Author: Samikhsya Bureau

ନୂଆଦିଲ୍ଲୀ, ଆମେ ଆଜି ଚାରୋଟି ରାଶି ସଂପର୍କରେ କହିବୁ ଯାହା ଆଜିର ଦିନ ବେଶ ଚମକି ଉଠିବ। 29 ନଭେମ୍ବର ଠାରୁ ହଠାତ୍ ରାଶିଚକ୍ରରେ ପରିବର୍ତ୍ତନ ଯୋଗ ସୃଷ୍ଟି ହେଉଥିବାରୁ ଆପଣଙ୍କ ଗ୍ରହରେ ପରିବର୍ତ୍ତନ ହେଉଛି। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଉପଭୋଗ୍ୟ ହେବ। ଆପଣ ଜୀବନରେ ଦ୍ୱିଗୁଣ ଅଗ୍ରଗତି କରିବେ ଏବଂ ସଫଳତାର ନୂତନ ରେକର୍ଡ ସୃଷ୍ଟି କରିବେ। ଶିକ୍ଷା, ଚାକିରୀ ଏବଂ ବ୍ୟବସାୟ କ୍ଷେତ୍ରରେ, ଆପଣ ବହୁତ ଭଲ ଖବର ପାଇବାର ସମ୍ଭାବନା ଅଛି। ଲୋକମାନେ ଆପଣଙ୍କର ଭଲ ଆଚରଣରେ ଖୁସି ହେବେ, ପରିବାରରେ ଆପଣଙ୍କର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇବ। ଆପଣ ଜୀବନ ସାଥୀଙ୍କଠାରୁ ସମର୍ଥନ ଏବଂ ପ୍ରେମ ପାଇବେ। ଆପଣ ଯୋଜନାବଦ୍ଧ କରିଥିବା କାର୍ଯ୍ୟ ସମାପ୍ତ ହେବ। ଆପଣ ମଧ୍ୟ ଖୁବ୍ ଶୀଘ୍ର ବହୁତ ବଡ଼ ସଫଳତା ପାଇବେ। ସୁଖ ସମୃଦ୍ଧ ଟଙ୍କାରେ ଆପଣଙ୍କ ଭାଗ୍ୟ ଭରି ରହିବ। ଆମେ ଯେଉଁ ଚାରୋଟି ରାଶି କଥା…

Read More

ନୂଆଦିଲ୍ଲୀ,ବର୍ତ୍ତମାନ ଦୁଇଟି ସଂସ୍ଥାର ଟିକାକୁ କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ ଜରୁରୀ ବ୍ୟବହାର କରିବାକୁ ଅନୁମତି ଦେଇଛି। ହେଲେ ଏହାପରେ ପୁଣି ଆଉ ଏକ ସଂସ୍ଥାର ଟିକାକୁ ମଧ୍ୟ ଅନୁମତି ମିଳିବାର ସମ୍ଭାବନା ଦେଖାଦେଇଛି। ତାହା ହେଉଛି କାଡିଲା ହେଲ୍‍ଥ କେୟାର ସଂସ୍ଥାର ଏନ୍‍-କଭ୍‍ ଭ୍ୟାକ୍ସିନ । ଡିଏନ୍‍ଏ ପ୍ଲାଟଫର୍ମ ଟେକ୍‍ନୋଲଜି ବ୍ୟବହାର କରି କାଡିଲା ଏହି ନଭେଲ କରୋନା ଟିକା ବିକଶିତ କରିଛି । ଫାର୍ମ ପକ୍ଷରୁ ଦେଶରେ ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ପ୍ରୟୋଗ ୧ ହଜାରରୁ ଅଧିକ ଲୋକଙ୍କ ଉପରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ଏବଂ ସେହି ପରୀକ୍ଷା କାର୍ଯ୍ୟ ଚାଲିଛି । ଏହି କ୍ଲିନିକାଲ ଟ୍ରାଏଲରୁ ମିଳିଥିବା ଅନ୍ତରୀଣ ଡାଟାରୁ ଜଣାପଡିଛି ଯେ ଏହି ଟିକା ନିରାପଦ ଏବଂ ଏହାର ରୋଗ ନିରୋଧକ ଶକ୍ତି ଭଲ। ଏହି ଟିକାକୁ ଇଂଜେକ୍ସନ ଆକାରରେ ନିୟମିତ ବ୍ୟବଧାନରେ ୩ ଥର ନେବାକୁ ପଡିବ। ଏହି…

