Author: Samikhsya Bureau

ନୂଆଦିଲ୍ଲୀ, ଆଜି ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ଦିନଟି ଭଲ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆପଣ ଯାହା ବି କଲେ ସେଥିରେ ଆପଣଙ୍କର ଭଲ ହେବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧିକାଂଶ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରାଯିବ। ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ। ସିଂହ, କନ୍ୟା, ତୂଳା, ଧନୁ ଏବଂ ମକର ରାଶି। ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇପାରେ। ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ । ପରୀକ୍ଷକମାନେ ଆଶା କରାଯାଉଥିବା ଫଳାଫଳ ପାଇବେ । ପରିବାର ସଦସ୍ୟଙ୍କ ସହିତ ସମୟ ବିତାଇବେ। ଆପଣ ବୁଲିବାକୁ କୌଣସି ସ୍ଥାନକୁ ଯାଇପାରିବେ । ଆପଣ ଏକ ବ୍ୟବସାୟ ଯାତ୍ରାକୁ ମଧ୍ୟ ଯାଇପାରିବେ, ଭ୍ରମଣ ଲାଭଦାୟକ ହେବ । କୌଣସି କାରଣରୁ ଅତିରିକ୍ତ ଖର୍ଚ୍ଚ ବହନ କରିବାକୁ ପଡିପାରେ ।

Read More

ବିଛା: – ଆଜି ଏକ ସାଧାରଣ ଦିନ ହେବ । ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯାହାର ଲାଭ ପରେ ମିଳିବ । କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସହିତ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ ସୁଖ ରହିବ । ଧନୁ : – ଆଜିକାଲି ଆପଣ ବହୁତ ଭଲ ଅନୁଭବ କରିବେ । ମାନସିକ ସ୍ତରରେ ସୁଖର ଅନୁଭବ ହେବ । ନୂତନ ସ୍ଥାନକୁ ଭ୍ରମଣରେ ଯିବେ । ସାଙ୍ଗମାନଙ୍କୁ ଉତ୍ସାହିତ ରଖିବେ । ପ୍ରତିଯୋଗିତାରୁ ଆଗରେ ରହିବେ । ମକର : – ଆଜି ଏକ ଭଲ ଦିନ ହେବ । ଆପଣଙ୍କର ସୁବିଧାରେ ବୃଦ୍ଧି ଘଟିବ । ଇଚ୍ଛିତ ଆଇଟମ୍ ପାଇବା ସମ୍ଭାବନା ଅଛି । ଅଫିସ୍ କଠିନ ପରିଶ୍ରମ ହେତୁ ପଦୋନ୍ନତି ପାଇପାରନ୍ତି। କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ଏବଂ ଆପଣଙ୍କ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ।

