ଭୁବନେଶ୍ବର : କରୋନା ସ୍ଥିତିକୁ ଦେଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ଆଜି ରାତି 10ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏନେଇ ସୂଚନା ଦେଇଛନ୍ତି ଏସ୍ଆରସି ପ୍ରଦୀପ ଜେନା । ତେବେ ଏହିସମୟରେ ଜରୁରୀ କାଳୀନ ସାମଗ୍ରୀର ପରିବହନ ହୋଇପାରିବ । ଅତ୍ୟାବଶ୍ୟକ ସେବାକୁ ନାଇଟ୍ କର୍ଫ୍ୟୁରୁ ବାଦ୍ ଦିଆଯାଇଛି । ନାଇଟ୍ କର୍ଫ୍ୟୁକୁ ସହଯୋଗ କରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଏସ୍ଆରସି । ଜିରୋ ନାଇଟ୍ ସେଲିବ୍ରେସନ୍ ଅବସରରେ ଗହଳିକୁ ଏଡାଇବାକୁ ସରକାର କଟକଣା ଜାରିକରିଛନ୍ତି। https://twitter.com/PradeepJenaIAS/status/1344533628705853441?s=20 ସୂଚନାଅନୁସାରେ, ନୂଆବର୍ଷକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ ଓ ମୁମ୍ବାଇରେ ମଧ୍ୟ ନାଇଟ୍ କର୍ଫ୍ୟୁ ଜାରି କରାଯାଇଛି । ମୁମ୍ବାଇରେ କିଛି ସ୍ଥାନରେ 144 ମଧ୍ୟ ଜାରି କରାଯାଇଛି।
Author: Samikhsya Bureau
ଭୁବନେଶ୍ୱର : ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ 1 ତାରିଖରୁ ରାଜ୍ୟରେ ଟ୍ରାଫିକ୍ ନିୟମ ଆହୁରି କଡାକଡି ହେବ । ଦୁଇ ଚକିଆ ଯାନ ପାଇଁ ଡବଲ୍ ହେଲମେଟ୍କୁ ବାଧ୍ୟତାମୂଳକ କରାଯାଇଛି । ସେହିପରି ଏକ୍ସଟ୍ରା ହେଲମେଟ୍ ନଥିଲେ ଲିଫ୍ଟ୍ ମାଗୁଥିବା ଲୋକଙ୍କୁ ଲିଫ୍ଟ୍ ଦିଆଯିବନି । ଏଭଳି କ୍ଷେତ୍ରରେ ଗାଡି ଚାଳକର ଲାଇସେନ୍ସ ବାତିଲ୍ ହେବ ବୋଲି ସୂଚନା ରହିଛି । ବିନା ହେଲମେଟରେ ଗାଡ଼ି ଚଲାଉଥିଲେ 1000 ଟଙ୍କା ଜରିମାନା ଦେବାକୁ ପଡ଼ିବ ଓ ତିନି ମାସ ଯାଏଁ ଡ଼୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ନିୟମ ଜାରି କରାଯାଇଛି ।
ଛିନ୍ଦଓ୍ବାଡା: ମଧ୍ୟପ୍ରଦେଶର ଛିନ୍ଦଓ୍ବାଡାରୁ ଏକ ଅଦ୍ଭୁତମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ କୃଷକ ନିଜ ପୁଅର ବ୍ୟବହାରରେ ବ୍ୟସ୍ତ ବିବ୍ରତ ହୋଇ ନିଜ ସମ୍ପତ୍ତିର ଅଧାଭାଗ ନିଜ କୁକୁର ନାମରେ କରିଥିବାବେଳେ ଆଉ ଅଧା ଭାଗ ନିଜ ସ୍ତ୍ରୀ ଚମ୍ପା ନାମରେ କରିଦେଇଛନ୍ତି। କୃଷକଙ୍କ ଏପରି ନିଷ୍ପତ୍ତିକୁ ନେଇ ସମେସ୍ତ ଆଶ୍ଚର୍ଯ୍ୟ ହୋଇଛନ୍ତି। ବାଡିବାଡା ଗ୍ରାମ ନିବାସୀ ଓମ୍ ନାରାୟଣ ନିଜ ବିଶ୍ବସ୍ତ କୁକୁରକୁ ନିଜ ସମ୍ପତ୍ତିର ପଚାଶ ପ୍ରତିଶତ ଦାବିଦାର ବନାଇଛନ୍ତି। ଆଉ ଅଧାଭାଗ ନିଜ ସ୍ତ୍ରୀ ନାମରେ କରଛନ୍ତି। ନାରାୟଣ ନିଜ ପୁଅର ବ୍ୟବହାରରେ ଅତିଷ୍ଠ ହୋଇପଡିଥିଲେ। ପ୍ରତ୍ୟେହ ଦୁହିଁଭ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଥିଲା। ପିତା ଜଣକ ନିଜ ପୁଅ ଉପରେ ରାଗି ନିଜ ସମ୍ପତ୍ତିର ଉତ୍ତରାଧିକାରୀ ରୂପେ କୁକୁର ଓ ସ୍ତ୍ରୀକୁ କରିଦେଇଛନ୍ତି। ପାରିବାରିକ ବିବାଦ କାରଣରୁ ରାଗରେ ନାରାୟଣ ୨ ଏକର ଜମି ନିଜ ପାଳିତ କୁକୁର ନାମରେ କରିଦେଇଛନ୍ତି। ପରିବାରରେ ଯିଏ ବି…
