Author: Samikhsya Bureau

ନୂଆଦିଲ୍ଲୀ: ନୂଆ ବର୍ଷ ଆସୁ ଆସୁ ଭାରତ ପାଇଁ ଖୁସି ଖବର ମିଳିଛି। ନୂଆ ବର୍ଷର ପ୍ରଥମ ଦୁଇ ଦିନରେ ଭାରତ କ୍ରମାଗତ ଦୁଇଟି କରୋନା ଟିକାକୁ ମାନବ ଶରୀରରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ପ୍ରଥମ ଦିନରେ କୋଭିସିଲ୍ଡ ଟିକାକୁ ମଞ୍ଜୁରୀ ମିଳିଥିବା ବେଳେ ଦ୍ଵିତୀୟ ଦିନରେ କୋଭାକ୍ସିନକୁ ମଧ୍ୟ ଅନୁମତି ମିଳିଛି। ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଆଜି କୋଭିଡ-୧୯ ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ଦେଇଥିବା ଭାରତର ନିଷ୍ପତ୍ତିକୁ ପ୍ରଶଂସା କରିଛି। ଉଲ୍ଲେଖ ଯୋଗ୍ୟ ଯେ, ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ଭି.ଜି ସୋମାନି ଦୁଇଟି କରୋନାଭାଇରସ୍ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଆନୁଷ୍ଠାନିକ ଭାବେ ଘୋଷଣା କରିଥିଲେ। କୋଭିସିଲ୍ଡ ଟିକା ଆଷ୍ଟ୍ରାଜେନେକା ଏବଂ ଅକ୍ସଫୋର୍ଡ ୟୁନିଭରସିଟି ଦ୍ଵାରା ପୁନେର ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ ହୋଇଛି। ସେହିପରି ସ୍ଵଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟିକା ଭାରତ ବାୟୋଟେକ୍ ଦ୍ୱାରା ବିକଶିତ ହୋଇଛି।

Read More

ମାହାଙ୍ଗା: ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଥିଲା। ଏହି ମୃତ୍ୟୁ ଘଟଣାରେ କୁଳମଣିଙ୍କ ପୁଅ ୧୨ ଜଣଙ୍କ ନାଁରେ ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି। ରାଜନୈତିକ କାରଣରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କୁଳମଣିଙ୍କ ହତ୍ୟା ଘଟଣାକୁ ନେଇ ମାହାଙ୍ଗା ମେଡିକାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି ହୋଇଛି। ସୂଚନା ଯୋଗ୍ୟ ଯେ, କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବାଇକରେ ନୃତ୍ତାଙ୍ଗସ୍ଥିତ ନିଜ ଘରକୁ ଫେରୁଥିବାବେଳେ ଜଂକୋଟି ଗାଁ ପାଖରେ ତାଙ୍କୁ କିଛି ଦୁର୍ବୃତ୍ତ ସଂଘବଦ୍ଧ ମରଣାନ୍ତକ ଆକ୍ରମଣ କରିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ପରେ ହସ୍ପିଟାଲରେ ଦିବ୍ୟସିଂହଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ…

Read More

ଭୁବନେଶ୍ୱର: ଗତକାଲି ମାହଙ୍ଗା ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ହତ୍ୟା ଘଟଣାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ପ୍ରତିକ୍ରିୟା ରଖିଛନ୍ତି। ପୂର୍ବତନ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ଏଭଳି ନିର୍ମମ ହତ୍ୟାକୁ ନିନ୍ଦା କରିବା ସହ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା କଥା କହିଛନ୍ତି ଆଇନ ମନ୍ତ୍ରୀ। ଏହାସହ ତାଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ମନ୍ତ୍ରୀ। ଆଇନମନ୍ତ୍ରୀ କହିଛନ୍ତି ଯେ, “ଏହି ହତ୍ୟାକୁ ଯେତେ ନିନ୍ଦା କଲେ ସେତେ କମ। ରାଜ୍ୟରେ ହିଂସାକୁ ବରଦାସ୍ତ କରାଯିବ ନାହିଁ। ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଆବ୍ୟଶକ। ଦୋଷୀ କିପରି ଗିରଫ ହେବେ ତାହା ଉପରେ ମୁଁ ନିଜେ ଦୃଷ୍ଟି ଦେବି। ତାଙ୍କ ପରିବାର ଲୋକେ ଯାହା ବିରୋଧରେ ଅଭିଯୋଗ ଆଣୁଛନ୍ତି, ସେ ହେଉଛନ୍ତି ସରପଞ୍ଚଙ୍କ ସ୍ୱାମୀ। ତେଣୁ ତାଙ୍କର ମୋ ସହ ଭେଟ ହୋଇଛି…

