ମେଷ: – ଆଜି ଧାଁ ଦୌଡ଼ ଅତ୍ୟଧିକ ହେବ, ଯେଉଁ କାରଣରୁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିବେ । ପରିବାର ସଦସ୍ୟଙ୍କ ସହ ବିବାଦ ହେବାର ସମ୍ଭାବନା ଅଛି । ଆର୍ଥିକ ଲାଭ ହେଉଛି, କିନ୍ତୁ ଟଙ୍କା ଅଧିକ ଖର୍ଚ୍ଚ ହେବ । ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ । ବୃଷ: – ବ୍ୟବସାୟରେ ଏକ ଲାଭ ପରିସ୍ଥିତି ହେବ । ପରିବାରର ପରିବେଶ ଭଲ ରହିବ ଏବଂ ଦିନଟି ଶାନ୍ତିରେ ବିତାଇବେ ଆପଣ ପରିବାରର ନିକଟତର ଅନୁଭବ କରିବେ । ସେମାନଙ୍କର ସହଯୋଗ ମଧ୍ୟ ଉପଲବ୍ଧ ହେବ । ପୁରୁଣା ବନ୍ଧୁମାନଙ୍କୁ ଭେଟି ପାରିବେ ଏବଂ ପରିବାର ସଦସ୍ୟମାନେ ଏକ ମନୋରମ ପର୍ଯ୍ୟଟନ ସ୍ଥଳ ପରିଦର୍ଶନ କରିବାକୁ ଯୋଜନା କରିପାରନ୍ତି। ରବିବାର ସକାଳୁ ପଢନ୍ତୁ ବିସ୍ତୁତ ରାଶିଫଳ
Author: Samikhsya Bureau
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶେରଗଡ଼ ଥାନା ପିତଳ ଚେରମାରିଆ ରାସ୍ତାରେ ଗତ ୮ ତାରିଖ ଦିନ ମଦ ଦୋକାନ କର୍ମଚାରୀଙ୍କଠାରୁ ହୋଇଥିବା ଲୁଟ୍ ଘଟଣାରେ ପୋଲିସ୍ ଆଜି ୪ ଜଣ ଚୋରକୁ ଗିରଫ କରିଛି। ଗିରଫ ଚାରିଜଣ ହେଲେ ଶିବରାମ ସେଠୀ, ବିକାଶ ଜେନା, ଗିରିଧାରୀ ମଣ୍ଡଳ ଓ ସନ୍ତୋଷ କୁମାର ବେହେରା। ଘଟଣାରୁ ପ୍ରକାଶ ଯେ ଗତ ୮ ତାରିଖ ଦିନ କିଛି ଲୁଟେରା ଜନୈକ ମଦ ଦୋକାନ କର୍ମଚାରୀଙ୍କୁ ବାଟରେ ଭୟଭୀତ କରାଇ ଲୁଟ୍ପାଟ କରିଥିଲେ। ମଦ ଦୋକାନ କର୍ମଚାରୀ ଜଣକ ମଦ ଦୋକାନର ଟଙ୍କାକୁ ଆସିକା ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ସେ ଧରିଥିବା ଏକଲକ୍ଷ ଟଙ୍କା ଝାମ୍ପି ନେବା ସହ ଚମ୍ପଟ ମାରିଥିଲେ। ଏନେଇ କର୍ମଚାରୀ ଜଣକ ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଚାରି ଲୁଟେରାକୁ ଗିରଫ କରିଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: “ମୋ ସ୍କୁଲ” ମୁଖ୍ୟ ପ୍ରକଳ୍ପ ଅଧିକାରୀ ଅମରଜିତ ଜେନାଙ୍କ ନେତୃତ୍ୱରେ ଆସଥିବା ଏକ ୩ ଜଣିଆ ଟିମ୍ ଆଜି ଗଂଜାମ ଜିଲ୍ଲାର ବିଭିନ୍ନ ସ୍କୁଲକୁ ଗସ୍ତ କରିଛନ୍ତି। ସ୍କୁଲଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପୁରାତନ ଛାତ୍ରମାନେ ମୋ ସ୍କୁଲ ନାମରେ ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି ତାହା ସ୍ୱାଗତ ଯୋଗ୍ୟ ବୋଲି କହିବା ସହ ଏହା ଅଧିନରେ କାର୍ଯ୍ୟରତ ଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକୁ ବୁଲି ଦେଖିଥିଲେ। ପ୍ରଥମେ ହିଂଜିଳିକାଟୁ ଗସ୍ତ କରିବା ବ୍ରହ୍ମପୁର ସହରର ପ୍ରତିଷ୍ଠିତ ପୁରାତନ ହାଇସ୍କୁଲ ମେଡ଼ିକାଲ୍ କ୍ୟାମ୍ପସ୍ ପରିଦର୍ଶନରେ ଆସିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ବିକାଶ ଏବଂ ଛାତ୍ରଛାତ୍ରୀମାନେ କିଭଳି ଗୁଣାତ୍ମକ ଶିକ୍ଷା ପାଇପାରିବେ ସେ ନେଇ ଟିମ୍ ଗୁରୁତ୍ୱାରୋପ କରିଛନ୍ତି। ଯେଉଁ ପୁରତାନ ଛାତ୍ର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ମେଡ଼ିକାଲ୍ କ୍ୟାମ୍ପସ୍ ଉଚ୍ଚ ବିଦ୍ୟାଳୟକୁ ମୋ ସ୍କୁଲ ଅଭିଯାନରେ ସାମିଲ କରି ଭିତ୍ତିଭୂମିରେ ବିକାଶ କରିଛନ୍ତି ସେଥି ସକାଶେ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସଦରଥାନା ଅଂଚଳ ବର୍ତ୍ତମାନ ଅସାମାଜିକ ତତ୍ତ୍ୱଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଇଛି। ପ୍ରତିଦିନ ଏଠାରେ କୌଣସି ନାଁ କୌଣସି ଅଘଟଣର ସୂଚନା ମିଳୁଥିବାବେଳେ ଗତ ସପ୍ତାହ ମଧ୍ୟରେ ଏହା ଚରମ ସୀମାରେ ପହଞ୍ଚିଛି। ସପ୍ତାହ ମଧ୍ୟରେ ଦୁଇଦୁଇଟି ହତ୍ୟା, ଡ଼ାକ୍ତରଙ୍କ ଆକ୍ରମଣ, ଆଇନଶୃଙ୍ଖଳା ଠିକ୍ ନଥିବାରୁ ରାସ୍ତାରୋକ ଆଦି ଘଟଣା ଘଟିବାରେ ଲାଗିଛି। ସଦ୍ୟ ଘଟଣାକ୍ରମେ ଏହି ଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମରୁ ଗତରାତିରେ କବାଟ ଭାଙ୍ଗି ଜନୈକ ବ୍ୟକ୍ତିଙ୍କ ଘରେ ଚୋରମାନେ କଳାକନା ବୁଲାଇ ଦେଇଛନ୍ତି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ମଧ୍ୟରାତ୍ର ସମୟରେ ସଦରଥାନା ଅନ୍ତର୍ଗତ ନିମଖଣ୍ଡି ଗ୍ରାମର ରଘୁନାଥ ମଠସାହିରେ ରହୁଥିବା ସୀମାଞ୍ଚଳ ସାମଲଙ୍କ ଘରର ପଛପଟ କବାଟ ଭାଙ୍ଗି ପଶିଥିଲେ । ଘର ମଧ୍ୟରେ ଥିବା ତିନି ତିନିଟା ଆଲମିରା ଭାଙ୍ଗି ପ୍ରାୟ ଦୁଇଲକ୍ଷ ଟଙ୍କାର ସୁନା ଅଳଙ୍କାର, ୫୦ହଜାର ନଗଦ ଟଙ୍କା ଏବଂ ରୂପା ସାମଗ୍ରୀ ଚୋରି କରି ନେଇଯାଇଥିଲେ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ବିଜେପି ନେତାଙ୍କ ପଦ ପଦବୀ ମୋହ କ୍ଷମତା ଲଢ଼େଇ ଆଗରେ ନିଜ ଦଳର ସମ୍ମାନ କେବଳ ଯାଇନି ବରଂ ମର୍ଯ୍ୟାଦାର ସୁରକ୍ଷା ପ୍ରତି ମଧ୍ୟ ପ୍ରଶ୍ନ ଉଠୁଛି। ଗଂଜାମ ବିଶେଷ କରି ବ୍ରହ୍ମପୁରରେ ତ୍ରିକୋଣୀୟ ନେତାଙ୍କ ନିଜ ସ୍ୱାର୍ଥକୁ ସୁରକ୍ଷା ଦେଇ ଆସୁଥିବା ଚରିତ୍ରମାନେ ଦଳୀୟ ବିଚାର ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା ମହଙ୍ଗା ପଡ଼ୁଛି