ଭୁବନେଶ୍ବର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବାବେଳେ ଆଜି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ଦେଖାଦେଇଛି। ରାଜ୍ୟରେ ଆଉ 4 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା 1815କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରେ ମୟୂରଭଞ୍ଜରୁ 2 ଜଣ ଥିବାବେଳେ ଜଗତସିଂହପୁର ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୟୂରଭଞ୍ଜର ଦୁଇ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ 64 ବର୍ଷୀୟ ପୁରୁଷ ରହିଥିବାବେଳେ ଜଗତସିଂହପୁରରୁ 59 ବର୍ଷୀୟ ପୁରୁଷ, ସମ୍ବଲପୁରରୁ 40 ବର୍ଷୀୟ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୩୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୭୪ ଜଣ ଚିହ୍ନଟ ହୋଇଥିବାବେଳେ ୧୨୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ହଜାର ୩୮୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୧୯ହଜାର ୪୫୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩ ହଜାର ୬୩ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୮୧୫ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୨୬ଟି ଜିଲ୍ଲାରୁ ମୋଟ୍ ୩୦୦ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ସର୍ବାଧିକ ୪୪ ଜଣ ଚିହ୍ନଟ ହୋଇଥିବାବେଳେ ବାଲେଶ୍ୱର…
ଭୁବନେଶ୍ୱର : ପ୍ରଦୀପ ପାଣିଗ୍ରାହୀଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ । ରିମାଣ୍ଡରେ ନେବାକୁ ଭୁବନେଶ୍ବର ଏସ୍ଡିଜେଏମ୍ କୋର୍ଟ ଅନୁମତି ଦେଇଥିବା ଜଣାପଡିଛି। ଭାବୀ ଜ୍ବାଇଁ ଆକାଶଙ୍କ ସହ ସାମ୍ନାସାମ୍ନି ଜେରା କରିପାରେ କ୍ରାଇମ୍ବ୍ରାଞ୍ଚ୍। ଆଜିଠାରୁ ଦୁଇ ଦିନ ପାଇଁ ରିମାଣ୍ଡରେ ଯିବେ ପ୍ରଦୀପ ପାଣିଗ୍ରାହୀ । ଆକାଶଙ୍କ ଠକେଇ, ଜାଲିଆତି ମାମଲାରେ ପ୍ରଦୀପଙ୍କ ସମ୍ପୃକ୍ତି ସମ୍ପର୍କରେ ଖୋଳତାଡ କରିବ କ୍ରାଇମ୍ବ୍ରାଞ୍ଚ। ଏହି କ୍ରାଇମ୍ ବ୍ରାଞ୍ଚ ଟିମ୍ରେ 5ଜଣ ବରିଷ୍ଠ ଅଧିକାରୀ ରହିଛନ୍ତି । ସୂଚନାଯୋଗ୍ୟ ଯେ, ଜନ ବିରୋଧି କାର୍ଯ୍ୟ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରିଥିଲେ । ଏହାପରେ ଅଭୟ ପାଠକ ଓ ଆକାଶ ପାଠକ ଲିଙ୍କ, ବେଆଇନ ଅର୍ଥ କାରବାର ଓ ଚାକିରୀ ଜାଲିଆତି ନେଇ ପ୍ରଦୀପଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ।
