ରମେଶ ମହାନ୍ତି ଜଗତସିଂହପୁର: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳଙ୍କୁ ଅଭିଯୋଗ ଓ ବିଭିନ୍ନ ସମସ୍ୟା ନେଇ ଆସୁଥିବା ଜନସାଧାରଣଙ୍କ ନିମନ୍ତେ ଏକ ପ୍ରତୀକ୍ଷା ଗୃହକୁ ଓଡିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂ ଉଦଘାଟନ କରିଛନ୍ତି। ଉପବାଚସ୍ପତିଙ୍କ ସହ ଜଳସମ୍ପଦ, ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି ,ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଉପସ୍ଥିତ ଥିଲେ। ଏହି ପ୍ରତୀକ୍ଷା ଗୃହରେ ଜିଲ୍ଲାର ବରପୁତ୍ର ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସରଳା ଦେବୀ, ରମାଦେବୀ, ଭାଗିରଥୀ ମହାପାତ୍ର ,ଜାତୀୟ କବି ବୀରକିଶୋର, ପଣ୍ଡିତ ପ୍ରାଣକୃଷ୍ଣ ପତିଆରା, ବିଶିଷ୍ଟ ବୈଜ୍ଞାନିକ ଡଃ ପ୍ରାଣକୃଷ୍ଣ ପରିଜା, ଶିକ୍ଷାବିତ ଶ୍ରୀରାମ ଦାଶଙ୍କ ଫଟୋ ସ୍ଥାନୀତ କରାଯାଇଛି। ଜିଲ୍ଲାପାଳଙ୍କୁ ସାକ୍ଷାତ କରିବାକୁ ଆସୁଥିବା ଜନସାଧାରଣଙ୍କ ସୁବିଧା ନିମନ୍ତେ ଏହି ପ୍ରତୀକ୍ଷା ଗୃହ ଜିଲ୍ଲାପାଳଙ୍କ ପ୍ରଚେଷ୍ଟାରେ ପ୍ରତିଷ୍ଠା କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର…
Author: Samikhsya Bureau
ଭୁବନେଶ୍ୱର, କେନ୍ଦ୍ର ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ସଚିବ ବିଦ୍ୟୁତ ବିହାରୀ ସ୍ୱାଇଁଙ୍କୁ ରାଜ୍ୟ ଏମ୍ଏସ୍ଏମ୍ଇ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ନୂଆଦିଲ୍ଲୀଠାରେ ସୌଜନ୍ୟମୂଳକ ସାକ୍ଷାତ କରି ରାଜ୍ୟର ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ ସଂପର୍କରେ ଅବଗତ କରିଥିଲେ । ଏହି ଅବସରରେ ସେ ଓଡ଼ିଶାରେ ‘ସ୍ପୁର୍ତ୍ତି’ ଯୋଜନା ଅଧୀନରେ ଆଉ ଏକ ଶିଳ୍ପାଞ୍ଚଳ କ୍ଲଷ୍ଟର ସ୍ଥାପନ ପାଇଁ ଅନୁରୋଧ ଜଣାଇଥିଲେ। ସେହିପରି ଏହି କ୍ଷେତ୍ରରେ ବ୍ୟାଙ୍କ ଅର୍ଥ ଲଗାଣ ପରିମାଣ ବୃଦ୍ଧି, ପିଏମ୍ଇଜିପି ପାଇଁ ଅଧିକ ଅର୍ଥ ଆବଣ୍ଟନ କରିବାକୁ ଏବଂ ଶିଳ୍ପାଞ୍ଚଳଗୁଡ଼ିକରେ ଭିତ୍ତିଭୂମି ବିକାଶ କରିବାକୁ ସେ କହିଥିଲେ। ଏହା ଏକ ସୌଜନ୍ୟ ମୂଳକ ସାକ୍ଷାତ ହୋଇଥିଲେ ହେଁ କେନ୍ଦ୍ର ସଚିବ ଏମ୍ଏସ୍ଏମ୍ଇ କ୍ଷେତ୍ରରେ ଓଡ଼ିଶା ପ୍ରତି ଯଥେଷ୍ଟ ଗୁରୁତ୍ୱ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।
