Author: Samikhsya Bureau

ଭୁବନେଶ୍ବର: ଲିଙ୍ଗରାଜଙ୍କ ପୀଠରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମହାଦୀପ ଉଠିଛି। ପାରମ୍ପରିକ ବେଢା ପରିକ୍ରମା ପରେ ମହାଦୀପ ଉଠିଛି। ପୂର୍ବରୁ ରାତି ୧୦ ଟା ସମୟରେ ମହାଦୀପ ଉଠିବାର ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ରାତି ୯:୩୦ ମିନିଟ ସମୟରେ ମହାଦୀପ ଉଠିଛି। ମହାଦୀପ ଉଠିଲା ବେଳେ ମନ୍ଦିର ପରିସରରେ ଭକ୍ତିମେୟ ପରିବେଶ ସୃଷ୍ଟି ହୋଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାର ଶ୍ରେଷ୍ଠ ପୋଲିସ୍ ଅଫିସର ଭାବେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ ସମେତ ଅନ୍ୟ ୩ ଜଣ ଅଧିକାରୀଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ଆଜି ଗଂଜାମ ଜିଲ୍ଲା କୃମି କ୍ଷେତ୍ରୀୟ ସମାଜ ପକ୍ଷରୁ ସଦସ୍ୟମାନେ ଗଂଜାମ ଏସ୍‌ପି ବ୍ରିଜେଶ କୁମାର ରାୟଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଷ୍ପଗୁଚ୍ଛ, ଉପଢ଼ୌକନ, ବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ। ଏହାସହ ତିନିଜଣ ଏଏସ୍‌ପି ଠାକୁର ପ୍ରସାଦ ପାତ୍ର, ବିଜୟ କୁମାର ମଲ୍ଲିକ ଏବଂ ଅଶୋକ କୁମାର ମହାନ୍ତିଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ କୃମି ସମାଜର ସଭାପତି ଇଂଜିନିୟର ଅଭିମନ୍ୟୁ ପ୍ରଧାନ ଓ ସମାଜସେବୀ ରାକେଶ ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତଙ୍କୁ ମାନପତ୍ର ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋପାଳପୁର ସମୁଦ୍ର ବେଳାଭୂମି ନିକଟରେ ସମୁଦ୍ର ବୁଲିବା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଏକ ବେଲୁନ୍ ବୋଟଟି ଓଲଟି ପଡ଼ିଥିବାବେଳେ ସୌଭାଗ୍ୟବଶତଃ କୌଣସି କ୍ଷତି ଘଟିନାହିଁ। ଘଟଣାରୁ ପ୍ରକାଶ ଯେ, ସବୁଦିନ ପରି ଏକ ୯ ଜଣିଆ ପର୍ଯଟକ ଦଳ ଯେଉଁଥିରେ କି କିଛି ବୃଦ୍ଧ, ଯୁବକ ଏବଂ ପରିବାର ସଦସ୍ୟମାନେ ସମୁଦ୍ର ମଧ୍ୟକୁ ବୁଲିବାକୁ ଏକ ବେଲୁନ୍ ବୋଟ ଭଡ଼ା କରି ଯାଇଥିଲେ। ସମୁଦ୍ର ମଧ୍ୟରୁ ଫେରିବା ବେଳେ ବେଳାଭୂମି ନିକଟରେ କିଛି ବ୍ୟକ୍ତି ବୋଟ ଉପରେ ଛିଡ଼ା ହୋଇହୋଇପଡ଼ିବା ଫଳରେ ବୋଟ୍‌ଟି ଓଲଟି ଯାଇଥିଲା। ଫଳରେ ବୋଟରେ ବସିଥିବା ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ପଡ଼ିଯାଇଥିଲେ। ସଂଗେ ସଂଗେ ବେଳାଭୂମି ନିକଟରେ ଥିବା ଲାଇଫ୍‌ଗାର୍ଡ଼ ସଦସ୍ୟମାନେ ସେମାନଙ୍କୁ ଉଦ୍ଧାର କରି କୂଳକୁ ଆଣିଥିଲେ। ତଟ ନିକଟରେ ଏହି ଦୁର୍ଘଟଣାଟି ଘଟିଥିବାରୁ କାହାର କିଛି କ୍ଷତି ହୋଇନାହିଁ। ବୋଟର ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକ ଜିଲ୍ଲାରୁ ୧୬, ସୁନ୍ଦରଗଡରୁ ୧୩, ସମ୍ବଲପୁରରୁ ୧୨, ଖୋର୍ଦ୍ଧାରୁ ୮, ମୟୂରଭଞ୍ଜରୁ ୬, ବାଲେଶ୍ବରରୁ ୫, ଝାରସୁଗୁଡ଼ାରୁ ୫, ନବରଙ୍ଗପୁରରୁ ୪, ପୁରୀରୁ ୪, ସୋନପୁରରୁ ୪, ବରଗଡରୁ ୩, ଅନୁଗୁଳରୁ ୨, ନୟାଗଡରୁ ୨ ଏବଂ ଷ୍ଟେଟ ପୁଲରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୫ ହଜାର ୪୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଛି। ତେବେ ୬୧୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୯୧୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ହୋମିଓ ପ୍ୟାଥିକ ଚିକିତ୍ସା ଲୋକଙ୍କ ମଧ୍ୟରେ ପୁଣିଥରେ ଅସ୍ଥାଭାଜନ ହେଉଛି। ବିଶେଷକରି ଗ୍ରାମାଞ୍ଚଳ ଲୋକଙ୍କ ଅପେକ୍ଷା ସହରାଞ୍ଚଳର ଲୋକେ ଏହି ଚିକିତ୍ସାକୁ ଏବେ ବେଶୀ ପ୍ରାଧାନ୍ୟ ଦେଉଛନ୍ତି। ଏହି ଚିକିତ୍ସା ମାଧ୍ୟମରେ ବହୁ ସାଂଘାତିକ ରୋଗ ମଧ୍ୟ ଦୂର ହେଉଥିବାର ଦେଖିବାକୁ ମିଳୁଛି। ତେଣୁ ଜନସାଧାରଣମାନେ ବର୍ତ୍ତମାନ ଏହି ଚିକିତ୍ସା ବ୍ୟବସ୍ଥା ଉପରେ ପୁଣିଥରେ ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଗାନ୍ଧୀ ଛକ ନିକଟରେ ଏକ ହୋମିଓ କ୍ଲିନିକର ଶୁଭ ଉଦଘାଟନ ହୋଇଯାଇଛି। ଡାକ୍ତର ପ୍ରେମଲତା ଦେବୀ ତଥା ବାଣପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଏହି କ୍ଲିନିକକୁ ଉଦଘାଟନ କରିଛନ୍ତି। ଏହି କ୍ଲିନିକର ନାମ ସ୍ଵର୍ଣ୍ଣ ହୋମିଓ ହଲ୍ ରଖାଯାଇଥିବା ବେଳେ ଦୁଇଜଣ ପ୍ରତିଷ୍ଠିତ ଡାକ୍ତର ଲୋକଙ୍କୁ ଚିକିତ୍ସା ସେବା ଯୋଗାଇଦେବେ। ଉଲ୍ଲେଖ ଯୋଗ୍ୟ ଯେ, ପଦ୍ମାବତୀ ଶତୃଶଲ୍ୟ ଟ୍ରଷ୍ଟର ଆର୍ଥିକ ସହାୟତାରେ ଭିନ୍ନକ୍ଷମ ଏବଂ ୭୫ ବର୍ଷରୁ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତଙ୍କ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ହଜାର ୫୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୭୧୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନିଳାଦ୍ରୀପ୍ରସାଦ ପଞ୍ଚାୟତ କିଆ ଗୋରଡ଼ା ଗ୍ରାମର ଜଣେ ଯୁବତୀଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି। ମୃତ ଯୁବତୀ ଜଣଙ୍କ ହେଲେ ଉକ୍ତ ଗ୍ରାମର ନମିତା ବେହେରା(୨୨)। ମିଳିଥିବା ସୂଚନା ଅନୁଯାୟୀ, ନମିତା ଗତକାଲି (ବୁଧବାର) ମଧ୍ୟାହ୍ନ ସମୟରେ ବାଣପୁର ନିକଟସ୍ଥ ଏକଡାଳିଆ ଗ୍ରାମ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ ପଡିଥିବା ବେଳେ ରାସ୍ତାରେ ଯାଉଥିବା କିଛି ସହୃଦୟ ବ୍ୟକ୍ତି ନମିତାଙ୍କ ଆଶୁ ଚିକିତ୍ସା ନିମନ୍ତେ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ଡାକ୍ତରଙ୍କ କହିବା ଅନୁସାରେ ନମିତାଙ୍କ ମୁହଁରୁ କିଛି ଫେଣ ବାହାରୁଥିଲା, ଏବଂ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଅପରାହ୍ନ ୩:୩୦ ଟା ସମୟରେ ମୃତ୍ୟୁ ହୋଇଥିଲା। ଡାକ୍ତର ବାଣପୁର ଥାନାରେ ଏ ନେଇ ସୂଚନା ଦେବାପରେ ପୋଲିସ ଆଜି ସକାଳେ ୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ…

