ଭୁବନେଶ୍ୱର: ଆଜି ନୂଆ ଭର୍ଷରେ ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ପ୍ରଦୀପ କୁମାର ଜେନା। ୧୯୮୯ ବ୍ୟାଚର ଏହି ଆଇଏଏସ୍ ରାଜ୍ୟ ସରକାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିଛନ୍ତି। ସୁରେଶ ମହାପାତ୍ର ମୁଖ୍ୟଶାସନ ସଚିବକୁ ଯିବା ପରେ ପ୍ରଦୀପ ଜେନା ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଏହି ସମୟରେ ସେ ଫାଇଲିନ ବାତ୍ୟାକୁ ଠିକ ଭାବେ ମୁକାବିଲା କରିଥିଲେ। ଜଣେ ଦକ୍ଷ ଅଫିସର ଭାବେ ସେ ପ୍ରଶାସନ ମହଲରେ ବେଶ ପରିଚିତ।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୨୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୩୯ ଜଣ ଚିହ୍ନଟ ହୋଇଥିବାବେଳେ ୧୦୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୯ହଜାର ୮୬୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୫ ହଜାର ୪୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨ ହଜାର ୫୦୫ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରଛନ୍ତି ୧୮୬୯ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୪ ଟି ଜିଲ୍ଲାରୁ ମୋଟ୍ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସର୍ବାଧିକ ସମ୍ବଲପୁର ଜିଲ୍ଲାରୁ ୩୫ ହୋଇଥିବାବେଳେ…
ନୂଆଦିଲ୍ଲୀ: କରୋନା ମହାମାରୀ ବିଶ୍ବରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ବିଶ୍ଵର ସବୁ କ୍ଷେତ୍ର, ସବୁ ବର୍ଗର ଲୋକଙ୍କୁ ଅନେକ କ୍ଷତି ପହଞ୍ଚାଇଛି ଏହି ମହାମାରୀ। ଏହା ଯୋଗୁଁ ଖେଳାଳି ଠାରୁ ଆରମ୍ଭ କରି ଅଭିନେତା ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ଏହି କରୋନା ଭୂତାଣୁ ଯୋଗୁଁ ଜାପାନ ଠାରେ ଅଲମ୍ପିକ ଖେଳ ମଧ୍ୟ ବନ୍ଦ ହୋଇଥିଲା। ସେହିପରି ବହୁ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। କିନ୍ତୁ ୨୦୨୧ ମସିହାରେ ଭାରତୀୟ କ୍ରିକେଟ ଦଳର ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଥିବା ଜଣାପଡିଛି।ଚଳିତ ବର୍ଷ ୧୪ ଟେଷ୍ଟ, ୧୬ ଟି ଦିନିକିଆ ଓ ୨୩ ଟି ୨୦ ଆନ୍ତର୍ଜାତୀୟ ମୁକାବିଲାରେ ଭାରତ ଅଂଶଗ୍ରହଣ କରିବା ନେଇ ସୂଚନା ରହିଛି। ଅଷ୍ଟ୍ରେଲିଆ ଗସ୍ତ: ଚଳିତ ଅଷ୍ଟ୍ରେଲିଆ- ଭାରତ ସିରିଜ ପାଇଁ ଆଉ ମାତ୍ର ଦୁଇଟ ଟେଷ୍ଟ ଖେଳାଯିବାକୁ ବାକି ଥିବା ବେଳେ ଏହା ଆସନ୍ତା ୧୪ ତାରିଖରେ ଶେଷ ହେବ।…