Read More

ହେମାଙ୍ଗ ପ୍ରସାଦ ରାଉଳ ଭୁବନେଶ୍ୱର/ବ୍ରହ୍ମପୁର: ଆଜି ୪ ଦଫା ଦାବି ନେଇ କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଧାରଣା ଦିଆଯିବା ସହ ଦାବି ପୂରଣ ପାଇଁ ମନ୍ତ୍ରୀଙ୍କ ବାସ ଭବନ ସମ୍ମୁଖରେ ଆଶାୟୀମାନେ ଧାରଣା ଦେଇଥିଲେ। ଆଶାୟୀମାନେ ଏକ୍‌ଜିଦ୍‌ରେ ମନ୍ତ୍ରୀ ସହ ସାକ୍ଷାତ କରି ନିର୍ଭର ପ୍ରତିଶ୍ରୁତି ପାଇଲା ପରେ ଧାରଣାରୁ ହଟିବେ ବୋଲି କହିଥିଲେ। କିନ୍ତୁ ଏହି ସମୟରେ କମିଶନରେଟ ପୋଲିସ୍ ପକ୍ଷରୁ ଶିକ୍ଷାମନ୍ତ୍ରୀ ସମୀର ଦାସଙ୍କ ବାସଭବନରୁ ଆଶାୟୀମାନଙ୍କୁ ଉଠାଇ ନିଆଯାଇଥିଲା। ପରେ ସେମାନଙ୍କୁ ପୁଣିଥରେ ଧାରଣାସ୍ଥଳ ପିଏମ୍‌ଜି ଛକ ନିକଟରେ ଛାଡ଼ି ଦିଆଯାଇଥିବା ସୂଚନା ମିଳିଛି। ଗତ ୧୪ ତାରିଖରୁ ପିଏମ୍‌ଜି ଛକ ନିକଟରେ ଆରମ୍ଭ ହୋଇଥିବା ଶାନ୍ତିପୂର୍ଣ୍ଣ ଧାରଣାରେ ବହୁ ଶିକ୍ଷକ ଆଶାୟୀ ଯୋଗଦେଇ ନିଜ ଦାବି ଜଣାଇଥିଲେ। କନିଷ୍ଠ ଶିକ୍ଷକ ସଂଘର ଦାବିଗୁଡ଼ିକ ମଧ୍ୟରେ ତୁରନ୍ତ କନିଷ୍ଠ ଶିକ୍ଷକ ନିଯୁକ୍ତି ନିମନ୍ତେ ବିଜ୍ଞପ୍ତି ପ୍ରକାଶ, ସରକାରୀ ସ୍କୁଲ ବନ୍ଦ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବୈଠକ ଡ଼କାଇ ନିଜସ୍ୱ ବିଭାଗ ଅଧିକାରୀଙ୍କୁ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଉତ୍ସର ସ୍ଥିତାବସ୍ଥା, ବେଆଇନ ମାଟିପୋଡ଼ା ଇଟାଭାଟି, ଚିମିନିଭାଟିର ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜିଲ୍ଲାସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତହସିଲ୍ ଗସ୍ତ କରି ବାଲି ସଇରାତ, ପଥର ଓ ମୋରୁମ ଖଦାନ, ଚିମିନି ଭାଟି ଓ ଉପରପୋଡ଼ା ଇଟାଭାଟିରେ ପହଞ୍ଚି ସରଜମିନ୍ ଅନୁଧ୍ୟାନ କରି ଜିଲ୍ଲାପାଳଙ୍‌କୁ ବିବରଣୀ ପ୍ରଦାନ କରୁଥିବାବେଳେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଅନ୍ୟ ଦୃଷ୍ଟିକୋରୁ ଗଂଜାମ ଜିଲ୍ଲା ଅନ୍ତର୍ଗତରେ ଥିବା ଲାଭାଜନକ ଲଘୁ ଖଣିଜ ଉତ୍ସରେ ଶାସକ ଦଳର ସଲାସୁତୁରାରେ ଅବୈଧ କାରବାର ହେଉଥିବା, ପୁଣି ନିର୍ଦ୍ଦିଷ୍ଟ କିଛି ତହସିଲ୍‌ଦାରଙ୍କ କାର୍ଯ୍ୟଶୈଳୀରେ ମାଫିଆ ଗୋଷ୍ଠୀଙ୍କ ନିଦ ହଜିଥିଲା ବେଳେ ପ୍ରଶାସନ ଚାପରେ ଥାଇ ପଦକ୍ଷେପ ବଦଳରେ ତହସିଲ୍‌ଦାରଙ୍କୁ ପରିବର୍ତ୍ତନ କରି ପଛଘୁଞ୍ଚା ଦେଉଥିବା ନଜରକୁ ଆସିଛି। ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବ୍ କଲେକ୍ଟରଙ୍କ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପ୍ରଶାସନ ପକ୍ଷରୁ ମତ୍ସ୍ୟଜୀବୀଙ୍କ ଡ଼ଙ୍ଗା ଓ ଜାଲକୁ ଅନ୍ୟତ୍ର ଜୋରଜବରଦସ୍ତ ଉଠାଇବାକୁ କହିବା ଏବଂ ମତ୍ସ୍ୟଜୀବୀଙ୍କ ପକ୍ଷରୁ ଉପସ୍ଥାପିତ କରାଯାଇଥିବା ବିଭିନ୍ନ ଦାବି ପ୍ରତି ପ୍ରଶାସନିକ ଅବହେଳା ନେଇ ଆଜି ଗୋପାଳପୁର ସମେତ ଆଖପାଖ ଅଂଚଳର ୧୨ ଖଣ୍ଡ ଗ୍ରାମର ଶତାଧିକ ମତ୍ସ୍ୟଜୀବୀ ସେମାନଙ୍କ ପରିବାରର ମହିଳା ଓ ଶିଶୁମାନଙ୍କୁ ନେଇ ଗୋପାଳପୁର ମୁଖ୍ୟରାସ୍ତାରେ ଟାୟାର ଜାଳି ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ଗୋପାଳପୁର ଓ ଚିକିଟି ବ୍ଲକ୍ ଅନ୍ତର୍ଗତ ସୁନାପୁର ବେଳାଭୂମିକୁ ବ୍ଲୁଫ୍ଲାର୍ଗ ବିଚର ମାନ୍ୟତା ଦିଆଯିବା ନିମନ୍ତେ ବେଳାଭୂମିର କିଛି ଅଂଶକୁ ଚିହ୍ନଟ କରାଯାଇଛି। ଏହା ମଧ୍ୟରେ ସରକାରଙ୍କ ପକ୍ଷରୁ ବନବିଭାଗକୁ ପାଣ୍ଠି ପ୍ରଦାନ ସହ ଅଳ୍ପ ଦିନ ମଧ୍ୟରେ ବେଳାଭୂମିରେ ବ୍ଲୁ ଫାର୍ଗ ବିଚ୍‌ର ମାନ୍ୟତା ପାଇବା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଏହାକୁ ଆଖି ଆଗରେ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରମ୍ଭା ଥାନା ଅନ୍ତର୍ଗତ ପାଣିବନ୍ଧ ଗ୍ରାମର ଚାଷୀ ସୁବାସ ମହାପାତ୍ର (୫୬) ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ସୁବାସ ପ୍ରତିିଦିନ ପରି ମଙ୍ଗଳବାର ଅପରାହ୍ନରେ ନିଜ ବିଲକୁ କାମ କରିବା ପାଇଁ ଯାଇଥିଲେ। ପାଣି ମଡ଼ାଇବା ପାଇଁ ଏଗାର କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିବାବେଳେ ତୁରନ୍ତ ତାଙ୍କୁ ଛତ୍ରପୁର ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। କିନ୍ତୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବରପାଇ ରମ୍ଭା ଏସ୍‌ଆଇ ସଂଗ୍ରାମ ଦେଉରୀ ପହଞ୍ଚି ଶବ ବ୍ୟବଚ୍ଛେଦ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଜାରି ରଖିଛନ୍ତି।

