ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବେନିୟମ ଏବଂ କମିଶନ ହିସାବରେ ଟ୍ରେନ ଟିକଟ କାରବାର କରି ଆଜି ବ୍ରହ୍ମପୁର ଜଣେ ଯୁବକ ଆର୍ପିଏଫ୍ ହାତରେ ଧରାପଡ଼ି ଗିରଫ ହୋଇଛି। ଯୁବକ ଜଣକ ହେଲେ କୁଠାରୀ ମନ୍ଦିର ସାହିର ଲକ୍ଷ୍ମୀ ସଦେଇ। ଘଟଣାରୁ ପ୍ରକାଶ ଯେ, ଲକ୍ଷ୍ମୀ ବେନିୟମ ଭାବେ ଟ୍ରେନ ଟିକଟ ସଂରକ୍ଷଣ ଏବଂ ବିକ୍ରୀ କରୁଥିବା ନେଇ ଆର୍ପିଏଫ୍ ଖବର ପାଇ ଆଜି ଚଢ଼ାଉ କରିଥିଲା। ସେଠାରୁ ବେନିୟମ ଭାବେ ରେଲୱେ ଆଇଡ଼ିରେ ୧୦ଟି ବିଭିନ୍ନ ବ୍ୟକ୍ତିଙ୍କ ନାମରେ ବୁକିଂ କରାଯାଇପାରୁଥିବା ଆଇଡ଼ି ଥିବା ଦେଖିବାକୁ ମିଳିଥିଲା। ଲକ୍ଷ୍ମୀ ନିକଟରୁ ୯ଟି ଆଗାମୀ ଦିନର ସଂରକ୍ଷଣ ଟିକଟ ଯାହାର ମୂଲ୍ୟ ୬୮୨୮.୫୨ ଟଙ୍କା ଏବଂ ୪୦ଟି ପୂର୍ବରୁ ବ୍ୟବହାର ହୋଇଥିବା ସଂରକ୍ଷଣ ଟିକେଟ ଯାହାର ମୂଲ୍ୟ ୨୭ ହଜାର ୯୪୪ ଟଙ୍କାର ଟିକଟ ଜବତ ହୋଇଥିଲା। ଚଢ଼ାଉରେ ସବ୍ ଇନିସ୍ପେକ୍ଟର ସିକେ ତିୱାରୀ ଏବଂ ଆର୍ପିଏଫ୍ର ଅନ୍ୟାନ୍ୟ ଅଧିକାରୀମାନେ ସାମିଲ…
Author: Samikhsya Bureau
ନୂଆଦିଲ୍ଲୀ: ୨୩ ବର୍ଷିୟା ମାନସା ବାରଣଶୀ ଭିଏଲସିସି ଫେମିନା ମିସ ଇଣ୍ଡିଆ ୨୦୨୦ର ବିଜେତା ହୋଇଛନ୍ତି। ଫେମିନା ମିସ ଇଣ୍ଡିଆର ଅଫିସିଆଲ ଇନଷ୍ଟଗ୍ରାମ ଆକାଉଣ୍ଟରେ ବିଏଲସିସି ଶ୍ରେଷ୍ଠ ୩ ଜଣଙ୍କ ନାମ ଘୋଷଣା କରିଛି। ୧୦ ଫେବୃୟାରୀରେ ଆୟୋଜିତ ହୋଇଥିବା ଫେମିନା ମିସ ଇଣ୍ଡିଆ ୨୦୨୦ର ଗ୍ରାଣ୍ଡ ଫିନାଲେରେ ତେଲଙ୍ଗନାର ମାନସା ବିଜେତା ହୋଇଥିବା ବେଳେ ମାନ୍ୟା ସିଂହ ଦ୍ଵିତୀୟ ଏବଂ ମନିକା ଶିୟୋକାଣ୍ଡ ତୃତୀୟ ଉପବିଜେତା ହୋଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୯୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୦୮ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୭୧ ହଜାର ୨୯୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୫ ହଜାର ୩୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୭୩ ହଜାର ୩୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୪୨ ହଜାର ୫୬୨ ଆକ୍ଟିଭ୍ କେସ୍ ରହିଛି।
