Author: Samikhsya Bureau

ମେଷ: – ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବ । କାର୍ଯ୍ୟରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ । ନୂଆ ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବେ ନାହିଁ । ଘର ବାହାର ଲୋକଙ୍କୁ ପଚରାଉଚରା କରାଯିବ। ଈର୍ଷାପରାୟଣ ଲୋକଙ୍କଠାରୁ ଦୂରରେ ରୁହନ୍ତୁ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ବୃଷ: – ଭ୍ରମଣ ଲାଭଦାୟକ ହେବ। ବୁଡିଯାଇଥିବା ଟଙ୍କା ମିଳିବ। ଟଙ୍କା ପାଇବା ସହଜ ହେବ । ଚାକିରୀରେ ପ୍ରଭାବ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ। ହେଲେ ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ଦୀର୍ଘ ରହଣି ଯୋଜନା କରାଯାଇପାରେ। ମିଥୁନ: – ଆପଣ ଭୁଲି ଯାଇଥିବା ସାଙ୍ଗମାନଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ।…

Read More

ନୂଆଦିଲ୍ଲୀ, ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ । ଶିକ୍ଷାଗତ ଏବଂ ଅନୁସନ୍ଧାନ କାର୍ଯ୍ୟ ସହଜ ହେବ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିପାରିବେ । ଶୀଘ୍ର କୌଣସି କାମ କରନ୍ତୁ ନାହିଁ । ଥକି ଯାଇପାରନ୍ତି । ବ୍ୟବସାୟ ଲାଭଦାୟକ ହେବ । କୌଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଏହି ତିନୋଟି ରାଶି ହେଲା ମକର, କୁମ୍ଭ ଏବଂ ମୀନ ।  ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବେ । ଆଇନଗତ ପ୍ରତିବନ୍ଧକକୁ ହଟାଇ ପରିସ୍ଥିତି ଅନୁକୂଳ ହେବ। ବ୍ୟବସାୟୀମାନଙ୍କ ପାଇଁ ସୁଯୋଗ ବୃଦ୍ଧି ପାଇବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ଅଧିକ ପରିଶ୍ରମ ଆପଣଙ୍କ ସ୍ୱାସ୍ଥ୍ୟକୁ ଦୁର୍ବଳ କରିପାରେ ।

Read More

ନୂଆଦିଲ୍ଲୀ, ଆୟରେ ନିଶ୍ଚିତତା ରହିବ । ବିବାଦ କରନ୍ତୁ ନାହିଁ । ଆର୍ଥିକ ଅସୁବିଧା ହୋଇପାରେ । ଏକ ଅପଚୟ ହେବ । ଠିକ୍ ସମୟରେ ବ୍ୟବସ୍ଥା ହେବ ନାହିଁ । ଆଶା ଏବଂ ନିରାଶାର ଭାବନା ରହିବ । ଏହି ଦୁଇ ରାଶି ହେଲା କନ୍ୟା ଏବଂ ଧନୁ ରାଶି। ସେହି ଦୁଇ ରାଶି ହେଲା କନ୍ୟା ଓ ଧନୁ ରାଶି। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଆଘାତ ଏବଂ ଦୁର୍ଘଟଣାରୁ କ୍ଷତି ସମ୍ଭବ । ଯଥାସମ୍ଭବ ଭ୍ରମଣରୁ ଦୂରେଇ ରୁହନ୍ତୁ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଶତ୍ରୁମାନେ ସକ୍ରିୟ ରହିବେ ।

