କଟକ, ମାହାଙ୍ଗା ଡବଲ ମର୍ଜର ଘଟଣା ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି। ବିଶେଷ କରି ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପାଇଁ ଅଡୁଆ ହୋଇଛି। ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହେବା ପରେ ଏହି ଅଡୁଆ ବଢିବାରେ ଲାଗିଛି। ପ୍ରତାପଙ୍କ ସହିତ ସମସ୍ତ ଅଭିଯୁକ୍ତଙ୍କୁ ତୁରୁନ୍ତ ଗିରଫ କରିବା ପାଇଁ ବିଜେପି ତରଫରୁ ପ୍ରତିବାଦ ଚାଲିଛି। ଆଜି ବିଜେପିର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଶତାଧିକ କର୍ମି ପୋଲିସ ଡିଜି ଅଫିସ ଘେରାଉ କରିଛନ୍ତି। ବିଜେପି ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୟରେ କର୍ମିମାନେ ମାତା ମଠଠାରୁ ଏକ ଶୋଭାଯାତ୍ରାରେ ଡିଜି ଅଫିସ ଯାଇଥିଲେ। ସେଠାରେ କର୍ମିମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କୁ ଗିରଫ ନ କରିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନକୁ ଚାଲୁ ରଖିବ ବୋଲି ଦଳ ଚେତାବନି ଦେଇଛି।
Author: Samikhsya Bureau
ଭୁବନେଶ୍ବର, ପୁଣିଥରେ ରାଜ୍ୟରେ ଘନକୁହୁଡି ଦେଖାଦେବ। ଏହି କୁହୁଡି ଶନିବାର ଏବଂ ରବିବାରରେ ରାଜ୍ୟର ପାଞ୍ଚୋଟି ଜିଲ୍ଲାରେ ପରିଲକ୍ଷିତ ହେବ। ଏ ନେଇ ପାଣିପାଗ ବିଭାଗ ସତର୍କ କରାଇଛି। ସେହି ଅନୁସାରେ ସ୍ବାତନ୍ତ୍ର ରିଲିଫ୍ କମିଶନର ମଧ୍ୟ ଏହି ପାଞ୍ଚୋଟି ଜିଲ୍ଲାକୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶନିବାର ଦିନ ଯେଉଁ ଜିଲ୍ଲାଗୁଡିକରେ ଏହି ଘନ କୁହୁଡା ଦେଖାଦେବ ସେଗୁଡିକ ହେଲା ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଯାଜପୁର ଏବଂ ଭଦ୍ରକ ଜିଲ୍ଲା ରହିଛି। ସେହିପରି ରବିବାର ଦିନ ଜଗତସିଂହପୁର, ଭଦ୍ରକ, କଟକ ଏବଂ କେନ୍ଦ୍ରପଡା ଜିଲ୍ଲା। ଏହି ଜିଲ୍ଲାରେ ଯାନବାହନ ଚଳାଚଳ ନିୟନ୍ତ୍ରିତ କରିବା ପାଇଁ କୁହାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଶ୍ରମିକ ବିରୋଧୀ କୋଡ଼ ବାତିଲ କରିବା, କୃଷକ ବିରୋଧୀ ବିଲ୍ ପ୍ରତ୍ୟାହାର କରିବା, ବିଦ୍ୟୁତ ବିଲ୍ ଫେରାଇ ନେବା ଦାବିରେ ସିଟୁ ପକ୍ଷରୁ ଦେଶବ୍ୟାପୀ ଆଇନ ଅମାନ୍ୟ ଓ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବ୍ରହ୍ମପୁରରେ ମଧ୍ୟ ଏହାର ପ୍ରତିବାଦ କରାଯାଇଥିଲା। ସିଟୁ ପକ୍ଷରୁ ବ୍ରହ୍ମପୁର ଶ୍ରମ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ମୋଦି ସରକାରଙ୍କ ୪ଶ୍ରମ କୋର୍ଡ଼କୁ ସମାଲୋଚନା କରାଯାଇ ଏହା ମାଲିକମାନଙ୍କୁ ଶ୍ରମିକ ଶୋଷଣ ପାଇଁ ଟାଣୁଆ ହତିଆର ବୋଲି ଅଭିଯୋଗ କରାଯାଇଥିଲା। ଏହି କୋର୍ଡ଼ ଦ୍ୱାରା ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ହେବେ ଓ ନିଯୁକ୍ତି ସୁରକ୍ଷା ଛଡ଼ାଇ ନିଆଯିବ ବୋଲି ଅଭିଯୋଗ କରିଥିଲେ। ସେହିପରି କୃଷି ଆଇନରେ ଚାଷୀଙ୍କୁ ବଡ଼ କଂପାନୀମାନଙ୍କର ମୂଲିଆ ସଜାଇଦେବ। ଚାଷୀଙ୍କୁ ଅଭାବୀ ବିକ୍ରି ସଙ୍କଟ ଜାଲରେ ଛନ୍ଦିଦେବ। ତେଣୁ ଏହି ୩ କଳା ଆଇନକୁ ତୁରନ୍ତ ପ୍ରତ୍ୟାହାର କରିବାକୁ କୁହାଯାଇଛି।…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ରାଜ୍ୟର ସମସ୍ତ ବିଦ୍ୟାଳୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ପାଠ ପଢା ଆରମ୍ଭ ହୋଇଛି। ଅନୁରୂପ ଭାବେ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ.ଏ. ସି ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଖୋଲିଛି। ଏହି ପରିପ୍ରେକ୍ଷୀରେ ଆଜି ଚିଲିକା ତହସିଲଦାର ପୁନମ ମହାପାତ୍ର ଚିଲିକା ବ୍ଲକ ଓ ବାଲୁଗାଁ ଏନ.ଏ. ସି ର ବିଭିନ୍ନ ବିଦ୍ୟାଳୟଗୁଡିକ ପରିଦର୍ଶନକୁ ଯାଇ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ କୋଭିଡ କଟକଣା ତଦାରଖ କରିଥିଲେ। ବିଦ୍ୟାଳୟଗୁଡିକ ବିଶୋଧନ ହେବାସହ ସେଠାରେ ଥର୍ମାଲ ସ୍କାନିଂ ବ୍ୟବସ୍ଥା କରାଯାଇଛି ଏବଂ କୋଭିଡ଼ ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡିକରେ ଆଇସୋଲେସନ ରୁମ ଖୋଲାଯାଇଛି। ଯଦି କାହାର ଲକ୍ଷଣ ଥାଏ ତେବେ ସଙ୍ଗେ ସଙ୍ଗେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯୋଗାଯୋଗ କରିଯିବା ସହ ଚିକିତ୍ସା କରାଯିବ। ସମସ୍ତଙ୍କୁ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୨, ସମ୍ବଲପୁରରୁ ୨୮, ବରଗଡରୁ ୨୪, କଟକରୁ ୨୩, ସୁନ୍ଦରଗଡରୁ ୧୭, ଯାଜପୁରରୁ ୧୫, ଝାରସୁଗୁଡାରୁ ୧୫, ବାଲେଶ୍ବରରୁ ୧୪, କେନ୍ଦ୍ରାପଡ଼ାରୁ ୧୦, ବଲାଙ୍ଗୀରିରୁ ୮, କେନ୍ଦୁଝରରୁ ୭, ଖୋର୍ଦ୍ଧାରୁ ୭, ଜଗତସିଂହପୁରରୁ ୬, ମୟୂରଭଞ୍ଜରୁ ୬, କଳାହାଣ୍ଡିରୁ ୪, ମାଲକାନାଗିରିରୁ ୪, ବୌଦ୍ଧରୁ ୩, ନବରଙ୍ଗପୁରରୁ ୩, ନୟାଗଡରୁ ୩, ସୋନପୁରରୁ ୩, ନୂଆପଡ଼ାରୁ ୨, ଦେବଗଡ଼ରୁ ୧, ଗଞ୍ଜାମରୁ ୧, କନ୍ଧମାଳରୁ ୧, କୋରାପୁଟରୁ ୧ ଏବଂ ଷ୍ଟେଟପୁଲରୁ ୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୭ ହଜାର ୫୩୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ୱର: ସାରା ବିଶ୍ୱ କୋଭିଡ ଭାଇରସ୍ ମହାମାରୀ କରାଳରେ ଆକ୍ରାନ୍ତ। ଏହି ରୋଗକୁ କିପରି ପ୍ରତିରୋଧ କରାଯିବ ଏବଂ ଏ ନେଇ ଟୀକାକରଣ ପ୍ରକ୍ରିୟାକୁ ସକ୍ରିୟ ଓ ସଫଳ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ରେ ଟୀକାଦାନ ପ୍ରକ୍ରିୟାର ଡ୍ରାଏ ରନ୍ ପ୍ରସ୍ତୁତି କରାଯାଇଛି। ଆଜି ସମ୍ ହସ୍ପିଟାଲରେ ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିର ମୂଳଦୁଆ ପଡ଼ିଛି। ଉତ୍ତମ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ନୂତନ ଜୀବନ ପ୍ରଦାନ କରାଯାଉଥିବା ବେଳେ ଏହି ନୂତନ ଟୀକାକରଣ ପ୍ରକ୍ରିୟାକୁ କିପରି ସଠିକ୍ ଓ ସଫଳତା ସହିତ କରାଯିବ ସେ ନେଇ ଏକ ସ୍ୱତନ୍ତ୍ର ଡ୍ରାଏ ରନ୍ ଆୟୋଜନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପରିବାର କଲ୍ୟାଣ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଭ୍ୟାକ୍ସିନ୍ ବିତରଣ ପ୍ରସ୍ତୁତିରେ ତିନୋଟି ରୁମ୍କୁ ବ୍ୟବହାର କରାଯାଉଛି ଯାହା କି…
ଭୁବନେଶ୍ୱର: ପ୍ରତ୍ୟେକ ଦିନ ରାତିର ତାପମାତ୍ରା ବଦଳୁ ଥିବାବେଳେ ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିନ ଏବଂ ରାତିର ତାପମାତ୍ରା ବୃଦ୍ଧି ପାଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ପବନର ଗତି ବଙ୍ଗୋପ ସାଗରରୁ ଆଦ୍ରତା ଆହରଣ ଏହା ନିରୂପଣ କରିଥାଏ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି। ରାତ୍ରିରେ ସାଧାରଣତଃ ପୃଥିବୀ ପୃଷ୍ଠର ବିକିରଣ ଦ୍ୱାରା ଓ ଉତ୍ତର ଭାରତରୁ ପ୍ରବାହିତ ହେଉଥିବା ଥଣ୍ଡା ପବନ ଦ୍ୱାରା ତାପମାତ୍ରା କମିଥାଏ। ଏହି ଅବସ୍ଥା ଓଡ଼ିଶାରେ ଡ଼ିସେମ୍ବର ଶେଷ ପର୍ଯ୍ୟନ୍ତ ରହିଥିଲା। ଜାନୁଆରୀ ୧୫ ତାରିଖରୁ ରାତିର ତାପମାତ୍ରା କମିବାର ସମ୍ଭାବନା ଥିବାବେଳେ ଉତ୍ତର ଭାରତରେ ଏହା ବୃଦ୍ଧି ପାଇବା ସମ୍ଭାବନା ଦୃଷ୍ଟିରୁ ରାତିର ତାପମାତ୍ରା ସାମାନ୍ୟ ଅବା ତାଠାରୁ ଅଧିକ ହୋଇପାରେ। ସେହିପରି ଦିନରେ ତାପମାତ୍ରା ଅଧିକ ହେବାର ସମ୍ଭାବନା ରହିଥିବାବେଳେ ଜାନୁଆରୀ ତୃତୀୟ ସପ୍ତାହ ବେଳକୁ…
