Author: Samikhsya Bureau

ପାଟଣା: ବିହାରର ରାଜନୀତିରେ ଲଗାତର ହଲଚଲ ଦେଖିବାକୁ ମିଳୁଛି। ରାଷ୍ଟ୍ରୀୟ ଲୋକ ସମତା ପାର୍ଟିର ମିଶ୍ରଣ ନିତୀଶ କୁମାରଙ୍କ ଜନତା ଦଳ(ୟୁ) ସହିତ ହେବା ନେଇ ଅଟକଳ କରାଯାଉଛି। କିନ୍ତୁ ତାହା ପୂର୍ବରୁ ରାଷ୍ଟ୍ରୀୟ ଲୋକ ସମତା ପାର୍ଟିକୁ ବଡ ଝଟକା ଲାଗିଛି। ଆରଏଲଏସପିର ବହୁ ନେତା ଦଳ ଛାଡି ରାଷ୍ଟ୍ରୀୟ ଜନତା ଦଳରେ ସାମିଲ ହେବା ନେଇ ନିଷ୍ପତ୍ତି ନେଇଛନ୍ତି। ଉପେନ୍ଦ୍ର କୁଶବାହଙ୍କ ଦଳରୁ ବିହାରର ରାଜ୍ୟ ସଭାପତି ବୀରେନ୍ଦ୍ର କୁଶବାହ, ରାଜ୍ୟ ସାଧାରଣ ସମ୍ପାଦକ ନିର୍ମଳ କୁଶବାହ, ମହିଳା ମୋର୍ଚ୍ଚାର ମୁଖ୍ୟ ମଧୁ ମଞ୍ଜରି ପ୍ରମୁଖ ଦଳୀୟ କର୍ମୀଙ୍କ ସହ ଆରଜେଡିରେ ସାମିଲ ହେଉଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଉପେନ୍ଦ୍ର କୁଶବାହଙ୍କ ଦଳ ଆରଏଲଏସପି ଜେଡ଼ିୟୁରେ ମିଶିବା ପାଇଁ ଆଲୋଚନା ଜାରି ରହିଛି। ଉପେନ୍ଦ୍ର କୁଶବାହ ଏବଂ ନିତୀଶ କୁମାରଙ୍କ ମଧ୍ୟରେ ଏନେଇ ଅନେକ ଥର ବୈଠକ ହୋଇଛି। ୧୪ ମାର୍ଚ୍ଚରେ ଉପେନ୍ଦ୍ରଙ୍କ ଦଳର ବୈଠକ ପରେ ଜେଡ଼ିୟୁରେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮ ହଜାର ୫୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୪୦୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୭୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୭ ଟି ଜିଲ୍ଲାରୁ ୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦ ଜଣ, ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ,  ଅନୁଗୁଳ ଜିଲ୍ଲାରୁ ୨ ଜଣ, ବାଲେଶ୍ଵର ଜିଲ୍ଲାରୁ ଜଣେ, ବରଗଡ…

Read More

ଭୁବନେଶ୍ବର: ବିଜୁ ଯୁବବାହିନୀ ଆଉ କାର୍ଯ୍ୟକ୍ଷମ ନାହିଁ। ଆଜି ବିଧାନସଭାର ଏକ ପ୍ରଶ୍ନରେ ଉତ୍ତର ରଖି ଏନେଇ କ୍ରିଡାମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇଛନ୍ତି। ଏହି ଯୁବ ବାହିନୀ ପାଇଁ ଚଳିତ ବଜେଟରେ କୌଣସି ବ୍ୟୟ ବରାଦ ନାହିଁ। ତେଣୁ ଏହି ବାହିନୀ ବର୍ତ୍ତମାନ କାର୍ଯ୍ୟକ୍ଷମ ନାହିଁ ବୋଲି ମନ୍ତ୍ରୀ ଗୃହରେ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୨୦୧୮ ମସିହାରେ ଏହି ଯୁବ ବାହିନୀ ପ୍ରତିଷ୍ଠା ହୋଇଥିଲା। ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରତିଷ୍ଠା ହୋଇଥିବାରୁ ବିରୋଧୀ ଏହାକୁ ସମାଲୋଚନା କରିଥିଲା। ନିର୍ବାଚନ ବୈତରଣୀ ପାର ହେବା ପାଇଁ ଏଭଳି ଏକ ସଂସ୍ଥା ସୃଷ୍ଟି କରାଯାଇଛି ବୋଲି ବିରୋଧୀ ସେତେବେଳ ଅଭିଯୋଗ କରୁଥିଲା।

