Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର ବ୍ଲକ ସଲପଡିହ ଗ୍ରାମ ଅନ୍ତର୍ଗତ ମା’ ପାଣ୍ଡବାଶୁଣୀ ମନ୍ଦିରରେ ନୂତନ ଓଡିଆ ଚଳଚ୍ଚିତ୍ର ‘ତୋ ପାଇଁ କିଛି ବି କରିପାରେ’ ର ଶେଷ ଭାଗର ସୁଟିଂ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଓଲିଉଡ ଅଭିନେତା ଅମ୍ଲାନ, ବବି ମିଶ୍ର ଓ ଅଭିନେତ୍ରୀ ରିୟା ଯୋଗଦେଇ ମା’ ପାଣ୍ଡବଶୁଣୀଙ୍କ ବ୍ୟାନରରେ ନିର୍ମିତ ଫିଲ୍ମର ଶେଷ ଭାଗର ସୁଟିଂ କରିଥିଲେ। ଏହି ଚଳଚ୍ଚିତ୍ରଟି ମା’ ପାଣ୍ଡବାଶୁଣୀ ଏଣ୍ଟେରଟେନମେଣ୍ଟ ବ୍ୟାନରର ପ୍ରଥମ ଅବଦାନ ଏବଂ ଏହି ଦୁଇ ଅଭିନେତା ଅଭିନେତ୍ରୀ ‘ତୋ ପାଇଁ କିଛି ବି କରିପାରେ’ ଚଳଚ୍ଚିତ୍ରର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ଏହାର ନିର୍ଦ୍ଦେଶକ ନିରଞ୍ଜନ ବେହେରା ଥିବାବେଳେ ପ୍ରଯୋଜକ ଶଙ୍କର ବେହେରା ଓ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ ବୋଲି ଜଣାପଡିଛି। ହେଲେ ଫିଲ୍ମ ରେ ସମୁଦାୟ ପାଞ୍ଚ ଗୋଟି ଗୀତ ରହିଥିବା ବେଳେ ଦୁଇ ଗୋଟି ଗୀତର ଶୁଟିଂ ପୁଣି ଏହି ମନ୍ଦିର…

Read More

କୁଚିଣ୍ଡା : ମହୁଲପାଲି ଥାନା ନପଡା ଗାଁରେ ଟ୍ରିପଲ୍‌ ମର୍ଡର ହୋଇଛି । ଜମିବାଡି ବିବାଦରୁ ଟ୍ରିପଲ୍‌ ମର୍ଡର ହୋଇଥିବାର ସୂଚନା ମିଳିଛି । ଜମିବାଡି ବିବାଦରୁ ଟାଙ୍କିଆରେ ହାଣି ହତ୍ୟା କରିଛି ପଡୋଶୀ ।ଟାଙ୍ଗିଆ ଚୋଟରେ ମାଆ, ଝିଅ ଓ ଜ୍ବାଇଁଙ୍କ ମୃତ୍ୟୁ ହୋଇଛି ।  ବିଲରେ ଜ୍ବାଇଁଙ୍କ ମୃତଦେହ ପଡିଥିବାବେଳେ ମା’ ଓ ଝିଅଙ୍କର ମୃତଦେହ ଘରେ ପଡିଛି ।

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 239 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ 239 ଆକ୍ରାନ୍ତଙ୍କ ମଧ୍ୟରୁ 63 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 176ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1318846405063057408?s=20 ସେହିପରି ଆଜି ରାଜଧାନୀରୁ 302 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 239 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 27 ହଜାର 909ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 25 ହଜାର 60ଜଣ । ସେହିପରି 144ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର648ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Read More

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଓ୍ବେଲ୍‌ମାର୍କରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ବେଳକୁ ଏହା ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ପରବର୍ତ୍ତୀ 24 ଘଣ୍ଟାରେ ଏହା ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଦକ୍ଷିଣ ଓ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଲାଗି ରହିବ । ଆସନ୍ତା 24 ତାରିଖ ଯାଏଁ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଓ୍ବାର୍ଣ୍ଣିଂ ଜାରି ହୋଇଛି । ସେହିପରି ପ୍ରବଳ ବର୍ଷା ନେଇ ଅନ୍ୟ 8ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ଏହି ସବୁ ଜିଲ୍ଲାଗୁଡିକ ମଧ୍ୟରେ ରହିଛି – ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲା । 23…

