Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ୧୯୭୧ ମସିହା ଭାରତ-ପାକ୍ ଯୁଦ୍ଧର ୫୦ବର୍ଷର ସ୍ମୃତି ଉଦ୍ଦେଶ୍ୟରେ ଦେଶ ଚଳିତବର୍ଷ ‘ସ୍ୱର୍ଣ୍ଣିମ ବିଜୟ ବର୍ଷ’ ପାଳନ କରୁଥିବା ବେଳେ ପୂର୍ବତଟ ନୌସେନା କମାଣ୍ଡ ଅଧୀନରେ ଥିବା ଭାରତୀୟ ନୌସେନା ଦିନିକିଆ ସାଗରର ଆୟୋଜନ କରିଛି। ୨୨ ଡିସେମ୍ବରରେ ଭାରତୀୟ ନୌସେନାର ସାମୁଦ୍ରିକ କାର୍ଯ୍ୟର ସାକ୍ଷୀ ହେବାକୁ ଓଡ଼ିଶା ବିଧାନସଭାର ସଦସ୍ୟମାନେ ପାରାଦ୍ୱୀପ ଯାଇଛନ୍ତି। ଏହା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ, କାରଣ ଏହା ସଦସ୍ୟମାନଙ୍କୁ ଏକ ସାମୁଦ୍ରିକ ବ୍ୟାପାର ତଥା ଦେଶର ଉପକୂଳ ସୁରକ୍ଷା ଉପରେ ଏକ ଅନନ୍ୟ ଜ୍ଞାନ ପ୍ରଦାନ କରିବ। ଏହା ଭାରତୀୟ ନୌସେନାର ବିଭିନ୍ନ ସାମୁଦ୍ରିକ କାର୍ଯ୍ୟକ୍ରମ ମଧ୍ୟ ସଦସ୍ୟମାନଙ୍କୁ ଅବଗତ କରାଇବ। ଏହା ସେମାନଙ୍କ ସାମୁଦ୍ରିକ ଜ୍ଞାନକୁ ପ୍ରଶଂସା କରିବା ତଥା ଆମ ଦେଶର ତଥା ବିଶେଷ ଭାବେ ଓଡ଼ିଶା ଉପକୂଳବର୍ତ୍ତୀ ରାଜ୍ୟଗୁଡ଼ିକର ସ୍ୱାର୍ଥରେ ନୀତି ଉପରେ ପ୍ରଭାବ ପକାଇବ। ପୂର୍ବ ଫ୍ଲିଟର ଭାରତୀୟ ନୌସେନା ଜାହାଜ ଓ ନୌସେନା ବ୍ୟାୟାମରେ ଅଂଶଗ୍ରହଣ…

Read More

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୯, ସୁନ୍ଦରଗଡରୁ ୩୬,  ଭଦ୍ରକରୁ ୨୧, କଟକରୁ ୨୧, ବାଲେଶ୍ବରରୁ ୨୦, ଅନୁଗୁଳରୁ ୧୮, ମୟୂରଭଞ୍ଜରୁ ୧୮, ବରଗଡରୁ ୧୭, କଳାହାଣ୍ଡିରୁ ୧୫, ପୁରୀରୁ ୧୫, ଝାରସୁଗୁଡାରୁ ୧୪, ନୂଆପଡ଼ାରୁ ୧୨, ସମ୍ବଲପୁରରୁ ୧୦, ଯାଜପୁରରୁ ୯, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୮, ବଲାଙ୍ଗିରିରୁ ୬, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୫, ଦେବଗଡରୁ ୩, ଢେଙ୍କାନାଳରୁ ୩, ରାୟଗଡ଼ାରୁ ୩, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୧୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୬୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜଗାବଳିଆ ଲଜ୍‌ରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତିଜଣକଙ୍କ ପରିଚୟ ମିଳିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିିଛି। ମୃତ ବ୍ୟକ୍ତି ଜଣକ ଆନ୍ଧ୍ର ପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍ ଜିଲ୍ଲାର କୋଣ୍ଡିଭେଦି , ଆର୍-ବେଲଗାମ୍ ଅଞ୍ଚଳର ଦୁପାନା ତୁଲସିଦାସ୍ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଟାଂଗୀ ଥାନା କାଳୁପଡାଘାଟରେ ରହିଛି ଏହି ଜଗା-ବଳିଆ ଲଜ୍। ଆଜକୁ ୫ ଦିନ ଧରି ଏହି ବ୍ୟକ୍ତି ଜଣକ ଏଠାରେ ରୁମ୍ ଭଡା ନେଇ ରହୁଥିଲେ।  ତେବେ ଟାଂଗୀ ଥାନା ପୋଲିସ ଏବଂ ଚିଲିକା ତହସିଲଦାରଙ୍କ ଉପସ୍ଥିତି ରେ ରୁମ୍ କବାଟ ଭଂଗାଯାଇ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଅପରପକ୍ଷରେ ଏହି ଲଜ୍‌କୁ ନେଇ ମଧ୍ୟ ବହୁ ପ୍ରଶ୍ନ ଉଠିଛି। ବେଆଇନ ଭାବେ ଦୀର୍ଘ ୮/୧୦ ବର୍ଷ ଧରି ଏହି ଲଜ୍ ଚାଲିଥିଲା। ଲଜ୍‌ଟି ପଞ୍ଜୀକୃତ ହୋଇନଥିବାବେଳେ ଏହି ଲଜ୍‌ରୁ ଯୁବକଙ୍କ…