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର ପ୍ରସ୍ତାବକ୍ରମେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଓ ସୁରକ୍ଷା) ଆଇନ (ଜୁଭେନାଇଲ ଜଷ୍ଟିସ୍ ଆକ୍ଟ), ୨୦୧୫ରେ ସଂଶୋଧନକୁ ମଞ୍ଜୁରି ମିଳିଛି। ଏହାଫଳରେ ଶିଶୁଙ୍କ ଶ୍ରେଷ୍ଠ ହିତ ସାଧନ ସୁନିଶ୍ଚିତ କରିବା ଲାଗି ଶିଶୁ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଏହି ସଂଶୋଧନ ଫଳରେ ପୋଷ୍ୟ ସନ୍ତାନ ଗ୍ରହଣ ଲାଗି ଆଦେଶ ଜାରି କରିବାର ଅଧିକାର ଜିଲ୍ଲାପାଳଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳଙ୍କୁ ମିଳିପାରିବ। ଯାହାଦ୍ବାରା ମାମଲାଗୁଡ଼ିକର ତ୍ବରିତ ସମାଧାନ ସୁନିଶ୍ଚିତ ହେବା ସହିତ ଉତ୍ତରଦାୟିତ୍ବ ବୃଦ୍ଧି ପାଇବ। ଏହାଛଡ଼ା ଆଇନର ସୁଗମ କାର୍ଯ୍ୟକାରିତା ଏବଂ ଅସହାୟ ଅବସ୍ଥାରେ ଥିବା ଶିଶୁଙ୍କ ସପକ୍ଷରେ ସମନ୍ବିତ ପ୍ରୟାସ କରିବା ନିମନ୍ତେ ଜିଲ୍ଲାପାଳଙ୍କୁ ଏହି ଆଇନ ଅଧୀନରେ ଅତିରିକ୍ତ କ୍ଷମତା ପ୍ରଦାନ କରାଯାଇଛି। ଶିଶୁ କଲ୍ୟାଣ ସମିତି (ସିଡବ୍ଲୁସି) ସଦସ୍ୟମାନଙ୍କୁ ନିଯୁକ୍ତି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସଂଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ବାଣପୁର-ବାଲୁଗାଁ ବାଇପାସରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ସାଇକେଲ ଆରୋହୀ ପ୍ରାଣ ହରାଇଛନ୍ତି। ସୂଚନା ମୁତାବକ ବାଣପୁର ଥାନା ଅନ୍ତର୍ଗତ ମଠପଟଣା ଗ୍ରାମର ସନାତନ ପ୍ରଧାନ (୫୦) ଆଜି ସଂଧ୍ୟା ପାଖାପାଖି ୭ ଘଟିକା ସମୟରେ ବଜାର କାମ ସାରି ସାଇକେଲ ଯୋଗେ ବାଇପାସ ଦେଇ ନିଜ ଘରକୁ ଫେରୁଥିଲେ। ତେବେ ନିଜ ଗ୍ରାମ ମଠପଟଣାକୁ ରୋଡ଼ ଅତିକ୍ରମ କରି ଯାଉଥିବା ସମୟରେ ଭୁବନେଶ୍ୱର ଆଡୁ ଆସୁଥିବା ଏକ ଧଳା ରଙ୍ଗର ସ୍କର୍ପିଓ ଗାଡି (ଓଡ଼ି୦୨ଡ଼ି୧୩୭୨) ସନାତନଙ୍କୁ ଧକ୍କା ଦେଇଥିଲା ଫଳରେ ଘଟଣାସ୍ଥଳରେ ସନାତନଙ୍କ ପ୍ରାଣହାନି ଘଟିଥିଲା। ତେବେ ଦୁର୍ଘଟଣା ଘଟାଇ ଗାଡି ଚାଳକ ଫେରାର ହେଉଥିବା ବେଳେ ସରନଇ ବ୍ରିଜ ନିକଟରେ ସ୍ଥାନୀୟ ବାସିନ୍ଦାମାନେ ଗାଡିକୁ କାବୁ କରିଛନ୍ତି। ବର୍ତ୍ତମାନ ସ୍ଥାନୀୟ ଗ୍ରାମବାସୀମାନେ ମୃତକଙ୍କୁ କ୍ଷତିପୂରଣ ଦାବିରେ ଜାତୀୟ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୧, ଯାଜପୁରରୁ ୭, ବାଲେଶ୍ବରରୁ ୬, ବରଗଡରୁ ୬, କେନ୍ଦୁଝରରୁ ୬, ପୁରୀରୁ ୬, ଖୋର୍ଦ୍ଧାରୁ ୫, ମୟୂରଭଞ୍ଜରୁ ୫, କଟକରୁ ୪, ବୌଦ୍ଧରୁ ୩, ବଲାଙ୍ଗୀରିରୁ ୨, ଜଗତସିଂହପୁରରୁ ୨, ନୂଆପଡାରୁ ୨, ରାୟଗଡାରୁ ୨, ସମ୍ବଲପୁରରୁ ୨, ଅନୁଗୁଳରୁ ୧, ଭଦ୍ରକରୁ ୧, ଦେବଗଡରୁ ୧, ଢେଙ୍କାନାଳରୁ ୧, ଗଞ୍ଜାମରୁ ୧, ଝାରସୁଗୁଡାରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟ ପୁଲରୁ ଜଣେ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୭୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬…

