ନୂଆଦିଲ୍ଲୀ, ଭାରତରେ କରୋନା ସଂକ୍ରମଣ ସଂଖ୍ୟା ୭୭ ଲକ୍ଷରୁ ଅଧିକ ହୋଇ ସାରିଲାଣି। ଏଥି ସହିତ ଏହି ମହାମାରୀ ଯୋଗୁଁ ଏକ ଲକ୍ଷ ୧୬ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ମଧ୍ୟ ଘଟିସାରିଲାଣି। ଏଭଳି ପରିସ୍ଥିତିରେ ସମସ୍ତେ କରୋନା ଟୀକାକୁ ଅପେକ୍ଷା କରି ରହିଛନ୍ତି। ତେବେ ଟୀକା ଆସିବା ପୂର୍ବରୁ ଏହା କିପରି ଦିଆଯିବ ସେ ନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇସାରିଲାଣି। ତେବେ ପ୍ରଶ୍ନ ଉଠିଛି ଯେ ଟୀକାକରଣରେ କେତେ ଖର୍ଚ୍ଚ ହେବ ଏବଂ ଏ ସମ୍ପର୍କରେ ସରକାର କିପରି ପ୍ରସ୍ତୁତି ହୋଇଛନ୍ତି। ସରକାରୀ ସୂଚନା ଅନୁସାରେ ଟୀକା ବାହାରିବା ପୂର୍ବରୁ ଭାରତ ସରକାର ଟୀକାକରଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି କରି ସାରିଛନ୍ତି। ସାରା ଦେଶରେ କିପରି ଟୀକାକରଣ ହେବ ସେଥିପାଇଁ ବଜେଟ ଆକଳନ ମଧ୍ୟ କରା ସରିଛି। ଏଥିପାଇଁ ମୋଦୀ ସରକାର ପ୍ରାୟ ୫୧ ହଜାର କୋଟିର ଏକ ଅଲଗା ପାଣ୍ଠି ସୃଷ୍ଟି କରିଛନ୍ତି। ପ୍ରତି ବ୍ୟକ୍ତିଙ୍କୁ ଗୋଟିଏ…
Author: Samikhsya Bureau
ଜୟପୁର(ରାଜସ୍ଥାନ), ଆଜି ଅର୍ଥାତ୨୩ ଅକ୍ଟୋବରରୁ ଶୁକ୍ର ଗ୍ରହ ସିଂହ ରାଶିରେ ପ୍ରବେଶ କରିବେ। ଶୁକ୍ର ଗ୍ରହ ଉପଭୋଗ, ବିଳାସ, ଆନନ୍ଦ, ପ୍ରେମ ଓ ବିଳାସ ପାଇଁ ଜଣାଶୁଣା। ଶୁକ୍ର ମୀନ ରାଶି ପାଇଁ ଉନ୍ନତ ହେଲେ କନ୍ୟା ରାଶି ପାଇଁ ଖରାପ ବୋଲି ଧରାଯାଏ। ଉଚ୍ଚ ଶୁକ୍ର ଶୁଭ ଏବଂ ନିମ୍ନ ଶୁକ୍ର ନକାରାତ୍ମକ ଫଳାଫଳ ଆଣିଥାଏ। ଶୁକ୍ର ହେଉଛନ୍ତି ନବ ଗ୍ରହ ମଧ୍ୟରେ ଷଷ୍ଠ ଗ୍ରହ, ବୃଷ ଏବଂ ତୁଳା ରାଶି ପାଇଁ ପ୍ରଭୃ ଭାବରେ ପରିଗଣିତ। ଜ୍ୟୋତିଶଙ୍କ ଗଣନା ଅନୁସାରେ ଶୁକ୍ର ଗ୍ରହ ୨୩ ଅକ୍ଟୋବର ୨୦୨୦ ଦିନ ୧୦:୩୮ ମିନିଟରେ କନ୍ୟା ରାଶିରେ ପ୍ରବେଶ କରୁଛନ୍ତି। ଏହି ରାଶିରେ ଶୁକ୍ର ଦେବ ୨୫ ଦିନ ଧରି ରହିବେ। ଏହାପରେ ନଭେମ୍ବର ୧୭, ୨୦୨୦ ମଙ୍ଗଳବାର ଦିନ ୧୨.୫୦ ମିନିଟରେ ସେ କନ୍ୟା ରାଶି ଛାଡି ନିଜ ରାଶି ତୁଳାରେ ପ୍ରବେଶ କରିବେ। ଶୁକ୍ର ଗ୍ରହଙ୍କ ଏହି ଚଳନ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଏକ ହୃଦୟ ବିଦାରକ ଦୃଶ୍ୟ କ୍ରମେ ଏମ୍କେସିଜି ମେଡ଼ିକାଲ୍ ପରିସରରେ ଥିବା ଏକ ଦୋକାନ ସଂଲଗ୍ନ ନାଳ ନିକଟରେ ଏକ ଜନ୍ମିତ ମୃତ ଛୁଆ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତ ଛୁଆଟିକୁ କୁକୁର ଛିନ୍ନ ଭିନ୍ନ କରି ଖାଉଥିଲେ। ତେବେ କିଏ ଏବଂ କାହିଁକି ଏଠାରେ ଜଣେ ଜନ୍ମିତ ମୃତ ଶିଶୁକୁ ଆଣି ପକାଇ ଦେଇଛି ତାହା ଜଣାପଡ଼ିନାହିଁ । ତେବେ ଶିଶୁଟି ମୃତ ଭାବେ ଜନ୍ମିତ ହୋଇ ଏଠାରେ ପକାଯାଇଥାଇପାରେ କିମ୍ବା କୌଣସି ନର୍ସିଂ ହୋମ୍ରୁ ପକାଯାଇଛି ତାହା ଜଣାପଡ଼ୁନାହିଁ। ତେବେ ଏଠାରେ ଗୋଟିଏ କଥା ମେଡ଼ିକାଲ୍ରେ ଯଦି ମୃତଶିଶୁ ଜନ୍ମ ହୋଇଥାନ୍ତା ତେବେ ତାକୁ ମା’ ବାପା କିମ୍ବା ମେଡ଼ିକାଲ୍ କର୍ମଚାରୀମାନେ ପୋତି ଦେଇଥାନ୍ତେ। ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ମେଡ଼ିକାଲ୍ ନିକଟରେ ଗୋଟିଏ କୁକୁର ଗୋଟିଏ ମୃତ ଛୁଆକୁ ପାଟିରେ ଧରି ଯାଉଥିବାର ଦୃଶ୍ୟ ଭାଇରାଲ୍ ହୋଇଥିବାବେଳେ ଏହାର ତଦନ୍ତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ପାର୍ବଣ ଋତୁ ପାଖେଇ ଆସୁଥିବାବେଳେ ପୁରୁଷୋତ୍ତମପୁର ବ୍ଲକ୍ର ପ୍ରତି ଗାଁର ନିଛାଟିଆ ସ୍ଥାନ, କୋଠଘରେ ବର୍ତ୍ତମାନ ଜୁଆଡ଼ିମାନଙ୍କର ଆଡ୍ଡାସ୍ଥଳ ପାଲଟିଛି। ପୁରୁଷୋତ୍ତମପୁର ପୋଲିସ୍ ମଧ୍ୟ ଜୁଆଆଡ୍ଡା ବିରୋଧରେ ସ୍ପେଶାଲ୍ ଡ଼୍ରାଇଭ ଆରମ୍ଭ କରିଛି। ଏହିକ୍ରମରେ ଏହି ବ୍ଲକ୍ର ଶିଖରପୁର ଅଂଚଳରେ ଏକ ଜୁଆଆଡ୍ଡା ଚାଲିଥିବା ନେଇ ପୋଲିସ୍ କୌଣସି ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା। ପୋଲିସ୍ ୬ ଜଣ ଜୁଆଡ଼ିକୁ ଧରିଥିବାବେଳେ ଜୁଆଆଡ୍ଡାରୁ ୩ ମୁଠା ତାସ୍, ୨୫୩୦୦ ଟଙ୍କା, ଗୋଟିଏ ବାଇକ୍ ଜବତ କରିଥିବା ଥାନାଧିକାରୀ ଜଗନ୍ନାଥ ମଲିକ ସୂଚନା ଦେଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ସ୍ୱଚ୍ଛତା ଏବଂ କରୋନା ସଚେତନତାକୁ ନେଇ ଗୁରୁବାର ଦିନ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ସାଇକେଲ୍ ରାଲି ଅନୁଷ୍ଠିତ ହୋଇଥିଲା। ମହାନଗର ନିଗମ କମିଶନର ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କ ସଂଯୋଜନାରେ ଏହା ଅନୁଷ୍ଠିତ ହୋଇଥିବାବେଳେ ମହାନଗର ନିଗମର କର୍ମଚାରୀ ଓ ଅଧିକାରୀମାନେ ସାଇକେଲ୍ ଯୋଗେ ସହର ପରିକ୍ରମା କରିଥିଲେ। କମିଶନର ମଧ୍ୟ ସାଇକେଲ ଚଳାଇ କରୋନାର ସମସ୍ତ ନିୟମ ମାନିବା ଏବଂ ବ୍ରହ୍ମପୁର ମହାନଗର ନିଗମରେ ସ୍ୱଚ୍ଛତା ରଖିବା ପାଇଁ ଲୋକଙ୍କୁ ସଚେତନ କରିଥିଲେ। ଏହି ଅବସରରେ କର୍ମଚାରୀମାନେ ପ୍ଲା କାର୍ଡ଼ ଏବଂ ବ୍ୟାନର ଧରି ସହରରେ ବିଭିନ୍ନ ସ୍ଥାନରେ ବୁଲି ସଚେତନ କରାଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଫାସିଗୁଡ଼ା ପଞ୍ଚାୟତର ୩୦ ଜଣ ଚାଷୀ ଆଜି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ସାକ୍ଷାତ କରିଛନ୍ତି। ସାକ୍ଷାତ ଆଲୋଚନା ବେଳେ ସେମାନେ ନିଜର ଅଭାବ ଅସୁବିଧା ସହିତ ନିଜ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ବିସ୍ତୃତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲେ। ସେମାନଙ୍କ ସମସ୍ୟାଗୁଡ଼ିକୁ ଯଥାଶୀଘ୍ର ସମାଧାନ ସହିତ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବାଚସ୍ପତି ଡ. ପାତ୍ର ପ୍ରତିଶ୍ରୁତି ଦେଇଛନ୍ତି। ଏ ସଂପର୍କରେ ବିହିତ ପଦେକ୍ଷପ ନେବାକୁ ବାଚସ୍ପତି ଡ. ପାତ୍ର ଗଂଜାମ ଜିଲ୍ଲାର ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କର୍ପୋରେଟ ହାଉସ୍ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆକାଶଛୁଆଁ ହୋଇଥିବା ଏବଂ ଆଗକୁ ଆଉରି ପରିସ୍ଥିତି ଖରାପ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି। ସମଗ୍ର ଦେଶରେ ପ୍ରବଳ ଜନଅସନ୍ତୋଷ ଓ ଚାଷୀ ଆନ୍ଦୋଳନ ସତ୍ତ୍ୱେ କେନ୍ଦ୍ରର ବିଜେପି ଓ ସହଯୋଗୀ ଦଳମାନେ ସଂସଦରେ କୌଣସି ଆଲୋଚନା ନକରି ଜବରଦସ୍ତ ଏକପାଖିଆ ଭାବେ କର୍ପୋରେଟ ସ୍ୱାର୍ଥରେ ଜନବିରୋଧୀ କୃଷି ବିଲ୍କୁ ଗୃହୀତ କରାଇଥିଲେ। କିନ୍ତୁ ଏହାର ପ୍ରଭାବରେ ଆଳୁ, ପିଆଜ, ତେଲ, ଡ଼ାଲି ଭଳି ଅତି ଆବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି। ନିମ୍ନ-ମଧ୍ୟବିତ୍ତ ପରିବାର ପକ୍ଷରେ ଖାଇବାକୁ ମୁଠାଏ ପାଇବା ଅତି ମୁସ୍କିଲ ହୋଇପଡ଼ିଛି। କରୋନାଠାରୁ ବର୍ତ୍ତମାନର ବଜାର ଦର ଲୋକଙ୍କୁ ଅଧିକ ବାଧୁଛି। କଳାବଜାରୀ ଜରୁରୀ ସାମଗ୍ରୀକୁ ମହଜୁଦ୍ ରଖିବାକୁ ପ୍ରଶାସନ…
ନୂଆଦିଲ୍ଲୀ, ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (ଏଟିଜିଏମ୍) ନାଗର ଚୂଡାନ୍ତ ପର୍ୟ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ସକାଳ ୬ଟା ୪୫ ମିନିଟ ସମୟରେ ପୋଖରାନ ଘାଟିରେ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା । ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ଟ୍ୟାଙ୍କରେ ଯେଉଁ ସୁରକ୍ଷା ଆର୍ମର ଥିଲା ତାହା କ୍ଷେପଣାସ୍ତ୍ରର ପ୍ରହାରକୁ ପ୍ରତିରୋଧ କରିବାରେ ସଫଳ ହୋଇନଥିଲା । ଏହି ଏଟିଜିଏମ୍ ନାଗ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ସୁଦୃଢ ବ୍ୟବସ୍ଥା ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଦିବାରାତ୍ର ଯେ କୌଣସି ସମୟରେ ଆକ୍ରମଣ କରି ଏହା ଧ୍ୱଂସ କରିବାକୁ ସ୍ୱତନ୍ତ୍ରଭାବେ ନିର୍ମିତ । ଏହି କ୍ଷେପଣାସ୍ତ୍ରର ‘ଫାୟାର ଆଣ୍ଡ ଫରଗେଟ୍’…
ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍କୁ ‘ଜିଓପେଜେସ୍’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ । ଜିଓପେଜେସ୍କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି। ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର…
ଭୁବନେଶ୍ବର, କରୋନାରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳ ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଷ୍ଟେସନରେ ଯାତ୍ରାମାନଙ୍କ ବ୍ୟାଗ ସାନିଟାଇଜେସନ ସହ ଲାମିନେସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଯାତ୍ରୀମାନେ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡିବ। ଷ୍ଟେସନରେ ଯାତ୍ରୀମାନେ ନିଜ ବ୍ୟାଗ ସାନିଟାଇଜେସନ କରିବା ପାଇଁ ଏକ ସ୍ବତନ୍ତ୍ର ମେସିନ ଲଗାଯାଇଛି। ଏଥିରେ ଯାତ୍ରୀ ନିଜର ବ୍ୟାଗ ସେହି ମେସିନ ଉପରେ ରଖିଲା ତାହା ସାନିଟାଇଜେସନ ହେବ। ଏଥିପାଇଁ 10 ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ସାନିଟାଇଜେସନ ସହିତ ପୁରା ବ୍ୟାଗକୁ ପତଳା ପଲିଥିନରେ ଢାଙ୍କିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଯାତ୍ରୀମାନେ ବ୍ୟାଗ ପିଛା 50 ଟଙ୍କା ଦେବାକୁ ପଡିବ। ଯାତ୍ରୀମାନେ ଘରେ ପହଁଚି ବ୍ୟାଗରୁ ଏହି ପଲିଥିନ ଆବରଣ ବାହାର କରି ଘର ଭିତରକୁ ସୁରକ୍ଷିତ ଭାବେ ବ୍ୟାବଗ ନେଇପାରିବେ।