Read More

ସୀତାରାମ ଅଗ୍ରୱାଲ  ଚିଲିକା: ଓଡ଼ିଶା ମାନଚିତ୍ରରେ ଚିଲିକା ନିର୍ବାଚନ ମଣ୍ଡଳୀ ଏକ ଅନନ୍ୟ ସ୍ଥାନ ଗ୍ରହଣ କରିଛି। ସାଂସ୍କୃତିକ, ରାଜନୈତିକ, ଧାର୍ମିକ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବ ବହନ କରୁଥିବା ଚିଲିକାର ପରିଚୟ ମଧ୍ୟ ଅନନ୍ୟ। ଏହି ନିର୍ବାଚନ ମଣ୍ଡଳୀର ବାଣପୁର ସହର ପର୍ଯ୍ୟଟନସ୍ଥଳୀରେ ପରିପୂର୍ଣ୍ଣ ହେବା ସହିତ ଐତିହ୍ୟପୂର୍ଣ୍ଣ ସହର ଭାବେ ପରିଚିତି ବହନ କରିଛି। ଫାଇବ ଟି ଏବଂ ସ୍ଥାନୀୟ ବିଧାୟକ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ଖୋର୍ଦ୍ଧା ଜିଲ୍ଲାର ପ୍ରମୁଖ ସହର ବାଣପୁର ସହରର ବିକାଶର ଚିତ୍ର ଆଜି ପଦାରେ ପଡିଛି। ଡାକ୍ତରଙ୍କ ଘୋର ଅଭାବ ସାଙ୍ଗକୁ ଏହି ଅଞ୍ଚଳରେ ଥିବା ଏକମାତ୍ର ଶବ ବ୍ୟବଚ୍ଛେଦ ଗୃହକୁ ସ୍ଥାନାନ୍ତର କରାଯିବା  ଅତ୍ୟନ୍ତ ଲଜ୍ୟାଜନକ। ଖୋର୍ଦ୍ଧା ଜିଲ୍ଳାରେ ଥିବା ଦୁଇଟି ଶବ ବ୍ୟବଚ୍ଛେଦ କେନ୍ଦ୍ର ମଧ୍ୟରୁ ବାଣପୁରରେ ଗୋଟିଏ ଅବସ୍ଥାପିତ ଥିଲା। ମାତ୍ର  ଦୀର୍ଘ ଏକମାସ ହେବ ବାଣପୁରରେ ଶବ ବ୍ୟବଚ୍ଛେଦ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ବାଣପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ…

