Author: Samikhsya Bureau

April Fool Day : ଏପ୍ରିଲ୍ ଫୁଲ ଦିବସ ପ୍ରତିବର୍ଷ ଏପ୍ରିଲ 1 ତାରିଖରେ ପାଳନ କରାଯାଇଥାଏ। ଏହି ଦିନଟି ସରକାରୀ ଛୁଟି ନୁହେଁ। ଏହା ଏକ ଏପରି ଏକ ଦିନ ଭାବରେ ପାଳନ କରାଯାଏ ଯେତେବେଳେ ପରସ୍ପର ସହିତ ହସନ୍ତି ଏବଂ ଥଟ୍ଟା କରନ୍ତି । ଏହି ଦିନ ବନ୍ଧୁ, ସମ୍ପର୍କୀୟ, ପଡ଼ୋଶୀ ଏବଂ ସହକର୍ମୀମାନଙ୍କ ସହିତ ଥଟ୍ଟା ପରିହାସ କରାଯାଏ। ଯାହାର ଉଦ୍ଦେଶ୍ୟ କେବଳ କୌଣସି କ୍ଷତି ନକରି ଥଟ୍ଟା କରିବା। ବିଭିନ୍ନ ଦେଶରେ ଏପ୍ରିଲ୍ ଫୁଲ ଦିବସ ବିଭିନ୍ନ ଉପାୟରେ ପାଳନ କରାଯାଏ। ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ, ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକାରେ ଏପ୍ରିଲ୍ ଫୁଲ୍ ମଧ୍ୟାହ୍ନ ପର୍ଯ୍ୟନ୍ତ ପାଳନ କରାଯାଏ। ଫ୍ରାନ୍ସ, ଆୟର୍ଲାଣ୍ଡ, ଇଟାଲୀ, ଦକ୍ଷିଣ କୋରିଆ, ଜାପାନ, ଋଷ, ନେଦରଲ୍ୟାଣ୍ଡ, ଜର୍ମାନୀ, ବ୍ରାଜିଲ, କାନାଡା ଏବଂ ଆମେରିକାରେ ଏହି ଦିବସ ଦିନସାରା ପାଳନ କରାଯାଏ। ଏପ୍ରିଲ୍ ଫୁଲ ଦିବସର କଣ ରହିଛି ଇତିହାସ କେତେକ ବିଶ୍ବାସ…

Read More

କୁମ୍ଭ: – ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଉତ୍ସାହିତ ହେବେ । ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ଅଟେ। ଆଧ୍ୟାତ୍ମିକତା ଏବଂ ଚିନ୍ତାଧାରା ଭଲ ରହିବ। ସାଙ୍ଗ ଏବଂ ସମ୍ପର୍କୀୟଙ୍କଠାରୁ ଉପହାର ପାଇବାର ସମ୍ଭାବନା ଅଛି। ମୀନ: – ଆଜି ଆପଣଙ୍କର ଏକାଗ୍ରତା ଅଭାବ ହେବ। ଧାର୍ମିକ କାର୍ଯ୍ୟରେ ଟଙ୍କା ଖର୍ଚ୍ଚ ହେବ । ପୁଞ୍ଜି ବିନିଯୋଗ ନିର୍ଦ୍ଦିଷ୍ଟ ଧ୍ୟାନ ଆବଶ୍ୟକ କରେ। ସମ୍ପର୍କୀୟଙ୍କଠାରୁ ଦୂରରେ ରୁହନ୍ତୁ କାରଣ ସେମାନେ ଅଲଗା ହୋଇପାରନ୍ତି । କୋର୍ଟ କାର୍ଯ୍ୟରେ ସତର୍କତା ଅବଲମ୍ବନ କରନ୍ତୁ ।