ଭୁବନେଶ୍ୱର: ମାହାଙ୍ଗା ହତ୍ୟା କାଣ୍ଡକୁ ନେଇ ରାଜ୍ୟ ସରକାର ଉପରେ ବିଜେପି ରାଜ୍ୟ ବ୍ୟାପି ଆନ୍ଦୋଳନ କରୁଛି। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଅଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରୁଛି। ଏନେଇ ରାଜ୍ୟର ବହୁ ଥାନା ସମ୍ମୁଖରେ ପ୍ରତିବାଦ କରିବା ସହ ଆଇନ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରୁଛି। କେବଳ ସେତିକି ନୁହେଁ ପରୀ ମାମଲା ଭଳି ଏବେ ମାହାଙ୍ଗା ହତ୍ୟା ପ୍ରସଙ୍ଗରେ ବି ରାଜ୍ୟର ଶାସନ ବ୍ୟବସ୍ଥା ଓ ତଦନ୍ତ ପକ୍ରିୟାକୁ ନେଇ ପ୍ରଶ୍ନ କରୁଛି ବିଜେପି। ରାଜ୍ୟ ସରକାର ହିଂସା ରୋକିବାରେ ବିଫଳ ଏବଂ ତଦନ୍ତ ପ୍ରକ୍ରିୟା ମାଧ୍ୟମରେ ନିଜ ଲୋକଙ୍କୁ ଘଣ୍ଟ ଘୋଡାଉଛି ବୋଲି ବିଜେପି ଅଭିଯୋଗ କରୁଛି। ସେପଟେ ଶାସକ ଦଳ ପକ୍ଷରୁ ରାଜ୍ୟ ସରକାର ଜିରୋ ଟଲେରାନ୍ସ ନୀତିରେ କାମ କରୁଛି ବୋଲି ଦର୍ଶାଯାଇଛି। ତେବେ ରାଜ୍ୟ ସରକାରଙ୍କ ଜିରୋ ଟଲେରାନ୍ସ ନୀତିକୁ ନେଇ ଭୁବନେଶ୍ଵର ସାଂସଦ…
ନୂଆଦିଲ୍ଲୀ: କୃଷକ ଏବଂ କେନ୍ଦ୍ର ସରକାର ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନାରେ କୌଣସି ଫଳାଫଳ ମିଳିପାରିନାହିଁ। ବିଜ୍ଞାନ ଭବନରେ ଜାରି ରହିଥିବା ଏହି ଆଲୋଚନାରେ କୌଣସି ନିଷ୍କର୍ଷ ମିଳି ପାରିନାହିଁ। ନୂତନ କୃଷି ଆଇନ ପ୍ରତ୍ୟାହାର ଦାବିରେ ଚାଷୀ ସଂଗଠନ ଅଟଳ ରହିଥିବା ବେଳେ, ଆଇନ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା ସିଧା କହିଛନ୍ତି କେନ୍ଦ୍ର ସରକାର। ଆଜିର ବୈଠକରେ କୃଷି ଆଇନ ପ୍ରତ୍ୟାହାର ନେଇ ସ୍ପଷ୍ଟ ମନା କରିଦେଇଛନ୍ତି। ସେପଟେ ଆସନ୍ତା ୧୫ ତାରିଖରେ ପୁନର୍ବାର ଆଲୋଚନା ହେବା ନେଇ ତାରିଖ ଧାର୍ଯ୍ୟ ହୋଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୭ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୧୪ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୭୨୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ପିଣ୍ଟୁ ବିଷୋୟୀ ଖଲ୍ଲିକୋଟ: କଂଗ୍ରେସ ବିଧାୟକ ପ୍ରାର୍ଥୀ କାଶୀନାଥ ବେହେରା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ୨୦୦୯ରେ ଭାରତୀୟ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ହୋଇଥିଲେ। ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି ଶ୍ରୀ ବେହେରା। ୧୯୮୦ ମସିହାରେ ଶ୍ରୀ ବେହେରା କଂଗ୍ରେସରେ ଯୋଗଦାନ କରିଥିଲେ। ବର୍ତ୍ତମାନ ସୁଦ୍ଧା ଦଳର କାର୍ଯ୍ୟକ୍ରମରେ ଓତଃପ୍ରାତ ଭାବେ ଜଡିତ ଥାଇ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ ଶ୍ରୀ ବେହେରା। ସେ ୨୦୦୭ ମସିହାରେ ବେଗୁନିଆପଡା ବ୍ଲକ ଜିଲ୍ଲା ପରିଷଦ ଜୋନ-୪୬ ରୁ କଂଗ୍ରେସ ଦଳ ଟିକେଟରେ ନିର୍ବାଚିତ ହୋଇଥିଲେ ଏବଂ ୨୦୦୯ ସାଧାରଣ ନିର୍ବାଚନରେ ଖଲ୍ଲିକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ୨୨ ହଜାର ଭୋଟ ପାଇଥିଲେ। ତେବେ ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ କଂଗ୍ରେସ ଦଳରେ…
ଭୁବନେଶ୍ବର, ଶେଷରେ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଆସନ୍ତା ସୋମବାରଠାରୁ ଖୋଲିବ। ଏ ନେଇ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏଥିରେ କୁହାଯାଇଛି ଯେ, ରାଜ୍ୟରେ ଥିବା ସମସ୍ତ ବୈଷୟିକ ବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟ , ଇଂଜିନିୟରିଂ କଲେଜ, ସହିତ ଡିପ୍ଲୋମା ପ୍ରଭୃତି ଅନୁଷ୍ଠାନ ଖୋଲାଯିବ। ତେବେ ରାଜ୍ୟ ସରକାର କୋଭିଡ କଟକଣା ପାଇଁ ଯେଉଁ ମାର୍ଗଦର୍ଶୀ ଜାରି କରିଛନ୍ତି ତାହାକୁ ପାଳନ କରି ଅନୁଷ୍ଠାନ ଖୋଲିବାକୁ କୁହାଯାଇଛି। ତେବେ କେବଳ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ଏହି ଅନୁମତି ପ୍ରଦାନ କରାଯାଇଛି।
ଭୁବନେଶ୍ବର, ରାଜ୍ୟର ସମସ୍ତ ସରକାରୀ ସ୍କୁଲ ଆଜିଠାରୁ ଖୋଲିଛି। କରୋନା ପାଇଁ ଦୀର୍ଘ ନଅମାସ ଧରି ସ୍କୁଲ ବନ୍ଦ ଥିଲା। ସରକାରୀ ସ୍କୁଲ ସହିତ କେତେକ ଘରୋଇ ସ୍କୁଲ ମଧ୍ୟ ଖୋଲାଯାଇଛି। ତେବେ କରୋନା ପାଇଁ ସରକାରଙ୍କ ଯେଉଁ କଟକଣା ରହିଛି ସେହି ଅନୁସାରେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ପ୍ରବେଶ କରିବାକୁ ଅନୁମତି ଦିଆଯାଉଛି। ଛାତ୍ରଛାତ୍ରୀମାନେ ସ୍କୁଲକୁ ଯିବା ପୂର୍ବରୁ ସେମାନଙ୍କୁ ଶାରୀରିକ ଦୂରତାରେ ରଖି ଥର୍ମାଲସ୍କାନିଂ କରାଯାଇଛି। ସାନିଟାଇଜେସନ ପରେ ସେମାନଙ୍କୁ ସ୍କୁଲ ଭିତରକୁ ଛଡାଯାଇଛି। ସେହିପରି ସ୍କୁଲ ଭିତରେ ଅର୍ଥାତ କ୍ଲାସଗୁଡିକରେ ଗୋଟିଏ ଟେବୁଲରେ ଦୁଇଜଣ କିମ୍ବା ତିନିଜଣ ବସୁଥିଲେ। ହେଲେ ବର୍ତ୍ତମାନ ଗୋଟିଏ ଟେବୁଲରେ କେବଳ ଜଣେ ବସିପାରିବ। ସେଥିପାଇଁ ଗୋଟିଏ ଗୋଟିଏ କ୍ଲାସକୁ ବର୍ତ୍ତମାନ ଦୁଇଟି ରୁମରେ କରାଯିବ। ପୁରା ସ୍କୁଲ ସମୟରେ ଛାତ୍ରଛାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି। ସେହିପରି ଛାତ୍ରଛାତ୍ରୀମାନେ ପକେଟରେ ସାନିଟାଇଜରେ ନେବା ପାଇଁ କୁହାଯାଇଛି। ଏଥିସହିତ ସ୍କୁଲରେ ମଧ୍ୟ ସାନିଟାଇଜର…