Read More

ଭୁବନେଶ୍ବର : ନୟାଗଡର ପରୀ ହତ୍ୟା ମାମଲା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଏବେ ଏହି ପ୍ରସଙ୍ଗକୁ ନେଇ ନିର୍ମିତ ହେବାକୁ ଯାଉଛି ନୂଆ ଓଡ଼ିଆ ଚଳଚ୍ଚିତ୍ର ପରୀ। ଆଜି ଲିଙ୍ଗରାଜ ମନ୍ଦିରଠାରେ ଏହି ଫିଲ୍ମର ଶୁଭ ମହୁରତ୍‌ ଅନୁଷ୍ଠିତ ହୋଇଛି । ଅଭିନେତା ମିଟୁ ମିଥୁନଙ୍କ ପରିକଳ୍ପନା ଓ ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଇମୋହନ ପରିଡା, ମୁନା ମୋଦି, ହାପି, ପ୍ରକାଶ, ପ୍ରଶାନ୍ତ ଓ ‘ପରୀ ‘ ଭୂମିକାରେ ଟୁମୀ ଅନନ୍ୟା ଅଭିନୟ କରୁଛନ୍ତି। ଏହି ଫିଲ୍ମରେ ସ୍ବର ସଂଯୋଜନା କରିଛନ୍ତି ପ୍ରେମ ଆନନ୍ଦ । ଜାନୁଆରୀ ପ୍ରଥମ ସପ୍ତାହରୁ ଏହାର ଶୁଟିଂ ଆରମ୍ଭ ହେବ ବୋଲି ସୂଚନା ରହିଛି ।

Read More

ମୁମ୍ବାଇ: ଦେଶରେ କରୋନା ମାମଲା ହ୍ରାସ ପାଇବାରେ ଲାଗିଛି । ମହାରାଷ୍ଟ୍ରରେ ମଧ୍ୟ ପୂର୍ବଠାରୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ପରିଲକ୍ଷିତ ହୋଇଛି । ତଥାପି ଶୀତ ବଢ଼ୁଥିବାରୁ କରୋନା ସଂକ୍ରମଣ ଅଧିକ ହେବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ନଜରରେ ରଖି ମହାରାଷ୍ଟ୍ର ସରକାର କଡ଼ା ପଦକ୍ଷେପ ନେଇଛନ୍ତି। ଆସନ୍ତା 6 ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ  । ରାଜ୍ୟରେ ପୁନଃ ଲକ୍‌ଡାଉନ୍‌ କିମ୍ବା ରାତ୍ରିକାଳନୀ କର୍ଫ୍ୟୁ ଲାଗୁ କରିବା ସପକ୍ଷରେ ସରକାର ନାହାନ୍ତି । ଯଦିଓ ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ଅଛି ତଥାପି ଏହା ନିୟନ୍ତ୍ରଣ ଭିତରେ ରହିଛି । ରବିବାର ଦିନ ରାଜ୍ୟବାସୀଙ୍କୁ ସମ୍ବୋଧିତ କରି ଉଦ୍ଧବ ଠାକ୍‌ରେ କହିଛନ୍ତି ଯେ, ରାଜ୍ୟରେ ଆଗାମୀ ଛଅ ମାସ ପର୍ଯ୍ୟନ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ବର୍ତ୍ତମାନ ସ୍ଥିତିରେ ସତର୍କ ରହିବା ହିଁ ବଡ଼ ଚିକିତ୍ସା। ଅତିକମରେ ଆଗାମୀ…

