ମେଷ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବୃଷ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ। ମିଥୁନ- ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ।…
Author: Samikhsya Bureau
ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ଭାଗ୍ୟ ଉଜଳ ଅଛି। ସେମାନଙ୍କ ଅଧୁରା କାର୍ଯ୍ୟ ସମାପ୍ତ ହେବ। ଆୟ ବୃଦ୍ଧି ପାଇବ। ଖୁସି ହେବେ। ହେଲେ ସହକର୍ମୀମାନେ ସାହାଯ୍ୟ କରିବେ ନାହିଁ। ଖର୍ଚ୍ଚ କାଟିବାକୁ ଚେଷ୍ଟା କରନ୍ତୁ। ପରିବାରରେ ସୁଖର ପରିବେଶ ରହିବ । ବ୍ୟବସାୟରୁ ବାହାରକୁ ଯିବାକୁ ପଡିପାରେ। ଏହି ଦୁଇଟି ରାଶି ହେଲା କୁମ୍ଭ ଏବଂ ମୀନ ରାଶି। ଆପଣଙ୍କର ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ। ଭଲ ଖବର ପାଇବେ। ନୂତନ ଯୋଜନା ଆରମ୍ଭ ହେବ।
ନୂଆଦିଲ୍ଲୀ, ଶୁକ୍ରବାର ଦିନ ତିନୋଟି ରାଶିର ବ୍ୟକ୍ତିମାନେ ଶୁଭ ଖବର ହାସଲ କରିବେ। ଏହା ମଧ୍ୟାହ୍ନ ପରେ ସଂଗଠିତ ହେବ। ଘର ବାହାରେ ସୁଖ ମିଳିବ । ବିବାହ ଶିଘ୍ର ହେବ । ବ୍ୟବସାୟ ଭଲ କରିବ । ଉପକୃତ ହେବେ । ବ୍ୟବସାୟ ଭଲ କରିବ । କାର୍ଯ୍ୟରେ ବିଳମ୍ବ ଚିନ୍ତା ସୃଷ୍ଟି କରିବ । ମାନସିକ ବିଭ୍ରାଟ ହେବ। ପାରିବାରିକ ଜୀବନ ସନ୍ତୋଷଜନକ ହେବ । ଏହି ତିନୋଟି ରାଶି ହେଲା ତୂଳା, ବିଛା ଏବଂ ଧନୁ ରାଶି। ଏମାନଙ୍କର ସମ୍ପତ୍ତି କାରବାର ବଡ଼ ଲାଭ ଦେଇପାରେ । ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ବୈଦ୍ଧିକ କାର୍ଯ୍ୟ ସଫଳ ହେବ। ଖୁସି ହେବେ । ରୋଜଗାର ଭଲ କରିବ । ରୋଜଗାରରେ ଅଭିବୃଦ୍ଧି ଏବଂ ଲାଭ ହେବାର ସମ୍ଭାବନା ଅଛି । ଆପଣ ଲାଭଜନକ ଖବର ପାଇବେ । ସାମାଜିକ ଏବଂ ରାଜ୍ୟ ଖ୍ୟାତି ବୃଦ୍ଧି…
ମେଷ- ଅପ୍ରତ୍ୟାଶିତ ଲାଭ ହେବ। ଭ୍ରମଣ କରିବେ। ବାଣିଜ୍ୟିକ କିମ୍ବା ବ୍ୟକ୍ତିଗତ କାର୍ଯ୍ୟରେ ଏକ ମନୋରମ ଯାତ୍ରାରେ ଯାଇପାରନ୍ତି । ପଢିବାକୁ ଆଗ୍ରହ ବୃଦ୍ଧି ପାଇବ । ଅନ୍ୟମାନଙ୍କ ସହିତ ଜଡିତ ହୁଅନ୍ତୁ ନାହିଁ । ଆର୍ଥିକ ଅବସ୍ଥା ଭଲ ହେବ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ବୟସ୍କ ଲୋକମାନେ ସାହାଯ୍ୟ କରିବେ । ବୃଷ- ନିଜ ଜିନିଷଗୁଡିକ ସୁରକ୍ଷିତ ରଖନ୍ତୁ। ବିପଦ ପୂର୍ଣ୍ଣ କାମ କରନ୍ତୁ ନାହିଁ । ନୂତନ ସମ୍ପର୍କ ପ୍ରତି ସତର୍କ ରୁହନ୍ତୁ । ବିରୋଧୀମାନେ ସକ୍ରିୟ ହେବେ। ବ୍ୟବସାୟିକ କ୍ଷେତ୍ର ବିକାଶ ଏବଂ ବିସ୍ତାର ହେବ। ଉପହାର ମିଳିପାରେ। ପିଲାମାନଙ୍କର ଚିନ୍ତା ଦୂର ହେବ। ଅପ୍ରତ୍ୟାଶିତ ଖର୍ଚ୍ଚ ହେବ। ଟେନସନ ରହିବେ। ଅନ୍ୟମାନଙ୍କ ଝଗଡାରେ ପଶନ୍ତୁ ନାହିଁ। ମିଥୁନ- ଅଟକି ରହିଥିବା ଟଙ୍କା ମିଳିପାରିବ। ବିନିଯୋଗ ଶୁଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ଖୁସି ହେବ।…
