ରମେଶ ମହାନ୍ତି ଜଗତସିଂହପୁର: ପ୍ରଳୟଙ୍କରୀ ୧୯୯୯ ମହାବାତ୍ୟାକୁ ଆଜି ୨୧ ବର୍ଷ ପୁରଣ ହୋଇଛି। ପ୍ରକୃତିର ଏହି କରାଳ କାଳରେ ସଂମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ଜିଲ୍ଲାରେ ସର୍ବାଧିକ ଲୋକ ମୃତ୍ୟୁ ମୁଖରେ ପଡିଥିବା ବେଳେ ପ୍ରାୟ ୩ଲକ୍ଷ ବାସଗୃହ ସଂମ୍ପୁର୍ଣ୍ଣ ନଷ୍ଟଭ୍ରଷ୍ଟ ହୋଇଯାଇଥିଲା। ଦୁଇ ଦଶନ୍ଧିରୁ ଅଧିକ ସମୟ ଅତିକ୍ରାନ୍ତ ହୋଇସାରିଥିଲେ ମଧ୍ୟ ଏବେବି ତାହା ଲୋକଙ୍କ ହୃଦୟରେ ଭୟର ବାତାବରଣ ସୃଷ୍ଟି କରିଥାଏ। ଏହି ମହାବାତ୍ୟାର ବାର୍ଷିକୀ ଉପଲକ୍ଷେ କରୋନା ପରିସ୍ଥିତି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶାନୁସାରେ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ କରାଯାଇନଥିଲେ ମଧ୍ୟ ଏହି ମହାବାତ୍ୟାରେ ମୃତ୍ୟୁ ବରଣ କରିଥିବା ଜିଲ୍ଲାବାସୀଙ୍କ ଆତ୍ମାର ସଦଗତି ନିମନ୍ତେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଥିବା ସ୍ମୃତି ସ୍ତମ୍ବରେ ପ୍ରଦୀପ ଉଜ୍ୱଳନ କରାଯାଇ ଜିଲ୍ଲା ପ୍ରଶାସନ ତରଫରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏଥିରେ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜ କାନ୍ତ ମହାନ୍ତି, ଉପଜିଲ୍ଲାପାଳ…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ୧ ହଜାର ୯୦୮ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଖୋର୍ଦ୍ଧାରୁ ସର୍ବଧିକ ୨୨୨ ଜଣ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡରୁ ୧୭୦, ଅନୁଗୁଳରୁ ୧୨୬, କେନ୍ଦ୍ରାପଡାରୁ ୧୦୨, କଟକରୁ ୧୦୦, ବଲାଙ୍ଗୀରିରୁ ୯୬, ବାଲେଶ୍ବରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ନୂଆପଡ଼ାରୁ ୬୮, ଝାରସୁଗୁଡାରୁ ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୫, ସମ୍ବଲପୁରରୁ ୪୫, କନ୍ଧମାଳରୁ ୪୨, କେନ୍ଦୁଝରରୁ ୪୨, ବରଗଡରୁ ୩୭, ସୋନପୁରରୁ ୩୭, ମାଲକାନଗିରିରୁ ୩୫, ରାୟଗଡରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫, ଦେବଗଡରୁ ୪ ଏବଂ ଷ୍ଟେଟ ପୁଲରୁ ୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…
