ନୂଆଦିଲ୍ଲୀ, କୋଭିଡ-୧୯ କାରଣରୁ ବିଗତ ମାର୍ଚ୍ଚ ୧୩, ୨୦୨୦ ଠାରୁ ଜନସାଧାରଣଙ୍କ ପାଇଁ ବନ୍ଦ ରହିଥିବା ରାଷ୍ଟ୍ରପତି ଭବନ ସଂଗ୍ରହାଳୟ ଆସନ୍ତା ଜାନୁୟାରୀ ୫, ୨୦୨୧ରୁ ପୁନର୍ବାର ଖୋଲିବ । ସୋମବାର ଏବଂ ସରକାରୀ ଛୁଟି ଦିନ ବ୍ୟତୀତ ଏହା ସବୁ ଦିନ ଖୋଲା ରହିବ । ୱେବସାଇଟ https://presidentofindia.nic.in କିମ୍ବା https://rashtrapatisachivalaya.gov.in କିମ୍ବା https://rbmuseum.gov.in ମାଧ୍ୟମରେ ପରିଦର୍ଶକମାନେ ସେମାନଙ୍କର ସ୍ଲଟ୍ ବୁକ୍ କରିପାରିବେ । ପୂର୍ବ ପରି, ପ୍ରତ୍ୟେକ ଭ୍ରମଣକାରୀଙ୍କ ନାମକରଣ ପଞ୍ଜିକରଣ ପାଇଁ ୫୦/- ଟଙ୍କା ଶୁଳ୍କ ଆଦାୟ କରାଯିବ । ପୂର୍ବରୁ ଉପଲବ୍ଧ ଥିବା ସ୍ପଟ୍ ବୁକିଂ ସୁବିଧାକୁ ଅସ୍ଥାୟୀ ଭାବରେ ସ୍ଥଗିତ ରଖାଯାଇଛି । ସାମାଜିକ ଦୂରତା ନିୟମକୁ ବଜାୟ ରଖିବା ପାଇଁ, ସକାଳ ୯:୩୦ – ପୂର୍ବାହ୍ନ ୧୧:୦୦, ପୂର୍ବାହ୍ନ ୧୧:୩୦ – ଅପରାହ୍ନ ୧:୦୦, ଅପରାହ୍ନ ୧:୩୦ – ଅପରାହ୍ନ ୩:୦୦ ଏବଂ ଅପରାହ୍ନ ୩:୩୦ – ଅପରାହ୍ନ ୫:୦୦ ମଧ୍ୟରେ…
Author: Samikhsya Bureau
ନୂଆଦିଲ୍ଲୀ, ସୁନୀତ ଶର୍ମା ରେଳବାଇ ବୋର୍ଡର ନୂତନ ଅଧ୍ୟକ୍ଷ ତଥା ମୁଖ୍ୟ କାଯ୍ୟନିର୍ବାହୀ ଅଧିକାରୀ (ସିଇଓ), ଏବଂ ଭାରତ ସରକାରଙ୍କ ପଦାସୀନ ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି । ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ସୁନୀତ ଶର୍ମାଙ୍କୁ ରେଳ ବୋର୍ଡର ଚେୟାରମ୍ୟାନ ତଥା ସିଇଓ ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଏହା ପୂର୍ବରୁ ସୁନୀତ ଶର୍ମା ପୂର୍ବ ରେଳବାଇର ମହାପ୍ରବନ୍ଧକ ଭାବରେ କାର୍ଯ୍ୟ କରିଥିଲେ । ସୁନୀତ ଶର୍ମା ୧୯୭୯ ରେ ଆଇଆଇଟି କାନପୁରରେ ଇଞ୍ଜିନିୟରିଂ ପଢୁଥିବା ସମୟରେ ଏକ ସ୍ୱତନ୍ତ୍ର କ୍ଲାସ ଆପ୍ରେଣ୍ଟିସ ଭାବରେ ଭାରତୀୟ ରେଳବାଇରେ ଯୋଗ ଦେଇଥିଲେ । ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିବା ଶର୍ମାଙ୍କ ୪୦ ବର୍ଷରୁ ଅଧିକ ସମୟ ଧରି ଭାରତୀୟ ରେଳବାଇ ସେବାର ବିଭିନ୍ନ ପଦବୀରେ କାର୍ୟ୍ୟ କରିବାର ଅଭିଜ୍ଞାତା ରହିଛି । ସେ ଅପରେସନ ୱର୍କିଂ, ଶେଡ, ଡିପୋ ଏବଂ ୱାର୍କସପ ରକ୍ଷଣାବେକ୍ଷଣରେ…