Read More

ନୂଆଦିଲ୍ଲୀ, ବହୁ ପ୍ରତିକ୍ଷିତ କରୋନା ଟୀକା ବର୍ତ୍ତମାନ ଆସିଗଲା। ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକା ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ। ପ୍ରଥମେ ଆସନ୍ତୁ ଜାଣିବା ଭାରତରେ ଏହି ଟୀକା କିପରି ବଣ୍ଟନ କରାଯିବ। ଏଭଳି ଟିକା ଦେଶରେ ବଣ୍ଟନ ପାଇଁ ଭାରତ ସରକାର ଏକ ଭିନ୍ନ ପଦ୍ଧତି ମନୋନିତ କରିଛନ୍ତି। ତାହା ହେଲା ବିଶ୍ୱର ସର୍ବବୃହତ ଗଣତନ୍ତ୍ରରେ ନିର୍ବାଚନ ସମୟରେ ଯେଉଁ ଭଳି ଭାବେ ମତଦାନ ବୁଥଗୁଡ଼ିକ ସ୍ଥାପିତ ହୋଇଛି, ଏହି ଟୀକା ପାଇଁ ମଧ୍ୟ ସେହିପରି ବୁଥ୍ ତିଆରି କରିବାକୁ ଭାରତ ସରକାର ଯୋଜନା…

Read More

ମୁମ୍ବାଇ: ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜ୍ଜୁନ ତେନ୍ଦୁଲକର ପ୍ରଥମ ଥର ପାଇଁ ମୁମ୍ବାଇ ସିନିୟର ଦଳରେ ସ୍ଥାନ ପାଇଛନ୍ତି। ସୟଦ ମୁସ୍ତାକ ଅଲ୍ଲୀ ଟି-୨୦ ପ୍ରତିଯୋଗିତା ଲାଗି ମୁମ୍ବାଇ ଦଳ ଲାଗି ଅର୍ଜ୍ଜୁନ ମନୋନୀତ ହୋଇଛନ୍ତି। ଜାନୁଆରୀ ୧୦ରୁ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୨ ଜଣିଆ ଦଳରେ ସେ ସ୍ଥାନ ପାଇଛନ୍ତି। ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଥିବା ନେଇ ମୁମ୍ବାଇ ଦଳର ମୁଖ୍ୟ ଚୟନକର୍ତ୍ତା ସଲିଲ୍ ଅଙ୍କୋଲ ସୂଚନା ଦେଇଛନ୍ତି। ବିସିସିଆଇ ୨୦ ଜଣିଆ ଦଳ ଚୟନ ପାଇଁ ପ୍ରତ୍ୟେକ ରାଜ୍ୟ ଆସୋସିଏସନକୁ ନିର୍ଦ୍ଦେଶ ଦେଇଥଲା। କିନ୍ତୁ ପରେ ଏହାକୁ ଆଉ ଦୁଇ ଜଣ ଖେଳାଳିଙ୍କୁ ବୃଦ୍ଧି କରି ୨୨ ଜଣିଆ ଦଳ ମନୋନୀତ ପାଇଁ କହିଥିଲା। ଏହି କାରଣରୁ ମୁମ୍ବାଇ ଦଳ ଅର୍ଜ୍ଜୁନଙ୍କ ସହ ଆଉ ଜଣେ ଦ୍ରୁତ ବୋଲରଙ୍କୁ ମନୋନୀତ କରିପାରିଛି। ଆଇପିଏଲର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଟି-୨୦ ଦଳର ନେତୃତ୍ୱ…