ଭୁବନେଶ୍ୱର : ରାଜ୍ୟରେ ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଏହାରି ମଧ୍ୟରେ ଆଜି ବାଲେଶ୍ୱର ସଦର ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବାଲେଶ୍ୱରବାସୀଙ୍କ ପାଇଁ ନବୀନ ନିବାସରୁ ଡିଜିଟାଲ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ବାଲେଶ୍ବର ବିକାଶ କଥା ସେ ନିଜେ ବୁଝିବେ ବୋଲି କହିଛନ୍ତି । ବାଲେଶ୍ବର ବିକାଶକୁ ପରବର୍ତ୍ତୀ ସ୍ତରକୁ ନିଆଯିବ, ସ୍ବତନ୍ତ୍ର ଧ୍ୟାନ ଦିଆଯିବ ବୋଲି କହିଛନ୍ତି ନବୀନ । ଏହା ସହ ନବୀନ କହିଛନ୍ତି ଯେ, ‘ ବାଲେଶ୍ୱର ଯାଇଥିଲେ ବହୁତ ଜନସମାଗମ ହୋଇଥାନ୍ତା । କାହାର ଜୀବନକୁ ବିପଦରେ ପକାଇବାକୁ ଚାହାନ୍ତିନି ବୋଲି କହିଛନ୍ତି ନବୀନ । କରୋନାକୁ ଦୃଷ୍ଟିରେ ରଖି ସେ ବାଲେଶ୍ବର ଯାଇନଥିବା କଥା କହିଛନ୍ତି । କୋଭିଡ୍ ସ୍ଥିତି ସ୍ବାଭାବିକ ହେବା ପରେ ସେ ବାଲେଶ୍ବର ଯିବେ ବୋଲି କହିଛନ୍ତି । ଏହି ଅବସରରେ ମହାବାତ୍ୟାକୁ…
ଭୁବନେଶ୍ବର : ଆଜି ରାଜଧାନୀ ଭୁବନେଶ୍ବରରୁ 93 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ 88 କରୋନା ଆକ୍ରାନ୍ତଙ୍କ ମଧ୍ୟରେ 21 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ 72 ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି। https://twitter.com/bmcbbsr/status/1321763836160999427?s=20 ସେହିପରି ଆଜି 254 ଜଣ ସୁସ୍ଥ ହୋଇଛନ୍ତି । ନୂତନ 93 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 28 ହଜାର 985ରେ ପହଞ୍ଚିଛି । ସେହିପରି ଏବେ ସୁଦ୍ଧା 27 ହଜାର 80ଜଣ ସୁସ୍ଥ ହୋଇଥିବାବେଳେ 162ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ବର ମହାନଗରରେ ଏବେବି 1 ହଜାର 722ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
ଭୁବନେଶ୍ୱର: କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା ।ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି । କାର୍ତ୍ତିକ ମାସ ପାଇଁ ହବିଷ୍ୟାଳୀଙ୍କ ପାଇଁ ଲାଗୁ ହେଲା କଟକଣା । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି କଟକଣା ଜାରି ହୋଇଛି । ଯଥା ସମ୍ଭବ ହବିଷ୍ୟାଳୀ ଘରୁ ବାହାରନ୍ତୁ ନାହିଁ ବୋଲି କୁହାଯାଇଛି । କଟକଣା ଅନୁସାରେ, ଅତିଆବଶ୍ୟକ ନହେଲେ କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସନ୍ତୁ ନାହିଁ । ହବିଷ୍ୟାଳୀଙ୍କୁ ନଆସିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଯିଏ ଆସୁଛନ୍ତି ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଚଳିତ ବର୍ଷ ପୁରୀରେ ହବିଷ୍ୟାଳି ଶିବିର ନ କରିବାକୁ ପ୍ରଶାସନ ନିଷ୍ପତ୍ତି। କୋଭିଡ ପାଇଁ ହବିଷ୍ୟାଳିଙ୍କୁ ପୁରୀ ନ ଆସିବାକୁ ମଧ୍ୟ ବାରଣ କରାଯାଇଛି।ପ୍ରଶାସନ ନିଷ୍ପତ୍ତି ନେଇ…