ଲଣ୍ଡନ : ଦୁନିଆରେ କରୋନା ଭାଇରସର କାୟା ଥମିବାରେ ନାଁ ନେଉନାହିଁ । ପ୍ରତ୍ୟେକ ଦିନ ନୂତନ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହା ମଧ୍ୟରେ ବ୍ରିଟେନ୍ରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ଦେଖାଦେଇଛି । ବ୍ରିଟେନ୍ରେ ଏବେ ଦେଖାଦେଇଥିବା କରୋନାରେ ଶକ୍ତିଶାଳୀ ଷ୍ଟ୍ରେନ୍ ଦେଖିବାକୁ ମିଳିଛି । ବ୍ରିଟେନ୍ରେ ଚିହ୍ନଟ ହୋଇଥିବାର କରୋନା ମାମଲାରେ ଏବେ ନୂତନ ପ୍ରକାର ଦେଖଯାଉଛି ଅର୍ଥାତ୍ ଏହି ଭାଇରସ୍ ଏବେ ନୂତନ ପ୍ରକାରରେ ଚିହ୍ନଟ ହୋଇଛି । ଏହାକୁ ଦୃଷ୍ଟିରେ ରଖି ବ୍ରିଟେନ୍ ସରକାର ଶକ୍ତ ଲକ୍ଡାଉନ୍ ଜାରି କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହାପରେ ବ୍ରିଟେନ୍ରେ ଲକ୍ଡାଉନ୍ର ଘୋଷଣା କରାଯାଇଛି । କରୋନା ମାମଲାରେ ନୂତନ ପ୍ରକାରର ଚିହ୍ନଟ ହେବା ପରେ ଦେଶର ରାଜଧାନୀ ତଥା ଏହାର ଆଖପାଖ ଅଞ୍ଚଳରେ ବୁଧବାର ଦିନ କଡା ଲକ୍ଡାଉନ୍ ଲଗାଯିବା ନେଇ ସୂଚନା ରହିଛି । ଏହି ନୂତନ କରୋନା ଭାଇରସ୍…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ ଫାଶୀ ପଞ୍ଚାୟତର ବିଲିପଡା ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ଆରମ୍ଭ ହୋଇ ଯାଇଛି ପ୍ରସ୍ତୁତି। ପ୍ରସ୍ତୁତି ଆରମ୍ଭ କଲେ ବିଧାୟିକା। ଆଜି କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନଙ୍କ ଉପସ୍ଥିତିରେ ବିଲିପଡା ଠାରେ ଏନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆପଡ଼ା ବ୍ଳକ ଅଧ୍ୟକ୍ଷ ପ୍ରତିନିଧି ବିଜୟ କୁମାର ଦୋରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଶୀ ସରପଞ୍ଚ ନବୀନ ଦଳେଇ, ବ୍ଲକ ସ୍ତରୀୟ ଅଧିକାରୀ ମାନେ ବିଲିପଡା ଗ୍ରାମକୁ ଯାଇ ଗ୍ରାମର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ପରିମଳ ବ୍ୟବସ୍ଥା, ଡ୍ରେନେଜ୍ ବ୍ୟବସ୍ଥା ସମେତ ବହୁ ମୌଳିକ ସୁବିଧା ଗୁଡିକ କିଭଳି ଭାବେ ତୁରନ୍ତ ଲାଗୁ କରାଯିବ ସେ ନେଇ ବିଭିନ୍ନ ବିଭାଗର ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ ବିଧାୟିକା। ଗ୍ରାମକୁ ଆଦର୍ଶ ଗ୍ରାମ କରିବା ପାଇଁ ସରକାରଙ୍କ…
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ହାର ଖସିବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨ ହଜାର ୬୫ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୫୪ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ବିଗତ ୫ ମାସ ମଧ୍ୟରେ କରୋନା ସଂକ୍ରମଣ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବା ସୂଚନା ଅନୁସାରେ ଭାରତରେ କରୋନାର ସର୍ବମୋଟ ମାମଲା ୯୯ ଲକ୍ଷ ୬ ହଜାର ୧୬୫ରେ ପହଞ୍ଚିଥିବାବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଏକ ଲକ୍ଷ ୪୩ ହଜାର ୭୦୯ରେ ପହଞ୍ଚିଛି । ସେହିପରି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ହାର ହ୍ରାସ ପାଇବାରେ ଲାଗିଛି । ଦେଶରେ ଏବେସୁଦ୍ଧା ୩ ଲକ୍ଷ ୩୯ ହଜାର ୮୨୦ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ୯୪ ଲକ୍ଷ ୨୨ ହଜାର ୬୩୬ ଜଣ ଲୋକ ସୁସ୍ଥ ହୋଇଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରୁ ସର୍ବାଧିକ ୨୯୪୯ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ, ଡିସେମ୍ବର 16 ରାଶିଫଳ: ଆଜି ସଙ୍କଟରେ ପରିପୂର୍ଣ୍ଣ, ଏହି ଲୋକମାନେ ମାନସିକ ଚାପ ପାଇବେ, ସେମାନଙ୍କର ଅବସ୍ଥା ଜାଣିବେ। ମେଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ। ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ। ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ। ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ। ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ। ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ…
ମେଷ- ଆଜିର ଦିନରେ ଆପଣ ଥକ୍କା, ଅଳସୁଆ ଏବଂ ଚିନ୍ତା ଅନୁଭବ କରିବେ। ଆଜି ଆପଣ ଉତ୍ସାହିତ ଅନୁଭବ କରିବେ ନାହିଁ । ଆପଣ କଥାରେ କଥାରେ କ୍ରୋଧିତ ହେବେ । ଯାହା ଫଳରେ ଆପଣଙ୍କର କାମ ବାଧାପ୍ରାପ୍ତ ହେବ। ଆପଣଙ୍କର ଚାକିରି, ବ୍ୟବସାୟ, ଯାଗା କିମ୍ବା ଘର ଉପରେ ସମସ୍ୟା ସୃଷ୍ଟି ହୋଇପାରେ। ହେଲେ ଯତ୍ନ ନିଅନ୍ତୁ ସୁଧାର ଆସିପାରେ। ହୁଏତ କିଛି ଧାର୍ମିକ କିମ୍ବା ମାଙ୍ଗଳିକ କାର୍ଯ୍ୟକୁ ଯିବାକୁ ପଡିପାରେ । ବୃଷ- ଆଜି ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ ଅସୁସ୍ଥତା ଅନୁଭବ କରିବେ। କୈଣସି ନୂତନ କାର୍ଯ୍ୟ ଆରମ୍ଭ ନ କରିବାକୁ ପରାମର୍ଶ ଦିଆଯାଇଛି। ଖାଇବା ଏବଂ ପିଇବାରେ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଖରାପ ହେବାର ସମ୍ଭାବନା ଅଧିକ । ସମ୍ଭବ ହେଲେ ସ୍ଥାନାନ୍ତରଣକୁ ଏଡାଇ ଦିଆଯାଇପାରେ । ଆପଣ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଆପଣଙ୍କର କାର୍ଯ୍ୟ ସମାପ୍ତ କରିବାକୁ ସମର୍ଥ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ଚାଣକ୍ୟ ନୀତିରେ ସତ୍ ଲୋକଙ୍କର ସଜ୍ଞା ନିରୂପଣ କରିଛନ୍ତି। ସେ କହିଛନ୍ତି ଯେ, ଆପଣ କେବେବି ଭାନ୍ତୁ ନାହିଁ ସବୁ ସ୍ଥାନରେ ସତ ଲୋକେ ଥିବେ। ଚାଣକ୍ୟ କେତେକ ଉଦାହରଣ ପ୍ରଦାନ କରିଛନ୍ତି। ମାଣିକ ହେଉଛି ଏକ ମୂଲ୍ୟବାନ ପଥର ଯାହା ପାହାଡରେ ଥାଏ। ହେଲେ ସବୁ ପାହଡରେ ମାଣିକ ମିଳେ ନାହିଁ। ସେହିପରି ମୋତି ହେଉଛି ଏକ ଜୀବଜ ପଦାର୍ଥ। ଏହା ଶାମୁକାରୁ ମିଳିଥାଏ। ହେଲେ ସବୁ ଶାମୁକାରୁ ମୋତି ମିଳି ନ ଥାଏ। ଚନ୍ଦନ କାଠରୁ କେବଳ ଚନ୍ଦନ ବାହାରିବ, ହେଲେ ସବୁ କାଠରୁ ଚନ୍ଦନ ବାହାରିବ ନାହିଁ। ସେଥିପାଇଁ ଯେ କୌଣସି ବ୍ୟକ୍ତି ସତ୍, ଭଦ୍ର, ଶିକ୍ଷିତ, ଜ୍ଞାନୀ, ଚରିତ୍ରବାନ, ଧର୍ମପରାୟଣ, ମାର୍ଜିତ ହୋଇଥିବ ବୋଲି କେବେ ଭାବିବେ ନାହିଁ।
ଭୁବନେଶ୍ବର, ରାଜ୍ୟ କ୍ୟାବିନେଟରେ ତିନୋଟି ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ନିଆଯାଇଛି। ସେହି ଖୁସିରେ ପୁରୀ, ଭୁବନେଶ୍ବର ଏବଂ ଯାଜପୁରରେ ବେଶ ଖୁସିର ଲହରୀ ଖେଳିଯାଇଛି। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି। ପ୍ରଥମେ ଭୁବନେଶ୍ବରରେ ଥିବା ପ୍ରଭୃ ଲିଙ୍ଗରାଜ ମନ୍ଦିର ପରିଚାଳନା ପାଇଁ ଏକ ସ୍ବତନ୍ତ୍ର ଆଇନ ଆସିଥିଲା। ଏଥିରେ ମନ୍ଦିର ପରିଚାଳନା ପାଇଁ ଏକ କମିଟ ଗଠନ କରାଯିବ ବୋଲି ନିଷ୍ପତି ହୋଇଛି। ଏହି କମିଟ ଲିଙ୍ଗରାଜ ମନ୍ଦିର, ମନ୍ଦିର ବେଢାରେ ଥିବା ମନ୍ଦିର, ଏହା ସହିତ ସଂଲଗ୍ନ ଥିବା ମଠ ଏବଂ ସମ୍ପତ୍ତି ପରିଚାଳନା ଏହି କମିଟ କରିବ। କମିଟ ଗଠନ ପକ୍ରିୟା, କ୍ଷମତା ପ୍ରଭୃତି ନିର୍ଦ୍ଧାରଣ କରାଯାଇଛି। ତେବେ ବିଧାନସଭା ନ ଥିବାରୁ ଅର୍ଡାନସ ଭାବେ ସରକାର ଆଇନ କରିବା ପାଇଁ କ୍ୟାବିନେଟରେ ଉପସ୍ଥାପିତ କରିଥିଲେ। ଯାହାକୁ କ୍ୟାବିନେଟ ମୋହର ମାରିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲିଙ୍ଗରାଜ ମନ୍ଦିର ବିକାଶ କାର୍ଯ୍ୟକୁ ତଦାରଖ କରିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ନେତୃତ୍ଵରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ଗତ ଜୁନ ମାସରେ ମହାକାଶ କ୍ଷେତ୍ର ପାଇଁ ଏକ ଐତିହାସିକ ନିଷ୍ପତ୍ତି ନେଇଥିଲେ । ମହାକାଶ କାର୍ୟ୍ୟକଳାପ କ୍ଷେତ୍ରରେ ଭାରତୀୟ ଘରୋଇ କ୍ଷେତ୍ରର ଅଂଶଗ୍ରହଣ ସମ୍ପର୍କରେ ସେଥିରେ ନିଷ୍ପତ୍ତି ନିଆଯାଇଥିଲା । ଭାରତୀୟ ଜାତୀୟ ମହାକାଶ କାର୍ୟ୍ୟକଳାପ ବୃଦ୍ଧି ଓ ଏହାର ତତ୍ଵାବଧାନ କେନ୍ଦ୍ର (ଆଇଏନ-ଏସପିଏସିଇ)ର ସ୍ଥାପନା ସହ ଏହି ସଂସ୍ଥାର ଏକ୍ଷେତ୍ରରେ ଘରୋଇ ଓ ଷ୍ଟାର୍ଟଅପ୍ସ କମ୍ପାନୀମାନଙ୍କ ଭାଗିଦାରୀତା ପାଇଁ ପଥ ସୁଗମ କଲା । ଏହି ପରିପ୍ରେକ୍ଷୀରେ ଆଇଏନ-ଏସପିଏସିଇ ଲାଗି ଅନେକ ପ୍ରସ୍ତାବ ଦିଆଯାଇଥିଲା । ପ୍ରସ୍ତାବଗୁଡିକ ମଧ୍ୟରେ କ୍ଷୁଦ୍ର ଉପଗ୍ରହ ଉତକ୍ଷେପଣ ଯାନ, ଗ୍ରାଉଣ୍ଡ ଷ୍ଟେସନ, ଇନ୍ଧନ ଉପଯୋଗ ପ୍ରକ୍ରିୟା ଇତ୍ୟାଦି ଅନ୍ତର୍ଭୁକ୍ତ । ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଧାନମନ୍ତ୍ରୀ ମହାକାଶ କ୍ଷେତ୍ରରେ ସେମାନଙ୍କ ଅଭିଜ୍ଞତା ବାଣ୍ଟି ଥିବାରୁ ଅଂଶଗ୍ରହଣକାରୀ ମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ ଯେ, ମହାକାଶ କ୍ଷେତ୍ରରେ ଭାରତର ସାମର୍ଥ୍ୟ ପ୍ରଦର୍ଶନର…
