ଭୁବନେଶ୍ବର: ରାଜ୍ୟରେ ଆଜି ୩୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୩୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୩୦୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୪ହଜାର ୭୭୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ହଜାର ୬୦୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୬୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୮ ଟି ଜିଲ୍ଲାରୁ ମୋଟ୍ ୩୦୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାରୁ ୨୮ଜଣ ଲେଖାଏଁ ଚିହ୍ନଟ…
Author: Samikhsya Bureau
ଝାରଖଣ୍ଡ : ଆମେ ପରିବା ଓ ଫଳ ଖାଇବା ଦ୍ବାରା ଶରୀରକୁ ଶକ୍ତି ମିଳିଥାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ପରିବା ଓ ଫଳରୁ ଇଲେକ୍ଟ୍ରିକ୍ ଶକ୍ତି ପାଇପାରିବେ କିମ୍ବା ବିଦ୍ୟୁତ୍ ବଲବ୍ ଜଳାଇପାରିବେ । ଝାରଖଣ୍ଡ ଚକ୍ରଧରପୁରରେ ରହୁଥିବା ଜଣେ ଯୁବକ ଏଭଳି ଏକ ଆଶ୍ଚର୍ଯ୍ୟଜନକ କାମ କରି ଦେଖାଇଛନ୍ତି । ଏହି ଯୁବକଙ୍କ ନାମ ହେଉଛି ରୋବିନ୍ ଶାହନୀ । ରୋବନୀ ଗାଜର, କଞ୍ଚାଲଙ୍କା, ପିଜୁଳି ଆଦି ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରିପାରୁଛନ୍ତି । ରସାୟନ ଓ ଭୌତିକ ବିଜ୍ଞାନର ମିଶ୍ରଣରେ ରୋବିନ୍ ପରିବା ଓ ଫଳରୁ ବିଜୁଳି ଉତ୍ପାଦନ କରୁଥିବାର ଦାବି କରିଛନ୍ତି । ରୋବିନ୍ଙ୍କର ଏହି କାର୍ଯ୍ୟକୁ ଦେଖିବା ପାଇଁ ଦୂର ଦୂରରୁ ଲୋକେ ଆସୁଛନ୍ତି । ରୋବିନ୍ କହିଛନ୍ତି ଯେ, ପରବା ଓ ଫଳରେ ମଧ୍ୟ ବ୍ୟାଟେରୀ ପରି ରସାୟନ ଗୁଣ ମହଜୁଦ୍ ରହିଛି ବୋଲି କହିଛନ୍ତି ରୋବିନ୍ ।…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଦାଇଁଲୋ ପଞ୍ଚାୟତର ଦାମୋଦରପୁର ପାଟଣା ଖେଳ ପଡିଆରେ ଏସ୍.ଏସ୍ ବ୍ରଦର୍ସ ଆସୋସିଏସନ ଆନୁକୂଲ୍ୟରେ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଗତ ୨୫ ତାରିଖରୁ ଆରମ୍ଭ ହୋଇଥିବା ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ୮ଗୋଟି ଦଳ ମଧ୍ୟରେ ଖେଳାଯାଇଥିଲା। ଫାଇନାଲରେ ତିର୍ତ୍ତୋଲ ମା ଶାରଳା କ୍ରିକେଟ୍ ଟିମ୍ କୁ ନାହାଙ୍ଗୁରି ଏମ୍.ବି.ସି.ସି କ୍ରିକେଟ୍ ଟିମ୍ ୭୭ରନରେ ପରାସ୍ତ କରି ଚାମ୍ପିଅନ୍ ହୋଇଥିଲା। ପ୍ରଥମେ ନାହାଙ୍ଗୁରି ଏମ୍.ବି, ସି.ସି ଟିମ୍ ଟଚ୍ ଜିତି ୧୫ ଓଭର ଖେଳି ୬ଟି ୱିକେଟ୍ ହରାଇ ୧୬୨ ରନ୍ ସଂଗ୍ରହ କରିଥିଲା। ସେହିପରି ତିର୍ତ୍ତୋଲ ମା’ ଶାରଳା କ୍ରିକେଟ୍ ଟିମ୍ ୧୫ ଓଭର୍ ଖେଳ ମଧ୍ୟରେ ୯ୱିକେଟ ହରାଇ ୮୫ ରନ୍ ସଂଗ୍ରହ କରିଥିଲା। ଉଦଯାପନୀ ଉତ୍ସବରେ ଅତିଥି ମାନଙ୍କ ମଧ୍ୟରେ ତିର୍ତ୍ତୋଲ ୨ନଂ ଜୋନ୍ ର ଜିଲ୍ଲା ପରିଷଦ ସଭ୍ୟ ପ୍ରବୀର କୁମାର ରାୟ, ୧ନଂ ଜୋନ୍ ର ଜିଲ୍ଲା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଆସନ୍ତା ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି। ଭକ୍ତମାନେ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଉପରେ ଅଧିକ ସତର୍କତା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ରହିଥିବା ଅନ୍ୟ ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ସ୍ଥାନୀୟ ତହସିଲ୍ଦାର, ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରି ଖୋଲାଯିବ। ମନ୍ଦିର ଗର୍ଭଗୃହ ଗୁଡ଼ିକରେ ବାୟୁ ଚଳାଚଳ ହୋଇନଥାଏ ତେଣୁ ଜନଗହଳି ହେଲେ ସଂକ୍ରମଣ ଆଶା ରହିବ। ଏଣୁ ପୂଜକ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ମା’…
ଢେଙ୍କାନାଳ : ଢେଙ୍କାନାଳ ଜେଲ୍ର ବିଚାରାଧୀନ କଏଦୀର ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା ମୁଖ୍ୟ କାରାଗାରରେ ବିଚାରଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ମୃତ କଏଦୀ ଜଣକ ହେଉଛନ୍ତି ବ୍ରହ୍ମା ଦେହୁରୀ । କାଲି ଅସୁସ୍ଥ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଆଜି ତାଙ୍କର ମୃତ୍ୟୁ ହୋଇଛି । ହତ୍ୟା ମାମଲାରେ 2013ରୁ ଜିଲ୍ଲା କାରାଗାରରେ ଥିଲେ ବ୍ରହ୍ମାନନ୍ଦ । ତେବେ କଏଦୀ ଜଣକର କେଉଁ କାରଣରୁ ମୃତ୍ୟୁ ହୋଇଛି ତାହାର କାରଣ ଅସ୍ପଷ୍ଟ ରହିଛି ।
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୦ ହଜାର ୫୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୮୬ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧କୋଟି ୨ଲକ୍ଷ ୪୪ହଜାର ୮୫୩ କୁ ବୃଦ୍ଧି ପାଇଛି। ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୪୮ହଜାର ୪୩୯କୁ ବୃଦ୍ଧି ପାଇଛି। ଦେଶରେ ମୃତ୍ୟୁହାର ରହିଛି ୧.୪୪%। ଦେଶରେ କରୋନା ସୁସ୍ଥ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ୯୮ଲକ୍ଷ ୩୪ ହଜାର ୧୪୧ ସଂକ୍ରମିତ ରହିଥିବାବେଳେ ଗତ ୨୪ଘଣ୍ଟାରେ ସାରା ଦେଶରୁ ୨୬ ହଜାର ୫୭୨ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏବେ ଦେଶରେ ୨ଲକ୍ଷ ୬୨ହଜାର ୨୭୨ଟି ଆକ୍ଟିଭ୍ କେସ୍ ରହିଛି।