ବଲାଙ୍ଗୀର: ଭିଜିଲାନ୍ସ ପକ୍ଷରୁ ବଲାଙ୍ଗୀର ବନ ବିଭାଗର ଡେପୁଟି ରେଞ୍ଜରଙ୍କ ଘରେ ଚଢାଉ କରାଯାଉଛି। ଡେପୁଟି ରେଞ୍ଜର କେଶବ କିଶୋର ନାୟକଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ୫ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି। ବଲାଙ୍ଗିର ସାଗରପଡା ବାସଭବନ, ଇନ୍ଦିରାନଗର, ଗୁପ୍ତେଶ୍ବର ନଗର, ରେଞ୍ଜ କାର୍ୟ୍ୟାଳୟ ସମେତ ସୋନପୁର ମଝିପଡା ପେତୃକ ବାସଭବନରେ ଚଢାଉ କରାଯାଉଛି।
ନୂଆଦିଲ୍ଲୀ, ଜନ୍ମଦିନର ଶୁଭେଚ୍ଛା ସହିତ ଆମର ଏହି ବିଶେଷ ଉପସ୍ଥାପନାକୁ ସ୍ୱାଗତ । ଯେଉଁମାନଙ୍କର ଜନ୍ମଦିନ ଆଜି 11 ତାରିଖରେ ଅଛି ସେମାନଙ୍କ ପାଇଁ ଏଠାରେ ସୂଚନା ଅଛି: 11 ତାରିଖରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଅଙ୍କ 2 ରହିବ । ଏହା ଚନ୍ଦ୍ର ଗ୍ରହ ଦ୍ୱାରା ପରିଚାଳିତ। ଚନ୍ଦ୍ର ଗ୍ରହ ମନ ଉପରେ ପ୍ରଭାବ ପକାଇଥାଏ। ତୁମେ ବହୁତ ଭାବପ୍ରବଣ ସ୍ବାଭାବର। ଆପଣ ପ୍ରକୃତି ଦ୍ୱାରା ମଧ୍ୟ ସନ୍ଦେହୀ ଅଟନ୍ତି । ଅନ୍ୟମାନଙ୍କ ଦୁଃଖ ଏବଂ ଯନ୍ତ୍ରଣାରେ ବିରକ୍ତ ହେବା ତୁମର ଦୁର୍ବଳତା। ଚନ୍ଦ୍ର ଗ୍ରହ ଏକ ମହିଳା ଗ୍ରହ ଭାବରେ ପରିଗଣିତ ହୁଏ । ତେଣୁ, ତୁମେ ବହୁତ ନମନୀୟ, ଭଦ୍ର ସହିତ ଗର୍ବ କର ନାହିଁ। ଚନ୍ଦ୍ର ପରି ମଧ୍ୟ ତୁମର ପ୍ରକୃତିରେ ଉତ୍ଥାନ-ପତନ ଅଛି । ଯଦି ତୁମେ ତରତର ସ୍ବଭାବ ତ୍ୟାଗ କର, ତେବେ ତୁମେ ଜୀବନରେ ବହୁତ ସଫଳ ହେବ। ତୁମେ ମାନସିକ…
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ବିବାହ ଜଣେ ବ୍ୟକ୍ତିଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ରୀତି ଭାବରେ ବିବେଚନା କରାଯାଏ। ଭାରତରେ ବିବାହ ସ୍ଥିର ହେବା ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ବିବାହ ପୂର୍ବରୁ ବର ଏବଂ କନ୍ୟାର ରାଶିଫଳ ମେଳଣ ଅତ୍ୟନ୍ତ ଜରୁରୀ ଅଟେ। ବିଶ୍ବାସ କରାଯାଏ ଯେ ଯଦି ବର ଏବଂ କନ୍ୟାର ରାଶିଫଳ ମେଳକ ନ ହୁଏ କିମ୍ବା ସେମାନଙ୍କର ଗୁଣ ନ ମିଳେ, ତେବେ ସେମାନେ ଜୀବନରେ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ, ଯୋଗ, ନକ୍ଷତ୍ର, ରାଶି ଉପରେ ଆଧାର କରି ବର ଏବଂ କନ୍ୟାର ରାଶିଫଳ ମେଳକ ହୁଏ। ଯଦି ବର ଏବଂ କନ୍ୟା ଯଥେଷ୍ଟ ଗୁଣ ପ୍ରାପ୍ତ କରୁଛନ୍ତି, ତେବେ ବିବାହ ତାରିଖ ଏବଂ ମୁହୂର୍ତା ସ୍ଥିର ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ବିବାହ ଶୁଭ ତାରିଖ ଏବଂ ଶୁଭ ସମୟରେ…
