ନୂଆଦିଲ୍ଲୀ : ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୩୮୫ ଜଣଙ୍କର ମୃତ୍ୟୁ ଘଟିଛି। ୨୪ ଘଣ୍ଟା ମଧ୍ୟରେ ୨୬ ହଜାର ୫୬୭ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୯୭ ଲକ୍ଷ ୩ ହଜାର ୭୭୦ ରେ ପହଞ୍ଚିଛି। ୩୮୫ ନୂତନ ମୃତ୍ୟୁ ସହିତ ଦେଶରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୪୦ ହଜାର ୯୫୮ ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯ ହଜାର ୪୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ନୂତନ ଆରୋଗ୍ୟଙ୍କୁ ମିଶାଇ ଦେଶରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୯୧ ଲକ୍ଷ ୭୮ ହଜାର ୯୪୬ ରେ ପହଞ୍ଚିଛି। ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୩ ହଜାର ୮୬୬ ରେ ପହଞ୍ଚିଛି।
Author: Samikhsya Bureau
ଭୁବନେଶ୍ବର, କୃଷି ବିଲ ପ୍ରତ୍ୟାହାର ଦାବୀରେ ଚାଷୀ ସଂଗଠନ ତରଫରୁ ଡାକରା ଦିଆଯାଇଥିବା ଭାରତ ବନ୍ଦର ପ୍ରଭାବ ଓଡିଶାରେ ଦେଖାଦେଇଛି। ଆଜି ସକାଳୁ ଆନ୍ଦୋଳନକାରୀମାନେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେହିପରି ରେଳ ଷ୍ଟେସନ ଏବଂ ବସ ଷ୍ଟାଣ୍ଡରେ ମଧ୍ୟ ଆନ୍ଦୋଳନକାରମାନେ ବସି ରହିଛନ୍ତି। ଫଳରେ ସକାଳୁ ରେଳ ଏବଂ ବସ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବରରେ ବିକ୍ଷୋଭକାରୀମାନେ ମାଷ୍ଟର କ୍ୟାଣ୍ଟିନରୁ ଏକ ରାଲିରେ ବାହାରି ପିଏମଜି ଛକ ପର୍ଯ୍ୟନ୍ତ ଯାଇଥିଲେ। ଏଥିରେ ଚାଷୀ ସଂଗଠନ ସହିତ ବାମଦଳ ଏବଂ କଂଗ୍ରେସ ମଧ୍ୟ ସାମିଲ ହୋଇଛି। କଂଗ୍ରେସ ତରଫରୁ ଏକ ବାଇକ ରାଲି କରାଯାଇଛି।ଏହି ଆନ୍ଦୋଳନକୁ 14ଟି ରାଜନୈତିକ ଦଳ ସମର୍ଥନ କରୁଥିବାରୁ ବିଭିନ୍ନ ସ୍ଥାନରେ ଏହି ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ବ୍ରହ୍ମପୁରରେ ବିକ୍ଷୋଭକାରୀମାନେ ରେଳ ଧାରଣାରେ ବସି ରହିଥିବାରୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସେହିପରି ବ୍ରହ୍ମପୁର ସହରରେ ମଧ୍ୟ ବିକ୍ଷୋଭକାରୀ ରାଲି କରି ଏହି ବନ୍ଦକୁ…
ନୂଆଦିଲ୍ଲୀ, ଗତ 2 ମାସ ମଧ୍ୟରେ କେନ୍ଦ୍ର ସରକାର ଏବଂ ବିଜେପି, କୃଷକଙ୍କ ଆନ୍ଦୋଳନକୁ ଭାଙ୍ଗିବା ପାଇଁ ସମସ୍ତ ଶକ୍ତି ପ୍ରୟୋଗ କରିଥିଲେ। କିନ୍ତୁ ଆନ୍ଦୋଳନକୁ ଦୁର୍ବଳ ହେବା ପରିବର୍ତ୍ତେ ଅଧିକ ତୀବ୍ର ହେବାରେ ଲାଗିଛି। ପଞ୍ଜାବର କୃଷକମାନେ ରେଳ ଟ୍ରାକରେ ଏହି ଆନ୍ଦୋଳନ ଆରମ୍ଭ କରିଥିଲେ। ପଞ୍ଜାବରେ ଟ୍ରେନ୍ ଚଳାଚଳ ମାସ ମାସ ଧରି ବନ୍ଦ ରହିଲା। କେନ୍ଦ୍ର ସରକାର ଆନ୍ଦୋଳନକାରୀଙ୍କ ସହ କଥାବାର୍ତ୍ତା