କଟକ: ଜଣେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ପରେ ବ୍ଲାକମେଲିଂ କରିବା ଅଭିଯୋଗ ପରେ ୬ ଜଣ ଅଭିଯୁକ୍ତଙ୍କୁ କଟକ ପୋଲିସ ଗରିଫ କରିଛି। ୬ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ଅଭିଯୁକ୍ତମାନେ ହେଲେ ଝାଞ୍ଜିରିମଙ୍ଗଳା ଅଞ୍ଚଳର ୩ ଜଣ, ବାରଙ୍ଗ ଅଞ୍ଚଳର ଜଣେ କାଫେ ମାଲିକ ତଥା ଭଗବତପୁର ଅଞ୍ଚଳର ଅଭିଯୁକ୍ତ ସହ ଖୋର୍ଦ୍ଧା ନୟାଗଡ଼ ଅଞ୍ଚଳର ଜଣେ ଜଣେ ଅଛନ୍ତି। ଅଭିଯୋଗ ଅନୁସାରେ କଟକର ଜଣେ କଲେଜ ଛାତ୍ରୀ ତାଙ୍କର ବଏ ଫ୍ରେଣ୍ଡଙ୍କ ସହ ପୁରୀଘାଟ ଥାନା ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାଳନ କରିଥିଲେ। ସେଠାରେ ଛାତ୍ରୀଙ୍କ ଅଜାଣତରେ ସାଙ୍ଗମାନେ ତାଙ୍କର ଅଶ୍ଲିଳ ଫଟୋ ଉଠାଇଥିଲେ। ଏଥିରେ ସହଯୋଗ କରିଥିଲେ ଭରତପୁର ଅଞ୍ଚଳରେ ରହୁଥିବା କାଫେ ମାଲିକ। ଏହାପରେ ଛାତ୍ରୀଙ୍କୁ ବାରଙ୍ଗ ଅଞ୍ଚଳର ଏକ ଘରକୁ ଡାକି ନେଇ ଗଣ ଦୁଷ୍କର୍ମ କରିଥିଲେ।
Author: Samikhsya Bureau
ଭୁବନେଶ୍ବର: ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଗୋସମ୍ପଦର ଅବଦାନ ଅତି ଗୁରୁତ୍ବପୂର୍ଣ୍ଣ । ପୁରାଣ ଶାସ୍ତ୍ର ଅନୁଯାୟୀ ଗୋ ମାତାଙ୍କ ଠାରେ ତେତ୍ରିଶ କୋଟି ଦେବା ଦେବୀ ବାସ କରନ୍ତି। ସେଥିପାଇଁ କୁହାଯାଇଛି ଗୋମାତାଙ୍କ ପୂଜା କରିବା ଅର୍ଥ ଦେବତାଙ୍କୁ ସନ୍ତୁଷ୍ଟ କରିବା ବୋଲି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ହରିହରାନନ୍ଦ ଗୁରୁକୁଳମ୍ଠାରେ ଆୟୋଜିତ ଗୋ-ନବରାତ୍ର ମହୋତ୍ସବରେ କହିଛନ୍ତି। ସୂଚନା ଯୋଗ୍ୟ ଯେ ଗୁରୁ ଗୋବିନ୍ଦ ଗୋ ସେବାଶ୍ରମ, ଓଡିଶା ଗୋ ସେବା ସମିତି ହରିହରାନନ୍ଦ ଗୁରୁକୁଳମ୍ ପକ୍ଷରୁ ପୁରୀ ଠାରେ ଚଳିତ ମାସ ୨ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ଗୋ ନବରାତ୍ର ମହୋତ୍ସବ ଆୟୋଜନ ହୋଇଛି। ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବରେ ଉଦ୍ବୋଧନ ଦେଇ କହିଥିଲେ ଯେ କେଉଁ ଆବାହମାନ କାଳରୁ ଆମ ସଂସ୍କୃତି ଓ ପରମ୍ପରାରେ ଗୋ ବଂଶର ଏକ ଅଲଗା ମହତ୍ବ ରହିଛି। ପ୍ରଚୀନ କାଳରେ ଗୋ ମାତାଙ୍କ ସ୍ଥାନ କୌଣସି…
ଭୁବନେଶ୍ୱର: ଏକ ନୂତନ ସହଯୋଗ କ୍ରମରେ ଭାରତୀୟ ପ୍ରଦ୍ୟୋଗିକ ସଂସ୍ଥାନ (ଆଇଆଇଟି) ଭୁବନେଶ୍ୱର ଏବଂ ଏମଓଏସଆର୍ଟ୍ ଲ୍ୟାବ୍ସ ମିଳିତ ଭାବେ ସେମିକଣ୍ଡକ୍ଟର ଟେକ୍ନୋଲୋଜି ଏବଂ ଚିପ୍ ଡିଜାଇନ୍ କ୍ଷେତ୍ରରେ ଏକ ଅଭିନବ ପ୍ରଫେସନାଲ ଡିପ୍ଲୋମା ପ୍ରୋଗ୍ରାମ ଆରମ୍ଭ କରିଛନ୍ତି। ସେମିକଣ୍ଡକ୍ଟର ଟେକ୍ନୋଲୋଜି, ଆନାଲଗ୍ ଡିଜାଇନ୍, ଡିଜିଟାଲ୍ ଡିଜାଇନ୍, ଡିଜାଇନ୍ ଯାଞ୍ଚ, ଶାରୀରିକ ଡିଜାଇନ୍, ଲେଆଉଟ୍ ଡିଜାଇନ୍, ବୈଧତା, ପରୀକ୍ଷା ଏବଂ ମାପ ସହିତ ଭିଏଲଏସଆଇର ବିଭିନ୍ନ ବିଶେଷତ୍ୱରେ ସମୃଦ୍ଧ କରି ଛାତ୍ରଛାତ୍ରୀଙ୍କୁ ଶିଳ୍ପ-ପ୍ରସ୍ତୁତ କରିବା ପାଇଁ ଏହି ପାଠ୍ୟକ୍ରମର ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ, ୫ ନଭେମ୍ବର ୨୦୨୪ ରେ ଉଭୟ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଆଇଆଇଟି ଭୁବନେଶ୍ୱର ତରଫରୁ ପ୍ରଫେସର ଦିନକର ପାସଲା, ଡିନ୍-ପ୍ରାୟୋଜିତ ଅନୁସନ୍ଧାନ ଏବଂ ଶିଳ୍ପ ପରାମର୍ଶଦାତା ତଥା ଏମଓଏସଆର୍ଟ୍ ଲ୍ୟାବ୍ସ ପକ୍ଷରୁ ସିଇଓ ଶ୍ରୀ ରାଜେଶ ଗୁପ୍ତା ଏହି ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ। ଏହି ଅବସରରରେ, ଅନ୍ୟମାନଙ୍କ ମଧ୍ୟରେ ଡିନ୍-ଜାରି…
ଭୁବନେଶ୍ୱର: ଲଣ୍ଡନଠାରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଶ୍ରୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଭେଟିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା। ଶ୍ରୀ ମହାନ୍ତି ଗତ ୬୪ ବର୍ଷ ଧରି ଲଣ୍ଡନରେ ଵାସ କରୁଛନ୍ତି। ଶ୍ରୀ ମହାନ୍ତିଙ୍କ ସହ ସାକ୍ଷାତକାର ସୌଭାଗ୍ୟ ଏବଂ ଗର୍ବର ବିଷୟ। ନିଜର ଚମତ୍କାର ଚିତ୍ରକଳା ମାଧ୍ୟମରେ କେବଳ ଲଣ୍ଡନରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଶ୍ରୀ ମହାନ୍ତି ପ୍ରସିଦ୍ଧି ଲାଭ କରିଛନ୍ତି। ତାଙ୍କ ସଫଳତା ଓଡିଶା ଏବଂ ସମସ୍ତ ଓଡ଼ିଆଙ୍କ ପାଇଁ ଏକ ଗର୍ବର ବିଷୟ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ । ଓଡିଶାର କଳା ଓ ସଂସ୍କୃତିର ବିକାଶ ଏବଂ ପ୍ରଚାର ପ୍ରସାର ନିମନ୍ତେ ଶ୍ରୀ ମହାନ୍ତିଙ୍କ ପରାମର୍ଶ ନିଶ୍ଚିତ ଲାଭଦାୟକ ହେବ ବୋଲି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ପ୍ରକାଶ କରିଛନ୍ତି। ସାକ୍ଷାତକାର ଅବସରରେ ଶ୍ରୀ ମହାନ୍ତି ତାଙ୍କ ଦ୍ୱାରା ଲିଖିତ ଏବଂ ଅକ୍ସଫୋର୍ଡ଼ ୟୁନିଭର୍ସିଟି ପ୍ରେସ ଦ୍ୱାରା ପ୍ରକାଶିତ ‘Through Brown Eyes’ ଶୀର୍ଷକ…
ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଗାନ୍ଧିବାଦୀ ଜନନେତା, ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ୱର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ୫୫ତମ ଶ୍ରାଦ୍ଧ ଦିବସରେ ଗତକାଲି ପୂଜ୍ୟପ୍ରଣାମ ଟ୍ରଷ୍ଟ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ପାଳନ ପରେ ଟ୍ରଷ୍ଟର ଅଧ୍ୟକ୍ଷ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ମଣ୍ଡଳୀ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ସରକାରୀ ବାସଭବନରେ ଭେଟି ରାଜଧାନୀରେ ସ୍ୱର୍ଗତ ଦାସଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହ ବାଲେଶ୍ୱର ସହରର ଏକ ମୁଖ୍ୟ ରାସ୍ତାକୁ ତାଙ୍କ ନାମରେ ନାମକରଣ କରିବାକୁ ଦାବୀପତ୍ର ପ୍ରଦାନ କରିଥିଲେ। ଗତ ୨୧ ବର୍ଷ ଧରି ରାଜଧାନୀରେ ପୂଜ୍ୟପ୍ରଣାମ ଟ୍ରଷ୍ଟର ପୂଜ୍ୟପୂଜା କାର୍ଯ୍ୟକ୍ରମ ସମ୍ପର୍କରେ ଉପାଧ୍ୟକ୍ଷ ଶ୍ରୀ ସୀତାବଲ୍ଲଭ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଟ୍ରଷ୍ଟି