କେନ୍ଦ୍ରାପଡ଼ା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ତହସିଲ ଅନ୍ତର୍ଗତ ବିଶ୍ୱ ପ୍ରସିଦ୍ଧ ଓଳକଣା ମେଲଣକୁ ସୂଚାରୁ ରୂପେ ପାଳନ କରିବା ପାଇଁ ମେଲଣ ସମନ୍ୱୟ କମିଟି ତରଫରୁ ଜିଲ୍ଲାପାଳଙ୍କୁ ଭେଟି ଅନୁମତି ପ୍ରଦାନ କରିବା ପାଇଁ ଦାବି କିରିଛନ୍ତି। ଏହା ଏକ ବିଶ୍ୱ ପ୍ରସିଦ୍ଧ ମେଲଣ ହେବା ସହ ଏହି ମେଲଣ ପଡିଆରେ ଆଖପାଖ ଅଂଚଳର ଶତାଧିକ ଦୋଳ ବିମାନ ଏକତ୍ରିତ ହୋଇ ଶ୍ରୀଜୀୟୁ ମାନେ ମେଲଣ ପାଳନ କରିଥାନ୍ତି। ଏହି ମେଲଣ ବର୍ଷେ ବନ୍ଦ ରହିଲେ ପରବର୍ତ୍ତୀ ବାରବର୍ଷ ପର୍ଯ୍ୟନ୍ତ ମେଲଣ ହୋଇପାରିବ ନାହିଁ ବୋଲି ପରଂପରା ରହିଛି। ମେଳଣ ସମନ୍ୱୟ କମିଟି ତରଫରୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରି ଓଳକଣା ମେଲଣକୁ ପାଳନ କରିବା ପାଇଁ କମିଟି ତରଫରୁ ସଭାପତି ମହନ୍ତ ନାମାନନ୍ଦ ଦାସଙ୍କ ସହ ମହନ୍ତ ପର୍ଶୁରାମ ଦାସ, ବେବର୍ତା ଅଜୟ ଦାସ, ରତୀକାନ୍ତ ସାମଲ, ବିଜୟ କୁମାର ମଲିକ, କରୁଣାକର କର…
ଭୁବନେଶ୍ବର: ଆଜି ରାଜ୍ୟରେ ୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୩୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭ ହଜାର ୫୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୭୦୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୯୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୨୨ ଟି ଜିଲ୍ଲାରୁ ୮୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୫ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୬ ଜଣ, ସମ୍ବଲପୁର ଜିଲ୍ଲାରୁ ୧୩ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୬ ଜଣ,…
ବାରିପଦା: ମୟୂରଭଞ୍ଜ ଜିଲ୍ଲା କଂଗ୍ରେସକୁ ତୃଣମୂଳସ୍ତରରୁ ଅଧିକ କ୍ରିୟାଶୀଳ, ସଶକ୍ତ ଓ ସୁଦୃଢ଼ କରାଇବା ନିମନ୍ତେ ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ ନଗର ଓ ବ୍ଲକ ସଭାପତିମାନଙ୍କ ନାମ ଘୋଷଣା କରିଛନ୍ତି। ୧- ବାରିପଦା ପୌରପରିଷଦ(ସାଧାରଣ) ସଭାପତି- ଆଇନଜୀବୀ ଶାନ୍ତନୁ କୁମାର ପାଲ ୨- ବାରିପଦା ବ୍ଲକ ସଭାପତି (ଆଦିବାସୀ)- ଚୈତନ୍ୟ ମାଝୀ ୩- ଶାମାଖୁଂଟା ବ୍ଲକ ସଭାପତି- ଦେବେନ୍ଦ୍ର ନାଥ ସିଂ ୪- କୁଳିଅଣା ବ୍ଲକ ସଭାପତି(ସାଧାରଣ) – ଅଜୟ ଦାସ ୫- ରାଇରଙ୍ଗପୁର ଟାଉନ- ଅଶୋକ ଅଗ୍ରୱାଲା ୬- ରାଇରଙ୍ଗପୁର ବ୍ଲକ(ଆଦିବାସୀ) – ସିମାଇ ମାଝୀ ୭- ବହଳଦା ବ୍ଲକ- ଗୌରୀଶଙ୍କର ପରମାଣିକ ୮- କୁସୁମୀ ବ୍ଲକ ସଭାପତି(ସାଧାରଣ) – ଅମିତାଭ ମହାନ୍ତି ୯- କପ୍ତିପଦା ବ୍ଲକ ସଭାପତି(ସାଧାରଣ)- ରବୀନ୍ଦ୍ର ନାଥ ପରିଡ଼ା ୧୦- ଯଶୀପୁର ବ୍ଲକ ସଭାପତି(ଓବିସି) ଚିତରଞ୍ଜନ ବେହେରା ୧୧- ଶୁକୃଳି ବ୍ଲକ-…
