Author: Samikhsya Bureau

ଭୁବନେଶ୍ବର: ରାଜଧାନୀର ଦୁଇଟି ୱେବ ଚ୍ୟାନେଲର ଛଅ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ସେମାନେ ଖବର ପ୍ରସାରଣ ନାଁ ରେ ଟଙ୍କା ଆଦାୟ କରୁଥିଲେ, ଧମକ ମଧ୍ୟ ଦେଉଥିଲେ। ସେହିପରି ବ୍ରହ୍ମପୁରରେ ମଧ୍ୟ ଏହି ୱେବ ଚ୍ୟାନେଲର ଦୁଇ ଜଣ ସାମ୍ବାଦିକଙ୍କୁ ଗିରଫ କରାଯାଇଛି। ବର୍ତ୍ତମାନ ପୋଲିସ ଗିରଫ କରିବା ପରେ ହୁଏତ ୱେବ ଚ୍ୟାନେଲର କଳା କାରନାମ ପଦାକୁ ଆସିଲା। ନଚେତ ଲୋକେ ଏପରି ଅନାମଧେୟ ୱେବ ଚ୍ୟାନେଲର କଳାକାରନାମା ବିଷୟରେ ଜାଣିବା ସମ୍ଭବ ନ ଥିଲା। ଏହିପରି ବହୁ ଘଟଣା ରହିଛି ଯେଉଁଥିରେ ଏହି ତଥାକଥିତ ୱେବ ଚ୍ୟାନେଲ ସାମ୍ବାଦିକ ଏବଂ ମାଲିକମାନେ  ରିତିମତ ପଇସା ଆଦାୟ କରିବାରେ ବ୍ୟସ୍ତ ରହିଛନ୍ତି। ହେଲେ ଯେଉଁମାନେ ପଇସା ଦିଅନ୍ତି ସେମାନେ ପ୍ରାୟତଃ ସାମ୍ବାଦିକଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରିଥାନ୍ତି। ଅନେକ ଲୋକ ବା ବ୍ୟବସାୟୀ ଚୁପଚାପ ପଇସା ଦେଇ ନିରବ ରୁହନ୍ତି। ଆଉ ଏହାର ସୁଯୋଗ ନିଅନ୍ତି ଏହି…

Read More

କୋଲକାତା, ଜ୍ୟୋତିଷ ଶାସ୍ତ୍ର ଗଣନା ଅନୁସାରେ ମା ଲକ୍ଷ୍ମୀ ବର୍ତ୍ତମାନ ଚାରୋଟି ରାଶି ଘର ପରିକ୍ରମା କରୁଛନ୍ତି। ଫଳରେ ଏହି ରାଶିର ବ୍ୟକ୍ତିମାନଙ୍କର ବର୍ତ୍ତମାନ ଭଲ ସମୟ ଆସିଛି। ସେମାନଙ୍କର ସମସ୍ତ ପ୍ରକାର ଦୁଃଖ ଦୂର ହେବାର ସମ୍ଭାବନା ଦେଖାଦେଇଛି। ଖୁବ ଶିଘ୍ର ଆପଣ ସମାଜରେ ଏକ ନୂତନ ଉଦାହରଣ ସୃଷ୍ଟି କରିବାକୁ ସକ୍ଷମ ହେବେ। ନିଜର ଯେତିକି ଭଲ ହେବ ସମ ପରିମାଣର ଆପଣ ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ କରିବେ। ଆପଣଙ୍କର ଆତ୍ମବିଶ୍ୱାସ ଏବଂ ଉତ୍ସାହ ଏହି ସମୟରେ ବୃଦ୍ଧି ପାଇବ। ଆପଣ ଆରମ୍ଭ କରିଥିବା ନୂତନ କାର୍ଯ୍ୟରେ ସଫଳ ହେବେ। ଆପଣଙ୍କର ଚିରାଚରିତ ଶତ୍ରୁ ଆପଣଙ୍କଠାରୁ ଦୂରେଇ ଯିବେ। ଦାମ୍ପତ୍ୟ ଜୀବନରେ ସୁଖୀ ରହିବେ। ବାଣିଜ୍ୟ ବ୍ୟବସାୟ ଭଲ ରହିବ। ଆପଣ ସାମାଜିକ କାର୍ଯ୍ୟକଳାପରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି ସମୟରେ ଆପଣଙ୍କ ଆୟ ବୃଦ୍ଧି ପାଇବ। ପରିବାରର ଆର୍ଥିକ ଅବସ୍ଥା ଦୃଢ ରହିବ।…