Read More

ଧନୁ : – ଯଦି ଆପଣ ଆଜି ନୂତନ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ ଆପଣ ନିଶ୍ଚିତ ଭାବରେ ସଫଳତା ପାଇବେ। ଏହା ସାଙ୍ଗ ଏବଂ ପ୍ରିୟଜନଙ୍କ ମିଶ୍ରଣ । ଆପଣ କାର୍ଯ୍ୟରେ ସଫଳତା ପାଇବେ ଏବଂ ପ୍ରତିଯୋଗୀମାନଙ୍କ ଉପରେ ବିଜୟ ପାଇବେ । ଶୁଭଫଳ ମିଳିବ ଏବଂ ସାମାଜିକ ସମ୍ମାନ ମଧ୍ୟ ଉପଲବ୍ଧ ହେବ। ମକର :- ଆଜି ଆପଣଙ୍କର କଣ୍ଟିଜେନ୍ସି ଟଙ୍କା ମିଳିପାରେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି ଯାହା ଘରକୁ ବିଶୃଙ୍ଖଳିତ କରିପାରେ । ଛାତ୍ରମାନଙ୍କୁ ଆଜି ଅଧିକ ପରିଶ୍ରମ କରିବାକୁ ପଡିବ । ନକାରାତ୍ମକ ଚିନ୍ତାଧାରାକୁ ରୋକନ୍ତୁ । ଦୁଃସାହସିକ ଧାରା ପାଇଁ ଦିନଟି ଉପଯୁକ୍ତ ଅଟେ।

Read More

ତୂଳା: – ଆଜି ଆପଣ ଦିନଟି ଖୁସିରେ ବିତାଇବେ । ବୈଦ୍ଧିକ ଧାରା ଏବଂ ଆଲୋଚନା ପାଇଁ ଦିନଟି ଭଲ । ଆଜି, ଆପଣ କଳ୍ପନାର ସର୍ବୋତ୍ତମ ଉପଯୋଗ କରିବେ । ପିଲାମାନଙ୍କଠାରୁ ଭଲ ଖବର ପାଇ ହୃଦୟ ଖୁସି ହେବ । ବିଛା: – ଆଜି ଏକ ଶାନ୍ତିପୂର୍ଣ୍ଣ ଦିନ ହେବ । ମନ ଚିନ୍ତିତ ରହିବ ଏବଂ ବ୍ୟକ୍ତିଗତ ସମ୍ପର୍କ ମଧ୍ୟରେ ପାର୍ଥକ୍ୟ ଅଛି, ତଥାପି କୈଣସି କ୍ଷତି ହେବ ନାହିଁ । ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ, ଟଙ୍କା କ୍ଷତି ହୋଇପାରେ ।

Read More

ସିଂହ: – ଆଜି ଆପଣଙ୍କ ଦିନ ମଧ୍ୟମ ଫଳପ୍ରଦ। ଘର ବ୍ୟବସାୟରେ ସାବଧାନ ରୁହନ୍ତୁ। ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, କିନ୍ତୁ ଆପଣଙ୍କ ସାଥୀଙ୍କ ମନ ଚିନ୍ତିତ ହେବ। ବରିଷ୍ଠ ଏବଂ ପ୍ରିୟଜନଙ୍କ ପାରସ୍ପରିକ କ୍ରିୟା ବୃଦ୍ଧି ପାଇବ। ଏକ ସୁନ୍ଦର ସ୍ଥାନକୁ ଯାତ୍ରା ସମ୍ଭବ। କନ୍ୟା: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ। ଘରେ ସୁଖ ଏବଂ ଶାନ୍ତିର ପରିବେଶ ରହିବ ଏବଂ ମନ ମଧ୍ୟ ଖୁସି ହେବ । ଏକ ସୁଖଦ ବ୍ୟାପାର ହେବ ।  ରୋଗରେ ପୀଡିତଙ୍କ ଅବସ୍ଥା ସୁଧୁରିବା ସହିତ ସନ୍ତୁଷ୍ଟ ହେବାର ଭାବନା ରହିବ।

Read More

ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ପ୍ରତିଯୋଗୀମାନଙ୍କ ସହିତ କୈଣସି ପ୍ରକାର ଆଲୋଚନାରୁ ଦୂରେଇ ରୁହନ୍ତୁ । କର୍କଟ: – ଆଜି, ଆପଣଙ୍କର ଦିନ ପ୍ରତିକୂଳ ପରିସ୍ଥିତିରେ ପରିପୂର୍ଣ୍ଣ । ପରାମର୍ଶ ଦିଆଯାଇଛି ଯେ ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ ଏବଂ ଆଜି ଚିକିତ୍ସା ଏବଂ ଅସ୍ତ୍ରୋପଚାରରୁ ମଧ୍ୟ ଦୂରେଇ ରୁହନ୍ତୁ । କ୍ରୋଧରୁ ଦୂରରେ ରୁହନ୍ତୁ । ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି ହେବ।