Read More

ନୂଆଦିଲ୍ଲୀ, ଭାରତ ତିଆରି କରୋନା ଟିକାକୁ ଶେଷରେ ଅନୁମତି ମିଳିଛି। ବହୁ ପରିଶ୍ରମ ପରେ ବର୍ତ୍ତମାନ ଲୋକମାନଙ୍କୁ ଟିକାକରଣ ଆରମ୍ଭ କରାଯିବ। ସେଥିପାଇଁ ଦେଶ ତରଫରୁ ସେରମ ସଂସ୍ଥା ଏବଂ ଭାରତ ବାଓଟେକ ସଂସ୍ଥାକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ତେବେ ଡିସିଜିଆଇ ସେରମ ପ୍ରସୁତ କରୋନା ଟିକା କୋଭିସିଲ୍ଡ ଅନୁମତି ପରେ ଏହାର ସିଇଓ ଅଦର ପୋନୱାଲା ବେଶ ଖୁସି ପ୍ରକଟ କରିଛନ୍ତି। ସେ ଗୋଟିଏ ଧାଡିରେ ଆଜି କହିଛନ୍ତି ଯେ, ହାପି ନିୟୁ ଇୟର।

Read More

ନୂଆଦିଲ୍ଲୀ/ଭୁବନେଶ୍ବର, ଭାରତରେ ଦୁଇଟି ସଂସ୍ଥାର କରୋନା ଟୀକା ବ୍ୟବହାର କରିବା ପାଇଁ ଜରୁରୀକାଳିନ ଅନୁମତି ପ୍ରଦାନ କରାଯାଇଛି। ସେହି ସଂସ୍ଥା ଦୁଇଟି ହେଲେ ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଏବଂ ଭାରତ ବୟୋଟେକ୍‌। ସେରମ ସଂସ୍ଥାର କୋଭାକ୍ସିନ ଏବଂ ଭାରତ ବାୟୋଟେକର କୋଭାସିଲ୍ଡ ଟୀକା ବାହାର କରିଛନ୍ତି। ସଂପୂର୍ଣ୍ଣ ଦେଶୀ ଢାଞ୍ଚାରେ ଏହି ଟୀକା କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭର ଭାରତ ଏହା ହେଉଛି ଏକ ବଡ ସଫଳତା। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉଭୟ ସଂସ୍ଥାକୁ ଅଭିନନ୍ଦନ ଜଣାଇଛନ୍ତି। ବର୍ତ୍ତମାନ ଘଡିସନ୍ଧି ମୂହୁର୍ତ୍ତରେ ଏହି ଦୁଇ ସଂସ୍ଥାର ପରିଶ୍ରମର ଫଳ ମିଳିଛି। ସେଥିପାଇଁ ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।

Read More

ନୂଆଦିଲ୍ଲୀ, ସଂପୂର୍ଣ୍ଣ ଦେଶୀୟ ଜ୍ଞାନକୌଶଳରେ ତିଆରି କରୋନା ଟୀକାକୁ ଶେଷରେ ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଅନୁମତି ପ୍ରଦାନ କରିଛନ୍ତି। ଏ ନେଇ ଡିସିଜିଆଇ ଭି.ଜି ସୋମାନୀ ଘୋଷଣା କରିଛନ୍ତି। ଏହି ଦୁଇଟି ଟୀକା ହେଲା କୋଭାକ୍ସିନ ଏବଂ କୋଭାସିଲ୍ଡ। ସେରମ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡ ଏବଂ ଭାରତ ବୟୋଟେକ୍‌ର କୋଭାକ୍ସିନ ବାହାର କରିଛନ୍ତି। ଏହି ଦୁଇ ପ୍ରକାରର ଟୀକ ଲୋକଙ୍କୁ ଦୁଇଟି ଡୋଜ ଦିଆଯିବ।