ବୋଲି ଚର୍ଚ୍ଚା। ଆଗାମୀ ଦିନରେ ମେୟର ନିର୍ବାଚନ ମହାନଗର ପାଇଁ ଆଗକୁ ଆସୁଥିବାବେଳେ ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ବିଜେପି ଜିଲ୍ଲା ସଭାପତି ବିଭୂତି ଜେନା ଏବଂ ପୂର୍ବତନ ବିଜେପି ସଭାପତି ତଥା ବ୍ରହ୍ମପୁର ବିଧାୟକ ପ୍ରାର୍ଥୀ କାହ୍ନୁଚରଣ ପତି ନିଜ ନିଜର ଗୋଟିଏ ଗୋଟିଏ ଆଖଡ଼ାରେ ସମରସଜ୍ଜା ପ୍ରସ୍ତୁତି ବିଜେପି ରଣକୌଶଳକୁ ଦୁର୍ବଳ କରିଚାଲିଛି। ଯାହାକି ଏମାନଙ୍କ ସ୍ୱାର୍ଥ ପାଇଁ ଦଳୀୟ ବିଧିବ୍ୟବସ୍ଥା ଦିଶାହୀନ ବୋଲି ଚର୍ଚ୍ଚା। ଏଠି ଭାଗଭାଗ ହୋଇ ବିଜେପି ସଂଗଠନ…
ଭୁବନେଶ୍ବର: ଫେସବୁକ ପେଜରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଲେଖଶ୍ରୀ ସାମନ୍ତସିଂହାରଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର କରିଥିବା ଅଭିଯୋଗ ହୋଇଛି। ଏନେଇ ଲେଖାଶ୍ରୀ ଆଜି ସମ୍ପୃକ୍ତ ଫେସବୁକ ପେଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତାଙ୍କର ଅଭିଯୋଗ ଅନୁଯାୟୀ, ‘ପଲିଟିକାଲ ଡ୍ରାମା’ ନାମକ ଏକ ଫେସବୁକ୍ ପେଜରେ ତାଙ୍କ ବିରୋଧରେ ଏକ ମିଥ୍ୟା ପୋଷ୍ଟ କରି ଲୋକମାନଙ୍କୁ ଭ୍ରମିତ କରୁଛି। ରନ୍ଧନ ଗ୍ୟାସର ମୂଲ୍ୟ ବୃଦ୍ଧି ହେଉଥିବାରୁ ମହିଳାମାନଙ୍କୁ କମ ଜିନିଷ ରାନ୍ଧିବା ଉଚିତ ଯାହାର ଅର୍ଥ ଭାତ ଓ ଡାଲି ବୋଲି ଲେଖାଶ୍ରୀ କହିଥିବାର ଏହି ପେଜରେ ପୋଷ୍ଟ କରାଯାଇଛି। ତେବେ ଲେଖାଶ୍ରୀ ଏଭଳି ମନ୍ତବ୍ୟ ଦେଇନଥିବା କହିଛନ୍ତି ଏବଂ ଏପରି ମିଥ୍ୟା ଖବର ଲୋକଙ୍କୁ ବ୍ଲାକମେଲ କରିବା ଏବଂ ସେମାନଙ୍କଠାରୁ ଟଙ୍କା ଲୁଟିବା ପାଇଁ ଉଦ୍ଦିଷ୍ଟ ବୋଲି ଅଭିଯୋଗ କରିଛନ୍ତି। ଏହି ପ୍ରସଙ୍ଗରେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ସେ କହିଛନ୍ତି ଯେ , ‘ ମୋ ବିରୁଦ୍ଧରେ ମିଥ୍ୟା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୧୫, ବରଗଡରୁ ୭, ବାଲେଶ୍ବରରୁ ୬, ଯାଜପୁରରୁ ୬, ମୟୂରଭଞ୍ଜରୁ ୬, ସୁନ୍ଦରଗଡରୁ ୬, ଭଦ୍ରକରୁ ୪, ଖୋର୍ଦ୍ଧାରୁ ୪, କଟକରୁ ୩, ଗଜପତିରୁ ୨, ଝାରସୁଗୁଡାରୁ ୨, ନବରଙ୍ଗପୁରରୁ ୨, ପୁରୀରୁ ୨, ଅନୁଗୁଳରୁ ୧, ଦେବଗଡରୁ ୧, କେନ୍ଦ୍ରାପଡାରୁ ୧, ମାଲକାନାଗିରିରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୫୬୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଛି। ତେବେ ୫୮୧ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ…