ନୂଆଦିଲ୍ଲୀ, ଚୌରୀଚୌରାର ଶହୀଦମାନଙ୍କୁ ଇତିହାସର ପୃଷ୍ଠାରେ ଯଥାର୍ଥ ମାନ୍ୟତା ମିଳି ନ ଥିବା ନେଇ ପ୍ରଧାନମନ୍ତ୍ରୀ କ୍ଷୋଭପ୍ରକାଶ କରିଛନ୍ତି । ଲୋକଲୋଚନ ଅନ୍ତରାଳରେ ରହିଯାଇଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀକୁ ପ୍ରକାଶ କରାଗଲେ ତାହାହିଁ ସେମାନଙ୍କ ପ୍ରତି ହେବ ପ୍ରକୃଷ୍ଟ ଶ୍ରଦ୍ଧାଞ୍ଜଳି । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ କରୁଥିବାର ଦୃଷ୍ଟିରୁ ବର୍ତ୍ତମାନ ହିଁ ପ୍ରକୃତ ସମୟ ଉପନୀତ ବୋଲି ସେ କହିଛନ୍ତି । ଆଜି ଉତ୍ତରପ୍ରଦେଶ ଗୋରଖପୁର ନିକଟସ୍ଥ ଚୌରୀଚୌରାଠାରେ ଚୌରୀଚୋରା ଶତବାର୍ଷିକୀ ସମାରୋହର ଭିଡିଓ କନଫରେନ୍ସିଂ ଜରିଆରେ ଉଦ୍ଘାଟନ କରିବା ଅବସରରେ ମୋଦି ଏହା କହିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୌରୀଚୌରା ଶହୀଦମାନଙ୍କୁ ନେଇ ଯେତିକି ଆଲୋଚନା ପର୍ୟ୍ୟାଲୋଚନା ହେବା କଥା ତାହା ହୋଇପାରିନାହିଁ । ଚୌରୀଚୌରା ଥିଲା ଜନସାଧାରଣଙ୍କ ଏକ ସ୍ୱତଃପ୍ରବୃତ୍ତ ଲଢେଇ । ଏପରିକି ସଂଗ୍ରାମର ବିପ୍ଳବୀମାନଙ୍କୁ ଇତିହାସର ପୃଷ୍ଠାରେ ସ୍ଥାନ ଦିଆଯାଇ ନଥିଲେ ମଧ୍ୟ ଦେଶର ମାଟି ସେମାନଙ୍କ ରକ୍ତରେ ରଞ୍ଜିତ ହୋଇଛି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଏଜ ଲଜ୍ୟାଜନକ ଘଟଣାକ୍ରମେ ଆଜି ଜଣେ ଜନ୍ମିତ ବାପା ମଦ ନିଶାରେ ଚୁର୍ ହୋଇ ନିଜର ନାବାଳିକା ଝିଅକୁ କୁକର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ଅଂଚଳର କୁଠାରି ମନ୍ଦିର ସାହିରେ ଜଣେ ବାପା ମଦ ନିଶାରେ ନିଜ ୭ ବର୍ଷର ଝିଅକୁ କୁକର୍ମ କରିବାବେଳେ ଝିଅଟିର ପାଟି ଶୁଣି ସାହି ବାସିନ୍ଧା ଏକତ୍ରିତ ହୋଇଥିଲେ। ଏହି ସମୟରେ ମଦ ନିଶାରେ ଅନ୍ୟ ଏକ ଘଟଣା ଘଟାଇ ବାପା ପାଖରେ ଥିବା ସାନପୁଅକୁ ଛାତ ଉପରକୁ ନେଇ ତଳେ ଫିଙ୍ଗିବାକୁ ମଧ୍ୟ ଚେଷ୍ଟା କରିଥିଲା। କିନ୍ତୁ ବଡ଼ବଜାର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପୁଅଟିକୁ ଉଦ୍ଧାର କରିବା ସହ ମଦ୍ୟପ ବାବାକୁ ଥାନାକୁ ଆଣିଥିଲେ। ନାବାଳିକାକୁ ଉଦ୍ଧାର କରାଯାଇ ଡ଼ାକ୍ତରୀ ମାଇନା ପାଇଁ ପଠାଯାଇଛି। ଏନେଇ ବଡ଼ବଜାର ଥାନାରେ ୩୮/୨୧ରେ ମାମଲା ରୁଜୁ ହୋଇଥିବା ସହ ଅଭିଯୁକ୍ତ ବାପାକୁ କୋର୍ଟଚାଲଣ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗୋଳନ୍ଥରା ଥାନାରେ ହୋଇଥିବା ଠକେଇ ମାମଲାର ବିଚାରଣ ପାଇଁ ଆଜି ଗୋପାଳପୁର ବିଧାୟକ ଡ. ପ୍ରଦୀପ ପାଣିଗ୍ରାହୀଙ୍କୁ ପୋଲିସ୍ ବ୍ରହ୍ମପୁର ଏସ୍ଡ଼ିଜିଏମ୍ କୋର୍ଟରେ ପୋଲିସ୍ ହାଜର କରିଛି। ଟାଟା କଂପାନୀରେ ଚାକିରି କରାଇଦେବା କହି ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକେଇ କରିଥିବା ନେଇ ଗୋଳନ୍ଥରା ଥାନାରେ ତିନୋଟି ମାମଲା ରୁଜୁ ହୋଇଥିଲା। ତେଣୁ ପୋଲିସ୍ ଆଜି ପ୍ରଦୀପଙ୍କୁ ଝାରପଡ଼ା ଜେଲ୍ରୁ ଆଣି ବ୍ରହ୍ମପୁର ଏସ୍ଡ଼ିଜିଏମ୍ କୋର୍ଟରେ ହାଜର କରିଥିଲା। ତେବେ ତାଙ୍କ ଓକିଲ ଦୀପକ ପଟ୍ଟନାୟକ ପ୍ରଦୀପଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନଥିବା ଦର୍ଶାଇ ଚିକିତ୍ସା ପାଇଁ ପୁଣିଥରେ ଭୁବନେଶ୍ୱର ପଠାଇବାକୁ ନିବେଦନ କରିଥିଲେ। କିଛିଦିନ ଧରି ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ଥିବାବେଳେ ପୋଲିସ୍ ଜବରଦସ୍ତ ତାଙ୍କୁ ଆଣିଥିବା ଓକିଲ ଅଭିଯୋଗ କରିଥିଲେ। ଏହାସହ ତାଙ୍କ ସ୍ୱାମୀଙ୍କୁ ଜାଣିଶୁଣି ହଇରାଣ କରାଯାଉଥିବା ପ୍ରଦୀପଙ୍କ ସ୍ତ୍ରୀ ସୁଜାତା ପାଣିଗ୍ରାହୀ ଅଭିଯୋଗ କରିଥିଲେ। ମିଥ୍ୟା ଅଭିଯୋଗରେ ତାଙ୍କ ସ୍ୱାମୀଙ୍କୁ…
ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ନରେନ୍ଦ୍ରପୁର କ୍ରିକେଟ କ୍ଲବ ଆନୁକୁଲ୍ୟରେ ଏକ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଆଜିର ଉଦଯାପନୀ ଦିବସରେ ବିବିଏସଟିଆର ରାହାଣବେଲ୍ଲୀ ଓ ସନ ସାଇନ ସ୍ପୋର୍ଟିଂ ଓଡଗାଁ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଅଛି। ଏହି ମ୍ୟାଚରେ ରାହାଣବେଲ୍ଲୀ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ରାହାଣବେଲ୍ଲୀ ନିର୍ଦ୍ଧାରିତ ୧୫ ଓଭରରେ ସମସ୍ତ ୱିକେଟ ହରାଇ ୧୧୫ ରନ ସଂଗ୍ରହ କରିଥିଲା। ୧୧୬ ରନର ସ୍କୋରକୁ ପିଛା କରି ଓଡଗାଁ ୭ ୱିକେଟ ହରାଇ ମାତ୍ର ୧୦୨ ରନ କରିବାକୁ ସକ୍ଷମ ହୋଇଥିଲା। ଯାହାଫଳରେ ରାହାଣବେଲ୍ଲୀ ୧୩ ରନରେ ବିଜୟ ହୋଇ ଚମ୍ପିୟାନ ହୋଇଥିଲା। ରାହାଣବେଲ୍ଲୀ ଟିମର ଚନ୍ଦୁ ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ବିବେଚିତ ହେବା ସହ ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳି ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ମନୋନୀତ ହୋଇଥିଲେ। ଏହି ଅବସରରେ ମୁଖ୍ୟ ଅଥିତି ଭାବେ ଚିଲିକା…