Read More

ନୂଆଦିଲ୍ଲୀ, ରୋଜଗାର ପାଇବା ପାଇଁ ପ୍ରୟାସ ସଫଳ ହେବ । ଉପହାର ଗ୍ରହଣ କରାଯିବ । ବ୍ୟବସାୟ ଲାଭଦାୟକ ହେବ । ବିନିଯୋଗ ଶୁଭ ହେବ । ଅଂଶୀଦାରମାନଙ୍କ ସହଯୋଗ ମିଳିବ । ଘର ବାହାରେ ଖୁସିର ପରିବେଶ ରହିବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ଅସୁବିଧାରୁ ଦୂରରେ ରୁହନ୍ତୁ । ଏହି ଦୁଇ ରାଶି ହେଲା କର୍କଟ ଏବଂ ସିଂହ। ଆପଣ କଠିନ ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ପାଇବେ । ଏହି ସଫଳତାରେ ଖୁସି ହେବେ। ସହଭାଗୀମାନେ ସମର୍ଥନ କରିବେ। ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ତୁମେ ସମ୍ମାନ ପାଇବ ।

Read More

ମେଷ: –  କାର୍ଯ୍ୟରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ । ନୂଆ ଯୋଜନା ସଫଳ ହେବ କିନ୍ତୁ ତୁରନ୍ତ ଲାଭ ପାଇବେ ନାହିଁ । ଘର ବାହାର ଲୋକଙ୍କୁ ପଚରାଉଚରା କରାଯିବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ । ଲାଭ ସୁଯୋଗ ଆସିବ । ବୃଷ: – ଚାକିରୀରେ ପ୍ରଭାବ ବୃଦ୍ଧି ପାଇବ । ବ୍ୟବସାୟ ଲାଭଦାୟକ ହେବ । ହେଲେ ସେଠାରେ ଆଶଙ୍କା ରହିବ। ପରିବାରରେ ଶାନ୍ତି ରହିବ। ଥକ୍କା ଏବଂ ଦୁର୍ବଳତା ହୋଇପାରେ। ଶୀଘ୍ର କୈଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । ମିଥୁନ: – ଏକ ବଡ କାର୍ଯ୍ୟ ଏବଂ ଦୀର୍ଘ ସମୟ ଭଳି ଅନୁଭବ କରିବେ । କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ । ବିଚକ୍ଷଣତାର ବ୍ୟବହାର ଲାଭ ବୃଦ୍ଧି କରିବ ବ୍ୟବସାୟରୁ ଆୟ ବୃଦ୍ଧି ପାଇବ । ତତ୍ପରତା କରନ୍ତୁ ନାହିଁ ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁରଠାରେ ବିମାନବନ୍ଦର ସ୍ଥାପନ ପାଇଁ ଆଜି ଏମ୍‌କେସିଜି ମେଡ଼ିକାଲ୍ ଛକଠାରେ ଜନସଚେତନତା ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ଇତିମଧ୍ୟରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲ୍ଲାର ବିଭିନ୍ନ ଅଂଚଳରେ ପଥପ୍ରାନ୍ତ ସଭା ସହ ପୋଷ୍ଟକାର୍ଡ଼ ଓ ବ୍ୟାନେର ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦଶହଜାର ପୋଷ୍ଟକାର୍ଡ଼ ପ୍ରେରଣ କରାଯାଇଛି। ଉଡ଼ାନ ଯୋଜନାରେ ଗଂଜାମ ଜିଲ୍ଲାକୁ ଅନ୍ତର୍ଭୁକ୍ତ ନକରି ଜିଲ୍ଲାବାସୀଙ୍କ ଦୀର୍ଘବର୍ଷର ଦାବିକୁ ଗୁରୁତ୍ୱହୀନ ମନେ କରାଯାଇଛି। ଏହା ବିରୁଦ୍ଧରେ ପ୍ରବଳ ଜନସଚେତନତା ସୃଷ୍ଟି କରାଯିବ ବୋଲି ଆଜି ସଚେତନତା ସଭାରେ ମିଳିତ କମିଟି ଆବାହକ ରାଜେନ୍ଦ୍ର ପଣ୍ଡା ମତବ୍ୟକ୍ତ କରିଛନ୍ତି। ସହ ଆବାହକ ଆଇନଜୀବୀ ଅବନୀ ଗୟା, ଶିକ୍ଷକ ସଂଗଠନ ନେତା ଶ୍ୟାମସୁନ୍ଦର ଖାଡ଼ଙ୍ଗା, ସମାଜସେବୀ ଗଗନଚନ୍ଦ୍ର ମଲିକ, ଏସ୍‌. ପ୍ରକାଶ ଚନ୍ଦ୍ର ପାତ୍ର, ବିଶ୍ୱଦେବ, ଧନୁର୍ଦ୍ଧନ ଗୌଡ଼, ପୁରୁଷୋତ୍ତମ ବିଷୋୟୀ, ସାଲ୍ଲା କେଶବ ଲିଙ୍ଗମ, ଡ. ଶିବ ପ୍ରସାଦ ମିଶ୍ର ପ୍ରମୁଖ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜାତୀୟ ଭେକ୍ଟରବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ, ଓଡ଼ିଶା ଏବଂ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ, ଓଡ଼ିଶାଙ୍କର ମିଳିତ ଆନୁକୂଲ୍ୟରେ ଚଳିତବର୍ଷ ୨୫ ଫେବୃୟାରୀ ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ବାତଜ୍ୱର ନିରାକରଣ ପାଇଁ ସାର୍ବଜନୀନ ବାତଜ୍ୱର ବଟିକା ସେବନ କାର୍ଯ୍ୟକ୍ରମ ରଖାଯାଇଅଛି। ଏହିଦିନ ନିଜକୁ ଓ ଗୋଷ୍ଠିକୁ ବାତଜ୍ୱରରୁ ରକ୍ଷା କରିବା ପାଇଁ ବୟସ ଅନୁପାତରେ ସଠିକ୍ ମାତ୍ରାରେ ଡ଼ି.ଇ.ସି ଏବଂ ଆଲ୍‌ବୋଣ୍ଡଜୋଲ୍ ବଟିକା ଆଶା, ସ୍ୱାସ୍ଥ୍ୟକର୍ମୀ ଏବଂ ସ୍ୱେଚ୍ଛାସେବୀଙ୍କ ଜରିଆରେ ଲୋକଙ୍କୁ ଦିଆଯିବ। ଯଦି କୌଣସି କାରଣରୁ ଲୋକ ଏହି ବଟିକା ଫେବୃୟାରୀ ୨୫ ତାରିଖ ଦିନ ଖାଇପାରିବ ନାହିଁ ତେବେ ମାର୍ଚ୍ଚ ୬ ୨୦୨୧ ମଧ୍ୟରେ ଯେ କୌଣସି ଦିନ ଆଶା, ସ୍ୱାସ୍ଥ୍ୟକର୍ମୀ ଓ ସ୍ୱେଚ୍ଛାସେବୀ ମାନେ ଘର ଘର ବୁଲି ଏହି ବଟିକା ଖୁଆଇବେ। ଏନେଇ ଏକ ବୈଠକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଉମାଶଙ୍କର…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏକ ନୁହେଁ ତିନି ତିନି ଜଣ ମହିଳା ଆଜି ନିଜ ନିଜ ସ୍ୱାମୀଙ୍କ ବିରୋଧରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ମହିଳାମାନେ ସେମାନଙ୍କ ଅଭିଯୋଗ ନିଜ ନିଜ ଅଂଚଳରେ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ଆଜି ଏସ୍‌ପିଙ୍କୁ ସାକ୍ଷାତ କରି ନ୍ୟାୟ ଭିକ୍ଷା କରିଛନ୍ତି। ପ୍ରିୟତମା ମହାନ୍ତି ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ସେ ୨୦୧୭ରେ ଚିନ୍ମୟ ଦାସଙ୍କୁ ବିବାହ କରିଥିଲେ। ଚିନ୍ମୟ ମିଛରେ ସେ ଇଂଜିନିୟର ଅଛି ବୋଲି କହିବା ସହ ଚେନ୍ନାଇ ନେଇଯାଇ ସେଠାରେ ନିର୍ଯ୍ୟାତନା ଦେଇଥିଲେ। ଏହସହ ନୃଶଂସ ସ୍ୱାମୀ ଜଣକ ପେଟର ଝିଅ ଛୁଆଟିକୁ ମାରିବାକୁ ମଧ୍ୟ ଚେଷ୍ଟା କରିଥିଲେ। ଝିଅଟିଏ ଜନ୍ମ ହେବା ପରେ ମା’ ଘରକୁ ପଠେଇ ଦେଇ ୫ ଲକ୍ଷ ଟଙ୍କା ଆଣିଲେ ଘରେ ପ୍ରବେଶ ହେବ ବୋଲି ଧମକ ଦେବା ଆରମ୍ଭ କରିଥିଲେ। ସେହିଭଳି ଅନ୍ୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୭୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ବରଗଡ ଜିଲ୍ଲାରୁ ୧୪, ଖୋର୍ଦ୍ଧାରୁ ୯, ମୟୂରଭଞ୍ଜରୁ ୭, ନୂଆପଡ଼ାରୁ ୬, ସମ୍ବଲପୁରରୁ ୬, ବାଲେଶ୍ବରରୁ ୫, ବଲାଙ୍ଗୀରିରୁ ୫, ଯାଜପୁରରୁ ୫, ସୁନ୍ଦରଗଡରୁ ୫, ଝାରସୁଗୁଡାରୁ ୩, ପୁରୀରୁ ୩, ଢେଙ୍କାନାଳରୁ ୨, ସୋନପୁରରୁ ୧, ଅନୁଗୁଳରୁ ୧, କଟକରୁ ୧, କଳାହାଣ୍ଡିରୁ ୧, ନୟାଗଡରୁ ୧  ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୪ ହଜାର ୨୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ବୃଦ୍ଧି ହୋଇଛି। ତେବେ ୫୫୭ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ଦୁଇ ଆକ୍ରାନ୍ତ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୫୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ  ୨୪୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ସୁଦ୍ଧା ଦୁଃସାଧ୍ୟ ବ୍ୟାଧି ଯକ୍ଷ୍ମା ବା ଟ୍ୟୁବରକ୍ୟୁଲୋସିସ୍ (ଟି.ବି)ର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ ଭାରତ ପ୍ରସ୍ତୁତ ହେଉଥିବା ବେଳେ ଏହି ରୋଗ ସହ ଯୁଦ୍ଧ କରିବା ପାଇଁ କ୍ୟାଟରିଜ ବ୍ୟବହୃତ ନ୍ୟୁକ୍ଲି ଏସିଡ୍ ଆମ୍ପ୍ଲିଫିକେସନ୍ ଟେଷ୍ଟ (ସିବିନାଟ) ମେସିନ୍‌ର ବ୍ୟବହାର ଖୁବ୍ ଶକ୍ତିଶାଳୀ ଅସ୍ତ୍ର ଭାବେ ଉଭା ହୋଇପାରିଛି। ଟ୍ୟୁବରକ୍ୟୁଲୋସିସ୍‌ର ଚିକିତ୍ସା ନିମନ୍ତେ ସିବିନାଟ ଏକ ଆଶୀର୍ବାଦ ପାଲଟିଥିବା ବେଳେ ଓଡ଼ିଶାର ସମସ୍ତ ଜିଲ୍ଲାରେ ଅତି କମ୍‌ରେ ଗୋଟିଏ ଲେଖାଏଁ ମେସିନ୍ ରଖାଯାଇଛି ଯାହା କି କିଛି ଘଂଟା ମଧ୍ୟରେ ଡ୍ରଗ ରେଜିଷ୍ଟାଂଟ ଟିବି କୁ ଚିହ୍ନଟ କରିପାରିବ ବୋଲି ମଙ୍ଗଳବାର ସୂଚନା ଦେଇଛନ୍ତି କଟକ ସ୍ଥିତ ଏସସିବି ମେଡିକାଲ କଲେଜ ଆଣ୍ଡ ହସପିଟାଲ ସ୍ଥିତ ଇଂଟିଗ୍ରେଟେଡ ରେଫରେନ୍ସ ଲାବୋରେଟୋରୀର ସିନିୟର କନସଲଟାଂଟ ମାଇକ୍ରୋବାୟୋଲୋଜିଷ୍ଟ ଡ. ପରେଶ ମହାନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପୃଥିବୀରୁ ୨୦୩୦ ସୁଦ୍ଧା ଟିବିର ସମ୍ପୂର୍ଣ୍ଣ ମୂଳୋତ୍ପାଟନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିବାବେଳେ କେନ୍ଦ୍ର ସରକାର…

