ଭୁବନେଶ୍ବର, ଛାତ୍ର ସମାଜର ବୃହତର ସ୍ବାଥ କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ହେବାକୁ ଥିବା ମାଟ୍ରିକ ପରୀକ୍ଷା ନିମନ୍ତେ ପିଲାମାନଙ୍କ ପରୀକ୍ଷା ଫିସ୍ ଛାଡ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ବାରା ୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ଏ ବାବଦରେ ରାଜ୍ୟ ସରକାର ୨୭ କୋଟି ଟଙ୍କା ବ୍ୟୟଭାର ବହନ କରିବେ। ପ୍ରତି ପିଲାଙ୍କୁ ମାଟ୍ରିକ ପରୀକ୍ଷା ନିମନ୍ତେ ୪୨୦ ଟଙ୍କା ଲେଖାଏଁ ଫିସ୍ ଦେବାକୁ ପଡିଥାଏ । କରୋନା ମହାମାରୀ ପରିପ୍ରେକ୍ଷୀରେ ୨୦୨୦-୨୧ ଶିକ୍ଷା ବର୍ଷ ବିଶେଷ ଭାବରେ ପ୍ରଭାବିତ ହୋଇଛି । ଦୀର୍ଘ ୯ ମାସ କାଳ ସ୍କୁଲ ବନ୍ଦ ରହିବା ପରେ ଜାନୁଆରୀ ୮ ତାରିଖରୁ କେବଳ ଦଶମ ଓ ଦ୍ବାଦଶ ଶ୍ରେଣୀକୁ କୋଭିଡ ନିୟମ ପାଳନ କରି ଖୋଲାଯାଇଛି । ପିଲାମାନଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରିବା ତଥା…
Author: Samikhsya Bureau
ମାହାଙ୍ଗା, ଡବଲ ମର୍ଡର ଘଟଣା ସଂପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ସାହାଙ୍କୁ ଅବଗତ କରାଯାଇଛି। ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମାହାଙ୍ଗାର କୁଳମଣି ବରାଳ ଏବଂ ଦିବ୍ୟସିଂହ ବରାଳଙ୍କ ଶ୍ରଦ୍ଧାଞ୍ଜଳୀ ସଭାରେ ଯୋଗଦେଇ ସେ ଏହା କହିଛନ୍ତି। ଧର୍ମେନ୍ଦ୍ର କହିଛନ୍ତି ଯେ, ରାଜନୀତିକ ଆକ୍ରୋଶରୁ ଏହି ହତ୍ୟାକାଣ୍ତ ହୋଇଛି। ସ୍ଥାନୀୟ ବିଧାୟକଙ୍କ ଏହି ଘଟଣା ପଛରେ ହାତ ରହିଛି। ମାହାଙ୍ଗାକୁ ଏବେ ଦୁର୍ନୀତିର ପ୍ରୟୋଗଶାଳା କରିବାକୁ ଉଦ୍ୟମ କରାଯାଉଛି। ସେଥିପାଇଁ ଏହି ଦୁଇଜଣଙ୍କୁ ହତ୍ୟା କରାଗଲା ବୋଲି ଧର୍ମେନ୍ଦ୍ର କହିଛନ୍ତି।
କୋଚିନ, ବର୍ତ୍ତମାନ ସୁନା ଚୋର ନୂଆନୂଆ ତରିକାରେ ବାହାରୁ ସୁନା ଆଣିବାରେ ଲାଗିଛନ୍ତି। ଯାହାକୁ ନେଇ କଷ୍ଟମ ବିଭାଗର ମୁଣ୍ଡବିନ୍ଧା ହୋଇଯାଇଛି। ଏହିପରି ଏକ ଭିନ୍ନ ଉପାୟରେ ସୁନା ଆଣୁଥିବା ବେଳେ କୋଚିନ ବିମାନ ବନ୍ଦରରେ ଧରାପଡିଛନ୍ତି ଜଣେ ଯାତ୍ରୀ। କଷ୍ଟମ କର୍ମଚାରୀ ଏହି ବିମାନ ଯାତ୍ରୀଙ୍କଠାରୁ ଯେପରି ଭାବେ ସୁନା ଧରିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଘଟଣାରୁ ଜଣାପଡିଛି ଯେ, ଦୁବାଇରୁ କୋଚିନ ଆସୁଥିବା ଏକ ବିମାନରେ ଜଣେ ଯାତ୍ରୀଙ୍କ ଆଟାଚରୁ ଚାରୋଟି ଟାବଲେଟ ବାହାରିଥିଲା। ଏହି ଟାବଲେଟଗୁଡିକୁ ବେଶ୍ ଭାରୀ ଲାଗିବା ସହିତ ବାହାରୁ କିଛି ଜଣାପଡି ନ ଥିଲା। ହେଲେ ସେଗୁଡିକ ଭାଙ୍ଗିବା ପରେ ସେ ଭିତରୁ ସୁନା ଥିବାର ଜଣାପଡିଥିଲା। ଟାବଲେଟକୁ ଯେତେବେଳେ ଓଜନ କରାଯାଇଥିଲା ସେତେବେଳେ ତାହା 1069 କିଲୋଗ୍ରାମ ଥିଲା। ସେଥିରୁ 973 କିଲୋଗ୍ରାମ ଓଜନ ସୁନା ହୋଇଥିଲା। ସଂପୃକ୍ତ ଯାତ୍ରୀଙ୍କୁ ଅଧିକ ପଚରାଉଚୁରା କରାଯାଉଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୦ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୫୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୯୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର, ସ୍ବାମୀ ବିବେକାନନ୍ଦଙ୍କ 158ତମ ଜୟନ୍ତୀ ଉପଲକ୍ଷେ ଭୁବନେଶ୍ବରରେ ପାଳିତ, ଏଥିସହିତ ଜାତୀୟ ଯୁବ ଦିବସ ମଧ୍ୟ ଆୟୋଜିତ ହୋଇଛି।
ଭୁବନେଶ୍ବର: ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶେଷରେ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି। ସିଧା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ରୁ ନୂଆଦିଲ୍ଲୀ ବିମାନ ବନ୍ଦର ଦେଇ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି। ମେଡିକାଲ ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି। ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ। ପୁଣି ଦ୍ବୀତିୟ ପର୍ଯ୍ୟାୟ ଟୀକା ଖୁବ ଶିଘ୍ର ଆସିବ ବୋଲି ଜଣାପଡିଛି।
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଏନ୍ଏସ୍ଏସ୍ ଶାଖାର ୨୦୨୦-୨୧ ବର୍ଷ ନିମନ୍ତେ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ସୋଆ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ମିଳନୀରେ ଭାରତ ସରକାରଙ୍କ ଏନ୍ଏସ୍ଏସ୍ ଆଂଚଳିକ ନିର୍ଦ୍ଦେଶିକା ସରିତା ପଟେଲ, ରାଜ୍ୟ ଏନ୍ଏସ୍ଏସ୍ ଅଧିକାରୀ ଡ. ସୁରେଖା ସୁନ୍ଦରୀ ସ୍ୱାଇଁ, ହମାରା ବଚପନ୍ର ପ୍ରତିଷ୍ଠାତା ଧରିତ୍ରୀ ପଟ୍ଟନାୟକ, ଜାତୀୟ ଯୁବ ପ୍ରକଳ୍ପର ଆବାହକ ମଧୁସୂଦନ ଦାସ, ସୋଆ ଅନ୍ତର୍ଗତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର୍ ଷ୍ଟଡିଜ୍ ଡିନ୍ ପ୍ରଫେସର ଅନୁପ୍ କୁମାର ସାମନ୍ତରାୟ, ସ୍କୁଲ୍ ଅଫ୍ ହୋଟେଲ ମ୍ୟାନେଜମେଂଟ ଡିନ୍ ପ୍ରଫେସର ଶିତିକଣ୍ଠ ମିଶ୍ର, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେନ୍ଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଡିନ୍ ପ୍ରଫେସର ନୀତା ମହାନ୍ତି, ସୋଆ ଏଗ୍ରିକଲ୍ଚରାଲ୍ ସାଇନ୍ସେସ୍ର ଡିନ୍ (ପିଜି) ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ ନର୍ସିଙ୍ଗ କଲେଜ୍ ଡିନ୍ ପ୍ରଫେସର ପ୍ରଭାତୀ ତ୍ରିପାଠୀ ଓ ଛାତ୍ର ପ୍ରତିନିଧି ଶ୍ରୀ ପ୍ରତୀକ ଦାସ…