ନୂଆଦିଲ୍ଲୀ, ବିଜେପିର ପୂର୍ବତନ ଦିଲ୍ଲୀ ସଭାପତି ତଥା ଭୋଜପୁରୀ ଚଳଚିତ୍ରର ଅଭିନେତା ମନୋଜ ତିୱାରୀ ବେଶ୍ ଖୁସି ଅଛନ୍ତି। ଏହାର କାରଣ ହେଲା ଯେ ସେ ଗତକାଲି ଏକ ଝିଅର ପିତା ହୋଇଛନ୍ତି। ପୁରୁଣା ବର୍ଷ ଶେଷ ହେଉ ହେଉ ତାଙ୍କ ଘରୁକୁ ଆସିଛନ୍ତି ମା ଲକ୍ଷ୍ମୀ। ସେଥିପାଇଁ ମନୋଜ ତିୱାରୀଙ୍କ ପୁରା ପରିବାର ମଧ୍ୟ ବେଶ ଖୁସି। ପୂର୍ବରୁ ମନୋଜଙ୍କ ଆଉ ଏକ ଝିଅ ଅଛନ୍ତି। ସେ ବର୍ତ୍ତମାନ ପାଠପଢାରେ ମନୋନିବେଶ କରିଛନ୍ତି। ଏ ନେଇ ମନୋଜ ନିଜେ ଟୁଇଟ୍ କରି ଏହି ସୂଚନା ଦେବା ସହିତ ଫଟୋ ମଧ୍ୟ ସେୟାର କରିଛନ୍ତି।
ନୂଆଦିଲ୍ଲୀ: ଆଜି ହେଉଛି 2020 ବର୍ଷର ଶେଷ ଦିବସ । କରୋନା କାଳ ମଧ୍ୟରେ ନୂତନ ବର୍ଷ ନୂତନ ସମ୍ଭାବନା ନେଇ ଆସିଛି । ଯଦିଓ ଦେଶରେ ଏବେ କରୋନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା କମୁଛି ସତ, କିନ୍ତୁ ଏବେବି ବିପଦ ଟଳି ନାହିଁ। ନୂଆବର୍ଷରେ କରୋନା ମାମଲା ଯେପରି ନ ବୃଦ୍ଧି ପାଇବ, ତାକୁ ଆଖି ଆଗରେ ରଖି ମହାରାଷ୍ଟ୍ର ସରକାର ଓ ଦିଲ୍ଲୀ ସରକାର କଡା ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀରେ ଏବେ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ମୁମ୍ବାଇରେ 144 ଲାଗୁ କରାଯିବ । ଦିଲ୍ଲୀରେ ସର୍ବସାଧାରଣ ସ୍ଥାନରେ ଏକକାଳୀନ 5ରୁ ଅଧିକ ଲୋକଙ୍କୁ ଏକାଠି ହେବାକୁ ମନା କରାଯାଇଛି। ଏହାଛଡ଼ା ନୂଆବର୍ଷ ଉତ୍ସବ ମନାଇବା ପାଇଁ କୌଣସି କାର୍ଯ୍ୟକ୍ରମ କରିବାକୁ ଅନୁମତି ମଧ୍ୟ ଦିଆଯାଇ ନାହିଁ । ଡିସେମ୍ବର 31 ତାରିଖ ରାତି 11ଟାରୁ ଜାନୁଆରୀ 1 ତାରିଖ ସକାଳ 6ଟା ପର୍ଯ୍ୟନ୍ତ ସର୍ବସାଧାରଣ…
କୋଲକାତା, ରାଜ୍ୟରେ ପଶୁ ଚାଲାଣ ନେଇ ସିବିଆଇ ତରଫରୁ କୋଲକାତାର ବିଭିନ୍ନ ସ୍ଥାନରେ ସିବିଆଇ ତରଫରୁ ଚଢାଉ ଚାଲିଛି। ପୂର୍ବରୁ ବିଭିନ୍ନ ପଶୁ ଚାଲାଣ ନେଇ ଅଭିଯୋଗ ରହିଥିଲା। ସେହି ଆଧାରରେ ସିବିଆଇ ଏହି ଚଢାଉ କରିଛି। ଏଥିରେ ତୃଣମୂଳ ଯୁବ କଂଗ୍ରେସ ମହାସଚିବ ବିନୟ ମିଶ୍ରଙ୍କ ଘରେ ମଧ୍ୟ ଚଢାଉ ଚାଲିଛି। ତାଙ୍କ ନାମରେ ପୂର୍ବରୁ ଏବି ପଶୁ ଚାଲାଣ ଅଭିଯୋଗ ରହିଥିଲା। ସେ ବହୁଦିନ ଧରି ଫେରାର ଅଛନ୍ତି। ସେଥିପାଇଁ ସିବିଆଇ ତାଙ୍କ ବିରୋଧରେ ଲୁକଆଉଟ ନୋଟିସ ମଧ୍ୟ ଜାରୀ କରିଛନ୍ତି।
