Author: Samikhsya Bureau

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କର୍ପୋରେଟ ହାଉସ୍‌ର ମୁନାଫା ପାଇଁ ଉଭୟ ଲୋକସଭା, ରାଜ୍ୟସଭାରେ ଗୃହୀତ କରାଇଥିବା ଜନବିରୋଧୀ କୃଷି ବିଲ୍ ଦ୍ୱାରା ବର୍ତ୍ତମାନର ଅତି ଆବଶ୍ୟକ ସାମଗ୍ରୀଗୁଡ଼ିକର ଦାମ ଆକାଶଛୁଆଁ ହୋଇଥିବା ଏବଂ ଆଗକୁ ଆଉରି ପରିସ୍ଥିତି ଖରାପ ହେବ ବୋଲି ମାନବ ଅଧିକାର ସୁରକ୍ଷା ମଂଚ ଅଭିଯୋଗ କରିଛି। ସମଗ୍ର ଦେଶରେ ପ୍ରବଳ ଜନଅସନ୍ତୋଷ ଓ ଚାଷୀ ଆନ୍ଦୋଳନ ସତ୍ତ୍ୱେ କେନ୍ଦ୍ରର ବିଜେପି ଓ ସହଯୋଗୀ ଦଳମାନେ ସଂସଦରେ କୌଣସି ଆଲୋଚନା ନକରି ଜବରଦସ୍ତ ଏକପାଖିଆ ଭାବେ କର୍ପୋରେଟ ସ୍ୱାର୍ଥରେ ଜନବିରୋଧୀ କୃଷି ବିଲ୍‌କୁ ଗୃହୀତ କରାଇଥିଲେ। କିନ୍ତୁ ଏହାର ପ୍ରଭାବରେ ଆଳୁ, ପିଆଜ, ତେଲ, ଡ଼ାଲି ଭଳି ଅତି ଆବଶ୍ୟକ ସାମଗ୍ରୀ ଦର ବୃଦ୍ଧି ପାଇଛି। ନିମ୍ନ-ମଧ୍ୟବିତ୍ତ ପରିବାର ପକ୍ଷରେ ଖାଇବାକୁ ମୁଠାଏ ପାଇବା ଅତି ମୁସ୍କିଲ ହୋଇପଡ଼ିଛି। କରୋନାଠାରୁ ବର୍ତ୍ତମାନର ବଜାର ଦର ଲୋକଙ୍କୁ ଅଧିକ ବାଧୁଛି। କଳାବଜାରୀ ଜରୁରୀ ସାମଗ୍ରୀକୁ ମହଜୁଦ୍ ରଖିବାକୁ ପ୍ରଶାସନ…

Read More

ନୂଆଦିଲ୍ଲୀ, ତୃତୀୟ ପିଢିର ଟ୍ୟାଙ୍କ ବିଧ୍ୱଂସୀ ଗାଇଡେଡ କ୍ଷେପଣାସ୍ତ୍ର (ଏଟିଜିଏମ୍‌) ନାଗର ଚୂଡାନ୍ତ ପର‌୍ୟ୍ୟାୟ ବ୍ୟାବହାରିକ ପରୀକ୍ଷା ଆଜି ସକାଳ ୬ଟା ୪୫ ମିନିଟ ସମୟରେ ପୋଖରାନ ଘାଟିରେ କରାଯାଇଛି । ଏହି କ୍ଷେପଣାସ୍ତ୍ରକୁ ଏକ ଯୁଦ୍ଧାସ୍ତ୍ର ସହ ସଂଯୋଗ କରାଯାଇ ନିର୍ଦ୍ଧାରିତ ଦୂରତ୍ୱରେ ଥିବା ଏକ ଟ୍ୟାଙ୍କକୁ ନଷ୍ଟ କରିବା ପାଇଁ ପ୍ରେରଣ କରାଯାଇଥିଲା । ନାଗ କ୍ଷେପଣାସ୍ତ୍ରର ବାହକ ନମିଷାରୁ ଏହାକୁ ପ୍ରୟୋଗ କରାଯାଇଥିଲା । କ୍ଷେପଣାସ୍ତ୍ରଟି ନିର୍ଦ୍ଧାରିତ ଲକ୍ଷ୍ୟଭେଦ କରିବାରେ ସଫଳ ହୋଇଥିଲା । ଟ୍ୟାଙ୍କରେ ଯେଉଁ ସୁରକ୍ଷା ଆର୍ମର ଥିଲା ତାହା କ୍ଷେପଣାସ୍ତ୍ରର ପ୍ରହାରକୁ ପ୍ରତିରୋଧ କରିବାରେ ସଫଳ ହୋଇନଥିଲା । ଏହି ଏଟିଜିଏମ୍ ନାଗ ଡିଆରଡିଓ ଦ୍ୱାରା ବିକଶିତ ହୋଇଛି । ସୁଦୃଢ ବ୍ୟବସ୍ଥା ମଧ୍ୟରେ ଥିବା ଶତ୍ରୁପକ୍ଷର ଟ୍ୟାଙ୍କକୁ ଦିବାରାତ୍ର ଯେ କୌଣସି ସମୟରେ ଆକ୍ରମଣ କରି ଏହା ଧ୍ୱଂସ କରିବାକୁ ସ୍ୱତନ୍ତ୍ରଭାବେ ନିର୍ମିତ । ଏହି କ୍ଷେପଣାସ୍ତ୍ରର ‘ଫାୟାର ଆଣ୍ଡ ଫରଗେଟ୍‌’…