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ ।

Read More

ମେଷ: – ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ । ପ୍ରିୟଜନ, ଆତ୍ମନିର୍ଭରଶୀଳତା ଏବଂ ସାଙ୍ଗମାନଙ୍କ ସହିତ ସାମାଜିକ କାର୍ଯ୍ୟ କରିବାରେ ପୁରା ଦିନ ଅତିବାହିତ ହେବ । ବନ୍ଧୁମାନେ ଉପକୃତ ହେବେ ଏବଂ ସେମାନଙ୍କ ପାଇଁ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡିବ। ବୃଷ: – ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ । ଆଜି ଆପଣ ନୂତନ କାର୍ଯ୍ୟଗୁଡ଼ିକର ଆୟୋଜନ କରିବେ । ଅମଲାତନ୍ତ୍ର ଏବଂ ବ୍ୟବସାୟୀଙ୍କ ପାଇଁ ଆଜି ଏକ ଭଲ ଦିନ । ଉଚ୍ଚ ପଦାଧିକାରୀଙ୍କ ଉଚ୍ଚ ପ୍ରୋଫାଇଲ୍ ରହିବ । ପୁରୁଣା ଅସମ୍ପୂର୍ଣ୍ଣ କାର୍ଯ୍ୟ ସମାପ୍ତ ହେବ । ପଦୋନ୍ନତି ଅର୍ଥନୈତିକ ଲାଭ ଆଣିପାରେ । ମିଥୁନ: – ଆଜି ଆପଣଙ୍କ ପାଇଁ ମାନସିକ ଦ୍ୱନ୍ଦ୍ୱ ଏବଂ ଜଟିଳତାର ଦିନ । ସମସ୍ତଙ୍କ ଶରୀର, ମନ ଏବଂ ଧନରେ ବାଧା ଆସିବ । ଆଜି କୈଣସି କାର୍ଯ୍ୟ ଆରମ୍ଭ…

Read More

ନୂଆଦିଲ୍ଲୀ: ଆଜି ଦିଲ୍ଲୀସ୍ଥିତ ଏମ୍ସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସଫଳତାର ସହ ବାଇପାସ ସର୍ଜରୀ ହୋଇଯାଇଛି। ରାଷ୍ଟ୍ରପତି ଭବନର ପ୍ରବକ୍ତା ଏହି ସୂଚନା ଦେଇଛନ୍ତି। ଗତ ଶୁକ୍ରବାର ଦିନ ରାଷ୍ଟ୍ରପତି ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ଚିକିତ୍ସା ପାଇଁ ତାଙ୍କୁ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାପରେ ତାଙ୍କୁ ଏମ୍ସ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ରାଷ୍ଟ୍ରପତିଙ୍କ ହୃଦୟରେ ବାଇପାସ ଅସ୍ତ୍ରୋପଚାର  ହୋଇଛି। ବର୍ତ୍ତମାନ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି ବୋଲି ପ୍ରବକ୍ତା ସୂଚନା ଦେଇଛନ୍ତି।