Read More

ମୁମ୍ବାଇ : ବିଏମ୍‌ସି ନିର୍ବାଚନ ପୂର୍ବରୁ କଂଗ୍ରେସ ମରାଠା କାର୍ଡ ଖେଳିଛି । କଂଗ୍ରେସ ମୁମ୍ବାଇ କଂଗ୍ରେସର କମାଣର ଦାୟିତ୍ବ ଜଣେ ମରାଠାକୁ ଦେଇଛି । କଂଗ୍ରେସ ର ଭାଇ ଜଗତାପ ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ହୋଇଛନ୍ତି । ଏହାସ ହିତ ଚରଣ ସିଂ ସାପରା କାର୍ଯ୍ୟକାୀ ଅଧ୍ୟକ୍ଷ ରୂପେ ନିଯୁକ୍ତ ହୋଇଛନ୍ତି । ମହାସଚିବ କେସି ବେଣୁଗୋପାଳ ମୁମ୍ବାଇ କ୍ଷେତ୍ର କଂଗ୍ରେସର ଅନ୍ୟ ପଦବୀରେ ନିଯୁକ୍ତି ସମ୍ବନ୍ଧରେ ପ୍ରେସ୍‌ ବିଜ୍ଞପ୍ତି ଜାରି କରିଛନ୍ତି । ମୁମ୍ବାଇ କଂଗ୍ରେସର ଅଧ୍ୟକ୍ଷ ଓ କାର୍ଯ୍ୟକାରୀ ଅଧ୍ୟକ୍ଷ ବ୍ୟତୀତ ଅନ୍ୟ ପଦବୀଗୁଡିକରେ ମଧ୍ୟ ନିଯୁକ୍ତି କରାଯାଇଛି । ମହମ୍ମଦ ଆରିଫ୍‌ ନସୀମ୍‌ ଖାନ୍‌ଙ୍କୁ କ୍ୟାମ୍ପେନ କମିଟିର ଚେୟାରମ୍ୟାନ୍‌ ରୂପେ ନିଯୁକ୍ତି ମିଳିଥିବାବେଳେ ସୁରେଶ ଏଚ୍‌ ସେଟ୍ଟିଙ୍କୁ ମ୍ୟାନିଫାଷ୍ଟୋ ଓ ପବ୍ଲିକେଶନ କମିଟିର କମାଣ ଦାୟିତ୍ବ ଦିଆଯାଇଛି । ଚନ୍ଦ୍ରକାନ୍ତ ହଣ୍ଡୋରୋଙ୍କୁ ପ୍ରଭାରୀ ରୂପେ ନିଯୁକ୍ତି କରାଯାଇଥିବାବେଳେ ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷଙ୍କ ସ୍କ୍ରିନିଂ ଓ…

Read More

ରାଉରକେଲା : ରାଉରକେଲା କୋୟଲ ନଦୀରେ ଭାସିଯାଇ ତିନି ଯୁବକ ନିଖୋଜ ହୋଇଯାଇଛନ୍ତି । ସେମାନେ ଝିରିପାଣିକୁ ପିକିନିକ ମନାଇବାକୁ ଯାଇଥିବାବେଳେ ଏହି ଅଘଟଣ ଘଟିଛି । ତେବେ ନଦୀରେ ଗାଧୋଉଥିବା ସମୟରେ ଗୋଡ଼ ଖସିଯିବାରୁ ଭାସିଯାଇ ନିଖୋଜ ଅଛନ୍ତି । ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ଲୋକେ ଖୋଜାଖୋଜି ଜାରି ରଖିଥିବାବେଳେ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଦୁଇଜଣ ନିଖୋଜ ଅଛନ୍ତି ।

Read More

କାବୁଲ୍‌ : ଆଫଗାନିସ୍ତାନର ରାଜଧାନୀ କାବୁଲଠାରେ ରବିବାର ଦିନ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ 9 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 20 ରୁ ଅଧିକ ଜଣ ଆହତ ହୋଇଛନ୍ତି। ସୁରକ୍ଷାକର୍ମୀମାନେ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ।  ପୂର୍ବରୁ ମଙ୍ଗଳବାର ଦିନ ବମ୍‌ ବିସ୍ଫୋରଣ ଓ ଗୁଳି କାଣ୍ଡ ଯୋଗୁଁ ଜଣେ ଉପପ୍ରାନ୍ତୀୟ ଗର୍ଭର୍ଣ୍ଣରଙ୍କ ସମେତ ତିନିଜଣଙ୍କର ମୃତ୍ୟୁ ହୋଇଥିଲା ।

Read More

ଭୁବନେଶ୍ୱର : ବିଜେଡିର କାର୍ଯ୍ୟକାରିଣୀ ବୈଠକ ଶେଷ ହୋଇଛି । ଆଜି ବିଜେଡି ସୁପ୍ରିମୋଙ୍କ ଅଧ୍ୟକ୍ଷତାରେ ରାଜ୍ୟ କାର୍ଯ୍ୟାଳୟରେ କାର୍ଯ୍ୟକାରିଣୀ ବୈଠକ ବସିଥିଲା । ଏଥିରେ ଭର୍ଚୁଆଲ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିବା ବେଳେ 9ଟି ରାଜନୈତିକ ପ୍ରସ୍ତାବ ପାରିତ ହୋଇଛି । ଏଥିରେ ସ୍ୱାମୀନାଥନ କମିଟି ସୁପାରିଶ କ୍ରମେ ଚାଷୀଙ୍କୁ ଏମଏସପି ଦେବାକୁ ପ୍ରସ୍ତାବ ଦିଆଯାଇଛି।

