Author: Samikhsya Bureau

ନୂଆଦିଲ୍ଲୀ, ଆଜିର ଚାପଗ୍ରସ୍ତ ଜୀବନରେ ଶବ୍ଦ ନିଦ୍ରାର ଅଭାବ ଅନେକ ଲୋକଙ୍କ ପାଇଁ ଏକ ସମସ୍ୟା । କିଛି ଟିପ୍ସ ଅନୁସରଣ କରି, ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । 1-ରାତିରେ ଅତ୍ୟଧିକ ମସଲାଯୁକ୍ତ ଖାଇବା ଭୁଲ ଅଟେ । ଏହା ଜଳିବା ଏବଂ ଗ୍ୟାସ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ଯାହା ଶୋଇବାରେ କଷ୍ଟକର କରିଥାଏ । 2-ଜଙ୍କ ଫୁଡରେ ଅଧିକ ପରିମାଣର ସନ୍ତୁଳିତ ଚର୍ବି ଥାଏ, ଯାହା ହଜମ କରିବାକୁ ବହୁତ ସମୟ ନେଇଥାଏ । ତେଣୁ ରାତିରେ ଜଙ୍କ ଫୁଡରୁ ଦୂରରେ ରୁହନ୍ତୁ । 3-ଶୋଇବା ପୂର୍ବରୁ ଆପଣ ଫଳ ଖାଇବା ଠାରୁ ଦୂରେଇ ରହିବା ଉଚିତ୍, କାରଣ ଫଳଗୁଡ଼ିକରେ ପ୍ରାକୃତିକ ଚିନି ଥାଏ, ଯାହା ହଜମ କରିବାକୁ ବହୁତ ସମୟ ନେଇଥାଏ । 4-ଯଦି ଆପଣ ଶୋଇବା ପୂର୍ବରୁ ସ୍ମାର୍ଟଫୋନ୍ ବ୍ୟବହାର କରିବାରେ ଅଭ୍ୟସ୍ତ, ତେବେ ଏହାକୁ ଭୁଲିଯାଆନ୍ତୁ । ଏହା କରିବା…

Read More

କୁମ୍ଭ: ସାମାଜିକ କାର୍ଯ୍ୟକଳାପରେ ଆଗ୍ରହୀ ହେବେ। ଚାକିରି ମାଧ୍ୟମରେ, ଆପଣ ଅର୍ଥର ଲାଭ ପାଇବେ। ପାରିବାରିକ ସମସ୍ୟା ହେବ। ପତିଙ୍କ ମନୋବଳ ବହୁତ ଭଲ ହୋଇପାରେ। ଆପଣ ନିଜ ଜୀବନସାଥୀଙ୍କଠାରୁ ପ୍ରେମ ଏବଂ ସୁଖ ପାଇପାରିବେ। ଛାତ୍ରମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଫଳତା ପାଇବାକୁ ଦେଖିବେ। ସ୍ୱାମୀ ଏବଂ ସ୍ତ୍ରୀର ପ୍ରେମ ଦେଖିବେ। ମକର: ଆପଣ କାର୍ଯ୍ୟ କ୍ଷେତ୍ରରେ ନୂତନ କାର୍ଯ୍ୟ କରିବାକୁ ଏକ ସୁଯୋଗ ପାଇବେ ଏବଂ ଏହାର ଲାଭ କିଛି ଲୋକଙ୍କ ପାଇଁ ଭ୍ରମଣର ପରିମାଣ ହେବ। ବନ୍ଦ ହୋଇଥିବା କାର୍ଯ୍ୟ ଏହି ଲୋକଙ୍କ ପାଇଁ ଭଲ ହେବ | ନୂତନ ଆୟର ଉତ୍ସ ସହିତ ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଆଗାମୀ କିଛି ଦିନରେ ଆପଣ କରିଥିବା ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବେ।