Read More

ଭୁବନେଶ୍ବର, ଷୋଡଶ ଶତାଦ୍ଦୀରେ ନିର୍ମିତ ମା ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ ରାଜ୍ୟ ସରକାର Samaleswari Temple Area Management & Local Economy Initiatives (SAMALEI) ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇ ସମଲେଶ୍ବରୀଙ୍କ ପୀଠ ତଥା ଆଖପାଖର ୧୦୮ ଏକର ଜମିରେ ବିକାଶ କରାଯିବ। ଏହି ଯୋଜନାରେ ମାଙ୍କ ମନ୍ଦିରର ସୌନ୍ଦର‌୍ୟ୍ୟକରଣ, ସ୍ଥାନୀୟ ଲୋକଙ୍କ ଆର୍ଥିକ ବିକାଶ ତଥା ପର‌୍ୟ୍ୟଟକ ଓ ଭକ୍ତ ମାନଙ୍କ ପାଇଁ ଏକ ଅନନ୍ୟ ଅନୁଭୂତି ହେବା ଉଦ୍ଦେଶ୍ୟରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ। ସେଗୁଡିକ ମଧ୍ୟରେ ରହିଛି… ୧. ମା ଙ୍କ ମନ୍ଦିରର ସୁରକ୍ଷା ଓ ବିକାଶ ମାଙ୍କ ମନ୍ଦିର ଅଞ୍ଚଳ ୧୨ ଏକର ଜମି ଉପରେ ପ୍ରତିଷ୍ଠିତ । ତେଣୁ ଏଠାରୁ ଆସୁଥିବା ଭକ୍ତମାନେ ଯେଭଳି ସୁବିଧାରେ ମାଙ୍କର ଦର୍ଶନ କରିପାରିବେ, ସେଥିପାଇଁ ଧାଡି ପରିଚାଳନା ବ୍ୟବସ୍ଥା, ବିଭିନ୍ନ ଧାର୍ମିକ ଉତ୍ସବ…