Read More

କେଦାର ମିଶ୍ର ଆଠଟି ପର୍ଯ୍ୟାୟରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପ୍ରାୟ ଦୁଇ ମାସ ଧରି ଗୋଟେ ରାଜ୍ୟର ବିଧାନସଭା ନିର୍ବାଚନ ହେବା, ଗୋଟେ ବିରଳ ଘଟଣା। ଏହି ସମାନ ସମୟରେ ଆଉ ଚାରୋଟି ରାଜ୍ୟ ବିଧାନସଭା ଲାଗି ନିର୍ବାଚନ ହେବ। ତାମିଲନାଡୁ ଭଳି ବଡ ରାଜ୍ୟର ନିର୍ବାଚନ ପଶ୍ଚିମ ବଙ୍ଗ ସହିତ ହେବାକୁ ଯାଉଛି। ତାମିଲନାଡୁରେ ବିଧାନସଭା ଆସନ ସଂଖ୍ୟା ୨୩୪ ହୋଇଥିବା ବେଳେ ପଶ୍ଚିମ ବଙ୍ଗ ବିଧାନସଭାର ଆସନ ସଂଖ୍ୟା ୨୯୪। ନିର୍ବାଚନ କମିଶନ ତାମିଲନାଡୁରେ ଏପ୍ରିଲ ୬ ତାରିଖ ଦିନ ଗୋଟିଏ ପର୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପଶ୍ଚିମ ବଙ୍ଗରେ ୨୭ ମାର୍ଚ୍ଚ ରୁ ୨୯ ଏପ୍ରିଲ ପର୍ୟନ୍ତ ୮ ଟି ପର୍ୟାୟରେ ନିର୍ବାଚନ ହେବ। ରାଜନୈତିକ ହିଂସା କାରଣରୁ ଏ ପ୍ରକାର ନିର୍ବାଚନ କରିବା ଜରୁରୀ ଥିଲା ବୋଲି ନିର୍ବାଚନ କମିଶନ କହିଛନ୍ତି। ତେବେ ପଶ୍ଚିମ ବଙ୍ଗ ନିର୍ବାଚନରେ କେବଳ ରାଜନୈତିକ ହିଂସା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭ ଟି ଜିଲ୍ଲାକୁ ଘୂର୍ଣ୍ଣିଝଡ ଏବଂ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି। ଆସନ୍ତା ୩ ଘଣ୍ଟା ପାଇଁ ୭ ଜିଲ୍ଲାକୁ ଘୂର୍ଣ୍ଣିଝଡ ଓ ବଜ୍ରପାତର ସତର୍କ ସୂଚନା ମିଳିଛି। କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କୋରାପୁଟ, ଗଜପତି, ନବରଙ୍ଗପୁର ଓ ରାୟଗଡା ଜିଲ୍ଲା ପାଇଁ ସତର୍କ ସୂଚନା ମିଳିଛି। ଆଜି ସନ୍ଧ୍ୟା ୭ ଟା ପର୍ଯ୍ୟନ୍ତ ସତର୍କ ରହିବାକୁ ଭୁବନେଶ୍ବର ପାଣିପାଗ କେନ୍ଦ୍ର ନିର୍ଦ୍ଦେଶ ଦେଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୯୯୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୫ ହଜାର ୩୨୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୧୪ ଟି ଜିଲ୍ଲାରୁ ୬୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ମୟୂରଭଞ୍ଜ ଜିଲ୍ଲାରୁ ୧୪ ଜଣ,  ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, କଟକ ଜିଲ୍ଲାରୁ ୧୧ ଜଣ, ଦେବଗଡ…

