ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ଆୟୋଜିତ ୩୨, ୩୩ ଓ ୩୪ ତମ ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହାକୁ ଉଦ୍ଘାଟନ କରିଛନ୍ତି ରାଜ୍ୟପାଳ ରଘୁବର ଦାସ।ଓଡିଶାର ସିନେମା ଇଣ୍ଡଷ୍ଟ୍ରିକୁ ଏହି ଆହ୍ୱାନ ଜଣାଇଛନ୍ତି। ଉଦବୋଧନ ଦେଇ ରାଜ୍ୟପାଳ କହିଛନ୍ତି ଯେ, ୧୯୩୬ ମସିହାରେ ପ୍ରଥମ ଓଡିଆ ଚଳଚିତ୍ର ‘ସୀତା ବିବାହ’ର ଏଯାବତ୍ ଚଳଚିତ୍ର ନିର୍ମାତା ଏବଂ କଳାକାରମାନେ ନିଜର ନିଷ୍ଠା, ସୃଜନଶୀଳତା ବଳରେ କେବଳ ଓଡିଆ ସିନେମା ନୁହେଁ ସମଗ୍ର ଭାରତୀୟ ସିନେମାକୁ ସମୃଦ୍ଧ କରିବାରେ ଲାଗିଛନ୍ତି। ରାଜ୍ୟର ଦୂରଦୃଷ୍ଟି ସଂପନ୍ନ କଳାକାର ଓ ଟେକ୍ନିସିଆନ୍ ଯେଉଁମାନେ ଓଡିଆ ସିନେମାର ବିକାଶରେ ବହୁମୂଲ୍ୟ ଅବଦାନ ରଖିଛନ୍ତି ସେମାନଙ୍କୁ ସମ୍ମାନ ଜଣାଇ ତାଙ୍କର କାର୍ଯ୍ୟ କେବଳ ଦର୍ଶକଙ୍କୁ ମନୋରଞ୍ଜନ ଦେଇ ନାହିଁ ବରଂ ସମାଜକୁ ଶିକ୍ଷିତ ଏକଜୁଟ୍ ଓ ସଶକ୍ତ କରିଛି। ଚଳଚିତ୍ର ସମ୍ମାନ ପ୍ରଦାନ ଉତ୍ସବ…
Author: Samikhsya Bureau
ନୂଆଦିଲ୍ଲୀ: ଷ୍ଟେଟ୍ ହାଉସରେ ଆୟୋଜିତ ଏକ ସମାରୋହରେ ନାଇଜେରିଆ ଫେଡେରାଲ ରିପବ୍ଲିକ୍ ର ରାଷ୍ଟ୍ରପତି ମହାମହିମ ଶ୍ରୀ ବୋଲା ଅହମ୍ମଦ ଟିନୁବୁ ଭାରତ-ନାଇଜେରିଆ ସମ୍ପର୍କକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ” ଗ୍ରାଣ୍ଡ କମାଣ୍ଡର ଅଫ୍ ଦି ଅର୍ଡର ଅଫ୍ ନାଇଜର ” ଜାତୀୟ ପୁରସ୍କାର ପ୍ରଦାନ କରିଥିଲେ। ପୁରସ୍କାର ପ୍ରଶଂସାପତ୍ରରେ ଉଲ୍ଲେଖ କରାଯାଇଛି ଯେ ପ୍ରଧାନମନ୍ତ୍ରୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ଏକ ବିଶ୍ୱ ଶକ୍ତି ଭାବରେ ଅବସ୍ଥାପିତ ହୋଇଛି ଏବଂ ତାଙ୍କ ପରିବର୍ତ୍ତନଶୀଳ ଶାସନ ସମସ୍ତଙ୍କ ପାଇଁ ଏକତା, ଶାନ୍ତି ଏବଂ ଅଂଶୀଦାର ସମୃଦ୍ଧିକୁ ପ୍ରୋତ୍ସାହିତ କରିଛି । ଏହି ପୁରସ୍କାର ଗ୍ରହଣ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏହି ସମ୍ମାନକୁ ଭାରତବାସୀ ଏବଂ ଭାରତ ଓ ନାଇଜେରିଆ ମଧ୍ୟରେ ଥିବା ଦୀର୍ଘକାଳୀନ ଐତିହାସିକ ବନ୍ଧୁତାକୁ ଉତ୍ସର୍ଗ କରିଥିଲେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ସ୍ୱୀକୃତି ଦୁଇ ଦେଶ ମଧ୍ୟରେ ରଣନୈତିକ…
ମେଷ – ଆଜି ଆପଣ ହଠାତ୍ ଅପ୍ରତ୍ୟାଶିତ ରୋମାନ୍ସ ପାଇପାରନ୍ତି, ଯଦି ଆପଣ ସାଙ୍ଗମାନଙ୍କ ସହିତ ସନ୍ଧ୍ୟା ପାଇଁ ବାହାରକୁ ଯାଆନ୍ତି । ସହର ବାହାରେ ଭ୍ରମଣ କରିବା ଅତ୍ୟନ୍ତ ଆରାମଦାୟକ ହେବ ନାହିଁ, କିନ୍ତୁ ଆବଶ୍ୟକ ପରିଚିତ ହେବା କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ । ଯଦି ତୁମେ ତୁମର ଜୀବନ ସାଥୀଙ୍କଠାରୁ ସ୍ନେହ ଆଶା କରୁଛ, ତେବେ ଏହି ଦିନ ତୁମର ଆଶା ପୂରଣ କରିପାରିବ । ହୃଦୟର ଜିନିଷକୁ ଜିଭକୁ ଆଣିବା ମଧ୍ୟ ଆବଶ୍ୟକ, ଏହା ପ୍ରେମରେ ଗଭୀରତା ଆଣିଥାଏ । ବୃଷ – ଆଜି ଆପଣ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଅସ୍ଥାୟୀ ଏବଂ ସମୟ ସହିତ ସେଗୁଡିକ ଚାଲିଯିବେ। ଏହି ଦିନ କାହା ସହିତ ଫ୍ଲର୍ଟିଂରୁ ଦୂରେଇ ରୁହନ୍ତୁ । ଆଜି ଆପଣ ସମସ୍ତ କାର୍ଯ୍ୟ ଛାଡି ସେହିସବୁ କାର୍ଯ୍ୟ କରିବାକୁ ଚାହାଁନ୍ତି ଯାହାକୁ ଆପଣ ନିଜ ପିଲାଦିନରେ କରିଥିବେ । ଆଜି ଆପଣଙ୍କ ଜୀବନସାଥୀ…
ଝାରସୁଗୁଡ଼ା: ଝାରସୁଗୁଡ଼ା ଠାରେ ମହାନଦୀ କୋଲ ଫିଲ୍ଡ (ଏମସିଏଲ) ର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ଅନ୍ତର୍ଗତ ଜିଲ୍ଲାର ଦଶମରୁ ଦ୍ୱାଦଶ ଶ୍ରେଣୀ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାରିୟର୍ କାଉନସେଲିଂ ଏବଂ ଲାଇଫ୍ ସ୍କିଲ୍ ପ୍ରୋଜେକ୍ଟ “ଏମସିଏଲ୍ କୀ ଏକ୍ ପହଲ୍” କାର୍ଯ୍ୟକ୍ରମ ରବିବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଳରେ ଶୁଭାରମ୍ଭ ହୋଇଯାଇଛି । ଜିଲ୍ଲା ପ୍ରଶାସନ ଓ ଏମସିଏଲ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାତୀୟ ଶିକ୍ଷା ନୀତିର ପରାମର୍ଶ କ୍ରମେ ଛାତ୍ରଛାତ୍ରୀଙ୍କୁ ଉଚିତ୍ ମାର୍ଗ ଦେଖାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ସାଧୁ ଉଦ୍ୟମ। ଓଡ଼ିଶା କୁଶଳୀ ଲୋକଙ୍କ ରାଜ୍ୟ। ଆଜିର ସମୟକୁ ଧ୍ୟାନରେ ରଖି ଯୁବବର୍ଗଙ୍କ ଦକ୍ଷତା ଓ ଉଦ୍ୟମିତା ବଢାଇବା ଲକ୍ଷ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ୧୪,୯୬୨ ଜଣ ଛାତ୍ରଛାତ୍ରୀଙ୍କ କ୍ୟାରିୟର କାଉନସେଲିଂ କରାଯିବ। ଉପାଦେୟ ପରାମର୍ଶ ଦେଇ ସେମାନଙ୍କ…
ଭୁବନେଶ୍ଵର: ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟାକୁ ଉତ୍ସର୍ଗ କରଯାଇଥିଲା ବିଶିଷ୍ଟ ସଙ୍ଗୀତଜ୍ଞ ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ଉଦ୍ଦେଶ୍ୟରେ । ପିଲାମାନଙ୍କ କଣ୍ଠରେ ଅକ୍ଷୟ ମହାନ୍ତିଙ୍କ କାଳଜୟୀ ଗୀତଗୁଡିକର ପରିବେଷଣ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସଙ୍ଗେ ସଙ୍ଗେ ଦୀର୍ଘ ସମୟ ଧରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରି ରଖିଥିଲା । ଏହି ଗୀତଗୁଡିକ ମଧ୍ୟରେ ଥିଲା ଭସା ମେଘ ମୁଜେ…, ଫୁଲେଈ ରାଣୀ ସଜ ଫୁଲ…., ମାୟାବିନୀ ବନ ଯୋତ୍ସ୍ନା…, ଏ ଏ ଏ ଆଲୋ ଆଲୋ ମଣି …, ନିଦ ଏକ ଫୁଲ ବନ …, ସାବି ସାବି ତୁ ତ…, ଝୁମୀ ଝୁମୀ ଆସେ ରାତି…, ଦରିଆ କୂଳେ ବସି ଦରିଆ ସେପାରିରୁ…, ଫୁର କିନା ଉଡିଗଲା ବଣି…., ପୁଣ୍ୟର ନଦୀ ତୀରେ…ଶିକାରୀ ଶିକାରୀ…ହେ ଫଗୁଣ ତୁମେ …, ଇତ୍ୟାଦି । କଣ୍ଠଶିଳ୍ପୀ ମାନେ ଥିଲେ ଶାଶ୍ଵତୀ ନାରାୟଣୀ, ଦିବ୍ୟେନ୍ଦୁ, ସିଦ୍ଧିସ୍ନା, ଦୀଶ୍ନା ଦିବ୍ୟାଂଶୀ, ଦେବ୍ନାଶୁ, ଆରାଧ୍ୟା, ପ୍ରତ୍ୟୁଷ, ସାଇଶ୍ରୀ,…
