ଭୁବନେଶ୍ବର, ଓଡିଶାର ଦୁଇ ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟ ଗ୍ରହଣ ହେବ। ସେହି ଦୁଇଟି ହେଲା ତିର୍ତ୍ତୋଲ ଓ ବାଲେଶ୍ବର। ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। କୋଭିଡ19 ପରେ ଓଡିଶାରେ ଏହା ହେଉଛି ପ୍ରଥମ ନିର୍ବାଚନ। ଭୋଟରମାନେ କିପରି ସୁରକ୍ଷିତ ଭାବେ ଭୋଟ ଦେବେ ସେ ନେଇ ବନ୍ଦୋବସ୍ତ କରାଯାଇଛି। ଗତକାଲି ଭୋଟ ପ୍ରଚାରର ଥିଲା ଶେଷ ଦିନ। ଶେଷ ଦିନରେ ପ୍ରାର୍ଥୀମାନେ ସେମାନଙ୍କର ରଣ କୌଶଳ ସବୁ ଆପଣେଇଛନ୍ତି। ତେବେ ଆଜି ରାତିଟି ହେଉଛି ସବୁଠାରୁ ବେଶୀ ଗୁରୁତ୍ବ ପୂର୍ଣ୍ଣ। କାରଣ ନିର୍ବାଚନ ଇତିହାସ କହୁଛି ଯେ, ଭୋଟ ଗ୍ରହଣ ପୂର୍ବଦିନ ସବୁକିଛି ଏପଟ ସେପଟ ହୋଇଯାଏ। ଟଙ୍କା କାରାବାର ଠିକ ଏହି ପୂର୍ବ ରାତିରେ ହୋଇଥାଏ। ଯାହାକୁ କୁହାଯାଏ ଅନ୍ଧାରୀ ବିଜେ। ହେଲେ ବର୍ତ୍ତମାନ ବିଭିନ୍ନ କଟକଣା ଯୋଗୁଁ ନେତାମାନଙ୍କର ଅନ୍ଧାରୀ ବିଜେ କଷ୍ଟକର ହେଉଛି। ସାଧାରଣତଃ କିଏ କେଉଁ ୱାର୍ଡରେ ଟଙ୍କା…
Author: Samikhsya Bureau
ମୁମ୍ବାଇ : ଜଣେ ସ୍ତ୍ରୀ ନିଜ ସ୍ବାମୀଙ୍କ ବିରୋଧରେ ଏକ ଅଜବ ମାମଲା ରୁଜୁ କରିଛନ୍ତି। ତାଙ୍କ ସ୍ବାମୀ ଚନ୍ଦା ଏବଂ ସେ ଓ୍ବିଗ୍ ବ୍ୟବହା କରୁଛନ୍ତି । ତାଙ୍କ ସ୍ବାମୀ ଚନ୍ଦା ହେବା କଥା ନ କହି ଲୁଚାଇ ରଖିଥିଲେ । ଏପରି ଏକ ଅଜବ ମାମଲା ମହାରାଷ୍ଟ୍ରର ରାଜଧାନୀ ମୁ୍ମ୍ବାଇରୁ ଆସିଛି । ଏଠାରେ ଜଣେ ମହିଳା ଚନ୍ଦାପଣ ପାଇଁ ତାଙ୍କ ସ୍ବାମୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଅଭିଯୋଗ କରିଥିବା ମହିଳାଙ୍କ ବୟସ 27 ବର୍ଷ। ସେ ଜଣେ ଚାଟାର୍ଡ ଆକାଉଣ୍ଟ । ତାଙ୍କ ସ୍ବାମୀଙ୍କ ବୟସ 29 ବର୍ଷ । ସେ ଏକ ପ୍ରାଇଭେଟ୍ ଫାର୍ମରେ କାମ କରନ୍ତି । ନିକଟରେ ତାଙ୍କର ବିବାହ ହୋଇଥିବାବେଳେ ସେ ଚନ୍ଦା ଏବଂ ଓ୍ବିଗ୍ ବ୍ୟବହାର କରନ୍ତି ବୋଲି ତାଙ୍କ ସ୍ତ୍ରୀଙ୍କୁ କହିନଥିଲେ । ଏକଥା ଜାଣିବା ପରେ ସ୍ତ୍ରୀଜଣକ ସ୍ବାମୀଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି ।…
ନୂଆଦିଲ୍ଲୀ, ଇଣ୍ଡିଆନ ଅଏଲ ଦ୍ବାରା ଦିଆଯାଉଥିବା ଇନଣ୍ଡେନ ଗ୍ୟାସର ବୁକିଂ ମାଧ୍ୟମ ଆଜିଠାରୁ ଅର୍ଥାତ ନଭେମ୍ବର ଏକ ତାରିଖରୁ ପରିବର୍ତ୍ତନ ହେଲା। ପୂର୍ବରୁ ଗ୍ରାହକମାନେ ବୁକିଂ କରିବା ପାଇଁ ଯେଉଁ ନମ୍ବର ବ୍ୟବହାର କରୁଥିଲେ ତାହା ବନ୍ଦ କରାଯାଇଛି। ଅକ୍ଟୋବର 31 ତାରିଖରୁ ଇନଣ୍ଡେନ ଗ୍ୟାସ ତାହାର ପୁରୁଣା ନମ୍ବରକୁ ଅଚଳ କରିଦେଇଛି। ବର୍ତ୍ତମାନ ଗ୍ରାହକମାନେ ସେହି ନମ୍ବରରେ ବୁକିଂ କଲେ ତାହା ଗ୍ରହଣୀୟ ହେବ ନାହିଁ। ବୁକିଂ ପାଇଁ ବର୍ତ୍ତମାନ ନୂଆ ନମ୍ବର ଜାରୀ କରାଯାଇଛି। ଇଣ୍ଡିଆନ ଅଏଲ ସାରା ଭରତର ବର୍ଷର ଇନଣ୍ଡେନ ଗ୍ରାହକଙ୍କ ପାଇଁ ଗୋଟିଏ ନମ୍ବର ଜାରୀ କରିଛି। ଏହି ନମ୍ବରଟି ଦିନରାତି 24 ଘଣ୍ଟା କାର୍ଯ୍ୟ କରିବ। ହେଲେ ପ୍ରଥମେ ଆପଣ ଆପଣଙ୍କର ଗ୍ରାହକ ନମ୍ବରୁ ପୁଣି ଥରେ ସେହି ନମ୍ବରରେ ଯୋଡିବାକୁ ପଡିବ। ଏହି ନୂଆ ନମ୍ବରଟି ଦୟାକରି ଆପଣଙ୍କ ରେଜିଷ୍ଟ୍ରେସନ ମୋବାଇଲ ନମ୍ବରରେ ସଂରକ୍ଷିତ କରି ନିଅନ୍ତୁ। ସେହି ନମ୍ବରଟି ହେଲା-7718955555…
ଭୁବନେଶ୍ବର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ପରଲୋକ ହୋଇଯାଇଛି । ଘରେ ବସିଥିବାବେଳେ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି । 72 ବର୍ଷ ବୟସରେ ଜଟଣୀସ୍ଥିତ ଘରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ତାଙ୍କ ପତ୍ନୀ । କେବଳ ନିର୍ଦ୍ଦେଶକ ନୁହେଁ ବରଂ ଚିତ୍ରନାଟ୍ୟ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ, ଅଭିନେତା ଆଦି ଭାବେ ବେଶ୍ ଲୋକପ୍ରିୟତା ହାସଲ କରିଥିଲେ ରାଜୁ ମିଶ୍ର । ପୁନରେ ଫିଲ୍ମ ଏଣ୍ଡ୍ ଟେଲିଭିଜନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରେ ଚିତ୍ରାେତ୍ତଲନରେ ସ୍ବର୍ଣ୍ଣପଦକ ଲାଭ କରିଥିଲେ । ଓଡ଼ିଆ ଚଳଚ୍ଚିତ୍ରରେ ‘ଉଲ୍କା’ରେ ଅଭିନୟ କରିବା ସହ ରାଜୁ ମିଶ୍ର ଚିତ୍ରୋତ୍ତଳକ ଓ ସଙ୍ଗୀତକାର ଭାବରେ କାର୍ଯ୍ୟ କରିଥିଲେ । ସେ 20ରୁ ଉର୍ଦ୍ଧ୍ବ ଓଡ଼ିଆ ଓ ହିନ୍ଦୀ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି । ‘ଜୋର୍ ଯା’ର ମୁଲକ ତା’ର’ ତାଙ୍କର ପ୍ରଥମ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଥିଲା । ଓଡ଼ିଆ ସିନେଜଗତର…
ୟକଟକ : ଆଗକୁ କାଳୀ ପୂଜା ଓ ଦୀପାବଳି ଥିବା ବେଳେ କୋଭିଡ କଟକଣା ଭିତରେ ପାଳିତ ହେବ ଏହି ସବୁ ପର୍ବ। ଚଳିତ ବର୍ଷ କୋଭିଡ କଟକଣା ସତ୍ତ୍ୱେ କଟକବାସୀ ଉତ୍ସାହର ସହ ପାଳନ କରିବେ ଆଲୋକର ପର୍ବ। କଟକରେ ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଣ ଦୋକାନ ଖୋଲିବାକୁ ଅନୁମତି ମିଳିଛି।ହେଲେ କେଉଁଠି ବାଣ ଦୋକାନ କରାଯିବ ତାହା ସ୍ଥିର କରାଯିବ ବୋଲି ଡିସିପି କହିଥିବା ବେଳେ ବାଣ ଦୋକାନରେ ସାମାଜିକ ଦୂରତା ଓ ମାସ୍କକୁ କିନ୍ତୁ ବାଧ୍ୟତାମୂଳକ କରାଯିବ। ଅପରପକ୍ଷେ, ଦୁର୍ଗାପୂଜା ଭଳି କାଳୀପୂଜା ମଧ୍ୟ କୋଭିଡ କଟକଣାରେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ଡିସିପି ।