Read More

ଭୁବନେଶ୍ୱର / ମୁମ୍ବାଇ: ଟେଲିକମ୍ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ରିଲାଏନ୍ସ ଜିଓ ଏକ ସମ୍ପୂର୍ଣ୍ଣ ସ୍ୱଦେଶୀ ୱେବ୍ ବ୍ରାଉଜର ପ୍ରଚଳନ କରିଛି । ଏହି ନୂଆ ୱେବ ବ୍ରାଉଜର୍‌କୁ ‘ଜିଓପେଜେସ୍‌’ ନାମରେ କମ୍ପାନୀ ଶୁଭାରମ୍ଭ କରିଛି । ଜିଓପେଜେସ୍ ୱେବ୍ ବ୍ରାଉଜର କ୍ଷିପ୍ର ହେବା ସହିତ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଡାଟା ସୁରକ୍ଷା ବା ଡାଟା ସିକ୍ୟୁରିଟିକୁ ନେଇ ବିଶ୍ୱସ୍ତରରେ ଚର୍ଚ୍ଚା ହେଉଥିବା ବେଳେ ରିଲାଏନ୍ସ ଜିଓ ପକ୍ଷରୁ ‘ଜିଓପେଜେସ୍‌’କୁ ବଜାରରେ ପ୍ରଚଳନ କରିବାର ଏକ ପ୍ରକୃଷ୍ଟ ସମୟ ବୋଲି କୁହାଯାଇଛି । ଜିଓପେଜେସ୍‌ର ବିଶେଷତ୍ୱ ହେଉଛି ଏହା ଅନ୍ୟ ବ୍ରାଉଜର ତୁଳନାରେ ବ୍ୟବହାରକାରୀଙ୍କୁ ଡାଟା ପ୍ରାଇଭେସି ସହିତ ନିଜର ଡାଟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପ୍ରଦାନ କରିଥାଏ । ଜିଓପେଜେସ୍‌କୁ ଶକ୍ତିଶାଳୀ କ୍ରୋମିୟମ ବ୍ଲିଙ୍କ୍ ଇଞ୍ଜିନ ଉପରେ ଭିତ୍ତି କରି ପ୍ରସ୍ତୁତ କରାଯାଇଛି। ଏହି ଇଞ୍ଜିନର ହାଇସ୍ପିଡ କାରଣରୁ ବ୍ରାଉଜିଂର ଚମତ୍କାର…

Read More

ଭୁବନେଶ୍ବର, କରୋନାରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳ ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଷ୍ଟେସନରେ ଯାତ୍ରାମାନଙ୍କ ବ୍ୟାଗ ସାନିଟାଇଜେସନ ସହ ଲାମିନେସନ ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଯାତ୍ରୀମାନେ ଏଥିପାଇଁ କିଛି ଖର୍ଚ୍ଚ କରିବାକୁ ପଡିବ। ଷ୍ଟେସନରେ ଯାତ୍ରୀମାନେ ନିଜ ବ୍ୟାଗ ସାନିଟାଇଜେସନ କରିବା ପାଇଁ ଏକ ସ୍ବତନ୍ତ୍ର ମେସିନ ଲଗାଯାଇଛି। ଏଥିରେ ଯାତ୍ରୀ ନିଜର ବ୍ୟାଗ ସେହି ମେସିନ ଉପରେ ରଖିଲା ତାହା ସାନିଟାଇଜେସନ ହେବ। ଏଥିପାଇଁ 10 ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଛି। ସେହିପରି ସାନିଟାଇଜେସନ ସହିତ ପୁରା ବ୍ୟାଗକୁ ପତଳା ପଲିଥିନରେ ଢାଙ୍କିବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଯାତ୍ରୀମାନେ ବ୍ୟାଗ ପିଛା 50 ଟଙ୍କା ଦେବାକୁ ପଡିବ। ଯାତ୍ରୀମାନେ ଘରେ ପହଁଚି ବ୍ୟାଗରୁ ଏହି ପଲିଥିନ ଆବରଣ ବାହାର କରି ଘର ଭିତରକୁ ସୁରକ୍ଷିତ ଭାବେ ବ୍ୟାବଗ ନେଇପାରିବେ।

