ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଦେଶରେ ବଡଧରଣର ଆନ୍ଦୋଳନ ଜାରି ରହିଛି। ଏହାକୁ ନେଇ ବିଭିନ୍ନ ଦେଶର ନେତା ଏବଂ ସେଲିବ୍ରେଟିମାନେ ନିଜ ନିଜର ପ୍ରତିକ୍ରିୟା ରଖୁଛନ୍ତି। ଗତକାଲି ବେଦେଶୀ ସେଲିବ୍ରେଟି ରିହାନା ଏହି ଆଇନକୁ ବିରୋଧ କରିଥିଲେ। ଯାହାଫଳରେ ରିହାନାଙ୍କ ଏଭଳି ମତାମତ ଉପରେ ଦେଶର ବିରୋଧୀ ଦଳଠାରୁ ଆରମ୍ଭକରି ବହୁ ସେଲିବ୍ରେଟି, ଖେଳାଳି ପ୍ରତିକ୍ରିୟା ରଖିଛନ୍ତି। ଏହା ହେଉଛି ଭାରତର ଆଭ୍ଯନ୍ତରୀଣ ମାମଲା, ଏଥିରେ ବାହାର ଲୋକଙ୍କୁ ମୁଣ୍ଡ ନ ଖେଳାଇବା ପାଇଁ ସେମାନେ କହିଛନ୍ତି। ତେବେ ଏନେଇ ଆମେରିକାର ବାଇଡେନ ସରକାର ନିଜର ପ୍ରତିକ୍ରିୟା ରଖିଛନ୍ତି। ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ଆମେରିକା ଲୋକତନ୍ତ୍ରରେ ସର୍ବଦା ଶାନ୍ତିପୂର୍ଣ୍ଣ ପ୍ରତିବାଦକୁ ସମର୍ଥନ କରେ। ମତଭେଦକୁ ଆଲୋଚନାରେ ସମାଧାନ କରିହେବ। ଆମେରିକା ବିଭିନ୍ନ ସମସ୍ୟାର ଆଲୋଚନା ପୂର୍ବକ ସମାଧାନ ଚାହେଁ। ସେ ଆହୁରି କହିଛନ୍ତି ଯେ, ଭାରତୀୟ ବଜାରର ଦକ୍ଷତା ବୃଦ୍ଧି ଏବଂ ବୃହତ ଘରୋଇ କ୍ଷେତ୍ରର ପୁଞ୍ଜି…
Author: Samikhsya Bureau
ନୂଆଦିଲ୍ଲୀ: ରେଳ ବଜେଟରେ ଓଡ଼ିଶା ପାଇଁ ୫ ହଜାର ୫୨୮ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି। ଏନେଇ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ଟୁଇଟ କରି ସୂଚନା ଦେଇଛନ୍ତି। ୨୦୦୯-୧୪ ମଧ୍ୟରେ ହାରାହାରି ୮୩୮ ଟଙ୍କା ଓଡ଼ିଶାକୁ ଆସିଛି। ୨୦୨୧-୨୨ ରେଳ ବଜେଟରେ ଓଡିଶା ପାଇଁ ଅନୁଦାନ ହାର ୫୬୦% କୁ ବୃଦ୍ଧି ପାଇଥିବା ନେଇ କେନ୍ଦ୍ର ରେଳମନ୍ତ୍ରୀ ସୂଚନା ଦେଇଛନ୍ତି। ନୂଆ ରେଳପଥ, ଗେଜ ପରିବର୍ତ୍ତନ, ଦୋହରିକରଣ ଭଳି ଓଡିଶାରେ ୩୯ ଟି ପ୍ରକଳ୍ପ ପାଇଁ ଏହି ବ୍ୟୟ ଅଟକଳ କରାଯାଇଛି। ୩୯ ଟି ପ୍ରକଳ୍ପରେ ୪୮୭୭ କିମି ପାଇଁ ୬୧ ହଜାର ୯୪୯ କୋଟି ଟଙ୍କା ଖର୍ଚ୍ଚ ହେବ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୮୯୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୦୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୭ ଲକ୍ଷ ୯୦ ହଜାର ୧୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୭୦୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୪ ଲକ୍ଷ ୮୦ ହଜାର ୪୫୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୫ ହଜାର ୨୫ ଆକ୍ଟିଭ୍ କେସ୍ ରହିଛି।