ଦୁବାଇ: ଆଇପିଏଲ୍ ୧୩ତମ ସଂସ୍କରଣର ଲିଗ ପର୍ଯ୍ୟାୟ ଅନ୍ତିମ ଚରଣରେ ପହଞ୍ଚି ସାରିଛି। କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟ ତଥା ପ୍ଲେ ଅଫ୍ ରେ ଖେଳିବା ପାଇଁ କେବଳ ମୁମ୍ବାଇ ଇଣ୍ଡିଆନ୍ସ ଯୋଗ୍ୟତା ଅର୍ଜ୍ଜନ କରିଥିବା ବେଳେ ଆଉ ତିନୋଟି ଦଳ ସ୍ଥାନ ପାଇବା ବାକି ରହିଛି। ଲିଗ ପର୍ଯ୍ୟାୟରେ ଆଉ ମାତ୍ର ଦୁଇଟି ମ୍ୟାଚ ଖେଳାଯିବାକୁ ବାକି ଥିଲା ବେଳେ କେଉଁ ତିନୋଟି ଦଳ ପ୍ଲେ ଅଫରେ ସ୍ଥାନ ପାଇବେ ଏନେଇ ଅନିଶ୍ଚିତତା ଜାରି ରହିଛି। ଆଜି ଖେଳାଯିବାକୁ ଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରୁ ଯେଉଁ ଦଳ ବିଜୟ ଲାଭ କରିବ, ସେହି ଦଳ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ସ୍ଥାନକୁ ଉନ୍ନୀତ ହେବ। ଏବଂ ଯେଉଁ ଦଳ ପରାଜିତ ହେବ, ସେହି ଦଳକୁ ଆସନ୍ତାକାଲି ହେବାକୁ ଥିବା ମୁମ୍ବାଇ ଇଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମ୍ୟାଚର ଫଳାଫଳକୁ ଅପେକ୍ଷା କରିବାକୁ ପଡ଼ିବ। ଯଦି ଏହି ଶେଷ ଲିଗ…
ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ବହରାଇଚ ଜିଲ୍ଳାର ପୟାଗପୁର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 10 ଜଣ ଆହତ ହୋଇଛନ୍ତି। ଆହତଙ୍କ ଭିତରେ 5 ଜଣଙ୍କର ସ୍ଥିତି ଖୁବ୍ ଗମ୍ଭୀର ରହିଛି। ସମସ୍ତ ଆହତଙ୍କୁ ପୋଲିସ ଗାଡି ଯୋଗେ ହସ୍ପିଟାଲରେ ପହଁଞ୍ଚାଇଛି। ମିଳିଥିବା ସୂଚନା ଅନୁସାରେ, ସମସ୍ତ ମୃତକ ଓ ଆହତ ଲକ୍ଷ୍ମୀପୁର ଖିରି ଜିଲ୍ଲାର ତୁକନିଆ ଓ ସିଙ୍ଗାହିରେ ରୁହନ୍ତି। ପୋଲିସର ସୂଚନା ଅନୁସାରେ, ଜଣେ ମହିନ୍ଦ୍ରା ଗାଡିରେ ବସି 16 ଜଣ ଯାତ୍ରୀ ଆମ୍ବେଦକରନଗର ସ୍ଥିତ କିଛୌଛ ଶରିଫର ଦର୍ଶନ କରି ଫେରୁଥିଲେ। ପ୍ରୟାଗପୁର ଥାନାର ଶିବ ଦହା ମୋଡ ନିକଟରେ କୌଣସି ଅଜଣା ଗାଡି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ 6ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ପାଇ ପୋଲିସ ମୃତଦେହ ଗୁଡିକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। (ଏଜେନ୍ସି)