ରମେଶ ମହାନ୍ତି ଜଗତସିଂହପୁ୍ର: ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୬୧୨୦ରେ ଛଅ ବର୍ଷ ପୂରଣ କରିଥିବା କିଛି ବରିଷ୍ଠ ଓ କନିଷ୍ଠ କିରାଣିଙ୍କର ଗତ ୪ତାରିଖରେ ବଦଳୀ କରାଯାଇଛି। ଏଥିରେ ଚଞ୍ଚକତା କରାଯାଇଥିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ସୂଚନାନୁଯାୟୀ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ରଂଜନ ପଣ୍ଡା ଓ ସତ୍ୟ ନାୟକଙ୍କୁ ୧୦ ବର୍ଷ ହେବ ଗୋଟିଏ ବିଭାଗ ଦାଇତ୍ବରେ ଦେଖିବାକୁ ମିଳୁଛି। ୨୦୧୫ ମସିହାରେ ହାଇସ୍କୁଲକୁ ଡେପିଟେସନ କରାଯାଇଥିଲେ ବି ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ସୂଚନା ମିଳିଛି। ନିୟମ ଅନୁଯାୟୀ କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଜଣେ ଅତି ବେଶିରେ ୩ ବର୍ଷ ରହିବା କଥା। କିନ୍ତୁ ଉପରୋକ୍ତ ଦୁଇ କର୍ମଚାରୀ ୧୦ ବର୍ଷ ହେବ କାମ କରୁଥିଲେ ବି ତାଙ୍କ ପାଇଁ ଏହି ନିୟମ କିପରି କାମ କରୁ ନାହିଁ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟ ପକ୍ଷରେ…
ନୂଆଦିଲ୍ଲୀ: କରୋନା ଟିକା ପାଇଁ କେନ୍ଦ୍ର ସରକାର ପକ୍ଷରୁ ଗାଇଡଲାଇନ ଜାରି କରାଯାଇଛି। ଟିକା ନେବା ପାଇଁ କୋ-ୱିନ ଆପ୍ ମାଧ୍ୟମରେ ପଞ୍ଜୀକରଣ କରିବା ଆବଶ୍ୟକ ବୋଲି କୁହାଯାଇଛି। ପଞ୍ଜୀକରଣ ପାଇଁ ୧୨ ପ୍ରକାର ପରିଚୟପତ୍ର ଦେଖାଇବା ଜରୁରୀ। ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡିଏଲ୍, ପାସପୋର୍ଟ, ପେନସନ ପରିଚୟ ପତ୍ର, ପାନ କାର୍ଡ ଇତ୍ୟାଦି ୧୨ ପ୍ରକାରର ପରିଚୟପତ୍ର ଅପରିହାର୍ଯ୍ୟ। ଟିକାକରଣ କେନ୍ଦ୍ରରେ ପଞ୍ଜୀକୃତ କରିଥିବା ବ୍ୟକ୍ତିଙ୍କୁ ଟିକା ମିଳିପାରିବ। ପ୍ରତି କେନ୍ଦ୍ରରେ ଦୈନିକ ଶହେରୁ ୨ଶହ ଲୋକଙ୍କୁ ଟିକା ଦିଆଯିବ। ଟିକା ନେଲା ପରେ ଜଣେ ବ୍ୟକ୍ତିଙ୍କୁ ୩୦ ମିନିଟ ପର୍ଯ୍ୟନ୍ତ ଅନୁଧ୍ୟାନରେ ରଖାଯିବ। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ଲୋକଙ୍କୁ ଟିକା ପ୍ରଦାନ କରାଯିବ। ଯେଉଁଥିରେ ୬୦ କୋଟି ଟିକା ଡୋଜ୍ ପାଇଁ ବ୍ୟବସ୍ଥା ହୋଇଛି।
ଭୁବନେଶ୍ଵର: ଆଜି ରାଜ୍ୟରୁ ୩୮୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୪୨, ଖୋର୍ଦ୍ଧାରୁ ୩୯, କଟକରୁ ୩୫, ମୟୂରଭଞ୍ଜରୁ ୨୮, ଅନୁଗୁଳରୁ ୨୪, ବରଗଡରୁ ୨୧, ବଲାଙ୍ଗିରିରୁ ୧୮, କଳାହାଣ୍ଡିରୁ ୧୮, କେନ୍ଦୁଝରରୁ ୧୮, କେନ୍ଦ୍ରାପଡାରୁ ୧୭, ନୂଆପଡାରୁ ୧୭, ସମ୍ବଲପୁରରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, ବାଲେଶ୍ବରରୁ ୯, ଯାଜପୁରରୁ ୭, ଝାରସୁଗୁଡାରୁ ୭, ଦେବଗଡରୁ ୫, କୋରାପୁଟରୁ ୫, ନୟାଗଡରୁ ୪, ରାୟଗଡାରୁ ୪, ଗଞ୍ଜାମରୁ ୩, ଢେଙ୍କାନାଳରୁ ୨, କନ୍ଧମାଳରୁ ୧, ମାଲକାନଗିରିରୁ ୧, ନବରଙ୍ଗପୁରରୁ ୧, ସୋନପୁରରୁ ୧ ଓ ଷ୍ଟେଟପୁଲରୁ ୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୯ ହଜାର ୫୪୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୩୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୪ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୦ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୨୪ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ହଜାର ୧୭୯ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୫୮୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୮ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୩୦ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର ଉନ୍ନତି ପାଇଁ ରାଜ୍ୟ କ୍ୟାବିନେଟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ଏକ ସ୍ୱତନ୍ତ୍ର ଆଇନ ପ୍ରସ୍ତୁତ କରାଯାଇଛି। ବିଧାନସଭା ମୁଲତବୀ ଥିବାରୁ ଅଧ୍ୟାଦେଶ ମାଧ୍ୟମରେ ଏହି ଆଇନକୁ ଲାଗୁ କରିବା ନିମନ୍ତେ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଶ୍ରଲିଙ୍ଗରାଜ ମନ୍ଦିର, ଏହାର ସମ୍ପତ୍ତି ଓ ପରିସର ମଧ୍ୟରେ ଓ ବାହାରେ ଥିବା ଅନ୍ୟମନ୍ଦିର, ପବିତ୍ର ସ୍ଥାନ ଓ ମଠ ସମ୍ପର୍କିତ ବ୍ୟପାରଗୁଡ଼ିକର ସୁପରିଚାଳନା ଓ ସୁଶାସନକୁ ଦୃଷ୍ଟିରେ ରଖି ଏହାର ପରିଚାଳନା ଦାୟିତ୍ୱ ଏକ କମିଟିକୁ ନ୍ୟସ୍ତ କରିବା ନିମନ୍ତେ ଏକ ଅଧ୍ୟାଦେଶକୁ ଆଜି କ୍ୟାବିନେଟ ବୈଠକରେ ଅନୁମୋଦନ କରାଯାଇଛି। ଏହି ଅଧ୍ୟାଦେଶରେ ମନ୍ଦିରର ସୁପରିଚାଳନା ନିମନ୍ତେ ବିସ୍ତୃତ ଭାବେ ବ୍ୟବସ୍ଥା ହୋଇଛି। ପରିଚାଳନା କମିଟି ଗଠନ, କମିଟିର ସଭ୍ୟ ସଂଖ୍ୟା, କମିଟିର ଦାୟିତ୍ୱ ଓ କ୍ଷମତା, ପରିଚାଳକଙ୍କର କ୍ଷମତା ଓ ଦାୟିତ୍ୱ, ମନ୍ଦିରର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ସୁରକ୍ଷା ଓ ପରିଚାଳନା,…
ଭୁବନେଶ୍ୱର: ସୁମା ରିଅଲ ମିଡିଆର ଦ୍ୱିତୀୟ ଓଡିଆ ଚଳଚ୍ଚିତ୍ର ‘ମନ ମୋ ନେଇ ଗଲୁରେ’ର ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଯାଇଛି। ନ୍ୟୁଜ୍- ୭ କାର୍ଯ୍ୟାଳୟରେ ବିଘ୍ନ ହର୍ତ୍ତା ଶ୍ରୀ ବିନାୟକଙ୍କର ଚରଣାରବିନ୍ଦରେ ଭକ୍ତି ଅର୍ଘ୍ୟ ପ୍ରଦାନ ପୂର୍ବକ ଏହାର କାହାଣୀର ପୂଜାର୍ଚ୍ଚନା କରାଯାଇଥିଲା। ସୁମା ରିଅଲ ମିଡିଆର ସିଇଓ ସୁନୀଲ ଦାସଙ୍କ ଉପସ୍ଥିତିରେ ସ୍କ୍ରିପ୍ଟ ପୂଜା ଅନୁଷ୍ଠିତ ହୋଇଥିଲା। ଚଳଚ୍ଚିତ୍ରର