Read More

ମୁମ୍ୱାଇ:  ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ହଲ୍‌ଚଲ୍‌ ସୃଷ୍ଟି ହୋଇଛି ।ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଏକନାଥ ଖଡ୍‌ସେ ବିଜେପିରୁ ଇସ୍ତଫା ଦେଇଛନ୍ତି । ସେ ନିଜର ଇସ୍ତଫା ପତ୍ର ମହାରାଷ୍ଟ୍ର ବିଜେପି ଅଧ୍ୟକ୍ଷ ଚନ୍ଦ୍ରକାନ୍ତ ପାଟିଲଙ୍କୁ ପ୍ରଦାନ କରିଛନ୍ତି । ସେ ଖୁବ୍‌ ଶୀଘ୍ର ରାଷ୍ଟ୍ରବାଦୀ କଂଗ୍ରେସ (ଏନ୍‌ସିପି)ରେ ସାମିଲ୍‌ ହେବାକୁ ଯାଉଛନ୍ତି।ଏନେଇ ଏନ୍‌ସିପି ପ୍ରଦେଶ ଅଧ୍ୟକ୍ଷ ଜୟନ୍ତ ପାଟିଲ ଘୋଷଣା କରିଛନ୍ତି । ଏନ୍‌ସିପି ନେତା ଓ ଏକନାଥ ଖଡସେଙ୍କ ସହ ଗତ କିଛି ଦିନ କଥାବାର୍ତ୍ତା ଚାଲୁ ରହିଥିଲା । ତେବେ ଉଦ୍ଧବ ସରକାରରେ କୌଣସି ମନ୍ତ୍ରୀ ପଦ ମିଳିବା ନେଇ ମଧ୍ୟ ଚର୍ଚ୍ଚା ସୃଷ୍ଟି ହୋଇଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସଙ୍କ ପାଇଁ ସେ ଦଳ ଛାଡ଼ିଲେ ବୋଲି ପ୍ରକାଶ କରିଛନ୍ତି ଏକନାଥ  । ଖଡ଼ସେ କହିଛନ୍ତିଯେ, ‘ମୋର ଦଳ ଛାଡ଼ିବାକୁ ଇଚ୍ଛା ନଥିଲା  । କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଦଳ ଛାଡ଼ିବାକୁ…

Read More

ନୂଆଦିଲ୍ଲୀ : କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର । ସମସ୍ତ କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ସରକାର ବୋନସ ଘୋଷଣା କରିଛନ୍ତି । ବୋନସ ପାଇଁ 3737 କୋଟିର ଅର୍ଥରାଶି ମଞ୍ଜୁର କରାଯାଇଥିବା ବେଳେ ବୁଧବାର ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି । କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭାଡେକର ଆଜି ଏହି ଘୋଷଣା କରିଛନ୍ତି । 30 ଲକ୍ଷରୁ ଅଧିକ ଅଣ ଗେଜେଟେଡ କର୍ମଚାରୀଙ୍କୁ ବୋନସ ସୁବିଧା ମିଳିବ । 2019-20 ଆର୍ଥିକ ବର୍ଷ ପାଇଁ ପ୍ରଦାନ କରାଯାଉଥିବା ଏହି ବୋନସ ଅର୍ଥରାଶି ଗୋଟିଏ ଥରରେ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ। ଦଶହରା ପୂର୍ବରୁ ଏହି ବୋନସ୍‌ ମିଳିବ । ସିଧାସଳଖ ବ୍ୟାଙ୍କ ଟ୍ରାନ୍ସଫର ଜରିଆରେ ଏହି ଅର୍ଥ କର୍ମଚାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଜାଭାଡେକର ସୂଚନା ଦେଇଛନ୍ତି । (ଏଜେନ୍ସି)