Read More

ଭୁବନେଶ୍ବର, ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ପୁରା ଓଡିଆ ଚଳଚିତ୍ର ଠପ ହୋଇଯାଇଛି। ଏପରି ପରିସ୍ଥିତିରେ ଏକ ଚଳଚିତ୍ରର ଶୁଭ ମହୁରତ ହେବା ନିଶ୍ଚିତ ସ୍ବାଗତ ଯୋଗ୍ୟ। ଆଜି ଏକ ରଂଗାରଗ ପରିବେଶ ମଧ୍ୟରେ ଆରମ୍ଭ ହୋଇଛି ଓଡିଆ ଚଳଚିତ୍ର ‘ମନ ମୋର କାଗଜ ଗୁଡି’। ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ଏହି ଚଳଚିତ୍ରରେ ରାକେଶ ଓ ଭୂମିକାଙ୍କର ଯୋଡି ଦେଖିବାକୁ ମିଳିବ। ଏହି ଚଳଚିତ୍ରର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଦେବଜ୍ୟୋତି ପାତ୍ର। ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଶିବିର ପରିଡା ଏବଂ ଲକ୍ଷ୍ମୀପ୍ରିୟା ପରିଡାଙ୍କ ପ୍ରଯୋଜିତ ଏହି ଚଳଚିତ୍ର ହେଉଛି ପ୍ରଥମ। ଆସନ୍ତା ନଭେମ୍ବରରେ ଏହା ହଲକୁ ଆସିବ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି।

Read More

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ବରିଷ୍ଠ ଅଧିକାରୀମାନେ ଆସିବା ପରେ ରାଜ୍ୟ ସରକାର ଆଇଏଏସ ସ୍ତରରେ ଆଦଳ ବଦଳ କରିଛନ୍ତି। ଏ ନେଇ ସାଧାରଣ ପ୍ରସାସନ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। 1-ପରାଗ ଗୁପ୍ତା-  ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି । ଓଡ଼ିଶା ଆଇଏଏସ କ୍ୟାଡ଼ର ଅନୁଯାୟୀ, ଓଡ଼ିଶା ବନ ଉନ୍ନୟନ ନିଗମର ଅଧ୍ୟକ୍ଷ ପଦବୀ ଓ ଦାୟିତ୍ୱ ମୁଖ୍ୟ ଶାସନ ସଚିବ ପାହ୍ୟାର ବୋଲି ଘୋଷଣା କରାଯାଇଛି  । 2-ସୁରେନ୍ଦ୍ର କୁମାର- ଇସ୍ପାତ ଓ ଖଣି ବିଭାଗର ପ୍ରମୁଖ ସଚିବ ଓ ସିଡ଼ିଏ ଅଧ୍ୟକ୍ଷ ଥିବାବେଳେ ତାଙ୍କୁ ଓଏମସିର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । 3-ଜି ମାଥିଭାଥନନ-ଗୃହ ଓ ନଗର ଉନ୍ନୟନ ଓ ସଂସଦୀୟ ବ୍ୟାପାର ବିଭାଗର ପ୍ରମୁଖ ସଚିବ ସହିତ ତାଙ୍କୁ କଟକ ଉନ୍ନୟନ କର୍ତୃପକ୍ଷର ଅଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି । 4-ମାନସି…

Read More

ଭୁବନେଶ୍ବର, ଏଣିକି ସରକାରୀ ଛାତ୍ରବୃତ୍ତି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ବିଭିନ୍ନ ବିଭାଗର ଭିନ୍ନ ଭିନ୍ନ ପୋର୍ଟାଲକୁ ବ୍ୟବହାର କରିବା ଦରକାର ପଡିବ ନାହିଁ। ଗୋଟିଏ ମାତ୍ର ପୋର୍ଟାଲ www.scholarship.odisha.gov.in ରେ କ୍ଲିକ୍‌ କଲେ ପିଲାମାନେ ସେମାନଙ୍କ ଛାତ୍ରବୃତ୍ତି ପାଇଁ ଆବେଦନ କରିପାରିବେ। ଏହାଦ୍ବାରା ରାଜ୍ୟର ୧୧ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଉପକୃତ ହେବେ । ରାଜ୍ୟ ସରକାର ଦେଉଥିବା ୬ଟି ବିଭାଗ ପକ୍ଷରୁ ୨୧ଟି ଛାତ୍ରବୃତ୍ତି ଏହି ପୋର୍ଟାଲରୁ ମିଳିପାରିବ। ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମରେ ଛାତ୍ରବୃତ୍ତି ପୋର୍ଟାଲ ଓ ସୁମଙ୍ଗଳ ପୋର୍ଟାଲର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଜୀବନରେ ପରିବର୍ତ୍ତନ ପାଇଁ ବୈଷୟିକ ବିଦ୍ୟାର ବ୍ୟାପକ ପ୍ରୟୋଗ ଉପରେ ଗୁରୁତ୍ବ ଆରୋପ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୈଷୟିକ ବିଦ୍ୟାର ପ୍ରୟୋଗ ଦ୍ବାରା ହିଁ ଆମେ ସାଧାରଣ ଲୋକଙ୍କୁ ଦକ୍ଷତା ଓ ସ୍ବଚ୍ଛତାର ସହ ଠିକ୍‌ ସମୟରେ ସର୍ବୋତ୍କୃଷ୍ଟ ସେବା ଯୋଗାଇ ଦେଇପାରିବା। ମୁଖ୍ୟମନ୍ତ୍ରୀ କହିଥିଲେ…