ଫୁଲବାଣୀ: ଆଜି ସୁରକ୍ଷାବଳକୁ ଏକ ବଡ ସଫଳତା ମିଳିଛି। ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରିବା ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି। ସୂଚନା ଯୋଗ୍ୟ ଯେ, ଚକାପଦା ଥାନା ଲେଙ୍ଗେରିମୁଣ୍ଡା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ସେମାନଙ୍କ ଉପରକୁ ଅତର୍କିତ ଭାବେ ଗ୍ରେନେଡ ଓ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣ ପରେ ଘଟଣାସ୍ଥଳରୁ ମାଓବାଦୀ ଛତ୍ରଭଙ୍ଗ ଦେଇଥଲେ। ଏସଓଜି ଓ ଡିଭିଏଫର ମିଳିତ ଚଢାଉରେ ମାଓ କ୍ୟାମ୍ପକୁ ସୁରକ୍ଷାବଳ ଧ୍ଵସ୍ତ କରାଯାଇଛି। ଏହା ସହିତ ଘଟଣାସ୍ଥଳରୁ ମାଓ ସାମଗ୍ରୀ ସହ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।
ଭୁବନେଶ୍ବର: ଆଜି ବିଏମସି ପକ୍ଷରୁ ଭୁବନେଶ୍ଵର ଠାରେ ‘ମୋ ଖତ’ ବିକ୍ରୟର ଶୁଭାରମ୍ଭ କରାଯାଇଛି। ଏହାକୁ ମୁଖ୍ୟ ଶାସନ ସଚିବ ଶୁଭାରମ୍ଭ କରିଛନ୍ତି। ବିଏମସି ଅଞ୍ଚଳର ବର୍ଜ୍ୟବସ୍ତୁକୁ ନେଇକି ଖତ ପ୍ରସ୍ତୁତ କରାଯାଇଛି। ଯାହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇ ବିକ୍ରୟ କରାଯାଉଛି। ୫ କିଲୋ ପାକେଟର ମୂଲ୍ୟ ୧୨୫ ଟଙ୍କା ଏବଂ ୨୦ କିଲୋକୁ ୪୪୫ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହା ଦ୍ଵାରା ରାଜଧାନୀ ଅଞ୍ଚଳରେ ବର୍ଜ୍ୟବସ୍ତୁକୁ ରୂପାନ୍ତରିତ କରି ଜୈବିକ ସାରା ରୂପେ ବ୍ୟବହାର କରାଯାଇପାରିବ। ଏହା ସହିତ ପରିବେଶ ପ୍ରଦୂଷଣ ଦାଉରୁ ରକ୍ଷା ମିଳିପାରିବ। କାରଣ ଏହି ବର୍ଜ୍ୟବସ୍ତୁ ଦୀର୍ଘ ଦିନ ଧରି ପଡିରହିବା ଦ୍ଵାରା ପଚି ସଢି ପରିବେଶକୁ ପ୍ରଦୂଷିତ କରୁଥିଲା। ଏତଦବ୍ୟତୀତ ବିଏମସିକୁ ମଧ୍ୟ ରାଜସ୍ୱ ମିଳିପାରିବ। ଉଲ୍ଲେଖ ଯୋଗ୍ୟ ଯେ, ଫୋନ ମାଧ୍ୟମରେ ‘ମୋ ଖତ’ ମଧ୍ୟ ଅର୍ଡର କରିପାରିବେ। ସେଥିପାଇଁ ୯୧ ୭୮୧ ୫୦୪ ୨୩୩୧ରେ ଫୋନ କରି ଅର୍ଡର କରିପାରିବେ।