Read More

ନୂଆଦିଲ୍ଲୀ, ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି । ଏଥିରେ ୧୦୦ କୋଟି ଡିଜିଟାଲ ଭିଉଜ ଏବଂ ୬୦୦ କୋଟି ଡିଜିଟାଲ ୱାଚ ମିନିଟ ରେକର୍ଡ କରାଯାଇଛି । ୨୦୨୦ରେ ନିଉଜ୍‍ ଅନ୍‍ ଏୟାର ଆପ୍‍ ଏହାର ପ୍ଲାଟଫର୍ମରେ ୨.୫ ନିୟୁତ ୟୁଜରଙ୍କୁ ଯୋଡିଥିଲା । ଫଳରେ ୩୦୦ ନିୟୁତରୁ ଅଧିକ ଲାଇଭ ରେଡିଓ ଷ୍ଟ୍ରିମିଂ ଦେଖିଥିଲେ । ସେଥିରେ ସ୍ଥାନ ପାଇଥିବା ୨୦୦ରୁ ଅଧିକ ଷ୍ଟ୍ରିମ୍‍ ବେଶ୍‍ ଲୋକପ୍ରିୟ ଥିଲା । ଡିଡି ନ୍ୟାସନାଲ ଓ ଡିଡି ନିଉଜ୍‍ ଚାନେଲ ସହିତ ପ୍ରସାର ଭାରତୀର ଶ୍ରେଷ୍ଠ ୧୦ଟି ଡିଜିଟାଲ ଚାନେଲ ମଧ୍ୟରେ ମରାଠି ଡିଡି ନିଉଜ୍‍ ଚାନେଲ ସହାଦ୍ରି, କନ୍ନଡର ଡିଡି ଚନ୍ଦନ, ବାଂଲାର ଡିଡି ବାଂଲା ଏବଂ ତେଲୁଗୁର ଡିଡି ସପ୍ତଗିରି ସ୍ଥାନ ପାଇଛି । ଲାଇଭ କମେଣ୍ଟ୍ରିରେ ଡିଡି ସ୍ପୋର୍ଟ୍ସ ଓ ଆକାଶବାଣୀ…

Read More

ନୂଆଦିଲ୍ଲୀ, ଆଜି ତିନୋଟି ରାଶି ପାଇଁ ରହିଛି ଭଲ ଖବର। ଏହି ରାଶିର ବ୍ୟକ୍ତିମାନେ ବଡ ଲୋକଙ୍କ ଆଶୀର୍ବାଦ ଆପଣଙ୍କୁ ବହୁତ ଭଲରେ ରଖିବ। ଦିନରେ କିଛି ବଡ କାର୍ଯ୍ୟ ହୋଇପାରେ। ଆପଣଙ୍କ ଖୁସିର ସ୍ତର ଦ୍ରୁତ ଗତିରେ ବଢୁଥିବା ଦେଖାଯାଏ । ଆପଣ କିଛି ଲାଭ ପାଇବାକୁ ଯାଉଛନ୍ତି । ଆପଣଙ୍କ ପାଇଁ ଉତ୍ତମ ମାର୍ଗଦର୍ଶନ ଉପଲବ୍ଧ ଅଛି। ପ୍ରତିଯୋଗିତା ପରୀକ୍ଷାରେ ଆପଣଙ୍କୁ ଉନ୍ନତ କରିପାରେ। ପରିବାରରେ ଖୁସିର ବାତାବରଣ ରହିବ। ଆଜିର ସମୟ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି, ବ୍ୟବସାୟ ଶ୍ରେଣୀର ଲୋକମାନେ ଅଧିକ ଅର୍ଥ ଉପକୃତ ହେବେ, ଆପଣ ନିଜ ଜୀବନରେ ଉନ୍ନତି ଆଣିବାକୁ ଯୋଜନା କରିବେ, ଆପଣଙ୍କ କାର୍ଯ୍ୟ ଅଗ୍ରଗତି କରିବ। ସେହି ତିନୋଟି ରାଶି ହେଲ ଧନୁ,ମକର ଏବଂ ମୀନ। ସମୟ ସହିତ ଆପଣଙ୍କର ଜୀବନରେ ନୂତନ ପରିବର୍ତ୍ତନ ଦେଖିବାକୁ ପାଇବେ। ପଦୋନ୍ନତି ଏବଂ ବେତନ ବୃଦ୍ଧି ହେବାର ସମ୍ଭାବନା ଅଛି।…

