ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲ ବିଜେପିର ଦଳୀୟ କନ୍ଦଳକୁ ନେଇ ସବୁଠି ଚର୍ଚ୍ଚା। ଘରେ ନ ପଶୁଣୁ ଚାଳ ବାଜିଲାଣି ବୋଲି କୁହାଯାଉଛି। ସୂଚନାନୁଯାୟୀ ଗତକାଲି ସଂନ୍ଧ୍ୟା ପ୍ରାୟ ସାଢ଼େ ୭ଟା ୮ଟା ବେଳେ ତିର୍ତ୍ତୋଲ ଆନନ୍ଦମଣ୍ଡପ ସ୍ଥିତ ବିଜେପି କାର୍ଯ୍ୟାଳୟରେ ବୈଠକ ଚାଲିଥିବା ବେଳେ ୪ଜଣ ଯୁବକ ହଠାତ୍ ମଣ୍ଡପ ଭିତରେ ପଶି ଗାଳିଗୁଲଜ କରିବା ସହିତ ରାଜ୍ୟ ବିଜେପି ଉପସଭାପତି ଭୃଗୁବକ୍ସି ପାତ୍ରଙ୍କ ରୁମ୍ କବାଟକୁ ଗୋଇଠା ମାରିଥିଲେ ପରେ ବୈଠକ ସ୍ଥଳକୁ ଯାଇ ଚେୟାର ଟେବୁଲ୍ ଭଙ୍ଗାରୁଜା କରିଥିବା କୁହାଯାଉଛି। ଏଥିସହିତ ଉକ୍ତ ମଣ୍ଡପର ମ୍ୟାନେଜରକୁ ଗାଳିଗୁଲଜ କରାଯାଇଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ଗତକାଲି ରାତିରେ ଆନନ୍ଦମଣ୍ଡପ ପକ୍ଷରୁ ମଣ୍ଡପର ମ୍ୟାନେଜର ତିର୍ତ୍ତୋଲ ଥାନାରେ ଅଭିଯୋଗ କରିବା ପରେ ୪ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଗିରଫ ହୋଇଥିବା ଉକ୍ତ ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନା…
Author: Samikhsya Bureau
ଭୁବନେଶ୍ବର : ଦୀପାବଳି ପରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । କେବେ ସ୍କୁଲ ଖୋଲିବ ସେନେଇ ନିର୍ଦ୍ଦିଷ୍ଟଭାବେ ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ । କେବେ ସ୍କୁଲ ଖୋଲିବ ସେନେଇ ବିଚାର ବିମର୍ଷ ଜାରି ରହିଛି । ତେବେ ଚଳିତମାସ କୋଭିଡ୍ ଗାଇଡଲାଇନ୍ ଆସିଲେ ଏନେଇ କିଛି ସ୍ପଷ୍ଟ ହେବ । ସ୍କୁଲ ଖୋଲିବା ନେଇ ସିଏମ୍ଓ ଠିକ୍ ସମୟରେ ସୂଚନା ଦେବେ ବୋଲି କହିଛନ୍ତି ମନ୍ତ୍ରୀ । ବିଭାଗ ପ୍ରସ୍ତୁତ ରହିଛି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁସାରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ପୂଜା ଛୁଟି ପର୍ଯ୍ୟନ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସ୍କୁଲ ଖୋଲିବା ନେଇ ଅଭିଭାବକ,…
ମୁମ୍ବାଇ: ଦେଶରେ ଦୈନିକ ପ୍ରାୟ 50 ହଜାର କରୋନା ମାମଲାସାମ୍ନାକୁ ଆସୁଛି । ସର୍ବାଧିକ କରୋନା ମାମଲା ମହାରାଷ୍ଟ୍ରରୁ ହିଁ ଚିହ୍ନଟ ହେଉଛି । କରୋନାକୁ ଦୃଷ୍ଟିରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି । ମାସ୍କ ନ ପିନ୍ଧିଲେ ଏଥିପାଇଁ କଡା ଜରିମାନା ମଧ୍ୟ ଆଦାୟ ହେଉଛି । ତେବେ ମୁମ୍ବାଇରେ ଏବେ ମାସ୍କ ନ ପିନ୍ଧିଲେ ରାସ୍ତା ସଫା କରିବାକୁ ବିଏମ୍ସି