ସ୍ପେନ : ଦୁନିଆରେ ବହୁତ କିଛି ଅଜବ ଜିନିଷ ରହିଥାଏ, ଯାହାକୁ ଜାଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିଥାଏ । ଆସନ୍ତୁ ଜାଣିବା ଏକ ଅଜବ ରେଷ୍ଟୁରାଣ୍ଟ ବିଷୟରେ । ଯେଉଁଠାରେ ଖାଦ୍ୟ ଖାଇଲେ ଭୟରେ ଥରିଯିବେ । ଏହି ରେଷ୍ଟୁରାଣ୍ଟରେ ଖାଦ୍ୟ ପରିବେଷଣ କୌଣସି ମନୁଷ୍ୟ ନୁହେଁ ବରଂ ଭୂତମାନେ କରିଥା’ନ୍ତି । ଏହି ରେଷ୍ଟୁରାଣ୍ଟରେ ଅତିଥିମାନଙ୍କୁ ସ୍ବାଗତ ରକ୍ତରେ ଜୁଡୁବୁଡ ଛୁରୀ ଦ୍ବାରା କରାଯାଇଥାଏ । ଏହି ପରି ଏକ ରେଷ୍ଟୁରାଣ୍ଟ ସ୍ପେନ୍ ଲା ମାସିଆ ଏଙ୍କାଟେଣ୍ଡାରେ ରହିଛି । ଐତିହାସିକ ବସ୍ତୁ ଦ୍ବାରା ପ୍ରେରିତ ଏହି ରେଷ୍ଟୁରାଲ୍ରେ କନସ୍ପେଟ । ତେବେ ଏଠାରେ କୌଣସି ଅସଲି ଭୂତ ନାହାନ୍ତି ବରଂ ଏଠାକାର କର୍ମଚାରୀମାନେ ନିଜକୁ ଭୂତ ବେଶରେ ସଜ୍ଜାଇ ଥା’ନ୍ତି । ଲୋକଙ୍କୁ ହରର୍ର ପୂରା ତ୍ଡକା ଦେବା ପାଇଁ ଏଠାରେ ସମସ୍ତ ପ୍ରକାରର ବ୍ୟବସ୍ଥାକରାଯାଇଥାଏ । 17ଶତାବ୍ଦୀରେ ଜୋସେଫ୍ ମା ରିଏସ୍ ମାସିଆ ଓ ସୁରୋକା ନେ…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିଲା ସାଇବର କମ୍ପ୍ଲେକ୍ସ। ଆଜି ପୋଲିସ ଡିଜି ଅଭୟ ସାଇବର କମ୍ପ୍ଲେକ୍ସର ଶୁଭାରମ୍ଭ କରିଛନ୍ତି। ସାଇବର କମ୍ପ୍ଲେକ୍ସରେ ସାଇବର କ୍ରାଇମର ତଦନ୍ତ ପାଇଁ ଟ୍ରେନିଂ ଦିଆଯିବ। 6 ମାସ ମଧ୍ୟରେ ରାଜ୍ୟ ପୋଲିସର ସୋସିଆଲ ମିଡିଆ ସେଲ୍ କାମ କରିବ। 200 ଜଣ ପୋଲିସଙ୍କୁ ଏଠି ଟ୍ରେନିଂ ଦିଆଯିବ। ସାଇବର କ୍ରାଇମରେ ନୂଆ ଟେକନୋଲୋଜି ବ୍ୟବହାର କରାଯିବ। ଏବେ ରାଜ୍ୟରେ 4ଟି ସାଇବର କ୍ରାଇମ୍ ଥାନା ଅଛି। ସବୁ ଥାନାରେ ସାଇବର କ୍ରାଇମ୍ ତଦନ୍ତ ହେବ। ଏଥିପାଇଁ ଜଣେ ଲେଖାଏଁ ଅଫିସରଙ୍କୁ ଟ୍ରେନିଂ ଦିଆଯିବ। ଚଳିତ ବର୍ଷ 2 ହଜାର ଅଧିକ ମାମଲା ରୁଜୁ ହୋଇଛି।କଟକରେ ଥିବା ସାଇବର ଥାନା ଏଠାରୁ ଅପରେଟ୍ ହେବ ।
ସୀତାରାମ ଅଗ୍ରଓ୍ବାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଦେଓଗାଁ ପଞ୍ଚାୟତର ୭୬ଟି ମହିଳା ଏସ୍ଏଚ୍ଜି ଗ୍ରୁପର ପ୍ରାୟ ଶତାଧିକ ମହିଳା ସଦସ୍ୟା ବାଣପୁର ବ୍ଲକକୁ ଘେରାଉ କରିବା ସହ ଧାରଣାରେ ବସିଛନ୍ତି। ଧାରଣରତ ମହିଳାମାନେ ମହିଳା ମହାସଂଘର ଏମ୍ବିକେ, ସିଆରପି, ମହାସଂଘ ସଭାପତି ଓ ସମ୍ପାଦିକାଙ୍କ ବିରୋଧରେ ଅଭିଯୋଗ ଆଣିବା ସହିତ ସେମାନଙ୍କର ବହିଷ୍କାର ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ ମହିଳା ମହାସଂଘକୁ ଆସୁଥିବା ସରକାରୀ ଅନୁଦାନ ତଥା ଏହି ମହାସଂଘର ଆୟବ୍ୟୟର ହିସାବକୁ ଏହି ମହାସଂଘର ଏମ୍ବିକେ କଲ୍ୟାଣୀ ପରିଡା, ସାତ ଜଣ ସିଆରପି, ମହାସଂଘ ସଭାପତି ଗୀତାଞ୍ଜଳି ପରିଡା ଓ ସମ୍ପାଦିକା ଲିଲି ସାମନ୍ତରାୟ ମହିଳା ସଭ୍ୟ ତଥା ଇସି ମେମ୍ବରମାନଙ୍କୁ ଜଣାଉନାହାନ୍ତି। ଏ ସମ୍ପର୍କରେ ମହିଳାମାନେ ସମ୍ପାଦିକାଙ୍କୁ ଅଭିଯୋଗ କଲେ ସେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇବା ସହ ଗାଳି ଗୁଲଜ କରୁଛନ୍ତି। ଅପରପକ୍ଷରେ ଏମ୍ବିକେ ଏବଂ ସିଆରପିମାନେ ଅନୁରୂପ ଭାବେ ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା ସହ…
ଭୁବନେଶ୍ବର : ରାଜ୍ୟରେ ଆଉ 9 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ସୁନ୍ଦରଗଡ ଜିଲ୍ଲାରୁ ସର୍ବାଧିକ 3 ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ସମ୍ବଲପୁର, ଭୁବନେଶ୍ବର, କଟକ, କନ୍ଧମାଳ, ପୁରୀ ଓ ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1340କୁ ବୃଦ୍ଧି ହୋଇଛି ।
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୩୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୯୮ ଜଣ ଚିହ୍ନଟ ହୋଇଥିବାବେଳେ ୫୯୧ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୩ ହଜାର ୨୧୪କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୭ ହଜାର ୫୬୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୪ ହଜାର ୨୫୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୩୨୦ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୩୮୯ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ…
ନୂଆଦିଲ୍ଲୀ : କ୍ବାରେଣ୍ଟାଇନ୍ରେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନର ମୁଖ୍ୟ । କରୋନା ସଂକ୍ରମିତ ବ୍ୟକ୍ତିଙ୍କସଂସ୍ପର୍ଶରେ ଆସିବା ପରେ ଡବ୍ଲ୍ୟୁଏଚ୍ଓ ମୁଖ୍ୟ ଟେଡ୍ରୋସ ଆଧାନୋମ ଗ୍ରେବେସିୟସ ଏବେ କ୍ୱାରାଣ୍ଟାଇନରେ ରହିଛନ୍ତି । ଏନେଇ ସେ ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ଡବ୍ଲୁଏଚ୍ଓ ମୁଖ୍ୟ ଟୁଇଟ କରି କହିଛନ୍ତି ଯେ ସେ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି। ଏବେ ସେ ସମ୍ପୂର୍ଣ୍ଣ ଭଲ ଅଛି ଏବଂ ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ନାହିଁ। କିନ୍ତୁ ଡବ୍ଳୁଏଚ୍ଓ ପ୍ରୋଟୋକଲ ଅନୁଯାୟୀ ସେ ଆଗାମୀ ଦିନରେ କ୍ୱାରାଣ୍ଟାଇନ୍ରେ ରହି କାର୍ଯ୍ୟ କରିବେ।
