ଭୁବନେଶ୍ୱର: ଆଜି ଦେଶରେ ଏକ ବିରଳ ଘଟଣା ଘଟିବାକୁ ଯାଉଛି। ତାହା ହେଲା ଯେ, ଆଜି ଚଳିତ ବର୍ଷର ସବୁଠାରୁ ଛୋଟ ଦିନ ହେବ। ଅର୍ଥାତ ଆଜି ଅପରାହ୍ନ ୫ ଟାରେ ରାତି ହୋଇଯିବ। ଦିନର ସମୟ ମାତ୍ର ୧୦ ଘଣ୍ଟା ୫୪ ମିନିଟ୍ ୨୪ ସେକେଣ୍ଡ ହେବ ଏବଂ ରାତି ପ୍ରାୟ ୧୩ ଘଣ୍ଟା, ୫ ମିନିଟ୍ ୩୬ ସେକେଣ୍ଡ ହେବ । କିନ୍ତୁ ଭୁବନେଶ୍ୱରରେ ୨୭ ତାରିଖ ଯାଏ ଦିନ ୧୦ ଘଣ୍ଟା ୫୪ ମିନିଟ୍ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ୍ ହେବ । ଆଜି ଓଡିଶାର ସୁନ୍ଦରଗଡ଼ ଓ ମାଲକାନଗିରିରେ ଦିନର ଲମ୍ବା ଯଥାକ୍ରମେ ୧୦ ଘଣ୍ଟା ୪୭ ମିନିଟ୍ ଓ ୧୧ ଘଣ୍ଟା ୦୧ ମିନିଟ୍ ହେବ। ସେହି ତାରିଖରେ ଦିଲ୍ଲୀ ଓ କନ୍ୟାକୁମାରୀ ଠାରେ ଦିନର ଲମ୍ବା ଯଥାକ୍ରମେ ମାତ୍ର ୧୦ ଘଣ୍ଟା ୧୯ ମିନିଟ୍ ଓ ୧୧ ଘଣ୍ଟା…
Author: Samikhsya Bureau
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ଜାଲିୟାତି ଅଭିଯୋଗରେ ଗିରଫ ପରୱାନା ଜାରି ହୋଇଛି। PF ଆଞ୍ଚଳିକ କମିଶନର୍ ସଦାକେଶରୀ ଗୋପାଳ ରେଡ୍ଡି ଏହି ଓର୍ଡର ଜାରି କରିଥିବା ବେଳେ ପୁଲାକାଶୀନଗର ପୋଲିସଙ୍କୁ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଥପ୍ପା ଏକ କମ୍ପାନି ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ପ୍ରବନ୍ଧକ ଥିଲେ। ତାଙ୍କ ଉପରେ ଅଭିଯୋଗ ଯେ ସେ କର୍ମଚାରୀଙ୍କର ପିଏଫ ବାବଦ ପାଇଁ ଦରମାରୁ ଟଙ୍କା କାଟିଥିଲେ, କିନ୍ତୁ ଏହା ସେମାନଙ୍କ ଖାତାରେ ଜମା କରିନଥିଲେ। ଏହି ଅଭିଯୋଗ ରାଶି ପ୍ରାୟ ₹23 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଡିସେମ୍ବର 4 ତାରିଖର ଏକ ଚିଠିରେ, କମିଶନର୍ ରେଡ୍ଡି ପୋଲିସଙ୍କୁ ଗିରଫ ପରୱାନା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଉଥପ୍ପା ନିଜ ରହିବା ଠିକଣା ପରିବର୍ତ୍ତନ କରିଥିବାରୁ ଏହି ଅର୍ଡର PF କାର୍ଯ୍ୟାଳୟକୁ ଫେରି ଆସିଥିଲା। ଉଥପ୍ପା ଠିକଣା ଖୋଜି…
ନୂଆଦିଲ୍ଲୀ: ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତି ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ରାଜସ୍ଥାନର ଜୈସଲମେର ଠାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦାନ କରିଥିଲେ। ଆଗାମୀ କେନ୍ଦ୍ର ବଜେଟ୍, 2025-26 ପାଇଁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅର୍ଥମନ୍ତ୍ରୀଙ୍କ ପରାମର୍ଶ ନେବାକୁ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଶାଶ୍ଵତ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହ ଏହି ବୈଠକରେ ଯୋଗ ଦେଇଥିଲେ। ଓଡ଼ିଶା ପକ୍ଷରୁ ରାଜ୍ୟର ଅର୍ଥନୀତି, ବିକାଶ ପ୍ରସଙ୍ଗକୁ ନେଇ ଏକ ଲିଖିତ ସ୍ମାରକପତ୍ର କେନ୍ଦ୍ର