Read More

ମେଷ: – ଭାଗ୍ୟ ଆଜି ଆପଣଙ୍କୁ ସମର୍ଥନ କରିବାକୁ ଯାଉଛି। କର୍ମ ଜାରି ରଖନ୍ତୁ ଏବଂ ସବୁକିଛି ଭାଗ୍ୟକୁ ଛାଡିଦିଅ । କାର୍ଯ୍ୟରେ ସଫଳତା ମିଳିବ ଏବଂ ସମ୍ମାନର ବୃଦ୍ଧି ସମ୍ଭବ ହେବାରେ ଲାଗିଛି। ନୂତନ ସମ୍ପର୍କ କିମ୍ବା କାର୍ଯ୍ୟ ପ୍ରତିଷ୍ଠା ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଠାରୁ ଦୂରେଇ ରୁହନ୍ତୁ । ବୃଷ: – ଆଜି ଭ୍ରମଣରୁ ଦୂରେଇ ରୁହନ୍ତୁ । କାହା ସହିତ ଅନାବଶ୍ୟକ ବିତର୍କରେ ପ୍ରବେଶ କରନ୍ତୁ ନାହିଁ । କୌଣସି ସ୍ଥାନରେ ବିତର୍କ ପରିସ୍ଥିତି ହେତୁ ଦିନସାରା ଦ୍ୱନ୍ଦ୍ୱ ସୃଷ୍ଟି ହେବ । ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନଟି ଭଲ ହେବ । ଧାର୍ମିକ କାର୍ଯ୍ୟକଳାପ କିମ୍ବା ଯାତ୍ରା ପଛରେ ଟଙ୍କା ଖର୍ଚ୍ଚ ହୋଇପାରେ । ମିଥୁନ: – ଆଜି ଏକ ଶୁଭ ଦିନ । ଜୀବନସାଥୀ କିମ୍ବା ପ୍ରିୟଜନଙ୍କ ସମର୍ଥନ ପାଇବେ । ମନ ଖୁସି ହେବ । ସ୍ଥଗିତ କାର୍ଯ୍ୟ ସମାପ୍ତ ହେବ ।…

Read More

ନୂଆଦିଲ୍ଲୀ, ଆଜି ଶତ୍ରୁମାନଙ୍କ ଉପରେ ଆପଣଙ୍କର ବିଜୟ ନିଶ୍ଚିତ। ଆପଣ କୋର୍ଟ ମାମଲାରେ ସଫଳତା ପାଇବେ । ଆର୍ଥିକ ଲାଭ କରାଯାଉଛି । ଯାନ ଗ୍ରହଣ କରାଯିବ । ଦିନଟି ଛାତ୍ରମାନଙ୍କ ପାଇଁ ଅନୁକୂଳ ହେବ । ଆପଣ ବିବାହିତ ଜୀବନରେ ସର୍ବୋତ୍ତମ ସୁଖ ​​ପାଇବାକୁ ସକ୍ଷମ ହେବେ । ଆଜି ଶକ୍ତି ବୃଦ୍ଧି ହେବାର ଦିନ । ଅନେକ ବିରାମ କାର୍ଯ୍ୟ ଗତି କରିବ । ଭ୍ରମଣରୁ ଆପଣ ଉପକୃତ ହେବେ । ସେହି ଦୁଇଟି ରାଶି ହେଲା ଧନୁ ଏବଂ ତୂଳା। ଭାଇମାନଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ତୀର୍ଥଯାତ୍ରାରେ ମନ ସନ୍ତୁଷ୍ଟ ହେବ। ହଠାତ୍ କିଛି ଭଲ ଖବର କିମ୍ବା ଅଟକି ରହିଥିବା ଟଙ୍କା ମିଳିବ ।

Read More

ନୂଆଦିଲ୍ଲୀ, ଦୀର୍ଘ ଆଠବର୍ଷ ପରେ ତିନୋଟି ରାଶିରେ ରହିଛି ପରିବର୍ତ୍ତନର ସନ୍ଦେଶ। କାରଣ ଗତ ଆଠ ବର୍ଷ ମଧ୍ୟରେ ଏହି ତିନି ରାଶିର ସେପରି ସଂଯୋଗ ଘଟି ନ ଥିଲା। ଏହାଦ୍ବାରା ଏହି ରାଶିର ବ୍ୟକ୍ତିମାନଙ୍କର ଯାହା ଘଟିବ ତାହା ଜାଣନ୍ତୁ। ଆଜି ଆପଣଙ୍କର ସମସ୍ୟା ଆପଣଙ୍କ ମାନସିକ ସ୍ୱାସ୍ଥ୍ୟକୁ ନଷ୍ଟ କରିପାରେ। ଆପଣଙ୍କ ମନରେ ଟଙ୍କା ରୋଜଗାରର ଏକ ପ୍ରବଳ ଇଚ୍ଛା ରହିବ। ଆପଣଙ୍କ ପିଲାମାନଙ୍କ ସହିତ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ବିକାଶ କରନ୍ତୁ । ପୁରୁଣା ଜିନିଷଗୁଡ଼ିକୁ ଛାଡି ଆଗକୁ ଭଲ ସମୟକୁ ଅପେକ୍ଷା କରନ୍ତୁ। ଆପଣଙ୍କର ପ୍ରୟାସ ଫଳପ୍ରଦ ହେବ। ପ୍ରେମ ସମ୍ପର୍କ ବିଷୟରେ ଅଧିକ କଥାବାର୍ତ୍ତା କରନ୍ତୁ ନାହିଁ । ଆପଣ ଏମିତିକା ଲୋକଙ୍କଠାରୁ ସାହାଯ୍ୟ ନିଅନ୍ତୁ, ଯାହାର ଭାବନା ସହିତ ଆପଣଙ୍କର ମେଳ ଖାଉଥିବ। ସଠିକ୍ ସମୟରେ ସେମାନଙ୍କର ସାହାଯ୍ୟ ଅତ୍ୟନ୍ତ ମୂଲ୍ୟବାନ ଏବଂ ଲାଭଦାୟକ ହେବ। ସେହି ତିନୋଟି ରାଶି ହେଉଛି ମେଷ,…