ନୂଆଦିଲ୍ଲୀ: ମିଳିତ ଜାତିସଂଘରେ ଭାରତକୁ ମିଳିଛି ଗୁରୁ ଦାୟିତ୍ଵ। ୨୦୨୨ରେ ଆତଙ୍କବାଦ ନିରୋଧି ସମିତର ଅଧ୍ୟକ୍ଷତା ଭାରତ କରିବ। ଭାରତ ମିଳିତ ଜାତିସଂଘର ଗୁରୁତ୍ୱପୂର୍ଣ୍ଣ ୩ଟି ସମିତିରେ ଅଧ୍ୟକ୍ଷତା କରିବ। ଏନେଇ ବର୍ତ୍ତମାନ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ଭାରତର ସ୍ଥାୟୀ ପ୍ରତିନିଧି ଥିବା ଟି.ଏସ୍. ତ୍ରିମୂର୍ତ୍ତି କହିଛନ୍ତି ଯେ, ଭାରତ ଅଧ୍ୟକ୍ଷତା କରିବାକୁ ଥିବା ତିନି ସମିତି ଭାରତ ପାଇଁ ସମସ୍ତ କ୍ଷେତ୍ର ବେଶ୍ ଗୁରୁତ୍ୱପୂର୍ଣ୍ଣ। ଉଲ୍ଲେଖ ଯୋଗ୍ୟ ଯେ, ଆତାଙ୍କବାଦ ଲାଗି ଭାରତ ଅଧିକ କ୍ଷତିଗ୍ରସ୍ତ ହେଉଛି। ଆତଙ୍କବାଦ ଯୋଗୁଁ ଭାରତ ବିଶ୍ଵରେ ସବୁଠାରୁ ଅଧିକ ପ୍ରଭାବିତ ହେଉଛି। ତେଣୁ ଆତଙ୍କବାଦ ବିରୋଧରେ ଭାରତ ଜାରି ରଖିଥିବା ଲଢ଼େଇକୁ ଏହା ଦ୍ଵାରା ଅଧିକ ବଳ ଦେବ ବୋଲି ଆଶା କରାଯାଉଛି।
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୯୦ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ଥିବା ବେଳେ ନୟାଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୮୩ ବର୍ଷିୟ ପୁରୁଷଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ ନୟାଗଡରୁ ଜଣେ ୩୭ ବର୍ଷୀୟ ପୁରୁଷଙ୍କ ପ୍ରାଣହାନୀ ଘଟିଛି।
ଭୁବନେଶ୍ବର: ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୧ ଜଣ ଚିହ୍ନଟ ହୋଇଥିବାବେଳେ ୧୦୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୧ ହଜାର ୩୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୭ ହଜାର ୨୯୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୧୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୯୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୩ ଟି ଜିଲ୍ଲାରୁ ମୋଟ୍ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ବଲାଙ୍ଗୀରି ଜିଲ୍ଲାରୁ…
ମାଲକାନଗିରି: ମାଲକାନାଗିରିର ସୀମାନ୍ତ ଛତିଶିଗଡର ଦନ୍ତେୱାଡାରେ ୧୪ ଜଣ କୁଖ୍ୟାତ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏନେଇ ଦନ୍ତେୱାଡା ଏସ ପି ଅଭିଷେକ ପଲ୍ଲବ ସୂଚନା ଦେଇଛନ୍ତି। ଏହା ଫଳରେ ମାଓ ସଂଗଠନକୁ ବଡ଼ ଝଟକା ଲାଗିଛି। ଆତ୍ମସମର୍ପଣ କରିଥିବା ୧୪ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ନାମରେ ଲକ୍ଷେ ଟଙ୍କା ଲେଖାଏଁ ପୁରସ୍କାର