କରି ନ ଥିଲେ। ଏହାକୁ କଂଗ୍ରେସ ଆନ୍ଦୋଳନ ଭାବରେ ଅଣଦେଖା କରିଥିଲେ। ଯେଉଁଥିପାଇଁ ପଞ୍ଜାବ ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା। ଏହି ଆନ୍ଦୋଳନର ନିଆଁ ହରିୟାଣା, ରାଜସ୍ଥାନ ଏବଂ ୟୁପିରେ ମଧ୍ୟ ବ୍ୟାପିବାରେ ଲାଗିଲା। ବିଜେପି ନେତାମାନେ ଚାଷୀଙ୍କ ଯନ୍ତ୍ରଣା ଓ କ୍ରୋଧକୁ ଅଣଦେଖା କରି ଚାଷୀଙ୍କୁ ଥଟ୍ଟା କରିବାକୁ ଚେଷ୍ଟା କରୁଥିଲେ। ଏହାଦ୍ୱାରା ଚାଷୀଙ୍କ କ୍ରୋଧ ବୃଦ୍ଧି ପାଇଲା। ହରିୟାଣା ମୁଖ୍ୟମନ୍ତ୍ରୀ ଖଟ୍ଟର କିସାନ ଆନ୍ଦୋଳନକୁ ଖାଲିସ୍ତାନୀ ବୋଲି କହିଲେ। ସୋସିଆଲ ମିଡିଆ…
ନୂଆଦିଲ୍ଲୀ, ଜଣେ ଯେତେବେଳେ କୌଣସି ବିପଦରେ ପଡେ ତେବେ ସେ ସେତେବେଳେ କଣ କରିବା ଉଚିତ। ଏପରିକି ବିପଦରୁ ରକ୍ଷା କରିବା ପାଇଁ କେଉଁ ପଦକ୍ଷେପ ନେବା ଉଚିତ। ଏ ନେଇ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେତେକ ନିର୍ଦ୍ଧିଷ୍ଠ କଥା କହିଛନ୍ତି। ତାହା ହେଲା ବିପଦରୁ ରକ୍ଷା ପାଇବା ପାଇଁ ସମସ୍ତେ ଧନ ସଞ୍ଚୟ କରି ରଖିବା ଉଚିତ। କୌଣସି ବିପଦ ଆସିଲେ ଆପଣ ରଖିଥିବା ଧନରେ ନିଜକୁ ଏବଂ ନିଜ ସ୍ତ୍ରୀ ପରିବାରଙ୍କୁ ରକ୍ଷା କରିପାରିବେ। ପତ୍ନୀ ଏବଂ ପରିବାର ସଦସ୍ୟଙ୍କୁ ବିପଦରୁ ରକ୍ଷା କରିବା ଜଣେ ବ୍ୟକ୍ତିଙ୍କର କର୍ତ୍ତବ୍ୟ। ସେଥିପାଇଁ ବିଜ୍ଞ ଲୋକମାନେ ଆଗରୁ କିଛି ଧନ ସଂଚୟ କରି ରଖିଥାନ୍ତି। ହେଲେ ଚାଣକ୍ୟ ଏହା ମଧ୍ୟ କହିଛନ୍ତି ଯେ, ଯଦି ଆବଶ୍ୟକ ପଡେ ତେବେ ନିଜକୁ ରକ୍ଷା କରିବା ପାଇଁ ପ୍ରଥମେ ସଂପତିକୁ ତ୍ୟାଗ କରିବା ଉଚିତ। ଯଦି ପରିସ୍ଥିତି ଜଟିଳ ହୁଏ ତେବେ…
ଭୁବନେଶ୍ବର, ଆସନ୍ତାକାଲି ଦେଶର ବିଭିନ୍ନ କୃଷକ ସଂଗଠନ ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହି ଡାକରାରେ କଂଗ୍ରେସ ସମେତ 11 ଟି ରାଜନୈତିକ ଦଳ ସେମାନଙ୍କର ସମର୍ଥନ ଦେବେ ବୋଲି ଘୋଷଣା କରିସାରିଛନ୍ତି। ହେଲେ ଏହି ଆନ୍ଦୋଳନରେ ବିଜେଡିର ଭୂମିକା କଣ ରହିବ ସେ ନେଇ ସମସ୍ତଙ୍କର ରହିଥିଲା ନଜର। ଏବେ ବିଜେଡି ତାହାର ସ୍ପଷ୍ଟି କରଣ ଦେଇସାରିଛି। ଏହି ସ୍ପଷ୍ଟିକରଣରୁ ସ୍ପଷ୍ଟ ହୋଇଛି ଯେ ବିଜେଡି ଏହି ଆନ୍ଦୋଳନରେ ସାମିଲ ହେବ ନାହିଁ। ହେଲେ କୃଷକଙ୍କ ସମସ୍ୟା ପଛରେ ବିଜେଡିର ସମର୍ଥନ ଅଛି ବୋଲି କୁହାଯାଇଛି। ଆସନ୍ତା ନଅ ତାରିଖରେ ଚାଷୀ ନେତା ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଉ ଏକ ଆଲୋଚନା ହେବାର ଅଛି। ସେହି ଆଲୋଚନାରୁ କଣ ନିଷ୍କର୍ଷ ବାହାରୁଛି ବିଜେଡି ତାହାକୁ ଅପେକ୍ଷା କରିଛି। ଏହା ଜଣାପଡିବା ପରେ ବିଜେଡି ତାହାର ପରବର୍ତ୍ତି ପଦକ୍ଷେପ ନେବ ବୋଲି ଜଣାପଡିଛି। ତେବେ ଦଳ ସିଧା କହି ନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ବ୍ରହ୍ମପୁର ଏମ୍କେସିଜି ମେଡ଼ିକାଲ୍ କଲେଜ ହସ୍ପିଟାଲ୍ ମୁଖ୍ୟରାସ୍ତା ନିକଟରେ କୋଭିଡ଼୍ ଡ଼୍ୟୁଟିରେ ନିୟୋଜିତ ଥିବା ଷ୍ଟାଫ୍ନର୍ସମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ସେମାନଙ୍କ କହିବା କଥା ସରକାର ବର୍ତ୍ତମାନ ୬୭୦୦ ଷ୍ଟାଫ୍ନର୍ସ ପଦବୀ ପୂରଣ ପାଇଁ ବିଜ୍ଞାପନ ବାହାର କରିଛନ୍ତି। ସେହି ପରିପ୍ରେକ୍ଷୀରେ ଏମ୍କେସିଜିରେ ମଧ୍ୟ ପଦବୀ ପୂରଣ କରାଯିବ। କିନ୍ତୁ ଏମାନେ ଦୀର୍ଘ ୯ ମାସ କାଳ କରୋନା ଡ଼୍ୟୁଟି କରୁଥିବା ଯୋଗୁଁ ଏମାନଙ୍କୁ ପ୍ରଥମେ ବିଚାରକୁ ନିଆଯାଇ ଚାକିରି ସ୍ଥାୟୀ କରାଯାଉ। ଏହି ବିଷୟ ନେଇ ସେମାନେ ସୁପରିଟେଣ୍ଡଣ୍ଟ୍ଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ସୂଚନାଯୋଗ୍ୟ କରୋନା ସମୟରେ ମାସିକ ଭତ୍ତା ହିସାବରେ ଏମାନଙ୍କୁ ସରକାର ବିଭିନ୍ନ ହସ୍ପିଟାଲ୍ଗୁଡ଼ିକରେ ନିଯୁକ୍ତି ଦେଇଥିଲେ। କିନ୍ତୁ କରୋନାର ପ୍ରକୋପ କମିବା ପରେ ଏମାନଙ୍କୁ ଛଟେଇ କରାଯିବା ସହ ସ୍ଥାୟୀ ନିଯୁକ୍ତିର କୌଣସି ପ୍ରତିଶ୍ରୁତି ଦେଲେ ନାହିଁ। ସେମାନେ ଦିନରାତି ଏକକରି କରୋନା ରୋଗୀଙ୍କ ସେବା କରିଥିବାବେଳେ ବର୍ତ୍ତମାନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କ୍ରିକେଟ୍ ବେଟିଂର ବେତାଜ ବାଦ୍ଶାହା କୁହାଯାଉଥିବା ଲାଲା ଆଚାରୀ ଗିରଫ ହେବା ପରେ କ୍ରିକେଟ୍ ବୁକିମାନଙ୍କ ମଧ୍ୟରେ ଛନକା ପଶିବା ସହ ସେମାନଙ୍କୁ ଧରିବା ପାଇଁ ପୋଲିସ୍ ସେବେଠାରୁ ଜାଲ ବିଛାଇ ଥିଲା। ଏହି କ୍ରମରେ ଅନ୍ୟ ଜଣେ ଆଇପିଏଲ୍ ବୁକି ବିଶାଲ ଅଗ୍ରୱାଲ୍କୁ ପୋଲିସ୍ ଭୁବନେଶ୍ୱର ଏୟାରପୋର୍ଟରୁ ଗିରଫ କରିଛି। କିଛିଦିନ ହେଲା ପୋଲିସ୍ ବିଶାଲକୁ ଖୋଜୁଥିବାବେଳେ ଆଜି ସେ ଭୁବନେଶ୍ୱରରୁ ହାଇଦ୍ରାବାଦ୍ ପଳାଇ ଯାଉଥିବା ସମୟରେ ଧରିଥିଲେ। ଏନେଇ ଗୋଷାଣିନୂଆଗଁ ଥାନାରେ ୧୪୧/୨୯.୧୦.୨୦୨୦ ୟୁ/ଏସ୍ ୨୯୪ଏ/୪୨୦/୧୨୦ବି/୩୪ଆଇପିସି ଆର୍/ଡ଼ବ୍ଲ୍ୟୁ ସେକ୍ସନ୍ ୪/୫ ବେନିଂ ଆକ୍ଟରେ ଗୋଟିଏ ଟିମ୍ ଭୁବନେଶ୍ୱରରୁ ଆଣିବା ପାଇଁ ଯାଇଛନ୍ତି। ଏହାସହ ବିଶାଲ୍କୁ ପଚରାଉଚରା ପରେ ଅନ୍ୟ ଅଭିଯୁକ୍ତ ଅଜିତ କୁମାର ବରାଡ଼ ଓରଫ୍ ବାଦଲକୁ ପୋଲିସ୍ ଗୋପାଳପୁର ଜଙ୍କସନ ନିକଟକୁ ଗିରଫ କରିଛି। ସେ ମଧ୍ୟ ଏକ ମାରୁତି ବିଜ୍ରା (ଓଡ଼ି ୦୭ ଏଇ ୨୪୪୨)ରେ ହାଇଦ୍ରାବାଦ୍ ଚାଲିଯିବାକୁ ବସିଥିବାବେଳେ…