ଶ୍ରୀ ପ୍ରଜ୍ଞାରାଜ ପ୍ରଧାନ ମୁଖ୍ୟମନ୍ତ୍ରୀଙ୍କୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଗାନ୍ଧୀ ମଣିଷ ଦୋଳଗୋବିନ୍ଦ ପ୍ରଧାନଙ୍କ ଜୀବନୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତକାଲି ଲୋକସେବା ଭବନରେ ପ୍ରାଥମିକ ଶିକ୍ଷାର ଉନ୍ନତିକରଣ ପାଇଁ ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରିଛନ୍ତି।ବୈଠକରୁ ଜଣାଯାଇଛି ଯେ, ରାଜ୍ୟରେ ଖୁବ୍ ଶୀଘ୍ର ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ଶୁଭାରମ୍ଭ କରାଯିବ। ଏହି ଯୋଜନା ଅନୁଯାୟୀ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଅତ୍ୟାଧୁନିକ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯିବ। ସମୁଦାୟ ୬,୭୯୪ଟି ବିଦ୍ୟାଳୟ ନିର୍ମାଣ କରାଯିବ। ସତ୍ୟବାଦୀ ବନ ବିଦ୍ୟାଳୟରେ ଯେପରି ଏକ ଆଦର୍ଶ ଶିକ୍ଷା ପରିବେଶ ଥିଲା, ସେହିଭଳି ଏହି ବିଦ୍ୟାଳୟ ଗୁଡିକରେ ମଧ୍ୟ ପିଲାମାନଙ୍କ ପାଇଁ ଆଦର୍ଶ ଶିକ୍ଷା ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏଥିରେ ବିଶେଷ କରି ପିଲାମାନଙ୍କର ଭାଷା ଜ୍ଞାନ ଓ ମୌଳିକ ଗାଣିତିକ ଜ୍ଞାନ ଉପରେ ଗୁରୁତ୍ୱ ଆରୋପ କରାଯିବ। ଏହା ଦ୍ୱାରା ପିଲାମାନେ ଉଚ୍ଚତର ଶ୍ରେଣୀରେ ସହଜରେ ଶିକ୍ଷା ଗ୍ରହଣ କରି ପାରିବେ। ଉନ୍ନତ…
ଭୁବନେଶ୍ବର: ଆଜି ଭିଜିଲାନ୍ସ ଅଧିକାରୀମାନେ ଜଣେ କନିଷ୍ଠ ମ୍ୟାନେଜରଙ୍କ ଘରେ ଚଢାଉ କରିଛନ୍ତି। ଭୋର ଚାରିଟାରୁ ଏହି ଚଢାଉ ଆରମ୍ଭ ହୋଇଛି। ସେ ହେଉଛନ୍ତି ଇଡିକୋ ର କନିଷ୍ଠ ପରିଚାଳକ ବିଜୟ କୁମାର ଉଦୟସିଂହ। ଭିଜିଲାନ୍ସ ତାଙ୍କର ରାଜରାଣୀ ମଉଜାର ଆର୍ଯ୍ୟ ବିହାର କୋଠାରେ ଚଢାଉ କରି ତାଜୁବ ହୋଇଯାଇଛନ୍ତି। ବାବୁଙ୍କ ଏହି ଘର ମୁଖ୍ୟ ଗେଟଟି ରିମୋଟ କଣ୍ଟୋଲରେ ଖୋଲୁଛି। ଏଥିସହିତ ତାଙ୍କର ବିଭିନ୍ନ ସ୍ଥାନରେ ଥିବା କୋଠାବାଡି ଓ ପ୍ଲଟଗୁଡିକ ଖୋଳଚାଡ ଚାଲିଛି। ଭୁବନେଶ୍ୱରର ରାଜାରାଣୀ ଅଞ୍ଚଳରେ ଥିବା ଘର, ସାମନ୍ତରାପୁରରେ ଥିବା ସମ୍ପର୍କୀୟଙ୍କ ଘରେ ତଥା ଖୋର୍ଦ୍ଧା ଓ ପୁରୀର ୬ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ତେବେ ଜୁନିୟର ମ୍ୟାନେଜର ବାବୁଙ୍କ ଘରୁ କେତେ ସମ୍ପତ୍ତି ଠାବ କରାଗଲାଣଇ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନି। ଏଥିସହ ଟିମ୍ ସଦସ୍ୟ ବିଭିନ୍ନ ସ୍ଥାନରେ ଥିବା ତାଙ୍କ ଜମାପୁଞ୍ଜିର ବି ଖୋଳତାଡ଼ କରୁଛନ୍ତି। (…
ଭୁବନେଶ୍ବର: କଣ୍ଟାବାଞ୍ଜି ଓ ହିଞ୍ଜିଳିରେ ନବୀନ ପଟ୍ଟାନାୟକ କିପରି ପରାଜୟ ହୁଅନ୍ତୁ ସେ ନେଇ ଚକ୍ରାନ୍ତ କରାଯାଇଥିଲା। ଏହିପରି ବିଭିନ୍ନ ଖବର ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହେବାରେ ଲାଗିଛି। ଯାହାକୁ ନେଇ କଡା ଜବାବ ରଖିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, “ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି। ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ।” ସେ ଆହୁରି କହିଛନ୍ତି ଯେ, “ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ୍…
