Author: Samikhsya Bureau

ଶାରଜା: ଏପର୍ଯ୍ୟନ୍ତ ଚଳିତ ଆଇପିଏଲରେ ୫୨ ଟି  ଲିଗ୍ ମ୍ୟାଚ୍ ର ଖେଳ ଶେଷ ହୋଇଯାଇଥିବା ବେଳେ କେବଳ ମୁମ୍ବାଇ ଇଡିଆନ୍ସ ପ୍ଲେ ଅଫ ପାଇଁ ଯୋଗ୍ୟତା ହାସଲ କରିପାରିଛି। ଆଇପିଏଲ ଇତିହାସରେ ଏହା ଏକ ପ୍ରଥମ ଘଟଣା ହେବ। ଲିଗ୍ ମ୍ୟାଚ୍ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଥିଲେ ମଧ୍ୟ ପ୍ଲେ ଅଫ ପର୍ଯ୍ୟାୟ ପାଇଁ ୬ ଟି ଦଳ ସଂଘର୍ଷ କରୁଛି। ଏକମାତ୍ର ଦଳ ଭାବେ ତିନି ଥର ଚମ୍ପିୟାନ ହୋଇଥିବା ଚେନ୍ନାଇ ସୁପରକିଙ୍ଗ୍ସ ଟୁର୍ଣ୍ଣାମେଣ୍ଟର ପ୍ଲେ ଅଫରୁ ବିଦା ନେଇସାରିଛି। ବାକି ୬ ଟି ଦଳ ମଧ୍ୟରେ ଦ୍ଵିତୀୟ, ତୃତୀୟ ଏବଂ ଚତୁର୍ଥ ସ୍ଥାନ ପାଇଁ ଆଜି ଠାରୁ ଲଢେଇ ହେବାକୁ ଯାଉଛି। ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଏହି ୬ଟି ଦଳକୁ ଯୋଗ୍ୟତା ହାସଲ କରିବା ପାଇଁ ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି। ସେଥିପାଇଁ ଏହି ଦଳଗୁଡିକୁ ଆଗାମୀ ପର୍ଯ୍ୟାୟ ଖେଳିବା ପାଇଁ ବଡ ବ୍ୟବଧାନରେ ନିଶ୍ଚିତ…

Read More

ଚେନ୍ନାଇ : ଦେଶରେ କରୋନା ଭାଇରସର ଆତଙ୍କ ଜାରି ରହିଛି । ଭାରତରେ ଏବେସୁଦ୍ଧା 1 ଲକ୍ଷ 22 ହଜାରରୁ ଅଧିକ ଆକ୍ରାନ୍ତ ଜୀବନ ହାରିଲେଣି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଡ ବଡ ନେତା ଅଭିନେତା ମଧ୍ୟ ପ୍ରାଣ ହରାଇଛନ୍ତି । ସେହିପରି ଶନିବାର ତାମିଲନାଡୁର କୃଷିମନ୍ତ୍ରୀ ଆର ଦୋରାଇକାନ୍ନୁ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ମୃତ୍ୟୁବେଳକୁ ତାଙ୍କୁ 72 ବର୍ଷ ବୟସ ହୋଇଥିଲା । ଗତ 13 ତାରିଖରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ତାଙ୍କୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ରବିବାର ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇ ପଡିଥିଲା । କରୋନା ସହ ନିମୋନିଆରେ ମଧ୍ୟ ସେ ଆକ୍ରାନ୍ତ ଥିଲେ । (ଏଜେନ୍ସି)

Read More

ନୂଆଦିଲ୍ଲୀ : ସାଧାରଣତଃ ଯୁବକମାନେ ଚାକିରି ନ ପାଇ ଦୁଃଖରେ ଆତ୍ମହତ୍ୟା କରନ୍ତି । କିନ୍ତୁ ଜଣେ ସରକାରୀ ଚାକିରି ପାଇବା ପରେ ଆତ୍ମହତ୍ୟା କରିଛନ୍ତି । କଥାଟା ଅବିଶ୍ବାସ ହେଉଥିଲେ ବି ସତ । ତାମିଲନାଡୁର କନ୍ୟାକୁମାରୀଠାରେ ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ସରକାରୀ ଚାକିରି ପାଇବା କାରଣରୁ ଆତ୍ମହତ୍ୟା କରିଛନ୍ତି । ଯୁବକ ଜଣକ ଭଗବାନଙ୍କ ନିକଟରେ ପ୍ରତିଜ୍ଞା ମାଗିଥିଲେ ଯେ, ଯଦି ତାଙ୍କର ସରକାରୀ ଚାକିରି ହେଇଯିବ ତେବେ ସେ ନିଜ ଜୀବନ ତ୍ୟାଗ କରି ଭଗବାନଙ୍କ ଶରଣକୁ ଚାଲିଯିବେ । ଯେଉଁଦିନ ତାଙ୍କର ପ୍ରତିଜ୍ଞା ପୂର୍ଣ୍ଣ ହେଲା ସେଦିନ ସେ ମୃତ୍ୟକୁ କୋଳେଇ ନେଲେ । ତାମିଲନାଡୁର କନ୍ୟାକୁମାରୀ ଜିଲ୍ଲା ନାଗରକୋଇଲ ଅଞ୍ଚଳରେ ରହୁଥିବା 32 ବର୍ଷୀୟ ଯୁବକ ନବୀନଙ୍କ ଏପରି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ମୁମ୍ବାଇରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ତାଙ୍କର ଚାକିରି…

