Author: Samikhsya Bureau

ଭୁବନେଶ୍ୱର: ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ନୂତନ କୃଷିନୀତି ବାତିଲ ଦାବୀରେ ଚାଲିଥିବା ସର୍ବଭାରତୀୟ ଅନ୍ଦୋଳନ ସମର୍ଥନରେ ଆହୂତ ୪ ଘଣ୍ଟିଆ ରେଳରୋକରେ ଆଜି ସାମିଲ ହୋଇଥିଲା ‘ଆମ ଅଧିକାର’। ଏହି କୃଷକ ଆନ୍ଦୋଳନ ସମର୍ଥନରେ ଓଡ଼ିଶାରୁ ସର୍ବପ୍ରଥମେ ୨୦ ଜଣିଆ ପ୍ରତିନିଧି ମଣ୍ଡଳୀ ନେଇ ସିନ୍ଧୁ ସୀମାରେ ସାମିଲ ହୋଇଥିବା ‘ଆମ ଅଧିକାର’ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ପୂର୍ବରୁ ଦିଆଯାଇଥିବା ସାଧାରଣ ହରତାଳ, ଭାରତ ବନ୍ଦ, ଚକା ଜାମ୍ ଏବଂ ସହିଦ୍ କୃଷକଙ୍କ ସମର୍ଥନରେ ଦୀପ ପ୍ରଜ୍ଜ୍ୱଳନ ଆଦି ପ୍ରତିଟି ଡ଼ାକରାରେ ସାମିଲ ହୋଇ ଆସୁଥିବା ‘ଆମ ଅଧିକାର’ ପକ୍ଷରୁ ଆବାହକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସମ୍ପାଦକ ପାର୍ଥସାରଥୀ ଜେନାଙ୍କ ନେତୃତ୍ୱରେ ବରିଷ୍ଠ କର୍ମକର୍ତ୍ତା ସର୍ବଶ୍ରୀ ସଞ୍ଜୟ ପରିଡ଼ା, କ୍ରିଷ୍ଣା ଶତପଥୀ ଏବଂ ବିଶ୍ୱଭୂଷଣ ମହାପାତ୍ରଙ୍କ ସମେତ ବହୁ ସାଥୀ ଆଜି ଭୁବନେଶ୍ୱର ରେଳଷ୍ଟେସନରେ ରେଳ ରୋକ କରିଥିଲେ। ପ୍ରଥମେ ଏକ ଶୋଭାଯାତ୍ରାରେ ଆସି…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫, କଟକରୁ ୧୩, ସୁନ୍ଦରଗଡରୁ ୧୧, ଅନୁଗୁଳରୁ ୮, ପୁରୀରୁ ୬, ବରଗଡରୁ ୫, ଭଦ୍ରକରୁ ୫, କେନ୍ଦୁଝରରୁ ୫, ନୂଆପଡାରୁ ୫, ଦେବଗଡରୁ ୪, ଝାରସୁଗୁଡ଼ାରୁ ୪, ବାଲେଶ୍ବରରୁ ୩, କନ୍ଧମାଳରୁ ୩, ସମ୍ବଲପୁରରୁ ୩, ବଲାଙ୍ଗୀରିରୁ ୧, ଗଞ୍ଜାମରୁ ୧, କେନ୍ଦ୍ରାପଡ଼ାରୁ ୧, କୋରାପୁଟରୁ ୧, ମୟୂରଭଞ୍ଜରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୮୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦ କୁ ବୃଦ୍ଧି…