ଭୁବନେଶ୍ବର, ଶେଷରେ 13.51 କିଲୋମିଟର ଦୈର୍ଘ୍ୟ କେରେଜଙ୍ଗ-ଅନୁଗୁଳ ମଧ୍ୟରେ ରେଳଲାଇନ ଦୋହରୀକରଣ କାର୍ଯ୍ୟକ୍ଷମ ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟକୁ ଏକ ରେକର୍ଡ ସମୟ ମଧ୍ୟରେ କରାଯାଇଛି। ନୂତନ ଦୋହରୀକରଣ ରେଳ ଲାଇନ ପାଇଁ ସର୍ବାଧିକ 100 କିଲୋମିଟର ବେଗରେ ଟ୍ରେନ୍ ଚଳାଇବାକୁ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତ (CCRS) ଅନୁମତି ଦେଇଛନ୍ତି । ନୂତନ କାର୍ଯ୍ୟକ୍ଷମ ହୋଇଥିବା ଏହି ଦୋହରା ଲାଇନ ପାଇଁ 100 କିଲୋମିଟର ପାଇବା ଏକ ବିରଳ ଘଟଣା। ଏହି କାର୍ଯ୍ୟ ସମାପ୍ତି ଦ୍ୱାରା, ସମ୍ବଲପୁର-ତାଲଚର ଦୋହରୀକରଣ ପ୍ରକଳ୍ପ ହେବାଦ୍ବାରା ରେଢ଼ାଖୋଲ ଠାରୁ ଅନୁଗୁଳ ମଧ୍ୟରେ ଦୋହରୀକରଣ ରେଳଲାଇନ ସମାପ୍ତ ହୋଇଛି । 168.2 କିଲୋମିଟର ଦୋହରିକରଣରୁ ଏହା 85.3 କିଲୋମିଟର ଅଟେ | ଗତ ଡିସେମ୍ବର ମାସ ୨୮ ତାରିଖ ଦିନ ରେଳ ସଂରକ୍ଷା ପ୍ରମୁଖ ଆୟୁକ୍ତଙ୍କ ଦ୍ୱାରା ଏହି ସେକ୍ସନକୁ ଯାଞ୍ଚ କରାଯାଇଥିଲା। ନନ-ଇଣ୍ଟରଲକ୍ ପ୍ରାକ କାର୍ଯ୍ୟ 5 ଜାନୁୟାରୀ 2021 ରେ ଆରମ୍ଭ…
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ବିବାହ ଉତ୍ସବରେ ପ୍ରୋସେସନ୍ ପାଇଁ ମିଳିଲା ଅନୁମତି। ବିବାହ ଉତ୍ସବରେ ଏଣିକି ବ୍ୟାଣ୍ଡ ପାର୍ଟି, ଡିଜେ, ଲାଇଟର ବ୍ୟବହାର କରାଯାଇପାରିବ। ହେଲେ ଏହି ସବୁ ପ୍ରୋସେସନ୍ କୁ ସର୍ତ୍ତମୂଳକ ଅନୁମତି ମିଳିଛି। ଏଥିପାଇଁ ରାଜ୍ୟ ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି। ଏହି ଗାଇଲଡ୍ଲାଇନ ଅନୁସାରେ ବିବାହ ଉତ୍ସବରେ ସର୍ବାଧିକ ୨ ଶହ ଲୋକ ଅଂଶଗ୍ରହଣ କରିପାରିବେ। ବର, କନ୍ୟା, ପୁରୋହିତ, ବ୍ୟାଣ୍ଡ ପାର୍ଟି ସମସ୍ତଙ୍କୁ ମିଶାଇ ୨ ଶହ ରହିପାରିବେ। ବିବାହ ଉତ୍ସବକୁ ଆସିଥିବ ସମସ୍ତ ବ୍ୟକ୍ତି ମାସ୍କ, ସାନିଟାଇଜର ବ୍ୟବହାର କରିବା ସହିତ ସମସ୍ତ କୋଭିଡ କଟକଣା ମାନିବାକୁ ବାଧ୍ୟତାମୂଳକ କରାଯାଇଛି।
ପାରଳାଖେମୁଣ୍ଡି, ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀ ର ନୂତନ ପରିଷଦ ଗଠନ ହୋଇଛି, ଏହି ପରିଷଦ ଆଗାମୀ ତିନି ବର୍ଷ ପାଇଁ ଗଠନ ହୋଇଛି, ଏଥିରେ ଓଡିଶା ର ବିଭିନ୍ନ ଜିଲ୍ଲା ରୁ ବିଭିନ ଅନୁଷ୍ଠାନ ରୁ ୩୨ ଜଣ ଚୟନ ହୋଇଥିବା ଜଣାପଡିଛି, ତେବେ ଏଥିରେ ଗଜପତି ଜିଲ୍ଲା ରୁ କାହାକୁ ମଧ୍ୟ ସାମିଲ୍ କରାଯାଇନାହିଁ, କିନ୍ତୁ ପଡୋଶୀ ଗଞ୍ଜାମ ଜିଲ୍ଲାରୁ ଦୁଇ ଜଣ ଏବଂ ରାୟଗଡ଼ା ଜିଲ୍ଲାରୁ ଜଣ ଙ୍କୁ ପରିଷଦ ରେ ମୋନୋନିତ କରାଯାଇଥିବା ବେଳେ ଗଜପତି ରୁ ଗତ ୩ ଟି ପରିଷଦ ରେ କାହାକୁ ସାମିଲ୍ ନକରିବାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ। ଓଡ଼ିଶୀ ସଙ୍ଗୀତର ପ୍ରାଣକେନ୍ଦ୍ର ତଥା ପ୍ରଥମ ଓଡ଼ିଆ ନାଟକ ତଥା ରଙ୍ଗମଚକୁ ସୃଷ୍ଟି କରିଥିବା ପାରଳାମାଟି ତଥା ଗଜପତି ଜିଲ୍ଲାକୁ କ୍ରମାଗତ ଭାବେ…
ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଯୁବପିଢ଼ିଙ୍କ ପ୍ରେରଣାର ଉତ୍ସ ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ। ଦେଶ ବିଦେଶରେ ସ୍ଵାମିଜୀଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ଭାବେ ବହୁ ଧୁମଧାମରେ ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ନାଚୁଣୀ ଶାଖା ଦ୍ୱାରା ଏକ ମିନି ମାରାଥନ ‘ରନ ନାଚୁଣୀ ରନ’ ର ଆୟୋଜନ କରାଯାଇଥିଲା। ଏହି ମାରାଥନ ନାଚୁଣୀ ମହାବିଦ୍ୟାଳୟ ସମ୍ମୁଖରୁ ବାହାରି ନାଚୁଣୀ ବଜାର ଦେଇ କଉଡ଼ିଖଣି ଛକ ନିକଟରେ ସମାପ୍ତ ହୋଇଥିଲା। ଏହି ପ୍ରରିପ୍ରେକ୍ଷୀରେ ନାଚୁଣୀସ୍ଥିତ ନୀଳକଣ୍ଠେଶ୍ଵର ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ଦାସ, ମୁଖ୍ୟ ବକ୍ତାରୂପେ ନାଚୁଣୀ ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରଦୀପ କୁମାର ସମନ୍ତସିଂହାର, ସମ୍ମାନିତ ଅତିଥି ଭାବେ ନାଚୁଣୀ ଅଞ୍ଚଳର ବିଶିଷ୍ଟ ସମାଜସେବୀ ସତ୍ୟନାରାୟଣ ସୁବୁଦ୍ଧି ଓ ଏବିଭିପି ନାଚୁଣୀ କଲେଜ କ୍ୟାମ୍ପସ ୟୁନିଟ…
ସିଡନୀ:ଆହତ ସମସ୍ୟାରେ ଗତି କରୁଥିବା ଭାରତୀୟ ଦଳଙ୍କୁ ପୁଣି ଥରେ ବଡ ଝଟକା ଲାଗିଛି। ଦ୍ରୁତ ବୋଲର ଜସପ୍ରିତ ବୁମରା ଆହତ ହୋଇ ଚତୁର୍ଥ ଟେଷ୍ଟରୁ ବିଦା ହୋଇଛନ୍ତି। କେବଳ ସେତିକି ନୁହେଁ, ତୃତୀୟ ଟେଷ୍ଟରେ ଲଢୁଆ ବ୍ୟାଟିଂ କରି ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀ ଓ ରବିଚନ୍ଦ୍ରନ ଅଶ୍ଵିନୀ ମଧ୍ୟ ଆହତ ହୋଇଛନ୍ତି। ତେବେ ହନୁମା ବିହାରୀଙ୍କ ବିକଳ୍ପ ରୂପେ ମୟଙ୍କ ଅଗ୍ରୱାଲ ଥିବା ବେଳେ ସେ ନେଟ୍ସ ଅଭ୍ୟାସ ବେଳେ ମଧ୍ୟ ଆହତ ହୋଇଛନ୍ତି। ତାଙ୍କର ଆଙ୍ଗୁଠିରେ ଆଘାତ ଲାଗିଥିବା ଜଣାପଡିଛି। ହେଲେ ତାଙ୍କ ଆଙ୍ଗୁଠି ଫ୍ୟାକ୍ଚର ହୋଇଥିଲେ ଦଳରେ ସ୍ଥାନ ପାଇବା ଅସମ୍ଭବ। ଭାରତୀୟ ଦ୍ରୁତ ବୋଲର ବୁମରାଙ୍କ ଆହତ ସମସ୍ୟା ତୃତୀୟ ଟେଷ୍ଟ ସମୟରେ ହୋଇଥିଲା। ସୂଚନା ମୁତାବକ ବୁମରାଙ୍କ ସ୍କାନ ରିପୋର୍ଟରେ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି, ହେଲେ ଚତୁର୍ଥ ଟେଷ୍ଟ ଖେଳିଲେ ତାଙ୍କର ଆଘାତ ବଢିବା ଆଶଙ୍କା କରାଯାଉଛି। ତେଣୁ…
ନୂଆଦିଲ୍ଲୀ: ଉଚ୍ଚତମ ନ୍ୟାୟଳୟ ପକ୍ଷରୁ ନୂତନ କୃଷି ଆଇନ ମାମଲାର ଏକ ବଡ ରାୟ ଆସିଛି। ନୂତନ ତିନି କୃଷି ଆଇନକୁ ଉଚ୍ଚତମ ନ୍ୟାୟଳୟ ସ୍ଥଗିତ ରଖିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଆଇନ ସ୍ଥଗିତ ରହିବ। ବର୍ତ୍ତମାନ କେନ୍ଦ୍ର ସରକାର ଏହି ଆଇନକୁ ଲାଗୁ କରିପାରିବେ ନାହିଁ। ଆଜିର ଶୁଣାଣିରେ ଉଚ୍ଚତମ ନ୍ୟାୟଳୟ ଏହି ମାମଲାର ସମାଧାନ ପାଇଁ ଏକ କମିଟି ଗଠନ କରିଛନ୍ତି। ଏହି କମିଟିରେ ଚାରି ଜଣ ସଦସ୍ୟ ରହିବେ। ସେମାନଙ୍କ ନାମ ମଧ୍ୟ ଉଚ୍ଚତମ ନ୍ୟାୟଳୟ ଘୋଷଣା କରିଛନ୍ତି। ସେମାନେ ହେଲେ ଭାରତୀୟ କିଷାନ ଯୁନିଅନର ଜିତେନ୍ଦ୍ର ସିଂହ ମାନ, ଡ. ପ୍ରମୋଦ କୁମାର ଯୋଶୀ, କୃଷି ବିଶେଷଜ୍ଞ ଅଶୋକ ଗୁଲାଟି ଏବଂ ଅନିଲ ଶେତକାରୀ।
ଭୁବନେଶ୍ବର: ଆଜି ଆପରାହ୍ନରେ କରୋନା ଟିକା ଭୁବନେଶ୍ବରରେ ପହଞ୍ଚିବ। ସ୍ପାଇସ ଜେଟ ବିମାନରେ ଆଜି ଅପରାହ୍ନ ୪ ଟା ୨୫ ରେ କରୋନା ଟିକା ପହଞ୍ଚିବ। ଭୁବନେଶ୍ବରରେ ପହଞ୍ଚିଲା ପରେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ନିଆଯିବ। ସେଠାରୁ ଜିଲ୍ଲା ଟିକା କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ମାଧ୍ୟମରେ ସୂଚନା ଦିଆଯାଇଛି। ଜିଲ୍ଲାପାଳମାନେ ଗାଡି ପଠାଇ ଆଜି ଟିକା ନେବା ଲାଗି ବ୍ୟାବସ୍ଥା କରିବେ। ଓଡିଶା ପାଇଁ ମୋଟ ୪ ଲକ୍ଷ ୮ ହଜାର କୋଭାସିଲ୍ଡ ଟିକା ଆସୁଛି। ଏହାସହିତ ରାଜ୍ୟ ସରକାରଙ୍କୁ ୨୦ ହଜାର କୋଭାକ୍ସିନ ଟିକା ଆସିବା ନେଇ ଚିଠି ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୨୮ ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକା ଦିଆଯିବ। ୧୬ ରୁ ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନବାଡି କର୍ମୀଙ୍କୁ ଟିକା ଦେବା ଆରମ୍ଭ କରାଯିବ। ତେବେ ସେମାନଙ୍କ ମଧ୍ୟରୁ ଯେଉଁମାନେ ବୟସ୍କ କିମ୍ବା ରୋଗାଗ୍ରସ୍ତ ଥିବେ, ସେମାନଙ୍କୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜଣେ ଅଚିହ୍ନା ଯୁବତୀର