Read More

ଭୁବନେଶ୍ବର, ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ନାମରେ ଏକ ପୁରସ୍କାର ଘୋଷଣା କରିଥିଲେ। ଏଥିରେ ରାଜ୍ୟରେ ପ୍ରତିଷ୍ଠିତ ଶାସ୍ତ୍ରୀୟ ସଂଗୀତଜ୍ଞଙ୍କୁ ପୁରସ୍କାର ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ସେହି ଅନୁସାରେ ଓଡିଶା ସଂଗୀତ ନାଟକ ଏକାଡେମୀ ଦ୍ବାରା ପ୍ରଦତ୍ତ ଶାସ୍ତ୍ରୀୟ ସଂଗୀତ ପୁରସ୍କାରର ନାମ ପରିବର୍ତ୍ତନ କରାଗଲା। ବର୍ତ୍ତମାନ ଏହି ପୁରସ୍କାର “ସୁନନ୍ଦା ସମ୍ମାନ”ରେ ନାମିତ କରାଗଲା। ଏଥିସହିତ ଏହି ପୁରସ୍କାର ରାଶି ଅଢେଇ ଲକ୍ଷକୁ ବୃଦ୍ଧି କରାଗଲା। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ଦେଇଛନ୍ତି। ସୁନନ୍ଦା ପଟ୍ଟନାୟକ ଗତ ଜାନୁୟାରୀ 19 ତାରିଖରେ ପରଲୋକ ଗମନ କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ପ୍ରଭାବ ସତ୍ତ୍ୱେ ନିଜକୁ, ନିଜ ପରିବାରକୁ ଓ ନିଜର କାର୍ଯ୍ୟଧାରାକୁ କୁଶଳତା ପୂର୍ବକ ଗଢିତୋଳିବାର ସଂକଳ୍ପ ନେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ ତ୍ରିପାଠୀ ଏବଂ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ। ଆଜି ଅପରାହ୍ନରେ ଏହି ଉଦ୍ଦେଶ୍ୟରେ ବାଣପୁର ବ୍ଲକ କାର୍ଯ୍ଯାଳୟ ସଭାଗୃହରେ ଆର୍ଟ ଅଫ ଲିଭିଂ ଦ୍ୱାରା ଏକ “ସ୍ୱାସ୍ଥ୍ୟ ଓ ଆନନ୍ଦ” କର୍ମଶାଳା ବି.ଡ଼ି.ଓଙ୍କ ନେତୃତ୍ୱରେ ଆୟୋଜନ କରାଯାଇଥିଲା। ଏହି କର୍ମଶାଳାକୁ ଆର୍ଟ ଅଫ ଲିଭିଂ ବାଣପୁର ଶାଖାର ଶିକ୍ଷକ ପ୍ରସନ୍ନ କୁମାର ମିଶ୍ର ପରିଚାଳନା କରିଥିଲେ। କର୍ମଶାଳା ରେ ଶ୍ରୀ ମିଶ୍ର ଜୀବନ ଜିଇଁବାର କଳା, ଚାପ ମୁକ୍ତ ଜୀବନ ନିଜର ଓ ସମାଜର ଉନ୍ନତି କରିବା ଦିଗରେ ସମ୍ୟକ ସୂଚନା ସହ ରୋଗ ମୁକ୍ତ ଜୀବନ ପାଇଁ ଯୋଗ, ଆସନ, ଧ୍ୟାନ ଓ ପ୍ରାଣାୟମ କେତେ ଜରୁରୀ ତାହା ଉପରେ ଆଲୋକପାତ କରାଇଥିଲେ। କର୍ମଶାଳା ରେ ବି.ଡି.ଓ ଶ୍ରୀମତୀ ଶୁଭଶ୍ରୀ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୨୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବାଧିକ ୨୧୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୪୯, କଟକରୁ ୧୪୦, ସୁନ୍ଦରଗଡରୁ ୧୧୪, ବାଲେଶ୍ବରରୁ ୧୦୪, ମୟୂରଭଞ୍ଜରୁ ୧୦୦, ନବରଙ୍ଗପୁରରୁ ୧୦୦, ନୂଆପଡାରୁ ୯୯, ଯାଜପୁରରୁ ୮୬, ପୁରୀରୁ ୮୦, କେନ୍ଦ୍ରାପଡାରୁ ୭୨, ଜଗତସିଂହପୁରରୁ ୬୪, ମାଲକାନଗିରିରୁ ୬୩,  ଝାରସୁଗୁଡାରୁ ୬୧, ବରଗଡରୁ ୬୦, ବଲାଙ୍ଗିରିରୁ ୬୦, ସମ୍ବଲପୁରରୁ ୫୭, ଭଦ୍ରକରୁ ୫୧, କେନ୍ଦୁଝରରୁ ୪୯, ସୋନପୁରରୁ ୪୦, ନୟାଗଡରୁ ୩୯, ବୌଦ୍ଧରୁ ୩୧, କୋରାପୁଟରୁ ୩୧,  କନ୍ଧମାଳରୁ ୩୦, ଢେଙ୍କାନାଳରୁ ୨୪, କଳାହାଣ୍ଡିରୁ ୬୮, ଗଞ୍ଜାମରୁ ୧୬, ରାୟଗଡାରୁ ୧୧, ଦେବଗଡରୁ ୧୭, ଗଜପତି ୯ ଏବଂ ଷ୍ଟେଟ ପୁଲରୁ ୯୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ…

Read More

ରମେଶ ମହାନ୍ତି ଜଗତସିଂହପୁର: କିଛି ମଦ୍ୟପ ଓ ଅସାଧୁ ପୋଲିସ୍ ଅଫିସରଙ୍କ ଯୋଗୁଁ ପୋଲିସ ପ୍ରଶାସନ ପ୍ରତି ସାଧାରଣ ଲୋକଙ୍କ ଆସ୍ଥା ଧୀରେ ଧୀରେ କମୁଥିବା କୁହାଯାଉଛି। ଏପରିକି ପୋଲିସ ବାବୁ ମାନେ କୋଉଠି ମହିଳାଙ୍କୁ ଅସଦାଚରଣ କଲେଣି ତ ପୁଣି କୋଉଠି ଦୁର୍ବୁତ୍ତ ସାଜି ଲୁଟ କରିବାକୁ ପଛଉନାହାନ୍ତି। ଏମିତିକି “ମାଲ୍ ଫେକୋ ତାମାସା ଦେଖୋ” ନୀତିରେ ଚାଲିଛି ଆଇନ ଶୃଙ୍ଖଳା ବ୍ୟବସ୍ଥା ବୋଲି ଚର୍ଚ୍ଚା ହେବା ସହିତ ମଦ, ଚୋରି ରାହାଜାନି ଡକାଇତି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏ ସବୁ କେବଳ କେତେଜଣ ଅସାଧୁ ପୋଲିସ ମାନଙ୍କ ପାଇଁ ସମଗ୍ର ଡିପାର୍ଟମେଣ୍ଟକୁ ସମସ୍ତଙ୍କ ଆଗରେ ନିନ୍ଦିତ ହେବାକୁ ପଡ଼ୁଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ପୋଲିସ ଷ୍ଟେସନ ବାରାକ ମଧ୍ୟରେ। ଉକ୍ତ ଥାନାର ଏସ୍ ଆଇ ବିବେକାନନ୍ଦ ସାହୁ ଡିଉଟିରେ ଥିବା ବେଳେ ଖୋଲାଖୋଲି ଭାବେ ପୋଲିସ ପୋଷାକରେ ବସି…

Read More

ଭୁବନେଶ୍ବର : ଗାଡି ରେଜିଷ୍ଟ୍ରେସନ ପାଇଁ ଦଶହରାରେ ଖୋଲା ରହିବ ଆରଟିଓ ଅଫିସ୍‌ । 24 ଏବଂ 26 ତାରିଖ ଦିନ ସମସ୍ତ ଆରଟିଓ ଅଫିସ୍‌ ଖୋଲା ରହିବ ନେଇ ସୂଚନା ରହିଛି । ଉଭୟ ଦିନ ଅପରାହ୍ନ 3ଟାରୁ 5ଟା ପର୍ଯ୍ୟନ୍ତ 2ଘଣ୍ଟା ପାଇଁ ଆରଟିଓ ଅଫିସ୍‌ ଖୋଲା ରହିବ । ଆରଟିଓ ଅଫିସ୍‌ ଦଶହରାରେ ଖୋଲା ରହିବ ନେଇ ଏସ୍‌ଟିଏ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । https://twitter.com/STAOdisha/status/1319162970589425665?s=20