ନୂଆଦିଲ୍ଲୀ: ବ୍ରିଟେନରେ ଦେଖାଦେଇଥିବା କରୋନାର ନୂତନ ଷ୍ଟ୍ରେନ ଭାରତରେ ଚିନ୍ତା ବଢାଇଲାଣି। ବିଗତ ଦୁଇ ଦିନ ମଧ୍ୟରେ ଭାରତରୁ ନୂତନ ଷ୍ଟ୍ରେନର ୨୦ ଆକ୍ରାନ୍ତ ଚିହ୍ନଟ ହେବା ଚିନ୍ତା ବଢାଇଛି। ଦେଶର ମେଟ୍ରୋ ପଲିଟାନ ସହର ମାନଙ୍କରେ ଏହି ଭାଇରସର ଅଧିକ ସଂକ୍ରମଣ ଦେଖିବାକୁ ମିଳିଛି। ମଙ୍ଗଳବାର ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବୁଧବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଆଉ ୧୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୟୁକେ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ନୂତନ ଷ୍ଟ୍ରେନ ଆକ୍ରାନ୍ତ ଭାରତରୁ ଚିହ୍ନଟ ହେଉଥିବା ବେଳେ ଏହା ଏବେ ଚିନ୍ତା ବଢାଇଛି। ଉତ୍ତରପ୍ରଦେଶର ମେରଠଠାରେ ଏକ ଦୁଇ ବର୍ଷର ଶିଶୁଠାରେ କରୋନାର ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳିଛି। ବ୍ରିଟେନ୍ରୁ ଫେରିଥିବା ଏହି ପରିବାର ଲୋକେ ମଧ୍ୟ କରୋନାରେ ସଂକ୍ରମିତ। ବ୍ରିଟେନ୍ରୁ ଫେରିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇ ବର୍ଷର ଶିଶୁଠାରେ କରୋନାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତକିଛି ଦିନ ହେଲା ବ୍ରହ୍ମପୁର ଭିଜିଲାନସ ବିଭାଗ ସଂପୂର୍ଣ୍ଣ ଏକ୍ସନ ମୋଡ଼୍ରେ ଅଛି। ଗତକିଛି ଦିନ ମଧ୍ୟରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚାରିଚାରି ଜଣଙ୍କ ଘରେ ଭିଜିଲାନସ ଚଢ଼ାଉ ହେବା ଏହାକୁ ସ୍ପଷ୍ଟ ପ୍ରମାଣିତ କରୁଛି। ଆଜି ମଧ୍ୟ ସେସ୍ପାଲ୍ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ଚିକିଟି କଲେଜରେ କାର୍ଯ୍ୟରତ ଲାବ୍ରୋଟରୀ ସହାୟକ କୈଳାସ ଚନ୍ଦ୍ର ମହାନ୍ତିଙ୍କ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ସକାଳୁ ସକାଳୁ ଚଢ଼ାଉ ହୋଇଥିଲା। ଅଧିକାରୀମାନେ ଏକକାଳୀନ ବ୍ରହ୍ମପୁର ଶ୍ରୀଟାୱାର ଷଷ୍ଠ ଫ୍ଲୋର୍ରେ ଥିବା ଫ୍ଲାଟ୍, ଗାନ୍ଧିନଗର ପଞ୍ଚମଗଳି ସ୍ପେକ୍ଟ୍ରମ କଲେଶନୀ ସରୋବର ଆପାର୍ଟମେଣ୍ଟରେ ଥିବା ଫ୍ଲାଟ୍, ଭୁବନେଶ୍ୱର ବିଜେପି ନଗର ପ୍ରନଥ ଏନ୍କ୍ଲେଭ୍ରେ ଥିବା ଫ୍ଲାଟ୍, ଚିକିଟି ଗଡ଼ରେ ଥିବା ପୈତୃକ ଘର, ଚିକିଟି ଗଡ଼ରେ ଥିବା ଶ୍ୱଶୁର ଘର, ଚିକିଟି କଲେଜର ଅଫିସ୍ ଚାମ୍ବରରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ପ୍ରାୟ ଏକକୋଟିର…