ଭୁବନେଶ୍ୱର : ଯୋଡି ହେଲା ୯ ବର୍ଷର ବାଳକର କଟି ଯାଇଥିବା ଅଙ୍ଗୁଳି । ସମ୍ ହସ୍ପିଟାଲ୍ ଡାକ୍ତରଙ୍କର ସଫଳ ଅସ୍ତ୍ରୋପଚାର ଯୋଗୁଁ ନିଜ ଅଙ୍ଗୁଳିଟିକୁ ଫେରିପାଇଲା ବାଙ୍କି ଡମ୍ପଡା ଅଂଚଳର ରାମଚନ୍ଦ୍ର ବେହେରାଙ୍କ ୯ ବର୍ଷର ପୁଅ ରିତିସ ରଞ୍ଜନ ବେହେରା। ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ବର୍ଣ୍ଣସ୍, ପ୍ଲାଷ୍ଟିକ୍ ଓ କସ୍ମେଟିକ୍ ସର୍ଜରୀ ବିଭାଗର ସର୍ଜନ ଡାକ୍ତର ସୁଶାନ୍ତ କୁମାର ମିଶ୍ରଙ୍କ ସଫଳ ଅସ୍ତ୍ରୋପଚାର ଯୋଗୁଁ ରିତିସର କଟା ଆଙ୍ଗୁଠି ଯୋଡି ହୋଇପାରିଛି । ଗତ ଅଗଷ୍ଟ ୩୧ ତାରିଖ ଦିନ ନିଜ ଘରର ଲୁହା ଗେଟଟିକୁ ବନ୍ଦ କରୁଥିବା ସମୟରେ ହଠାତ୍ ଗେଟ ଫାଙ୍କରେ ଡାହାଣ ହାତର ବିଶି ଆଙ୍ଗୁଠିଟି ପଶିଯାଇ ପାପୁଲିରୁ ସମ୍ପୁର୍ଣ୍ଣ ଅଲଗା ହୋଇଯାଇଥିଲା । ବାପା ରାମଚନ୍ଦ୍ର ବେହେରା ସଂଗେ ସଂଗେ କଷ୍ଟରେ ଜର୍ଜରିତ ଥିବା ପୁଅ…
ମୁଙ୍ଗେର: ଦୁର୍ଗାପୂଜା ଭସାଣ ବେଳେ ବିହାର ମୁଙ୍ଗେର ଗୁଳିକାଣ୍ଡ ଘଟଣାକୁ ନେଇ ପରିସ୍ଥିତି ଅଶାନ୍ତ ହୋଇପଡିଛି । ଏହି ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ତିନି ଦିନ ବିତି ଯାଇଥିଲେ ମଧ୍ୟ ଉତ୍ତେଜନା କମି ନାହିଁ । ଏହି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଭାରତୀୟ ନିର୍ବାଚନ କମିଶନ । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକ୍ରମେ ମୁଙ୍ଗେର ଜିଲ୍ଲାର ଏସପି ଲିପି ସିଂହ ଓ ଜିଲ୍ଲା ମାଜିଷ୍ଟ୍ରେଟ ରାଜେଶ ମୀନାଙ୍କୁ ପଦରୁ ହଟାଇ ଦିଆଯାଇଛି। ଏଥିସହ ପୂରା ଘଟଣାର ତଦନ୍ତ କରିବାକୁ ମଗଧ ଡିଭିଜନାଲ କମିଶନର ଅସଙ୍ଗବା ଚୁବା ଆଓ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ କାର୍ଯ୍ୟକୁ ସାତ ଦିନ ମଧ୍ୟରେ ସାରି ରିପୋର୍ଟ ଦେବାକୁ କୁହାଯାଇଛି। ଡିଏମ ଓ ଏସପି ଏବେ ମୁଙ୍ଗେର ଜିଲ୍ଲାରେ ନଥିବାରୁ ତୁରନ୍ତ ଏହି ପଦକୁ ପୂରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଏହି ଗୁଳିକାଣ୍ଡକୁ ନେଇ ଶାସନ ଏନ୍ଡିଏକୁ ଟାର୍ଗେଟ୍ କରିଥିଲେ…
ନୂଆଦିଲ୍ଲୀ : ପ୍ରଦୂଷଣ ରୋକିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ଗ୍ରହଣ କରାଯାଇଛି । ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ନିୟମ ଉଲ୍ଲଂଘନ କଲେ ଏଣିକି 1 କୋଟିର ଅର୍ଥ ଦଣ୍ଡ ସହିତ 5 ବର୍ଷର କାରାଦଣ୍ଡ ପ୍ରଦାନ କରାଯିବ । ଏ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଅଧ୍ୟାଦେଶ ଜାରି କରାଯାଇଛି । ରାଷ୍ଟ୍ରପତିଙ୍କ ମୋହର ବାଜିବା ପରେ ଆଜିଠାରୁ ଏହି ଆଇନ କଡାକଡି ଭାବରେ ପାଳନ କରାଯିବ । କେନ୍ଦ୍ର ସରକାର ଅଧ୍ୟାଦେଶ ଜରିଆରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ପ୍ରଦୂଷଣ ରୋକିବାକୁ ନୂଆ ଆଇନ ଆଣିଛନ୍ତି। କେବଳ ଦିଲ୍ଲୀ-ଏନସିଆର ନୁହେଁ, ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ସରକାର ଏହି ଅଧ୍ୟାଦେଶ ଆଣିଛନ୍ତି। ତତ୍କାଳ ଭାବେ ଏହି ଆଇନକୁ କାର୍ଯ୍ୟକାରୀ କରାଯିବ। ଦିଲ୍ଲୀ ଏନସିଆର ସମେତ ହରିୟାଣା, ପଞ୍ଜାବ, ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନରେ ଏହି ନିୟମ କଡାକଡି ଭାବରେ ଲାଗୁ କରାଯିବ…
ପ୍ୟାରିସ୍ : ଫ୍ରାନ୍ସରେ ଇସଲାମ ମୌଳବାଦୀଙ୍କ ତାଣ୍ଡବ ଦିନକୁ ଦିନ ବଢିବାରେ ଲାଗିଛି । ଗୁରୁବାର ଏକ ଚର୍ଚ୍ଚ ବାହାରେ ଜଣେ ମହିଳାଙ୍କ ସମେତ 3 ଜଣଙ୍କୁ ହତ୍ୟା କରାଯାଇଛି । ଇସଲାମ ବିରୋଧୀ କାର୍ଟୁନ ସେୟାର କରିବା କାରଣରୁ ମହିଳାଙ୍କ ବେକ କାଟି ଦିଆଯାଇଥିବା ଜଣାପଡିଛି । ନାଇସ ସହରର ନଟ୍ରେ ଡାମ ଚର୍ଚ୍ଚ ବାହାରେ ଏହି ଘଟଣା ଘଟିଥିଲା । ଏହି ଆକ୍ରମଣ ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି ।ଅଭିଯୁକ୍ତ ଜଣକ ଏକ ଧାରୁଆ ଛୁରୀରେ ଆକ୍ରମଣ କରିବାରୁ ମହିଳାଙ୍କ ସମେତ ତିନି ଜଣଙ୍କର ପ୍ରାଣହାନି ଘଟିଥିଲା । ନାଇସ ସହରର ମେୟର ଏହି ଘଟଣାକୁ ଆତଙ୍କବାଦ ସହିତ ତୁଳନା କରିଥିବା ବେଳେ ଉଦ୍ଧାର କାର୍ଯ୍ୟ ପାଇଁ ସ୍ଥାନୀୟ ପୋଲିସ ଏବଂ ଦମକଳ ବାହିନୀ ମୁତୟନ କରାଯାଇଛି । ନିକଟରେ ମହମ୍ମଦଙ୍କ କାର୍ଟୁନ ଦେଖାଇଥିବା କାରଣରୁ ଜଣେ ଶିକ୍ଷକଙ୍କୁ ହତ୍ୟା କରାଯାଇଥିବା ବେଳେ ଏହି ଘଟଣାକୁ ନେଇ…
ସୀତାରାମ ଅଗ୍ରଓ୍ବାଲ କୁହୁଡି: ୧୬ ନଂ ଜାତୀୟ ରାଜପଥ କୁହୁଡି ନିକଟରେ ଭାରସାମ୍ୟ ହରାଇ ଓଲଟିଲା ମାଲ ବୋଝେଇ ଟ୍ରକ୍। ଟ୍ରକ୍ ଧକ୍କାରେ ଗୋଟିଏ ଘର ସଂପୁର୍ଣ ଭାଙ୍ଗି ରୁଜି ଯାଇଥିବାବେଳେ ଗୋଟିଏ ଟାଟା ଏସି ଗାଡି ମଧ୍ୟ୍ୟ ଭାଙ୍ଗି ରୁଜି ଯାଇଥିବା ଜଣା ପଡିଛି। ଏହି ଦୁର୍ଘଟଣାରେ ଟ୍ରକ୍ର ହେଲପର ଗୁରୁତର ଆହତ ହୋଇଥିବାବେଳେ ଏକ ପୋଷା କୁକୁର ମଧ୍ୟ୍ୟ ମୃତ୍ୟୁବରଣ କରିଛି। ଗତକାଲି ରାତିରେ ଆନ୍ଧ୍ରପ୍ରଦେଶରୁ ଟମାଟୋ ବୋଝେଇ କରି ଏକ ଟ୍ରକ କୋଲକତା ଅଭିମୁଖେ ଯାଉଥିଲା। ହଠାତ୍ କୌଣସି କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଘର ଭିତରକୁ ପଶି ଯାଇ ଓଲଟି ପଡିଥିଲା। ଏହି ଘଟଣାରେ ଟ୍ରକର ଚାଳକ ସୁରକ୍ଷିତ ଥିବା ବେଳେ ହେଲପର ଜଣକ ଟ୍ରକ୍ ଓ ଘର କାନ୍ଥ ମଧ୍ୟ୍ୟରେ ଚାପି ହୋଇ ରହିଥିଲା। ଟାଙ୍ଗୀ ଓ ବାଲୁଗାଁ ଅଗ୍ନିଶମ ବାହିନୀ ର ଅକ୍ଳାନ୍ତ ପ୍ରଚେଷ୍ଟା ଫଳରେ ଟ୍ରକ୍…
ପାଟନା, ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ୟ୍ୟାୟ ଭୋଟ ଶେଷ ହୋଇଛି। ଏହାପରେ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଭୋଟ ପରେ ନଭେମ୍ବର ୧୦ ରେ ଫଳାଫଳ ପ୍ରକାଶ ପାଇବ। ନିର୍ବାଚନ ଆୟୋଗଙ୍କ ଅନୁସାରେ, ବିହାରର ପ୍ରଥମ ପର୍ୟ୍ୟାୟ ନିର୍ବାଚନ ୭୧ ଟି ଆସନରେ ୫୪.୨୬ ପ୍ରତିଶତ ମତଦାନ ହୋଇଛି। ଏହି ଭୋଟ ଗ୍ରହଣ ହାରକୁ ନେଇ ମହାମେଣ୍ଟ ଏବଂ ଏନଡିଏ ମଧ୍ୟରେ ଚାଲିଛି ଅଙ୍କ କଷା। ତେବେ ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ପ୍ରତିଶତ କଣ ସୂଚାଉଛି ତାକୁ ନେଇ ରାଜନୈତିକ ସମୀକ୍ଷକମାନେ ମଧ୍ୟ ବିଭିନ୍ନ ମତ ଦେବାରେ ଲାଗିଛନ୍ତି। ଯଦି ଆପଣ ୨୦୧୫ ବିଧାନସଭା ନିର୍ବାଚନର ଆକଳନ ଦେଖନ୍ତି, ତେବେ ଏହି ଆସନଗୁଡିକରେ ୫୪.୭୫ ପ୍ରତିଶତ ଭୋଟ ହୋଇଥିଲା। ସମଗ୍ର ବିହାରର ୨୪୩ ଟି ଆସନରେ ୫୬.୬୬ ପ୍ରତିଶତ ମତଦାନ ହୋଇଥିଲା। ସେହିଭଳି ୨୦୧୦ ରେ ୫୨.୬୭ ପ୍ରତିଶତ ୨୦୦୫ ରେ ୪୬.୫୦ ପ୍ରତିଶତ ଏବଂ…
ଭୁବନେଶ୍ବର : ଡିଏନ୍ଏ ରିପୋର୍ଟ ଅନୁସାରେ ସୀମାଞ୍ଚଳ ପରିଡା ମୃତ ବୋଲି ସ୍ପଷ୍ଟ ସୂଚନା ମିଳିଛି । ନିଖୋଜ ଥିବା ସୀମାଞ୍ଚଳ ପରିଡାଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଡିଏନ୍ଏ ରିପୋର୍ଟ ସମ୍ପର୍କରେ ସୂଚନା ଦେଇଛନ୍ତି ପୋଲିସ୍ କମିଶନର । ଅନ୍ୟକୌଣସି ବ୍ୟକ୍ତିଙ୍କ ମୃତ୍ୟୁ ନେଇ ଡିଏନ୍ଏ ରିପୋର୍ଟରେ ତଥ୍ୟ ନାହିଁ । ସଂଗୃହୀତ ମାଂସ ଖଣ୍ଡର ଡିଏନ୍ଏ ପରୀକ୍ଷାରୁ ସୀମାଞ୍ଚଳଙ୍କ ମୃତ୍ୟୁ ସ୍ପଷ୍ଟ ହୋଇଛି । ସୀମାଞ୍ଚଳଙ୍କୁ ମିଶାଇ ଏଯାବତ 2 ଜଣଙ୍କ ମୃତ୍ୟୁ ଘଟିଛି ।