ଭୁବନେଶ୍ୱର: ଦୃଢ଼ ଇଚ୍ଛାଶକ୍ତି ବଳରେ ଜୀବନ ସଂଗ୍ରାମରେ ବାଜିମାତ ହୋଇପାରିବ। ଏହିଭଳି ଆହ୍ୱାନ ନେଇ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଆୟୋଜିତ ହୋଇଯାଇଛି ବିଶ୍ୱ କର୍କଟ ଦିବସ। ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଅବସରରେ ହସପିଟାଲ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି। ହସପିଟାଲ୍ ପକ୍ଷରୁ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଚିଫ ଅଫ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡ.) ବିରାଜ ମୋହନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରେ ପ୍ରତ୍ୟେକ ବର୍ଷ ୧୦ ଲକ୍ଷ ନୂଆ କ୍ୟାନସର ରୋଗୀ ବଢ଼ୁଛନ୍ତି। ବର୍ତ୍ତମାନ ୨୫ ରୁ ୩୦ ଲକ୍ଷ ଲୋକ ଏହି ଦୁଃସାଧ୍ୟ ରୋଗରେ ପୀଡିତ ଅଛନ୍ତି ବୋଲି କହି ସେ ଉଦ୍ବେଗ ପ୍ରକାଶ କରିଥିଲେ। ବିଶ୍ୱବ୍ୟାପି ଏହି ସଂଖ୍ୟା ଢ଼େର ଅଧିକ ଥିବାବେଳେ ଏଥିପାଇଁ ସଚେତନତା ଖୁବ୍ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ପୂର୍ବ ଭାରତର ଏକମାତ୍ର ହସପିଟାଲ୍…
ଭୁବନେଶ୍ୱର: ପ୍ରାରମ୍ଭରୁ ଚିହ୍ନଟ ଏବଂ ଆବଶ୍ୟକୀୟ ଚିକିତ୍ସା ଦ୍ୱାରା କର୍କଟ ଭଳି ଦୁଃସାଧ୍ୟ ରୋଗକୁ ପରାସ୍ତ କରିହେବ ବୋଲି ମତ ଦେଇଛନ୍ତି ବିଶିଷ୍ଟ ବିଶେଷଜ୍ଞ। ଗୁରୁବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ହ ସପିଟାଲ ପକ୍ଷରୁ ଆୟୋଜିତ ବିଶ୍ୱ କର୍କଟ ଦିବସ ପାଳନ ଅବସରରେ ଏହି ମତ ରଖିଛନ୍ତି ବିଶେଷଜ୍ଞ। ଅତ୍ୟାଧୁନିକ ଜ୍ଞାନ କୌଶଳ ଯୋଗୁ ମଣିଷ ଶରୀରରେ କ୍ୟାନସର ଭଳି ରୋଗକୁ ପ୍ରାରମ୍ଭରୁ ଚିହ୍ନଟ କରିବା ବର୍ତମାନ ସମୟରେ ସହଜ ହୋଇ ପଡ଼ିଥିବା ବେଳେ ରୋଗୀଙ୍କୁ ଉତ୍କୃଷ୍ଟ ଚିକିତ୍ସା ପ୍ରଦାନ କରିବା ନିମନ୍ତେ ଉପଯୁକ୍ତ ଉପକରଣ ମଧ୍ୟ ବର୍ତମାନ ଉପଲବ୍ଧ ହୋଇ ପାରୁଛି ବୋଲି ଏହି ଅବସରରେ କ୍ୟାନସର ରୋଗୀ, ରୋଗରୁ ସୁସ୍ଥ ହୋଇଥିବା ବ୍ୟକ୍ତି, ସାମାଜିକ କର୍ମୀ ଓ ମେଡିକାଲ ପ୍ରଫେସନାଲ ମାନଙ୍କୁ ସୂଚନା ଦେଇଛନ୍ତି ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ପ୍ରଫେସର ଅଶୋକ କୁମାର ମହାପାତ୍ର।…