Read More

ରମେଶ ମହାନ୍ତି ଜଗତସିଂହପୁର: ଆଜି ପୂର୍ବାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ସଦ୍‌ଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଦୁର୍ନିତୀ ନିବାରଣ ସଚେତନତା ସପ୍ତାହ କୋଭିଡି-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପସ୍ଥିତ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନିତୀ ବିରୋଧରେ ସଂଗ୍ରାମ କରିବାକୁ ଶପଥପାଠ କରାଇଥିଲେ। ଜିଲ୍ଲାପାଳ ଶପଥପାଠରେ କହିଲେ ଯେ ଦେଶର ଅର୍ଥନୈତିକ, ରାଜନୈତିକ ତଥା ସାମାଜିକ ବିକାଶରେ ଦୁର୍ନିତୀ ଏକ ମୁଖ୍ୟ ବାଧକ ଅଟେ। ଦୁର୍ନିତୀର ମୂଳୋତ୍ପାଟନ ନିମନ୍ତେ ସମସ୍ତ ଅଂଶୀଦାର ଯଥା ସରକାର, ନାଗରୀକ ଏବଂ ଘରୋଇ କ୍ଷେତ୍ର ଐକ୍ୟବଦ୍ଧ ଭାବେ ଉଦ୍ୟମ କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ନାଗରୀକ ସର୍ବଦା ସତର୍କତା ଅବଲମ୍ବନ କରିବା ସହ ସାଧୁତା ଓ ସଚ୍ଚୋଟତାର ସର୍ବୋଚ୍ଚ ମାନକକୁ ଅନୁସରଣ କରିବା ଉଚିତ ଏବଂ ଦୁର୍ନିତୀ ବିରୋଧରେ ସଂଗ୍ରାମକୁ ସମର୍ଥନ କରିବା ଉଚିତ। ଜୀବନର ସବୁକ୍ଷେତ୍ରରେ…

