Sports Minister in amazing ‘Brahmaputra Aamantran Abhiyaan. PM has given top priority for water conservation and made an appeal to respect the rivers which are our source of civilization and life! says sports minister
Author: Samikhsya Bureau
ନୂଆଦିଲ୍ଲୀ : 95 ବର୍ଷୀୟ ମହିଳା ଜିମ୍ନାଷ୍ଟ ଜୋହାନ୍ କ୍ବାସଙ୍କ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ମହିଳା ଜିମ୍ନାଷ୍ଟଙ୍କ ଷ୍ଟେପ୍ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଛନ୍ତି । 95 ବର୍ଷ ବୟସରେ ମହିଳା ଜଣକ ଏତେ ଫିଟ୍ ରହିଛନ୍ତି ଯେ, ଯେ ତାଙ୍କର ଏହି ଭିଡିଓ ଦେଖିବ ସେ ଆଶ୍ଚର୍ଯ୍ୟ ହୋଇଯିବ । 95 ବର୍ଷୀୟ ଜୋହାନା ଜର୍ମାନ୍ ଜିମ୍ନାଷ୍ଟ । ସେପ୍ଟେମ୍ବର 2012ରେ ଗିନିଜ୍ ଅଫ୍ ଓ୍ବାଲର୍ଡ ରେକର୍ଡସ୍ ମଧ୍ୟ ଜିତିଛନ୍ତି ମହିଳାଜଣକ । ଜୋହାନାଙ୍କ ଏହି ଭିଡିଓକୁ ଆମେରିକାର ବାସ୍କେଟବଲ୍ ଖେଳାଳୀ ଟୁଇଟ୍ କରି ଲେଖିଛନ୍ତି ଯେ, ଜୋହାନାଙ୍କ ପାଇଁ ବୟସ ହେଉଛି ଏକ ନମ୍ବର । ଏତେ ବୟସର ହୋଇଥିଲେ ବି ଜୋହାନା ଏବେ ବି ପୂରା ଫିଟ୍ ଅଛନ୍ତି । ଏହି ଭିଡିଓଟି ବେଶ୍ ଭାଇରାଲ୍ ହୋଇଛି । ଏହା ବେଶ୍ ପ୍ରେରଣାଦାୟକ ବୋଲି ଲୋକେ କମେଣ୍ଟ ଦେଉଛନ୍ତି । ତେବେ…
ରାଉରକେଲା : ରାଉରକେଲାରେ ସବୁଠୁ ବଡ ହକି ଷ୍ଟାଡିୟମ୍ ହେବ । ଦେଶର ସବୁଠୁ ବଡ ହକି ଷ୍ଟାଡିୟମ୍ ନିର୍ମାଣ ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶ୍ବସ୍ତରୀୟହକି ଷ୍ଟାଡିୟମ୍ ନିର୍ମାଣ ହେବ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ବାର୍ତ୍ତା ଜରିଆରେ ଘୋଷଣା କରିଛନ୍ତି । ବିପିୟୁଟି କ୍ୟାମ୍ପସ୍ରେ ହେବ ହକି ଷ୍ଟାଡିୟମ୍। ରାଉରକେଲାରେ ନୂତନ ଇଣ୍ଟରନ୍ୟାସନାଲ୍ ହକି ଷ୍ଟାଡିୟମ୍ 20,000 ହଜାରରୁ ଅଧିକ ଲୋକେ ବସି ମ୍ୟାଚ୍ ଦେଖିପାରିବେ । ଏଥିରେ ଅନେକ ଆଧୁନିକ ବ୍ୟବସ୍ଥା ରହିବ । ସୁନ୍ଦରଗଡ ହେଉଛି ହକିର ଗଡ । ଏଠାରୁ ଦିଲ୍ଲୀପ ତିର୍କି ଓ ସୁନୀତା ଲାକ୍ରାଙ୍କ ବିଶ୍ବବିଖ୍ୟାତ ଖେଳାଳୀ ଆସିଛନ୍ତି। 2023ରେ ପୁରୁଷ ବିଶ୍ବ ହକି ପ୍ରତିଯୋଗିତା କରିବ ଓଡ଼ିଶା । ଏହି ହକି ବିଶ୍ୱ କପ୍ ରାଜ୍ୟର ଦୁଇଟି ଜାଗା ଭୁବନେଶ୍ୱର ଏବଂ ରାଉରକେଲାରେ ଆୟୋଜିତ ହେବ । ଏହି ଅବସରରେ ସାରା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ସ୍ଥାବର ଓ ଅସ୍ଥାବର ସଂପତ୍ତି ସମୁଦାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଠାବ କରାଯାଇଥିଲା। ମୋଟ ସଂପର୍ତ୍ତି ଆୟ-ବ୍ୟୟକୁ ବାଦ୍ ଦେଲେ ଅଧିକା ୨୯୫ ପ୍ରତିଶତ ଆୟ କରିଥିବାରୁ ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ତାଙ୍କୁ କୋର୍ଟଚାଲଣ କରାଯାଇଥିଲା। ଜାମିନ ଅଭାବରୁ ଜେଲ୍ ହାଜତକୁ ଯାଇଛନ୍ତି କୋଟିପତି ଅଙ୍ଗନୱାଡ଼ି କର୍ମୀ। ଭିଜିଲାନସ ଏସ୍ପିଙ୍କ ସୂଚନା ପ୍ରକାରେ ଗତ ୨୭.୧୧.୧୯୯୦ରୁ ୨୨.୧୨.୨୦୨୦ ମଧ୍ୟରେ ସେ ବିଭିନ୍ନ ଆୟ ବାବଦରେ ୭୪ଲକ୍ଷ ୬୩ ହଜାର ୧୯୫ ଟଙ୍କା ଆୟ କରିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କର ୬୨ ଲକ୍ଷ ୭୯ହଜାର ୮୬୪ ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଛି । କିନ୍ତୁ ତାଙ୍କର ସଂପତ୍ତିର…
ଭୁବନେଶ୍ବର: ରାଜ୍ୟରେ ଆଜି ୨୬୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧ ଜଣ ଚିହ୍ନଟ ହୋଇଥିବାବେଳେ ୧୧୨ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୭ହଜାର ୫୪୨କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୨ ହଜାର ୬୪୮ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୬ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୪୩ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ମୋଟ୍ ୨୬୩ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ଜିଲ୍ଲାରୁ ସର୍ବାଧିକ ୪୫ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ…
କେରଳ : କେରଳରେ ଗତ 24 ଘଣ୍ଟା ମଧ୍ୟରେ 6ହଜାର 1698ଜଣ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 7 ଲକ୍ଷ 21 ହଜାର 510ରେ ପହଞ୍ଚିଛି । ସେହିପରି 22ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା 2 ହଜାର 892ରେ ପହଞ୍ଚିଛି । ସ୍ବାସ୍ଥ୍ୟମନ୍ତ୍ରୀ କେ. ଶୈଳଜା ରାଜ୍ୟରେ ଅଚାନକ କରୋନା ମାମଲା ବୃଦ୍ଧିକୁ ନେଇ କରୋନାର ନୂଆ ଷ୍ଟ୍ରେନ୍କୁ ନେଇ ଆଶଙ୍କା କରିଛନ୍ତି । କେ. ଶୈଲଜା କହିଛନ୍ତି ଯେ, ନୂଆ ଷ୍ଟ୍ରେନ୍କୁ ନେଇ ଆଶଙ୍କା ରହିଥିବାବେଳେ ୟୁରୋପ, ଇଟାଲୀ, ୟୁକେରୁ ଆସୁଥିବା ଯାତ୍ରୀଙ୍କୁ କେରଳ ଏୟାରପୋର୍ଟରେ ଟେଷ୍ଟ କରାଯାଉଛି । ସମସ୍ତଙ୍କୁ ହୋମ୍ ଆଇସୋଲେସନରେ ରହିବାକୁ କୁହାଯାଇଛି । ସୂଚନାଯୋଗ୍ୟ, ରାଜ୍ୟରେ ଏବେ 62 ହଜାର 803 ସକ୍ରିୟ ଆକ୍ରାନ୍ତ ରହିଛନ୍ତି । ସଂକ୍ରମିତ ହୋଇଥିବା ମୋଟ୍ ଲୋକଙ୍କ ମଧ୍ୟରୁ 5 ହଜାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜିଆର୍ପି ଥାନା ଅନ୍ତର୍ଗତ ଲାଞ୍ଜିପଲ୍ଲି ରେଳଧାରଣା ନିକଟରେ ଜନୈକ ଜମି ବ୍ୟବସାୟୀ ଟ୍ରେନ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ଆଙ୍କୁଲି ଖଳା ସାହିର ଗୋପାଳ କୃଷ୍ଣ ପଣ୍ଡା (୫୨) ଓରଫ୍ ଟିଟୁ ପଣ୍ଡା। କିଛି ଦିନ ହେଲା ପ୍ଲଟ୍ ବ୍ୟବସାୟ କାରଣରୁ ମାନସିକ ଦୁଶ୍ଚିନ୍ତାରେ ଥିବା ଟୁଟୁ ଆଜି ସକାଳେ ରେଳଧାରଣା ନିକଟକୁ ନିଜ ବାଇକ୍ରେ ଆସି ଜଳଖିଆ ଖାଇବା ପରେ ନିକଟସ୍ଥ ଏକ ବୁଦା ମୂଳେ ଲୁଚି ରହିଥିଲେ। ସେହି ସମୟରେ ଭୁବନେଶ୍ୱର-ସିକନ୍ଦରାବାଦ୍ ଭିସାଖା ଏକ୍ସପ୍ରେସ୍ ଯିବା ବେଳେ ଟ୍ରେନ ଆଗକୁ ଡ଼େଇଁ ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଜିଆର୍ପି ଥାନା ପୋଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ତାଙ୍କର ପୁଅ-ଝିଅ ଏବଂ ସ୍ତ୍ରୀ ଥିବାବେଳେ କିଛିଦିନ ତଳେ ଘରେ ମଧ୍ୟ ପାରିବାରିକ…
ନୂଆଦିଲ୍ଲୀ : ବ୍ରିଟେନ୍ରେ କରୋନାର ନୂଆ ଷ୍ଟ୍ରେନ୍ ଜଣାପଡିବା ପରେ ସାରା ଦୁନିଆରେ ଏହାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । କିନ୍ତୁ ଭାରତରେ ଏହାକୁ ନେଇ ଦାୟିତ୍ବହୀନତା ଦେଖିବାକୁ ମିଳିଛି । କେନ୍ଦ୍ର ସରକାର ବ୍ରିଟେନ୍ ଫେରନ୍ତାଙ୍କ ପାଇଁ ଏସ୍ଓପି ଜାରି କରିବା ପରେ ବି ବ୍ରିଟେନ୍ରୁ ଫେରିଥିବା ପାଞ୍ଚଜଣ ଯାତ୍ରୀ ଚକ୍ମା ଦେଇ ଦିଲ୍ଲୀ ଏୟାରପୋର୍ଟରୁ ଗାୟବ ହୋଇଯାଇଛନ୍ତି। ଅବଶ୍ୟ ଏହି ପାଞ୍ଚଜଣଙ୍କ ମଧ୍ୟରୁ ତିନିଜଣଙ୍କୁ ଟ୍ରେସ୍ କରାଯାଇ ତାଙ୍କୁ ଦିଲ୍ଲୀସ୍ଥିତ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାବ୍ୟତୀତ ଅନ୍ୟ ଦୁଇଜଣଙ୍କ ମଧ୍ୟରୁ ଜଣେ ସଂକ୍ରମିତ ଲୁଧିଆନା ଓ ଆଉ ଜଣେ ସଂକ୍ରମିତ ଆନ୍ଧ୍ରପ୍ରଦେଶରେ ପହଞ୍ଚିଛନ୍ତି । ଦୁହିଁଙ୍କୁ ବୁଧବାର ଦିନ ଚିହ୍ନଟ କରାଯାଇ କ୍ବାରେଣ୍ଟାଇନ୍ କରାଯାଇଛି ।
ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ପାରଦ ତଳ ମୁହାଁ ହେବାରେ ଲାଗିଛି। ଯାହା ଫଳରେ ଶୀତ ପରିମାଣ ବଢିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୨ ଟି ସହର ରହିଛି। ଫୁଲବାଣୀରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ସେଲସିୟସ୍ ରହିଛି। ସେହିପରି ଅନୁଗୁଳରେ ତାପମାତ୍ରା ୬ ଡିଗ୍ରୀ ସେଲିସିଅସ ଥିବା ବେଳେ ଦାରିଙ୍ଗାବାଡ଼ିରେ ୮, ଭବାନୀପାଟଣା ୮.୨, କୋରାପୁଟ ୮.୬, ଝାରସୁଗୁଡ଼ାରେ ୮.୮ ଡିଗ୍ରୀ, ବାରିପଦାରେ ୯, ସୁନ୍ଦରଗଡ଼ରେ ୯.୫, କେନ୍ଦୁଝରରେ ୯.୯, ବଲାଙ୍ଗିରରେ ୯.୫, ସୋନପୁରରେ ୯.୮, ରାୟଗଡ଼ାରେ ୧୦, କଟକରେ ୧୨ ଓ ଭୁବନେଶ୍ୱରରେ ସର୍ବନିମ୍ନ ତାପମାତ୍ରା ୧୩.୮ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି।
ଭୁବନେଶ୍ବର: ବ୍ରିଟେନରେ କରୋନା ମହାମାରୀ ନୂଆ ରୂପ ନେବା ପରେ କେନ୍ଦ୍ର ସରକାର ଏନେଇ ଚିନ୍ତାରେ ପଡ଼ିଛି। ବିଭିନ୍ନ ପ୍ରକାର ପଦକ୍ଷେପ ସ୍ୱରୂପ ବ୍ରିଟେନରୁ ଆସୁଥିବା ସମସ୍ତ ବିମାନକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ତେବେ ଏହାକୁ ନେଇ ରାଜ୍ୟ ସରକାର ମଧ୍ୟ ସଜାଗ ଅଛନ୍ତି। ଭୁବନେଶ୍ବରକୁ ଆସୁଥିବା ସମସ୍ତ ବିମାନ ଉପରେ ନଜର ରଖାଯାଉଛି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ବର ବିମାନ ବନ୍ଦରରେ ବିଦେଶ ଫେରନ୍ତାଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ବିମାନ ବନ୍ଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଗୌତମ ରାୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ପ୍ରତ୍ୟେକ ବିଦେଶ ଫେରନ୍ତାଙ୍କୁ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ଏୟାରଳାଇନକୁ ଅବଗତ କରାଯାଇଛି। ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁ ବିଦେଶ ଫେରନ୍ତା ୫୫ ବର୍ଷୀୟ ହୋଇଥିବେ ଓ ତାଙ୍କ ଶରୀରରେ ଅନ୍ୟ ରୋଗ ଥିବ ତାଙ୍କୁ ବିଏମସି ଦ୍ୱାରା ପ୍ରତିଷ୍ଠା ହୋଇଥିବା କିଓସ୍କରେ କୋଭିଡ ଆଣ୍ଟିଜେନ ଟେଷ୍ଟ କରିବା ପାଇଁ ହେବ।…
ମୁମ୍ବାଇ / ଭୁବନେଶ୍ୱର: ଚଳିତ ଖ୍ରୀଷ୍ଟମାସ ଓ ନବବର୍ଷ ଅବସରରେ ରିଲାଏନ୍ସ ଜୁଏଲ୍ସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର କଲେକ୍ସନ ବେଲା ଓ ନିତାରାର ଶୁଭାରମ୍ଭ କରାଯାଇଛିି । ‘ବେଲା’ କଲେକ୍ସନ ନାରୀମାନଙ୍କର ସୌନ୍ଦର୍ୟ୍ୟକୁ ପରିପୃଷ୍ଟ କରୁଥିବା ବେଳେ ‘ନିତାରା’ କଲେକ୍ସନ ପିଲାମାନଙ୍କ ପାଇଁ ପରୀରାଇଜର ଆକର୍ଷଣ ଆଣିଦେଇଛି । ପରୀରାଇଜ ଓ କଳ୍ପନା ଜଗତର ଡିଜାଇନରୁ ଅନୁପ୍ରାଣୀତ ‘ନିତାରା’ ହେଉଛି ଏକ ସୁନ୍ଦର କିଡ୍ସ ଜୁଏଲାରୀ ସମ୍ଭାର ଯାହାକୁ ଅତ୍ୟନ୍ତ ସୂକ୍ଷ୍ମ ଭାବରେ ପ୍ରସ୍ତୁତ କରାଯାଇଛି। ଏହି ଆକର୍ଷଣୀୟ ଅଳଙ୍କାରର ସମ୍ଭାର ପିଲାମାନଙ୍କ ପାଇଁ ବେଶ୍ ଆକର୍ଷଣୀୟ ହୋଇଛି। ନିତାରା କଲେକ୍ସନ ପିଲାମାନେ ପସନ୍ଦ କରୁଥିବା ୟୁନିକର୍ଣ୍ଣ, ଷ୍ଟାର ବା ତାରକା, ଫୁଲ, ପ୍ରଜାପତି ଓ ଡଲଫିନ ପରି ବିଭିନ୍ନ ଡିଜାଇନରେ ପରିପୂର୍ଣ୍ଣ ଏବଂ ଏଗୁଡିକ ସୁନା ଓ ହୀରାରେ ପେଣ୍ଡେଂଟ, ଇୟରିଂ ଓ ବ୍ରେସଲେଟ୍ ଆକାରରେ ମାତ୍ର ୩୦୦୦/- ଠାରୁ ଆରମ୍ଭ କରି ବିଭିନ୍ନ ମୂଲ୍ୟରେ ଉପଲବ୍ଧ । ଅନ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୪ ହଜାର ୭୧୨ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ ୩୧୨ ଜଣଙ୍କର ମୃତ୍ୟୁ ହୋଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୧ ଲକ୍ଷ ୨୩ ହଜାରକୁ ୭୭୮ କୁ ବୃଦ୍ଧି ହୋଇଛି। ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ ରେ ପହଞ୍ଚିଛି। ତେବେ ଦେଶରେ ୨ ଲକ୍ଷ ୮୩ ହଜାର ୮୪୯ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୯୩ ହଜାର ୧୭୩ ଜଣ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି।
ନୂଆଦିଲ୍ଲୀ, ପଶ୍ଚିମବଂଗ ଆସନକୁ ପୁଣି ଥରେ ହାତେଇବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନର୍ଜୀ ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି। ହେଲେ ତାଙ୍କ ରାସ୍ତାରେ ଏକ ବଡ କଣ୍ଟା ହୋଇ ଛିଡା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା। କୁହାଯାଉଛି ଯେ ଅମିତ ଶାହାଙ୍କ ପ୍ରରୋଚନାରେ ମମତାଙ୍କର ଟିଏମସିର ନେତାମାନେ ଇସ୍ତଫା ଦେବାରେ ଲାଗିଛନ୍ତି। ଯାହାକୁ ନେଇ ମମତା ବ୍ୟତିବ୍ୟସ୍ତ ହୋଇପଡିଲେଣି। ମମତା ଯେତେ ସବୁ ନୂଆରାସ୍ତା ଆପଣେଇ ନିର୍ବାଚନ ଜିତିବାକୁ ରଣକୌଶଳ କରୁଛନ୍ତି, ତାହାକୁ ଅମିତ ସାହା ଭାଙ୍ଗି ଦେବାରେ ଲାଗିଛନ୍ତି। ଗତକିଛି ଦିନର ପରିସ୍ଥିତିକୁ ଅନୁଧ୍ୟାନ କଲେ ପଶ୍ଚିମବଂଗରେ ବର୍ତ୍ତମାନ ରକ୍ତାତ ସଂଘର୍ଷ ଜାରୀ ରହିଛି। ତେବେ ପଶ୍ଚିମ ବଂଗ ରାଜନୀତିରେ ଏକ ନୂଆ ରଣନୀତି ପ୍ରସ୍ତୁତି ଚାଲିଛି, ଯାହା ରାଜ୍ୟ ରାଜନୀତିରେ ଏକ ବଡ କଂପନ ସୃଷ୍ଟି କରିବ। ଖବର ଅନୁସାରେ ମମତା ବାନାର୍ଜି ବର୍ତ୍ତମାନ ଦେଶର ପ୍ରମୁଖ ନେତା ଶରଦ ପାୱାରଙ୍କ ଶରଣ ପଶିଛନ୍ତି। ମହାରାଷ୍ଟ୍ରରେ ଯେପରି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଆର୍ଥିକ ବ୍ୟାପାର କମିଟି ତଫସୁଲଭୁକ୍ତ ଜାତିର ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଉଥିବା କେନ୍ଦ୍ରୀୟ ପୋଷ୍ଟ ମାଟ୍ରିକ ସ୍କଲାରସିପ (ପିଏମଏସ-ଏସସି)ର ବିଶେଷ ପରିବର୍ତ୍ତନକୁ ଅନୁମୋଦନ କରିଛନ୍ତି । ଆଗାମୀ ପାଞ୍ଚ ବର୍ଷରେ ଏହାଦ୍ଵାରା ୪ କୋଟିରୁ ଉର୍ଦ୍ଧ୍ଵ ତଫସିଲଭୁକ୍ତ ଛାତ୍ରଛାତ୍ରୀ ଉପକୃତ ହେବା ସହ ସଫଳତାର ସହ ସେମାନଙ୍କ ଶିକ୍ଷା ସଂପୂର୍ଣ୍ଣ କରିପାରିବେ । କ୍ୟାବିନେଟ ଅନୁମୋଦନ କରିଥିବା ୫୯ ହଜାର ୪୮ କୋଟି ଟଙ୍କାରୁ କେନ୍ଦ୍ର ସରକାର ୩୫ ହଜାର ୫୩୪ କୋଟି (ଶତକଡା ୬୦) ଓ ଅବଶିଷ୍ଟ ଅର୍ଥ ରାଜ୍ୟ ସରକାର ଖର୍ଚ୍ଚ କରିବେ । ଏଥିରେ ବର୍ତ୍ତମାନର ଅଙ୍ଗୀକାରବଦ୍ଧ ବୋଧ (କମିଟେଡ ଲାଇଏବିଲିଟି) ପଦ୍ଧତିକୁ ଦୂର କରାଯିବା ସହ ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାରେ କେନ୍ଦ୍ରର ଅଧିକ କ୍ଷମତା ରହିବ । ପୋଷ୍ଟ ମାଟ୍ରିକ ବୃତ୍ତି ଯୋଜନାରେ ଏକାଦଶ ଶ୍ରେଣୀ ବା ତା’ଠାରୁ ଅଧିକ ପାଠ ପଢିବାକୁ ଇତ୍ସୁକ ତଫସିଲଭୁକ୍ତ…
ନୂଆଦିଲ୍ଲୀ, ଚାଣକ୍ୟ ନୀତିରେ ରହିଛି ଯେ , ଯଦି ଆପଣ କୌଣସି ଗୁରୁତ୍ବ ପୂର୍ଣ୍ଣ କାମଟିଏ କରିବାକୁ ଯାଉଛନ୍ତି ତେବେ ତାହାକୁ ବାହାରେ ପ୍ରଘଟ କରନ୍ତୁ ନାହିଁ। ଯଦି ଆପଣ ଏକ ଭଲ କାମ ବା ଚାକିରୀ ପାଇଁ ଚେଷ୍ଠା କରୁଛନ୍ତି, ତେବେ ତାହା ସଫଳ ହେବା ପରେ କୁହନ୍ତୁ। ଆପଣଙ୍କ କାମ ଶେଷ ନ ହେବା ପୂର୍ବରୁ ଯଦି ପ୍ରଘଟ କଲେ ତେବେ ତାହା ଆଉ ହେବ ନାହିଁ। ସେଥିପାଇଁ ଚାଣକ୍ୟ କହିଛନ୍ତି ଆପଣଙ୍କ କାମ ଗୋପନରେ କରନ୍ତୁ। ଏହି କାମରେ ଯଦି କାହାର ଆବଶ୍ୟକତା ଥାଏ ତେବେ ତାଙ୍କ ସହିତ ଆଲୋଚନା କରନ୍ତୁ। କିନ୍ତୁ ଅନ୍ୟ କାହା ସହିତ ନୁହେଁ। ଆଚାର୍ଯ୍ୟ ଚାଣକ୍ୟ ଆଉ ଏକ କଥା କହିଛନ୍ତି। ତାହା ହେଲା ଯଦି କୌଣସି କାମ ପୂର୍ବରୁ ଆପଣ ପ୍ରଘଟ କଲେ ଏବଂ କାମଟି ପରେ ବିଫଳ ହେଲା, ତେବେ ଆପଣ ଲୋକହସା ହେବେ। ଆପଣଙ୍କ କାମଟି ସଫଳ…
ନୂଆଦିଲ୍ଲୀ, ଆଜି ଶନିଦେବ ଦୁଇଟି ରାଶି ପ୍ରତି ଆର୍ଶିବାଦ ପ୍ରକଟ କରିଛନ୍ତି। ଏହି ଦୁଇ ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ସକାଳେ ସଫଳତା ହାସଲ କରିବେ। ଆସନ୍ତା ସମୟ ଆପଣଙ୍କ ପାଇଁ ଖୁସି ଆଣିବାକୁ ଯାଉଛି। ଆପଣ ନିଜ ସାଥୀଙ୍କ ସହିତ ଶାନ୍ତିର କିଛି ଖୁସିର ମୁହୂର୍ତ୍ତ ବିତାଇବାକୁ ସକ୍ଷମ ହେବେ। ଆପଣ ସରକାରୀ କ୍ଷେତ୍ରରେ ସଫଳତା ପାଇବେ, ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ, ଯାହା ଭବିଷ୍ୟତରେ ବହୁତ ଲାଭଦାୟକ ହେବ, ଆପଣ ଆୟର ଉତ୍ସ ପାଇବେ। ଆପଣ ଚାକିରିରେ ପଦୋନ୍ନତି ପାଇବେ। ଏହାର ଏକ ସମ୍ଭାବନା ଅଛି, ଆପଣ ଯେ କୈଣସି ନୂତନ କାର୍ଯ୍ୟ ପାଇଁ ଯୋଜନା କରିପାରିବେ, ପ୍ରଗତିର ନୂତନ ଉପାୟ ମିଳିବ ଏବଂ ପରିବାରରେ ପ୍ରେମ ବୃଦ୍ଧି ପାଇବ। କୁବେର ଦେବଙ୍କ କୃପା ସହିତ ଆପଣଙ୍କ ଜୀବନର ସମସ୍ତ ଚିନ୍ତା ଦୂର ହେବ। ଏହି ଦୁଇଟି ରାଶି ହେଲା ବୃଷ ଏବଂ କୁମ୍ଭ ରାଶି।…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଦେଶରେ ଡିଟିଏଚ ପ୍ରସାରଣ ସଂକ୍ରାନ୍ତ ମାର୍ଗଦର୍ଶିକା ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏହି ନିଷ୍ପତ୍ତିର ମୌଳିକ ବୈଶିଷ୍ଟତାଗୁଡିକ ହେଲା – (କ) ଡିଟିଏଚ ପାଇଁ ଲାଇସେନ୍ସ ଅବଧି ଦଶବର୍ଷ ପରିବର୍ତ୍ତେ ୨୦ ବର୍ଷ ପାଇଁ ଜାରି ହେବ । ତେବେ ଦଶବର୍ଷ ପରେ ଲାଇସେନ୍ସ ଅବଧିର ନବୀକରଣ କରାଯାଇପାରିବ । (ଖ) ଲାଇସେନ୍ସ ବାବଦ ଦେୟ ଜିଆରର ଶତକଡା ଦଶଭାଗରୁ ଏଜିଆରର ଶତକଡା ୮ ଭାଗକୁ ସଂଶୋଧନ କରାଯାଇଛି । ଜିଆର ବାବଦ ଜିଏସଟିକୁ ବାଦ ଦେଇ ଏଜିଆର ହିସାବ କରାଯିବ । (ଗ) ଲାଇସେନ୍ସ ଦେୟ ବର୍ତ୍ତମାନ ବର୍ଷକରେ ଆଦାୟ କରାଯାଉଥିବା ବେଳେ ଏଣିକି ଏହା ଚାରି ମାସରେ ଆଦାୟ କରାଯିବ । (ଘ) ଡିଟିଏଚ ଅପରେଟରମାନଙ୍କୁ ସର୍ବାଧିକ ଶତକଡା ୫ ଭାଗ ପର୍ୟ୍ୟନ୍ତ ଚ୍ୟାନେଲ ମୋଟ ଚ୍ୟାନେଲର ସାମର୍ଥ୍ୟ ଅନୁସାରେ ଅନୁମତି ପ୍ରଦାନ କରାଯିବ…
ନୂଆଦିଲ୍ଲୀ, ଆଜି ତିନୋଟି ରାଶି ପାଇଁ ବେଶ ଶୁଭବେଳା ରହିଛି। ସୁଖ ସମୃଦ୍ଧ ଟଙ୍କା ସ୍ଥିର ରହିବ। ଆୟ କ୍ଷେତ୍ରରେ କ୍ରମାଗତ ବୃଦ୍ଧି ଘଟିବ । ବ୍ୟବସାୟରେ ଲାଭ ସୁଯୋଗ ମିଳିବ । ଆପଣଙ୍କ ବ୍ୟବସାୟକୁ ସର୍ବୋଚ୍ଚ ଉଚ୍ଚତାକୁ ନେଇଯିବ । ବିନିଯୋଗ ବିଷୟରେ ଆପଣ କିଛି ଭଲ ଉପଦେଶ ପାଇପାରିବେ। ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ ଯାହା ବି କାମ କଲେ ସଫଳତା ପାଇବ। ସାଙ୍ଗମାନଙ୍କ ସହିତ ବିତାଇଥିବା ସମୟ ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହି ତିନୋଟି ରାଶି ହେଉଛି କୁମ୍ଭ, ମକର, ଧନୁ। ପ୍ରେମ ବ୍ୟାପାର ଏବଂ ଅର୍ଥ କ୍ଷେତ୍ରରେ ସଫଳତା ସମ୍ଭବ ହେଉଛି । ଜୀବନ ବଞ୍ଚିବାର ସଠିକ୍ ଉପାୟ ବୁଝିବାକୁ ଯାଉଛି। ଆପଣ ହୁଏତ ଆପଣଙ୍କର କିଛି ବ୍ୟକ୍ତିଗତ ବିଷୟଗୁଡ଼ିକର ଭଲ ସମାଧାନ ହୋଇଥିବାର ଦେଖିପାରନ୍ତି । ଆବଶ୍ୟକ ପରିସ୍ଥିତି ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରମାଣିତ ହୋଇପାରେ। ଆପଣଙ୍କର…
ମେଷ- ଆପଣଙ୍କ କ୍ୟାରିୟର ପ୍ରତି ଆପଣଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିବ। ଆର୍ଥିକ ଦିଗ ଦୃଢ ହେବ। ପରିବାର ସହିତ ଦୀର୍ଘ ଯାତ୍ରା ଅଛି। ବରିଷ୍ଠମାନଙ୍କ ଆଶୀର୍ବାଦ ସହିତ ଭଲ କାମ ଆରମ୍ଭ କରନ୍ତୁ। ବିଦେଶ ଯିବାକୁ ଥିବା ପ୍ରତିବନ୍ଧକକୁ ଦୂର କରାଯାଇପାରିବ। ବୃଷ- ସାମାଜିକ ଉତ୍ସବରେ ଜଡିତ ହେବେ। ଆତ୍ମବିଶ୍ୱାସ ବୃଦ୍ଧି କରିବ। କେତେକ ପ୍ରସଙ୍ଗରେ ସମସ୍ୟା ଦେଖାଦେବ। ଏହା ଦ୍ବାରା କ୍ଷତି ହୋଇପାରେ। ବିନା ପ୍ରଶ୍ନରେ ଆପଣଙ୍କ ମତାମତ ଦିଅନ୍ତୁ ନାହିଁ । ବାପାଙ୍କ ସହିତ ଗମ୍ଭୀର ବିଷୟ ଉପରେ ଆଲୋଚନା ହେବ । ମିଥୁନ- ଧାର୍ମିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। ଆପଣଙ୍କ କାର୍ଯ୍ୟଗୁଡ଼ିକୁ ଠିକ୍ ସମୟରେ ସମାପ୍ତ କରନ୍ତୁ। ଆପଣଙ୍କୁ ଅଳସୁଆ ମନୋଭାବ କ୍ଷତି ପହଞ୍ଚାଇପାରେ । ବ୍ୟବସାୟକୁ ବିସ୍ତାର କରିବା ପାଇଁ ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। କର୍କଟ- ଆପଣଙ୍କ ଇଚ୍ଛିତ ଜୀବନ ସାଥୀକୁ ଭେଟି ଖୁସି ହେବ। ଲୋକମାନେ ଆପଣଙ୍କ ଆଚରଣ ଦ୍ୱାରା…
ନୂଆଦିଲ୍ଲୀ, କେନ୍ତ୍ର ସରକାରଙ୍କ ଚଳଚିତ୍ର କ୍ଷେତ୍ରରେ ଥିବା ପାଞ୍ଚୋଟି ବିଭାଗକୁ ମିଶାଇ ଗୋଟିଏ ବିଭାଗ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହାକୁ ଅନୁମୋଦନ କରାଯାଇଛି । ଫଳତଃ ଚଳଚିତ୍ର ଗଣମାଧ୍ୟମ ଏକାଂଶର ଚାରୋଟି ଯାକ ୟୁନିଟ ଯଥା ଚଳଚିତ୍ର ପ୍ରଭାଗ (ଫିଲ୍ମ ଡିଭିଜନ), ଚଳଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ (ଡି ଏଫଏଫ), ଭାରତୀୟ ଜାତୀୟ ଚଳଚିତ୍ର ଅଭିଲେଖାଗାର (ଏନଏଫ ଏଆଇ) ଏବଂ ଭାରତୀୟ ଶିଶୁ ଚଳଚିତ୍ର ସମିତି (ସି ଏଫଏସଆଇ)ର ଜାତୀୟ ଚଳଚିତ୍ର ଉନ୍ନୟନ ନିଗମ ଲିମିଟେଡ (ଏନଏଫଡିସି) ସହ ମିଶ୍ରଣ ହୋଇଛି । କ୍ୟାବିନେଟ ବୈଠକ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି ଯେ, ଏନଏଫଡିସିର ମେମୋରାଣ୍ଡମ ଅଫ ଆର୍ଟିକଲ ଅଫ ଆସୋସିଏସନର ସଂପ୍ରସାରଣ ଯୋଗୁଁ ଏବେ ଏନଏଫଡିସି ଚାରୋଟି ଯାକ ୟୁନିଟର ସମସ୍ତ କାର୍ଯ୍ୟ ପରିଚାଳନା କରିବ । ଚଳଚିତ୍ର ଗଣମାଧ୍ୟମ ଏକାଂଶଗୁଡିକର ଗୋଟିଏ ନିଗମ…