ଶବ ଚିହ୍ନଟ ଏବଂ ତାହାର ହତ୍ୟାକାରୀକୁ ଧରିବା ପାଇଁ ଜଗନ୍ନାଥପ୍ରସାଦ ପୋଲିସ୍ ବହୁ କଷ୍ଟ ସ୍ୱୀକାର କରି ଶେଷରେ ସଫଳତା ପାଇଛି। ଏନେଇ ଗଂଜାମ ଏସ୍ପି ଏକ ସାମ୍ବାଦିକ ସମ୍ମିଳନୀରେ ଯୁବତୀଙ୍କୁ ଭୁବନେଶ୍ୱରରେ ହତ୍ୟାକରି ଜଗନ୍ନାଥପ୍ରସାଦ ଥାନା ଅଂଚଳରେ ଶବକୁ ଫିଙ୍ଗିବା ଘଟଣା ବିଷୟରେ ସୂଚନା ଦେଇଥିଲେ। ହତ୍ୟା ଘଟଣାରେ ପୋଲିସ୍ ନୟାଗଡ଼ ଜିଲ୍ଲା ଫତେଗଡ଼, ପଥରପୁଂଜି ଗ୍ରାମର ମାନେଶ ରଂଜନ ପାଇଲ୍କ୍ରେ (୩୫) ଏବଂ ସରୋଜିନି ସାହୁ ଓରଫ୍ ଜିନା (୩୧)କୁ ଗିରଫ କରିଛି। ଏହାସହ ହତ୍ୟାରେ ବ୍ୟବହୃତ ଗୋଟିଏ ସିଭଲେଟ୍ କାର ଏବଂ ଛଅଟି ମୋବାଇଲ୍ ଫୋନ୍କୁ ଜବତ କରିଛି। ଘଟଣାରୁ ପ୍ରକାଶ ଯେ ଗତ ୨.୧୨.୨୦୨୦ ତାରିଖରେ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଭୁଷଣ୍ଡାପଲ୍ଲି ଗ୍ରାମର ଏକ ଧାନବିଲ୍ରେ ଜଣେ ଅଚିହ୍ନା ଯୁବତୀ ଶବ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଜଗନ୍ନାଥପ୍ରସାଦ ପୋଲିସ୍ ଥାନା କେସ ନଂ ୨୮୪/୨୦୨୦,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୨୯.୧୨.୨୦୨୦ ତାରିଖରେ ସଦରଥାନା ଅନ୍ତର୍ଗତ ଜଗଦଳପୁର ଭଣ୍ଡାରୀ ସାହିରେ ଜନୈକ ଅନ୍ଧୁଣୀ ଝିଅଙ୍କୁ ଦୁଷ୍କର୍ମ ହୋଇଥିବାର ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସଂପୃକ୍ତ ଜଣେ ଯୁବକଙ୍କୁ ପୋଲିସ୍ ଗିରଫ କରିଥିଲା। ହେଲେ ଅଭିଯୋଗକାରୀଙ୍କୁ ପୋଲିସ୍ ନାନା ଅପଦସ୍ଥ କରୁଥିବା ନେଇ ଆଜି ପୀଡ଼ିତ ପରିବାର ନ୍ୟାୟ ପାଇଁ ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଗୁହାରି କରିଛନ୍ତି। ଘଟଣାରୁ ପ୍ରକାଶ ଯେ, ଗତ ୨୯ ତାରିଖ ଦିନ ଉପରୋକ୍ତ ଗ୍ରାମର ଜନୈକ ଅନ୍ଧୁଣୀ ଝିଅ ଶୌଚପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବାବେଳେ ସାହିର ଅସାମାଜିକ ଯୁବକ ହରି ଡ଼ାକୁଆ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଅଭିଯୋଗ ହୋଇଥିଲା। ଯୁବତୀଟିର ପାଟିଶୁଣି ଦୁଇଭାଇ ବଂଚାଇବାକୁ ଆସିଥିବାବେଳେ ଦୁଷ୍କର୍ମକାରୀ ଗ୍ରାମର ହରିଡ଼ାକୁଆ ଉଭୟଙ୍କୁ ଆକ୍ରମଣ ମଧ୍ୟ କରିଥିଲା। ଏନେଇ ଥାନାରେ ଦୁଇଟି ମାମଲା ହୋଇଥିବାବେଳେ ପୋଲିସ୍ ହରି ଡ଼ାକୁଆକୁ ଗିରଫ କରିଥିଲା। ତେବେ ହରି ଡ଼ାକୁଆ ଦେଇଥିବା ମାମଲାରେ ସଦରଥାନା…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଜାରରେ ଥିବା ବିଭିନ୍ନ ଦୋକାନର ସଟର ତାଡି ଲୁଟ୍ ହୋଇଛି। ବର୍ତ୍ତମାନ ଏଭଳି ଲୁଟ୍ ଘଟଣା ଚିଲିକା ଅଞ୍ଚଳରେ ବଢୁଥିବାର ଦେଖିବାକୁ ମିଳୁଛି। ଦୁର୍ବୃତ୍ତମାନେ ଖୋଲାଖୋଲି ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ କରି ଚାଲିଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କେତେ ଜଣ ଦୁର୍ବୃତ୍ତ ବାଲୁଗାଁ ବଜାରରେ ଥିଵା ମହାମାୟୀ ହିରୋ ନାମକ ଏକ ବାଇକ୍ ସୋ ରୁମ୍ ର ସଟର ତାଡି ସୋ ରୁମ୍ ଭିତରୁ ବିଭିନ୍ନ ବାଇକ୍ ପାର୍ଟସ ସହ ନଗଦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏହାସହ ଦୁର୍ବୃତ୍ତମାନେ ସୋ ରୁମ୍ ର ପଡିଶା ଏକ ଫର୍ଣ୍ଣିଚର ଦୋକାନର ସଟରକୁ ତାଡିବାକୁ ଉଦ୍ୟମ କରିଛନ୍ତି। ବୁଲା କୁକୁର ମାନେ ଭୁକିବାରୁ ଦୁର୍ବୃତ୍ତମାନେ ଘଟଣା ସ୍ଥଳ ଛାଡି ପଳାଇଥିବା ସନ୍ଦେହ କରାଯାଉଛି। ବାଇକ ସୋ ରୁମ କର୍ମଚାରୀଙ୍କଠାରୁ ସୂଚନା ପାଇ ବାଇକ୍ ସୋ ରୁମ୍ ମାଲିକ ଏବଂ ଫର୍ଣ୍ଣିଚର ଦୋକାନର ମାଲିକ ଘଟଣା…
ଭୁବନେଶ୍ବର: ରାଜ୍ୟରେ ଆଜି ୨୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୧ ଜଣ ଚିହ୍ନଟ ହୋଇଥିବାବେଳେ ୯୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୨ ହଜାର ୩୩୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୮ ହଜାର ୨୭୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୧୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୧ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୫ ଟି ଜିଲ୍ଲାରୁ ମୋଟ୍ ୨୨୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡରୁ ଜିଲ୍ଲାରୁ…
ବ୍ୟାଙ୍କକ: ଭାରତୀୟ ବ୍ୟାଡମେଣ୍ଟନ ଖେଳାଳି ସାଇନା ନେହୱାଲ କରୋନାରେ ସଂକ୍ରମିତ ହୋଇଛନ୍ତି। ସାଇନା ବ୍ୟାଡମେଣ୍ଟନ ଖେଳିବା ଲାଗି ଥାଇଲାଣ୍ଡ ଯାଇଥିଲେ। ସେଠାରେ ତାଙ୍କୁ କ୍ଵାରେଣ୍ଟିନରେ ରଖାଯାଇଛି। ଆସନ୍ତା ୧୨ ରୁ ୧୭ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୟୋନେକ୍ସ ଥାଇଲାଣ୍ଡ ଓପନ ଟୁର୍ଣ୍ଣାମେଣ୍ଟରେ ସାଇନା ଭାଗ ନେଇପାରିବେ ନାହିଁ। ସେହିପରି ୧୯ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ଟୋୟୋଟା ଥାଇଲାଣ୍ଡ ଓପନ ଏବଂ ୨୭ ତାରିଖ ରୁ ୩୧ ତାରିଖ ପର୍ଯ୍ୟନ୍ତ ବିଡବ୍ଲୁଏଫ ବିଶ୍ଵ ଟୁର ଫାଇନାଲ ଖେଳିପାରିବେ ନାହିଁ। କିନ୍ତୁ ସାଇନା ନେହୱାଲ ସେଠାରେ ଲଗାଯାଇଥିବା କରୋନା