ଭୁବନେଶ୍ୱର: ମଙ୍ଗଳବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ୭୨ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଦୁଇ ଜଣ ବିଶିଷ୍ଟ ସ୍ୱାସ୍ଥ୍ୟସେବା ବିଶେଷଜ୍ଞ କୋଭିଡ-୧୯ ନିୟମକୁ କଡାକଡି ପାଳନ କରିବା ସହ ଏହି ମହାମାରୀର ପ୍ରଭାବ କମିଗଲାଣି ବୋଲି ଭୁଲ୍ ଧାରଣା ରଖିବା ଅନୁଚିତ୍ ବୋଲି ପରାମର୍ଶ ଦେଇଥିଲେ। ଆମେ ମହାମାରୀର କରାଳରୂପ ସରିଗଲାଣି ବୋଲି ଭାବିବା ଅନୁଚିତ୍। ପୂର୍ବ କିଛି ମାସ ଭଳି ଆମେ ନିୟମିତ ଭାବରେ ମୁହଁରେ ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଜାରି ରଖିବା ଉଚିତ୍। କାରଣ ଏହି ମହାମାରୀର ଭୟାବହତା ଏବେ ବି ରହିଛି ବୋଲି ବିଶ୍ୱବିଦ୍ୟାଳୟର କର୍ପୋରେଟ୍ ଅଫିସ୍ରେ ପତାକା ଉତ୍ତୋଳନ ଅବସରରେ ସୂଚନା ଦେଇଛନ୍ତି ସୋଆର ପ୍ରୋ-ଚାନ୍ସେଲର୍ ତଥା ବିଶିଷ୍ଟ କାର୍ଡିଓ – ଥୋରାସିକ୍ ସର୍ଜନ୍ ପ୍ରଫେସର ଅମିତ ବାନାର୍ଜୀ। ଏହି ଅବସରରେ ସୋଆ କୁଳପତି ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ୍ ପ୍ରଫେସର ଅଶୋକ କୁମାର ମହାପାତ୍ର…
Author: Samikhsya Bureau
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ବହୁ ଦିନ ଧରି ଚୋରା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଆସୁଛି। ତେଣୁ ଅବକାରୀ ବିଭାଗ ଏଭଳି ବେଆଇନ କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିଙ୍କ ଉପରେ ଲଗାମ ଲଗାଇବା ପାଇଁ ତତ୍ପର ହୋଇଉଠିଥିବା ଦେଖିବାକୁ ମିଳିଛି। ତେବେ ଏନେଇ ଆଜି ସକାଳେ ବାଣପୁରର ବିଭିନ୍ନ ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ଆରମ୍ଭ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନେତୃତ୍ୱରେ ଭୁବନେଶ୍ୱର ଅବକାରୀ ବିଭାଗ ସବ ଇନ୍ସପେକ୍ଟର ଅଂଶୁମାନ ଜେନା ଏବଂ ବାଲୁଗାଁ ଅବକାରୀ ଅଧିକାରୀ ମନୋଜ କୁମାର ବାରିକ ଓ ତାଙ୍କ ଟିମ ମିଳିତ ଭାବେ ଚଢାଉ କରିଥିଲେ। ଚଢାଉ ପରେ ଆଜି ୩୦୦ ଲିଟର ଦେଶୀ ମଦ ଜବତ କରିବା ସହ ଦୁଇ ଜଣ ମହିଳାଙ୍କୁ ଗିରଫ କରିଥିଲା। ଗିରଫ ହୋଇଥିବା ଦୁଇ ଜଣ ମହିଳାଙ୍କ ବିରୋଧରେ ଅବକାରୀ କେସ ନମ୍ବର…