କାହାଣୀ ଦିଲ୍ଲୀପ କୁମାର ଦାସ ରଚନା କରିଥିବା ବେଳେ, ସୁନୀଲ କୁମାର ଦାସ ପ୍ରଯୋଜନା କରିଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ସଞ୍ଜୟ ନାୟକ ଦେଉଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶକ ହେଉଛନ୍ତି ବୈଦନାଥ ଦାସ। ଏହି ଚଳଚ୍ଚିତ୍ରର କାହାଣୀ ଯୁବପୀଢିଙ୍କୁ ନେଇ ହୋଇଛି। କଲେଜ୍ରେ ପାଠ ପଢିବା ବେଳେ ହେଉଥିବା ବିଭିନ୍ନ ଘଟଣାବଳୀକୁ ନେଇ ଏହି ସିନେମାର କାହାଣୀ ରଚନା କରାଯାଇଛି। କଲେଜର ପଢା ମାହୋଲ ସହ ଅନ୍ୟ ଚାଳିଚଳନ ଭିତରେ ପିଲାମାନେ କିପରି ବାଟବଣା ହୋଇଯାଆନ୍ତି ମାତ୍ର ଅନ୍ୟ କିଛି…
ଜୟପୁର: ରାଜସ୍ଥାନର ଗ୍ରାମାଞ୍ଚଳ ନିର୍ବାଚନରେ ବିଜେପିର ବୃହତ ବିଜୟ ପରେ ସହରାଞ୍ଚଳରେ ବିଫଳ ହୋଇଛି। ଦଳ କଂଗ୍ରେସ ଠାରୁ ପରାସ୍ତ ହୋଇଛି। ୧୨ଟି ଜିଲ୍ଲାର ୫୦ଟି ପୌରପାଳିକା ନିର୍ବାଚନରେ କଂଗ୍ରେସ ବାଜିମାତ କରିଛି। କଂଗ୍ରେସ ୧୪ଟି ପୌରପାଳିକାରେ ଜିତିଥିବା ବେଳେ ବିଜେପି ମାତ୍ର ୪ଟିରେ ଜିତି ପାରିଛି। ବାକି ୩୨ଟି ମ୍ୟୁନସିପାଲ ପରିଷଦରେ କେଉଁ ଦଳ ବୋର୍ଡ ଗଠନ କରିବ ଚୁଡାନ୍ତ ହୋଇପାରିନି। ସେଥିପାଇଁ ସ୍ଵାଧିନ ପ୍ରାର୍ଥୀଙ୍କ ଉପରେ ଦୁଇ ଦଳର ନଜର ରହିଛି। କାରଣ ସେମାନଙ୍କ ବିନା ସମର୍ଥନରେ ବିଜେପି କିମ୍ବା କଂଗ୍ରେସ ବୋର୍ଡ ଗଠନ କରିପାରିବେ ନାହିଁ। କିନ୍ତୁ ସ୍ୱାଧୀନ ପ୍ରାର୍ଥୀଙ୍କ ସହଯୋଗରେ କଂଗ୍ରେସ ୪୧ଟି ପୌରପାଳିକାରେ ବୋର୍ଡ ଗଠନ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି। ତେବେ ୧୨ଟି ଜିଲ୍ଲାର ୧୭୭୫ଟି ଆସନ ପାଇଁ ନିର୍ବାଚନ ହୋଇଥିଲା। ଏଥିରୁ କଂଗ୍ରେସ ୬୧୯ଟି ଜିତିଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୫୯୫ ୱାର୍ଡରେ ବାଜିମାତ କରିଛନ୍ତି ଏବଂ ବିଜେପି ୫୪୯ଟି…
ଭୁବନେଶ୍ବର, ମନ୍ତ୍ରୀ ଅରୁଣ ସାହୁଙ୍କ ପାଇଁ ବିପଦ ଘନେଇବାରେ ଲାଗିଛି। ବର୍ତ୍ତମାନ ପରୀ ମୃତ୍ୟୁକୁ ନେଇ ବିରୋଧୀ ବିରୋଧ ଥମିବାର ନାଁ ଧରୁ ନାହିଁ। ଉଭୟ ବିଜେପି କଂଗ୍ରେସ ଏହି ଘଟଣାକୁ ନେଇ ତୁମ୍ବି ତୋଫାନ କରିବାରେ ଲାଗିଲେଣି। ଫଳରେ ନବୀନ ଏହାକୁ କୁଆଡେ ଗୁରୁତର ସହ ବିଚାର କଲେଣି ବୋଲି ଶୁଣିବାକୁ ମିଳୁଛି। ଫଳରେ କେଉଁ ମୂର୍ହୁର୍ତ୍ତରେ ନବୀନ ତାଙ୍କୁ ଇସ୍ତଫା ଦେବା ପାଇଁ କହିପାରନ୍ତି ବୋଲି ଚର୍ଚ୍ଚା ଆରମ୍ଭ ହେଲାଣି। ବିଭିନ୍ନ ସମୟରେ ନବୀନ ଯେଉଁମାନଙ୍କ ବିରୋଧରେ ଅଭିଯୋଗ ଆସିଛି ସେମାନଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛନ୍ତି। ସେହି ନ୍ୟାୟରେ ଏଥର ଅରୁଣଙ୍କ ଉପରେ ନବୀନ କଠୋର ହେବେ ବୋଲି ଅନୁମାନ କରାଯାଇଛି। ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଅରୁଣ ସାହୁ ହେଉଛନ୍ତି ଅନ୍ୟତମ ମନ୍ତ୍ରୀ ଯେ କି ପୁଣି ଥରେ ମନ୍ତ୍ରୀ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସହିତ ପୂର୍ବ ସରକାରରେ ଯେଉଁମାନେ ମନ୍ତ୍ରୀ ଥିଲେ ସେମାନଙ୍କୁ…
