କନ୍ଦର୍ପ ବେହେରା ରେଢାଖୋଲ: ରେଢାଖୋଲ ବ୍ଲକ୍ ବଡମାଳରେ ଆଜି ୧୦୮ ରାଷ୍ଟ୍ରୀୟ ଆମ୍ବୁଲାନସ୍ ସେବା ଆରମ୍ଭ ହୋଇଛି। ପ୍ରକାଶ ଯେ, ରେଢାଖୋଲ ବ୍ଲକ୍ ବଡମାଳ ପଂଚାୟତର ସରପଂଚ ସଡାନନ ପ୍ରଧାନ ୧୦୮ ଆମ୍ବୁଲାନସ୍ ସେବାକୁ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନି ରେ ବଡମାଳ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଅଭିମନ୍ୟୁ ଦାସ, ସନ୍ତାଷ ମଲ୍ଲୀକ, ରାଧାକାନ୍ତ ନନ୍ଦ, ଗଜେନ୍ଦ୍ର ପ୍ରଧାନ, ରମଣିରଞନ ପ୍ରଧାନ ପ୍ରମୁଖ ଯୋଗଦେବା ସହ ବଡମାଳ ଅଂଚଳର ବହୁମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ।
Author: Samikhsya Bureau
ଭୁବନେଶ୍ଵର: ଆଜି ରାଜ୍ୟରୁ ୨୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୩୨, ବଲାଙ୍ଗୀରରୁ ୨୬, କଟକରୁ ୨୫, ସୁନ୍ଦରଗଡରୁ ୧୯, ବାଲେଶ୍ୱରରୁ ୧୬, ଯାଜପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ମୟୂରଭଞ୍ଜରୁ ୧୪, ଝାରସୁଗୁଡାରୁ ୧୧, ନୂଆପଡ଼ାରୁ ୧୧, କେନ୍ଦୁଝରରୁ ୧୦, ଖୋର୍ଦ୍ଧାରୁ ୧୦, ଭଦ୍ରକରୁ ୫, କଳାହାଣ୍ଡିରୁ ୫, ଗଞ୍ଜାମରୁ ୪, ସମ୍ବଲପୁରରୁ ୪, ବରଗଡରୁ ୨, ଜଗତସିଂହପୁରରୁ ୨, ପୁରୀରୁ ୨, ଦେବଗଡରୁ ୧, ଗଜପତିରୁ ୧ ଏବଂ ଷ୍ଟେଟପୁଲରୁ ୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୯୬୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭ କୁ ବୃଦ୍ଧି ହୋଇଛି।…
ଭୁବନେଶ୍ବର: ଜାନୁୟାରୀ ୮ରେ ସ୍କୁଲ ଖୋଲିବା ନେଇ ଗଣଶିକ୍ଷା ବିଭାଗର ନିଷ୍ପତ୍ତି ପରେ ଗାଇଡ ଲାଇନ ଜାରି କରାଯାଇଛି। କରୋନା ସମୟରେ ଛାତ୍ରଛାତ୍ରୀମାନଙ୍କ ସ୍ଵାସ୍ଥ୍ୟକୁ ଧ୍ୟାନ ଦେଖି ରାଜ୍ୟ ସରକାର ଏସଓପି ଜାରି କରିଛନ୍ତି। ତେବେ ସ୍କୁଲରେ ସାମାଜିକ ଦୂରତା ସହ ଅନେକ ନିୟମ ମାନିବାକୁ ଏସଓପି ଜାରି ହୋଇଛି। ଛାତ୍ରଛାତ୍ରୀଙ୍କୁ ସ୍କୁଲ ପହଞ୍ଚାଇବା ବ୍ୟବସ୍ଥା ଅଭିଭାବକ ନିଶ୍ଚିତ କରିବେ। ସ୍କୁଲ ଆସିବା ପାଇଁ ଛାତ୍ର ଛାତ୍ରୀଙ୍କୁ ବାଧ୍ୟତାମୂଳକ ନୁହେଁ। ସ୍କୁଲ ଭିତରେ ପ୍ରବେଶ ବେଳେ ୬ ଫୁଟର ଦୂରତା ରହିବ। କ୍ଲାସରୁମ ଭିତରେ ପିଲାଙ୍କ ମଧ୍ୟରେ ସୁରକ୍ଷିତ ଦୂରତା ରହିବ। ଗୋଟିଏ କ୍ଲାସରୁମରେ ୨୦ରୁ ୨୫ ଜଣ ପିଲା ବସିପାରିବେ। ଛାତ୍ରଛାତ୍ରୀ ଗୋଟିଏ ସିଟ ଛାଡ଼ି ଗୋଟିଏ ସିଟରେ ବସିବେ। ସ୍କୁଲ ହତାର ୧୦୦ ମିଟର ଭିତରେ କୌଣସି ଖାଦ୍ୟ ସାମଗ୍ରୀ ବିକ୍ରି ମନା। ସେପଟେ କମନ ରୁମ ଓ ଷ୍ଟାଫ୍ ରୁମରେ ଦୂରତା ରଖିବାକୁ ନିର୍ଦ୍ଦେଶ। ହାତ ସାନିଟାଇଜ ପାଇଁ…
