Author: Samikhsya Bureau

ଭୁବନେଶ୍ବରରେ : ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି । ରାଜ୍ୟର 12ଟି ସହରର ତାପମାତ୍ରା 10 ଡିଗ୍ରୀ ତଳେ ରହିଥିବା ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଫୁଲବାଣୀ ରାଜ୍ୟର ଥଣ୍ଡା ସହର ଭାବେ ଚିହ୍ନଟ ହୋଇଛି । ଏଠାରେ  ସର୍ବନିମ୍ନ ତାପମାତ୍ରା 4 ଡିଗ୍ରୀ ସେଲସିୟସ ରେକର୍ଡ ହୋଇଛି। ଏସେହିପରି ଦାରିଙ୍ଗବାଡ଼ିରେ 5.5 ଡିଗ୍ରୀ, ଅନୁଗୁଳରେ 6 ଡିଗ୍ରୀ, କୋରାପୁଟରେ 6.6 ଡିଗ୍ରୀ, ଝାରସୁଗୁଡ଼ାରେ 7.5 ଡିଗ୍ରୀ, ଭବାନୀପାଟଣାରେ 7.2 ଡିଗ୍ରୀ, ବାରିପଦାରେ 8.5 ଡିଗ୍ରୀ, ବଲାଙ୍ଗିରରେ 8.8 ଡିଗ୍ରୀ, ଟିଟଲାଗଡ଼ରେ 9 ଡିଗ୍ରୀ, ସୋନପୁରରେ 9.2 ଡିଗ୍ରୀ, କେନ୍ଦୁଝରରେ 9.3 ଡିଗ୍ରୀ ଓ ବୌଦ୍ଧରେ 9.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। କଟକରେ 10.5 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ 11.7 ଡିଗ୍ରୀ ରେକର୍ଡ ହୋଇଛି।

Read More

ୱାଶିଂଟନ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମାନଜନକ ଲେଜିଅନ ଅଫ୍ ମେରିଟ ସମ୍ମାନରେ ସମ୍ମାନିତ ହୋଇଛନ୍ତି।  ମୋଦିଙ୍କ ଦକ୍ଷ ନେତୃତ୍ୱ ଯୋଗୁଁ ଆମେରିକା ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସଂପର୍କ ମଜଭୁତ ହେବା ସହ ସହିତ ଭାରତ ବିଶ୍ୱ ଶକ୍ତି ଭାବେ ପରିଗଣିତ ହୋଇଛି । ଆମେରିକାର ଏହି ସର୍ବୋଚ୍ଚ ସମ୍ମାନ ମୋଦୀଙ୍କ ନେତୃତ୍ୱ ଓ ଭାରତକୁ ବିଶ୍ୱଶକ୍ତି ଭାବରେ ପରିଚୟ ଦେବାର ଉଦ୍ୟମ ପାଇଁ ପ୍ରଦାନ କରାଯାଇଛି । ମୋଦିଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମାରିସନ, ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ମଧ୍ୟ ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପକ୍ଷରୁ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ତରନଜିତ ସିଂ ସାନ୍ଧୁ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନଙ୍କଠାରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି। ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ରବର୍ଟ ଓ ବ୍ରିଏନ ପ୍ରଧାନମନ୍ତ୍ରୀ ମୋଦିଙ୍କର ପ୍ରଶଂସା କରିଛନ୍ତି । (ଏଜେନ୍ସି)