ବଜେଟ୍, 2025-26 ରେ ଉପଯୁକ୍ତ ପଦକ୍ଷେପ ନିମନ୍ତେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ନିକଟରେ ଦାଖଲ କରାଯାଇଥିଲା। ତେବେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଓଡିଶାର ମୁଖ୍ୟମନ୍ତ୍ରୀ ତାଙ୍କ ସଂକ୍ଷିପ୍ତ ବକ୍ତବ୍ୟ ମାଧ୍ୟମରେ ଉପସ୍ଥାପନ କରିଥିଲେ । ସେଗୁଡିକ ହେଲା.. ଭିତ୍ତିଭୂମି ବିକାଶକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ପୁଞ୍ଜି…
ଭୁବନେଶ୍ୱର: ଦୀର୍ଘ ୨୪ ବର୍ଷ ଧରି ଆୟୁଷ ଡାକ୍ତର ମାନେ ବିଭିନ୍ନ ପି ଏସ ସି ଓ ସି ଏସ ସି ରେ ଠିକା ଭାବେ କାର୍ଯ୍ୟ କରୁଥିବା ବେଳେ ,ରାଜ୍ୟର ଓ ଜାତୀୟ କାର୍ଯ୍ୟକ୍ରମ ରେ ସେମାନଙ୍କୁ ନିୟୋଜିତ କରାଯାଉଥିବା ବେଳେ ସେମାନଙ୍କୁ ସରକାରୀ କିମ୍ବା ସରକାରୀ ସୁବିଧା ଉପଲବ୍ଧ କରାଯାଉନାହିଁ। ସେମାନେ ଏନ ଏଚ ଏମ ଅଧୀନରେ୨୪ ବର୍ଷ ଧରି ଚୁକ୍ତି ଭିତ୍ତିକ ସେବା ପ୍ରଦାନ କରୁଛନ୍ତି।ପ୍ରାକୃତିକ ବିପର୍ଯ୍ୟୟ, କରୋନା, ରାତ୍ରିକାଳୀନ ସେବା, ଜାତୀୟ ଟୀକା କରଣ, କୁଷ୍ଠ, ଯକ୍ଷ୍ମା, ପୋଲିଓ, ଅନ୍ଧତ୍ୱ ନିରାକରଣ, ଇନ୍ଦ୍ରଧନୁଷ ଆଦି ଅନେକ କାର୍ଯ୍ୟକ୍ରମ କୁ ଆୟୁଷ ଡାକ୍ତର ମାନେ ସଫଳ ରୂପାୟନ କରୁଛନ୍ତି। ସେମାନେଙ୍କ ଦରମା ବୃଦ୍ଧି, ଚାକିରୀର ସ୍ଥାୟିତ୍ୱ, ୧୧ ମାସିହା ଚୁକ୍ତି ପ୍ରଥା ର ଉଛେଦ, ଅଵସର କାଳୀନ ସହାୟତା ପ୍ରଦାନ, ଦୁର୍ଘଟଣା ମୃତ୍ୟୁ ବା ବିକଳାଙ୍ଗ ହେଲେ କ୍ଷତି ପୂରଣ ସହାୟତା ପ୍ରଦାନ, ଆୟୁଷ ଡାକ୍ତର ଙ୍କୁ…
ଭୁବନେଶ୍ବର: ଅଲିଭ୍ ରିଡଲେ ବା ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ଓ ସଂରକ୍ଷଣ ପାଇଁ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକ-୨୦୨୪-୨୫ ଗତ ବୁଧବାର ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ,ଆମ ରାଜ୍ୟରେ ସୁଦୀର୍ଘ ବେଳାଭୂମି ରହିଛି। ଅଲିଭ୍ ରିଡଲେ କଇଁଛର ସୁରକ୍ଷା ଓ ସଂରକ୍ଷଣ ଏକ ବୈଶ୍ୱିକ ପ୍ରସଙ୍ଗ। ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ଆଧୁନିକ ଜ୍ଞାନକୌଶଳର ଉପଯୋଗରେ ସାମୁଦ୍ରିକ କଇଁଛମାନଙ୍କର ଗତିବିଧି ଉପରେ ନଜର ରଖାଯିବା, ସମୂହ ଅଣ୍ଡାଦାନ ଋତୁରେ ସଂପୃକ୍ତ ଅଂଚଳରେ ବ୍ୟାପକ ସଚେତନତା ଓ ଆଇନ ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏନଫୋରର୍ସମେଣ୍ଟ ବ୍ୟବସ୍ଥାକୁ ଅଧିକ ସୁଦୃଢ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ସାମୁଦ୍ରିକ କଇଁଛ ଓ ଅଣ୍ଡାକୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ କର୍ତ୍ତବ୍ୟ । ବିଗତ ବର୍ଷଗୁ଼ଡ଼ିକ ପରି ଚଳିତ…