ଭୁବନେଶ୍ୱର: ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କର ଗତକାଲି ରାତି ୧୨.୪୫ ମିନିଟରେ ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିଲା। କିଛିଦିନ ଧରି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନ ଥିବାରୁ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଶାନ୍ତନୁ ମହାପାତ୍ର ୧୯୩୬ ମସିହା ନଭେମ୍ବର ମାସରେ ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ଜନ୍ମ ଗ୍ରହଣ କରିଥିଲେ। ସେ୧୯୫୭ରେ ଖଡ଼ଗପୁରସ୍ଥିତ ଆଇଆଇଟିରୁ ‘ଆପ୍ଲାଏଡ୍ ଜିଓଲୋଜି ଆଣ୍ଡ୍ ଜିଓଫିଜିକ୍ସ୍’ରେ ସ୍ନାତକ ହାସଲ କରିଥିଲେ। ସେ ଓଡ଼ିଶା ରାଜ୍ୟ ସରକାରଙ୍କ ‘ଡାଇରେକ୍ଟୋରେଟ୍ ଅଫ୍ ମାଇନିଙ୍ଗ୍ ଆଣ୍ଡ୍ ଜିଓଲୋଜି’ରେ ଯୋଗ ଦେଇ ପରବର୍ତ୍ତି ସମୟରେ ଏହାର ନିର୍ଦେଶକ ଭାବେ ଅବସର ଗ୍ରହଣ କରିଥିଲେ।
ହାଇଦ୍ରାବାଦ/ଭୁବନେଶ୍ୱର, ହାଇଦ୍ରାବାଦ୍ ଠାରେ ଯୌଥ ଉଦ୍ୟୋଗ ବିଜିଜିଟିଏସ ଦ୍ୱାରା ପ୍ରତିଷ୍ଠିତ ଇଣ୍ଡିଆନ ଅଏଲର ରିମୋଟ ମନିଟରିଂ ଏବଂ ଅପରେସନ ସେଂଟରକୁ ମଙ୍ଗଳବାର ଉଦଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୂତନ ଜ୍ଞାନକୌଶଳ ମାଧ୍ୟମରେ ତିଆରି କରାଯାଇଥିବା ଏହି ଅତ୍ୟାଧୁନିକ ୨୪ ଘଂଟିଆ ରିମୋଟ୍ ମନିଟରିଂ ସମଗ୍ର ଭାରତରେ ଆଇଓସିଏଲ ଦ୍ୱାରା ପରିଚାଳିତ ସମସ୍ତ ୮ଟି ରିଫାଇନାରୀ କାର୍ଯ୍ୟର ଟ୍ରାକିଂ କରିବ ବୋଲି ପ୍ରଧାନ କହିଛନ୍ତି । ନୂଆ ମାପଦଣ୍ଡର ରୂପରେଖ ଅନୁସାରେ ସତର୍କ ଏବଂ ଏବଂ ପରାମର୍ଶଦାତା ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ୯ କୋଟି ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହି ରିମୋଟ ମନିଟରିଂ ଏବଂ ଅପରେସନ ସେଂଟର ନିର୍ମିତ । ଏହି ରିମୋଟ୍ ନିୟବିତ କାର୍ଯ୍ୟ ଗୁଡ଼ିକ ଦ୍ୱାରା ଦେଶରେ ଇଣ୍ଡିଆନ ଅଏଲର ୮ଟି ରିଫାଇନାରୀ ତଥା ଦିଗବୋଇ, ବୋଙ୍ଗାଇଗାଁ, ପାରାଦୀପ, ପାନିପଥ, ଗୁଜୁରାଟ, ମଥୁରା, ବାରାଉଣି ଏବଂ ହଳଦିଆରେ ଥିବା ବିଶୋଧନାଗାରର କାର୍ଯ୍ୟକ୍ଷମ ନିର୍ଭରଶୀଳତା,…
ମେଷ- ଆଜିଠାରୁ ଆପଣ ଅଫିସ୍ ଏବଂ ଘରେ ଅଧିକ ଦାୟିତ୍ବ ପାଇପାରିବେ। ଆପଣ ସାମର୍ଥ୍ୟ ଅନୁଯାୟୀ ଏହି କାର୍ୟ୍ୟଗୁଡ଼ିକୁ ସଂପୂର୍ଣ୍ଣ କରନ୍ତୁ। ସମୟ ସହିତ ତୁମର କ୍ୟାରିୟର ସୁଯୋଗ ବୃଦ୍ଧି ପାଇପାରେ ଜ୍ଝ ଆଜି ଆପଣ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଆଜି ଆପଣ ଅଳସୁଆ ହେବେ। କାର୍ୟ୍ୟ ସମୟରେ ଆପଣ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆଜି ପୂର୍ବ ପ୍ରସ୍ତୁତ ଯୋଜନାଗୁଡିକ ସଫଳ ହେବ। ବୃଷ- ଆଜି ଆପଣ ଋଣ ରାଶି ଫେରସ୍ତ କରିବେ ବୋଲି ଆଶା କରାଯାଉଛି। ଆଜି ଆପଣ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବେ ଯାହାଙ୍କ ସହିତ ଆପଣ ପୂର୍ବରୁ ପରିଚିତ। ଘରେ ଏକ ମନୋରମ ପରିବେଶ ରହିବ। ମାନସିକ ଶାନ୍ତି ରହିବ। ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ। ଯୁବକମାନେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ପାଇବେ। ମିଥୁନ- ଆଜି କୈଣସି କାର୍ଯ୍ୟ ନ ହେବା ପାଇଁ ଆପଣ ଚିନ୍ତିତ ହେବେ। ଆପଣ ଶାନ୍ତ ହେବା ଆବଶ୍ୟକ।…
ନୂଆଦିଲ୍ଲୀ: ବିଶ୍ବ ମହମାରୀ କୋଭିଡ୍ କାରଣରୁ ୨୦୨୦ ବର୍ଷଟି ଆମ ସମସ୍ତଙ୍କୁ ପାଇଁ ସବୁଠୁ ଖରାପ ବର୍ଷ ଭାବେ କଟିଛି। ଅନେକ ଧନଜୀବନ ହାନି କରିଛି ଏହି ବର୍ଷ। ଲୋକେ ଚାକିରି ନ ପାଇ ରାସ୍ତା ଉପରକୁ ଆସିଛନ୍ତି। କରୋନା କାଳରେ ଦଶନ୍ଧିବର ସବୁଠୁ ଭୟର ବାତାବରଣ ଦେଖିଛି ଏ ପୃଥିବୀ। ଆଉ ଦୁଇ ଦିନ ପରେ ୨୦୨୦ ବର୍ଷ ବିଦାୟ ନେବ। ନୂଆବର୍ଷ ଆସିବ। ଆସନ୍ତା ବର୍ଷଟି ସାରା ପୃଥିବୀ ପାଇଁ ଆଶା ଓ ସମ୍ଭାବନାର ବର୍ଷ ହେଉ। ସମସ୍ତଙ୍କ ଜୀବନର ସୁଖର ଆନନ୍ଦ ଭରି ଦେଉ। ତେବେ ନୂଆବର୍ଷଟି ଆପଣଙ୍କ ପାଇଁ ବେଶ୍ ଶୁଭମୟ ହୋଇପାରିବ। ଆପଣ ଯଦି କିଛି ଉପାୟ ଅବଲମ୍ବନ କରିବେ। ତେବେ ଆସନ୍ତୁ ଜାଣିବା ନୂଆବର୍ଷର କେଉଁ କେଉଁ ଜିନିଷ ଘରକୁ ଆଣିବା ଦ୍ବାରା ବର୍ଷ ସାରା ଘରେ ସୁଖ ଓ ସମୃଦ୍ଧି ଭରି ରହିବ। ନୂତନ ବର୍ଷ ପ୍ରାରମ୍ଭରେ ନିଜ ଘରର ଉତ୍ତର ଦିଗରେ…
ଭୁବନେଶ୍ୱର, ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉନ୍ନତି ପାଇଁ ୬୦୦ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରାଯିବ। କେନ୍ଦ୍ରୀୟ ଚିଡ଼ିଆଖାନା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଇଛି । ଆସନ୍ତା ୨୦ ବର୍ଷ ମଧ୍ୟରେ ଏହି ଅର୍ଥରାଶି ବିନିଯୋଗ ହୋଇ ନନ୍ଦନକାନନକୁ ବିଶ୍ୱସ୍ତରୀୟ ଚିଡ଼ିଆଖାନାରେ ପରିଣତ କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଆଜି ପୂର୍ବାହ୍ନରେ ନନ୍ଦନକାନନ ପରିସରରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ୬୧ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଆରୁଖ କହିଲେ ଯେ ଆଜିକୁ ଠିକ୍ ୬୦ ବର୍ଷ ତଳେ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ନନ୍ଦନକାନନ ପ୍ରତିଷ୍ଠା ହୋଇଥିଲା । ନନ୍ଦନକାନନର ଶୁଭାରମ୍ଭ ୩.