Read More

ମୟୁରଭଞ୍ଜ:  ପାରିବାରିକ କଳହରୁ କରୁଣ ପରିଣତି । ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ବଇଦପୁର ଗାଁରେ ପାରିବାରିକ କଳହରୁ ଅଘଟଣ ଘଟିଥିବା ଜଣା ପଡ଼ିଛି। ନିଆଁରେ ପୋଡି ହୋଇ ପରିବାରର ତିନିଜଣ ଗୁରୁତର ହୋଇଛନ୍ତି। ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଅନ୍ତର୍ଗତ ବୈଦପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି ।ପାରିବାରିକ କଳହରୁ ପ୍ରଥମେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ମହିଳା। ମହିଳାକୁ ବଞ୍ଚାଇବାକୁ ଯାଇ ସ୍ବାମୀ ଓ ମାଆ ମଧ୍ୟ ଗୁରୁତର ହୋଇଥିବା ସୂଚାନ ମିଳିଛି। ତିନି ଜଣ ଗୁରୁତରଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ବାରିପଦା ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Read More

ଭୁବନେଶ୍ବର : ରାଜ୍ୟରେ ଆଉ 11କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଅନୁଗୁଳ, କଟକ, ଦେବଗଡ, କେନ୍ଦ୍ରାପଡା, କେନ୍ଦୁଝର, ଖୋର୍ଦ୍ଧା, ମାଲକାନଗିରି, ନୂଆପଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ  ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1331କୁ ବୃଦ୍ଧି ହୋଇଛି ।

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୭୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୯୮୫ ଜଣ ଚିହ୍ନଟ ହୋଇଥିବାବେଳେ ୭୨୪ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୧ ହଜାର ୮୨୫କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୫ ହଜାର ୭୪୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୬୯୨ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୨୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୭୦୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…

Read More

ନୂଆଦିଲ୍ଲୀ : ଆଜିଠାରୁ ଦେଶରେ ବଦଳିବାକୁ ଯାଉଛି କେତେକ ନିୟମ। ନୂତନ ନିୟମଗୁଡିକ ସିଧାସଳଖ ଆମ୍‌ଆଦମୀର ଜୀବନ ଓ ପକେଟ ଉପରେ ପଡିବ । ଆଜିଠାରୁ ଗ୍ୟାସ୍‌ ବୁକିଂ ଠାରୁ ଆରମ୍ଭ କରି ବ୍ୟାଙ୍କ ଚାର୍ଜରେ ପରିବର୍ତ୍ତନ ସହ ରେଳ ସମୟ ସାରଣୀ କ୍ଷେତ୍ରରେ ଲାଗୁହେବ ନୂଆ ନିୟମ। ଆଜିଠାରୁ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ଓ ବୁକିଂ ପ୍ରକ୍ରିୟା ବଦଳୁଛି ।  ତୈଳ କମ୍ପାନୀ ଗୁଡିକ ଗ୍ରାହକଙ୍କ ପାଇଁ ଡେଲିଭରି ଅ‌ଥେଣ୍ଟିକେସନ୍‌ ‌କ‌ୋଡ୍‌(ଡିଏସି) ଲାଗୁ କରିବାକୁ ଯାଉଛନ୍ତି। ଏଥିରେ ଗ୍ରାହକ ଏଲ୍‌ପିଜି ସିଲିଣ୍ଡର ହୋମ୍‌ ଡେଲିଭରି ପାଇଁ ଏକ ଓଟିପି ନମ୍ବର ପାଇବେ। ସିଲିଣ୍ଡର ଡେଲଭରୀ ସମୟରେ ଏହି ଓଟିପି ନମ୍ବର ଦେଖାଇବାକୁ ବାଧ୍ୟତାମୂଳକ କରାଯାଇଛି । ସିଲିଣ୍ଡର ହୋମ୍‌ ଡେଲିଭରି ନେବା ସମୟରେ ଗ୍ରାହକ ପ୍ରଥମେ‌ ନିଜର ପଞ୍ଜିକୃତ ମୋବାଇଲ ନମ୍ବରରୁ ଏକ କୋଡ୍‌ ପାଇବେ। ଯେତେବେଳେ ଗ୍ରାହକ ଓଟିପି ନମ୍ବର ‌ସୁନିଶ୍ଚିତ କରିବେ ସେ‌‌ତବେଳେ ତାଙ୍କ ନିକଟରେ…