ନୂଆଦିଲ୍ଲୀ, ଭାରତର ମୋଟ ସକ୍ରିୟ ମାମଲା କ୍ରମାଗତ ନିମ୍ନଗାମୀ ଧାରା ଅବ୍ୟାହତ ରଖିଛି । ଆଜି ଏହା ୨ ଲକ୍ଷ ୫୪ ହଜାର ୨୫୪ କୁ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । ୧୭୯ ଦିନ ପରେ ଏହା ସର୍ବନିମ୍ନ । ଗତ ୬ ଜୁଲାଇ ୨୦୨୦ ରେ ସମୁଦାୟ ସକ୍ରିୟ ମାମଲା ୨ଲକ୍ଷ ୫୩ ହଜାର ୨୮୭ ଥିଲା । ବର୍ତ୍ତମାନ ଭାରତର ସକ୍ରିୟ ମାମଲା ମୋଟ ପଜିଟିଭ ମାମଲାର ମାତ୍ର ୨.୪୭ ପ୍ରତିଶତ ରହିଛି । ବିଗତ କିଛି ଦିନ ଧରି ଭାରତରେ ଦୈନିକ ନୂତନ ମାମଲା ପ୍ରାୟ ୨୦,୦୦୦ ପାଖାପାଖି ରହୁଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂତନ ମାମଲା ୨୦,୦୩୫ ଥିବାବେଳେ ଏହି ଅବଧି ମଧ୍ୟରେ ୨୩,୧୮୧ ଜଣ ଆରୋଗ୍ୟ ଲାଭ କରିଥିବା ପଞ୍ଜୀକୃତ ହୋଇଛି । ଗତ ୩୫ ଦିନ ଧରି ଦୈନିକ ନୂତନ ମାମଲା ଠାରୁ ଆରୋଗ୍ୟ ସଂଖ୍ୟା ଅଧିକ ରହିବା…
ନୂଆଦିଲ୍ଲୀ, ଚିଲ ପକ୍ଷୀଟି ଅତି ସୁନ୍ଦର ପକ୍ଷୀମାନଙ୍କ ମଧ୍ୟରେ ଗଣାଯାଏ। ଯେତେବେଳେ ଚିଲ ଆକାଶରେ ଉଡେ ସେତେବେଳେ ଯେ କେହି ଦେଖେ ସେ ବିମୋହିତ ହୋଇପଡେ। ହେଲେ ଚିଲ ପକ୍ଷୀକୁ ସାଧାରଣତଃ ଅଶୁଭ ବୋଲି ଧରାଯାଇଥାଏ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଚିଲ ପକ୍ଷୀ ସହିତ ଶୁଭ କଥା ମଧ୍ୟ ଜଡିତ ରହିଛି। ହେଲେ ତାହା କ୍ବଚିତ ଦେଖା ଯାଇଥାଏ। କିନ୍ତୁ ଯେତେବେଳେ ମିଳିଲା, ସେଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ଜଣାପଡିଛି । ଆସନ୍ତୁ ବର୍ତ୍ତମାନ ଚିଲ ସହିତ ଜଡିତ ଶୁଭ ଅଶୁଭ ବିଷୟରେ ଆଲୋଚନା କରିବା- ଚିଲ ସହିତ ଜଡିତ ଶୁଭଅଶୁଭ କଥା 1- ଯେଉଁ ବିଲଡିଂରେ ଚିଲ ବସିବା ଆରମ୍ଭ କରନ୍ତି, ସେହି ବିଲ୍ଡିଂରେ ରହୁଥିବା ଲୋକଙ୍କ ଭାଗ୍ୟ ଖରାପ ହୁଏ । ସେହି ଘରେ ରହୁଥିବା ଲୋକମାନେ ଦୁର୍ଭାଗ୍ୟଜନକ ହୁଅନ୍ତି । ପ୍ରାୟତଃ ଏହିପରି ଅଟ୍ଟାଳିକା ନଷ୍ଟ ହୋଇଯାଏ । 2- ଉଡିବା ସମୟରେ…
ମେଷ- ଆଜି ଆପଣଙ୍କର ସ୍ଥାନାନ୍ତରଣ ଯୋଗ ଅଛି। ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ, ସେମାନଙ୍କ କାର୍ଯ୍ୟର ଚତୁରତା ଏବଂ କଳାର ଭାବନା ପ୍ରଦର୍ଶନ କରିବାର ଏକ ସୁଯୋଗ ରହିବ । ଏହି ବ୍ୟକ୍ତିଙ୍କ ଜୀବନରେ ପ୍ରେମ ସାଂଘାତିକ ହୋଇପାରେ। ପାରିବାରିକ ସମ୍ପର୍କରେ ବିରକ୍ତ ହୋଇପାରନ୍ତି। ପିଲାମାନଙ୍କର ଅଗ୍ରଗତି ଦ୍ୱାରା ମନ ଖୁସି ରହିବ। ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ । ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କର ପ୍ରକୃତିରେ ଅଧିକ ରହିବ। ତେଣୁ ଆଜି ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ। ମିଥୁନ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିଶ୍ୱ ଆବାସିକ ଟେକ୍ନୋସଲଜି ଆହ୍ୱାନ ବା ଗ୍ଲୋବାଲ ହାଉସିଂ ଟେକ୍ନୋୀଲଜି ଚାଲେଞ୍ଜ (ଜିଏଚ୍ଟିହସି) କାର୍ୟ୍ୟକ୍ରମ ଅଧୀନରେ ୬ଟି ରାଜ୍ୟରେ ଲାଇଟ ହାଉସ୍ ପ୍ରକଳ୍ପ ବା ଏଲଏଚପିଏସ୍ରର ଶୁଭ ଦେଇଛନ୍ତି । ଏହି କାର୍ୟ୍ୟକ୍ରମ ଭିଡିଓ କନ୍ଫରେନ୍ସିଂ ବ୍ୟବସ୍ଥାରେ ସଂପନ୍ନ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଲଭ ମଜଭୁତ ଆବାସ ବ୍ୟବସ୍ଥା ବା ଆଶା ଇଣ୍ଡିଆ କାର୍ୟ୍ୟକ୍ରମର ବିଜେତାମାନଙ୍କ ନାମ ଘୋଷଣା କରିବା ସହ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ୟ୍ୟକାରିତା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ଅଭିନବ ନିର୍ମାଣ ଟେକ୍ନୋକଲଜି ଉପରେ ଏକ ପ୍ରମାଣନ ପାଠ୍ୟକ୍ରମକୁ ଉନ୍ମୋଚନ କରିଥିଲେ । ଏହି ପାଠ୍ୟକ୍ରମର ନାମ ରଖାଯାଇଛି ନିଉ ଆଫଡେବଲ ଭ୍ୟାଲିଡେଟେଡ ରିସର୍ଚ୍ଚ ଇନୋଭେସନ ଟେକ୍ନୋ ଲଜି ଫର୍ ଇଣ୍ଡିଆନ୍ ହାଉସିଂ ବା ନବରୀତି। କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ, ଉତ୍ତର…
ନୂଆଦିଲ୍ଲୀ, ସଶସ୍ତ୍ର ବାହିନୀ ମେଡିକାଲ ସେବା ମହାନିର୍ଦ୍ଦେଶକ ଭାବେ ସର୍ଜନ ଭାଇସ ଆଡମିରାଲ ରଜତ ଦତ୍ତ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି । ବର୍ତ୍ତମାନର ନିଯୁକ୍ତି ପୂର୍ବରୁ ଫ୍ଲାଗ୍ ଅଫିସର ଡିଜିଏମଏସ (ନୌସେନା) ଏବଂ କମାଣ୍ଡେଣ୍ଟ, ଆର୍ମି ହସ୍ପିଟାଲ (ଆର ଆଣ୍ଡ ଆର) ଦିଲ୍ଲୀ କ୍ୟାଣ୍ଟ ଆଣ୍ଡ କର୍ଣ୍ଣେଲ କମାଣ୍ଡେଣ୍ଟ ଭାବରେ କାର୍ଯ୍ୟ କରିଥିଲେ । ସେ ପୁଣେ ସଶସ୍ତ୍ର ବାହିନୀ ମେଡିକାଲ୍ କଲେଜର ଆଲୁମିନସ ଏବଂ ୧୯୮୨ ରେ ଏମବିବିଏସ ସମାପ୍ତ କରିବା ପରେ ୨୭ ଡିସେମ୍ବର ୧୯୮୨ ରେ ଏଏମସିରେ ନିଯୁକ୍ତ ହୋଇଥିଲେ । ଭି ଆଡମିରାଲ ରଜତ ଦତ୍ତ ନୂଆଦିଲ୍ଲୀର କମାଣ୍ଡେଣ୍ଟ ଏଫସିର ସମ୍ମାନଜନକ ନିଯୁକ୍ତି ପାଇଥିଲେ । ସେ ମଧ୍ୟ ଅତିରିକ୍ତ ଡିଜିଏମ୍ଏସ୍ (ସେନା) ନୂଆଦିଲ୍ଲୀ ଥିଲେ । ସେ ଏମଜି, ମେଡିକାଲ, ମୁଖ୍ୟାଳୟ ସେଣ୍ଟ୍ରାଲ କମାଣ୍ଡ ଏବଂ କମାଣ୍ଡେଣ୍ଟ, ସିଏଚ (ସିସି)ଲକ୍ଷ୍ନୌ ଭାବେ ନିଯୁକ୍ତି ପାଇଥିଲେ । ସେ ଜଣେ ପ୍ରଖ୍ୟାତ ଶିକ୍ଷକ ଏବଂ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୫୮, ଅନୁଗୁଳରୁ ୪୧, ସମ୍ବଲପୁରରୁ ୩୧, ନୂଆପଡ଼ାରୁ ୨୭, ଖୋର୍ଦ୍ଧାରୁ ୨୦, ସମ୍ବଲପୁରରୁ ୧୯, ମୟୁରଭଞ୍ଜରୁ ୧୮, କଟକ ୧୫, ପୁରୀରୁ ୧୫, ବଲାଙ୍ଗୀରରୁ ୧୪, କେନ୍ଦ୍ରାପଡ଼ାରୁ ୧୩, ବାଲେଶ୍ୱରରୁ ୧୧, ଯାଜପୁରରୁ ୯, ବରଗଡ଼ରୁ ୭, କେନ୍ଦୁଝରରୁ ୫, ଗଞ୍ଜାମରୁ ୪, ଜଗତସିଂପୁରରୁ ୩, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ୨, ନୟାଗଡ଼ରୁ ୨, ଦେବଗଡ଼ରୁ ୧, ଗଜପତିରୁ ୧, କୋରାପୁଟରୁ ୧, ନବରଙ୍ଗପୁରରୁ ୧, ରାୟଗଡ଼ାରୁ ୧ ଏବଂ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୫ ହଜାର ୭୩୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା…