ଭୁବନେଶ୍ବର, ପୁରୀ ହେଉଛି ବିଶ୍ବ ସ୍ତରର ଏକ ସହର। ଏଠାକୁ ପ୍ରତିବର୍ଷ ଦେଶବିଦେଶରୁ ପର୍ଯ୍ୟଟକ ଆସିଥାନ୍ତି। ସେଥିପାଇଁ ପୁରୀରେ ଏକ ଅନ୍ତର୍ଜାତୀୟ ବିମାନ ବନ୍ଦର ପ୍ରତିଷ୍ଠା କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହିପରି ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଚିଠିରେ ସେ ଉଲ୍ଲେଖ କରିଛନ୍ତି ଯେ, ଏହି ବିମାନ ବନ୍ଦର ପାଇଁ ରାଜ୍ୟ ସରକାର ସବୁ ପ୍ରକାରର ସହାୟତା ଯୋଗାଇ ଦେବେ। କେନ୍ଦ୍ର ସରକାର ଏଥିପାଇଁ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।
ଭୁବନେଶ୍ୱର: ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ଆଉ ଏକ ପଦକ୍ଷେପ ନେଇଛନ୍ତି। ନୂଆ ବର୍ଷରେ ମୁଖ୍ୟମନ୍ତ୍ରୀ ୨୭ଟି ଜିଲ୍ଲା ପାଇଁ ୮୪ଟି ଆମ୍ବୁଲାନ୍ସ ଲୋକାର୍ପିତ କରିଛନ୍ତି। ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଆମ୍ବୁଲାନ୍ସକୁ ଲୋକାର୍ପଣ କରିଛନ୍ତି। ତନ୍ମଧ୍ୟରୁ ବାଲେଶ୍ୱର ଜିଲ୍ଲାକୁ ସର୍ବାଧିକ ୧୧ଟି ଆମ୍ବୁଲାନ୍ସ ଯିବ ବୋଲି ଜଣାଯାଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରୁ ୫ବର୍ଷ ପାଇଁ ୧୦୪କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ଆମ୍ବୁଲାନ୍ସରେ ୩ଜଣ ଲେଖାଏଁ ଦୁଇଟି ସିଫ୍ଟରେ ୬ଜଣ ହିସାବରେ ୮୪ଟି ଗାଡି ପାଇଁ ୫୦୪ଜଣ କର୍ମଚାରୀଙ୍କୁ ଚୁକ୍ତିଭିତ୍ତିକ ନିଯୁକ୍ତି ଦିଆଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ରାଜ୍ୟର ମାଗଣା ୧୦୮ଆମ୍ବୁଲାନ୍ସ ସେବା ୨୦୧୩ ମାର୍ଚ୍ଚ ୫ତାରିଖରୁ ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୦ଟି ଜିଲ୍ଲାରେ ୬ଟି ବୋଟ ଆମ୍ବୁଲାନ୍ସ ସମେତ ମୋଟ ୫୧୮ଟି ଆମ୍ବୁଲାନ୍ସ କାର୍ଯ୍ୟକ୍ଷମ ରହିଛି। ଏତଦବ୍ୟତୀତ ରାଜ୍ୟରେ ଗର୍ଭବତୀ ମା ଓ ଶିଶୁଙ୍କ…
ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ଦିନରେ ତୈଳ ବଜାର କମ୍ପାନୀଙ୍କ ଠାରୁ ଗ୍ରାହାକମାନଙ୍କୁ ଝଟକା ଲାଗିଛି। କମ୍ପାନୀଗୁଡିକ ପ୍ରଥମ ଦିନରେ ରୋଷେଇ ଗ୍ୟାସ୍ ର ଦାମ୍ ବୃଦ୍ଧି କରିଛନ୍ତି। ବ୍ୟବସାୟିକ ସିଲିଣ୍ଡର ମୂଲ୍ୟରେ ୫୬ ଟଙ୍କା ବୃଦ୍ଧି କରାଯାଇଛି। କିନ୍ତୁ ବିନା ସବସିଡି ଏଲପିଜି ସିଲିଣ୍ଡର ମୂଲ୍ୟ ଅପରିବର୍ତ୍ତିତ ରହିଛି। ଦେଶର ରାଜଧାନୀ ଦିଲ୍ଲୀରେ ୧୯ କିଲୋ ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ୧୩୩୨ ଟଙ୍କାରୁ ବୃଦ୍ଧି କରାଯାଇ ୧୩୪୯ ଟଙ୍କା ହୋଇଛି। ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ ର ମୂଲ୍ୟ ୧୭ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। କଲିକତାରେ ୧୯ କିଲୋଗ୍ରାମ ରନ୍ଧନ ଗ୍ୟାସ୍ ର ମୂଲ୍ୟ ୧୩୮୭.୫୦ ଟଙ୍କାରୁ ବୃଦ୍ଧି ହୋଇ ୧୪୧୦ ଟଙ୍କା ହୋଇଛି। ଏଠାରେ ମୂଲ୍ୟରେ ୨୨.୫୦ ଟଙ୍କା ବର୍ଦ୍ଧିତ ହୋଇଛି। ମୁମ୍ବାଇରେ ୧୯ କିଲୋ ରନ୍ଧନ ଗ୍ୟାସର ମୂଲ୍ୟ ୧୨୮୦.୫୦ ଟଙ୍କାରୁ ବଢି ୧୨୯୭.୫୦ ତାଙ୍କ ପ୍ରତି ସିଲିଣ୍ଡର ହୋଇଛି। ଚେନ୍ନାଇରେ ୧୯ କିଲୋ ରନ୍ଧନ ଗ୍ୟାସର…
ଭୁବନେଶ୍ବର :ନୂଆ ବର୍ଷରେ ଓଡିଶାକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ଆଜି ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ୍ ସୁରେଶ ଚନ୍ଦ୍ର ମହାପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି। ସେ ୧୪ ମାସ ଅର୍ଥାତ ୨୦୨୨ ଫେବ୍ରୁଆରି ଯାଏ ଏହି ପଦବିରେ ରହିବେ। ୧୯୮୬ ବ୍ୟାଚର ଆଇଏଏସ୍ ସୁରେଶ ମହାପାତ୍ର ପ୍ରଶାସନିକ ମହଲରେ ଜଣେ ଦକ୍ଷ ଅଧିକାରୀ ଭାବେ ପରିଚିତ। ସେ ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ବ ପୂର୍ଣ୍ଣ ପଦପଦବୀରେ ରହି ବେଶ୍ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କୁ ଆଜି ପ୍ରଶାସନିକ ମହଲରେ ସ୍ବାଗତ କରାଯାଇଛି।
ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀ ତଳ ମୁହାଁ ହେଉଥିଲେ ବି ନୂଆ ଷ୍ଟ୍ରେନ ଏବେ ଚିନ୍ତାରେ ପକାଇଛି। ଏହି ମାହାମାରୀ ଠାରୁ ମୁକ୍ତି ମିଳିବା ନେଇ ଆଶଙ୍କା ସୃଷ୍ଟି ହେଉଥିବା ବେଳେ କରୋନା ଟିକା ଏବେ ନୂତନ ଆଶା ସଂଚାର କରିଛି। ଟିକା ବିନା ଏହି ମହାମାରୀ ଦାଉରୁ ନିସ୍ତାର ନାହିଁ। ଲୋକଙ୍କ ମନରେ ଭୟାର ବାତାବରଣ ସୃଷ୍ଟି ହେଉଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଏକ ଖୁସି ଖବର ମିଳିଛି। ଏବେ ଫାଇଜର ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓର ମଂଜୁରୀ ଦେଇଛି। ଏହାସହ ଜରୁରିକାଳୀନ ବ୍ୟବହାର ଅନୁମତି ମିଳିଛି। ଏହି ଟିକା କରୋନା ମାତ୍ ଦେବାରେ ସଫଳ ହେବା ନେଇ ଆଶା ବଢିଛି। ତେଣୁ ଫାଇଜର ପ୍ରସ୍ତୁତ କରିଥିବା କରୋନା ଟିକାକୁ ସବୁ ଦେଶରେ ବ୍ୟବହାର ପାଇଁ ଅନୁମତି ଦେଇଛି ଡବ୍ଲୁଏଚ୍ଓ।
ନୂଆଦିଲ୍ଲୀ, ୨୦୨୦ ଡିସେମ୍ବର ମାସରେ ଦେଶରେ ସଂଗୃହୀତ ମୋଟ ଜିଏସ୍ଟି ପରିମାଣ ୧୧୫୧୭୪ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ କେନ୍ଦ୍ରୀୟ ଜିଏସ୍ଟି ପରିମାଣ ୨୧୩୬୫ କୋଟି ହୋଇଥିବାବେଳେ ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ପରିମାଣ ଯଥାକ୍ରମେ ୨୭୮୦୪ କୋଟି ଓ ୫୭୪୨୬ କୋଟି ଟଙ୍କା । ଏଥିମଧ୍ୟରେ ସାମଗ୍ରୀ ରପ୍ତାନୀ ବାବଦ ରାଜସ୍ୱ ସଂଗ୍ରହ ପରିମାଣ ୨୭୦୫୦ କୋଟି ଓ ଉପକର ବା ସେସ୍ ବାବଦରେ ୮୫୭୯ କୋଟି ଟଙ୍କା ରହିଛି । ଗତ ନଭେମ୍ବରରୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ମୋଟ ୮୭ ଲକ୍ଷ ଲୋକ ଜିଏସ୍ଟିଆର ୩ବି ରିଟର୍ଣ୍ଣ ଫାଇଲ କରିଛନ୍ତି। ନିର୍ଦ୍ଧାରିତ ବ୍ୟବସ୍ଥା ଅନୁସାରେ ସମନ୍ୱିତ ଜିଏସ୍ଟିରୁ କେନ୍ଦ୍ର ସରକାର ତାଙ୍କ ଭାଗ ବାବଦ ୨୩୨୭୬ କୋଟି ଟଙ୍କା ପାଇଥିବାବେଳେ ରାଜ୍ୟମାନଙ୍କ ଭାଗରେ ପଡିଛି ୧୭୬୮୧ କୋଟି ଟଙ୍କା । ଏହି ମାସରେ କେନ୍ଦ୍ର ସରକାର ମୋଟ ୪୪୬୪୧ କୋଟି ଟଙ୍କା ଆୟ କରିଥିବାବେଳେ ରାଜ୍ୟ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨୦ ହଜାର ୩୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୨୫୬ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୨ ଲକ୍ଷ ୮୬ ହଜାର ୭୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୮ହଜାର ୯୯୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୮ଲକ୍ଷ ୮୩ ହଜାର ୪୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍ କେସ୍ ୩ ଲକ୍ଷ ତଳେ ରହିଛି। ଦେଶରେ କରୋନାରୁ ୨,୫୪,୨୫୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ନୂଆବର୍ଷ 