ନୂଆଦିଲ୍ଲୀ, ଦେଶରେ ଚାଲିଥିବା କୃଷକ ଆନ୍ଦୋଳନ ମଧ୍ୟରେ ୨୦୨୧-୨୨ ଆର୍ଥିକ ବର୍ଷର ବଜେଟ୍ ଆସନ୍ତା ଫେବୃୟାରୀ ୧ ତାରିଖରେ ଉପସ୍ଥାପିତ ହେବ। ଏଥର ଅସନ୍ତୁଷ୍ଟ ଚାଷୀଙ୍କ ପାଇଁ ସରକାର ଏହି ବଜେଟରେ ଏକ ବଡ ଘୋଷଣା କରିବେ ବୋଲି ଆଶା କରାଯାଉଛି। ପିଏମ କିସାନ ଯୋଜନା ଅଧୀନରେ ଦିଆଯାଇଥିବା କିଶାନ ସମ୍ମାନ ନିଧିଙ୍କ ପରିମାଣ ୬୦୦୦ ରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବ ବୋଲି ଅର୍ଥନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ପରୋକ୍ଷରେ ଏପରି କିଛି ଆଭାସ ଦେଇଛନ୍ତି। ନିର୍ମଳା ସୀତାରମଣ ଏକ ସଭାରେ କହିଛନ୍ତି ଯେ ଏଥର ବଜେଟ୍ ଭିନ୍ନ ହେବ। ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ସରକାର ବଜେଟ ଉପରେ ସାଧାରଣ ଲୋକଙ୍କ ମତାମତ ଗ୍ରହଣ କରିଛନ୍ତି। ଏହି ମତାମତରୁ ଅଧିକାଂଶ କହିଛନ୍ତି ଯେ, କିଶାନ ସମ୍ମାନ ନିଧିରେ ବାର୍ଷିକ ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ପର୍ୟ୍ୟାପ୍ତ ନୁହେଁ । ଏହି…
ନୂଆଦିଲ୍ଲୀ: ବିଦେଶରେ ଭାରତୀୟ ପାସପୋର୍ଟ କେତେ ଯେ ମହତ୍ବପୂର୍ଣ୍ଣ, ତାହା କେବଳ ୧୮ ବର୍ଷ ଜେଲ ଭୋଗିଥିବା ଜଣେ ୬୫ ବର୍ଷିୟା ମହିଳାଙ୍କ ଠାରୁ ବୁଝିପାରିବେ। ସେ ମହିଳାଜଣଙ୍କ ହେଉଛନ୍ତି ହସିନା ବେଗମ। ୨୦୦୨ ମସିହାରେ ହସିନା ବେଗମ ନିଜ ସମ୍ପର୍କୀୟଙ୍କୁ ମିଶିବା ପାଇଁ ପାକିସ୍ଥାନର ଲାହୋର ଯାଇଥିଲେ। ହେଲେ ସେଠାରେ ତାଙ୍କର ପାସପୋର୍ଟ ହଜିଯାଇଥିଲା। ତାପରେ ତାଙ୍କର ସମସ୍ୟା ଆରମ୍ଭ ହୋଇଥିଲା। ପାକିସ୍ଥାନ ସରକାର ତାଙ୍କୁ ଜେଲରେ ବନ୍ଦ କରିଦେଇଥିଲା। କୌଣସି ଦୋଷ ନକରି ଦୀର୍ଘ ୧୮ ବର୍ଷ ପର୍ଯ୍ୟନ୍ତ ହସିନା ଜେଲରେ ରହିଲେ। ସାଧାରଣତନ୍ତ୍ର ଦିବସରେ ସେ ପାକିସ୍ଥାନ ଜେଲରୁ ମୁକ୍ତ ହୋଇଛନ୍ତି। ଔରଙ୍ଗାବାଦ ପୋଲିସର ପ୍ରୟାସ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ହସିନା ନିଜ ଦେଶକୁ ଫେରି ଆସିବାପରେ ଜେଲରେ କାଟିଥିବା ଖରାପ ସମୟର ଅନୁଭୂତିକୁ ଲୋକଙ୍କ ଆଗରେ ପ୍ରକାଶ କରିଥିଲେ। ସେ କହିଥିଲେ ଯେ, ନିଜ ଦେଶକୁ ଫେରି ଏବେ ଶାନ୍ତି ଅନୁଭବ ହେଉଛି, ଯେମିତିକି…
ନୂଆଦିଲ୍ଲୀ, CAG ର 10811 ଟି ଅଡିଟର ଏବଂ ଆକାଉଣ୍ଟାଣ୍ଟ ପଦବୀ ପୁରଣ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ବିଜ୍ଞପ୍ତି ଅନୁଯାୟୀ, ଉପରୋକ୍ତ ସମସ୍ତ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି 19 ଫେବୃଆରୀ । ଏହା ପରେ ପଠାଯାଇଥିବା ଅନଲାଇନ୍ ଆବେଦନଗୁଡିକ ମଧ୍ୟ ଗ୍ରହଣ କରାଯିବ ନାହିଁ । ଶିକ୍ଷାଗତ ଯୋଗ୍ୟତା ସମସ୍ତ ପଦବୀ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ହେଉଛି ସ୍ନାତକ। ସ୍ନାତକ ଡିଗ୍ରୀ ଥିବା ସମସ୍ତ ପ୍ରାର୍ଥୀ CAG ନିଯୁକ୍ତି ପରୀକ୍ଷାରେ ଉପସ୍ଥିତ ରହିପାରିବେ। ଏହା ବ୍ୟତୀତ ସ୍ନାତକୋତ୍ତର ସମାନ ଡିଗ୍ରୀ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିପାରିବେ। ବୟସ ସୀମା ଯଦି ଆପଣ ମଧ୍ୟ CAG ଅଡିଟର କିମ୍ବା ଆକାଉଣ୍ଟାଣ୍ଟ ପାଇଁ ଆବେଦନ କରିବାକୁ ଚାହାଁନ୍ତି ତେବେ ବୟସ ସୀମା 18 ରୁ 27 ବର୍ଷ ମଧ୍ୟରେ ହେବା ଉଚିତ୍ । ଏହା ବ୍ୟତୀତ ସମସ୍ତ ବର୍ଗର ଛାତ୍ରମାନଙ୍କ ପାଇଁ ବୟସ…
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ଟ୍ରାକ୍ଟର ରାଲିରେ ହଠାତ ହିଂସା ଘଟଣା ଘଟିଥିଲା। ଏଥିରେ ବହୁ କୃଷକ ସଡକ ଉପରେ ହଙ୍ଗାମା କରିଥିଲେ। ହେଲେ ଏହାକୁ ବିରୋଧ କରି ବହୁ କୃଷକ ନେତା ନିନ୍ଦା କରିବା ସହିତ ଅନ୍ୟ ଉପରେ ହିଂସା ଅଭିଯୋଗ ଆଣିଛନ୍ତି। ଏମିତିକି ଏହି ଘଟଣାରେ ଦୀପ ଶିଦ୍ଧୁ ସମ୍ପୃକ୍ତ ଅଛନ୍ତି ବୋଲି ଚାଷୀ ନେତାମାନେ ଅଭିଯୋଗ କରିଛନ୍ତି। ଏହାପରେ ସାମାଜିକ ଗଣମାଧ୍ୟମରେ ଦୀପ ଶିଦ୍ଧୁ କହିଛନ୍ତି ଯେ, ମୁଁ ଗଣତାନ୍ତ୍ରିକ ଅଧିକାର ଅନୁଯାୟୀ ଲାଲ କିଲ୍ଲାରେ ନିଶାନ ଶାହିବର ପତାକା ଉଡାଇଛି। କିନ୍ତୁ ତ୍ରିରଙ୍ଗାକୁ ହଟାଇ ନାହିଁ। ସମାଜସେବୀ ଯୋଗେନ୍ଦ୍ର ଯାଦବ କହିଛନ୍ତି ଯେ, ଗତ ରାତିରେ ଦୀପ ଶିଦ୍ଧୁ ଏବଂ ଗ୍ୟାଙ୍ଗଷ୍ଟାର ଲଖା ସିଧାନା ସିନ୍ଧୁ ସୀମାରେ କୃଷକମାନଙ୍କୁ ହିଂସା କରିବା ପାଇଁ ପ୍ରବର୍ତ୍ତାଇଥିଲେ। ତେଣୁ ଏହି ଘଟଣାରେ ତଦନ୍ତ ହେବ ଆବଶ୍ୟକ ବୋଲି ଯାଦବ କହିଛନ୍ତି। ଜାଣନ୍ତୁ ଦୀପ ଶିଦ୍ଧୁ କିଏ?: ଦୀପ ଶିଦ୍ଧୁ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୧ ଜଣ ଚିହ୍ନଟ ହୋଇଥିବାବେଳେ ୫୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୬୬୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୧ ହଜାର ୪୨୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୨୮୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୪ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍ ୧୩୮ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୧୫, ଅନୁଗୁଳ ଜିଲ୍ଲାରୁ ୩, ବାଲେଶ୍ଵର ଜିଲ୍ଲାରୁ ୬ ଜଣ, ବରଗଡ଼ ଜିଲ୍ଲାରୁ ୭…