Read More

ଇସ୍ଲାମବାଦ: ପାକିସ୍ଥାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଵାଜ ସରିଫ ନିଜ ଦେଶର ସେନା ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ନଵାଜ ସରିଫ ଟ୍ଵିଟରେ ଏକ ଭିଡ଼ିଓ ଜାରି କରି କହିଛନ୍ତି ଯେ, ପାକିସ୍ଥାନୀ ସେନା ପକ୍ଷରୁ ତାଙ୍କ ଝିଅ ମରିୟମ ନଵାଜଙ୍କୁ ଜୀବନରେ ମାରିଦେବା ପାଇଁ ଧମକ ଦିଆଯାଉଛି। ଯଦି ମରିୟମର କିଛି କ୍ଷତି ହୁଏ, ତେବେ ସେଥିପାଇଁ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ, ସେନା ମୁଖ୍ୟ ଜାଭେଦ ବାଜବା, ଆଇଏସଆଇ ମୁଖ୍ୟ ଜେନେରାଲ ଫୟଜ ହାମିଦ ଏବଂ ଜେନେରାଲ ଇରଫାନ ମଲିକ ଦାୟୀ ରହିବେ ବୋଲି ସେ କହିଛନ୍ତି। ଇମ୍ରାନ ଖାନ ପାକିସ୍ଥାନ ସଂସଦରେ ଯେଉଁ ଆସ୍ଥା ଭୋଟରେ ଜିତିଥିଲେ, ତାହା ଘୋଟାଲା ଥିଲା ବୋଲି ନବାବ ସରିଫ ଅଭିଯୋଗ କରିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ, ପାକିସ୍ଥାନ ସେନା ଇମ୍ରାନ ଖାନକୁ ବଳପୂର୍ବକ ପ୍ରଧାନମନ୍ତ୍ରୀ ଆସନରେ ବସାଇ ଦେଶର ବର୍ବଦା ଆଡକୁ ଠେଲି ଦେଇଛି। ସେହିପରି ପାକିସ୍ଥାନ ମୁସଲିମ…

Read More

ଭୁବନେଶ୍ବର, ପିପିଲି ବିଧାନସଭା ଆସନ ଖାଲି ପଡିବାର 6 ମାସରୁ ଅଧିକ ସମୟ ବିତିଗଲାଣି। କାରଣ ଏହି ଆସନରୁ ପ୍ରତିନିଧିତ୍ବ କରୁଥିବା ବିଧାୟକ ପ୍ରଦୀପ ମହାରଥୀଙ୍କର ଗତ ବର୍ଷ ଅକ୍ଟୋବର 4 ତାରିଖରେ ପରଲୋକ ଘଟିଛି। ମାର୍ଚ୍ଚ 4 ତାରିଖକୁ ଏହା ଛଅ ମାସ ପୁରଣ କରି ସାରିଲାଣି। ହେଲେ ଭାରତ ନିର୍ବାଚନ କମିସନ ଏ ପର୍ଯ୍ୟନ୍ତ ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କଲେ ନାହିଁ। ଭାରତରେ ପ୍ରଣୟନ ହୋଇଥିବା ରିପ୍ରେଜେଣ୍ଟସନ ଅଫ ପିପୁଲ ଆକ୍ଟ 1951 ଅନୁଯାୟୀ କୌଣସ ବିଧାନସଭା ଆସନ ଖାଲି ପଡିଲେ ତାହାକୁ ଛଅ ମାସ ମଧ୍ୟରେ ପୁରଣ କରିବାର ଆବଶ୍ୟକତା ରହିଛି। ଧାରା 149 ଏବଂ 151-କ ଅନୁସାରେ ନିର୍ବାଚନ କମିସନର ଏହି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରି ନିର୍ବାଚନ କରିବା ଉଚିତ୍। ହେଲେ ପିପିଲି କ୍ଷେତ୍ରରେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। କେବଳ ପିପିଲି ଘଟଣା ନୁହେଁ ଏକଦା…

