ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ତେବେ ଏ ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଏକ…
Author: Samikhsya Bureau
ଭୁବନେଶ୍ବର, ଆଜି ବିଜୁ ଜନତା ଦଳର କାର୍ଯ୍ୟକାରିଣୀ ବୈଠକ ରାଜ୍ୟ କାର୍ଯ୍ୟାଳୟରେ ବସିବ। ଭିଡିଓ କନଫ୍ରେସିଂ ମାଧ୍ୟମରେ ନବୀନ ନିବାସରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେବେ। ଏଙି ବୈଠକରେ କାର୍ଯ୍ୟକାରିଣୀରେ ଥିବା 80 ଜଣ କର୍ମକର୍ତ୍ତା ଯୋଗଦେବେ। ଏହି ବୈଠକରେ ବିଜେଡିର ଆଗାମୀ ରଣନୀତି ଉପରେ ଆଲୋଚନା ହେବ। ଏଥିସହିତ ଆଗାମୀ ପଞ୍ଚାୟତ ଏବଂ ନଗର ନିର୍ବାଚନ ଉପରେ ମଧ୍ୟ ରଣନୀତି ପ୍ରସ୍ତୁତ କରାଯିବ। ଆସନ୍ତା 26 ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ। ଏହି ବୈଠକରେ ଦଳକୁ କିପରି ସୁଦୃଢ କରାଯିବ ସେ ନେଇ ନେତାମାନଙ୍କୁ ନବୀନ ପଟ୍ଟନାୟକ ଗୁରୁମନ୍ତ୍ର ଦେବେ।
ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପରୀ ହତ୍ୟାକାଣ୍ଡ ମାମଲା ପିଛା ଛାଡୁ ନାହିଁ। ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ରାଜ୍ୟ ବିଜେପି ଆନ୍ଦୋଳନକୁ ତୀବ୍ରରୁ ତୀବ୍ରତର କରିବାରେ ଲାଗିଛି। ନୟାଗଡ ଜିଲ୍ଲାପାଳ ଅଫିସ ଆଗରେ ଦୀର୍ଘଦିନ ଧରି ଧାରଣା ପରେ ବର୍ତ୍ତମାନ ପଦଯାତ୍ରା କରିବାକୁ ନିଷ୍ପତି କରିଛି। ସେହି ଅନୁସାରେ ୨୦ ତାରିଖ ସକାଳ ୯ଟାରେ ଭୁବନେଶ୍ୱରରୁଏକ ପଦଯାତ୍ରା ପରୀର ଗାଁ ନୟାଗଡ ଜିଲ୍ଲା ଯଦୁପୁରକୁ ପଦଯାତ୍ରା କରିବ। ଏହି ପଦଯାତ୍ରା ଲିଙ୍ଗରାଜ ମନ୍ଦିରରୁ ଆରମ୍ଭ ହୋଇ ଆଗାମୀ ୫ ଦିନରେ ୯୮କିଲୋମିଟର ଯାତ୍ରା କରି ଯଦୁପୁର ଠାରେ ପହଂଚିବ ବୋଲି ଦଳ କହିଛି। ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇ ମୁଖପାତ୍ର ଡ.ଯତୀନ ମହାନ୍ତି କହିଛନ୍ତି ଯେ, ଏହି ପଦଯାତ୍ରା ଦିନକୁ ପାଖାପାଖି ୨୦କିଲୋମିଟର ହେବ ଏବଂ ଏଥିରେ ଭାରତୀୟ ଜନତାପାର୍ଟିର ସମସ୍ତ ଶୀର୍ଷ ନେତୃତ୍ୱ ବିଭିନ୍ନ ପର୍ଯ୍ୟାୟରେ ଭାଗ ନେବେ। ପ୍ରଥମ ଦିନ ଏହି…
ଭୁବନେଶ୍ବର: ୨୦୨୦ ସରିବାକୁ ଆଉ ମାତ୍ର ୧୨ ଦିନ ରହିଛି। ୨୦୨୦ ବିଦାୟ ନେବ ଆଉ ଆସିବ ୨୦୨୧ ମସିହା। ନୂଆ ବର୍ଷକୁ ନେଇ ସମେସ୍ତ ଉତ୍ସାହିତ ରହିଛନ୍ତି। ନୂଆ ବର୍ଷ କେମିତି କଟିବ ସେନେଇ ମଧ୍ୟ ସମେସ୍ତ ଉଦ୍ବିଗ୍ନ ରହିଛନ୍ତି। ଚଳିତ ବର୍ଷ କରୋନା ମହାମାରୀ ଯୋଗୁଁ ସମସ୍ତଙ୍କଚାକିରି ତଥା କ୍ୟାରିଅର ବିଶେଷ ଭାବରେ ପ୍ରଭାବିତ ହୋଇଛନ୍ତି। ସମେସ୍ତ ନୂତନ ବର୍ଷକୁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୧ ବର୍ଷରେ କେଉଁ ରାଶିମାନଙ୍କ ଚାକିରି ଅଥବା କ୍ୟାରିଅରରେ ଉନ୍ନତି ଆଣିବ। ମେଷ: ନୂଆ ବର୍ଷ ଅର୍ଥାତ୍ ୨୦୨୧ ମସିହା ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଶୁଭ ରହିବ। ଏହି ବର୍ଷ ଏହି ରାଶିର ବ୍ୟକ୍ତିମାନଙ୍କର ମନୋକାମନା ପୂର୍ଣ୍ଣ ହେବ। ମେଷ ରାଶିବାଲା ନିଜର ଲକ୍ଷ୍ୟ ପୂରଣ କରିପାରିବେ। ନୂଆ ବର୍ଷରେ ଆପଣଙ୍କ ସିନିଅରମାନେ ଆପଣଙ୍କ କାମର ପ୍ରଶଂସା କରିବେ। ଏହି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଜାନୁଆରୀ,…
ମେଷ ରାଶି- ଏହି ରାଶିର ଲୋକମାନେ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ବନ୍ଧୁ ଏବଂ ସମ୍ପର୍କୀୟଙ୍କ ସାହାଯ୍ୟ ନେବେ । ଆଜି ଅତିଥିମାନେ ଆପଣଙ୍କ ଘରେ ପହଞ୍ଚିବେ, ଯାହା ଘରକୁ ଚଳଚଞ୍ଚଳ କରିବ । ଆଜି କୈଣସି ପ୍ରକାରର ବିତର୍କକୁ ଉତ୍ସାହିତ କରନ୍ତୁ ନାହିଁ । ଚାକିରି କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବୃଦ୍ଧି ପାଇବ । ହଠାତ୍ ଆପଣ କିଛି ବଡ କାମ ପାଇଁ ଯୋଜନା ପାଇପାରିବେ। କଠିନ ପରିଶ୍ରମ ପରେ ସଫଳତା ହାସଲ ହେବ । ବୃଷ ରାଶି- ଏହି ରାଶିର ଲୋକଙ୍କୁ ସେମାନଙ୍କର ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖିବାକୁ ପଡିବ। କୈଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ନିଷ୍ପତ୍ତି ନେବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ । ଘନିଷ୍ଠ ସମ୍ପର୍କୀୟଙ୍କ ସହିତ ସାକ୍ଷାତ ହୋଇପାରେ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ପାଣିପାଗରେ ପରିବର୍ତ୍ତନ ହେତୁ ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଛି । ଆୟ ସ୍ୱାଭାବିକ…
ନୂଆଦିଲ୍ଲୀ, ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କହିଛନ୍ତି ଯେ, ଯଦି ଯେକେହି ଅନ୍ୟ ଉପରେ ନିର୍ଭର କରି ରହିବେ ତେବେ ସେ କେବେବି ସଫଳତା ହାସଲ କରିବେ ନାହିଁ। ଯେତେ ବାଧାବିଘ୍ନ ଆସୁ ଆପଣ ନିଜେ ନିଜର ଶକ୍ତି ପ୍ରୟୋଗ କରିବା ଆବଶ୍ୟକ। ଆପଣ ଯେତେ ବଡ ଶକ୍ତିଶାଳୀ ହେଉଥାନ୍ତୁ ନା କାହିଁକି ଅନ୍ୟ ଉପରେ ନିର୍ଭର କଲେ କଥା ସରିଲା। କାରଣ ଯେତେବେଳେ ନିର୍ଭର କରୁଥିବା ବ୍ୟକ୍ତି ବା ଯାହାକିଛି , ସେ ଛାଡିଦେଇ ଗଲେ ଆପଣ ସଂପୂର୍ଣ୍ଣ ଅଚଳ ହୋଇଯିବେ। ଦୁଇଟି ଉଦାହରଣ ଦେଇ ଚାଣକ୍ୟ କହିଛନ୍ତି ଯେ, ନଦୀ କୂଳରେ ବୃକ୍ଷଟିଏ ଥିଲେ ସେ ଯେତେ ଶକ୍ତିଶାଳୀ ହୋଇଥିଲେ ମଧ୍ୟ କୂଳଖାଇଲେ ଗଛଟି ପଡିଯିବ। ସେହିପରି ରାଜା ସବୁବେଳେ ମନ୍ତ୍ରୀ ପରିଷଦଙ୍କ ଉପରେ ନିର୍ଭର କରନ୍ତି। ଯଦି କୌଣସି କାରଣରୁ ମନ୍ତ୍ରୀ ପରିଷଦଙ୍କର ଅନୁପସ୍ଥିତ ରହିବ ତେବେ ରଜା କୈଣସି ନିଷ୍ପତି ନେଇପାରିବେ ନାହିଁ। ସେଥିପାଇଁ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି କେନ୍ଦ୍ର ଏମ୍ଏସ୍ଏମ୍ଇ, ମତ୍ସ୍ୟ ଓ ପଶୁସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଦିନିକିଆ ବ୍ରହ୍ମପୁର ଗସ୍ତରେ ଆସି ସରକାରୀ ଆଇଟିଆଇରେ ଏକ ସିଟିଟିସି ସଂପ୍ରସାରଣ କେନ୍ଦ୍ରକୁ ଉଦ୍ଘାଟିତ କରିଥିଲେ। ୨୦ କୋଟି ବ୍ୟୟରେ ନିର୍ମିତ ଏହି ଦକ୍ଷତା ବିକାଶ ସିଟିଟିସି କେନ୍ଦ୍ରଟି ଉଦ୍ଘାଟିତ ହେବା ଦ୍ୱାରା ଆଗାମୀ ଦିନରେ ଯୁବ ସମାଜ ଓ ଶିଳ୍ପ କ୍ଷେତ୍ରର ପ୍ରଶିକ୍ଷଣରେ ଏହା ସହାୟ ହୋଇପାରିବ। ଏଠାରେ ଏକମାସଠାରୁ ଏକ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ବିଦ୍ୟାର୍ଥୀମାନେ ଅଧ୍ୟୟନ କରିପାରିବେ। ଶିଳ୍ପକ୍ଷେତ୍ରରେ ଦକ୍ଷତା ବୃଦ୍ଧି କରିବା ସହ ବିଭିନ୍ନ ବିଭାଗର ଛାତ୍ରଛାତ୍ରୀମାନେ ବିଭିନ୍ନ ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିପାରିବେ। ଏହି ଅବସରରେ ବିଭାଗୀୟ ମୁଖ୍ୟ ଏଲ୍. ରାଜଶେଖର, ଏମ୍ଏସ୍ଏମ୍ଇର ମ୍ୟାନେଜର ଡ. ଏସ୍କେ କରଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଓ ବିଜେପିର ବହୁ ନେତା ଉଦ୍ଘାଟନୀ ଉତ୍ସବରେ ଯୋଗଦେଇଥିଲେ। ପୂର୍ବରୁ ମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ ଆର୍. ଉଦୟଗିରିରୁ ଅପରାହ୍ନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବଡ଼ଗଡ଼ ଥାନା ଅନ୍ତର୍ଗତ ଗଉଡ଼ଗୋଠ ପେଡ଼ିପଦର ଘାଟି ଅଂଚଳରେ ଲାଗିଥିବା ପ୍ରାୟ ୮୦ ଏକର ଗଂଜେଇ ଚାଷକୁ ନଷ୍ଟ କରାଯାଇଛି। ଜିଲ୍ଲାପାଳ ଓ ଗଂଜାମ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଶନିବାର ଏକ ସ୍ୱତନ୍ତ୍ର ମିଳିତ ଟିମ୍ ଚଢ଼ାଉ କରିଥିବାବେଳେ ବିପୁଳ ପରିମାଣରେ ଗଂଜେଇ ଗଛକୁ ନଷ୍ଟ କରାଯାଇଥିଲା। ନଷ୍ଟ ହୋଇଥିବା ଗଂଜେଇର ଆନୁମାନିକ ମୂଲ୍ୟ ପ୍ରାୟ ଦୁଇକୋଟିରୁ ଉର୍ଦ୍ଧ୍ୱ ଟଙ୍କା ହେବ ବୋଲି ଅବକାରୀ ବିଭାଗର ଅଧିକ୍ଷକ ରାଜେନ୍ଦ୍ର କୁମାର ଭତ୍ତା ସୂଚନା ଦେଇଥିଲେ। ଚଢ଼ାଉରେ ଅବକାରୀ ବିଭାଗ, ପୋଲିସ୍, ଅବକାରୀ ଗୁଇନ୍ଦା ସଂସ୍ଥା, ସ୍ଥାନୀୟ ତହସିଲ୍ଦାର, ବନ ବିଭାଗର ତିନିଶହ କର୍ମଚାରୀ ମିଳିତ ଭାବେ ସାମିଲ ହୋଇଥିଲେ। ସୋରଡ଼ା ବ୍ଲକ୍ ଗୌଡ଼ଗୋଠ ପଂଚାୟତ ଅଂଚଳ ସମେତ ବହୁ ସ୍ଥାନରେ ଗଂଜେଇ ଚାଷକୁ କାଟି ପୋଡ଼ି ନଷ୍ଟ କରାଯାଇଛି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ୧୪ ତାରିଖରେ କେ. ନୂଆଗାଁ ଥାନା ଅନ୍ତର୍ଗତ ଗଡ଼ଗୋବିନ୍ଦପୁର ଗ୍ରାମରେ ହତ୍ୟା ଏବଂ ଲୁଟ୍ ଘଟଣାରେ ପୋଲିସ୍ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ପର୍ଦ୍ଦାଫାସ୍ କରିଛି। ଅଭିଯୁକ୍ତ ଜଣକ ହେଲା ଜରଡ଼ା ଥାନା ଅନ୍ତର୍ଗତ ତଣ୍ଡିପୁର ଗ୍ରାମର ହେମନ୍ତ କୁମାର ବେହେରା। ପୋଲି୍ସ୍ ତା ନିକଟରୁ ରକ୍ତଭିଜା ସାର୍ଟ, ସୁନା ନେକଲସ୍ ଜବତ କରିଛି। ସୂଚନାଯୋଗ୍ୟ ୧୪ ତାରିଖ ମଧ୍ୟାହ୍ନରେ କେ. ନୂଆଗାଁ ଥାନା ଅନ୍ତର୍ଗତ କେ. ଗଡ଼ଗୋବିନ୍ଦପୁର ଗ୍ରାମର କେଦାର ବେହେରାଙ୍କ ସ୍ତ୍ରୀ ସୁଜାତା ବେହେରା(୨୨)ଙ୍କୁ କୌଣସି ଦୁବୃର୍ତ୍ତ ହତ୍ୟା କରିବା ସହ ଘରର ସେ ପିନ୍ଧିଥିବା ସୁନା ଅଳଙ୍କର ଲୁଟ୍ କରିନେଇଥିଲା। ଏନେଇ କେଦାର ଅଭିଯୋଗ କରିବା ପରେ କେ. ନୂଆଗାଁ ଥାନା ପୋଲିସ୍ ୨୮୦/୧୪.୧୨.୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଆରମ୍ଭ କରିଥିଲା। ପ୍ରଥମେ ଏହା ଲୁଟ୍ ଏବଂ ହତ୍ୟା ମାମଲା ବୋଲି ପୋଲିସ୍…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଟୁଇକଲ ଫେସନ ଏକାଡ଼େମୀ ତରଫରୁ ବଡ଼ବଜାର ଗୌଡ଼ ସାହି ସ୍ଥିତ ବିନାୟକ ଭବନ ପରିସରରେ ମିଷ୍ଟର ଆଣ୍ଡ ମିସ୍ ଗଂଜାମ ୨୦-୨୧ ସିଜନ-୨ ନାମରେ ଫେସନ ଅଡ଼ିସନ ଅନୁଷ୍ଠିତ ହୋଇଯାଇଛି। ଏକାଡ଼େମୀର ମୁଖ୍ୟ ପରିଚାଳିକା ଟୁଇକଲ୍ ଗମାଙ୍ଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିନ ଫେସନ ଅଡ଼ିସନରରେ ମୁଖ୍ୟ ଅତିଥି ରୂପେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇ ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ବିଜେଡ଼ି ସଂପାଦକ ସୁବାସ ମହାରଣା, ଯୁବ ବିଜେଡ଼ି ସଭାପତି ଅଜିତ ପଣ୍ଡା, ସାମ୍ବାଦିକ ତଥା ଗାୟକ ସୁଦୀପ କୁମାର ସାହୁ, ମୁମ୍ବାଇ ଗ୍ଲୋବାଲ୍ ଇଣ୍ଡିଆ ୨୦୨୦ର ସୁନ୍ଦରୀ ରାମେଶ୍ୱରୀ ନନ୍ଦ, କିନ୍ନର ବାବୁଲା ପାଣିଗ୍ରାହୀ, ଖ୍ୟାତାନାମା ନୃତ୍ୟଶିଳ୍ପୀ ଆୟେଶା ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ବିଚାରକ ଭାବେ ସ୍ମୃତି ପଣ୍ଡା ଓ କିନ୍ନର ପ୍ରୀତି ଯୋଗଦେଇଥିବାବେଳେ କାହ୍ନୁ ରାଉତ ସଂଯୋଜନା କରିଥିଲେ। ପ୍ରତିଯୋଗିତାରେ ୩୭ ଜଣ ଯୁବକ ଯୁବତୀ…