Read More

ଭୁବନେଶ୍ୱର:  ରାଜ୍ୟର ଦୁଇ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ସରିଥିବାବେଳେ ଏବେ ପ୍ରଚାର ଚାଲିଛି । ଏବେ ତିର୍ତୋଲ ଓ ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର । ବାଲେଶ୍ବର ଓ ତିର୍ତ୍ତୋଲରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦୁଇ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏନେଇ ସେ ଆଜି ସିଇଓଙ୍କ ନିକଟରେ ଫେରାଦ ହୋଇ ଦୁଇ ମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।  ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୱେସ୍କୋ ସହଯୋଗରେ ବିଜୁଳି ସଂଯୋଗ ଦେଉଛନ୍ତି । ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଭୋଟ ଦେଲେ ସବୁ ସୁବିଧା ମିଳିବ ବୋଲି କହୁଛନ୍ତି । ଖାଲି ସେତିକି ନୁହେଁ ରାସନ କାର୍ଡ ସହ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ମଧ୍ୟ କହୁଥିବା ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି। ସମ୍ପୃକ୍ତ  ଦୁଇ ମନ୍ତ୍ରୀ ଭୋଟରଙ୍କୁ ପ୍ରଭାବିତ…

Read More

ଭୁବନେଶ୍ୱର :  ଭୁବନେଶ୍ୱରରେ ଜଣକୁ ଏନଆଇଏ ଉଠାଇ ନେବା ପ୍ରସଙ୍ଗରେ  ନିଜର ପ୍ରତିକ୍ରିୟା ରଖିଛନ୍ତି ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ସେ କହିଛନ୍ତି ଯେ, ଏନଆଇଏ କରୁଥିବା ଏକ ତଦନ୍ତ ସଂକ୍ରାନ୍ତରେ ଜଣେ ଛାତ୍ରକୁ ପଚରାଉଚୁରା ହେଉଛି।  ଆମେ ପାଇଥିବା ସୂଚନା ଅନୁସାରେ ଏହି ତଦନ୍ତ ଆତଙ୍କବାଦ ସଂକ୍ରାନ୍ତରେ ନୁହେଁ। ଛାତ୍ର ଜଣକୁ ଅଜ୍ଞାତରେ ନୁହେଁ ଖଣ୍ଡଗିରି ଥାନାରେ ଜେରା କରାଯାଉଥିବା ଶ୍ରୀ ଷଡ଼ଙ୍ଗୀ କହିଛନ୍ତି। ତେବେ ଅନାବଶ୍ୟକଭାବେ ଅଯଥା କଳ୍ପନାଜଳ୍ପନା ନକରିବାକୁ ସେ କହିଛନ୍ତି । ପ୍ରକାଶ ଯେ, ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣେ ଛାତ୍ରକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ସମ୍ପୃକ୍ତ ଛାତ୍ରକୁ  ଉଠାଇ ନେଇ ଖଣ୍ଡଗିରି ଥାନାରେ  ପଚରାଉଚୁରା କରୁଛି । ଏନଆଇଏ ସକାଳ ୭ଟାରୁ ତାକୁ ଜେରା କରୁଥିବା ଜଣାଯାଇଛି ।

Read More

ଲକ୍ଷ୍ନୌ :  ହାଥରସ୍‌ ଘଟଣା ମନରୁ ନ ଲିଭୁଣୁ ଆଉ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଉତ୍ତର ପ୍ରଦେଶରେ ଆଉ ଏକ ଭୟାନକ ଏବଂ ବୀଭତ୍ସ ଗଣଦୁଷ୍କର୍ମ ଏବଂ ହତ୍ୟା ହୋଇଛି । ନିଜର ପୁରୁଷ ବନ୍ଧୁଙ୍କୁ ଭେଟି ନପାରିବାରୁ ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଛି ।  ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରୁ 30 କିମି ଦୂର ବାରବାଙ୍କିରେ ଘଟିଛି । 17ବର୍ଷୀୟ ନାବାଳିକାକୁ ପରିବାର ଲୋକ ପୁରୁଷବନ୍ଧୁଙ୍କ ସହ ମିଶିବାକୁ ଦେଇନଥିଲେ । ଏଥିରେ ଉତକ୍ଷିପ୍ତ ପୁରୁଷ ବନ୍ଧୁ ନିଜର ଆଉ ଜଣେ ସାଙ୍ଗଙ୍କ ସହିତ ମିଶି ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିଥିଲେ । ଯୁବତୀ ଜଣକ ନିଖୋଜ ଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ କରାଯିବା ପରେ ଯୁବକଙ୍କୁ ପଚରା ଉଚୁରା କରିଥିଲା ପୋଲିସ । ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ପରେ ଏକ କେନାଲରେ ଫୋପାଡି ଦେଇଥିଲେ ଦୁଇ ଯୁବକ । ଉଭୟ…