Read More

ନୂଆଦିଲ୍ଲୀ: ବିଗତ ତିନି ମାସରୁ ଉର୍ଦ୍ଧ୍ଵ ଦିନ ଧରି ଦିଲ୍ଲୀ ସୀମାରେ କୃଷକ ଆନ୍ଦୋଳନ ଜାରି ରହିଛି। ଏହା ଭିତରେ ପଞ୍ଜାବରୁ ଏକ ଆଶ୍ବସ୍ତିକର ଖବର ମିଳିଛି। ପଞ୍ଜାବର ଅମୃତସରରେ କୃଷି ଆଇନକୁ ନେଇ ରେଳ ଧାରଣାରେ କୃଷକ ଆନ୍ଦୋଳନରେ ବସିଥିଲେ। ଯାହାଫଳରେ ସେହି ରୁଟରେ ଯାଉଥିବା ସମସ୍ତ ଟ୍ରେନର ଯାତାୟତା ଉପରେ ବାଧା ସୃଷ୍ଟି ହୋଇଥିଲା। ଯାହାକୁ ଆଜି ଆନ୍ଦୋଳନରତ କୃଷକମାନେ ରେଳ ଧାରଣା ଖାଲି କରିଛନ୍ତି। ସୂଚନା ଅନୁଯାୟୀ, ଟ୍ରେନ ରଦ୍ଦ ହେବା କାରଣରୁ ଚାଷୀ ଏବଂ ବ୍ୟବସାୟୀମାନଙ୍କୁ ବେଶୀ କ୍ଷତି ହେଉଥିଲା। ସେଥିପାଇଁ ୧୬୯ ଦିନ ପରେ ଏହି ଧାରଣାକୁ ସମାପ୍ତ କରିବା ପାଇଁ ନିଷ୍ପତ୍ତି ନିଆଗଲା। ସେପଟେ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନ ଆସନ୍ତା ୨୬ ତାରିଖକୁ ୪ ମାସରେ ପହଞ୍ଚିବ। ତେଣୁ ନୂଆ କୃଷି ଆଇନ ବିରୋଧରେ ଆସନ୍ତା ୨୬ ତାରିଖରେ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛି। କୃଷକ…

Read More

ଭୁବନେଶ୍ବର: ଆଜିଠାରୁ ବିଧାନସଭାର ଦ୍ଵିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ଅଧିବେଶନ ଆରମ୍ଭ ହେବ ମାତ୍ରେ ବିରୋଧୀ ଦଳ ହୋ-ହାଲ୍ଲା ଆରମ୍ଭ କରିଦେଇଛନ୍ତି। ଉଭୟ ବିଜେପି ଏବଂ କଂଗ୍ରେସ ଦଳର ବିଧାୟକମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଛନ୍ତି। ପୁଣିଥରେ ଧାନମଣ୍ଡି ସମସ୍ୟାକୁ ନେଇ ବିରୋଧୀ ଗୃହରେ ହଟ୍ଟଗୋଳ କରିଛନ୍ତି। ମଣ୍ଡିରୁ ଧାନ ଉଠୁନଥିବାରୁ ସେମାନେ ସରକାରକୁ ବିରୋଧ କରି ହୋ-ହଲ୍ଲା କରିଛନ୍ତି। ଯାହାଫଳରେ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୧୧.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୩ ହଜାର ୨୮୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୩ ଲକ୍ଷ ୮ ହଜାର ୮୪୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୩୦୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୫୩ ହଜାର ୩୦୩ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୯୭ ହଜାର ୨୩୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ବିଧାନସଭାର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ।ତେବେ ଏହି ପର୍ଯ୍ୟାୟ ଅଧିବେସନ ବେଶ ସରଗରମ ହେବ ବୋଲି ଜଣାପଡିଛି। କାରଣ ଜଙ୍ଗଲୀ ନିଆଁ, ଧାନ ମଣ୍ଡି ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି ପ୍ରସଙ୍ଗକୁ ନେଇ ବିରୋଧୀ ଘେରିବାର ସମ୍ଭାବନା ରହିଛି। ମୁଖ୍ୟ ବିରୋଧୀ ବିଜେପି ଧାନମଣ୍ଡି, ବିଭିନ୍ନ ସ୍ଥାନରେ ଜଙ୍ଗଲ ନିଆଁ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ ଉଠାଇବ । ସେହିପରି କଂଗ୍ରେସ  ମଧ୍ୟ ଦରବୃଦ୍ଧି, ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି, କୋଟିଆ ଓ ବେକାରୀ ସମସ୍ୟାକୁ  ମୁଖ୍ୟ ପ୍ରସଙ୍ଗ କରିବ ବୋଲି ଜଣାପଡିଛି । ଅନ୍ୟପଟେ ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଯେଉଁମାନଙ୍କ ରିପୋର୍ଟ ନେଗେଟିଭ୍ ଆସିଛି, ସେମାନଙ୍କୁ ଗୃହରେ ପ୍ରବେଶ ପାଇଁ ଅନୁମତି ଦିଆଯାଉଛି  ।

