ସିଡନୀ: ଅଷ୍ଟ୍ରେଲିଆ-ଭାରତ ସିରିଜରେ ଖେଳାଳିଙ୍କ ଆହତ ସମସ୍ୟା ପିଛା ଛାଡୁନି। ପୂର୍ବରୁ ଭାରତର ଦୁଇ ଦ୍ରୁତ ବୋଲର ମହମ୍ମଦ ଶାମୀ ଏବଂ ଉମେଶ ଯାଦବ ଆହତ ହୋଇ ସିରିଜରୁ ବିଦା ନେଇଥିବା ବେଳେ ଏବେ ଲୋକେଶ ରାହୁଲ ଆହତ ହୋଇଛନ୍ତି। ତାଙ୍କର ଆଗାମୀ ଦୁଇଟି ଟେଷ୍ଟରେ ଖେଳିବା ନେଇ ସମ୍ଭାବନା ଥିଲା। କିନ୍ତୁ ଆହତ କାରଣରୁ ସେ ଅବଶିଷ୍ଟ ଦୁଇଟି ଟେଷ୍ଟରୁ ବାଦ ପଡ଼ିବେ। ଆଜି ଟୁଇଟ କରି ବିସିସିଆଇ ଏହି ସୂଚନା ଦେଇଛି। ମେଲବର୍ଣ୍ଣ ଗ୍ରାଉଣ୍ଡରେ ବ୍ୟାଟିଂ ଅଭ୍ୟାସ କରୁଥିବା ସମୟରେ ରାହୁଲଙ୍କୁ ଆଘାତ ଲାଗିଥିଲା। ରାହୁଲଙ୍କୁ ସୁସ୍ଥ ହେବାକୁ ଅତିକମରେ ତିନି ସପ୍ତାହ ଲାଗିବ। ସେ ଭାରତ ଫେରି ଆସିବେ। ଏବଂ ତାଙ୍କୁ ବାଙ୍ଗାଲୋରର ନ୍ୟାସନାଲ କ୍ରିକେଟ ଏକାଡେମୀରେ ଚିକିତ୍ସା କରାଯିବ। ସିରିଜର ତୃତୀୟ ଟେଷ୍ଟ ଜାନୁୟାରୀ ୭ରୁ ସିଡନୀରେ ଖେଳାଯିବ, ଚତୁର୍ଥ ଏବଂ ଶେଷ ମ୍ୟାଚ ୧୫ ଜାନୁଆରୀରୁ ବ୍ରିସବେନରେ ହେବ।
Author: Samikhsya Bureau
ଚିଲିକାରେ ବିଦେଶୀ ଅତିଥିଙ୍କ କଳରବ, ପର୍ଯ୍ୟଟକଙ୍କୁ କରୁଛି ଆକର୍ଷିତ
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୬ ହଜାର ୩୭୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୦୧ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୫୬ ହଜାର ୮୪୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୮୫୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୭୫ ହଜାର ୯୫୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୩୧ ହଜାର ୩୬ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ଚିଲିକା ହ୍ରଦଙ୍କୁ ଚଳିତ ବର୍ଷ କେତେ ସଂଖ୍ୟାର ବିଦେଶାଗତ ପକ୍ଷୀ ଆସିଛନ୍ତି ତାହାର ଗଣନା ଆଜିଠାରୁ ଆରମ୍ଭ କରାଯାଇଛି। ଏଥିପାଇଁ ଚିଲିକା ଉନ୍ନୟନ କର୍ତ୍ତୁପକ୍ଷ 120 ଜଣଙ୍କୁ ସ୍ବତନ୍ତ୍ର ଭାବେ ପ୍ରଶିକ୍ଷଣ ପ୍ରଦାନ କରିଛି। ଏହି 120 ଜଣ 21 ଟି ଜୋନରେ ଭାଗ ହୋଇ ପକ୍ଷଗଣନା କରିବେ ବୋଲି କୁହାଯାଇଛି। ଗତବର୍ଷ ମଧ୍ୟ ଚିଲିକାର ପକ୍ଷୀ ଗଣନା ଏହି ଜାନୁୟାରୀ 5 ତାରିଖରେ କରାଯାଇଥିଲା। ଚଳିତ ବର୍ଷ ପାଗ ଠିକ ଥିବାରୁ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଗତ ବର୍ଷ ଚିଲିକାକୁ ରେକର୍ଡ ସଂଖ୍ୟକ 184 ପ୍ରକାରର 11 ଲକ୍ଷ 5 ହଜାର 40 ପକ୍ଷୀ ଆସିଥିଲେ।