ନୂଆଦିଲ୍ଲୀ : ଗତ ୨୪ ଘଣ୍ଟାରେ ଦେଶରେ ୨୧,୮୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୯୯ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨ ଲକ୍ଷ ୬୬ ହଜାର ୬୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ହଜାର ୭୩୮ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୬୦ ହଜାର ୨୮୦ରେ ପହଁଞ୍ଚିଛି । ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ଲକ୍ଷ ତଳେ ରହିଛି । ଦେଶରେ କରୋନାରୁ ୨,୫୭,୬୫୬ ଆକ୍ଟିଭ୍ କେସ୍ ରହିଛି । ଆଇସିଏମ୍ଆର ସୂଚନା ଅନୁସାରେ ଡିସେମ୍ବର 30 ତାରିଖ ସୁଦ୍ଧା ଦେଶରେ ୧୭ କୋଟି ୨୦ ଲକ୍ଷ କରୋନା ନମୁନା ପରୀକ୍ଷଣ ହୋଇଛି ।
ନୂଆଦିଲ୍ଲୀ, କୋରନା ପାଇଁ ସିବିଏସଇ ପରୀକ୍ଷା କେବେ ହେବ ସେ ନେଇ ବହୁ ଦିନ ଧରି ଛାତ୍ରଛାତ୍ରୀମାନେ ଆଶା ଓ ଆଶଙ୍କାରେ ଅଛନ୍ତି। ତେବେ ଏହାକୁ ଖୁବ ଶିଘ୍ର ଦୂର କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ଶିକ୍ଷା ବିଭାଗ ତରଫରୁ ଆଜି ସଂଧ୍ୟାରେ ଏ ନେଇ ଘୋଷଣା କରାଯିବ। ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଆଜି ସଂଧ୍ୟା 6ଟା ବେଳେ ଏହି ଘୋଷଣା କରିବେ। ନିଶଙ୍କ ଦୀର୍ଘ ଦିନ ଧରି ଭିଡିଓ କନଫ୍ରେସିଂ ମାଧ୍ୟମରେ ଶିକ୍ଷକ, ଅଭିଭାବକ, ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ପରୀକ୍ଷା ନେଇ ସେମାନଙ୍କର ମତାମତ ମଧ୍ୟ ନେଇଛନ୍ତି। ସେ ସବୁକୁ ଆଲୋଚନା କରି ଆଜି ପରୀକ୍ଷା ତାରିଖ ଘୋଷଣା କରାଯିବ।
ଭୁବନେଶ୍ବର, ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଆଜି ରେଳପଥର ମୁଖ୍ୟାଳୟ ନିକଟସ୍ଥ ରେଳବାଇ ଷ୍ଟାଡିୟମ ଠାରେ ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ ସୁଧୀର କୁମାର ଏବଂ ଅନ୍ୟ ପ୍ରମୁଖ ବିଭାଗୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ରେଳ ଐତିହ୍ୟ ସଂଗ୍ରହାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଭୁବନେଶ୍ୱରରେ ଏକ ରେଳ ସଂଗ୍ରହାଳୟ ପ୍ରତିଷ୍ଠା କରିବାର ଉଦ୍ଦେଶ୍ୟ ହେଉଛି ପୁରୁଣା ରେଳ ଉପକରଣର ସଂରକ୍ଷଣ, ଏହି ଅଞ୍ଚଳରେ ରେଳବାଇର ସମୃଦ୍ଧ ଇତିହାସ ପ୍ରଦର୍ଶନ କରିବା, ରେଳବାଇ ଏବଂ ଏହାର ସଫଳତା ବିଷୟରେ ଜନସାଧାରଣଙ୍କୁ ଆଲୋକିତ କରିବା ଏବଂ ପର୍ୟ୍ୟଟନକୁ ବୃଦ୍ଧି କରିବା ଇତ୍ୟାଦି । ଭାରତୀୟ ରେଳବାଇର ବିଶେଷ ଭାବରେ ପୂର୍ବ ତଟ ରେଳପଥର ଦୀର୍ଘ ଓ ସମୃଦ୍ଧ ଐତିହ୍ୟ ଏବଂ ଜୀବନ୍ତ ଇତିହାସକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯିବ ବୋଲି କୁହାଯାଇଅଛି। ପୁରାତନ ଯନ୍ତ୍ରପାତି, ପ୍ରଯୁକ୍ତିବିଦ୍ୟା ଉପକରଣ ଏବଂ ମଡେଲଗୁଡିକର କଳାକୃତି, ମଡେଲ ଏବଂ ଫଟୋଗ୍ରାଫ ଗୁଡିକର ଚମତ୍କାର ପ୍ରଦର୍ଶନ ମାଧ୍ୟମରେ…