Read More

ଭୁବନେଶ୍ୱର: ସାମ୍ପ୍ରତିକ ଆହ୍ୱାନମୂଳକ ପରିସ୍ଥିତିରେ ଅନ୍‌ଲାଇନ କ୍ଲାସ ଏବଂ ୱାର୍କିଂ ଫ୍ରମ ହୋମ୍ (ନିଜଘରେ ରହି କାର୍ଯ୍ୟ କରିବା) ସ୍ୱାଭାବିକତା ପାଲଟିଥିବାରୁ ଅନେକଙ୍କ ପାଇଁ ନିରବଚ୍ଛିନ୍ନ ହାଇ-ସ୍ପିଡ ଇଣ୍ଟରନେଟ ସଂଯୋଗ ଏକ ପ୍ରକାର ନିତାନ୍ତ ଆବଶ୍ୟକତା ହୋଇପଡିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ସର୍ବାଧିକ ଲୋକପ୍ରିୟ ହାଇ-ସ୍ପିଡ ବ୍ରଡବ୍ୟାଣ୍ଡ୍ ସେବା ଯୋଗାଣକାରୀ ଜିଓଫାଇବର ଓଡ଼ିଶାରେ ତାହାର ସେବାକୁ ଜଗତସିଂହପୁର, କେନ୍ଦୁଝର, ରାୟଗଡା, କୋରାପୁଟ ଏବଂ ଭବାନୀପାଟଣା ସହରକୁ ପରିବ୍ୟାପ୍ତ କରିଛି। ରାଜ୍ୟରେ ନିଜର ଉପସ୍ଥିତିକୁ ଦ୍ରୁତ ସମ୍ପ୍ରସାରଣ କରୁଥିବା ଜିଓଫାଇବର ଓଡ଼ିଶାର ସହର ଓ ନଗରାଳରେ ପର୍ଯ୍ୟାୟକ୍ରମେ ସେବା ଆରମ୍ଭ କରୁଛି ଏବଂ ସମ୍ପ୍ରତି ଏହା ଭୁବନେଶ୍ୱର, କଟକ, ସମ୍ବଲପୁର, ରାଉରକେଲା, ବଲାଙ୍ଗୀର, ବ୍ରଜରାଜନଗର, ଝାରସୁଗୁଡା, ସୁନ୍ଦରଗଡ, ଭବାନୀପାଟଣା, କୋରାପୁଟ, ରାୟଗଡା, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର ରୋଡ, କେନ୍ଦୁଝର, ଅନଗୁଳ, ପୁରୀ ଓ ଜଟଣୀ ଆଦି ସମେତ ଓଡ଼ିଶାର ୧୮ଟି ସହର ଓ ନଗରର ପ୍ରମୁଖ ଅଞ୍ଚଳଗୁଡିକରେ ଉପଲବ୍ଧ ହୋଇଛି। ଆଗାମୀ କିଛି ସପ୍ତାହ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଚଳିତ ମାସ ୨୭ ତାରିଖଠାରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ପାଳିତ ହେବ। ଚଳିତବର୍ଷର ବିଷୟବସ୍ତୁ ସତର୍କ ଭାରତ, ସମୃଦ୍ଧ ଭାରତ ରଖାଯାଇଛି। ଏହି ଅବସରରେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ପୌରୋହିତ୍ୟରେ ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଶପଥପାଠ କରାଇ ଦୁର୍ନୀତି ନିବାରଣ ଦିଗରେ ସରକାରଙ୍କ ଦ୍ୱାରା କରାଯାଉଥିବା ସମସ୍ତ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଦେଶ ପ୍ରଗତି ପଥରେ ଦୁର୍ନୀତି ବାଧକ ସାଜୁଛି। ଏଣୁ ଦୁର୍ନୀତି ସଂପୂର୍ଣ୍ଣ ହଟିଲେ ଦେଶ ପ୍ରଗତି ଦିଗରେ ଅଗ୍ରସର ହେବ। ଏ ଦିଗରେ ସମସ୍ତ ନାଗରିକ ସଚେତନ ହେବା ଜରୁରୀ। ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଚଳିତ ବର୍ଷର ସତର୍କ ଭାରତ, ସମୃଦ୍ଧ ଭାରତ ବିଷୟବସ୍ତୁକୁ ନେଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହେବ।…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଯେଭଳି ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନ ହେବେ ଏବଂ ଏହି ସଂକ୍ରମଣକୁ ରୋକିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଭି.ସି. ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ଆଶା ନେଇ ଜିଲ୍ଲା ପ୍ରଶାସନ ଦ୍ୱାରା ଏଥିପୂର୍ବରୁ କରାଯାଇଥିବା ସମସ୍ତ ବ୍ୟବସ୍ଥାକୁ ପୁନଃ ପ୍ରଚଳନ କରିବା ନେଇ ଜିଲ୍ଲାପାଳ ସମସ୍ତ ଉପଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଭି.ସି. ମାଧ୍ୟମରେ ସତର୍କ କରାଇ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ପୁଣିଥରେ ଲକ୍‌ଡ଼ାଉନ୍ ଲଗାଇବାକୁ ସରକାର ଚାହାଁନ୍ତି ନାହିଁ। ସ୍ୱାବ୍ ସଂଗ୍ରହ କରି ନମୁନା ପରୀକ୍ଷା କାର୍ଯ୍ୟକୁ ବ୍ୟାପକ କରିବାକୁ ହେବ। ବର୍ତ୍ତମାନ ସମୟରେ ସଂକ୍ରମଣ କିଭଳି ବ୍ୟାପୁଛି ତାକୁ ତଦାରଖ କରିବାକୁ ପଡ଼ିବ। ବର୍ତ୍ତମାନ ପୁଣି ଏମ୍‌କେସିଜି ମେଡ଼ିକାଲ୍‌ରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ହେବାରେ ଲାଗିଛି। ଏହାର କାରଣ ଖୋଜିବା ସକାଶେ ସଂକ୍ରମିତ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ତଥ୍ୟ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗତଦୁଇ ଦିନ ହେଲା କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଆଜି ଏଥିରେ କିଛି ହ୍ରାସ ଘଟିଛି। ଆଜି ନୂତନ ଭାବେ ୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୨୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏପଟେ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଯେପରି ନହେବ ସେ ନେଇ ପଦକ୍ଷେପମାନ ଗ୍ରହଣ କରିବା ଆରମ୍ଭ କରାଗଲାଣି। ଗତକାଲି ୩୪୨୦ଟି ନମୁନା ପରୀକ୍ଷା ପାଇଁ ପଠାଯାଇଥିବାବେଳେ ସମୁଦାୟ ୫୨୮୯୬୨ ଟି ସ୍ୱାବ୍ ପରୀକ୍ଷା କରାଗଲାଣି। ସୁସ୍ଥ ସଂଖ୍ୟା ୯୮.୧ ପ୍ରତିଶତରେ ପହଞ୍ଚିଛି। ଆଜିର ସଂକ୍ରମିତ ମଧ୍ୟରେ ୧୫ ଜଣ ସ୍ଥାନୀୟ ଏବଂ ୨ ଜଣ କରୋନା ଯୋଦ୍ଧା ଅଛନ୍ତି। ସ୍ଥାନୀୟ ସଂକ୍ରମିତ ମଧ୍ୟରେ ଆସିକା ବ୍ଳକ୍‌ରୁ ୧, ବ୍ରହ୍ମପୁର ମହାନଗର ନିଗମରୁ ୬ ଏବଂ କରୋନା ଯୋଦ୍ଧା ୨, ଚିକିଟିରୁ ୧, ଗଂଜାମରୁ ୧, ହିଂଜିଳିକାଟୁରୁ ୨, ଖଲିକୋଟରୁ ୧, କୁକୁଡ଼ାଖଣ୍ଡିରୁ…