ମେଷ ରାଶି- ଆଜି ଧାଁ ଧପଡ ଅଧିକ ହେବ। ଖରାପ ଖବର ମିଳିପାରେ । କଥାଭାଷାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ବକ୍ତବ୍ୟରେ ସଂଯମତା ରଖନ୍ତୁ । ବୃଷ ରାଶି- କଠିନ ପରିଶ୍ରମ କଲେ ସଫଳ ହେବେ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ। ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ । ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ…
ନୂଆଦିଲ୍ଲୀ, କୌଣସି କାମ ପାଇଁ ଘର ବାହାରେ ପଚରାଉଚରା କରିବେ । ଆପଣଙ୍କ ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ, ଚେଷ୍ଟା ଜାରି ରଖନ୍ତୁ । ଖୁସି ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ । ଏହି ତିନୋଟି ରାଶି ହେଲା ତୂଳା, ମକର ଏବଂ କୁମ୍ଭ ରାଶି। ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ । ବ୍ୟବସାୟ ଭଲ କରିବ । ଚିନ୍ତିତ ହେବେ । ଲଜ୍ଜିତ ହୁଅନ୍ତୁ ନାହିଁ । ସମସ୍ୟାର ମୁକାବିଲା କରି ଆପଣ ଲକ୍ଷ୍ୟ ହାସଲ କରିବାକୁ ସମର୍ଥ ହେବେ । ଶିକ୍ଷା ଏବଂ ଜ୍ଞାନ ବୃଦ୍ଧି ପାଇବ । ଅସମାପ୍ତ କାର୍ଯ୍ୟଗୁଡ଼ିକ ସମାପ୍ତି ହେବ । ସମ୍ପତ୍ତି କାର୍ଯ୍ୟ ପାଇଁ ଉପକୃତ ହେବେ । ଶତ୍ରୁମାନେ ପରାସ୍ତ ହେବେ। ବେକାରୀ ଦୂର ହେବ । ଭ୍ରମଣ, ଚାକିରି ଏବଂ ବିନିଯୋଗ ଲାଭଦାୟକ ହେବ । ବ୍ୟବସାୟରେ କର୍ମଚାରୀମାନଙ୍କୁ ଅଧିକ ବିଶ୍ୱାସ…
ନୂଆଦିଲ୍ଲୀ, ଆଜି ଏହି ଦୁଇ ରାଶିର ବ୍ୟକ୍ତିମାନେ ଶିଘ୍ର କୌଣସି ନିଷ୍ପତି ନିଅନ୍ତୁ ନାହିଁ। କାରଣ ଏହା ଦ୍ବାରା କ୍ଷତି ହେବାର ସମ୍ଭାବନା ରହିଛି। ଆପଣ୍ହକର ଅପଚୟ ଖର୍ଚ୍ଚ ହେବ । ଶାରୀରିକ କଷ୍ଟ ସମ୍ଭବ । ଅନ୍ୟମାନଙ୍କୁ ବିଶ୍ୱାସ କରନ୍ତୁ ନାହିଁ । ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ । ସାମାଜିକ ପ୍ରତିବଦ୍ଧତା ଏବଂ ଧର୍ଯ୍ୟ ମନୋଭାବ ଜୀବନରେ ଆନନ୍ଦ ଆଣିଦେବ । ସ୍ଥାୟୀ ସମ୍ପତ୍ତି ବୃଦ୍ଧି ପାଇବ । ଏହି ଦୁଇଟି ରାଶି ହେଲା ସିଂହ ଏବଂ ଧନୁ ରାଶି। ଆପଣମାନେ ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଅସଂଗଠିତତା କ୍ଷତି ଘଟାଇବ । ଆୟ କମ୍ ହେବ। ନୂତନ ସମ୍ପର୍କ ଲାଭଦାୟକ ପ୍ରମାଣିତ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତାର ଏକ ବିଶେଷ ସୁଯୋଗ ଅଛି ।