Read More

ସୀତାରାମ ଅଗ୍ରୱାଲ ବାଣପୁର: ମା’ ଶୁଳିଆ ଦେବୀ କ୍ଲବ(ତୋରସିଂହ) ଆନୁକୁଲ୍ୟରେ ଆଜି ୧୪ତମ ପ୍ରଦୀପ ଓ ରଞ୍ଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଆଜିର ଅନ୍ତିମ ଦିବସରେ ବିସିସି ବଉଳାବନ୍ଦ ଓ ଆଇଡିସିସି ସଲପଡିହ ମଧ୍ୟରେ ଖେଳାଯାଇଥିଲା। ବଉଳାବନ୍ଦ ପ୍ରଥମେ ଟସ୍ ଜିତି ନିର୍ଦ୍ଧାରିତ ୧୫ ଓଭରରେ ୭ ଉଇକେଟ୍ ହରାଇ ୧୮୧ରନ କରିଥିଲା। ଜବାବରେ ସଲପଡିହ ଟିମ୍ ସମସ୍ତ ଉଇକେଟ୍ ହରାଇ ମାତ୍ର ୧୦୪ରନ କରିବାରେ ସକ୍ଷମ ହୋଇଥିଲା। ଏହି ମ୍ୟାଚ୍ ବଉଳାବନ୍ଦ ଅତି ସହଜରେ ଜିତି ଚମ୍ପିୟାନ ହୋଇଥିଲା। ପରିଶେଷରେ ବିଜେତା ଦଳକୁ ୧୭ ହଜାର ୧ ଟଙ୍କା ସହ ଟ୍ରଫି ଓ ଉପ-ବିଜେତା ଦଳକୁ ୧୨ ହଜାର ୧ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା। ଆଜିର ଫାଇନାଲ ଦିବସରେ ମୁଖ୍ୟ ଅତିଥି ଭାବେ ଭେଟେଶ୍ଵର ପଞ୍ଚାୟତର ବିଜେଡ଼ି ସଭାପତି ବାବୁଲା ଦଳେଇ, ପୃଥ୍ୱୀରାଜ ଭୋଳ, ବିପିନ୍ ପ୍ରଧାନ, ଅଶୋକ ସ୍ବାଇଁ, ପ୍ରମୋଦ ଚମ୍ପତି, ଅଶୋକ ଭୋଳ,…