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭା ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଓ ଫରୁଖାବାଦ ସାଂସଦ ମୁକେଶ ରାଜପୁତଙ୍କୁ କଂଗ୍ରେସର ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ବିଜେପି କାର୍ଯ୍ୟକର୍ତାମାନେ ଭୁବନେଶ୍ୱର ପାୱାର ହାଉସ ଛକ ନିକଟରେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଗଣବିକ୍ଷୋଭ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏଥିସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଯୋଗଦେଇ କହିଛନ୍ତି ଯେ, ଗତକାଲି ପବିତ୍ର ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଯେପରି ଆଚରଣ ପ୍ରଦର୍ଶିତ କରି ଗୁଣ୍ଡାଗର୍ଦ୍ଦି କଲେ ତାହାକୁ ଯେତେ ନିନ୍ଦା କଲେ କମ୍ ହେବ। ତାଙ୍କ ଯୋଗୁ ଓଡ଼ିଶାର ସାଂସଦ ଶ୍ରୀ ଷଡ଼ଙ୍ଗୀ ଆହତ ହୋଇ ଆଇସିୟୁରେ ଭର୍ତି ହୋଇ ଚିକିତ୍ସିତ ହେଉଛନ୍ତି। ଗଣତନ୍ତ୍ରର ସର୍ବେର୍ାଚ୍ଚ ମନ୍ଦିର ସଂସଦରେ…
ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସକାଳୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ପାଗ କୋହଲା ରହିବା ସହିତ ଲୋକେ ଘରୁ ବାହାରିପାରୁ ନାହାଁନ୍ତି। ଗୋଟିଏ ପଟେ ଦୀର୍ଘଦିନ ଧରି ଶୀତ ଲାଗିରହିଥିବା ବେଳେ ଆଜି ବର୍ଷା ଲୋକଙ୍କୁ ହନ୍ତସନ୍ତ କରିଦେଇଛି। ତେବେ ଏହି ବର୍ଷା ଆହୁରି ଦୁଇଦିନ ଧରି ଲାଗିରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ଏହି ବର୍ଷା ଲାଗିରହିଛି। ଆସନ୍ତା ୧୨ ଘଣ୍ଟାରେ ଏହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର-ଉତ୍ତରପୂର୍ବ ଦିଗକୁ ଗତି କରିବ ଏବଂ ତା’ପରବର୍ତ୍ତୀ ୨୪ ଘଣ୍ଟା ଯାଏ ସେହି ଅବପାତ ହୋଇ ରହିବ। ଏହାର ପ୍ରଭାବରେ ଆସନ୍ତାକାଲି ମଧ୍ୟ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏହି ବର୍ଷା ଚାଷୀଙ୍କ ପାଇଁ କାଳ ହୋଇଛି। କାରଣ ବର୍ତ୍ତମାନ ଧାନ ଅମଳ ହେଉଥିବା ବେଳେ ତାହା ଓଦା…
ମାଲକାନଗିରି: ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଯେପରି ବେଶ ଧାରଣ କରିଛନ୍ତି ତାହାକୁ ନେଇ ବିଭିନ୍ନ ମହଲରେ ଚାଲିଛି ଚର୍ଚ୍ଚା। ସେ ଆଜି ବଣ୍ଡା ଆଦିବାସୀ ମହିଳାଙ୍କ ପରି ବେଶ ହୋଇ ଦେଖାଦେଇଥିଲେ। ତେବେ ଅବସର ଥିଲା ସେ ମାଲାକାନାଗିରି ଗସ୍ତ ବେଳେ ବଣ୍ଡା ମହିଳାମାନେ ସୁଭଦ୍ରା ଯୋଜନା ପାଉଛନ୍ତି କି ନାହିଁ ତାହାର ସମୀକ୍ଷା କରିଥିଲେ। ସେହି ସମୟରେ ସେ ବଣ୍ଡା ମହିଳାଙ୍କ ଅନୁରୋଧରେ ଏପରି ବେଶ ହୋଇଥିଲେ। ଆଜି ମାଲକାନଗିରି ଜିଲ୍ଲା ର ଖଇରପୁଟ ର ମୁଦୁଲିପଡା ଠାରେ ବଣ୍ଡାଘାଟୀ ଅଞ୍ଚଳରେ ସୁଭଦ୍ରା ଯୋଜନା ର କାର୍ଯ୍ୟକାରିତା ଉପରେ ସମୀକ୍ଷା କରିଥିଲେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ସମୀକ୍ଷା ରେ ବିଧାୟକ, ଚିତ୍ରକୋଣ୍ଡା ଏବଂ ମାଲକାନାଗିରି, ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଏବଂ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ ବଣ୍ଡାଘାଟିରେ ସୁଭଦ୍ରା ଯୋଜନାର ସହାୟତା ପଂହଁଚି ପାରୁନି ବୋଲି ବାର ବାର ଅଭିଯୋଗ ଆସୁଥିଲା।…