Read More

ନୂଆଦିଲ୍ଲୀ: ଯେଉଁମାନେ ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ଆସିଛି ଏକ ଭଲ ସୁଯୋଗ। ରେଳ ଯାତ୍ରୀମାନଙ୍କୁ ବିଭିନ୍ନ ବିଳସପୂର୍ଣ୍ଣ ସୁବିଧା ଯୋଗାଇ ଆସୁଥିବା ଆଇଆରସିଟିସି (IRCTC) ଆଣିଛି ଏହି ଯୁଯୋଗ। ଯାହା ସାଧାରଣ ଯାତ୍ରୀଙ୍କ ପାଇଁ ବେଶ ଆରମଦାୟକ ଅଟେ। ଆଇଆରସିଟିସି (IRCTC) ବା ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍ (ଆଇଆରସିଟିସି) ଏଥର ତିରୂପତି ଦର୍ଶନ ପାଇଁ ଏକ ଭଲ ଟୁର୍ ପ୍ୟାକେଜ୍ ଆଣିଛି। ତିରୁପତି ଦର୍ଶନ ପାଇଁ ଏହି ଟୁର୍ ପ୍ୟାକେଜ୍ ତିନି ଦିନ ଚାରି ରାତି ପାଇଁ ରହିଛି। ଏଥିପାଇଁ ଆଇଆରସିଟିସି ଏକ ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛି। ଏହି ପ୍ୟାକେଜ ଅନୁଯାୟୀ ଏହି ଯାତ୍ରା ୨୫ ମାର୍ଚ୍ଚ ୨୦୨୧ ରେ ଲୋକମାନ ତିଲକ ଷ୍ଟେସନରୁ ଆରମ୍ଭ ହେବ ଏବଂ ପ୍ରଥମ ଟ୍ରେନ ମୁମ୍ବାଇରୁ ରେନିଗୁଣ୍ଟା ଅଭିମୁଖେ ଯାତ୍ରା କରିବ। ଆସନ୍ତୁ ଜାଣିବା ଏହି ଟୁର୍ ପ୍ୟାକେଜ୍ ର ବିଶେଷତା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୪୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: କୋଭିଡ-୧୯ର ଭୟ କିଛି ଟା ହ୍ରାସ ପାଉଥିବା ଜଣାପଡୁଥିଲେ ମଧ୍ୟ ଲୋକମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର ମତ ଦେଇଛନ୍ତି। ଓଡ଼ିଶାରେ କରୋନା ସଂକ୍ରମିତ ଚିହ୍ନଟଙ୍କ ସଂଖ୍ୟା କମିଥିଲେ ମଧ୍ୟ ଆମେ ଯେ ବର୍ତ୍ତମାନ ବିପଦମୁକ୍ତ ତାହା କହିପାରିବା ନାହିଁ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋସର୍ଜନ୍ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର କୁଳପତି ପ୍ରଫେସର ମହାପାତ୍ର। କରୋନା ଭାଇରସ୍‌ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଦେଇଛି ଓ ପୂର୍ବ ଭାଇରସ୍ ଠାରୁ ଏହା ୫୦ % ଅଧିକ ସଂକ୍ରମଣ କରିପାରେ। ବର୍ତ୍ତମାନ ଏହି ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲ୍‌ର ଷ୍ଟ୍ରେନ୍ ମଧ୍ୟ ଆମ ଦେଶରେ ଚିହ୍ନଟ ହୋଇସାରିଲାଣି। ତେଣୁ ଏହି ରୋଗକୁ ନେଇ ଯେ ଆଉ ଭୟ ନାହିଁ ତାହା ଭାବିବା…