Read More

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ କମିବାରେ ଲାଗିଛି । ଏହା ଦେଶବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯ ହଜାର ୫୫୬ କୋରନା ରୋଗୀ ଚିହ୍ନଟ ହୋଇଥିବାବେଳେ 301ଜଣଙ୍କର ମୃତ୍ୟୁ ହୋଇଛି । ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୭୫ ହଜାରକୁ ୧୧୬ କୁ ବୃଦ୍ଧି ହୋଇଛି । ସେହିପରି ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୬ ହଜାର ୧୧୧ ରେ ପହଞ୍ଚିଛି । ତୋବେ ଦେଶରେ ୨ ଲକ୍ଷ ୯୨ ହଜାର ୫୧୮ ଟି ଆକ୍ଟିଭ କେସ ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୯୬ ଲକ୍ଷ ୩୬ ହଜାର ୪୮୭ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ପକ୍ଷରୁ ସୁଚନା ମିଳିଛି ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ବାଣପୁର ତଥା ଓଡ଼ିଶାର ପ୍ରମୁଖ ଐତିହାସିକ ମନ୍ଦିର ଶ୍ରୀ ଶ୍ରୀ ଦକ୍ଷେଶ୍ୱର ମନ୍ଦିର ପରିସରରୁ ଏକ ବଡ଼ ଧରଣର ଚୋରି ହୋଇଯାଇଛି। ମନ୍ଦିରରୁ ୨୨ଟି ମୂର୍ତ୍ତି ଦୁର୍ବୃତ୍ତ ଚୋରି କରିନେଇଛନ୍ତି। ସୂଚନା ମୁତାବକ ଆଜି ସକାଳ ୫:୪୫ ମିନିଟ ରେ ପୂଜକ ମନ୍ଦିର ମଧ୍ୟରେ ପ୍ରବେଶ କଲା ବେଳକୁ ମନ୍ଦିରର ମୁଖ୍ୟ କବାଟ ସହ ଗର୍ଭଗୃହର ଅନ୍ୟ ଦୁଇ କବାଟ ତାଲା ଭଙ୍ଗାଯାଇଥିବାର ଦେଖିବାକୁ ପାଇଥିଲେ। ୩୧ ଗୋଟି ମୂର୍ତ୍ତି ମଧ୍ୟରୁ ୨୨ ଗୋଟି ମୂର୍ତ୍ତି ଚୋରି ହୋଇଯାଇଥିବାର ପୂଜକ ଦେଖିଥିଲେ   ଯାହା ମଧ୍ୟରୁ ମା କନକଦୁର୍ଗା, ଗୋପୀନାଥ ଦେବ, କଳିଯୁଗେଶ୍ବର ଦେବ ଏବଂ ଚନ୍ଦ୍ରଶେଖର ଦେବ ଆଦି ପ୍ରମୁଖଙ୍କ ମୂର୍ତ୍ତି ରହିଛି। ପୂଜକ ସଙ୍ଗେ ସଙ୍ଗେ ଏ ଖବର ଦେବୋଦତ୍ତର କମିଟିକୁ ଜଣାଇବା ପରେ  ଦେବୋଦତ୍ତର କମିଟି ବାଣପୁର ପୋଲିସକୁ ତୁରନ୍ତ…

Read More

ନୂଆଦିଲ୍ଲୀ : ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡକୁ ବିମାନସେବା ବନ୍ଦ କରିଛି ଭାରତ। 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ବେସାମରିକ ବିମାନ ଚଳାଚଳ ବିଭାଗ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି । ବ୍ରିଟେନ୍‌ରେ କରୋନାର ନୂଆଷ୍ଟ୍ରେନ୍‌ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍‌କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍‌ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି। ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ…

Read More

ମେଷ – ପୁରୁଣା ବନ୍ଧୁ କିମ୍ବା ସମ୍ପର୍କୀୟମାନେ ସାକ୍ଷାତ କରିପାରନ୍ତି। ଆଜି ସୁଖରେ ପରିପୂର୍ଣ୍ଣ ଦିନ ହେବ। ବୁଲିବାକୁ କୈଣସି ସ୍ଥାନକୁ ଯାଇପାରନ୍ତି। ପାରିବାରିକ ପରିବେଶ ଭଲ ହେବ। କୈଣସି ଧାର୍ମିକ ସ୍ଥାନକୁ ଯାଇପାରିନ୍ତି। ଆର୍ଥିକ ଲାଭ ହେବ। ନୂତନ ଦାୟିତ୍ବ ପାଇବେ। ଆଜି ଆପଣ ସତର୍କ ରୁହନ୍ତୁ। ବିରୋଧୀମାନେ ସକ୍ରିୟ ରହିବେ। ବୃଷ- ଆଜି ଆପଣ ମାନସିକ ସ୍ତରରେ ବହୁତ ଶାନ୍ତ ପାଇବେ। ଆଜି ଆପଣ ପ୍ରଭୁଙ୍କ ଉପାସନା କରନ୍ତୁ। ଏକ ଯୋଜନାରେ ବିନିଯୋଗ ପାଇଁ ପ୍ରସ୍ତାବ ମିଳିପାରିବ। ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଭଲ ଦିନ। ଆର୍ଥିକ ସମସ୍ୟା ଦୂର ହୋଇପାରିବ। ଆଇନଗତ ମାମଲା ଚାଲିବ। ବୃଦ୍ଧମାନଙ୍କ ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିବ। ଯେଉଁମାନେ ଏହି କ୍ଷେତ୍ରରେ କାମ କରନ୍ତି ସେମାନେ ସଫଳତା ପାଇବେ। ମିଥୁନ- ଆଜି ଆପଣଙ୍କର ଦାୟିତ୍ବ ପୂରଣ କରିବାରେ କୈଣସି ଅସୁବିଧା ହେବ ନାହିଁ। ଅଫିସରେ କାହା ସହିତ ବିବାଦ ହୋଇପାରେ। କିନ୍ତୁ…