ନୂଆଦିଲ୍ଲୀ: ସଂସଦ ଭବନରେ ବ୍ୟାଗ୍ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଏକ ନିଆରା ବ୍ୟାଗ ଉପହାର ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ଯେଉଁ ବ୍ୟାଗରେ ଲେଖାଯାଇଛି ‘୧୯୮୪’। ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ତାଙ୍କ ଦେହରକ୍ଷୀଙ୍କ ଗୁଳିରେ ୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ନିହତ ହେବା ପରେ ଶିଖ୍ ବିରୋଧୀ ଦଙ୍ଗା ଦେଖାଦେଇଥିଲା। ଏଥିରେ ସାରା ଦେଶରେ ପ୍ରାୟ ଏହ ହଜାର ଶିଖ୍ ପ୍ରାଣ ହରାଇଥିଲେ। ଏହି ବ୍ୟାଗ୍ ସେହି ଘଟଣାକୁ ମନେପକାଇ ଦେଇଛି। ପ୍ରଶାସିକା ରୁ ରାଜନେତା ପାଲଟିଥିବା ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ତାଙ୍କ ପ୍ରତିପକ୍ଷଙ୍କୁ ଏଭଳି ଜବାବ କୁ ନେଇ ଏବେ ରାଜଧାନୀ ଦିଲ୍ଲୀରେ ଭାରି ଚର୍ଚ୍ଚା।ଯାହାକୁ ନେଇ ବ୍ୟାଗର ଜବାବ, ବ୍ୟାଗରେ ଦେଲେ ବୋଲି ଆଲୋଚନା ହେଉଛି। ବିଗତ ଦିନରେ ସଂସଦକୁ ପାଲେଷ୍ଟାଇନ ଲେଖାଥିବା ଓ ବାଂଲାଦେଶ ଲେଖାଥିବା ବ୍ୟାଗ୍ ଆଣି ଚର୍ଚ୍ଚାରେ ଥିଲେ ପ୍ରିୟଙ୍କା।…
ଭୁବନେଶ୍ବର: ଆଜି ସକାଳୁ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ପକ୍ଷରୁ ଚଢାଉ ଚାଲିଛି। ଆଜି ସକାଳୁ ଏହି ଚଢାଉ ତିନିଟି ସ୍ଥାନରେ ଚାଲିଥିବାର ଜଣାପଡିଛି। ତାଙ୍କର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ତାଙ୍କର ଦୁଇଟି ଅଫିସରେ ମଧ୍ୟ ଏହି ଚଢାଉ ଚାଲିଛି । ତାଙ୍କ ବାସଭବନରେ ପ୍ରାୟ ଆଠଜଣ ଅଧିକାରୀ ଏହି ଚଢାଉ କରୁଛନ୍ତି। ତେବେ କେଉଁ କାରଣ ନେଇ ଇଡି ରେଡ କରୁଛି ତାହା ସ୍ପଷ୍ଟ ହୋଇ ନାହିଁ। ଏ ନେଇ ଇଡି କିମ୍ବା ନିରଞ୍ଜନ ପଟ୍ଟନାୟକଙ୍କ ପକ୍ଷରୁ କୌଣସି ସୂଚନା ମିିଳିପାରି ନାହିଁ। ତେବେ ଏହି ଚଢାଉ ଖଣି କାରବାର ନେଇ ହୋଇଥିବାର ଅନୁମାନ କରାଯାଉଛି। ହେଲେ ଏ ନେଇ କୌଣସି ସୂଚନା ମିଳିପାରି ନାହିଁ।
ଭୁବନେଶ୍ୱର: ବିଜେପିର ବରିଷ୍ଠ ନେତା ବାଲେଶ୍ୱର ଲୋକସଭାର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ କଂଗ୍ରେସର ତଥାକଥିତ ବା ସ୍ୱଘୋଷିତ ଯୁବନେତା ରାହୁଲ ଗାନ୍ଧୀ ସଂସଦ ସମ୍ମୁଖରେ ଆକ୍ରମଣ କରି ମୁଣ୍ଡ ଫଟେଇ ଲହୁଲୁହାଣ କରିଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ। ଏପରି ହିଂସ୍ର ଆଚରଣ ହେଉଛି କଂଗ୍ରେସର ପାରିବାରିକ ପରମ୍ପରା। ଏହି ଦଳ ହେଉଛି ହିଂସାର ବାହକ। ଏହି ଘଟଣାକୁ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ତୀବ୍ର