ନୂଆଦିଲ୍ଲୀ, ବାରମ୍ବାର ବୈଠକ ବସୁଛି, ଘଣ୍ଟା ଘଣ୍ଟା ଆଲୋଚନା ହେଉଛି, ହେଲେ ସମାଧାନ ହୋଇପାରୁ ନାହିଁ। ସରକାର କୃଷି ବିଲ ପ୍ରତ୍ୟାହାର କରିବା ପାଇଁ ରାଜି ନାହାଁନ୍ତି, ସେପଟେ ଚାଷି ସଂଗଠନ ବିଲ ପ୍ରତ୍ୟାହାର ନାହିଁ ତ ଆନ୍ଦୋଳନ ପ୍ରତ୍ୟାହାର ନାହିଁ ଜିଦରେ ଅଛନ୍ତି। ଫଳରେ ଦୀର୍ଘଦିନ ଧରି ଚାଲିଥିବା ଚାଷି ଆନ୍ଦୋଳନ ବଢିବାରେ ଲାଗିଛି। ସୋମବାର ଦିନ ମଧ୍ୟ ଚାଷୀ ସଂଗଠନ ସହିତ କେନ୍ଦ୍ର ସରକାରଙ୍କ ପ୍ରତିନିଧୀଙ୍କ ସହିତ ଦୀର୍ଘ ସମୟ ଧରି ଆଲୋଚନା ହେବା। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଏହି ବୈଠକରେ ଦେଶର 41ଟ ଚାଷୀ ସଂଗଠନର ପ୍ରତିନିଧି ଯୋଗଦେଇଥିଲେ। ସେହିପରି ସରକାରଙ୍କ ତରଫରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ରେଳବାଇ, ବାଣିଜ୍ୟ ଏବଂ ଶିଳ୍ପ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ, ଖାଦ୍ୟ ଏବଂ ଜନସାଧାରଣ ବଣ୍ଟନ ମନ୍ତ୍ରୀ ପୀୟୁଷ ଗୋୟାଲ ଏବଂ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୋମ ପ୍ରକାଶଙ୍କ ସହିତ…
ନୂଆଦିଲ୍ଲୀ, ଭାରତର ପୂର୍ବତନ କ୍ରିକେଟ କ୍ୟାପେଟନ ତଥା ବିସିସିଆଇର ସଭାପତି ସୌରଭ ଗାଙ୍ଗୁଲି ହୃଦଘାତ ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେବାରେ ଲାଗିଛି। ସେ ଖୁବଶିଘ୍ର ହସପିଟାଲରୁ ଡିସଚାର୍ଯ୍ୟ ହେବେ ବୋଲି ଜଣାପଡିଛି। ଏହି ଖବର ସାରା କ୍ରିକେଟ ପ୍ରେମୀଙ୍କୁ ବିଚଳିତ କରିଦେଇଥିଲା। ତେବେ ଏହାକୁ ନେଇ ଅଧିକ ବିଚଳିତ ହୋଇପଡିଛି ଆଦାନୀ ୱାଲିମାର୍ଟ କଂପାନୀ। ଏହି କଂପାନୀର ଉତ୍ପାଦିତ ଫର୍ଚୁନ ଖାଇବା ତେଲ ପାଇଁ ସୌରଭ ଏକ ବିଜ୍ଞାପନ କରିଛନ୍ତି। ଏଥିରେ ସୌରଭ ଗାଙ୍ଗୁଲି କହୁଛନ୍ତି ଯେ ଏହି ତେଲ ହୃଦୟକୁ ବେଶ୍ ସୁସ୍ଥ୍ୟ ରଖେ। ତେବେ ଖୋଦ୍ ସୌରଭ ଗାଙ୍ଗୁଲି ହୃଦରୋଗରେ ପିଡିତ ହେବା ପରେ କଂପାନୀ ଚିନ୍ତାରେ ପଡିଯାଇଛି। କାରଣ ସେ ବିଜ୍ଞାପନକୁ କଂପାନୀ ତରଫରୁ ବିଭିନ୍ନ ଖବରକାଗଜରେ ପ୍ରକାଶିତ କରାଯାଇଥାଏ। ତେବେ ସୂଚନା ଅନୁସାରେ କଂପାନୀ ବର୍ତ୍ତମାନ ପାଇଁ ସୌରଭଙ୍କ ଏହି ବିଜ୍ଞାପନକୁ ହଟାଇ ଦେଇଛି। କାରଣ ଏହାକୁ ନେଇ ସୋସିଆଲ…