2021କୁ ସ୍ବାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହିତ ରାଜ୍ୟବାସୀଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ସୁଖ ଏବଂ ସମୃଦ୍ଧି ନେଇ ଆସୁ। ସେ ତାଙ୍କ ଟୁଇଟରରେ ଏକ ଭିଡିଓ ମଧ୍ୟ ପକାଇଛନ୍ତି। ଯେଉଁଥିରେ ସେ ଲୋକମାନଙ୍କୁ ନିଜର ଅଭିନନ୍ଦନ ବାର୍ତ୍ତା ଜଣାଇଛନ୍ତି। ଶେଷରେ ନବୀନ କହିଛନ୍ତି ଯେ, ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ।
ନୂଆଦିଲ୍ଲୀ, ନୂଆବଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅଭିନନ୍ଦନ ବାର୍ତ୍ତାରେ ସେ କହିଛନ୍ତି ଯେ, ନୂତନ ବର୍ଷ 2021 ଆପଣମାନଙ୍କ ପାଇଁ ଭଲସ୍ବାସ୍ଥ୍ୟ, ସୁଖ ସମୃଦ୍ଧି ଏବଂ ଖୁସି ଆସୁ।
ନୂଆବର୍ଷରେ ଚେନ୍ନାଇ ରାଜଭଭନରେ ମର୍ଣ୍ଣି ୱାକ ଶେଷ କରି ଖବରକାଗଜ ପଢୁଛନ୍ତି ଉପରାଷ୍ଟ୍ରପତି
ନୂଆଦିଲ୍ଲୀ, ଆଜି ଇଂରାଜୀ ନୂଆବର୍ଷ। ଏହି ଉପଲକ୍ଷେ ଆଜି ବିଭିନ୍ନ ମହଲରେ ଅଭିନନ୍ଦନ ଏବଂ ଶୁଭେଚ୍ଛା ଦିଆନିଆ ଚାଲିଛି। ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଦେଶବାସୀଙ୍କୁ ନୂଆବର୍ଷ ଉପଲକ୍ଷେ ଅଭିନନ୍ଦନ ଜଣାଇଛନ୍ତି। ଟୁଇଟ କରି ସେ କହିଛନ୍ତି ଯେ, “ନୂତନ ବର୍ଷର ଶୁଭେଚ୍ଛା। ନୂତନ ବର୍ଷ ଏକ ନୂତନ ଆରମ୍ଭ କରିବାର ଏକ ସୁଯୋଗ ଏବଂ ବ୍ୟକ୍ତିଗତ ଏବଂ ସାମୂହିକ ବିକାଶ ପାଇଁ ଆମର ସଂକଳ୍ପକୁ ଗୁରୁତ୍ୱ ଦେଇଥାଏ। କୋଭିଡ -19 ରୁ ସୃଷ୍ଟି ଚ୍ୟାଲେଞ୍ଜ ସମୟରେ ଆମ ସମସ୍ତେ ଏକତ୍ର ହୋଇ ଆଗକୁ ବଢିବା ପାଇଁ ଏକ ସମୟ।” ସେହିପରି ଉପରାଷ୍ଟ୍ରପ ଏମ ଭେଙ୍କେୟାନଇଡୁ ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି। ସେ ମଧ୍ୟ ଟୁଇଟ୍ କରି ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, “ନୂତନ ବର୍ଷ 2021 ରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା! ଆମେ ସମସ୍ତେ ନୂଆ ବର୍ଷ ପାଇଁ ଅପେକ୍ଷା କରିଥାଉ।…
ନୂଆଦିଲ୍ଲୀ, ହିନ୍ଦୁ ଧର୍ମରେ ନଡ଼ିଆ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ନଡ଼ିଆ ଦେବତାମାନଙ୍କୁ ନୈବେଦ୍ୟ ରୂପେ ଅର୍ପଣ କରାଯାଇଥାଏ। ନଡ଼ିଆ ଭିତରେ ପାଣି ଅଛି, ଯାହା ଅତ୍ୟନ୍ତ ପବିତ୍ର ବୋଲି ବିବେଚନା କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ନଡ଼ିଆ ଜଳର ସ୍ପର୍ଶ ଦ୍ୱାରା ଜିନିଷଗୁଡ଼ିକ ଶୁଦ୍ଧ ହୋଇଥାଏ। ନଡ଼ିଆ ଭିତର ଶସକୁ ମଧ୍ୟ ସଂପୂର୍ଣ୍ଣ ଶୁଦ୍ଧ ବିବେଚନା କରାଯାଏ। ନଡ଼ିଆକୁ ସୁଖ, ଭାଗ୍ୟ ଏବଂ ସମୃଦ୍ଧିର ପ୍ରତୀକ ଭାବରେ ବିବେଚନା କରାଯାଏ। ପ୍ରତ୍ୟେକ ଶୁଭ କାର୍ଯ୍ୟ, ବିବାହ, ଲଗ୍ନ, ଧାର୍ମିକ ରୀତିନୀତି, ପ୍ରତିଷ୍ଠା, ଘରର ମୂଳଦୁଆ ପକାଇବା, ଘର ପ୍ରବେଶ ସମୟରେ ନଡ଼ିଆର ବିଶେଷ ମହତ୍ତ୍ୱ ରହିଛି। କିଛି ଲୋକ ଏହାକୁ ଭଗବାନ ଶିବଙ୍କ ରୂପ ଭାବରେ ମଧ୍ୟ ବିବେଚନା କରନ୍ତି। କାରଣ ଏହାର ତିନୋଟି ଆଖି ଅଛି ଯାହାକୁ ଏହାକୁ ତ୍ରିନେତ୍ର ବୋଲି ବିବେଚନା କରାଯାଏ।
ମେଷ- ଆର୍ଥିକ ଦୃଷ୍ଟିରୁ, ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବାକୁ ଯାଉଛି। ଏହା ହେଉଛି ଲାଭର ସମଷ୍ଟି। ଆପଣଙ୍କ ଅସମାପ୍ତ କାର୍ଯ୍ୟ ସମାପ୍ତ ହେବ, କିନ୍ତୁ କିଛି ବିଳମ୍ବ ହୋଇପାରେ। ଆପଣ ଆଜି ପରିବାର ବିଷୟରେ ଖୁସି ହୋଇପାରିବେ। ନୂତନ ଚାକିରି ଖୋଜୁଥିବା ବ୍ୟକ୍ତିମାନେ ଭଲ ପଦବୀ ପାଇବାକୁ ସକ୍ଷମ ହେବେ। ପଦୋନ୍ନତି ପାଇଁ ଯୋଗ ସୃଷ୍ଟି ରହିଛି। ଶାରୀରିକ ଦୁଃଖର ସମ୍ମୁଖୀନ ହୋଇପାରନ୍ତି। ବକ୍ତବ୍ୟକୁ ନିୟନ୍ତ୍ରଣ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆର୍ଥିକ ପ୍ରସଙ୍ଗରେ ମଧ୍ୟ ସଚେତନ ରୁହନ୍ତୁ । ଖାଦ୍ୟପେୟରେ ଯତ୍ନବାନ ହୁଅନ୍ତୁ। ଆଜି ଆର୍ଥିକ ଦୃଷ୍ଟିକୋଣରୁ ଭଲ ଦିନ ନୁହେଁ। ବୃଷ- ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ହେବ। ଆପଣ ଆଜି ଖୁସି ଅନୁଭବ କରିବ। ଯଦିଓ ସବୁକିଛି ଠିକ ଅଛି, ହେଲେ ଆପଣ କଥାବାର୍ତ୍ତାକୁ ନିୟନ୍ତ୍ରଣ କରନ୍ତି ତେବେ ଏହା ଆପଣଙ୍କ ପାଇଁ ଭଲ ହେବ। ପରୀକ୍ଷା ଦୃଷ୍ଟିକୋଣରୁ…
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶହୀଦ କୋଭିଡ ଯୋଦ୍ଧାଙ୍କ ପରିବାରବର୍ଗଙ୍କ ସହ ଆଲୋଚନା କରି ସମବେଦନା ଜଣାଇଥିଲେ ଏବଂ ଶହୀଦଙ୍କ ତ୍ୟାଗ କେବେ ହେଲେ ବିଫଳ ହେବ ନାହିଁ ବୋଲି କହିଥିଲେ। କୋଭିଡ ବିରୁଦ୍ଧରେ ଏହି ଲଢେଇରେ ଆମ ନିଶ୍ଚିୟ ଜିତିବା ବୋଲି ମୁଖ୍ୟମନ୍ତ୍ରୀ ଦୃଢତାର ସହ କହିଥିଲେ। ଶହୀଦ କୋଭିଡ ଯୋଦ୍ଧାଙ୍କ ତ୍ୟାଗର ସ୍ମୃତି ରକ୍ଷା ପାଇଁ ଭୁବନେଶ୍ବରରେ ଏକ ସ୍ମାରକୀ ପ୍ରତିଷ୍ଠା କରାଯିବ। ଏଥିରେ ଶହୀଦ ହୋଇଥିବା ସବୁ କୋଭିଡ ଯୋଦ୍ଧାଙ୍କ ନାମ ଲିପିବଦ୍ଧ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ, “ ଆପଣଙ୍କ ପରିବାରର ତ୍ୟାଗକୁ ଏ ଜାତି ସବୁବେଳେ ସମ୍ମାନର ସହ ମନେ ରଖିବ।” ମୁଖ୍ୟମନ୍ତ୍ରୀ କହିଥିଲେ ଯେ ୨୦୨୦ ଥିଲା ମାନବ ଇତିହାସର ଏକ ସଂକଟମୟ ବର୍ଷ। ସାରା ବିଶ୍ବ ସହ ଓଡିଶା ମଧ୍ୟ ଏହି ସଂକଟର ସାମନା କରିଛି ଏବଂ…
ଭୁବନେଶ୍ବର: ନୂତନ ବର୍ଷ ସମସ୍ତଙ୍କ ପାଇଁ ସଫଳତାର ବର୍ଷ ହେଉ ବୋଲି ସମେସ୍ତ ଚାହାନ୍ତି। ନୂତନ ବର୍ଷରେ ଧନ ଓ ଉନ୍ନତି ପାଇଁ ବାସ୍ତୁର ଉପାୟ ମଧ୍ୟ କରନ୍ତି। ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ନୂତନ ବର୍ଷ ପ୍ରାରମ୍ଭରେ ଘରୁ କିଛି ଜିନିଷ ବାହାର କରିଦେବା ଉଚିତ୍। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ। ନୂଆବର୍ଷରେ କେଉଁ କେଉଁ ଜିନିଷ ଘରୁ ବାହାର କରିବା ଶୁଭ ହୋଇଥାଏ ଜାଣନ୍ତୁ। ପୂଜାସ୍ଥଳରୁ ପୁରୁଣା ସାମଗ୍ରୀ ହଟାନ୍ତୁ: ଆମେ ପୂଜା କରିବା ସମୟରେ ଭଗବାନଙ୍କ ପ୍ରତିମା କିମ୍ବା ମୂର୍ତ୍ତିରେ ଫୁଲ ମାଳା ଚଢାଇଥଶଉ। ବାସ୍ତୁ ଶାସ୍ତ୍ର ଅନୁସାରେ ମନ୍ଦିରକୁ ସଫା ସୁତୁରା କରିବା ଓ ପୁରୁଣା ଫୁଲକୁ ହଟାଇବା ଶୁଭ ହୋଇଥାଏ। କୁହାଯାଏ ନୂତନ ବର୍ଷରେ ଘରେ ହେଉ ଅବା ଅଫିସ୍ରେ ଥିବା ଠାକୁରଙ୍କ ସ୍ଥାନକୁ ସଫା ସୁତୁରା ରଖନ୍ତୁ। କୁହାଯାଏ ଠାକୁରଙ୍କ ପାଖରେ ପୁରୁଣା ତଥା ଅବ୍ୟବହୃତ ଜିନିଷ ରଖିଲେ ବାସ୍ତୁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବିଦାୟ ନେଇଛି କୋଡ଼ିଏ କୋଡ଼ିଏ। ବୋଧହୁଏ ଏଇପରି ଦାରୁଣ ଦୁଃସମୟ ଏପରି ବିଗତ ଶହେବର୍ଷ ଭିତରେ କେହିକେବେ ଅଂଗେ ନିଭାଇ ନଥିବ। ୨୦୨୦ ନୂଆ ବର୍ଷର ଉତ୍ସାହ ସହ ସ୍ୱାଗତ କରିଥିବା ଗଂଜାମ ଜିଲ୍ଲାବାସୀ ତଥା ଦକ୍ଷିଣ ଓଡ଼ିଶାର ଜନସାଧାରଣଙ୍କ ପାଇଁ ଦୁଇମାସ ପରେ ସବୁକିଛି ନୀରବ ରହିଯାଇଥିଲା। କରୋନା ମହାମାରୀର ଅବଧି ପ୍ରାୟ ୧୦ ମାସ ହେଲା ଲାଗିରହିବା ହେତୁ ଅଦ୍ୟାବଧି ସଂକଟ ଟଳିନଥିବା ଅନୁଭବ କରି ପୁରୁଣା ବର୍ଷକୁ ବିଦାୟ ଏବଂ ନୂଆ ବର୍ଷକୁ ସ୍ୱାଗତ କରିବା ଉତ୍ସାହ ଉଦ୍ଦୀପନା ସବୁ କିଛି ମଉଳି ଯାଇଛି। ଇଂରାଜୀ ନବବର୍ଷର ସ୍ୱାଗତ ପାଇଁ କେବଳ ସାମାଜିକ ଗଣମାଧ୍ୟମ ଏକମାତ୍ର ବିକଳ୍ପ। ତରୁଣ ତରୁଣୀରୁ ଦେଇ ବୟସ୍କଙ୍କ ପାଇଁ ଏକମାତ୍ର