Read More

ଭୁବନେଶ୍ୱର: ନିଜର ଅସାଧାରଣ ଦକ୍ଷତା ଓ ଦୃଢ ଇଚ୍ଛାଶକ୍ତି ପାଇଁ ସାରା ବିଶ୍ୱରେ ନାମ ଯୋଡ଼ିଛନ୍ତି ଜଣେ ଓଡ଼ିଆ ପୁଅ। ଓଡ଼ିଶାରେ ସାଇରାମ ଗାନ୍ଧୀ ନାମରେ ପରିଚିତ ମୋହନ ମହାପାତ୍ର ଖୁବ୍ କମ ବସୟରେ ଚର୍ଚ୍ଚାକୁ ଆସିଛନ୍ତି। ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ୱଚ୍ଛ ଭାରତ ଅଭିଯାନକୁ ସଫଳ କରିବା ପାଇଁ ସାରା ଦେଶରେ ପଦଯାତ୍ରା କରିଥିଲେ ସାଇରାମ ଗାନ୍ଧୀ ବା ମୋହନ ମହାପାତ୍ର। ତାଙ୍କ ଜୀବନୀକୁ ନେଇ ନିର୍ମିତ ହୋଇଛି ଚଳଚ୍ଚିତ୍ର ‘ସିଲ୍‌ଭର ଗାନ୍ଧି’। ଅବିନାଶ ନନ୍ଦଙ୍କ ନିର୍ଦ୍ଦେଶିତ ‘ସିଲ୍‌ଭର ଗାନ୍ଧି’ ଚଳଚ୍ଚିତ୍ରଟି ଜାତୀୟ ତଥା ଅନ୍ତର୍ଜାତୀୟସ୍ତରରେ ଗୋଟିଏ ପରେ ଗୋଟିଏ ପୁରସ୍କାର ଲାଭ କରିଚାଲିଛି ଏବଂ ଉଚ୍ଚ ପ୍ରଶଂସିତ ମଧ୍ୟ ହେବାରେ ଲାଗିଛି। ସର୍ବମୋଟ ୨୫ଟି ପୁରସ୍କାର ମିଳିବା ସହିତ ବିରଳ ରେକର୍ଡ଼ର ଅଧିକାରୀ ହୋଇପାରିଛି ସିଲଭର ଗାନ୍ଧି। ଶ୍ରୀ ନନ୍ଦଙ୍କ ଏହି ସଫଳତା ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୩୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ, ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । ସମସ୍ତ କାର୍ଯ୍ୟ ସହଜରେ ସମାପ୍ତ ହେବ, ଯାହା ନିଜ ଉପରେ ଆତ୍ମବିଶ୍ୱାସ ବଢାଇବ । ଅଂଶୀଦାର ପ୍ରୟାସରେ ଅଧିକ ସଫଳତାର ଲକ୍ଷଣ ଅଛି । ସମ୍ମାନ ପାଇ ବହୁତ ଖୁସି ହେବେ । କାର୍ଯ୍ୟ ବିସ୍ତାର ପାଇଁ ଏକ ନୂତନ ଯୋଜନା ଆରମ୍ଭ କରିପାରିବ । ଏହି ଦୁଇଟି ରାଶି ହେୁଛି ତୂଳା ଏବଂ ବିଛା ରାଶି। ଆପଣ କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରିବେ, ଯାହାର ଲାଭ ପରେ ମିଳିବ । କଠିନ ପରିଶ୍ରମ ଏବଂ ଉତ୍ସର୍ଗୀକୃତ ସହିତ ଆଗକୁ ବଢନ୍ତୁ । ପାରିବାରିକ ଜୀବନରେ ସୁଖ ରହିବ । ଛାତ୍ର ଏବଂ ବେକାରମାନେ ନୂତନ ନିଯୁକ୍ତି ସୁଯୋଗ ପାଇବେ । ଆର୍ଥିକ ପରିସ୍ଥିତି ଅତ୍ୟନ୍ତ କଠିନ ହେବ।