Read More

ନୂଆଦିଲ୍ଲୀ : ଭାରତରେ କରୋନା ଗ୍ରାଫ୍‌ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ 24 ଘଣ୍ଟାରେ 46 ହଜାର 964 କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାବେଳେ 470ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 81 ଲକ୍ଷ 84 ହଜାର 82ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା 1 ଲକ୍ଷ ହଜାର 22 ହଜାର 111କୁ ବୃଦ୍ଧି ପାଇଛି। ଦେଶରେ ଏବେ 5 ଲକ୍ଷ 70 ହଜାର 458 ଜଣ ସକ୍ରିୟ ରୋଗୀ ଥିବାବେଳେ 74 ଲକ୍ଷ 91 ହଜାର 513 ଜଣ ସୁସ୍ଥ ହୋଇଛନ୍ତି ।

Read More

ଲଣ୍ଡନ :  ବିଶ୍ବର ବିଭିନ୍ନ ପ୍ରାନ୍ତରେ କରୋନାର ଦ୍ବିତୀୟ ଲହର ଦେଖିବାକୁ ମିଳିଛି । କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି କିଛି ଦେଶ ପୁନର୍ବାର ଦେଶରେ ତାଲାବନ୍ଦ କରିଛନ୍ତି । ପୂର୍ବରୁ ୟୁରୋପ, ଫ୍ରାନ୍ସ,, ଜର୍ମାନୀରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଥିବାବେଳେ ଏବେ ବ୍ରିଟେନ୍‌ରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ହୋଇଛି । ଶୀତ ଯୋଗୁଁ ସଂକ୍ରମଣ ବଢିଥିବାବେଳେ ଦେଶରେ ପୁନର୍ବାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ । ନଭେମ୍ବର 1ରୁ ଡିସେମ୍ବର 2 ତାରିଖ ପର୍ଯ୍ୟନ୍ତ ଏକମାସ ଧରି ବ୍ରିଟେନ୍‌ରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଲକ୍‌ଡାଉନ୍‌ ଘୋଷଣା କରିବା ସହ କହିଛନ୍ତି ଏବେ ଦ୍ବିତୀୟ ବିକଳ୍ପ କିଛି ନାହିଁ । ଏବେ ଲକ୍‌ଡାଉନ୍‌ ସହିତ ସମସ୍ତଙ୍କୁ ଘରେ ରହିବାକୁ ପଡିବ । କେବଳ ଶିକ୍ଷା, ସ୍ବାସ୍ଥ୍ୟ ଓ ଅନ୍ୟ ଦରକାରୀ କାରଣ ଯୋଗୁଁ ଘରୁ ବାହାରି ହେବ । ସୂଚନାଯୋଗ୍ୟ ବ୍ରିଟେନ୍‌ରେ ଏପର୍ଯ୍ୟନ୍ତ…

Read More

ଭୁବନେଶ୍ବର, ଯଦି ଘରେ ସଠିକ୍ ଦିଗରେ କାନ୍ଥ ବା ଟେବୁଲ ଘଣ୍ଟା ନ ଥାଏ କିମ୍ବା ଭୁଲ ଭାବେ ରଖା ଯାଇଥାଏ, ତେବେ ତାହା ଘର ପାଇଁ ଅମଙ୍ଗଳ ସାବସ୍ତ ହୁଏ। ଆପଣ ସମସ୍ତ ଚେଷ୍ଟା ସତ୍ତ୍ବେ କୌଣସି କାର୍ଯ୍ୟ ଠିକରେ ହୋଇପାରିବ ନାହିଁ। ପ୍ରତ୍ୟେକ କାର୍ଯ୍ୟ ବାଧା ପ୍ରାପ୍ତ ହେବ। ଯେତେବେଳେ ଆପଣ ବାସ୍ତୁ ଶାସ୍ତ୍ରବିତଙ୍କ ନିୟମ ଅନୁଯାୟୀ ଘରର କାନ୍ଥ ଘଣ୍ଟାକୁ ଠିକ୍ ଦିଗରେ ରଖିବେ, ସେତେବେଳେ ଆପଣଙ୍କୁ ସକରାତ୍ମକ ଶକ୍ତି ମିଳିବ। ଅଟକି ରହିଥିବା କାର୍ଯ୍ୟ ଶିଘ୍ର ସମାପ୍ତ ହେବ। ପ୍ରାୟତଃ ଲୋକମାନେ ନିଜ ସୁବିଧା ଅନୁଯାୟୀ ଘରର ଯେ କୌଣସି ସ୍ଥାନରେ କାନ୍ଥ ଘଣ୍ଟା ଟାଙ୍ଗନ୍ତି। କିନ୍ତୁ ବାସ୍ତୁ ଶାସ୍ତ୍ରବିତଙ୍କ ଅନୁଯାୟୀ, କିଛି ସ୍ଥାନ ଏବଂ ଦିଗ ଅଛି, ଯେଉଁଠାରେ ଘଣ୍ଟା ଶୁଭ ଫଳାଫଳ ଦେଇଥାଏ। ସେମାନଙ୍କ ଅନୁଯାୟୀ, ଦକ୍ଷିଣ ଦିଗରେ ଥିବା କାନ୍ଥରେ ଭୁଲରେ ସୁଦ୍ଧା କାନ୍ଥ ଘଣ୍ଟା ଲଗାନ୍ତୁ ନାହିଁ। କାରଣ ନକାରାତ୍ମକ…