ଭୁବନେଶ୍ବର: ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ ପରିପ୍ରେକ୍ଷୀରେ ୨୦୩୬ ମସିହା ସୁଦ୍ଧା ବିକଶିତ ଓଡ଼ିଶା ଏବଂ ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକ ପାଳନ କରାଯିବାକୁ ଥିବାରୁ ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖି ପ୍ରସ୍ତାବିତ “ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଭିଜନ ଡକ୍ୟୁମେଣ୍ଟ” ର ପ୍ରସ୍ତୁତି କାର୍ଯ୍ୟ ଅଗ୍ରଗତି ସଂପର୍କରେ ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ବି.ଭି.ଆର ସୁଭ୍ରମଣ୍ୟମ ଏବଂ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସ୍ଥିତି ସମୀକ୍ଷା କରିଥିଲେ। ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଗତକାଲି ଶନିବାର ଅନୁଷ୍ଠିତ ହୋଇଯାଇଥିବା ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ସମେତ ବିଭିନ୍ନ ବିଭାଗର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନାଇଜରେିଆର ମରାଠୀ ସମ୍ପ୍ରଦାୟକୁ ସେମାନଙ୍କର ସଂସ୍କୃତି ସହ ଜଡିତ ରହିଥିବାରୁ ପ୍ରଶଂସା କରିଥିଲେ। ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ନାଇଜେରିଆର ମରାଠୀ ସମ୍ପ୍ରଦାୟ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ଏହି ପ୍ରଶଂସା କରିଥିଲେ। ଏକ୍ସରେ ଏକ ପୋଷ୍ଟରେ ସେ ଲଖେିଛନ୍ତି : “ନାଇଜେରିଆରେ ମରାଠୀ ସମ୍ପ୍ରଦାୟ ମରାଠୀ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯିବା ଉପରେ ଆନନ୍ଦ ପ୍ରକାଶ କରିଥିଲେ । ସେମାନେ କିପରି ସେମାନଙ୍କର ସଂସ୍କୃତି ସହିତ ଜଡିତ ରହିଛନ୍ତି, ତାହା ପ୍ରକୃତରେ ପ୍ରଶଂସନୀୟ।” https://twitter.com/narendramodi/status/1857900789458416065?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1857900789458416065%7Ctwgr%5Ebf3cc070335ad56071f88396b1aff065e227405e%7Ctwcon%5Es1_&ref_url=https%3A%2F%2Fpib.gov.in%2FPressReleasePage.aspx%3FPRID%3D2073989
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇଦିନିଆ ନାଇଜେରିଆ ଗସ୍ତରେ ଅଛନ୍ତି । ସେ ଆଜି ଆବୁଜାରେ ନାଇଜେରିଆ ରାଷ୍ଟ୍ରପତି ମହାମହିମ ବୋଲା ଅହମ୍ମଦ ତିନୁବୁଙ୍କ ସହ ଆନୁଷ୍ଠାନିକ ଆଲୋଚନା କରିଛନ୍ତି। ଷ୍ଟେଟ ହାଉସରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ୨୧ ତୋପ ସଲାମି ଦେଇ ଆନୁଷ୍ଠାନିକ ସ୍ୱାଗତ କରାଯାଇଥିଲା । ଦୁଇ ନେତାଙ୍କ ମଧ୍ୟରେ ସୀମିତ ବୈଠକ ହୋଇଥିଲା, ଯାହା ପରେ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ତିନୁବୁଙ୍କ ସହ ତାଙ୍କର ଭବ୍ୟ ସାକ୍ଷାତକୁ ମନେ ପକାଇଥିଲେ। ସେ ଉଲ୍ଲେଖ କରିଛନ୍ତି ଯେ ଦୁଇ ଦେଶ ମଧ୍ୟରେ ସାଧାରଣ ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଲୋକମାନଙ୍କ ମଧ୍ୟରେ ସୁଦୃଢ଼ ସମ୍ପର୍କ ଯୋଗୁଁ ସ୍ୱତନ୍ତ୍ର ସମ୍ପର୍କ ରହିଛି। ଦେଶରେ ସାମ୍ପ୍ରତିକ ବନ୍ୟା ଜନିତ କ୍ଷୟକ୍ଷତି ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ତିନୁବୁଙ୍କୁ ସମବେଦନା ଜଣାଇଥିଲେ। ରିଲିଫ ସାମଗ୍ରୀ ଏବଂ ଔଷଧ କ୍ଷେତ୍ରରେ ଭାରତର ସମୟୋପଯୋଗୀ ସହାୟତା ପାଇଁ…
ଭୁବନେଶ୍ବର: ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ବିଶ୍ବସ୍ତରୀୟ ଶିଳ୍ପ ସଂସ୍ଥାକୁ ଆକୃଷ୍ଟ କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁରରେ ପହଞ୍ଚିଛନ୍ତି। ସେଠାରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ଶିଳ୍ପସଂସ୍ଥାର ମୁଖ୍ୟମାନଙ୍କ ସହ ଆଲୋଚନା କରିଛନ୍ତି। ଆଜି ସେ ସିଙ୍ଗାପୁରଠାରେ ସିଟିମେଟ୍ରିକ୍ସର ପ୍ରତିଷ୍ଠାତା ଡକ୍ଟର ଏଡୱାର୍ଡ ମୋର୍ଟନ, ୟୁବିସିଟିର ଅଧ୍ୟକ୍ଷ ବି.ସି.ଟାନ୍ ଏବଂ ଆଇହବ୍ ଇନକ୍ଲୁସିଭ୍ର ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଶାନ୍ତ ପଟ୍ଟନାୟକଙ୍କ ସହ ଆଲୋଚନା କରିଛନ୍ତି।ଏହି ଅବସରରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ଉପସ୍ଥିତ ଥିଲେ। ଓଡ଼ିଶାରେ ସେମିକଣ୍ଡକ୍ଟର, ଚିକିତ୍ସା ଉପକରଣ ଉତ୍ପାଦନ ଓ ସ୍ମାର୍ଟସିଟି ସଲ୍ୟୁସନ କ୍ଷେତ୍ରରେ ନିବେଶ ପାଇଁ ଆଲୋଚନା ହୋଇଛି। ଓଡ଼ିଶାରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ପାଇଁ ମୁଖ୍ୟମନ୍ତ୍ରୀ ବିଶେଷ ଗୁରୁତ୍ବାରୋପ କରିଛନ୍ତି। ରାଜ୍ୟରେ ଦୃଢ ଇଲେକ୍ଟ୍ରୋନିକ୍ସ ଇକୋ-ସିଷ୍ଟମ ବିକାଶ ଲାଗି ସରକାର ସଂକଳ୍ପବଦ୍ଧ ବୋଲି ଶିଳ୍ପମନ୍ତ୍ରୀ କହିଛନ୍ତି । ଅନ୍ୟପକ୍ଷରେ ଭିସା ଗ୍ରୁପ୍ ଲିମିଟେଡ୍ର ପୃଷ୍ଠପୋଷକ ବିବେକ ଅଗ୍ରୱାଲଙ୍କ ସହ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି।…
ଭୁବନେଶ୍ବର: ଲୋକସେବା ଭବନରେ ମହିଳା କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତି। କାରଣ ଲୋକସେବା ଭବନରେ ସାନିଟାରୀ ନାପକିନ୍ ଭେଣ୍ଡିଂ ମେସିନ୍ ଓ ସାନିଟାରୀ ନାପକିନ୍ ଡିସପୋଜେବଲ ମେସିନ୍ ସ୍ଥାପନ କରାଯାଇଛି। ଏହାକୁ ଉଦଘାଟନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା। ଏହି ମେସିନ ମହିଳା ଶୌଚାଳୟ କମ୍ପ୍ଲେକ୍ସ ଏବଂ ଲେଡିଜ୍ କମନ୍ ରୁମ୍ ସମେତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଲଗାଯାଇଛି। ମହିଳାମାନଙ୍କ ପାଇଁ ସ୍ୱଚ୍ଛତା, ଅଧିକ ସମାବେଶୀ ଏବଂ ସହାୟକ କର୍ମକ୍ଷେତ୍ର ସୃଷ୍ଟି ଦିଗରେ ଏହା ଏକ ପ୍ରଗତିଶୀଳ ପଦକ୍ଷେପ। ଏହା ଅଭିଯୋଗ ସମାଧାନ ପାଇଁ ପରିସରକୁ ଆସୁଥିବା ମହିଳାଙ୍କ ସୁବିଧାକୁ ସୁନିଶ୍ଚିତ କରିବ। ଖୁବ୍ ଶୀଘ୍ର ସଚିବାଳୟ ବିଲ୍ଡିଂର ସମସ୍ତ ମହିଳା ଶୌଚାଳୟରେ ଏହି ସୁବିଧା ଉପଲବ୍ଧ ହେବ। ଏହାର ଉଦଘାଟନ ସହିତ ଉପମୁଖ୍ୟମନ୍ତ୍ରୀ ଲୋକସେବା ଭବନ ପରିସରରେ ଛୋଟ ପିଲାମାନଙ୍କ ପାଇଁ ଥିବା କ୍ରେଚ୍ ପରିଦର୍ଶନ ମଧ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଉନ୍ନୟନ କମିଶନର ତଥା…