Read More

ୱାସିଂଟନ : ଆମେରିକାର ପ୍ରଥମ କୃଷ୍ଣକାୟ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି କମଳା ହାରିସ। ୱାସିଂଟନ ଡିସିରେ କ୍ୟାପିଟୋଲ ହିଲରେ ଆୟୋଜିତ ବର୍ଣ୍ଣାଢ୍ୟ ଉତ୍ସବରେ ସେ ଏହି ଶପଥ ନେଇଛନ୍ତି। ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ସୋନିଆ ସୋଟୋମେୟର ଶପଥ ପାଠ କରାଇଥିଲେ। ୫୬ ବର୍ଷିୟା ହାରିସ ବାଇବେଲ ଛୁଇଁ ଏହି ଶପଥ ନେଇଥିଲେ। ହାରିସ ହେଉଛନ୍ତି ଭାରତୀୟ ବଂଶଭୋବ। ତାଙ୍କର ସଂପର୍କୀୟମାନେ ତାମିଲନାଡୁରେ ବସବାସ କରୁଛନ୍ତି। ସେ ଭାରତୀୟ ବଂଶଭୋବ ଭାବେ ଉପରାଷ୍ଟ୍ରପତି ହେବା ପରେ ଭାରତ ତାଙ୍କୁଠାରୁ ଅନେକ କିଛି ଆଶା କରିଛି।

Read More

ୱାସିଂଟନ, ବହୁ ବାଦବିବାଦ ପରେ ଶେଷରେ ଯୋଶେଫ ରୋବିନେଟ ବାଇଡେନ ଜୁନିୟର ବା ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। କ୍ୟାପିଟୋଲ ହିଲରେ ଆୟୋଜିତ ଏକ ବର୍ଣ୍ଣଢ୍ୟ ଉତ୍ସବରେ ସେ 46 ତମ ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି। ତାଙ୍କୁ ଶପଥ କରାଇଥିଲେ ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ଜନ୍ ରବର୍ଟ। ବାଇବେଲକୁ ଛୁଇଁ ସେ ଏହି ଶପତ କରିଥିଲେ। 78 ବର୍ଷ ବୟସ୍କ ବାଇଡେନ ଶପଥ ନେବା ପରେ ଆମେରିକାବାସୀଙ୍କୁ ସମ୍ବୋଧିତ କରିଥିଲେ। ତାଙ୍କ ସମ୍ବୋଧନରେ ବାଇଡେନ କହିଥିଲେ ଯେ, ବର୍ତ୍ତମାନ ଆମେରିକାରେ ଗଣତନ୍ତ୍ର ଆସିଲା। ବର୍ତ୍ତମାନ ଏକ ମାହାମାରୀ ସମୟରେ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ବ ନେବାକୁ ପଡିଛି। ସମସ୍ତ ଆମେରିକାବାସୀ ହେଉଛନ୍ତି ମୋର। ସମସ୍ତଙ୍କୁ ସମାନ ଭାବେ ଦେଖିବା ମୋର କର୍ତ୍ତବ୍ୟ ବୋଲି ବାଇଡେନ କହିଛନ୍ତି।