Read More

ଭୁବନେଶ୍ବର : ଯୁକ୍ତ ତିନି ନାମଲେଖା ପାଇଁ ପ୍ରକାଶ ପାଇଲା ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା । 96 ହଜାର 515 ଜଣ ଆବେଦନ କରିଥିବାବେଳେ 22 ହଜାର 016ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ସେହିପରି 39 ହଜାର 825ଜଣ ସ୍ଲାଇଡ୍‌ ଅପ୍‌ ଆବେଦନ କରିଥିବାବେଳେ ଚୟନ ହୋଇଛନ୍ତି 9 ହଜାର 276ଜଣ । ଦ୍ବିତୀୟ ପର୍ଯ୍ୟାୟରେ କଳା ବିଭାଗରେ ସାଧାରଣ ବର୍ଗର କଟ୍‌ ଅଫ୍‌ ମାର୍କ ତାଲିକାରେ ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ କଟ୍‌ ଅଫ୍‌ ମାର୍କ 89% ଥିବା ବେଳେ ବଲାଙ୍ଗୀରର ରାଜେନ୍ଦ୍ର କଲେଜର କଟ୍‌ ଅଫ୍‌ ମାର୍କ 78%,ପୁରୀ ଏସ୍‌ସିଏସ୍‌ କଲେଜର 73%, ଶୈଳବାଳା ମହିଳା ମହାବିଦ୍ୟାଳୟର 61% କଟ୍‌ ଅଫ୍‌ ମାର୍କ ରହିଛି। ବିଜ୍ଞାନ ବିଭାଗରେ ବି ବିଜେବି କଲେଜ ଶୀର୍ଷରେ ରହିଛି। ଏଠାରେ 95% କଟ୍‌ ଅଫ୍‌ ମାର୍କ ଥିବା ବେଳେ ଭୁବନେଶ୍ୱରସ୍ଥିତ ରାଜଧାନୀ କଲେଜର କଟ୍‌ ଅଫ୍‌ ମାର୍କ 87%,…

Read More

ବ୍ରହ୍ମପୁର : ଜୁଆ ଆଡ୍ଡା ଉପରେ ଚଢାଉ। ବ୍ରହ୍ମପୁରର କର୍ପୋରେସନ୍‌ ରୋଡ୍‌ ଅଞ୍ଚଳରେ ଦୁଇ ଜୁଆ ଆଡ୍ଡା ଉପରେ ପୋଲିସ୍‌ ଚଢାଉ କରିଛି। ଏହି ଦୁଇଟି ଜୁଆ ଆଡ୍ଡାରେ ଚଢାଉ କରିବା ସହିତ 11 ଜଣଙ୍କୁ ଗିରଫ କରିଛି। ସେହିପରି 88 ହଜାର 400ଟଙ୍କା ସମେତ 52 ଟି ତାସ, 11ଟି ମୋବାଇଲ୍‌ ଆଦି ଜବତ କରାଯାଇ ଏସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଛି।

Read More

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 201 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।  ନୂତନ 201 ଆକ୍ରାନ୍ତଙ୍କ ମଧ୍ୟରୁ 64 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 137ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍‌ ଯୋଗେ ସୂଚନା ଦେଇଛି । ସେହିପରି ଆଜି ରାଜଧାନୀରୁ 292 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 201 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିଙ୍କ ସଂଖ୍ୟା 28 ହଜାର 110ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 25 ହଜାର 352ଜଣ । ସେହିପରି 146ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର591ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Read More

ନୂଆଦିଲ୍ଲୀ : ଲକ୍‌ଡାଉନ୍‌ ସମୟରେ ପ୍ରାୟ ସମେସ୍ତ ଗୋଟିଏ ସମସ୍ୟାର ସମ୍ମୁଖୀନ ହୋଇଥିଲେ, ତାହା ହେଉଛି ଓଜନ ବଢିବା ବା ମୋଟାପା। ଘରେ ରହି ରହି ଖାଇ ପିଇ ପ୍ରାୟତଃ ସମସ୍ତଙ୍କ ଦେହ ଟିକିଏ ଟିକିଏ ଲାଗି ଯାଇଛି । ଘରେ ପୂରାପୂରି ଛ’ରୁ ସାତ ମାସ ରହିବା ପରେ ସମସ୍ତଙ୍କ ଚେହେରାର ଆକାରରେ କିଛି ତ ପରିବର୍ତ୍ତନ ହୋଇଛି । ଯଦି ଜଣେ ଛ-ସାତ ମାସ ଘରେ ରହି ମୋଟା ହୋଇଯାଉଛି, ତେବେ ଭାବନ୍ତୁ ତ ଜଣେ ଯଦି 6ରୁ7 ମାସ ଘରେ ରହି ନିଜ ମନ ପସନ୍ଦର ଚିକେନ୍‌ କବାବ ଓ ଅରେଞ୍ଜଜୁସ୍‌ ପିଇବ, ତେବେ ତା’ ଅବସ୍ଥା କ’ଣ ହେବ ।  ଜଣେ ବ୍ୟକ୍ତି ଘରେ ରହି ନିଜ ମନ ପସନ୍ଦର ଖାଦ୍ୟ ଖାଇ ଏପରି ମୋଟା ହୋଇଯାଇଛନ୍ତି ଯେ, ତାଙ୍କୁ ହସ୍ପିଟାଲ ନେବା ପାଇଁ କ୍ରେନ୍‌ର ସାହାଯ୍ୟ ନେବାକୁ ପଡିଲା । ଏପରି ଏକ ଆଶ୍ଚର୍ଯ୍ୟଜନକ…