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ସଂକ୍ରମଣ ରୋକିବା ପାଇଁ ସରକାର ବିଭନ୍ନ କଟକଣା ଲାଗୁ କରିଥିଲେ। ରାଜ୍ୟରେ ଏସବୁ କଟକଣା ଆଉ ଦେଖିବାକୁ ମିଳୁନି। ଧୀରେ ଧୀରେ ସବୁ କଟକଣା ଉଠି ସାରିଲାଣି। ହେଲେ ସରକାରୀ ବାବୁଙ୍କ ଉପରେ ଲାଗିଥିବା ଛୁଟି କଟକଣା ଏପର୍ଯ୍ୟନ୍ତ ମଧ୍ୟ ଜାରି ରହିଛି। ତେବେ ଏପରି ଅଜବ ନିୟମକୁ ଚିଲିକା ନିର୍ବାଚନମଣ୍ଡଳୀର ବୁଦ୍ଧିଜୀବୀମାନେ ସମାଲୋଚନା କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନ ମଣ୍ଡଳୀର ସମସ୍ତ ସରକାରୀ କାର୍ଯ୍ୟାଳୟ ଯଥା ତହସିଲ, ବ୍ଲକ, ଏନ.ଏ.ସି, ସବ ରେଜିଷ୍ଟର ଅଫିସ ଆଦି ପ୍ରତ୍ୟେକ ଶନିବାର ବନ୍ଦ ରହୁଛି। କହିବାକୁ ଗଲେ ସପ୍ତାହରେ ମାତ୍ର ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହୁଛି। ସପ୍ତାହରେ ପାଞ୍ଚ ଦିନ ସରକାରୀ କାର୍ଯ୍ୟାଳୟ ଖୋଲା ରହିଲେ କରୋନା ହେବନି ଏବଂ ଶନିବାର ଖୋଲା ରହିଲେ କରୋନା ହେଇଯିବ କି ବୋଲି ପ୍ରଶ୍ନ କରିଛନ୍ତି ବୁଦ୍ଧିଜୀବୀ। ବର୍ତ୍ତମାନ ଚିଲିକା ନିର୍ବାଚନମଣ୍ଡଳୀ ଏକ ପ୍ରକାର କରୋନା ମୁକ୍ତ…
ସୀତାରାମ ଅଗ୍ରୱାଲ ବାଣପୁର: ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବାଲାଗି ଜଗତସିଂହପୁର ଜିଲ୍ଲାର ଜଣେ ବ୍ୟକ୍ତି ରାଜ୍ୟସାରା ପଦଯାତ୍ରା ଆରମ୍ଭ କରିଥିବାବେଳେ ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁରରେ ପହଁଚି ଏବିଡ଼ିଓ ଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯୁବ ସମାଜସେବୀ ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅଞ୍ଚଳର ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଲାଗି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନକରି ଏକ ଭିନ୍ନ ଧରଣର ପ୍ରତିବାଦ ଆରମ୍ଭ କରିଛନ୍ତି। ଏ ନେଇ ବାଣପୁର ସହରରେ ସତ୍ୟବ୍ରତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ମଧ୍ୟ ପ୍ରଦାନ କରାଯାଇଛି। ସତ୍ୟବ୍ରତ ଏହି ପଦଯାତ୍ରା ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକଠାରୁ ୨୦୧୯ ମସିହା ଜୁଲାଇ ୧୦ ତାରିଖରୁ ଆରମ୍ଭ କରିଥିଲେ। ସେ ରାଜ୍ୟର ୩୧୪ ବ୍ଲକରେ ପହଞ୍ଚି ବିଡ଼ିଓଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିବାର ଲକ୍ଷ ରଖିଛନ୍ତି। ସତ୍ୟବ୍ରତ ବର୍ତ୍ତମାନ ସୁଦ୍ଧା ୫୨୫ ଦିନରେ ୨୯୪ଟି ବ୍ଲକରେ ପହଁଚି ୯୦୦୦ କିମି ରୁ ଉର୍ଦ୍ଧ୍ଵ ପଥ…

