ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ସ୍ଥିତ ନେହେରୁ ପଡ଼ିଆ ଠାରେ ବିଜୁ ଛାତ୍ର ଜନତା ଦଳର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯୁବନେତା ବିମଳ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ତିର୍ତ୍ତୋଲ ଆଦିକବି ସାରଳା ଦାସ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଭାପତି ଦେବଦତ୍ତ ଦାଶଙ୍କ ନେତୃତ୍ୱରେ ଶତାଧିକ ଛାତ୍ର ଯୋଗଦେଇଥିଲେ। ଏହି ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ବିଜେଡ଼ି ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ସମ୍ମାନିତ ଅତିଥିଭାବେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜନ୍ମେଜୟ ଲେଙ୍କା ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକର ଆତ୍ମା ଅଧ୍ୟକ୍ଷ ବସନ୍ତ ମହାପାତ୍ର, ସାଂସଦଙ୍କ ପ୍ରତିନିଧି ପୀତବାସ ଗୋଛାୟତ, ଯୁବନେତା ଗୌରହରି ସାହୁ, ବଟକୃଷ୍ଣ ଦାଶ,ଦେବେନ୍ଦ୍ର ମହାପାତ୍ର,ବିନୟ ମହାପାତ୍ର, ତିର୍ତୋଲ ପଞ୍ଚାୟତ ପର୍ଯ୍ୟବେକ୍ଷକ ଜ୍ଞାନେଦ୍ର ଗିରିଗୋସ୍ୱାମୀ,ଜିଲ୍ଲା ଛାତ୍ର ବିଜେଡ଼ି କାର୍ଯ୍ୟକାରୀ ସଭାପତି ଇ° ସମିତ କୁମାର ଲେଙ୍କା ,ବ୍ଲକ ଛାତ୍ର ବିଜେଡ଼ି ସଭାପତି ଦେବୀ ପ୍ରସାଦ ମହାପାତ୍ର ,…
Author: Samikhsya Bureau
ଭୁବନେଶ୍ବର: ରାଜ୍ୟରେ ଆଜି ୧ ହଜାର ୬୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୯୪୧ ଜଣ ଚିହ୍ନଟ ହୋଇଥିବାବେଳେ ୬୭୬ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୭ହଜାର ୯୯କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୨ ଲକ୍ଷ ୭୦ ହଜାର ୧୩୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧୫ ହଜାର ୬୧୯ ଜଣ। ରାଜ୍ୟରେ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି ୧୨୮୪ ଜଣ। ସେହିପରି ୫୩ ଜଣ କରୋନାରେ ଆକ୍ରାନ୍ତ ଥିଲେ ସୁଦ୍ଧା ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବାର ସୂଚନା ରହିଛି। ଆଜି ରାଜ୍ୟର ୩୦ଟି ଜିଲ୍ଲାରୁ ମୋଟ୍ ୧ ହଜାର ୬୧୭ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୨୨…