ନୂଆଦିଲ୍ଲୀ: ବ୍ରିଟେନରୁ ନୂଆ କରୋନା ଷ୍ଟ୍ରେନ ଚିହ୍ନଟ ହେବା ପରେ ଗତ ଡିସେମ୍ବର ୨୩ରେ ଭାରତ ସରକାର ବିମାନ ଚଳାଚଳ ଉପରେ କଟକଣା ଜାରି କରିଥିଲେ। ଡିସେମ୍ବର ୩୧ ତାରିଖ ଯାଏଁ ଏହି କଟକଣା ଲାଗୁ କରାଯାଇଥିବା ବେଳେ ପୁଣି ଜାନୁୟାରୀ ୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଆସନ୍ତା ୮ ତାରିଖରୁ ପୁନର୍ବାର ବ୍ରିଟେନ ଓ ଭାରତ ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହେବ। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ପୁରୀ ସୂଚନା ଦେଇଛନ୍ତି। ଜାନୁଆରି ୨୩ ତାରିଖ ଯାଏଁ ଉଭୟ ଦେଶର ପ୍ରତ୍ୟେକ ବିମାନ କମ୍ପାନି ସପ୍ତାହକୁ ୧୫ଟି ଫ୍ଲାଇଟ ଚଳାଇପାରିବେ। ଭାରତର ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ ଓ ହ୍ରାଇଦ୍ରାବାଦରୁ ଏହି ବିମାନ ସବୁ ଚଳାଚଳ କରିପାରିବ ବୋଲି ହରଦୀପ ପୁରୀ କହିଛନ୍ତି। ଖୁବ ଶୀଘ୍ର ସଂପୂର୍ଣ୍ଣ ବିବରଣୀ ଡିସିଜିଆଇ ପ୍ରଦାନ କରିବ ବୋଲି ସେ ସୂଚନା ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ନିକଟସ୍ଥ ଶ୍ରୀ ଅରବିନ୍ଦ ଶିକ୍ଷାକେନ୍ଦ୍ର ପରିସରରେ ପରିବେଷଣ ହୋଇଯାଇଛି ସଚେତନ ଧର୍ମୀ ନାଟକ। କାରୋନାର ପ୍ରଭାବରେ ଦାଦନ ଶ୍ରମିକଙ୍କ ସତ ଘଟଣା ଉପରେ ଆଧାରିତ ଏକ କ୍ଷୁଦ୍ର ନାଟକ “ଆମ ଘର” ଭୁବନେଶ୍ୱର ନାଟ୍ୟ ଚେତନା ତରଫରୁ ପରିବେଷଣ କରାଯାଇଥିଲା। କାରୋନାର ଭୟାଭୟତାକୁ ଦୃଷ୍ଟିରେ ରଖି କମ କଳାକାରଙ୍କୁ ନେଇ ଅତି କମ ସମୟ ମଧ୍ୟରେ ଜନସମାଜକୁ ସଚେତନତା ସୃଷ୍ଟି କରିବା ଉଦ୍ଧେଶ୍ୟରେ ଏହି ନାଟକଟିକୁ ପରିବେଷଣ କରାଯାଇଥିଲା। ସୁବୋଧ ପଟ୍ଟନାୟକଙ୍କ ରଚିତ ଓ ନିର୍ଦ୍ଧେଶିତ ଏହି କ୍ଷୁଦ୍ର ନାଟକଟି ବିପଦ ବେଳେ କିପରି ବିକଳ ହୋଇ ଘର ଆଉ ଗାଁ କୁ ଲୋକେ ଖୋଜନ୍ତି, ଏଥିରେ ନିଖୁଣ ଭାବେ ପ୍ରଦର୍ଶିତ କରାଯାଇଥିଲା। ଛୁଆ ଲାଗି ମାଆ କୋଳ ପ୍ରଥମ ଘର, ଯାହାକୁ ସେ ଜାଣେ ମୋ ଘର। ବଡ ହେଲାପରେ ନିଜ ସ୍ଵଜନ ମାନଙ୍କ ସହ ବାସକରୁଥିବା ବିପଦ ଶୁନ୍ୟ ସ୍ଥାନ…
ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ଏଣିକି ଦିନକୁ ୧୭ ହଜାର ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ପୂର୍ବରୁ ୫ ହଜାର ଶ୍ରଦ୍ଧାଳୁ ଦର୍ଶନ କରିବା ନେଇ ବ୍ୟବସ୍ଥା ରହିଥିଲା। ଆସନ୍ତା ୩ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରାଯିବ। ତେବେ ଦର୍ଶନ କରିବାକୁ ହେଲେ ଭକ୍ତମାନଙ୍କ ପାଇଁ କୋଭିଡ଼ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ରିପୋର୍ଟ ନେଗେଟିଭ ଥିବା ଭକ୍ତମାନଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍ କୁମାର ସୂଚନା ଦେଇଛନ୍ତି। ପେବୃୟାରୀ ମାସରୁ ଦର୍ଶନ କୋହଳ କରାଯିବା ନେଇ ବ୍ୟବସ୍ଥା କରାଯାଉଛି ବୋଲି କ୍ରିଷନ୍ କୁମାର କହିଛନ୍ତି।
ଭୁବନେଶ୍ୱର: ଜଣେ ୩୪ ବର୍ଷୀୟ ମହିଳାଙ୍କର ତଳିପେଟରୁ ୧୦ କେଜିରୁ ଅଧିକ ଓଜନର ଟ୍ୟୁମର କାଢ଼ିବା ଭଳି ଜଟିଳ ଅସ୍ତ୍ରୋପଚାର କରିବାରେ ସଫଳ ହୋଇଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ହ ସ୍ପିଟାଲ୍ର ସର୍ଜନ। ଗୁରୁବାର ଏହି ଅସ୍ତ୍ରୋପଚାର କରାଯାଇଛି। ବୌଦ୍ଧ ଜିଲ୍ଲା ମନମୁଣ୍ଡା ଅଂଚଳର ମଧୁସ୍ମିତା ଦାନୀ ନାମକ ଏହି ମହିଳାଙ୍କର ୨୦୧୨ ଏବଂ ୨୦୧୬ରେ ଅନୁରୂପ ଭାବେ ସମ୍ ହସ୍ପିଟାଲ୍ରେ ଅସ୍ତ୍ରୋପଚାର କରାଯାଇ ପେଟରୁ ଟ୍ୟୁମର ବାହାର କରାଯାଇଥିଲା। ରେଟ୍ରୋପେରିଟୋନିଆଲ ଲାଇପୋସାରକୋମା ଭଳି କର୍କଟ ରୋଗରେ ଏହି ମହିଳା ଜଣକ ପିଡ଼ିତ ଥିବା ଜଣାପଡ଼ିଥିଲା। ମାତ୍ର ଏହି କର୍କଟ ରୋଗରେ କେମୋଥେରାପି କିମ୍ବା ରେଡିଓଥେରାପି ଚିକିତ୍ସା ଦ୍ୱାରା ସୁଫଳ ମିଳି ନଥାଏ। ଅସ୍ତ୍ରୋପଚାର ହିଁ ଏହି ରୋଗର ଚିକିତ୍ସାର ଏକମାତ୍ର ଉପାୟ ବୋଲି ଚିକିତ୍ସା କରିଥିବା ସର୍ଜନ କହିଛନ୍ତି। ଶ୍ରୀମତୀ ଦାନୀ ଗତ ଡିସେମ୍ବର ୨୧ ତାରିଖ ଦିନ ସମ୍…
ନୂଆଦିଲ୍ଲୀ: ଚଳିତ ଅଷ୍ଟ୍ରେଲିଆ-ଭାରତ ଟେଷ୍ଟ ସିରିଜରେ ଉଭୟ ଦଳର ଖେଳାଳି ମଧ୍ୟରେ ଆହତ ସମସ୍ୟା ଦେଖାଯାଇଛି। ଅଷ୍ଟ୍ରେଲିଆ ଦଳର ଅନେକ ଖେଳାଳି ଆହତ ହେବା କାରଣରୁ ସିରିଜରୁ ବାଦ ପଡିଥିବା ବେଳେ ଭାରତୀୟ ଦଳର ଖେଳାଳି ମଧ୍ୟ ଆହତ ହେଉଛନ୍ତି। ପୂର୍ବରୁ ଦ୍ରୁତ ବୋଲର ମହମ୍ମଦ ଶାମି ଆହତ ହୋଇ ଦଳରୁ ବାଦ ପଡିଥିବା ବେଳେ ବର୍ତ୍ତମାନ ଦ୍ରୁତ ବୋଲର ଉମେଶ ଯାଦବ ଆହତ ହୋଇଛନ୍ତି। ୩୩ ବର୍ଷୀୟ ଏହି ଅନୁଭବୀ ପେସ୍ ବୋଲ୍ ଉମେଶ ଯାଦବ ଅନ୍ୟ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିପାରିବେ ନାହିଁ। ତାଙ୍କ ସ୍ଥାନରେ ଟି.ନଟରାଜନଙ୍କୁ ଟିମ୍ ଇଣ୍ଡିଆରେ ସ୍ଥାନ ଦିଆଯାଇଛି। ଏହା ସହିତ ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଟେଷ୍ଟ ଟିମରେ ସାମିଲ କରାଯାଇଛି। ସିରିଜର ତୃତୀୟ ଟେଷ୍ଟ ୭ ଜାନୁଆରୀରୁ ସିଡନୀରେ ଖେଳାଯିବ। ଚଳିତ ଅଷ୍ଟ୍ରେଲିଆ ଗସ୍ତରେ ବାମହାତୀ ଦ୍ରୁତ ବୋଲର ଟି.ନଟରାଜନ ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିଲେ। ସେ ଗୋଟିଏ ଦିନିକିଆ ଓ ତିନୋଟି ଟି-୨୦…