ଭୁବନେଶ୍ବର: ବର୍ତ୍ତମାନ ଲଣ୍ଡନରେ ଖୋଲିଲା ଚିଲିକା ରେଷ୍ଟୁରାଣ୍ଟ, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ତେବେ ମଙ୍ଗଳବାର ଦିନ ଲଣ୍ଡନର ବକ୍ସଲିହେଥ୍ ଠାରେ ଏହି ଭାରତୀୟ ରେଷ୍ଟୁରାଣ୍ଟ ଖୋଲିଛି। ଯାହାର ନାମ ରଖାଯାଇଛି ଚିଲିକା। ଏହାକୁ ଉଦଘାଟନ କରିଛନ୍ତି ଲଣ୍ଡନ ଗସ୍ତରେ ଥିବା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଏହି ରେଷ୍ଟୁରାଣ୍ଟଟି ଲଣ୍ଡନରେ ରହୁଥିବା ଦୁଇଜଣ ପ୍ରବାସୀ ଓଡିଆଙ୍କ ଉଦ୍ୟମରେ ପ୍ରତିଷ୍ଠା କରାଯାଇଛି। ସେମାନେ ହେଲେ ଶୁଭକାନ୍ତ ଦାସ ଏବଂ ପାର୍ଥ ପଣ୍ଡା। ଏହି ଉଦଘାଟନ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ ସହିତ ସ୍ଥାନୀୟ ମେୟର, କାଉନସିଲର ଏବଂ ପର୍ଯ୍ୟଟନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଏହି ରେଷ୍ଟୁରାଣ୍ଟରେ କେବଳ ଭାରତୀୟ ଖାଦ୍ୟ ପ୍ରସ୍ତୁତ କରାଯିବ। ସେଠାରେ ଥିବା ପ୍ରବାସୀ ଭାରତୀୟ ତଥା ବିଦେଶୀଙ୍କୁ ବେଶ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଶେଷରେ କନ୍ଧମାଳ ଜିଲ୍ଲାରେ ଆମ୍ବ ଟାକୁଆ ଖାଇ ମୃତ୍ୟୁବରଣ କରିବା ଘଟଣାର ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏ ନେଇ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ତେବେ ଏ ନେଇ ଆସନ୍ତାକାଲି ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ଏସଓପି ନିର୍ଦ୍ଧାରିତ ହେବ। କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ବ୍ଲକ ଅଧିନସ୍ଥ ଗଦାପୁର ଗାଁର ଦୁଇ ଜଣ ଆମ୍ବଟାକୁଆ ଖାଇ ମୃତ୍ୟବରଣ କରିଥିବାର ଅଭିଯୋଗ ହୋଇଛି। ଏଥସହିତ ଏହି ଅଖାଦ୍ୟ ଖାଇ ଅନେକ ଅସୁସ୍ଥ ହୋଇଥିବାର ଖବର ପ୍ରକାଶିତ ହୋଇଛି। ଏହି ଘଟଣା ପରେ ଶାସକ ବିରୋଧୀ ମୁହାଁମୁହିଁ ହୋଇପଡିଛନ୍ତି। ଏ ନେଇ କଂଗ୍ରେସ ରାଜ୍ୟପାଳ ହସ୍ତକ୍ଷେପ କରିବା ପାଇଁ ତାଙ୍କୁ ସାକ୍ଷାତ କରିଛନ୍ତି। ବିଭିନ୍ନ ସ୍ତରରେ ବିରୋଧ ପରେ ଆଜି ମୁଖ୍ୟମନ୍ତ୍ରୀ ଏହାର ଆରଡିସି ତଦନ୍ତ ଘୋଷଣା କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ ଲକ୍ଷ ପରିବାର ଏ ପର୍ଯ୍ୟନ୍ତ ଚାଉଳ ପାଇ ନାହାନ୍ତି। ତେଣୁ ଏହି ପରିବାର ଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ବୈଠକର ଆଲୋଚନାରୁ ଜଣାଯାଇଛି ଯେ ରାଜ୍ୟ ସରକାର ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକ ମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ପଦକ୍ଷେପ ନେଉଛନ୍ତି।…
ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ପ୍ରବଳ ଚାପ ପଡିବା ପରେ ଶେଷରେ ତାହାକୁ ବାତିଲ କରିଛି ଇସ୍କନ।ଏ ନେଇ ଇସ୍କନ ତରଫରୁ କୁହାଯାଇଛି ଯେ, ଜଗନ୍ନାଥ ଭକ୍ତଙ୍କ ଭାଗାବେଗକୁ ଲକ୍ଷ୍ୟ ରଖି ଏହି ରଥଯାତ୍ରା ବାତିଲ କରାଗଲା। ତେବେ ରଥଯାତ୍ରା ବଦଳରେ ଗୌର ନିତାଇ ସଂକିର୍ତ୍ତନ କରାଯିବ ବୋଲି ଘୋଷଣା କରାଯାଇଛି। ଆସନ୍ତା ନଅ ତାରିଖରେ ଆମେରିକାର ହ୍ୟୁଷ୍ଟେନ ସହରରେ ଏହି ରଥଯାତ୍ରା ପାଇଁ ଆୟୋଜନ କରାଯାଇଥିଲା। ଏ ନେଇ ଇସ୍କନ ତରଫରୁ ନିମନ୍ତ୍ରଣ ମଧ୍ୟ କରାଯାଇଥିଲା। ହେଲେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଚାପ ପଡିବା ପରେ ଏବେ ତାହା ବାତିଲ କରିଯାଇଛି। ଇସ୍କନ ତରଫରୁ ଦେଶ ତଥା ବିଦେଶରେ ବିଭିନ୍ନ ସମୟରେ ରଥଯାତ୍ରା ଆୟୋଜନ କରିବାରେ ଲାଗିଛି। ଯାହାକୁ ନେଇ ଜଗନ୍ନାଥ ପ୍ରେମୀ ପ୍ରବଳ ବିରୋଧ କରିଆସୁଛନ୍ତି। ତେବେ ଆଜି ଜଗନ୍ନାଥଙ୍କ ପ୍ରଥମ ସେବକ ତଥା ଶ୍ରୀଜଗନ୍ନାଥ ପ୍ରଶାସନର ମୁଖ୍ୟ ଗଜପତି ମହାରାଜା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ…
ଭୁବନେଶ୍ୱର: ଆଜି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ଷ୍ଟିୟରିଂ କମିଟି ସଦସ୍ୟ ଏବଂ କଂଗ୍ରେସ ବିଧାୟକ ମାନଙ୍କୁ ନେଇ ଏକ ପ୍ରତିନିଧି ମଣ୍ଡଳି ରାଜଭବନ ଠାରେ ମାନ୍ୟବର ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ। ଜାତୀୟ ଖାଦ୍ୟ ନିରାପତା ଆଇନକୁ କାର୍ଯ୍ୟକାରୀ କରିବାରେ ରାଜ୍ୟ ସରକାର ସଂପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ଘଟଣା ଘଟିଲା ବୋଲି ନେତୃବୃନ୍ଦ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଆଜିର ଏହି ପ୍ରତିନିଧି ଦଳରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ରାମଚନ୍ଦ୍ର କାଡ଼ାମ୍, ସାହାନୱାଜ୍ ଚୌଧୁରୀ, ଶ୍ରୀକାନ୍ତ ଜେନା, ଅନନ୍ତ ପ୍ରସାଦ ସେଠୀ, ଭକ୍ତ ଚରଣ ଦାସ, ଜୟଦେବ ଜେନା, ମହମ୍ମଦ ମୋକିମ୍, ରୋଜାଲୀନା ତିର୍କୀ, କିଶୋର ଚନ୍ଦ୍ର ପଟେଲ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନିପତି, ସି.ଏସ୍ ରାଜନଏକ୍କା, ଅଶୋକ କୁମାର ଦାସ, ବିଶ୍ୱରଞ୍ଜନ ମହାନ୍ତି, ସଶ୍ମିତା ବେହେରା, ଭୁଜବଳ ମାଝି,କାଡ୍ରାକା ଆପାଲାସ୍ୱାମି, ନିଳମାଧମ ହିକ୍କା, ମଙ୍ଗୁ ଖିଲ, ସୋଫିଆ…
ଭୁବନେଶ୍ୱର: ଆସନ୍ତା ଖରିଫ ଧାନ କିଣା ନଭେମ୍ବର ୨୧ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ। ଏହି ଧାନ କିଣା କାରବାରରେ ସ୍ୱଚ୍ଛତା ଆଣିବା ସହ କଟନୀ ଛଟନୀ ବନ୍ଦ କରିବା ପାଇଁ ବିଜେପି କୃଷକ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ସାରା ରାଜ୍ୟର ସମସ୍ତ ଧାନମଣ୍ଡି ଜଗିବେ ଓ ତଦାରଖ କରିବେ। ଓଡ଼ିଶାର ଚାଷୀମାନଙ୍କୁ ସମୃଦ୍ଧ କରିବା ସହ ସେମାନଙ୍କ ଆୟକୁ ଦୁଇଗୁଣା