ମେଷ- ଆପଣଙ୍କର କିଛି ସମସ୍ୟାର ସମାଧାନ ହୋଇପାରେ । ଛାତ୍ରମାନେ ଜୀବନରେ ଆଗକୁ ବଢିବାକୁ ଅନେକ ସୁଯୋଗ ପାଇବେ । ସେମାନେ ଏହି ସୁଯୋଗଗୁଡିକର ଭଲ ବ୍ୟବହାର କରିବା ଉଚିତ୍ । ଯୋଜନା ପ୍ରସ୍ତୁତ କରିବା ସମୟରେ କୌଣସି ଅବହେଳା ହେବା ଉଚିତ୍ ନୁହେଁ । ତୁମେ ଯାହା ଚେଷ୍ଟା କର, ସଚ୍ଚୋଟ ଭାବରେ କର । ଆଜି ଏକ ମିଶ୍ରିତ ଦିନ ହେବ । ଧନପ୍ରାପ୍ତିର ଯୋଗ ରହିଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚର ମଧ୍ୟ ଅଧିକ ହେବ । ସ୍ବାସ୍ଥ୍ୟ ଖରାପ ହେତୁ, ତୁମେ ଜରୁରୀ କାର୍ଯ୍ୟ କରିବାକୁ ସକ୍ଷମ ହେବ ନାହିଁ । ତେଣୁ ଶରୀରକୁ ବିଶ୍ରାମ ଦିଅ, ଯାହାଫଳରେ ଆପଣ ସତେଜ ଅନୁଭବ କରିପାରିବ । ଆମେ ଆମର ଜୀବନଶୈଳୀ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବୁ । ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ । ଜୀବନସାଥୀ ସହିତ ସମୟ ବିତାଇବେ । ବୃଷ- ଅର୍ଥନୈତିକ ଲାଭର ରାଶି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତ ବର୍ଷ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ହୋଇଥିବା ପରୀକ୍ଷାରେ ନୀଳକଣ୍ଠନଗର ସରସ୍ୱତୀ ବିଦ୍ୟା ମିନ୍ଦିର, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଫଳାଫଳରେ ୧୫ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ଓଡିଶାରେ ସ୍ୱତନ୍ତ୍ରସ୍ଥାନ ଅଧିକାର କରିଥିଲେ। କିନ୍ତୁ ସେହି ଅନୁଷ୍ଠାନର ସରୋଜ କୁମାର ପଣ୍ଡା ନାମକ ଏକ ମେଧାବୀ ଛାତ୍ର କୌଣସି କାରଣରୁ ୯୦% କମ୍ ରଖିଥିଲେ। ପୁନଃ ଯାଞ୍ଜ ହେବାପରେ ଶ୍ରୀମାନ୍ ସରୋଜ କୁମାର ପଣ୍ଡା ବର୍ତ୍ତମାନ ରସାୟନ ବିଜ୍ଞାନରେ ୫୬ ନମ୍ବର ପରିବର୍ତ୍ତ ୬୯ ନମ୍ବର ପାଇଛନ୍ତି। ଏହା ଦ୍ୱାରା ୯୧.୩୩% ନମ୍ବର ରଖି ବିଦ୍ୟାଳୟର ଗୌରବ ବଢ଼ାଇଛନ୍ତି। ପ୍ରକାଶ ଥାଉକି ବିଦ୍ୟାଳୟରେ ୧୬ ଜଣ ଶିଶୁ ୯୦%ରୁ ଅଧିକ ନମ୍ବର ରଖି ବିଦ୍ୟାଳୟର ମାନ ଅଭିବୃଦ୍ଧି କରାଇବାରେ ସମର୍ଥ ହୋଇଛନ୍ତି। ଏହି ସଫଳତା ପାଇଁ ବିଦ୍ୟାଳୟର ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ସମେତେ ପରିଚାଳନା ସମିତି ତର‘ରୁ ଶ୍ରୀମାନ୍ ସରୋଜ…