ନୂଆଦିଲ୍ଲୀ, ଆଜି ଧାଁ ଧପଡ ଅଧିକ ହେବ | ଖରାପ ଖବର ମିଳିପାରେ । କଥାବାର୍ତ୍ତାରେ ନିୟନ୍ତ୍ରଣ ରଖନ୍ତୁ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ସମାଜରେ ଆପଣ କାର୍ଯ୍ୟକଳାପକୁ ସମାଲୋଚନା କରାଯିବ । ସେଠାରେ ରାଜ୍ୟ ସମର୍ଥନ ରହିବ ଏବଂ ଏହି ଅଞ୍ଚଳର ଲୋକଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ । ଏହି ଦୁଇଟି ରାଶି ହେଲା ମେଷ ଏବଂ ବୃଷ ରାଶି। ଏମାନେ କଠିନ ପରିଶ୍ରମ କଲେ ସଫଳ ହେବେ । ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ । ଲାଭ ସୁଯୋଗ ଆସିବ । ଅପବ୍ୟବହାର ହୋଇଥିବା ଅର୍ଥ ମିଳିବ । ଛାତ୍ରମାନେ ପ୍ରତିଯୋଗିତାରେ ସଫଳତା ପାଇବେ ।
ନୂଆଦିଲ୍ଲୀ, ବୁଡିଯାଇଥିବା ଟଙ୍କା ମିଳିବ । ବ୍ୟବସାୟ ଭଲ କରିବ । ବ୍ୟବସାୟ ଯାତ୍ରା ସଫଳ ହେବ । ଖୁସି ହେବେ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ । ପିଲାମାନଙ୍କଠାରୁ ଭଲ ଖବର ଆସିବ । ଏହି ତିନୋଟି ରାଶି ହେଉଛି କନ୍ୟା, ବିଛା, ଏବଂ ମୀନ । ରାଜ ବାଧା ଦୂର ହେବ। ପ୍ରାର୍ଥନା କରିବାକୁ ମନ ହେବ। ବ୍ୟବସାୟ ଭଲ କରିବ । ବିନିଯୋଗ ଶୁଭ ହେବ । ଖୁସି ହେବେ । ଜିନିଷକୁ ସୁରକ୍ଷିତ ରଖନ୍ତୁ । ଭ୍ରମଣ ଚିତ୍ତାକର୍ଷକ ହେବ । ସୃଜନଶୀଳ କାର୍ଯ୍ୟ ସଫଳ ହେବେ । ଆୟରେ ଅଧିକ ଖର୍ଚ୍ଚ ମନୋବଳକୁ ନେଇପାରେ ।
ମିଥୁନ ରାଶି- ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବେ । ଆପଣ ଉତ୍ସାହଜନକ ସୂଚନା ପାଇବେ । ଗର୍ବିତ ହେବେ । ଚାକିରିରେ ଇଚ୍ଛାକୃତ ପଦୋନ୍ନତି ପାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କର୍କଟ ରାଶି- ଭ୍ରମଣ ଯୋଗ ରହିଛି। ଚାକିରୀ ଅନୁକୂଳ ହେବ । ଅପ୍ରତ୍ୟାଶିତ ଲାଭ ହୋଇପାରେ । ବିପଦ ପୂର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ଆଜି ଖୁସି ରହିବେ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ ।
ଭୁବନେଶ୍ବର, ଜାତୀୟ ସ୍ମାରକୀ ପ୍ରାଧିକରଣ ( ନ୍ୟାସନାଲ୍ ମନୁମେଣ୍ଟ ଅଥରିଟି) ଜାରି କରିଥିବା ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ବ୍ରହ୍ମେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ପକ୍ଷରୁ ଅନଲାଇନ ଯୋଗେ ଚିଠି କରାଯାଇଛି। ମନ୍ଦିର ଟ୍ରଷ୍ଟି ମଳୟ କୁମାର ମହାପାତ୍ର ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟ ଶାସନ ସଚିବ, କେନ୍ଦ୍ର