କରିବା ପାଇଁ ମୋହନ ମାଝି ସରକାର ଅନେକ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି। ଏହାର ସଫଳ ରୁପାୟନ କରିବାରେ କୃଷକ ମୋର୍ଚ୍ଚା ଅଗ୍ରଣୀ ଭୂମିକା ଗ୍ରହଣ କରିବ। ଧାନ କିଣାବେଳେ ରାଜ୍ୟର ୪,୧୯୩ ମଣ୍ଡିରେ କାର୍ଯ୍ୟକର୍ତାମାନେ ଚାଷୀମାନଙ୍କୁ ସହଯୋଗ କରିବେ। ଏଥିପାଇଁ ରାଜ୍ୟର ବିଭିନ୍ନ ନେତୃବୃନ୍ଦଙ୍କୁ ଜିଲା ଓ ମଣ୍ଡି ଦାୟିତ୍ୱ ବଂଟନ କରାଯାଇଛି। ଓଡ଼ିଶାରେ କୃଷି କ୍ଷେତ୍ରରେ ବୈପ୍ଲବିକ ପରିବର୍ତନ ଓ ବିକାଶ କରିବା ପାଇଁ ବିଜେପି ସରକାର ସଂକଳ୍ପବଦ୍ଧ ବୋଲି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି…
ଭୁବନେଶ୍ବର: ଅଦିନିଆ ରଥଯାତ୍ରା ନେଇ ଇସ୍କନ ଉପରେ ବର୍ଷିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଇସ୍କନର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଇସ୍କନର ମନମୁଖି କାର୍ଯ୍ୟ ବହୁତ ହୋଇଗଲା। ଆଉ ବରଦାସ୍ତ କରାଯିବ ନାହିଁ। ଏଣିକି ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଜପତି କହିଛନ୍ତି। ଗଜପତି କହିଛନ୍ତି ଯେ, ଇସ୍କନ 1967 ମସିହାରୁ ଏପରି ରଥଯାତ୍ରା କରି ଆସୁଛି। ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ସେମାନଙ୍କୁ ବାରମ୍ବାର ଚିଠି ଲେଖି ବିରୋଧ କରିଛି। ରଥଯାତ୍ରା ତିଥୀରେ ରଥଯାତ୍ରା କରିବା ପାଇଁ ସେମାନଙ୍କୁ ଉପଦେଶ ଦିଆଯାଇଛି। ହେଲେ ବାରମ୍ବାର ତାଗିଦ କରିବା ସତ୍ବେ ସେମାନେ ଶୁଣୁ ନାହାଁନ୍ତି। ବର୍ତ୍ତମାନ ଆଉ ସେମାନଙ୍କର ଏପରି ନିତିକୁ ବରଦାସ୍ତ କରାଯିବ ନାହିଁ। ଖୁବ ଶିଘ୍ର ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର…
ଭୁବନେଶ୍ବର: ବାତ୍ୟା ଦାନା ଆସିଲା ଆଉ ଚାଲିଗଲା। ହେଲେ ସେ ଛାଡିଗଲା ଓଡିଶାର କ୍ଷୟକ୍ଷତି। ପ୍ରକୃତରେ ଏହି କ୍ଷୟକ୍ଷତି କେତେ ତାହାର ରିପୋର୍ଟ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁସାରେ ବାତ୍ୟା ଦାନାର ଜିଲ୍ଲା ସ୍ତରୀୟ କ୍ଷୟକ୍ଷତି ଆସିଛି।ତେବେ ପଞ୍ଚାୟତିରାଜ ବିଭାଗ ବ୍ୟତୀତ ଅନ୍ୟ ସବୁ ବିଭାଗରୁ ଆସିଛି ରିପୋର୍ଟ। ପ୍ରାଥମିକ ଆକଳନ ଅନୁଯାୟୀ ବାତ୍ୟା ‘ଦାନା’ରେ ପ୍ରାୟ ୬ଶହ କୋଟି ଟଙ୍କାର ସମ୍ପତ୍ତି କ୍ଷତି ହୋଇଛି। ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଯେ, ବାତ୍ୟାରେ ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ବେଶୀ କ୍ଷତିଗ୍ରସ୍ତ ହୋଇଛି। ମୋଟ ଏହି ବାତ୍ୟାରେ ୧୪ ଜିଲ୍ଲାର ୧୩୧ ବ୍ଲକ ପ୍ରଭାବିତ ହୋଇଛି। ସେହିପରି ଏହି ବ୍ଲକର ୧୧, ୬୩୭ ଗାଁର ୪୧ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସୂଚନା ଅନୁସାରେ ସମୁଦାୟ ୧୬,୪୧୭ ଘର ପ୍ରଭାବିତ ହୋଇଥିବାବେଳେ ୨୭ ଘର…