ଦୁବାଇ: କରୋନା ମହାମାରୀ ସମଗ୍ର ବିଶ୍ଵକୁ ପ୍ରଭାବିତ କରିଛି। ଏହି ମହାମାରୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି। ଏହା ଦ୍ଵାରା ବିଶ୍ଵର ସମସ୍ତ ଦେଶରେ ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ ଏବଂ କରୋନା ଟିକା ଯୋଗୁଁ ଲୋକଙ୍କ ମନରେ ନୂଆ ଆଶା ସଂଚାର ସୃଷ୍ଟି ହେଉଛି। କୋରୋନା ଟିକା ଯୋଗୁଁ ନିଜର ଜୀବନକୁ ସୁରକ୍ଷିତ ରଖିବା ସହ ଜୀବିକାକୁ ପୁନଶ୍ଚ କ୍ରିୟାଶୀଳ କରିବା ପାଇଁ ଲୋକେ ଅଣ୍ଟା ସଳଖ କରୁଛନ୍ତି। ହେଲେ ଏହା ଭିତରେ ଆଜି ଏକ ଚିନ୍ତାଜନକ ଖବର ସାଉଦି ଆରବ ଦେଶରୁ ଆସିଛି। ସାଉଦି ଆରବ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସାଉଦି ଆରବ ଭାରତ ଓ ଆମେରିକା ସମେତ ୨୦ ଟି ଦେଶରୁ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇଛି। ସାଉଦି ଆରବ ଆଗାମୀ କିଛିଦିନ ପାଇଁ ଏହି କଟକଣା ଲଗାଇଥିବାବେଳେ ଆଜି ରାତି ୯ଟାରୁ ଏହା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୨୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୨, ନୂଆପଡ଼ାରୁ ୧୯, ଯାଜପୁରରୁ ୧୦, ସମ୍ବଲପୁରରୁ ୧୦, କଟକରୁ ୭, ବାଲେଶ୍ବରରୁ ୬, କଳାହାଣ୍ଡିରୁ ୫, ଝାରସୁଗୁଡାରୁ ୪, ପୁରୀରୁ ୪, ଅନୁଗୁଳରୁ ୩, ବରଗଡରୁ ୩, ବଲାଙ୍ଗୀରିରୁ ୩, ମୟୂରଭଞ୍ଜରୁ ୩, ଦେବଗଡ଼ରୁ ୨, ଗଜପତିରୁ ୨, ଜଗତସିଂହପୁରରୁ ୨, କେନ୍ଦ୍ରାପଡାରୁ ୨, ଖୋର୍ଦ୍ଧାରୁ ୨, ଭଦ୍ରକରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୨ ହଜାର ୪୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୮୨ କୁ ବୃଦ୍ଧି ହୋଇଛି। ତେବେ ୮୨୪ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭୁବନେଶ୍ବରର ଟଙ୍କପାଣି ରୋଡସ୍ଥିତ ସାଇମନ୍ଦିର ଛକ ଠାରେ କଟକ-ପୁରୀ ବାଇପାସ୍ ରୋଡରେ ଏଲ୍ଇଡି ଷ୍ଟ୍ରିଟଲାଇଟ ଆଲୋକୀକରଣ ବ୍ୟବସ୍ଥାକୁ ଲୋକାର୍ପିତ କରିଛନ୍ତି। ଏହି ଆଲୋକୀକରଣ ବ୍ୟବସ୍ଥା ବାଇପାସ୍ ରୋଡର ପଳାଶୁଣୀ ଛକ ଠାରୁ ଲିଙ୍ଗିପୁର ଛକ ପର୍ଯ୍ୟନ୍ତ ୧୨ କିଲୋମିଟର ରାସ୍ତାରେ ଆଲୋକୀକରଣ କାର୍ଯ୍ୟକାରୀ କରାଯାଇଛି। ଏହାଦ୍ବାରା ବିଦ୍ୟୁତ ଶକ୍ତି ଖର୍ଚ୍ଚ କମିବା ସହିତ ଜନସାଧାରଣ ବିଶେଷକରି ଗାଡିଚାଳକ ଓ ପଥଚାରୀ ମାନଙ୍କ ଯାତାୟତ ଅଧିକ ନିରାପଦ ହେବ ଏବଂ ଉତ୍ତମ ଆଲୋକୀକରଣ ବ୍ୟବସ୍ଥା ଦ୍ବାରା ସଡକ ଦୁର୍ଘଟଣା କମିବା ସହିତ ଚୋରୀ ଓ ଲୁଟପାଟ ଭଳି ଅପରାଧିକ କାର୍ଯ୍ୟକଳାପ ମଧ୍ୟ କମିପାରିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ ଯେ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଏଥିରେ ୩୮୭ଟି ଖୁଣ୍ଟିରେ ୧୨୦ ୱାଟ ବିଶିଷ୍ଟ ୭୭୪ଟି ଏଲ୍ଇଡି ଲାଇଟ ଲଗାଯାଇଛି ଏବଂ ଲିଙ୍ଗିପୁର, କେଶୁରା ଓ ପାଣ୍ଡରା ଠାରେ ୩ଟି ହାଇମାଷ୍ଟ ଲାଇଟ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୭ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୯୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୪୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ବାଣପୁର ବ୍ଲକ୍ ଅନ୍ତର୍ଗତ ତୁମୁରାପୁଟ ପଞ୍ଚାୟତ ପ୍ରତାପ ଗ୍ରାମ ଶାଳିଆ ଗ୍ରାଉଣ୍ଡ୍ରେ ଦୀର୍ଘ ୯ଦିନ ଧରି ଚାଲିଥିବା ଶାଳିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ ହୋଇଯାଇଅଛି। ଆଜିର ଫାଇନାଲ୍ ମ୍ୟାଚ୍ ନ୍ୟୁଷ୍ଟାର କ୍ରିକେଟ୍ କ୍ଲବ୍ ସାନହନ୍ତୁଆଡ଼ ଓ ଏମ୍ବିଡିସି କ୍ରିକେଟ୍ କ୍ଲବ୍ ବରଡ଼ି ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏମ୍ବିଡିସିକୁ ହରାଇ ନ୍ୟୁଷ୍ଟାର ଚାମ୍ପିଅନ୍ ବିବେଚିତ ହୋଇଛି। ନ୍ୟୁଷ୍ଟାର ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ନିର୍ଦ୍ଧାରିତ ୧୮ ଓଭର ଖେଳରେ ଦଳ ୧୭ଓଭର ୫ଟି ବଲ୍ ଖେଳି ସମସ୍ତ ୱିକେଟ୍ ହରାଇ ୧୪୭ ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷକୁ ପିଛା କରି ଏମ୍ବିଡିସି କ୍ରିକେଟ୍ କ୍ଲବ୍ ୧୨ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୭୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଫଳରେ ନ୍ୟୁଷ୍ଟାର ସାନହନ୍ତୁଆଡ଼ ୭୩ ରନ୍ରେ ବିଜୟୀ ହୋଇଥିଲା। ନ୍ୟୁଷ୍ଟାରର ଛୋଟୁ ସର୍ବାଧିକ ୨୬ ରନ୍ କରି ମ୍ୟାନ୍ ଅଫ୍ ଦ ମ୍ୟାଚ୍…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଶାର କୋରାପୁଟ ସଡକ ଦୁର୍ଘଟଣା ଜନିତ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା ହୋଇଛି। ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ଵିଟ ମାଧ୍ୟମରେ ସୂଚନା ଦିଆଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, କୋରାପୁଟ ଜିଲ୍ଲା କୋଟପାଡ଼ ମୁର୍ତାହାଣ୍ଡିରେ ଏକ ପିକଅପ୍ ଭ୍ୟାନ୍ ଓଲଟି ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ ଜଣ ଆହତ ହୋଇଥିଲେ। ସିନ୍ଧିଗୁଡ଼ାରୁ ଦଶାହ କାର୍ଯ୍ୟ ସାରି ଛତିଶଗଡ଼ କୁଲଚା ଗାଁକୁ ଫେରୁଥିବା ବେଳେ ଏହି ସଡ଼କ ଦୁର୍ଘଟଣା ଘଟିଥିଲା। ଫଳରେ ଗାଡି ତଳେ ଚାପି ହୋଇ ଘଟଣାସ୍ଥଳରେ ୭ ଜଣ…
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ମାଟ୍ରିକ ଛାତ୍ରଛାତ୍ରୀଙ୍କ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୧୦ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଫର୍ମପୁରଣ ଅବଧିକୁ ବୃଦ୍ଧି କରାଯାଇଛି। ହାଇସ୍କୁଲ, ଓପନ ସ୍କୁଲ, ଧନ୍ଦାମୂଳକ ଶିକ୍ଷାର ଫର୍ମପୁରଣ ଅବଧି ବୃଦ୍ଧି ହୋଇଛି। ଏନେଇ ମାଧ୍ୟମିକ ଶିକ୍ଷବୋର୍ଡ ସୂଚନା ଦେଇଛି। ପୂର୍ବରୁ ଏହାର ଅବଧି ଫେବୃୟାରୀ ୨ ତାରିଖ ପର୍ଯ୍ୟନ୍ତ ଥିଲା।
ଭୁବନେଶ୍ବର: ରାଜ୍ୟରେ କିଛି ଦିନ ତଳେ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ହୋଇଥିଲା। କିନ୍ତୁ ଗତ ତିନି ଧରି ପୁନର୍ବାର ତାପମାତ୍ରାରେ ହ୍ରାସ ହୋଇ ଶୀତ ଲହରୀ ଜାରି ରହିଛି। ସେହିପରି ଆଗାମୀ ୩ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ ଦେଖାଯିବ ବୋଲି ପାଣିପାଗ ସୂଚନା ଦେଇଛି। ହେଲେ ରାଜ୍ୟର ୮ ଟି ଜିଲ୍ଲାରେ ଏହାର ପ୍ରଭାବ ଅଧିକ ଅନୁଭବ ହେବ ବୋଲି ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେଓଗଡ଼, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି। ଏହିସବୁ ଜିଲ୍ଲାଗୁଡ଼ିକରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଶୀତ ଲହରୀ ପ୍ରଭାବିତ ହେବା ସହ ରାତ୍ରିର ପାରଦ ୧୦ ଡିଗ୍ରି ତଳକୁ ଖସି ଯିବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଛି। ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଉତ୍ତରା ଥଣ୍ଡା…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟର ସମସ୍ତ ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। ଏହାଦ୍ବାରା ସରକାରୀ ଆଇ.ଟି.ଆଇ.ରେ ପଢୁଥିବା ରାଜ୍ୟର ୩୦ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ୨୦୨୦ ଅପ୍ରେଲ ଠାରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୯ ମାସର ହଷ୍ଟେଲ ଫି ଛାଡ କରାଯାଇଛି। କୋଭିଡ ଯୋଗୁ ଏହି ସମୟରେ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁ ନ ଥିଲେ। ଆଇ.