ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଖାନ ମାର୍କେଟ ନିକଟରେ “ପାକିସ୍ଥାନ ଜିନ୍ଦାବାଦ” ର ସ୍ଲୋଗାନ ଲାଗିଥିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ ପିଏସ ତୁଗଲକ ରାସ୍ତାର ଖାନ ବଜାର ମେଟ୍ରୋ ଷ୍ଟେସନ ପାଖରେ କିଛି ଲୋକ ରାତି ୧ ଟା ସମୟରେ “ପାକିସ୍ଥାନ ଜିନ୍ଦାବାଦ” ର ସ୍ଲୋଗାନ ଲଗାଉଥିବାର ପିସିଆରକୁ ଫୋନ ଆସିଥିଲା। ଏହା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ, ଦୁଇ ଜଣକ ଯୁବତୀ ଏବଂ ଜଣେ ନାବାଳକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ପୋଲିସ ତଦନ୍ତ ପରେ ସେମାନେ କହିଲେ ଯେ, ସେମାନେ ଇଣ୍ଡିଆ ଗେଟ ଦେଖିବାକୁ ଆସିଥିଲେ। ଏବଂ ସେଠାରେ ସେମାନେ ଭଡ଼ାରେ ୟୁଲୁ ବାଇକ ନେଇଥିଲେ। ସେମାନେ ସେହି ବାଇକରେ ରେସ ଲଗାଉଥିଲେ ଏବଂ ସମସ୍ତଙ୍କ ନାମ ଅଲଗା ଅଲଗା ଦେଶର ନାମ ହିସାବରେ ଦେଇଥିଲେ। ଯେଉଁଥିରେ ସେଥିମଧ୍ୟରୁ ଜଣଙ୍କର ନାମ ପାକିସ୍ଥାନ ଥିଲା।…
Author: Samikhsya Bureau
ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେବାରେ ବିଜେପି ସାଂସଦ ସାକ୍ଷୀ ମହାରାଜ ବେଶ୍ ଜଣାଶୁଣା। ଆଜି ପୁଣିଥରେ ନିଜ ବୟାନକୁ ନେଇ ବିବାଦ ଘେରକୁ ଆସିଛନ୍ତି। ସାଂସଦ ସାକ୍ଷୀ ମହାରାଜ ଏକ ମନ୍ତବ୍ୟରେ କହିଛନ୍ତି ଯେ, ନେତାଜୀଙ୍କୁ କଂଗ୍ରେସ ହିଁ ମାରିଛି। ଉନ୍ନାଓରେ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ସେ ଏଭଳି ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସାଂସଦ ନିଜ ବୟାନରେ କହିଛନ୍ତି ଯେ, କଂଗ୍ରେସ ପାର୍ଟି ହିଁ ସୁଭାଷ ଚନ୍ଦ୍ର ବୋଷଙ୍କୁ ମାରିଦେଇଛି। ଯଦି ସୁଭାଷ ଚନ୍ଦ୍ର ବୋଷ ବଞ୍ଚିଥାନ୍ତେ, ତେବେ ସେ ମହାତ୍ମା ଗାନ୍ଧି ଓ ପଣ୍ଡିତ ନେହୁରୁଙ୍କ ଠାରୁ ଅଧିକ ଲୋକପ୍ରିୟତା ହୋଇଥାନ୍ତେ। ନେତାଜୀଙ୍କ ଲୋକପ୍ରିୟତା ଆଗରେ କେହି ବି ତିଷ୍ଠି ପାରିନଥାନ୍ତେ। ଏକ ସାର୍ବଜନୀନ ସଭାରେ ଏପରି ବୟାନ ଦେଇଛନ୍ତି ବିଜେପି ସାଂସଦ ସାକ୍ଷୀ ମହାରାଜ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ନେତାଜୀଙ୍କ ସ୍ଲୋଗାନ ଥିଲା “ମୋତେ ରକ୍ତଦିଅ, ମୁଁ ସ୍ୱାଧୀନତା ଦେବି”। ଇଂରେଜମାନେ…