୬୨ ବର୍ଗ କିଲୋମିଟର ଅଞ୍ଚଳରେ ହୋଇଥିଲାବେଳେ ଆଜି ଏହାର ପରିସର ୧୦୪୩.୩୨ ହେକ୍ଟରକୁ ବୃଦ୍ଧି ପାଇଛି । ୧୧ଟି ପ୍ରାଣୀଙ୍କୁ ନେଇ ଆରମ୍ଭ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୫୨, ଝାରସୁଗୁଡାରୁ ୩୬, ଖୋର୍ଦ୍ଧାରୁ ୩୫, ଅନୁଗୁଳରୁ ୩୨, କଟକରୁ ୨୬, ନୂଆପଡ଼ାରୁ ୨୫, ପୁରୀରୁ ୨୪, ମୟୂରଭଞ୍ଜରୁ ୨୧, ସମ୍ବଲପୁରରୁ ୧୮, ବଲାଙ୍ଗିରିରୁ ୧୫, ବାଲେଶ୍ବରରୁ ୧୪, ଯାଜପୁରରୁ ୧୨, କେନ୍ଦ୍ରାପଡାରୁ ୧୩, ବରଗଡରୁ ୧୦, କେନ୍ଦୁଝରରୁ ୧୦, କଳାହାଣ୍ଡିରୁ ୭, ଜଗତସିଂହପୁରରୁ ୬, ନବରଙ୍ଗପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କୋରାପୁଟରୁ ୨, ମାଲକାନାଗିରିରୁ ୨, ନୟାଗଡରୁ ୧, ରାୟଗଡାରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୪ ହଜାର ୭୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…
ସୀତାରାମ ଅଗ୍ରୱାଲ ଚିଲିକା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ହଡପ ଓ ଚଞ୍ଚକତା କରି କେନ୍ଦ୍ର ସରକାରଙ୍କ ନାମକୁ ଲୁଚାଇ ବିଜୁ ପକ୍କା ଘର ଯୋଜନା ନାମରେ ଷ୍ଟିକର ଲଗାଇ ଜନସାଧାରଣଙ୍କୁ ବିଭ୍ରାଟ କରୁଥିବା ପ୍ରତିବାଦରେ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏତଲା ଦେଇଛି ଚିଲିକା ବିଜେପି। ଏହି ପ୍ରରିପ୍ରେକ୍ଷୀରେ ଆଜି ଚିଲିକା ବିଜେପି ବିଧାୟକ ପ୍ରାର୍ଥୀ ତଥା ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଚିଲିକା ନିର୍ବାଚନ ମଣ୍ଡଳୀର ଦୁଇଟି ବ୍ଲକରେ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଚିଠିକୁ ଚିରାଯାଇଛି। ରାଜ୍ୟ ସରକାର ଏହି କେନ୍ଦ୍ରୀୟ ଯୋଜନାକୁ ହଡପ କରିବା ପାଇଁ ରୀତିମତ ଯୋଜନା କରୁଥିବା ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଛି। ଏହା ସହିତ ବାଣପୁର ଥାନାରେ ମୁଖ୍ୟମନ୍ତ୍ରୀଙ୍କ ବିରୁଦ୍ଧରେ ଆଇପିସି ୪୨୦ ଦଫା ଅନୁଯାୟୀ ମୁକଦମା ରୁଜ୍ଜୁ କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପ୍ରସ୍ତୁତ ଘରେ ଲାଗୁଥିବା ଫଳକରେ ଖୁବ୍ ଛୋଟ ଅକ୍ଷରରେ ପ୍ର.ଆ.ଯୋ ଲେଖିଥିଲା ବେଳେ ଚଞ୍ଚକତା କରି…