ନୂଆଦିଲ୍ଲୀ: ଅକ୍ସଫୋର୍ଡ ଆଷ୍ଟ୍ରାଜେନିକା ଦ୍ଵାରା ପ୍ରସ୍ତୁତ କୋଭିଡ଼ ଟିକା କୋଭିସିଲ୍ଡ ମାନବ ଶରୀରରେ ପ୍ରୟୋଗ ପାଇଁ ଅନୁମତି ମିଳିଛି। ଏହି ଟିକାକୁ ଭାରତର ପୁନେ ସେରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କରାଯାଉଛି। ଆଜି ଡିସିଜିଆଇ ବୈଠକରେ ତର୍ଜମା ପରେ ଅନୁମତି ମିଳିଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜରୁରୀକାଳୀନ ବ୍ୟାବହାର ପାଇଁ ସ୍ୱୀକୃତି ମିଳିଛି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ ୫ କୋଟି ଡୋଜ ପ୍ରସ୍ତୁତ କରିସାରିଥିବା ସୂଚନା ରହିଛି।
ଭୁବନେଶ୍ବର: ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିବା ପ୍ରକ୍ରିୟା ଏବେ ଆହୁରି ସହଜ ହୋଇଛି। ସେଥିପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଗ୍ୟାସ୍ ଉପଭୋକ୍ତା ପାଇଁ ଏକ ନୂଆ ସେବା ଆରମ୍ଭ କରିଛନ୍ତି। ଆଜି ଭୁବନେଶ୍ୱର ଠାରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ନୂଆ ସେବାର ଶୁଭାରମ୍ଭ କରିଛନ୍ତି। ଏଣିକି ମିସଡକଲ୍ କଲେ ସିଲିଣ୍ଡର ବୁକିଙ୍ଗ କିମ୍ବା ନୂଆ ସଂଯୋଗ ପାଇଁ ପଞ୍ଜୀକରଣ କରିପାରିବେ ଗ୍ୟାସ୍ ଉପଭୋକ୍ତା। ଏହାଦ୍ୱାରା ଆଉ ଡିଲରଙ୍କ ନିକଟକୁ ଦୌଡିବାକୁ ପଡିବ ନାହିଁ। ଏଥିପାଇଁ ୮୪୫୪୯୫୫୫୫୫ ନମ୍ବରରେ ମିସଡ୍ କଲ୍ ଦେବାକୁ ପଡିବ। ମିସ୍ଡ କଲ କଲେ ମୋବାଇଲରେ ଗୋଟିଏ ଲିଙ୍କ୍ ଆସିବ। ଲିଙ୍କରେ ଥିବା ଫର୍ମ ପୂରଣ କରି ଆବଶ୍ୟକ କାଗଜପତ୍ର ଦେବାକୁ ହେବ। ନିକଟସ୍ଥ ଡିଲରଙ୍କୁ କାଗଜପତ୍ର ଦେଲେ ନୂଆ ସଂଯୋଗ ମିଳିଯିବ। ଏହା ଉପଭୋକ୍ତାଙ୍କୁ ବେଶ ସହାୟକ ହେବ। ଯାହାଫଳରେ ଗ୍ରାହକମାନେ ସହଜରେ ଗ୍ୟାସ୍ ବୁକିଂ ସହ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବହୁ ଚର୍ଚ୍ଚିତ ନୂଆଗାଁ ଦେଖାଆଳି ଗ୍ରାମର ପ୍ରମୋଦିନୀ ହତ୍ୟାକାଣ୍ଡ ଘଟଣାରେ ପୋଲିସ୍ ଗତକାଲି ଅଭିଯୁକ୍ତ ପ୍ରକାଶ ବେହେରାକୁ ପୋଲିସ୍ ଗିରଫ କରିବା ସହ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲା। ଏହି ତଥ୍ୟକୁ ଆଜି ଚାଲେଞ୍ଜ କରି ପୀଡ଼ିତାର ମା’ ରମା ନାୟକ ଏକ ସାମ୍ବାଦିକ ସମ୍ମିଳନୀର ଆହ୍ୱାନ କରିଥିଲେ। ସେ ପୂର୍ବରୁ ଯେଉଁ ଅଭିଯୁକ୍ତମାନଙ୍କୁ ତଦନ୍ତ ପରିସର ମଧ୍ୟକୁ ଆଣିବାକୁ କହିଥିଲେ ସେମାନେଙ୍କୁ ପୋଲିସ୍ କୌଣସି ପ୍ରକାରେ ତଦନ୍ତକୁ ନଆଣି କେବଳ ଜଣେ ଅଭିଯୁକ୍ତକୁ କାଠଗଡ଼ାକୁ ଆଣିବା ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପକ୍ଷରେ ହତ୍ୟାକାଣ୍ଡ ଘଟିବାର ବହୁମାସ ବିତିବା ପରେ ଜାଣିଶୁଣି ତଦନ୍ତ ପ୍ରକ୍ରିୟାକୁ ବିଳମ୍ବ କରାଯାଇଛି ଏବଂ ଏଥିରେ ଶାସକ ଦଳର ବ୍ୟକ୍ତିବିଶେଷ ସାମିଲ ଥିବାରୁ ଏଭଳି କରାଗଲା ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଅଭିଯୁକ୍ତ ପ୍ରକାଶ ବେହେରାଙ୍କ ଭାଇ ସଂଜୟ ବେହେରା ଗତ ୯ ଅକ୍ଟୋବର…
ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ମହିଳା ଶାଖାର ସଭାନେତ୍ରୀ ଭାବେ ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନି ଛୁଆରିଆଙ୍କୁ ମନୋନୀତ କରିଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଗଂଜାମ ଜିଲ୍ଲା ବିଜେଡ଼ିରେ ଖୁସିର ମାହୋଲ୍ ଖେଳିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଗଂଜାମ ବିଜେଡ଼ି ପକ୍ଷରୁ ଧନ୍ୟବାଦ୍ ଅର୍ପଣ କରାଯାଇଛି। ଗଂଜାମ ଜିଲ୍ଲା ମହିଳା ବିଜେର ସଭାନେତ୍ରୀ ସଂଘମିତ୍ରା ଦଳେଇଙ୍କ ସମେତ ବିଜେଡ଼ି ଜିଲ୍ଲା ସଭାପତି ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଶ୍ରୀମତୀ ଛୁରିଆଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶ୍ରୀମତୀ ଛୁରିଆଙ୍କ ପରି ଜଣେ ବଳିଷ୍ଠ ନେତ୍ରୀଙ୍କୁ ରାଜ୍ୟ ସଭାନେତ୍ରୀ ପଦବୀ ଦେବା ପରେ ବିଜେଡ଼ି ଦଳ ରାଜ୍ୟରେ ଆହୁରି ସଂଗଠିତ ଏବଂ ସୁଦୃଢ଼ ହେବ ବୋଲି ଗଂଜାମ ଜିଲ୍ଲା ବିଜେଡ଼ି ପକ୍ଷରୁ କୁହାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ସ୍ପେଶାଲ୍ ୱାରେଣ୍ଟ୍ ବଳରେ ଲିଙ୍ଗରାଜ ଆଇନ ମହାବିଦ୍ୟାଳୟରେ କାର୍ଯ୍ୟରତ କିରାଣି (ଡ଼ିଏଲ୍ଆର୍ ଟାଇପିଷ୍ଟ)ପ୍ରଶାନ୍ତ କୁମାର ନାୟକଙ୍କ ଗେଟ୍ବଜାରରେ ଥିବା ତିନିମହଲା କୋଠା, ବ୍ୟାଙ୍କ କଲୋନୀ ଚତୁର୍ଥ ଗଳିରେ ଥିବା ଦୁଇ ମହଲା କୋଠା, ଆସିକା ରୋଡ଼୍ ଗେଟ୍ବଜାରରେ ଥିବା ଦୁଇମହଲା ଗୋଦାମ ଘର, ବିଷ୍ଣୁନଗର ମୁଖ୍ୟରାସ୍ତାରେ ଭଡ଼ା ଦିଆଯାଇଥିବା ଗୋଦାମ୍, ଶ୍ରୀରାମନଗର ବୃନ୍ଦାବନ ହୋଟେଲ୍ ନିକଟରେ ଭଡ଼ା ଦିଆଯାଇଥିବା ଗୋଦାମ୍ ଉପରେ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ଦେଢ଼କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସ୍ଥାବର ଓ ଅସ୍ଥାବର ସଂପତ୍ତି ଠାବ ହୋଇଥିଲା। ଆଜି ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସଂପତ୍ତିର ପରିମାଣ ହିସାବ କରାଯିବା ସହ ଗିରଫ କରାଯାଇଛି। କିରାଣୀ ତଥା ଡ଼ିଏଲ୍ଆର୍ ଟାଇପିଷ୍ଟ ଭାବେ ପ୍ରଶାନ୍ତ ନାୟକ ୧୯୯୦ରୁ କାର୍ଯ୍ୟରତ ଥିବାବେଳେ ଏହି ସମୟରୁ ୩୦.୧୨.୨୦୨୦ ପର୍ଯ୍ୟନ୍ତ ତାଙ୍କର ସମସ୍ତ ଆୟର ସ୍ରୋତର ହିସାବ କରାଯାଇଥିଲା। ଆଜି ତାଙ୍କର ୫୭…