ନୂଆଦିଲ୍ଲୀ, ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ଏବଂ ଘରେ ଧନ ପାଇବା ପାଇଁ, ଅନେକ କୈଶଳ କରିବା ପରେ ମଧ୍ୟ ଧନପ୍ରାପ୍ତିର ସମ୍ଭାବନା ରହୁ ନାହୁଁ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ସହଜ ସମାଧାନ ଆଣିଛୁ ଯାହାକି ଲକ୍ଷ୍ମୀ କୃପା ମିଳିବା ସହିତ ବର୍ଷ ବର୍ଷ ଧରି ଧନ ପ୍ରାପ୍ତିର ସମ୍ଭାବନା ତିଆରି oହେବ। ଆପଣ ପ୍ରତିଦିନ ଥରେ ଖାଦ୍ୟ ଦାନ କଲେ, ଆର୍ଥିକ ସଙ୍କଟ ରହିବ ନାହିଁ । ଅଶୋକା ଗଛ ଲଗାଇ ସେଥିରେ ପାଣି ଦେବା ଦ୍ୱାରା ଧନ ବୃଦ୍ଧି ପାଇଥାଏ। ଯଦି ଆପଣଙ୍କୁ ଘରେ ପୁରୁଣା ଖବରକାଗଜ ଇତ୍ୟାଦି ବାହାର କରିବାକୁ ଚାହାଁନ୍ତି ତେବେ ଆପଣ ଶନିବାର ଦିନ ଘରୁ ବାହାରକୁ ଫିଙ୍ଗି ଦିଆଯିବା ଉଚିତ୍. ଯଦି ଆପଣଙ୍କ ଘରେ ଦୀର୍ଘ ସମୟ ଧରି ବନ୍ଦ ଘଣ୍ଟା ଅଛି, ତେବେ ଏହାକୁ ତୁରନ୍ତ ହଟାନ୍ତୁ .ବନ୍ଦ ଘଣ୍ଟା ଘର ଭିତରକୁ ଆସୁଥିବା ଟଙ୍କାକୁ ବନ୍ଦ କରିଦିଏ.…
ନୂଆଦିଲ୍ଲୀ, ବିଭିନ୍ନ ସମୟରେ ରାଶିଫଳକୁ ନେଇ ହୁଏ ତର୍କବିତର୍କ। ଜ୍ୟୋତିଷ ଶାସ୍ତ୍ର ଉପରେ ଉଠେ ପ୍ରଶ୍ନ। ହେଲେ ଏହା ଏକ ପ୍ରାଚୀନ ଶାସ୍ତ୍ର। ମୁନିଋଷିଙ୍କ ଦ୍ବାରା ଏହା ସ୍ବୀକୃତ ଅଟେ। ସେଥିପାଇଁ ଏହି ରାଶିଫଳ ଅନେକଙ୍କ ଜୀବନରେ ବେଶ୍ ପ୍ରଭାବ ପକାଇଥାଏ। ତେବେ ଆସନ୍ତୁ ଆଜି ଜାଣିବା କଣ ରହିଛି ରାଶିଫଳ। ମେଷ:- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆୟର ବୃଦ୍ଧି ଦେଖାଦେବ, ଯେଉଁଥିପାଇଁ ଆପଣଙ୍କ ଚେହେରାରେ ଖୁସିର ଅନୁଭବ ଆସିବ। ଆପଣ ଆଜି ଅଫିସରେ ବସଙ୍କ ସହିତ କଥା ହେବେ। କେହି ଶଶୂର ଘର ଲୋକ ଭେଟିବାକୁ ଆସିପାରନ୍ତି। ଜୀବନସାଥୀ ବହୁତ ଖୁସି ହେବେ। ବୃଷ:- ଆଜି ଆପଣଙ୍କ ଦିନ ଉତ୍କଣ୍ଠାର ପରିପୂର୍ଣ୍ଣ ହେବ। ଖର୍ଚ୍ଚର ହଠାତ୍ ବୃଦ୍ଧି ଚିନ୍ତା କରିପାରେ। ଘରର ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଏହା ଖରାପ ହୋଇପାରେ। ଅତୀତରେ କିଛି କାମ ପାଇଁ କରାଯାଇଥିବା କାର୍ଯ୍ୟ ଆଜି…
ନୂଆଦିଲ୍ଲୀ, ବ୍ରିଟେନରେ ଦେଖା ଦେଇଥିବା ନୂତନ ଭାରିଆଣ୍ଟ ଜିନୋମ ଦ୍ଵାରା ମୋଟ ୩୮ ଟି ନମୁନା ସଂକ୍ରମିତ ବୋଲି ଜଣାପଡିଛି । ସେଗୁଡିକ ମଧ୍ୟରେ ନିମହାନ୍ସ ବେଙ୍ଗାଲୁରୁରୁ ୧୦ଟି, ସିସିଏମବି ହାଇଦ୍ରାବାଦରୁ ୩ଟି, ଏନଆଇଭି ପୁଣେରୁ ୫ଟି, ଆଇଜିଆଇବି ଦିଲ୍ଲୀରୁ ୧୧ଟି, ଏନସିଡିସି ନୂଆଦିଲ୍ଲୀରୁ ୮ଟି ଏବଂ ଏନସିବିଜି କୋଲକାତାରୁ ୧ଟି । ତେବେ ଏନସିବିଏସ, ଇନଷ୍ଟେମ, ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲଏସ ଭୁବନେଶ୍ୱର, ଏବଂ ଏନସିସି ପୁଣେ ଏପର୍ୟ୍ୟନ୍ତ କୌଣସି ବ୍ରିଟେନର ମ୍ୟୁଟାଣ୍ଟ ଭୂତାଣୁ ପାଇ ନାହାଁନ୍ତି । ୧୦ ଟି INSACOG ଲ୍ୟାବରେ (ଏନଆଇବିଏମଜି କୋଲକାତା, ଆଇଏଲଏସ ଭୁବନେଶ୍ୱର, ଏନଆଇଭି ଏବଂ ଏନସିସିଏସ ପୁଣେ, ସିସିଏମବି ଏବଂ ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ଏବଂ ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଏବଂ ଏନସିଡିସି ଦିଲ୍ଲୀରେ ପଜିଟିଭ ନମୁନା ପରୀକ୍ଷା କରାଯାଉଛି । ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟସେବା ସୁଧାର କେନ୍ଦ୍ରରେ ଏକକ କୋଠରୀରେ ରଖାଯାଇଛି…
କନ୍ଦର୍ପ ବେହେରା ରେଢାଖୋଲ: ସରକାରୀ ଜାଗାକୁ ବେଦଖଲ କରିବାରୁ ରେଢାଖୋଲ ତହସିଲ୍ଦାର ନୋଟିସ୍ ଦେବା ପରେ ୪ ପରିବାର ଆଜି ରେଢାଖୋଲ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ପ୍ରକାଶ ଯେ, ରେଢାଖୋଲ ତହସିଲ ଅନ୍ତର୍ଗତ ବଡବାହାଳ ପଂଚାୟତର ଲଇଣ୍ଡାମାଳ ଗ୍ରାମର ୪ ପରିବାରର ୧୯୭୨ ମସିହାରୁ ଖାତା ନଂ ୯୫ ,ପ୍ଲଟ୍ ନଂ ୧୫୬୩ ରେ ଖଳା ଓ ଗାଈ ଗୁହାଳ କରିଆସୁଥିଲେ। ହେଲେ ସେ ଗ୍ରାମର କିଛି ଖଳ ପ୍ରକୃତିର ଲୋକ ସେମାନଙ୍କୁ ବିରୋଧ କରି ମାନସିକ ନିର୍ଯ୍ୟାତନା, ହଇରାଣ କରୁଥିବା ଅଭିଯୋଗ ହୋଇଛି। ସେହି ଜାଗାରେ ସଂଲଗ୍ନ ଥିବା ଗୋଚର ଜମି ଖାତା ନଂ ୯୫, ପ୍ଲଟ୍ ନଂ ୧୫୬୪, ୧୫୬୮, ୧୫୬୯, ୧୫୭୦, ୧୫୭୪ ଓ ୧୫୭୫ କିସମ ରହଛି। ସେହି ଜାଗାରେ ଗ୍ରାମର ପ୍ରାୟ ୨୦ ଜଣ ପରିବାର ଦୋକାନ ଓ ଘରବାରୀ କରି ରହିଆସୁଛନ୍ତି। ସେହି ୨୦ ପରିବାରକୁ ପ୍ରଶାସନ ବେଦଖଲ କରିବାକୁ…
ଭୁବନେଶ୍ବର: ଦେଶରେ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀକାଳିନ ବ୍ୟବାହାର ପାଇଁ ଅନୁମତି ପରେ ରାଜ୍ୟ ସରକାର ଏନେଇ ତତ୍ପରତା ଦେଖାଇଛି। ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ସ୍ଥାନ ଚିହ୍ନଟ କରିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନ ଓ ନଗରନିଗମ ଗୁଡ଼ିକୁ ଚିଠି କରାଯାଇଛି। ଆସନ୍ତା ୮ ତାରିଖ ସୁଦ୍ଧା ଟିକାକରଣ କେନ୍ଦ୍ର ନିରୂପଣ କରିବାକୁ ଚିଠିରେ ନିର୍ଦ୍ଦେଶ ରହିଛି। ସ୍ବାସ୍ଥ୍ୟ ସଚିବ ପି.କେ.