କନ୍ଦର୍ପ ବେହେରା ରେଢାଖୋଲ: ତିନିଦିନ ତଳେ ନିଖୋଜ ଥିବା ରେଢାଖୋଲର ଅଣ୍ଡା ଦୋକାନୀର ମୃତଦେହକୁ ଆଜି ସକାଳୁ ରେଢାଖୋଲ ପୋଲିସ୍ ଡଳଖମଣରୁ ଉଦ୍ଧାର କରିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲର ଖଗେଶ୍ୱର ସେଠୀ(୫୦) ରେଢାଖୋଲ କଲେଜ ଛକରେ ଅଣ୍ଡା ଦୋକାନ ଦେଇ ନିଜର ଗୁଜୁରାଣ ମେଂଟାଉଥିଲେ। ତିନିଦିନ ତଳେ ସେ ନିଖୋଜ ଥିବା ପୋଲିସ୍ କହିଛି। ଏପରିକି ସେ ମାରକି ରୋଗରେ ଆକ୍ରାନ୍ତ ଥିଲେ। ଯାହା ଜଣା ପଡୁଛି ସେ ମାରକି ରୋଗରେ ମୃତୁବରଣ କରିଥାଇ ପାରନ୍ତି। ସେ ଅବିବାହିତ ଥିଲେ ବୋଲି ଜଣା ପଡିଛି। ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ରେଢାଖୋଲ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।
ନୂଆଦିଲ୍ଲୀ: କରୋନାର ନୂତନ ଷ୍ଟ୍ରେନ୍ ଆସିବା ହେତୁ ବ୍ରିଟେନକୁ ବିମାନ ଚଳାଚଳ ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଆଗକୁ ବଢିପାରେ। ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ସୂଚନା ଦେଇଛି। କରୋନାର ଏକ ନୂତନ ଷ୍ଟ୍ରେନ୍ ଉତ୍ପନ୍ନ ଯୋଗୁଁ ବ୍ରିଟେନକୁ ବିମାନ ଉଡ଼ାଣ ଧାର୍ଯ୍ୟ ଦିନଠାରୁ ଆଉ ଅଧିକ ଦିନ ପ୍ରତିବନ୍ଧକ ଲାଗିବା ନେଇ ସଂକେତ ଦେଇଛନ୍ତି କେନ୍ଦ୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ବ୍ରିଟେନରେ ନୂଆ କରୋନା ଷ୍ଟ୍ରେନ୍ ଯୋଗୁ ଭାରତ ସମେତ 50 ଟି ଦେଶ ଗତ ସପ୍ତାହରେ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଭାରତ ମଧ୍ୟ 31 ଡିସେମ୍ବର ପର୍ଯ୍ୟନ୍ତ ବ୍ରିଟେନ୍ରୁ ଭାରତ ଆସୁଥିବା ସମସ୍ତ ବିମାନ ଉପରେ ପ୍ରତିବନ୍ଧକ ଜାରି କରିଛି ।
ଯୋଧପୁର : ପଶ୍ଚିମ ରାଜସ୍ଥାନରେ ଅବସ୍ଥିତ ଯୋଧପୁର ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଦୁଷ୍କର୍ମର ଶିକାର ହୋଇଥିବା 11 ବର୍ଷୀୟା ବାଳିକା ଏକପୁତ୍ର ସନ୍ତାନକୁ ଜନ୍ମଦେଇଛି । ଲୋକଲଜ୍ୟାକୁ ଭୟ କରି ଏହି ଘଟଣାକୁ ଚପାଇ ରଖିଥିବା ପରିବାର ଏବେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଦୁଷ୍କର୍ମର ଶିକାର ହୋଇଥିବା ବାଳିକା ଜଣକ ମାତ୍ର 11ବର୍ଷର ଓ ସେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି । ପ୍ରାୟ 9 ମାସ ପୂର୍ବେ ନାବାଳିକାକୁ ପଡୋଶୀର ଜଣେ ମୋବାଇଲ୍ ଦେଖାଇବା ବାହାନାରେ ତାକୁ ଘରକୁ ନେଇଯାଇଥିଲେ । ସେଠାରେ ସେ ନାବାଳିକା ସହ ଦୁଷ୍କର୍ମ କରିଥିଲା । ନାବାଳିକା ଜଣଙ୍କ ଭୟରେ ପରିବାର ଲୋକଙ୍କୁ ଏନେଇ କିଛି କହି ନ ଥିଲେ। ପରେ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସେ ଗର୍ଭବତୀ ଥିବା ଜଣାପଡିଥିଲା। ପରିବାର ଲୋକଙ୍କ…