ପୁରୀ: ଧୀରେ ଧୀରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଟକଣା ଉଠାଇବା ଆରମ୍ଭ ହୋଇଛି। ଗତ ୨୧ ତାରିଖ ଠାରୁ ଭକ୍ତମାନଙ୍କ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ନିଷ୍ପତ୍ତିକୁ ହଟାଯାଇଥିବା ବେଳେ ଆଜି ମହାପ୍ରଭୁଙ୍କ ଦର୍ଶନ ଲାଗି ବ୍ୟାରିକେଡ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। ଜଗନ୍ନାଥବଲ୍ଲଭ ଠାରୁ ମରିଚିକୋଟ ପର୍ଯ୍ୟନ୍ତ ବ୍ୟାରିକେଡ ହଟାଇବାକୁ ନିଷ୍ପତ୍ତି ହୋଇଛି। ଶ୍ରଦ୍ଧାଳୁଙ୍କ ଠାରୁ ମତାମତ ଗ୍ରହଣ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ପୁରୀ ଏସପି ସୂଚନା ଦେଇଛନ୍ତି। ବ୍ୟାରିକେଡ ଯୋଗୁଁ ପ୍ରାୟ ଦୁଇ କିଲୋମିଟର ପର୍ଯ୍ୟନ୍ତ ଭକ୍ତଙ୍କୁ ଚାଲିବାକୁ ପଡୁଥିଲା। ହେଲ ଆଜି ଶ୍ରୀମନ୍ଦିର ବନ୍ଦ ରହିଛି। ଶ୍ରୀମନ୍ଦିର ପରିସର ସାନିଟାଇଜ କରାଯାଉଥିବାରୁ ଆଜି ଦର୍ଶନ ବନ୍ଦ ରହିଛି। କିନ୍ତୁ ଭକ୍ତମାନଙ୍କ ପାଇଁ କୋଭିଡ଼ କଟକଣା ଜାରି ରହିବ। ଭକ୍ତମାନେ ହାତ ସାନିଟାଇଜ୍ କରିବା ସହ ସାମାଜିକ ଦୂରତା ରକ୍ଷା କରିବେ। ଦେବାଦେବୀଙ୍କୁ ସ୍ପର୍ଶ କରିପାରିବେ ନାହିଁ। ଶ୍ରୀମନ୍ଦିର ଭିତରେ ପାନ ଓ ଗୁଟଖା ଛେପ ପକାଇବା ମନା।
ଭୁବନେଶ୍ବର: ରାଜ୍ୟରେ ଆଜି ୧୫୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୯ ଜଣ ଚିହ୍ନଟ ହୋଇଥିବାବେଳେ ୬୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୩୦୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୦ ହଜାର ୯୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୩୮୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୩ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍ ୧୫୦ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୨୨, ଅନୁଗୁଳ ଜିଲ୍ଲାରୁ ୪, ବାଲେଶ୍ଵର ଜିଲ୍ଲାରୁ ୭ ଜଣ, ବରଗଡ଼ ଜିଲ୍ଲାରୁ ୧୮…
ଭୁବନେଶ୍ବର: ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି। ଜଳେଶ୍ଵର ଥାନା ଅନ୍ତର୍ଗତ ରାଜପୁର ଓ ଷ୍ଟେସନ ବଜାରରୁ ଏହି ସବୁ ନକଲି ଜର୍ଦ୍ଦା ଜବତ ହୋଇଛି। ଏସଟିଏଫ ଦ୍ଵାରା ଦୁଇ କ୍ଵିଣ୍ଟାଲ ଓଜନର ନକଲି ଜର୍ଦ୍ଦା ଜବତ କରିବାସହ ଦୁଇ ଜଣଙ୍କୁ ଅଟକ ରଖିଛି। ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ କଳାହାଣ୍ଡି ଜିଲ୍ଲାରେ ସମସ୍ତ ପୋଲିସ ଥାନା ପକ୍ଷରୁ ଜନ ସଚେତନତା କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି। ପୋଲିସ ପକ୍ଷରୁ ସ୍ଥାନୀୟ ଅଂଚଳରେ ଜନସଚେତନତା ପାଇଁ ପ୍ଲାକାର୍ଡ ମାଧ୍ୟମରେ ତଥା ରାସ୍ତା ଉପରେ ଦୁଇ ଚକିଆ ଚାଲକଙ୍କୁ ହେଲମେଟ ଓ ଚାରିଚକିଆ ଚାଲକଙ୍କୁ ସିଟ ବେଲଟ ସଂପର୍କରେ ସଚେତନତା କରାଯାଇଛି। ଜୁନାଗଡ ଥାନା ପକ୍ଷରୁ ଅଭିନବ ଉପାୟରେ ସହର ମଧ୍ୟରେ ଯାଇଥିବା ରାଜରାସ୍ତାରେ ହେଲମେଟ ପିନ୍ଧିଥିବା ବାଇକ ଚାଲକ ଓ ସିଟ ବେଲ୍ଟ ଲଗାଇ ଯାଉଥିବା ଗାଡି ଚାଲକଙ୍କୁ ଗୋଲାପ ଫୁଲ ଦେଇ ଅଭିନନ୍ଦନ କରାଯାଇଛି। ପୋଲିସ ବିଭାଗ ପକ୍ଷରୁ ଏଭଲି ପଦକ୍ଷେପ କୁ ଜନସାଧାରଣରେ ପ୍ରଶଂସା କରାଯାଇଛି। ଜିଲ୍ଲାର ସହରାଂଚଳ ଭବାନୀପାଟନା, କେସିଙ୍ଗା, ଜୁନାଗଡ ତଥା ଧର୍ମଗଡ ସହର ରେ ସ୍ଥାନୀୟ ପୋଲିସ ପକ୍ଷରୁ ସଡକ ସୁରକ୍ଷା ଉପରେ ବ୍ୟାପକ ସଚେତନତା କରାଯାଇଥିବା ବେଳେ ଅନ୍ୟ ସମସ୍ତ ପୋଲିସ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଗତ ୧୪ ତାରିଖ ଦିନ ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ଗସ୍ତ ଓ ଉଠାଜଳସେଚନ ପ୍ରକଳ୍ପର ଲୋକାର୍ପଣ ଉତ୍ସବରେ କୋଭିଡ ନିୟମକୁ ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ ହୋଇଛି। ଏନେଇ କଂଗ୍ରେସ ଦଳ ପକ୍ଷରୁ ବିଭିନ୍ନ ଥାନାରେ ମାମଲା ଦାଏର କରାଯାଇଥିବା ଜଣାପଡିଛି। ଅଭିଯୋଗ ଅନୁସାରେ ଜୟପାଟଣା ବ୍ଲକ ମଙ୍ଗଳପୁର ଠାରେ ମୂଖ୍ୟମନ୍ତ୍ରୀଙ୍କ ସମେତ ଗୃହ ରାଷ୍ଟ୍ର ମନ୍ତ୍ରୀ ଓ ବହୁ ମନ୍ତ୍ରୀ, ବିଧାୟକ, ୫ଟି ସଚିବ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀ ସଭା ମଂଚରେ ଉପସ୍ଥିତ ଥିବା ବେଳେ କୋଭିଡ ନିୟମ ଉଲ୍ଲଂଘନ କରାଯାଇ ୩ ହଜାରରୁ ଅଧିକ ଜନସମାଗମ କରାଯାଇଥିଲା। ସରକାରୀ କାର୍ଯ୍ୟକ୍ରମରେ ବହୁମାତ୍ରାରେ ଦଳୀୟ ପତାକା ବ୍ୟବହାର କରାଯାଇ ରାଜକୋଷରୁ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ସେହିପରି ୧୩ ତାରିଖ ଦିନ ମନ୍ତ୍ରୀ, ଏମଏଲଏ ମାନେ ବିଭିନ୍ନ ଗ୍ରାମକୁ ଯାଇ କୋଭିଡ ନିୟମ ଉଲ୍ଲଂଘନ କରି ଲୋକଙ୍କୁ ଠୁଳ କରିଥିବା…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୪ ହଜାର ୮୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୧୫୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୬ ଲକ୍ଷ ୫୪ ହଜାର ୫୩୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୩ ହଜାର ୩୯୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩ ଲକ୍ଷ ୧୬ ହଜାର ୭୮୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୮୪ ହଜାର ୪୦୮ ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ, ଚାଣକ୍ୟ ନୀତିର ଚତୁର୍ଦ୍ଦଶ ଅଧ୍ୟାୟର 17 ତମ ପଦରେ ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଜଣେ ଜ୍ଞାନୀ ବ୍ୟକ୍ତି କାହାକୁ କଣ କହିବା ଉଚିତ୍ ନୁହେଁ। ଯଦି ଆପଣ ସେହି ଜିନିଷଗୁଡ଼ିକୁ ଅନ୍ୟମାନଙ୍କ ସହିତ ଅଂଶୀଦାର କରିବେ, ତେବେ ଆପଣଙ୍କୁ ଅପମାନର ସାମ୍ନା କରିବାକୁ ପଡିପାରେ। ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଜୀବନକୁ ସରଳ ଏବଂ ସଫଳ କରିବା ସହ ଜଡିତ ଅନେକ ବିଷୟ ଉଲ୍ଲେଖ କରିଛନ୍ତି, ଯେପରିକି ଚାଣକ୍ୟ ନୀତି। 1-ଔଷଧ କିମ୍ବା ଔଷଧ ବିଷୟରେ- ଚାଣକ୍ୟ ନୀତି ଅନୁଯାୟୀ, ସେମାନଙ୍କର ଔଷଧ ବିଷୟରେ କାହାକୁ କହିବା ଉଚିତ୍ ନୁହେଁ । ଆପଣ କେଉଁ ଅସୁସ୍ଥତା ଏବଂ କେଉଁ ଔଷଧ ସେବନ କରୁଛନ୍ତି ତାହା କେହି କହିବା ଉଚିତ୍ ନୁହେଁ।ଆପଣଙ୍କର ଔଷଧ ବିଷୟରେ ଅନ୍ୟମାନଙ୍କୁ କହିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। 2-ଘରର ତ୍ରୁଟି – ଚାଣକ୍ୟଙ୍କ ଅନୁଯାୟୀ, ଆପଣଙ୍କ ଘରର ରହସ୍ୟ ବା ମତଭେଦ ବା ତ୍ରୁଟିକୁ…
ନୂଆଦିଲ୍ଲୀ, ଆଜି ଆପଣ ବକ୍ତବ୍ୟରେ ନିୟନ୍ତ୍ରଣ ରଖନ୍ତୁ , ଉପକୃତ ହେବେ। ବ୍ୟବସାୟ ଭଲ କରିବ। କାର୍ଯ୍ୟ କ୍ଷେତ୍ରରେ ନୂତନ ଯୋଜନାଗୁଡ଼ିକରୁ ଲାଭ ମିଳିବ। ଆପଣ କଠିନ ପରିଶ୍ରମ ଏବଂ ପରିଶ୍ରମର ଉପଯୁକ୍ତ ଫଳାଫଳ ପାଇବେ। କ୍ରୋଧ ଏବଂ ଉତ୍ତେଜନା ଉପରେ ସଂଯମ ରଖନ୍ତୁ। ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀମାନେ ସଫଳତା ପାଇବେ। ନୂତନ କାର୍ଯ୍ୟ, ଯୋଜନା ବିଷୟରେ ଆଲୋଚନା ହେବ। ଏହି ରାଶିଗୁଡିକ ହେଲା ମେଷ, ସିଂହ,ଧନୁ ଏବଂ କୁମ୍ଭ ରାଶି।ଲାଭଜନକ ଖବର ଆସିବ । ସମାଜରେ ଆପଣଙ୍କର କାର୍ଯ୍ୟ ପ୍ରଶଂସିତ ହେବ। ସାହସ ବୃଦ୍ଧି ପାଇବ। ଏକ ବିଶ୍ୱସ୍ତ ପରିବେଶ ରହିବ। ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ । ଯାତ୍ରା ସଫଳ ହେବ । ଟଙ୍କା ପାଇବା ସହଜ ହେବ। ଆଇନଗତ ପ୍ରତିବନ୍ଧକ ଦୂର ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ଆଜି, ଆପଣ ପୂର୍ବରୁ କରାଯାଇଥିବା କାର୍ଯ୍ୟର ଫଳପ୍ରଦ ଫଳାଫଳ ପାଇବେ ।…