ରାୟଗଡ଼ା: ପାଳ କୁଡିଆରେ ନିଆଁ ଲାଗି ଦୁଇ ନାବାଳିକା ମୃତ୍ୟୁବରଣ କରିଛନ୍ତି। ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଲାକ୍ରିସ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଦୁଇ ନାବଳିକାଙ୍କ ବୟସ ୧୦ ଓ ୧୨ ବର୍ଷ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ, ଆଜି ମଧ୍ୟାହ୍ନ ସମୟରେ ଦୁର୍ଯ୍ଯୋଧନ ମାଝୀଙ୍କ ଦୁଇ ଝିଅ ପରିବା ଚାଷ ଜମିରେ ଥିବା ପାଳ କୁଡିଆରେ ବିଶ୍ରାମ ନେଉଥିଲେ। ହେଲେ ସେହି ସମୟରେ ହଠାତ୍ କୁଡିଆରେ ନିଆଁ ଲାଗି ଯାଇଥିଲା। ଏପରିକି ସେହି ନାବାଳିକା ଦୁଇଜଣ ବାହାରକୁ ଆସିପାରିନଥିଲେ। ଯାହାଫଳରେ ନାବାଳିକା ଦ୍ୱୟ ଏହି ନିଆଁରେ ପୋଡି ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। କାଶୀପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନ ମଧ୍ୟରୁ ୬ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୯୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ/ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ରେଳ ବଜେଟ ଘୋଷଣା ପରେ ବିରୋଧୀ ଦଳର ନେତା ସମାଲୋଚନା କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡିଶା ପାଇଁ ଗତବର୍ଷ ଅପେକ୍ଷା ଅଧିକ ଅନୁଦାନ ଆସିଛି। ଚଳିତ ବଜେଟରେ ପାଖାପାଖି ୭୦୦ କୋଟି ଟଙ୍କାର ଅନୁଦାନ ଓଡିଶା ପାଇଁ ବ୍ୟୟ ବରାଦ ହୋଇଛି। କିଛି ଲୋକ ଏ ବିଷୟରେ ନଜାଣି ଲୋକଙ୍କୁ ଭ୍ରମରେ ପକାଉଛନ୍ତି। ପୂର୍ବରୁ ପଶ୍ଚିମକୁ ଯୋଡ଼ୁଥିବା ଲାଇନ୍ ପାଇଁ ହଜାରେ କୋଟି ବ୍ୟୟବରାଦ। ସୋନପୁର-ବୌଦ୍ଧ ଓ କନ୍ଧମାଳରେ ଜମି ଅଧିଗ୍ରହଣ ସମସ୍ୟା ଅଛି। ରାଜ୍ୟ ସରକାରଙ୍କୁ ଅନୁରୋଧ, ତୁରନ୍ତ ସମାଧାନ କରନ୍ତୁ। ଖୁବ୍ଶୀଘ୍ର ହରିଦାସପୁର ରେଳ ଲାଇନ୍ ଲୋକାର୍ପଣ ହେବ। ଅନୁଗୁଳରେ ବିଦ୍ୟୁତ ଇଞ୍ଜିନ ନିର୍ମାଣ ପ୍ରକଳ୍ପ ସଂପ୍ରସାରଣ ହେବ। କଳାହାଣ୍ଡିରେ ଇଲେକ୍ଟ୍ରି ଇଞ୍ଜିନ ମରାମତି କାରଖାନା ହେବ। ବଜେଟର ପ୍ରକୃତ ତଥ୍ୟ ନଜାଣି କିଛି ଲୋକ ଅପପ୍ରଚାର କରୁଛନ୍ତି। ଜାଣନ୍ତୁ ଓଡିଶା ପାଇଁ…