ଟି.ଆଇ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ହଷ୍ଟେଲର ଦେୟ ବାବଦରେ ମାସିକ ୧୨୫ ଟଙ୍କା ଦେଇଥାନ୍ତି। ତେଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ ୯ ମାସରେ ୧୧୨୫ ଟଙ୍କା ଦେୟ ହଷ୍ଟେଲ ଫି ବାବଦରେ ଛାଡ ପାଇବେ।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତୋଲ ବ୍ଲକ ଅନ୍ତର୍ଗତ କନିମୁଳ ପଞ୍ଚାୟତ ସ୍ଥିତ କିଲିପାଳ ଗ୍ରାମରେ ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି। ଦୋକାନ ଘରେ ଶୋଇଥିବା ବେଳେ ଲାଗିଗଲା ନିଆଁ। ସୂଚନାନୁଯାୟୀ, କିଲିପାଳ ଗ୍ରାମର ଗୋଲେଖ ଦାସ ଦିର୍ଘ ତିନି ଚାରିବର୍ଷ ହେବ ମହାନଧିକୁଳ ମଠ ନିକଟରେ ଏକ ତେଜରାତି ଦୋକନ କରି ନିଜର ପରିବାର ପ୍ରତିପୋଷଣ କରନ୍ତି। ଗତକାଲି ରାତି ପ୍ରାୟ ୧୧ଟା ସମୟରେ ସପରିବାର ଶୋଇଥିବା ବେଳେ କୌଣସି କାରଣରୁ ଘରେ ନିଆଁ ଲାଗିଯାଇଥିଲା। ନିଆଁର ତାତିରେ ପରିବାର ଲୋକଙ୍କ ନିଦ ଭାଙ୍ଗି ଯିବାରୁ ଘର ହୁତୁହୁତୁ ହୋଇ ଜଳୁଥିବାର ଦେଖିଲେ। କୌଣସି ମତେ ପରିବାର ଲୋକେ ନିଜର ଜୀବନ ବଞ୍ଚାଇବା ପାଇଁ କବାଟ ଭାଙ୍ଗି ଘର ବାହାରକୁ ପଳାଇଆସି ଲୋକଙ୍କୁ ଡାକପକାଇଥିଲେ। ଲୋକ ଧାଇଁଆସି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁର ପ୍ରଚଣ୍ଡ ତାପକୁ ରୋକି ପାରିନଥିଲେ। ଫଳରେ ଘର ସମ୍ପୂର୍ଣ୍ଣ ପୋଡି ପାଉଁଶ…
ନୂଆଦିଲ୍ଲୀ: ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପ୍ରଥମ ଦଳ ଭାବେ ନ୍ୟୁଜିଲ୍ୟାଣ୍ଡ ପ୍ରବେଶ କରିଛି। ଅଷ୍ଟ୍ରେଲିଆ କୋଭିଡ୍-୧୯ ଯୋଗୁଁ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଛି। ଯାହାଫଳରେ ନ୍ୟୁଜିଲ୍ୟାଣ୍ଡ ଦଳକୁ ଏହାର ଲାଭ ମିଳିଛି। ଆଇସିସିର ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ସଂସ୍କରଣରେ ନ୍ୟୁଜିଲ୍ୟାଣ୍ଡ ଫାଇନାଲ ଖେଳିବା ପାଇଁ ଯୋଗ୍ୟତା ହାସଲ କରିଛି। ତେବେ ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିଥିବାରୁ ଅଷ୍ଟ୍ରେଲିଆର ଫାଇନାଲରେ ପ୍ରବେଶ କରିବା ଏବେ ଜଟିଳ ହୋଇପଡିଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ୩୩୨ ପଏଣ୍ଟ ପାଇ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଜୟ ହାସଲ ଜରୁରୀ ଥିଲା, କିନ୍ତୁ ଏବେ ଏହି ଗସ୍ତ ବାତିଲ ହୋଇଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ ଖେଳିଥାନ୍ତା। ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୭୧.୭ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍…