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସମ୍ବଲପୁରରୁ ୩୭, ଅନୁଗୁଳରୁ ୨୮, ବରଗଡରୁ ୨୩, ପୁରୀରୁ ୨୦, ଝାରସୁଗୁଡାରୁ ୧୭, ସୁନ୍ଦରଗଡରୁ ୧୪ ଜଣ, ଗଜପତିରୁ ୧୦, କନ୍ଧମାଳରୁ ୧୦, ଖୋର୍ଦ୍ଧାରୁ ୧୦, ବାଲେଶ୍ବରରୁ ୯, କୋରାପୁଟରୁ ୯, ମୟୂରଭଞ୍ଜରୁ ୯, ରାୟଗଡାରୁ ୯, ବଲାଙ୍ଗୀରିରୁ ୮, କଳାହାଣ୍ଡିରୁ ୮, କଟକରୁ ୫, କେନ୍ଦ୍ରାପଡାରୁ ୫, ନୂଆପଡାରୁ ୫, ମାଲକାନାଗିରିରୁ ୪, ସୋନପୁରରୁ ୪, ଭଦ୍ରକରୁ ୩, ଦେବଗଡରୁ ୩, ଜଗତସିଂହପୁରରୁ ୩, ଗଞ୍ଜାମରୁ ୨, ବୌଦ୍ଧରୁ ୧, କେନ୍ଦୁଝରରୁ ୧, ନୟାଗଡରୁ ୧ଓ ଷ୍ଟେଟପୁଲରୁ ୨ଜଣ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୩୦ ହଜାର ୩୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

Read More

ୱାସିଂଟନ, ଆଉ କିଛି ସମୟ ପରେ ଜୋ ବାଇଡେନ ଆମେରିକାର ରାଷ୍ଟ୍ରପତି ଭାବେ ଶପଥ ନେବେ। ହେଲେ ଏହି ଭିତରେ ବର୍ତ୍ତମାନର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ହ୍ବାଇଟ ହାଉସ ପରିତ୍ୟାଗ କରିଛନ୍ତି। ବାଇଡେନଙ୍କ ଶପଥ ସମାରୋହକୁ ଏଡାଇବା ପାଇଁ ସେ ଏହି ପଦକ୍ଷେପ ନେଇଛନ୍ତି। ଟ୍ରମ୍ପ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି ଯେ କି ନିଜ ଉତ୍ତରାଧିକାରୀଙ୍କ ଶପଥପାଠ ଉତ୍ସବରେ ଯୋଗ ଦେଲେ ନାହିଁ। ଗତକିଛି ଦିନ ଧରି ଆମେରିକା ରାଜନୀତିରେ ରାଷ୍ଟ୍ରପତି ଶପଥକୁ ନେଇ ଚାଲିଛି ଚର୍ଚ୍ଚା। ଟ୍ରମ୍ପ ଶେଷରେ ରାଷ୍ଟ୍ରପତି ପଦରୁ ବାହାରିଯିବେ ବୋଲି ଘୋଷଣା କରିଥିଲେ। ହେଲେ ସେ ଦାୟିତ୍ବ ହସ୍ତାନ୍ତର କରିବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି। ନିୟମ ଅନୁସାରେ ବିଦାୟୀ ରାଷ୍ଟ୍ରପତି ନୂଆ ରାଷ୍ଟ୍ରପତିଙ୍କୁ ଦାୟିତ୍ବ ହସ୍ତାନ୍ତର କରି ବିଦାୟ ନେବା କଥା। ହେଲେ ଏଥର ତାହା ଆମେରିକାରେ ପରିଲକ୍ଷିତ ହେବ ନାହିଁ।

Read More

ନୂଆଦିଲ୍ଲୀ: ଆଜି କୃଷି ସଂଗଠନ ଏବଂ ସରକାର ମଧ୍ୟରେ ଦଶମ ପର୍ଯ୍ୟାୟ ଆଲୋଚନା ବିଜ୍ଞାନ ଭବନ ଠାରେ ଚାଲିଥିଲା। ପୁଣି ଏହି ଆଲୋଚନାରେ କୌଣସି ସମାଧାନ ବାହାରିପାରି ନାହିଁ। ସରକାର ଆନ୍ଦୋଳନ ସମାପ୍ତ କରିବା ପାଇଁ କୃଷକ ସଂଗଠନକୁ ଅନୁରୋଧ କରିଥିଲେ। ସେଥିପାଇଁ ସରକାର ଏହି କୃଷି ଆଇନକୁ ଏକ ବର୍ଷ ପାଇଁ ସ୍ଥଗିତ ରଖିବା ନେଇ ପ୍ରସ୍ତାବ ଦେଇଥିଲା। ସରକାରଙ୍କ ପ୍ରସ୍ତାବ ମୁତାବକ, ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ଗୋଟିଏ କମିଟି ଗଠନ କରାଯାଉ। ଉଭୟ ସରକାର ଏବଂ କୃଷି ନେତା ମାନଙ୍କୁ ନେଇ ଏହି କମିଟି ଗଠିତ ହେବ। କିନ୍ତୁ ଏହି ପ୍ରସ୍ତାବକୁ କୃଷକ ସଂଗଠନ ଅଗ୍ରାହ୍ୟ କରିଦେଇଛି।