ଭୁବନେଶ୍ବର : ରାଜ୍ୟପାଳଙ୍କୁ କରୋନା । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କରୋନା ସଂକ୍ରମଣରେ ସଂକ୍ରମିତ ହୋଇଛନ୍ତି । ରାଜ୍ୟପାଳଙ୍କ ପତ୍ନୀଙ୍କ ରିପୋର୍ଟ ମଧ୍ୟ ପଜିଟିଭ୍ ଆସିଛି । ଏନେଇ ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି । ରିପୋର୍ଟ ପିଜିଟିଭ୍ ଆସିବା ପରେ ତାଙ୍କ ସହ ନିକଟ ଅତୀତରେ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ କୋଭିଡ୍ ପରୀକ୍ଷା କରାଇନେବାକୁ ରାଜ୍ୟପାଳ ଅନୁରୋଧ କରିଛନ୍ତି । https://twitter.com/GovernorOdisha/status/1323118313661063168?s=20
ନୂଆଦିଲ୍ଲୀ: ଭାରତରେ କରୋନା ଗ୍ରାଫ୍ ତଳମୁହାଁ ହୋଇଛି। କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ସାମାନ୍ୟ ଆଶ୍ବସ୍ତି ମିଳିଛି। ଗତ ୨୪ ଘଣ୍ଟାରେ ୪୫ ହଜାର ୨୩୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ୪୯୬ ଜଣଙ୍କର ମୃତ୍ୟୁ ହୋଇଛି। ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଲକ୍ଷ ୨୯ ହଜାର ୩୧୩ରେ ପହଞ୍ଚିଥିବାବେଳେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ହଜାର ୨୨ ହଜାର ୬୦୭କୁ ବୃଦ୍ଧି ପାଇଛି। ଦେଶରେ ଏବେ ୫ ଲକ୍ଷ ୬୧ ହଜାର ୯୦୮ ଜଣ ସକ୍ରିୟ ରୋଗୀ ଥିବାବେଳେ ୭୫ ଲକ୍ଷ ୪୪ ହଜାର ୭୯୮ ଜଣ ସୁସ୍ଥ ହୋଇଛନ୍ତି।
ନୂଆଦିଲ୍ଲୀ, ୨୦୨୦ ଅକ୍ଟୋବରର ମାସରେ ଓଡିଶା ସମେତ ସମଗ୍ର ଦେଶରେ ମୋଟ ଜିଏସ୍ଟି ରାଜସ୍ୱ ସଂଗ୍ରହ ୧,୦୫,୧୫୫ କୋଟି ଟଙ୍କା ହୋଇଛି । ସେଥିମଧ୍ୟରୁ ସିଜିଏସ୍ଟି ପରିମାଣ ୧୯,୧୯୩ କୋଟି ଟଙ୍କା, ଏସ୍ଜିଏସ୍ଟି ୨୫,୪୧୧ କୋଟି ଓ ଆଇଜିଏସ୍ଟି ପରିମାଣ ୫୨,୫୪୦ କୋଟି ଟଙ୍କା ଥିବା ସରକାରୀଭାବେ ଜଣାପଡିଛି । ଏଥିରେ ଆମଦାନୀ ସାମଗ୍ରୀ ଉପରୁ ସଂଗୃହୀତ ଟିକସ ରାଜସ୍ୱର ପରିମାଣ ୨୩,୩୭୫ କୋଟି ଟଙ୍କା ଅନ୍ତର୍ଭୁକ୍ତ । ଏହାଛଡା ଏହି ମାସରେ ସାମଗ୍ରୀ ରପ୍ତାନୀ ଉପରୁ ଆଦାୟ ୯୩୨ କୋଟି ଟଙ୍କାର ରାଜସ୍ୱ ସମେତ ମୋଟ ୮,୦୧୧କୋଟି ଟଙ୍କାର ସେସ୍ ବା ଉପକର ସଂଗୃହୀତ ହୋଇଛି । ଚଳିତବର୍ଷ ଅକ୍ଟୋବରର ୩୧ ସୁଦ୍ଧା ୮୦ ଲକ୍ଷ ଜିଏସ୍ଟିଆର-୩ବି ରିଟର୍ଣ୍ଣ ଫାଇଲ କରାଯାଇଛି । ଓଡ଼ିଶାରୁ ଏହି ମାସରେ ମୋଟ ୨,୪୧୯ କୋଟି ଟଙ୍କାର ଜିଏସ୍ଟି ସଂଗୃହୀତ ହୋଇଛି । ଗତବର୍ଷ ଅକ୍ଟୋବରର ତୁଳନାରେ ଏହି ଜିଏସ୍ଟି ସଂଗ୍ରହ ୨୧ ପ୍ରତିଶତ…