Read More

ଭୁବନେଶ୍ୱର: ଭୁବନେଶ୍ବରରେ ଏନଆଇଏ ଟିମ୍‌ । ରାଜଧାନୀ ଭୁବନେଶ୍ୱରରେ ନେସନାଲ ଇନଭେଷ୍ଟିଗେସନ ଏଜେନ୍ସି ଟିମ(ଏନଆଇଏ)ଜଣକୁ ଉଠାଇ ନେଇଥିବା ଜଣାଯାଇଛି । କୌଣସି ଏକ ଲିଙ୍କରେ ଏନଆଇଏ ଜଣକୁ ଉଠାଇ ନେଇ ଏକ ଅଜ୍ଞାତ ସ୍ଥାନରେ ପଚରାଉଚୁରା କରୁଛି ।  କେଉଁ ଲିଙ୍କରେ ଏନଆଇଏ ସମ୍ପୃକ୍ତ ବ୍ୟକ୍ତିକୁ ଉଠାଇ ନେଇଛି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ତେବେ ସନ୍ଦିଗ୍ଧ ଆତଙ୍କୀ ଲିଙ୍କ୍‌ରେ ଉଠାଇ ନେଇଥିବାର ସନ୍ଦେହ କରାଯାଉଛି ।

Read More

ମହାରାଷ୍ଟ୍ର: ମହାରାଷ୍ଟ୍ରର ନନ୍ଦୁରବାରଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଯାତ୍ରୀବାହୀ ବସ୍‌  ବ୍ରିଜ ଉପରୁ ଚାଳିଶ ଫୁଟ୍ ତଳକୁ ବସ୍ ଖସି ପଡ଼ିବାରୁ ଘଟଣାସ୍ଥଳରେ 5 ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ 35 ଜଣ ଆହତ ହୋଇଛନ୍ତି । ମହାରାଷ୍ଟ୍ରର ନନ୍ଦୁରବାର ଅନ୍ତର୍ଗତ ଖାମଚନ୍ଦର ଗାଁ ନିକଟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବସ୍ ଡ୍ରାଇଭର, ହେଲପର ସମେତ ତିନି ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ ବସ୍‌ଟି ମଲକାପୁରରୁ ସୁରତ ଅଭିମୁଖେ ଯାଉଥିଲା । ବିସାରବାଡ଼ି ନିକଟରେ କୋଦଇବାରି ନିକଟରେ ବସଟି ଭାରସାମ୍ୟ ହରାଇ ଘାଇ ଭିତରେ ଖସି ପଡ଼ିଥିଲା । ବସ୍‌ଟରେ 40ରୁ ଉର୍ଦ୍ଧ୍ବ ଯାତ୍ରୀ ଥିବାର ସୂଚନା ରହିଛି । ଦୁର୍ଘଟଣାରେ 5ଜଣଙ୍କର ମୃତ୍ୟୁ ହୋଇଥିବାବେଳେ 35 ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ କିଛି ଜଣ ଗୁରୁତର ରହିଛନ୍ତି । ସମସ୍ତଙ୍କୁ…

Read More

ଥିରୁଅନନ୍ତପୁରମ : କେରଳରୁ ପୁଣି ଏକ ଜୀବ ହତ୍ୟାର ମାମଲା ସାମ୍ନାକୁ ଆସିଛି । କେରଳ ମଲ୍ଲାପୁରମରେ ପୁଣି ଏକ ଅମାନୁଷିକ କାଣ୍ଡ ଦେଖିବାକୁ ମିଳିଛି । ନିକଟରେ ଗର୍ଭବତୀ ହାତୀକୁ ସପୁରୀରେ ବିସ୍ଫୋରକ ଭର୍ତ୍ତି କରି ହତ୍ୟା କରାଯାଇଥିବାବେଳେ ପୁଣି ଆଉ ଏକ ଜୀବର ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଗତକାଲି ଏକ ଗର୍ଭବତୀ ଜଙ୍ଗଲୀ ମଇଁଷିକୁ ଗୁଳି କରି ହତ୍ୟା କରାଯାଇଛି । କେବଳ ମଇଁଷିକୁ ହତ୍ୟା କରାଯାଇନାହିଁ ବରଂ ମଇଁଷି ପେଟରେ ରହିଥିବା ବିକଶିତ ଭୃଣକୁ କାଟି ନେଇଯାଇଛନ୍ତି ଶିକାରୀମାନେ । ବିରଳ ପ୍ରଜାତିର ଏହି ମଇଁଷିର ପେଟରେ ଭୃଣଟି ସମ୍ପୂର୍ଣ୍ଣ ଭାବରେ ବିକଶିତ ହୋଇଯାଇଥିବାପରେ ଶିକାରୀମାନେ ଭୃଣଟିକୁ କାଟି ନେଇଯାଇଛନ୍ତି । ତେବେ ଏହି ଘଟଣା ଜଣା ପଡିବା ପରେ ବନବିଭାଗ ପକ୍ଷରୁ ଜଣେ ଶିକାରୀ ଘରେ ରେଡ କରାଯାଇଥିଲା । ଅବୁ ନାମକ ଉକ୍ତ ଶିକାରୀ ଘରୁ 25 କିଗ୍ରା ମାଂସ ଜବତ କରାଯିବା…