ଭୁବନେଶ୍ବର: ଚିଟଫଣ୍ଡ ଠକେଇ ମାମଲାରେ ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ଦଣ୍ଡାଦେଶ ଦେଇଛନ୍ତି। ସ୍ଵତନ୍ତ୍ର କୋର୍ଟ ୭ ଜଣଙ୍କୁ ୭ ବର୍ଷ ଲେଖାଏଁ ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨ ଟି ଚିଟଫଣ୍ଡ ଠକେଇ ମାମଲାରେ ସେମାନଙ୍କୁ ୭ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ଏହା ସହିତ ପ୍ରତ୍ଯେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ହୋଇଛି। ସିଦ୍ଧ ମହାପୁରୁଷ ମନି ସୋସାଇଟି ୨ ଟି ଠକେଇ ମାମଲାରେ ଶୁଣାଣି କରି ଆଜି ସ୍ଵତନ୍ତ୍ର କୋର୍ଟ ଏହି ଦଣ୍ଡାଦେଶ ଘୋଷଣା କରିଛନ୍ତି। ୨ ଟି ମାମଲାରୁ ୮ କୋଟିରୁ ଉର୍ଦ୍ଧ୍ଵ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଥିଲା।
ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦେଶର ଦିଲ୍ଲୀ ସୀମାରେ କୃଷକମାନେ ଆନ୍ଦୋଳନ କରୁଛନ୍ତି। ବେଳକୁ ବେଳ ଏହି ଆନ୍ଦୋଳନ ତୀବ୍ର ରୂପ ନେଉଥିବା ବେଳେ ଦେଶ ତଥା ଦେଶ ବାହାରୁ ବହୁ ସେଲିବ୍ରେଟିମାନେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି। ବିଦେଶୀ ସେଲିବ୍ରେଟି ରିହାନା ଏହି ଆନ୍ଦୋଳନକୁ ସମର୍ଥନ କରି ଟୁଇଟ କରିବା ପରେ ଦେଶର ବିରୋଧୀ ଦଳ ନେତା, ଖେଳାଳି, ସେଲିବ୍ରେଟିମାନେ ତାଙ୍କୁ ବିରୋଧ କରିଥିଲେ। ସେହିପରି ସ୍ୱିଡେନ୍ ବାସିନ୍ଦା ତଥା ବିଶିଷ୍ଟ ପରିବେଶବିତ୍ ଗ୍ରେଟା ଥନବର୍ଗ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଏକ ଟୁଇଟ କରିଥିଲେ। ଏହାକୁ ନେଇ ଦିଲ୍ଲୀ ପୋଲିସ ତାଙ୍କ ନାମରେ ମାମଲା ରୁଜୁ କରିଛି। ଗ୍ରେଟା ଥନବର୍ଗ ତାଙ୍କ ଟୁଇଟରେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସହ ବିଜେପି ଉପରେ ପ୍ରଶ୍ନ ଉଠାଇଥିଲେ। ସେ ତାଙ୍କ ଟ୍ୱିଟରରେ ଲେଖିଥିଲେ କି ଭାରତ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ପକାଯାଇ ପାରିବ। ଏନେଇ ସେ…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ଛଅ ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ୩୩/୧୧ କେଭି ବାଲୁଗାଁ ପ୍ରାଥମିକ ସବଷ୍ଟେସନ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ଜାଣନ୍ତୁ କେଉଁ ଅଞ୍ଚଳରେ ବିଦ୍ୟୁତ ସରବରାହ ଚାଲୁ ରହିବ ଏବଂ କେଉଁ ଅଞ୍ଚଳରେ ୬ ଘଣ୍ଟା ପାଇଁ ବନ୍ଦ ରହିବ: ୧- ବାଣପୁର ବ୍ଲକ ଏବଂ ବାଣପୁର ଏନ.ଏ.ସି- (କ) ଦାମିଆ ବରବରା ପଞ୍ଚାୟତ (ଖ) ନୀଳାଦ୍ରି ପ୍ରସାଦ ପଞ୍ଚାୟତ (ଗ) ତୋରସିଂହ ପଞ୍ଚାୟତ…