ନିର୍ଦ୍ଦେଶ ଦେଇଛି । ସାର୍ବଜନିକସ୍ଥାନରେ ମାସ୍କ ନ ପିନ୍ଧିଲେ ଜରିମାନା ଆଦାୟ ହେଉଛି । ଯେଉଁମାନେ ଜରିମାନା ଦେବାକୁ ଅସମର୍ଥ ହେବେ ସେମାନେ ଏକ ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ସଫା କରିବେ ବୋଲି ବିଏମ୍ସି ନିର୍ଦ୍ଦେଶ ଦେଇଛି । ସେହିପରି ଯେଉଁମାନେ ଲୋକାଲ୍ ଟ୍ରେନ୍ରେ ବିନା ମାସ୍କରେ ଯାତ୍ରା କରୁଥିଲେ ସେମାନଙ୍କଠାରୁ ମଧ୍ୟ କଡା ଜରିମାନା ଆଦାୟ କରାଯାଉଛି । ଅନ୍ଧେରୀ ଇଷ୍ଟ୍, ବାର୍ସେବା ଆଦି ଅଞ୍ଚଳରେ ମାସ୍କ ନ ପିନ୍ଧି କିଛି ଲୋକେ ରାସ୍ତା ଓଳାଇଥିବାର…
ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଭୁବନେଶ୍ବର : ରାଜ୍ୟରେ ଆଉ 11 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଖୋର୍ଦ୍ଧାରୁ ସର୍ବାଧିକ 3 ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ କଟକରୁ 2 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳ, ଗଞ୍ଜାମ, ଝାରସୁଗୁଡା, କନ୍ଧମାଳ, ନୂଆପଡା, ରାୟଗଡାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1308କୁ ବୃଦ୍ଧି ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ଆଜି ତିନି ମୃତକ ରହିଥିବାବେଳେ ଭୁବନେଶ୍ବରର 40 ବର୍ଷୀୟା ମହିଳା ଓ 66 ବର୍ଷୀୟ ପୁରୁଷ ରହିଛନ୍ତି । ସେହିପରି ଅନ୍ୟ ଜଣେ ଖୋର୍ଦ୍ଧାର 59 ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କଟକରୁ 54 ବର୍ଷୀୟା ମହିଳା ଓ 67 ବର୍ଷୀୟା ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଅନୁଗୁଳୁରୁ 55 ବର୍ଷୀୟ…
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୮୯୧ ଜଣ ଚିହ୍ନଟ ହୋଇଥିବାବେଳେ ୬୫୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୮ହଜାର ୬୪୬କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୨ ହଜାର ୦୩୮ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୨୪୭ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୯୭ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୫୪୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୫୯…