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍‍ସିଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସେରମ ଇନ୍‍ଷ୍ଟିଚ୍ୟୁଟ ଅଫ୍‍ ଇଣ୍ଡିଆ ଏବଂ ଭାରତ ବାୟୋଟେକ୍‍ ପ୍ରତିଷ୍ଠାନ ଦ୍ୱାରା ପ୍ରସ୍ତୁତ କରୋନା ୧୯ ଭୂତାଣୁ ନିରୋଧୀ ଟିକାର ନିୟନ୍ତ୍ରିତ ଜରୁରୀ ବ୍ୟବହାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଏହାଛଡା ଏହି ବୈଠକରେ କାଡିଲା ହେଲ୍‍ଥ କେୟାର ସଂସ୍ଥା ଦ୍ୱାରା ନିର୍ମିତ ଟିକାର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷାକୁ ମଧ୍ୟ ଅନୁମତି ମିଳିଛି । ଏହି ବିଶେଷଜ୍ଞ କମିଟିରେ ଛାତିରୋଗ, ରୋଗ ପ୍ରତିରୋଧ ବିଜ୍ଞାନ,  ଅଣୁଜୀବ ବିଜ୍ଞାନ,  ଔଷଧ ବିଜ୍ଞାନ,  ଶିଶୁରୋଗ ବିଜ୍ଞାନ ଏବଂ ଆନ୍ତରିକ ଭେଷଜ ଚିକିତ୍ସା ବିଜ୍ଞାନ  ବିଭାଗର ବିଶେଷଜ୍ଞମାନେ ସଦସ୍ୟ ଅଛନ୍ତି। ପୁଣେଠାରେ ଥିବା ସେରମ ପ୍ରତିଷ୍ଠାନ ପକ୍ଷରୁ ରିକମ୍ବିନାଣ୍ଟ ସିମ୍ପାଞ୍ଜି  ଆଡେନୋଭାଇରସ୍‍ ଭେକ୍ଟର ଭେକ୍ସିନ ବା କୋଭିସିଲ୍ଡ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ସାର୍ସ-କୋଭ-ଟୁ…

Read More

ମେଷ: ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ହେବ। ଚିନ୍ତାଧାରାରେ ଅତି ଶୀଘ୍ର ପରିବର୍ତ୍ତନ ଯୋଗୁଁ, ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ସହଜ ହେବ ନାହିଁ। ଆଜି ଶ୍ରୀଗଣେଶ ଆପଣଙ୍କ ଉପରେ ଆର୍ଶିବାଦ ବର୍ଷା କରିଛନ୍ତି। ଏକ ନିର୍ଦ୍ଦିଷ୍ଟ କାରଣ ପାଇଁ କାର୍ଯ୍ୟ କିମ୍ବା ଭ୍ରମଣ ହେବାର ଯୋଗ ରହିଛି। ଆଜି ଲେଖାଲେଖି କରିବାର ଶୁଭ ଦିନ ଅଟେ। କାରଣ ଆଜି ବୈଦ୍ଧିକ ଏବଂ ଯୁକ୍ତିଯୁକ୍ତ ଚିନ୍ତା ବିନିମୟ ହୋଇପାରେ। କୈଣସି ମହିଳାଙ୍କ ପାଇଁ ବିବାଦ ଭିତରକୁ ଯାଆନ୍ତୁ ନାହିଁ। ବୃଷ- ମନର ସ୍ଥିରତା ବଜାୟ ରଖିବାର ଆଜି ଆବଶ୍ୟକତା ରହିଛି। କାରଣ ଆପଣ ଆଜି ସୁଯୋଗ ହରାଇ ପାରନ୍ତି। ଯଦି ଆପଣଙ୍କର ଆପୋଷ ବୁଝାମଣା କରିବାର ପ୍ରବୃତ୍ତି ଅଛି, ତେବେ କାହା ସହିତ କୈଣସି ବିବାଦ ହେବ ନାହିଁ। ରହଣି ଆୟୋଜନ ସ୍ଥଗିତ ରଖିବ। ଲେଖକ, କଳାକାର ଏବଂ ପରାମର୍ଶଦାତାମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଆଜି…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ ୫ ତାରିଖ ୧୧ ଟା ସମୟରେ କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପ ଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହି କାର‌୍ୟ୍ୟକ୍ରମ ‘ୱାନ ନେସନ ୱାନ ଗ୍ୟାସ ଗ୍ରୀଡ’ ସୃଷ୍ଟି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ଏହି ଅବସରରେ କର୍ଣ୍ଣାଟକ ଏବଂ କେରଳର ରାଜ୍ୟପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ମଧ୍ୟ ଯୋଗଦେବେ । ପାଇପଲାଇନ ବିଷୟରେ ୪୫୦ କିଲୋମିଟର ଲମ୍ବା ପାଇପଲାଇନ ଗେଲ (ଭାରତ) ଲିମିଟେଡ ଦ୍ୱାରା ନିର୍ମିତ ହୋଇଛି । ଏହାର ଦୈନିକ ୧୨ ମିଲିୟନ ମେଟ୍ରିକ ଷ୍ଟାଣ୍ଡାର୍ଡ କ୍ୟୁବିକ ମିଟର ପରିବହନ କ୍ଷମତା ରହିଛି ଏବଂ କୋଚି (କେରଳ)ରେ ଲିକ୍ୱିଫାଏଡ ପ୍ରାକୃତିକ ବାଷ୍ପ (ଏଲଏନଜି) ରେଜିଫିକେସନ ଟର୍ମିନାଲରୁ ପ୍ରାକୃତିକ ବାଷ୍ପ ପରିବହନ କରିବ ଯାହା ମାଙ୍ଗାଲୁରୁ (ଡାକସିନା କନ୍ନଡ ଜିଲ୍ଲା, କର୍ଣ୍ଣାଟକ), ଏର୍ନାକୁଲମ୍,…