ଭୁବନେଶ୍ବର, ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମରେ ଏକ ପୁରସ୍କାର ଘୋଷଣା କରିଥିଲେ। ଏଥିରେ ରାଜ୍ୟରେ ପ୍ରତିଷ୍ଠିତ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପ୍ରଦତ୍ତ ଶାସ୍ତ୍ରୀୟ ସଂଗୀତ ପୁରସ୍କାରର ନାମ ପରିବର୍ତ୍ତନ କରାଗଲା। ବର୍ତ୍ତମାନ ଏହି ପୁରସ୍କାର “ସୁନନ୍ଦା ସମ୍ମାନ”ରେ ନାମିତ କରାଗଲା। ଏଥିସହିତ ଏହି ପୁରସ୍କାର ରାଶି ଅଢେଇ ଲକ୍ଷକୁ ବୃଦ୍ଧି କରାଗଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସୁନନ୍ଦା ପଟ୍ଟନାୟକ ଗତ ଜାନୁୟାରୀ 19 ତାରିଖରେ ପରଲୋକ ଗମନ କରିଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: କରୋନା ପ୍ରଭାବ ସତ୍ତ୍ୱେ ନିଜକୁ, ନିଜ ପରିବାରକୁ ଓ ନିଜର କାର୍ଯ୍ୟଧାରାକୁ କୁଶଳତା ପୂର୍ବକ ଗଢିତୋଳିବାର ସଂକଳ୍ପ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ। ଆଜି ଅପରାହ୍ନରେ ଏହି ଉଦ୍ଦେଶ୍ୟରେ ବାଣପୁର ବ୍ଲକ କାର୍ଯ୍ଯାଳୟ ସଭାଗୃହରେ ଆର୍ଟ ଅଫ ଲିଭିଂ ଦ୍ୱାରା ଏକ “ସ୍ୱାସ୍ଥ୍ୟ ଓ ଆନନ୍ଦ” କର୍ମଶାଳା ବି.ଡ଼ି.ଓଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାକୁ ଆର୍ଟ ଅଫ ଲିଭିଂ ବାଣପୁର ଶାଖାର ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିଲେ। କର୍ମଶାଳା ରେ ଶ୍ରୀ ମିଶ୍ର ଜୀବନ ଜିଇଁବାର କଳା, ଚାପ ମୁକ୍ତ ଜୀବନ ନିଜର ଓ ସମାଜର ଉନ୍ନତି କରିବା ଦିଗରେ ସମ୍ୟକ ସୂଚନା ସହ ରୋଗ ମୁକ୍ତ ଜୀବନ ପାଇଁ ଯୋଗ, ଆସନ, ଧ୍ୟାନ ଓ ପ୍ରାଣାୟମ କେତେ ଜରୁରୀ ତାହା ଉପରେ ଆଲୋକପାତ କରାଇଥିଲେ। କର୍ମଶାଳା ରେ ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ…
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ବରରୁ ୧୦୪, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡାରୁ ୭୨, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩, ଝାରସୁଗୁଡାରୁ ୬୧, ବରଗଡରୁ ୬୦, ବଲାଙ୍ଗିରିରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧, କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୬୮, ଗଞ୍ଜାମରୁ ୧୬, ରାୟଗଡାରୁ ୧୧, ଦେବଗଡରୁ ୧୭, ଗଜପତି ୯ ଏବଂ ଷ୍ଟେଟ ପୁଲରୁ ୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…