ଭୁବନେଶ୍ଵର: ଆଜି ରାଜ୍ୟରୁ ୬୦୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ମୟୂରଭଞ୍ଜରୁ ୯୬, ନୂଆପଡ଼ାରୁ ୬୧, ସୁନ୍ଦରଗଡରୁ ୫୩, ଖୋର୍ଦ୍ଧାରୁ ୪୪, ଅନୁଗୁଳରୁ ୪୦, ସମ୍ବଲପୁରରୁ ୩୬, କଟକରୁ ୩୧, ବରଗଡରୁ ୨୫, କେନ୍ଦୁଝରରୁ ୨୫, ପୁରୀରୁ ୨୫, ବାଲେଶ୍ବରରୁ ୧୯, କଳାହାଣ୍ଡିରୁ ୧୯, ଯାଜପୁରୁରୁ ୧୭, କେନ୍ଦ୍ରାପଡାରୁ ୧୬, ବଲାଙ୍ଗିରିରୁ ୧୫, ଜଗତସିଂହପୁରରୁ ୧୫, ଗଞ୍ଜାମରୁ ୧୧, କୋରାପୁଟରୁ ୯, ଝାରସୁଗୁଡାରୁ ୧୫, ଭଦ୍ରକରୁ ୫, ମାଲକାନଗିରିରୁ ୫, ଢେଙ୍କାନାଳରୁ ୪, ସୋନପୁରରୁ ୪, ଦେବଗଡରୁ ୩, ରାୟଗଡାରୁ ୩, ବୌଦ୍ଧରୁ ୨, ଗଜପତିରୁ ୨, ନବରଙ୍ଗପୁରରୁ ୨, ନୟାଗଡରୁ ୨, କନ୍ଧମାଳରୁ ୧ ଏବଂ ଷ୍ଟେଟ୍ ପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୧୬…
ଭୁବନେଶ୍ବର: କୃଷକ ସଂଗଠନ ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟର ଆଲୋଚନା ବିଫଳ ହୋଇଥିବା ବେଳେ ଆସନ୍ତା ୯ ତାରିଖରେ ଷଷ୍ଠ ପର୍ଯ୍ୟାୟର ଆଲୋଚନା ହେବ। କିନ୍ତୁ ତା’ପୂର୍ବରୁ ଆସନ୍ତା କାଲି ଭାରତ ବନ୍ଦ ଡାକରା ଦିଆଯାଇଛି। ଏପର୍ଯ୍ୟନ୍ତ ୨୨ ଟି ବିରୋଧୀ ଦଳ ଏହି ଭାରତ ବନ୍ଦ ଡାକରାକୁ ମଧ୍ୟ ସମର୍ଥନ କରିଛନ୍ତି। ତେବେ କରୋନା ମହାମାରୀର ପ୍ରକୋପ ସଂପୂର୍ଣ୍ଣ ଭାବେ ପ୍ରଶମିତ ହୋଇନଥିବା ଏବଂ ସାଧାରଣ ପରିବହନ ବ୍ୟବସ୍ଥା ସ୍ଵଭାବିକ ଅବସ୍ଥାକୁ ଫେରିନଥିବା ବେଳେ ଭାରତ ବନ୍ଦ ଡାକରା ଯୋଗୁଁ ଗମନାଗମନ ଓ ପରିବହନ ବ୍ୟବସ୍ଥା ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଏହା କରୋନା ସଂକ୍ରମଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବାର ଆଶଙ୍କା ମଧ୍ୟ ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତରଫରୁ ଆସନ୍ତାକାଲି ସବୁ ସରକାରୀ କାର୍ଯ୍ଯାଳୟ ବନ୍ଦ ରହିବା ନେଇ ନିଷ୍ପତି ନିଆଯାଇଛି। କିନ୍ତୁ ଏହି ସମୟରେ ସମସ୍ତ ଜରୁରୀ ସେବା…
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ଆକ୍ରାନ୍ତଙ୍କ ମଧ୍ୟରୁ କ୍ଵାରେଣ୍ଟିନରୁ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ମାମଲା ୧୬ ରହିଛି। ଆଜିର ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ୯୫୪ କୁ ବୃଦ୍ଧି ହୋଇଛି। ତେବେ ଆଜି ଭୁବନେଶ୍ବରରୁ ୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆଜିର ସୁସ୍ଥ ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଭୁବନେଶ୍ବରରୁ ମୋଟ ୩୦ ହଜାର ୩୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ଭୁବନେଶ୍ବରରୁ ୩୪୯ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଥିବା ବେଳେ ୨୨୫ ଜଣ କୋରୋନା ଯୁଦ୍ଧରେ ମୃତ୍ୟୁବରଣ କରିଛନ୍ତି। ଏନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।