Read More

Fit India Mission 200 KMs walkathon was joined by DG @ITBP_official Sh S S Deswal, Fitness icon and extremely talented martial artist film actor @VidyutJammwal and officials of CAPFs and State Police launched on #NationalUnityDay2020 from Nathuwala, Jaisalmer.

Read More

ନୂଆଦିଲ୍ଲୀ, ଡାକ୍ତରୀ ଶିକ୍ଷାକୁ ସୁଲଭ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରି ଜାତୀୟ ମେଡିକାଲ କମିଶନ (ଏନ୍‌ଏମ୍‌ସି) ତାହାର ପ୍ରଥମ ବଡ଼ଧରଣର ନୀତିନିୟମ ଆଜି ଘୋଷଣା କରିଛନ୍ତି। ବାର୍ଷିକ ଏମ୍‌ବିବିଏସ୍ ନାମଲେଖା ନିୟମ ୨୦୨୦ ପାଇଁ ସର୍ବନିମ୍ନ ଆବଶ୍ୟକତା ଶୀଷର୍କରେ ପ୍ରକାଶିତ ଏକ ବିଜ୍ଞପ୍ତିରେ ପୂର୍ବର ଭାରତୀୟ ଭେଷଜ ପରିଷଦ ବା ଏମ୍‌ସିଆଇର ବାର୍ଷିକ ନାମଲେଖା ସଂକ୍ରାନ୍ତ ୧୯୯୯ର ନିୟମକୁ ରଦ୍ଦ କରାଯାଇଛି । ଏମ୍‌ସିଆଇ ପକ୍ଷରୁ ୧୯୯୯ ଆଇନ (୫୦/୧୦୦/୧୫୦/୨୦୦/୨୫୦ ବାର୍ଷିକ ନାମଲେଖା) ପାଇଁ ଯେଉଁ ସର୍ବନିମ୍ନ ମାନ ଧାର୍ଯ୍ୟ କରାଯାଉଥିଲା ନୂଆ ବିଜ୍ଞପ୍ତି ଅନୁସାରେ ତାହାର ଅବସାନ ଘଟିଛି । ନୂଆ ନିୟମ ଅନୁସାରେ ଏଣିକି ଦେଶର ସମସ୍ତ ନୂତନ ପ୍ରସ୍ତାବିତ ମେଡିକାଲ କଲେଜମାନ ସ୍ଥାପନ ହେବ। ଏହି ଆଇନ ଅନୁସାରେ ମଧ୍ୟ ପ୍ରତିଷ୍ଠିତ ହୋଇଥିବା ମେଡିକାଲ କଲେଜଗୁଡିକର ଏମ୍‌ବିବିଏସ୍ ଆସନ ସଂଖ୍ୟା ବୃଦ୍ଧି କରାଯିବ। ୨୦୨୧-୨୨ ପାଠ୍ୟକ୍ରମ ବର୍ଷରୁ ଏହି ନୂଆ ନିୟମ ଲାଗୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଦଶହରା, କୂମାର ପୂର୍ଣ୍ଣିମା ସମୟରେ ସହରରେ ଜୁଆଖେଳ, ଆଇପିଏଲ୍ ବେଟିଂ ବୃଦ୍ଧି ପାଇଥିବାବେଳେ ବର୍ତ୍ତମାନ ଏକ ବଡ଼ଧରଣର ସୁନା ଲୁଟ୍ ପୋଲିସ୍ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଆଜି ବଡ଼ବଜାର ଅନ୍ତର୍ଗତ ଏକ ସୁନା ଦୋକାନରୁ ଦୁବୃର୍ତ୍ତମାନେ ଛାତ କଣା କରି ୧୪୦୦ ଗ୍ରାମ ଓଜନର ସୁନା ଅଳଙ୍କାର ଲୁଟ୍ କରି ଚମ୍ପଟ ମାରିଛନ୍ତି। ଘଟଣାରୁ ପ୍ରକାଶ ଯେ ବଡ଼ବଜାର ଥାନା ଅନ୍ତର୍ଗତ ବଡ଼ବଜାର ବିନୋଦ ଜୁଏଲର୍ ମାଲିକ ଟି. ରବି କୁମାର ଆଜି ସକାଳେ ଦୋକାନ ଖୋଲିବା ସମୟରେ ଦୋକାନରୁ ସୁନା ଲୁଟ୍ ହୋଇଥିବା ଜାଣିବାକୁ ପାଇଥିଲେ। ଏନେଇ ବଡ଼ବଜାର ଥାନାରେ ଅଭିଯୋଗ କରିବା ପରେ ଥାନାଧିକାରୀ ପ୍ରଶାନ୍ତ ଭୂପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁସନ୍ଧାନ ଆରମ୍ଭ ହୋଇଥିଲା। ବିନୋଦ ଜୁଏଲର୍ସ ଦୋକାନଟି ତିନି ମହଲା ବିଶିଷ୍ଟ ହୋଇଥିବାବେଳେ ଉପର ମହଲାଗୁଡ଼ିକର କୌଣସି କବାଟ ନଥିଲା ତଥା ଏହା ପରିତ୍ୟକ୍ତ ଅବସ୍ଥାରେ ଥିଲା। ଲୁଟେରାମାନେ ଏହି…