ସାମାଜିକ ଗଣମାଧ୍ୟମରେ ବାର୍ତ୍ତା ଦେବା ନେବା ପର୍ବକୁ ନେଇ ଆସିଛି ୨୦୨୧। କୋଡ଼ିଏ କୋଡ଼ିଏର ଚିତ୍ର ଥିଲା ବଡ଼ ଦାରୁଣ। ଅର୍ଥନୈତିକ ସ୍ଥିତିକୁ ବଜ୍ର…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୨୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୭୧, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୧, ପୁରୀରୁ ୨୯, ଖୋର୍ଦ୍ଧାରୁ ୨୨, ବାଲେଶ୍ବରରୁ ୧୭, ବରଗଡରୁ ୧୭, ଭଦ୍ରକରୁ ୧୨, କଟକରୁ ୧୦, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୧୦, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୭, କଳାହାଣ୍ଡିରୁ ୬, ନୂଆପଡ଼ାରୁ ୬, ଝାରସୁଗୁଡାରୁ ୫, ବଲାଙ୍ଗୀରିରୁ ୪, ଜଗତସିଂହପୁରରୁ ୪, ଦେବଗଡରୁ ୩, ଗଞ୍ଜାମରୁ ୩, ନୟାଗଡରୁ ୨, ରାୟଗଡାରୁ ୨, ବୌଦ୍ଧରୁ ୧, ଢେଙ୍କାନାଳରୁ ୧, ମାଲକାନାଗିରିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୪୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ…
ଭୁବନେଶ୍ବର, କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜକୁ ନବକଳେବର କରାଯିବ। ଏଥିପାଇଁ 3 ହଜାର 5ଶଙ କୋଟି ଟଙ୍କାର ବ୍ୟ ଅଟକଳ ରଖାଯାଇଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ସମୀକ୍ଷା ବୈଠକରେ ଏହି ନିଷ୍ପତି ନିଆଯାଇଛି। ଏହି ହସପିଟାଲ ଦେଶର ପ୍ରଥମ ତିନୋଟି ଶ୍ରେଷ୍ଠ ହସପିଟାଲ ଭିତରେ ଯେପରି ରହିବ ସେଥିପାଇଁ ପ୍ରୟାଶ କରାଯିବ। ପ୍ରାୟ 175 ଏକର ପରିମିତ ସ୍ଥାନରେ ଏହାର ନବକଳେବର କରାଯିବାକୁ ପ୍ରସ୍ତାବ ରଖାଯାଇଛି। ଏହାର ସମସ୍ତ କାର୍ଯ୍ୟ 5ଟି ଅଧିନରେ ପରିଚାଳନା କରାଯିବ। ଏଥିରେ 5 ହଜାର ଶଯ୍ୟା ବିଶିଷ୍ଠ କରାଯିବ। ତେବେ ପ୍ରଥମ ପର୍ଯ୍ୟାୟରେ ଏହା ଶଯ୍ୟା ସଂଖ୍ୟା 3 ହଜାର 5 ଶହ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି। ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ଏହାର ଡାକ୍ତର ଏବଂ ନର୍ସଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ। ସେହିପରି ମେଡିକାଲ ଛାତ୍ରଛାତ୍ରୀଙ୍କ ରହିବା ପାଇଁ ହଷ୍ଟେଲର ରୂପରେଖ ମଧ୍ୟ ପରିବର୍ତ୍ତନ…