Read More

ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: କୁମାରପୂର୍ଣ୍ଣିମା ପାଖେଇ ଆସୁଥିବାବେଳେ ଗଂଜାମ ଜିଲ୍ଲା ତଥା ବ୍ରହ୍ମପୁର ମହାନଗର ନିଗମରେ ଜୁଆଆଡ୍ଡା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବ୍ରହ୍ମପୁର ପୋଲିସ୍ ପକ୍ଷରୁ ଜୁଆଆଡ୍ଡା ବିରୋଧରେ ଜୋର୍‌ଦାର ଚଢ଼ାଉ ଜାରି ରହିଥିଲେ ମଧ୍ୟ କିଛି ଅମାନିଆ ଜୁଆଡ଼ି ନିଜର ସର୍ବସ୍ୱ ହାରି ମଧ୍ୟ ଜୁଆଖେଳ ଅଭ୍ୟାସକୁ ଛାଡ଼ି ପାରୁନାହାନ୍ତି। ଗତକାଲି ରାତ୍ରିରେ ବୈଦ୍ୟନାଥପୁର ପୋଲିସ୍ ପକ୍ଷରୁ ଅନନ୍ତ ନଗର ପ୍ରଥମ ଗଳିରେ ଚଢ଼ାଉ ହୋଇ ୧୧ ଜଣ ଜୁଆଡ଼ିକୁ ଗିରଫ କରିଛି ପୋଲିସ୍। ଜୁଆଆଡ୍ଡାରୁ ୧୩ହଜାର ୮୭୦ ଟଙ୍କା ସହ ୭ଟି ମୋବାଇଲ୍ ଏବଂ ତାସ କାଟା ଜବତ ହୋଇଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ୨ ହଜାର ୧୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୬୯ ଜଣ ସୁସ୍ଥ ହୋଇଥିବା ବେଳେ କଟକରୁ ୧୬୪, ମୟୂରଭଞ୍ଜରୁ ୧୦୩, ସୁନ୍ଦରଗଡରୁ ୧୦୨, ସୋନପୁରରୁ ୯୯, କେନ୍ଦୁଝରରୁ ୮୯, ବଲାଙ୍ଗିରିରୁ ୮୬, ବରଗଡରୁ ୭୯, ଯାଜପୁରରୁ ୭୫, ଅନୁଗୁଳରୁ ୭୩, ନବରଙ୍ଗପୁରରୁ ୭୩, ବାଲେଶ୍ବରରୁ ୭୨, ଜଗତସିଂହପୁରରୁ ୬୭, କଳାହାଣ୍ଡିରୁ ୬୫, ନୟାଗଡରୁ ୬୩, କେନ୍ଦ୍ରାପଡାରୁ ୬୧, ସମ୍ବଲପୁରରୁ ୫୩, ପୁରୀରୁ ୪୭, ଝାରସୁଗୁଡାରୁ ୪୬, ନୂଆପଡାରୁ ୪୩, ଭଦ୍ରକରୁ ୪୦, ଢେଙ୍କାନାଳରୁ ୩୮, କୋରାପୁଟରୁ ୩୦, ମାଲକାନଗିରିରୁ ୨୯, କନ୍ଧମାଳରୁ ୨୭, ଗଞ୍ଜାମରୁ ୨୨, ବୌଦ୍ଧରୁ ୧୮, ଦେବଗଡରୁ ୧୫, ରାୟଗଡାରୁ ୭ ଏବଂ ଷ୍ଟେଟ ପୁଲରୁ ୫୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୨…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ବାଲୁଗାଁ ୩୩ କେଭି ଗ୍ରୀଡ଼ ଅଧିନସ୍ଥ ସମସ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ନିର୍ଦ୍ଦିଷ୍ଟ ସମୟ ପାଇଁ ବନ୍ଦ ରହିବ। ଏନେଇ ଟି.ପି.ସି.ଓ.ଡ଼ି.ଏଲ ବାଲୁଗାଁ ଉପଖଣ୍ଡ ଅଧିକାରୀ ଟୁକୁନା ଦଳାଇ ସୂଚନା ଦେଇଛନ୍ତି। ସୂଚନା ଅନୁଯାୟୀ ଆସନ୍ତାକାଲି ୧୩୨/୩୩  କେଭି ଗ୍ରୀଡ଼ ସବଷ୍ଟେସନ, ବାଲୁଗାଁର ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ। ତେଣୁ ଉକ୍ତ ଗ୍ରୀଡ଼ ଅଧୀନରେ ଥିବା ବାଣପୁର ଏବଂ ବାଲୁଗାଁର ସମସ୍ତ ଅଞ୍ଚଳରେ ସକାଳ ୮ ଘଟିକାରୁ ଅପରାହ୍ନ ୪ ଘଟିକା ଯାଏଁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ବନ୍ଦ ରହିବ। ଏ ନେଇ ଡ଼ାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର ହୋଇଥିବାର କହିଛନ୍ତି ଶ୍ରୀ ଦଳାଇ ଏବଂ ଏଥିଲାଗି ଜନସାଧାରଣଙ୍କ ସହଯୋଗ ମଧ୍ୟ ଲୋଡିଛନ୍ତି।

