ନୂଆଦିଲ୍ଲୀ, ଆଜି ଅର୍ଥାତ 21 ତାରିଖ ବୁଧୁବାର ଦିନଟି ଚାରୋଟି ରାଶି ପାଇଁ ବେଶ ଫଳପ୍ରଦ ହେବ। ସେଗୁଡିକ ହେଲା.. ବୃଷ, କର୍କଟ: – ଆପଣଙ୍କର ଶାରୀରିକ ଆରାମ ବୃଦ୍ଧି ହେବାର ସମ୍ଭାବନା ଅଛି। ଅଫିସରେ ପ୍ରତିଷ୍ଠା ଏବଂ ଅଫିସ୍ କ୍ଷେତ୍ରରେ ଆୟ ବୃଦ୍ଧି ପାଇବ। ଯୋଜନାବଦ୍ଧ କାର୍ଯ୍ୟ ସମାପ୍ତ କରିବାକୁ ଅଧିକ ସମୟ ଲାଗିପାରେ। ଆପଣଙ୍କ ସ୍ୱାସ୍ଥ୍ୟ ବିଷୟରେ ଚିନ୍ତା କରିବାର କୈଣସି ଆବଶ୍ୟକତା ନାହିଁ । ଆପଣଙ୍କ ଆଖପାଖର ଲୋକମାନେ ଆପଣଙ୍କୁ ଉତ୍ସାହିତ କରିବେ ଏବଂ ପ୍ରଶଂସା କରିବେ। ଅଧିକାରୀଙ୍କ ମନୋଭାବରେ, ନରମତା ହେତୁ ସାଧାରଣ ଅବସ୍ଥାରେ ଉନ୍ନତି ହେବ। ଆପଣ ମିଶ୍ରିତ ଫଳାଫଳ ପାଇବେ। ଯଦି କୈଣସି ପ୍ରତିଯୋଗିତାର ଫଳାଫଳ ଏପର୍ଯ୍ୟନ୍ତ ଆସି ନାହିଁ, ତେବେ ଆପଣ ଆପଣଙ୍କ ଇଚ୍ଛା ଅନୁଯାୟୀ ସଫଳତା ପାଇବ। ମାଙ୍କ ଆର୍ଶିବାଦ ଏହି ରାଶିର ଲୋକଙ୍କ ଉପରେ ରହିବ। କର୍ମକ୍ଷେତ୍ରରେ ଅଗ୍ରଗତି କରିବାର ସମ୍ଭାବନା ଅଛି। କୁମ୍ଭ, ମେଷ: – ଆପଣଙ୍କ…
Author: Samikhsya Bureau
ବରେଲି, ଏଣିକି ସିବିଏସଇ ଛାତ୍ରମାନେ ଚାଷର କୈଶଳ ସଂପର୍କରେ ଶିକ୍ଷାଲାଭ କରିବେ। ଏହିପରି ଏକ ଭିନ୍ନ ପଦକ୍ଷେପ ନେଇଛି ବରେଲିସ୍ଥିତ ସହୋଦୟା ପବ୍ଲିକ ସ୍କୁଲ । ଜୈବିକ କୃଷି ମାଧ୍ୟମରେ ଛାତ୍ରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏହି ବିଦ୍ୟାଳୟ ଏକ ମିନି-କୃଷି ଫାର୍ମ ବିକଶିତ କରିଛନ୍ତି। ଏଥିରେ ଛାତ୍ରମାନଙ୍କୁ ଚାଷ ଜମିରେ ଚାଷ ବିଷୟରେ ସୂଚନା ଦିଆଯାଉଛି। ଯାହା ସାରା ଦେଶ ପାଇଁ ଏକ ଅନନ୍ୟ ଉଦାହରଣ ପାଲଟିଛି। ନୂତନ ଶିକ୍ଷା ନୀତି ଅନୁସାରେ ଛାତ୍ରମାନଙ୍କୁ ସ୍ବରୋଜଗାର ଶିକ୍ଷା ଦେବା ଉପରେ ଗୁରୁତ୍ୱ ଦିଆଯାଇଛି। ବିଗତ କିଛି ବର୍ଷ ମଧ୍ୟରେ ସହରୀ ସଭ୍ୟତାରେ ଚାଷ ବା ଫାର୍ମ ହାଉସ ରୋଜଗାରର ଏକ ପ୍ରମୁଖ ଉତ୍ସ ଭାବରେ ଛିଡା ହୋଇଛି। ଯୁବକମାନେ ମଧ୍ୟ ଏଥିରେ କାମ କରିବା ପାଇଁ ବହୁତ ଆଗ୍ରହୀ ହେଉଥିବାର ପରିଲକ୍ଷିତ ହୋଇଛି। ଏହି ଚିନ୍ତାଧାରା ସହିତ, ସିବିଏସ୍ଇ ସହ ଜଡିତ ବରେଲି ସହଦୋୟା ବିଦ୍ୟାଳୟ କମ୍ପ୍ଲେକ୍ସ ନିଜେ ମିନି…
ହେମାଙ୍ଗ ପ୍ରସାଦ ରାଉଳ ବ୍ରହ୍ମପୁର: ଗଂଜାମ ଜିଲ୍ଲାରେ ଦଶହରା ଓ କୁମାର ପୂର୍ଣ୍ଣମୀ ଏଇ ଦୁଇଟି ପର୍ବ ଓ ସାଂସ୍କୃତିକ ଉତ୍ସବ ପାଳନ ପ୍ରତ୍ୟେକ ବର୍ଷ ଆଣିଦିଏ ଏକ ନିଆରା ଅନୁଭବ। ଗାଁରୁ ସହର ସବୁଠି ଦେଖାଯାଉଥିଲା ନୂତନତା ଆନନ୍ଦ ଉଲ୍ଲାସ ଓ ଉତ୍ସାହ ଉଦ୍ଦୀପନା। ଆଜି ଛଡ଼େଇ ନେଇଛି ମହାମାରୀ କରୋନା ଭୟ। ଦୋକାନ ବଜାର ଏକ ପ୍ରକାର ଗହଳିଥିଲେ ମଧ୍ୟ ମନ ଭିତରେ ଭୟଭୟ ଭାବନା ନେଇ ଗ୍ରାହକମାନେ ରୁଚି ଓ ଅରୁଚି କଥା ନ ଭାବି ଖଣ୍ଡେ ଖଣ୍ଡେ ଲୁଗାକିଣି ଫେରିଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ବିଶେଷ କରି ଗଂଜାମର ଦୁର୍ଗାପୂଜା ଏ ବର୍ଷ ଏକ ପ୍ରକାର ନିଷ୍ପ୍ରଭ। ମା’ଙ୍କ ଆବହନୀ ପାଇଁ ଯେଉଁ ପୂଜାମଣ୍ଡପରେ ରାତି ଦିନ ପୂଜାପାଠ ମନ୍ତ୍ର ସ୍ତବ ବେଦ ଧ୍ୱନୀ ଶୁଭୁଥିଲା ପ୍ରଶାସନିକ ତାଗିଦ୍ ପରେ ଏ ସବୁ ମଉଳିଯାଉଛି। ବ୍ରହ୍ମପୁର ସହରର ପୁରୁଣା ବସ୍ଷ୍ଟାଣ୍ଡ, ବିଜିପୁର, କମାପଲ୍ଲୀ, ନୂଆ ବସ୍ଷ୍ଟାଣ୍ଡ,…
ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବିଧାନସଭା ନିର୍ବାଚନମଣ୍ଡଳୀର ଉପନିର୍ବାଚନ ନିମନ୍ତେ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଖର୍ଚ୍ଚ ପର୍ଯ୍ୟବେକ୍ଷକ ଭାବେ ଯୋଗେଶ ଶୁଖଦେବ୍ ଚିତ୍ତେ, ଆଇ,ଆର୍,ଏସ୍ ରବିବାର ଦିନ ଯୋଗଦେଇଛନ୍ତି। ସେ ପ୍ରତିଯୋଗୀ ପ୍ରାର୍ଥୀ ଓ ରାଜନୈତିକ ଦଳର ଖର୍ଚ୍ଚ ବିବରଣୀ ତଦାରଖ କରିବେ। ତାଙ୍କର ମୋବାଇଲ୍ ନଂ – ୭୭୫୨୦୯୦୯୭୬ ଓ yogeshs.chitte@gov.in ରେ ଯୋଗାଯୋଗ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେ ସ୍ଥାନୀୟ ସର୍କିଟ ହାଉସ୍ ରେ ଅବସ୍ଥାନ କରୁଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଧାନ ଚାଷରେ ରୋଗପୋକ ପ୍ରାଦୁର୍ଭାବର ଚିନ୍ତା ଶେଷ ନ ହେଉଣୁ ଏବେ ପୁଣି ମକା ଚାଷ ରେ ଗଜା। ସତେ ଯେମିତି ଚାଷୀ ପିଛା ଗୋଡ଼ାଇଛି ସମସ୍ୟା। ଧାର କରଜ କରି ଚାଷୀମାନେ ଶହ ଶହ ହେକ୍ଟର ଚାଷଜମି ରେ ମକା ଚାଷ କରିଥିଲେ। ଆଶାବାନ୍ଧି ଥିଲେ ଏଥିରୁ ଦ୍ଵି ପଇସା ପାଇଁ ନିଜ ପରିବାର ପ୍ରତିପୋଷଣ କରିବା ସହ ଋଣ କରଜ ସୁଝିବେ।ହେଲେ ଶେଷରେ ଲଘୁଚାପଜନିତ ବର୍ଷା ଦାଉ ସାଜିଲା। କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କଦଲିମୁଣ୍ଡା ପଂଚାୟତ ର ହାତୀପଖାନ ଗ୍ରାମର ଶତାଧିକ ଚାଷୀ ଏବେ ନାଇନ ଥିବା ଅସୁବିଧାରେ ସମ୍ମୁଖୀନ ହେଉଥିବା ଜଣାପଡିଛି। ଗ୍ରାମର ୪୦/୫୦ଜଣ ଚାଷୀ ପ୍ରାୟ ୨୦ହେକ୍ଟର ଜମିରେ ମକା ଚାଷ କରିଥିଲେ। ହେଲେ ଲଘୁଚାଜନିତ ଲଗାଣ ବର୍ଷ ଓ ପବନରେ ମକା ଗଛ ସବୁ ଅହଳି ପଡି ନଷ୍ଟ ହୋଇଥିଲା। ଏବେ ଚାଷୀ ମକା ଗୋଟେଇବା ବେଳକୁ…
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ କୃଷିଯନ୍ତ୍ରପାତି ଯୋଗାଣ କରାଯାଇ ସରକାରୀ ସବସିଡି ବାଟ ମାରଣା ହୋଇଥିବା ଅଭିଯୋଗ ହୋଇଥିଲା। ପ୍ରାୟ ୨୩ ରୁ ୨୬ ଲକ୍ଷ ଟଙ୍କା ମୂଲ୍ୟର କମ୍ବାଇନ ହାରଭେଷ୍ଟର ପାଇଁ ହିତାଧିକାରୀଙ୍କୁ ସରକାରଙ୍କ ପକ୍ଷରୁ ୬ ଲକ୍ଷ ଟଙ୍କା ସବସିଡି ଯୋଗାଇ ଦିଆଯାଇଥାଏ। ଏହାର ସୁଯୋଗ ନେଇ ଅସାଧୁ ଡିଲର ଦଲାଲ ମାଧ୍ୟମରେ ଗରିବ, ନୀରିହ, ତଥା ଅନୁସୂଚିତ ଜାତି ଓ ଜନଜାତି (ଏସ.ସି/ଏସ.ଟି ) ସଂପ୍ରଦାୟର ବ୍ୟକ୍ତିଙ୍କୁ ଅଳ୍ପ କିଛି ଲାଲସା ଦେଖାଇ ପ୍ରତ୍ୟେକଙ୍କ ଠାରୁ ୬ ଲକ୍ଷ ଟଙ୍କାର ସବସିଡି ବାଟ ମାରଣା କରାଯାଇଥିବା ଅଭିଯୋଗ ହୋଇଥିଲା। ଏସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହେବାପରେ କୃଷିବିଭାଗ ତରଫରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି। ଫଳତଃ ଅସାଧୁ ଡିଲର ମାନଙ୍କ ଦ୍ୱାରା ଏହି ତଦନ୍ତକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି। ଡିଲର ମାନଙ୍କ ପକ୍ଷରୁ ତଦନ୍ତ ସହିତ ସଂଶ୍ଳିଷ୍ଟ ମାନଙ୍କୁ ବିଭିନ୍ନ…