ଭୁବନେଶ୍ବର, ଉପନିର୍ବାଚନ ପାଇଁ ନବୀନ ତାଙ୍କର ପ୍ରଚାର ଶେଷ କରିଛନ୍ତି। ଦୁଇଟି ଉପନିର୍ବାଚନ ପାଇଁ ସେ ଦୁଇଥର ଭିଡିଓ କନଫ୍ରେସିଂ ମାଧ୍ୟମରେ ଭାଷଣ ଦେଇ ଭୋଟରଙ୍କୁ ଆକୃଷ୍ଠ କରିବାକୁ ଚେଷ୍ଠା କରିଛନ୍ତି। ତେବେ ତାହା ଲୋକଙ୍କୁ କେତେ ଆକୃଷ୍ଠ କରିଛି ତାହା ଭିନ୍ନ କଥା ହେଲେ ଏହି ଭାଷଣ ଥିଲା ଏକ ଭିନ୍ନ ପ୍ରକାରର। ମାତ୍ର ୫ରୁ ୮ ମିନିଟ ମଧ୍ୟରେ ହୁଏତ ଭାଷଣର ଅବଧି ହେବ, ହେଲେ ସେହି ସଂକ୍ଷିପ୍ତ ଭାଷଣରେ ବିଭିନ୍ନ ବର୍ଗର ଲୋକଙ୍କୁ କିପରି ବାନ୍ଧି ରଖିହେବ ସେ କଳା ଓ କୌଶଳ ଏହି ଭାଷଣରେ ଦେଖିବାକୁ ମିଳିଛି। ସାଧାରଣତଃ ନିର୍ବାଚନରେ ନେତାମାନେ ବଡବଡ କଥା କହିଥାନ୍ତି। ହେଲେ ନବୀନଙ୍କ ଏହି ସଂକ୍ଷିପ୍ତ ଭାଷଣରେ ସେପରି କିଛି ନ ଥିଲା। ଯାହା ଥିଲା ତାହା ବହୁ ଗୁରୁତ୍ବପୂର୍ଣ୍ଣ ଏବଂ ଲୋକଙ୍କୁ ଆକୃଷ୍ଠ କରିବାର କୌଶଳ। ଉଭୟ ତିର୍ତ୍ତୋଲ ଏବଂ ବାଲେଶ୍ବର ଭାଷଣ ଉପରେ ଯଦି ଆଲୋଚନା କରାଯାଏ…
ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାନ୍ଦା ଜିଲ୍ଲାର ଫତେଗଞ୍ଜ ଥାନା କ୍ଷେତ୍ରର ଜବରାପୁର ଗ୍ରାମରେ ଟଙ୍କା ଦେଣନେଣ ବିବାଦରେ ଜଣେ ପୁତୁରା ନିଜ କାକାକୁ ଜୀଅଁନ୍ତା ଜାଳି ଦେଇଛି । ମିଳିଥିବା ସୂଚନା ଅନୁସାରେ ଫତେଗଞ୍ଜ ଥାନା ଅଞ୍ଚଳର ଜବରାପୁର ଗ୍ରାମରେ ପଇସା ଦେଣନେଣକୁ ନେଇ ବିବାଦରେ ଜଣେ ପୁତୁରା ନିଜ ଦାଦାଙ୍କ ଉପରେ ପେଟ୍ରୋଲ୍ ଲଗାଇ ନିଆଁ ଲଗାଇ ଦେଇଛନ୍ତି । 55 ବର୍ଷୀୟ ଚାଚା ବିନ୍ଦୋ ପ୍ରସାଦଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆଯାଇଥିବାବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ପୁତୁରା ରାମଭରୋସେଙ୍କଠୁ କାକା ବିନ୍ଦୋ କିଛି ଟଙ୍କା ଉଧାର ନେଇଥିଲେ । ଯାହାକୁ କାକା ଦେଇନଥିଲେ । ଏହି ପଇସାକୁ ନେଇ ଦୁହିଁଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହାପରେ ରାଗରେ ପୁତୁରା ନିଜ କାକାକୁ ଜୀଅନ୍ତାଁ ଜାଳି ଦେଇଛି । ଏହି ଘଟଣାରେ ଅଭିଯୁକ୍ତ ପୁତୁରାକୁ ପୋଲିସ୍ ଗିରଫ କରିଛି । (ଏଜେନ୍ସି)
ଭୁବନେଶ୍ବର : ମୌସୁମୀ ଫେରିଯିବା ପରେ ରାଜ୍ୟରେ ଅନୁଭୂତ ହୋଇଛି ଶୀତ ଗତ 4ରୁ 5 ଦିନ ହେବ ରାଜ୍ୟରେ ଟିକେ ଟିକେ ଶୀତ ଅନୁଭୂତ ହେଲାଣି । ରାଜ୍ୟର ବିଭିନ୍ନସ୍ଥାନରେ ଶୀତ ଅନୁଭୂତ ହେଉଥିବାବେଳେ ବହୁ ସ୍ଥାନରେ ତାପମାତ୍ରା କମିଛି । ରାଜ୍ୟରେ 4 ସହରର ତାପମାତ୍ରା 15 ଡିଗ୍ରୀ ତଳେ ରହିଛି । 12.8 ଡିଗ୍ରୀ ସହ ସୋନପୁର ସବୁଠୁ ଥଣ୍ଡା ସହର ଚିହ୍ନଟ ହୋଇଛି। ଅନୁଗୁଳ 13.8 ଡିଗ୍ରୀ ରହିଥିବାବେଳେ ଫୁଲବାଣୀ ଓ ଦାରିଙ୍ଗିବାଡିରେ 14 ଡିଗ୍ରୀ ତାପମାତ୍ରା ରହିଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ତାପମାତ୍ରା 19.8 ଡିଗ୍ରୀ ରହିଛି ।