Read More

ଭୁବନେଶ୍ବର, ପିଜୁଳି ବା ଜାମୁ ପାଟିକୁ ବେଶ ସୁଆଦିଆ। ସେ କଞ୍ଚା ହେଉ କି ପାଚିଲା। ପିଜୁଳି ଖାଇବାକୁ ସମସ୍ତଙ୍କୁ ଭଲ ଲାଗିଥାଏ। ସେହିପରି କିଛି ପିଜୁଳିର ଉପକାରିତା ସଂପର୍କରେ ଜାଣିବା ନିହାତି ଆବଶ୍ୟକ। 1-ପିଜୁଳିକୁ କାଟି ସେଥିରେ ଗୋଲମରିଚ ଗୁଣ୍ଡ ଏବଂ ଲୁଣ ଗୋଳାଇ ଖାଇଲେ ପେଟରୁ ବାୟୁ ରୋଗ ଭଲ ହେବା ସହିତ ପାଚନ ପକ୍ରିୟା ବୃଦ୍ଧି ପାଇଥାଏ। 2-ସଂଧ୍ୟା ପୂର୍ବରୁ ଗଛରୁ ବହୁ ପିଜୁଳି ତୋଳି ଆଣନ୍ତୁ। ତାହାକୁ ଧୋଇ ରାତିର ଚନ୍ଦ୍ର କିରଣରେ ରଖନ୍ତୁ। ସକାଳୁ ସକାଳୁ ଏହାକୁ ଚୋବାଇ ଚୋବାଇ ଖାଆନ୍ତୁ। ଏହିପରି ପ୍ରତ୍ୟେକ ଦିନ କଲେ ମୁଣ୍ଡ ରୋଗ ଭଲ ହୋଇଥାଏ। 3-ପିଜୁଳି ଗଛର କଅଁଳିଆ ପତ୍ରକୁ ଭଲ ଭାବେ ଧୋଇ ତାହାକୁ ଚୋବାଇ ଚୋବାଇ ଖାଇଲେ ଜିଭରେ ଥିବା ଘା ଭଲ ହୋଇଥାଏ। 4-ପିଜୁ ପତ୍ରକୁ ଭଲଭାବରେ ସିଝାଇ ସେହି ପାଣିକୁ ଉଷୁମ ଥିବା ସମୟରେ କୁଳୁକୁଞ୍ଚା କଲେ ଦାନ୍ତ ରୋଗ…

Read More

ଭୁବନେଶ୍ବର, ଯୋଗ୍ୟ ଏବଂ ଅଯୋଗ୍ୟକୁ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ସୁନ୍ଦର ବର୍ଣ୍ଣନା କରିଛନ୍ତି। ଯାହା ପ୍ରତିଟି ମଣିଷର ଜ୍ଞାନ ବୃଦ୍ଧିରେ ନିଶ୍ଚିତ ସହାୟକ ହେବ। ଚାଣକ୍ୟଙ୍କ ମତରେ ଯେଉଁ ରାଜ୍ୟରେ କୁଶାସନ ଚାଲିଥିବ ସେଠାରେ ରାଜା ଥାଇ ଯାହା ନ ଥାଇ ମଧ୍ୟ ସେଇୟା। କାରଣ ରାଜା ଥାଇ ଯଦି ଶାସନ ବ୍ୟବସ୍ଥା ଠିକ ହୋଇପାରୁ ନାହିଁ, ତେବେ ସେଠାରେ ରାଜାଙ୍କର ଆବଶ୍ୟକତା କିଛି ନାହିଁ। ସେହିପରି ଚାଣକ୍ୟ କହିଛନ୍ତି କୁମିତ୍ରଠାରୁ ମିତ୍ର ନ ରହିବା ଭଲ। ଅର୍ଥାତ ଯଦି ଆପଣଙ୍କର କୁମିତ୍ର ଅଛନ୍ତି ତେବେ କଥା ସରିଲା। ସେହିପରି ଲୋକ ରହିବା ଯାହା ବରଂ ବିଲକୁଲ ମିତ୍ର ନ ରହିବା ସବୁଠୁ ଭଲ। ସେହିପରି ଜଣେ ଗୁରୁଙ୍କର ଯଦି ଅଯୋଗ୍ୟ ଶିଷ୍ୟଟିଏ ରହିଲା ତେବେ ତାଙ୍କର କୌଣସି ଶିଷ୍ୟ ନ ରହିବା ଭଲ। ଚାଣକ୍ୟ ଆହୁରି କହିଛନ୍ତି ଯେ, ଯଦି ଦୁଷ୍ଟ ସ୍ତ୍ରୀଟିଏ ଆପଣଙ୍କ କପାଳକୁ…