ଭୁବନେଶ୍ବର: ନଭେମ୍ବର ମାସ ୨୧ ତାରିଖରୁ ଆରମ୍ଭ ହେବ ଧାନ କିଣା। ଆଜି ଲୋକସେବା ଭବନରେ ମନ୍ତ୍ରୀସ୍ତରୀୟ ବୈଠକରେ ଏହି ହୋଇଛି ନିଷ୍ପତ୍ତି। ବୈଠକରେ ପରେ ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଚଳିତ ବର୍ଷ ୮୦ ଲକ୍ଷ ଟନ୍ ଧାନ କିଣିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁସାରେ ଚଳିତ ବର୍ଷ ଚାଷୀଙ୍କଠାରୁ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କାରେ ଧାନ କିଣିବେ ସରକାର। ଏହି ଧାନ କିଣା ପ୍ରଥମେ ବରଗଡ଼ ଜିଲ୍ଲାରୁ ଆରମ୍ଭ ହେବ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ୨୩୦୦ ଟଙ୍କା ରହିଛି। ହେଲେ ରାଜ୍ୟ ସରକାର ଇନପୁଟ ସହାୟତା ୮୦୦ ଟଙ୍କା ଦେବେ। ଫଳରେ ଚାଷି ମୋଟ ୩୧୦୦ ଟଙ୍କାରେ ଧାନ ବିକ୍ରି କରିବେ। ସରକାର ଆସିବା ପୂର୍ବରୁ ବିଜେପି ଭୋଟରଙ୍କୁ ଧାନ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କାରେ କିଣିବେ ବୋଲି ପ୍ରତିଶୃତି ଦେଇଥିଲେ। ସେହି…
ଭୁବନେଶ୍ୱର: ଆସନ୍ତା ୨୬ ନଭେମ୍ବରରେ କୃଷକ,ଶ୍ରମିକ, କୃଷି ଶ୍ରମିକ, ବିଭିନ୍ନ ବର୍ଗର ଅଣ-ସଂଗଠିତ ଶ୍ରମିକ ଏବଂ ଭାଗଚାଷୀ ମାନେ ମିଳିତ ଭାବେ ସାରା ଦେଶର ୫୦୦ରୁ ଉର୍ଦ୍ଧ୍ବ ଜିଲ୍ଲାରେ ପ୍ରତିବାଦ କାର୍ଯ୍ୟକ୍ରମ ଡାକରାକୁ ସଫଳ କରିବା ପାଇଁ ଆଜି ଭୁବନେଶ୍ୱର ଇଣ୍ଡିଆନ୍ ନ୍ୟାସନାଲ ଟ୍ରେଡ୍ ୟୁନିୟନସ(ଆଇ.ଏନ୍.ଟି.ୟୁ.ସି) କାର୍ଯ୍ୟାଳୟ ପରିସରରେ ବିଭିନ୍ନ କେନ୍ଦ୍ରୀୟ ଓ ରାଜ୍ୟ ସ୍ତରୀୟ ଶ୍ରମିକ, କୃଷକ ଓ ଗଣ ସଂଗଠନ ମାନଙ୍କର ଏକ ମିଳିତ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଯାଇଛି। ବିଶିଷ୍ଟ ଶ୍ରମିକ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କ ସଭାପତିତ୍ବ ଓ କୃଷକ ନେତା ସୁରେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ବୈଠକରେ ଓଡିଶାର ରାଜଧାନୀ ଭୁବନେଶ୍ୱର ସମେତ ୩୦ଟି ଜିଲ୍ଲାର ସଦର ମହକୁମାରେ ୨୬ ନଭେମ୍ବର ଦିନ କୃଷକ ଓ ଶ୍ରମିକ ମାନେ ମିଳିତ ଭାବେ ଚେତାବନୀ ସମାବେଶ ଆୟୋଜନ କରିବାକୁ ନିଷ୍ପତି ନିଆଯାଇଛି। କୃଷିର କର୍ପୋରେଟକରଣ ବନ୍ଦ କରିବା, ଫସଲର ସୁନିଶ୍ଚିତ କ୍ରୟ ବ୍ୟବସ୍ଥା ସହ ସମସ୍ତ ଫସଲ…
ଅନ୍ନକୂଟ: ହିନ୍ଦୁ ଧର୍ମରେ ରହିଛି ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ। ଯାହା ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରରେ ପାଳନ କରାଯାଇଥାଏ। ସେହିପରି ଏକ ପର୍ବ ହେଲା ଅନ୍ନକୂଟ। ଏହା ବୈଷ୍ଣବଙ୍କ ଦ୍ୱାରା କାର୍ତ୍ତିକ ଶୁକ୍ଳପକ୍ଷ ପ୍ରତିପଦରେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ଅକ୍ଟୋବର ୨ ତାରିଖ ଶନିବାର ଦିନ ପାଳନ କରାଯାଇଥିଲା। ତେବେ ଏହି ଉତ୍ସବର ଏକ ବଡ ବିଶେଷତ୍ବ ରହିଛି। ତାହା ହେଲା ଏହିଦିନ ଠାକୁରଙ୍କୁ ଶହଶହ ପ୍ରକାରର ଭୋଗ ଲାଗି କରାଯାଇଥାଏ। ଯେଉଁସବୁ ସ୍ଥାନରେ ଏହି ଅନ୍ନକୂଟ ପାଳନ କରାଯାଇଥାଏ ସେଠାରେ ଠାକୁରଙ୍କୁ କିଏ ୨୨୧ ପ୍ରକାରର କିଏ ୭୦୧ ପ୍ରକାରର ଭୋଗ ପ୍ରଦାନ କରିଥାନ୍ତି। ହେଲେ ଏହି ରେକର୍ଡ ଭାଙ୍ଗିଛନ୍ତି ଗୁଜରାଟର ଆର୍ଟ ଅଫ ଲିଭିଂ ଆଶ୍ରମ ବାସିନ୍ଦା। କାରଣ ସେମାନେ ଅନ୍ନକୂଟ ପାଳନ ପାଇଁ ପ୍ରସ୍ତୁତ କରିଥିଲେ ୨୦୮୧ ପ୍ରକାରର ଭୋଗ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭୋଗ ପ୍ରସ୍ତୁତ କରିବା…