ପ୍ରତିବନ୍ଧକ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ୩୦ ବର୍ଷିୟା ଏହି ଖେଳାଳି କରୋନା ମୁକ୍ତ ହେବା ପରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ। କରୋନା ମାହାମାରୀ ଯୋଗୁଁ ଦୀର୍ଘ ୧୦ ମାସ ଅନ୍ତରାଷ୍ଟ୍ରୀୟ ଖେଳ ବନ୍ଦ ରହିଥିଲା। ଭାରତୀୟ ଖେଳାଳି ସାଇନ ନେହୱାଲ ମଙ୍ଗଳବାରକୁ ଖେଳାଯିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ଭାଗ…
ୱାସିଂଟନ, ପ୍ରଥମ ଥର ପାଇଁ ବିଶ୍ବ ସ୍ବାସ୍ଥ୍ୟ ଜଗତରେ ଏକ ନୂଆ ଘଟଣା ପରିଲକ୍ଷିତ ହୋଇଛି। ତାହା ହେଲା ଯେ, ଏକ ଗରିଲା କରୋନା ସଂକ୍ରାମିତ ହୋଇଥିବାର ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, କାଲିଫର୍ଣ୍ଣିଆସ୍ଥିତ ସାନ ଡିଗୋ ଚିଡିଆଖାନାର ତିନିଟା ଗରିଲାକୁ କରୋନା ପଜେଟିଭ ଆସିଛି। ଚିଡିଆଖାନ କର୍ତ୍ତୁପକ୍ଷଙ୍କ କହିବା ଅନୁସାରେ ସେଠାରେ ଥିବା ଗରିଲାମାନେ ବାରମ୍ବାର ଛିଙ୍କିବାକୁ ଲାଗିଲେ। ଏପରି ଛିଙ୍କ ପୂର୍ବରୁ ପରିଲକ୍ଷିତ ହୋଇ ନ ଥିଲା। ସନ୍ଦେହ ହେବାରୁ ସେମାନଙ୍କର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା। ରିପୋର୍ଟରୁ ତିନିଟା ଗରିଲାକୁ କରୋନା ହୋଇଥିବାର ଜଣାପଡିଛି। ଏହି ଘଟଣା ପଦାକୁ ଆସିବା ପରେ ଚିଡିଆଖାନା କର୍ତ୍ତୁପକ୍ଷ ସଜାଗ ହୋଇପଡିଛନ୍ତି। ଗରିଲା ସଫାରୀକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି। ଗରିଲାମାନଙ୍କୁ ପୃଥକ ବାସର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ସେମାନଙ୍କ ରକ୍ଷାଣବକ୍ଷଣ ପାଇଁ ନିୟୋଜିତ ଥିବା କର୍ମଚାରୀଙ୍କର ମଧ୍ୟ ସନ୍ଦେହରେ ନମୂନା ପରୀକ୍ଷା ପାଇଁ ପଠାଯାଇଛି।
ନୂଆଦିଲ୍ଲୀ, ଆଜି ପ୍ରଥମ ଥର ପାଇଁ ସିରମ ସଂସ୍ଥାରୁ କୋରନା ଟୀକା ବାହାରକୁ ବାହାରିଛି। ଆସନ୍ତା 16 ତାରିଖରେ ଟୀକାକରଣ କରାଯାଉଥିବାରୁ ଆଜିଠାରୁ ଏହି ଟୀକା ଯୋଗାଣ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ ଏକ ସୁରକ୍ଷିତ ଗାଡିରେ ପୁନେସ୍ଥିତ ସିରମ ସଂସ୍ଥାରୁ କରୋନା ଟୀକା ନୂଆଦିଲ୍ଲୀ ଆସିଛି। ସେଠାରେ ବିମାନ ଯୋଗେ ବିଭିନ୍ନ ରାଜ୍ୟକୁ ପଠାଯିବ। ତେବେ ଟୀକା ପରିବହନକୁ ମଧ୍ୟ ସୁରକ୍ଷିତ କରିବା ପାଇଁ ସିରମ ସଂସ୍ଥା ତଥା କେନ୍ଦ୍ର ସରକାର ମଧ୍ୟ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଥିପାଇଁ ଏକ ସ୍ବତନ୍ତ୍ର ଗାଡିର ବ୍ୟବହାର କରାଯାଉଛି, ଯେଉଁଥିରେ ଏହି ଟୀକାକୁ ଶୀତଳତା ପ୍ରଦାନ କରିବ।