Read More

ଭୁବନେଶ୍ବର: ଫିଟ୍‌ ରହିବା ପାଇଁ କିଏ ନ ଚାହାନ୍ତି। ସମେସ୍ତ ପତଳା ଓ ସୁଢଳ ରହିବାକୁ ଚାହାନ୍ତି। ମୋଟାପାକୁ ନେଇ ଏବେ ଯୁବପିଢି ବ୍ୟସ୍ତ ଓ ବିବ୍ରତ। ଆଜିକାଲିର ଖାଇବା ପିଇବା ଓ ଜୀବନଶୈଳୀ ଯୋଗୁଁ ଓଜନ ବୃଦ୍ଧି ହୋଇଛି। ଥରେ ମୋଟା ହୋଇଗଲେ ଏହାକୁ କମାଇବା ବହୁତ କଷ୍ଟ। ତେବେ ଆପଣ ଯଦି ମୋଟାପାକୁ ନେଇ ଚିନ୍ତିତ ଅଛନ୍ତି ତେବେ ଆପଣ କିଛି ପାନୀୟ ପିଇ ନିଜକୁ ମୋଟାରୁ ପତଳା କରିପାରିବେ। ଏହି ପାନୀୟ ଗୁଡିକ ଶରୀରର ମେଟାବଲିଜିମ୍‌କୁ ବଢାଇ ଓଜନ କମ୍‌ କରିବାରେ ସାହାଯ୍ୟ କରିଥାଏ। ତେବେ ଆସନ୍ତୁ ଜାଣିବା ସେହି ଡ୍ରିଙ୍କ୍‌ଗୁଡିକ ସମ୍ପର୍କରେ। ଗ୍ରୀନ୍‌ ଟି:  ଗତ କିଛି ଦଶକ ଧରି ଗ୍ରୀନ୍‌ ଟି ବେଶ୍‌ ଲୋକପ୍ରିୟ ହୋଇପାରିଛି। ଏଥିରେ ଆଣ୍ଟିଅକ୍ସିଡେଣ୍ଟ ରହିଥାଏ। ଯାହା ଦ୍ବାରା ମେଟାବଲିଜିମ୍‌ କରାଇଥାଏ। ତେବେ ଏଥିରେ ଆପଣ ଚିନିର ଉପଯୋଗ ନ କରି ଏହାର ସ୍ବାଦ ବଢାଇବା ପାଇଁ ଲେମ୍ବୁ ରସ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇ ବିଦ୍ୟୁତ ଉପଭୋକ୍ତାଙ୍କ ଅଧିକାର ଅଗ୍ରାଧିକାରଭିତ୍ତିରେ ସାରା ଦେଶରେ ଲାଗୁ ହୋଇଛି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ନୂଆ ନିୟମର ପ୍ରବର୍ତ୍ତନ ବିଷୟ କେନ୍ଦ୍ର ଶକ୍ତି ରାଷ୍ଟ୍ରମନ୍ତ୍ରୀ ଆର.କେ. ସିଂହ ଘୋଷଣା କରିଛନ୍ତି । ବର୍ତ୍ତମାନର ବିଜୁଳି ଗ୍ରାହକ ଏବଂ ଭବିଷ୍ୟତର ଉପଭୋକ୍ତାଙ୍କ ପାଇଁ ଏହା ଲାଗୁ ହୋଇଛି । ଉଭୟ ନୂଆ ଓ ଅଣପାରମ୍ପରିକ ଉର୍ଜ୍ଜା ସହିତ ସମଗ୍ର ଶକ୍ତି କ୍ଷେତ୍ରର ଉପଭୋକ୍ତାଙ୍କ ପାଇଁ ଏହି ନିୟମ ଉଦ୍ଦିଷ୍ଟ । ମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ନୂଆ ନିୟମ ଦ୍ୱାରା ବର୍ତ୍ତମାନର ୩୦ କୋଟି ବିଜୁଳି ଉପଭୋକ୍ତା ଏବଂ ଭବିଷ୍ୟତର ଉପଭୋକ୍ତାମାନେ ଉପକୃତ ହେବେ । ଏଥିପାଇଁ ସବୁ ବିଜୁଳି ଉପଭୋକ୍ତା, ବିଶେଷକରି ଗ୍ରାମାଞ୍ଚଳର ବିଜୁଳି ଗ୍ରାହକଙ୍କ ମଧ୍ୟରେ ଆବଶ୍ୟକ ସଚେତନତା ସୃଷ୍ଟି ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଅତ୍ୟନ୍ତ ଉପଭୋକ୍ତା ଅନୁକୂଳ ଏହି ନୂଆ ନିୟମକାନୁନ ସଂପର୍କରେ…