Read More

ଅହମଦାବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେୱାଡିଆର ଷ୍ଟାଚ୍ୟୁ ଅଫ୍ ୟୁନିଟଠାରୁ ଅହମ୍ମଦାବାଦର ସାବରମତୀ ରିଭରଫ୍ରଣ୍ଟ ମଧ୍ୟରେ ସି-ପ୍ଲେନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ସେହିପରି ସାବରମତୀ ରିଭରଫ୍ରଣ୍ଟରେ ଏକ ୱାଟର ଏରୋଡ୍ରମ ମଧ୍ୟ ଉଦ୍‌ଘାଟିତ ହୋଇଛି।ଏହା ଫଳରେ ସାବରମତୀରୁ କେୱାଡିଆ ମଧ୍ୟରେ ସି-ପ୍ଲେନ ଚଳାଚଳ ସେବା ଉଭୟ ପଟରୁ ଆରମ୍ଭ ହୋଇଛି। ଶେଷତମ ଲକ୍ଷ୍ୟସ୍ଥଳକୁ ସଂଯୋଗ କରିବା ପାଇଁ ସରକାର ଦେଶର ବିଭିନ୍ନ ଭାଗରେ ଏକାଧିକ ୱାଟର ଏରୋଡ୍ରମ ନିର୍ମାଣ କରିବାକୁ ଯେଉଁ ଯୋଜନା ରଖିଛନ୍ତି ଏହା ତାହାର ଅଂଶ ବିଶେଷ। ସି-ପ୍ଲେନ ଉଭୟ ଜଳ ଓ ସ୍ଥଳ ଭାଗରୁ ଉପରକୁ ଉଠି ଉଡାଣ ଭରିବାରେ ସକ୍ଷମ। ଯେଉଁ ଅଞ୍ଚଳରେ ବିମାନ ଅବତରଣ କରିବା ପାଇଁ ଏୟାରଷ୍ଟ୍ରିପ ବା ରନ୍‌ୱେ ନାହିଁ ସେଠାରେ ଜଳଭାଗରେ ସି-ପ୍ଲେନ ସହଜରେ ଅବତରଣ କରିପାରିବ। ଅତଏବ ଭୌଗୋଳିକ ଦୃଷ୍ଟିରୁ ଯେଉଁସବୁ ଅଞ୍ଚଳରେ ଅସୁବିଧା ରହିଛି ତାହାକୁ ଅତିକ୍ରମ କରି ସି-ପ୍ଲେନ ସେଠାରେ ଯାତ୍ରୀ ସେବା ଯୋଗାଇବାକୁ ସକ୍ଷମ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତ ଦୁଇଦିନ ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଅଂଚଳରେ ଚଢ଼ାଉ ହୋଇ ୧୬୧ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ଆଜି ମଧ୍ୟ ପୋଲିସ୍ ପକ୍ଷରୁ ଚଢ଼ାଉ କରାଯାଇ ୧୧୪ ଜଣ ଜୁଆଡ଼ିକୁ ଗିରଫ କରାଯାଇଛି। ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ୧୯ଟି ସ୍ଥାନରେ ଘନ ଘନ ଚଢ଼ାଉ ହୋଇଥିବାବେଳେ୧୧୪ ଜଣକୁ ଗିରଫ କରିବା ସହ ୧ ଲକ୍ଷ ୯୦ ହଜାର ୭୨୧ ଟଙ୍କା ଜବତ କରିଛି। ସେହିପରି ବ୍ରହ୍ମପୁର ପୋଲିସ୍ ଅର୍ନ୍ତଗତ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ମଧ୍ୟ ଏକ ଜୁଆଆଡ୍ଡା ଚଢ଼ାଉ କରାଯାଇଛି। ଆଜି ଲାଞ୍ଜିପଲ୍ଲୀ ମହାଲକ୍ଷ୍ମୀନଗର ଚତୁର୍ଥ ଗଳିରେ ଚଢ଼ାଉ ହୋଇ ୯ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୩୯୪୭୦ ଟଙ୍କା ଏବଂ ୭ଟି ମୋବାଇଲ୍ ଫୋନ୍‌କୁ ପୋଲିସ୍ ଜବତ କରିଛି।