Read More

ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୩ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ବଲାଙ୍ଗିରିରୁ ଜଣେ ଆକ୍ରାନ୍ତ ଥିବା ବେଳେ, ଗଞ୍ଜାମରୁ ଜଣେ ଏବଂ ସୁନ୍ଦରଗଡରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୦୯ ଜଣ ଚିହ୍ନଟ ହୋଇଥିବାବେଳେ ୮୩ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୯୬୫ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୪୦୮ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୮୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍‌ ୧୯୨ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସୁନ୍ଦରଗଡ ଜିଲ୍ଲାରୁ ୩୩…

Read More

ଜୟପୁର: ରାଜସ୍ଥାନର ୧୩ ଟି ଜିଲ୍ଲାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି। ସନ୍ଧ୍ୟା ୮ରୁ ସକାଳ ୬ ଟା  ପର୍ଯ୍ୟନ୍ତ  ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ରାଜସ୍ଥାନରେ ଗତକାଲି ୪୬୭ ନୂଆ ସଂକ୍ରମିତ ଚିହ୍ନଟ ହେବା ପରେ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ତେବେ ରାଜ୍ୟରେ ମୋଟ୍ ୩ ଲକ୍ଷ ୯ ହଜାର ୩୧୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ସହିତ ଗତ ୨୪ ଘଣ୍ଟାରେ ୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଏହି ୫ ମୃତକଙ୍କୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୭ ଶହ ୫ ରେ ପହଞ୍ଚିଛି। ତେବେ ଏପର୍ଯ୍ୟନ୍ତ ରାଜସ୍ଥାନ ରାଜଧାନୀ ଜୟପୁରରେ ୫୦୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ଅଜମେରରେ ୨୧୯, ବିକାନେରରେ ୧୬୬, କୋଟାରେ ୧୬୬, ଭରତପୁରରେ ୧୨୦, ଉଦୟପୁରରେ ୧୧୧, ପାଲୀରେ ୧୦୯ ଏବଂ ଶିକାରରେ ୯୮ ଜଣ ଚିହ୍ନଟ ହୋଇଛନ୍ତି। ଗତକାଲି ୮୯୦ ଜଣ ଆକ୍ରାନ୍ତ…