ଭୁବନେଶ୍ବର: ରାଜ୍ୟସରକାରଙ୍କ ପକ୍ଷରୁ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ନାମକ ଏକ ଟେଷ୍ଟ ପେପର ମାଗଣାରେ ବଣ୍ଟାଯିବା ନେଇ ଘୋଷଣା ହୋଇଥିଲା। ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ବହିକୁ ଉନ୍ମୋଚନ କରିଛନ୍ତି। ରାଜ୍ୟରେ ମୋଟ ୬ ଲକ୍ଷ ୨୦ ହଜାର ୫୦୮ ଜଣ ପରୀକ୍ଷାର୍ଥୀଙ୍କୁ ‘ପରୀକ୍ଷା ଦର୍ପଣ’ ମାଗଣାରେ ପ୍ରଦାନ କରାଯିବ। ପରୀକ୍ଷାରେ ସାମ୍ଭାବ୍ୟ ପ୍ରଶ୍ନ ଓ ଉତ୍ତରକୁ ନେଇ ଏହି ବହି ପ୍ରସ୍ତୁତ ହୋଇଛି। ମୋଟ ୭୦୦ ପୃଷ୍ଠା ଦ୍ଵାରା ଏହି ବହିକୁ ପ୍ରସ୍ତୁତ କରାଯାଇଛି। ତେବେ ଏହି ବହିକୁ ପେବୃୟାରୀ ୧୫ ତାରିଖ ସୁଦ୍ଧା ସମସ୍ତ ଛାତ୍ରଛାତ୍ରୀଙ୍କ ପାଖକୁ ପହଞ୍ଚବା ପାଇଁ ଲକ୍ଷ୍ୟ ରଖାଯାଇଛି। ଫେବୃୟାରୀ ୧୨ ତାରିଖ ସୁଦ୍ଧା ସବୁ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିକଟରେ ଏହି ବହି ପହଞ୍ଚିବ।
ନୂଆଦିଲ୍ଲୀ: ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନକୁ ନେଇ ସାରା ବିଶ୍ଵ ଭୟଭୀତ ଥିବା ବେଳେ ଭାରତ ପାଇଁ ଏକ ଭଲ ଖବର ମିଳିଛି। ଗୋଟିଏ ପଟେ ଏହି ନୂଆ ଷ୍ଟ୍ରେନ ସମଗ୍ର ବିଶ୍ଵକୁ ଚିନ୍ତାରେ ପକାଇଥିବା ବେଳେ ଅନ୍ୟପଟେ ଭାରତୀୟ ବୈଜ୍ଞାନିକ ମାନେ କରୋନା ଭୁତାଣୁକୁ ପ୍ରତିହିତ କରିବାରେ ସଫଳ ହେଉଛନ୍ତି। ଏପରିସ୍ଥଳେ ଆଜି ନୂଆ ଷ୍ଟ୍ରେନକୁ ମାତ୍ ଦେବାରେ କୋଭାକ୍ସିନ ଟିକା ସଫଳ ହୋଇଥିବା ଘୋଷଣା କରାଯାଇଛି। ଏନେଇ ଆଇସିମିଆର ପକ୍ଷରୁ ସ୍ପଷ୍ଟ କରାଯାଇଛି। ତେବେ ଏହାର ସଫଳତାରେ ବିଶ୍ବରେ ସ୍ଵଦେଶୀ ଟିକା ପ୍ରତି ଚାହିଦା ବଢିବ। ଏହାସହିତ ସ୍ଵଦେଶୀ ଟିକା କରୋନାକୁ ମାତ୍ ଦେବା ସହ ବିଶ୍ବସ୍ତରରେ ଦେଶ ପାଇଁ ଆହୁରି ଗୌରବ ବଢାଇବ।
ଭୁବନେଶ୍ୱର: ଆରମ୍ଭ ହେଲା ରାଜ୍ୟସ୍ତରୀୟ ଆଦିବାସୀ ମେଳା । ଭିଡିଓ କନଫ୍ରେସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦଘାଟନ କରିଥିଲେ । ଆଦିବାସୀଙ୍କ ଉତ୍ପାଦିତ ପଦାର୍ଥକୁ ବିକ୍ରି କରିବା ପାଇଁ ଏହି ମେଳାର ପରିକଳ୍ପନା। ଏଥିସହିତ ଏହି ମେଳାରେ ଆଦିବାସୀଙ୍କ ଜୀବନ ଶୈଳୀ ମଧ୍ୟ ପ୍ରଦର୍ଶୀତ କରାଯାଇଥାଏ। ଏହା ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଦିନ ୧୧ଟାରୁ ସନ୍ଧ୍ୟା ୭ଟା ଯାଏଁ ମେଳା ଚାଲିବ । କରୋନାକୁ ଦୃଷ୍ଟରେ ରଖି ଚଳିତ ବର୍ଷ ପ୍ରଥମ ଥର ପାଇଁ ଇ ମାର୍କେଟିଂର ବ୍ୟବସ୍ଥା କରାଯାଇଛି । ଆଗ୍ରହୀ ଗ୍ରାହକମାନେ ଘରେ ବସି ବିଭିନ୍ନ ସାମଗ୍ରୀ କିଣିପାରିବେ । ଆପଣମାନେ ୱେବସାଇଟ www.adivasi2021.com କୁ କ୍ଲିକ କରି ସାମଗ୍ରୀ କିଣିପାରିବେ।