ନୂଆଦିଲ୍ଲୀ: ଭାରତରେ ନୂଆବର୍ଷର ଦ୍ଵିତୀୟ ଦିନରେ କ୍ରମାଗତ ଦୁଇଟି କରୋନା ଟିକା ଅନୁମତି ମିଳିଛି। ମାନବ ଦେହରେ ଜରୁରୀ ବ୍ୟବହାର ପାଇଁ ଅନୁମତି ମିଳିଛି। ଭାରତରେ ଦ୍ଵିତୀୟ ଟିକା ଭାବେ କୋଭାକ୍ସିନକୁ ମିଳିଲା ମଞ୍ଜୁରୀ। ଗତକାଲି ସେରମ ପ୍ରସ୍ତୁତ କୋଭାସିଲ୍ଡକୁ ମଞ୍ଜୁରୀ ମିଳିଥିଲା। ସଂପୂର୍ଣ୍ଣ ସ୍ଵଦେଶ ଜ୍ଞାନ କୌଶଳରେ କୋଭାକ୍ସିନ ଟିକାକୁ ପ୍ରସ୍ତୁତ ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଦ୍ଵାରା ଏହି ଟିକା ବିକଶିତ ହୋଇଛି। ବହୁ ତର୍ଜ୍ଜମା ପରେ ଏହି ଟିକା ମାନବ ଦେହରେ ବ୍ୟବହାର ଉପଯୋଗୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ଅପରାହ୍ନରେ ନାକଟିଦେଉଳ ଥାନା ପେଣ୍ଠବାହାଳ ଗ୍ରାମ ଚମ୍ପାଳି ନିକଟରେ ଏକ ଚିପସ୍ ବୋଝେଇ ହାଇୱା ଓଲଟି ପଡିବାରୁ ଗାଡି ଡ୍ରାଇଭର ଗୁରତର ଆହତ ହୋଇ ଥିବା ଖବର ହସ୍ତଗତ ହୋଇଛି। ପ୍ରକାଶ ଯେ, ଚିପସ୍ ବୋଝେଇ ହାଇୱା ଗାଡିଟି (ଓଡି ୧୫ଏଲ୍ ୪୪୩୨) ରେଢାଖୋଲରୁ ନାକଟିଦେଉଳ ପଟେ ଯାଉଥିବା ସମୟରେ ପେଣ୍ଠବାହାଳ ନିକଟସ୍ଥ ହାତୀମରା ବୁଲାଣିରେ ଏକ ପୋଲ ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଆହତ ଡ୍ରାଇଭରଙ୍କୁ ଆମ୍ବଲାନସ୍ ରେ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଭର୍ତ୍ତି କରାଯାଇଥିଲା। ମୁଣ୍ଡ ଓ ହାତରେ ଆଘାତ ଲାଗିଥିବାରୁ ତାକୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଯାଇଥିବା ଜଣା ପଡିଛି। ନାକଟିଦେଉଳ ପୋଲିସ୍ ଏକ ମାମଲା ରୁଜୁ କରିଥିବା ଜଣାପଡିଛି। ଆହତ ଡ୍ରାଇଭରର ଘର ନାକଟିଦେଉଳ ଥାନା ସରାପାଲି ଗ୍ରାମର ସଞ୍ଜୟ ଅଢା ବୋଲି ଜଣା ପଡିଛି।
ସୀତାରାମ ଅଗ୍ରୱାଲ ନାଚୁଣୀ: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ସରଳସିଂ ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏକ କୋଇଲା ବୋଝେଇ ଟ୍ରକକୁ ଅନ୍ୟ ଏକ କୋଇଲା ବୋଝେଇ ଟ୍ରକ ପଛପଟୁ ଶକ୍ତ ଧକ୍କା ଦେଇଛି। ଫଳରେ ଟ୍ରକ ଡ୍ରାଇଭର ଚାପି ହୋଇରହିଛନ୍ତି। ସୂଚନା ମୁତାବକ ଗୋପାଳପୁର ଠାରୁ ବଡ଼ବିଲ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକଟିର ଚକା ପମ୍ପଚର ହୋଇଯିବାରୁ ସରଳସିଂ ଛକରେ ଠିଆ ହୋଇଥିଲା। ପାଖାପାଖି ଅପରାହ୍ନ ୫ ଘଟିକା ସମୟରେ ବଡ଼ବିଲ ଯାଉଥିବା ଅନ୍ୟ ଏକ କୋଇଲା ବୋଝେଇ ଟ୍ରକ ପୂର୍ବରୁ ଠିଆ ହୋଇଥିବା ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରକଟିର ଆଗ ପାର୍ଶ୍ୱ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାବେଳେ ଡ୍ରାଇଭର ଜଣଙ୍କ ଟ୍ରକ ଭିତରେ ଚାପି ହୋଇ ଫସି ରହିଥିଲେ। ଖବର ପାଇ ସଙ୍ଗେ ସଙ୍ଗେ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଏବଂ ବାଲୁଗାଁ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ପାଇଁ ଶିଳାନ୍ୟାସ କରିଛନ୍ତି । ଏହି ସମାରୋହରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପୋଖରିୟାଲ ‘ନିଶଙ୍କ’, କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଉପସ୍ଥିତ ଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଇଆଇଏମ ସମ୍ବଲପୁରର ଏହି ସ୍ଥାୟୀ କ୍ୟାମ୍ପସ କେବଳ ଓଡ଼ିଶାର ସଂସ୍କୃତି ଏବଂ ପ୍ରାକୃତିକ ସମ୍ପଦକୁ ପ୍ରଦର୍ଶିତ କରିବ ନାହିଁ ବରଂ ମ୍ୟାନେଜମେଂଟ କ୍ଷେତ୍ରରେ ଓଡ଼ିଶାକୁ ବିଶ୍ୱସ୍ତରରେ ଏକ ପରିଚୟ ପ୍ରଦାନ କରିବ । ସେ କହିଥିଲେ ଯେ ପୂର୍ବରୁ ବାହାରୁ ବହୁରାଷ୍ଟ୍ରୀୟ ସଂସ୍ଥାଗୁଡ଼ିକ ଭାରତକୁ ଆସୁଥିବା ବେଳେ ନିକଟ ଅତୀତରେ ଭାରତୀୟ ବହୁରାଷ୍ଟ୍ରୀୟ ସଂସ୍ଥାଙ୍କର ସଂଖ୍ୟା ବୃଦ୍ଧି ପାଇଛି । ଦ୍ୱିତୀୟ…
ଭୁବନେଶ୍ବର: ରାଜ୍ୟରେ ଜାନୁଆରୀ ୮ ତାରିଖରୁ ସ୍କୁଲ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଗଣଶିକ୍ଷା ବିଭାଗ ଏନେଇ ବିଜ୍ଞପ୍ତି ଜାରି କରିଛି। ତେବେ କେବଳ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯିବେ। ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ସ୍କୁଲରେ ପାଠ ପଢା ଚାଲିବ। ସରକାରଙ୍କ ଏସଓପି ଅନୁଯାୟୀ ସ୍କୁଲରେ ପାଠପଢା ଯିବ। ପ୍ରତ୍ୟେକ ଶନିବାର, ରବିବାର ଦିନ ମଧ୍ୟ ପାଠ ପଢା ଚାଲିବ। ୧୦୦ ଦିନ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ସ୍କୁଲରେ ପାଠ ପଢି ପାରିବେ। ମେ ତିନିରୁ ଦଶମ ପରୀକ୍ଷା ଆରମ୍ଭ କରାଯିବାକୁ ଥିବା ବେଳେ ମେ ୧୫ ପର୍ଯ୍ୟନ୍ତ ଏହି ପରିକ୍ଷା ଚାଲିବ। ସେହିପରି ମେ ୧୫ ରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ କରାଯିବ।
