ସୀତାରାମ ଅଗ୍ରୱାଲ ବାଲୁଗାଁ: ବାଲୁଗାଁ ପୋଲିସ ଜଣେ ନାବାଳିକା ଝିଅକୁ ଅପହରଣକାରୀକୁ ଧରିବାରେ ବିଫଳ ହୋଇଥିବାରୁ ଓକିଲ ସଂଘ ଅସନ୍ତୋଷ ପ୍ରକାଶ କରିଛି। ଏପରି ଅତି ସମ୍ବେଦନଶୀଳ ଘଟଣାକୁ ନେଇ ପୋଲିସର ତଦନ୍ତ ଉପରେ ଓକିଲ ସଙ୍ଘ ସନ୍ଦେହ କରିଛି। ଏନେଇ ଆଜି ବାଲୁଗାଁ ପୋଲିସ ବିରୋଧରେ ବାଣପୁର ଓକିଲ ସଂଘ ଧର୍ମଘଟରେ ବସିଛି। ଘଟଣାରୁ ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ସାମନ୍ତସିଂହାରପୁର ଗ୍ରାମର ଜନୈକ ଓକିଲ ସୁକାନ୍ତ ପ୍ରଧାନଙ୍କ ନାବାଳିକା ଝିଅକୁ ନିକଟସ୍ଥ ଆଙ୍କୁଲାଚଟି ଗ୍ରାମର ଆକାଶ ସୁନ୍ଦରାୟ ନାମକ ବ୍ୟକ୍ତି ଅପହରଣ କରିଥିବା ଅଭିଯୋଗ ହୋଇଥିଲା। ବାପା ସୁକାନ୍ତଙ୍କ ଅଭିଯୋଗ ଅନୁଯାୟୀ, ଗତ ମାସ ୩ ତାରିଖ ରାତି ୮ ଟା ସମୟରେ ଏକ ନୀଳ ରଙ୍ଗର ମୋଟର ସାଇକେଲରେ ଆକାଶ ଆସି ତାଙ୍କ ଝିଅକୁ ଅପହରଣ କରିନେଇଥିଲା। ସୁକାନ୍ତ ଏନେଇ ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ କରି ସିଡିପିଓ ଓ ଏସପିଙ୍କୁ ଅବଗତ…
Author: Samikhsya Bureau
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩, ସୁନ୍ଦରଗଡରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡରୁ ୧୯, ଭଦ୍ରକରୁ ୧୯, ବଲାଙ୍ଗିରିରୁ ୧୯, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୩, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଗଞ୍ଜାମରୁ ୫, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୨, କୋରାପୁଟରୁ ୨, ନୟାଗଡରୁ ୧, ରାୟଗଡାରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୭ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୫ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୨ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୨୩୬ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୬୪୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୦ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ରୁସ୍ : ରୁସ୍ର ଭାସ୍କୋର୍ଟସ୍ଥାନ୍ର ଏକ ବୃଦ୍ଧାଶ୍ରମରେ 11 ଜଣ ବୟୋଜ୍ୟେଷ୍ଠଙ୍କର ମୃତ୍ୟୁ ହୋଇଛି । ମୃତ୍ୟୁବରଣ କରିଥିବା ସମସ୍ତ ବୃଦ୍ଧମାନେ ଚାଲିବୁଲି ପାରୁନଥିବାରୁ ନିଆଁରେ ପୋଡି ହୋଇଯାଇଛନ୍ତି । ସେହିପରି ଏହି ବୃଦ୍ଧାଶ୍ରମର ଘର ବାହାରକୁ ବାହାରିବା ପାଇଁ କୌଣସି ବଡ କବାଟ ନଥିବାରୁ ସେମାନଙ୍କୁ ଝରକା ବାଟେ ବାହାର କରିବାକୁ ଚେଷ୍ଟା କରାଯାଇଥିଲା । ତେବେ ବ୍ୟୟୋଜ୍ୟେଷ୍ଠଙ୍କୁ ଝରକା ବାଟେ ବାହାର କରିବା ବହୁତ କଷ୍ଟକର ଥିଲା । ତେବେ ସେହି ଘରେ କେତେଜଣ ରହିଥିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ଏନେଇ ଗଭର୍ଣ୍ଣର ଏହି ଘଟଣାସ୍ଥଳରେ ଉପସ୍ଥତି ରହି ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମୃତ ବୃଦ୍ଧମାନଙ୍କର ପରିବାର ଲୋକଙ୍କ ସହ ଯୋଗାଯୋଗ କରାଯାଉଛି ।
କୋଲକାତା : ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କୁ ଝଟ୍କା ଲାଗିଛି । ଟିଏମ୍ସିରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ କ୍ୟାବିନେଟ୍ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବାବେଳେ ଆଜି ସେ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭା ବାଚସ୍ପତି ନିକଟକୁ ପଠାଇଦେଇଛନ୍ତି । ସେ ବିଜେପିରେ ମିଶିବା ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଶୁଭେନ୍ଦୁ ଏନେଇ କୌଣସି ସୂଚନା ଦେଇନାହାନ୍ତି ।ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।
ଭୁବନେଶ୍ବର : ବହୁଚର୍ଚ୍ଚିତ ସମାଜସେବୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି । ନିଦ ବଟିକା ଖାଇ ବିଦ୍ୟାଶ୍ରୀ ଆତ୍ମହତ୍ୟା କରିଥିବାର ଉଦ୍ୟମ କରିଥିବାର ସୂଚନା ରହିଛି । ଗୁରୁତର ଅବସ୍ଥାରେ ବିଦ୍ୟାଶ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବାର ସୂଚନା ରହିଛି । ଫେସ୍ବୁକ୍ରେ ଲାଇଭ୍ କରି ନିଦ ବଟିକା ଖାଇଥିଲେ ବିଦ୍ୟାଶ୍ରୀ । ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ଦୋଷାରୋପ କରାଯାଉଥିବାରୁ ସେ ଏପରି ପଦକ୍ଷେପ ନେଇଥିବାର ସୂଚନା ରହିଛି। ମାନସିକ ଚାପଗ୍ରସ୍ତ କରାଯାଇଥିବାରୁ ଆତ୍ମହତ୍ୟା ଉଦ୍ୟମ କରିଥିବାର କହିଛନ୍ତି ବିଦ୍ୟାଶ୍ରୀ । ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ 7 ତାରିଖରେ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତଦେହ ରେଳଲାଇନ୍ରୁ ମିଳିଥିଲା । ଏହାପରେ ଏହି ମାମଲା କ୍ରାଇମ୍ବ୍ରାଞ୍ଚ ହାତକୁ ଯାଇଥିଲା ।
ତାମିଲ୍ ନାଡୁ : ତାମିଲ୍ନାଡୁର ରାଜଧାନୀ ଚେନ୍ନାଇରେ ରହୁଥିବା ଲକ୍ଷ୍ମୀସାଇ ନିଜର ପାକ୍ କଳାରେ ବୁକ୍ ଅଫ୍ ଓ୍ବାଲ୍ଡ ରେକର୍ଡସ୍ରେ ସ୍ଥାନ ପାଇଛନ୍ତି । ଲକ୍ଷ୍ମୀ ସାଇ ମାତ୍ର 58 ମିନିଟ୍ରେ 46 ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ଏହି ରେକର୍ଡର ଅଧିକାରିଣୀ ହୋଇଛନ୍ତି । ସେ ଏହାର ଶ୍ରେୟ ତାଙ୍କ ମା’ଙ୍କୁ ଦେଇଛନ୍ତି । ସେ ନିଜ ମାଙ୍କଠାରୁ ରୋଷେଇର ଟ୍ରେନିଂ ନେଇଥିଲେ । ଲକ୍ଡାଉନ୍ ସମୟରେ ଲକ୍ଷ୍ମୀ ରୋଷେଇ ଶିଖିଥିଲେ । ତାଙ୍କର ଏହି ଉଦ୍ୟମକୁ ଦେଖି ତାଙ୍କୁ ଓ୍ବାର୍ଲ୍ଡ ରେକର୍ଡ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କହିଥିଲେ ସାଇଙ୍କ ପିତା । ପୂର୍ବରୁ କେରଳର ଏକ ଝିଅ ତିରିଶ ପ୍ରକାରର ବ୍ୟଞ୍ଜନ ପ୍ରସ୍ତୁତ କରି ରେକର୍ଡ ପ୍ରସ୍ତୁତ କରିଥିଲେ । କିନ୍ତୁ ଲକ୍ଷ୍ମୀ ତାଙ୍କଠାରୁ ଅଧିକ ବ୍ୟଞ୍ଜନ ବନାଇ ନୂତନ ରେକର୍ଡ କରିଛନ୍ତି।
ଭୁବନେଶ୍ବର : ନୟାଗଡର ବହୁ ଚର୍ଚ୍ଚିତ ପରୀ ହତ୍ୟାକାଣ୍ଡ ମାମଲାରେ ହାଇକୋର୍ଟରେ ମୃତ୍ୟୁ ତଦନ୍ତର ରିପୋର୍ଟ ଦାଖଲ ହୋଇଛି। କ୍ରାଇମବ୍ରଞ୍ଚର ଏସ୍ଆଇଟି ଟିମ୍ ଏହି ରିପୋର୍ଟ ଦାଖଲ କରିଛି । ହତ୍ୟା ପୂର୍ବରୁ ପରୀ ସହ ଦୁଷ୍କର୍ମ କରାଯାଇଥିବା ରିପୋର୍ଟ ସୂଚନା ରହିଛି । ହତ୍ୟାର ମୂଳ କାରଣ ଦୁଷ୍କର୍ମ ବୋଲି ରିପୋର୍ଟରେ ଉଲ୍ଲେଖ ସୂଚନା ରହିଛି । ପରୀର ପୋଷାକରୁ ଦୁଷ୍କର୍ମ ପ୍ରମାଣ ମିଳିଥିବା ସୂଚନା ରହିଛି । ତଦନ୍ତର ଅଗ୍ରଗତି ନେଇ ମୁଦା ଲଫାପାରେ ରିପୋର୍ଟ ଦେଇଛି ଏସ୍ଆଇଟି । ନାବାଳିକାର ଫ୍ରକ୍ରୁ ସିମେନ୍ର ଚିହ୍ନ ମିଳିଥିବା ଜଣାପଡିଛି। ଆସନ୍ତା 24 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ତେବେ ଏହି ଘଟଣାର ଅଭିଯୁକ୍ତକୁ ଚିହ୍ନଟ କରାଯାଇଥିବା ସୂଚନା ରହିଛି। ଅଭିଯୁକ୍ତଜଣକ ଯଦୁପୁର ଗ୍ରାମର ହୋଇଥିବାର ସୂଚନା ରହିଛି । ସୂଚନାଯୋଗ୍ୟ, ନୟାଗଡ ଯଦୁପୁରରୁ ପରୀର ମୃତଦେହ ମିଳିଥିଲା । ଏହାପରେ ପରୀର ନ୍ୟାୟ ଦାବିରେ ତାଙ୍କ ପିତାମାତା…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦିନ ଥିଲା କୋଦଳା ନିର୍ବାଚନ ମଣ୍ଡଳୀ ରାଜ୍ୟରେ ଗୋଟିଏ ସ୍ପର୍ଶକାତର ଆସନ ଥିଲା। ଯେଉଁ ଆସନରୁ ବନମାଳୀ ମହାରଣା, କାହ୍ନୁଚରଣ ନାୟକ, ରାମକୃଷ୍ଣ ପଟ୍ଟନାୟକ, ନିରଞ୍ଜନ ପ୍ରଧାନଙ୍କ ରାଜନୈତିକ କ୍ୟାରିୟର ଥିଲା ସମୃଦ୍ଧ। ଏମାନେ ଓଡ଼ିଶା ରାଜ୍ୟ ରାଜନୀତିର ସ୍ୱର ଥିଲେ। କୃଷକ ନେତା ଭାବରେ ବନମାଳି ମହାରଣା ପରେ ଗଂଜାମ ଟାଇଗର ରାମକୃଷ୍ଣ ପଟ୍ଟନାୟକ ଓଡ଼ିଶାରେ କୋଦଳା ତଥା ପୋଲସରା ଅଂଚଳବାସୀଙ୍କ ସୁଖଦୁଃଖର ସାଥୀ ବୋଲି ପ୍ରମାଣିତ ହୋଇଥିଲେ। ପରବର୍ତ୍ତୀ ସମୟରେ କୋଦଳା ନିର୍ବାଚନ ମଣ୍ଡଳୀକୁ ଭାଙ୍ଗିଦେଇ ପୋଲସରା ନିର୍ବାଚନ ମଣ୍ଡଳୀ ହେଲା। ନିରଞ୍ଜନ ପ୍ରଧାନ ବିଧାୟକ ପଦରୁ ଯିବା ପରେ ଦୁଇଦୁଇ ଥର ବିଧାୟକ ଶ୍ରୀକାନ୍ତ ସାହୁ ଆଜି ପୋଲସରା ଅଂଚଳବାସୀଙ୍କ ବିକାଶଧାରାକୁ ନେବା ପାଇଁ ଜନପ୍ରତିନିଧି ଭାବରେ ଯେଉଁ କାର୍ଯ୍ୟ କରୁଛନ୍ତି ତା’ ଉପରେ ଏକ ଅନୁଧ୍ୟାନ ଓ ଅନୁସନ୍ଧାନ ମୂଳକ ରିପୋର୍ଟର ଆବଶ୍ୟକତା ଉପଲବଧି କରି ଆଜି ଅନେକ ରୋଚକ…
କଟକ, “ଦାଦା ବଟିକୁ ନା” ଅଭିଯାନରେ କଟକ ପୋଲିସ ୧୨ ଜଣଙ୍କୁ ଗିରଫ କରିଛି। ଦାଦା ବଟି ଅଭିଯୋଗ ପାଇବା ପରେ କଟକ ପୋଲିସ ବିଭିନ୍ନ ଥାନା ଅଂଚଳ ଚଢାଉ କରିଥିଲା। ଏଥିରେ ଚାଉଳିଆଗଞ୍ଜ ,ଜଗତପୁର, ମାଲ ଗୋଦାମ,ଓ ମର୍କତ ନଗର ରେ କଟକ ସ୍ପେଶାଲ ସ୍କୁୱାର୍ଡ ସହଯୋଗରେ ଆକସ୍ମିକ ଚଢ଼ାଉ କରି ୧୨ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ଠାରୁ ୭ ଟି ଲାଇସେନ୍ସ ବିହୀନ ପିସ୍ତଲ ,୩୫ ଟି ଜୀବନ୍ତ ଗୁଳି, ଗୋଟିଏ କାର ଜବତ କରିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଗିରଫ କରିଥିବା ଏହି ୧୨ ଜଣ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଧଳ ସାମନ୍ତ ଭାଇମାନଙ୍କ ପାଇଁ କାମ କରୁ ଥାଇ ପାରନ୍ତି ବୋଲି ପୋଲିସ ସନ୍ଦେହ କରୁଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ସମଗ୍ର ଦେଶରେ ମହାମାରୀର ରୂପ ନେଇ ଥିବା କୋଭିଡ-୧୯ ର ମୁକାବିଲା ପାଇଁ ସରକାର ଯୁଦ୍ଧ କାଳୀନ ଭିତ୍ତିରେ କୋଭିଡ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ପାଇଁ ଅସ୍ଥାୟୀ ଡାକ୍ତର ଖାନା ଓ ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତି କରିଥିଲେ। କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ ନିଯୁକ୍ତ ସ୍ୱାସ୍ଥ୍ୟକର୍ମୀ ମାନେ ନିଜ ଜୀବନକୁ ବିପନ୍ନ କରି ଦିନରାତି ସଂକ୍ରମିତ ରୋଗୀ ମାନଙ୍କ ସେବା ପ୍ରଦାନ କରିଥିଲେ। ରାଜ୍ୟ ସରକାର ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ସମ୍ମାନିତ କରିବା ପରିବର୍ତ୍ତେ କୋଭିଡ ସଂକ୍ରମଣ କମିବା ପରେ ରାଜ୍ୟ ସରକାର ନିଯୁକ୍ତି ପାଇଥିବା ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ଚାକିରିରୁ ବାହାର କରି ଦେଇଛନ୍ତି ଫଳରେ ଏହି କୋଭିଡ ଯୋଦ୍ଧା ସ୍ୱାସ୍ଥ୍ୟ କର୍ମୀ ମାନେ ଭବାନୀପାଟଣା ସ୍ଥିତ ଅସ୍ଥାୟୀ କୋଭିଡ ଡାକ୍ତରଖାନା ସମ୍ମୁଖରେ ଧାରଣାରେ ବସି ରହିଛନ୍ତି। ଜିଲ୍ଲାରେ ନିଯୁକ୍ତ ୭୨ ଜଣ ସ୍ୱାସ୍ଥ୍ୟ କର୍ମୀ ଙ୍କୁ ରାଜ୍ୟ ସରକାର ସ୍ଥାୟୀ…
ତାମିଲନାଡୁ : ଅଭିନେତାରୁ ନେତା ହୋଇଥିବା କମଲ୍ ହାସନ୍ ଏବେ ସୁପରଷ୍ଟାର୍ ରଜନୀକାନ୍ତଙ୍କ ସହିତ ରାଜନୀତିରେ ହାତ ମିଶାଇବା ନେଇ ସଂକେତ ଦେଇଛନ୍ତି । ମକ୍କଲ ନିଧି ମୈୟମ୍ (ଏମଏନଏମ)ର ଅଧ୍ୟକ୍ଷ କମଲ୍ ହାସନ୍ କହିଛନ୍ତି ଯେ, ସେ ଲୋକଙ୍କ ହିତ ପାଇଁ ଯେକୌଣସି ପ୍ରକାରର ’ଇଗୋ’କୁ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି । ରାଜନୀକାନ୍ତ ରାଜନୀତିରେ ପାଦ ଥାପିବାକୁ ସ୍ପଷ୍ଟ ଯଦିଓ କରିଛନ୍ତି, କିନ୍ତୁ ତାଙ୍କ ରାଜନୀତିର ନୀତି ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି । ରଜନୀକାନ୍ତ ଡିସେମ୍ବର 31 ତାରିଖରେ ଔପଚାରିକ ଭାବେ ତାଙ୍କ ଦଳ ଓ ରାଜନୀତିର ଯାତ୍ରା ସମ୍ପର୍କରେ ସୂଚନା ଦେବେ ବୋଲି କହିଛନ୍ତି । ରାଜନୀତିକୁ ନୂତନ ଲୋକ କିଛି ଖାସ୍ କାରଣ ପାଇଁ ଆସୁଛନ୍ତି ବୋଲି କହିଛନ୍ତି କମଲ୍ ହାସନ୍ । ତେବେ ସେ ରାଜନୀତିକୁ କିଛି ପରିବର୍ତ୍ତନ ପାଇଁ ଆସିଛନ୍ତି ବୋଲି କହିଛନ୍ତି କମଲ୍ । ରଜୀନକାନ୍ତ ମଧ୍ୟ ଏଇଆ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଥାନା ଅଂଚଳରେ ମହୁଲପାଟଣା ଘାଟିରେ ଗତ ୧୦ ତାରିଖ ଦିନ ହୋଇଥିବା ଡକାୟତି ଘଟଣାର ପର୍ଦ୍ଦାଫାଶ ହୋଇଛି। ମାଷ୍ଟର ମାଇଣ୍ଡ ସମେତ ଆଠ ଜଣ ଦୁର୍ବୃତ୍ତଙ୍କୁ ଜୟପାଟଣା ପୋଲିସ ଗିରଫ କରିବା ସହିତ ଲୁଟ ହୋଇଥିବା ଟଙ୍କ, ଗାଡି, ମାରଣାସ୍ତ୍ର, ମୋବାଇଲ ଇତ୍ୟାଦି ପୋଲିସ ଜବତ କରିଥିବା ସଂପର୍କରେ ଧର୍ମଗଡ ଏସଡିପିଓ ନାରାୟଣ ନାଏକ ତଥା ଜୟପାଟଣା ଥାନାଧିକାରିଣୀ ରଶ୍ମିତା ପ୍ରଧାନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ ଗତ ୧୦ ତାରିଖ ଦିନ ରାୟଗଡା ଜିଲ୍ଲା ଦରାଗୁଡା ଥାନା ଅନ୍ତର୍ଗତ ଡି.କରଳଗାଁ ର ଗୋରୁ ବେପାରୀ ଗୋବିନ୍ଦ ନାଏକ, ଲବ ନାଏକ, ସୁନାରୀ ନାଏକ ଓ ଭରତ ନାଏକ ଜଙ୍ଗଳ ରାସ୍ତା ଦେଇ ଜୟପାଟଣା ବଜାରକୁ ଗୋରୁ କିଣିବା ପାଇଁ ଆସୁଥିବା ବେଳେ ମହୁଳପାଟଣା ଘାଟି ଉପରେ କିଛି ଦୁର୍ବୃତ୍ତ ଅତର୍କିତ ଭାବେ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ…
ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ ୫ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୨୦ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ଅନୁଗୋଳ, ବାଲେଶ୍ବର, ବଲାଙ୍ଗୀର, କଟକ ଏବଂ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ଅନୁଗୁଳରୁ ୫୭ ବର୍ଷୀୟା ମହିଳା ଥିବାବେଳେ ବାଲେଶ୍ବରରୁ ୬୫ ବର୍ଷର ବ୍ୟକ୍ତି ରହିଥିବାବେଳେ ବଲାଙ୍ଗିରୁରୁ ୪୪ବର୍ଷୀୟ ପୁରୁଷ, କଟକରୁ ୭୨ ବର୍ଷୀୟ ପୁରୁଷ, ସୁନ୍ଦରଗଡରୁ ୬୫ବର୍ଷୀୟ ପୁରୁଷ ରହିଛନ୍ତି।
ଭୁବନେଶ୍ବର: ରାଜ୍ୟରେ ଆଜି ୪୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୩୬ ଜଣ ଚିହ୍ନଟ ହୋଇଥିବାବେଳେ ୧୭୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୭୯୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୯ହଜାର ୮୫୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୭୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୧୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍ ୩୩୫ ଜଣ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡରୁ ସର୍ବାଧିକ ୬୨ ଜଣ ଚିହ୍ନଟ ହୋଇଥିବାବେଳେ ଅନୁଗୁଳ…
ପୁନେ : କେନ୍ଦ୍ର ମନ୍ତ୍ରୀ ରାଓସାହେବଙ୍କ ଜ୍ବାଇଁ ହର୍ଷବର୍ଦ୍ଧନ ଯାଦବଙ୍କୁ ପୁନେଠାରେ ଗିରଫ କରାଯାଇଛି । ଔରଙ୍ଗାବାଦ ଜିଲ୍ଲା କନ୍ନଡ ବିଧାନସଭା ନିର୍ବାଚନ କ୍ଷେତ୍ରର ବିଧାୟକ ରହିଥିବା ହର୍ଷବର୍ଦ୍ଧନଙ୍କୁ ଗୁଣ୍ଡାଗର୍ଦ୍ଦି ପାଇଁ ଗିରଫ କରଯାଇଛି । ରାସ୍ତାରେ ଯାଉଥିବା ବାଇକ ଚାଳକଙ୍କୁ ପିଟିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବାର ସୂଚନା ରହିଛି । ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ଜ୍ବାଇଁଙ୍କୁ ରାତିସାରା ହାଜତ ଭିତରେ ରହିବାକୁ ପଡିଛି । ମିଳିଥିବା ସୂଚନା ଅନୁସାରେ ସୋମବାର ଦିନ ରାତ୍ରି 8ରୁ 9 ଘଟିକା ସମୟରେ ହର୍ଷବର୍ଦ୍ଧନ ଯାଧବ ପୁଣେରୁ କାର୍ ଯୋଗେ କୁଆଡେ ଯାଉଥିଲେ । ହର୍ଷବର୍ଦ୍ଧନ କାର୍ର ଡୋର୍ ଖୋଲିବା ସମୟରେ ଏକ ବାଇକ୍ ଆଜି କାର୍ର ଡୋର୍ରେ ବାଡେଇ ହୋଇଥିଲା । ଏହାପରେ ବାଇକ୍ ଚାଳକ ଓ ତାଙ୍କ ସହ ଥିବା ମହିଳା ରାସ୍ତାରେ ପଡିଯାଇଥିଲେ । ଏହି ଘଟଣାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ହର୍ଷବର୍ଦ୍ଧନ ବାଇକ୍…
ପ୍ରୟାଗରାଜ : କୁହାଯାଏ, ବିବାହ ସ୍ବର୍ଗରେ ସ୍ଥିର ହୋଇଥାଏ, ଏଠାରେ ମିଳନ ହୋଇଥାଏ । ବିବାହ ସାତ ଜନ୍ମର ସମ୍ପର୍କ । 2006ରେ ସୂରଜ ବଡଜାତ୍ୟାଙ୍କ ଲୋକପ୍ରିୟ ଫିଲ୍ମ ’ବିବାହ’ ପରି ଅସଲ ବିବାହ ଅନୁଷ୍ଠିତ ହୋଇଛି । ଏହି ଫିଲ୍ମର କଥାବସ୍ତୁ ଅନୁଯାୟୀ ଅଭିନେତ୍ରୀ ଅମୃତା ରାଓ ବିବାହର କିଛି ଘଣ୍ଟା ପୂର୍ବରୁ ନିଜ ଭଉଣୀକୁ ରକ୍ଷା କରିବାକୁ ଯାଇ ଜଳି ଯାଇଛନ୍ତି । ମାତ୍ର ଶାହିଦ୍ କପୁର୍ ତାଙ୍କୁ ବିବାହ କରିଛନ୍ତି । ଠିକ୍ ଏହିପରି ଏକ ସମାନ କାହାଣୀ ଆଜି ବାସ୍ତବ ରୂପ ନେଇଛି । ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ବାସ୍ତରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସଙ୍ଗମ ନଗରୀ ପ୍ରୟାଗରାଜଠାରେ ଜଣେ ହାତରେ ମେହେନ୍ଦୀ ପିନ୍ଧି ନବବଧୂ ହସ୍ପିଟାଲ ବେଡ୍ରେ ପଡି ରହିଥିବାବେଳେ ତାଙ୍କ ପାଖରେ ତାଙ୍କ ସ୍ବାମୀ ବସି ତାଙ୍କର ଦେଖାରେଖା କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ ପ୍ରତାପଗଡର କୁଣ୍ଡା ଅଞ୍ଚଳର…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀ ରେ ଚାରି ଘଣ୍ଟା ପାଇଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳେଇ ସୂଚନା ଦେଇଛନ୍ତି। ନାଭାଲ ଗ୍ରୀଡ଼ର ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ଆସନ୍ତାକାଲି ସକାଳ ୮ ଘଟିକାରୁ ମଧ୍ୟାହ୍ନ ୧୨ ଘଟିକା ଯାଏଁ ବାଣପୁର, ବାଲୁଗାଁ ଏବଂ ଚିଲିକା ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ। ନାଭାଲ ଗ୍ରୀଡ଼ ଅଧୀନରେ ଆସୁଥିବା ସମସ୍ତ ବିଦ୍ୟୁତ ଉପଭୋକ୍ତା ମାନଙ୍କୁ ଏହି ପରିପ୍ରେକ୍ଷୀରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ଉପଖଣ୍ଡ ଅଧିକାରୀ ଶ୍ରୀ ଦଳେଇ। ମିଳିଥିବା ସୂଚନା ଅନୁସାରେ ବାଣପୁର ବ୍ଲକର ସମସ୍ତ ଅଞ୍ଚଳ, ବାଣପୁର ଏନଏସି, ବାଲୁଗାଁ ଏନଏସିର ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବନ୍ଦ ରହିବ ବୋଲି ସୂଚନା ରହିଛି। ସେହିପରି ଚିଲିକା ବ୍ଲକ୍ର ସୋରଣ ଓ ଚଣ୍ଡେଶ୍ବର ପଞ୍ଚାୟତ ବାଦ୍ ଅନ୍ୟ ସମସ୍ତ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ବନ୍ଦ ରହିବ ବୋଲି…