Read More

ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି  ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସ ନେତାଙ୍କ ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିନେଇଛନ୍ତି। ସେମାନେ ହେଲେ ଡ. ତିରୁପତି ପାଣିଗ୍ରାହୀ, ଏସ୍ ଗଜପତି ରାଓ, ବି. ବାଲରାକୁ, ଟି ନାଗେଶ୍ୱର ରାଓ, ଡି.ଭି. ରାଜୁ, ଏମ କ୍ରିଷ୍ଣା ରାଓ, ଏସ ବାଲରାଳୁ, ଏସ୍ ଜୟମୋହନ ରାଓ, କ୍ରିଷ୍ଣା କୁମାର ବେହେରା। ସେହିପରି କାଶି ନଗର ବ୍ଲକର ନେତୃବୃନ୍ଦ ଜି. ତିରୁପତି ରାଓ, ଅଖୀଳ କୁମାର ପାତ୍ର, କେ.ସି. ଏଚ.ଡୋରା, ଏନ୍ ଜୀବରତ୍ନ, କେ ରାମାରାଓ ଙ୍କ ଉପରେ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରି ନେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ଏହି ନିଳମ୍ବନକୁ ପ୍ରତ୍ୟାହାର କରିଛନ୍ତି। ଗତ ସାଧାରଣ ନିର୍ବାଚନ ପରେ ଏମାନଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଳମ୍ବନ କରାଯାଇଥିଲା।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲାର ପୁରାତନ ଶିକ୍ଷାନୁଷ୍ଠାନ ଟାଙ୍ଗୀ ବଳରାମ ଦେବ ବିଦ୍ୟାପୀଠର ୭୮ ତମ ପ୍ରତିଷ୍ଠା ଦିଵସ ପାଳିତ ହୋଇ ଯାଇଅଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର ପୂର୍ବତନ ପ୍ରଧାନ ଶିକ୍ଷକ ଡମ୍ବରୁ ଧର ପରିଡାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି। ଏହାସହ ବିଦ୍ୟାଳୟର ସମ୍ମିଳନୀ କକ୍ଷରେ ପ୍ରତିଷ୍ଠା ଦିଵସ ଅବସରରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠିତ ଉତ୍ସବରେ ଛାତ୍ର ସଂସଦ ପକ୍ଷରୁ ବିଦ୍ୟାଳୟର କୃତ୍ତି ଛାତ୍ର ଛାତ୍ରୀଙ୍କ ସହ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ପ୍ରଦର୍ଶନ କରିଥିବା ପୂର୍ବତନ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଧାୟକ ଜିତୁ ମିତ୍ର ଯୋଗ ଦେଇ ବିଦ୍ୟାଳୟକୁ ସରସ ସୁନ୍ଦର କରିବା ପାଇଁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହା ସହ ରାଜ୍ୟ ସରକାରଙ୍କ ମୋ ସ୍କୁଲ୍ ଯୋଜନାରେ ପ୍ରାକ୍ତନ ଛାତ୍ରମାନେ ବିଦ୍ୟାଳୟ ସହ ଯୋଡି…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଦଶମ ଏବଂ ଦ୍ଵାଦଶ ଶ୍ରେଣୀ ହଷ୍ଟେଲ ଖୋଲିବା ନେଇ  ଏସଓପି ଜାରି କରାଯାଇଛି। ହଷ୍ଟେଲରେ ରହିବା ପାଇଁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଅଭିବାବକମାନେ ଲିଖିତ ଅନୁମତି ପ୍ରଦାନ କରିବା ଆବଶ୍ୟକ। ଅନଲାଇନ ଶିକ୍ଷାର ସୁବିଧା ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ରହିବା ପାଇଁ ଅଗ୍ରାଧିକାର ଦିଆଯିବ। ହଷ୍ଟେଲରେ ପ୍ରବେଶ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ ପରେ ଲକ୍ଷଣ ନଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ଅନୁମତି ମିଳିବ। ଏହା ସହିତ ପ୍ରତିଦିନ ହଷ୍ଟେଲରେ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ସ୍କ୍ରିନିଙ୍ଗ କରାଯିବ। ମେଡିକାଲ ଟିମ ସପ୍ତାହକୁ ଥରେ ହଷ୍ଟେଲ ପରିଦର୍ଶନ କରିବେ। ଏବଂ ସମସ୍ତ ଛାତ୍ରଛାତ୍ରୀ ଏବଂ କର୍ମଚାରୀଙ୍କ ସପ୍ତାହକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଛାତ୍ରଛାତ୍ରୀ ବାହାରୁ ଖାଦ୍ୟ ମଗାଇ ଖାଇପାରିବେ ନାହିଁ।