ଭୁବନେଶ୍ବର, କୋଭିଡ ସଚେତନତା ପାଇଁ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟ Covid Awareness Clip Album ନାମରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରିଥିଲା ।ଏହି କାର୍ଯ୍ୟକ୍ରମରେ ପ୍ରସ୍ତୁତ ପଚାଶ ହଜାରରୁ ଉର୍ଦ୍ଧ୍ୱ କଳାକାରଙ୍କର ସାଂସ୍କୃତିକ ସ୍ୱାକ୍ଷର ବହନ କରିଥିବା ଭିଡିଓ ଗୁଡ଼ିକର ଆଲବମ୍ ସାଂସଦ ଡ. ଅମର ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତରେ ଅର୍ପଣ କରିଥିଲେ ବିଜେଡି ସାଂସ୍କୃତିକ ସମନ୍ୱୟ ସାମ୍ମୁଖ୍ୟର ଆବାହକ ରବିନାରାୟଣ ନନ୍ଦ ଓ ରାଜ୍ୟ ସଂଯୋଜକ ପ୍ରବୀର ମହାନ୍ତି । ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ନଭେମ୍ବର ୧୬ ତାରିଖ ପର୍ଯ୍ୟନ୍ତ ଏଇ ଅଭିଯାନରେ ଗ୍ରାମପଞ୍ଚାୟତ ସ୍ତରରେ କଳାକାରମାନେ ସାମିଲ ହୋଇଥିଲେ ଏବଂ ନିଜ କଳା ପ୍ରଦର୍ଶନ ମାଧ୍ୟମରେ ତଥା ନିଜ ବକ୍ତବ୍ୟ ଜରିଆରେ ଏହି ବାର୍ତ୍ତାକୁ ପ୍ରଦାନ କରିବାର ଏକ ଭିଡିଓ କ୍ଲିପ୍ ପ୍ରସ୍ତୁତ କରିଥିଲେ । ଏହିଭଳି ପ୍ରାୟ ଚଉଦହଜାର ରୁ ଅଧିକ ଭିଡିଓ କ୍ଲିପ୍ ୩୩୧୪ ପଞ୍ଚାୟତରୁ କଳାକାରମାନେ ପଠାଇଥିଲେ ଯେଉଁଥିରେ…
ନୂଆଦିଲ୍ଲୀ, ଚାଷୀମାନଙ୍କ ପାଇଁ ଏକ ଖୁସି ଖବର। କାରଣ ବର୍ତ୍ତମାନ ଚାଉଳ, ଗହମ, ଯବ, ବାଜରା, ଜୱାର, ବିଭିନ୍ନ ଶସ୍ୟ, ଆଖୁ ଆଦିରୁ ଇଥାନଲ ଉତ୍ପାଦନ କରାଯିବ। ଏ ନେଇ କ୍ୟାବିନେଟର ମଂଜୁରୀ ମିଳିଛି। ଫଳରେ ଏହା ଚାଷୀଙ୍କ ଆୟ ବଢାଇବାରେ ବେଶ୍ ସସହାୟକ ହେବ ବୋଲି ଆଶା କରାଯାଉଛି। ୨୦୨୨ ସୁଦ୍ଧା ପେଟ୍ରୋଲରେ ୧୦ ଶତାଂଶ ଇନ୍ଧନଯୋଗ୍ୟ ଇଥାନଲ ମିଶାଇବାକୁ ସରକାର ଲକ୍ଷ୍ୟଧାର୍ୟ୍ୟ କରିଛନ୍ତି । ସେହିଭଳି ଏହି ଅନୁପାତକୁ ୨୦୨୬ ସୁଦ୍ଧା ୧୫ ଶତାଂଶ ଏବଂ ୨୦୩୦ ସୁଦ୍ଧା ୨୦ ଶତାଂଶକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି । ଚିନିଶିଳ୍ପକୁ ସମର୍ଥନ ଦେବା ସହ ଆଖୁଚାଷୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ମଧ୍ୟ ଗୁଡ, ଦୋରୁଅ, ପାଣିଆଗୁଡ ଏବଂ ଚିନିରୁ ଇଥାନଲ ଉତ୍ପାଦନ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ଏହିସବୁ ଉତ୍ପାଦିତ ଇଥାନଲର ଲାଭଜନକ ବିକ୍ରୟ ମୂଲ୍ୟ ମଧ୍ୟ ସରକାର ଧାର୍ୟ୍ୟ କରିଛନ୍ତି । ଇଥାନଲ ଯୋଗାଣ ପାଇଁ ମଧ୍ୟ ସରକାର…
ମେଷ: ଆଜି ଆପଣ ମାନସିକ ଚିନ୍ତା ଅନୁଭବ କରିବ। ଆପଣଙ୍କ ମନ ଅଧିକ ସମ୍ବେଦନଶୀଳତା ଏବଂ ଅନୁଭବ ସହିତ ଆର୍ଦ୍ରତା ଅନୁଭବ କରିବେ। ଆଜି, କାହା ସହିତ କୈଣସି ବିତର୍କ କରନ୍ତୁ ନାହିଁ । ସମ୍ପର୍କୀୟ ଏବଂ ପ୍ରିୟଜନଙ୍କ ସହିତ ମନୋବଳ ଦୃଢ ରହିବ। ଅସମ୍ମାନିତ ନହେବା ପାଇଁ ଧ୍ୟାନ ଦିଅନ୍ତୁ। ନୂତନ କାର୍ଯ୍ୟ ଆରମ୍ଭରେ ବିଫଳତା ମିଳିବ। ପତିପତ୍ନୀଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା ହେବ। ମହିଳା ବନ୍ଧୁମାନେ କ୍ଷତି ଘଟାଇ ପାରନ୍ତି। ବୃଷ: ପ୍ରାରମ୍ଭରେ, ଅର୍ଥନୈତିକ ଘଟଣା କିଛି ବାଧା ସହିତ ସମ୍ପୂର୍ଣ୍ଣ ଦେଖାଯିବ। ଆପଣ ବନ୍ଧୁ ଏବଂ ଶୁଭେଚ୍ଛୁମାନଙ୍କୁ ଭେଟିବାକୁ ଉପଭୋଗ କରିବେ । ବ୍ୟବସାୟ କ୍ଷେତ୍ରରେ ଏକ ସହଯୋଗୀ ପରିବେଶ ରହିବ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଭଲ ହେବ । ଯେଉଁମାନେ ପୁଞ୍ଜି ବିନିଯୋଗ କରୁଛନ୍ତି ସେମାନେ ଯତ୍ନର ସହ ପୁଞ୍ଜି ବିନିଯୋଗ କରିବା ଉଚିତ୍ । ନୂତନ କାର୍ଯ୍ୟ ଆରମ୍ଭ କରିବାକୁ ସକ୍ଷମ…
ଭୁବନେଶ୍ୱର: ବର୍ତ୍ତମାନ ନକଲି ଜିନିଷର ପେଣ୍ଠ ସ୍ଥଳ ପାଲଟିଛି କଟକର ମାଲଗୋଦାମ ଅଞ୍ଚଳ। ପୂର୍ବରୁ ନକଲି ଘିଅ, ମସଲା, ସସ୍ ଏବଂ ସିମେଣ୍ଟ ଜବତ ପରେ ବର୍ତ୍ତମାନ ଆଉ ଏକ ନକଲି ସାମଗ୍ରୀ ନଜରକୁ ଆସିଛି। ତାହା ହେଉଛି ନକଲି ପନିର। ବୁଧୁବାର ଦିନ କଟକ ପୋଲିସ ଏବଂ ସିଏମସିର ମିଳିତ ଉଦ୍ୟମରେ ଏକ ଚଢାଉ କରାଯାଇଥିଲା। କଟକ ପୋଲିସ ଓମପି ଛକରୁ କୋଲକାତା ଚାଲଣ ହେଉଥିବା ଏହି ସିନ୍ଥେଟିକ ପନିରକୁ ଜବତ କରିଥିଲା। ଏହି ନକଲି ଜିନିଷ ଚାଲଣ ଅଭିଯୋଗରେ ଜଣଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି କଟକ ଖାନନଗରର ଶୁକଦେବ ସାହୁ। ଘଟଣାରୁ ଜଣାପଡିଛି ଯେ, କଟକରୁ ଧାରାବାହିକ ଭାବେ ନକଲି ପନିର କୋଲକାତା ପଠାଯାଉଥିଲା। ଏହି ପନିର ହାତକୁ ସିନ୍ଥେଟିକ ପରି ଲାଗୁଥିଲା। ଏସବୁ ଡିଟରଜେଣ୍ଟ, ୟୁରିଆ, ସଲଫ୍ୟୁରିକ ଏସିଡ, ଗ୍ଲେସରିନ, ମଇଦା ଏବଂ ଅବ୍ୟବହୃତ ଖିରରେ ତିଆରି ହେଉଥିବାର ଜଣାପଡିଛି। ଏହି ପନିର ମାତ୍ର କେଜି…
ପୁରୀ, ଆସୁଛି ନୂଆ ବର୍ଷ। ସେଥିପାଇଁ ଚାରିଆଡେ ଚାଲିଛି ସାଜସଜା। ହେଲେ ଏଥର କରୋନା ପାଇଁ ଖିଆପିଆ ହୋଇ ନ ପାରେ। ହେଲେ ବୁଲାବୁଲି କରିବା ପାଇଁ ଅନେକ ଅନେଇ ବସିଛନ୍ତି। ବିଶେଷ କରି ପୁରୀ ଯିବା ପାଇଁ ଅନେକଙ୍କ ଆଗ୍ରହ ଥାଏ। ଏହାକୁ ଦୃଷ୍ଟିରେ ରଖି ପୁରୀ ସହରକୁ ପ୍ରଶାସନ ତରଫରୁ ବେଶ ସାଜସଜା କରାଯାଇଛି। ପୁରୀ ସହର ଭିତରକୁ ପଶିବା ପାଇଁ ଥିବା ଅଠର ନଳା ପ୍ରବେଶ ପଥକୁ ବେଶ ସାଜସଜା କରାଯାଇଛି। ବିଭିନ୍ନ ରଂଗୀନ ଆଲୋକମାଳାରେ ସେହି ସ୍ଥାନଟି ଝଲସି ଉଠିଛି। ବିଶେଷ କରି ଐତିହାସିକ ଅଠର ନଳାକୁ ମଧ୍ୟ ଆକର୍ଷଣୀୟ ଆଲୋକମାଳାରେ ସଜାଯାଇଛି । ଯେକେହି ଦେଖିଲେ ତାଙ୍କର ଆଖି ଝଲସି ଯିବ। ନୂଆ ବର୍ଷରେ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ ମନା। ତଥାପି ଲୋକମାନେ ପୁରୀ ସହରକୁ ନିଶ୍ଚିତ ଆସିବେ। ସେଥିପାଇଁ ପୁରୀ ପ୍ରଶାସନ ତରଫରୁ ଏପରି ପଦକ୍ଷେପ ନିଆଯାଇଛି।