ଭୁବନେଶ୍ୱର: କନ୍ଧମାଳ ଜିଲ୍ଲା ଆମ୍ବ କୋଇଲି ଜାଉ ମୃତ୍ୟୁ ଘଟଣାକୁ ନେଇ ଭୁବନେଶ୍ୱର ଲୋହିଆ ଏକାଡେମୀ ଠାରେ ଓଡିଶା ଖାଦ୍ୟ ଅଧିକାର ଅଭିଯାନ ଓ ସିଭିଲ ସୋସାଇଟି ଫୋରମ୍ ଫର ହ୍ୟୁମାନ୍ ରାଇଟ୍ସ (CSFHR) ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ସାମାଜିକ ଗବେଷକ ରବି ଶଙ୍କର ବେହେରା, ସ୍ଵାଧୀନ ସାମ୍ବାଦିକା ରାକ୍ଷୀ ଘୋଷ ଏବଂ ଆଇନଜୀବୀ ସୁଜାତା ଜେନା ପ୍ରମୁଖ ଉପସ୍ଥିତ ରହି କହିଲେ ଯେ, ଖାଦ୍ୟ ଶସ୍ୟର ଅଭାବ (ଚାଉଳ) ଯୋଗୁଁ ଓଡିଶାର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକର ମାଣ୍ଡିପଙ୍କା ଗାଁର ମହିଳାମାନଙ୍କୁ ଫଙ୍ଗ ସଂକ୍ରମିତ ଆମ୍ବ କୋଇଲି ଜାଉ ଖାଇବାକୁ ବାଧ୍ୟ କଲା। ସେମାନେ ୩୦ ଅକ୍ଟୋବର, ୨୦୨୪ ଦିନ ଯେଉଁ ଆମ୍ବ କୋଇଲି ଜାଉ ଖାଇଲେ ତାହା ବୋଧ ହୁଏ ଫଙ୍ଗାଳ ପ୍ରକ୍ରିୟା ଯୋଗୁଁ ବିଷାକ୍ତ ହେଇଥିଲା। ଯାହା ଖାଇବା ଦ୍ଵାରା ସେମାନଙ୍କ “ଖାଦ୍ୟ ପଇଜନିଙ୍ଗ” ପାଇଁ…
ପୁରୀ: ଆଜିଠାରୁ ଚାରିଦ୍ବାର ପ୍ରବେଶ ନେଇ ଯେଉଁ କଟକଣା ରହିଥିଲା ତାହା ହଟାଇ ଦିଆଯାଇଛି। ଏଣିକି ଭକ୍ତମାନେ ଚାରି ଦ୍ବାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ହେଲେ ଫେରିବା ବେଳେ ସିଂହଦ୍ବାର ଦେଇ ଫେରିପାରିବେ ନାହିଁ। ଏ ନେଇ ପୂର୍ବରୁ ଯେଉଁ କଟକଣା ଥିଲା ତାହା ହଟାଇ ଦିଆଗଲା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି। କାର୍ତ୍ତିକମାନ ଭିଡକୁ ଦୃଷ୍ଟିରେ ରଖି ସରକାର ଚାରିଦ୍ବାର ପ୍ରବେଶ ଉପରେ କଟକଣା କରିଥିଲେ। ଏଥିରେ କେବେଳ ସିଂହଦ୍ବାରରେ ପ୍ରବେଶ କରିବାର ବ୍ୟବସ୍ଥା କରାଯାଇଥିଲା। ଅନ୍ୟ ତିନିଦ୍ବାରରେ ପ୍ରବେଶ କଟକଣା ବନ୍ଦ କରାଯାଇଥିଲା। ବର୍ତ୍ତମାନ କାର୍ତ୍ତିକ ମାସ ସରିଯାଇଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ହଟାଇ ଦେଇଛି। ତେବେ ସେବାୟତମାନଙ୍କ ପାଇଁ କୌଣସି କଟକଣା କରାଯାଇ ନାହିଁ। ସେମାନେ ଚାରିଦ୍ବାରରେ ପ୍ରବେଶ ଓ ପ୍ରସ୍ଥାନ କରିପାରିବେ।
ଝାନ୍ସି ହସ୍ପିଟାଲରେ ଅଗ୍ନିକାଣ୍ଡ: ଗତକାଲି ରାତିରେ ଉତ୍ତର ପ୍ରଦେଶର ଝାନ୍ସିର ଏକ ହସ୍ପିଟାଲରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏଥିରେ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ୧୬ ଜଣ ଗୁରୁତର ହୋଇପଡିଛନ୍ତି। ଅଗ୍ନିକାଣ୍ଡ ହସପିଟାଲର ଆଇସିୟୁ ରୁ ବାହରିଥିବା ଜଣପଡିଛି। ସେଠାରେ ଅତି ଗୁରୁତର ଅବସ୍ଥାରେ ଥିବା ନବଜାତ ଶିଶୁମାନଙ୍କୁ ଚିକିତ୍ସା କରାଯାଉଥିଲା। ଘଟଣାରୁ ଜଣାପଡିଛି ଯେ, ଉତ୍ତର ପ୍ରଦେଶର ଝାନ୍ସି ଜିଲ୍ଲାର ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜର ଶିଶୁ ବିଭାଗରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ସେଠାରେ ଚିକିତ୍ସିତ ହେଉଥିବା ଶିଶୁମାନଙ୍କୁ ହଠାତ ଉଦ୍ଧାର କରାଯାଇପାରି ନ ଥିଲା। ଫଳରେ ୧୦ ଜଣ ନବଜାତଙ୍କ ମୃତ୍ୟୁ ଘଟିଛି। ସର୍ଟ ସର୍କିଟ ଯୋଗୁଁ ଏହି ଆଗ୍ନିକାଣ୍ଡ ହୋଇଥିବାର ଅନୁମାନ କରାଯାଇଛି। ଉତ୍ତର ପ୍ରଦେଶ ସରକାର ଏହି ଅଗ୍ନିକାଣ୍ଡର ତଡନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକରେ ଉତ୍ସାହରେ ଭରପୁର ସହ ପ୍ରସିଦ୍ଧ ବାଲିଯାତ୍ରା ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡିଶାର ଗୌରବମୟ ଇତିହାସର ଏକ ସୁନ୍ଦର ପରିଚୟ ହେଉଛି ଏହି ବାଲିଯାତ୍ରା। ଏହାକୁ ବାଦ ଦେଇ ଓଡ଼ିଶାରେ ନୌବାଣିଜ୍ୟ ଇତିହାସ ସମ୍ପର୍କରେ ଚିନ୍ତା ମଧ୍ୟ କରାଯାଇ ପାରିବ ନାହିଁ। ସେ କହିଥିଲେ ଯେ କଟକ ବାଲିଯାତ୍ରା ହେଉଛି ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। କଟକର ବାଲିଯାତ୍ରା ସମଗ୍ର ଭରତ ବର୍ଷର ସବୁଠାରୁ ବଡ ଓ ଶ୍ରେଷ୍ଠ ବାଣିଜ୍ୟିକ ଏବଂ ସାଂସ୍କୃତିକ ମେଳା। ବାଲିଯାତ୍ରା ଆମ ଓଡ଼ିଶାର କଳା ସଂସ୍କୃତି ସହିତ ଧାର୍ମିକ ଭାବନା ସହିତ ଓତପ୍ରୋତ ଭାବେ ଜଡ଼ିତ ବୋଲି ପ୍ରକାଶ କରି ସେ କହିଲେ ଯେ ଧାର୍ମିକ, ଐତିହାସିକ, ସାଂସ୍କୃତିକ ଓ ପାରମ୍ପରିକ- ସବୁ ଦୃଷ୍ଟିକୋଣରୁ ଏହାର ବୈଶିଷ୍ଟ୍ୟ ରହିଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏ ବର୍ଷ ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ…
ଭୁବନେଶ୍ବର: ଦୁଇଟି ସୋମବାରରେ ମୁଖ୍ୟମନ୍ତ୍ରୀ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଏ ନେଇ ସରକାରଙ୍କ ତରଫରୁ ସୂଚନା ପ୍ରଦାନ କରାଯାଇଛି। ସେହି ଅନୁସାରେ ଆସନ୍ତା ନଭେମ୍ବର ୧୮ ତାରିଖ (ସୋମବାର ) ଏବଂ ନଭେମ୍ବର ୨୫ ତାରିଖ (ସୋମବାର ) ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି କୁହାଯାଇଛି। ଏହି ଦିନମାନଙ୍କରେ ୟୁନିଟ-୫, ଭୁବନେଶ୍ୱରସ୍ଥିତ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିବ। ଏ ନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମା ପରେ ପାଳନ ହୋଇଥାଏ ଛାଡଖାଇ। ଅର୍ଥାତ ମାସ ସାରା ଆମିଷ ପରିତ୍ୟାଗ କରି ହବିଷ କରିଥିବା ଲୋକମାନେଏହିଦିନ ଆମିଷ ଖାଇଥାନ୍ତି। ହେଲେ ଏଥର ସେହି ଛାଡଖାଇ କାର୍ତ୍ତିକ ପୂର୍ଣ୍ଣିମା ପରେ ଆର୍ଥାତ ଶନିବାର ଦିନ ପାଳନ ହୋଇପାରିବ ନାହିଁ। କାରଣ ହେଲା ଯେ, ପୂର୍ଣ୍ଣିମା ପରଦିନ ଏଥର ସଂକ୍ରାନ୍ତି ପଡୁଛି। ଫଳରେ ଛାଡଖାଇରେ ଯେଉଁ ମର୍ଟନ ଚିକେନ ଆଶା ଥିଲା ତାହା ଏଥର ହୋଇପାରିବ ନାହିଁ। ସାଧାରଣତଃ କାର୍ତ୍ତିକ ପୂର୍ଣ୍ଣିମୀ ପରଦିନ ପଡୁଥିବା ଛାଡଖାଇ କେତେବେଳି କେମିତି ନିରାମୀ ବାରରେ ପଡିଥାଏ। ଅର୍ଥାତ କେଉଁ ବର୍ଷ ସୋମବାର କିମ୍ବା ମଙ୍ଗଳବାର ପରି ନିରାମି ବାରରେ ପଡେ। ହେଲେ ମାସସାରା ଆମିଷ ନ ଖାଇ ଥିବା ଲୋକେ କେତେବେଳେ କେମିତି ଏହି ଅବାରରେ ମଧ୍ୟ ଖାଇ ଦେଇଥାନ୍ତି। ହେଲେ ଚଳିତ ବର୍ଷ ଶନିବାର ସହିତ ସଂକ୍ରାନ୍ତି ପଡୁଥିବାରୁ ଆମିଷ ପୁରା ନିଷେଧ ହୋଇଯାଇଛି। ଯାହାକୁ ନେଇ ଅନେକଙ୍କ…