Read More

କର୍କଟ: – ଆଜି ଏକ ସାଧାରଣ ଦିନ ହେବ । ପରିବାର ବିଷୟରେ ଚିନ୍ତିତ ହେବେ । ଚିନ୍ତା ସହଜରେ ଦୂର କରାଯାଇପାରିବ । ବିନିଯୋଗ ଭଲ ଲାଭ ଆଣିପାରେ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ଆର୍ଥିକ ପ୍ରୟାସ ଭଲ ରହିବ । ଜୀବନଶୈଳୀ ସମ୍ବନ୍ଧୀୟ ଆଇଟମ୍ ପ୍ରତି ଏକ ବୃଦ୍ଧି ଧାରା ରହିବ । ଘରେ ସୁଖ ଏବଂ ସୌନ୍ଦର୍ଯ୍ୟ ବୃଦ୍ଧି ପାଇବ । ସିଂହ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଆର୍ଥିକ ଲାଭ ହେବ । ଆପଣ ଯାହା ବି କଲେ ସେଥିରେ ଆପଣଙ୍କର ଭଲ ହେବ । ଆପଣ ସାଙ୍ଗମାନଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । ଅଧିକାଂଶ କାର୍ଯ୍ୟାଳୟ ଏବଂ ବ୍ୟବସାୟିକ କାର୍ଯ୍ୟ ପରିଚାଳନା କରାଯିବ। ଅଧିକାରୀଙ୍କ ସମ୍ପୂର୍ଣ୍ଣ ସହଯୋଗ ହେବ। ମାର୍ଗ ମଧ୍ୟ ପ୍ରସ୍ତୁତ କରାଯାଇପାରେ। କନ୍ୟା: – ଆଜି ଶୁଭ ଫଳପ୍ରଦ ଦିନ ହେବ ।…

Read More

ଭୁବନେଶ୍ୱର: କଳିଙ୍ଗ ଆନ୍ତର୍ଜାତୀୟ ଯୁବ ପ୍ରତିଷ୍ଠାନ (କେୱାଇଏଫ) ଭୁବନେଶ୍ୱରରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ପର୍ଯ୍ୟଟନସ୍ଥଳ ଭାବରେ ଓଡ଼ିଶାକୁ ପ୍ରତିଷ୍ଠା; ଆହ୍ୱାନ ଏବଂ ସୁଯୋଗ ନାମରେ ଏକ ଆନ୍ତର୍ଜାତୀୟ ୱେବିନାର ଆୟୋଜନ କରିଛି। ବିଶ୍ୱସ୍ତରରେ ‘ଓଡ଼ିଶା ପର୍ଯ୍ୟଟନ’କୁ ପ୍ରୋତ୍ସାହିତ କରିବା ପାଇଁ କେୱାଇଏଫ ଦ୍ୱାରା ଏହା ଏକ ଅଭିନବ ପ୍ରୟାସ ଥିଲା। ସମଗ୍ର ବିଶ୍ୱର ପର୍ଯ୍ୟଟନ ଏବଂ ଆତିଥ୍ୟ ଶିଳ୍ପରୁ ବିଶିଷ୍ଟ ବ୍ୟକ୍ତିମାନେ ଅତିଥି ଓ ବକ୍ତା ଭାବରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପ୍ରୟାସକୁ ଆହୁରି ମଜଭୁତ କରିବା ପାଇଁ ତଥା ଓଡ଼ିଶା ପର୍ଯ୍ୟଟନକୁ ଆହୁରି ଆକର୍ଷିତ କରିବାର ସୁଯୋଗକୁ କିପରି ଉପଯୋଗ କରାଯାଇ ପାରିବ ସେ ନେଇ ସେମାନେ ଗଠନମୂଳକ ପ୍ରସ୍ତାବମାନ ପ୍ରଦାନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଥାଇଲାଣ୍ଡ ପର୍ଯ୍ୟଟନ ପରିଷଦ ଓ ଇଣ୍ଡୋଥାଇ ଚାମ୍ବର୍ସ ଅଫ କମର୍ସର ଉପାଧ୍ୟକ୍ଷା ସମସଙ୍ଗ ପାସାପିମୁଖ୍‌, ସ୍ୱତନ୍ତ୍ର ଅତିଥି ଭାବେ ଇଣ୍ଡୋନେସିଆ ପର୍ଯ୍ୟଟନ ପ୍ରୋତ୍ସାହନ ବୋର୍ଡ଼ର ଅଧ୍ୟକ୍ଷ ଅର୍ଗୁସ…