ନିନ୍ଦା କରିଛନ୍ତି। ଏହାର ପ୍ରତିବାଦ କରି ବିଜେପି ଯୁବମୋର୍ଚ୍ଚା କର୍ମୀ ଭୁବନେଶ୍ୱର ମାଷ୍ଟରକ୍ୟାଂଟିନରେ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରି “କଂଗ୍ରେସ ଅର୍ଥ ହିଂସା, କଂଗ୍ରେସ ଅର୍ଥ ମିଥ୍ୟା” ନାରା ଦେଇଛନ୍ତି। ବିଜେପି ଯୁବମୋର୍ଚ୍ଚା ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରି ଚେତାଇ ଦେଉଛି ଯେ, ରାହୁଲ ଗାନ୍ଧୀ ଓଡ଼ିଶାର ଏହି ପବିତ୍ର ଭୂମିରେ ପାଦ ଦେବା ପୂର୍ବରୁ କ୍ଷମା…
ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଗତ ମଙ୍ଗଳବାର ଖାରବେଳ ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପୂର୍ବକ ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟସବୁକୁ ତ୍ୱରାନ୍ୱିତ କରିବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗକୁ ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଥିଲେ। ବୈଠକରେ ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ ଅନ୍ତର୍ଭୁକ୍ତ ବିଶେଷ କରି ସାଧାରଣ ଲୋକମାନଙ୍କ ଜୀବନଯାପନରେ ଅତ୍ୟାବଶ୍ୟକ ରହୁଥିବା ବିଭିନ୍ନ ବିଭାଗ ଦ୍ୱାରା ସେବା ପ୍ରଦାନ ବ୍ୟବସ୍ଥାକୁ କିପରି କାର୍ଯ୍ୟକାରୀ କରାଯାଉଛି, ସେ ସଂପର୍କରେ ସୁନିଶ୍ଚିତ କରିବାକୁ ବିଭାଗୀୟ ସଚିବମାନଙ୍କୁ ସାପ୍ତାହିକ ସମୀକ୍ଷା ପାଇଁ ପରାମର୍ଶ ଦିଆଯାଇଥିଲା ।ସେହିପରି ଆଇ-ଜିଓଟି (ଇଣ୍ଟିଗ୍ରେଟେଡ୍ ଗଭର୍ଣ୍ଣାନ୍ସ୍ ଅନ୍ଲାଇନ ଟ୍ରେନିଂ) ପ୍ଲାଟଫର୍ମରେ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶତ ପ୍ରତିଶତ ଅନ୍ତର୍ଭୁକ୍ତ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏହା କର୍ମଚାରୀମାନଙ୍କୁ ଅନ୍ଲାଇନ୍ ପ୍ରଶିକ୍ଷଣ ସୁବିଧା ପ୍ରଦାନ…
ଭୁବନେଶ୍ବର: ଆଜି ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତି ମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ ଅଧ୍ୟକ୍ଷତାରେ ଶିଳ୍ପ ସଂସ୍ଥା ମାନଙ୍କ ଉପରେ ରହିଥିବା ବକେୟା ବିଦ୍ୟୁତ ଶୁଳ୍କ ଆଦାୟ ଉପରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିଳ୍ପ ସଂସ୍ଥା ଗୁଡିକରୁ ନିଜସ୍ୱ ଉତ୍ପାଦନ ଉପରେ ବକେୟା ଥିବା ବିଦ୍ୟୁତ ଶୁଳ୍କ ଏବଂ ଏହାର ସବିଶେଷ କାରଣ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଦ୍ୟୁତ ଶୁଳ୍କ ଛାଡ ଉପରେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଅନ୍ୟାନ୍ୟ ଅଦାଲତରେ ବିଚାରଧିନ ଥିବା ବିଭିନ୍ନ ମାମଲା ଯୋଗୁଁ ବକେୟା ଶୁଳ୍କ ଆଦାୟ କରିବା ପ୍ରାୟତଃ ସମ୍ଭବପର ହେଉନଥିବାର ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଥିଲେ ଯେ, ବକେୟା ବିଦ୍ୟୁତ ରାଶି ଆଦାୟ ପାଇଁ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ନିଆ ଯାଉଛି। ଆଡଭୋକେଟ ଜେନେରାଲ…