ରମେଶ ମହାନ୍ତି ଜଗତସିଂହପୁର: କିଛି ମଦ୍ୟପ ଓ ଅସାଧୁ ପୋଲିସ୍ ଅଫିସରଙ୍କ ଯୋଗୁଁ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଧୀରେ ଧୀରେ କମୁଥିବା କୁହାଯାଉଛି। ଏପରିକି ପୋଲିସ ବାବୁ ମାନେ କୋଉଠି ମହିଳାଙ୍କୁ ଅସଦାଚରଣ କଲେଣି ତ ପୁଣି କୋଉଠି ଦୁର୍ବୁତ୍ତ ସାଜି ଲୁଟ କରିବାକୁ ପଛଉନାହାନ୍ତି। ଏମିତିକି “ମାଲ୍ ଫେକୋ ତାମାସା ଦେଖୋ” ନୀତିରେ ଚାଲିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ବୋଲି ଚର୍ଚ୍ଚା ହେବା ସହିତ ମଦ, ଚୋରି ରାହାଜାନି ଡକାଇତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ସବୁ କେବଳ କେତେଜଣ ଅସାଧୁ ପୋଲିସ ମାନଙ୍କ ପାଇଁ ସମଗ୍ର ଡିପାର୍ଟମେଣ୍ଟକୁ ସମସ୍ତଙ୍କ ଆଗରେ ନିନ୍ଦିତ ହେବାକୁ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ପୋଲିସ ଷ୍ଟେସନ ବାରାକ ମଧ୍ୟରେ। ଉକ୍ତ ଥାନାର ଏସ୍ ଆଇ ବିବେକାନନ୍ଦ ସାହୁ ଡିଉଟିରେ ଥିବା ବେଳେ ଖୋଲାଖୋଲି ଭାବେ ପୋଲିସ ପୋଷାକରେ ବସି…
ଭୁବନେଶ୍ବର : ଗାଡି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ୍ । 24 ଏବଂ 26 ତାରିଖ ଦିନ ସମସ୍ତ ଆରଟିଓ ଅଫିସ୍ ଖୋଲା ରହିବ ନେଇ ସୂଚନା ରହିଛି । ଉଭୟ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ 2ଘଣ୍ଟା ପାଇଁ ଆରଟିଓ ଅଫିସ୍ ଖୋଲା ରହିବ । ଆରଟିଓ ଅଫିସ୍ ଦଶହରାରେ ଖୋଲା ରହିବ ନେଇ ଏସ୍ଟିଏ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି । https://twitter.com/STAOdisha/status/1319162970589425665?s=20
ଭୁବନେଶ୍ବର : ଯୁକ୍ତ ତିନି ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । 96 ହଜାର 515 ଜଣ ଆବେଦନ କରିଥିବାବେଳେ 22 ହଜାର 016ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି 39 ହଜାର 825ଜଣ ସ୍ଲାଇଡ୍ ଅପ୍ ଆବେଦନ କରିଥିବାବେଳେ ଚୟନ ହୋଇଛନ୍ତି 9 ହଜାର 276ଜଣ । ଦ୍ବିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍ ଅଫ୍ ମାର୍କ ତାଲିକାରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍ ଅଫ୍ ମାର୍କ 89% ଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର କଲେଜର କଟ୍ ଅଫ୍ ମାର୍କ 78%,ପୁରୀ ଏସ୍ସିଏସ୍ କଲେଜର 73%, ଶୈଳବାଳା ମହିଳା ମହାବିଦ୍ୟାଳୟର 61% କଟ୍ ଅଫ୍ ମାର୍କ ରହିଛି। ବିଜ୍ଞାନ ବିଭାଗରେ ବି ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ 95% କଟ୍ ଅଫ୍ ମାର୍କ ଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର କଟ୍ ଅଫ୍ ମାର୍କ 87%,…
ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ। ବ୍ରହ୍ମପୁରର କର୍ପୋରେସନ୍ ରୋଡ୍ ଅଞ୍ଚଳରେ ଦୁଇ ଜୁଆ ଆଡ୍ଡା ଉପରେ ପୋଲିସ୍ ଚଢାଉ କରିଛି। ଏହି ଦୁଇଟି ଜୁଆ ଆଡ୍ଡାରେ ଚଢାଉ କରିବା ସହିତ 11 ଜଣଙ୍କୁ ଗିରଫ କରିଛି। ସେହିପରି 88 ହଜାର 400ଟଙ୍କା ସମେତ 52 ଟି ତାସ, 11ଟି ମୋବାଇଲ୍ ଆଦି ଜବତ କରାଯାଇ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 201 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 201 