Read More

ଭୁବନେଶ୍ବର: ରତ୍ନଗୁଡିକ ସେମାନଙ୍କ ଚମତ୍କାରୀ ଗୁଣ ଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବ ଉପରେ ପ୍ରଭାବ ପକାଇଥାନ୍ତି। ଜ୍ୟୋତିଷଙ୍କ ରତ୍ନ ଶାଖାରେ ମାଣିକଙ୍କୁ ସୂର୍ଯ୍ୟଙ୍କ ରତ୍ନ ରୂପେ ଗଣାଯାଇଥାଏ। ଏହି ମାଣିକରେ ସୂର୍ଯ୍ୟଙ୍କ ଗୁଣ ବିଦ୍ୟମାନ ଥାଏ। ମାଣିକ ପୂରା ଗାଢ ଗୋଲାପି ରଙ୍ଗର ହୋଇଥିବାବେଳେ ଆଉ କେଉଁ ମାଣିକ ପୂରା ଗାଢ ଖଇରିଆ ରଙ୍ଗର ହୋଇଥାଏ। ମାଣିକ ଏକ ଶକ୍ତିଶାଳୀ ରତ୍ନ। ଏହାକୁ ଧାରଣକରିବା ଦ୍ବାରା କୁଣ୍ଡଳୀରେ ସୂର୍ଯ୍ୟଙ୍କ ସ୍ଥିତି ମଜବୁତ୍‌ ରହିଥାଏ। ଏହାଦ୍ବାରା ବ୍ୟକ୍ତିର ବ୍ୟକ୍ତିତ୍ବରେ ସକାରାତ୍ମକ ପରିବର୍ତ୍ତନ ହୋଇଥାଏ। ମାଣିକ ଧାରଣ କରିବା ଦ୍ବାରା ବ୍ୟକ୍ତିର ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ଦୃଢ ହୋଇଥାଏ। ଆନ୍ତରିକ ସକାରାତ୍ମକ ଶକ୍ତି ଓ ଇମ୍ୟନୁଟି ମଧ୍ୟ ବଢିଥାଏ। ଏହାଦ୍ବାରା ସାମାଜିକ ପ୍ରତିଷ୍ଠା, ଯଶ ଓ ସମ୍ମାନ ପ୍ରାପ୍ତି ହୋଇଥାଏ। ଏହି ରତ୍ନକୁ ଧାରଣ କରିବା ଦ୍ବାରା ନେତୃତ୍ବ ନେବାର ଶକ୍ତି ବୃଦ୍ଧି ହୋଇଥାଏ। ସବୁ ପରିସ୍ଥିତିକୁ କିପରି ଠିକ୍‌ ରୂପେ ସାମ୍ନା କରିବପାରିବେ ସେ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଏତନାମ ସମାଜବାଦୀ ସାଧାରଣତନ୍ତ୍ରର ପ୍ରଧାନମନ୍ତ୍ରୀ ମହାମହିମ ଗୁଏନ ଜୁଆନ ଫୁକଙ୍କ ସହିତ ଏକ ଭର୍ଚୁଆଲ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ। ଦୁଇ ପ୍ରଧାନମନ୍ତ୍ରୀ ଜାରି ରହିଥିବା ଦ୍ୱିପାକ୍ଷିକ ସହଯୋଗ ପଦକ୍ଷେପଗୁଡ଼ିକର ସମୀକ୍ଷା କରିଥିଲେ ଏବଂ ବୈଶ୍ୱିକ ଓ ଜାଗତିକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଭାରତ-ଭିଏତନାମ ବିସ୍ତୃତ ରଣନୈତିକ ଭାଗିଦାରୀର ଭବିଷ୍ୟତ ବିକାଶରେ ମାର୍ଗଦର୍ଶନ କରିବା ଲାଗି ଏକ ‘ମିଳିତ ଶାନ୍ତି, ସମୃଦ୍ଧି ଏବଂ ନାଗରିକ ସଂକଳ୍ପ’ ଦସ୍ତାବିଜ ଏହି ଶିଖର ସମ୍ମିଳନୀ ଅବସରରେ ଗ୍ରହଣ କରାଯାଇଥିଲା। ଏହି ମିଳିତ ସଂକଳ୍ପକୁ କାର୍ଯ୍ୟକାରୀ କରିବା ଲାଗି ୨୦୨୧-୨୦୨୩ ଅବଧି ଲାଗି ଏକ କାର୍ଯ୍ୟ ଯୋଜନାରେ ସ୍ୱାକ୍ଷର କରାଯିବାକୁ ଉଭୟ ନେତା ସ୍ୱାଗତ କରିଥିଲେ। ସମସ୍ତ ସମ୍ପର୍କ କ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗକୁ ବଢ଼ାଇବା ଉପରେ ଜୋର ଦେବା ଲାଗି ଦୁଇ ନେତା ଦୋହରାଇଥିଲେ। ସେମାନେ ପାରସ୍ପରିକ ଜାତୀୟ ବିକାଶ ପ୍ରାଥମିକତାକୁ ସମର୍ଥନ କରିବା ଏବଂ ଶାନ୍ତିପୂର୍ଣ୍ଣ, ସ୍ଥିର,…