କେଉଁଝର: ଜ୍ଞାନ ହିଁ ଶକ୍ତି (Knowledge is Power)। ଜ୍ଞାନରୁ ଆମକୁ ଶକ୍ତି ମିଳିଥାଏ। ରାଜ୍ୟରେ ଶିକ୍ଷା ପରିବେଶକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି ବୋଲି କେନ୍ଦୁଝର ଜିଲ୍ଲା ଚମ୍ପୁଆ ମହତାବ ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉଦବୋଧନ ଦେଇ କହିଛନ୍ତି । ମୁଖ୍ୟମନ୍ତ୍ରୀ କହିଲେ ଯ, ପୂର୍ବରୁ ଶିକ୍ଷା ବିଭାଗ ଅନେକ ସମସ୍ୟା ଦେଇ ଗତି କରୁଥିଲା। ଯେଉଁମାନେ ଶାସନ କରୁଥିଲେ ସେମାନେ କିଛି ତ୍ରୁଟି ରଖିଥିଲେ। ସେହି ସମସ୍ୟା ଗୁଡିକର କିପରି ସମାଧାନ ହୋଇ ପାରିବ ସେ ନେଇ ଆମ ସରକାର କାର୍ଯ୍ୟ କରୁଛନ୍ତି। ଆମ ସରକାର ଶାସନକୁ ଆସିବା ପରେ ପ୍ରାଥମିକ ଶିକ୍ଷା ଭିତ୍ତିଭୂମି ଓ ଶିକ୍ଷା ବାତାବରଣକୁ ସୁଦୃଢ କରିବା ପାଇଁ 16,009 ଜଣ ପ୍ରାଥମିକ ଶିକ୍ଷକ ନିଯୁକ୍ତ କରିଛନ୍ତି। ରାଜ୍ୟରେ ଡ୍ରପ ଆଉଟ୍ ହାର ରୋକିବା ଏବଂ ଗୁଣାତ୍ମକ ଶିକ୍ଷା…
ଭୁବନେଶ୍ୱର: ସମ୍ପ୍ରତି ମହାନଦୀ ଗମ୍ଭୀର ସଙ୍କଟକୁ ଠେଲି ହୋଇ ଯାଉଛି। ଅକ୍ଟୋବର ମାସରୁ ମହାନଦୀ ଶିଖିବାକୁ ଆରମ୍ଭ କଲାଣି। ହୀରାକୁଦରେ ବର୍ତ୍ତମାନ ସମୟରେ ଯେତିକି ପାଣି ରହିବା କଥା ତାଠାରୁ ଯଥେଷ୍ଟ କମ ଅଛି। ମହାନଦୀ ଟ୍ରିବୁନାଲ ଠାରୁ କିଛି ସାନ୍ତ୍ଵନା ମିଳିବାର ଆଶା ମଧ୍ୟ କ୍ଷୀଣ। ଏହି ପରିପ୍ରେକ୍ଷୀରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ମହାନଦୀ ସୁରକ୍ଷା କାର୍ଯ୍ୟକ୍ରମକୁ ବ୍ୟାପକ ଓ ଶକ୍ତିଶାଳୀ କରିବା ପାଇଁ ଘୋଷଣା କରିଛି। ଆଜି ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଆସନ୍ତା ଜାନୁଆରୀ ମାସରେ ମହାନଦୀ ସମସ୍ୟା କୁ ନେଇ ରାଜ୍ୟସ୍ତରୀୟ ଓ ଫେବୃୟାରୀ ମାସରେ ଜାତୀୟ ସ୍ତରୀୟ ଆଲୋଚନା ସଭା ଆୟୋଜିତ ହେବ ବୋଲି ଜଳ ପୁରୁଷ ଡ ରାଜେନ୍ଦ୍ର ସିଂହ ଓ ଆନ୍ଦୋଳନର ଆବାହକ ଶ୍ରୀ ସୁଦର୍ଶନ ଦାସ ଓ ଉପସ୍ଥିତ ନେତୃବର୍ଗ ଘୋଷଣା କରିଛନ୍ତି। ମହାନଦୀ ବଞ୍ଚାଅ ଆନ୍ଦୋଳନର ରାଷ୍ଟ୍ରୀୟ ଉପଦେଷ୍ଟା ଜଳ…
ଭୁବନେଶ୍ବର: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ପ୍ରଖ୍ୟାତ ସାହିତ୍ୟିକ ବୈଷ୍ଣବ ଚରଣ ସାମଲଙ୍କୁ ମିଳବ ଏହି ପୁରସ୍କାର। ତାଙ୍କ ଦ୍ବାରା ଲିଖିତ ପୁସ୍ତକ ‘ଭୂତି ଭକ୍ତି ବିଭୂତି’ ପାଇଁ ସେ ଏହି ପୁରସ୍କାର ପାଇଁ ମନୋନିତ ହୋଇଛନ୍ତି। ସାହିତ୍ୟିକ ବୈଷ୍ଣବ ଚରଣ ସାମଲ, ୧୯୩୯ ମସିହା ଫେବୃଆରୀ ୨୭ ତାରିଖରେ କେନ୍ଦ୍ରାପଡ଼ା ଜିଲ୍ଲାର ଚାରିଗାଁଠାରେ ଜନ୍ମ ଗ୍ରହଣ କରିଥିଲେ। ୧୯୬୪-୬୫ ମସିହାରୁ ସେ ପ୍ରବନ୍ଧ ଓ ସମାଲୋଚନା ସାହିତ୍ୟ ଲେଖିବା ଆରମ୍ଭ କରିଥିଲେ। ତାଙ୍କର ଅନେକ ସୃଷ୍ଟି ମଧ୍ୟରେ ଗତି ଓ ପ୍ରକୃତି, ସୁରେନ୍ଦ୍ର ଗଳ୍ପମାନସ, ଓଡ଼ିଆ କ୍ଷୁଦ୍ରଗଳ୍ପ: ସ୍ରଷ୍ଟାମାନସ,ଓଡ଼ିଆ କ୍ଷୁଦ୍ରଗଳ୍ପର ଇତିହାସ, ମହାପୁରୁଷା ହାଡ଼ିଦାସ ଗ୍ରନ୍ଥାବଳି, ଗଣକବି ଗୋପାଳଦାସ ଗ୍ରନ୍ଥାବଳି,ପଲ୍ଲୀକବି ନନ୍ଦକିଶୋର ଗ୍ରନ୍ଥାବଳି,ଏକାଏକା ନକ୍ଷତ୍ର, ଶେଷ ଶୃଙ୍ଗାର,ସମୟର ଲିପି,ପୁନଶ୍ଚ ମଣିଷ,ଆଲୋକିତ ଅନ୍ଧକାର,ଏକାକୀ ଇଶ୍ୱର,ଅନ୍ୟ ଏକ ପୃଥିବୀ ବିକଳ୍ପ ସତ୍ତା,ବିବର୍ତ୍ତିତ ପୃଥ୍ୱୀ ପ୍ରଭୃତି ଅତି ଉଚ୍ଚକୋଟୀର ।
ଭୁବନେଶ୍ବର: ରାଜ୍ୟରେ ଯେପରି ଦରଦାମ ବୃଦ୍ଧି ପାଇଛି ତାହା ସାଧାରଣ ଲୋକଙ୍କୁ ଅତିଷ୍ଠ କରିସାରିଲାଣି। ହେଲେ ଓଡିଶା ସରକାର ଚୁପଚାପ ବସିରହିଛନ୍ତି। ଏହାର ବିରୋଧରେ ରାସ୍ତାକୁ ଓହ୍ଲାଇବ ବିଜୁ ଜନତା ଦଳ। ଆଜି ରାଜ୍ୟ କାର୍ଯ୍ୟାଳୟରେ ଏହି ଘୋଷଣା କରିଛନ୍ତି ଦଳର ବରିଷ୍ଠ ନେତା। ଭୁବନେଶ୍ବରରେ ଆସନ୍ତା ଜାନୁୟାରୀ 6 ତାରିଖରେ ଏହି ବିକ୍ଷୋଭ କରାଯିବ ବୋଲି ଦଳ କହିଛି। ବର୍ତ୍ତମାନ ସରକାର ଯେପରି ଭାବେ ଶାସନ କରୁଛି ସେଥିରେ ସାଧାରଣ ଜନତା ହୃଦୟଙ୍ଗମ କରିସାରିଲେଣି। ଆମେ ଏକ ସଚେତନ ବିରୋଧୀ ଦଳ ଭାବେ ସାଧାରଣ ଲୋକଙ୍କୁ ସଚେତନ କରିବୁ ବୋଲି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି। ସେହିପରି ନୂଆ ବର୍ଷରୁ ବିଜେଡି ବିଭିନ୍ନ ପ୍ରସଂଗ ନେଇ ଆନ୍ଦୋଳନ କରିବ ବୋଲି ମଧ୍ୟ ଘୋଷଣା କରିଛି।
ଭୁବନେଶ୍ୱର: ଆସନ୍ତା ୨୦ ତାରିଖରେ ଆୟୁଷ ଚିକିତ୍ସକ ମହାସଂଘ ପକ୍ଷ ରୁ ରାଜ୍ୟରେ କାର୍ଯ୍ୟରତ ଆୟୁଷ, ଆରବିଏସକେ, ମୋବାଇଲ ହେଲଥରେ କାର୍ଯ୍ୟରତ ଡାକ୍ତର ମିଳିତ ଭାବେ ଲୋୟର ପିଏମଜି ରେ ଆନ୍ଦୋଳନ କରିବେ ବୋଲି ଓଡ଼ିଶା ଆୟୁଷ ଡାକ୍ତର ମିଳିତ କ୍ରିୟାନୁଷ୍ଠାନ କମିଟି। ଏମାନେ ୧୦ ଦଫା ଦାବୀ ନେଇ ପ୍ରାୟ ୩ ହଜାର ଆସ୍ଥାୟୀ ଆୟୁଷ ଡାକ୍ତରଙ୍କ ରାଜଧାନୀରେ କରିବେ ଏହି ବିକ୍ଷୋଭ। କମିଟର କହିବା କଥା ଯେ, ରାଜ୍ୟରେ ବର୍ତ୍ତମାନ ୫୬୨ ଟି ହୋମିଓପ୍ୟାଥିକ ମେଡ଼ିକାଲ ଅଫିସର ଏବଂ ୬୧୯ ଟି ଆୟୁର୍ବେଦ ମେଡ଼ିକାଲ ଅଫିସର ପଦଵୀ ଦୀର୍ଘ ୨୫ ବର୍ଷ ହେଲା ସ୍ଥାୟୀ ଭାବେ ରହିଛି। ଦୀର୍ଘ ୨୩ ବର୍ଷ ଧରି ଏହା ଉପରେ ରାଜ୍ୟ ସରକାର କୌଣସି ପ୍ରକାର ପଦକ୍ଷେପ ନେଇ ନାହାଁନ୍ତି। ନୂତନ ସରକାରରେ ମଧ୍ୟ ଏହି ପଦବୀର ବୃଦ୍ଧି ହୋଇ ନାହିଁ। ଓଡ଼ିଶା ସରକାରଙ୍କ ଅନ୍ୟ ବିଭାଗ ଗୁଡ଼ିକ ରେ ନୂତନ ପଦବୀ…
ଭୁବନେଶ୍ବର: ସଂସଦରେ ଗତକାଲି ଭୋଟ ବିଭାଜନ ବେଳେ ବିଜେପି ବଡ ଅଡୁଆ ପରିସ୍ଥିତିରେ ପଡିଯାଇଥିଲା। ଗୋଟିଏ ଦେଶ ଗୋଟିଏ ନିର୍ବାଚନ ବିଲ ଆଗତ ପାଇଁ ବିରୋଧୀ ଭୋଟ ବିଭାଜନ କରିବାକୁ ଚାହିଁଥିଲେ। ଫଳରେ ସବୁ ଦଳ ତାଙ୍କର ସାଂସଦମାନେ ଏଥିରେ ଉପସ୍ଥିତ ରହିବାକୁ ହ୍ବପି ଜାରୀ କରାଯାଇଥିଲା। ଏଥିରେ ବିଜେପି ତାହାର ସମସ୍ତ ସାଂସଦଙ୍କୁ ସଂସଦରେ ଉପସ୍ଥିତ ରହିବାକୁ କୁହାଯାଇଥିଲା। କାରଣ ଏହା ସରକାରୀ ବିଜେପି ପାଇଁ ସମ୍ମାନର ପ୍ରଶ୍ନ ଥିଲା। ହେଲେ ଭୋଟ ଗ୍ରହଣ ପରେ ଦେଖାଯାଇଥିଲା ଯେ, ବିଜେପିର 20 ସାଂସଦ ଅନୁପସ୍ଥିତ ଅଛନ୍ତି। ଏହି ସାଂସଦଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଦଳ ନୋଟିସ ଜାରୀ କରିବ ବୋଲି ନିଷ୍ପତି କରିଛି। ଏହି ଅନୁପସ୍ଥିତ 20 ଜଣ ସାଂସଦଙ୍କ ମଧ୍ୟରୁ ଓଡିଶାର ତିନିଜଣ ସାଂସଦ ରହିଛନ୍ତି। ସେମାନେ ହେଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ମୟୁରଭଂଜ ସାଂସଦ ନବ ମାଝୀ ଏବଂ କେଉଁଝର ସାଂସଦ ଅନନ୍ତ ନାୟକ।
ଭୁବନେଶ୍ୱର: ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଯାରି ରହିଛି। ଧାନ କିଣା ପ୍ରକ୍ରିୟାକୁ ସ୍ଵଚ୍ଛ କରିବା ପାଇଁ ପ୍ରତ୍ୟେକ ମଣ୍ଡି ଉପରେ କଡା ନଜର ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ମର୍ମରେ ସମ୍ପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କୌଣସି ଯୋଗ୍ୟ ଚାଷୀ ଧାନ କିଣା ବେଳେ ସମସ୍ୟାର ସମ୍ମୁଖୀନ ନହୁଅନ୍ତି, ଏଥିପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି। ମଣ୍ଡିରେ ଚାଷୀ ମାନଙ୍କ ନିମନ୍ତେ ସୁବିଧା ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯାଇଛି। ବର୍ତ୍ତମାନ ୧୧ଟି ଜିଲ୍ଲା ତଥା ବରଗଡ଼, ସମ୍ବଲପୁର, ନୂଆପଡା, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କୋରାପୁଟ, ଝାରସୁଗୁଡା, ମାଲକାନଗିରି, ନବରଙ୍ଗପୁର ଓ କେନ୍ଦୁଝର ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଯାରି ରହିଛି । ଚାଷୀ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହେବା ସହ ଦୁଇରୁ ତିନୋଟି ମଣ୍ଡି ଦାୟିତ୍ୱରେ ଜଣେ ସୁପରଭାଇଜରଙ୍କୁ…
ଭୁବନେଶ୍ୱର: ପୂର୍ତ୍ତ ବିଭାଗ ଇତିହାସରେ ପ୍ରଥମ ଥର ପାଇଁ ବ୍ୟାପକ ଭାବେ ଆଜି ଏକ ବିସ୍ତୃତ ସମୀକ୍ଷା କରିଛନ୍ତି ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବ। ବିଭାଗ ଅଧୀନରେ ଥିବା ବିଭିନ୍ନ ନିର୍ମାଣ ପ୍ରକଳ୍ପର ବର୍ତ୍ତମାନର ସ୍ଥିତି ଓ କାର୍ଯ୍ୟର ଅଗ୍ରଗତି ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୋନପୁର-ବିନିକା-ରାମପୁର-ଡୁଙ୍ଗୁରିପାଲି ରାସ୍ତା, ମାର୍ଶାଘାଇ-ଜମ୍ବୁ ରାସ୍ତା, ବ୍ରହ୍ମପୁର ରିଂ ରୋଡ୍, କଟକ ରିଂ ରୋଡ଼୍ (ଖାନନଗରଠାରୁ ଲିଙ୍କ୍ ରୋଡ୍ ପର୍ଯ୍ୟନ୍ତ)ର ଅଗ୍ରଗତି ନେଇ ସମୀକ୍ଷା ହୋଇଥିଲା । ସେହିପରି ଗୋବରଘାଟଠାରେ ଥିବା ସୁବର୍ଣ୍ଣରେଖା ନଦୀ ଉପରେ ହାଇଲେବୁଲ୍ ସେତୁ, ବୌଦ୍ଧ ଜିଲ୍ଲା ବାଉଁଶୁଣିଠାରେ ଥିବା ମହାନଦୀ ଉପରେ ଦ୍ୱିତୀୟ ହାଇଲେବୁଲ୍ ସେତୁ, ଖରସ୍ରୋତା ନଦୀ ଉପରେ ନୂଆବଜାରଠାରେ ଥିବା ହାଇଲେବୁଲ୍ ସେତୁ, ସୁବର୍ଣ୍ଣରେଖା ନଦୀ ଉପରେ ପାନ୍ଟେଲ୍ଠାରେ ହାଇଲେବୁଲ୍ ସେତୁର ପ୍ଲାନ୍…