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ଅଞ୍ଚଳରେ ଛତୁ ଫୁଟିଲା ପରି ମଦ ଦୋକାନ ଖୋଲିବାରେ ଲାଗିଥିବା ବେଳେ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ନାମକୁ ମାତ୍ର ଚଢାଉ କରି ତିର୍ତ୍ତୋଲ ଅବକାରୀ ବିଭାଗ ବାଃ ବାଃ ନେଉଥିବା କୁହାଯାଉଛି। ସୂଚନାନୁଯାୟୀ ତିର୍ତ୍ତୋଲ ଅଞ୍ଚଳର ଏମିତି କୌଣସି ଗାଁ ଗହଳି, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି। ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ତିର୍ତ୍ତୋଲ ଅଞ୍ଚଳର ଗାଁ ଗହଳି ଛକ ବଜାର ଓ ଢାବା ଗୁଡିକରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଥିଲା। ସୂଚନାନୁଯାୟୀ ଏମିତିକି ତିର୍ତ୍ତୋଲ ଅବକାରୀ ଅଫିସ୍ ନିକଟସ୍ଥ ତିର୍ତ୍ତୋଲ ବଜାରରେ ହୋଲି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶା ପ୍ରସିଦ୍ଧ ପଞ୍ଚଦୋଳ ଉତ୍ସବ ନିମନ୍ତେ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରର ସ୍ଥାନୀୟ ଛାୟା ମଣ୍ଡପ ଠାରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକର ଅଧ୍ୟକ୍ଷତା କରିଥିଲେ ବାଣପୁର ତହସିଲଦାର ମନ୍ମଥ ବେହେରା। ଚଳିତ ବର୍ଷ ପଞ୍ଚଦୋଳ ଉତ୍ସବ ଏପ୍ରିଲ ୨ ତାରିଖ ମଧ୍ୟରାତ୍ରିରୁ ଆରମ୍ଭ ହୋଇ ଏପ୍ରିଲ ୩ ତାରିଖ ଅପରାହ୍ନରେ ଶେଷ ହେବ। କରୋନା କଟକଣାକୁ ଦୃଷ୍ଟିରେ ରଖି କିପରି ଉକ୍ତ ଉତ୍ସବ ପାଳନ କରାଯିବ ଏ ନେଇ ପଞ୍ଚୁଦୋଳ କମିଟି ସଭ୍ୟ ଏବଂ ସାମ୍ବାଦିକମାନଙ୍କ ମତାମତ ଲୋଡ଼ିଥିଲେ ତହସିଲଦାର। ତତସହିତ ପଞ୍ଚଦୋଳ ଉତ୍ସବ ସମୟରେ କରୋନା କଟକଣା ଲାଗୁ କରିବା ନେଇ ତହସିଲଦାର ଏବଂ ବାଲୁଗାଁ ଏସଡ଼ିପିଓ ମତାମତ ଲୋଡ଼ିଥିଲେ। ତେବେ ସର୍ବସମ୍ମତି କ୍ରମେ ସରକାରଙ୍କ କୋଭିଡ କଟକଣା ଅନୁଯାୟୀ ଚଳିତ ବର୍ଷ ପଞ୍ଚଦୋଳ ପାଳନ କରିବା ପାଇଁ ନିଷ୍ପତି ହୋଇଛି। କେବଳ ଠାକୁରଙ୍କ…

Read More

ନୂଆଦିଲ୍ଲୀ: ଏପ୍ରିଲ ୧ ତାରିଖ ଠାରୁ ନୂଆ ଆର୍ଥିକ ବର୍ଷର ଆରମ୍ଭ ହେବ। ଆସନ୍ତା ମାସର ୩୦ ଦିନ ମଧ୍ୟରୁ ପାଖାପାଖି ୧୫ ଦିନ ବ୍ୟାଙ୍କ ବନ୍ଦ ରହିପାରେ। ଏହି ୧୫ ଦିନ ମଧ୍ୟରୁ ରବିବାର, ମାସର ଦ୍ଵିତୀୟ ଶନିବାର ଏବଂ ଚତୁର୍ଥ ଶନିବାରକୁ ମିଶାଇ ୬ ଦିନ ବ୍ୟାଙ୍କ ବନ୍ଦ ରହିବ। ତେବେ ବ୍ୟାଙ୍କ ସହିତ ଜଡିତ କିଛି ଜରୁରୀ କାମ ଥିଲେ ଶେଷ କରିବାକୁ ଚେଷ୍ଟା କରନ୍ତୁ। ଜାଣନ୍ତୁ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ: ୧- ଏପ୍ରିଲ ୧ ତାରିଖ- କ୍ଲୋଜିଂ କାରଣରୁ କାମ ହେବ ନାହିଁ ୨- ଏପ୍ରିଲ ୨ ତାରିଖ – ଗୁଡ ଫ୍ରାଇ ଡ଼େ ୩- ଏପ୍ରିଲ ୪ ତାରିଖ- ରବିବାର ୪- ଏପ୍ରିଲ ୫ ତାରିଖ- ବାବୁ ଜଗଜୀବନ ରାମ ଜୟନ୍ତୀ( କେତୋଟି ରାଜ୍ୟରେ ବ୍ୟାଙ୍କ ଖୋଲା ରହିବ) ୫- ଏପ୍ରିଲ ୬ ତାରିଖ- ତାମିଲନାଡୁ ନିର୍ବାଚନ ପାଇଁ ବ୍ୟାଙ୍କ…