Read More

ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।  ମୟୂରଭଞ୍ଜ ଜିଲ୍ଲାରୁ ସର୍ବାଧିକ  4ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବାବେଳେ ପୁରୀ ଜିଲ୍ଲାରୁ 3 ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଭୁବନେଶ୍ବରରୁ 2 ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ବାଲେଶ୍ବର, ଅନୁଗୁଳ, ନୂଆପଡା,ବଲାଙ୍ଗିର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ମୃତକଙ୍କ ସଂଖ୍ୟା 1181କୁ ବୃଦ୍ଧି ହୋଇଛି । ମୟୂରଭଞ୍ଜରୁ 65 ବର୍ଷୀୟ ମହିଳା, 75 ବର୍ଷୀୟ ମହିଳା, 45 ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ପୁରୁଷଙ୍କର ମୃତ୍ୟୁ ହୋଇଛି । ପୁରୀ ଜିଲ୍ଲାରୁ 48 ବର୍ଷୀୟ ପୁରୁଷ,  ଜଣେ 66 ବର୍ଷୀୟ ମହିଳା ଓ ଅନ୍ୟ ଜଣେ 68 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।  ଭୁବନେଶ୍ବରରୁ ଜଣେ 44 ବର୍ଷୀୟ ପୁରୁଷ ଓ…

Read More

କରାଚୀ : ପାକିସ୍ତାନ କରାଚୀରେ ବଡ ଧରଣର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ତିନିଜଣଙ୍କର ମୃତ୍ୟୁ ହୋଇଥିବାବେଳେ 15 ଜଣରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପଟେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟ ଗୁଲଶନ୍‌-ଇ-ଇକବାଲ୍‌ ଅଞ୍ଚଳରେ ଥିବା ଏକ ଦୁଇ ମହଲା କୋଠାରେ ବିସ୍ଫୋରଣ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଏହି କୋଠାଘର ନିକଟରେ ଥିବା ଅନ୍ୟ ଘରଗୁଡ଼ିକର କେତେକ ଅଂଶ ଭାଙ୍ଗିରୁଜି ଯାଇଛି। ବିସ୍ଫୋରଣର କାରଣ ଜାଣାପଡ଼ି ନ ଥିଲେ ମଧ୍ୟ ପ୍ରାଥମିକ ତଦନ୍ତରୁ ଏହା ସିଲିଣ୍ଡରରେ ନିଆଁ ଲାଗିବା ଯୋଗୁ ଘଟିଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ପୋଲିସ ପକ୍ଷରୁ ଘେରାବନ୍ଦୀ କରାଯାଇ ତଦନ୍ତ ଜାରି ରହିଛି। ତେବେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଏହି ବିସ୍ଫୋରଣ ପରେ ଆଖପାଖରେ ଥିବା କିଛି ବିଲିଡିଂର ଝରକା ସହିତ କିଛି ଯାନବାହନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ସୂଚନାଯୋଗ୍ୟ, ଗତକାଲି କରାଚୀର ଶିରିନ୍‌ ଜିନ୍ନା କଲୋନୀ…

Read More

ମୁମ୍ବାଇ : ଲଭ ଜେହାଦକୁ ନେଇ ବିବାଦରେ ଫସିଛନ୍ତି : ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀଙ୍କ ସହିତ ସାକ୍ଷାତ ସମୟରେ ଲଭ୍‌ ଜେହାଦ୍‌ ସମ୍ପର୍କରେ  ଆଲୋଚନା କରିଥିଲେ । ଦେଶରେ ଲଭ ଜେହାଦ ମାମଲା ବୃଦ୍ଧି ପାଉଛି ଏବଂ ଏହା ଦ୍ୱାରା ମହିଳାଙ୍କ ଉପରେ ମଧ୍ୟ ଅତ୍ୟାଚାର ବୃଦ୍ଧି ପାଉଛି ବୋଲି ଶର୍ମା କହିଥିଲେ। ଏହି ପ୍ରସଙ୍ଗରେ କୋଶ୍ୟାରୀଙ୍କ ସହିତ ଆଲୋଚନା ପରେ ଟ୍ୱିଟ କରି ସୂଚନା ଦେଇଥିଲେ ରେଖା ଶର୍ମା । ତେବେ ଟ୍ୱିଟ୍ଟରରେ ରେଖାଙ୍କୁ ବିରୋଧ କରାଯାଇଥିଲା । ଏପରିକି ସ୍ୟାକ ରେଖା ଶର୍ମା ହାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିଥିଲା । ଏପରିକି ଅନେକ ବ୍ୟବହାରକାରୀ ରେଖାଙ୍କ ବିରୋଧରେ ମାମଲା ଦାୟର କରିବାର ଧମକ ଦେଇଥିଲେ । କଂଗ୍ରେସ ନେତା ଦିଗ୍‌ବିଜୟ ସିଂହ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ଟାର୍ଗେଟ କରିଛନ୍ତି ।…

Read More

ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୯୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୧୨୦ ଜଣ ଚିହ୍ନଟ ହୋଇଥିବାବେଳେ ୮୧୧ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭୪ହଜାର ୧୮୧କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୫୨ ହଜାର ୧୯୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୦ହଜାର ୭୫୦ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୧୬୮ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍‌ ୧ ହଜାର ୯୩୧ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୭୩ ଜଣ…

Read More

ମଧ୍ୟପ୍ରଦେଶ : ଅନ୍ଧବିଶ୍ବାସର କୁପରିଣତି ଦେଖିବାକୁ ମିଳିଛି । ମଧ୍ୟପ୍ରଦେଶଠାରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ବେକ କାଟି କୁଳଦେବତାଙ୍କଠାରେ ଚଢାଇ ଦେଇଛନ୍ତି । ତେବେ ଏହି ଘଟଣାକୁ ଯେତେବେଳେ ତାଙ୍କ ପୁଅ ନିଜ ଆଖିରେ ଦେଖିଦେଇଥିଲେ, ସେତେବେଳେ ତାଙ୍କ ପୁଅକୁ ଧମକାଇବା ସହିତ ସେହି ଜାଗାର ବାହାର କରିଦେଇଥିଲେ । ମିଳିଥିବା ସୂଚନା ଅନୁସାରେ ମଧ୍ୟପ୍ରଦେଶର ସିଙ୍ଗରୌଲୀର ବସୌଡା ଗ୍ରାମରେ ଅନ୍ଧବିଶ୍ବାସ ଯୋଗୁଁ ଜଣେ ସ୍ବାମୀ ନିଜ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରିଛନ୍ତି । ଅଭିଯୁକ୍ତ ସ୍ବାମୀ ଜଣକ ବୃଜେଶ୍‌ କେବଟ୍‌ ନିଜ କୁଳ ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ନିଜ ସ୍ତ୍ରୀଙ୍କ ବେକ କାଟିଥିବାର ଜଣାପଡିଛି । ତେବେ ସେ ଏହି ଘଟଣାକୁ କରିବାବେଳେ ତାଙ୍କ ପୁଅ ଏହି ସମସ୍ତ କାଣ୍ଡ ଦେଖିଦେଇଥିଲେ । ଏହା ପରେ ସେ ନିଜ ପୁଅକୁ ସେଠାରୁ ପଳାଇବାକୁ କହିବା ସହ ଯଦି ସେ ଏଠାରୁ ନ ଯିବେ,…