Read More

ରମେଶ ମହାନ୍ତି ଜଗତସିଂହପୁର: ଯୋଉ ସ୍ତ୍ରୀର ହାତଧରି ଦିନେ ବାହାହୋଇ ସାତ ଜନମ ପାଇଁ ନିଜର କରି ନେଇଥିଲା। ଆଜି ତା ପ୍ରତି ଛାତି ଥରେଇ ଦେଲା ଭଳି ଅମାନୁଷିକ ଅତ୍ୟାଚାର କରିଛି ନୃଶଂସ ସ୍ୱାମୀ। ଚୁଲି ମୁଣ୍ଡାରେ ରୋଷେଇ କରୁଥିବା ବେଳେ ଚୁଲି ଖେଂଚା ରଡ୍ କୁ ପରିସ୍ରା ଦ୍ୱାରରେ ପୁରେଇ ଦେଇଥିଲା ନିଶାସକ୍ତ ନୃଶଂସ ସ୍ୱାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏରସମା ଥାନା ଅନ୍ତର୍ଗତ ଆମ୍ବିକି ପଞ୍ଚାୟତର କିଆଦା ଗ୍ରାମରେ। ଅଭିଯୋଗ ଅନୁଯାୟୀ କିଆଦା ଗ୍ରାମ ଦଳିତ ସାହିର ଧୋବି ସାମଲଙ୍କର ଦୁଇ ପୁଅ ଓ ଦୁଇ ଝିଅ ମଧ୍ୟରୁ ଶ୍ରୀମତୀ ହେଉଛି ସାନଝିଅ। ଦିର୍ଘ ୨୫ବର୍ଷ ପୂର୍ବେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧିନସ୍ଥ ଖୁରୁଷିଆ ପାଟଳିପଂକ ପଞ୍ଚାୟତ ସ୍ଥିତ କୋରଟପଙ୍ଗା ଗ୍ରାମର ଟୁକୁନା ଜେନା ସହିତ ଶ୍ରୀମତୀର ବିବାହ ହୋଇଥିଲା। ବିବାହ ପରେ ଅଧିକାଂଶ ସମୟରେ ନିଶାସକ୍ତ ଅବସ୍ଥାରେ ରହୁଥିବା ସ୍ୱାମୀ…

Read More

ଭୁବନେଶ୍ୱର, ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ କାର‌୍ୟ୍ୟକ୍ରମ ଆରମ୍ଭ ହୋଇଯାଇଛି । ବିଧାନସଭାର ଚଳିତ ଷଷ୍ଠ ଅଦିବେଶନରେ ରାଜ୍ୟପାଳଙ୍କ ଅଭିଭାଷଣ ସହ ଅର୍ଥମନ୍ତ୍ରୀଙ୍କ ବଡେଟ୍ ଭାଷଣ ମଧ୍ୟ ଇ-ମୋଡରେ କାର୍ଯ୍ୟକାରୀ ହୋଇଥିଲା। ତେବେ ବିଧାନସଭାର ନିୟମିତ ପ୍ରଶ୍ନୋତ୍ତର କାର‌୍ୟ୍ୟକ୍ରମକୁ ମଧ୍ୟ ଇ-ମୋଡରେ କାର‌୍ୟ୍ୟକାରୀ କରିବା ପାଇଁ ବ୍ୟବସ୍ଥା ଆରମ୍ଭ ହୋଇଯାଇଛି । ଏଥିପାଇଁ ଆଜି ନେଭା ସେଲକୁ ବାଚସ୍ପତି ଡ଼ଃ. ସୂର‌୍ୟ୍ୟ ନାରାୟଣ ପାତ୍ର ଉଦଘାଟନ କରିଛନ୍ତି । ଏଥିରେ ୧୦ ଜଣ ବୈଷୟିକ ତାଲିମ ପ୍ରାପ୍ତ କର୍ମଚାରୀ ନିୟୋଜିତ ଅଛନ୍ତି । ସେମାନେ ଇ-ବିଧାନସଭା ଅନ୍ତର୍ଗତ ବିଭିନ୍ନ ଆପର ବିକାଶ କରିବେ ଏବଂ ଜନସାଧାରଣ ବିଧାନସଭାରେ ହେଉଥିବା ବିଭିନ୍ନ ଆଲୋଚନାର ବିବରଣୀ ପାଇପାରିବେ । ବାଚସ୍ପତି ଡ଼ଃ. ପାତ୍ର ଏହାଦ୍ୱାରା ବିଧାନସଭା ଜନସାଧାରଣ ମଧ୍ୟରେ ସମ୍ପର୍କର ସେତୁ ଯୋଡ଼ି ହୋଇପାରିବ ବୋଲି ଆଶା ପ୍ରକାଶ କରିବା ସହ ନିଷ୍ଠାପର ଭାବେ କାର‌୍ୟ୍ୟ କରିବାକୁ NIC ର କର୍ମକର୍ତ୍ତା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ କରୋନା ରିପୋର୍ଟ ଆଜି ପଜିଟିଭ ଆସିଛି। କୌଣସି କାରଣରୁ ଗତ ୮ ତାରିଖରେ ସେ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଛୁଟି ପାଇଁ ଆବେଦନ କରଥିଲେ।  ଏହାପରେ ଅସୁସ୍ଥତା ଅନୁଭବ କରିବାରୁ ସେ କଟକସ୍ଥିତ ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କ କୋଭିଡ ରିପୋର୍ଟ ପଜିଟିଭ ଆସିଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ା ପ୍ରମୋଦ କୁମାର ପାଢ଼ୀ ଏନେଇ ସୂଚନା ଦେଇଛନ୍ତି । ତେବେ ଏହି ଖବର ପ୍ରଚାର ହେବା ମାତ୍ରେ ସାରା କଲେଜରେ ବର୍ତ୍ତମାନ ଭୟର ବାତାବରଣ ଖେଳିଯାଇଛି। କାରଣ ଜନୈକ ଅଧ୍ୟାପିକା ପ୍ରତିଦିନ ଅନର୍ସ କ୍ଲାସ କରିବା ସହ କଲେଜର ଅନ୍ୟ କର୍ମଚାରୀଙ୍କ ସଂସ୍ପର୍ଶରେ ମଧ୍ୟ ଆସିଛନ୍ତି। ତେବେ ପ୍ରାଥମିକ ପର୍ଯ୍ୟାୟରେ କଲେଜ କର୍ତ୍ତୃପକ୍ଷ ସମ୍ପୃକ୍ତ ଡିପାର୍ଟମେଣ୍ଟକୁ ସାନିଟାଇଜ କରାଇଛନ୍ତି। ଏ ନେଇ ଆମ ପ୍ରତିନିଧି କଲେଜ ପରିଚାଳନା କମିଟି ସଭାପତି ତଥା ଖୋର୍ଦ୍ଧା…