Read More

ଜମ୍ମୁକାଶ୍ମୀର : ଭାରତର ସ୍ବର୍ଗ ଜମ୍ମୁକାଶ୍ମୀରର ସୌନ୍ଦର୍ଯ୍ୟ ସତରେ ରମଣୀୟ । ସେଠାରେ ଘର କରି ରହିବା ଅନେକଙ୍କ ସ୍ବପ୍ନ । ତେବେ ଏହି ସ୍ବପ୍ନ ଏବେ ସତରେ ପରିଣତ ହୋଇପାରିବ । ଏଣିକି ଜାମ୍ମୁକାଶ୍ମୀରରେ ଦେଶର ଯେକୌଣସି ନାଗରିକ ଜମି କିଣି ବସବାସ କରିପାରିବ । ଏନେଇ ଆଜି ଗୃହ ବିଭାଗ ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। କିନ୍ତୁ ଏବେ ମଧ୍ୟ ଚାଷ ଜମି ଉପରେ କିଣାବିକା ରୋକ୍‌ ଜାରି ରହିଛି। ଧାରା 370 ଓ 35 ଏ ଉଚ୍ଛେଦ ପୂର୍ବରୁ ଜମ୍ମୁକାଶ୍ମୀରର ବାହାର ଲୋକେ ସେଠାରେ ଜମି କିଣିପାରୁନଥିଲେ । ପୂର୍ବରୁ କେବଳ ଜାମ୍ମୁ କାଶ୍ମୀର‌ର ବାସିନ୍ଦାଙ୍କ ମଧ୍ୟରେ ହିଁ ଜମି କିଣାବିକା ପାଇଁ ଆଇନ୍‌ କରାଯାଇଥିଲା। କିନ୍ତୁ ବର୍ତ୍ତମାନ ଯେକୌଣସି ବ୍ୟକ୍ତି ସେଠାରେ ଜାଗା କିଣିପାରିବେ । ସେହିପରି ଚାଷଜମି ଅନ୍ୟ ଉଦ୍ଦେଶ୍ୟରେ ବିକ୍ରି ପାଇଁ ଥିବା କଟକଣା ମଧ୍ୟ ଉଠିଛି । ଏଣିକି ସେଠାକାର…