ଭୁବନେଶ୍ବର, ମାର୍ଚ୍ଚ 14 ତାରିଖ ରବିବାରଠାରୁ ମଳମାସ ବା ଖରମାସ ଆରମ୍ଭ ହେଉଛି। ଏହା କାରଣ ହେଉଛି ସୂର୍ଯ୍ୟଙ୍କର ରାଶି ପରିବର୍ତ୍ତନ। ଜ୍ୟୋତିଷଙ୍କ ଅନୁଯାୟୀ, ସୂର୍ଯ୍ୟଦେବ ମାର୍ଚ୍ଚ 14 ତାରିଖ ସଂଧ୍ୟା 6ଟା 4 ମିନିଟରେ ମୀନ ରାଶିରେ ପ୍ରବେଶ କରିବେ। ସେ ଏହି ରାଶିରେ ସୂର୍ଯ୍ୟ 14 ଏପ୍ରିଲ ରାତି 2ଟା 33 ମିନିଟ ପର୍ଯ୍ୟନ୍ତ ରହିବେ। ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ସମସ୍ତ 12ଟି ରାଶିକୁ ପ୍ରଭାବିତ କରିବ। କାରଣ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଦେବଙ୍କୁ ସମସ୍ତ ଗ୍ରହର ରାଜା ଭାବରେ ବିବେଚନା କରାଯାଇଥାଏ। ରାଶିଫଳରେ ସୂର୍ଯ୍ୟଙ୍କ ସ୍ଥିତି ଏହାକୁ ଏକ ଉଚ୍ଚ ପଦ, ଖ୍ୟାତି, ନେତୃତ୍ୱ, ଶକ୍ତି ଇତ୍ୟାଦି ସହିତ ଜଡିତ କରି ରଖିଥାଏ। ସୂର୍ଯ୍ୟଙ୍କ ଦ୍ବାରା ଜଣେ ବ୍ୟକ୍ତିର ଜୀବନ ଚକାଚକ୍ ମଧ୍ୟ ହୋଇଯାଏ। ମାର୍ଚ୍ଚ 14 ରେ ସୂର୍ଯ୍ୟଙ୍କ ରାଶି ପରିବର୍ତ୍ତନର ପ୍ରଭାବ ବିଷୟରେ ଜାଣନ୍ତୁ। ମେଷ: ସୂର୍ଯ୍ୟଙ୍କର ଏହି ରାଶି ପରିବର୍ତ୍ତନ ମେଷ ଲୋକଙ୍କ…
ନୂଆଦିଲ୍ଲୀ: ୧୫ ବର୍ଷରୁ ଉର୍ଦ୍ଧ୍ଵ ପୁରୁଣା ସରକାରୀ ଗାଡିର ପଞ୍ଜୀକରଣରେ ନବୀକରଣ (ରିନୱାଲ)ନକରିବା ପାଇଁ କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ପ୍ରସ୍ତାବ ଦେଇଛି। ଯଦି ଏହି ପ୍ରସ୍ତାବକୁ ସ୍ବୀକୃତ୍ତି ମିଳେ, ତେବେ ଏପ୍ରିଲ ୧ ତାରିଖ ଠାରୁ ଏହି ଗାଡ଼ିଗୁଡିକୁ ପଞ୍ଜିକରଣରେ ନବୀକରଣ କରାଯାଇପାରିବ ନାହିଁ। କେନ୍ଦ୍ରୀୟ ସଡକ ପରିବହନ ଏବଂ ଜାତୀୟ ରାଜପଥ ମନ୍ତ୍ରାଳୟ ଏନେଇ ଏକ ଅଧିସୂଚନା ଜାରି କରି ସମସ୍ତଙ୍କର ପରାମର୍ଶ ମାଗିଛି। ଏଥିରେ କୁହାଯାଇଛି କି, ଏହି ପ୍ରସ୍ତାବକୁ ଅନୁମତି ମିଳିଲେ କେନ୍ଦ୍ର, ରାଜ୍ୟ, ମହାନଗର ଅଧୀନରେ ଆସୁଥିବା ସବୁ ସରକାରୀ ଗାଡି ଉପରେ କଟକଣା ଲାଗିବ। ଉଲ୍ଲେଖ ଯୋଗ୍ୟ ଯେ, ଚଳିତ ବର୍ଷ ଫେବୃୟାରୀ ୧ ତାରିଖ ସାଧାରଣ ବଜେଟରେ କେନ୍ଦ୍ର ସରକାର ଭେଇକଲ ସ୍କ୍ରାପ ନୀତି ଘୋଷଣା କରିଥିଲେ। ଯେଉଁଥିରେ ବ୍ୟକ୍ତିଗତ ଗାଡି ପାଇଁ ୨୦ ବର୍ଷ ଏବଂ ପରିବହନ ଗାଡି ପାଇଁ ୧୫ ବର୍ଷ ପରେ ଫିଟନେସ ପରୀକ୍ଷା…
କଲିକତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ ବିଜେପି ମଧ୍ୟରେ ଲଢାଇ ଜାରି ରହିଛି। ହେଲେ ସେହି ଦୁଇ ଦଳର ରାଜନୈତିକ ଲଢାଇ ମଧ୍ୟରେ କୃଷକ ନେତା ରାକେଶ ଟିକେତ ମଧ୍ୟ ନନ୍ଦୀଗ୍ରାମରେ ମହାପଞ୍ଚାୟତ କରିବାକୁ ଯାଉଛନ୍ତି। ବର୍ତ୍ତମାନ ସେ ନନ୍ଦୀଗ୍ରାମରେ ଭ୍ରମଣ କରୁଛନ୍ତି। ଏହି ନନ୍ଦୀଗ୍ରାମ ଆସନ ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ସେପଟେ ସେହି ବିଧାନସଭା ଆସନ ପାଇଁ ତୃଣମୂଳ କଂଗ୍ରେସର ବିଧାୟକ ରହିଥିବା ଶୁଭେନ୍ଦୁ ଅଧିକାରୀ ମମତାଙ୍କ ବିରୋଧରେ ନାମାଙ୍କାନ ପତ୍ର ଦାଖଲ କରିଛନ୍ତି। ତେବେ ରାକେଶ ଟିକେତ କଲିକତାରୁ ନନ୍ଦୀଗ୍ରାମ ଯିବା ପୂର୍ବରୁ ତୃଣମୂଳ କଂଗ୍ରେସର ନେତାମାନଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି। ତିନି କୃଷକ ଆଇନ ଯୋଗୁଁ ବିଜେପିକୁ ବିରୋଧ କରୁଥିବା ଏହି କୃଷକ ନେତାଙ୍କ ମହାପଞ୍ଚାୟତ ଦ୍ଵାରା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କି ପ୍ରଭାବ ପକାଉଛି, ଦେଖିବା ବାକି ରହିଲା।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୬୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୨୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୫୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ମିଶନଶକ୍ତି ବିଭାଗର କମିଶନର ତଥା ନିର୍ଦ୍ଦେଶିକା ସୁଜାତା କାର୍ତ୍ତିକେୟନ ଏକ ଦିନିକିଆ ଜଗତସିଂହପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହ ଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇଥିଲେ। ବହୁବର୍ଷ ହେଲା ରାଜ୍ୟ ସରକାର ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବହୁତ ଗୁରୁତ୍ୱ ଦେଉଛନ୍ତି ଓ ୨ରୁ ୩ବର୍ଷ ହେବ ଏଥିପାଇଁ ଅଧିକ ବ୍ୟୟ ବଜେଟ୍ କରିଛନ୍ତି ବୋଲି ନିର୍ଦ୍ଦେଶିକା ପ୍ରକାଶ କରିଥିଲେ। ୨୦୧୯ କ୍ୟାବିନେଟ ନିଷ୍ପତି ମାଧ୍ୟମରେ ରାଜ୍ୟ ସରକାର ୫୦୦୦ କୋଟି ଟଙ୍କାର କାମ କେବଳ ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପ୍ରଦାନ କରାଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ମିଶନଶକ୍ତି ଋଣ ମାଧ୍ୟମରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣକୁ ସୁଧ ଛାଡ କରାଯାଇଛି। ସେହିସୁଧ ମହିଳା ମାନଙ୍କ ଖାତାକୁ ଯାଇଛି। ଏବର୍ଷ ମହିଳା ମାନଙ୍କୁ ୪ହଜାର କୋଟି ଟଙ୍କା ଋଣ ପ୍ରଦାନ କରାଯାଇଛି। ମହିଳା ମାନଙ୍କ ସୁବିଧା ନିମନ୍ତେ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ…