ଭୁବନେଶ୍ବର: ଆଜି ଭୁବନେଶ୍ବରରେ ମହାସମାରୋହରେ ପାଳିତ ହୋଇଛି ଜନଜାତୀୟ ଗୌରବ ଦିବସ। ଦେଶ ବ୍ୟାପୀ ପାଳିତ ହେଉଥିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉତ୍ସବ ବିହାରର ଜାମୁଇ ଠାରେ ପାଳନ କରାଯାଇଥିବା ବେଳେ ଭୁବନେଶ୍ବରର ଜନତା ମଇଦାନ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଆଭାସୀ ଜରିଆରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜନଜାତି ମାନଙ୍କ ବିକାଶ ପାଇଁ ୧୫୩୫ କୋଟି ଟଙ୍କାର ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଛନ୍ତି। କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ ବିର୍ସା ମୁଣ୍ଡା ଆମ ସ୍ବାଧୀନତା ସଂଗ୍ରାମର ଏକ ଅନନ୍ୟ ଯୋଦ୍ଧା। ବିର୍ସା ମୁଣ୍ଡାଙ୍କ ସଂଗ୍ରାମର କାହାଣୀ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି ଓ ରହିବ ବୋଲି ସେ କହିଥିଲେ। ଆଦିବାସୀ ମାନଙ୍କ ଉନ୍ନତି ପାଇଁ ତାଙ୍କ ଅବଦାନକୁ ଦେଶ ଓ ଜାତି କେବେ ଭୁଲିବ ନାହିଁ ବୋଲି ସେ…
ପୁରୀ: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା। ପବିତ୍ର ମାସ କାର୍ତ୍ତିକର ଆଜି ହେଉଛି ଶେଷ ଦିନ। ଏହି ଦିନରେ ଡଙ୍ଗା ଭସାଇବା ଏକ ପରଂପରା କାହିଁ କେଉଁ କାଳରୁ ରହିଆସିଛି। ସାଧାବ ପୁଅମାନେ ବୋଇତରେ ଏହି କାର୍ତ୍ତିକ ପୂର୍ଣ୍ଣିମାରେ ବାଣିଜ୍ୟ କରିବାକୁ ଯାଇଥିଲେ। ସେହି ସ୍ମୃତି ଅନୁସାରେ ଆଜି ସାରା ଓଡିଶାରେ ବୋଇତ ବନ୍ଦାଣ ଉତ୍ସବ ବା ଡଙ୍ଗା ଭସା ଉତ୍ସବ ପାଳିତ ହେଉଛି। ଏହି ଉପଲକ୍ଷେ ଆଜି ପୁରୀ ସମୁଦ୍ର କୂଳରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ଲକ୍ଷ ଲକ୍ଷ ଲୋକ ବଡି ଭୋରରୁ ସମୁଦ୍ର କୂଳରେ ପୂଜାପାଠ କରି ଡଙ୍ଗା ଭସାଇଛନ୍ତି। ସମୁଦ୍ରରେ ସାଧାବ ପୁଅମାନେ ବାଣିଜ୍ୟ କରିବାକୁ ଯାଉଥିବାରୁ ପୁରୀ ସମୁଦ୍ର କୂଳରେ ସେଥିପାଇଁ ଏହି ଭିଡ ପରିଲକ୍ଷିତ ହୋଇଛି। କାର୍ତ୍ତିକ ବ୍ରତ ପାଳନ କରିବା ପାଇଁ ପୁରୀ ଆସିଥିବା ହବିଷ୍ୟାଳିମାନେ ମଧ୍ୟ ଏହି ଡଙ୍ଗା ଭସା ଉତ୍ସବରେ ଯୋଗ ଦେଇଛନ୍ତି। ଭକ୍ତମାନେ ସମୁଦ୍ରରେ ଡଙ୍ଗା…
ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି, ବାଲୁଗାଁର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି “ଚିଲିକା ବୋଇତ ବନ୍ଦାଣ ମହୋତ୍ସବ- ୨୦୨୪”। ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ଆଇନ ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥୀରାଜ ହରିଚନ୍ଦନ। ଏ ନେଇ ଶ୍ରୀ ହରିଚନ୍ଦନ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଚିଲିକା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଏକ ମହୋତ୍ସବ ନୁହେଁ,ଏହା ଓଡ଼ିଆ ଜାତିର ସ୍ପନ୍ଦନ ଓ ଗୈାରବ ର ପ୍ରତୀକ। ଚ଼ିଲିକା ବୋଇତ ବନ୍ଦାଣ ଉତ୍ସବର ଗୈାରବମୟ ଇତିହାସ ସମଗ୍ର ଭାରତବର୍ଷରେ ଜନାଦୃତ।