Read More

ଭୁବନେଶ୍ବର, ପିପିଲିର ରଥୀ ଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ବର୍ତ୍ତମାନ ପିପିଲିରେ ଉପନିର୍ବାଚନ ହେବ। ହେଲେ ସେଠାରୁ ବିଜେଡିର କିଏ ପ୍ରାର୍ଥୀ ହେବ ସେ ନେଇ ସମସ୍ତଙ୍କ ନଜର। କାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭଲଭାବେ ଜାଣନ୍ତି ଯେ ପିପିଲିରେ ମହାରଥୀଙ୍କ ଦୁର୍ଗ କେତେ ସୁଦୃଢ ଥିଲା। ତେବେ ପିପିଲି ଉପନିର୍ବାଚନରେ ପ୍ରଦୀପ ମହାରଥୀଙ୍କ ପୁତ୍ର ପ୍ରାର୍ଥୀ ହେବେ ନା ତାଙ୍କ ଧର୍ମପତ୍ନୀ ସେ ନେଇ ଚାଲିଛି ଅଙ୍କକଷା। ଏପରି ପରିସ୍ଥିତିରେ ଆଜି ମହାରଥୀଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ଯାହା କହିଛନ୍ତି ତାହା ଚର୍ଚ୍ଚାର ପରିସରକୁ ଆସିଛି। ସେ କହିଛନ୍ତି ଯେ ନିର୍ବାଚନ ହେଉଛି ଏକ ପକ୍ରିୟା। ଏଥିରେ ବିଜେଡି ସୁପ୍ରିମୋ କାହାକୁ ପ୍ରାର୍ଥୀ କରିବେ ତାଙ୍କ ଉପରେ ନିର୍ଭର କରେ। ହେଲେ ସେ ଯଦି ମୋତେ ସୁଯୋଗ ଦିଅନ୍ତି ତେବେ ମୁଁ ଖୁସି ହେବି। ଏହାର ଅର୍ଥ ପ୍ରତିଭା ନିଜେ ଛିଡା ହେବେ ବୋଲି ସ୍ପଷ୍ଟ କରିଦେଲେ।…