ନୂଆଦିଲ୍ଲୀ, ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦୁଇ ଖଣ୍ଡ ବା ଦୁଇ କୂଳ ରସୁଣ ଆପଣଙ୍କର ମୁହଁର ବ୍ରଣକୁ କୁଆଡେ ଉଭାଇ ଦେବ। ମୁହଁରେ ବ୍ରଣ ହେବା ଦ୍ବାରା ସମସ୍ତଙ୍କୁ ବଡ ଅସୁବିଧା ଅନୁଭବ ହୁଏ। କାରଣ ଅନ୍ୟ କେଉଁଠି କିଛି ହେଲେ ତାହା ଘୋଡେଇ ହେବ। ହେଲେ ମୁହଁରି କିଛି ହେଲେ ତାହାକୁ ଲୁଚେଇବା ସମ୍ଭବ ନୁହେଁ। ଏଥିପାଇଁ ଅନେକ ଲୋକ ଅନେକ ପଇସା ଖର୍ଚ୍ଚ କରନ୍ତି ହେଲେ ସେଥିରେ ବ୍ରଣ ଯିବାର ନା ଧରେ ନାହିଁ। କିନ୍ତୁ ପ୍ରାଚୀନ ଯୁଗରୁ ଆୟୁର୍ବେଦ ଶାସ୍ତ୍ରରେ ଏହାର ଉପାଚାର ରହିଛି। ଜାଣନ୍ତୁ କଣ 1- ଗୋଟା ରସୁଣରୁ ଦୁଇ ଖଣ୍ଡ ବାହାର କରି ଭଲଭାବରେ ଚୋପା ଛଡାଇ ଦିଅନ୍ତୁ। ତାହାକୁ ଭଲଭାବରେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାପରେ 10 ମିନିଟ ପାଇଁ ତାହାକୁ ସେମିତି ଛାଡି ଦିଅନ୍ତୁ। ତାପରେ ବ୍ରଣ ଉପରେ ଏହାକୁ ଲଗାନ୍ତୁ। 10ରୁ 15 ମିନିଟ୍…
ନୂଆଦିଲ୍ଲୀ, ଆଜି ହେଉଛି ଇଂରେଜମାସର ଦ୍ବିତୀୟ ଦିନ। ଏହି ଦିନରେ ଆମେ ଏପରି ତିନୋଟି ରାଶି ବିଷୟରେ କହିବୁ ଯାହା ବେଶ୍ ସଶକ୍ତ ରହିଛି। ଏହି ତିନି ରାଶିର ବ୍ୟକ୍ତିମାନେ ବ୍ୟବସାୟ କ୍ଷେତ୍ରରେ ବିପୁଳ ସଫଳତା ହାସଲ କରିବେ। ଯାହା ସେମାନେ କେବେ ବିଶ୍ବାସ କରି ନ ଥିବେ। ଏହା ଦ୍ବାରା ବିପୁଳ ପରିମାଣର ଅର୍ଥ ଲାଭ ହେବାର ଗଣନା କହୁଛି। ଆପଣଙ୍କର ସମସ୍ତ ବିଧାବିଘ୍ନ ଏହି ସମୟରେ ସମାପ୍ତ ହେବ। ଆପଣଙ୍କର ବହୁଦିନର ପୁରୁଣା ବାକିଥିବା କାମ ହଠାତ୍ ତାହା ସମାପ୍ତ ହେବ। ଏହିରାଶିର ବ୍ୟକ୍ତିମାନଙ୍କର ବୈବାହିକ ଜୀବନ ବେଶ ସୁଖମୟ ହେବ। ଆପଣ ହଠାତ୍ ସାଙ୍ଗମାନଙ୍କ ସହିତ ବହୁ ଦୂରକୁ ଯାତ୍ରା କରିବାର ସମ୍ଭାବନା ରହିଛି। ଏହି ଯାତ୍ରା ଆପଣଙ୍କ ପାଇଁ ବେଶ ଲାଭଦାୟକ ହେବ। ଏହି ତିନିରାଶିର ବ୍ୟକ୍ତିମାନେ ତିନିଦନ ମଧ୍ୟରେ ଭଲ ଖବର ପ୍ରାପ୍ତ ହେବେ। ଆପଣଙ୍କ ମନ ଭିତରେ ବହୁ ଧରି ଉଙ୍କି ମାରୁଥିବା…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ସୋରଣ ଗ୍ରାମରେ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ଚାରି ଜୁଆଡ଼ି ଙ୍କୁ ଗିରଫ କରିବା ସହ ଟଙ୍କା ଏବଂ ବାଇକ ଜବତ କରିଛି ଟାଙ୍ଗୀ ପୋଲିସ। ସୂଚନା ଅନୁସାରେ କୌଣସିମତେ ଖବର ପାଇ ଟାଙ୍ଗୀ ପୋଲିସ ସୋରଣ ଗ୍ରାମ ମାନସିଂହପୁର ରେ ଜୁଆ ଖେଳ ଚାଲିଥିବା ବେଳେ ଅତର୍କିତ ଭାବରେ ଚଢ଼ାଉ କରି ଚାରି ଜଣ ଜୁଆଡ଼ିଙ୍କୁ କାବୁ କରି ଗିରଫ କରିଥିଲା। ସେମାନଙ୍କ ନିକଟରୁ ନଗଦ ପାଞ୍ଚ ହଜାର ତିରିଶ ଟଙ୍କା , ୭ ଗୋଟି ମଟର ସାଇକେଲ ସହ ବ୍ୟବହାର ହେଉଥିବା ପାଲି ଜବତ କରାଯାଇଛି। ସେହି ଚାରି ଜୁଆଡିଙ୍କ ବିରୁଦ୍ଧରେ ଓ.