ଏହି ମହୋତ୍ସବ ପ୍ରାଚ଼ୀନ କଳିଙ୍ଗର ଐତିହାସିକ ନୈବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିଥାଏ। ସେ ଆହୁରି କହିଥିଲେ ଯେ, ଓଡ଼ିଆ ସାଧବ ପୁଅର ବାଲି, ଜାଭା, ସୁମାତ୍ରା ତଥା ଅନ୍ୟ ଦକ୍ଷିଣ-ପୂର୍ବ ଏସିଆର ଦେଶମାନଙ୍କୁ ନୌବାଣିଜ୍ୟ ଯାତ୍ରା ଆର୍ଥିକ ପ୍ରଗତିର ଆଧାର ହେବା ସହ ଓଡ଼ିଶାର ସଂସ୍କୃତି, ଐତିହ୍ୟ ଓ ପରମ୍ପରାର ପ୍ରଚାର…
ଭୁବନେଶ୍ବର: ତିନି ବର୍ଷ ଧରି ବାକି ରହିଥିବା ଓଡିଆ ଚଳଚିତ୍ର ପୁରସ୍କାର ଆଜି ଘୋଷଣା ହୋଇଛି। ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଏହି ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ୨୦୨୦, ୨୦୨୧ ଓ ୨୦୨୨ ମସିହା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଘୋଷଣା ଅନୁସାରେ ତିନି ବର୍ଷର ବିଭିନ୍ନ ବର୍ଗରେ ଯେଉଁମାନେ ମନୋନିତ ହୋଇଛନ୍ତି ସେମାନେ ହେଲେ.. ୨୦୨୦ ମସିହା ପାଇଁ ଓଡିଆ ଚଳଚିତ୍ର ପୁରସ୍କାର ମୋହନ ସୁନ୍ଦରଦେବ ଗୋସ୍ୱାମୀ ପୁରସ୍କାର-ବିଶିଷ୍ଟ ଅଭିନେତା ତଥା ନାଟ୍ୟ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଜୀବନବ୍ୟାପୀ ସାଧନା ପାଇଁ ପାଇବେ । ଶ୍ରେଷ୍ଠ ଚଳଚ୍ଚିତ୍ର -ସହିଦ୍ ରଘୁ ସର୍ଦ୍ଦାର’ ଶ୍ରେଷ୍ଠ ନିର୍ଦ୍ଦେଶକ ରାକେଶ ସାମଲ(ରୋମିଓ ରାଜା), ଶ୍ରେଷ୍ଠ ମୁଖ୍ୟ ଅଭିନେତା ଭାବେ ଦେବାଶିଷ ପାତ୍ର(ସହିଦ ରଘୁ ସର୍ଦ୍ଦାର) ଓ ଅମ୍ଳାନ ଦାସ(ରୋମିଓ ରାଜା) ଶ୍ରେଷ୍ଠ ଅଭିନେତ୍ରୀ ଭାବେ କାବ୍ୟାକିରଣ ଶୁକ୍ଳା(ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ କାହାଣୀକାର ଡକ୍ଟର ବିଶ୍ୱନାଥ ପଟ୍ଟନାୟକ(ସହିଦ୍ ରଘୁ ସର୍ଦ୍ଦାର), ଶ୍ରେଷ୍ଠ ସଙ୍ଗୀତ…
ଭୁବନେଶ୍ଵର: ଶିଶୁମାନେ ବହୁମୂଖୀ ପ୍ରତିଭାର ଅଧିକାରୀ। ସେମାନଙ୍କର ଏହି ପ୍ରତିଭାର ସଠିକ ବିକାଶ ପାଇଁ ସବୁ ସ୍ତରରେ ସେମାନଙ୍କୁ ପ୍ରୋତ୍ସାହନର ଅବଶ୍ୟକତା ରହିଛି ବୋଲି ୩୫ ତମ ପିକକ୍ ଶିଶୁମେଳାର ଉଦଘାଟନ ଉତ୍ସବରେ ବିଶିଷ୍ଟ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି । ଗୁରୁବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତାକାଶ ମଞ୍ଚରେ ରାଜ୍ୟର ଅଗ୍ରଣୀ ସ୍ଵଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆୟୋଜିତ ଶିଶୁମେଳାରେ ଉପସ୍ଥିତ ଅତିଥିମାନେ ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଛନ୍ତି। ପ୍ରତ୍ୟେକଟି ଶିଶୁର ବଞ୍ଚିବାର ଯେମିତି ଅଧିକାର ଅଛି ସେମିତି ପ୍ରତିଟି କ୍ଷେତ୍ରରେ ନିଜର ସ୍ଵପ୍ନକୁ ସାକାର କରିବା ନିମନ୍ତେ ପ୍ରଚେଷ୍ଟା ଜରିରଖିବା ଜରୁରୀ। ତେବେ ଅଭିଭାବକ ମାନେ ନିଜର ଆଶା ଅଭିଲାଷାକୁ ସାକାର କରିବା ପାଇଁ ପିଲାମାନଙ୍କ ଉପରେ ଚାପ ପକାଇବା ବଦଳରେ ସହଯୋଗର ହାତ ବଢାଇବା ଆବଶ୍ୟକ ବୋଲି…