କଟକ ତାପମାତ୍ରା 20 ଡିଗ୍ରୀ ରେକର୍ଡ ହୋଇଥିବା ସୂଚନା ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଚଳିତ ବର୍ଷ ଅଧିକ ଶୀତ ଅନୁଭୂତ ହେବ । ନଭେମ୍ବର ଦ୍ୱିତୀୟ ସପ୍ତାହରୁ ରାଜ୍ୟରେ ତାପମାତ୍ରା କମିବା ସହ ଶୀତର ପ୍ରକୋପ ବଢିବ ।
ନୂଆଦିଲ୍ଲୀ : ଗତ 24 ଘଣ୍ଟାରେ ଦେଶରେ 48 ହଜାର 648ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 563ଜଣଙ୍କ ମୃତ୍ୟୁ ହୋଇଛି। ଦେଶରେ କରୋନା ମୃତ୍ୟୁସଂଖ୍ୟା 1 ଲକ୍ଷ 21 ହଜାର 90କୁ ବୃଦ୍ଧି ହୋଇଛି । ସେହିପରିମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 88 ହଜାର 851କୁ ବୃଦ୍ଧି ହୋଇଛି । ଦେଶରେ ଏବେ ସୁଦ୍ଧା ମୋଟ୍ ଆକ୍ଟିଭ୍ କେସ୍ 5 ଲକ୍ଷ 94 ହଜାର 386 ରହିଥିବାବେଳେ ସୁସ୍ଥଙ୍କସଂଖ୍ୟା 73 ଲକ୍ଷ 73 ହଜାର 375 ରହିଛି । ଆଇସିଏମଆର ସୂଚନା ଅନୁସାରେ ଦେଶରେ ମୋଟ୍ 10 କୋଟି 77 ଲକ୍ଷ 28 ହଜାର 088 ନମୁନା ପରୀକ୍ଷଣ ହୋଇଛି । ଦିଲ୍ଲୀରେ କରୋନା ମାମଲାରେ ବୃଦ୍ଧି ଘଟିଛି । ପର୍ବପର୍ବାଣୀ ପାଇଁ ଭିଡ ଓ ବାୟୁର ଗୁଣବତ୍ତା ଖରାପ ହେବା ଯୋଗୁଁ ସେଠାରେ ଶ୍ବାସ ସମ୍ବନ୍ଧୀୟ ରୋଗ ବଢିବାରେ ଲାଗିଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ମିଳିଥିବାସୂଚନା…
ନୂଆଦିଲ୍ଲୀ : ଚଳିତ ବର୍ଷ ହାଡଭଙ୍ଗା ଶୀତ ନେଇ ଆଇଏମଡି ପକ୍ଷରୁ ପୂର୍ବାନୂମାନ ଲଗାଯାଇଥିଲା । ଏହା ମଧ୍ୟରେ ଦେଶର ରାଜଧାନୀ ନୂଆଦିଲ୍ଲୀ ତାପମାତ୍ରାରେ ଆଉ ଏକ ରେକର୍ଡ ଭାଙ୍ଗିଛି । ଅକ୍ଟୋବର ମାସର ତାପମାତ୍ରାରେ ଦିଲ୍ଲୀ 26 ବର୍ଷର ରେକର୍ଡ ଭାଙ୍ଗିଛି । 26 ବର୍ଷରେ ପ୍ରଥମ ଥର ଲାଗି ଅକ୍ଟୋବର 29 ତାରିଖରେ ତାପମାତ୍ରା ସର୍ବନିମ୍ନ 12.5 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।ଏହା ପୂର୍ବରୁ 1994 ଅକ୍ଟୋବର ମାସରେ ସବୁଠାରୁ କମ ତାପମାତ୍ରା ରେକର୍ଡ କରାଯାଇଥିଲା । ଏହି ସମୟରେ ତାପମାତ୍ରା ସାଧାରଣତଃ 15 ରୁ 16 ଡିଗ୍ରୀ ରହୁଥିବା ବେଳେ ଚଳିତ ବର୍ଷ ତାପମାତ୍ରା ସର୍ବନିମ୍ନ ସ୍ତରକୁ ଛୁଇଁଛି । ଶେଷ ଥରପାଇଁ 31 ଅକ୍ଟୋବର 1994 ମସିହାରେ ଦିଲ୍ଲୀର ତାପମାତ୍ରା 12.3 ଡିଗ୍ରୀ ରହିଥିଲା । ସେହିପରି 1937 ମସିହାରେ ସବୁଠାରୁ କମ 9.3 ଡିଗ୍ରୀର ତାପମାତ୍ରା ରେକର୍ଡ କରାଯାଇଥିବା ନେଇ ଦିଲ୍ଲୀ ପାଣିପାଗ…