Read More

ଚେନ୍ନାଇ: ଆଇପିଏଲ ନିଲାମୀରେ ଦକ୍ଷିଣ ଆଫ୍ରିକା ଅଲରାଉଣ୍ଡର କ୍ରିସ୍ ମୋରିଶ୍ ଆଜି ଇତିହାସ ରଚିଛନ୍ତି। ୩୩ ବର୍ଷୀୟ ମୋରିସକୁ ରାଜସ୍ଥାନ ରୟାଲ୍ସ ୧୬.୨୫ କୋଟି ଟଙ୍କାରେ କିଣି ନେଇଛି। ବର୍ତ୍ତମାନ ମୋରିଶ୍ ଆଇପିଏଲ ଇତିହାସରେ ଯୁବରାଜ ସିଂହଙ୍କ ରେକର୍ଡକୁ ଭାଙ୍ଗି ସବୁଠାରୁ ଦାମୀ ଖେଳାଳି ହୋଇପାରିଛନ୍ତି। ଆଇପିଏଲ ନିଲାମୀ ଲାଗି ମୋରିଶ୍ ନିଜର ବେସ ପ୍ରାଇସ ୭୫ ଲକ୍ଷ ଟଙ୍କା ରଖିଥିଲେ। ମୁମ୍ବାଇ ଇଣ୍ଡିଆନ୍ସ, ପଞ୍ଜାବ ଏବଂ ବେଙ୍ଗୁଲୁରୁ ତାଙ୍କୁ କିଣିବା ପାଇଁ ଦମ ଲଗାଇଥିଲେ। ଶେଷରେ ରାଜସ୍ଥାନ ବାଜି ମାରି ନେଇଥିଲା। ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି: ୧- କ୍ରିସ୍ ମୋରିଶ୍- ୨୦୨୧ ମସିହା- ରାଜସ୍ଥାନ ରୟାଲ୍ସ- ୧୬.୨୫ କୋଟି ଟଙ୍କା ୨- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା ୩- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ ରାଇଡ଼ର୍ସ- ୧୫.୫ କୋଟି ୪- ବେନ ଷ୍ଟୋକ୍ସ- ୨୦୧୭ ମସିହା- ରାଇଜିଙ୍ଗ…

Read More

ଚେନ୍ନାଇ:  ଆଇପିଏଲ-୨୦୨୧ ଲାଗି ଆଜି ଖେଳାଳି ନିଲାମୀ ପ୍ରକ୍ରିୟା ଚେନ୍ନାଇରେ ଆରମ୍ଭ ହେବ। ଆଇପିଏଲର ଫ୍ରାଞ୍ଚାଇଜ ୬୧ ଟି ସ୍ଥାନଙ୍କୁ ପୂରଣ ପାଇଁ ନିଲାମ ଡ଼ାକିବେ। ନିଲାମୀ ତାଲିକାରେ ବର୍ତ୍ତମାନ ୧୬୪ ଜଣ ଭାରତୀୟ ଖେଳାଳି, ୧୨୪ ଜଣ ବିଦେଶୀ ଖେଳାଳି ସାମିଲ ହୋଇଛନ୍ତି। ନିଲାମୀ ପ୍ରକ୍ରିୟା ଆଜି ଅପରାହ୍ନ ୩ ଟା ସମୟରେ ଆରମ୍ଭ ହେବ। ଇଂଲଣ୍ଡର ଦ୍ରୁତଗାମୀ ବୋଲର ମାର୍କ ଉଡ଼ ନିଲାମୀ ତାଲିକାରୁ ନିଜ ନାମକୁ ଫେରାଇ ନେଇଛନ୍ତି। ତେବେ ଆଇପିଏଲ ଇତିହାସରେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠୁ ଦାମୀ ଖେଳାଳି ଭାବେ ଯୁବରାଜ ସିଂହଙ୍କ ନାମ ତାଲିକାର ଆଗରେ ରହିଛି। ହେଲେ ଚଳିତ ଆଇପିଏଲରେ ଏହି ରେକର୍ଡ ଭାଙ୍ଗିବ କି ନାହିଁ, ଦେଖିବା ବାକି ରହିଲା। ଜାଣନ୍ତୁ ସବୁଠୁ ଅଧିକ ଦାମରେ ବିକ୍ରି ହୋଇଥିବା ଖେଳାଳି: ୧- ଯୁବରାଜ ସିଂହ- ୨୦୧୫ ମସିହା- ଦିଲ୍ଲୀ ଡ଼େୟାରଡ଼େଭିଲ୍ସ- ୧୬ କୋଟି ଟଙ୍କା ୨- ପ୍ୟାଟ କମିନ୍ସ- ୨୦୨୦ ମସିହା- କୋଲକୋତା ନାଇଟ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ଅନ୍ତର୍ଗତ ଛେଡ଼ାପଦର ଗ୍ରାମ ଛକରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ କେବଳ କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁଯାୟୀ, ଆଜି ଗଞ୍ଜାମ ଜିଲ୍ଲା ହିଞ୍ଜିଳୀକାଟୁ ଅଞ୍ଚଳର ଯୁଧିଷ୍ଠିର ବେହେରା ତାଙ୍କ ପରିବାରର ୪ ଜଣ ସଦସ୍ୟଙ୍କ ସହ ୩ ଟି ପିଲାଙ୍କୁ ନେଇ ଏକ କାର ଯୋଗେ ଭୁବନେଶ୍ବର ଏୟାରପୋର୍ଟକୁ ଆସିଥିଲେ। ସେଠାରେ ତାଙ୍କର ଜଣେ ସମ୍ପର୍କୀୟଙ୍କୁ ଛାଡି ଘରକୁ ଫେରୁଥିବା ବେଳେ ବାଲୁଗାଁ ନିକଟସ୍ଥ ଛେଡ଼ାପଦର ଛକ ନିକଟରେ କାରଟି ଭାରସାମ୍ୟ ହାରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ପରେ କାରଟି ଏକ ଗଛ ସହ ଧକ୍କା ହୋଇଥିଲା। ବିଦ୍ୟୁତ ଖୁଣ୍ଟଟି ଭାଙ୍ଗି କାର ଉପରେ ପଡ଼ିଥିଲେ ମଧ୍ୟ କାରରେ ଥିବା ଯୁଧିଷ୍ଠିର ପରିବାର ସଦସ୍ୟଙ୍କର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି। ସମସ୍ତେ ସୁସ୍ଥ ଥିବା ଜଣାପଡିଛି।…