ସଂସ୍କୃତିମନ୍ତ୍ରୀ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ଏଏସଆଇର ମଣ୍ଡଳ ଅଧିକ୍ଷକଙ୍କୁ ଏନଏମଏର ବାଇ ଲ’ ପ୍ରତ୍ୟାହୃତ ପାଇଁ ଦାବି କରି ଚିଠି କରାଯାଇଛି। ଏହା ପ୍ରତ୍ୟାହୁତ ହେଲେ ଅଗଣିତ ସେବାୟତ ପରିବାର ଓ ମନ୍ଦିର ନିକଟରେ ଜମି କିଣିଥିବା ସାଧାରଣ ଲୋକ ଉପକୃତ ହେବେ ବୋଲି ସେ କହିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ସନ୍ତାନ ସନ୍ତତି ନ ହେବାରୁ ଏବଂ ଯୌତୁକ ନ ଆଣିବାରୁ ବୋହୁକୁ ପେଟ୍ରୋଲ ଢାଳି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ମାଧପୁର ଗ୍ରାମର କୃଷ୍ନ ବେହେରାଙ୍କ ଝିଅ ରେଢାଖୋଲ ଥାନା ତ୍ରିବଣପୁର ପଂଚାୟତର ଗୋବିନ୍ଦପୁର ଗ୍ରାମରେ ଶିବ ବେହେରାଙ୍କ ପୁତ୍ର ବସନ୍ତ ବେହେରାଙ୍କ ସହିତ ଗତ ତା ୧୯/୪/୨୦୧୭ ରେ ବିବାହ ହୋଇଥିଲା। ହେଲେ ବିବାହ ସମୟରେ ଜ୍ୱାଇଁ ଘର ତରଫରୁ ଯୌତୁକ ବାବଦରେ ସମସ୍ତ ପ୍ରକାର ଜିନଷ କନ୍ୟାପକ୍ଷ ଦେଇଥିଲେ। କିନ୍ତୁ ବିବାହ ପରେ ଝିଅର ସ୍ୱାମୀ, ଶାଶୁ ଭୁମି ବେହେରା ନଣନ୍ଦ ନମିତା ବେହେରା ବୋହୁ ରୁନୁଙ୍କୁ ଯୌତୁକ ବାବଦରେ ତାଙ୍କ ଘରୁ ଏକ ବାଇକ୍ ଆଣିିବାକୁ ଅଡି ବସିଥିଲେ। ଏପରିକି ଗାଡି ନ ଆଣିବାରୁ ବୋହୂ ରୁନୁକୁ ବାରମ୍ବାର ମାଡପିଟ କରୁଥିଲେ। ଝିଅର ବାପା ଦାବୀ ମୂତାବକ ଏକ ମୋଟରସାଇକେଲ୍ ମଧ୍ୟ ଦେଇଥିଲେ। ଏତିକିରେ ନିର୍ଯ୍ୟାତନା ସରି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ସମସ୍ତ ଆକ୍ରାନ୍ତ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୯୨୧ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୫୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୩, ସୁନ୍ଦରଗଡରୁ ୧୦, ବାଲେଶ୍ବରରୁ ୭, ବରଗଡରୁ ୫, ଝାରସୁଗୁଡ଼ାରୁ ୫, ନୂଆପଡ଼ାରୁ ୫, ସମ୍ବଲପୁରରୁ ୫, କଟକରୁ ୪, ପୁରୀରୁ ୪, ସୋନପୁରରୁ ୪, ରାୟଗଡ଼ାରୁ ୩, ଗଞ୍ଜାମରୁ ୨, ମୟୂରଭଞ୍ଜରୁ ୨, ଯାଜପୁରରୁ ୨, ଅନୁଗୁଳରୁ ୧, ବଲାଙ୍ଗୀରିରୁ ୧, ଦେବଗଡ଼ରୁ ୧, ଜଗତସିଂହପୁରରୁ ୧, କଳାହାଣ୍ଡିରୁ ୧, କେନ୍ଦ୍ରାପଡ଼ାରୁ ୧, କେନ୍ଦୁଝରରୁ ୧ ଏବଂ ଷ୍ଟେଟ ପୁଲରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୩ ହଜାର ୨୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୮୯ କୁ ବୃଦ୍ଧି ହୋଇଛି।…