ଭୁବନେଶ୍ଵର: ଏବେ ହେବନି ୟୁଜି ପିଜି ପରୀକ୍ଷା। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ବିଶ୍ଵବିଦ୍ୟାଳୟର କୁଳପତିଙ୍କୁ ଚିଠି ଲେଖିଛନ୍ତି।କରୋନା ମହାମାରୀ ଯୋଗୁ ପାଠପଢା ପ୍ରଭାବିତ ହୋଇଛି। ଶିକ୍ଷାଦାନ ଅନଲାଇନରେ ଚାଲିଛି। ଅନଲାଇନ ଶିକ୍ଷା ଆଧାରରେ ବର୍ତ୍ତମାନ ପରୀକ୍ଷା ସମ୍ଭବ ନୁହେଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷା ନେଇ ବିଚାର କରାଯିବ ବୋଲି କୁହାଯାଇଛି ବୋଲି ଚିଠିରେ ଉଲ୍ଲେଖ ରହିଛି । ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସ୍ଥିତିର ସୁଧାର ଆସିନାହିଁ। ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି। ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି।
ରେୱାଡି : ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କ ଝିଅ କଂଗ୍ରେସ ଆସନରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରେୱାଡି କାଉନସିଲ ନିର୍ବାଚନ ପାଇଁ ଲାଲୁଙ୍କ ଝିଅ ତଥା ପୂର୍ବତନ ମନ୍ତ୍ରୀ କ୍ୟାପଟେନ ଅଜୟ ସିଂ ଯାଦବଙ୍କ ବୋହୁ ଅନୁସ୍କା କଂଗ୍ରେସରୁ ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଏନେଇ ବିଧିବଦ୍ଧ ଭାବରେ କୌଣସି ଘୋଷଣା ହୋଇ ନଥିଲେ ମଧ୍ୟ ଆରଜେଡି ପ୍ରଂଶସକ ମାନେ ସନ୍ତୋଷ ବ୍ୟକ୍ତ କରିଛନନ୍ତି । ଆସନ୍ତା 27 ତାରିଖରେ ରେୱାଡି କାଉନସିଲ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ପ୍ରଥମ ଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ନିର୍ବାଚନରେ ପ୍ରମୁଖ ଆସନଟି ଜଣେ ପଛୁଆ ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଛି । ତେଣୁ ଅନୁଷ୍କାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଛି । ଅନୁଷ୍କାଙ୍କ ପତ୍ନୀ ଚିରଞ୍ଜିବୀ ରାଓ ରେୱାଡି ଆସନରୁ ବିଧାୟକ ରହିଥିବା ଜଣାପଡିଛି । ଉଭୟ ଆରଜେଡି ଏବଂ…
ନୂଆଦିଲ୍ଲୀ : ତେଲୁଗୁ ଫିଲ୍ମ ଅଭିନେତ୍ରୀ ବିଜୟା ଶାନ୍ତି ଆଜି ବିଜେପିରେ ସାମିଲ୍ ହୋଇଛନ୍ତି । ସୋମବାର ଦିନ ନୂଆଦିଲ୍ଲୀଠାରେ ବିଜେପି ଔପଚାରିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି ବିଜୟା ଶାନ୍ତି । ରବିବାର ଦିନ ବିଜୟାଶାନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିଥିଲେ । ତାମିଲ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ବିଜୟା ଶାନ୍ତି ବିଜେପିରୁ ନିଜର ରାଜନୈତିକ କ୍ୟାରିଅର୍ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଟିଆରଏସ୍ରେ ସାମିଲ୍ ହୋଇଥିଲେ । 