କଟକ : କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ କଟକ ବାଲିଯାତ୍ରା ଉପରେ କଟକଣା ଲାଗିଛି । ସହରରେ କୋଭିଡ୍ ସ୍ଥିତି ପାଇଁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି । ସେହିପରି ସାମୂହିକ ଭାବେ ବୋଇତ ବନ୍ଦାଣ ଉତ୍ସବ ପାଳନକୁ ମଧ୍ୟ ବାରଣ କରାଯାଇଛି । ସେହିପରି ଧବଳେଶ୍ବରରେ ବି ବଡଓଷା ପାଳନ ସମ୍ଭବ ନୁହେଁ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।ଭିଡ ଓ ଗହଳିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବାଲିଯାତ୍ରା ହେବନି ବୋଲି କହିଛନ୍ତି କଟକ ଜିଲ୍ଲାପାଳ । ସୂଚନାଯୋଗ୍ୟ, ଯଦିଓ ରାଜ୍ୟରେ କରୋନା ମାମଲା ହ୍ରାସ ହେଉଛି, କିନ୍ତୁ ପାର୍ବଣକୁ ଦୃଷ୍ଟିରେ ରଖି ଅଧିକ ସତର୍କ ନିଆଯାଉଛି । ଶୀତଋତୁରେ କରୋନା ମାମଲା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଅପରପକ୍ଷରେ ୟୁରୋପ, ଫ୍ରାନ୍ସ ଜର୍ମାନୀ ଆଦି ରାଷ୍ଟ୍ରରେ ଶୀତ ଯୋଗୁଁ କରୋନାର ଦ୍ବିତୀୟ…
ରାଉରକେଲା: ଆପତ୍ତିଜନକ ସାମଗ୍ରୀ ଚାଲାଣ ବେଳେ ରାଉରକେଲାରେ ଉତ୍ତେଜନା ପ୍ରକାଶ ପାଇଛି।ଟାଙ୍ଗରପାଲି ଥାନା ଅନ୍ତର୍ଗତ ହେକେଟ ରୋଡରେ ଆଜି ଭୋର ସମୟରେ ଏକ ସ୍କର୍ପିଓର ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଲିଭାଇଥିଲେ। ତେବେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି। ସ୍କର୍ପିଓରେ ଚାଲାଣ କରୁଥିବା ଜଣେ ମହିଳା ସମେତ ତିନିଜଣଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଥିବାର ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁସାରେ ଟାଙ୍ଗରପାଲି ଥାନା ହେକେଡ୍ ରୋଡ୍ରେ ସ୍କର୍ପିଓଙ୍କୁ କିଛି ଦୁର୍ବୃତ୍ତ ଜାଳି ଦେଇଛନ୍ତି । ଉକ୍ତ ଗାଡ଼ିରେ ଜଣେ ମହିଳାଙ୍କ ସମେତ ତିନି ଜଣ ଥିଲେ। ଗାଡ଼ିରେ ଆପତ୍ତିଜନକ ସାମଗ୍ରୀ ଥିବା ଜାଣିବା ପରେ 10ରୁ 12 ଜଣ ଯୁବକ ବାଇକ୍ରେ ଆସି ବିଭିନ୍ନ ସ୍ଲୋଗାନ ଦେଇ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।
ଅମରାବତୀ: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀଠାରେ ଶୁକ୍ରବାର ସକାଳେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ବିବାହ ଭୋଜିରୁ ଫେରିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଭ୍ୟାନ୍। ବିଳମ୍ୱିତ ରାତିରେ ଏହି ଅଘଟଣ ଘଟିଛି। ଏଥିରେ ଛଅ ଜଣଙ୍କର ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶର ଇଷ୍ଟ ଗୋଦାବରୀ ଜିଲ୍ଲାର