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତିକ୍ରମେ ଇଂଜିନିୟରିଂ, ମେଡ଼ିକାଲ୍ କଲେଜରେ ସରକାରୀ ସ୍କୁଲର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ନେଇ ନିଷ୍ପତ୍ତିକୁ ଘରୋଇ ବିଦ୍ୟାଳୟ ମହାସଂଘ ବିରୋଧ କରିଛି। ତୁରନ୍ତ ଏହାକୁ ରାଜ୍ୟ ସରକାର ପ୍ରତ୍ୟାହାର କରିବାକୁ ସଂଘ ଦାବି କରିବା ସହ ନଚେତ୍ ଆଗାମୀ ଦିନରେ ସଂଘ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଆଜି ଗୁରୁକୁଳ ଇଣ୍ଟରନ୍ୟାସନାଲ୍ ପବ୍ଲିକ୍ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ଘରୋଇ ବିଦ୍ୟାଳୟ ଶିକ୍ଷକ ଓ କର୍ତ୍ତୃପକ୍ଷ ମହାସଂଘର ବାର୍ଷିକ ଉତ୍ସବରେ କୁହାଯାଇଥିଲା। ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ବିଧାୟକ ବିକ୍ରମ ପଣ୍ଡା ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଗଂଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା, ରଂଜନ କୁମାର ପୋଲାଇ, ଅରୁଣ କୁମାର ଷଡ଼ଙ୍ଗୀ, ଲକ୍ଷ୍ମଣ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସବୁବେଳେ କିଛି ନୂଆ କରି ଦେଖାଇବାର ଆଶା ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ। ସେ ସବୁବେଳେ କୁହନ୍ତି ଯେ ଉତ୍ତମ ଚିନ୍ତାଧାରା ଓ କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି। ପୂର୍ବରୁ ସେ ଅନେକ ହାତତିଆରି କଳାକୃତି କରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିବାବେଳେ ଏବେ ନିଜ କଳାକୃତି ମାଧ୍ୟମରେ କରୋନା ସଚେତନତାର ବାର୍ତ୍ତାଦେଇ ପୁଣି ଆସିଛନ୍ତି ଚର୍ଚ୍ଚାକୁ। ଏବେ ଆମେ କହୁଛୁ ବ୍ରହ୍ମପୁରରୁ ବାଲୁକା ଶିଳ୍ପୀ ସତ୍ୟ ମହାରଣାଙ୍କ କଥା। ଯିଏକି ଦରକାରୀ ହେଉ କିମ୍ବା ଅଦରକାରୀ ସମସ୍ତ ଛୋଟଛୋଟ ସାମଗ୍ରୀରେ ତିଆରି କରିଥାନ୍ତି ବିଭିନ୍ନ କଳାକୃତି। ବର୍ତ୍ତମାନ ସେ କାଠରେ ବିରଳ ନାଗାର୍ଜୁନ ବେଶ ପ୍ରସ୍ତୁତ କରି କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଏକାଠି ହୋଇ ଲଢ଼ିବାକୁ ସଚେତନତାର ବାର୍ତ୍ତା ପ୍ରଦାନ କରିଛନ୍ତି। ଏପାଖେ କାଳିଆ, ସେ ପାଖେ ବଳିଆ ଆଉ ମଝିରେ ଅଛନ୍ତି ଭଉଣୀ ସୁଭଦ୍ରା।…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୨୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୩୬, ଖୋର୍ଦ୍ଧାରୁ ୩୩, ଅନୁଗୁଳରୁ ୨୧, କଟକରୁ ୨୧, ସମ୍ବଲପୁରରୁ ୧୯, ବରଗଡରୁ ୧୮, ବଲାଙ୍ଗୀରିରୁ ୧୬, ମୟୂରଭଞ୍ଜରୁ ୧୬, ଯାଜପୁରରୁ ୧୧, ବାଲେଶ୍ବରରୁ ୧୦, କେନ୍ଦ୍ରାପଡାରୁ ୧୦, ନୂଆପଡାରୁ ୯, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୩, ଭଦ୍ରକରୁ ୨, ଜଗତସିଂହପୁରରୁ ୨, ନବରଙ୍ଗପୁରରୁ ୨, କେନ୍ଦୁଝରରୁ ୧, ନୟାଗଡରୁ ୧, ପୁରୀରୁ ୧  ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୬ ହଜାର ୨୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୩୦୯ କୁ ବୃଦ୍ଧି ହୋଇଛି। ତେବେ ୨୧୬୪…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁର ନୂତନ ଏସ.ଡି.ପି.ଓ ଭାବେ ଯୋଗଦେଇଛନ୍ତି ଯୁବ ଓପିଏସ ଅଧିକାରୀ ମାନସ ରଞ୍ଜନ ବାରିକ। ନିକଟରେ ବାଲୁଗାଁ ଏସ.ଡି.ପି.ଓ ସୁରେଶ କୁମାର ଦାସଙ୍କ କେଉଁଝର ଜିଲ୍ଲା ଆନନ୍ଦପୁର ବଦଳି ହୋଇଥିବାବେଳେ ତାଙ୍କ ସ୍ଥାନରେ ଜାନୁଆରୀ ୧ ରେ ଦାଇତ୍ୱ ଗ୍ରହଣ କରିଛନ୍ତି ଶ୍ରୀ ବାରିକ। ବାଣପୁର, ବାଲୁଗାଁ, ନିରାକାରପୁର ଏବଂ ଟାଙ୍ଗୀ ପରି ଚାରି ଗୋଟି ଗୁରୁତ୍ୱପୂର୍ଣ ଥାନା ଶ୍ରୀ ବାରିକଙ୍କ  ପ୍ରତ୍ୟେକ୍ଷ ତତ୍ୱାବଧାନରେ ରହିବ। ଜଣେ ଯୁବ କର୍ତ୍ତବ୍ୟନିଷ୍ଠ ଏବଂ ପରୋପକାରୀ  ପୋଲିସ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ବାରିକ। ଓଡିଶା ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ୨୦୧୬ ରେ ଓଡ଼ିଶା ପୋଲିସ ସେବା(ଓ.ପି.ଏସ)ରେ ଯୋଗଦେଇ ଦୁଇ ବର୍ଷ ଟ୍ରେନିଂ ପରେ ୨୦୧୮ ରେ  ପ୍ରଥମେ ମାଲକାନଗିରି ଜିଲ୍ଲାର  ଚିତ୍ରକୋଣ୍ଡା ଏସ.ଡି.ପି.ଓ ରୂପେ ପୋଷ୍ଟିଙ୍ଗ ପାଇଥିଲେ ଶ୍ରୀ ବାରିକ ଏବଂ ଏହାପରେ ସେ କନ୍ଧମାଳ ଜିଲ୍ଲାର ବାଲିଗୁଡା ଏସ.ଡି.ପି.ଓ ଭାବେ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ୮ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ସକ୍ରିୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୬୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୩୧ ହଜାର ୧୯୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨୦୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୪୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ନୂଆଦିଲ୍ଲୀ: ଧୂମ୍ରପାନ ଏବଂ ତମାଖୁ ଉତ୍ପାଦ କିଣିବା ଏବଂ ବିଜ୍ଞାପନ ଉପରେ କେନ୍ଦ୍ର ସରକାର ନୂଆ କଟକଣା ଲଗାଇବାକୁ ଯାଉଛନ୍ତି। ସେଥିପାଇଁ ଏକ ନୂଆ ନିୟମ ପ୍ରସ୍ତୁତ କରାଯାଇଛି। କେନ୍ଦ୍ର ସରକାର ସିଗାରେଟ୍ ଏବଂ ତମାଖୁ ଉତ୍ପାଦ ସଂଶୋଧନ ଅଧିନିୟମ, ୨୦୨୦ ପ୍ରସ୍ତୁତ କରିଛନ୍ତି। ନୂଆ ନିୟମ ଅନୁଯାୟୀ, ୨୧ ବର୍ଷ ବୟସ୍କ ହିଁ  ତମାଖୁ କିଣିପାରିବ। ପୂର୍ବରୁ ତମାଖୁ କିଣିବା ପାଇଁ ବୟସ ସୀମା ୧୮ ବର୍ଷ ଥିଲା। ଏବେ ଏହାକୁ ୨୧ ବର୍ଷକୁ ବୃଦ୍ଧି କରାବା ପାଇଁ ପ୍ରସ୍ତାବ ଦିଆଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ବୟସ ସୀମା ୨୧ ବର୍ଷକୁ ବୃଦ୍ଧି କରିବା ନେଇ ପ୍ରସ୍ତାବ ଦେଇଛି। ସରକାର ଏ ସଂକ୍ରାନ୍ତରେ ୨୦୦୩ର ନିୟମକୁ ସଂଶୋଧନ କରିବାକୁ ଯାଉଛନ୍ତି। ବିଲରେ ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, ଜଣେ ଦୋକାନୀ ୨୧ ବର୍ଷ କିମ୍ବା ତାଠାରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ସିଗାରେଟ୍ କିମ୍ବା ଅନ୍ୟ ତମାଖୁ ଦ୍ରବ୍ୟ ବିକ୍ର କରିପାରିବ ନାହିଁ। ଏହା ସହିତ…