Read More

ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ। ଆର୍ଥିକ ଅସୁବିଧା ହେବ। ଅଯଥା ଖର୍ଚ୍ଚ ହେବ। ଘରର ବଜେଟ୍ ଖରାପ ହେବ। ଅନ୍ୟମାନଙ୍କଠାରୁ ଲାଭା ପାଇବା ଆଶା କରନ୍ତୁ ନାହିଁ । ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ। ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ। ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ। ବ୍ୟବସାୟ ଲାଭଦାୟକ ହେବ। ବିନିଯୋଗ ଶୁଭ ହେବ। ଭାଇମାନଙ୍କ ସମର୍ଥନ ପାଇବେ। ଘର ବାହାରେ ସୁଖ ମିଳିବ। ଭାଗ୍ୟ ଅନୁକୂଳ ଅଟେ। ସମୟର ସୁଯୋଗ ନିଅନ୍ତୁ। ଲଜ୍ଜିତ ହୁଅନ୍ତୁ ନାହିଁ । ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ। ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ…

Read More

କୁମ୍ଭ- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଏକ ଦୀର୍ଘ ଯାତ୍ରା ଯୋଜନା କରାଯାଇପାରେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ମୀନ- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ନୂତନ ପୋଷାକ କିଣା ଉପରେ ଖର୍ଚ୍ଚ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଭଲ ଫଳାଫଳ ଦେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ ।

Read More

ଧନୁ- ଦୁଃଖଦ ଖବର ମିଳିପାରେ । ଚାକିରିରେ ରହିବେ । ବିବାଦରୁ ଦୂରରେ ରୁହନ୍ତୁ । କ୍ରନିକ୍ ରୋଗ ସମସ୍ୟା ସୃଷ୍ଟି କରିପାରେ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅନାବଶ୍ୟକ ଚାପ ଏବଂ ଚିନ୍ତା ହେବ । ମକର – ପ୍ରୟାସ ସଫଳ ହେବ । ଦୀର୍ଘ ସମୟ ଧରି କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି। ପରିବାର ସହାୟତା ଗ୍ରହଣ କରାଯିବ । ରିସ୍କ ନେବାକୁ ସାହସ କରିବେ । ସାମାଜିକ କାର୍ଯ୍ୟ କରିବାକୁ ପ୍ରେରଣା ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ଆସିବ ।

Read More

ତୂଳା-  ଜମି ଏବଂ କୋଠା କ୍ରୟ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବ । ବ୍ୟବସାୟ ଏକ ବଡ଼ ଲାଭ ହୋଇପାରେ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଉଚ୍ଚ ପଦାଧିକାରୀମାନେ ଚାକିରିରେ ଖୁସି ହେବେ। ବିଛା- ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁସ୍ୱାଦୁ ଖାଦ୍ୟଗୁଡ଼ିକ ଉପଭୋଗ ହେବ । ଛାତ୍ର ଶ୍ରେଣୀ ସେମାନଙ୍କ କ୍ଷେତ୍ରରେ ସଫଳତା ହାସଲ କରିବେ । ଜଣେ ଜ୍ଞାନୀ ବ୍ୟକ୍ତି ମାର୍ଗଦର୍ଶନ ଗ୍ରହଣ କରିବେ ।