ରମେଶ ମହାନ୍ତି ଜଗତସିଂହପୁର: ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁଶୀଲ କୁମାର ଲୋହାନୀ ଜଗତସିଂହପୁର ଜିଲ୍ଲା ଗସ୍ତ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍ଭାବନା ସଭାଗୃହ ଠାରେ ତିର୍ତ୍ତୋଲ ଉପ-ନିର୍ବାଚନର ପ୍ରସ୍ତୁତି ଓ ଅଗ୍ରଗତି ସମ୍ପର୍କରେ ବିଭିନ୍ନ ନୋଡାଲ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ। ଉପ-ନିର୍ବାଚନକୁ ଅବାଧ, ମୁକ୍ତ, ନିରପେକ୍ଷ ଓ କୋଭିଡ ମାର୍ଗ ଦର୍ଶିକା ଅନୁଯାୟୀ କରିବାକୁ ବିଭିନ୍ନ ନୋଡାଲ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ନିର୍ବାଚନରେ ନିୟୋଜିତ ସମସ୍ତ ପ୍ରିଜାଇଡିଂ ଓ ପୋଲିଙ୍ଗ ଅଧିକାରୀଙ୍କ ଥର୍ମାଲ ସ୍କାନିଂ କରାଯିବ। କୋଭିଡ ଆକ୍ରାନ୍ତ କର୍ମଚାରୀଙ୍କୁ ବାଦ ଦିଆଯାଇ ରିଜର୍ଭରେ ଥିବା କର୍ମଚାରୀଙ୍କୁ ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରାଯିବ। ନିର୍ବାଚନ ଦିନ ପ୍ରତ୍ୟେକ ବୁଥ୍ରେ କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ସାମାଜିକ ଦ୍ୱରତା ବଜାୟ ରଖିବା, ମାସ୍କ ପରିଧାନ, ହାତ ସାନିଟାଇଜ୍ କରିବା, ଗ୍ଲୋଭ୍ସ ପିନ୍ଧିବା, ଥର୍ମାଲ ସ୍କାନିଂ କରିବାକୁ ବାଧ୍ୟତାମୂଳକ କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଲୋହାନୀ ପ୍ରକାଶ…
ନୂଆଦିଲ୍ଲୀ : କରୋନା ସଂକ୍ରମଣର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମେକ୍ରାନ୍ ରାଷ୍ଟ୍ରବ୍ୟାପୀ ଲକ୍ଡାଉନ୍ ଜାରି କରିବା ନେଇ ଘୋଷଣା କରିଛନ୍ତି । ଫ୍ରାନ୍ସରେ କରୋନାରେ ଦିନକୁ ଦିନ ଅଧିକାଂଶ ଲୋକ ଆକ୍ରାନ୍ତ ହେଉଥିବା ଦେଖାଯାଉଛି। ଯାହାକୁ ଆଖି ଆଗରେ ରଖି ଦେଶରେ ପୁଣିଥରେ ଲକ୍ଡାଉନ୍ ଲାଗୁ କରାଯାଉଛି । ତେବେ ଏହି ଲକ୍ଡାଉନ୍ ସମୟରେ ସ୍କୁଲ ଓ କିଛି କାର୍ଯ୍ୟସ୍ଥଳୀ ଖୋଲା ରହିବ । ଶୁକ୍ରବାରଠାରୁ ଏହି ଲକ୍ଡାଉନ୍ ଜାରି ହେବ ବୋଲି ସୂଚନା ରହିଛି । ଏହି ସମୟରେ ଫ୍ରାନ୍ସର ସମସ୍ତ ରେସ୍ତେରାଁ, ବାର ଓ ଅଣ ଆବଶ୍ୟକ ବ୍ୟବସାୟ ବନ୍ଦ ରହିବ । ତେବେ ଫ୍ୟାକ୍ଟ୍ରି, କ୍ଷେତ ଓ ନିର୍ମାଣ କାର୍ଯ୍ୟ ଜାରି ରହିବ । ନର୍ସିଂ ହୋମ୍ ଖୋଲା ରହିବ । ତେବେ ଏହି ଲକ୍ଡାଉନକୁ ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ଠାରୁ ଟିକେ କୋହଳ କରାଯାଇଛି । ଲୋକଙ୍କୁ ବିନା କାର୍ଯ୍ୟରେ ଘରୁ…
ଭୁବନେଶ୍ୱର : ଜଣେ ଡ୍ରାଇଭରଙ୍କ ନାମରେ 28 କୋଟିର ଜିଏସଟି ଠକେଇ ଅଭିଯୋଗ ଆସିଛି । ଏନେଇ ଜିଏସଟି ବିଭାଗ ପକ୍ଷରୁ ରାଉରକେଲାର ଜନୈକ ଡ୍ରାଇଭରଙ୍କୁ ନୋଟିସ ମଧ୍ୟ ଜାରି କରାଯାଇଛି। 28 କୋଟି 28 ଲକ୍ଷର ଠକେଇ ସହିତ 4 କୋଟିର ଫାଇନ ପାଇଁ ମଧ୍ୟ ନୋଟିସ ଜାରି କରାଯାଇଛି । ତେବେ ସେ ଏହା ସମ୍ପର୍କରେ କିଛି ଜାଣି ନାହାନ୍ତି ବୋଲି ଡ୍ରାଇଭର ଜଣକ ପ୍ରକାଶ କରିଛନ୍ତି । ତାଙ୍କ ନାମ ବ୍ୟବହାର କରି ଆଉ କେହି ଏପରି ଠକେଇ କରିଛି ବୋଲି ଡ୍ରାଇଭର ଜଣକ କହିଛନ୍ତି ।