ପି.ଜି ଆକ୍ଟ ଅନୁଯାୟୀ କେସ ନମ୍ବର ୩୩୨/୨୦ ରେ ମାମଲା ରୁଜୁକରି ତଦନ୍ତ ଜାରିରହିଛି ବୋଲି ଟାଙ୍ଗୀ ଥାନାଧିକାରୀ ସରୋଜ ଉପାଧ୍ୟାୟ ସୂଚନା ଦେଇଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନମଣ୍ଡଳୀରେ ବର୍ତ୍ତମାନ ନିର୍ବାଚନର ପ୍ରଚାର ପ୍ରସାର ସମୟ ସୀମା ଶେଷ ହୋଇ ଯାଇଥିବାରୁ ସମସ୍ତ ରାଜନୈତିକ କର୍ମକର୍ତ୍ତା, ଦଳୀୟ କର୍ମୀ ଯେଉଁମାନେ ଏହି ନିର୍ବାଚନ ମଣ୍ଡଳୀର ଭୋଟର ନୁହଁନ୍ତି କିନ୍ତୁ କେବଳ ପ୍ରଚାର ପ୍ରସାର ନିମନ୍ତେ ଏହି ନିର୍ବାଚନ ମଣ୍ଡଳୀକୁ ଆସିଥିଲେ ସେମାନଙ୍କ ଉପସ୍ଥିତି ଉପରେ କଟକଣା ଜାରି କରାଯାଇଛି। ଆଜି ସନ୍ଧ୍ୟାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ତିର୍ତ୍ତୋଲ ବଜାର ସ୍ଥିତ ଆନନ୍ଦମଣ୍ଡପ (କଲ୍ୟାଣମଣ୍ଡପ)ରେ ଚଢ଼ାଉ କରିଥିଲେ। ହେଲେ ଚଢାଉ ସମୟରେ ଏଠାରେ କୌଣସି ରାଜନୈତିକ ଦଳର କର୍ମକର୍ତ୍ତା ନଥିଲେ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ଥିସହିତ ଜିଲ୍ଲାପାଳ ଓ ଏସ୍.ପି ତାରପୁର ପୋଲିସ୍ ଚେକ୍ ପୋଷ୍ଟରେ ଇନସପେକ୍ଟେଡ କରିବା ସହିତ ନୁଆପୋଖରୀ ସ୍ଥିତ ମଦଦୋକାନ ପରିଦର୍ଶନ କରିଥିଲେ।
ହାଇଦ୍ରାବାଦ, ଆଜି ଅପରାହ୍ନରେ ହାଇଦ୍ରାବାଦ ପୋଲିସ ଏକ କାର ଭିତରୁ ଏକ କୋଟି ଟଙ୍କା ଜବତ କରିଛି। ଏହି ଟଙ୍କା ତେଲଙ୍ଗାନା ଡୁବୁକା ବିଧାନସଭାର ବିଜେପି ପ୍ରାର୍ଥୀ ଏମ ରଘୁନନ୍ଦନ ରାଓଙ୍କ ଶଳାଙ୍କ ଗାଡିରୁ ଜବତ କରାଯାଇଛି। ତାଙ୍କ ନାମ ହେଉଛି ଶ୍ରୀନିବାସ ରାଏ। ଡୁବୁକାରେ ଆସନ୍ତା ନଭେମ୍ବର 3 ତାରିଖରେ ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ହାଇଦ୍ରାବାଦ ପୋଲିସ କମିଶନର ଅଞ୍ଜନୀ କୁମାର କହିଛନ୍ତି ଯେ, ଏହି ବିପୁଳ ପରିମାଣର ଟଙ୍କା ଭୋଟରମାନଙ୍କୁ ବାଣ୍ଟିବା ପାଇଁ ନିଆଯାଉଥିଲା। ପୋଲିସ ଏକ ଖବର ପାଇ ଏହି କାରର ପିଛା କରି ବେଗମପେଟ୍ ଫ୍ଲାଏଓଭରରୁ ଧରିଥିଲା। ପୋଲିସକୁ ଶ୍ରୀନିବାସ କହିଛନ୍ତି ଯେ ଏହି ଟଙ୍କା ବିଶାଖା ଇନଣ୍ଡଷ୍ଟ୍ରୀର ମାଲିକ ଜି ବିବେକଙ୍କଠାରୁ ଅଣାଯାଇଥିଲା। ଜି ବିବେକ ହେଉଛନ୍ତି ଜଣେ ପୂର୍ବତନ ବିଜେପି ସାଂସଦ। ଭୋଟ ପ୍ରଚାର ସରିବାର ମାତ୍ର କେଇ ମିନିଟ ମଧ୍ୟରେ ଏପରି ଟଙ୍କା ଜବତ ହେବା ରାଜ୍ୟ ରାଜନୀତିକୁ…