Read More

ମୋହନା: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ଗତ ୧୧ ତାରିଖରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ ଜଣ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତଙ୍କର ମୃତ୍ୟୁ ଘଟିଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ। ଗ୍ରାମରେ ମୃତଦେହ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର, ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା। ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା  ଆହତମାନଙ୍କ  ପାଖରେ ମୋହନା…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୁଣି ବିଦେଶାଗତ ପକ୍ଷୀଙ୍କୁ ଶିକାର କରାଯାଇଛି। ଏନେଇ ଜଣେ ଯୁବକଙ୍କୁ ବନ୍ୟପ୍ରାଣୀ ବିଭାଗ ଗିରଫ କରିଛି। ସୂଚନା ଅନୁଯାୟୀ, ଚିଲିକାରେ କଇଁ ଫୁଲରେ ବିଷ ଦେଇ ଜଣେ ଯୁବକ ବିଦେଶାଗତ ପକ୍ଷୀଙ୍କୁ ଆଜି ଶିକାର କରୁଥିଲେ। ଖବର ପାଇ ବନ୍ୟପ୍ରାଣୀ ବିଭାଗ ଘଟଣାସ୍ଥଳରେ ପହଞ୍ଚି ତିନୋଟି ମୃତ ପକ୍ଷୀ ସହ ଶିକାରୀକୁ ଗିରଫ କରିଛି। ଏହାସହ ବନ୍ୟାପ୍ରାଣୀ ବିଭାଗ ଶିକାରୀ ଠାରୁ ସାଇକେଲ, ମୋବାଇଲ ଫୋନ, କଇଁ ଫୁଲ ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ଶିକାରୀ ଜଣଙ୍କ ସର୍ବେଶ୍ଵର ପ୍ରଧାନ (୩୦) ଏବଂ ସେ ଟାଙ୍ଗୀ ଥାନା ଅନ୍ତର୍ଗତ କାଟିଲା ଗୋଠ କଲୋନୀର ବାସିନ୍ଦା ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ର ସଂସଦୀୟ ବ୍ୟାପାର, କୋଇଲା ଓ ଖଣି ବିଭାଗ ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଆଜି ମିଳିତ ଭାବରେ ଓଡିଶା ଖଣି ନିଗମକୁ ଆବଣ୍ଟିତ ଦୁଇଟି ଖଣି ଗୁଆଳି ଓ ଜିଲ୍‌ଙ୍ଗ ଲାଙ୍ଗଲୋଟା ଲୁହାପଥର ଖଣିର ଉତ୍ପାଦନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଏହି ଦୁଇଟି ଖଣିରୁ ଉତ୍ପାଦନ ଦ୍ବାରା ଲୁହାପଥର ବଜାରରେ ସ୍ଥିରତା ଆସିବା ସହ ଶିଳ୍ପର ଯୋଗାଣ ଚାହିଦା ମେଣ୍ଟାଇବାରେ ସହାୟକ ହେବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା ସବୁବେଳେ ଖଣି ସଂପର୍କିତ କ୍ଷେତ୍ରରେ ଅନେକ ଆଗୁଆ ପଦକ୍ଷେପ ନେଇଛି। ଏହି କ୍ଷେତ୍ରରେ ସ୍ବଚ୍ଛତା ପାଇଁ ଲୁହାପଥର ପରିବହନର ତଦାରଖ ନିମନ୍ତେ ୧ ୩ MS System ଆରମ୍ଭ କରାଯାଇଛି ଏବଂ ଗତ କିଛି ବର୍ଷ ମଧ୍ୟରେ ଅନେକ ବଡ ବଡ ଖଣିର ନିଲାମ ପ୍ରକ୍ରିୟା ସଫଳତାର ସହ କରାଯାଇଛି। ଗତ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୯ ଜଣ ଚିହ୍ନଟ ହୋଇଥିବାବେଳେ ୨୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୬୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୭୮୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍‌ ୬୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୦, ସମ୍ବଲପୁର ଜିଲ୍ଲାରୁ ୬, ପୁରୀ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୪ ଜଣ, ବରଗଡ ଜିଲ୍ଲାରୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟଛି। ଏହି ମୃତକଙ୍କ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତକଙ୍କ ସଂଖ୍ୟା ୧୯୧୩ କୁ ବୃଦ୍ଧି ହୋଇଛି। ଆଜି ମୃତ୍ୟୁବରଣ କରିଥିବା ଆକ୍ରାନ୍ତ ଜଣଙ୍କ ମୟୂରଭଞ୍ଜ ଜିଲ୍ଲାର ବୋଲି ସୂଚନା ଦେଇଛି। ସେ ଜଣେ ପୁରୁଷ ଏବଂ ତାଙ୍କର ବୟସ ୫୦ ବର୍ଷ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