ସୀତାରାମ ଅଗ୍ରଓ୍ବାଲ ଚିଲିକା : କିଛି ଦିନର ବ୍ୟବଧାନ ପରେ ପୁଣି ଫେରିଲା ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀ ରେ କଣ୍ଟେନମେଣ୍ଟ। ଦିନକୁ ଦିନ ଚିଲିକା ନିର୍ବାଚନମଣ୍ଡଳୀ ରେ କରୋନା ସଂକ୍ରମଣ ଦ୍ରୁତଗତିରେ ହ୍ରାସ ପାଉଥିବାସ୍ଥଳେ ଗତ ଦୁଇ ଦିନ ହେଲା ଏହା ପୁଣି ଉପରମୁହାଁ ହୋଇଛି । ଯାହାଫଳରେ ଜିଲ୍ଲା ପ୍ରଶାସନ ତରଫରୁ ଗତକାଲି ରାତ୍ରିରୁ ବାଣପୁର ବ୍ଲକ ଏବଂ ବାଲୁଗାଁ ଏନ.ଏ.ସି ର କିଛି ଅଞ୍ଚଳ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଉକ୍ତ କଣ୍ଟେନମେଣ୍ଟ ଗତକାଲି ରାତ୍ରି ୭ ଘଟିକାରୁ ନଭେମ୍ବର ୪ ତାରିଖ ସକାଳ ୯ ଘଟିକା ଯାଏଁ ବଳବତ୍ତର ରହିବ । ବାଣପୁର ବ୍ଲକ ନାଚୁଣୀ ଗ୍ରାମ ପଞ୍ଚାୟତର ଗୋରଡାଝରି ଗ୍ରାମ, ଦେଓଗାଁ ଗ୍ରାମ ପଞ୍ଚାୟତ ର ମୋହନପୁର ଗ୍ରାମ ଏବଂ କୁଲେଇ ଗ୍ରାମ ପଞ୍ଚାୟତ ର ହରିଚନ୍ଦନପୁର ଗ୍ରାମ ବାଲୁଗାଁ ଏନ.ଏ.ସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଗନ୍ତେଇ ତରେଇ…
ଲଣ୍ଡନ: ବିବାହ ବନ୍ଧନରେ ବାନ୍ଧି ହେଲେ ହରିଶ୍ ସାଲ୍ଭେ । ଜଣାଶୁଣା ଓକିଲ ତଥା ଭାରତର ପୂର୍ବତନ ସଲିସିଟର ଜେନେରାଲ ହରିଶ ସାଲଭେ ବୁଧବାର ତାଙ୍କ ବନ୍ଧୁ କାରୋଲିନ୍ ବ୍ରୋସାର୍ଡଙ୍କ ସହ ଲଣ୍ଡନର ଏକ ଚର୍ଚ୍ଚରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା ଗାଇଡ ଲାଇନ ଅନୁସରଣ କରି ଉଭୟେ ଚର୍ଚ୍ଚରେ ରୀତିନୀତି ଭାବେ ଏହି ବିବାହ କରିଛନ୍ତି। 64ବର୍ଷୀୟ ହରିଶ୍ 56 ବର୍ଷୀୟା କାରୋଲିନ୍ଙ୍କୁ ବିବାହ କରିଛନ୍ତି । ଉଭୟ ହରିଶ ସାଲଭେ ଏବଂ କାରୋଲିନଙ୍କର ଏହା ଦ୍ୱିତୀୟ ବିବାହ। ଉଭୟଙ୍କ କଳା ପ୍ରଦର୍ଶନୀରେ ସାକ୍ଷାତ ହୋଇଥିଲା। ଏହା ପରେ ସେମାନଙ୍କର ବନ୍ଧୁତା ବଢ଼ି ପ୍ରେମରେ ପରିଣତ ରୂପାନ୍ତରିତ ହୋଇଥିଲା। ବର୍ତ୍ତମାନ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ହରିଶ ବ୍ରିଟେନର କୁଇନ୍ସ କାଉନସିଲ। ଗତ ମାସରେ ସେ ତାଙ୍କ ସ୍ତ୍ରୀ ମୀନାକ୍ଷୀ ସାଲଭେଙ୍କୁ ଛାଡ଼ପତ୍ର ଦେଇ ଆଇନଗତ ଭାବରେ ଅଲଗା ହୋଇଥିଲେ। ହରିଶ ଏବଂ ମୀନାକ୍ଷୀଙ୍କ ମଧ୍ୟ ଦୁଇଟି…
ଭୁବନେଶ୍ୱର: ଚାଷୀଙ୍କ ଠାରୁ ଖରିଫ ଧାନ କିଣିବା ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି । ଏଥର ବି ଅଗ୍ରୀମ୍ ଟୋକନ୍ ବ୍ୟବସ୍ଥା କରିଛନ୍ତି । ଏବର୍ଷ ଧାନ ବିକ୍ରି ପାଇଁ ପଞ୍ଜୀକରଣ କରିଛନ୍ତି 14 ଲକ୍ଷ 97 ହଜାର ଚାଷୀ । ଧାନ ସଂଗ୍ରହ ପାଇଁ ଧାର୍ଯ୍ୟ ତାରିଖର 7 ଦିନ ପୂର୍ବରୁ ଟୋକନ୍ ଜେନେରେଟ୍ ହେବ । କେଉଁଦିନ କେଉଁ ଚାଷୀ ଧାନ ବିକିବେ ଧାନ ସଂଗ୍ରହ କେନ୍ଦ୍ରରେ ନୋଟିସ୍ ଲାଗିବ । ରାଜ୍ୟରେ ଯେଉଁ ଅଞ୍ଚଳରେ ଧାନ ଅମଳ ଆରମ୍ଭ ହେଲାଣି ସେଠାରେ ନଭେମ୍ବର 15 ତାରିଖ ପର୍ଯ୍ୟନ୍ତ ଧାନ ସଂଗ୍ରହ କରାଯିବ । ଏହାଛଡ଼ା ଅନ୍ୟ ଯେଉଁ ଅଞ୍ଚଳରେ ଧାନ ଅମଳ ହେବାରେ ବିଳମ୍ବ ହୋଇଛି ସେଠାରେ ନଭେମ୍ବର 16ରୁ 30 ତାରିଖ ପରଯ୍ୟନ୍ତ ଧାନ ସଂଗ୍ରହ କରାଯିବ । ବିକ୍ରୟ କେନ୍ଦ୍ରରେ ନୋଟିସ ସହ ଚାଷୀଙ୍କ ମୋବାଇଲକୁ ମଧ୍ୟ ମେସେଜ ଯିବ । ଏକର…
ଗଂଜାମ, କୁମାର ପୂର୍ଣ୍ଣିମା ପାଖେଇଲେ ବିଭିନ୍ନ ସ୍ଥାନରେ ଚାଲେ ଜୁଆଖେଳ। ଏପରି ସ୍ଥିତିରେ ଗଂଜାମ ପୋଲିସ ବେଶ ସଜାଗ ହୋଇ ଉଠିଛି। ଗତକାଲି ଗାଂଗପୁର ଥାନା ତରଫରୁ ବିଭିନ୍ନ ଗ୍ରାମାଞ୍ଚଳ ଉପରେ ଚଢାଉ କରାଯାଇଥିଲା। ଏହି ଚଢାଉ ଫଳରେ ଦୁଇଟି ଗାଁରେ ଜୁଆ ଖେଳ ଚାଲିଥିବାର ଦେଖିବାକୁ ପାଇଥିଲା। ଏହି ଦୁଇଟି ଗାଁ ହେଲା କୈଥରା ଏବଂ ଲଣ୍ଡାଜୁହାଳି। ଏହି ଗାଁରେ ପୋଲିସ ଚଢାଉ କରି 12 ଜଣ ଜୁଆଡିଙ୍କୁ ଗିରଫ କରିଛି। ସେମାନଙ୍କଠାରୁ 50 ହଜାର ଟଙ୍କା ଏବଂ ତିନୋଟି ମୋବାଇଲ ଜବତ କରିଛି।
ଅହମଦାବାଦ : ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ ପରଲୋକ ଘଟିଛି। ଦୀର୍ଘ ଦିନର ଅସୁସ୍ଥତା ପରେ ଗୁରାବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ଅହମ୍ମଦାବାଦର ଷ୍ଟିରଲିଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ 92 ବର୍ଷ ହୋଇଥିଲା। ଗୁଜୁରାଟ ବିଧାନସଭାକୁ ସେ ଛଅ ଥର ନିର୍ବାଚିତ ହୋଇଥିଲେ। କେଶୁଭାଇ ପଟେଲ 1995ରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ସମ୍ଭାଳିଥିଲେ। 2001 ପର୍ଯ୍ୟନ୍ତ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। 2014ରେ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଥିଲେ । ଗତମାସରେ ସେ କରୋନାରେ ଆକ୍ରାନ୍ତ ଥିବା ଜଣାପଡିଥିଲେ । ତେବେ କରୋନାରୁ ସୁସ୍ଥ ହେବା ପରେ ବି ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିଥିଲା । ଗୁରୁବାର ଦିନ ସେ ନିଃଶ୍ବାସ ପ୍ରଶ୍ବାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ତାଙ୍କ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା…
ଭୁବନେଶ୍ୱର: ନଭେମ୍ବର ୩ ତାରିଖରେ ରାଜ୍ୟର ଦୁଇଟି ବିଧାନସଭା ଆସନ ପାଇଁ ଅନୁଷ୍ଠିତ ହେବ ଉପନିର୍ବାଚନ। ଏଥିପାଇଁ ସବୁ ଦଳରୁ ଜୋରଦାର ପ୍ରଚାର ଚାଲିଛି। ଦୁଇ ଜଣ କେନ୍ଦ୍ରମନ୍ତ୍ରୀ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ସହିତ ଗଣ୍ଡଗଣ୍ଡା ନେତା ଏହି ଉପନିର୍ବାଚନ ପାଣିପାଗକୁ ଗରମ କରି ଦେଇଛନ୍ତି। ଯଦି ବିଗତ ୨୧ ବର୍ଷର ରାଜ୍ୟର ନିର୍ବାଚନ ଏବଂ ଉପନିର୍ବାଚନକୁ ସମୀକ୍ଷା କରାଯାଏ ତେବେ ସବୁଥିରେ ବିଜୁ ଜନତା ଦଳ ହିଁ ବାଜି ମାରିଛି। ବର୍ତ୍ତମାନ ସୁଦ୍ଧା ବିଜେଡିକୁ ଟପି ପାରିବାର କ୍ଷମତା ଆଉ କୌଣସି ରାଜନୈତିକ ଦଳ ପାଖରେ ନାହିଁ। ଗତ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ବାକ୍ୟ ଓଡିଶାବାସୀଙ୍କ ହୃଦୟକୁ ଚହଲାଇ ଦେଇଥିଲା। ତାହା ହେଉଛି ଆପଣ ମାନେ ଖୁସି ତ! ମୁଁ ବି ଖୁସି। ବାସ ଏତିକିରେ ଭୋଟ ବାକ୍ସ ଫୁଲ। ଏହି କଥା କେଇ ପଦରେ କଣ କିମିଆଁ ଅଛି କେଜାଣି ଓଡ଼ିଆ ଲୋକଙ୍କ ମନ କିଣି…
ଅଗରତାଲା : ତ୍ରିପୁରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଥା ହେବାକୁ ମନା କରିବାରୁ ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ତ୍ରିପୁରାର ଖାଓ୍ବାଇ ଜିଲ୍ଲାରେ ଜଣେ ମହିଳା ନିଜ ଏକ୍ସବୟଫ୍ରେଣ୍ଡ ଉପରକୁ ଏସିଡ୍ ଫିଙ୍ଗିଛନ୍ତି । ବେଲଛଡା ଗ୍ରାମରେ ରହୁଥିବା ଏହି ମହିଳା ଜଣକ ଅକ୍ଟୋବର 19 ତାରିଖରେ ବୟଫ୍ରେଣ୍ଡ ଉପରକୁ ଏସିଡ୍ ଆକ୍ରମଣ କରିଥିଲେ । ପୋଲିସ୍ର ସୂଚନା ଅନୁସାରେ ପୂର୍ବତନ ପ୍ରେମୀ ଜଣକ ଯୁବତୀଙ୍କ ସହିତ କଥା ହେବାକୁ ମନା କରିବାରୁ ରାଗରେ ଯୁବତୀ ଜଣକ ଏପରି କାଣ୍ଡ କରିଛନ୍ତି। ତେବେ ଏହି ଘଟଣାରେ ଯୁବତୀ ଜଣଙ୍କୁ 14 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗରତାଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଯୁବକଙ୍କ ନାକ, ଶ୍ୱାସନଳୀ ଏବଂ ଆଖି ଗଭୀର ଭାବରେ ଆଘାତପ୍ରାପ୍ତ ହୋଇଛି ।…
ଭୁବନେଶ୍ବର : ରାଜ୍ୟରେ ଆଉ 13 କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ଭୁବନେଶ୍ୱର, କଟକ,ବାଲେଶ୍ୱର, ନୂଆପଡା ଓ ଅନୁଗୁଳରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ସେହିପରି କେନ୍ଦୁଝର, ଜଗତସିଂହପୁର, ସମ୍ବଲପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ସୂଚନା ଦେଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ ମୃତକଙ୍କ ସଂଖ୍ୟା 1297କୁ ବୃଦ୍ଧି ହୋଇଛି ।
ଗଞ୍ଜାମ : ଗଞ୍ଜାମ ବଡଗଡ ଭୀମପୁର ଗାଁରେ ଆଜି ଘଟିଯାଇଛି ଏକ ଅଭାବନୀୟ ଘଟଣା । ସେହି ଅଞ୍ଚଳରେ ବୋମା ବିସ୍ପୋରଣ ହୋଇଥିବା ସୂଚନା ମିଳିଛି । ଏହି ବୋମା ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଶେରଗଡ ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି । ତେବେ ବୋମା ଭିଡିବା ବେଳେ ଏହି ବିସ୍ଫୋରଣ ହୋଇଥିବା ଜଣାପଡିଛି ।