ଭୁବନେଶ୍ବର, ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଭିନିଲ କ୍ରିଷ୍ଣାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ବ ଦିଆଯାଇଛି। ସେ ପୂର୍ବପରି ଯୁବ ଓ କ୍ରୀଡା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିବେ। ସେହିପରି ତିନୋଟି ଜିଲ୍ଲାକୁ ତିନିଜଣ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତ ଦିଆଯାଇଛି। ଆଜି ରାଜ୍ୟ ସରକାର ପ୍ରଶାସନିକ ସ୍ତରରେ ଯେଉଁ ଅଦଳବଦଳ କରିଛିନ୍ତି ତାହା ହେଲା 1-ବଲୱାନ୍ତ ସିଂ- ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ 2-ସମର୍ଥ ବର୍ମା- ପୁରୀ ଜିଲ୍ଲାପାଳ 3-ମହମ୍ମଦ ସାଦିକ ଅଲାମ- ଶିଳ୍ପ ନିର୍ଦ୍ଦେଶକ 4-ପାରୁଲ ପତୱାରୀ- ଉପସଚିବ ପୁର୍ତ୍ତ ବିଭାଗ 5-ଅମ୍ରିତା ଋତୁରାଜ- କେନ୍ଦ୍ରପଡା ଜିଲ୍ଲାପାଳ 6- ବିଶାଳ ସିଂ- ପିଡିଡିଆରଡି ଯାଜପୁର 7- ପ୍ରମୋଦ କୁମାର ବେହେରା- ଅତିରିକ୍ତ ସଚିବ ରାଜସ୍ବ ଓ ବପର୍ଯ୍ୟୟ ପରିଚାଳନା 8-ସରୋଜ କୁମାର ମିଶ୍ର- ଜିଲ୍ଲାପାଳ ରାୟଗଡା
ଭୁବନେଶ୍ବର: ଆଜି ରାଜ୍ୟରେ କରୋନାରେ ୩ ଜଣଙ୍କର ମୃତ୍ୟୁ ହୋଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୭୬କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ଵରରୁ ଜଣେ ଆକ୍ରାନ୍ତ ଥିବା ବେଳେ କଟକରୁ ଜଣେ ଏବଂ ନବରଙ୍ଗପୁରରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ ଜଣେ ୬୦ ବର୍ଷିୟା ମହିଳାଙ୍କ ଏହି ଭୂତାଣୁ ଯୋଗୁଁ ପ୍ରାଣହାନୀ ଘଟିଥିବା ବେଳେ କଟକର ଜଣେ ୬୧ ବର୍ଷୀୟ ପୁରୁଷ ଏବଂ ନବରଙ୍ଗପୁରରୁ ଜଣେ ୨୨ ବର୍ଷୀୟ ଯୁବକଙ୍କ ପ୍ରାଣହାନୀ ଘଟିଛି।
ଭୁବନେଶ୍ବର, ଆଜି ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଯୋଗଦେବା ପରେ ବରିଷ୍ଠ ଆଇଏଏସଙ୍କ ମଧ୍ୟରେ ଅଦଳ ବଦଳ କରିଛନ୍ତି। ସେହି ହିସାବରେ ବରିଷ୍ଠ ଆଇଏଏସ ଅଫିସର ଭିନିଲକ୍ରିଷ୍ଣା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେ ବର୍ତ୍ତମାନ ଖଣି ନିଗମର ଏମଡି, ଯୁବ ଓ କ୍ରୀଡା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