ମହାପାତ୍ରଙ୍କ କହିଛନ୍ତି ଯେ, ଟିକାଦାନ କେନ୍ଦ୍ରଗୁଡ଼ିକରେ ପ୍ରତୀକ୍ଷାଳୟ, ଟିକାଦାନ ଗୃହ ଓ ପର୍ଯ୍ୟବେକ୍ଷଣ ଗୃହ ରହିବା ଆବଶ୍ୟକ। ଏଗୁଡ଼ିକ ସାଧାରଣତଃ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ର ଓ ଡାକ୍ତରଖାନାରେ ଚିହ୍ନଟ ହେବ। ବ୍ଲକରେ ଥିବା ଜନସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାଦାନ କେନ୍ଦ୍ର ଲାଗି ସ୍ଥାନ ଚିହ୍ନଟ ହେବ। ସେହିପରି ଉପଖଣ୍ଡ ଚିକିତ୍ସାଳୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ, ଘରୋଇ ହସ୍ପିଟାଲରେ ମଧ୍ୟ ଟିକାଦାନ କେନ୍ଦ୍ର ପାଇଁ ସ୍ଥାନ ଚିହ୍ନଟ ହେବ। ବ୍ଲକ ସ୍ତରୀୟ ଓ ପୌରସ୍ତରୀୟ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୪୯, ଅନୁଗୁଳରୁ ୪୮, କଟକରୁ ୨୪, କେନ୍ଦ୍ରାପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୫, ଝାରସୁଗୁଡାରୁ ୧୪, ଯାଜପୁରରୁ ୧୩, ଖୋର୍ଦ୍ଧାରୁ ୧୨, ମୟୂରଭଞ୍ଜରୁ ୧୨, ବରଗଡରୁ ୧୦, ବଲାଙ୍ଗିରିରୁ ୧୦, ସମ୍ବଲପୁରରୁ ୮, ଦେବଗଡରୁ ୬, ଗଞ୍ଜାମରୁ ୬, ନବରଙ୍ଗପୁରରୁ ୬, ଭଦ୍ରକରୁ ୫, ଜଗତସିଂହପୁରରୁ ୫, ନୂଆପଡ଼ାରୁ ୪, ରାୟଗଡାରୁ ୩, ବୌଦ୍ଧରୁ ୨, କଳାହାଣ୍ଡିରୁ ୨, କୋରାପୁଟରୁ ୨, ନୟାଗଡରୁ ୨, ମାଲକାନାଗିରିରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୫୦୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ଭୁବନେଶ୍ବର, ରୂପାନ୍ତରର ବା Transformation ଅନନ୍ୟ ଉଦାହରଣ ପାଲଟିଛି ବ୍ରହ୍ମପୁରର ରାମଲିଙ୍ଗେଶ୍ବର ଜଳାଶୟ। ଅବ୍ୟବହୃତ ଏବଂ ଅସ୍ବାସ୍ଥ୍ୟକର ପରିବେଶରେ ପଡି ରହିଥିବା ଏହି ଜଳାଶୟ ଆଜି ବ୍ରହ୍ମପୁରରେ ପର୍ଯ୍ୟଟକଙ୍କର ଆକର୍ଷଣୀୟ କେନ୍ଦ୍ର ବିନ୍ଦୁ ହୋଇପାରିଛି। ଚିତାକର୍ଷକ ଆତସବାଜି, ଶିବ ତାଣ୍ଡବ ସ୍ତୋତ୍ରର ତାଳେ ତାଳେ ଲେଜର ଲାଇଟ୍ ଓ ଏକ ସଂଗୀତମୟ ପରିବେଶ ମଧ୍ୟରେ ବ୍ରହ୍ମପୁରର କେନ୍ଦ୍ର ସ୍ଥଳୀରେ ଅବସ୍ଥିତ ରାମଲିଙ୍ଗେଶ୍ବର ଜଳାଶୟ ଓ ଉଦ୍ୟାନର ସୌନ୍ଦର୍ଯ୍ୟକରଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପିତ ହୋଇଛି। ୮ ଏକର ପରିମିତ ଜମିରେ ଥିବା ଏହି ପ୍ରାଚୀନ ଜଳାଶୟ ବ୍ରହ୍ମପୁରର ଏକ ପବିତ୍ର ପୁଷ୍କରିଣୀ ଭାବରେ ପ୍ରସିଦ୍ଧ। ସମୟକ୍ରମେ ଏହା ଅବ୍ୟବହୃତ ହୋଇପଡିଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ୟମ କ୍ରମେ ୨୦୧୭ ମସିହାରେ ୧୨ କୋଟି ଟଙ୍କା ବ୍ୟୟରେ ଏହି ଜଳାଶୟର ପୁନରୁଦ୍ଧାର ଓ ସୌନ୍ଦର୍ୟ୍ୟକରଣ କାମ ଆରମ୍ଭ ହୋଇଥିଲା। ପୁଷ୍କରିଣୀର ମଧ୍ୟ ସ୍ଥଳରେ ଭଗବାନ ଶଂକରଙ୍କର ୩୫ ଫୁଟ ଉଚ୍ଚତା…