ଭୁବନେଶ୍ବର: ୨୬ ଜାନୁଆରୀ ୨୦୨୧ ଦିନ ଏକ ସମାରୋହ ପରେଡରେ କମୋଡର ଏନପି ପ୍ରଦୀପ ଭାରତୀୟ ନୌସେନାର ପ୍ରାରମ୍ଭିକ ନାବିକ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆଇଏନଏସ ଚିଲିକାର କମାଣ ଏବଂ ନୌସେନା ଅଧିକାରୀ ଓଡିଶାର ଦାୟିତ୍ୱ କମୋଡର ଋତୁରାଜ ସାହୁଙ୍କ ଠାରୁ ଗ୍ରହଣ କରିଛନ୍ତି। ଆଇଏନଏସ ଚିଲିକାର ଅଧିକାରୀ ଗଣ ଓ ନାବିକମାନେ କମୋଡର ଋତୁରାଜ ସାହୁଙ୍କ ୨୨ ମାସର କାର୍ଯ୍ୟକାଳ ଶେଷରେ ଏକ ପାରମ୍ପାରିକ ସମାରୋହରେ ବିଦାୟ ଦେଇଥିଲେ। କମୋଡର ଋତୁରାଜ ସାହୁ ଖୁବ୍ ଶୀଘ୍ର କୋଲକାତାର ଆଇଏନଏସ ନେତାଜୀ ସୁବାଷର କମାଣ ଓ ନୌସେନା ଅଧିକାରୀ (ପଶ୍ଚିମ ବଙ୍ଗ) ର ଦାୟିତ୍ଵ ଗ୍ରହଣ କରିବେ। କମୋଡର ଏନପି ପ୍ରଦୀପ ଯେ କି କେରଳର ଭାଡାନାମକୁରୁସିରୁ ଅସିଛନ୍ତି। ସେ ଜାତୀୟ ପ୍ରତିରକ୍ଷା ପ୍ରତିଷ୍ଠାନ (ଖଡଗ ବଲସା) ର ପୁରତନ ଛାତ୍ର। ଏହି ଅଧିକାରୀ ୧୯୯୨ ମସିହାରେ ଭାରତୀୟ ନୌସେନାରେ ଜାହାଜପଥ ପ୍ରଦର୍ଶକ ଓ ଦିଗ ବିଶେଷଜ୍ଞ ଭାବେ ଭାରତୀୟ ନୌସେନାରେ ଯୋଗଦାନ କରିଥିଲେ।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୨ ହଜାର ୬୮୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୩୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୮୯ ହଜାର ୫୨୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୭୨୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୫୯ ହଜାର ୩୦୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୭୬ ହଜାର ୪୯୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: କରୋନା ଟିକା ନେବାର ତିନି ଦିନ ପରେ ରାଜ୍ୟର ଜଣେ ୨୭ ବର୍ଷୀୟ ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁ ହୋଇଛି। ମୃତ ସ୍ଵାସ୍ଥ୍ୟକର୍ମୀଙ୍କ ଘର ନୂଆପଡା ଜିଲ୍ଲାର ବୋଲି ଜଣାପଡିଛି। ସେ ୨୩ ଜାନୁୟାରୀରେ କରୋନା ଟିକା ନେଇଥିଲେ। ତାଙ୍କର ଆଜି ସକାଳେ ସମ୍ବଲପୁରର ଭୀମସାର ହସ୍ପିଟାଲରେ ମୃତ୍ୟୁ ହୋଇଛି। କିନ୍ତୁ ଟିକା ଯୋଗୁଁ ତାଙ୍କର ମୃତ୍ୟୁ ହୋଇନଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହିତ କରୋନା ଟିକା ନେଇଥିବା ଆଉ ଦୁଇଜଣ ସ୍ଵାସ୍ଥ୍ୟ କର୍ମୀ ଅସୁସ୍ଥ ହୋଇପଡିଥିବା ଖବର ମିଳୁଛି। ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ନୂଆପଡା ଜିଲ୍ଲାର ଜଣେ ୨୪ ବର୍ଷିୟା ମହିଳା ଏବଂ ଝାରସୁଗୁଡା ଜିଲ୍ଲାର ଜଣେ ୨୩ ବର୍ଷୀୟ ପୁରୁଷ ଟିକା ନେବା ପରେ ଅସୁସ୍ଥ ହୋଇପଡିଥିଲେ। ବର୍ତ୍ତମାନ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି।