ରମେଶ ମହାନ୍ତି ଜଗତସିଂହପୁର: ଓସେପାର ରାଜ୍ୟ କାର୍ଯ୍ୟାଳୟ ଜାଲି କର୍ମଚାରିଙ୍କ ଉପରେ ନିଆଯାଉଥିବା ପଦକ୍ଷପକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି। ଶିକ୍ଷକଟିଏ ଜାଲି ବୋଲି ଧରା ହୋଇ ଚାକିରୀରୁ ବିଦା ହୋଇ ଗଲା ବେଳେ ଓସେପା ଜାଲି ମାନଙ୍କୁ ତଳ ପଦବୀରେ ଅବସ୍ଥାପିତ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମାତ୍ର ଜଗତସିଂହପୁର ସମଗ୍ର କାର୍ଯ୍ୟାଳୟର କିଛି କର୍ମଚାରୀ ପାଗଳଙ୍କ ପରି ବିଳାପ କରିବା ଚର୍ଚ୍ଚାର ବିଷୟ ହୋଇଛି। ନିଜକୁ ଦକ୍ଷ ବୋଲି କହୁଥିବା ସାର୍ ଜଣଙ୍କ ଦାନ୍ତ କଡମଡ କରି ସବୁ ଶିକ୍ଷକଙ୍କ ପୋଲ ଖୋଲି ଦେବେ ବୋଲି କହୁଥିବା ଚର୍ଚ୍ଚା ହେଉଛି। ତେବେ ଜିଲ୍ଲାରେ କେତେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଜାଲି ଅଛନ୍ତି ବା ସେମାନଙ୍କ ପ୍ରମାଣ ପତ୍ର ତିଆରି କରିବାରେ ସାରଙ୍କ ଏଥିରେ ହାତ ନାହିଁ ତ? ଏନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ସରକାର ନିରପେକ୍ଷ ତଦନ୍ତ କରି ଜିଲ୍ଲାରେ ଥିବା ଜାଲି…
ରମେଶ ମହାନ୍ତି ଜଗତସିଂହପୁର: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ୪୫ତମ ରାଜ୍ୟ ଅଧିବେଶନ ମାର୍ଚ୍ଚ ୬, ୭ ଦୁଇଦିନ ଧରି ବ୍ରହ୍ମପୁରରେ ହୋଇଥିଲା। ଏହି ଅବସରରେ ୨୦୨୧-୨୦୨୨ ର ନୂଆ କାର୍ଯ୍ୟକାରିଣୀ ଘୋଷଣା କରାଯାଇଥିଲା। ରାଜ୍ୟ ସଭାନେତ୍ରୀ ଭାବେ ଅଧ୍ୟାପିକା ଗାର୍ଗୀ ବାନାର୍ଜୀ, ରାଜ୍ୟ ସମ୍ପାଦକ ସୌଭାଗ୍ୟ ମହାନ୍ତି, ଭବରଞ୍ଜନ ବେହେରା (ଆକାଶ) ଙ୍କୁ ରାଜ୍ୟ ସହ ସଂଯୋଜକ ଭାବେ ରାଜ୍ୟ ବିଶ୍ୱବିଦ୍ୟାଳୟ କାର୍ଯ୍ୟ ପାଇଁ ନିର୍ବାଚିତ ହୋଇଛନ୍ତି। ଭବରଞ୍ଜନଙ୍କ ଘର ବାଲିକୁଦା ବ୍ଲକ ରାହଣ ପଞ୍ଚାୟତରେ। ସେ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟ ରେ ରାଜନୀତି ବିଭାଗ ସମ୍ନାନରେ ପଢିଲା ବେଳେ ବିଦ୍ୟାର୍ଥୀ ପରିଷଦ ପାଇଁ କାର୍ଯ୍ୟ କରି ଆସୁଥିଲେ। ସେ ୨୦୧୮ ଛାତ୍ର ସଂସଦ ନିର୍ବାଚନରେ ସଭାପତି ପାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ। ବର୍ତ୍ତମାନ ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଲୋକପ୍ରଶାସନରେ ସ୍ନାତକ କରୁଛନ୍ତି। ବର୍ତ୍ତମାନ ସେ ବାଣୀବିହାରର କ୍ୟାମ୍ପସ ୟୁନିଟ ସମ୍ପାଦକ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ବିଶ୍ୱର…
ନୂଆଦିଲ୍ଲୀ: ଗତକାଲି ଭାରତ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏଥିରେ ଇଂଲଣ୍ଡ ଠାରୁ ଭାରତ ୮ ୱିକେଟରେ ପରାସ୍ତ ହୋଇଥିଲା। ଭାରତର ଏହି ପରାଜୟ ପରେ ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକେଲ ୱନ ଟ୍ବିଟ କରି ସମାଲୋଚନା କରିଥିଲେ। ସେ ଟ୍ବିଟରେ ଲେଖିଥିଲେ ଯେ, ଭାରତୀୟ ଟିମ ଠାରୁ ଆଇପିଏଲରେ ଖେଳୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଟି-୨୦ ପାଇଁ ଭଲ ଦଳ ଅଟେ। ତାଙ୍କର ଏହି ଟ୍ବିଟ ପରେ ଭାରତୀୟ ଦଳର ସମର୍ଥକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି। ୱାନଙ୍କ ଟ୍ବିଟ ଉପରେ ଜବାବ ଦେଇ ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ୱାସିମ ଜାଫର ଲେଖିଛନ୍ତି ଯେ, ‘ପ୍ରତ୍ୟେକ ଦଳ ଭାଗ୍ଯବାନ ନୁହନ୍ତି, ଯେଉଁଥିରେ ଚାରି ଜଣ ବିଦେଶୀ ଖେଳାଳିଙ୍କୁ ଦଳରେ ସାମିଲ କରାଯାଇପାରିବ। ଉଲ୍ଲେଖ ଯୋଗ୍ୟ ଯେ, ବର୍ତ୍ତମାନ ଇଂଲଣ୍ଡ ଟିମରେ ଚାରି ଜଣ ବିଦେଶୀ ଖେଳାଳି ଖେଳୁଛନ୍ତି। ଯୋଫ୍ରା ଆର୍ଚର ୧୯ ବର୍ଷରୁ କମ…
ଭୁବନେଶ୍ବର: ଆଜି ରାଜ୍ୟରେ ୬୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୪୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୫୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୮ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୨ ଟି ଜିଲ୍ଲାରୁ ୬୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଏବଂ କଟକ ଜିଲ୍ଲାରୁ ୧୩ ଜଣ, ଅନୁଗୁଳ ଜିଲ୍ଲାରୁ ୫ ଜଣ, ବାଲେଶ୍ଵର ଜିଲ୍ଲାରୁ ୨ ଜଣ, ବରଗଡ ଜିଲ୍ଲାରୁ ୨…
କଲିକତା: ଭାରତୀୟ ଜନତା ପାର୍ଟିର ପୂର୍ବତନ ନେତା ତଥା ବାଜପାୟୀ ସରକାରରେ ମନ୍ତ୍ରୀ ରହିଥିବା ଯଶବନ୍ତ ସିହ୍ନା ଆଜି ତୃଣମୂଳ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହି ଅବସରରେ ଡେରେକ ଓ ବ୍ରାୟନ, ସୁଦୀପ ବନ୍ଦୋପାଧ୍ୟାୟ ଏବଂ ସୁବ୍ରତ ମୁଖାର୍ଜୀ ଉପସ୍ଥିତ ଥିଲେ। ତୃଣମୂଳ କଂଗ୍ରେସରେ ଯଶବନ୍ତ ଯୋଗ ଦେଇଥିବା ପ୍ରେସ ମିଟରେ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ, ଅନ୍ତର୍ଜାତୀୟ ଯୋଗ ଦିବସକୁ ଆଉ ଶହେ ଦିନ ଥିବାରୁ ଏବେ ଠାରୁ ଆରମ୍ଭ କେନ୍ଦ୍ର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ କିରଣ ରିଜୁଜି କଲେ ପ୍ରସ୍ତୁତି