Read More

ଭୁବନେଶ୍ୱର: ଜାନୁଆରୀ ୧୬ ତାରିଖରୁ ଦେଶବ୍ୟାପୀ ସବୁଠାରୁ ବଡ କୋଭିଡ-୧୯ ଟିକାକରଣ ଅଭିଯାନ ଜାରି ରହିଥିବା ବେଳେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ମଧ୍ୟ ଜୋରସୋରରେ ଚାଲିଛି ଟିକାକରଣ। ନିର୍ଦ୍ଧାରିତ ଟାର୍ଗେଟ ଅନୁଯାୟୀ ଚାରି ଦିନ ମଧ୍ୟରେ ଶତ ପ୍ରତିଶତ ଟିକାକରଣ ସମ୍ଭବ ହୋଇଛି ସମ୍ ହସ୍ପିଟାଲ୍‌ରେ। ପୁନେ ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଭିରୋଲୋଜି ଓ ଭାରତ ବାୟୋଟେକ୍ ଏବଂ ଇଣ୍ଡିଆନ୍ କାଉନ୍‌ସିଲ୍ ଫର୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍‌ଆର୍‌)ର ମିଳିତ ସହଭାଗିତାରେ କୋଭାକ୍ସିନ୍ ଟିକା ପ୍ରସ୍ତୁତ ହୋଇଥିବା ବେଳେ ସମ୍ ହସ୍ପିଟାଲ୍‌ରେ ଏହି ଟିକା ପ୍ରଦାନ କରାଯାଉଛି। ଜାତୀୟ ସ୍ୱାସ୍ଥ୍ୟ ମିଶନ୍‌, ରାଜ୍ୟ ପରିବାର କଲ୍ୟାଣ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଟିକା ମେଡିକାଲ୍ ଏବଂ ସଫେଇ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସୂଚନା ଦେଇଛନ୍ତି ସମ୍ ହସ୍ପିଟାଲ୍‌ର ମେଡିକାଲ୍ ସୁପରିଟେଣ୍ଡେନ୍‌ଟ ପ୍ରଫେସର ପୁଷ୍ପରାଜ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରୁ ଆଜିର ସମସ୍ତ ୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୮୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୩୪୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗହଣା ସଫା କରିବା ଆଳରେ ମହିଳାଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ଲୁଟି ଦୁର୍ବୁତ୍ତ ଫେରାର। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଧିନସ୍ଥ କାଳୁପଡ଼ା ଘାଟ ଅଞ୍ଚଳରେ ଏପରି ଏକ ଦୁଃଖଦ ଘଟଣା ଘଟିଯାଇଛି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ କାଳୁପଡା ଘାଟ ଅଁଳାଡିହ ଗ୍ରାମର ଫୁଲଗୋରଡ଼ା ସାହିର ଦିନମଣୀ ମହାନ୍ତି(୬୩) ନାମକ ଜଣେ ମହିଳାଙ୍କ ଠାରୁ ସୁନା ଗହଣା ସଫା କରିଦେବା ପାଇଁ କିଛି ଦୁର୍ବୃତ୍ତ କହିଥିଲେ। ଦିନମଣୀ ସେମାନଙ୍କୁ ବିଶ୍ଵାସ କରି ପିନ୍ଧିଥିବା ହାର, ଦୁଇ ହାତର ସୁନା ବାହୁଟି ଏବଂ ସୁନା ମୁଦିକୁ ସଫା କରିଦେବା ଲାଗି ସେମାନଙ୍କୁ ଦେଇଥିଲେ। ହେଲେ ଦୁର୍ବୃତ୍ତ ଗହଣା ସଫା କରିବା ବଦଳରେ ତାଙ୍କ ଠାରୁ ସବୁ ଗହଣା ଲୁଟି ନେଇଗଲେ। ଏପରିକି ଦିନମଣୀ କାନରେ ପିନ୍ଧିଥିବା ସୁନାଫୁଲକୁ ଲୁଟିବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ସେଥିରେ ସେମାନ ବିଫଳ ହୋଇ ବାକି ସବୁ ଗହଣା ଲୁଟି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ପୋଲିସକୁ ସଫଳତା ମିଳିଛି। ଗତ ୧୫ ତାରିଖରେ ବାଣପୁର-ବାଲୁଗାଁ ବାଇପାସରୁ ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିବାରେ ସକ୍ଷମ ହୋଇଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ବାଣପୁର ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି ବାଲୁଗାଁ ଏସ୍ଡ଼ିପିଓ ମାନସ ରଞ୍ଜନ ବାରିକ। ଉକ୍ତ ସମ୍ମିଳନୀରେ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ୍.ଆଇ ରାଜକିଶୋର ବେହେରା ଏବଂ ଏ.ଏସ୍.ଆଇ ମହେନ୍ଦ୍ର ସେଠି ମଧ୍ୟ ଉପସ୍ଥିତ ଥିଲେ। ଏସ୍ଡ଼ିପିଓ ଙ୍କ ସୂଚନା ମୁତାବକ ଉକ୍ତ ଡକାୟତରେ ଅଭିଯୋଗକାରୀ ଉମାକାନ୍ତ ସିଂହଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭର ପ୍ରଥମରୁ ଡକାୟତଙ୍କ ସହ ସମ୍ପର୍କରେ ଥିଲେ। ଯାହାଫଳରେ ସେ ପୂର୍ବରୁ ଅଭିଯୋଗକାରୀଙ୍କ ବିଷୟରେ ଡକାୟତମାନଙ୍କୁ ସବୁ ଗତିବିଧି ଏବଂ କାର୍ଯ୍ୟକଳାପର ସୂଚନା ଦେଇଆସୁଥିଲେ। ପୂର୍ବ ଯୋଜନା ମୁତାବକ ଗାଡ଼ି ଚାଳକ ଉକ୍ତ ଦିନ ଘଟଣାସ୍ଥଳରେ…