ଆକ୍ରାନ୍ତଙ୍କ ମଧ୍ୟରୁ 64 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 137ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । ସେହିପରି ଆଜି ରାଜଧାନୀରୁ 292 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 201 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 28 ହଜାର 110ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 25 ହଜାର 352ଜଣ । ସେହିପରି 146ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର591ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ନୂଆଦିଲ୍ଲୀ : ଲକ୍ଡାଉନ୍ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି 6ରୁ7 ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍ କବାବ ଓ ଅରେଞ୍ଜଜୁସ୍ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ । ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍ର ସାହାଯ୍ୟ ନେବାକୁ ପଡିଲା । ଏପରି ଏକ ଆଶ୍ଚର୍ଯ୍ୟଜନକ…
ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତା 24 ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର –ଉତ୍ତରପୂର୍ବରେ ଗତି କରିବ। ସାଗର ଦ୍ବୀପପୁଞ୍ଜ ଓ ବାଂଲାଦେଶ ଖେପୁପଡା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଚାରୋଟି ଜିଲ୍ଲା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଚାରି ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…
ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିବା କଂଗ୍ରେସ ନେତା ଏବେ ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଥିବା ଚର୍ଚ୍ଚାର ବିଷୟ ହୋଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଓ ମୁଳସିଂ ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମିଳନୀ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ତିର୍ତ୍ତୋଲର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ପହଞ୍ଚି କର୍ମୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିରିତୋଳ ଛକ ନିକଟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ନିରଞ୍ଜନ ମୁଦୁଲି, ପ୍ରକାଶ ସାସମଲ, ଜିର୍ ବକ୍ସ ଖାଁ, ମାନସ ରଞ୍ଜନ ବେହେରା, ଇଦ୍ରିଶ ଖାଁ, ଅକ୍ତର ଅଲ୍ଲୀ, ଅଜୟ କୁମାର ମହାନ୍ତି, ମହେଶ୍ୱର ଜେନା, ନିହାର ରଞ୍ଜନ ପ୍ରଧାନ, ରଶ୍ମି ରଞ୍ଜନ ମୁଦୁଲି, ନବୀନ କୁମାର ବିଶ୍ବାଳ, ରବିନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ କୁମାର ସାସମଲଙ୍କ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