ଭୁବନେଶ୍ବର: ମନ୍ତ୍ରୀ ଅଶୋକ ପଣ୍ଡା ଟୁଇଟ ଯୋଗେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ସମାଲୋଚନା କରିଛନ୍ତି। ସେ ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍ଏମ୍ଏ ଅଧିନିୟମ ପ୍ରସଙ୍ଗରେ ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି। ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ ମନ୍ତ୍ରୀ ଅଶୋକ ପଣ୍ଡା ଏନେଇ ନିଜର ଟୁଇଟର ଆକାଉଣ୍ଟରେ ଲେଖି ସାଂସଦ ଅପରାଜିତାଙ୍କୁ ଟାର୍ଗେଟ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ରୋଟାରୀ କ୍ଳବ୍ ସହାୟତାରେ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ପକ୍ଷରୁ ଏକ ରକ୍ତଦାନ ଶିବିର ରୋଟାରୀ କ୍ଳବ୍ ଇଷ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉପଦେଷ୍ଟା ମମତା ଚୌଧୁରୀ ଏବଂ ଅନ୍ୟାନ୍ୟ ସଦସ୍ୟ ଯଥା ମିନାକ୍ଷୀ ଲାଥ, ପୁଷ୍ପା ଜଅର, ରୁବି ଖେମୁଣ୍ଡି ରଜନି ଶର୍ମା ପ୍ରମୁଖଙ୍କ ସହ ସେମାନଙ୍କ ପୁଅ ଏବଂ ସ୍ୱାମୀମାନେ ରକ୍ତଦାନ କରିଥିଲେ। ସମୁଦାୟ ୩୨ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଏନେଇ ଅଖିଳ ଭାରତୀୟ ମାରୱାଡ଼ି ମହିଳା ସମିତି ବ୍ରହ୍ମପୁର ଶାଖାର ସଂପାଦିକା ରୁବି ଖେମଣୀ ସୀମା ଖେମୁଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଜେପି ଜିଲ୍ଲା ତରଫରୁ ରାଜ୍ୟ ସଭାପତି ସମୀର ଭାଇ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, ନବରଙ୍ଗପୁର ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ମୁଖପାତ୍ର ବିରଞ୍ଚି ତ୍ରିପାଠୀଙ୍କୁ କୋରାପୁଟ କୋଠିଆ ଯିବା ରାସ୍ତାରେ ବ୍ରହ୍ମପୁରଠାରେ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦଳର ବରିଷ୍ଠନେତାମାନେ ଷ୍ଟେସନ ରୋଡ଼୍ ସ୍ଥିତ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ର କିଛି ଅଂଚଳ ଆନ୍ଧ୍ରପ୍ରଦେଶ ଅଧୀନକୁ ଚାଲିଯିବା କଥା ଏବଂ ମୁଖ୍ୟମନ୍ତ୍ରୀଙ୍କ ନିଜ ଗଂଜାମ ଜିଲ୍ଲାରେ ଧାନମଣ୍ଡିର ଅବ୍ୟବସ୍ଥା ନେଇ ଉଦ୍ବେଗ ପ୍ରକାଶ କରିଥିଲେ। ଏହି ଅବସରରେ ଗଂଜାମ ଜିଲ୍ଲାର ବରିଷ୍ଠ ନେତା କୁଂଜ ପାଣିଗ୍ରାହୀ, ପୂର୍ବର୍ତନ ସଭାପତି କାହ୍ନୁଚରଣ ପତି, ଜିଲ୍ଲା ସାଧାରଣ ସଂପାଦକ ଏନ୍. ରାଜେନ୍ଦ୍ର କୁମାର, ଗଙ୍ଗାଧର ଶତପଥୀ, ପ୍ରଭାତ ଷଡ଼ଙ୍ଗୀ, ନିରଞ୍ଜନ ପାଣିଗ୍ରାହୀ, ମନୋଜ ପଟ୍ଟନାୟକ, ରାମ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତବର୍ଷ ମେଣ୍ଢରାଜପୁର ଗ୍ରାମରେ ଘଟିଥିବା ବସ୍ ଟ୍ରାଜେଡ଼ି ଘଟଣାରେ ଗତକାଲିକୁ ବର୍ଷେ ପୁରିଛି। ଏହି ଅବସରରେ ଆଜି ଅନୁଷ୍ଠିତ ବାର୍ଷିକ ଶୋକସଭାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କ ସମେତ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଗ୍ରାମରେ ପହଞ୍ଚି ଉକ୍ତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଘଟଣା ଦିନ ଏକ ସାମାଜିକ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିବା ଏକ ବସ୍ ତଳେ ଓହଳି ରହିଥିବା ୧୧ କେ.ଭି. ବିଦ୍ୟୁତ ସଂସ୍ପର୍ଶରେ ଆସିଯିବାରୁ ଘଟଣାସ୍ଥଳରେ ୬ ଜଣ ଜୀଅନ୍ତା ପୋଡ଼ି ମୃତ୍ୟୁ ବରଣ କରିଥିବାବେଳେ ୩ ଜଣ ବ୍ରହ୍ମପୁର ଏମ୍କେସିଜିରେ ମୃତ୍ୟୁବରଣ କରିଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆହୁରି ଅନେକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ। ରଙ୍ଗେଇଲୁଣ୍ଡା ବ୍ଲକ୍ ଡ଼ଙ୍କଲପାଟୁ ଗ୍ରାମର ୪୦ ଜଣ ପରିବାରବର୍ଗ ସିଲ୍ ସିଟି ନାମକ ଏକ ବସ୍ରେ ଏକ ନିବର୍ନ୍ଧ କାର୍ଯ୍ୟରେ ଯୋଗ ଦେବାକୁ ଘରୁ ହସ ଖୁସିରେ ବାହାରିଥିଲେ।…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୌଣସି ଏକ ଚଳଚ୍ଚିତ୍ରର ଦୁଃଖଦ ଅନ୍ତ ଭଳି ଏକ ଘଟଣା ବ୍ରହ୍ମପୁର ଅଂଚଳର ଦେଖିବାକୁ ମିଳିଛି। ଜନୈକ ପ୍ରେମିକା ନିଜ ପ୍ରେମିକକୁ ଭିଡ଼ିଓ କଲ୍ କରି ଆତ୍ମହତ୍ୟା କରିଥିବା ଭଳି ଏକ ଦୁଃଖଦାୟକ ଘଟଣାକୁ ଦେଖିଲେ ଏହା କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ବୋଲି ଚର୍ଚ୍ଚା ହେଉଛି। ଘଟଣାଟି ଘଟିଛି ବୈଦ୍ୟନାଥପୁର ଅନନ୍ତ ନଗରଠାରେ ଥିବା ହଷ୍ଟ୍ରେଲ୍ ରୁମ୍ରେ। ପ୍ରେମିକା ସାଇସୁରି ପ୍ରେମିକ ସୁମନଙ୍କୁ ନିଜ ଜୀବନସାଥୀ ଭାବେ ନ ପାଇପାରି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ଅଂଚଳର ସାଇସୁରି ସରାଭ ନାମ୍ନି ଜଣେ ଯୁବତଙ୍କ ସହ ବ୍ରହ୍ମପୁର ଖାରବେଳନଗରରେ ରହୁଥିବା ସୁମନ ସାହୁଙ୍କ ସହ ପ୍ରେମସଂପର୍କ ଗଢ଼ି ଉଠିଥିଲା। ଉଭୟେ କଲେଜ ଅମଳର ବନ୍ଧୁତା ଥିବାରୁ ପ୍ରେମ ଅତି ନିବିଡ଼ ହୋଇଥିଲା। ସୁମନ କିଛି ଗୋଟେ ରୋଜଗାର କରିବା ପରେ ସାଇସୁରିକୁ ବିବାହ…