Read More

ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧ ଅନ୍ତିମ ଦୁଇଟି ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ଦଳରେ କୌଣସି ବଡ଼ ଧରଣର ଅଦଳବଦଳ କରାଯାଇ ନାହିଁ। କେବଳ ଶାର୍ଦ୍ଦୁଳ ଠାକୁରଙ୍କ ସ୍ଥାନରେ ଦୃତ ବୋଲର ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇଛି। ଭାରତୀୟ ଦଳ‌: ବିରାଟ କୋହଲି (ଅଧିନାୟକ), ଆଜିଙ୍କ୍ୟ ରାହାଣେ (ଉପଅଧିନାୟକ), ରୋହିତ ଶର୍ମା,  ଶୁଭମାନ ଗିଲ୍‌, ଚେତେଶ୍ଵର ପୂଜାରା, କେ.ଏଲ. ରାହୁଲ, ମୟଙ୍କ ଅଗ୍ରୱାଲ, ହାର୍ଦ୍ଦିକ ପାଣ୍ଡ୍ୟା, ଋଷଭ ପନ୍ତ (ଉଇକେଟ୍‌ କିପର), ରିଦ୍ଧିମାନ ଶାହ (ଉଇକେଟ୍‌ କିପର), ଆର. ଅଶ୍ଵିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ୱାଶିଂଟନ ସୁନ୍ଦର, ଇଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଏବଂ ମହମ୍ମଦ ସିରାଜ। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ତୃତୀୟ ଦିବାରାତ୍ର ମ୍ୟାଚଟି ଆରମ୍ଭ ହେବ।

Read More

କନ୍ଦର୍ପ ବେହେରା ରେଢାଖୋଲ: ଆଜି ଦିନ ବେଳେ ଜନସେବା କେନ୍ଦ୍ର କର୍ମଚାରୀଙ୍କ ଠାରୁ ୮୦ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଆଜି ସକାଳ ପ୍ରାୟ ୧୦ ଟାରେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଭୂଜାଲୀ ଦେଖାଇ ଲୁଟ୍ କରିଥିବା ଅଭିଯୋଗ ହୋଇଛି। ସମ୍ବଲପୁର ଜିଲ୍ଲା ରେଢାଖୋଲ ଥାନା ଚୁପକା-ତ୍ରିବଣପୁର ରାସ୍ତାରେ ଏଭଳି ଏକ ଅଭାବନୀୟ ଘଟନା ଘାଟିଯାଇଛି। ପ୍ରକାଶ ଯେ, ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତ ଅନ୍ତର୍ଗତ ଚୁପକା ଗ୍ରାମର ଜିତେନ୍ଦ୍ର କୁମାର ସାମଲ ନାମକ ବ୍ୟକ୍ତି ତ୍ରିବଣପୁର ଗ୍ରାମ ଠାରେ ଥିବା ସେଂଟ୍ରାଲ୍ ବ୍ୟାଙ୍କର ଏକ ସହଜ ଜନ ସେବା କେନ୍ଦ୍ରରେ କାମ କରୁଛନ୍ତି। ସବୁ ଦିନ ପରି ସେ ଦିନ ମଧ୍ୟ ଜିତେନ୍ଦ୍ର ନିଜ ଗ୍ରାମ ଚୁପକା ଗ୍ରାମରୁ ବୁଧବାର ସକାଳ ପ୍ରାୟ ୧୦ ଟା ୩୦ ରେ  ବାହାରି  ବାଇକରେ  ତ୍ରିବଣପୁର ଯାଉଥିଲେ। ବାଇକରେ ଯାଉଥିବା ବେଳେ ରାସ୍ତାର କୁମ୍ଭାରମୁଣ୍ଡା ନିକଟରେ ଏକ କଳା…