ନୂଆଦିଲ୍ଲୀ, ଆଜି ସକାଳୁ ବିଶ୍ବ ପ୍ରସିଦ୍ଧ ତାଜ ମହଲରେ ବୋମା ଆତଙ୍କ ଖେଳାଇ ଦେଇଛି। ଫଳରେ ସୁରକ୍ଷା କର୍ମି ସେଠାରେ ଥିବା ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ବାହାର କରିଛନ୍ତି। ଏଥିସହିତ ତାଜମହଲର ଦୁଇଟି ଗେଟକୁ ବନ୍ଦ କରିଦିଆଯାଇଛି। ବର୍ତ୍ତମାନ ସିଆଇଏସଏଫ, ବୋମା ନିଷ୍କ୍ରିୟ ବାହିନୀ, ଆଗ୍ରା ପୋଲିସ ଘଟଣା ସ୍ଥଳରେ ପହଁଚିଛନ୍ତି। ପ୍ରଥମେ ପର୍ଯ୍ୟଟକଙ୍କୁ ବାହାର କରିବା ପରେ ବର୍ତ୍ତମାନ ବୋମା ଅଛି କି ନାହିଁ ତାହା ଯାଞ୍ଚ କରାଯାଉଛି। ଆଗ୍ରା ଜୋନ ଏଡିଜି ରାଜୀବ କ୍ରିଷ୍ଣା କହିଛନ୍ତି ଯେ, ସକାଳୁ ଜଣେ ଅଜଣା ବ୍ୟକ୍ତି 112କୁ କଲ କରି ତାଜମହଲରେ ବୋମା ଖଂଜା ଯାଇଛି ବୋଲି କହିଥିଲା। ତାଙ୍କ କଥାର ସତ୍ୟତା ଜାଣିବା ପାଇଁ ବର୍ତ୍ତମାନ ସେଠାରେ ଯାଞ୍ଚ ପକ୍ରିୟା ସହିତ ଆଇନି ଶୃଙ୍ଖଳା ପରିସ୍ଥିତକୁ ତଦାରଖ କରାଯାଉଛି।
ନୂଆଦିଲ୍ଲୀ: ଶିକ୍ଷା କ୍ଷେତ୍ରରେ ବଜେଟରେ ହୋଇଥିବା ବ୍ୟୟ ବ୍ୟବସ୍ଥାକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ନେଇ ଆୟୋଜିତ ୱେବିନାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଭିଭାଷଣ ରଖିଛନ୍ତି। ୱେବିନାରକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏକ ଆତ୍ମନିର୍ଭରଶୀଳ ଭାରତ ଗଠନ କରିବାକୁ ହେଲେ ଦେଶର ଯୁବଗୋଷ୍ଠୀର ଆତ୍ମବିଶ୍ୱାସ ସମପରିମାଣରେ ଗୁରୁତ୍ୱପୂର୍ଣ୍ଣ। ଜଣଙ୍କର ଆତ୍ମବିଶ୍ୱାସ ତାର ଶିକ୍ଷା ଓ ଜ୍ଞାନର ବିଶ୍ୱାସ ଉପରେ ନିର୍ଭରଶୀଳ। ଆତ୍ମବିଶ୍ୱାସ ସେତେବେଳେ ଆସିବ ଯେତେବେଳେ ସେମାନଙ୍କ ହୃଦବୋଧ ହେବ ଯେ ସେମାନଙ୍କ ଶିକ୍ଷା ସେମାନଙ୍କୁ ନିଜର କର୍ତ୍ତବ୍ୟ ସଂପାଦନ ନିମନ୍ତେ ସୁଯୋଗ ଓ ଆବଶ୍ୟକ କୌଶଳ ପ୍ରଦାନ କରିଛି। ଏହି ଭାବନାକୁ ଆଧାର କରି ନୂତନ ଜାତୀୟ ଶିକ୍ଷାନୀତି ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି। ଶିଶୁ ପ୍ରାରମ୍ଭଠାରୁ ଆରମ୍ଭ କରି ପିଏଚଡି ପର୍ଯ୍ୟନ୍ତ ଜାତୀୟ ଶିକ୍ଷାନୀତିରେ ଥିବା ବ୍ୟବସ୍ଥାଗୁଡିକୁ ତ୍ୱରାନ୍ୱିତ କରିବା ସହ ଚଳିତ ବଜେଟ ଏଥିପାଇଁ ଖୁବ ଭଲଭାବେ ସାହାଯ୍ୟ କରିବ…