Read More

ଭୁବନେଶ୍ୱର: କରୋନା ଯୋଗୁଁ ୨୦୨୦ ମସିହାରେ ସ୍କୁଲ କଲେଜ ବନ୍ଦ ରହିଥିଲା। ନୂଆ ବର୍ଷ ରେ ସ୍କୁଲ ଖୋଲିବା ନିର୍ଦ୍ଦେଶ ଆସିଛି। ଏହା ସହିତ ସ୍କୁଲ ଏବଂ କଲେଜର ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ତେବେ ଚଳିତ ବର୍ଷ ପିଲାମାନେ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ଦେବେ। ସେଥିମଧ୍ୟରୁ ୫୦% ଓଏମଆର ଓ ୩୦% ସବଜେକ୍ଟିଭ ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ସୂଚନା ଦେଇଛନ୍ତି। ୮୦ ମାର୍କ ପାଇଁ ପରୀକ୍ଷା ହେଉଥିଲେ ମଧ୍ୟ ୧୦୦ ମାର୍କ ଆଧାରରେ ମୂଲ୍ୟାୟନ କରାଯିବ। ସୂଚନାଯୋଗ୍ୟଯେ, ଜାନୁଆରୀ ୮ରୁ ବିଦ୍ୟାଳୟ ଖୋଲିବ। ଶନିବାର, ରବିବାରକୁ ମିଶାଇ କ୍ରମାଗତ ୧୦୦ ଦିନ ସ୍କୁଲରେ ପାଠ ପଢା ପରେ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା କରାଯିବ। ଜାନୁଆରୀ ୮ରୁ ଅପ୍ରେଲ ୨୬ ପର୍ଯ୍ୟନ୍ତ ଦଶମ ଶ୍ରେଣୀ ଓ ଜାନୁଆରୀ ୮ରୁ ଅପ୍ରେଲ ୨୮ ପର୍ଯ୍ୟନ୍ତ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୮ ହଜାର ୧୭୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୧୭ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୨୩ ହଜାର ୯୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୪୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୨୭ ହଜାର ୩୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨ ଲକ୍ଷ ୪୭ ହଜାର ୨୨୦ ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜିଠାରୁ ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ତଥା ଖୋର୍ଦ୍ଧା ଜିଲ୍ଲା ବାଣପୁରର ମା’ ଭଗବତୀ ମନ୍ଦିର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଖୋଲାଯାଇଛି। କରୋନା କଟକଣା ତଥା ଗାଇଡଲାଇନ ଅନୁଯାୟୀ ମାଆ ଙ୍କୁ ଦର୍ଶନ କରିବେ ଭକ୍ତ। ଏ ନେଇ ଆଜି ଶ୍ରୀ ଶ୍ରୀ ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ ର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବାଣପୁର ତହସିଲଦାର ମନ୍ମଥ ବେହେରା ମନ୍ଦିର ଦର୍ଶନ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି। ଭକ୍ତଙ୍କ ପାଇଁ ଗାଇଡଲାଇନ ଗୁଡ଼ିକ ହେଲା:- ୧. ଭକ୍ତମାନେ ମନ୍ଦିରରେ ପ୍ରବେଶ ପୂର୍ବରୁ ନିଜ ଶରୀରର ତାପମାତ୍ରା ମାପ କରିବେ ୨. ଭକ୍ତମାନେ ମାକ୍ସ ପରିଧାନ କରିବା ଅନିବାର୍ଯ୍ୟ ଅଟେ ୩. ଭକ୍ତମାନେ ସାନିଟାଇଜର ବ୍ୟବହାର କରିବେ ୪. ଭକ୍ତମାନେ ପରସ୍ପରଠାରୁ ୬ ଫୁଟ ଦୂରତା ରକ୍ଷା କରିବେ ୫. ୧୦ ବର୍ଷରୁ କମ ପିଲା, ୬୫ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତିଙ୍କୁ ମନ୍ଦିର ପ୍ରବେଶ ପାଇଁ ବାରଣ ୬. ଦର୍ଶନବେଳେ ଭକ୍ତମାନେ ଅର୍ଗଳୀ ଡ଼େଇଁପାରିବେ…

Read More

କଟକ, ନୂଆବର୍ଷ ଆସିଲା। ଏହି 2021 ବର୍ଷ ଯେପରି ମଙ୍ଗଳମୟ ହେଉ ସେଥିପାଇଁ ସମସ୍ତେ ପ୍ରାର୍ଥନା ମଧ୍ୟ କରୁଛନ୍ତି। ଠିକ୍ ସେହିପରି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ମଧ୍ୟ 2021 ବର୍ଷଟି କିପରି ଭଲହେବ ସେଥିପାଇଁ ସେ ଭଗବାନଙ୍କ ନିକଟରେ ଗୁହାରୀ କରିଛନ୍ତି। କାରଣ 2020 ମସିହା ତାଙ୍କ ପାଇଁ ଆଦୌ ଭଲ ନ ଥିଲା। ଏମିତିରେ କରୋନା ପାଇଁ ଏହି 2020 କାହା ପାଇଁ ମଧ୍ୟ ଭଲ ନ ଥିଲା। ହେଲେ ବର୍ଷାଙ୍କ ପାଇଁ ଡବଲ ଖରାପ ଥିଲା। ଗୋଟିଏ ପଟେ କରୋନା ଅନ୍ୟପଟେ ସ୍ବାମୀ ଅନୁଭବ ମହାନ୍ତିଙ୍କ ସହିତ ମତଭେଦ ତାଙ୍କୁ ଚିନ୍ତାଗ୍ରସ୍ତ କରିଦେଇଛି। ତେବେ 2021 ବର୍ଷଟି ତାଙ୍କ ଭଲ ହେବ ବୋଲି ଆଶା ରଖିଛନ୍ତି ଅଭିନେତ୍ରୀ ବର୍ଷା।