Read More

ନୂଆଦିଲ୍ଲୀ :  ଯଦି ଆପଣ ଗାଡି କିଣିବା ପାଇଁ ପ୍ଲାନ୍‌ କରୁଛନ୍ତି ତେବେ ଟାଟା ଆପଣଙ୍କୁ ସୁବର୍ଣ୍ଣ ସୁଯୋଗ ଦେଉଛି । ଟାଟା ମୋଟର୍ସର ପପୁଲାର୍‌ ହ୍ୟାଚ୍‌ବେକ୍‌ କାର ଟିଆଗୋ ଉପରେ କମ୍ପାନୀ ନିଜ ଗ୍ରାହକଙ୍କୁ ବିଶେଷ ରିହାତି ଦେଉଛି । ଏବେ ଆପଣ ମାତ୍ର 52 ହଜାର ଟଙ୍କା ନେଇ ଏହି ଗାଡିକୁ ନିଜ ଘରକୁ ନିଅନ୍ତୁ । ଯୁଥ୍‌ଙ୍କର ସବୁଠୁ ପସନ୍ଦିତା ଗାଡି ଭାବେ ଟିଆଗୋ ବେଶ୍‌ ଲୋକପ୍ରିୟ । ନିକଟରେ ଟାଟା ଟିଆଗୋ, ଟିଗୋର, ନେକ୍ସନ୍‌, ଅଲ୍ଟରଜ୍‌ ଓ ହ୍ୟାରିଅର୍‌ ପରି ବହୁ କାର୍‌ ଲଞ୍ଚ କରିଛି । ଆପଣ ମାତ୍ର 52 ହଜାର ଟଙ୍କାର ଡାଉନ୍‌ପେମେଣ୍ଟ ଦେଇ ଏହି ଗାଡିକୁ କିଣିପାରିବେ।  ତେବେ ଏହି କାର୍‌ ପାଇଁ ଆପଣଙ୍କୁ ପାଞ୍ଚ ବର୍ଷର ଋଣ ନେବାକୁ ପଡିବ । ଏଥିପାଇଁ ଆପଣଙ୍କୁ 4 ଲକ୍ଷ 69 ହଜାର 239 ଟଙ୍କାର ଲୋନ୍‌ ନେବାକୁ ପଡିବ । ଏଥିପାଇଁ…

Read More

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କେରଳରେ ନିର୍ମାଣ କରିଛନ୍ତି ବାଲୁକା କଳାରେ କୋଣାର୍କ ଚକ

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ନେତୃତ୍ୱରେ ୫ଟି ସଚିବ ଭି.କେ ପାଣ୍ଡିଆନ ଏବଂ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ରଙ୍କ ଏକ ଉଚ୍ଚସ୍ତରୀୟ ଟିମ ପ୍ରସ୍ତାବିତ ମହାନଦୀ ବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି। ଏହି ବରିଷ୍ଠ ଅଧିକାରୀଙ୍କ ସମେତ ପାରାଦୀପ ପୋର୍ଟ ଟ୍ରଷ୍ଟର ଅଧ୍ୟକ୍ଷ ରିଙ୍କେଶ ରାୟ ଏବଂ ଅନ୍ୟ ଅଧିକାରୀମାନେ ପ୍ରସ୍ତାବିତ ଅଞ୍ଚଳ ବୁଲି ଦେଖିଛନ୍ତି। ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ proposed port site ରେ ଉପସ୍ଥିତ ରହି project ବିଷୟରେ ବରିଷ୍ଠ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । କେନ୍ଦ୍ରାପଡା ଜିଲ୍ଲାପାଳ  ସମର୍ଥ ବରମା ମଧ୍ୟ ଆଲୋଚନା ରେ ଭାଗ ନେଇଥିଲେ। ପାରାଦୀପ ବନ୍ଦର ଟ୍ରଷ୍ଟ ଦ୍ୱାରା ମହାନଦୀ ବନ୍ଦରର ନିର୍ମାଣ ପାଇଁ ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରାଳୟ ସହମତି ପ୍ରକାଶ…