ବାଲେଶ୍ୱର: ବାଲେଶ୍ୱର ସଦର ଉପନିର୍ବାଚନ ପାଇଁ ଆଜି ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। କରୋନା ମାହମାରୀକୁ ଦୃଷ୍ଟିରେ ରଖି ନବୀନ ଭର୍ଚୁଆଲ ମାଧ୍ୟମରେ ବାଲେଶ୍ୱରବାସୀଙ୍କୁ ସମ୍ବୋଧନ କରିବା ସହ ଦଳର ପ୍ରାର୍ଥୀ ସ୍ୱରୂପ ଦାସ ଙ୍କ ପାଇଁ ପ୍ରଚାର କରିବେ। ଭର୍ଚୁଆଲ ପ୍ରଚାର ପାଇଁ ବାଲେଶ୍ୱର ସହରର ଆଇଟିଆଇ ପଡିଆ, ସିଦ୍ଧି କଲ୍ୟାଣମଣ୍ଡପ ସମେତ 4ଟି ସ୍ଥାନରେ ଏବଂ ଗ୍ରାମାଞ୍ଚଳର 4ଟି ସ୍ଥାନରେ ଏଲଇଡି ବ୍ୟବସ୍ଥା କରାଯାଇଛି। ସୂଚନାଯୋଗ୍ୟ, ବାଲେଶ୍ବର ପାଇଁ ବିଜେଡି ତରଫରୁ ସ୍ବରୂପ ଦାସ ପ୍ରାର୍ଥୀ ହୋଇଥିବାବେଳେ ବିଜେପିର ପ୍ରାର୍ଥୀ ହୋଇଛନ୍ତି ମାନସ ଦତ୍ତ । ସେହିପରି କଂଗ୍ରେସ ତରଫରୁ ମମତା କୁଣ୍ଡୁ ଏହି ନିର୍ବାଚନରେ ପ୍ରାର୍ଥୀ ହୋଇଛନ୍ତି । ଉଭୟ ଦଳଙ୍କ ତରଫରୁ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ଶୋଭାଯାତ୍ରା ସମାବେଶ ଓ ପ୍ରଚାର ଖୁବ୍ ଜୋରସୋରରେ ଚାଲିଛି ।
ନୂଆଦିଲ୍ଲୀ : ଦେଶରେ ଆଜି 80 ଲକ୍ଷ ପାର କରିଛି ମୋଟ କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା। ଗତ 24 ଘଣ୍ଟା ମଧ୍ୟରେ 49 ହଜାର 881 ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 517 ଜଣଙ୍କ ଜୀବନ ଯାଇଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 80 ଲକ୍ଷ 40 ହଜାର 203କୁ ବୃଦ୍ଧି ପାଇଛି। ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା 1 ଲକ୍ଷ 20 ହଜାର 527 ଛୁଇଁଛି। ଦେଶରେ ମୃତ୍ୟୁହାର ରହିଛି 1.50%। ଏବେ ଦେଶରେ ଚିକିତ୍ସାଧୀନ ଅଛନ୍ତି 6 ଲକ୍ଷ 3 ହଜାର 687 ଜଣ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ ଗତ 24 ଘଣ୍ଟାରେ ସାରା ଦେଶରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି 56 ହଜାର 480 ଆକ୍ରାନ୍ତ । ମୋଟ୍ ସୁସ୍ଥ ସଂଖ୍ୟା 73 ଲକ୍ଷ 15 ହଜାର 989କୁ ବୃଦ୍ଧି ପାଇଛି…
ବାଲେଶ୍ବର, ବାଲେଶ୍ବର ଉପନିର୍ବାଚନ ପ୍ରଚାର ମଇଦାନରେ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ
ନୂଆଦିଲ୍ଲୀ, କୋଭଡି19 ଆଇନ ଉଲ୍ଲଂଘନ କରିଥିବାରୁ ଚାରିଜଣ ବିଧାୟକ ବର୍ତ୍ତମାନ ମାମଲା ଭିତରେ ଛନ୍ଦି ହୋଇପଡିଛନ୍ତି। ସେମାନେ ହେଲେ ଆମ ଆଦମୀ ପାର୍ଟିର ଚାରି ବିଧାୟକ। ଏହି ବିଧାୟକମାନେ ନୂଆଦିଲ୍ଲୀରେ ଏକ ବିକ୍ଷୋଭ କରିଥିଲେ ଯେଉଁଥିରେ କୋଭିଡ19 ଆଇନକୁ ପାଳନ କରାଯାଇ ନ ଥିଲା। ଏପରିକି ସେମାନେ ବିକ୍ଷୋଭ କରିବା ପାଇଁ ଦିଲ୍ଲୀ ପୋଲିସର ଅନୁମତି ମଧ୍ୟ ନେଇ ନ ଥିଲେ। ସେମାନଙ୍କୁ ପୋଲିସ ଅଟକାଇବାରୁ ବିକ୍ଷୋଭକାରୀମାନେ ଆକ୍ରମଣାତ୍ମକ କାର୍ଯ୍ୟ କରିଥିଲେ। ଫଳରେ କେତେକ ପୋଲିସ ଆହତ ହୋଇଥିବାର ଜଣାପଡିଛି।
ନୂଆଦିଲ୍ଲୀ, ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକ ହେଉଛି ଆଖି, ନାକ, କାନ, ଦାନ୍ତ ଇତ୍ୟାଦି। ତେବେ ଦାନ୍ତ ବିନା ଆମେ କିଛି ଖାଇ ପାରିବୁ ନାହିଁ। ତେଣୁ ଦାନ୍ତର ଯତ୍ନ ନେବା ଅତ୍ୟନ୍ତ ଜରୁରୀ। କିନ୍ତୁ ବେଳେବେଳେ ଦାନ୍ତର ଉପଯୁକ୍ତ ଯତ୍ନ ନ ନେଲେ ତାହା ପୁରା ଶରୀରକୁ କଷ୍ଟ ଦେଇଥାଏ। ଯାହାକୁ ଦାନ୍ତ ପୋକଖାଇଲା ବୋଲି କୁହାଯାଏ। ଏହି ସମୟରେ ଦାନ୍ତର ଯନ୍ତ୍ରଣା ଏପରି ଯେ ତାହା ସମ୍ଭାଳିବା କଷ୍ଟ ଦାୟକ। ତେବେ ଏହି କଷ୍ଟରୁ ମୁକ୍ତି ପାଇବା ପାଇଁ ଆପଣ ଏହି ତିନୋଟି ଉପଚାର ମଧ୍ୟରୁ ଗୋଟିଏ କରିପାରିବେ। 1-ଯଦି କେହି ଦାନ୍ତ ପୋକଖାଇବାରୁ ଅସହ୍ୟ ଯନ୍ତ୍ରଣା ହୁଏ ତେବେ ସେହି ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ଲବଙ୍ଗ ତେଲ ବ୍ୟବହାର କରନ୍ତୁ। ପୋକଡା ଦାନ୍ତରେ ଲବଙ୍ଗ ତେଲ ଲଗାନ୍ତୁ। ଦେଖିବେ ତାହା ଆପଣଙ୍କୁ ଆରମ ଦେବ। 2-ଫିଟିକିରି ମଧ୍ୟ ଆପଣଙ୍କ ଦାନ୍ତରେ ଥିବା କୀଟନାଶକକୁ ଦୂର…
କୋଲକାତା, ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନକୁ ସୁଖଶାନ୍ତିରେ ବିତାଇବାକୁ ଚାହାଁନ୍ତି। ହେଲେ ବେଳେ ବେଳେ ସେ ଚାହୁଁ ନ ଥିଲେ ମଧ୍ୟ ଦୁଃଖ ଅଶାନ୍ତି ତାଙ୍କ ଜୀବନ ଭିତରକୁ ଚାଲିଆସେ। ତେବେ ଏପରି ଘଟିବାର କାରଣ କଣ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ନକ୍ଷତ୍ରଗୁଡିକର ଗତିବିଧି ଉପରେ ମଣିଷ ଜୀବନର ଉତ୍ଥାନପତନ ପାଇଁ ଦାୟୀ। ସେମାନଙ୍କ ଗଣନା ଅନୁସାରେ ଆଜି ଛଅଟି ରାଶି ଅଛି ଯେଉଁଥିରେ ମା ସନ୍ତୋଷୀଙ୍କ ଅପାର କୃପା ରହିଛି। ଫଳରେ ସେମାନଙ୍କର ଖୁସିର ଦିନ ଆସିବା ସହିତ ଭଲ ଆୟ ଅଭିବୃଦ୍ଧିର ଲକ୍ଷଣ ମଧ୍ୟ ପ୍ରକାଶ ପାଇଛି। ଏଥିସହିତ ଏହି ରାଶିର ବ୍ୟକ୍ତିମାନେ ଭଲ ଖବର ପାଇବାର ମଧ୍ୟ ସମ୍ଭାବନା ରହିଛି। ଏହି ରାଶି ଲୋକମାନେ ଆର୍ଥିକ ଦୃଷ୍ଟିରୁ ବେଶ୍ ଶକ୍ତିଶାଳୀ ରହିବେ। କୁମ୍ଭ ରାଶିର ଲୋକମାନଙ୍କର ପ୍ରତ୍ୟେକ ଦିଗରୁ ସ୍ୱାସ୍ଥ୍ୟ ସମସ୍ୟା ସମାପ୍ତ ହେବ। ସେମାନଙ୍କ ଘରେ ସମୃଦ୍ଧି ଭରି ରହିବ। ଭଗବାନ ମହାଦେବଙ୍କ ଯୋଗୁଁ…