Read More

ଭୁବନେଶ୍ବର, ଏଥର ସମସ୍ତ ନିର୍ବାଚିତ ପ୍ରତିନିଧୀ ସେମାନଙ୍କର ସଂପତ୍ତି ତାଲିକା ଦାଖଲ କରିବେ। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରପଞ୍ଚ ପର୍ଯ୍ୟନ୍ତ ସମସ୍ତେ ଏହା ମାନିବାକୁ ବାଧ୍ୟ। ଏପରି ରୋକଠୋକ ଭାବେ ଦଳୀୟ କର୍ମୀଙ୍କୁ କହିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ପରିଷଦ ବୈଠକରେ ଅଧ୍ୟକ୍ଷତା କରି ଅପରାହ୍ନରେ ଏମିତି ଚରମ ବାଣୀ ଶୁଣାଇଛନ୍ତି ନବୀନ। ନିର୍ବାଚିତ ପ୍ରତିନିଧୀଙ୍କ ଏହି ସଂପତ୍ତି ତାଲିକା ଲୋକାୟୁକ୍ତଙ୍କ ନିକଟରେ ଦାଖଲ କରାଯିବ। କାହାରେ ସଂପତ୍ତି କେତେ ବୃଦ୍ଧି ପାଇଲା ତାହାର ହିସାବ କରାଯିବ। ଭୁଲ ସଂପତ୍ତି ତାଲିକା ଦେଲେ ତାଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କିଛି ଚରମ ବାଣୀ ନେଇ ନିର୍ବାଚିତ ପ୍ରତିନିଧୀଙ୍କ ମଧ୍ୟରେ ଭୟ ସୃଷ୍ଟି ହେଲାଣି। ସରପଞ୍ଚ, ଜିଲ୍ଲାପରିଷଦ ସଭାପତି, ଉପସଭାପତି, ବ୍ଲକ ଅଧ୍ୟକ୍ଷ, ଏନଏସି ଅଧ୍ୟକ୍ଷଙ୍କ ସହିତ ବିଧାୟକ ସାଂସଦମାନେ ଏହି ସଂପତ୍ତି ତାଲିକା ଦେବେ। ଏହି ତାଲିକା ସାଧାରଣ ଲୋକେ ଜାଣିବା ପାଇଁ…

Read More

କନ୍ଦର୍ପ ବେହେରା ରେଢାଖୋଲ: କେନ୍ଦ୍ରସରକାର ପ୍ରତ୍ୟେକ ଗାଁ କୁ ଡିଜିଟାଲ୍ ଇଣ୍ଡିଆରେ ପରିଣତ କରିବା ପାଇଁ ପୂର୍ବରୁ ଘୋଷଣା କରିଛନ୍ତି। ହେଲେ ଏବେବି ବହୁ ଗାଁ ରେ ମୋବାଇଲ୍ ନେଟ୍‌ୱାର୍କ ଆସୁ ନ ଥିବାରୁ ଜନସାଧାରଣ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସମ୍ବଲପୁର ଜିଲ୍ଲାର ନାକ୍ଟିଦେଉଳ ବ୍ଲକ୍‌ର କେବଳ କିସିଣ୍ଡା ପଂଚାୟତରେ ୩୧ଟି ଗାଁ ଓ ନାକ୍ଟିଦେଉଳ ପଂଚାୟତରେ ୨୦ଟି ଗାଁ ରେ ନେଟ୍ ସଂଯୋଗ ନାହିଁ ବୋଲି ଏକ ରିପୋର୍ଟରୁ ଜଣାପଡିଛି। ହେଲେ ନାକ୍ଟିଦେଉଳ ବ୍ଲକ୍‌ର ଅନ୍ୟ ୧୨ ଟି ପଂଚାୟତର ବହୁ ଗାଁରେ ଏବେ ବି ଲୋକମାନେ ମୋବାଇଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ଠିକ୍ ସେମିତି ଏକ ଗାଁ ହେଲା ନାକ୍ଟିଦେଉଳ ବ୍ଲକର ନବଗଠିତ ଗୋଗୁଆ ଗ୍ରାମପଂଚାୟତର ଗୋଗୁଆ ଗାଁ ଓ ଡଇଁଚା ଗ୍ରାମପଂଚାୟତର, ରୁକୁଣୀପୁର, ଢୁଙ୍କଛାଲି, ଗୋପାଳପୁର ଏବଂ ଘୋଷରାମାଳ ପଂଚାୟତର ଲାଣ୍ଡିମାଳ, ରାଇଲ, କମଳାନାଳି ଗ୍ରାମ। ଏହି ଗାଁ ଗୁଡିକର ଲୋକମାନେ ବାଧ୍ୟ ହୋଇ ବିପଦସଙ୍କୁଳ…