ଥାନ୍ତିକୋଣ୍ଡାରେ ଏହି ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ବିବାହ ସମାରୋହରେ ସାମିଲ୍ ହୋଇ ଶ୍ରୀ ଭେଙ୍କେଟଶ୍ବର ସ୍ବାମୀ ମନ୍ଦିରରୁ ଫେରୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ଭ୍ୟାନରେ ମୋଟ୍ 30 ଜଣ ଯାତ୍ରୀ ଥିଲେ ବୋଲି ଜଣାପଡ଼ିଛି। ଭ୍ୟାନ୍ଟି ନିୟନ୍ତ୍ରଣ ହରାଇ ଓଲଟି ପଡିଥିଲା। ଘଟଣାସ୍ଥଲରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାବେଳେ ସମସ୍ତ ଆହତଙ୍କୁ ରାଜମୁନ୍ଦରୀ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। (ଏଜେନ୍ସି)
ବାଙ୍ଗିରିପୋଷି: ମହୁମାଛି ଆକ୍ରମଣରେ ଚାରିଜଣ ଗୁରୁତର ହୋଇଛନ୍ତି । ମୟୂରବଞ୍ଜ ଜିଲ୍ଲା ଦୁଆରଶୁଣି ଘାଟିରେ ଏହି ଘଟଣା ଘଟିଛି । ଗୁମ୍ଫା ବୁଲିବାକୁ ଯାଇଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଛନ୍ତି । ତିନିଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ କର୍ମଚାରୀ । ସେମାନଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି।
ନୂଆଦିଲ୍ଲୀ, ସକାଳୁ ଉଠିବା ମାତ୍ରେ ଆମେ ଯାହା ପ୍ରଥମେ ଖୋଜପଛୁ ତାହା ହେଉଛି ଚା। ପ୍ରାୟ ସମସ୍ତଙ୍କର ସକାଳେ ଚା ପିଇବାର ଅଭ୍ୟାସ ଅଛି। ଅନେକ ଲୋକଙ୍କ ଅଭ୍ୟାସ ଏପରି ଯେ ସେମାନେ ଯଦି ସକାଳେ ଏକ କପ୍ ଚା ପିଉ ନାହାଁନ୍ତି, ତେବେ ଦିନସାରା ସେମାନଙ୍କ ମୁଣ୍ଡ ବିନ୍ଧା ହୁଏ। କିନ୍ତୁ ଆପଣ ଜାଣନ୍ତି କି ସକାଳେ ଖାଲି ପେଟରେ ଚା ପିଇବା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତି କାରକ। ଜାଣନ୍ତୁ ତାହା କଣ 1-ଚା’ରେ ପ୍ରଚୁର ନିକୋଟିନ୍ ଥାଏ, ଯାହା ନିଦ ଆସିବାରେ ସମସ୍ୟା ସୃଷ୍ଟି କରେ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ କ୍ଷତି କାରକ। 2-ଚା’ରେ ଅଧିକ ପରିମାଣର ନିକୋଟିନ୍ ଥିବାରୁ ଏହାକୁ ଖାଲି ପେଟରେ ପିଇବା ଦ୍ୱାରା ପେଟରେ ଅଲସର ପରି ବେମାର ସୃଷ୍ଟି ହୋଇପାରେ। 3-ଯଦି ଆପଣ ସକାଳେ ଖାଲି ପେଟରେ ଚା ପିଅନ୍ତି, ତେବେ ଏହା ଅମ୍ଳତା ଏବଂ ଶରୀରେ…
ନୂଆଦିଲ୍ଲୀ, ଆଜି ଚାରୋଟି ରାଶି ଉପରେ ପ୍ରଭୃ ବିଷ୍ଣୁଦେବଙ୍କର ଆର୍ଶିବାଦ ଯୋଗ ରହିଛି। ଏହି ରାଶିର ବ୍ୟକ୍ତିମାନେ ସେମାନଙ୍କର ଦିନଟି ବେସ୍ ସୁଖମୟ ହେବା ସହିତ ହଠାତ ଧନ ପ୍ରାପ୍ତିର ସମ୍ଭାବନା ଯୋଗ ରହିଛି। ଏହି ରାଶିର ବ୍ୟକ୍ତିମାନଙ୍କର ଭାଗ୍ୟ ବେଶ୍ ମଜବୁତ ରହିବ। ସବୁକ୍ଷେତ୍ରରେ ଚାହିଁବା ମୁତାବିକ ସଫଳତା ହାସଲ କରିବେ। ଗଣନା ଅନୁସାରେ ଏହି ଯୋଗ ରହିଥିବାର ଜଣାପଡିଛି। ବହୁଦିନର ସଂପତ୍ତି ବିବାଦର ସମାଧାନ ହେବାର ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଏହି ଚାରୋଟି ରାଶି ଉପରେ ଶନିଦେବଙ୍କର ମଧ୍ୟ ଶୁଭଦୃଷ୍ଟି ରହିଛି। ଆପଣ ଅଚାନକ ଏକ ସଫଳତା ହାସଲ କରିବେ। ପିଲାମାନଙ୍କର ଏକ ସଫଳତାର ଏକ ବଡ ଖବର ଶୁଣିବାକୁ ମିଳିବ। ଯାହାକୁ ନେଇ ଆପଣ ସମାଜରେ ଗର୍ବ କରିବେ। ଫଳରେ ଆପଣଙ୍କର ସମାଜରେ ଏକ ପ୍ରତିଷ୍ଠା ମିଳିବ। ବିଷ୍ଣୁଦେବଙ୍କ ଆର୍ଶିବାଦରେ ଆପଣଙ୍କର କ୍ୟାରିୟରରେ ମଧ୍ୟ ଏକ ବଡ ସଫଳତା ମିଳିବାର ଯୋଗ ରହିଛି। ସମାଜର ଅନୁଭବି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷ କୋଭିଡ଼୍ କଟକଣା ହେତୁ ସାରା ରାଜ୍ୟରେ ଅକ୍ଟୋବର ୨୯ରେ ପାଳନ ହେଉଥିବା ପ୍ରାକୃତିକ ବପର୍ଯ୍ୟୟ ପ୍ରଶମନ ଦିବସ ଆଜି ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଛି। ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ତଥା ରାଜ୍ୟ ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ବିଡ଼ିଓମାନଙ୍କୁ ଜାତୀୟ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳନର ତାତ୍ପର୍ଯ୍ୟ ସପଂର୍କରେ ଅବଗତ କରାଇଥିଲେ। ଗଂଜାମ ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଅମୀୟ କୁମାର ସାହୁ ଏଥିରେ ଅଂଶଗ୍ରହଣ କରିଥିଲେ। ଗଂଜାମ ଜିଲ୍ଲା ପ୍ରାକୃତିକ ବପର୍ଯ୍ୟୟକୁ ସଠିକ୍ ରୂପେ ପରିଚାଳନା କରୁଥିବାରୁ ଗଂଜାମ ଜିଲ୍ଲାପାଳଙ୍କୁ ପ୍ରଶଂସା କରାଯାଇଥିଲା। ଗଂଜାମ ଜିଲ୍ଲାରେ ୧୯୯୦, ୧୯୯୫, ୨୦୦୩, ୨୦୦୬, ୨୦୦୭, ୨୦୦୮, ୨୦୦୯ ମସିହାରେ ହୋଇଥିବା ବନ୍ୟା, ୧୯୯୬, ୨୦୦୨, ୨୦୦୯, ୨୦୧୧, ୨୦୧୫ ମସିହାରେ ଅନାବୃଷ୍ଟି ମରୁଡ଼ି, ୧୯୯୯ ମହାବାତ୍ୟା, ୨୦୧୦ ଘୂର୍ଣ୍ଣିବାତ୍ୟା, ୨୦୧୨ ବନ୍ୟା, ୨୦୧୩ରେ ଫାଇଲିନ୍, ୨୦୧୪ରେ ହୁଡ଼୍ହୁଡ଼୍,…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଚଳିତବର୍ଷର ଆଇପିଏଲ୍ ନିଜର ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଆଇପିଏଲ୍ ବେଟିଂ ମଧ୍ୟ ଆଶାତୀତ ଭାବେ ବୃଦ୍ଧି ପାଉଛି। କୋଟି କୋଟି ଟଙ୍କାର କାରବାରରେ କିଛିବ୍ୟକ୍ତି ମଧ୍ୟସ୍ଥି ସାଜି ନିଜକୁ କୋଟିପତି କରୁଥିବାବେଳେ ନିରୀହ ଛାତ୍ର, ଯୁବକ ଟଙ୍କା ହାରି ସ୍ୱର୍ବସ୍ୱାନ୍ତ ହୋଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ବ୍ରହ୍ମପୁର ସହରରେ ଗତ କିଛିଦିନ ହେଲା ଆଇପିଏଲ୍ ବେଟିଂ ଆଶାତୀତ ଭାବେ ବୃଦ୍ଧି ପାଇବାକୁ ଲାଗିଥିଲା। ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ତତ୍ପର ହୋଇ ଖୋଦ୍ ନିଜେ ଏହି ମାମଲାରେ ଅନୁସନ୍ଧାନ ଜାରି ରଖିଛନ୍ତି। ତେବେ ଦକ୍ଷିଣ ଓଡ଼ିଶା ତଥା ରାଜ୍ୟର ସବୁଠାରୁ ବଡ଼ ତଥା ଆଇପିଏଲ୍ ବେଟିଂର ବେତାଜ ବାଦଶାହା ବ୍ରହ୍ମପୁର ଅଂଚଳ ଜନୈକ କିଙ୍ଗପିନ୍କୁ ବ୍ରହ୍ମପୁର ପୋଲିସ୍ ଅଟକ ରଖିଥିବା ଜଣାପଡ଼ିଛି। କିଙ୍ଗପନ ସହ ତା’ର ୪ ରୁ ୫ ସହଯୋଗୀକୁ ପୋଲିସ୍ ଅଟକ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ଗଂଜାମ ଜିଲ୍ଲାରେ ୨୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଗତକାଲି ୩୬୫୩ ଟି ସ୍ୱାବ୍ ପରୀକ୍ଷା ହୋଇଥିବାବେଳେ ସମୁଦାୟ ସ୍ୱାବ୍ ପରୀକ୍ଷା ସଂଖ୍ୟା ୫୩୬୧୧୪ରେ ପହଞ୍ଚିଛି। ସୁସ୍ଥ ହାର ୯୮.୧ ପ୍ରତିଶତ ରହିଛି। ୧୭ ଜଣ ସ୍ଥାନୀୟ ଏବଂ ୩ ଜଣ କରୋନା ଯୋଦ୍ଧା ଆଜି ଚିହ୍ନଟ ହୋଇଛନ୍ତି। ବ୍ରହ୍ମପୁର ମହାନଗର ନିଗମ ଅଂଚଳରେ ସର୍ବାଧିକ ୯ ଜଣ ସ୍ଥାନୀୟ ସଂକ୍ରମିତ ଏବଂ ଜଣେ କରୋନା ଯୋଦ୍ଧା ଅଛନ୍ତି। ବେଗୁନିଆପଡ଼ା ବ୍ଲକ୍ରେ ୨, ଭଂଜନଗର, ଗଂଜାମ, ହିଂଜିଳିକାଟୁ, ପୋଲସରା ବ୍ଲକ୍ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଥିବାବେଳେ ଅନ୍ୟାନ୍ୟ ସ୍ଥାନର ୨ ଜଣ ଚିହ୍ନଟ ହୋଇଛନ୍ତି।
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମର ପ୍ରସିଦ୍ଧ ପର୍ବ କୁମାର ପୂର୍ଣ୍ଣିମୀ ଯେତେ ପାଖେଇ ଆସୁଛି ଜୁଆଖେଳର ମାତ୍ରା ସେତେ ଅଧିକ ଦେଖିବାକୁ ମିଳିଛି। ବ୍ରହ୍ମପୁର ପୋଲିସ୍ ଏବଂ ଗଂଜାମ ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ବ୍ୟାପକ କରିଥିବା ଦେଖିବାକୁ ମିଳିଛି। ଗତ ୨୪ ଘଣ୍ଟା ମଧ୍ୟରେ ଗଂଜାମ ପୋଲିସ୍ ପକ୍ଷରୁ ବିଭିନ୍ନ ଗ୍ରାମରେ ୧୨ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୬୩ ଜଣକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୪୮ହଜାର ୭୮୦ ଟଙ୍କା ଜବତ ହୋଇଛି। ସେହିପରି ୮ଟି ଅବକାରୀ ଚଢ଼ାଉ ହୋଇ ୮ ଜଣକୁ ଗିରଫ କରିବା ସହ ୨୮୯.୯ ଲିଟର ମଦ ଜବତ ହୋଇଛି। ସେହିପରି ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଗତ ୨୪ ଘଣ୍ଟା ମଧ୍ୟରେ ୪ଟି ଜୁଆଆଡ୍ଡା ଚଢ଼ାଉ ହୋଇ ୨୫ ଜଣକୁ ଗିରଫ କରାଯାଇଥିବାବେଳେ ୩ଟି ଅବକାରୀ ଚଢ଼ାଉ କରାଯାଇ ୩ ଜଣ ଗିରଫ ସହ ୫୭ ଲିଟର ମଦ ଜବତ ହୋଇଛି। ଆଗକୁ ମଧ୍ୟ ଏହି…