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ  ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1836କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ବର, ମୟୂରଭଞ୍ଜ, ସମ୍ବଲପୁର, ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଭୁବନେଶ୍ବରରୁ 75 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ମୟୂରଭଞ୍ଜରୁ 86 ବର୍ଷୀୟ ପୁରୁଷ,ସମ୍ବଲପୁରରୁ 62 ବର୍ଷୀୟ ମହିଳା, 53 ବର୍ଷୀୟ 53 ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୪ ଜଣ ଚିହ୍ନଟ ହୋଇଥିବାବେଳେ ୧୫୮ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୬ହଜାର ୨୩୩କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୨୧ହଜାର ୩୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୩୫ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୩୬ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୭ଟି ଜିଲ୍ଲାରୁ ମୋଟ୍‌ ୩୭୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୫୦ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର ଜିଲ୍ଲାରୁ ୧୫ଜଣ, ବରଗଡ଼…

Read More

ତାମିଲନାଡୁ : ରାସନ କାର୍ଡଧାରୀଙ୍କୁ 2500ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । ରାସନ କାର୍ଡଧାରୀଙ୍କୁ ଚାଉଳ ସହିତ ଏକ କିଲୋ ଚିନି ଓ ଆଖୁ ବି ମାଗଣାରେ ଦିଆଯିବ । ଆସନ୍ତା ଜାନୁଆରୀ 4 ତାରିଖରୁ ଏହା ଦିଆଯିବା ନେଇ ସୂଚନା ରହିଛି । ତେବେ ଏହା ତାମିଲନାଡୁରେ ଦିଆଯିବ । ଆସନ୍ତା ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ପ୍ରତ୍ୟେକ ଦଳର ପ୍ରସ୍ତୁତି ମଧ୍ୟ ଜୋର୍‌ଦାର୍‌ ଚାଲିଛି। ତାମିଲନାଡୁରେ 2021 ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ମନ୍ଦିର ପରିଦର୍ଶନ କରିବା ପରେ ତାଙ୍କ ନିର୍ବାଚନମଣ୍ଡଳୀ ଇଡାପଡ୍ଡୀରୁ ପ୍ରଚାର ଆରମ୍ଭ କରିଥିଲେ। ପ୍ରଚାର ସମୟରେ ସେ ପୋଙ୍ଗଲ ପର୍ବକୁ ଦୃଷ୍ଟିରେ ରଖି ରାସନ ଚାଉଳ କାର୍ଡଧାରୀଙ୍କୁ 2500ଟଙ୍କା ନଗଦ ଦେବାକୁ ଘୋଷଣା କରିଛନ୍ତି।  2.06 କୋଟି ରାସନ ଚାଉଳ କାର୍ଡଧାରୀଙ୍କୁ ଏହି ସମସ୍ତ ସୁବିଧା ମିଳିବ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୬୨୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୪୧ ଜଣଙ୍କର ମୃତ୍ୟୁ ଘଟିଛି । ୨୬ ହଜାର ୬୯୦ ନୂତନ ଆକ୍ରାନ୍ତଙ୍କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୩୧ ହଜାରରେ ପହଞ୍ଚିଛି । ସେହିପରି ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୫ ହଜାର ୪୭୭ରେ ପହଞ୍ଚିଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୨୯ ହଜାର ୬୯୦ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଥିବା ବେଳେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୫ ଲକ୍ଷ ୮୦ ହଜାରରେ ପହଞ୍ଚିଛି । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ଘଟି ୩ ଲକ୍ଷ ୫ ହଜାର ୭୫୧ରେ ପହଞ୍ଚିଛି । ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ  ଓ କେରଳରେ ସର୍ବାଧିକ ଆ୍ରାନ୍ତ ସୁସ୍ଥ ହୋଇଛନ୍ତି । ଗତ 23 ଦିନ ଧରି କରୋନା…