ଭୁବନେଶ୍ବର, ଆସନ୍ତାକାଲି ତିନି ତାରିଖଠାରୁ ରାଜ୍ୟର ଛଅଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏହି କୁହୁଡିର ଆସ୍ତରଣ ଏତେ କଠିନ ହେବ ଯେ ରାସ୍ତା ଘାଟ ଦେଖାଯିବ ନାହିଁ। ସେଥିପାଇଁ ପୋଲିସ ଓ ପରିବହନ ବିଭାଗକୁ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ରାଜପଥ ଉପରେ ସତର୍କ ଦୃଷ୍ଟି ଦେବା ପାଇଁ କୁହାଯାଇଛି। ଏହି କୁହୁଡି ଦୁଇଦିନ ଧରି ଭୋର ସମୟରେ ଦେଖାଦେବ ବୋଲି ଜଣାପଡିଛି। ପାଣିପାଗ ବିଭଗ ଅନୁସାରେ ଆସନ୍ତାକାଲି 2 ତାରିଖରେ ପାଞ୍ଚୋଟି ଜିଲ୍ଲାରେ ଏହି ଘନ କୁହୁଡି ପରିଲକ୍ଷିତ ହେବ। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ। ସେହିପରି 3 ତାରିଖରେ ଯେଉଁ ଜିଲ୍ଲାରେ ଏହି ଘନକୁହୁଡି ଦେଖାଦେବ ସେଗୁଡିକ ହେଉଛି ଭଦ୍ରକ, କଟକ, କେନ୍ଦ୍ରପଡା, ଜଗତସିଂହପୁର ଏବଂ କନ୍ଧମାଳ।
ମେଲବର୍ଣ୍ଣ: ଜାନୁଆରୀ ୭ ତାରିଖରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଟେଷ୍ଟ ଅନୁଷ୍ଠିତ ହେବ। ଏହା ଭିତରେ ଭାରତୀୟ କ୍ରିକେଟ ଦଳ ପାଇଁ ଏକ ସମସ୍ୟା ବଢିଯାଇଛି। ୫ ଜଣ ଖେଳାଳି ପୃଥକବାସରେ ରହିବା ନେଇ ସୂଚନା ରହିଛି। ରୋହିତ ଶର୍ମା, ପୃଥ୍ବୀ ଶ’, ଶୁବମାନ ଗିଲ୍, ନବଦୀପ ସାଇନୀ ଏବଂ ୱିକେଟ କିପର ରିଷଭ ପନ୍ତ ଆଇସୋଲେସନ୍ ରେ ରହିଛନ୍ତି। ମେଡିକାଲ ଦଳ ନଜରରେ ଏମାନଙ୍କୁ ରହିବାକୁ ପଡିବ। ଏହି ପାଞ୍ଚ ଜଣ ଖେଳାଳି ନୂଆ ବର୍ଷ ଉତ୍ସବ ମନାଇବା ପାଇଁ ଏକ ରେଷ୍ଟୁରାଣ୍ଟରେ ଏକାଠି ହୋଇଥିଲେ। ତେବେ କୋଭିଡ଼ ପ୍ରୋଟୋକଲ ହିସାବରେ ଏମାନଙ୍କୁ ପୃଥକ ବାସରେ ରହିବାକୁ ପଡିବ। ଏହି ୫ ଖେଳାଳି ପୃଥକ ଭାବରେ ଅଭ୍ୟାସ କରିବେ ଏବଂ ଅନ୍ୟ ଖେଳାଳିଙ୍କ ସହିତ ମିଶି ପାରିବେ ନାହିଁ। ବର୍ତ୍ତମାନ ଭାରତୀୟ ଖେଳାଳି ମେଲବର୍ଣ୍ଣରେ ଅଭ୍ୟାସରତ ଅଛନ୍ତି। ଆଉ ତିନି ଦିନ ପରେ ତୃତୀୟ ଟେଷ୍ଟ ପାଇଁ ସିଡିନ ଗସ୍ତ…