ନୂଆଦିଲ୍ଲୀ/କଟକ: 2020ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି। ଏଥିରେ 100 କୋଟି ଡିଜିଟାଲ ଭିଉ ଏବଂ 600 କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି। 2020ରେ ନିଉଜ୍ ଅନ୍ ଏୟାର ଆପ୍ ଏହାର ପ୍ଲାଟଫର୍ମରେ 2.5 ନିୟୁତ ୟୁଜରଙ୍କୁ ଯୋଡିଥିଲା। ଫଳରେ 300 ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ। ସେଥିରେ ସ୍ଥାନ ପାଇଥିବା 200ରୁ ଅଧିକ ଷ୍ଟ୍ରିମ୍ ବେଶ୍ ଲୋକପ୍ରିୟ ଥିଲା। ଡିଡି ନ୍ୟାସନାଲ ଓ ଡିଡି ନିଉଜ୍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ 10ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି। ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ ସ୍ପୋର୍ଟ୍ସର ଡିଜିଟାଲ ଫଲୋଅର ସଂଖ୍ୟା କ୍ରମାଗତ ବୃଦ୍ଧି…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଉ ଚାଷୀଙ୍କ ମଧ୍ୟରେ ଚାଲିଥିବା ଅଷ୍ଟମ ପର୍ଯ୍ୟାୟ ଆଲୋଚନା ସମାପ୍ତ ହୋଇଛି। ଏହି ଆଲୋଚନାରେ ମଧ୍ୟ କୌଣସି ସମାଧାନର ରାସ୍ତା ବାହାରି ପାରିନାହିଁ। ତେବେ ଆସନ୍ତା ୮ ତାରିଖ ଅପରାହ୍ନ ୨ ଟାରେ ପୁନର୍ବାର ଆଲୋଚନା କରାଯିବ ବୋଲି ସୂଚନା ରହିଛି। ଦେଶର ସବୁ କୃଷକଙ୍କୁ ନଜରରେ ରଖି ନିଷ୍ପତ୍ତି ନିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର କହିଛନ୍ତି। ସରକାର କୃଷକଙ୍କ ଆଲୋଚନାରେ ସମାଧାନର ରାସ୍ତା ବାହାରିବ ବୋଲି କୃଷି ମନ୍ତ୍ରୀ କହିଛନ୍ତି। ହେଲେ ଏମ୍ଏସ୍ପି ବିଷୟରେ ସରକାର ମାନିବା ପାଇଁ ପ୍ରସ୍ତୁତ ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସୂଚନା ଦେଇଛନ୍ତି। ତେବେ କୃଷକ ନେତା ରାକେଶ ଟିକୈତ ଆଇନକୁ ସଂପୂର୍ଣ୍ଣ ରଦ୍ଦ କରିବା ପାଇଁ ଅଡି ବସିଛନ୍ତି। ନୂଆ ଆଇନକୁ ସଂପୂର୍ଣ୍ଣ ରଦ୍ଦ ବିନା ଏହାର କୌଣସି ସମାଧାନ ନାହିଁ ବୋଲି ସେ କହିଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୭୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୨୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ନୂତନ କୃଷି ବିଲକୁ ନେଇ ଦିଲ୍ଲୀ ସୀମାରେ ବହୁ କୃଷକ ସଂଗଠନ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ଜାରି ରହିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନି। ଗତ ଆଲୋଚନାରେ କୃଷକ ସଂଗଠନର ଦାବୀକୁ ୫୦ ପ୍ରତିଶତ ମାନି ନେଇଥିବା କେନ୍ଦ୍ର ସରକାର ପକ୍ଷରୁ କୁହାଯାଇଥିଲେ ମଧ୍ୟ କୃଷକ ସଂଗଠନ ଏତିକିରେ ସନ୍ତୁଷ୍ଟ ହୋଇନି। ଆଜି ପୁଣି ସପ୍ତମ ପର୍ଯ୍ୟାୟର ଆଲୋଚନା ଆରମ୍ଭ ହୋଇଛି। ତେବେ କୃଷକ ସଂଗଠନ ତରଫରୁ ବହୁତ ସ୍ଥାନରେ ଶାନ୍ତି ଉପାୟରେ ଏହି ଆନ୍ଦୋଳନ ଚାଲିଥିବା ଦାବି କରୁଥିବା ବେଳେ ଅନେକ ସ୍ଥାନରେ ହିଂସା କରିଥିବା ଅଭିଯୋଗ ହୋଇଛି। ପଞ୍ଜାବ ଓ ହରିୟଣାର ଅନେକ ସ୍ଥାନରେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଏହି ହିଂସାରେ କୃଷକମାନେ ରିଲାଏନ୍ସ ଜିଓର ଅନେକ ମୋବାଇଲ ଟାୱାର ନଷ୍ଟ କରିଦେଇଥିବା ଅଭିଯୋଗ ହୋଇଛି। ଏନେଇ ରିଲାଏନ୍ସ ପକ୍ଷରୁ ପଞ୍ଜାବ ଓ ହରିୟାଣା…
ଭୁବନେଶ୍ବର: ବହୁ ଚର୍ଚ୍ଚିତ ପରି ହତ୍ୟା ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ସରୋଜ ସେଠୀର ନାର୍କୋ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଛି। ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ନୟାଗଡ ପକ୍ସୋ କୋର୍ଟରେ ଆବେଦନ କରିଛି। ପରୀକୁ ସରୋଜ ଦୁଷ୍କର୍ମ ପରେ ତଣ୍ଟିଚିପି ହତ୍ୟା କରିଛି ବୋଲି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ପ୍ରକାଶ କରିଥିଲେ। ସରୋଜଙ୍କୁ ଗିରଫ ପରେ ଲେଗିଙ୍ଗ ଏବଂ ଗାମୁଛା ଜବତ କରିଥିଲା ଏସଆଇଟି। ଏହା ସହିତ ସରୋଜର ପଲିଗ୍ରାଫ ଟେଷ୍ଟ ମଧ୍ୟ କରାଯାଇଥିଲା। ଅଧିକ ପ୍ରମାଣ ସଂଗ୍ରହ କରିବା ପାଇଁ ଏସଆଇଟି ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଛି। ତେବେ ନାର୍କୋ ଟେଷ୍ଟ ପାଇଁ ସରୋଜର ସମ୍ମତି ରହିବା ଆବଶ୍ୟକ ବୋଲି କୁହାଯାଉଛି।