Read More

ନୂଆଦିଲ୍ଲୀ, ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ 125 ତମ ଜୟନ୍ତୀ ଉପଲକ୍ଷେ ଭାରତୀୟ ରେଳ ବିଭାଗ ଏକ ନୂଆ ନିଷ୍ପତି ଗ୍ରହଣ କରିଛି। ସେହି ଅନୁସାରେ ଏହି ମହାନ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଚାଲିବ ଏକ ଟ୍ରେନ। ଯାହାର ନାମ ରହିବ ନେତାଜୀ ଏକ୍ସପ୍ରେସ। ଏହି ଟ୍ରେନଟି ହାୱାଡରୁ କଲକା ଭାୟା ଦିଲ୍ଲୀ ହୋଇ ଯିବ। ପୂର୍ବରୁ ଚାଲୁଥିବା ହାୱାଡା କଲକା ମେଲର ନାମ ପରିବର୍ତ୍ତନ କରାଯାଇ ନେତାଜୀ ଏକ୍ସପ୍ରେସ ରଖାଯିବ। ରେଳମନ୍ତ୍ରୀ ପିୟୁଷ ଗୋଏଲ ଏକ ଟୁଇଟ କରି କହିଛନ୍ତି, ଖୁସିର କଥା ରେଳ ବିଭାଗ 12311/12312 ହାୱାଡା କଲକା ଏକ୍ସପ୍ରେସକୁ ସୁବାଷ ବୋଷଙ୍କ ନାମରେ ନାମିତ କରିବା ପାଇଁ ନିଷ୍ପତି କରିଛି। ଏହା ନିଶ୍ଚିତ ନେତାଜୀଙ୍କ ପରି ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ ବୋଲି ସେ ଉଲ୍ଲେଖ କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୩ ଜଣ ଚିହ୍ନଟ ହୋଇଥିବାବେଳେ ୬୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୩ ହଜାର ୭୨୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୩୩ ହଜାର ୫୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ହଜାର ୭୧୭ ଜଣ। ସେହିପରି ରାଜ୍ୟରୁ ଆଉ ଜଣେ କରୋନା ଆକ୍ରାନ୍ତ ଆଜି ମୃତ୍ୟୁବରଣ କରିଛନ୍ତି। ଏହି ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୧୯୦୨ କୁ ବୃଦ୍ଧି ହୋଇଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୧୫୭ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ…

Read More

ବାରଣାସୀ, ଦେଶର 12 ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ କାଶୀନାଥ ମନ୍ଦିର ଦର୍ଶନ କରିପାରୁ ନ ଥିବା ଭକ୍ତମାନେ ନିରାଶ ହେବା ଆବଶ୍ୟକ ନାହିଁ। ଡାକ ବିଭାଗ ସେମାନଙ୍କୁ ଗଙ୍ଗୋତ୍ରୀ ଜଳ ସହିତ ପ୍ରସାଦ ମଧ୍ୟ ଯୋଗାଇବ। ଏହି ସୁବିଧା ଜିଲ୍ଲାର ସମସ୍ତ ଛୋଟ ଡାକଘରେ ଉପଲବ୍ଧ ହେବ । ଆଜି ଭାରତୀୟ ଡାକ ବିଭାଗ ଏହି ପଦକ୍ଷେପ ନେଇଛି। ଆଜି ଡାକବିଭାଗ ଏବଂ ମନ୍ଦିର କର୍ତ୍ତୁପକ୍ଷଙ୍କ ମିଳିତ ସହଯୋଗରେ ଏହାର ଶୁଭାରମ୍ଭ ହୋଇଛି। ତେବେ ଏହା କେବଳ ସେହି ସ୍ଥାନୀୟ ଅଞ୍ଚଳ ଡାକଘରେ ମିଳିବ। ଜିଲ୍ଲାର ମୋଟ ଛୋଟ ଡାକଘର ସଂଖ୍ୟା ପ୍ରାୟ 350 । ଏଠାରେ କେବଳ 25 ଟି ଶାଖା ଡାକଘର ଅଛି । ପୂର୍ବରୁ ଏହି ଡାକ ଘରେ ଗ୍ରାହକମାନଙ୍କୁ ଗଙ୍ଗୋତ୍ରୀ ଜଳ ପ୍ରଦାନ କରାଯାଇ ଆସୁଛି। ବର୍ତ୍ତମାନ ଖୁବ୍ ଶୀଘ୍ର ଲୋକମାନେ ଡାକଘରରୁ ବାବା କାଶୀ ବିଶ୍ୱନାଥଙ୍କ ପ୍ରସାଦ ମଧ୍ୟ ଗ୍ରହଣ କରିବେ। ଭାରତୀୟ ଡାକ…