Read More

ଭୁବନେଶ୍ବର : ବଙ୍ଗୋପସାଗରରେ ସକ୍ରିୟ ଅବପାତ ଆସନ୍ତା 24 ଘଣ୍ଟାରେ ଅଧିକ ଘନୀଭୂତ ହେବ । ଘନୀଭୂତ ହୋଇ ଆସନ୍ତା 24 ଘଣ୍ଟାରେ ଗଭୀର ଅବପାତ ରୂପ ନେବ । ଗଭୀର ଅବପାତରେ ପରିଣତ ହୋଇ ଉତ୍ତର –ଉତ୍ତରପୂର୍ବରେ ଗତି କରିବ। ସାଗର ଦ୍ବୀପପୁଞ୍ଜ ଓ ବାଂଲାଦେଶ ଖେପୁପଡା ମଧ୍ୟରେ ଏହା ସ୍ଥଳଭାଗ ଛୁଇଁବ । ସ୍ଥଳଭାଗ ଛୁଇଁବାବେଳେ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ଏଥିପାଇଁ ଚାରୋଟି ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଚାରି ଜିଲ୍ଲାକୁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା ପାଇଁ ରେଡ୍‌ ଓ୍ବାର୍ଣ୍ଣିଂ ଜାରି କରିଛି ଭୁବନେଶ୍ବର ପାଣିପାଗ ବିଭାଗ । ଏହି ଚାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ…

Read More

ରମେଶ ମହାନ୍ତି ଜଗତସିଂହପୁର : ତିର୍ତ୍ତୋଲକୁ ଭୁଲି ଯାଇଛନ୍ତି ବୋଲି କୁହାଯାଉଥିବା କଂଗ୍ରେସ ନେତା ଏବେ ଉପନିର୍ବାଚନ ପାଇଁ ଅଣ୍ଟା ଭିଡିଥିବା ଚର୍ଚ୍ଚାର ବିଷୟ ହୋଇଛି। ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ବିରିତୋଳ ଓ ମୁଳସିଂ ପଞ୍ଚାୟତରେ କଂଗ୍ରେସର କର୍ମୀ ସମ୍ମିଳନୀ ବୁଧବାର ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମୀ ସମ୍ମିଳନୀରେ ତିର୍ତ୍ତୋଲର ପୁର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ପହଞ୍ଚି କର୍ମୀ ମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ବିରିତୋଳ ଛକ ନିକଟରେ ଅନୁଷ୍ଠିତ ଏହି କର୍ମୀ ସମ୍ମିଳନୀରେ ନିରଞ୍ଜନ ମୁଦୁଲି, ପ୍ରକାଶ ସାସମଲ, ଜିର୍ ବକ୍ସ ଖାଁ, ମାନସ ରଞ୍ଜନ ବେହେରା, ଇଦ୍ରିଶ ଖାଁ, ଅକ୍ତର ଅଲ୍ଲୀ, ଅଜୟ କୁମାର ମହାନ୍ତି, ମହେଶ୍ୱର ଜେନା, ନିହାର ରଞ୍ଜନ ପ୍ରଧାନ, ରଶ୍ମି ରଞ୍ଜନ ମୁଦୁଲି, ନବୀନ କୁମାର ବିଶ୍ବାଳ, ରବିନ୍ଦ୍ର କୁମାର ମଲ୍ଲିକ, ପ୍ରମୋଦ କୁମାର ସାସମଲଙ୍କ ବହୁ କଂଗ୍ରେସ କର୍ମୀ ଯୋଗଦେଇଥିଲେ।

Read More

ସୀତାରାମ ଅଗ୍ରଓ୍ବାଲ ବାଣପୁର : ‘ମା’ ଭଗବତୀ ମନ୍ଦିର ଓ ’ସାତବଖରା ଘର’ ନିକଟରେ ପ୍ରଶାସନ ୧୪୪ ଧାରା ଜାରି କରିଛି । ଦଶହରା ପର୍ବକୁ ଧ୍ୟାନରେ ରଖି ଭିଡ ନିୟନ୍ତ୍ରଣ ତଥା କରୋନାକୁ ଦୃଷ୍ଟିରେ ରଖାଯାଇ ୧୪୪ ଧାରା ଜାରି କରାଯାଇଛି । ଖୋର୍ଦ୍ଧା ଉପଜିଲ୍ଲାପାଙ୍କ ନିର୍ଦ୍ଦେଶାନୁସାରେ ଏହି ସମସ୍ତ ଅଞ୍ଚଳଗୁଡିକରେ ଗତ ୧୯  ତାରିଖଠାରୁ ଆସନ୍ତା ୩୧  ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ । ତେବେ ଏହି ସମୟ ମଧ୍ୟରେ କେବଳ ନୀତିକାନ୍ତି ସହିତ ଜଡିତ ଥିବା ସେବାୟତଙ୍କୁ ମନ୍ଦିର ପ୍ରବେଶ ଅନୁମତି ରହିଛି । ଏହି ସମୟ ମଧ୍ୟରେ ସର୍ବସାଧାରଣଙ୍କୁ ମନ୍ଦିର ପ୍ରବେଶ ନିମେନ୍ତ ନିଷେଧାଜ୍ଞା ଜାରି କରାଯାଇଛି । ଏ ସମ୍ପର୍କ ରେ ଡ଼ାକବାଜି ଯନ୍ତ୍ର ଦ୍ୱାରା ବାଣପୁର ତହସିଲ ଦ୍ୱାରା ଆଜି ପ୍ରଚାର ମଧ୍ୟ କରାଯାଇଛି । ସେହିପରି ଆଗକୁ ମହାଷ୍ଟମୀ ଓ ମହାନବମୀ ସମୟରେ ମନ୍ଦିର ତଥା ସମ୍ପୃକ୍ତ ଅଞ୍ଚଳରେ…