କଟକ: ଆଧ୍ୟାତ୍ମ-ଗୁରୁ ତଥା ‘ଆର୍ଟ ଅଫ ଲିଭିଂ’ ଓ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗୁରୁଦେବ ରବିଶଙ୍କର ଆସନ୍ତା ୧୦ ନଭେମ୍ବରରୁ ୧୩ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ଏକ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ତାଙ୍କର ଏହି ଗସ୍ତ କାଳରେ ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଆର୍ଟ ଅଫ୍ ଲିଭିଂର ସମସ୍ତ ସ୍ବେଛାସେବୀ ଗୁରୁଦେବଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବାକୁ ଅପେକ୍ଷା କରି ରହିଛନ୍ତି। ନଭେମ୍ବର ୧୦ ତାରିଖ (ରବିବାର) ବିଶ୍ୱବିଦ୍ୟାଳୟ ପରିସରରେ ଏକ ଶିକ୍ଷା ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସମ୍ମିଳନୀ ରେ ବିଭିନ୍ନ ବିଦ୍ୟାଳୟ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଂଶଗ୍ରହଣ କରିବେ। ଏହି ଐତିହାସିକ ସମ୍ମିଳନୀ ନିଶ୍ଚିତ ଭାବରେ ଶିକ୍ଷାବିତ୍ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ୟ୍ୟକ୍ରମ ହେବ ବୋଲି ବିଶ୍ୱବିଦ୍ୟାଳୟ ପକ୍ଷରୁ ଆଶା କରାଯାଇଛି। ଗୁରୁଦେବ, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର…
ଭୁବନେଶ୍ବର: ବଲାଙ୍ଗିର ଦିନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବଲାଙ୍ଗିର ଦିନ୍ କମିଟି ପକ୍ଷରୁ କୋଶଳ କଳା ମଣ୍ଡଳ ପଡିଆରେ ଆୟୋଜିତ ମହୋତ୍ସବରେ ଯୋଗଦେଇ କହିଛନ୍ତି ଯେ ବଲାଙ୍ଗିରକୁ ପଶ୍ଚିମ ଓଡିଶାର ପ୍ରାଣକେନ୍ଦ୍ର କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାଷା, ସାହିତ୍ୟ, ରାଜନୀତି, ସଂସ୍କୃତି ଆଦି ପ୍ରତି କ୍ଷେତ୍ରରେ ବଲାଙ୍ଗିର ଜିଲ୍ଲାର ଅବଦାନ ଅତୁଳନୀୟ। ଦଳମତ ନିର୍ବିଶେଷରେ ଏହି ମାଟି ଅନେକ ଆଗଧାଡିର ନେତୃତ୍ଵକୁ ଜନ୍ମ ଦେଇଛି। ଏହି ନେତୃବୃନ୍ଦ ଗଣ ଏ ଅଞ୍ଚଳ ତଥା ରାଜ୍ୟର ବିକାଶରେ ଅନେକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ବର୍ତ୍ତମାନ ମଧ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନା ଯୋଗ୍ୟ ଯେ ବଲାଙ୍ଗିର ଜିଲ୍ଲା ୧୯୪୯ ମସିହା ନଭେମ୍ବର ପହିଲାରେ ଗଠିତ ହୋଇଥିଲା। ସେଥିପାଇଁ ପ୍ରତିବର୍ଷ ନଭେମ୍ବର ପହିଲାରେ ବଲାଙ୍ଗିର ଦିନ୍ ଉତ୍ସବ ପାଳନ କରାଯାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବଲାଙ୍ଗିରର କଳା ଓ ସଂସ୍କୃତି ମହାନ୍। କିନ୍ତୁ,…