Read More

ରମେଶ ମହାନ୍ତି ଜଗତସିଂହପୁର: କୋଭିଡ-୧୯ ମାର୍ଗଦର୍ଶିକା ପାଳନ ମାଧ୍ୟମରେ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଶାରଳାଙ୍କ ମନ୍ଦିର ଓ ଗୋରେଖନାଥ ମନ୍ଦିର ଖୋଲାଯିବା ପାଇଁ ପ୍ରଶାସନିକ ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଜିଲ୍ଲାପାଳ ସରୋଜ କୁମାର ମିଶ୍ର ସୂଚନା ଦେଇଛନ୍ତି। ଆସନ୍ତା ୨୦୨୧ ଜାନୁଆରୀ ୩ତାରିଖ ଠାରୁ ମା’ ଶାରଳା ଓ ଗୋରେଖନାଥଙ୍କ ମନ୍ଦିର ଖୋଲା ରହିବ। ପ୍ରତ୍ୟେକ ଦିନ ସକାଳ ୮ଟାରୁ ୧୨ଟା ପର୍ଯ୍ୟନ୍ତ ସର୍ବାଧିକ ୫୦୦ ଭକ୍ତ ଦର୍ଶନ ସୁଯୋଗ ପାଇପାରିବେ। ୬୫ ବର୍ଷରୁ ଊର୍ଦ୍ଧ୍ବ ଓ ୧୦ ବର୍ଷରୁ କମ୍ ବୟସ୍କଙ୍କୁ ଦର୍ଶନ ସୁଯୋଗ ମିଳିବ ନାହିଁ। ପଣ୍ଡା ଓ ସେବାୟତଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁହେବ। ପ୍ରତ୍ୟେକ ଦର୍ଶନାର୍ଥିଙ୍କ ଥର୍ମାଲ୍ ସ୍କାନିଙ୍ଗ୍, ହାତ ସାନିଟାଇଜ୍ କରାଯିବା ସହିତ ମାସ୍କ ପରିଧାନ ଓ ସାମାଜିକ ଦୂରତା ବଜାୟ ରଖିବା ବାଧ୍ୟତାମୂଳକ ହେବ। ପ୍ରତ୍ୟେକ ଭକ୍ତ ଦର୍ଶନ ପୂର୍ବରୁ ପରିଚୟପତ୍ର ଓ ବୟସ ପ୍ରମାଣପତ୍ର ଦେଖାଇବାକୁ ପଡିବ।…

Read More

ମୁମ୍ବାଇ: ବ୍ରିଟେନରେ କରୋନା ଭାଇରସ୍‌ର ଏକ ନୂଆ ଷ୍ଟ୍ରେନ୍ ସାରା ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ପରିସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାରଙ୍କ ମଙ୍ଗଳବାରଠୁ ନାଇଟ୍‌ କର୍ଫ୍ୟୁ ଜାରି କରାଯିବା ନେଇ ନିଷ୍ପତ୍ତି ନେଇଛନ୍ତି। ମହାରାଷ୍ଟ୍ର ନଗର ନିଗମ ନାଇଟ କର୍ଫ୍ୟୁ ଜାରି କରିଛନ୍ତି। ଏହା ରାଜ୍ୟର କିଛି ଅଂଶରେ ଜାରି କରାଯାଇଛି।  ରାତି ୧୧ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଲାଗୁ ହେବାକୁ ଥିବା ବେଳେ ୫ ଜାନୁଆରୀ ପର୍ଯ୍ୟନ୍ତ ଏହା ଚାଲିବ ବୋଲି ସୂଚନା ରହିଛି। ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ ପରେ ଏହି ନିଷ୍ପତ୍ତି ନେଇଛନ୍ତି। ବ୍ରିଟେନ୍‌ରେ ଦେଖିବାକୁ ମିଳୁଥିବା କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍‌କୁ ନଜରରେ ରଖି ମହାରାଷ୍ଟ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଭାରତ ସରକାର ବ୍ରିଟେନ୍‌ରୁ ଆସିବାକୁ ଥିବା ସମସ୍ତ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ କିସିଣ୍ଡା ଥାନା ମଙ୍ଗଳପୁର ଗ୍ରାମରେ ଜନୈକ ବୃଦ୍ଧ କୌଣସି କାରଣକୁ ନେଇ ଜଣେ ବୃଦ୍ଧକୁ ଶାବଳରେ ପିଟି ପିଟି ହତ୍ୟା କରିଥିବା କିସିଣ୍ଡା ପୋଲିସ୍ କହିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୮ ଟା ସମୟରେ କିସିଣ୍ଡା ଥାନା ଗୋଗୁଆ ପଂଚାୟତର ମଙ୍ଗଳପୁର ଗ୍ରାମର ଭୀମ ନାଏକ (୬୫), ସେଇ ଗ୍ରାମର ଜେଣ୍ଡାର କୁଜୁର (୬୯) ଶୋଇଥିବା ସମୟରେ ଏକ ଶାବଳରେ ଅତି ନୃଶଂସ ଭାବରେ ମୁଣ୍ଡରେ ପିଟି ପିଟି ହତ୍ୟା କରିଥିବା ଜଣା ପଡିଛି। ମୃତ ବୃଦ୍ଧର ଦାନ୍ତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଆଘାତ ଲାଗିଥିବା ଜଣା ପଡିଛି। ଅତି ନୃଶଂସ ଭାବରେ ବୃଦ୍ଧ ଜଣଙ୍କ ବୃଦ୍ଧକୁ ହତ୍ୟା କରିବା ଘଟଣା ଅଂଚଳରେ ଚାଂଚଲ୍ୟ ସୃଷ୍ଟି କରିଛି। ବୃଦ୍ଧ ଜଣଙ୍କୁ ଶାବଳରେ ପିଟି ହତ୍ୟା କରିବା ପରେ ଗୁରୁତର ବୃଦ୍ଧକୁ ପ୍ରଥମେ ରେଢାଖୋଲ ଡାକ୍ତରଖାନାକୁ ଚିକିତ୍ସାପାଇଁ ଭର୍ତ୍ତି…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୦୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଅନୁଗୁଳରୁ ୪୪, ସୁନ୍ଦରଗଡରୁ ୨୮, ଖୋର୍ଦ୍ଧାରୁ ୨୭, ବାଲେଶ୍ବରରୁ ୨୬, ମୟୂରଭଞ୍ଜରୁ ୨୬, କଟକରୁ ୨୦, ପୁରୀରୁ ୧୮, ନୂଆପଡ଼ାରୁ ୧୫, ଝାରସୁଗୁଡାରୁ ୧୪, ବଲାଙ୍ଗିରିରୁ ୧୨, ସମ୍ବଲପୁରରୁ ୧୦, ଭଦ୍ରକରୁ ୮, ବରଗଡରୁ ୯, ଯାଜପୁରରୁ ୭, କେନ୍ଦୁଝରରୁ ୭, କେନ୍ଦ୍ରାପଡାରୁ ୬, ନୟାଗଡରୁ ୬, ଗଞ୍ଜାମରୁ ୪, କଳାହାଣ୍ଡିରୁ ୪, ଗଜପତିରୁ ୩, ନବରଙ୍ଗପୁରରୁ ୨, ରାୟଗଡାରୁ ୨, ଢେଙ୍କାନାଳରୁ ୧, କୋରାପୁଟରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୯୫୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ…

Read More

ଭୁବନେଶ୍ବର : ବଲିଉଡ୍‌ ଅଭିନେତା କାର୍ତ୍ତିକ୍‌ ଆର୍ଯ୍ୟନ୍‌ଙ୍କୁ ଏବେ ଗମ୍ଭୀର ଲୁକ୍‌ରେ ଦେଖିବାକୁ ମିଳିବ। କାର୍ତ୍ତିକଙ୍କୁ  ଏକ ନୂଆ ଫିଲ୍ମରେ ବେଶ୍‌ ଭାବ ଗାମ୍ଭୀର୍ଯ୍ୟ ଲୁକ୍‌ରେ ନଜର ଆସିଛନ୍ତି । ଏହି ଫିଲ୍ମରେ ତାଙ୍କର ଫାଷ୍ଟ ଲୁକ୍ ରିଲିଜ୍ ହୋଇଛି। ଫିଲ୍ମରେ କାର୍ତ୍ତିକ ଜଣେ ସାମ୍ବାଦିକ ଭାବରେ ନଜର ଆସୁଛନ୍ତି । ଫିଲ୍ମରେ  ଅର୍ଜୁନ ପାଠକଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଏହି ଫିଲ୍ମ ଟି ଆସନ୍ତା ବର୍ଷ ରିଲିଜ୍‌ ହେବ ବୋଲି ସୂଚନ ରହିଛି। ନଭେମ୍ବର 22 ତାରିଖରେ ନିଜ ଜନ୍ମଦିବସ ଅବସରରେ କାର୍ତ୍ତିକ ଏହି ଫିଲ୍ମର ଘୋଷଣା କରିଥିଲେ ।  କାର୍ତ୍ତିକ ଏହି ଫିଲ୍ମରେ ବେଶ୍‌ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବେ । ଲମ୍ବା ବାଳ ସହିତ ଚଷମା ଓ ସୁଟ୍‌ ପିନ୍ଧିଥିବାବେଳେ ତାଙ୍କ ସୁଟ୍‌ରେ ରକ୍ତର ଛିଟା ମଧ୍ୟ ଦେଖିବାକୁ ମିଳିବ । ରୋନି ସ୍କ୍ରିଓଓ୍ବାଲାଙ୍କ ଆରଏସ୍‌ବିପି ଓ ରାମ ମାଧବାନୀଙ୍କ ଦ୍ବାରା ଏହି ଫିଲ୍ମ ନିର୍ମିତ ହେଉଛି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପୋଲିସକୁ ମିଳିଛି ବଡ଼ ସଫଳତା। ବାଇକ୍ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ୍ କରି ୨୦ ଟି ବାଇକ୍ ଜବତ ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଣପୁର ପୋଲିସ। ଏ ନେଇ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଜେୟ ପ୍ରତାପ ସ୍ୱାଇଁ ନାଚୁଣୀ ଫାଣ୍ଡି ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ସୂଚନା ଦେଇଛନ୍ତି। ସୂଚନା ମୁତାବକ ଗତକାଲି ସଂଧ୍ୟାରେ ନାଚୁଣୀ ଫାଣ୍ଡି ଏ.ଏସ.ଆଇ ହାଡିବନ୍ଧୁ ନାୟକ ଏବଂ ସି.ଏସ.ଆଇ ଜ୍ୟୋତ୍ସ୍ନାରାଣୀ ଖୁଣ୍ଟିଆ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହଜନକ ଭାବେ ନାଲି ରଙ୍ଗର ହିରୋ ହଣ୍ଡା ବାଇକ ସହ ଜଣେ ଯୁବକଙ୍କୁ ଅଟକ ରଖି ବାଇକର କାଗଜପତ୍ର ମାଗିଥିଲେ। ଯୁବକ ଜଣକ ହେଲେ ବାଣପୁର ଥାନା କୁଲେଇ ଗ୍ରାମର ୨୯ ବର୍ଷୀୟ ସନ୍ତୋଷ ଜଗଦ୍ଦେବ। ପରବର୍ତ୍ତୀ ସମୟରେ ଯୁବକ ଜଣକ ବାଇକର କାଗଜପତ୍ର ଦେବାକୁ ଅସମର୍ଥ ହେବାରୁ ପୋଲିସର ସନ୍ଦେହ…

Read More

ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତା ମୋତିଲାଲ ଭୋରାଙ୍କ ପରଲୋକ ହୋଇଯାଇଛି । 93 ବର୍ଷ ବୟସରେ ସୋମବାର ଦିନ ତାଙ୍କର ମୃତ୍ୟୁ ହୋଇଛି ।  ଦିଲ୍ଲୀ ଫୋର୍ଟିସ୍‌ ଏସକର୍ଟ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ମୋତିଲାଲ ।  କାଲି ତାଙ୍କର ଜନ୍ମଦିନ ଥିବାବେଳେ ଆଜି ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ମୋତିଲାଲ୍‌ । ଦୁଇ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସେ କୋଭିଡ୍‌ରେ ସଂକ୍ରମିତ ହୋଇଥିଲେ । ତେବେ ସେ କରୋନାରୁ ସୁସ୍ଥ ହୋଇଯାଇଥିଲେ । ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ରୂପେ ରହିଥିବା ମୋତିଲାଲ୍‌ ଉତ୍ତରପ୍ରଦେଶର ରାଜ୍ୟପାଳ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଗାନ୍ଧି ପରିବାରର ନିକଟତର ଥିବା ମୋତିଲାଲ୍‌ ଦୀର୍ଘ ସମୟ ଧରି କଂଗ୍ରେସର କୋଷାଧ୍ୟକ୍ଷ ଦାୟିତ୍ବ ସମ୍ଭାଳି ଥିଲେ ।  2018 ମସିହାରେ ମୋତିଲାଲଙ୍କ ବୟସକୁ ଦେଖି ରାହୁଲ୍‌ ଗାନ୍ଧି କୋଷାଧ୍ୟକ୍ଷର ଦାୟିତ୍ବ ଅହମ୍ମଦ ପଟେଲ୍‌ଙ୍କୁ ଦେଇଥିଲେ । ନିକଟରେ…

Read More

ନୂଆଦିଲ୍ଲୀ :  ବ୍ରିଟେନ୍‌ରେ କରୋନାର ନୂଆ ଷ୍ଟ୍ରେନ୍‌ ମିଳିବା ପରେ ଭାରତ ପଦକ୍ଷେପ ଗ୍ରହଣ କରିଛି । ବ୍ରିଟେନ୍‌ରେ କରୋନାର ନୂଆଷ୍ଟ୍ରେନ୍‌ ଦେଖିବାକୁ ମିଳିବା ପରେ ସେଠାକାରେ ସ୍ଥିତି ଏବେ ସଙ୍ଗୀନ ରହିଛି । ୟୁରୋପୀୟ ଦେଶମାନେ ବ୍ରିଟେନ୍‌କୁ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି କ୍ରମରେ ଭାରତ ସରକାର ମଧ୍ୟ ବ୍ରିଟେନ୍‌ ରୁ ଆସୁଥିବା ବିମାନ ଉପରେ ସାମୟିକ ରୂପେ ବନ୍ଦ କରିଛନ୍ତି ।   ଆସନ୍ତା ଡିସେମ୍ବର 31 ତାରିଖ ପର୍ଯ୍ୟନ୍ତ ବ୍ରିଟେନ୍‌କୁ ବିମାନସେବା ବନ୍ଦ କରିଛି ଭାରତ । 22 ତାରିଖ ମଧ୍ୟରାତ୍ରରୁ ବିମାନସବାକୁ ସାମୟିକ ବନ୍ଦ ଘୋଷଣା କଲା ଏମ୍‌ସିଏ । ଏହି କଟକଣା ଡିସେମ୍ବର 31 ମଧ୍ୟରାତ୍ର ପର୍ଯ୍ୟନ୍ତ ବଳବତ୍ତର ରହିବ। ସୂଚନାଯୋଗ୍ୟ, ବ୍ରିଟେନ୍‌ରେ କରୋନାର ନୂତନ ସଂକ୍ରମଣ ରୂପକୁ ଦେଖି ୟୁରୋପୀୟ ଦେଶମାନେ ବ୍ରିଟେନରୁ ଆସୁଥିବା ବିମାନ ସେବା ବନ୍ଦ କରିଛନ୍ତି । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଓ ରାଜସ୍ଥାନ…

Read More