Read More

ସିଂହ- କ୍ରନିକ ରୋଗ ସମସ୍ୟା ସୃଷ୍ଟି କରିବ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ । ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନରେ କରନ୍ତୁ। ଦୁଷ୍ଟମାନଙ୍କଠାରୁ ଦୂରରେ ରୁହନ୍ତୁ। ସମୟ ଭଲ ଅଟେ । କଥାବାର୍ତ୍ତାରେ ନିୟନ୍ତ୍ରଣ ହେବା ଆବଶ୍ୟକ । ବ୍ୟବସାୟର ଲାଭ ବୃଦ୍ଧି ପାଇବ। କନ୍ୟା- କୋର୍ଟ ଏବଂ ସରକାରୀ କାର୍ଯ୍ୟାଳୟରେ ଅଟକି ରହିଥିବା କାର୍ଯ୍ୟଗୁଡ଼ିକରେ ସୁସଙ୍ଗତତା ରହିବ । ଲାଭ ସୁଯୋଗ ଆସିବ । ଦାମ୍ପତ୍ୟ ଜୀବନରେ ସୁଖ ମିଳିବ । ଅଧସ୍ତନମାନଙ୍କ ସହଯୋଗ ଯୋଗାଇ ଦିଆଯିବ । କୌଣସି ପ୍ରକାର ବିବାଦ ଭିତରକୁ ଯାଆନ୍ତୁ ନାହିଁ ।

Read More

ମିଥୁନ- ଧର୍ମ ଉପରେ ବିଶ୍ୱାସ ବୃଦ୍ଧି ପାଇବ । ଆର୍ଥିକ ଅଭିବୃଦ୍ଧି ଏବଂ କାର୍ଯ୍ୟକାରିତାକୁ ସୁଦୃଢ କରିବା ପାଇଁ ଏକ ନୂତନ ଯୋଜନା ପ୍ରସ୍ତୁତ ହେବ । ତୁରନ୍ତ କୈଣସି ଲାଭ ହେବ ନାହିଁ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ । ରୋଗ କ୍ଷତି କରିପାରେ, ସାବଧାନ ରୁହନ୍ତୁ । କର୍କଟ-  ତନ୍ତ-ମନ୍ତ୍ର ପ୍ରତି ଆଗ୍ରହ ସୃଷ୍ଟି ହେବ । ଆପଣ ଜଣେ ଜ୍ଞାନୀ ବ୍ୟକ୍ତିଙ୍କଠାରୁ ମାର୍ଗଦର୍ଶନ ପାଇବେ । କୋର୍ଟ କାର୍ଯ୍ୟଗୁଡ଼ିକ ଗତିଶୀଳ ହେବ । ବଣିକ ଶ୍ରେଣୀ ଲାଭର ଅଭିବୃଦ୍ଧି ଉପଭୋଗ କରିପାରିବ । ବ୍ୟସ୍ତତା ହେତୁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ ।

Read More

ମେଷ- ଆଶା ଏବଂ ନିରାଶା ମଧ୍ୟରେ ସମୟ ଅତିବାହିତ ହେବ । ଆର୍ଥିକ ଅସୁବିଧା ହେବ । ଅଯଥା ଖର୍ଚ୍ଚ ହେବ ।  ଠିକ୍ ସମୟରେ କାମ ନ କରିବା କାରଣରୁ ଚାପ ପଡ଼ିବ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର ହୁଅନ୍ତୁ ନାହିଁ । ବକ୍ତବ୍ୟରେ କଠିନ ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ବୃଷ- ବକେୟା ପୁନରୁଦ୍ଧାର ଠିକ୍ ସମୟରେ ହେବ । ଚାକିରିରେ ଜଣେ ଉଚ୍ଚ ପଦାଧିକାରୀଙ୍କ ସହଯୋଗରେ ଆନନ୍ଦ ପାଇବେ । ବ୍ୟବସାୟ ଭ୍ରମଣ କଷ୍ଟଦାୟକ ହେବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଭାଇମାନଙ୍କ ସମର୍ଥନ ପାଇବେ । ଘର ବାହାରେ ସୁଖ ମିଳିବ । ଭାଗ୍ୟ ଅନୁକୂଳ ଅଟେ ।

Read More