Read More

ଭୁବନେଶ୍ବର, ରାଜ୍ୟ ସରକାରଙ୍କ ନିଷ୍ପତି ଅନୁସାରେ ଆଜିଠାରୁ ବିଭିନ୍ନ ପ୍ରସିଦ୍ଧ ମନ୍ଦିର ଭକ୍ତିଙ୍କ ପାଇଁ ଖୋଲା ଯାଇଛି। ସେହି ଅନୁସାରେ ଶ୍ରୀମନ୍ଦିର, ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର, ସମଲେଶ୍ବରୀ ମନ୍ଦିର, ତାରାତାରିଣି ମନ୍ଦିର, କେନ୍ଦ୍ରପଡାର ବଳଦେବଜୀୟୁ ମନ୍ଦିର ପ୍ରମୁଖ ଖୋଲାଯାଇଛି। ଲିଙ୍ଗରାଜମନ୍ଦିରରେ ବର୍ତ୍ତମାନ ବାହାର ଭକ୍ତଙ୍କୁ ପ୍ରେବଶ ଅନୁମତି ଦିଆଯାଇ ନାହିଁ। କେବଳ ଭୁବନେଶ୍ବର ବାସିନ୍ଦାଙ୍କୁ ଦର୍ଶନ ପାଇଁ ଅନୁମତି ଦିଆଯିବ। ସେଥିପାଇଁ ଭୁବନେଶ୍ବର ଠିକଣା ଥିବା ପରିଚୟପତ୍ର ଦେଖାଇବାକୁ ପଡିବ। ସେହିପରି ଶ୍ରୀମନ୍ଦିରରେ ମଧ୍ୟ ଆଜି ସାଧାରଣ ଭକ୍ତଙ୍କୁ ଦର୍ଶନ ପାଇଁ ଅନୁମତି ରହିଛି। ପୂର୍ବରୁ ପୁରୀ ବାସିନ୍ଦା ଏବଂ ସେବକମାନେ ଦର୍ଶନ କରିବାର ସୁଯୋଗ ମିଳିଥିଲା। ବର୍ତ୍ତମାନ 3 ତାରିଖରୁ ସର୍ବସାଧାରଣ ଦର୍ଶନ ରହିଛି। ହେଲେ ମନ୍ଦିର ଭିତରକୁ ଯିବାକୁ ହେଲେ କରୋନା ନେଗେଟିଭ ରିପୋର୍ଟ ନେବାକୁ ପଡିବ। 48 ଘଣ୍ଟା ମଧ୍ୟରେ ଏହି ରିପୋର୍ଟ ବାହାରିଥିବାର ଆବଶ୍ୟକ। ତାହା ହେଲା ଜଗା ଦର୍ଶନ କରିପାରିବେ। ସମ୍ବଲପୁରର ପ୍ରସିଦ୍ଧ ଠାକୁରାଣୀ…

Read More

ଆପଣ ସମାଜରେ ନିଜର ପରିଚୟ ପ୍ରତିଷ୍ଠା କରିବାକୁ ସମର୍ଥ ହେବେ। ବାରମ୍ବାର ପ୍ରୟାସ ଆପଣଙ୍କ ପାଇଁ ଲାଭଦାୟକ ହେବ । ଆପଣ ଯେତେ ଗରିବ ଅସହାୟ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଭବିଷ୍ୟତ ସମୟ ଆପଣଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ । କିନ୍ତୁ ଆପଣ ଏହି ଆହ୍ବାନଗୁଡିକୁ ଦୂର କରିବାକୁ  ସମର୍ଥ ହେବେ । ଆପଣଙ୍କର ଜୀବନରୁ ନିରାଶାର ମେଘ ସବୁଦିନ ପାଇଁ ଦୂର ହୋଇଯିବ । ଆପଣଙ୍କର ଆର୍ଥିକ ସ୍ଥିତି ଦୃଢ ରହିବ । ବ୍ୟବସାୟ ସଂପର୍କରେ ଆପଣଙ୍କୁ ହଠାତ୍ ଯାତ୍ରା କରିବାକୁ ପଡିପାରେ । ଆପଣ କିଛି ଭଲ ଖବର ପାଇପାରିବେ । ଟଙ୍କା ସମ୍ବନ୍ଧୀୟ ବିଷୟଗୁଡ଼ିକରେ  ସଫଳତା ପାଇବେ । ଚାକିରି କରୁଥିବା ଲୋକମାନେ ଲାଭବାନ ହୋଇପାରନ୍ତି। ଆପଣ ନିଶ୍ଚିତ ଭାବରେ କାର୍ଯ୍ୟରେ ସଫଳତା ପାଇବେ । ଏହି କାର୍ଯ୍ୟ କରୁଥିବା ଲୋକମାନେ ଏହି ପଦବୀରେ ପଦୋନ୍ନତି ପାଇବା ପାଇଁ ଶୁଭ ସମ୍ଭାବନା ରହିଛି । ଆପଣ ହଠାତ୍…

