳକୁ ମୁଖ୍ୟ ଶାସନ ସଚିବ, ଓ ବରିଷ୍ଠ ଅଧିକାରୀମାନେ ଗସ୍ତ କରିବେ ଏବଂ ପରିସ୍ଥିତିର ଆକଳନ କରି ଜରୁରୀ ପଦକ୍ଷେପ ଗ୍ରହଣ କରିବେ। ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପଶ୍ଚିମ ଓଡିଶାର ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍ଥିତି ଆକଳନ କରି ଦରକାର ଅନୁସାରେ ଡାକ୍ତର, ପାରାମେଡିକ୍ସ,…
ଭୁବନେଶ୍ବର: ଭୁବନେଶ୍ଵରରେ ଏକ ଆପାର୍ଟମେଣ୍ଟକୁ ସିଲ୍ କରି ଦିଆଯାଇଛି। ଟଙ୍କପାଣି ରୋଡସ୍ଥିତ ତରୁ ଆପାର୍ଟମେଣ୍ଟ ସିଲ୍ ହୋଇଛି। ଏହି ଆପାର୍ଟମେଣ୍ଟରୁ ଏକାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ଏଭଳି ନିଷ୍ପତ୍ତି ନେଇଛି। ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ଆପାର୍ଟମେଣ୍ଟକୁ ସିଲ୍ କରାଯାଇଛି। ଆପାର୍ଟମେଣ୍ଟ ଭିତରୁ କୌଣସି ବ୍ୟକ୍ତି ବାହାରକୁ ଆସିବା ପାଇଁ ବାରଣ କରାଯାଇଥିବା ବେଳେ ବାହାରୁ କେହି ଭିତରକୁ ଯାଇପାରିବେ ନାହିଁ। କେବଳ ସ୍ବୀକୃତିପ୍ରାପ୍ତ ବିଏମସି କର୍ମଚାରୀଙ୍କୁ ଆପାର୍ଟମେଣ୍ଟ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି।
ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଟ୍ରିନା କୈଫ୍ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କଟ୍ରିନା ଏନେଇ ସାମାଜିକ ଗଣମାଧ୍ୟମରେ ସାର୍ବଜନୀନ କରିଛନ୍ତି। କଟ୍ରିନା ଇନଷ୍ଟା ଷ୍ଟୋରିରେ ଲେଖିଛନ୍ତି ଯେ, “ମୁଁ କରୋନା ପଜିଟିଭ ହୋଇଛି। ଏହା ଜାଣିବା ପରେ ନିଜକୁ ପୃଥକବାସ କରିଛି। ମୋ ଡାକ୍ତରଙ୍କ ଦ୍ଵାରା ଦିଆଯାଇଥିବା ସମସ୍ତ ଗାଇଡଲାଇନ ଏବଂ ପ୍ରୋଟୋକଲକୁ ଅନୁସରଣ କରୁଛି। ମୋ ସମ୍ପର୍କରେ ଆସିଥିବା ଲୋକଙ୍କୁ ଅନୁରୋଧ କି, ସେମାନେ କରୋନା ପରୀକ୍ଷା କରିନିଅନ୍ତୁ। ଆପଣମାନଙ୍କର ସ୍ନେହ ଏବଂ ଭଲ ପାଇବା ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଦୟାକରି ନିରାପଦ ରହନ୍ତୁ ଏବଂ ନିଜର ଯତ୍ନ ନିଅନ୍ତୁ।”
ଭୁବନେଶ୍ଵର: କରୋନାର ଦ୍ଵିତୀୟ ଲହରୀ ଯୋଗୁଁ ରାଜ୍ୟରେ କ୍ରମାଗତ ଭାବେ ୫୦୦ରୁ ଉର୍ଦ୍ଧ୍ଵ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଏହାକୁ ନେଇ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟା ୫ଟାରେ ଏକ ବୈଠକ ଡାକିଛନ୍ତି। ଏହି ବୈଠକରେ କରୋନା ଉପରେ ସମୀକ୍ଷା କରାଯାଇ କିଛି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅନୁମାନ କରାଯାଉଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତା କରିବେ। ମୁଖ୍ୟ ଶାସନ ସଚିବ ଏବଂ ଉନ୍ନୟନ କମିଶନର ଏହି ବୈଠକରେ ଉପସ୍ଥିତ ରହିବେ। ଏହାସହିତ ଭର୍ଚୁଆଲ ମାଧ୍ୟମରେ ସାମିଲ ହେବା ପାଇଁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ରେସିଡେଣ୍ଟ ଏବଂ ଇନକମ ସାର୍ଟିଫିକେଟ ୧୦ ଦିନରେ ମିଳିବା ନେଇ ଘୋଷଣା କରାଯାଇଛି। ପୂର୍ବରୁ ଏହା ୧୫ ଦିନରେ ମିଳିବା ପାଇଁ ସମୟ ଧାର୍ଯ୍ୟ କରାଯାଇଥିଲା। ସେହିଭଳି ୧୫ ଦିନ ମଧ୍ୟରେ ମିଳିବ ଜାତିଗତ(କାଷ୍ଟ) ସାର୍ଟିଫିକେଟ। ପୂର୍ବରୁ ଏହା ୩୦ ଦିନରେ ମିଳୁଥିଲା। କିନ୍ତୁ ଏବେ ୧୫ ଦିନରେ ମିଳିବା ପାଇଁ ରାଜସ୍ୱ ସଚିବ ବିଷ୍ଣୁ ଶେଠୀ ନିର୍ଦ୍ଦେଶ ଦେଇଛନ୍ତି। ରାଜସ୍ୱ ସଚିବ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ରାଜ୍ୟବ୍ୟାପୀ କଂଗ୍ରେସ ପକ୍ଷରୁ ବର୍ଦ୍ଧିତ ବିଦ୍ୟୁତ ଦରକୁ ବିରୋଧ କରାଯାଉଛି। ରାଜ୍ୟ କଂଗ୍ରେସ ଏନେଇ ଆଂଦୋଳନର ଡାକରା ଦେଇଛି। ରାଜ୍ୟର ସବୁ ବିଦ୍ୟୁତ୍ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ ଟାଙ୍ଗୀ ବ୍ଲକ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ଆନ୍ଦୋଳନ ଡାକରା ଦିଆଯାଇଛି। କଂଗ୍ରେସର ବ୍ଲକ ସଭାପତି ଯୋଗେନ୍ଦ୍ର କୁମାର ରାଉତଙ୍କ ନେତୃତ୍ବରେ ଶତାଧିକ ମହିଳା ଏବଂ ପୁରୁଷ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। ରାଜ୍ୟ ସରକାର ବିଦ୍ୟୁତ ଦର ବୃଦ୍ଧିକୁ ପ୍ରତ୍ୟାହାର କରିନ୍ତୁ ବୋଲି କଂଗ୍ରେସ ଦାବି କରିଛି। କଂଗ୍ରେସର ଦାବି ମୁତବକ, ୨୦୧୬ରେ ବିମୁଦ୍ରାୟନ ଓ ପରେ ପରେ କରୋନା ମହାମାରୀ ଯୋଗୁଁ ସବୁବର୍ଗର ବିଶେଷତଃ ମଧ୍ୟବିତ, ନିମ୍ନ ମଧ୍ୟବିତ, ଗରିବ, ଚାଷୀ ତଥା ବିଦ୍ୟୁତ ବ୍ୟବହାରକାରୀ ଅନୁ, କ୍ଷୁଦ୍ର, ମାଧ୍ୟମ ଶିଳ୍ପାନୁଷ୍ଠାନର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି। କ୍ରୟ ଶକ୍ତି ହ୍ରାସ ପାଇଛି। ସେହି ସମୟରେ ରାଜ୍ୟରେ ଥିବା…
ନୂଆଦିଲ୍ଲୀ: ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗୁ କରାଯାଇଛି। ଆଜି ଦିଲ୍ଲୀ ସରକାର ଏଭଳି ନିଷ୍ପତ୍ତି ନେଇଛି। ଏହି କର୍ଫ୍ୟୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ। ରାତ୍ରି ୧୦ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କଟକଣା ଜାରି ରହିବ। ଏହି ସମୟରେ ରାସନ, ପାରିବା, କ୍ଷୀର ଏବଂ ଔଷଧ ଭଳି ଜରୁରୀକାଳୀନ ସାମଗ୍ରୀ ପାଇଁ ଇ-ପାସ ଜରିଆରେ ଯାତାୟାତ କରିପାରିବେ। ଇ-ପାସ ମାଧ୍ୟମରେ ପ୍ରିଣ୍ଟ ଏବଂ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଯାତାୟାତ ପାଇଁ ଅନୁମତି ମିଳିବ। ପରିଚୟ ପାତ୍ର ଦେଖାଇ ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀମାନେ ଯାତାୟାତ କରିପାରିବେ। ଟିକେଟ ଦେଖାଇବା ପରେ ଏୟାରପୋର୍ଟ, ରେଲୱେ ଷ୍ଟେସନ ଏବଂ ବସ ଷ୍ଟାଣ୍ଡକୁ ଯିବା ପାଇଁ ଯାତ୍ରମାନଙ୍କୁ ଅନୁମତି ମିଳିବ। ଯାତ୍ରୀବାହି ଗାଡି ଯଥା ବସ, ମେଟ୍ରୋ, ଅଟୋ, ଟ୍ୟାକ୍ସି ଆଦିକୁ ନିର୍ଦ୍ଧାରିତ ସମୟରେ ଯାତ୍ରୀଙ୍କୁ ନେବା ଆଣିବା ପାଇଁ ଅନୁମତି ମିଳିବ।
ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଛି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଲିଉଡ ସେଲିବ୍ରେଟିମାନେ ଏହି ଭୁତାଣୁ ଦ୍ଵାରା ସଂକ୍ରମିତ ହୋଇଛନ୍ତି। ଅକ୍ଷୟ କୁମାର, ଭିକି କୌଶଳ, ଭୂମୀ ପଡେନକର, ରଣବୀର କପୁରଙ୍କ ସମେତ ଅନେକ ଅଭିନେତା ଏବଂ ଅଭିନେତ୍ରୀ କରୋନାରେ ସଂକ୍ରମଣ ହୋଇଛନ୍ତି। ସେହିପରି ଅଭିନେତା ମିଲିନ୍ଦ ସୋମନ କରୋନାରେ ପଜିଟିଭ ହୋଇ ପୃଥକବାସରେ ରହୁଥିଲେ। ବର୍ତ୍ତମାନ ତାଙ୍କର କୋରୋନ ରିପୋର୍ଟ ନେଗେଟିଭ ଆସିଛି। ମିଲିନ୍ଦ ଏନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ତେବେ କ୍ଵାରେଣ୍ଟିନ ସମୟରେ ସେ ଏକ ସ୍ଵତନ୍ତ୍ର କାଢା ତିଆରି କରି ପିଉଥିଲେ ବୋଲି କହିଛନ୍ତି। ମିଲିନ୍ଦ ଧନିଆ, ଗୋଲ ମରିଚ, ତୁଳସୀ, ଅଦା ଏବଂ ଗୁଡକୁ ମିଶାଇ ଏକ କାଢା ତିଆରି କରୁଥିଲେ। ଏବଂ ସେ କ୍ଵାରେଣ୍ଟିନ ସମୟରେ ଲଗାତାର ସେହି କାଢାକୁ ପିଉଥିଲେ ବୋଲି ମିଲିନ୍ଦ କହିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୬ ହଜାର ୯୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪୪୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨୬ ଲକ୍ଷ ୮୬ ହଜାର ୪୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୫ ହଜାର ୫୪୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୧୭ ଲକ୍ଷ ୩୨ ହଜାର ୨୭୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୮୮ ହଜାର ୨୨୩ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ: ନ୍ୟାୟାଧୀଶ ଏନଭି ରମନା ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ନ୍ୟାୟାଧୀଶ ଏନଭି ରମନାଙ୍କୁ ଉଚ୍ଚତମ ନ୍ୟାୟଳୟର ପ୍ରଧାନ ବିଚାରତି ଭାବେ ରାଷ୍ଟ୍ରପତିଙ୍କ ମୋହର ଲାଗିଛି। ବର୍ତ୍ତମାନର ପ୍ରଧାନ ବିଚାରପତି ଏସଏ ବୋବଡେଙ୍କ କାର୍ଯ୍ୟକାଳ ଏପ୍ରିଲ ୨୩ ରେ ସମାପ୍ତ ହେଉଛି। ନୂଆ ପ୍ରଧାନ ବିଚାରପତି ଆସନ୍ତା ୨୪ ରେ ଶପଥ ଗ୍ରହଣ କରିବେ। ପୂର୍ବରୁ କେନ୍ଦ୍ର ସରକାର ଆଗାମୀ ପ୍ରଧାନ ବିଚାରପତିଙ୍କ ନିଯୁକ୍ତି ପାଇଁ ସିଜେଆଇ ବୋବଡେଙ୍କ ଠାରୁ ଅନୁମତି ମାଗିଥିଲା। ତେବେ ସିଜେଆଇ ବୋବଡେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ନ୍ୟାୟାଧୀଶ ଏନଭି ରମନାଙ୍କ ନାମକୁ ସୁପାରିସ କରିଥିଲେ। ତେଣୁ ଆଜି ରାଷ୍ଟ୍ରପତି ଏହା ଉପରେ ମୋହର ଲଗାଇଛନ୍ତି।
Tamil Nadu Election: ଆଜି ସକାଳୁ ତାମିଲନାଡୁ ବିଧାନସଭା ପାଇଁ ଚାଲିଛି ମତଦାନ। ଗୋଟିଏ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେଉଛି। ଏଥିରେ 234ଟି ଆସନ ପାଇଁ ସକାଳୁ ମତଦାନ ପକ୍ରିୟା ଆରମ୍ଭ ହୋଇଯାଇଛି। ନିର୍ବାଚନ କମିଶନରଙ୍କ ସୂଚନା ଅନୁସାରେ ଆଜି ସକାଳ 9ଟା ସୁଦ୍ଧା ତାମିଲନାଡୁରେ 13.8 ପ୍ରତିଶତ ଭୋଟିଂ ହୋଇଥିବାର ଜଣାପଡିଛି। ତାମିଲନାଡୁରେ ମୁଖ୍ୟତଃ ଏଆଇଡିଏମକେ ଏବଂ ଡିଏମକେ ମଧ୍ୟରେ ତୀବ୍ର ପ୍ରତିଯୋଗୀତା ହେଉଛି। ଏଥର ତାମିଲନାଡୁ ବିଧାନସଭା ପାଇଁ 3 ହଜାର 9ଶହ 98 ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରୁଛନ୍ତି। ଭାରତର ପ୍ରଖ୍ୟାତ ଅଭିନେତା ରଜନୀକାନ୍ତ ଆଜି ସକାଳୁ ନିଜର ମତାଧିକାର ସାବସ୍ତ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ୫୮୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୨୪୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୩ ହଜାର ୮୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୮ ହଜାର ୧୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୭୩୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୨୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୪ ଟି ଜିଲ୍ଲାରୁ ୫୭୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୦୫ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୮୪ ଜଣ, ଅନୁଗୁଳ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୧୩ ଜଣ, ବରଗଡ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…