Read More

ଭୁବନେଶ୍ବର: ପୁଣି ବିଧାନସଭା ନିକଟରେ ଜଣେ ମହିଳା ଆତ୍ମାହୁତି ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ବ୍ଲକର ବୋଲି ଜଣାପଡିଛି। ସେ ବିଧାନସଭା ନିକଟସ୍ଥ ଜୟଦେବ ଭବନ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ଦେହରେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ମହିଳାଙ୍କୁ କାବୁ କରିନେଇଥିବା ଜଣାପଡିଛି। ହେଲେ ସେ ମହିଳାଜଣଙ୍କ କଣ ପାଇଁ ଆତ୍ମାହୁତି ଉଦ୍ୟମ କରୁଥିଲେ, ଏଯାଏଁ କିଛି କାରଣ ଜଣାପଡି ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ବଜେଟ ଅଧିବେଶନ ଚାଲିଥିବା ସମୟରେ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି। ସେଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ବିଧାନସଭା ସମ୍ମୁଖ ରାସ୍ତାକୁ ସିଲ କରାଯାଇଛି। ଯାହାଫଳରେ ରାସ୍ତାଘାଟ ଜାମ ହେବାର ଦେଖାଦେଇଛି। ଏନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି।

Read More

ଭୁବନେଶ୍ୱର: ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଯାଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣରୁ ଷଷ୍ଠ ଅଧିବେଶନ ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଗୃହରେ ଉପସ୍ଥିତ ରହିଛନ୍ତି। ଦିବଂଗତ ନେତା, କୋଭିଡ଼ ଯୋଦ୍ଧା ଓ ସହିଦ ଯବାନଙ୍କ ଉଦ୍ଦେଶ୍ୟରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରାଯାଇଛି। ରାଜ୍ୟପାଳ ଅଭିଭାଷଣରେ କହିଛନ୍ତି ଯେ, କରୋନା ନିୟନ୍ତ୍ରଣରେ ରାଜ୍ୟ ସରକାରଙ୍କ ଭୂମିକା ପ୍ରଶଂସନୀୟ। ଜନସ୍ୱାସ୍ଥ୍ୟ ଓ ପାନୀୟଜଳ ସମସ୍ୟା ଦୂର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ନିରାଶ୍ରୟ, ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ନିରାପତ୍ତା ଲାଗି ସରକାର ପ୍ରତିଶ୍ରୁତ୍ତିବଦ୍ଧ ରହିଛି। ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ପ୍ରୋତ୍ସାହନ ଦେବା ସରକାରଙ୍କ ଉଦ୍ଦେଶ୍ୟ ରହିଛି। ଏହାସହ ସରକାର ସୁନ୍ଦରଗଡ଼ରେ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ପ୍ରତିଷ୍ଠା କରିବାକୁ ଯାଉଛନ୍ତି। ଗତ ବର୍ଷ ରାଜ୍ୟରେ ଆଣିଶ୍ରୁଙ୍ଖଳା ବ୍ୟବସ୍ଥା ଶାନ୍ତିପୂର୍ଣ୍ଣ ଥିଲା। ୨୦୨୧ ଜାନୁୟାରୀ ଶେଷ ସୁଦ୍ଧା ରାଜ୍ୟରେ ୩୮ ହଜାର ୭୬୦ କୋଟି ଟଙ୍କାର ରାଜସ୍ୱ ଆଦାୟ…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ହୋଇଯାଇଛି। ଏହି ସଡ଼କ ସୁରକ୍ଷା ସଚେତନତା ମାସର ଶେଷ ଦିନରେ ଏକ ବାଇକ୍ ଶୋଭାଯାତ୍ରାକୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରକାଶ ଆର୍ ପତାକା ହଲାଇ ଶୁଭ ଉଦଘାଟନ କରିଥିଲେ। ଏହି ବାଇକ୍ ଶୋଭାଯାତ୍ରାରେ ୩୦ଜଣ ପୋଲିସ୍, ହୋଣ୍ଡା ସୋରୁମ୍, ଟିଭିଏସ୍ ସୋରୁମ୍ ଓ ହିରୋ ସୋରୁମ୍ ର ପ୍ରତ୍ୟେକ ୧୦ଜଣ ଲେଖାଏଁ କର୍ମଚାରୀ ଭାଗ ନେଇଥିଲେ। ଏହି ବାଇକ୍ ଶୋଭାଯାତ୍ରା ଏସ୍.ପି ଅଫିସରୁ ବାହାରି ତିର୍ତ୍ତୋଲ ଥାନା ଓ ପରେ ରଘୁନାଥପୁର ଦେଇ ଗାନ୍ଧୀଛକ ବାଟେ ଏସ୍.ପି ଅଫିସରେ ପହଞ୍ଚିଥିଲେ। ଦୁଇଚକିଆ ଗାଡ଼ି ଚଳାଇବା ବେଳେ ହେଲମେଟ୍ ପିନ୍ଧିବା, ମୋବାଇଲ ବ୍ୟବହାର ନକରିବା, ଦୃତ ଗତିରେ ଗାଡ଼ି ନ ଚଲାଇବା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। ପ୍ରକାଶ ଥାଉକି ଜଗତସିଂହପୁର ଜିଲ୍ଲାରେ ଜାତୀୟ ସଡ଼କ ସୁରକ୍ଷା ସଚେତନତା ମାସ ଜାନୁୟାରୀ ୧୮ ତାରିଖରେ ଆରମ୍ଭ ହୋଇଥିଲା। ସଡ଼କ…

Read More

ଭୁବନେଶ୍ବର: ଆଜିଠାରୁ ଓଡିଶା ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅଭିଭାଷଣ ପରେ ଏହି ଅଧିବେଶନ ଆରମ୍ଭ ହେବ। ବର୍ତ୍ତମାନ ରାଜ୍ୟପାଳ ବିଧାନସଭା ପରିସରରେ ପହଞ୍ଚି ସାରିଛନ୍ତି। ପୋଲିସର ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ ପରେ ସେ ବିଧାନସଭା ଗୃହ ଭିତରକୁ ପ୍ରବେଶ କରିଛନ୍ତି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୮୮୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୯ ଲକ୍ଷ ୫୦ ହଜାର ୨୦୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୬ ହଜାର ୧୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୬ ଲକ୍ଷ ୫୬ ହଜାର ୮୪୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୩୭ ହଜାର ୩୪୨ ଆକ୍ଟିଭ୍‌ କେସ୍ ରହିଛି।