ନୂଆଦିଲ୍ଲୀ: ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୩୮୨ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୮୭ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୩୮୨ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ଲକ୍ଷ ୩୨ ହଜାର ୫୪୮ ରେ ପହଞ୍ଚିଛି। ୩୮୭ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୪ ହଜାର ୯୬ ରେ ପହଞ୍ଚିଛି। ସେହିପରି ଦେଶରେ ମୋଟ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ଲକ୍ଷ ୫୬ ହଜାର ୪୪୯ ରହିଥିବା ବେଳେ ୩ ଲକ୍ଷ ୩୨ ହଜାର ୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।
ଭୁବନେଶ୍ବର: ଆଜିଠାରୁ ଖରମାସ ଆରମ୍ଭ ହୋଇଛି। ଏହି ମାସରେ କୌଣସି ମାଙ୍ଗଳିକ ଅଥବା ଶୁଭକାର୍ଯ୍ୟ କରାଯାଏ ନାହିଁ। ଏହି ମାସରେ ଶୁଭ କାର୍ଯ୍ୟ କରିବାକୁ ବାରଣ କରାଯାଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସୂର୍ଯ୍ୟ ରାଶି ପରିବର୍ତ୍ତନ କରିଥାନ୍ତି। ଯେବେ ସେ ଧନୁ ରାଶିରେ ପ୍ରବେଶ କରିଥା’ନ୍ତି ସେବେଠାରୁ ଖରମାସ ଲାଗୁ ହୋଇଥାଏ। ସୂର୍ଯ୍ୟ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କଲେ ଖର ମାସର ଶେଷ ହୋଇଥାଏ। ଏହି ମାସଟି ଆଧ୍ୟାତ୍ମିକ ରୂପରେ ବିଶେଷ ମହତ୍ତ୍ବ ରଖିଥାଏ। ଏହି ମାସରେ ଜପ-ତପ ବା ଦାନ କରିବା ଦ୍ବାରା ବିଶେଷ ଫଳ ପ୍ରାପ୍ତି ହୋଇଥାଏ। ସେହିପରି ଏହି ମାସରେ କିଛି ବିଶେଷ ଉପାୟ କରିବା ଦ୍ବାରା ଐଶ୍ବର୍ଯ୍ୟ ପ୍ରାପ୍ତି ହେବା ସହ ଧନ ସମ୍ବନ୍ଧୀୟ ସମସ୍ୟାର ଅନ୍ତ ହୋଇଥାଏ। ଜାଣନ୍ତୁ ଜ୍ୟୋତିଷ ଶାସ୍ତ୍ରରେ ବର୍ଣ୍ଣିତ ହୋଇଥିବା ଏହି ଉପାୟଗୁଡିକ କ’ଣ ଏକାଦଶୀ ବ୍ରତ ପାଳନ ଖରମାସରେ ପଡୁଥିବା ଏକାଦଶୀ ବ୍ରତ ପାଳନ…
ନୂଆଦିଲ୍ଲୀ, ଡିସେମ୍ବର 16 ରାଶିଫଳ: ଆଜି ସଙ୍କଟରେ ପରିପୂର୍ଣ୍ଣ, ଏହି ଲୋକମାନେ ମାନସିକ ଚାପ ପାଇବେ, ସେମାନଙ୍କର ଅବସ୍ଥା ଜାଣିବେ । ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ…