Read More

ଭୁବନେଶ୍ୱର, ପିପିଲି ବିଧାନସଭା ଉପନିର୍ବାଚନ ପୂର୍ବରୁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ‘ଆମ ଗାଁ, ଆମ ବିକାଶ’ ନାଁରେ ପିପିଲି ବ୍ଲକ ଓ ପିପିଲି ପୌରାଂଚଳ ଏବଂ ଡେଲାଙ୍ଗ ବ୍ଲକ ପାଇଁ ପୃଥକ୍ ପୃଥକ୍ ଭାବେ ଦୁଇଟି ସାଧାରଣ ସଭା ଆୟୋଜନ କରିଛି। ଏଥିରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରି ନିର୍ବାଚନ ମଣ୍ଡଳୀର ବିଭିନ୍ନ ପ୍ରକଳ୍ପ ପାଇଁ ୬୭ କୋଟି ୬୮ ଲକ୍ଷ ପ୍ରକଳ୍ପର ବ୍ୟୟ ମଞ୍ଜୁରୀ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାକୁ ନେଇ କଂଗ୍ରେସ ସମାଲୋଚନା କରିଛି। ଦଳ କହିଛି ଯେ, ଏହି ବୈଠକ ବିଜୁ ଜନତା ଦଳର ଏକ ହୀନ ରାଜନୈତିକ ପ୍ରୟାସ । ‘ଆମ ଗାଁ, ଆମ ବିକାଶ’ର ଦ୍ୱାହି ଦେଇ ରାଜକୋଷରୁ ଅର୍ଥ ଖର୍ଚ୍ଚ କରି ଉପନିର୍ବାଚନ ଘୋଷଣା ପୂର୍ବରୁ ବିଜେଡି ନିର୍ବାଚନ ପ୍ରଚାର ଆରମ୍ଭ କରିଛି ବୋଲି କଂଗ୍ରେସ ଭବନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି…

Read More

ନୂଆଦିଲ୍ଲୀ, ଦେଶରେ କରୋନା ସକ୍ରିୟ ମାମଲା ଏବେ ୧.୫୦ ଲକ୍ଷ ତଳେ ରହିଛି । ଆଜି ଏହା ୧.୪୭ ଲକ୍ଷ ତଳେ ରହିଛି । ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୧.୩୪% ରହିଛି ସକ୍ରିୟ ମାମଲା । ବିଗତ ୨୪ ଘଣ୍ଟା ମଧ୍ୟରେ ୧୦,୫୮୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । ଅପରପକ୍ଷରେ ବିଗତ ୨୪ ଘଣ୍ଟାରେ ୧୩,୨୫୫ ଜଣ ସୁସ୍ଥ ହୋଇଛନ୍ତି । ଏହାଫଳରେ ମୋଟ ସକ୍ରିୟ ମାମଲାରେ ୨୭୪୯ ହ୍ରାସ ହୋଇଛି । ଭାରତରେ ମୋଟ ପଜିଟିଭ୍ ହାର ୩%ରୁ କମ୍ ରହିଛି । ଭାରତରେ ଦୈନିକ କରୋନା ମୃତ୍ୟୁ ମାମଲା କ୍ରମେ ହ୍ରାସ ପାଇ ଚାଲିଛି । ବିଗତ ୨୪ ଘଣ୍ଟାରେ ୭୮ ଜଣଙ୍କର ମୃତ୍ୟୁ ହୋଇଛି । ବିଗତ ୨୪ ଘଣ୍ଟାରେ ୨୧ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କେହି କୋଭିଡ-୧୯ରେ ପ୍ରାଣ ହରାଇନାହାନ୍ତି । ଏସବୁ ରାଜ୍ୟ ମଧ୍ୟରେ ରହିଛି ମଧ୍ୟପ୍ରଦେଶ, ଆସାମ, ରାଜସ୍ଥାନ,…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗଞ୍ଜେଇ କାରବାର କରୁଥିବା ସମୟରେ ଟାଙ୍ଗୀ ଅବକାରୀ ବିଭାଗ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ସକାଳେ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରୀ ଆଲୋକ କୁମାର ପ୍ରଧାନ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ବ୍ଲକ ଅଧିନସ୍ଥ ଝରିଆ ଗ୍ରାମର ନୂଆ ସାହି ଠାରେ ସଦଳବଳେ ଚଢ଼ାଉ କରିଥିଲେ। ଉକ୍ତ ଚଢ଼ାଉ ସମୟରେ ୪୨ ବର୍ଷିୟା ମହିଳାଙ୍କୁ ଚୋରା ଗଞ୍ଜେଇ କାରବାର ଅଭିଯୋଗରେ ଅବକାରୀ ବିଭାଗ ଗିରଫ କରିଛି। ଏବଂ ଅବକାରୀ ବିଭାଗ ତାଙ୍କ ନିକଟରୁ ୨ କେଜି ୩୦୦ ଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି। ତାଙ୍କ ବିରୁଦ୍ଧରେ ଏନ୍.ଡ଼ି.ପି.ଏସ୍ ଆଇନ ଅନୁଯାୟୀ କେସ ନମ୍ବର ୬୪/୨୦-୨୧ ରେ ମାମଲା ରୁଜୁକରି ଆଜି କୋର୍ଟଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଉକ୍ତ ଚଢ଼ାଉରେ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ ବାରିକ, ଅବକାରୀ ଏବଂ ଟାଙ୍ଗୀ ପୋଲିସ କର୍ମଚାରୀମାନେ ସାମିଲ ଥିଲେ।