Read More

କଲିକତା: ପଶ୍ଚିମବଙ୍ଗର ଦ୍ଵିତୀୟ ପର୍ଯ୍ୟାୟର ମତଦାନ ପାଇଁ ଆଜି ନିର୍ବାଚନ ପ୍ରଚାର ବନ୍ଦ ହୋଇଛି। କିନ୍ତୁ ଏହା ଭିତରେ କ୍ରିକେଟ ଖେଳାଳିରୁ ନେତା ହୋଇଥିବା ଅଶୋକ ଦିଣ୍ଡାଙ୍କ ଉପରକୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଶୋକ ଦିଣ୍ଡା ବିଜେପି ଟିକେଟରୁ ନିର୍ବାଚନ ଲଢୁଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, ଯେତେବେଳେ ସେ ପ୍ରଚାର କରୁଥିଲେ, ସେତେବେଳ ତାଙ୍କ କାର ଉପରକୁ ଆକ୍ରମଣ ହୋଇଥିଲା। ଯେଉଁଥିରେ ତାଙ୍କ କାର କ୍ଷତିଗ୍ରସ୍ତ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଆଜି ସନ୍ଧ୍ୟା ୪ ଟା ସମୟରେ ତୃଣମୂଳ କଂଗ୍ରେସର କର୍ମୀମାନେ ବିଡିଓ କାର୍ଯ୍ଯାଳୟ ନିକଟରେ ଆକ୍ରମଣ କରିଥିବା ସେ ଟ୍ବିଟ ମାଧ୍ୟମରେ ଉଲ୍ଲେଖ କରିଛନ୍ତି

Read More

ନୂଆଦିଲ୍ଲୀ, ନିକଟରେ ଦିଲ୍ଲୀ ଉପରାଜ୍ୟପାଳଙ୍କ କ୍ଷମତା ନେଇ ସଂସଦରେ ଏକ ବିଲ ପାରିତ ହୋଇଛି। ଯେଉଁଥିରେ ଦିଲ୍ଲୀ ସରକାରଙ୍କ କ୍ଷମତାକୁ ଗୌଣ କରାଯାଇ ଉପରାଜ୍ୟପାଳଙ୍କ କ୍ଷମତାକୁ ଅଧିକ କରାଯାଇଛି। ଫଳରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ନିଷ୍ପତି ଏବଂ ବିଧାନସଭା ନିଷ୍ପତି ଉପ ରାଜ୍ୟପାଳଙ୍କ ବିନା ପାଶ ହୋଇପାରିବ ନାହିଁ। ଏପରି ନିୟମକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। କାରଣ ହେଲା ଦିଲ୍ଲୀରେ ଏକ ନିର୍ବାଚିତ ସରକାର ଅଛି। ହେଲେ ସେହି ନିର୍ବାଚିତ ସରକାରଙ୍କୁ ସ୍ବାଧୀନଭାବେ ନିଷ୍ପତି ନେବା ଅଧିକାରରୁ ବଞ୍ଚିତ କରାଗଲା। ବିଭିନ୍ନ ସମୟରେ କ୍ଷମତାକୁ ନେଇ ଦିଲ୍ଲୀ ସରକାର ଏବଂ ଉପ ରାଜ୍ୟପାଳଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିଲା। ଫଳରେ ଏହା ଉପରେ ସୁପ୍ରିମ କୋର୍ଟରେ ମାମାଲ ଦାୟର କରାଯାଇଥିଲା। ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଦିଲ୍ଲୀରେ ଜମି, ପୋଲିସ କିମ୍ବା ଆଇନି ଶୃଙ୍ଖଳା ସହ ଜଡିତ ନିଷ୍ପତ୍ତି ବ୍ୟତୀତ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଅନୁମୋଦନ ଆବଶ୍ୟକ ନାହିଁ।…

Read More

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଧୀରେ ଧୀରେ ବଢି ଚାଲିଛି। ତେଣୁ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତା ଦୁଇ ଦିନ ମଧ୍ୟରେ ଦିନର ତାପମାତ୍ରାରେ ୨ ଡିଗ୍ରୀ ବୃଦ୍ଧି ପାଇବ। ଏହି ଗ୍ରୀଷ୍ମ ପ୍ରବାହକୁ ନେଇ ଆସନ୍ତା ୨ ତାରିଖ ଯାଏଁ ୨୦ ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଅନୁଗୁଳ, ବାଲେଶ୍ଵର, ବରଗଡ଼, ବଲାଙ୍ଗୀରି, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡା, କଳାହାଣ୍ଡି, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ, ନୂଆପଡା, ସମ୍ବଲପୁର, ସୁନ୍ଦରଗଡ ଏବଂ ସୋନପୁର ଜିଲ୍ଲାଗୁଡିକୁ ସତର୍କ ସୂଚନା ଦିଆଯାଇଛି। ତେବେ ଏହି ସବୁ ପ୍ରଭାବିତ ଜିଲ୍ଲାଗୁଡିକର ଜିଲ୍ଲାପାଳମାନଙ୍କୁ ସ୍ଵତନ୍ତ୍ର ରିଲିଫ କମିଶନର ସତର୍କ କରାଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୧୭, ବଲାଙ୍ଗୀରିରୁ ୧୬, ମୟୂରଭଞ୍ଜରୁ ୧୩, ଝାରସୁଗୁଡାରୁ ୧୦, କଟକରୁ ୯, ସୁନ୍ଦରଗଡରୁ ୭, ଭଦ୍ରକରୁ ୬, ପୁରୀରୁ ୫, ଅନୁଗୁଳରୁ ୪, ବାଲେଶ୍ବରରୁ ୪, ଯାଜପୁରରୁ ୪, ନୂଆପଡ଼ାରୁ ୪, ଗଞ୍ଜାମରୁ ୩, ନବରଙ୍ଗପୁରରୁ ୩, ଢେଙ୍କାନାଳରୁ ୨, କେନ୍ଦୁଝରରୁ ୨, ସମ୍ବଲପୁରରୁ ୨, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୬ ହଜାର ୯୩୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦ କୁ ବୃଦ୍ଧି ହୋଇଛି। ତେବେ ୧୭୧୬…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୪୨୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୮୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୫୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ପିପିଲି ଉପ-ନିର୍ବାଚନ ପାଇଁ ବିଜେପି ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଏହି ଷ୍ଟାର ପ୍ରଚାରକମାନେ ପ୍ରଚାର କରିବେ। ଏହି ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ବିଜେପି ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି, ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ, ସାଂସଦ ଜୁଏଲ ଓରାମ, ସାଂସଦ ବସନ୍ତ ପଣ୍ଡା, ରାଷ୍ଟ୍ରୀୟ ପ୍ରବକ୍ତା ତଥା ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର, ବିଜୟ ପାଲ୍ ସିଂହ ତୋମାର, ବିଶେଶ୍ୱର ଟୁଡୁ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକ, କେ ଭି ସିଂହ ଦେଓ, ବିଜେପି ନେତା ମନମୋହନ ସାମଲ, ସୁରେଶ ପୂଜାରୀ, ବିଜୟ ମହାପାତ୍ର, ବିଷ୍ଣୁ ଚରଣ ସେଠୀ, ଜୟନାରାୟଣ ମିଶ୍ର, ସୁରମା ପାଢୀ, ଖାରବେଳ ସ୍ୱାଇଁ, ଅଶ୍ୱିନୀ ବୈଷ୍ଣବ, ପ୍ରକାଶ ମିଶ୍ର, ମାନସ ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ର,…