Read More

ଭୁବନେଶ୍ୱର: ଦେଶରେ ଦକ୍ଷିଣ ଆଫ୍ରିକାର ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି। ତେବେ ଏହି ନୂଆ ଷ୍ଟ୍ରେନ ଯୋଗୁଁ ସାରା ଦେଶ ଏବେ ଭୟଭୀତ ଅବସ୍ଥାରେ ଅଛି। କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ଏନେଇ ସତର୍କ ରହିଥିବା ବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସଜାଗ ରହିଛି। ହେଲେ ଓଡିଶାରେ ଦକ୍ଷିଣ ଆଫ୍ରିକା ଭୂତାଣୁ ଚିହ୍ନଟ ହୋଇ ନଥିବା ଏକ ଭଲ ଖବର ଶୁଣିବାକୁ ମିଳିଛି। ଓଡିଶା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜମ ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବ୍ରିଟେନ ଷ୍ଟ୍ରେନ ମଧ୍ୟ ଅନେକ ଦେଶକୁ ବ୍ୟାପୀଥିଲା। ଏହି ଷ୍ଟ୍ରେନରେ ସଂକ୍ରମଣ ପରିମାଣ ଅଧିକ ଥିଲେ ବି ଆମର ସଠିକ ପଦକ୍ଷେପ ଯୋଗୁଁ ଏହା ବ୍ୟାପୀ ନଥିଲା। ସେହି ପରି ଦକ୍ଷିଣ ଆଫ୍ରିକା ଷ୍ଟ୍ରେନ୍ କରୋନା ଭୂତାଣୁର ଆଉ ଏକ ରୂପ। ଏଥିରେ କୋଭିଡ୍ ଟିକା କାମ କରିବ ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଅପରପକ୍ଷେ କେନ୍ଦ୍ର ସରକାର ସବୁ ରାଜ୍ୟର…

Read More

ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଆଜି ବିଧାନସଭାର କନଫରେନ୍ସ ହଲରେ ଏନେଇ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତିଙ୍କ ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବାଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅଧିବେଶନ ଲାଗି ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା। ଚଳିତ ଅଧିବେଶନରେ ପ୍ରଶ୍ନକାଳ ଓ ଶୂନ୍ୟ କାଳ ରହିବ। ମୁଲତବୀ ପ୍ରସ୍ତାବ ଆଲୋଚନା ଦେଢ଼ ଘଣ୍ଟା ଚାଲିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ପୂର୍ବ ପରି ଗୃହ କାର୍ଯ୍ୟ ଦୈନିକ ସାଢେ ୪ଘଣ୍ଟା ଚାଲିବ। ପ୍ରଥମ ପର୍ଯ୍ୟାୟ ୧୦ଟା ୩୦ରୁ ଅପରାହ୍ଣ ୧ ଟାଏ ପର୍ଯ୍ୟନ୍ତ ଚାଲିବ। ଏବଂ ଦ୍ୱିତୀୟ ପର୍ଯ୍ୟାୟ ଅପରାହ୍ନ ୪ଟାରୁ ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଚାଲିବ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୬ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୬ ହଜାର ୩୯୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୭୦୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୩୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୧୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୭ ଟି ଜିଲ୍ଲାରୁ ମୋଟ୍‌ ୭୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୧, ସମ୍ବଲପୁର ଜିଲ୍ଲାରୁ ୯, ପୁରୀ ଜିଲ୍ଲାରୁ ୨, ଅନୁଗୁଳ ଜିଲ୍ଲାରୁ ୮, ବାଲେଶ୍ଵର ଜିଲ୍ଲାରୁ ୪…

Read More

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ କନ୍‍ଫରେନ୍ସିଂ ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବହରାଇଚରେ ମହାରାଜା ସୁହେଲ ଦେବ ସ୍ମାରକ ଏବଂ ଚିତ୍ତୌରା ହ୍ରଦ ବିକାଶର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ଅବସରରେ ମହାରାଜା ସୁଢଲ ଦେବଙ୍କ ନାମରେ ନାମିତ ମେଡିକାଲ କଲେଜ ଭବନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଉପନିବେଶବାଦୀ ଶକ୍ତି ଦ୍ୱାରା ଭାରତୀୟ ଇତିହାସ କେବଳ ରଚନା ହୋଇନାହିଁ; ବିଦେଶୀ ଶାସନ ପ୍ରତି ଅନୁରକ୍ତ ଓ ସମଭାବାପନ୍ନ ବ୍ୟକ୍ତିବିଶେଷଙ୍କ ଦ୍ୱାରା ମଧ୍ୟ ଏହା ଲିଖିତ ହୋଇଛି। ଭାରତର ଇତିହାସ ଲୋକଙ୍କ ଦ୍ୱାରା ପ୍ରତିପାଳିତ ହୋଇଛି ଏବଂ ଲୋକକଥାରେ ଏହା ପିଢି ପରେ ପିଢି ଆଗକୁ ବଢିଛି। ଯେଉଁମାନେ ଭାରତ ଓ ଭାରତୀୟତା ପାଇଁ ନିଜର ସବୁ କିଛି ତ୍ୟାଗ କରିଥିଲେ ସେମାନଙ୍କୁ ଦେଶର ଇତିହାସରେ ଉପଯୁକ୍ତ ଗୁରୁତ୍ୱ ଦିଆଯାଇନାହିଁ;…

Read More