Read More

ନୂଆଦିଲ୍ଲୀ: ଦେଶରେ ତୈଳ ଦର ହୁହୁ ହୋଇ ବଢି ଚାଲିଛି। ଏନେଇ ଦେଶର ଅନେକ ସ୍ଥାନରେ କେନ୍ଦ୍ର ସରକାର ବିରୋଧରେ ପ୍ରତିବାଦ କରାଯାଉଛି। ସେହିଭଳି ରାଜ୍ୟରେ ମଧ୍ୟ ପ୍ରିମିୟମ ପେଟ୍ରୋଲ ଦର ୧୦୦ ଟଙ୍କା ଅତିକ୍ରମ କରିଛି। ଆଜି ମାଲକାନଗିରିରେ ୧୦୦ ଟଙ୍କା ୩ ପଇସାକୁ ପ୍ରିମିୟମ ପେଟ୍ରୋଲ ଦର ସ୍ପର୍ଶ କରିଛି। ଏନେଇ ରାଜ୍ୟରେ ମଧ୍ୟ ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ବିରୋଧ କରିବା ସହ ସାଇକେଲ ମାଧ୍ୟମରେ ବିଧାନସଭାକୁ ଯାଇଛନ୍ତି। ତେବେ ଏହି ତୈଳ ଦର ବୃଦ୍ଧି ପ୍ରସଙ୍ଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ତୈଳ ଦର ବୃଦ୍ଧି ଏକ ସାମୟିକ। ସ୍ଥିତି ଶୀଘ୍ର ସ୍ୱାଭାବିକ ହେବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ତୈଳ ଦର ବୃଦ୍ଧି ହୋଇଛି। ଆମେରିକାରେ ତୈଳ ଉତ୍ପାଦନ ହ୍ରାସ ପାଇଥିବାରୁ ଏହାର ପ୍ରଭାବ ପଡ଼ିଛି। ଏହାସହ ଶ୍ରୀ…

Read More

ଭୁବନେଶ୍ବର: ଆଜି ପିପିଲି ଓ ଡେଲାଙ୍ଗର ଲୋକଙ୍କ ସହ ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିପିଲି-ଡେଲାଙ୍ଗର ବିକାଶ ପାଇଁ ୭୦ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ଏଥିରେ ରାସ୍ତା, ଜଳସେଚନ, ଷ୍ଟାଡ଼ିୟମ, ବସ୍ ଷ୍ଟାଣ୍ଡ୍, ସେତୁ ଭଳି ଅନେକ ବିକାଶ ମୂଳକ ପ୍ରକଳ୍ପ ନିର୍ମାଣ ହେବ। ପିପିଲି ଡେଲାଙ୍ଗର ବିକାଶ କାମକୁ ଆଗକୁ ନେବାକୁ ଏହା ଏକ ପ୍ରୟାସ ବୋଲି ନବୀନ କହିଛନ୍ତି। ଆଜି ପିପିଲିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ୬୭.୬୮କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପିପିଲି ବ୍ଲକ୍‌ ପାଇଁ ୨୪.୪୧ କୋଟି ଓ ପିପିଲି ପୌରାଞ୍ଚଳର ବିକାଶ ପାଇଁ ୧୬.୮୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ହେଲେ ପିପିଲି ଉପ-ନିର୍ବାଚନ ପୂର୍ବରୁ ଏଭଳି ପ୍ୟାକେଜ୍ ଘୋଷଣା କରି ଲୋକଙ୍କୁ ପ୍ରଭାବିତ କରାଯାଉଛି ବୋଲି ବିରୋଧୀ କହିଛନ୍ତି।