Read More

ନୂଆଦିଲ୍ଲୀ: ଯଦି ଆପଣଙ୍କର ପ୍ୟାନ ସହ ଆଧାର ଲିଙ୍କ କରି ନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ। ଏଥିପାଇଁ ଆପଣଙ୍କ ପାଖରେ ଆଉ ଦୁଇ ଦିନର ସମୟ ବାକି ରହିଛି। ଆସନ୍ତାକାଲି ଏହାର ଶେଷ ତାରିଖ ରହିଛି। ନଚେତ୍ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ। ଏହା ପୂର୍ବରୁ କେନ୍ଦ୍ର ସରକାର ବହୁତ ଥର ଆଧାର ସହ ପ୍ୟାନ ଲିଙ୍କ କରିବା ପାଇଁ ଅବଧି ବଢାଇଛି। କିନ୍ତୁ ଏବେ ଲିଙ୍କ କରି ନପାରିଲେ କେନ୍ଦ୍ର ସରକାର ଜରିମାନାର ପ୍ରାବଧାନ ଆଣିଛି। ଏହାସହିତ କାର୍ଡ ଧାରକଙ୍କ ପ୍ୟାନକୁ ମଧ୍ୟ ଅବୈଧ ଘୋଷିତ କରାଯିବ। ଉଲ୍ଲେଖ ଯୋଗ୍ୟ ଯେ, ଗତ ମଙ୍ଗଳବାର ଦିନ ଆର୍ଥିକ ବିଲ-୨୦୨୧ ପାରିତ କରାଯାଇଛି। ଯେଉଁଥିରେ ଆୟକର ଧାରା, ୧୯୬୧ରେ ନୂଆ ଧାରା ୨୩୪ଏଚ ଅନୁଯାୟୀ, ପ୍ୟାନ ସହ ଆଧାର ଲିଙ୍କ କରାନଗଲେ ଏବେ ଲୋକଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ। ଏତଦବ୍ୟତିତ ସେହି ଲୋକଙ୍କ ପ୍ୟାନକୁ ଅବୈଧ…

Read More

ଭୁବନେଶ୍ୱର: ଆଜି ଓଡିଶା ଉଚ୍ଚନ୍ୟାୟଳୟ ସ୍କୁଲ ମିଶ୍ରଣ ମାମଲାର ଶୁଣାଣି କରିଛନ୍ତି। ୨୦ରୁ କମ ପିଲା ଥିବା ସ୍କୁଲକୁ ମିଶ୍ରଣ ମାମଲାରେ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ଏକ ବଡ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୫ ଦିନ ଭିତରେ ଅଭିଭାବକ ସଂଘର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ଉଚ୍ଚନ୍ୟାୟଳୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍କୁଲ ମିଶ୍ରଣକୁ ବିରୋଧ କରି ଅଭିଭାବକ ସଂଘ ଉଚ୍ଚ ନ୍ୟାୟଳୟ ଯାଇଥିଲା। ତେବେ ଅଭିଭାବକ ସଂଘର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ଉଚ୍ଚ ନ୍ୟାୟଳୟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଯଦି ଅବିଭାକ ସଂଘ ସରକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନହୁଅନ୍ତି, ତେବେ ପୁନର୍ବାର ଉଚ୍ଚନ୍ୟାୟଳୟ ଆସିବା ପାଇଁ କହିଛନ୍ତି।

Read More

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ପଡୋଶୀ ଛତିଶଗଡକୁ ଚାଲିଥିବା ବସ ସେବା ବନ୍ଦ ହୋଇପାରେ। ଛତିଶଗଡରୁ କରୋନା ସଂକ୍ରମଣ ବଢୁଥିବାରୁ ବସ ସେବା ବନ୍ଦ କରାଯିବ ବୋଲି ଆଲୋଚନା ହେଉଛି। ଏନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି। ନୂଆପଡ଼ା ଜିଲ୍ଲାର ଲୋକେ ପଡୋଶୀ ରାଜ୍ୟକୁ ବ୍ୟବସାୟ କିମ୍ବା ସାମନା କିଣିବା ପାଇଁ ଯାଇଥାନ୍ତି। ଏବେ ମାଇକ ଯୋଗେ ଲୋକଙ୍କୁ ସଚେତନ କରାଯାଉଛି। ଏହାସହିତ ବସ ବନ୍ଦ କରିବାପାଇଁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ଡା. ମିଶ୍ର କହିଛନ୍ତି।

Read More