Read More

ନୂଆଦିଲ୍ଲୀ: ଓଡ଼ିଶାରେ ଦିନକୁ 30 ରୁ ଅଧିକ ଦୁର୍ଘଟଣା ଘଟୁଛି । ପାଖାପାଖି 15 ରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ଅନ୍ତର୍ଗତ ପରିବହନ ଗବେଷଣା ୱିଙ୍ଗ ପକ୍ଷରୁ ପ୍ରକାଶ ପାଉଥିବା ‘ରୋଡ ଆକ୍ସିଡେଣ୍ଟ ଇନ ଇଣ୍ଡିଆ-2019’ ରିପୋର୍ଟରେ ଏଭଳି ସାଂଘାତିକ ସତ ସାମ୍ନାକୁ ଆସିଛି । ଏହି ରିପୋର୍ଟ ଆଧାରରେ 2019 ମସିହାରେ ଓଡ଼ିଶାରେ ସମୁଦାୟ 11 ହଜାର 64ଟି ସଡକ ଦୁର୍ଘଟଣା ଘଟୁଥିବାବେଳେ ସମୁଦାୟ 5 ହଜାର 333 ଜଣଙ୍କର ମୃତ୍ୟୁ ହୋଇଛି । ସଡ଼କ ଦୁର୍ଘଟଣାରେ ଓଡ଼ିଶା 12 ତମ ସ୍ଥାନରେ ରହିଥିବା ରିପୋର୍ଟରୁ ଜଣାପଡ଼ିଛି । ଓଡ଼ିଶାରେ ଓଭରସ୍ପିଡ ଯୋଗୁଁ  ସର୍ବାଧିକ ଦୁର୍ଘଟଣା ଘଟୁଥିବାବେଳେ ମଦ୍ୟପାନ କରି ଗାଡି ଚଳାଇବା ଯୋଗୁଁ ଅଧିକାଂଶ ଦୁର୍ଘଟଣା ଘଟୁଛି । ଦ୍ରୁତ ଗତି ଯୋଗୁଁ 7 ହଜାର 632ଟି ଦୁର୍ଘଟଣା ଘଟିଥିବାବେଳେ  ମଦ୍ୟପାନ…

Read More

ନୂଆଦିଲ୍ଲୀ : ନୁଡୁଲ୍‌ ସୁପ୍‌ ମଧ୍ୟ କାହାର ମୃତ୍ୟୁର କାରଣ ହୋଇପାରେ ଏହା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଚୀନ୍‌ର ଏହିପରି ଏକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଆସିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ମଧ୍ୟ ବଢିଛି । ମିଳିଥିବା ସୂଚନା ଅନୁସାରେ ପୂର୍ବୋତ୍ତର ଚୀନ୍‌ର ହିଲୋଜିଆଙ୍ଗୋ ପ୍ରାନ୍ତରେ ଘରେ ପ୍ରସ୍ତୁତ ହୋଇଥିବା ନୁଡୁଲ୍ସ ସୁପ୍‌ ପିଇ ଗୋଟିଏ ପରିବାରର 9ଜଣ ସଦସ୍ୟଙ୍କର ମୃତ୍ୟୁ ହୋଇଛି।  ସମସ୍ତ ନଅଜଣଯାକ ନୁଡୁଲ୍ସ ସୁପ୍‌ ପିଇଥିଲେ । ସମସ୍ତ ସଦସ୍ୟ ଯେଉଁ ସୁପ୍‌ ପିଇଥିଲେ ତାହା କର୍ଣ୍ଣଫ୍ଲୋରରେ ପ୍ରସ୍ତୁତ କରାଯାଇଥିଲା । ଏବଂ ଏହା ଏକ ବର୍ଷ ଧରି ଫ୍ରିଜ୍‌ରେ ରହିଥିଲା । ସେମାନେ ସମେସ୍ତ ଅକ୍ଟୋବର 5 ତାରିଖ ସକାଳ ଜଳଖିଆରେ ଏହି ନୁଡୁଲ୍ସ ସୁପ୍‌ ଖାଇଥିଲେ । ଏହାକୁ ଖାଇବାକୁ କିଛି ଘଣ୍ଟା ପରେ ସମସ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ସମସ୍ତଙ୍କୁ ହସ୍ପିଟାଲ ନିଆଯାଇଥିଲା ।…