ଭୁବନେଶ୍ବର, ଶେଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡଙ୍ଗୀ। ଗତାକାଲି ଧର୍ମେନ୍ଦ୍ରଙ୍କ ଭୁବନେଶ୍ବରର ବାସଭବନରେ ତାଙ୍କୁ ସାକ୍ଷାତ କରିଛନ୍ତି। ତେବେ ସେ ଏକା ନୁହଁନ୍ତି ତାଙ୍କର କିଛି ସମର୍ଥକ ସହ ଏହି ସାକ୍ଷାତ କରିଛନ୍ତି। ଉଭୟଙ୍କ ଭେଟାଭେଟି ସମୟର ଫଟୋ ମଧ୍ୟ ଉଠାଯାଇଛି। କାରଣ ହେଲା ନୂଆ ବର୍ଷର ଅଭିନନ୍ଦନ କରିବା । ଧର୍ମେନ୍ଦ୍ରଙ୍କୁ ଏକ ସୁନ୍ଦର ଫୁଲତୋଡା ମଧ୍ୟ ଅପରାଜି ଭେଟି ଦେଇଛନ୍ତି। ତେବେ ନୂଆବର୍ଷ ଅଭିନନ୍ଦନ ଜଣାଇବା କିଛି ନୂଆ କଥା ନୁହେଁ। ହେଲେ ଅପରାଜିତା ପରି ନେତ୍ରୀ ଧର୍ମେନ୍ଦ୍ରଙ୍କ ଘରକୁ ଯାଇ ଅଭିନନ୍ଦନ କରିବା ଘଟଣା ଟିକିଏ ଖାପଛଡା ଲାଗୁଛି। କାରଣ ବିଗତ କିଛି ମାସ ଧରି ଧର୍ମେନ୍ଦ୍ର ଏବଂ ଅପରାଜିତାଙ୍କ ମଧ୍ୟରେ ଯେପରି ଶୀତଳ ଯୁଦ୍ଧ ଚାଲିଛି ତାହା ସମସ୍ତଙ୍କୁ ଜଣା। ଉଭୟ ଗୋଟିଏ ଦଳର ହେଲେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ରହିଛି ମତଭେଦ। ଏହି ମତଭେଦ ଦାଣ୍ଡରେ ପଡି ହାଟରେ…
ମୁମ୍ବାଇ: ବାସଭବନ ପରିସରରେ ବେଆଇନ ନିର୍ମାଣ କରୁଥିବା ମାମଲାରେ ଅଭିନେତ୍ରୀ କଙ୍ଗନା ରଣୱତଙ୍କୁ ଝଟ୍କା ଲାଗିଛି। ଆଜି ମୁମ୍ବାଇର ଦିଣ୍ଡୋଶୀ ସିଭିଲ କୋର୍ଟରେ ମାମଲାର ଶୁଣାଣି କରି ବେଆଇନ ନିର୍ମାଣ ହେଉଥିବା ନେଇ ସ୍ପଷ୍ଟ କରାଯାଇଛି। କଙ୍ଗନାଙ୍କ ବାସଭବନରେ ଅବୈଧ ନିର୍ମାଣ କରାଯାଇଥିବା ନେଇ ବିଏମସି ପକ୍ଷରୁ ଅଭିଯୋଗ ହୋଇଥିଲା। କଙ୍ଗନା ଏହାକୁ ଖଣ୍ଡନ କରିବା ସହିତ ବିଏମସିର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇବାକୁ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହେଲେ ସିଭିଲ କୋର୍ଟ ଆଜି କଙ୍ଗନାଙ୍କ ପିଟିଶନକୁ ଖାରଜ କରିଦେଇଛନ୍ତି। କୋର୍ଟ ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ, ଘର ନିର୍ମାଣ ସମୟରେ କଙ୍ଗନା ନିୟମର ଗମ୍ଭୀର ଉଲ୍ଲଂଘନ କରିଛନ୍ତି। ସେ ୩ଟି ଫ୍ଲାଟ୍କୁ ଗୋଟିଏ ୟୁନିଟରେ ପରିବର୍ତ୍ତନ କରିଛନ୍ତି। ତାଙ୍କୁ କୌଣସି ପ୍ରକାର ଅଶ୍ଵସ୍ତି ଦିଆଯିବ ନାହିଁ ବୋଲି କୋର୍ଟ ତାଙ୍କ ଆଦେଶରେ କହିଛନ୍ତି। ସେପଟେ କଙ୍ଗନାଙ୍କ ଓକିଲ କୋର୍ଟଙ୍କ ଆଦେଶରେ ଆପତ୍ତି ଉଠାଇ ବମ୍ବେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି…
ଭୁବନେଶ୍ୱର: ଆସନ୍ତା ୪ ତାରିଖରେ ଜଷ୍ଟିସ ଏସ୍. ମୂରଲୀଧର ଓଡ଼ିଶା ଉଚ୍ଚ ନ୍ୟାୟଳୟର ମୁଖ୍ୟ ବିଚାରପତି ଭାବେ ଶପଥ ନେବେ। ରାଜଭବନ ପରିସରରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ସମାରୋହ। ଜଷ୍ଟିସ ଏସ୍. ମୂରଲୀଧର ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବେ ବୋଲି ସୂଚନା ମିଳିଛି। ଏହା ପୂର୍ବରୁ ଜଷ୍ଟିସ ଏସ ମୂରଲୀଧର ୨୦୦୬, ମେ ୨୯ ତାରିଖରେ ଉଚ୍ଚ ନ୍ୟାୟଳୟରେ ବିଚାରପତି ଭାବେ ଯୋଗ ଦେଇଥିଲେ। ୨୦୨୦, ମାର୍ଚ୍ଚ ୬ ତାରିଖରୁ ସେ ପଞ୍ଜାବ ହରିୟଣା ଉଚ୍ଚ ନ୍ୟାୟଳୟରେ ବିଚାରପତି ଥିଲେ। ଏହା ସହିତ ସେ ସୁପ୍ରିମକୋର୍ଟରେ ଆମିକସ କ୍ୟୁରୀ ଭାବେ ଅନେକ ମାମଲାର ପରିଚାଳନା କରିଥିଲେ। ନାସନାଲ ହ୍ୟୁମାନ ରାଇଟ୍ସ କମିଶନ ଓ ଇଲେକ୍ସନ କମିଶନ ଅଫ ଇଣ୍ଡିଆର କାଉନସେଲ ଭାବେ ମଧ୍ୟ କାର୍ଯ୍ୟ ସମ୍ପାଦନ କରିଛନ୍ତି।
କୋଲକୋତା: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଅସୁସ୍ଥ ହୋଇପଡିଥିବା ସୂଚନା ରହିଛି। ସେ କୋଲକୋତାର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗାଙ୍ଗୁଲି ରାଜନୀତିରେ ପାଦ ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ନିକଟରେ ସେ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ସହ ସାକ୍ଷାତ କରି ଚର୍ଚ୍ଚକୁ ଆସିଥିଲେ। ତେବେ ତାଙ୍କର ପ୍ରଶଂସକ ଶୀଘ୍ର ସୁସ୍ଥ ହେବା ନେଇ କାମନା କରିଛନ୍ତି।
ନୂଆଦିଲ୍ଲୀ: ଦୀର୍ଘ ୨୦୦ ବର୍ଷ ଧରି ଭାରତକୁ ଶାସନ କରିଥିବା ଇଷ୍ଟଇଣ୍ଡିଆ କମ୍ପାନୀ ଏବେ ଭାରତୀୟଙ୍କ ହାତରେ। ଜଣେ ଭାରତୀୟ ଏବ ଏହି କମ୍ପାନୀର ଶାସନ ଦାୟିତ୍ୱରେ ଅଛନ୍ତି। ଯେଉଁ କମ୍ପାନୀ ଦିନେ ଭାରତକୁ ଶାସନ କରି ଭାରତୀୟଙ୍କ ଉପରେ ଅତ୍ୟାଚାର କରୁଥିଲା। ସେହି କମ୍ପାନୀର ମାଲିକ ଏବେ ଜଣେ ଭାରତୀୟ। ଉଦ୍ୟୋଗପତି ସଞ୍ଜୀବ ମେହଟ୍ଟା ଆଜି ତାହାର ମାଲିକ ଅଛନ୍ତି। ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ଏହି କମ୍ପାନୀ ସାମ୍ରାଜ୍ୟବାଦୀ ନୀତିରେ ଚାଲୁ ନାହିଁ। ଏହା ଏକ ବ୍ୟାବସାୟିକ କମ୍ପାନୀ ଭାବେ କାମ କରୁଛି। ଏହାର ମୁଖ୍ୟ ବ୍ୟବସାୟ ହେଉଛି ଚା’ ଏବଂ ମସଲା। ଉଲ୍ଲେଖ ଯୋଗ୍ୟ ଯେ, ଇଷ୍ଟଇଣ୍ଡିଆ କମ୍ପାନୀ ୧୮୭୪ ମସିହା ପର୍ଯ୍ୟନ୍ତ ଭାରତରେ ଶାସନ କ୍ଷମତା ଉପଭୋଗ କରିଥିଲା। ଏହାପରେ ଏହି କ୍ଷମତା ବ୍ରିଟିଶ ରାଜ ପରିବାର ହାତକୁ ଚାଲିଯାଇଥିଲା ଏହା ପରେ୧୮୭୪ ଜୁନ୍ ୧ରେ କମ୍ପାନୀ ଔପଚାରିକ ଭାବେ ବନ୍ଦ ହୋଇଗଲା। କମ୍ପାନୀ ଦୀର୍ଘ…