କନ୍ଦର୍ପ ବେହେରା ରେଢାଖୋଲ: ପରୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବୀରେ ଆଜି ରେଢାଖୋଲ ବିଜେପି ପକ୍ଷରୁ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ରେଢାଖୋଲ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ପରୀକୁ ନ୍ୟାୟ ଦାବୀରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲ। ଏହି ପଦଯାତ୍ରା ରାଜବାଟୀ ଠାରୁ ଆରମ୍ଭ ହୋଇ ରଥସାହି , କଲେଜ ଛକ , ଭୀମଭୋଇ ଛକ ଦେଇ ରେଢାଖୋଲ ସହର ପରିକ୍ରମା କରିଥିଲା। ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଯୋଗଦେଇ ପରି ଭଳି ୫ ହଜାର ଶିଶୁ ନିଖୋଜ ଥିବା କଥା ପ୍ରକାଶ କରିବା ସହ କେବଳ ସମ୍ବଲପୁର ଜିଲ୍ଲାରେ ୮୦ ଜଣ ଶିଶୁ ନିଖୋଜ ଥିବା ବେଳେ ସେମାନଙ୍କର କୌଣସି ଖୋଜ ଖବର ନାହିଁ ବୋଲି ପ୍ରକାଶ କରିଥିଲେ। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ଅରୁଣ ସାହୁଙ୍କର ପ୍ରଚ୍ଛନ୍ନ ହାତ ଥିବା କଥା ବିଧାୟକ ଜୟନାରାୟଣ ମିଶ୍ର ପ୍ରକାଶ କରିଥିଲେ। ସରକାର ଆଜି ଗୋଟିଏ ଗରୀବ…
ରମେଶ ମହାନ୍ତି ଜଗତସିଂହପୁର: ୨ଦିନ ପୂର୍ବେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ଇଂଜିନିୟରିଂ ଛାତ୍ରଙ୍କ ମୃତଦେହ ଆଜି (ଶନିବାର) ସକାଳେ ଉଦ୍ଧାର ହୋଇଛି। ସୂଚନାନୁଯାୟୀ ଗତ ଗୁରୁବାର ଦିନ ଅପରାହ୍ନ ସମୟରେରେ କୁଜଙ୍ଗ କୃଷି ଫାର୍ମ ନିକଟସ୍ଥ ମହାନଦୀର ଗଭୀର ଜଳକୁ ଲକ୍ଷ୍ମୀକାନ୍ତ ଡେଇଁ ପଡ଼ିଥିବା ଜଣା ପଡ଼ିଥିଲା। ତେବେ କୁଜଙ୍ଗ ଥାନା ଅନ୍ତର୍ଗତ କରତୁଠା ଗ୍ରାମର ଉମାକାନ୍ତ ନାୟକଙ୍କ ଏକମାତ୍ର ୨୧ ବର୍ଷର ପୁଅ ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ୨ ଦିନ ଧରି ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମର ପ୍ରଚେଷ୍ଟା ଫଳରେ ଆଜି ଲକ୍ଷ୍ମୀକାନ୍ତଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ନୂଆଦିଲ୍ଲୀ: ପୁଣି ଥରେ ରାହୁଲ୍ ଗାନ୍ଧି କଂଗ୍ରେସ ଅଧ୍ୟକ୍ଷ ହେବେ। ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ବିପୁଳ ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ ରାହୁଲ୍। ଏହାପରେ ସୋନିଆ ଅନ୍ତରୀଣ ଅଧ୍ୟକ୍ଷ ଭାବରେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେବେ ୨୦୨୧ ମସିହାରେ ହେବାକୁ ଥିବା ପାଞ୍ଚୋଟି ବିଧାନସଭା ନିର୍ବାଚନକୁ ଆଖି ଆଗରେ ରଖି କଂଗ୍ରେସ ଦଳ ନିଜ ନେତୃତ୍ବ ପରିବର୍ତ୍ତନ କରୁଛି। ପୁଣି ଥରେ ରାହୁଲ୍ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ହେବେ ବୋଲି ସୂଚନା ମିଳୁଛି। ଆଜି କଂଗ୍ରେସର ବିଦ୍ରୋହୀ ନେତାଙ୍କ ସହ ବୈଠକ ପରେ ରାହୁଲ୍ଙ୍କୁ ଅଧ୍ୟକ୍ଷ ରୂପେ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। ଆଗାମୀ ନିର୍ବାଚନ ରାହୁଲ୍ଙ୍କ ନେତୃତ୍ବରେ ଲଢିବା ନେଇ ଦଳ ପ୍ରସ୍ତୁତି ଆରମ୍ଭ କରିଛି। ଆସନ୍ତା ୧୦ ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା ମିଳିଛି ୯୯ ପ୍ରତିଶତ କଂଗ୍ରେସ କର୍ମୀ ରାହୁଲ ଗାନ୍ଧିଙ୍କୁ କଂଗ୍ରେସର ସଭାପତି ଭାବରେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୦, ସୁନ୍ଦରଗଡରୁ ୪୦, ପୁରୀରୁ ୨୨, କଟକରୁ ୨୧, ଝାରସୁଗୁଡାରୁ ୨୦, ବାଲେଶ୍ବରରୁ ୧୯, ବରଗଡରୁ ୧୮, ଅନୁଗୁଳରୁ ୧୭, କଳାହାଣ୍ଡିରୁ ୧୭, ମୟୂରଭଞ୍ଜରୁ ୧୭, ସମ୍ବଲପୁରରୁ ୧୬, ଯାଜପୁରରୁ ୧୪, ରାୟଗଡ଼ାରୁ ୧୩, ବଲାଙ୍ଗିରିରୁ ୧୧, କେନ୍ଦୁଝରରୁ ୯, ଜଗତସିଂହପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡ଼ାରୁ ୬, ମାଲକାନଗିରିରୁ ୬, ଭଦ୍ରକରୁ ୪, ବୌଦ୍ଧରୁ ୪, ନୟାଗଡରୁ ୩, ନୂଆପଡ଼ାରୁ ୩, ଦେବଗଡ଼ରୁ ୨, ଢେଙ୍କାନାଳରୁ ୨, କୋରାପୁଟରୁ ୨, ନବରଙ୍ଗପୁରରୁ ୨, ଗଜପତିରୁ ୧, ସୋନପୁରରୁ ୧ ଏବଂ ଷ୍ଟେଟପୁଲରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୧ ହଜାର ୩୦୯ ଜଣ…
ନୂଆଦିଲ୍ଲୀ : ସୋନିଆ ଗାନ୍ଧୀ ଆଜି 23 ଜଣ ବିଦ୍ରୋହୀ ନେତାଙ୍କୁ ଭେଟିଛନ୍ତି । ଚାରି ମାସ ପୂର୍ବରୁ ଦଳର ସଭାପତି ପରିବର୍ତ୍ତନ ପାଇଁ ଏହି ନେତା ମାନେ ସୋନିଆଙ୍କୁ ଚିଠି ଲେଖିଥିଲେ । 23 ନେତାଙ୍କ ସହିତ ବୈଠକ ପରେ ଆଗାମୀ 10ଦିନ ମଧ୍ୟରେ ନୂତନ ସଭାପତି ଚୟନ କରାଯିବ ବୋଲି ସୋନିଆ ସୂଚନା ଦେଇଛନ୍ତି । ଏହ ବୈଠକରେ ସୋନିଆଙ୍କ ବ୍ୟତୀତ ରାହୁଲ୍ ଗାନ୍ଧି, ପ୍ରିୟଙ୍କା ଗାନ୍ଧି ଅଶୋକ ଗେହେଲଟ୍, ଆନନ୍ଦ ଶର୍ମା, ବିଏସ୍ହୁଡ୍ଡା, ଅମ୍ବିକା ସୋନି ଏବଂ ପି. ଚିଦାରମ୍ବର ପ୍ରମୁଖ ଉପସ୍ଥିତ ଥିଲେ । ଦଳର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ଆଲୋଚନା ହେବା ସହିତ ବର୍ତ୍ତମାନ ପରସ୍ଥିତିରେ ଦଳ କିଭଳି ମୁକାବିଲା କରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ବୋଲି କଂଗ୍ରେସ ନେତା ପୃଥ୍ୱୀରାଜ ଚଭନ ପ୍ରକାଶ କରିଛନ୍ତି । ଆସନ୍ତା 10 ଦିନ ମଧ୍ୟରେ କଂଗ୍ରେସର ନୂତନ ସଭାପତି ଚୟନ କରାଯିବ ବୋଲି ସୂଚନା…
ଭୁବନେଶ୍ବର, ଓଡିଶା ପାଇଁ ଏକ ଖୁସି ଓ ଗୌରବର ଖବର। ଭାରତ ସରକାରଙ୍କ ଦ୍ଵାରା ଆୟୋଜିତ ଗୋଆ ଆନ୍ତର୍ଜାତିକ ସିନେମା ଉତ୍ସବର ପାନୋରମାରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ନିର୍ମାତା-ନିର୍ଦ୍ଦେଶକ ନୀଳମାଧବ ପଣ୍ଡାଙ୍କ ପ୍ରଥମ ଓଡିଆ ସିନେମା “କାଲିର ଅତୀତ” ମନୋନୀତ ହୋଇଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଏହି ସୂଚନା ଦେଇଛନ୍ତି। ଓଡିଶାର ଜନ ଜୀବନରେ ପ୍ରକୃତି ସହିତ ସଙ୍ଘର୍ଷ ଏକ ନୀତିଦିନିଆ କଥା। ଶହ ଶହ ବର୍ଷ ଧରି ବନ୍ୟା, ବାତ୍ୟା ଓ ମହାମାରୀ ସହିତ ସଂଘର୍ଷ କରି ଓଡିଆ ଜାତି ନିଜର ଅସ୍ତିତ୍ଵ ବଜାୟ ରଖିଛି। ପ୍ରକୃତି ସହିତ ଆମ ସଙ୍ଘର୍ଷର ପ୍ରତିଫଳନ ଆମେ ଦେଖିଛୁ ଆମର “ମାଳିକା ସାହିତ୍ୟ”ରେ । ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ “ମାଳିକା” ଆମକୁ ଏହି ସଙ୍ଘର୍ଷର କାହାଣୀ କହିବା ସହିତ ଆମକୁ ସତର୍କ କରାଇ ଦିଏ ଯେ- ଯଦି ପ୍ରକୃତି ସହିତ ଆମର ସମ୍ପର୍କ ବିଗିଡି ଯାଏ, ତାହେଲେ ପ୍ରଳୟ…
ଭୁବନେଶ୍ବର, କମିଶନରେଟ ପୋଲିସ ଆଜି ରାଜଧାନୀର ବିଭିନ୍ନ ସାଧାରଣ ସ୍ଥାନରେ ପଡିରହିଥିବା ପରିତ୍ୟେକ୍ତ ଗାଡିକୁ ହଠାଇବା ଅଭିଯାନ ଆରମ୍ଭ କରିଛି। ଆଜି କଳ୍ପନା ଛକରୁ ଷ୍ଟେସନ ରୋଡରେ ଥିବା ଏହି ପୁରୁଣା ଗାଡିକୁ ହଟାଇଛି। ପ୍ରଥମ ପର୍ଯ୍ୟାୟରେ ପୋଲିସ 6ଟି ଗାଡି ରାସ୍ତାରୁ ହଟାଇ ଯାଇଛି। କେତେକ ସ୍ଥାନରେ ଗାଡିର ମାଲିକ କିଏ ଜାଣିବା ପରେ ପୋଲିସ ତାଙ୍କୁ ରାସ୍ତାରୁ ଗାଡି ହଟାଇବା ପାଇଁ ଅନୁରୋଧ କରିଛନ୍ତି। ଗାଡି ହଟାଇଭା ପାଇଁ ସେମାନେ କିଛି ଦିନ ସମୟ ନେଇଥିବାର ଜଣାପଡିଛି। ଗାଡିର ଅବସ୍ଥା ଖରାପ ହୋଇଗଲେ କିମ୍ବା ଆଉ ଚାଲିବାର ସମ୍ଭାବନା ନ ଥିଲେ ସେସବୁକୁ ବର୍ତ୍ତମାନ ଅନେକ ଲୋକ ସାଧାରଣ ସ୍ଥାନରେ ଛାଡି ଦେଉଛନ୍ତି। ଏହା ଦ୍ବାରା ଯାତାୟତରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ବିଶେଷ କରି କଳ୍ପନା ଛକରୁ ଷ୍ଟେସନ ରୋଡରେ ଏହି ଜାମ ପରିଲକ୍ଷିତ ହେଉଛି। ଫଳରେ ପୋଲିସ ତରଫରୁ ଏହିପରି ଏକ ଅଭିନବ ପଦକ୍ଷେପ…
ପଶ୍ଚିମବଂଗ ମେଦିନିପୁରରେ ଗୃହମନ୍ତ୍ରୀ ଅମିତ ସାହା ଜନସମାବେଶକୁ କରୁଛନ୍ତି ସମ୍ବୋଧିତ
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସମ୍ପ୍ରତି ପ୍ରାଣୀ ମାନଙ୍କର ସୁରକ୍ଷା, ଚିକିତ୍ସା ଓ ଲାଳନ ପାଳନ ପାଇଁ କେନ୍ଦ୍ର ସରକାରଙ୍କ ବିଭିନ୍ନ ସ୍କିମ ଥିଲେ ମଧ୍ୟ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ତାହା କାର୍ଯ୍ୟକାରୀ ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ବର୍ତ୍ତମାନ ବ୍ରହ୍ମପୁରଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ କାର୍ଯ୍ୟ କରୁଥିବା ବେଳେ ମୌଳିକ ସେବା ମାନ ବନ୍ଦ ରହିଛି। ଯାଦ୍ବାରା ବ୍ରହ୍ମପୁରର ଜନସାଧାରଣ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଯେଉଁମାନେ ଗୃହପାଳିତ ପଶୁ ରଖିଛନ୍ତି, ସେହି ପଶୁମାନଙ୍କ ରୋଗ ବ୍ୟାଧି ହେଲେ କିମ୍ବା ରାତିରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ ରେଗୁଲାର ପ୍ରାଣୀ ଚିକିତ୍ସକ ଓ ଆବଶ୍ୟକତା ଅନୁଯାୟୀ କର୍ମଚାରୀ ପୋଷ୍ଟିଂ ହୋଇନାହାନ୍ତି। ସେପରି ରାଜରାସ୍ତାରେ ବୁଲି ଜୀବନ ବିତାଉଥିବା ପ୍ରାଣୀମାନଙ୍କର ସମ ଦଶା ହେଉଛି। ପ୍ରାଣୀ ଚିକିତ୍ସା ପାଇଁ ହେଲ୍ପଲାଇନ ରାଜ୍ୟ ସରକାର ୨୦୧୭-୧୮ ରେ ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ଲାଗୁ କରିଥିଲେ ମଧ୍ୟ ସନ୍ଧ୍ୟା ଛଅଟା…
କୋଲକାତା : ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତ କରିଛନ୍ତି କେନ୍ଦ୍ରଗୃହମନ୍ତ୍ରୀ ତଥା ବିଜେପିର ଚାଣକ୍ୟ ଅମିତ୍ ଶାହା । ଦିଦିଙ୍କ ଗଡରେ ଅମିତ୍ ଶାହା ମମତାଙ୍କ ଉପରେ ବରଷିଛନ୍ତି । ମଦିନାପୁରଠାରେ ହୋଇଥିବା ଆଜି ରାଲିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଆଜି ଟିଏମ୍ସିର ଟାଣୁଆ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଧିବଦ୍ଧ ଭାବେ ବିଜେପିର ହାତ ଧରିଛନ୍ତି । ଆଜି ଶାହାଙ୍କ ମିଦାନପୁର ରାଲିରେ 11 ଜଣ ନେତା ବିଜେପି ହାତ ଧରିଛନ୍ତି । ଦୀର୍ଘ ସମୟ ଧରି ଟିଏମ୍ସିର ବିଶ୍ବସ୍ତ ନେତା ଥିବା ଶୁଭେନ୍ଦୁ ଅଧିକାରୀ ଆଜି ବିଜେପିରେ ଯୋଗଦେଇଛନ୍ତି । ତାଙ୍କ ବ୍ୟତୀତ ଟିଏମ୍ସି ସାଂସଦ ସୁନୀଲ୍ ମଣ୍ଡଲ ମଧ୍ୟ ବିଜେପିର ହାତ ଧରିଛନ୍ତି । କଂଗ୍ରେସ ଓ ବାମ ଦଳର 10 ଅନ୍ୟ ବିଧାୟକମାନେ ମଧ୍ୟ ବିଜେପିରେ ସାମିଲ୍ ହୋଇଛନ୍ତି । ଅନ୍ୟପଟେ ବିଜେପିରେ ମିଶିବା ଉପରେ…
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଧାନ ବିଲରେ ନିଆଁ ଲାଗି ଧାନ କଳେଇ ସହ ପୋଡିଗଲା ଧାନ ବସ୍ତା। ସୂଚନା ଅନୁଯାୟୀ ଆଜି ଦିବା ୧୧ଘଟିକା ସମୟରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଖଜୁରିଆ ଗ୍ରାମର ବେଣୁଧର ପ୍ରଧାନଙ୍କ ୧ ଏକର ବିଲରୁ ଅମଳ କରି ବିଲରେ ରଖିଥିବା ଧାନ କଳେଇରେ ହଠାତ କୌଣସି କାରଣବଶତଃ ନିଆଁ ଲାଗି ଯାଇ ନିମିଷକ ମଧ୍ୟରେ ନିଆଁ ବିଲସାରା ଓ ନିକଟସ୍ଥ ଜମିକୁ ବ୍ୟାପି ଯାଇଥିଲା। ଯାହା ଫଳରେ ବେଣୁଧର ପ୍ରଧାନଙ୍କ ବିଲରେ ଥିବା ୧ଏକର ଅମଳ ଧାନ କଳେଇ ସହ ନିକଟସ୍ଥ ବିଲରେ ଥିବା ପ୍ରଦୀପ ବିଧାରଙ୍କ ୩ ବସ୍ତା ଅମଳ ଧାନ ଜଳି ପୋଡି ନଷ୍ଟ ହୋଇଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାର ଖବର ପାଇ ତୁରନ୍ତ ବାଣପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଦୀର୍ଘ ୩ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲା। କ୍ଷତିଗ୍ରସ୍ତ ଚାଷୀ ତାଙ୍କର…