ରାୟପୁର, ମୁଖ୍ୟମନ୍ତ୍ରୀ ଶ୍ରୀ ଭୁପେଶ ବାଘେଲ ଆଜି ପୋଲିସ ଅଧିକାରୀ ମେସ ଜଗଦଲପୁରରେ ବସ୍ତର ଦଶହରା ମହୋତ୍ସବର ପାଳନ ଅବସରରେ ସଦସ୍ୟମାନଙ୍କ ସହ ବସି ଭୋଜନ କରୁଛନ୍ତି।
ଭୁବନେଶ୍ବର, ଆଜି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଭର୍ଚୁାୟାଲ ରାଲିରେ ଯୋଗଦେଇ ତିର୍ତ୍ତୋଲବାସୀଙ୍କୁ ଭୋଟ ଭିକ୍ଷା କରିଛନ୍ତି। ନବୀନ ଆଜି ନବୀନ ନିବାସରେ ରହି ପାଞ୍ଚ ମନିଟର ଏକ ଭାଷଣ ଦେଇଥିଲେ। ଏଥିରେ ସେ ବିଷ୍ଣୁ ଦାସଙ୍କ ବିୟୋଗ ତାଙ୍କ ପାଇଁ ବଡ କ୍ଷତି ହୋଇଛି ବୋଲି କହିଥିଲେ। ଏଥିସହିତ କରୋନା ପରେ ସେ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀକୁ ଏକ ସ୍ବତନ୍ତ୍ର ପରିଦର୍ଶନରେ ଯିବେ। ସେମାନଙ୍କ ଦୁଃଖସୁଖ ବୁଝିବେ ବୋଲି ନବୀନ ଭାଷଣରେ କହିଥିଲେ। ଏହା କହିବା ପରେ ତିର୍ତ୍ତୋଲରେ ଦେଖୁଥିବା ଲୋକେ ବେଶ ତାଳିମାରି ସ୍ବାଗତ କରିଥିଲେ। ତିର୍ତ୍ତୋଲବାସୀଙ୍କ ଯୋଗାଯୋଗ ପାଇଁ ମହାନଦୀ ଉପରେ ଦୁଇଟି ବଡ ସେତୁ ନିର୍ମାଣ ପାଇଁ ଅନୁଦାନ ଦିଆଯାଇଛି। ଏହା ଦ୍ବାରା ଆପଣମାନଙ୍କର ଯିବା ଆସିବା ସୁଗମ ହେବ ବୋଲି ନବୀନ କହିଥିଲେ। ତିର୍ତ୍ତୋଲରେ ମା ଉଭଣୀମାନେ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ବେଶ ସଫଳତାର ସହ କରୁଛନ୍ତି। ସେଥିପାଇଁ ମୁଁ ବହୁତ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବ୍ରହ୍ମପୁର ପୋଲିସ୍ ଜିଲ୍ଲାର ଟାଉନ୍ ଥାନା ପକ୍ଷରୁ ଜୁଆଆଡ୍ଡା ଚଢ଼ାଉକୁ ଜୋର୍ଦାର କରାଯାଇଛି। ଟାଉନ୍ଥାନା ଅଂଚଳଟି ସହରର ମଧ୍ୟଭାଗରେ ଅବସ୍ଥିତ ଥିବାବେଳେ ଏଠାରେ ବଡ଼ଧରଣର ଜୁଆଆଡ୍ଡାମାନ ଚାଲିଥିବା ଜଣାପଡ଼ିଛି। ଜୁଆଡ଼ିମାନେ ରୀତିମତ ହୋଟେଲ୍, ନିକାଞ୍ଚନ ସ୍ଥାନମାନଙ୍କରେ ଲକ୍ଷ ଲକ୍ଷ ଟଙ୍କାର ଜୁଆଖେଳି ସ୍ୱର୍ବସ୍ୱାନ୍ତ ହେଉଛନ୍ତି। ତେବେ ଥାନା ପକ୍ଷରୁ ଯେତେ ଚଢ଼ାଉ କଲେ ବି ଏମାନେ ଏହାକୁ ଖାତିର ନ କରି ପୁଣି ଜୁଆଖେଳ ଜାରି ରଖୁଛନ୍ତି। ଏନେଇ ଗତକାଲି ମଧ୍ୟରାତ୍ରରେ ଟାଉନ୍ ଥାନା ପକ୍ଷରୁ କର୍ପୋରେସନ ରୋଡ଼୍ ନିକଟ ଏକ ଜୁଆଆଡ୍ଡା ଉପରେ ଚଢ଼ାଉ କରାଯାଇଥିଲା। ଏଠାରୁ ୮ ଜଣ ଜୁଆଡ଼ିକୁ ଗିରଫ କରାଯାଇଥିବାବେଳେ ୧ଲକ୍ଷ ୩୯ ହଜାର ଟଙ୍କା ଜବତ ହୋଇଛି। ଏହା ସହ ୫୨ଯୋଡ଼ି ତାସ୍, ଜରି ପାଲ ମଧ୍ୟ ପୋଲିସ୍ ଜବତ କରିଥିବା ଥାନାଧିକାରୀ ସୁରେଶ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ୨୫ ତାରିଖ ରାତ୍ର ମଧ୍ୟରେ ଗେଟ୍ବଜାର…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ବରିଷ୍ଠ ନାଗରିକ ମଂଚର ପ୍ରତିଷ୍ଠାତା ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଟାଉନ୍ହଲ୍ ନିକଟସ୍ଥ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତିରେ ରଙ୍ଗ ଦେବା ସହ ସଫାସୁତୁରା କରାଯାଇଛି। ସେହିଭଳି ଗାନ୍ଧିନଗର ସ୍ଥିତ ମଧୁବାବୁଙ୍କ ଓ ଗାନ୍ଧୀ ପ୍ରତିମୂର୍ତ୍ତି ସଫେଇ ମଧ୍ୟ କରାଯାଇଥିଲା। ଏଥିରେ ସର୍ବଶ୍ରୀ ବିଜୟ ବେହେରା, କିଶୋର ଚନ୍ଦ୍ର ବ୍ରହ୍ମା, ଲିଙ୍ଗରାଜ ମହାପାତ୍ର, ବିପ୍ରଚରଣ ଦଳାଇ, ଚିତ୍ରକର ଦିଗମ୍ବର ଜେନା, କାଶୀନାଥ ପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ଟ୍ରାଫିକ୍ ଥାନା-ଏସ୍.ବି.ଆଇ-ଖଲିକୋଟ କଲେଜ ଓ କଂଗ୍ରେସ କାର୍ଯ୍ୟାଳୟଠାରୁ ନେତାଜୀଙ୍କ ପ୍ରତିମୂର୍ତ୍ତି ସଂଯୋଗ କରୁଥିବା ଛକକୁ ନେତାଜୀ ଛକ ନାମରେ ନାମିତ କରିବାକୁ ଦାବି ହୋଇଥିଲା। ଆଗାମୀ ଦିନରେ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିର ସୁରକ୍ଷା, ଆଲୋକୀକରଣ, ପ୍ରତିମୂର୍ତ୍ତି ଚାରିପାଖରେ ବିଜ୍ଞାପନକୁ ବନ୍ଦ କରିବାକୁ ମଧ୍ୟ ଦାବି ହୋଇଥିଲା। ଏହି କାର୍ଯ୍ୟକମରେ ସହରର ବୁଦ୍ଧିଜୀବୀ ଏବଂ ଶିକ୍ଷକମାନେ ସହଯୋଗ କରିଥିବାରୁ ବରିଷ୍ଠ ନାଗରିକ ମଂଚ ପକ୍ଷରୁ ଧନ୍ୟବାଦ…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଆଜି ସକାଶେ ଗୋଳନ୍ଥରା ଥାନା ଘଟକା ନଦୀ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ପାଖଆଖ ଲୋକେ ଏହାକୁ ପଞ୍ଚମା ଗ୍ରାମର ଗୌରାଙ୍ଗ ମଣ୍ଡଳ (୩୪) ବୋଲି ଚିହ୍ନଟ କରିବା ପରେ ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ଗୌରାଙ୍ଗଙ୍କ ଦେହରେ ଗଭୀର ଆଘାତ, ମୁଣ୍ଡରେ ଆଘାତ ଏବଂ ଶରୀରର ବିଭିନ୍ନ ସ୍ଥାନରେ ଖଣ୍ଡିଆ ଖାବରା ହୋଇଥିବାରୁ ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସଂଦେହ ହୋଇଥିଲା। ମୃତ ଗୌରାଙ୍ଗଙ୍କ ଘର ପଞ୍ଚମା ହୋଇଥିବାବେଳେ ସେ ସୋମବାରଦିନଠାରୁ ନିଖୋଜ ଥିଲେ। ଶବ ମିଳିଲା ପରେ ପରିବାର ଲୋକେ ଗୌରାଙ୍ଗଙ୍କୁ ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଗୋଳନ୍ଥରା ପୋଲିସ ୩୦୬/୨୦ରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରିଥିବାବେଳେ ଏନେଇ ପଞ୍ଚମା ଗ୍ରାମର ଶିବ ମଣ୍ଡଳକୁ ଅଟକ ରଖିଥିବା ଜଣାପଡ଼ିଛି। ଉଭୟ ଗୌରାଙ୍ଗ ଏବଂ ଶିବ ଏକତ୍ର କାମ…