ନୂଆଦିଲ୍ଲୀ: ଆଜି ଠାରୁ ଦେଶରେ ୧୧୬ ଜିଲ୍ଲାର ୨୫୯ଟି ସ୍ଥାନରେ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି। ଏହି ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଦିଲ୍ଲୀର ଜିଟିବି ହସ୍ପିଟାଲ ପହଁଚି ସ୍ଥିତିର ସମୀକ୍ଷା କରିଛନ୍ତି। ସେ କହିଛନ୍ତି ଯେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କରୋନା ଟିକାର ଡ୍ରାଏ ରନ୍ ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି। ବାସ୍ତବ ଟିକାକରଣ ଭଳି ଡ୍ରାଏ ରନ୍ ଚାଲିଛି। ଡ୍ରାଏ ରନ୍ ବେଳେ ଟିକାକରଣ ଅଭିଯାନ ସହ ଜଡିତ ସମସ୍ତ ପ୍ରକ୍ରିୟାକୁ ପାଳନ କରାଯାଉଛି। ହସ୍ପିଟାଲରୁ ବାହାରକୁ ଆସିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ଲୋକେ ଗୁଜବକୁ ବିଶ୍ୱାସ କରନ୍ତୁ ନାହିଁ। ଟିକାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କର ପ୍ରାଥମିକତା ଅଟେ। ପୋଲିଓ ଟିକାକାରଣ ବେଳେ ମଧ୍ୟ ଗୁଜବ ସୃଷ୍ଟି କରାଯାଉଥିଲା। କିନ୍ତୁ ସେହି ଟିକା ଏବେ ସଫଳ ହୋଇଛି। ଏବଂ ଦେଶ ଆଜି ପୋଲିଓ ମୁକ୍ତ ହୋଇଛି। ଏହି ଅବସରରେ ପ୍ରତ୍ୟେକ ଭାରତୀୟଙ୍କ ପାଇଁ…
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୮୦ କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ ବଲାଙ୍ଗିରିରୁ ଜଣେ, କଟକରୁ ଜଣେ ଏବଂ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୪୧ ବର୍ଷିୟ ପୁରୁଷଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ ବଲାଙ୍ଗିରିରୁ ଜଣେ ୮୦ ବର୍ଷୀୟ ପୁରୁଷ, କଟକର ଜଣେ ୯୪ ବର୍ଷୀୟ ପୁରୁଷ ଏବଂ ଖୋର୍ଦ୍ଧାରୁ ଜଣେ ୬୦ ବର୍ଷୀୟ ପୁରୁଷଙ୍କ ପ୍ରାଣହାନୀ ଘଟିଛି।
ନୂଆ ଦିଲ୍ଲୀ: ରାଜସ୍ଥାନର ପୂର୍ବତନ ସାଂସଦ ତଥା କଂଗ୍ରେସ ନେତା ବୁଟା ସିଂଙ୍କ ପରଲୋକ ହୋଇଯାଇଛି। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଯାଇଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ଆଜି ଦିଲ୍ଲୀରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବୁଟାସିଂଙ୍କର ଦେହାନ୍ତରେ ପ୍ରଧାନମନ୍ତ୍ରୀ ମୋଦୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି ଯେ, “ଶ୍ରୀ ବୁଟା ସିଂ ଜୀ ଜଣେ ଅଭିଜ୍ଞ ପ୍ରଶାସକ ଏବଂ ଗରିବ ଲୋକଙ୍କ କଲ୍ୟାଣ ପାଇଁ ତଥା ପ୍ରଭାବଶାଳୀ ସ୍ୱର ଥିଲେ। ତାଙ୍କ ଦେହାନ୍ତରେ ଦୁଃଖିତ। ତାଙ୍କ ପରିବାର ଏବଂ ସମର୍ଥକଙ୍କ ପ୍ରତି ମୋର ସମବେଦନା।” ବୁଟା ସିଂ ବିହାରର ରାଜ୍ୟପାଳ ଭାବେ କାର୍ଯ୍ୟ କରିଥିଲେ। ସେ ଶିଖ ସଂପ୍ରଦାୟର ଜଣେ ପ୍ରମୁଖ ନେତା ଥିଲେ ସେ କେନ୍ଦ୍ର ସରକାରରେ ପୂର୍ବରୁ ମନ୍ତ୍ରୀ ଭାବେ ଦାୟିତ୍ଵ ନେଇଥିଲେ।