Read More

ଭୁବନେଶ୍ବର, ଓଡିଆ ଚଳଚିତ୍ରର ଲୋକପ୍ରିୟ କଳାକାର ଦମ୍ପତି ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଚଳିତ ମାସରେ ଅଭିନେତା ସବ୍ୟସାଚୀ ମିଶ୍ର ଏବଂ ଅଭିନେତ୍ରୀ ଅର୍ଚ୍ଚିତା ରାଜସ୍ଥାନର ଜୟପୁରରେ ବିବାହ କରିଥିଲେ। ସେଠାରୁ ଆସିବା ପରେ ନବଦମ୍ପତିଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଦିଆଯାଇଥିଲା। ଏହାପରେ ଉଭୟ ସବ୍ୟର୍ଚ୍ଚିତା ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି। ଉଭୟ ବୈବାହିକ ଜୀବନରେ ସଫଳ ହେବା ପାଇଁ ରାଜ୍ୟପାଳଙ୍କଠାରୁ ଆର୍ଶିବାଦ ଭିକ୍ଷା କରିଛନ୍ତି।

Read More

ଅହମ୍ମଦାବାଦ: ଆସନ୍ତାକାଲିଠାରୁ  ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-ଟ୍ୱେଣ୍ଟିର ପ୍ରଥମ ମ୍ୟାଚ ଖେଳାଯିବ। ଟି-ଟ୍ୱେଣ୍ଟିର ସମସ୍ତ ମ୍ୟାଚ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ। ଇଂଲଣ୍ଡ ଦଳ ଟି-ଟ୍ୱେଣ୍ଟି ଆଇସିସି ତାଲିକାରେ ଶ୍ରେଷ୍ଠରେ ରହିଛି। ସେଥିପାଇଁ ଇଂଲଣ୍ଡ ବିରୋଧରେ ଶ୍ରେଷ୍ଠ ଦଳକୁ ନେଇ ଭାରତ ପଡିଆକୁ ଓହ୍ଳାଇବ। ଟି-ଟ୍ୱେଣ୍ଟି ବିଶ୍ଵକପକୁ ଧ୍ୟାନରେ ରଖି ଭାରତୀୟ ଦଳ ପାଇଁ ଏହି ସିରିଜ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରଥମ ତିନୋଟି ମ୍ୟାଚ ପାଇଁ ମଜବୁତ ଟିମକୁ ନେଇ ଖେଳିବା ଲକ୍ଷ୍ୟରେ ରହିଛି ଭାରତ। ଟେଷ୍ଟ ସିରିଜରେ ଭଲ ପ୍ରଦର୍ଶନ କରିଥିବା ରିଷଭ ପନ୍ତଙ୍କ ଟି-ଟ୍ୱେଣ୍ଟିରେ ଖେଳିବା ସମ୍ଭାବନା ଅଧିକ ରହିଛି। ପନ୍ତ ଖେଳିଲେ ଅଷ୍ଟ୍ରେଲିଆ ସିରିଜରେ ୱିକେଟ କିପିଂ କରୁଥିବା କେଏଲ ରାହୁଲଙ୍କୁ ବ୍ୟାଟ୍ସମ୍ୟାନ ରୂପେ ଖେଳା ଯାଇପାରେ। ପ୍ରାରମ୍ଭିକ ଯୋଡି ଭାବେ ରୋହିତ ଶର୍ମାଙ୍କ ସହ ଶିଖର ଧବନ ଖେଳିପାରନ୍ତି। ତୃତୀୟ ନମ୍ବରରେ ଅଧିନାୟକ ବିରାଟ କୋହଲୀ, ଚତୁର୍ଥରେ କେଏଲ ରାହୁଲ, ପଞ୍ଚମରେ…