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ କୃଷକ ଟ୍ରାକ୍ଟର ରାଲି ସମୟରେ ଦିଲ୍ଲୀରେ ହୋଇଥିବା ହିଂସାକୁ ନେଇ ପୋଲିସ ତଦନ୍ତ ଜାରି ରଖିଛି। ସେଥିପାଇଁ ଆଜି ଦିଲ୍ଲୀ ପୋଲିସ କିଛି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପୁରଷ୍କାର ରାଶି ଘୋଷଣା କରିଛି। ପଞ୍ଜାବୀ ଅଭିନେତା ଦୀପ ସିଦ୍ଧୁ ଉପରେ ଏକ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛି। ଏହା ବ୍ୟତୀତ ଗୁରଜୋତ ସିଂହ, ଗୁରଞ୍ଜତ ସିଂହଙ୍କ ପାଇଁ ମଧ୍ୟ ଏକ ଲକ୍ଷ ଟଙ୍କା ପୁରଷ୍କାର ଘୋଷଣା କରିଛି। ସେହିପରି ଜଜବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଏବଂ ଇକବାଲ ସିଂହ ଉପରେ ୫୦ ହଜାର ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ସାଧାରଣତନ୍ତ୍ର ଦିବସରେ ଆନ୍ଦୋଳନକାରୀଙ୍କୁ ଲାଲକିଲ୍ଲାରେ ଧାର୍ମିକ ପତାକା ଉଡାଇବା ପାଇଁ ଦୀପ ସିଦ୍ଧୁ ପ୍ରବର୍ତ୍ତାଇଥିବାର ଅଭିଯୋଗ ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୨ ଜଣ ଚିହ୍ନଟ ହୋଇଥିବାବେଳେ ୨୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୨ ହଜାର ୩୭୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୪୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୧୮ ଟି ଜିଲ୍ଲାରୁ ମୋଟ୍ ୭୧ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ ଜିଲ୍ଲାରୁ ୧୧ ଜଣ, ଅନୁଗୁଳ ଜିଲ୍ଲାରୁ ୨, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୬ ଜଣ, ବଲାଙ୍ଗୀରି…
ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ନେଇ ଦିଲ୍ଲୀ ସୀମାରେ କୃଷକମାନଙ୍କ ଦ୍ଵାରା ଆନ୍ଦୋଳନ ଜାରି ରହିଥିବା ବେଳେ ସଂସଦରେ ମଧ୍ୟ ଏହାର ପ୍ରଭାବ ପଡିଛି। ବଜେଟ ଅଧିବେଶନରେ ନୂତନ କୃଷି ଆଇନକୁ ନେଇ ବିରୋଧ ଜାରି ରହିଛି। ବାରମ୍ବାର ସଂସଦରେ ଗୃହ ମୁଲତବୀ ହେବାର ଦେଖାଯାଉଛି। ତେବେ କୃଷି ଆନ୍ଦୋଳନ ଉପରେ ରାଜ୍ୟ ସଭାରେ ଚର୍ଚ୍ଚା ହେବ ବୋଲି ଜଣାପଡ଼ିଛି। ଦୀର୍ଘ ୧୫ ଘଣ୍ଟା ଧରି ଏହି ଆଇନ ଉପରେ ଆଲୋଚନା କରାଯିବ। ଉଭୟ ସରକାର ଏବଂ ବୋରୋଧୀ ଦଳଙ୍କ ମଧ୍ୟରେ ସହମତି ପରେ ଏହି ନିଷ୍ପତ୍ତି ହୋଇଛି। ତେବେ ଏଥିପାଇଁ ୨ଦିନ ପାଇଁ ପ୍ରଶ୍ନ କାଳ ବନ୍ଦ ରହିବ।