ଥିଲା। ମାଓ ସଂଗଠନରୁ ଅତିଷ୍ଠ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ଏମାନେ ଆତ୍ମସମର୍ପଣ କରିଥିବା କହିଛନ୍ତି ଦନ୍ତେବଡା ଏସ ପି ଅଭିଷେକ ପଲ୍ଲବ। ଅସ୍ତ୍ର ତ୍ୟାଗ କରିବା ମାତ୍ରେ ଏମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏମାନେ ଗତକାଲି ସନ୍ଧ୍ୟାରେ କିରାନ୍ଦୁଲ୍ ଥାନାରେ ଆତ୍ମସମର୍ପଣ କରିଛନ୍ତି। ପୋଲିସର ମାଓ ମୁକ୍ତ ଅଞ୍ଚଳ ଅଭିଯାନ ପାଇଁ ଏହା ଏକ ବଡ଼ ସଫଳତା। ତେବେ ଅହୁରି ଅନେକ ମାଓବାଦୀ ଆତ୍ମସମର୍ପଣ କରି ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ପ୍ରସ୍ତୁତ ହୋଉଥିବା ପୋଲିସ…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା କରିବା ପାଇଁ ଏକ ପ୍ରସ୍ତୁତି କରାଯାଇଛି। ସେଥିପାଇଁ ଭୁବନେଶ୍ବରରେ ଏକେ47 ଏବଂ ଆଟମୋଟିକ ପିସ୍ତଲ ପହଁଞ୍ଚିଗଲାଣି। ବର୍ତ୍ତମାନ ସେମାନେ ସୁଯୋଗକୁ ଅପେକ୍ଷା କରିଛନ୍ତି। ଏହିପରି ଏକ ଧମକପୂର୍ଣ୍ଣ ଚିଠି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ଏହି ଚିଠି ପାଇବା ପରେ ପୋଲିସକୁ ହସ୍ତାନ୍ତର କରାଯାଇଛି। ଗୃହ ବିଭାଗ ତରଫରୁ ଏ ନେଇ ଖୋଳତାଡ କରାଯାଉଛି। ଏହା ଏକ ଫେକ ଚିଠି ବୋଲି ଜଣାପଡିଥିଲେ ମଧ୍ୟ ପୋଲିସ ଏହାକୁ ଗୁରୁତର ସହ ନେଇଛି। ଏପରି ଚିଠି କିଏ ସେ ପଠାଇଛି, କେଉଁଠାରୁ ଆସିଛି ସେ ନେଇ ଚାଲିଛି ତନାଘନା।
ସିଡନୀ: ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଚାଲିଛି। ଆଜି ଦ୍ଵିତୀୟ ଦିନରେ କଙ୍ଗାରୁ ଦଳ ୩୩୮ ରନ ସଂଗ୍ରହ କରି ସମସ୍ତ ୱିକେଟ ହରାଇଛି। ପ୍ରଥମ ଦୁଇଟି ଟେଷ୍ଟରେ ବିଫଳ ହୋଇଥିବା ଷ୍ଟିଭେନ୍ ସ୍ମିଥ ସର୍ବାଧିକ ୧୩୧ ରନ୍ ହାସଲ କରିଛନ୍ତି। ଏହା ଥିଲା ସ୍ମିଥ୍ ଙ୍କ କ୍ୟାରିୟରର ୨୭ତମ ଶତକ। ରବୀନ୍ଦ୍ର ଜାଡେଜା ଷ୍ଟିଭେନ୍ ସ୍ମିଥଙ୍କୁ ରନ୍ ଆଉଟ୍ କରି ଅଷ୍ଟ୍ରେଲିଆର ପ୍ରଥମ ଇନିସକୁ ସମାପ୍ତି କରିଥିଲେ। ଏହା ସହିତ ମାର୍ଣ୍ଣସ ଲାବୁସେନ୍ ୯୧ରନ୍ ଓ ଓ୍ୱିଲ ପୁକୋଭସ୍କି ୬୨ ରନ୍ କରିଛନ୍ତି। ଗତକାଲି ଅଷ୍ଟ୍ରେଲିଆ ଦଳର ଅସମାପ୍ତ ୧୬୬/୨ ରୁ ଖେଳ ଆରମ୍ଭ କରିଥିଲା। ଆଜି ଅଷ୍ଟ୍ରେଲିଆ ଦଳ ବାକି ସମସ୍ତ ୮ ଟି ୱିକେଟ ହରାଇ ମୋଟ ସ୍କୋରରେ ୧୭୨ ରନ ଯୋଡି ପାରିଥିଲା। ଭାରତୀୟ ଦଳ ଆଜି ଭଲ ବୋଲିଂ ପ୍ରଦର୍ଶନ ଜାରି ରଖି ଅଷ୍ଟ୍ରେଲିଆକୁ ୩୩୮ ରନରେ ଅଲଆଉଟ କରିଦେଇଥିଲେ। ଭାରତ ପକ୍ଷରୁ ରବୀନ୍ଦ୍ର…