Read More

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ନୌରେ ଜଣେ ଯୁବକ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ହସ୍ତଗତ ହୋଇଛି। ଯୁବକ ଜଣଙ୍କ ଆତ୍ମହତ୍ୟା କରିବାର କାରଣ ଏକ ଚିଠି ମାଧ୍ୟମରେ ଛାଡିଥିଲା। ତାଙ୍କୁ ମିଥ୍ୟା କେସରେ ଫସାଇ ଆଇପିଏସ ଅଧିକାରୀ  ଜେଲ ପଠାଇଥିବା ଏହି ଚିଠି ମାଧ୍ୟମରେ ଅଭିଯୋଗ କରିଥିଲେ। ସୁଇସାଇଡ ନୋଟ ମିଳିଲା ପରେ ମୃତକଙ୍କ ଦ୍ଵାରା ହୋଇଥିବା ଅଭିଯୋଗକୁ ପୋଲିସ କମିଶନର ନିରାଧାର ବୋଲି କହିଛନ୍ତି। ସୂଚନା ଯୋଗ୍ୟ ଯେ, ଜଣେ ଯୁବକ ପୋଲିସକୁ ଫୋନ କରି ହସନଗଞ୍ଜର ବିବେକାନନ୍ଦ ହସ୍ପିଟାଲ ରେଳବାଇ କ୍ରସିଂ ପାଖରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଯୁବକ ଜଣକ ସଚିବାଳୟରେ କମ୍ପ୍ୟୁଟର ଅପରେଟର ଭାବେ କାର୍ଯ୍ୟ କରୁଥିଲେ। ସେ ରବିଦାସ ମନ୍ଦିର ନିକଟରେ ରହୁଥିଲେ। ନର୍ଥ ଜୋନର ଆଇପିଏସ ପ୍ରାଚୀ ସିଂହ ତାଙ୍କୁ ମିଥ୍ୟା କେସରେ ଜେଲ ପଠାଇଥିବା ନେଇ ଆତ୍ମହତ୍ୟା ଚିଠିରେ ଲେଖିଥିଲେ। ମୃତକ ବିଶାଳ ସୋନୀ ସୁଇସାଇଡ ନୋଟରେ ଲେଖିଥିଲେ…

Read More

ନୂଆଦିଲ୍ଲୀ, ପୁଣି ଥରେ ଭାରତ ବନ୍ଦ ଡାକରା ଦେଲା ଚାଷୀ ସଂଗଠନ। ଏ ନେଇ ଅନ୍ୟତମ ଚାଷୀ ସଂଗଠନ ସଂଯୁକ୍ତ କୃଷକ ମୋର୍ଚ୍ଚା ଏହି ଡାକରା ଦେଇଛି। ସେହି ଅନୁସାରେ ଆସନ୍ତା ମାର୍ଚ୍ଚ 26 ତାରିଖରେ ଏହି ଭାରତ ବନ୍ଦ ପାଳନ କରାଯିବ। ଏଥିପାଇଁ ଭାରତର ସମସ୍ତ ଚାଷୀ ସଂଗଠନ ସହିତ ଆଲୋଚନା ହୋଇଛି। ସେସବୁ ସଂଗଠନ ଏହି ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବେ ବୋଲି ମୋର୍ଚ୍ଚା ତରଫରୁ କୁହାଯାଇଛି। ନୂଆଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏହି ସଂଗଠନ। ମାର୍ଚ୍ଚ 26 ତାରିଖରେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକୁ 4 ମାସ ପୁରିଯାଉଛି। ସେହି ଉପଲକ୍ଷେ ଏହି ବନ୍ଦ ଡାକରା ଦିଆଯାଇଛି। କେନ୍ଦ୍ର ସରକାର ଲାଗୁ କରିଥିବା ତିନୋଟି ନୂଆ କୃଷି ବିଲ କୁ ବର୍ତ୍ତମାନ ଦେଶର ଚାଷୀ ସଂଗଠନ ତୀବ୍ର ବିରୋଧ କରୁଛନ୍ତି। ଏହି ବିଲକୁ ପ୍ରତ୍ୟାହାର କରିବା ପାଇଁ ନୂଆଦିଲ୍ଲୀରେ…