ମେଷ ରାଶି- ଚାକିରି ପାଇବେ। ଅପ୍ରତ୍ୟାଶିତ ଲାଭ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ। ବିପଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବିବାଦ କରନ୍ତୁ ନାହିଁ । ଚାକିରୀ ଖୋଜୁଥିବା ବ୍ୟକ୍ତିମାନେ ସ୍ବେଚ୍ଛାକୃତ ସ୍ଥାନାନ୍ତର ଏବଂ ପଦୋନ୍ନତି ପାଇବେ ବୋଲି ଆଶା କରାଯାଏ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ । ବୃଷ ରାଶି- ଅପଚୟ ଖର୍ଚ୍ଚ ହେବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । ବକ୍ତବ୍ୟ ନିୟନ୍ତ୍ରଣ କରନ୍ତୁ । ଚିନ୍ତିତ ହେବେ। ବ୍ୟବସାୟ ଭଲ କରିବ । ନୂତନ ପାରସ୍ପରିକ କ୍ରିୟା ଲାଭବାନ ହେବ । ଆୟ ବୃଦ୍ଧି ପାଇବ । ସ୍ଥିର ପାଣ୍ଠି ପାଇ ନିବେଶ ବୃଦ୍ଧି ହେବାର ସମ୍ଭାବନା ଅଛି । ପେଟରେ ଅସୁବିଧା ହୋଇପାରେ । ମିଥୁନ ରାଶି- ବିବାଦ ଅସୁବିଧା ସୃଷ୍ଟି କରିବ। ଶାରୀରିକ କଷ୍ଟ ହେବ । ଦେୟ ପୁନରୁଦ୍ଧାର ପାଇଁ ପ୍ରୟାସ ସଫଳ ହେବ…
ଢେଙ୍କାନାଳ, ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ସ୍ବାଧୀନତା ଆନ୍ଦୋଳନରେ ରହିଥିବା ଅବଦାନ ଅତୁଳନୀୟ ଏବଂ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ବ୍ରିଗେଡିୟର କାମାକ୍ଷା ପ୍ରସାଦ ସିଂହଦେଓ କହିଛନ୍ତି । ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ଭାଗିରଥି ସାଗର କୁଳରେ ଥିବା ଶିଶୁ ଉଦ୍ୟାନରେ ଆଜି ନେତାଜୀଙ୍କର ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଏକ ସ୍ମୃତି ସଭାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସିଂହଦେଓ ନେତାଜୀ ଏବଂ ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ସେ କହିଥିଲେ ଯେ ରାଷ୍ଟ୍ର ନେତାଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଆବଶ୍ୟକ । ଫୋରମ ପକ୍ଷରୁ ଏହି ମର୍ମରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ପତ୍ର ପଠାଇବାକୁ ମତ ଦେଇଛନ୍ତି । ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରାଜ୍ୟର ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର…