ବାଲେଶ୍ୱର: ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଜଣଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟି ଛନ୍ତି ସ୍ଥାନୀୟ ଲୋକେ। ପିଲା ଚୋର ସନ୍ଦେହରେ ତାଙ୍କୁ ଗଛରେ ବାନ୍ଧି ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି।
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାର ନାଉଗାଁ ବଜାରରେ ଟ୍ରକ୍ ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ନାଉଗାଁ ପୋଲିସ ସେଠାରେ ପହଂଚି ଉତ୍ୟେକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୭ ହଜାର ୪୦୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୧୧ ଲକ୍ଷ ୫୬ ହଜାର ୯୨୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୪୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୮ ଲକ୍ଷ ୨୬ ହଜାର ୭୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧ ଲକ୍ଷ ୭୩ ହଜାର ୪୧୩ ଆକ୍ଟିଭ୍ କେସ୍ ରହିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଏଥର ନୂଆ କୌଶଳରେ ଜାତୀୟ ରାଜପଥରୁ ଲୁଟ୍ ହୋଇଛି। ଲୁଟେରାମାନେ ପୋଲିସର ପରିଚୟ ଦେଇ ଲୁହା ପଥର ବୋଝେଇ ଟ୍ରକରୁ କାଗଜ ପତ୍ର ଏବଂ ଟଙ୍କା ପଇସା ଲୁଟ୍ କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଟାଙ୍ଗି ଥାନା ଅଧିନସ୍ଥ ଚଣ୍ଡେଶ୍ଵର ରାଇସ ମିଲ ନିକଟରେ ଲୁହା ପଥର ବୋଝେଇ ଟ୍ରକ୍ (ଓଡ଼ି ୧୫ ଏଲଏ ୭୯୯୨) କେଉଁଝର କୋଇଡାରୁ ଗୋପାଳପୁର ଯାଉଥିଲା। ଗତ କାଲି ରାତ୍ରି ପ୍ରାୟ ୩.୩୦ ମିନିଟ୍ ସମୟରେ ଟ୍ରକ୍ ଚାଳକ ଗାଡି ରଖି ବିଶ୍ରାମ ନେଉଥିବା ବେଳେ ୫ ଜଣ ଲୁଟେରା ଏକ ବୋଲେରୋ ଗାଡିରେ ଆସି ପୋଲିସର ପରିଚୟ ଦେଇଥିଲେ। ଟାଙ୍ଗୀ ଥାନା ବଡବାବୁ ଡାକୁଛନ୍ତି କହି ଟ୍ରକ ଚାଳକଙ୍କୁ ବୋଲେର ଗାଡିରେ ବସାଇ ମାଡ ମାରିବା ସହ ଗାଡି ମଧ୍ୟରୁ ଠେଲି ଦେଇଥିଲେ। ଏହାପରେ ସେମାନେ ଟ୍ରକରୁ କାଗଜ ପତ୍ର, ଟଙ୍କା ପଇସା…
The Vice President, Shri M. Venkaiah Naidu being welcomed by the Deputy Chief Minister of Andhra Pradesh, Shri K Narayana Swamy, Lok Sabha MP, Shri Jayadev Galla and other dignitaries upon his arrival in Tirupati today.