Read More

କଲିକତା: ପଶ୍ଚିମବଙ୍ଗର ନନ୍ଦୀଗ୍ରାମରେ ନିର୍ବାଚନ ପ୍ରଚାର ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ। ମମତାଙ୍କ ଗୋଡରେ ଆଘାତ ଲାଗିଥିଲା, ଯାହାଦ୍ୱାରା ତାଙ୍କୁ ଚିକିତ୍ସା ପାଇଁ କଲିକତା ପଠାଯାଇଥିଲା। ସେଥିପାଇଁ ମମତାଙ୍କ ସବୁ କାର୍ଯ୍ୟକ୍ରମକୁ ସ୍ଥଗିତ କରାଯାଇଛି। କେତେଜଣ ଲୋକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ ବୋଲି ଦିଦି ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ଦିଦିଙ୍କୁ କିଛି ଲୋକ ଧକ୍କା ଦେଇଥିଲେ ଏବଂ ପୁଣି ବଳପୂର୍ବକ ତାଙ୍କ କାରର କବାଟ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଘଟଣାସ୍ଥଳରେ ଥିବା କିଛି ଲୋକଙ୍କ କହିବା ଅନୁଯାୟୀ, ମମତାଙ୍କ କାର ସାମ୍ନାରେ ତାଙ୍କୁ ଦେଖିବା ପାଇଁ ଧୀରେ ଧୀରେ ଲୋକଙ୍କ ଭିଡ ବଢିବାରେ ଲାଗିଥିଲା। ଅଧିକ ଭିଡ ଯୋଗୁଁ ମମତା ବାନାର୍ଜୀଙ୍କ ଗୋଡ କାରର କବାଟରେ ଫସି ଯାଇଥିଲା। ଯାହାଫଳରେ ତାଙ୍କ ଗୋଡରେ ଆଘାତ ଲାଗିଥିଲା। ତେବେ ଏହି ଘଟଣାରେ ନିର୍ବାଚନ କମିଶନର ପୋଲିସଠାରୁ ଉତ୍ତର ମାଗିଛନ୍ତି। ଏହାର ତଦନ୍ତ କରି…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୨ ହଜାର ୮୫୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୨୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୨ ଲକ୍ଷ ୮୫ ହଜାର ୫୬୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୮ ହଜାର ୧୮୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯ ଲକ୍ଷ ୩୮ ହଜାର ୧୪୬ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୮୯ ହଜାର ୨୨୬ ଆକ୍ଟିଭ୍‌ କେସ୍ ରହିଛି।

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବାସସ୍ଥାନ ପ୍ରତିଷ୍ଠା ସଂପର୍କରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଏପରି ଚାରୋଟି ସ୍ଥାନ ଅଛି ଯାହାକୁ ବର୍ଜନ କରିବା ଉଚିତ। ଅର୍ଥାତ ସେପରି ସ୍ଥାନରେ ବାସ କରିବା ଅନୁଚିତ। ସେହି ଚାରୋଟି ସ୍ଥାନ ହେଲା, ଯେଉଁ ସ୍ଥାନରେ ରହିଲେ ସମ୍ମାନ ମିଳିବ ନାହିଁ , ଯେଉଁଠି ଜୀବିକା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାରେ ବିଦ୍ୟା ଅର୍ଜନ କରିବାର ସୁବିଧା ନାହିଁ, ଯେଉଁଠାର ଲୋକେ ବନ୍ଧୁଭାବାପନ୍ନ ନୁହଁନ୍ତି। ଏପରି ସ୍ଥାନକୁ ବର୍ଜନ କରିବା ନିହାତି ଆବଶ୍ୟକ ବୋଲି ଚାଣକ୍ୟ କହିଛନ୍ତି। ଆପଣଙ୍କ ବାସସ୍ଥାନ ଏପରି ହେବା ଉଚିତ ଯେଉଁଠାରେ ସମ୍ମାନର ସହ ବଞ୍ଚି ହେବ। ଯେଉଁଠାରେ ନିଜର ଏବଂ ପିଲାମାନଙ୍କର ଶିକ୍ଷା ପାଇଁ ସୁବିଧା ଥିବ। ଯଦି ନିଜ ପାଖରେ ପଢିବା ପାଇଁ କୌଣସି ବ୍ୟବସ୍ଥା ନାହିଁ ତେବେ ସେଠାରେ ରହିବା ଉଚିତ ନୁହେଁ। ଯେଉଁ ସ୍ଥାନରେ ଅଶିକ୍ଷିତ ଏବଂ ଅସଭ୍ୟମାନେ…

Read More