ପିଣ୍ଟୁ ବିଷୋୟୀ ବେଗୁନିଆପଡା: ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ) -୨୦୨୦ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଏମ. ଶୃତୀ ସାଗରିକା ରାଓ। ସର୍ବ ଭାରତୀୟ ସ୍ତରରେ ନିଟ ପରୀକ୍ଷାରେ ମୋଟ ୭୨୦ ମାର୍କରୁ ୬୪୩ ମାର୍କ ରଖି କୃତକାର୍ଯ୍ୟ ହେବା ସହ ସର୍ବ ଭାରତୀୟ ସ୍ତରରେ ୫୨୧୦ ସ୍ଥାନ ରଖି ବେଗୁନିଆପଡା ବ୍ଲକ ପାଇଁ ଗୌରବ ଆଣିଛନ୍ତି ଏମ. ଶୃତୀ ସାଗରିକା। ବେଗୁନିଆପଡା ବାସିନ୍ଦା ଏମ. କ୍ରିଷ୍ଣା ରାଓ ଓ ଆର ପ୍ରମିଳା ରାଓଙ୍କ ଝିଅ ହେଉଛନ୍ତି ଶୃତୀ ସାଗରିକା। ତାଙ୍କରି ଏହି ସଫଳତା ପାଇଁ ସେ ପରିବାର ଏବଂ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଶ୍ରେୟ ଦେଇଛନ୍ତି।
ପିଣ୍ଟୁ ବିଷୋୟୀ କୋଦଳା: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୋଦଳା ତହସିଲରେ ନୂତନ ତହସିଲଦାର କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ତହସିଲଦାର ଅବନୀ କୁମାର ସାହୁ ନୂତନ ତହସିଲଦାର ଭାବେ ବୁଧବାର ଦିନ ଯୋଗ ଦେଇ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ପୂର୍ବରୁ ଅବନୀ କୁମାର ସାହୁ ଗଞ୍ଜାମ ତହସିଲଦାର ଭାବେ କାର୍ଯ୍ୟ କରି ବେଶ ସୁନାମ ଅର୍ଜନ କରିଥିଲେ। ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିଥିବା ଗଞ୍ଜାମ ଜିଲ୍ଲାର ଅଭିଜ୍ଞତାକୁ କୋଦଳା ଅଂଚଳରେ ଉପଯୋଗ କରିବା ପାଇଁ ଶ୍ରୀଯୁକ୍ତ ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଫାଇଭ-ଟି, ମୋ ସରକାର ଏବଂ ବିଭିନ୍ନ ରାଜସ୍ଵ ସମ୍ବନ୍ଧୀୟ ସେବାକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ଶେଷ କରିବା, ଜମି ଜମା ସମ୍ବନ୍ଧୀୟ ସେବା ତୁରନ୍ତ ଯୋଗାଇଦେବା ସହ କୋଦଳା ତହସିଲର ସମସ୍ତ ଜନସାଧାରଣଙ୍କୁ ଶ୍ରୀଯୁକ୍ତ ସାହୁ ଶୁଭକାମନା ଜଣାଇଛନ୍ତି। କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କ ହିଞ୍ଜିଳିକାଟୁ ବଦଳି ହେବାପରେ ଶ୍ରୀ ଅବନୀ କୁମାର ସାହୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଅକ୍ଟୋବର ଶେଷ ହେବାକୁ ବସିଲାଣି ଜୁନାଗଡ ନିୟନ୍ତ୍ରିତ ବଜାର କମିଟୀ (ଆରଏମସି) ର କର୍ମଚାରୀ ମାନେ ସେପ୍ଟେମ୍ବର ମାସର ଦରମା ପାଇପାରିନଥିବା ଜଣାପଡିଛି। ବର୍ତ୍ତମାନର ମହଙ୍ଗା ସମୟରେ କର୍ମଚାରିମାନେ ଅଭାବ ଅନାଟନ ମଧ୍ୟରେ ଗତି କରୁଥିବା ସହିତ ବେଙ୍କ ଋଣ ମଧ୍ୟ ପରିଶୋଧ କରିପାରୁନଥିବା ହେତୁ ବଜାର ମଧ୍ୟରେ ହାତ ଉଧାରୀ କରି ଚଳୁଥିବା ଜଣାପଡିଛି। କର୍ମଚାରୀମାନେ କର୍ତୃପକ୍ଷଙ୍କୁ କେହି କିଛି କହିପାରୁନଥିଲେ ମଧ୍ୟ ନିଜ ପରିବାର ଚଳାଇବା ପାଇଁ କଷ୍ଟସ୍ୱୀକାର କରୁଥିବା