ଭୁବନେଶ୍ବର: ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଆଉ ସ୍କୁଲ ଖୋଲା ହେବ ନାହିଁ। ତେଣୁ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କର ପରୀକ୍ଷା ସମ୍ଭବ ନାହିଁ। ଗତ ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଉପର ଶ୍ରେଣୀକୁ ପ୍ରମୋଶନ ହେବେ। ବିଦ୍ଧିବଦ୍ଧ ନିଷ୍ପତ୍ତି ହୋଇନଥିଲେ ମଧ୍ୟ ଆପାତତଃ ଏହା ସ୍ଥିର ହୋଇଛି। ରାଜ୍ୟ ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ସୂଚନା ଦେଇଛନ୍ତି। ହେଲେ ନବମ ଶ୍ରେଣୀ ପିଲାଙ୍କ କ୍ଳାସ ଚାଲିଥିବାରୁ ସେମାନଙ୍କର ପରୀକ୍ଷା ଅଫଲାଇନରେ ହେବ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏମ୍କେସିଜି ମେଡ଼ିକାଲ୍ କଲେଜ କ୍ୟାମ୍ପସ୍ର ସ୍ନାତକ ଛାତ୍ର ସଂସଦର ପକ୍ଷରୁ ତିନିଦଫା ଦାବି ନେଇ ଧାରଣା ଅନୁଷ୍ଠିତ ହୋଇଥିଲା। ଏହାକୁ ଜୁନିୟର ଡ଼ାକ୍ତର ସଂଘ ଏବଂ ହାଉସ୍ ସର୍ଜନ ଡ଼ାକ୍ତର ସଂଘ ମଧ୍ୟ ସମର୍ଥନ କରିଥିଲେ। ଗତ ୧୯.୨.୨୦୨୧ ତାରିଖରେ ଡ଼ାକ୍ତର ନିଯୁକ୍ତି ପାଇଁ ଆସିଥିବା ବିଜ୍ଞପ୍ତିକୁ ବିରୋଧ କରାଯାଇଛି। ଏଥିରେ ଅଣଓଡ଼ିଆ ଡ଼ାକ୍ତରମାନେ ଓପିଏସ୍ସି ପରୀକ୍ଷା ମାଧ୍ୟମରେ ରାଜ୍ୟରେ ନିଯୁକ୍ତି ପାଇପାରିବେ। ଡ଼ାକ୍ତରୀ ସଂଘ ପକ୍ଷରୁ ଏଭଳି ନିଷ୍ପତ୍ତିକୁ କଡ଼ା ବିରୋଧ କରିବା ସହିତ ଏହି ବିଜ୍ଞପ୍ତିକୁ ରବ୍ଦ କରିବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। ଏହାସହ ବଢ଼ିଥିବା ଡ଼ାକ୍ତରୀ ସିଟ୍କୁ ନଜରରେ ରଖି ସରକାର ନିଯୁକ୍ତି କ୍ଷେତ୍ରରେ ଏକ ପୂର୍ଣ୍ଣକାଳୀନ ସମାଧାନ ପାଇଁ ବ୍ୟବସ୍ଥା କରିବା ସହ ନିୟମିତ ନିଯୁକ୍ତି ସମ୍ବନ୍ଧରେ ପ୍ରୟାସ କରିବା ପାଇଁ ଡ଼ାକ୍ତରୀ ସଂଘ ଅନୁରୋଧ କରିଛି। ନିଯୁକ୍ତି ପାଇନଥିବା ସଂରକ୍ଷିତ ସିଟ୍ଗୁଡ଼ିକୁ, ଅଣ ସଂରକ୍ଷିତ ପ୍ରକାରକୁ ଆଣି…
ଭୁବନେଶ୍ୱର: ରାଜ୍ୟରେ ୭ ଟି ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ଆଜି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଅନୁଗୁଳ, ବରଗଡ, ଦେଓଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ଏବଂ ସୁନ୍ଦରଗଡରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଛି। ତେବେ ବର୍ଷା ସମୟରେ ବଜ୍ରପାତରୁ ରକ୍ଷା ପାଇବା ପାଇଁ ନିରାପଦ ସ୍ଥାନରେ ରହିବାକୁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।