ଆବୁଧାବୀ: ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ଭାରତୀୟ ପୂର୍ବତନ ବ୍ୟଟ୍ସମ୍ୟାନ ଯୁବରାଜ ସିଂହ ରେକର୍ଡ ସହ ସମକ୍ଷକ ହୋଇଛନ୍ତି। ଆବୁଧାବୀ ଟି-୧୦ ଲିଗରେ ଆବୁଧାବୀ ଦଳ ପକ୍ଷରୁ ଖେଳୁଥିବା ଗେଲ ମରାଠା ଅରେବିଆନ୍ସ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଏହା ପୂର୍ବରୁ ବିଗ ବସ ଲିଗରେ ମଧ୍ୟ ସେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରଥିଲେ। ତେବେ ଯୁବରାଜ ସିଂହ ଆଇସିସି ଟି-ଟ୍ୱେଣ୍ଟି ବିଶ୍ଵ କପ-୨୦୦୭ରେ ଇଂଲଣ୍ଡ ବିରୋଧରେ ୧୨ ଟି ବଲରେ ଅର୍ଦ୍ଧଶତକ ପୂରଣ କରି ଏହି ରେକର୍ଡ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ଆବୁଧାବୀ ଦଳ ବିରୋଧରେ ମରାଠା ଅରେବିଆନ୍ସ ୧୦ ଓଭରରେ ୪ ଟି ୱିକେଟ ହରାଇ ୯୭ ରନ ସଂଗ୍ରହ କରିଥିଲେ। ଆବୁଧାବୀ ଦଳ ୯୮ ରନର ଲକ୍ଷ୍ୟକୁ ମାତ୍ର ୫.୩ ଓଭରରେ ପୂରଣ କରି ବିଜୟ ଲାଭ କରିଥିଲା। ଗେଲ ନିଜ ଇନିଂସରେ ପ୍ରଥମ ଦୁଇଟି ବଲରେ…
ନୂଆଦିଲ୍ଲୀ: ଭାରତ କରୋନା ଟିକାକାରଣରେ ଫ୍ରାନ୍ସ ଏବଂ ଆମେରିକାକୁ ଅତିକ୍ରମ କରିଛି। ଭାରତ ଫେବୃୟାରି ୨ ତାରିଖ ପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦେବାରେ ସଫଳ ହୋଇଛି। ଜାନୁୟାରୀ ୧୬ରୁ ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଫ୍ରାନ୍ସ ଏବଂ ଆମେରିକାକୁ ୪୦ ଲକ୍ଷ ଟିକା ଦେବା ପାଇଁ ୩୯ ଦିନ ଲାଗିଥିବା ବେଳେ ଭାରତ ମାତ୍ର ୨୦ ଦିନରେ ଏହି ସଂଖ୍ୟାରେ ପହଞ୍ଚିସାରିଛି। ସରକାରୀ ସୂଚନା ଅନୁଯାୟୀ, ଦେଶରେ ୨ ଫେବୃୟାରୀ ସୁଦ୍ଧା ପ୍ରାୟ ୪୦ ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି। ବୁଧବାର ଦିନ ସାରା ଦେଶରେ ପ୍ରାୟ ୨,୪୮,୬୬୨ ଜଣଙ୍କୁ ଟିକା ଦିଆଯାଇଛି। ଏହା ପଞ୍ଜିକରଣ କରାଇଥିବା ଲୋକଙ୍କ ମଧ୍ୟରୁ ୪୭ ପ୍ରତିଶତ ବୋଲି କୁହାଯାଇଛି। ଦେଶରେ ମଧ୍ୟପ୍ରଦେଶରେ ସର୍ବାଧିକ ୬୯.୪ ପ୍ରତିଶତ ଲୋକଙ୍କୁ ଟିକା ଦିଆଯାଇଥିବା ବେଳେ ରାଜସ୍ଥାନରେ ୬୪.୭ ପ୍ରତିଶତଲୋକ ଟିକା ନେଇଛନ୍ତି। ସେହିପରି ମହାରାଷ୍ଟ୍ରରେ ଟିକା ନେବା ଲାଗି ପଞ୍ଜିକୃତ ୯,୩୬,୮୫୭ଜଣଙ୍କ ମଧ୍ୟରୁ…
ଭୁବନେଶ୍ବର: ଆଜି ରାଜ୍ୟରେ ୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୧ ଜଣ ଚିହ୍ନଟ ହୋଇଥିବାବେଳେ ୩୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୩୬୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୪୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୧୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୮୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୨୬ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୧ ଜଣ, ବୌଦ୍ଧ ଜିଲ୍ଲାରୁ ୧, କଟକ ଜିଲ୍ଲାରୁ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ଵର ଚନ୍ଦକା ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର କରାଯାଇଛି। ଭରତପୁର-ଚନ୍ଦକା ରାସ୍ତାର ଦାଶପୁର ନିକଟରୁ ମୃତ ଦେହକୁ ଉଦ୍ଧାର କରାଯାଇଛି। ମୁଣ୍ଡବିହୀନ ମୃତ ଦେହକୁ ଦେଖି ସ୍ଥାନୀୟ ଲୋକେ ଚନ୍ଦକା ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଙ୍କ ବୟସ ପାଖାପାଖି ୩୦ ରୁ ୩୫ ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ଅର୍ଦ୍ଧ ଉଲଗ୍ନ ଅବସ୍ଥାରେ ପଡିଥିବା ମୃତ ଦେହର ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନାହିଁ। ତେବେ ସେଠାରେ ଛୁରି, ମଦ ବୋତଲ, ଔଷଧ, ଗ୍ଲୋବ୍ସ ଆଦି ପଡିରହିଥିବା ଦେଖିବାକୁ ମିଳିଛି। କେହି ଦୁର୍ବୃତ୍ତ ଏହି ମହିଳାଙ୍କୁ ହତ୍ୟା କରି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ନୂଆଦିଲ୍ଲୀ, ଭାରତରେ ତିନୋଟି କୃଷି ବିଲକୁ ବିରୋଧ କରାଯାଉଥିବା ବେଳେ ଆମେରିକାର ଜୋ ବାଇଡେନ୍ ସରକାର ଏହି ପ୍ରସଙ୍ଗରେ ମୋଦୀ ସରକାରଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିଛନ୍ତି। ଜୋ ବାଇଡେନଙ୍କ ପ୍ରଶାସନ ଦ୍ବାରା ଜାରି ସରକାରୀ ବିବୃତ୍ତିରେ କୁହାଯାଇଛି ଯେ ଭାରତର ନୂତନ କୃଷି ବିଲ୍ କୃଷିରେ ଉନ୍ନତି ଆଣିବ ଏବଂ କୃଷି ଅର୍ଥନୀତିରେ ଉନ୍ନତି ହେବ। ଏହା ମଧ୍ୟ କୁହାଯାଇଛି ଯେ ଏହି ପ୍ରସଙ୍ଗରେ ଚାଲିଥିବା ବିରୋଧକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଉଚିତ। ଜୋ ବାଇଡେନ ପ୍ରଶାସନ ତରଫରୁ ଜାରୀ ଏହି ବିବୃତ୍ତିକୁ ନେଇ ସାରା ବିଶ୍ବରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ନିକଟରେ ଆନ୍ତର୍ଜାତୀୟ ସେଲିବ୍ରିଟି ପପ୍ ଗାୟକ ରିହାନା ଏବଂ ସ୍ୱିଡେନର ପରିବେଶ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗ ଭାରତରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ଏପରି ପରିସ୍ଥିତିରେ ବାଇଡେନ ପ୍ରଶାସନଙ୍କର ଏହି ବିବୃତି ଅନ୍ତର୍ଜାତୀୟ ସ୍ତରରେ ସମର୍ଥନକାରୀଙ୍କୁ ଶକ୍ତ ଧକ୍କା ସଦୃଶ ହୋଇଛି। ଭାରତରେ ଚାଲିଥିବା…