Read More

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଆଉ ଦୁଇ ପୁରୁଣା ଚେହେରା ସାମିଲ ହୋଇଛନ୍ତି। ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଇଛି। ରାଜଭବନରେ ଆୟୋଜିତ ଶପଥ ସମାରୋହରେ ରାଜ୍ୟପାଳ ଆନନ୍ଦୀ ବେନ ପଟେଲ ଏହି ଦୁଇଜଣଙ୍କୁ ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତେବେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ଅସହଯୋଗ କରି ଯେଉଁ ୨୨ ବିଧାୟକ କଂଗ୍ରେସ ଛାଡ଼ିଥିଲେ ସେଥିରେ କମଳନାଥ ସରାକରରେ ମନ୍ତ୍ରୀ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। ଗତ ୨୩ ମାର୍ଚ୍ଚରେ ଶିବରାଜ ସିଂହ ଚୌହାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାର ଏକ ମାସ ପରେ ଯେଉଁ ୫ ମନ୍ତ୍ରୀ ଶପଥ ନେଇଥିଲେ ସେମାନଙ୍କ ମଧ୍ୟରେ ତୁଳସିରାମ ସିଲାଓ୍ବଟ ଓ ଗୋବିନ୍ଦ ରାଜପୁତ ମଧ୍ୟ ସାମିଲ ଥିଲେ। କିନ୍ତୁ ଉପ ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଧାନସଭାର ସଦସ୍ୟ ହେବାର ବାଧ୍ୟବାଧକତା ମଧ୍ୟରେ ସେମାନେ ଇସ୍ତଫା…