Read More

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା 24 ଘଣ୍ଟାରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘନୀଭୂତ ହେବାର ସମ୍ଭାବନା ରହିଛି ।ଆନ୍ଧ୍ର ଉପକୂଳରେ ଘନୀଭୂତ ହୋଇ ଓ୍ବେଲ୍‌ ମାର୍କଡ୍‌ରେ ପରିଣତ ହେବ । ପରବର୍ତ୍ତୀ 24ଘଣ୍ଟାରେ ଉତ୍ତର-ଉତ୍ତର ପୂର୍ବ ଦିଗରେ ଏହା ଗତି କରିବ ।  ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ଘନୀଭୂତ ହୋଇ ଅବପାତର ରୂପ ନେବ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲଘୁଚାପ ପ୍ରଭାବରେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷିବ । ଆଜି ଗଞ୍ଜାମ, ଗଜପତି, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି । ଓଡ଼ିଶାରେ ଆଗାମୀ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି ।…

Read More

ନୂଆଦିଲ୍ଲୀ : ଗତ କିଛି ଦିନ ହେବ କରୋନା ଯୋଗୁଁ ଦୈନିକ ସଂକ୍ରମଣ ଓ ଦୈନିକ ମୃତ୍ୟୁ ସଂଖ୍ୟାରେ ହ୍ରାସ ଘଟୁଛି । କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦିନକରେ 54 ହଜାର 044 ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 717ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 15 ହଜାର 914କୁ ବୃଦ୍ଧି । ମୋଟ୍‌ ଆକ୍ରାନ୍ତ ସଂଖ୍ୟା 76 ଲକ୍ଷ 51 ହଜାର 108କୁ ବୃଦ୍ଧି। ଦେଶରେ ଏବେସୁଦ୍ଧା  ମୋଟ୍‌ ଆକ୍ଟିଭ୍‌ କେସ୍‌ 7 ଲକ୍ଷ 40 ହଜାର 90 ଜଣ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 67 ଲକ୍ଷ 95 103 ଜଣ ।

Read More

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି ।  ତୀର ମାଡରେ ଜଣଙ୍କ ଜୀବନ ଯାଇଛି। ଗୋରୁମହିଷାଣୀ ଥାନା କୁକୁଡିମୁଣ୍ଡି ଗାଁରେ ପୂର୍ବ ବିବାଦରୁ ତୀରମାଡ ହୋଇଥିବା ହୋଇଥିବାର ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମୃତ ଘୋଷଣା କଲେ ଡାକ୍ତର । ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଅଭିଯୁକ୍ତ ଜଣକ ଫେରାର ରହିଥିବାବେଳେ ପୋଲିସ୍‌ ତଲାସୀ ଜାରି ରଖିଛି ।

Read More

ନୂଆଦିଲ୍ଲୀ, ବର୍ତ୍ତମାନ ଟିଆରପି ବା ଟେଲିଭିଜନ ରେଟିଂ ପଏଣ୍ଟ ସ୍କାମର ନୂଆ ମୋଡ ନେଇଛି। ଏହି ସ୍କାମକୁ ତଦନ୍ତ କରିବ ସିବିଆଇ। ଏକ ଘଟଣା କ୍ରମେ ସିବିଆଇ ଯାଞ୍ଚ କରିବା ପାଇଁ ଉତ୍ତର ପ୍ରଦେଶ ସରକାର ଅନୁରୋଧ କରିଛନ୍ତି। ଫଳରେ ଖୁବ ଶିଘ୍ର ସିବିଆଇ ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ କରିବ ବୋଲି ଜଣାପଡିଛି ଲକ୍ଷ୍ନୌର ଜଣେ ଆଡଭଟାଇଜର ନିକଟସ୍ଥ ଥାନାରେ ଏକ ଏଫଆଇଆର କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସଂସ୍ଥା ଟିଭି ଚ୍ୟାନେଲକୁ କୋଟିକୋଟି ଟଙ୍କା ବିଜ୍ଞାପନ ଦେଇଛନ୍ତି। ହେଲେ ଟିଆରପି ସ୍କାମ ଯୋଗୁଁ ତାହା ବହୁ କ୍ଷତି ଘଟିଛି। ଏହା ତଦନ୍ତ କରାଯାଉ ବୋଲି ଅଭିଯୋଗ କରାଯାଇଥିଲା। ଏହି ଅଭିଯୋଗକୁ ଗ୍ରହଣ କରି ଉତ୍ତର ପ୍ରଦେଶ ସରକାର ସିବିଆଇ ଯାଞ୍ଚ କରିବାକୁ ଚିଠି ଲେଖିଛନ୍ତି।

Read More