Read More

ଭୁବନେଶ୍ବର : ରାଜ୍ୟରେ ପାରଦ ଖସୁଛି । 11 ଡିଗ୍ରୀ ତଳେ ରାଜ୍ୟର 11ଟି ସହର । ସବୁଠୁ ସହର ଭାବେ ଫୁଲବାଣୀଠାରେ ସର୍ବନିମ୍ନ 5.5 ଡିଗ୍ରୀ ସେଲିସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଝାରସୁଗୁଡାରେ 7.6 ଡିଗ୍ରୀ, ବାରିପଦାରେ 8.5 ଡିଗ୍ରୀ, ଅନୁଗୁଳୁ ଓ କୋରାପୁଟରେ 8.6 ଡିଗ୍ରୀ, ଦାରିଙ୍ଗିବାଡିରେ 9 ଡିଗ୍ରୀ, କେନ୍ଦୁଝରରେ 9.5 ଡିଗ୍ରୀ, ଭବାନୀପାଟଣାରେ 9.2 ଡିଗ୍ରୀ, ବଲାଙ୍ଗିରରେ 9.4 ଡିଗ୍ରୀ ଓ ବୌଦ୍ଧରେ 10.5 ଡିଗ୍ରୀ, କଟକରେ 11 ଡିଗ୍ରୀ ଓ ଭୁବନେଶ୍ବରରରେ 13.9 ଡିଗ୍ରୀ ତାପାମାତ୍ରା ରହିଥିବାର ସୂଚନା ରହିଛି ।

Read More

ଭୁବନେଶ୍ଵର: ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆରମ୍ଭ ହୋଇଛି  ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଦଳୀୟ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଥିବାବେଳେ ଭର୍ଚୁଆଲ୍‌ରେ ଉପସ୍ଥିତ ରହିଛନ୍ତି ନବୀନ ପଟ୍ଟନାୟକ ।  ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇପାରେ। ଏହାପରେ ସଦସ୍ୟମାନଙ୍କର ମତାମତ ଲୋଡ଼ାଯିବ। ଏଥିସହ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା, ଧାନର ଏମଏସପି ବୃଦ୍ଧି, ମହାନଦୀର ପାଣିପ୍ରସଙ୍ଗକୁ ନେଇ ବିଜେଡି ପକ୍ଷରୁ ଆଲୋଚନା ହେବାର ସମ୍ଭାବନା ରହିଛି। ବିଜେଡିର ନୂଆ ଟିମ୍ ଗଠନ ହେବା ପରେ ଆଜି ପ୍ରଥମ କାର୍ଯ୍ୟକାରିଣୀ ବୈଠକ ବସୁଛି।

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା କେସିଙ୍ଗା ପୋଲିସ ପଂଝାରେ ମାଲକାନଗିରି ଡିଏସପି ଗିରଫ ହୋଇ କୋର୍ଟ ଚାଲାଣ ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। ଘଟଣାରୁ ପ୍ରକାଶ ଯେ, ଜନୈକା ମହିଳା କନେଷ୍ଟବଳଙ୍କ ଦ୍ୱାରା କଳାହାଣ୍ଡି ଏସପିଙ୍କ ପାଖରେ  ଅଭିଯୋଗ କ୍ରମେ କେସିଙ୍ଗା ଥାନାରେ କେଶ ନଂ.୧୮୮ ତା.୨୧.୦୮.୨୦୨୦ ରେ ଏକ ମାମଲା ରୁଜ୍ଜୁ ହୋଇ ଅଭିଯୁକ୍ତ ମାଲକାନଗିରି ସଦର ଡିଏସପି ଅକ୍ଷୟ ନାୟକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ଗତ ପାଂଚ ବର୍ଷ ତଳେ ବିବାହ କରି ପରବର୍ତ୍ତୀ ସମୟରେ ନିର୍ଯ୍ୟାତନା ଦେବା ସହିତ ଫେସବୁକରେ ନାନାପ୍ରକାର ମେସଜ ପୋଷ୍ଟ କରି ମାନସିକ ସ୍ତରରେ ଆଘାତ ଦେଉଥିବା ଏବଂ ପ୍ରତିବାଦ କଲେ ଶାରିରୀକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଥିବା ପ୍ରକାଶ। ଅଭିଯୁକ୍ତ ଅକ୍ଷୟ ନାୟକ ପୂର୍ବରୁ କଳାହାଣ୍ଡିରେ ପୋଲିସ ଇନିସ୍ପେକ୍ଟର ତଥା କେସିଙ୍ଗାରେ ଏସଡିପିଓ ଭାବେ ମଧ୍ୟ କାର୍ଯ୍ୟ କରୁଥିଲେ।

Read More