ପ୍ରକାଶ। ଏସଂପର୍କରେ ଜୁନାଗଡ ଆରଏମସିର ସଂପାଦକ ଟଙ୍କଧରନାଏକ କିଛିମଧ୍ୟ କହୁନଥିବା ବେଳେ ମଧ୍ୟ ଗତ ସେପ୍ଟେମ୍ବର ମାସରେ ନିଜେ ସ୍ୱାସ୍ଥ୍ୟଗତ କାରଣରୁ ହୋମ ଆଇସୋଲେସନରେ ରହିଥିବା ବେଳେ ଆରଏମସିର ହିସାବ ରକ୍ଷକ ଅନ୍ୟ ରାଜ୍ୟରେ ଥିବା ଏକ ହସପିଟାଲରେ ନିଜର ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ଭର୍ତି ହୋଇଥିବା ଚର୍ଚ୍ଚା ହେଉଛି। ହିସାବ ରକ୍ଷକ କିଛିଦିନ ହେବ ନିଜ କାର୍ଯ୍ୟରେ ଯୋଗ ଦେଇଥିବା…
ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୫ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୩୧୨ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୨୧୮, କଟକରୁ ୧୩୫, ବାଲେଶ୍ବରରୁ ୮୮, ଜଗତସିଂହପୁରରୁ ୮୫, ମୟୂରଭଞ୍ଜରୁ ୮୩, ଯାଜପୁରରୁ, କେନ୍ଦୁଝରରୁ ୭୫, ପୁରୀରୁ ୬୯, କେନ୍ଦ୍ରାପଡାରୁ ୬୫, ବଲାଙ୍ଗିରିରୁ ୬୪, ଭଦ୍ରକରୁ ୬୩, ନୂଆପଡାରୁ ୬୨, ନବରଙ୍ଗପୁରରୁ ୬୦, ଢେଙ୍କାନାଳରୁ ୫୬, ସୋନପୁରରୁ ୪୭, ବରଗଡରୁ ୪୬, କଳାହାଣ୍ଡିରୁ ୪୪, ଝାରସୁଗୁଡାରୁ ୪୨, ନୟାଗଡରୁ ୩୭, ସମ୍ବଲପୁରରୁ ୩୬, କନ୍ଧମାଳରୁ ୩୪, ସୁନ୍ଦରଗଡରୁ ୨୬,କୋରାପୁଟରୁ ୨୫, ମାଲକାନଗିରିରୁ ୨୩, ଗଞ୍ଜାମରୁ ୨୪, ବୌଦ୍ଧରୁ ୨୧, ଗଜପତିରୁ ୯, ରାୟଗଡାରୁ ୬ ଏବଂ ଷ୍ଟେଟ ପୁଲରୁ ୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨ ଲକ୍ଷ ୭୦…
ନୂଆଦିଲ୍ଲୀ : ଦେଶରେ ଆସାମର ମହିଳା ମାନେ ସର୍ବାଧିକ ମଦ୍ୟପାନ କରନ୍ତି । 2019-2020 ବର୍ଷରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟ ଆସିବା ପରେ ଏହି ତଥ୍ୟ ପ୍ରକାଶ ପାଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସର୍ଭେ କରାଯାଇ ଏହି ରିପୋର୍ଟ ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ 15-49 ବର୍ଷ ବୟସ ମଧ୍ୟରେ ଆସାମରେ 26.3 ପ୍ରତିଶତ ମଦ୍ୟପାନ କରୁଥିବା ବେଳେ ଏହା ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସର୍ବାଧିକ । ଏହି ସମୟରେ ଜାତୀୟ ହାର1.2 ପ୍ରତିଶତ ରହିଥିବା ବେଳେ ମେଘାଳୟ 8.7 ପ୍ରତିଶତ ସହିତ ଦ୍ୱିତୀୟ ସ୍ଥାନରେ ରହିଛି । 2005-06 ମସିହାରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଆସାମରେ ମାତ୍ର 7.5 ପ୍ରତିଶତ ମହିଳା ମଦ୍ୟପାନ କରୁଥିଲେ । 33.6 ପ୍ରତିଶତ ସହିତ ଅରୁଣାଚଳ ପ୍ରଦେଶ ଏହି ତାଲିକାର ଉପରେ ରହିଥିବା ବେଳେ ସିକ୍କିମ(19.1), ଛତିଶଗଡ(11.4),…