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତି ପରେ କନଫଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ଵାଗତ କରିଛି। ଏହି ପ୍ରରିପ୍ରେକ୍ଷୀରେ କରୋନା କଟକଣାକୁ ମାନି ସମସ୍ତ ଘରୋଇ ସ୍କୁଲ ଖୋଲିବା ଉପରେ ସେମାନେ ସମ୍ମତି ପ୍ରକାଶ କରିଛନ୍ତି। ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନା ପରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃୟାରୀ ମାସରୁ ସ୍ବାଭାବିକ ଭାବରେ ସ୍କୁଲ ଖୋଲିବ। ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ, ୧୪ ରୁ ନବମ ଓ ଏକାଦଶ ଖୋଲିବ। ଫେବୃଆରୀ ୧ ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘରୋଇ ସ୍କୁଲ ସଂଘ ଘୋଷଣା କରିଛି। ଫେବୃଆରୀ ମାସରେ ପରୀକ୍ଷା କରାଯିବ। ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ। ୩୦ ମାର୍କ ଗ୍ରେସ ମିଳିବ।…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ ସ୍ୱର୍ଗତ ରବିନ୍ଦ୍ରନାଥ ରାୟଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଓଡିଶାର ବିଜ୍ଞାନ, କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ କୁମାର ପଣ୍ଡା ଯୋଗଦେଇ ରବିନ୍ଦ୍ରନାଥ ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିଛନ୍ତି। ଏହି ଅବସରରେ ଶ୍ରୀ ପଣ୍ଡା ନିଜର ବକ୍ତବ୍ୟରେ ରାଜ୍ୟ ସରକାର ମହାତ୍ମାଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକୀ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସୌଭାଗ୍ୟର କଥା ସ୍ୱାଧୀନତା ସଂଗ୍ରାମୀ ରବିନ୍ଦ୍ରନାଥ ରାୟଙ୍କ ଏଇବର୍ଷ ଜନ୍ମ ଶତବାର୍ଷିକୀ ପାଳନ ହେଉଛି। ସ୍ୱର୍ଗତ ରବିନ୍ଦ୍ରନାଥ ରାୟ ବହୁବାର ଇଂରେଜଙ୍କ ବିରୁଦ୍ଧରେ ସଂଗ୍ରାମ କରି ଜେଲ୍ ଯିବା ସହିତ ସେ ପୂର୍ବତନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇଛନ୍ତି। ଯୁବପିଢିଙ୍କୁ…
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୨ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୫ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ବାଲେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବାଲେଶ୍ଵରରୁ ଜଣେ ୫୨ ବର୍ଷିୟ ପୁରୁଷଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ ସୁନ୍ଦରଗଡରୁ ଜଣେ ୩୭ ବର୍ଷୀୟ ପୁରୁଷଙ୍କ ପ୍ରାଣହାନୀ ଘଟିଛି।