ମେଷ: – ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ। ବେଳେବେଳେ ବୈବାହିକ ଜୀବନ ପ୍ରକୃତରେ ଅନେକ ହତାଶାର କାରଣ ହୋଇପାରେ। ଆପଣଙ୍କର ସକରାତ୍ମକ ଚିନ୍ତାଧାରା ଜୀବନରେ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିପାରିବ – ଏକ ପ୍ରେରଣାଦାୟକ ପୁସ୍ତକ ପଢିବା କିମ୍ବା ଚଳଚ୍ଚିତ୍ର ଦେଖିବା ଆଜି ବହୁତ ଭଲ ହେବ । ବୃଷ: – ଆଜି ସମସ୍ୟାର ସମାଧାନ ପାଇଁ ପିତାମାତାଙ୍କ ସାହାଯ୍ୟ ନିଅ । ସେମାନଙ୍କ ପରାମର୍ଶ ସହିତ କାମ କରନ୍ତୁ, ତେବେ ଆପଣ ନିଶ୍ଚିତ ଭାବରେ ଅସୁବିଧାର ସମାଧାନ ଖୋଜିବାକୁ ସକ୍ଷମ ହେବେ । ପ୍ରେମ ଆପଣଙ୍କର ଜୀବନରୁ ବାହାରି ପାରେ, ଆପଣଙ୍କୁ କେବଳ ଆଖି ଏବଂ କାନ ଖୋଲା ରଖିବା…
ଧନୁ : – ପରିବାର ସଦସ୍ୟ ସହଯୋଗୀ ଦେବେ, କିନ୍ତୁ ସେମାନଙ୍କର ଅନେକ ଦାବି ରହିବ। ଆପଣଙ୍କ ଉପାୟକୁ ସର୍ବୋତ୍ତମ ଉପାୟରେ ବ୍ୟବହାର କରିବା ଆବଶ୍ୟକ, କାରଣ ଆଜି ଆପଣଙ୍କ ପ୍ରିୟ ବ୍ୟକ୍ତି ଶୀଘ୍ର କ୍ରୋଧିତ ହୋଇପାରନ୍ତି । ଆପଣ ସବୁବେଳେ ଶୁଣିବାକୁ ଚାହୁଁଥିବା ପ୍ରସଂଶା ଆଜି ମିଳିବ । ମୀନ: – କଥାବାର୍ତ୍ତା କରିବା ସମୟରେ ଏବଂ ଆର୍ଥିକ କାରବାର କରିବା ସମୟରେ ସତର୍କ ରହିବା ଆବଶ୍ୟକ । ଘରୋଇ କାମର ଭାର ଏବଂ ଟଙ୍କା ଆଜି ଆପଣଙ୍କ ବିବାହିତ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରିବାର ସହିତ ଚୂଡାନ୍ତ ହୋଇପାରିବ ।
ମକର: – ଆଜି ମା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇପାରିବ ସେଥିପାଇଁ ଆଜି ପୂଜା ଅର୍ପଣ କରିବା ପରେ ମାଙ୍କୁ ଲଡୁ ଭୋଗ ଦିଅନ୍ତୁ। ଯାତ୍ରା ପାଇଁ ଦିନଟି ଭଲ ନୁହେଁ । ଶିଶୁ କିମ୍ବା ବୃଦ୍ଧ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ପରୋକ୍ଷରେ ଆପଣଙ୍କ ବୈବାହିକ ଜୀବନ ଉପରେ ପ୍ରଭାବ ପକାଇପାରେ । କୁମ୍ଭ: – ଆପଣଙ୍କର ଅସାବଧାନତା ମନୋଭାବ ପିତାମାତାଙ୍କୁ ଦୁଃଖ ଦେଇପାରେ । କୌଣସି ନୂତନ ପ୍ରକଳ୍ପ ଆରମ୍ଭ କରିବା ପୂର୍ବରୁ, ସେମାନଙ୍କର ମତାମତ ମଧ୍ୟ ଜାଣ । ଆଜି ଆପଣଙ୍କ ପ୍ରିୟଙ୍କୁ ଆପଣଙ୍କ ଭାବନା ପ୍ରକାଶ କରିବା କଷ୍ଟକର ହେବ । ଗପସପ ଏବଂ ଗୁଜବଠାରୁ ଦୂରରେ ରୁହନ୍ତୁ ।
ମେଷ: – ଆଜି ଅନ୍ୟମାନଙ୍କ ମତ ଶୁଣିବା ଏବଂ ଅନୁସରଣ କରିବା ଗୁରୁତ୍ୱପୂର୍ଣ୍ଣ ହେବ। ମିଛ କହିବା ଠାରୁ ଦୂରେଇ ରୁହନ୍ତୁ, କାରଣ ଏହା ଆପଣଙ୍କର ପ୍ରେମ ସମ୍ପର୍କକୁ ନଷ୍ଟ କରିପାରେ । ସେହି ଲୋକମାନଙ୍କ ସହିତ ସମ୍ପର୍କରୁ ଦୂରେଇ ରୁହନ୍ତୁ ଯେଉଁମାନେ ଆପଣଙ୍କ ପ୍ରତିଷ୍ଠାକୁ କ୍ଷତି ପହଞ୍ଚାଇବେ । ସିଂହ: – ଆଜି ଆପଣ କ୍ଳାନ୍ତ ଅନୁଭବ କରିବେ ଏବଂ ଛୋଟ କଥାରେ କ୍ରୋଧିତ ହୋଇପାରନ୍ତି। ଥଟ୍ଟାରେ କହିଥିବା ଜିନିଷ ବିଷୟରେ କାହାକୁ ହସିବା ଠାରୁ ଦୂରେଇ ରୁହନ୍ତୁ । ପାରିବାରିକ ତିକ୍ତତା ଆପଣଙ୍କ ଏକାଗ୍ରତାକୁ ଭଙ୍ଗ କରିବ। ଖରାପ ସମୟରୁ ଆପଣ କିଛି ଅଧିକ ଶିକ୍ଷା କରିବେ।