ଭୁବନେଶ୍ୱର: ଆଜିଠାରୁ ପୁଣି ଥରେ ଦିଆଯିବ ପ୍ରଥମ ପର୍ଯ୍ୟାୟର ବାକି ଥିବା କରୋନା ଟିକା। ପ୍ରଥମ ପର୍ଯ୍ୟାୟର ଆଜି ସୁଦ୍ଧା ପ୍ରାୟ ୧ ଲକ୍ଷ ୭୩ ହଜାର ୬୩୬ ଜଣ ବାକି ଅଛନ୍ତି। ତେବେ ଏହି ଟିକା ଆଜି କେବଳ ଭୁବନେଶ୍ବରରେ ଦିଆଯିବ। ଆସନ୍ତାକାଲିଠାରୁ ସାରା ଓଡିଶାରେ ଦିଆଯିବ। ଏହି ଟିକାକରଣ ପାଇଁ ରେଜିଷ୍ଟ୍ରେସନ ଶେଷ ହୋଇଛି। ଏଥିସହିତ ଟିକାକରଣ ପାଇଁ ଜିଲ୍ଲାରୁ ମାଇକ୍ରୋପ୍ଲାନ ମଧ୍ୟ ଆସିସାରିଛି। ଏହି ପ୍ରକ୍ରିୟା ଫେବ୍ରୁଆରୀ ୧୦ରେ ଶେଷହେବ।
ନୂଆଦିଲ୍ଲୀ, ଆପଣଙ୍କର ଜୀବନର ସମସ୍ତ ଦୁଃଖ ଏବଂ ଯନ୍ତ୍ରଣା ସମାପ୍ତ ହେବ। ଜୀବନର ପ୍ରତ୍ୟେକ କାର୍ଯ୍ୟକୁ ବଡ଼ ସଫଳତା ସହିତ କରିବାକୁ ସକ୍ଷମ ହେବେ। ଆଜି ଆପଣଙ୍କର କ୍ୟାରିଅରରେ ଅଗ୍ରଗତି କରିବ। ଏହି ରାଶିଗୁଡିକ ହେଲା କୁମ୍ଭ, ତୂଳା, ମକର ଏବଂ ମେଷ। ଏହି ରାଶିର ବ୍ୟକ୍ତିମାନଙ୍କ ଜୀବନରୁ ଦୁଃଖର କଳା ମେଘ କଟିଯିବ। ସଫଳତା ପାଇଁ ଧର୍ଯ୍ୟ ଗ୍ରହଣ କରିବା ଆବଶ୍ୟକ। ନୂତନ ଲୋକଙ୍କ ସଂସ୍ପର୍ଶରେ ଆସିବେ। ଆର୍ଥିକ କ୍ଷେତ୍ରରେ ଏକ ସୁବିଧା ରହିବ। ଆପଣଙ୍କ ସନ୍ତାଙ୍କ ସମସ୍ତ ଚିନ୍ତା ଦୂର ହୋଇଯିବ। ବ୍ୟକ୍ତିଗତ ଜୀବନକୁ ଏକ ଭଲ ଉପାୟରେ ବିତାଇବେ। ଆଗାମୀ ଦିନରେ ଭଲ ଲାଭ ପାଇପାରିବ, ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ, ପ୍ରଭାବଶାଳୀ ଲୋକଙ୍କଠାରୁ ସମର୍ଥନ ପାଇେବ, ତୁମର ଜୀବନସାଥୀଙ୍କ ସହିତ ଭଲ ସମ୍ପର୍କ ରହିବ। ସାଥୀ ରହିବେ, ହଠାତ୍ ଟଙ୍କା ହୋଇପାରେ।
ସନାତନ ଧର୍ମରେ ଧୂପ ଏବଂ ଦୀପର ବିଶେଷ ମହତ୍ତ୍ୱ ରହିଛି । କୁହାଯାଏ ଯେ ଯଦି ପ୍ରତିଦିନ ଧୂପ ଏବଂ ଦୀପ ଦିଆଯାଏ, ତେବେ ଘରର ସମସ୍ତ ଅସୁବିଧା ଏବଂ ନକାରାତ୍ମକତା ଦୂର ହୁଏ। ଆସନ୍ତୁ ଆପଣଙ୍କୁ ଦୀପ ସହିତ ଜଡିତ କିଛି ବିଶେଷ କଥା ଜାଣିବା ଧୂପର କିଛି ନିୟମ ମଧ୍ୟ ଅଛି 1-ଏହାକୁ ଜାଳିବା ଦ୍ୱାରା ପାର୍ଥିବ ଶକ୍ତି ଆକର୍ଷିତ ହୁଏ । ବିଶେଷକରି ଯଦି ଗୁରୁବାର ସମାଧୀରେ ଧୂପ ଜଳାଇବେ ତେବେ ପୂର୍ବପୁରୁଷମାନେ ଆପଣଙ୍କୁ ସାହାଯ୍ୟ କରିବେ । 2-ସେହିପରି ଘରେ ଯଦି କେହି ଗୁଣି କରିଛି ବୋଲି ଭାବୁଛନ୍ତି ତେବେ ଘରେ ଝୁଣା ଧୂପ ଦିଅନ୍ତୁ। ଏଥିସହିତ ଗାୟତ୍ରୀ ମନ୍ତ୍ର ପାଠ କରନ୍ତୁ। ଏକୋଇଶ ଦିନ ପର୍ଯ୍ୟନ୍ତ ଏପରି କରନ୍ତୁ। 3- ଯଦି ଆପଣଙ୍କ ଘରେ ବାସ୍ତୁ ତ୍ରୁଟି ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ଘରେ ଦୁଇଥର ନିମ୍ ପତ୍ରର ଧୂପ ଜାଳନ୍ତୁ । ଏହି…
ମେଷ ରାଶି- ବ୍ୟବସାୟ ଯାତ୍ରା ସଫଳ ହେବ। ରୋଜଗାର ବୃଦ୍ଧି ପାଇବ। ଉପହାର ଗ୍ରହଣ କରାଯିବ। ଶତ୍ରୁମାନେ ସକ୍ରିୟ ରହିବେ। ଅହଂକାର ଦୂର କର । ରାଜନୈତିକ ବ୍ୟକ୍ତିଙ୍କଠାରୁ ଲାଭଜନକ ଯୋଗ ଗଠନ ହେବ। ମନୋବଳ ବୃଦ୍ଧି ଚାପକୁ ହ୍ରାସ କରିବ। ସହଭାଗିତାରେ ନୂତନ ପ୍ରସ୍ତାବ ଗ୍ରହଣ କରାଯିବ। ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ଦୁଷ୍ଟ ଲୋକମାନେ କ୍ଷତି ଘଟାଇ ପାରନ୍ତି। ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଚିନ୍ତା ଏବଂ ଟେନସନ ହେବ । ବ୍ୟବସାୟ ଯୋଜନା କାର୍ଯ୍ୟକାରୀ ହେବ ନାହିଁ । ପରିବାର ଚିନ୍ତିତ ହେବେ । ଆୟଠାରୁ ବ୍ୟୟ ଅଧିକ ହେବ । ଅପରିଚିତ ବ୍ୟକ୍ତିଙ୍କ ଉପରେ ବିଶ୍ୱାସ କରିବା ଦ୍ୱାରା କ୍ଷତି ହୋଇପାରେ। ମିଥୁନ ରାଶି- ଦେୟ ଫେରସ୍ତ ପାଇଁ ପ୍ରୟାସ ସଫଳ ହେବ । ଯାତ୍ରା ସଫଳ ହେବ । ରୋଜଗାର ବୃଦ୍ଧି ପାଇବ। ବିପଦଜନକ କାର୍ଯ୍ୟ କରନ୍ତୁ ନାହିଁ । ନିଶାକୁ…
ନୂଆଦିଲ୍ଲୀ, ଆଜି ଦୁଇଟି ରାଶିର ମହାଯୋଗ ସୃଷ୍ଟି ହୋଇଛି। ଯେଉଁଥି ପାଇଁ ମୀନ ଏବଂ ବୃଷ ଲୋକମାନଙ୍କର ଭାଗ୍ୟ ଉଜ୍ଜ୍ୱଳ ହୋଇପାରେ। ସେମାନେ ନିଶ୍ଚିତ ଭାବେ ଜୀବନରେ ଉପକୃତ ହୋଇ ପାରିବେ। ତାଙ୍କର ସ୍ୱପ୍ନ ସାକାର ହେବ। ପ୍ରେମ ଏବଂ ଅର୍ଥରେ ସେମାନେ ବଡ଼ ସଫଳତା ପାଇ ପାରିବେ। ସେମାନଙ୍କର ସମସ୍ତ ଇଚ୍ଛା ପୂରଣ ହୋଇପାରିବ। ଜମି କିମ୍ବା ଘର କିଣିବାର ସ୍ୱପ୍ନ ପୂରଣ ହୋଇ ପାରିବ। ସେମାନେ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟବାନ ହୋଇପାରନ୍ତି। ଆପଣ ଭଗବାନ କୃଷ୍ଣଙ୍କୁ ପୂଜା କରନ୍ତୁ। ଆପଣଙ୍କ ଜୀବନସାଥୀଙ୍କ ସହିତ ବୁଲିବାକୁ ବାହାରକୁ ଯାଇପାରନ୍ତି। ବର୍ତ୍ତମାନ ଆପଣ ଧନୀମାନଙ୍କ ପରି ଜୀବନ ବିତାଇବେ। ଏହିପରି ଶୁଭ ଦିନଗୁଡ଼ିକ ଆପଣଙ୍କ ଜୀବନରେ ପୁନର୍ବାର ଆସିବ ନାହିଁ।
ନୂଆଦିଲ୍ଲୀ: ବାସ୍ତୁଶାସ୍ତ୍ର ଅନୁସାରେ ବାସ୍ତୁ ଦୋଷ ରହୁଥିବା ଘରେ ସୁଖ ଶାନ୍ତି ଏବଂ ପରିବାରର ଉନ୍ନତିରେ ସମସ୍ୟା ଦେଖାଯାଏ। ବାସ୍ତୁ ଦୋଷ କାରଣରୁ କୌଣସି ବ୍ଯକ୍ତିର ଭାଗ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ। ଏହାସହିତ ଘରର ଅନ୍ୟ ସଦସ୍ୟଙ୍କ ମଧ୍ୟରେ ଅନେକ ସମସ୍ୟା ଦେଖାଯାଏ। ତେବେ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ କର୍ପୂରକୁ ମହତ୍ବପୂର୍ଣ୍ଣ ଏବଂ ଫଳପ୍ରଦ ବୋଲି ବିଶ୍ବାସ କରାଯାଏ। କର୍ପୂରର ଏମିତି କିଛି ଉପାୟ ଅଛି, ଯେଉଁଥିରେ ବାସ୍ତୁ ଦୋଷ ଦୂର ହୋଇପାରିବ। ବାସ୍ତୁ ଦୋଷ ଦୂର କରିବାର ଉପାୟ ଗୁଡିକ ହେଲା: ୧- ଘରର କୋଣରେ କିଛି କର୍ପୂର ରଖିଦିଅନ୍ତୁ, ତାହା ଆପେ ଆପେ ତରଳି ମିଶିଲା ପରେ ପୁନଶ୍ଚ ଆଉ କିଛି କର୍ପୂର ରଖିଦିଅନ୍ତୁ। ଏହା କରିବା ଦ୍ଵାରା ଘରର ବାସ୍ତୁ ଦୋଷ ଦୂର ହୋଇପାରିବ ନାହିଁ। ୨- ଗୃହରେ ସବୁବେଳେ ସକାଳେ ଏବଂ ସନ୍ଧ୍ୟା ସମୟରେ ଦେଶୀ…
ଇସ୍ଲାମାବାଦ: ଭାରତରେ କୃଷି ଆଇନ ବିରୋଧରେ ଚାଲିଥିବା କୃଷକ ଆନ୍ଦୋଳନକୁ ନେଇ ପାକିସ୍ଥାନ ଟିପ୍ପଣୀ ରଖିଛି। ପାକିସ୍ଥାନର ବିଦେଶ ମନ୍ତ୍ରୀ ଶାହ ମହମୁଦ କୁରେଶୀ ଏକ ବୟାନ କହିଛନ୍ତି ଯେ, ଭାରତ ସରକାର ଆନ୍ଦୋଳନରତ ଚାଷୀଙ୍କ ଆୱାଜ ବନ୍ଦ କରିବାକୁ ବିଫଳ ହୋଇଛି। ଏବଂ ସମଗ୍ର ଭାରତ କୃଷକଙ୍କ ସାଥିରେ ଠିଆ ହୋଇଛି। ଏହା ସହିତ କୁରେଶୀ ପୁଣି ଥରେ କାଶ୍ମୀର ମୁଦ୍ଦା ଉଠାଇଥିଲେ। ପାକିସ୍ଥାନର ଖବର କାଗଜକୁ ବିଦେଶମନ୍ତ୍ରୀ କୁରେଶୀ କହିଛନ୍ତି ଯେ, କାଶ୍ମୀର ଘଟଣା ଉପରେ ଭାରତ ଯଦି ଏତେ ମଜବୁତ ଅଛି, ତେବେ ସେମାନେ ଆଲୋଚନା କରିବାକୁ କାହିଁକି ଡରୁଛନ୍ତି? ଭାରତ କେବେ ପାକିସ୍ଥାନ ପ୍ରଧାନମନ୍ତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆଲୋଚନାର ପ୍ରସ୍ତାବକୁ ଧ୍ୟାନ ଦେଇନାହିଁ। ବରଂ ଭାରତ ଏମିତି ପଦକ୍ଷେପ ନେଇଛି ଯାହାଫଳରେ କାଶ୍ମୀରରେ ଏମିତି ବିବାଦପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ପରମାଣୁ ଅସ୍ତ୍ରଶସ୍ତ୍ର ସମ୍ପନ୍ନ ଦୁଇ ଦେଶ ମଧ୍ୟରେ କାଶ୍ମୀରକୁ ନେଇ ବିବାଦ ଲାଗିରହିଛି। ସେଥିପାଇଁ ଦୁଇ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୧୪୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୨୯, ଖୋର୍ଦ୍ଧାରୁ ୧୯, ପୁରୀରୁ ୧୬, ସମ୍ବଲପୁରରୁ ୧୨, ବରଗଡରୁ ୧୦, ଅନୁଗୁଳରୁ ୯, କଟକରୁ ୭, ଯାଜପୁରରୁ ୭, ବାଲେଶ୍ବରରୁ ୬, ନୂଆପଡାରୁ ୫, କେନ୍ଦ୍ରାପଡାରୁ ୪, କେନ୍ଦୁଝରରୁ ୩, ବଲାଙ୍ଗୀରିରୁ ୨, ବୌଦ୍ଧରୁ ୨, ଗଞ୍ଜାମରୁ ୨, ଝାରସୁଗୁଡାରୁ ୨, ଭଦ୍ରକରୁ ୧, ଦେବଗଡରୁ ୧, ଜଗତସିଂହପୁରରୁ ୧ ଏବଂ ଷ୍ଟେଟପୁଲରୁ ୫ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୧ ହଜାର ୪୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୫୨୯ କୁ ବୃଦ୍ଧି ହୋଇଛି। ତେବେ ୧ ହାଜର ୧୪୩ ଆକ୍ରାନ୍ତ ବର୍ତ୍ତମାନ…