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଜୁଆଆଡ୍ଡା ଚଢ଼ାଉ ପରି ଅବକାରୀ ଚଢ଼ାଉ ମଧ୍ୟ ଗଂଜାମ ଜିଲ୍ଲାରେ ଜୋର୍‌ଦାର ହୋଇଥିବା ଦେଖିବାକୁ ମିଳିଛି। ଆଜି ବିଭିନ୍ନ ଅବକାରୀ ଅଂଚଳରେ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କ ନିର୍ଦ୍ଦେଶରେ ଚଢ଼ାଉ ହୋଇଥିଲା। ଅବକାରୀ ବିଭାଗ ଏବଂ ଧରାକୋଟ ପୋଲିସ୍ ସୋରଡ଼ା ଅବକାରୀ ଅଂଚଳର ଚମ୍ପାପଲ୍ଲି ଏବଂ ଭଣ୍ଡାରୀବସା, ଖଲିକୋଟ ଅବକାରୀ ଏରିଆର ଅନ୍ତର୍ଗତ ଫାସୁଳା, ଭଂଜନଗର ଅବକାରୀ ଅଂଚଳ ଅନ୍ତର୍ଗତ ନାହାତୋଟାସାହି, ଜି. ରମ୍ଭା, ପୁରୁଷୋତ୍ତମପୁର ଅବକାରୀ ଅଂଚଳର ରାୟପୁର ଏବଂ ପ୍ରତାପୁର ଅଂଚଳରେ ଚଢ଼ାଉ ହୋଇଥିଲା। ଚଢ଼ାଉରେ ୬୭୭ ଲିଟର ଦେଶୀ ବେଆଇନ ମଦ, ୧୧୨୩୦ ଲିଟର ପୋଚ, ୧୭.୫ ଲିଟର ବିଦେଶୀ ମଦ ଏବଂ ମୋଟର ସାଇକେଲ୍ ଜବତ ହୋଇଛି। ଏଗୁଡ଼ିକ କାରବାର ଅଭିଯୋଗରେ ୧୪ ଜଣକୁ ଗିରଫ କରି କୋର୍ଟଚାଲଣ କରାଯାଇଛି। ଏହି ଚଢ଼ାଉରେ ସୋରଡ଼ା ଓଆଇସି, ଖଲିକୋଟ, ପୁରୁଷୋତ୍ତମପୁର, ଭଂଜନଗର ଅବକାରୀ ଏବଂ ଆଇଆଇସି, ଧରାକୋଟ ପୋଲିସ୍ ଭାଗ ନେଇଥିଲେ।

Read More

ଭୁବନେଶ୍ବର, ଏଥର ଭକ୍ତମାନେ ମହାଶିବରାତ୍ରୀରେ ପ୍ରଭୃ ଲିଙ୍ଗରାଜ ମନ୍ଦିରରେ ପାଇବେ ନୂଆ ଅନୁଭବ। ଦୂରରୁ ପ୍ରଭୃଙ୍କ ମନ୍ଦିରକୁ ପୁରା ଦର୍ଶନ କରିହେବ। ଏ ନେଇ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ମନ୍ଦିରର ଉନ୍ନୟନ କାମ। ଆଜି ସକାଳେ ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ତଦାରଖ କରିଛନ୍ତି 5ଟି ସଚିବ ଭି.କେ ପାଣ୍ଡିୟାନ। କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ଜମି ଅଧିଗ୍ରହଣ ନଭେମ୍ବର ଶେଷ ସୁଦ୍ଧା ଶେଷ କରିବାକୁ ସେ ନିର୍ଦ୍ଦେଷ ଦେଇଛନ୍ତି। ସମୀକ୍ଷାରୁ ଏହା ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା 80 ପ୍ରତିଶତ ଜମି ଅଧିଗ୍ରହଣ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କର ସଚିବ ପାଣ୍ଡିୟାନ କୋଭିଡ୍ ପରିସ୍ଥିତିର ଶୀଘ୍ର କାର୍ଯ୍ୟ ପାଇଁ ଅଧିକାରୀମାନଙ୍କୁ ପ୍ରଶଂସା କରିଥିଲେ। ମନ୍ଦିରକୁ ଯାଇଥିବା ସମସ୍ତ ରାସ୍ତାଗୁଡିକର ପ୍ରଶସ୍ତିକରଣ କାର୍ଯ୍ୟ ମହାଶିବରାତ୍ରୀଙ୍କ ପୂର୍ବରୁ ଶେଷ କରିବାକୁ ସେ କହିଛନ୍ତି। ସେହିପରି ଭକ୍ତମାନଙ୍କ ସୁବିଧା ପାଇଁ ସେ ନୂତନ ବିକଳ୍ପ ରାସ୍ତା କାର୍ଯ୍ୟକୁ ମଧ୍ୟ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଚଳିତ ଖରିଫ ଧାନ ଚାଷ କରିବା ପୂର୍ବରୁ ବିହନ ଖୋଜା ସମୟରେ ଉତ୍ତମ କିସମର ଦୀର୍ଘ ସମୟର ଧାନ ବିହନ ବୋଲି କହି ବାପନା ଧାନ ବିହନ କମ୍ପାନୀ ଦ୍ୱାରା ଚାଷୀଙ୍କୁ ଠକେଇ କରି ଛୋଟଧାନ ବିହନ ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି। ଦୁଇଫସଲି ଧାନଚାଷ ହେବା ପରେ ଚାଷି ନିଜସ୍ୱ ଧାନ ବିହନ ସଂରକ୍ଷଣ କରିପାରୁନଥିବା ସହିତ କେତେକାଂଶରେ ଅଧିକ ଅମଳ ଆଶାରେ ଚାଷିମାନେ ବିଭିନ୍ନ ହାଇବ୍ରିଡ ଧାନ ବିହନ ଖୋଜୁଥିବା ବେଳେ ଏହାର ସୁଯୋଗ ନେଇ ବାପନା ଧାନ ବିହନ କମ୍ପାନୀ ଭଳି କେତେକ କମ୍ପାନୀ ଚାଷୀଙ୍କୁ ଠକେଇ କରୁଥିବା ଚାଷୀ ମହଲରେ ଅଭିଯୋଗ ହେଉଛି। ଗତ ଖରିଫ ଧାନ ଚାଷ ପ୍ରାରମ୍ଭରୁ କେତେଜଣ ଚାଷୀ ଜୁନାଗଡ ବ୍ଲକର ଜିଲିଂଦରସ୍ଥିତ ଚାଷ ଜମିରେ ଧାନ ଚାଷ କରିବା ପାଇଁ ବହୁ ପ୍ରଚାରିତ ବାପନା ଧାନ ବିହନ କମ୍ପାନୀର ବାହୁବଳୀ ରିସର୍ଚ୍ଚ କିସମ ଧାନ…