ଭୁବନେଶ୍ୱର: ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇଛନ୍ତି ସାସଂଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ । ଉଭୟଙ୍କୁ ସାମ୍ନାସାମ୍ନି ବସାଇ ଆଲୋଚନା କରିଛନ୍ତି ମହିଳା କମିଶନ। ବର୍ଷା ଆଣିଥିବା ଅଭିଯୋଗ ନେଇ ଆଲୋଚନା କରାଯାଉଛି । ପୂର୍ବରୁ ଅନୁଭବଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ ମହିଳା କମିଶନ । ପାରିବାରିକ ବିବାଦ ନେଇ ମହିଳା କମିଶନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ।
ଭରୁଚ: ଗୁଜରାଟରେ ବିଜେପିକୁ ବଡ଼ ଝଟକା ଲାଗିଛି। ଦଳର ବରିଷ୍ଠ ନେତା ତଥା ଲୋକସଭା ସାଂସ ମନସୁଖ ବସାୱା ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଖୁବଶୀଘ୍ର ସେ ସଂସଦର ସଦସ୍ୟ ପଦରୁ ବି ଇସ୍ତଫା ଦେବାକୁ ଯାଉଛନ୍ତି ବୋଲି କହିଛନ୍ତି। ମନସୁଖ ଜଣେ ଆଦିବାସୀ ନେତା ଭାବେ ବେଶ୍ ଲୋକପ୍ରିୟ । ନିକଟରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ନର୍ମଦାର 121ଟି ଗାଁକୁ ଇକୋ ସେନସିଟିଭ ଜୋନ୍ ଭାବେ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ତେବେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବାକୁ ଦାବି କରି ସାଂସଦ ମନସୁଖ ବସାୱା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ। ଭରୁଚରୁ ଛ’ ଥର ସାଂସଦ ରହିଥିବା ମନସୁଖ ଗୁଜୁରାଟର ବିଜେପି ଅଧ୍ୟକ୍ଷ ଆରସି ପାଟିଲ୍ ପତ୍ର ଲେଖିଛନ୍ତି । ଏହି ପତ୍ରରେ ନିଜ ଇସ୍ତଫା ସମ୍ପର୍କରେ ଉଲ୍ଲେଖ କରିବା ସହିତ ତାଙ୍କ ଭୁଲ୍ କାରଣରୁ ଦଳର ଛବି ଖରାପ ନ ହେଉ ବୋଲି…
ପାଟନା: ରାଜନୀତି ହେଉଛି ସତରଞ୍ଜ ଖେଳ ପରି। ଏଠି କୋଉ ମୁହୂର୍ତ୍ତରେ ସରକାର ଗଡିଯିବ କେହି କହିପାରିବେ ନାହିଁ। ରାଜନୀତିର କୂଟ ଚାଲ୍ ଆଗରେ ଜନାଦେଶ ବି ଫେଲ୍ ମାରିଯାଏ। ମହାରାଷ୍ଟ୍ରର ରାଜନୀତି ହେଉ କି ମଧ୍ୟପ୍ରଦେଶ କିମ୍ବା କର୍ଣ୍ଣାଟକ, ସବୁଠି ରାଜନୀତିର କୂଟ ଚାଲ୍ ଆଗରେ ସବୁ ପ୍ରଯତ୍ନ ବିଫଳ ପ୍ରମାଣିତ ହୋଇଛି। ବିହାର ରାଜନୀତିରେ ମଧ୍ୟ ଏବେ ହଲ୍ଚଲ ଆରମ୍ଭ ହେଲାଣି। ନିକଟରେ ବିହାର ବିଧାନସଭାରେ ବାଜିମାତ୍ ମାରିଥିବା ବିଜେପି ଓ ଜେଡିୟୁ ମେଣ୍ଟ ଗଠନ କରି ଶାସନ ଚଳାଇଛନ୍ତି। କିନ୍ତୁ ଏନଡିଏ୍ରେ ଫାଟ ସୃଷ୍ଟି ହେବା କାରଣରୁ ଏବେ ଏହାର ଫାଇଦା ନେବାକୁ ଆରେଜଡି ପ୍ରାଣପ୍ରଣେ ଚେଷ୍ଟା ଚଳାଇଛି। ନିକଟରେ ଜେଡିୟୁରୁ ୬ ଜଣ ବିଧାୟକ ବିଜେପିରେ ମିଶିବା ପରେ ଜେଡିୟୁ ଓ ବିଜେପି ମଧ୍ୟରେ ଥିବା ସମ୍ପର୍କରେ ଟିକେ ଅଡୁଆ ଦେଖାଦେଇଛି। ଠିକ୍ ଏହି ଅଡୁଆ ସୂତାରୁ ନିଜ ପାଇ ଖିଅ ଯୋଗାଡୁଛି ଆର୍ଜେଡି। ବିହାରରେ…