ସମ୍ବଲପୁର, ମା ସମଲେଶ୍ବରୀ ପୀଠକୁ ଆସୁଥିବା ଭକ୍ତମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ନିଆଯାଇଛି ପଦକ୍ଷେପ। ଭକ୍ତଙ୍କ ସେବା ପାଇଁ ସେଠାରେ ୱାଟରକୁଲର ଓ ପ୍ୟୁରିଫାୟର ମେସିନ୍ ସ୍ଥାପନ କରାଯାଇଛି। ଏହାକୁ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଲୋକାର୍ପିତ କରିଛନ୍ତି। ଏଥିସହିତ ଶ୍ରୀମୟୀ ମନ୍ଦିରର ଭିତ୍ତିଭୂମି ବିକାଶ ପାଇଁ ପ୍ରଶାସନିକସ୍ତରରେ ଆବଶ୍ୟକ ସହଯୋଗ ଯୋଗାଇବା ଦିଗରେ ଉଦ୍ୟମ କରିବେ ବୋଲି ସେ କହିଛନ୍ତି। ବର୍ତ୍ତମାନ ପ୍ରବଳ ଖରା ଆରମ୍ଭ ହୋଇଯାଇଥିବାରୁ ଦୂରଦୂରାନ୍ତ ଭକ୍ତଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ।
ନୂଆଦିଲ୍ଲୀ, ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍ଷ୍ଟିଚ୍ୟୁଟ୍’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି…
ଭୁବନେଶ୍ବର: କୁହାଯାଏ ଲୋକଙ୍କ ନାମର ପ୍ରଥମ ଅକ୍ଷରରୁ ଜଣଙ୍କର ବ୍ୟକ୍ତିତ୍ବ ସମ୍ପର୍କରେ ସୂଚନା ମିଳିପାରିଥାଏ। ସେହିପରି କିଛି ଅକ୍ଷର ମଧ୍ୟ ପ୍ରଭାବଶାଳୀ ହୋଇଥା’ନ୍ତି। ଅଙ୍କଜ୍ୟୋତିଷ ଅନୁସାରେ ଇଂରାଜୀ ଅକ୍ଷର ଏ, ଜେ, ଓ, ଏସ୍ ବେଶ୍ ପ୍ରଭାବଶାଳୀ। ଏସ୍ ଅକ୍ଷର ଅଙ୍କ ୧ ବରାବର ହୋଇଥାଏ। ଯେଉଁଲୋକମାନଙ୍କର ନାମ ଇଂରାଜୀ ଅକ୍ଷର ଏସ୍ରୁ ଆରମ୍ଭ ହୋଇଥାଏ, ସେମାନେ ଜନ୍ମରୁ ବେଶ୍ ପ୍ରଭାବଶାଳୀ ହୋଇଥାନ୍ତି। ଏମାନଙ୍କ ପାଖରେ ନେତୃତ୍ବ ନେବାର କ୍ଷମତା ବହୁ ଅଧିକ ରହିଥାଏ। ଏହି ନାମର ଲୋକମାନେ ଜୀବନର ସବୁ କ୍ଷେତ୍ରରେ ସଫଳତା ପାଇଥା’ନ୍ତି। ଏସ୍ ଅକ୍ଷରର ବ୍ୟକ୍ତିମାନେ ବିଶ୍ବାସୀ ମଧ୍ୟ ହୋଇଥା’ନ୍ତି। କେବଳ ରୋମାଣ୍ଟିକ୍ ନୁହେଁ ବରଂ ପ୍ରକୃତିପ୍ରେମୀ ହୋଇଥାନ୍ତି। ଏହି ନାମର ଲୋକମାନଙ୍କ ହୃଦୟ ସଫା ହୋଇଥାଏ। ଏହି ଲୋକମାନେ ଯାହା ସହିତ ସାଥ୍ ଦିଅନ୍ତି ମରିବା ପର୍ଯ୍ୟନ୍ତ ତା’ ହାତ ଛାଡନ୍ତି ନାହିଁ। ତେବେ ଏହି ନାମର ବ୍ୟକ୍ତିମାନେ ନିଜ ଫିଲିଙ୍ଗସ୍କୁ ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ।…