Read More

ଭୁବନେଶ୍ବର: ରିଲାଏନ୍ସ ଜୁଏଲ୍ସ, ଭାରତର ଅଗ୍ରଣୀ ଓ ସବୁଠାରୁ ବିଶ୍ୱସନୀୟ ଜୁଏଲାରୀ ବ୍ରାଣ୍ଡ୍ ନୂତନତା କ୍ଷେତ୍ରରେ ସର୍ବଦା ଆଗରେ ରହିଆସିଛି। ନୂତନ ବର୍ଷର ଆରମ୍ଭ ସହିତ, ରିଲାଏନ୍ସ ଜୁଏଲ୍ସ ହୀରା ଅଳଙ୍କାରର ଏକ ନୂଆ ଓ ଟ୍ରେଣ୍ଡି ସମ୍ଭାର ନେଇ ଆସିଛି ଯହାକି ପାର୍ଟି ଓ କକ୍‌ଟେଲ୍ ପାଇଁ ବିଶେଷ ଭାବରେ ଉପଯୁକ୍ତ। ହୀରା ଅଳଙ୍କାର ହେଉଛି ପ୍ରତ୍ୟେକ ଝିଅର ପ୍ରିୟ ବନ୍ଧୁ ଓ ପ୍ରତି ମହିଳାଙ୍କ ପ୍ରଥମ ପସନ୍ଦ। ରିଲାଏନ୍ସ ଜୁଏଲ୍ସର ଉତ୍କୃଷ୍ଟ ହୀରା ଅଳଙ୍କାର ଆପଣଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କରିବା ସହିତ ଷ୍ଟାଇଲିସ୍ କରିଥାଏ। ପ୍ରତିଟି ମହିଳାଙ୍କ ଆକାଂକ୍ଷାକୁ ପୁରଣ କରୁଥିବା ରିଲାଏନ୍ସ ଜୁଏଲ୍ସ ଏବେ ନେଇଆସିଛି ଆକର୍ଷଣୀୟ ଓ କଳାକୌଶଳରେ ପରିପୂର୍ଣ୍ଣ ଅଳଙ୍କାର, ଯାହାକି ଟ୍ରେଣ୍ଡି ଓ ମହିଳାଙ୍କୁ ଏକ ନୂତନ ରୂପ ପ୍ରଦାନ କରିବ। ଆପଣଙ୍କର ପାରମ୍ପରିକ ଗହଣା ପରିବର୍ତ୍ତେ ଏହି ଗହଣାକୁ ଆପଣାଇବାର ସମୟ ଆସିଯାଇଛି। ଯେଉଁଥିରେ ରହିଛି ଷ୍ଟାଇଲିସ୍ ଇୟରିଂ, ରିଙ୍ଗ୍‌, ବ୍ରେସଲେଟ୍‌,…

Read More

ରାୟଗଡା, ଗତକାଲି ଏକ ଗଂଜେଇ ନଷ୍ଟ ଅଭିଯାନରେ ବଡ ସଫଳତା ହାସଲ କରିଛି ରାୟଗଡା ପୋଲିସ। ପ୍ରାୟ 45 ଏକରରେ ହେଉଥିବା ଗଂଜେଇ ଚାଷକୁ ପୋଡି ଛାରଖାର କରିଦେଇଛି ପୋଲିସ। ମୁନିଗୁଡା ଥାନା ଅଧିନରେ ଥିବା ଦିଲାଗୁଡି ଗାଁରେ ଏହି ଗଂଜାଇ ଚାଷ ହେଉଥିଲା। ପୋଲିସ ଏହ ଖବର ଜାଣିବା ପରେ ସେଠାରେ ଚଢାଉ କରି ସମସ୍ତ ଗଛ ପୋଡି ଦେଇଛି। ପୋଲିସର କହିବା କଥା ଯଦି ଏହାକୁ ଲୋକେ ବିକ୍ରି କରିଥାଆନ୍ତେ ତେବେ ପ୍ରାୟ ଚାରି କୋଟି ଟଙ୍କା ହୋଇ ଥାଆନ୍ତା।

Read More

ନୂଆଦିଲ୍ଲୀ,  ଆଜିଠାରୁ ଭୁଟାନ, ମାଲଦ୍ୱୀପ, ବାଂଲାଦେଶ, ନେପାଳ, ମିଆଁମାର ଏବଂ ସିଆଚେଲ୍ସକୁ କରୋନା ଟିକା ପଠାଇବ ଭାରତ। ଏହାପରେ ଆବଶ୍ୟକ ନିୟାମକ ଅନୁମୋଦନ ସହିତ ଶ୍ରୀଲଙ୍କା, ଆଫଗାନିସ୍ତାନ ଏବଂ ମରିସସକୁ ମଧ୍ୟ ଟିକା ପଠାଯିବ। ଆସନ୍ତା ସପ୍ତାହ ଏବଂ ମାସ ମଧ୍ୟରେ ଘରୋଇ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭାରତ ପର୍ଯ୍ୟାୟକ୍ରମେ କୋଭିଡ -19 ଟିକା ଯୋଗାଇବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି।

Read More