Read More

ଗାଜିଆବାଦ: ଦିଲ୍ଲୀ ନିକଟସ୍ଥ ଗାଜିଆବାଦର ଏକ ଶ୍ମଶାନରେ ଅଭାବନୀୟ ଘଟଣା ଘଟିଯାଇଛି। ଏଠାରେ ଏକ ବଡଧରଣର ଦୁର୍ଘଟଣା ଘଟିଛି। ଶ୍ମଶାନର ଛାତ ଭୁଶୁଡି ପଡିବାରୁ ଶବଦାହ କରିବାକୁ ଆସିଥିବା ଲୋକମାନଙ୍କ ମଧ୍ୟରୁ ଛାତତଳେ ଚାପି ହୋଇ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଜି ମୁରାଦନଗରର ଶ୍ମାଶାନରେ ଜଣେ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରାଯାଉଥିଲା। ଠିକ ଏହି ସମୟରେ ବର୍ଷା ଆରମ୍ଭ ହୋଇଥିଲା। ଲୋକମାନେ ବର୍ଷାରୁ ରକ୍ଷା ପାଇବାକୁ ଶ୍ମଶାନ ଛାତ ତଳେ ଆଶ୍ରୟ ନେଇଥିବା ବେଳେ ହଠାତ ଛାତ ଭୁଷୁଡି ପଡିଥିଲା। ଯାହାଫଳରେ ଅନ୍ତିମ ସଂସ୍କାର କରିବାକୁ ଆସିଥିବା ଲୋକ ସେହି ଛାତ ତଳେ ଚାପି ହୋଇଯାଇଥିଲେ। ପୋଲିସ ଓ ଏନଡିଆରଏଫ୍ ଟିମ୍ ସୂଚନା ପାଇ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ୧୮ ଜଣ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ଏହା ସହ…

Read More

ଭୁବନେଶ୍ବର, ଉଚ୍ଚ ଶିକ୍ଷା ବିଭାଗ ମଧ୍ୟ ରାଜ୍ୟର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ସେହି ଅନୁସାରେ ଆସନ୍ତା 11 ତାରିଖରୁ କଲେଜ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କଲେଜରେ କ୍ଲାସ ମାର୍ଚ୍ଚ 15 ତାରିଖ ପର୍ଯ୍ୟନ୍ତ ହେବ ବୋଲି କୁହାଯାଇଛି। ସେହିପରି ପରୀକ୍ଷାଗୁଡିକ ମାର୍ଚ୍ଚ 16 ତାରିଖରୁ ଆରମ୍ଭ କରି 30 ତାରିଖ ମଧ୍ୟରେ ସାରିବା ପାଇଁ କୁହାଯାଇଛି। ଜାଣନ୍ତୁ କେତେବେଳେ କଣ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶନାମ ଜାରି କରିଛି।

Read More

ଭୁବନେଶ୍ବର: ଜାନୁଆରୀ ୮ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲ୍ ଖୋଲାଯିବ। ଏନେଇ ଗତକାଲି ଗଣଶିକ୍ଷା ବିଭାଗ ଘୋଷଣା କରିଥିଲା। ହେଲେ ଆଜି ହଷ୍ଟେଲ ଖୋଲିବା ନେଇ ଘୋଷଣା କରିଛନ୍ତି। ଏ ବିଷୟରେ ଗଣ ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ହଷ୍ଟେଲ ନଖୋଲିଲେ ପିଲାମାନେ ହାଇରାଣ ହେବେ। ତେଣୁ ଯେଉଁ ସବୁ ସ୍କୁଲ୍‌ରେ ହଷ୍ଟେଲ୍ ରହିଛି, ସେଗୁଡ଼ିକୁ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। କେବଳ ଆମ ବିଭାଗ ନୁହେଁ, ଯେଉଁଠି ଟିଆର୍‌ଡବ୍ଲୁ ସ୍କୁଲ୍‌ର ହଷ୍ଟେଲ୍‌ ରହିଛି, ସେଗୁଡ଼ିକ ବି ଖୋଲିବ। ଜାରି ଗାଇଡ୍‌ ଲାଇନ୍‌ ଅନୁସାରେ ଯେଉଁଠି ସ୍କୁଲ୍‌ ଖୋଲିପାରିବ, ସେଇଠି ହଷ୍ଟେଲ ଗୁଡ଼ିକ ମଧ୍ୟ ଖୋଲିପାରିବ। ଏନେଇ ଖୁବ୍‌ଶୀଘ୍ର ନୂଆ ଏସ୍‌ଓପି ଜାରି କରାଯିବ।

Read More