ନୂଆଦିଲ୍ଲୀ, ଆଜିର ସମୟରେ ପ୍ରାୟ ୧୦ଜଣଙ୍କ ଭିତରେ ତିନିଜଣ ମୋଟାପଣର ଶିକାର ହେଉଛନ୍ତି । ଏହି ମୋଟାପଣରୁ ମୁକ୍ତ ପାଇବା ଜିମ୍ର ସାହାରା ନେଉଛନ୍ତି । ଏହା ସହିତ କଠିନ୍ ଡାଏଟ୍, ମେଡିସିନ୍ ଇତ୍ୟାଦିର ମଧ୍ୟ ସାହାଯ୍ୟ ନେବାକୁ ପଡିଛି । ତେବେ ଏହି ମୋଟାପାରୁ ମୁକ୍ତି ପାଇଁ ଓ୍ବାର୍କ ଆଉଟ୍ କରିବା ସହିତ ହେଲ୍ଦୀ ଡାଏଟ୍ ବହୁତ ଜରୁରୀ । ଏପରି କିଛି ଫଳ ରହିଛି, ଯାହା ବହୁତ ଶୀଘ୍ର ଓଜନ କମ କରିବାରେ ସାହାଯ୍ୟ କରିଥାଏ । ସେହି ଫଳଗୁଡ଼ିକ ମଧ୍ୟରେ ରହିଛି – ତରଭୁଜ -ତରଭୁଜ କମ୍ କ୍ୟାଲୋରୀ ହେବା ସହିତ ଏଥିରେ ଅଧିକମାତ୍ରାରେ ଫାଇବର, ପୋଟାସିୟମ୍, ଆଇରନ୍ ଓ ଭିଟାମିନ୍ – ଏ, ସି ଓ ବି ପ୍ରଚୁର ପରିମାଣରେ ରହିଥାଏ । ଏହି ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାରକୁ କାଢିବାରେ ବହୁତ ସାହାଯ୍ୟ କରିଥାଏ । ଏହା ସହିତ ତରଭୁଜ୍ରେ ପ୍ରଚୁର ପରିମାଣରେ ପାଣି…
ନୂଆଦିଲ୍ଲୀ, ସାଧାରଣତଃ ସକାଳୁ ଯଦି କିଛି ଭଲ ହୁଏ ତେବେ ଭାବିନେବା ଉଚିତ ଯେ, ଦିନ ସାରା ଭଲ ହେବ। ସକାଳୁ ଉଠିବା ପରେ ଯଦି କିଏ ଖରାପ ଖବର ପାଏ ତେବେ ସେ ଭାବି ନିଏଯେ ଆଜି ଦିନ ତମାମ ଖରାପ ରହିବ। ତେବେ ଏହକ କେତେକ ବିଶ୍ବାସ କରୁଥିବା ବେଳେ ଅନେକ ଅନ୍ଧବିଶ୍ବାସ ବୋଲି ଭାବନ୍ତି। ତେବେ ପ୍ରାଚୀନ ଗ୍ରନ୍ଥରେ ଏହା ଉପରେ ଅନେକ ମତ ଉଲ୍ଲେଖ କରାଯାଇଛି। କେତେକ ଜିନିଷ ଅଛି ଯାହା ସକାଳୁ ଦେଖିଲେ କିମ୍ବା ଶୁଣିଲେ ଦିନସାରା ଭଲ କିମ୍ବା ଖରାପ ହୋଇଥାଏ। ସେହି ଭଳି କିଛି ତଥ୍ୟ ଆମେ ଆପଣଙ୍କ ଅବଗତି ପାଇଁ ଉଲ୍ଲେଖ କରୁଛୁ। ଯଦି ଆପଣ ସକାଳୁ ଉଠିବା ମାତ୍ରେ ମନ୍ଦିରର ଘଣ୍ଟି କିମ୍ବା ଶଙ୍ଖ ଶଦ୍ଦ ଶୁଣନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ଅଟେ। ଏହା କେବଳ ଆପଣଙ୍କ ଦିନକୁ ଭଲରେ କରେ ନାହିଁ ବରଂ ଏହା ଜୀବନରେ…
ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ-…