Read More

ଭୁବନେଶ୍ବର: ଦେଶର ଅନେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି। ଗୁଜୁରାଟ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟରେ ଲକଡାଉନ କଟକଣା ଆରମ୍ଭ ହୋଇଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲା ଯାଇପାରିବ ନାହିଁ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏନେଇ ନିଷ୍ପତ୍ତି ନେଇଛି। ଆଗାମୀ ଦିନରେ କରୋନା ସ୍ଥିତି ଦେଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସୀମାନ୍ତ ଜିଲ୍ଲାଗୁଡ଼ିକରେ ନୋଡାଲ ଅଫିସରମାନେ କୋଭିଡ ନିୟମ ପାଳନ ନେଇ ତଦାରଖ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୭ ଜଣ ଚିହ୍ନଟ ହୋଇଥିବାବେଳେ ୨୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୭୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୪ ହଜାର ୧୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୬୩୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୯ ଟି ଜିଲ୍ଲାରୁ ମୋଟ୍‌ ୬୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୫, ବରଗଡ଼ ଜିଲ୍ଲାରୁ ୮ ଜଣ,…

Read More

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ବଜେଟରେ ନିଆଯାଇଥିବା ପଦକ୍ଷେପ ଗୁଡିକୁ ପ୍ରଭାବୀ ଢ଼ଙ୍ଗରେ ତ୍ୱରାନ୍ୱିତ କରିବା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ୱେବିନାରରେ ଅଭିଭାଷଣ ଦେବା ଅବସରରେ ପ୍ରକାଶ କରିଛନ୍ତି। ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ନେଇ ବିଶେଷ ଗୁରୁତ୍ୱ ଆରୋପ କରାଯାଇଥିବାରୁ ଏହି ୱେବିନାର ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ ଭୂମିକା ଗ୍ରହଣ କରେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସ୍ୱାଧୀନତା ପୂର୍ବରୁ ଦେଶରେ ଶହ ଶହ ଆୟୁଧ କାରଖାନା କାର୍ଯ୍ୟରତ ଥିଲା। ଉଭୟ ବିଶ୍ୱ ଯୁଦ୍ଧରେ ଭାରତରୁ ବହୁଳ ଅସ୍ତ୍ରଶସ୍ତ୍ର ରପ୍ତାନୀ ହେଉଥିଲା। ମାତ୍ର ସ୍ୱାଧୀନତା ପରେ ଯଦିଓ ଏ କ୍ଷେତ୍ରକୁ ଅଧିକ ମଜଭୁତ କରାଯିବା ଉଚିତ ଥିଲା, ଅନେକ କାରଣବଶତଃ ତାହା କରାଗଲା ନାହିଁ। ପ୍ରଧାନମନ୍ତ୍ରୀ କହିଛନ୍ତି  ଯେ ତାଙ୍କ ସରକାର ଆମର ଯନ୍ତ୍ରୀ ଓ ବେଜ୍ଞାନିକ ମାନଙ୍କ ସାମର୍ଥ୍ୟ ଉପରେ ଆସ୍ଥା ରଖି ତେଜସ ଲଢ଼ୁଆ ବିମାନ ବିକଶିତ କଲେ ଓ ଆଜି…

Read More