କୋଲକାତା, ଆଜି ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପ୍ରଧାନମନ୍ତ୍ରୀ ଉପସ୍ଥିତ ଥିବା ସଭାରେ ମମତା କହିବାକୁ ଯିବା ବେଳେ ଜୋରରେ ହୋହାଲ୍ଲା ହେଲା। ଜୟ ଶ୍ରୀରାମ କହି ଲୋକମାନେ ପାଟିକଲେ। ଏହାକୁ ଦେଖି ମମତା ରାଗିଗଲେ। ଆଉ କହିଲେ ଯେ ଏପରି ପରିସ୍ଥିତିରେ ମୁଁ କିଛି କହିବାକୁ ଚାହୁ ନାହିଁ। ଜୟ ହିନ୍ଦି, ଜୟ ବଙ୍ଗଳା କହି ସେ ପୋଡିୟମ ଛାଡି ଚାଲିଗଲେ। ଘଟଣାଟି କୋଲକାତାର ଭିକ୍ଟୋରିଆ ମେମୋରିଆଲଠାରେ ଘଟିଛି । ନେତାଜୀଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିଲେ। ବିଭିନ୍ନ ଅତିଥି କହିସାରିବେ ପରେ ମମତାଙ୍କୁ କିଛି କହିବା ପାଇଁ ନିମନ୍ତ୍ରିତ କରାଯାଇଥିଲା। ଏହି ସମୟରେ ସେଠାରେ ଥିବା ଲୋକମାନେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ହୋହାଲ୍ଲା କରିଥିଲେ। ମମତା ମାଇକ ପାଖକୁ କହିବାକୁ ଆସିବା ବେଳେ ଏହି ହୋହାଲ୍ଲା ବହୁ ଜୋର…
ବ୍ରହ୍ମପୁର: ବ୍ରହ୍ମପୁରରେ ନକଲି ସସ୍ କାରଖାନା ଠାବ ହୋଇଛି। ବ୍ରହ୍ମପୁର ପୋଲିସ ଏହି ନକଲି କାରଖାନାକୁ ଠାବ କରିଛି। ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ବଜାରର ପ୍ରଥମ ଲେନରେ ଏହି କାରଖାନାକୁ ଠାବ କରାଯାଇଛି। ଏହି କାରଖାନାରେ ନକଲି ଟମାଟ, ସୋୟା ସସ୍ ପ୍ରଭୃତି ପ୍ରସ୍ତୁତ କରାଯାଉଥିଲା। ତେବେ ଏହି ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ।
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୦୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଝାରସୁଗୁଡାରୁ ୩୩, ବରଗଡରୁ ୨୨, ସମ୍ବଲପୁରରୁ ୨୨, ସୁନ୍ଦରଗଡରୁ ୨୨, ପୁରୀରୁ ୧୪, ନୂଆପଡ଼ାରୁ ୧୩, ଖୋର୍ଦ୍ଧାରୁ ୧୦, କଟକରୁ ୮, ଯାଜପୁରରୁ ୮, ବାଲେଶ୍ବରରୁ ୭, କୋରାପୁଟରୁ ୬, ସୋନପୁରରୁ ୬, ଅନୁଗୁଳରୁ ୪, ଗଜପତିରୁ ୪, ଗଞ୍ଜାମରୁ ୨, ଜଗତସିଂହପୁରରୁ ୨, କଳାହାଣ୍ଡିରୁ ୨, ନୟାଗଡରୁ ୨, ବୌଦ୍ଧରୁ ୧, ଦେବଗଡ଼ରୁ ୧, କେନ୍ଦୁଝରରୁ ୧, ମୟୂରଭଞ୍ଜରୁ ୧, ରାୟଗଡାରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୯୬୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୪ ହଜାର ୧୫୦ କୁ…
ନୂଆଦିଲ୍ଲୀ, ଜାନୁୟାରୀ 24 ତାରିଖ ରବିବାର ଦିନ ପାଞ୍ଚୋଟି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ଫିଟିବାକୁ ଯାଉଛି। ଆପଣଙ୍କର ପ୍ରୟାସ ସଫଳ ହେବ, ଧନ ପ୍ରସ୍ତୁତ ହେଉଛି, ମାନସିକ ଚିନ୍ତା ଦୂର ହୋଇପାରିବ, ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ, ଆପଣ କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ପରିବାର ସଦସ୍ୟଙ୍କ ସାହାଯ୍ୟରେ ଆପଣ ଭଲ ଲାଭ ପାଇପାରିବେ, ଆପଣଙ୍କ ମନ ଖୁସି ହେବ, ସନ୍ତାନଙ୍କଠାରୁ ଭଲ ଖବର ପାଇବାର ସମ୍ଭାବନା ଅଛି, ଆପଣ କିଛି ଲାଭଜନକ ଯାତ୍ରା କରିପାରିବେ। ଏହି ରାଶିଗୁଡିକ ହେଉଛି କନ୍ୟା, ମେଷ, ମକର, କର୍କଟ ଏବଂ ତୂଳା। ବାସ୍ତୁଗତ ସୁଖ ବୃଦ୍ଧି ପାଇବ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଆପଣ ବିଶେଷ ସଫଳତା ହାସଲ କରିବାର ସମ୍ଭାବନା ଅଛି | ଚାକିରି କ୍ଷେତ୍ରରେ ବରିଷ୍ଠ ଅଧିକାରୀ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ଦେବେ, ଆପଣ କରିଥିବା ପରିବର୍ତ୍ତନ ଦ୍ୱାରା ଆପଣଙ୍କର ଯୋଜନା ବାଧାପ୍ରାପ୍ତ ହେବ ନାହିଁ।
ଭୂବନେଶ୍ଵର: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଶିକ୍ଷା ଓ ଅନୁସନ୍ଧାନ(ସୋଆ ) ବିଶ୍ଵବିଦ୍ୟାଳୟ ପରିସରରେ ସୋଆ ଏନଏସଏସ ଓ ସୋଆ ୱେଲନେସ ସେଣ୍ଟର ର ମିଳିତ ଆନୁକୂଲ୍ୟରେ ଏକ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ଯୋଗ ଦେଇ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର ନେତାଜୀଙ୍କ ଜୀବନ ଯୁବ ସମାଜ ନିମନ୍ତେ ପ୍ରେରଣାର ଉତ୍ସ ହେବା ଆବଶ୍ୟକ ବୋଲି କହିଥିଲେ। ଆଜିର ପବିତ୍ର ଦିନରେ ଆମେ ନେତାଜୀଙ୍କ ଜୀବନର ସକାରାତ୍ମକ ଦିଗ ଗୁଡିକୁ ଆଲୋଚନା କରି ସ୍ଵାଧୀନତା ଆନ୍ଦୋଳନରେ ତାଙ୍କର ଭୂମିକା କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ଏହି ଦିନଟିକୁ ‘ପରାକ୍ରମ ଦିବସ’ ଭାବେ ପାଳନ କରାଯାଉଛି। ଆମେ କେବଳ ଆମ ନିଜ ସ୍ୱାର୍ଥ ବିଷୟରେ ଚିନ୍ତା କରିବା ସହ ଅନ୍ୟ କାହା କଥା ଚିନ୍ତା କରୁନାହୁଁ ସେ କେବଳ ଦେଶ ଛଡା ଆଉ କିଛି…
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟିର ବିଧାୟକ ସୋମନାଥ ଭାରତୀଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ। ବିଧାୟକ ସୋମନାଥଙ୍କୁ ଦିଲ୍ଲୀର ଆଡିସନାଲ ମୁଖ୍ୟ ମେଟ୍ରୋପଲିଟାଣ୍ଟ ମାଜିଷ୍ଟ୍ରେଟ ରବୀନ୍ଦ୍ର କୁମାର ପାଣ୍ଡେ ୨ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏହା ସହ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି। ଏମ୍ସ ସୁରକ୍ଷା କର୍ମୀଙ୍କୁ ମାଡ ମାରିବା ଘଟଣାରେ ତାଙ୍କ ବିରୋଧରେ ୨୦୧୬ରେ ମାମଲା ରୁଜ୍ଜୁ ହୋଇଥିଲା। ଆଜି ଏହାର ଶୁଣାଣି କରି ବିଧାୟକ ସୋମନାଥଙ୍କୁ ଜେଲ ଦଣ୍ଡ ହୋଇଛି।
ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ବାୟୁସେନା ମୁଖ୍ୟ ଆରକେଏସ ଭଦୌରିୟାଙ୍କ ଏକ ବଡ ବୟାନ ସାମ୍ନାକୁ ଆସିଛି। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ସୀମା ବିବାଦକୁ ନେଇ ଯଦି ଚୀନ ସେନା ଆକ୍ରମଣାତ୍ମକ ହୋଇପାରନ୍ତି, ତେବେ ଆମ ମଧ୍ୟ ଆକ୍ରାମକ ହୋଇପାରିବୁ। ଚୀନ ସୀମା ଏଲଏସି ଉପରେ ଆକ୍ରାମକ ହେବାର ସମ୍ଭାବନାକୁ ନେଇ ସେ ଏହି ବୟାନ ଦେଇଛନ୍ତି। ଆଜି ଡେଜର୍ଟ ନାଇଟ-୨୦୨୦ ଅଭ୍ଯାସ ସମୟରେ ବାୟୁସେନା ମୁଖ୍ୟ ଭଦୌରିୟା କହିଛନ୍ତି ଯେ, ଆମ ପାଖକୁ ୮ ଟି ରାଫେଲ ବିମାନ ଆସି ସାରିଛି। ଆଉ ତିନୋଟି ରାଫେଲ ବିମାନ ଏହି ମାସ ଶେଷ ବେଳକୁ ଆସିଯିବ। ୨୦୨୩ ସୁଦ୍ଧା ବାକି ସବୁ ବିମାନ ଭାରତରେ ପହଞ୍ଚିଯିବ। ବାୟୁସେନା ମୁଖ୍ୟ କହିଛନ୍ତି ଯେ, ଆମେ ଏଏମସିଏ ଏୟାରକ୍ରାଫ୍ଟ ପ୍ରୋଜେକ୍ଟ ଜରିଆରେ ଡିଆରଡିଓ ସହ ମିଶି ପଞ୍ଚମ ପିଢୀର ଯୁଦ୍ଧ ବିମାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୩୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୬୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଲୁଗାଁ: ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲି ବ୍ରିଜ ନିକଟରେ ଏକ ଡକାୟତି ହୋଇଥିଲା। ଉକ୍ତ ଡକାୟତିରେ ସମ୍ପୃକ୍ତ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଘଟଣାସ୍ଥଳରେ ସ୍ଥାନୀୟ ଲୋକମାନେ କାବୁ କରି ବାଲୁଗାଁ ପୋଲିସ ଜିମା ଦେଇଥିଲେ। ତେବେ ଆଜି ଆଉ ୩ ଜଣ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି ଏବଂ ଲୁଟ ଦ୍ରବ୍ୟ ସେମାନଙ୍କ ନିକଟରୁ ବରାମଦ କରିଛି। ଏ ନେଇ ଆଜି ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦେଇଛନ୍ତି। ଉକ୍ତ ସମ୍ମିଳନୀରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଚନ୍ଦ୍ର ଗୌଡ଼ ମଧ୍ୟ ଉପସ୍ଥିତ ଥିଲେ। ଏସଡିପିଓଙ୍କ ସୂଚନା ଅନୁଯାୟୀ, ଗତକାଲି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଅଞ୍ଚଳର ଟ୍ରକ ଚାଳକ ଶଙ୍କର ସାହୁ ନିଜ ବନ୍ଧୁ ଶିଶିର ପ୍ରଧାନଙ୍କ…