Read More

ଭୁବନେଶ୍ବର, ଆପଣ କଟକ ଯାଉଛନ୍ତି କି ? ଯଦି ହଁ ତେବେ ସାବଧାନରେ ଯାଆନ୍ତୁ। କାରଣ ନୂଆବର୍ଷ ପାହାଳ ନିକଟରେ ଭଳିକି ଭଳି ଏସବୁ ଜଗିକି ବସିଛନ୍ତି। ଆପଣଙ୍କ ପକେଟ ପୁରା ଖାଲି କରିଦେବେ। ଅବଶ୍ୟ ପକେଟ ଖାଲି ହେଲେ ମଧ୍ୟ ଆପଣଙ୍କୁ ଖୁସି ଲାଗିବ। କାରଣ ନୂଆ ବର୍ଷ ପାଇଁ ପାହଳର ମିଠା ବ୍ୟବସାୟୀ ବର୍ତ୍ତମାନ ବହୁ ମିଠା ପ୍ରସ୍ତୁତ କରିଛନ୍ତି। କଟକ ଯିବା ରାସ୍ତାରେ ମିଠା ପାଇଁ ପ୍ରସିଦ୍ଧ ଏହି ପାହାଳରେ ଆଗ ଅପେକ୍ଷା ବର୍ତ୍ତମାନ ଅଧିକ ମିଠା ରଖାଯାଇଛି। ନୂଆବର୍ଷ ହେଲେ ଲୋକଙ୍କର ମିଠା କିଣିବାର ସଉକ ଥାଏ। କିଏ ସେ ନିଜ ଉପରସ୍ଥି ଅଫିସରଙ୍କୁ ମିଠା ଖୁଆଇ ଖୁସି କରିବାକୁ ଚାହେଁ। କିଏ ନିଜ ପରିବାରରେ ମିଠା ବାଣ୍ଟି ନୂଆ ବରଷରେ ଖୁସି ଆଣିବାକୁ ଚେଷ୍ଠା କରେ। ଏହାର ସୁଯୋଗରେ ପାହାଳ ମିଠା ବ୍ୟବସାୟୀ ବେଶ ତତ୍ପର ହୋଇ ଉଠିଛନ୍ତି। ସେମାନେ ଛେନାପୋଡ, ଛେନା ଗଜା…