ଭୁବନେଶ୍ବର: ରାଜ୍ୟରେ ଆଜି ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୪୮ ଜଣ ଚିହ୍ନଟ ହୋଇଥିବାବେଳେ ୧୦୩ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୦ ହଜାର ୧୧୭ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୭୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୪୫୧ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୭୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୨ ଟି ଜିଲ୍ଲାରୁ ମୋଟ୍ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫…
ନୂଆଦିଲ୍ଲୀ: ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ଘୋଷଣା କରାଯାଇଛି। ୨୦୨୦ ବର୍ଷର ଶ୍ରେଷ୍ଠ ସାଂସଦ ରୂପେ ଶ୍ରୀମତୀ ଷଡ଼ଙ୍ଗୀ ବିବେଚିତ ହୋଇଛନ୍ତି। ସର୍ବଭାରତୀୟ ସ୍ତରରେ ଇଣ୍ଡିଆ ପୋଷ୍ଟ ଏବଂ ଫେମ୍ ଇଣ୍ଡିଆ ପକ୍ଷରୁ ଏକ ମିଳିତ ସର୍ଭେ କରାଯାଇଥିଲା। ଯେଉଁଥିରେ ଅପରାଜିତା ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି। ଏହା ସହିତ ଏ ବିଷୟରେ ଦୁଇ ଅନୁଷ୍ଠାନ ପକ୍ଷରୁ ବିଧିବଦ୍ଧ ଘୋଷଣା ପରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ବିଜେପିରେ ଦୁଇ ଗୋଷ୍ଠୀ ମଧ୍ୟରେ କନ୍ଦଳ ଲାଗିଥିବା ଶୁଣିବାକୁ ମିଳୁଛି। ହେଲେ ଅପରାଜିତାଙ୍କୁ ଏଭଳି ସମ୍ମାନ ପରେ ପ୍ରଶଂସକ ମନରେ ଖୁସିର ଲହରୀ ଖେଳିଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୯ ହଜାର ୭୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୨୪ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୩ ଲକ୍ଷ ୫ ହଜାର ୭୮୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୯ ହଜାର ୨୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୬ ହଜାର ୩୮୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨,୫୦,୧୮୩ ଆକ୍ଟିଭ୍ କେସ୍ ରହିଛି।