Read More

କନ୍ଦର୍ପ ବେହେରା ରେଢାଖୋଲ: ବହୁ ବର୍ଷ ପୂର୍ବେ କଳାହାଣ୍ଡିରେ ଦାରିଦ୍ର‌୍ୟ ଯୋଗୁଁ ପିତା ମାତା ଶିଶୁ କନ୍ୟାକୁ ବିକ୍ରି କରୁଥିବା ଜାତୀୟ ତଥା ଆନ୍ତର୍ଜାତୀୟ ଖବର କାଗଜର ପୃଷ୍ଠା ମଣ୍ଡନ କରି ବେଶ୍ ଚର୍ଚ୍ଚିତ ହୋଇଥିବା ବେଳେ ଓଡିଶାରେ ପୁଣି ଏହାର ପୁନରାବୃତ୍ତି ହେବା ଘଟଣା ବେଶ୍‌ ଆଲୋଡନ ସୃଷ୍ଟି କରିଛି। ଏପରିକି ଗଣ ମାଧ୍ୟମର ପ୍ରତିନିଧୀମାନେ ସେଇ ଗାଁକୁ ଛୁଟୁଛନ୍ତି ଖବର ପରିବେଷଣ କରିବାକୁ। ଅନୁସନ୍ଧାନରୁ ଜଣାପଡିଛି ଯେ, ରେଢାଖୋଲ ଚାରମାଳ ପଂଚାୟତର କେଉଟବାହାଳି ଗ୍ରାମର ନଳିନୀ କର୍ଣ ନାମକ ମହିଳା ମାତ୍ର୧୫ ହଜାର ଟଙ୍କାରେ ନିଜର ଜନ୍ମିତ ଶିଶୁ କନ୍ୟାକୁ ବିକ୍ରି କରିବା ଭଳି ଘଟଣାକୁ ନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ଏପରିକି ଗଣ ମାଧ୍ୟମରେ ଏଇ ଖବରକୁ ନେଇ ବେଶ୍ ଚର୍ଚ୍ଚା ହେଉଛି। ଚାଇଲଡ୍ ଲାଇନ୍ ଶିଶୁ ବିକ୍ରି ହୋଇଥିବା ଅଭିଯୋଗ କରିଥିବା ବେଳେ ଶିଶୁ କନ୍ୟାର ମା ମୋର ଶିଶୁକୁ ମୁଁ ବିକ୍ରି…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୯୧୧ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୪୫ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ କଟକରୁ ୧୫୩, ବଲାଙ୍ଗିରିରୁ ୧୩୮, ସୁନ୍ଦରଗଡରୁ ୧୦୧, ମୟୂରଭଞ୍ଜରୁ ୯୬, ଜଗତସିଂହପୁରରୁ ୮୧, ଅନୁଗୁଳରୁ ୭୮, କଳାହାଣ୍ଡିରୁ ୭୮, ନୂଆପଡ଼ାରୁ ୭୬, ବାଲେଶ୍ବରରୁ ୭୪, ଯାଜପୁରରୁ ୭୨, କେନ୍ଦୁଝରରୁ ୭୧, ବରଗଡରୁ ୬୩, କେନ୍ଦ୍ରାପଡାରୁ ୫୨, ଭଦ୍ରକରୁ ୫୦, ପୁରୀରୁ ୫୦, ସମ୍ବଲପୁରରୁ ୫୦, ଢେଙ୍କାନାଳରୁ ୪୬, ନବରଙ୍ଗପୁରରୁ ୪୫, କୋରାପୁଟରୁ ୪୨, ଝାରସୁଗୁଡାରୁ ୩୬, ନୟାଗଡରୁ ୩୩, ଗଞ୍ଜାମରୁ ୨୬, ମାଲକାନଗିରିରୁ ୨୫, କନ୍ଧମାଳରୁ ୨୪, ସୋନପୁରରୁ ୨୦, ରାୟଗଡାରୁ ୧୬, ଗଜପତିରୁ ୮, ଦେବଗଡରୁ ୯, ବୌଦ୍ଧରୁ ୨ ଏବଂ ଷ୍ଟେଟ ପୁଲରୁ ୪୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ସୀତାରାମ ଅଗ୍ରୱାଲ  ବାଣପୁର: ଲୌହମାନଵ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ସମଗ୍ର ଦେଶରେ ପାଳନ କରାଯାଏ। ପ୍ରତି ବର୍ଷ ଅକ୍ଟୋବର ୩୧ ତାରିଖରେ ଦେଶର କୋଣ ଅନୁକୋଣରେ ରାଷ୍ଟ୍ରୀୟ ଏକତା ଦିବସ ଧୂମଧାମରେ ପାଳନ ହୋଇଥାଏ। ଆଜି ସମଗ୍ର ଦେଶରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ(ଏବିଭିପି) ମଧ୍ୟ କରୋନା କଟକଣା ମାନି ଏହି ଦିବସକୁ ପାଳନ କରୁଛି। ଏହି ପରିପ୍ରେକ୍ଷୀରେ ଆଜି ଏବିଭିପି ବାଣପୁର ଶାଖା ତରଫରୁ ସ୍ୱଳ୍ପ କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଅଛି। କାର୍ଯ୍ୟକର୍ତ୍ତା ମାନେ ମା’ ଭଗବତୀଙ୍କ ନିକଟରେ ସାରା ବିଶ୍ୱରୁ କରୋନା ଦୂର ହେଉ ଏବଂ ସମଗ୍ର ଭାରତୀୟ ଏକତାର ସୂତ୍ରରେ ବାନ୍ଧି ହୋଇ ରହିବା ଉଦ୍ଦେଶ୍ୟରେ ସଂକଳ୍ପ ନେଇଥିଲେ। ଏହା ସହିତ ମା’ ନିକଟରେ ସାମୁହିକ ଭାବେ ଦ୍ବିପଦାନ କରିଥିଲେ। ପ୍ରତିବର୍ଷ ଅକ୍ଟୋବର ୩୧ ରେ ଏବିଭିପି ବାଣପୁର ପକ୍ଷରୁ ଗଣଦୌଡ଼ ପ୍ରତିଯୋଗିତା…

Read More