Read More

ମେଷ- ଆଜି ଆପଣଙ୍କ ପାଇଁ ଭଲ ଦିନ ନୁହେଁ। କିଛି ସମସ୍ୟା କିମ୍ବା ଟେନସନ ଆପଣଙ୍କ ପାଖରେ ରହିବ, କିନ୍ତୁ ପ୍ରୟାସ ସହିତ ସବୁକିଛି ଠିକ୍ ହୋଇଯିବ । ପିତା କିମ୍ବା ଧର୍ମ ଗୁରୁଙ୍କୁ ସମର୍ଥନ ମିଳିବ। ପଡୋଶୀ କିମ୍ବା ରାଜନୈତିକ ବ୍ୟକ୍ତିଙ୍କ କାରଣରୁ ଟେନସନ ହୋଇପାରେ, ତେଣୁ ସତର୍କ ରୁହନ୍ତୁ। ସ୍ୱାସ୍ଥ୍ୟ ସଚେତନ ରୁହନ୍ତୁ ଏବଂ ଖାଦ୍ୟର ଯତ୍ନ ନିଅନ୍ତୁ। ପୁରୁଣା ସାଙ୍ଗମାନଙ୍କୁ ଭେଟି ପାରିବେ । ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆବଶ୍ୟକ । ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଅର୍ଥପୂର୍ଣ୍ଣ କାର୍ଯ୍ୟଗୁଡ଼ିକ ସଫଳ ହେବ। ପାରିବାରିକ ଜୀବନ ଖୁସି ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବୁଲିବା ପାଇଁ କୌଣସି ସ୍ଥାନକୁ ଯାଇପାରନ୍ତି । ଯଦି ଆପଣଙ୍କ ଶକ୍ତିକୁ ସୃଜନଶୀଳ କାର୍ଯ୍ୟରେ ଲଗାଇବ, ଏହା ଭଲ ହେବ, ଭଲ ଫଳାଫଳ ବାହାରକୁ ଆସିବ। ଏକ ପ୍ରାକୃତିକ ପରିବେଷ ପାହାଡ ଅଞ୍ଚଳକୁ ଯାତ୍ରା…

Read More

ଭୁବନେଶ୍ବର, ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ପାଇଁ ଏକ ଭଲ ଖବର। ନୂଆ ବର୍ଷରେ ସେମାନଙ୍କୁ ମିଳିଲା ନୂଆ ପୋଷାକ। ତାହା ହେଉଛି ଅଗ୍ନି ନିରୋଧ ପୋଷକ। ଯେଉଁ ପୋଷାକରେ ସହଜରେ ନିଆଁ ଲାଗିବ ନାହିଁ। ଅର୍ଥାତ ଏହି ପୋଷାକ ପ୍ରାୟ 800 ସେଣ୍ଟିଗ୍ରେଡ ଉତ୍ତାପକୁ ପ୍ରାୟ 10ରୁ 20 ସେକେଣ୍ଡ ପାଇଁ ସହ୍ୟ ପାରିବ। ଫଳରେ ଜଣେ ନିଆଁ ଭିତରେ ପଶି ଜଣଙ୍କୁ ଉଦ୍ଧାର କରିପାରିବ। ପରବର୍ତ୍ତି ସମୟରେ କର୍ମଚାରୀମାନଙ୍କୁ ଗମବୁଟ, ହେଲେମେଟ, ଅମ୍ଲଜାନ ଯନ୍ତ୍ର ମଧ୍ୟ ଯୋଗାଇ ଦିଆଯିବ। ଏହାଦ୍ବାରା ବିଶାକ୍ତ ଗ୍ୟାସ ଜନିତ ଦୁର୍ଘଟଣାରେ ଅଗ୍ନିଶମ କର୍ମଚାରୀ କାମ କରିବାରେ ସହଜ ହେବ। ବର୍ତ୍ତମାନ ଏହି ଅଗ୍ନିନିରୋଧ ପୋଷାକ 5ଶହ ହଳ ଆସିଛି। ପରବର୍ତ୍ତି ସମୟରେ ଏହାର ପରିମାଣ ବୃଦ୍ଧି କରାଯିବ। ତେବେ ବର୍ତ୍ତମାନ ଆସିଥିବା ଏହି ପୋଷାକ କେବଳ ସହରାଞ୍ଚଳ ଏବଂ ଶିଳ୍ପାଞ୍ଚଳ ଅଗ୍ନିଶମ କର୍ମଚାରୀଙ୍କୁ ପ୍ରଦାନ କରାଯିବ। ପୂର୍ବରୁ କର୍ମଚାରୀମାନେ କେବଳ ଖାକି ପୋଷାକ ପରିଧାନ…

Read More