2014 ମସିହାରେ ତେଲେଙ୍ଗାନା ନୂତନ ରାଜ୍ୟ ଗଠନ ହେବା ପରେ ସେ କଂଗ୍ରେସରେ ଯୋଗ ଦେଇଥିଲେ । ଏବେ ବିଜୟଶାନ୍ତି କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ଅଧ୍ୟକ୍ଷ ଜେପ୍ପି ନଡାଙ୍କ ଉପସ୍ଥିତିରେ ବିଜୟା ବିଧିବଦ୍ଧ ଭାବେ ବିଜେପିରେ ସାମିଲ୍ ହୋଇଛନ୍ତି । ସୂଚନାଯୋଗ୍ୟ, ବିଜେପି ହାଇଦ୍ରାବାଦ ମହାନଗର ପାଳିକା ନିର୍ବାଚନରେ ଉତ୍ତମ ପ୍ରଦର୍ଶନ କରିଛି । ସେହିପରି…
ନୂଆଦିଲ୍ଲୀ, ଶେଷରେ ଦୁର୍ଘଟଣା ହୋଇଥିବା ମିଗ-29କେ ବିମାନର ପାଇଲଟ ନିଶାନ୍ତ ସିଂଙ୍କ ମର ଶରୀର ଗଭୀର ସମୁଦ୍ର ଭିତରୁ ମିଳିଛି। ନାଭାଲ ଅଫିସରମାନେ ଦୀର୍ଘ 12 ଦିନ ଧରି ସମୁଦ୍ର ଭିତରେ ଖୋଜିବା ପରେ ନିଶାନ୍ତଙ୍କ ଶବ ମିଳିପାରିଛ। ନିଶାନ୍ତଙ୍କୁ ଗୋଆ ଉପକୂଳରୁ 30 ମାଇଲ ଦୂରରେ ଠାବ କରାଯାଇଛି। ବିମାନ ଦୁର୍ଘଟଣା ହେବା ପରେ ନିଶାନ୍ତଙ୍କ ଶରୀର ପ୍ରାୟ 70 ମିଟର ଗଭୀର ସମୁଦ୍ର ଭିତରକୁ ଚାଲିଯାଇଥିଲା। ନିଶାନ୍ତଙ୍କ ବିମାନ ଗତ ନଭେମ୍ବର 26 ତାରିଖରେ ଆରବିଆନ ସମୁଦ୍ର ଉପରେ ଦୁର୍ଘଟଣା ଗସ୍ତ ହୋଇଥିଲା। ଏଥିରେ ଦୁଇଜଣ ଥିବା ବେଳେ ଜଣଙ୍କୁ ଉଦ୍ଧାର କରାଯାଇଥିଲା।
ଭୁବନେଶ୍ୱର: ନୟାଗଡ଼ର ପରୀ ହତ୍ୟା ମାମଲାକୁ ନେଇ ଏବେ ଓଡ଼ିଶା ରାଜନୀତିର ପାଣିପାଗ ସରଗରମ ହୋଇଛି । ଏସଆଇଟି ଏହାର ତଦନ୍ତ କରୁଛି । ପରୀକୁ କିଏ ହତ୍ୟା କରିଛି, କାହିଁକି ହତ୍ୟା କରିଛି ଓ ଏହା ପଛର ମୁଖ୍ୟ ଖଳନାୟକ କିଏ, ତାକୁ ଜାଣିବା ପାଇଁ ସମସ୍ତେ ଉକ୍ରଣ୍ଠାର ସହ ଚାହିଁବସିଛନ୍ତି । ତେବେ ଏହାରି ଭିତରେ ଏସଆଇଟି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ଡିଜିପି ତଥା ବିଜେପି ନେତା ପ୍ରକାଶ ମିଶ୍ର । ସେ କହିଛନ୍ତି ଯେ, ଏସଆଇଟି ତଦନ୍ତର କୌଣସି ଅସ୍ତିତ୍ୱ ନାହିଁ । ସିଆରପିସି ଅନୁସାରେ ଅନୁସନ୍ଧାନ କେବଳ ଥାନା ଓ ପୁଲିସ କରିବ । ଅରୁଣ ବୋଥ୍ରା ଏବେ ଓଏସଆରଟିସିର ଏମଡି ଅଛନ୍ତି । ତାଙ୍କର କୌଣସି ପୁଲିସ ପାୱାର ନାହିଁ । ସେ ତଦନ୍ତ କେମିତି କରିବେ । ଏ ତଦନ୍ତ ପ୍ରତି ଆମେ ପ୍ରଶ୍ନ କରୁଛୁ । ଏହି ମାମଲାର…
ଭୁବନେଶ୍ବର : ପ୍ରଦୀପ ପାଣିଗ୍ରାହୀଙ୍କ ତଦନ୍ତ କରିବେ ଲୋକାୟୁକ୍ତ । ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଦୁର୍ନୀତି ମାମଲା ପ୍ରସଙ୍ଗରେ ଲୋକାୟୁକ୍ତ ତଦନ୍ତ ପାଇଁ ସୁପାରି୍ସ୍ ହୋଇଛି । ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିସ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାୟୁକ୍ତ ଗଠନ ପରେ ପ୍ରଥମ ମାମଲା ଭାବେ ସରକାର ସୁପାରିସ୍ କରିଛନ୍ତି । ସୂଚନାଯୋଗ୍ୟ, ଲୋକବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଗୋପାଳପୁର ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଦଳରୁ ବହିଷ୍କୃତ କରାଯିବା ପରେ ତାଙ୍କୁ ଗିରଫ ହୋଇ ଜେଲ୍ରେ ରହିଛନ୍ତି ପ୍ରଦୀପ । ଆକାଶ ପାଠକ ଲିଙ୍କ୍ରେ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା ।
ଏଲୁରୁ: ଆନ୍ଧ୍ରପ୍ରଦେଶର ଏଲୁରୁ ଜିଲ୍ଲାରେ ଅଜଣା ରୋଗର ଆତଙ୍କ ଦେଖାଦେଇଛି । ଅଜଣା ରୋଗରେ 200ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେଠାରେ 150ରୁ ଅଧିକ ରୋଗୀ ବାନ୍ତି ଓ ଅପସ୍ମାରରେ ପୀଡିତ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟ ଅଧିକାରୀମାନେ ରୋଗର କାରଣ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଉକ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ହଠାତ୍ ଅସୁସ୍ଥ ହେବାର କାରଣ ଖୋଜିବା ପାଇଁ ଡାକ୍ତରମାନେ ରୋଗୀମାନଙ୍କ ଉପରେ ପରୀକ୍ଷା କରାଯାଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ହଏଲୁରୁ ସରକାରୀ ଡାକ୍ତରଖାନା ପରିଦର୍ଶନ କରିବା ସହ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ଭୁବନେଶ୍ୱର: କରୋନା ଭିତରେ ବଢିଛି ବସ ଭଡ଼ା । ତେଲ ଦର ବଢିବାରୁ ବସ ଭଡ଼ାକୁ ବୃଦ୍ଧି କରାଯାଇଛି । ଅର୍ଡିନାରୀ ବସ ଭଡ଼ା କିମି ପିଛା 72ରୁ ବଢି 73 ପଇସାକୁ ବୃଦ୍ଧି ପାଇଛି । ସେହିପରି ଏକ୍ସପ୍ରେସ ଭଡ଼ା କିମି ପ୍ରତି 75 ପଇସାରୁ ବଢି 76 ପଇସା ବଢିଛି । ଡିଲକ୍ସ ବସ ଭଡ଼ା 1ଟଙ୍କା 05ରୁ ବଢି 1 ଟଙ୍କା 07 ହୋଇଥିବା ବେଳେ ଏସି ଡିଲକ୍ସ କିମି ପିଛା 1 ଟଙ୍କା 27ରୁ ବଢି 1 ଟଙ୍କା 29 ହେଲା ପ୍ରକାଶ ଯେ, ଦେଶରେ କିଛି ଦିନ ହେଲା ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ହୋଇ ବଢିବାରେ ଲାଗିଛି । 2018 ସେପ୍ଟେମ୍ବର ଠାରୁ ଅର୍ଥାତ ଗତ ପ୍ରାୟ 2 ବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ଦେଶରେ ସର୍ବୋଚ୍ଚ ସ୍ତର ଛୁଇଁଛି ।
ଭୁବନେଶ୍ୱର: କୃଷି ଆଇନକୁ ବିରୋଧ କରି କୃଷକ ସଂଗଠନଗୁଡିକ ଚଳାଇଥିବା ଆନ୍ଦୋଳନ ବ୍ୟାପକ ହେବାରେ ଲାଗିଛି। ସରକାରଙ୍କ ସହିତ ବାରମ୍ବାର ଆଲୋଚନା ପରେ ସମାଧାନର ବାଟ ବାହାରି ପାରୁ ନଥିବାବେଳେ ଏହି ଆନ୍ଦୋଳନ ବ୍ୟାପକ ଓ ତୀବ୍ର ହେବାରେ ଲାଗିଛି। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ଡିସେମ୍ବର 8 ତାରିଖ (ମଙ୍ଗଳବାର)କୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ତେବେ ଭାରତ ବନ୍ଦକୁ କଂଗ୍ରେସ ପକ୍ଷରୁ ପୂର୍ଣ୍ଣ ସମର୍ଥନ ରହିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ସେ କହିଛନ୍ତି, କଂଗ୍ରେସ ଚାଷୀଙ୍କ ସହ ଅଛି । ବନ୍ଦକୁ କଂଗ୍ରେସ ପୂର୍ଣ୍ଣ ମାତ୍ରାରେ ସମର୍ଥନ କରୁଛି । ଜିଲ୍ଲାସ୍ତରରେ ପ୍ରତିବାଦ ସହ ପ୍ରମୁଖ ସ୍ଥାନରେ ବନ୍ଦ କରାଯିବ ।…