ଭୁବନେଶ୍ବର: ଗତକାଲି ଭୁବନେଶ୍ବରରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ଏନେଇ ଗତକାଲି ସେହି ଫ୍ୟାକ୍ଟ୍ରି ଉପରେ ଚଢାଉ କରାଯାଇଥିଲା ଏବଂ ଫ୍ୟାକ୍ଟ୍ରିକୁ ସିଲ କରାଯାଇଥିଲା। ତେବେ ଫ୍ୟାକ୍ଟ୍ରି ମାଲିକଙ୍କୁ ଆଜି ଗିରଫ କରାଯାଇଛି। ଫ୍ୟାକ୍ଟ୍ରି ମାଲିକ ଶ୍ରୀପତ୍ତି ରଞ୍ଜନ ବେହେରାଙ୍କୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଭୁବନେଶ୍ୱର ମଞ୍ଚେଶ୍ୱର ଶିଳ୍ପାଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନକଲି ମୃଦ୍ୟୁ ପାନୀୟ ପ୍ରସ୍ତୁତ କରାଯାଉଥିଲା। ପୁଲିସର ନାକ ତଳେ ଏବଂ ସମସ୍ତଙ୍କ ଆଖି ସାମ୍ନାରେ ହେଉଥିଲା ଦୁଇ ନମ୍ବରି କାରବାର। ଚାରି ପାଞ୍ଚ ପ୍ରକାରର ମୃଦୁ ପାନୀୟ, ଜୁସ୍ ଏବଂ ମସାଲା ଡ୍ରିଙ୍କସ ପ୍ରସ୍ତୁତ କରାଯାଉଥିଲା। ହେଲେ କେଉଁ ଉତ୍ପାଦ କେତେ ପରିମାଣରେ ମିଶାଯିବ ଏବଂ ଶରୀର ଉପରେ ତାର କଣ ପ୍ରଭାବ ରହିବ, ତାର ଯାଂଚ ପାଇଁ ଏଠାରେ ନା ଲାବ୍ରୋଟାରୀ ଥିଲା ନା ଟେକ୍ନିସିଆନ୍ ଥିଲେ। ବଜାରରେ ବିକ୍ରି ହେଉଥିବା ବଡ ବଡ ବ୍ରାଣ୍ଡ ଭଳି ସମାନ ବୋତଲରେ…
ବେଙ୍ଗାଳୁରୁ: ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ ଏରୋ ଇଣ୍ଡିଆ ୨୦୨୧ ବେଙ୍ଗାଲୁରୁ ୟେଲହାଙ୍କା ଏୟାରଫୋର୍ସ ଷ୍ଟେସନରେ ଆଜିଠାରୁ ଆରମ୍ଭ ହୋଇଛି। ଏରୋ ଇଣ୍ଡିଆ ଏସିଆ ମହାଦେଶର ସବୁଠୁ ବଡ଼ ଏୟାର ସୋ। ଏହି ସୋ’ ରେ ୧୪ ଟି ଦେଶ ସାମିଲ ହୋଇଛନ୍ତି। ଏଥିରେ ଭାରତର ତେଜସ, ରାଫେଲ ଶକ୍ତି ପ୍ରଦର୍ଶନ କରୁଛନ୍ତି। ଆଜିଠାରୁ ଏହି ଏୟାର ସୋ’ ତିନି ଦିନ ପାଇଁ ଚାଲିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ଉଦଘାଟନ କରିଛନ୍ତି। ଉଦଘାଟନ ଉତ୍ସବରେ ସେନାରେ ଆଧୁନିକକରଣ ଉପରେ ପ୍ରତିରକ୍ଷା ମନ୍ତ୍ରୀ ଗୁରୁତ୍ଵ ଦେଇଛନ୍ତି। ଆଗାମୀ ୭/୮ ବର୍ଷ ଭିତରେ ୧୩୦ ବିଲିଅନ ଡ଼ଲାର ପ୍ରତିରକ୍ଷା କ୍ଷେତ୍ରରେ ଖର୍ଚ୍ଚ ଯୋଜନା ରଖାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସିଡିଏସ ଜେନେରାଲ୍ ବିପିନ ରାଓ୍ୱତ ସମେତ ତିନି ସେନା ମୁଖ୍ୟ ଉପସ୍ଥିତ ଥିଲେ। ଏରୋ ଇଣ୍ଡିଆ ସୋ’ର ଉଦଘାଟନ ଉତ୍ସବରେ ଏମଆଇ-୧୭ ହେଲିକପ୍ଟର ଫ୍ଲାଗପାଷ୍ଟରେ ସାମିଲ…