ଭୁବନେଶ୍ବର: ନୂତନ ବର୍ଷ ଆଶା ଓ ସମ୍ଭାବନା ନେଇ ଆସିଥାଏ। ଗ୍ରହ ନକ୍ଷତ୍ର ଦୃଷ୍ଟିରୁ ୨୦୨୧ ବର୍ଷଟି ସମସ୍ତଙ୍କ ପାଇଁ ଶୁଭ ଓ ଅନୁକୂଳ ହେଉ। ତେବେ ରାଶି ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ନୂତନ ବର୍ଷର କେଉଁ ମାସଗୁଡିକ ଶୁଭ ଓ କେଉଁମାସଗୁଡିକ ଅଶୁଭ। ମେଷ ରାଶି: ମେଷ ରାଶିର ସବୁଠୁ ଭଲ ମିତ୍ର ରାଶି ହେଉଛନ୍ତି କୁମ୍ଭ। ୨୦୨୧ ମସିହାରେ ବୃହସ୍ପତି ଓ ଶନି ଅଧିକ ସମୟ କୁମ୍ଭ ରାଶିରେ ବିତାଇବେ। ଏହାର ପ୍ରଭାବରେ କିଛି ନୂତନ କାର୍ଯ୍ୟ କରିବାକୁ ମିଳିବ। ମେଷ ରାଶିର ବ୍ୟକ୍ତିବିଶେଷ ମାନେ ନିଜ ବ୍ୟବସାୟିକ ଜୀବନରେ ସଫଳତା ପାଇବେ। ସେହିପରି ଏହି ରାଶିର ପ୍ରେମୀମାନଙ୍କ ପାଇଁ ଅକ୍ଟୋବର ମାସଟି ବେଶ୍ ଶୁଭଦାୟକ ରହିବ। ସେହିପରି ଫେବୃଆରୀ ଓ ଜୁଲାଇ ମାସରେ କ୍ୟାରିଅରରେ ଉନ୍ନତି ଘଟିବ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଫେବୃଆରୀ, ଅପ୍ରେଲ ଓ ଜୁଲାଇ ମାସଟି ବେଶ୍ ଲକି ସାବ୍ୟସ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ଭେଟେଶ୍ୱର ସେବା ସମବାୟ ସମିତି ଆନୁକୂଲ୍ୟରେ ଚଳିତ ବର୍ଷର ଖରିଫ ୨୦୨୦/୨୧ ଧାନ ମଣ୍ଡି ଭେଟେଶ୍ୱର ଠାରେ ଉଦଘାଟିତ ହୋଇଯାଇଅଛି। ଉକ୍ତ ଉଦଘାଟନ୍ ଉତ୍ସବରେ ବାଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ.ଶୁଭଶ୍ରୀ ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମିତିର ସଭାପତି ପ୍ରସନ୍ନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସମିତିର ସମ୍ପାଦକ ଜ୍ୟୋତିରଞ୍ଜନ ରାଉତରାୟ ସମିତି ଏବଂ ଚାଷୀଙ୍କର ଧାନ କ୍ରୟ ସମ୍ପର୍କିତ ସମସ୍ତ ନୀତିନିୟମ ଏବଂ କୋଭିଡର ସମସ୍ତ ଗାଇଡଲାଇନ ସମ୍ପର୍କରେ ଚାଷୀଙ୍କୁ ଅବଗତ କରାଇଥିଲେ। ଏହାସହିତ ଏହି ଉତ୍ସବରେ ସହକାରୀ ଯୋଗାଣ ଅଧିକାରୀ ତ୍ରିଲୋଚନ ସାହୁ, ଭେଟେଶ୍ୱର ଗ୍ରାମ ପଞ୍ଚାୟତ ସରପଞ୍ଚ ଜିତେନ୍ଦ୍ର କୁମାର ଭୋଳ, ସମିତି ସଭ୍ୟ ଶେଖର କୁମାର ସାହୁ ଚାଷୀମାନଙ୍କୁ ସରକାରଙ୍କ ଧାନ କ୍ରୟ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସୂଚନା ଯୋଗ୍ୟ ଯେ,…
ନୂଆଦିଲ୍ଲୀ, ଆତ୍ମନିର୍ଭର ଭାରତ ଅନ୍ତର୍ଗତ, ଭାରତ ବିଭିନ୍ନ ପ୍ରକାରର ପ୍ରତିରକ୍ଷା ପ୍ଲାଟଫର୍ମ ଏବଂ କ୍ଷେପଣାସ୍ତ୍ର ନିର୍ମାଣରେ ନିଜର କ୍ଷମତା ବୃଦ୍ଧି କରୁଛି। ଆକାଶ ଦେଶର ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ଅଟେ ଯାହାର ୯୬ ପ୍ରତିଶତ ସ୍ୱଦେଶୀକରଣ କରାଯାଇଛି। ଆକାଶ ହେଉଛି ଭୂପୃଷ୍ଠରୁ ଆକାଶକୁ ଲକ୍ଷଭେଦ କରାଯାଇପାରୁଥିବା କ୍ଷେପଣାସ୍ତ୍ର, ଯାହାର ଲକ୍ଷ୍ୟଭେଦ କ୍ଷମତା ୨୫ କିଲୋମିଟର ପର୍ୟ୍ୟନ୍ତ ରହିଛି। ଏହି କ୍ଷେପଣାସ୍ତ୍ରକୁ ୨୦୧୪ରେ ଭାରତୀୟ ବାୟୁ ସେନା ଏବଂ ୨୦୧୫ରେ ଭାରତୀୟ ସେନାରେ ସାମିଲ କରାଯାଇଥିଲା। ପ୍ରତିରକ୍ଷା ସେବାରେ ଏହା ସାମିଲ ହେବା ପରେ ଅନ୍ତର୍ଜାତୀୟ ପ୍ରଦର୍ଶନୀ,ପ୍ରତିରକ୍ଷା ପ୍ରଦର୍ଶନୀ,ଏରୋ ଇଣ୍ଡିଆ ସମୟରେ ବହୁ ମିତ୍ର ରାଷ୍ଟ୍ର ଆକାଶ କ୍ଷେପଣାସ୍ତ୍ର ପ୍ରତି ସେମାନଙ୍କର ଆଗ୍ରହ ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ଏହାର ରପ୍ତାନିକୁ କ୍ୟାବିନେଟ ମଞ୍ଜୁରି ମିଳିବା ପରେ ବିଭିନ୍ନ ରାଷ୍ଟ୍ର ଦ୍ୱାରା ଜାରି ଆରଏଫଆଇ,ଆରଏଫପିରେ ଅଂଶଗ୍ରହଣ କରିବା ନିମନ୍ତେ ଭାରତୀୟ ନିର୍ମାତାମାନଙ୍କୁ ସୁବିଧା ମିଳିବ। ବର୍ତ୍ତମାନ ସୁଦ୍ଧା, ଭାରତୀୟ ପ୍ରତିରକ୍ଷା ରପ୍ତାନିରେ ସରଞ୍ଜାମ,ଉପାଦାନ ଆଦି ସାମିଲ…
ସୀତାରାମ ଅଗ୍ରୱାଲ ବାଣପୁର: ଦୀର୍ଘ ଦିନର ଅପେକ୍ଷା ପରେ ଜାନୁଆରୀ ୩ ତାରିଖରେ ଖୋଲିବ ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର। ବାଣପୁର ତହସିଲଦାର ମନ୍ମଥ ବେହେରା ସୂଚନା ଦେଇଛନ୍ତି। କରୋନା କଟକଣାକୁ ନଜରରେ ରଖି ଆଜି ଏକ ଆଞ୍ଚଳିକ ଆଲୋଚନା ପାଇଁ ବ୍ଲକ ମିଟିଙ୍ଗ ହଲରେ ପୂଜକ ଓ ମନ୍ଦିର କମିଟିର ସଭ୍ୟ ତଥା ବି. ଡି.ଓ ଡ.ଶୁଭଶ୍ରୀ ତ୍ରିପାଠୀ, ଏନ.ଏ.ସି କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ ନିଆଲ, ଏ. ବି.ଡ଼ି. ଓ. ସୀମାଦ୍ରୀ ପାତ୍ର, ବ୍ଲକ ଅଧ୍ୟକ୍ଷା ରଞ୍ଜୀତା ସେଠି, ପୋଲିସ ଏସ. ଆଇ. ବିଜୟ ମଲ୍ଲିକ, ପଂଚାୟତର ସରପଞ୍ଚ, ଅମିନ ଓ ବାଣପୁରର ବୁଦ୍ଧିଯିବି ମାନଙ୍କ ଉପସ୍ଥିତରେ ମନ୍ଦିର ଖୋଲିବା ନେଇ ସମସ୍ତଙ୍କର ସହଯୋଗ ଲୋଡିଛନ୍ତି ତହସିଲଦାର। ମା ଭଗଵତୀଙ୍କ ମନ୍ଦିର ସହ ରଙ୍କନାଥ ଦେବ, ଦକ୍ଷେଶ୍ୱର ମନ୍ଦିର, ମା’ ବିରଜାଈ, ବରବରା ସ୍ଥିତ ମା’ ତାରିଣୀ, ଖିଲାମୁଣ୍ଡା ଓ ବାଣପୁରରେ ଥିବା ସମସ୍ତ ଧର୍ମାନୁଷ୍ଠାନ ଖୋଲାଯିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଭାରତ ଏବଂ ଭୂଟାନ ମଧ୍ୟରେ ବାହ୍ୟ ମହାକାଶର ଶାନ୍ତିପୂର୍ଣ୍ଣ ଉପଯୋଗ ନିମନ୍ତେ ବୁଝାମଣାପତ୍ର (ଏମଓୟୁ)କୁ ଅନୁମୋଦନ କରିଛି। ଏହି ଏମଓୟୁ ଉଭୟ ପକ୍ଷଙ୍କ ଦ୍ୱାରା ନଭେମ୍ବର ୧୯,୨୦୨୦ରେ ବାଙ୍ଗାଲୋରର ଥିମ୍ପୁ ଠାରେ ମିଳିତ ଭାବେ ସ୍ୱାକ୍ଷରିତ ହୋଇଥିଲା। ଏହି ବୁଝାମାଣାରେ କଣ ରହିଛି ଏହି ଏମଓୟୁ ଫଳରେ ପୃଥିବୀର ରିମୋଟ ସେନ୍ସିଂ, ଉପଗ୍ରହ ସଞ୍ଚାର ଏବଂ ଉପଗ୍ରହ ଆଧାରିତ ଦିଗନିର୍ଣ୍ଣୟ, ମହାକାଶ ବିଜ୍ଞାନ ଏବଂ ଗ୍ରହ ଅନୁସନ୍ଧାନ, ମହାକାଶ ଯାନ ଏବଂ ମହାକାଶ ପ୍ରଣାଳୀ ତଥା ଭୂ ପ୍ରଣାଳୀର ଉପଯୋଗ ଏବଂ ମହାକାଶ ପ୍ରଯୁକ୍ତିର ଉପଯୋଗ ଭଳି ସମ୍ଭାବ୍ୟ ହିତ ଆଧାରିତ କ୍ଷେତ୍ରରେ ସହଯୋଗକୁ ପ୍ରୋତ୍ସାହନ ମିଳିବ। ଏହି ଏମଓୟୁ ଫଳରେ ଏକ ଯୁଗ୍ମ କାର୍ୟ୍ୟଗୋଷ୍ଠୀ ଗଠନ କରାଯିବ। ଏଥିରେ ଡିଓଏସ/ଇସ୍ରୋ ଏବଂ ଭୂଟାନର ସୂଚନା ଓ ସଞ୍ଚାର ମନ୍ତ୍ରଣାଳୟ (ଏମଓଆଇସି)ର ସଦସ୍ୟମାନଙ୍କର ଏକ ମିଳିତ କାର୍ୟ୍ୟକାରୀ ଗୋଷ୍ଠୀ ଗଠନ କରାଯିବ,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଉ ଗୋଟିଏ ଦିନ ପରେ ନୂଆବର୍ଷ ଆସିଯିବ। ଏହାକୁ ପାଳନ କରିବାକୁ ଜିଲ୍ଲାବାସୀ ବହୁତ ଦିନରୁ ଅପେକ୍ଷା କରିଥିଲେ। କିଏ କେଉଁ ପିକ୍ନିକ ସ୍ପଟ୍କୁ ଯାଇ ବଣଭୋଜି କରିବାକୁ ଯୋଜନା ପ୍ରସ୍ତୁତ କରୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ନୂଆବର୍ଷ ପାଳିବା ପାଇଁ କଟକଣା ଜାରି ହୋଇଛି। ଜିଲ୍ଲାପ୍ରଶାସନର କୋଭିଡ଼-୧୯ ଗାଇଡ଼୍ ଲାଇନ୍ର ନିର୍ଦ୍ଦେଶ ପ୍ରକାରେ ଗଂଜାମ ଜିଲ୍ଲାରେ ହୋଟେଲ୍, କ୍ଲବ୍, କନ୍ଭେନସନ ହଲ୍, କଲ୍ୟାଣ ମଣ୍ଡପ, ଛାତଘର ଉପରେ କେହିବି ଜିରୋ ନାଇଟ୍ ସେଲିବ୍ରେସନ କରିବାକୁ ଅନୁମତି ଦିଆଯିବ ନାହିଁ। ଜିରୋ ନାଇଟ୍ ସେଲିବ୍ରେସନ ବେଳେ ଅଧିକ ଲୋକ ଏକ୍ରତିତ ହେବାକୁ କଡ଼ାକଡ଼ି ମନା କରାଯାଇଛି। ଗୋପାଳପୁର ଏବଂ ସୋନପୁର ବେଳାଭୂମିକୁ ୩୧ ତାରିଖ ଏବଂ ଜାନୁୟାରୀ ୧ ତାରିଖ ପର୍ଯ୍ୟଟକଙ୍କ ପାଇଁ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି। ଜିଲ୍ଲାର ପିକ୍ନିକ୍ ସ୍ପଟ ଯଥା ତପ୍ତପାଣି, ମହୁରିକାଳୁଆ, ବାଳକୁମାରୀ, ବାଙ୍କେଶ୍ୱରୀ, ଉଜଳେଶ୍ୱର ଏବଂ ଅନ୍ୟାନ୍ୟ ସ୍ଥାନଗୁଡ଼ିକରେ ମଧ୍ୟ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ ସମିତି (ସିସିଇଏ) ପାରାଦୀପ ବନ୍ଦରର ଉନ୍ନତିକରଣ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରିଛନ୍ତି। କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ, କେପ ଆକାରର ଜାହାଜ ଚଳାଚଳ ନିମନ୍ତେ ପାରଦୀପ ବନ୍ଦରର ପଶ୍ଚିମ ଜେଟିର ବିକାଶ ସମେତ ଅନ୍ତରୀଣ ପୋତାଶ୍ରୟର ଗଭୀର ଖନନ ଏବଂ ଉନ୍ନତିକରଣ କରାଯିବ। ଏହି ପ୍ରକଳ୍ପ ସରକାରୀ ଘରୋଇ ଭାଗିଦାରୀ (ପିପିପି) ଜରିଆରେ ନିର୍ମାଣ, ପରିଚାଳନା ଓ ହସ୍ତାନ୍ତରଣ (ବିଓଟି) ଆଧାରରେ କାର୍ୟ୍ୟକାରୀ କରାଯିବ। ଆର୍ଥିକ ବ୍ୟୟ ଏହି ପ୍ରକଳ୍ପ ପାଇଁ ୩,୦୦୪.୬୩ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ବ୍ୟୟ ଅଟକଳ କରାଯାଇଛି। ଏଥିରେ ସାମିଲ ରହିଛି ମନୋନିତ ରିହାତି ହାସଲକାରୀଙ୍କ ଦ୍ୱାରା ନୂତନ ପଶ୍ଚିମ ଜେଟିର ବିଓଟି ଆଧାରରେ ବିକାଶ ଏବଂ ପ୍ରମୁଖ ଖନନ। ଏଥିପାଇଁ ଯଥାକ୍ରମେ ୨,୦୪୦ କୋଟି ଏବଂ ୩୫୨.୧୩ କୋଟି ଟଙ୍କା ଖର୍ଚ୍ଚ ହେବ। ସାଧାରଣ ସହାୟକ ପ୍ରକଳ୍ପ ଭିତ୍ତିଭୂମି ଯୋଗାଇ…