Read More

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ୍ ଇଣ୍ଡିଆର ସଭାପତି ରାମଦାସ ଆଠୱାଲେ କରୋନାରେ ସଂକ୍ରମିତ ହୋଇଥିବା ସୂଚନା ରହିଛି । ରିପୋର୍ଟ ପଜିଟିଭ୍ ଆସିବା ପରେ ଆଠୱାଲେଙ୍କୁ ଚିକିତ୍ସା ପାଇଁ ବମ୍ବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଏନେଇ ସୂଚନା ଦିଆଯାଇଛି । ସେ ତାଙ୍କ ଦଳର ଏକ ମିଶ୍ରଣ ପର୍ବର ଯୋଗ ଦେଇ ଫେରିବା ପରେ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି । ଭାରତରେ କରୋନା ମାମଲା ଜଣାପଡିବା ପରେ ରାମଦାସ ଅଠାଓ୍ବାଲେ ‘ଗୋ କରୋନା ଗୋ’ର ସ୍ଲୋଗାନ ଦେଇଥିଲେ । ଯାହା ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଥିଲା । (ଏଜେନ୍ସି)

Read More

ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 88 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 17 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 71 ଜଣ ଲୋକାଲ କଣ୍ଟାକ୍ଟ କେସ୍‌ ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି। ସେହିପରି ଆଜି 230 ଜଣ ସୁସ୍ଥ ହୋଇଛନ୍ତି । ନୂତନ 88 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 28 ହଜାର 782ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 26 ହଜାର 607ଜଣ ସୁସ୍ଥ ହୋଇଥିବାବେଳେ 158ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 996ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Read More

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରାଳୟ ନଭେମ୍ବର 30 ତାରିଖ ଯାଏଁ ସେପେ୍ଟେମ୍ବର ଅନଲକ୍‌ ଗାଇଡଲାଇନ୍‌ ବଳବତ୍ତର ରରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଗୃହ ମନ୍ତ୍ରାଳୟ ତରଫରୁ ଜାରି ଅନଲକ୍‌ ନେଇ ଜାରି ହୋଇଥିବା ଗାଇଡଲାଇନ୍‌ରେ କଣ୍ଟେନମେଣ୍ଟ ଜୋନ୍‌ରେ ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ କଟକଣା ଜାରି ରହିବ । ଗୃହ ମନ୍ତ୍ରାଳୟ ପକ୍ଷରୁ ଅନଲକ୍‌ ଅବଧି ବଢିବାର ନୂଆ ଗାଇଡଲାଇନ୍‌ ଜାରି ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ 24 ତାରିଖରୁ ଦେଶରେ ପ୍ରଥମଥର ପାଇଁ ଲକ୍‌ଡାଉନ୍‌ ଜାରି କରିଥିଲେ । ପ୍ରାୟ 3 ମାସ ଧରି ଲକଡାଉନ୍‌ର କଡାକଟକଣା ପରେ ଏଥିରେ ପର୍ଯ୍ୟାୟ କ୍ରମେ କୋହଳ କରାଯାଇଛି । ସରକାର ଅନଲକ୍‌ ପ୍ରକ୍ରିୟାରେ କଣ୍ଟେନମେଣ୍ଟ ଜୋନ୍‌ ବାହାରେ କାର୍ଯ୍ୟକଳାପକୁ ଅନୁମତି ଦେଇଛନ୍ତି । ତେବେ ଏଥିପାଇଁ ଏସ୍‌ଓପି ଜାରି ହୋଇଛି ।  ସେହିଭଳି ଭିଡ଼ ହେବାକୁ ଥିବା ସ୍ଥାନ ଯଥା ରେଳ, ମଲ୍‌, ହୋଟେଲ…

Read More

ଜୟପୁର : ଲାଞ୍ଚ ନେଇ ଧରାପଡ଼ିଛନ୍ତି କୋରାପୁଟ ନନ୍ଦପୁର ସିଡିପିଓ । ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି ନନ୍ଦପୁର ସିଡିପିଓ ସ୍ନିଗ୍ଧାରାଣୀ ମିଶ୍ର । ଅଙ୍ଗନବାଡ଼ି କେନ୍ଦ୍ରର ଏକ ଜାଲି ବିଲ୍ କରାଇ ଦେବା ପାଇଁ ସ୍ନିଗ୍ଧାରାଣୀ 1 ଲକ୍ଷ 75ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି। ଜଣେ ଠିକାଦାରଙ୍କ ପାଇଁ ଏହି ଲାଞ୍ଚ କରାଇଦେବାକୁ ସ୍ନିଗ୍ଧା ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ରଙ୍ଗେହାତରେ ଧରିଛି । ଭିଜିଲାନ୍ସ ଟିମ୍ ସିଡିପିଓଙ୍କ କୋରାପୁଟ ସେମିଳିଗୁଡ଼ା ଅଫିସ୍ ଓ ବାସଭବନରେ ପହଞ୍ଚି ତଦନ୍ତ କରୁବା ନେଇ ସୂଚନା ମିଳିଛି।