କୁମ୍ଭ- ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ । ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍ । ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ । ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। ମୀନ- ଭାଗ୍ୟ ଆପଣଙ୍କ ସହିତ ରହିପାରେ । ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ । ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ସାମ୍ପ୍ରତିକ ଚାକିରିରେ କାମ କରିବ । ଆପଣଙ୍କର ଆୟ ବଢିବାର ସମ୍ଭାବନା ମଧ୍ୟ ଅଧିକ। ଆପଣଙ୍କର ମନ ଭଲ କାମ କରିବ ।
ବିଛା- ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା ଆପଣଙ୍କ ମନକୁ ଖୁସି କରିବ। ସନ୍ଧ୍ୟାରେ ଅତିଥିମାନଙ୍କ ଆଗମନ ସହିତ ଘରର ପରିବେଶ ମଧ୍ୟ ସୁଖଦ ରହିବ। ଅଟକିଯାଇଥିବା ଟଙ୍କା ହଠାତ୍ ଫେରସ୍ତ ହୋଇପାରେ। ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣରେ ରହିବ। ମନ୍ଦିରରେ ଘିଅ ଦୀପ ଜାଳନ୍ତୁ, ପତି-ପତ୍ନୀଙ୍କ ସମ୍ପର୍କ ମଜବୁତ ହେବ। ଧନୁ- ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ । ଆୟ ବୃଦ୍ଧି ପାଇବ । ପିଲାମାନଙ୍କର ଅଗ୍ରଗତିରେ ଖୁସି ହେବେ । ଆପଣ ବ୍ୟବସାୟରେ ନୂତନ ଯୋଜନା କରିପାରିବେ । ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ । ମକର- ଆପଣଙ୍କର ଭାବମୂର୍ତ୍ତିରେ ଉନ୍ନତି ଆଣିବାକୁ ଆପଣ ଏକ ସୁଯୋଗ ମଧ୍ୟ ପାଇପାରିବେ । ଚିନ୍ତା ସମାପ୍ତ ହୋଇପାରିବ । ଦିନଟି ଆପଣଙ୍କ ପାଇଁ ଉତ୍ସାହଜନକ ଏବଂ…
କନ୍ୟା- ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ଆଜିର ଦିନଟି ଆପଣଙ୍କ ପାଇଁ ସ୍ୱାଭାବିକ । ଆପଣଙ୍କ ଜୀବନ ସାଥୀ ଆପଣଙ୍କର ଅନୁଭବ ବୁଝିବେ। ଗଣ୍ଠି ଯନ୍ତ୍ରଣା ମଧ୍ୟ ଆପଣଙ୍କୁ କଷ୍ଟ ଦେଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍ । ତୂଳା- କାର୍ଯ୍ୟ ସମାପ୍ତ ହୋଇପାରିବ । କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ। ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍ । ସ୍ୱାସ୍ଥ୍ୟ ମଧ୍ୟ ଉନ୍ନତି କରିପାରିବ । ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିପାରିବ ।