ନୂଆଦିଲ୍ଲୀ :ସୀମାରେ ଦେଶର ସୁରକ୍ଷା କରୁଥିବା ବୀର ଯବାନମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର7 ରେ ସଶସ୍ତ୍ର ବାହିନୀ ପତକା ଦିବସ ପାଳନ କରାଯାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାରତୀୟ ସଶସ୍ତ୍ର ବାହିନୀର ସୈନ୍ୟଙ୍କ ସାହସିକତାକୁ ଅଭିବାଦନ ଜଣାଇଛନ୍ତି। ସେନାବାହିନୀଙ୍କ କାର୍ୟ୍ୟକୁ ସମ୍ମାନ ଜଣାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସ ଆମର ସଶସ୍ତ୍ର ବାହିନୀ ଏବଂ ସେମାନଙ୍କ ପରିବାର ପ୍ରତି କୃତଜ୍ଞତା ଜଣାଇବାର ଦିନ। ଭାରତ ମଧ୍ୟ ତାଙ୍କର ବୀରତ୍ୱ, ସେବା ଏବଂ ନିସ୍ୱାର୍ଥପର ବଳିଦାନ ପାଇଁ ଗର୍ବିତ। ଆମର ସୈନ୍ୟ ବାହିନୀଙ୍କ ଶକ୍ତିର କଲ୍ୟାଣରେ ସହଯୋଗ କରନ୍ତୁ। ଏହି କାର୍ୟ୍ୟ ଆମର ଅନେକ ସାହସୀ ସୈନ୍ୟ ଏବଂ ସେମାନଙ୍କ ପରିବାରକୁ ସହଯୋଗ କରିବ”। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ଟ୍ୱିଟ୍ କରି କହିଛନ୍ତି, “ସଶସ୍ତ୍ର ବାହିନୀ ପତାକା ଦିବସରେ ମୁଁ ଭାରତର ସଶସ୍ତ୍ର ବାହିନୀର ବୀରତ୍ୱ ଏବଂ…
ଭୁବନେଶ୍ୱର: କେନ୍ଦ୍ର ଲାଗୁ କରିଥିବା ନୂଆ କୃଷି ଆଇନକୁ ବିରୋଧ କରି କୃଷକମାନେ ଡିସେମ୍ବର 8 ତାରିଖ ଭାରତ ବନ୍ଦ ଡାକରା ଦେଇଛନ୍ତି। କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୀର୍ଘ 11 ଦିନ ଧରି ଚାଷୀ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତି। ଆଲୋଚନା ପରେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ। ଦିନକୁ ଦିନ କୃଷକ ସଂଗଠନଗୁଡିକ ପ୍ରତି ସମର୍ଥନ ବଢିବାରେ ଲାଗିଛି। ଏହି କ୍ରମରେ କୃଷକ ସଂଗଠନ ପକ୍ଷରୁ ମଙ୍ଗଳବାର ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ବିରୋଧୀ ରାଜନୈତିକ ଦଳ, ବିଭିନ୍ନ ଟ୍ରେଡ ୟୁନିୟନ, ବ୍ୟାଙ୍କ ସଂଗଠନ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ସମର୍ଥନ ଜଣାଇଛନ୍ତି। ଆପ୍ ମଧ୍ୟ ଏହି ବନ୍ଦକୁ ସମର୍ଥନ କରିଛି । ଆପ୍ ସହିତ 11ଟି ରାଜନୈତିକ ଦଳ ଏହି ବନ୍ଦକୁ ସମର୍ଥନ ଜଣାଇଛନ୍ତି । ତେବେ ଭାରତ ବନ୍ଦକୁ ବିଜେଡି ସମର୍ଥନ ଦେବ କି ନାହିଁ ସେ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