Read More

ଭୁବନେଶ୍ୱର:  ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ହୋଇଛି । ତେବେ  ଅବପାତ ବାତ୍ୟାରେ ପରିଣତ ହେବାର କୌଣସି ସମ୍ଭାବନା ନାହିଁ । ଏଭଳି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି । ତାଙ୍କ ସୂଚନା ଅନୁସାରେ ବଙ୍ଗୋପସାଗରରେ ୱେଲମାର୍କଡ ଲଘୁଚାପ ଅବପାତରେ ପରିଣତ ପରେ  ଉପକୂଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ଠାରୁ ଅଧିକ ବର୍ଷା ସହ କୋହଲା ପବନ ଲାଗି ରହିବ। ଗ୍ରାମାଞ୍ଚଳରେ ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ରହିଛି। ପୌରାଞ୍ଚଳରେ ମଧ୍ୟ ଡ୍ରେନେଜକୁ ନେଇ ସମସ୍ୟା ହୋଇପାରେ। ବିଶେଷ କରି ସମୁଦ୍ରକୁ ଲାଗିଥିବା ଅଞ୍ଚଳ ବେଶି ପ୍ରଭାବିତ ହେବ।  ସମୁଦ୍ରରେ ଏହାର ପ୍ରଭାବ ବେଶି ରହିବାକୁ ଥିବାବେଳେ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି।  ଏଥିସହ ଓଡ଼ିଶାର ସବୁ ବନ୍ଦରକୁ 3 ନଂ ସତର୍କ ସଙ୍କେତ ଜାରି କରାଯାଇଛି ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

Read More

କଟକ: ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ । ଚଳିତ ଥର ସପ୍ଲିମେଣ୍ଟାରୀରେ ପାସ୍‌ କରିଛନ୍ତି ମୋଟ୍‌ 15 ହଜାର 244 ଜଣ ଛାତ୍ରଛାତ୍ରୀ । ମୋଟ୍‌ 21 ହଜାର 487ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ।  ସେହିପରି ଚଳିତ ଥର ଏ-1 ଗ୍ରେଡ୍‌ରେ କେହି ପାସ୍‌ କରିନାହାନ୍ତି । ଏ-2ରେ 10 ଜଣ, ବି-1ରେ 195 ଜଣ , ବି-2ରେ 930 ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ସି ଗ୍ରେଡ୍‌ରେ 1902 ପିଲା ପାସ୍‌ କରିଥିବା ବେଳେ ଡି ଗ୍ରେଡ୍‌ରେ 3140 ଓ ଇ ଗ୍ରେଡ୍‌ରେ 9067 ସେହିପରି ଏଫ୍‌ ଗ୍ରେଡ୍‌ରେ 6ହଜାର218ଜଣ ପିଲା ପାସ୍ କରିଛନ୍ତି ।

Read More

ଭୁବନେଶ୍ବର, ତେଲଙ୍ଗାନା ରାଜ୍ୟର ହାଇଦ୍ରାବାଦ ସହିତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଭିନ୍ନ ସ୍ଥାନରେ ବର୍ଷାପାଣି ଏ ପର୍ଯ୍ୟନ୍ତ ଘେରେଇ ରହିଛି। ଏହିପରି ଏକ ବିପଦ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 5 କୋଟି ଟଙ୍କା ସହାୟତା ଦେବେ ବୋଲି ଘୋଷଣା କରିଛନ୍ତି।ଏହା ଓଡିଶାବାସୀଙ୍କ ତରଫରୁ ସାହାର୍ଯ୍ୟ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ଓଡିଶାର ପଡୋଶୀ ରାଜ୍ୟ ଭାବେ ମୁଖ୍ୟମନ୍ତ୍ରୀ ଏହି ସହାୟତା ଦେଇଛନ୍ତି। ବିଭିନ୍ନ ସମୟରେ ଆନ୍ଧ୍ର ପ୍ରଦେଶ ଏବଂ ତେଲେଙ୍ଗାନାରେ କୌଣସି ବନ୍ୟା ବାତ୍ୟା ହେଲେ ନବୀନ ସହାୟତା ଦେଇ ଆସୁଛନ୍ତି।

Read More