Read More

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ଆପଣ ଜ୍ଞାନ ଏବଂ ବୁଦ୍ଧି ସହିତ ଅନ୍ୟମାନଙ୍କୁ ପ୍ରଭାବିତ କରିବେ । ସଫଳତା ଏବଂ ସହଯୋଗର ଭଲ ଲକ୍ଷଣ ଅଛି । ନୂତନ ପ୍ରୟାସ ସହିତ ସମସ୍ତଙ୍କୁ ଆକର୍ଷିତ କରିବେ । ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ ଏବଂ ବାହାରେ ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ମିଶ୍ରିତ ଦିନ ହେବ ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ…

Read More

ବୃଷ: – ଆଜି ମିଶ୍ରିତ ଦିନ ହେବ । ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ । ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ମିଥୁନ: – ଆଜି ଭଲ ଦିନ ହେବ ନାହିଁ। ଅଧିକ କାର୍ଯ୍ୟଭାର ମଧ୍ୟ ରହିବ, ଯଦି ଆପଣ କାର୍ଯ୍ୟରେ ସଫଳତା ପାଇବେ, ତେବେ ଆପଣଙ୍କ ମନ ଖୁସିରେ ରହିବ । ଶାରୀରିକ ଏବଂ ମାନସିକ ସ୍ତରରେ ଥକ୍କା ଅନୁଭବ କରିପାରନ୍ତି । କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିବାର ବିଷୟରେ ଚିନ୍ତିତ ହେବେ । ଚିନ୍ତା ସହଜରେ ଦୂର କରାଯାଇପାରିବ । ବିନିଯୋଗ ଭଲ ଲାଭ ଆଣିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ…

Read More

ମେଷ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଭଲ ଲାଭ ହେବ । ବାକିଥିବା ଟଙ୍କା ପ୍ରାପ୍ତ ହେବ। ଯାହା ଆର୍ଥିକ ସ୍ଥିତିକୁ ମଜବୁତ କରିବ । ସାହିତ୍ୟ ଲେଖିବାକୁ ଆଗ୍ରହୀ ହେବେ । ପ୍ରିୟଜନଙ୍କ ନିକଟରେ ପହଞ୍ଚିବାରେ ସକ୍ଷମ ହେବେ। ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବେ, ଚାକିରିରେ ପଦୋନ୍ନତି ଏବଂ ବ୍ୟବସାୟରେ ଭଲ ଲାଭ ହେବାର ସମ୍ଭାବନା ଅଛି । ବୃଷ: – ଆଜି ମିଶ୍ରିତ ଦିନ ହେବ।ବହୁତ ଖୁସି ହେବ ଏବଂ ମହାନତା ଏବଂ ସଭ୍ୟତା ଉପରେ ଗୁରୁତ୍ୱ ଦିଆଯିବ । ଏକାଡେମିକ୍ ଜିନିଷ ପଢିବାରେ ମନ ରହିବ, ଯାହା ଦ୍ବାରା ଜୀବନରେ ନୂତନ ଚିନ୍ତାଧାରା ଆସିପାରିବ । ଆପଣଙ୍କ ସାଥୀ ପାଇଁ ଆଶ୍ଚର୍ଯ୍ୟଜନକ ପାର୍ଟିର ଆୟୋଜନ କରିବେ । ସ୍ୱାସ୍ଥ୍ୟ ଭଲ ହେବ । ଖର୍ଚ୍ଚ ଏବଂ ବିନିଯୋଗ ବୃଦ୍ଧି ପାଇବ। ଆପଣ ଲୋକଙ୍କଠାରୁ ପ୍ରଶଂସା ପାଇବେ।

Read More