Read More

ଟେକ୍ସାସ : ଆମେରିକାର ଟେକ୍ସାସ ତିନି ବର୍ଷର ଶିଶୁ ନିଜ ଜନ୍ମଦିନରେ ନିଜକୁ ଗୁଳି କରିଛି । ଯାହାଫଳରେ ଶିଶୁଟିର ମୃତ୍ୟୁ ହୋଇଛି । ହ୍ୟୁଟନଠାରୁ ପ୍ରାୟ 40 କିଲୋମିଟର ଦୂର ଅଞ୍ଚଳରେ ତିନି ବର୍ଷୀୟ ଶିଶୁ ନିଜ ସାଙ୍ଗସାଥୀ ଓ ପରିବାର ସହିତ ଜନ୍ମଦିନ ପାଳନ କରୁଥିବାବେଳେ ସମେସ୍ତ କାର୍ଡ ଖେଳରେ ମସଗୁଲ୍‌ ଥିଲେ । ହଠାତ୍‌ ସେଠାରେ ତାଙ୍କୁ ଗୁଳିର ଶବ୍ଦ ଶୁଣାଯାଇଥିଲା । ତେବେ ଏହି ଗୁଳି କେହି କାହା ଉପରକୁ ନୁହେଁ ବରଂ ଶିଶୁଟି ନିଜେ ନିଜ ଉପରକୁ ଚଳାଇଥିଲା । ଗୁଳିଟି ଶିଶୁଟିର ଛାତିରେ ବାଜିଥିଲା । ତତ୍‌କ୍ଷଣାତ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ କିନ୍ତୁ ଶିଶୁଟିର ମୃତ୍ୟୁ ହୋଇଥିଲା । ତେବେ ବନ୍ଧୁକଟି କୌଣସି ସମ୍ପର୍କୀୟଙ୍କ ପକେଟରୁ ଗଳି ପଡିଥିବାର ସୂଚନା ଦେଇଛନ୍ତି ଅଧିକାରୀ ।  (ଏଜେନ୍ସି)

Read More

ନୂଆଦିଲ୍ଲୀ : କୁହାଯାଏ କୁକୁର ହେଉଛି ସବୁଠୁ ବିଶ୍ବସ୍ତ ପଶୁ । ଚୀନ୍‌ରେ ଏହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ଗୋଟିଏ କୁକୁର 26 ଦିନ ପର୍ଯ୍ୟନ୍ତ ଯାତ୍ରା କରି ନିଜ ମାଲିକଙ୍କ ନିକଟରେ ପହଞ୍ଚି ପାରିଛି । କୁକୁରର ମାଲିକ ଭୁଲ୍‌କ୍ରମେ କୁକୁର ଏକ ସର୍ଭିସ୍‌ ଷ୍ଟେସନ୍‌ରେ ଛାଡି ଆସିଥିଲେ । ସାତ ବର୍ଷର ଏହି କୁକରର ନାମ ଦୌଓ ଦୌଓ। ପ୍ରାୟ ଏକ ମାସ ଧରି ଭୀଷଣ ଟ୍ରାଫିକ୍‌ ଓ ବ୍ୟସ୍ତ ବହୁଳ ହାଇଓ୍ବେର କୁକୁର ଯାତ୍ରା କରିଏକ ମାସ ପରେ ନିଜ ମାଲିକଙ୍କ ଘରେ ପହଞ୍ଚିଛି । ତେବେ ଏକ ମାସ ଧରି ଯାତ୍ରା କରିବା ଯୋଗୁଁ ବେଶ୍‌ ଦୁର୍ବଳ ହୋଇପଡିଛି କୁକୁରଟି । କୁକୁରଟି ଗତ ସାତ ବର୍ଷ ଧରି ମାଲିକଙ୍କ ସଙ୍ଗେ ରହୁଥିଲା । ମାଲିକଙ୍କ ଘରଠାରୁ 60 କିଲୋମିଟର ଦୂର ଏକ ଷ୍ଟେସନରେ କୁକୁରଟି ରହିଯାଇଥିଲା । ମିଳିଥିବା ସୂଚନା ଅନୁସାରେ…

Read More