ନୂଆଦିଲ୍ଲୀ : ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା କାଳ ସମୟରେ ସାତ ଥର ପାଇଁ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ପାର୍ବଣ ସମୟରେ କରୋନାକୁ ନେଇ ଅଧିକ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି ମୋଦି । ଆମ ଭିତରେ ଅଧିକାଂଶ ଲୋକ ଜୀବିକା ପାଇଁ ଦୈନିକ ଘରୁ ବାହାରିଛନ୍ତି । ତେବେ କରୋନା ପୂରାପୂରି ଯାଇନାହିଁ କି ବିପଦ ଟଳିନି । ଲକ୍ ଡାଉନ୍ ଚାଲିଯାଇଥିଲେ ବି କରୋନା ଭାଇରାସ୍ ଯାଇନାହିଁ, ଏହାକୁ ଅଣଦେଖା କରିହେବ ନାହିଁ ବୋଲି କହିଛନ୍ତି ମୋଦି । କରୋନାକୁ ନେଇ ସତର୍କ ଓ ସାବଧାନତା ଅବଲମ୍ବନ କରିବା ଜରୁରୀ । ପାର୍ବଣ ସମୟରେ ଅଧିକ ସତର୍କ ଓ ସଚେତନ ରହିବାକୁ ପଡିବ ବୋଲି ମୋଦି କହିଛନ୍ତି । ବର୍ତ୍ତମାନ ସମୟରେ ଆଦୌ ଅବେହଳା କରିବା ନାହିଁ । ଟିକିଏ ବି ଅସାବଧାନତା ଆମକୁ ବହୁତ…
ଭୁବନେଶ୍ୱର: କ୍ୟାନ୍ସରରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି। ସମ୍ କୋଭିଡ ହସ୍ପିଟାଲ୍ରୁ କରୋନା ମୁକ୍ତ ହୋଇଛନ୍ତି ଶ୍ରୀ ମୁରଲୀଧର ଶତପଥୀ। ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କ୍ୟାନ୍ସର ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ। ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍କୁ ସ୍ଥାନାନ୍ତରିତ କରାଯାଇଥିଲା। କୋଭିଡ ହସ୍ପିଟାଲ୍ରେ ଭର୍ତ୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍। ସମ୍ କୋଭିଡ ହସ୍ପିଟାଲ୍ର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି। ହସ୍ପିଟାଲ୍ରେ ଭର୍ତ୍ତି ହେବା ସମୟରେ ଠିକ୍ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ…
ନୂଆଦିଲ୍ଲୀ : ନବରାତ୍ରି ଅବସରରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ଅଡୁଆରେ ପଡିଛନ୍ତି ଓକିଲ ଦୀପିକା ରାଜାବତ । ହିନ୍ଦୁ ଦେବାଦେବୀଙ୍କ ବିବାଦୀୟ ଫଟୋ ପୋଷ୍ଟ କରି ଅଡୁଆରେ ପଡିଛନ୍ତି ଦୀପିକା । ଏନେଇ ତାଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାନେଇ ଦାବି ଜୋର ଧରିଛି । ଦୀପିକା ନବରାତ୍ରିକୁ ନେଇ ସୋଶିଆଲ ମିଡ଼ିଆରେ ଏକ ଫଟୋ ସେୟାର କରିଥିଲେ । ଏହାସହ ସେ ସମାଜର ସ୍ଥିତି ବିଷୟରେ ବଖାଣିବାକୁ ଯାଇ କ୍ୟାପସନ ଦେଇଥିଲେ ଯେ, ନବରାତ୍ରି ଦିନ ମହିଳାଙ୍କ ସ୍ଥିତି କ’ଣ ଥାଏ ଆଉ ବାକି ଦିନମାନଙ୍କରେ କେଉଁ ପରିସ୍ଥିତି ସୃଷ୍ଟି ହୁଏ ସମସ୍ତେ ଜାଣିଛନ୍ତି । ତେଣୁ ସେ ନିଜ ନିଜ ଧର୍ମ ଓ କର୍ମ ଉପରେ ବିଶ୍ୱାସ ରଖିଥାନ୍ତି । ଏହି ଫୋଟ ପୋଷ୍ଟକୁ ଦେଖି ସାଧାରଣ ଲୋକେ ବିରକ୍ତ ପ୍ରକାଶ କରିବା ସହ ଟ୍ୱିଟ ପରେ ଟ୍ୱିଟ କରିଥିଲେ । ସୂଚନାଯାୟୀ 2018 ମସିହାରେ…
ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟର ମନ୍ଦିର ଗୁଡିକ ଖୋଲିବା ଉପରେ ସରକାର କଟକଣା ଲଗାଇଥିବାବେଳେ ମନ୍ଦିରରେ ଥିବା ପୂଜକମାନେ ମୁଣ୍ଡରେ ହାତଦେଇ ବସିଗଲେଣି। ସରକାରଙ୍କ ନିଷ୍ପତ୍ତି କ୍ରମେ କୋଭିଡ କଟକଣା ଭିତରେ ରେଷ୍ଟୁରାଣ୍ଟ ଓ ବାର ଆଦି ଖୋଲିଥିବାବେଳେ ମନ୍ଦିର ଉପରେ ଏଭଳି କଟକଣାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଉଛି। ନିକଟରେ କୋଣାର୍କ ମନ୍ଦିରକୁ କେନ୍ଦ୍ରସରକାର ସାଧାରଣ ଲୋକଙ୍କ ପାଇଁ ଖୋଲିଥିବାବେଳେ ଠାକୁରଙ୍କ ମନ୍ଦିର କେବେ ଖୋଲିବ ବୋଲି ପ୍ରଶ୍ନ କରୁଛନ୍ତି ଜନତା। ମନ୍ଦିର ଖୋଲା ନଯିବାକୁ ନେଇ ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଛି। ନିକଟରେ ଦେଶର ବିଭିନ୍ନ ସ୍ଥାନରେ କରୋନା କଟକଣା ନିୟମ ଭିତରେ ମନ୍ଦିର ଖୋଲିବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ତେବେ ରାଜ୍ୟ ସରକାର ମନ୍ଦିର ଗୁଡିକ ଉପରୁ କଟକଣା ହଟାଉ ନଥିବାରୁ ରାଜ୍ୟର ଶହ ଶହ ମନ୍ଦିରରେ ତାଲା ଝୁଲୁଛି। ଚିଲିକା ନିର୍ବାଚନମଣ୍ଡଳୀର…
ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ (ଆଇଏମ୍ଏସ୍ ଆଣ୍ଡ ସମ୍) ହସ୍ପିଟାଲରେ ନୂତନ ରେନାଲ୍ ପାଥୋଲୋଜି ବିଭାଗରେ ଅତ୍ୟାଧୁନିକ ଇମୁ୍ୟନୋଫ୍ଲୋରେନସ୍ ମାଇକ୍ରୋସ୍କୋ ଯନ୍ତ୍ର ଉଦ୍ଘାଟିତ ହୋଇଯାଇଛି । ବର୍ତମାନ ସମୟରେ କିଡ୍ନୀ ରୋଗର ଭୟାବହତା ଖୁବ୍ ଦ୍ରୁତ ଗତିରେ ବଢ଼ୁଥିବା ବେଳେ ରୋଗୀ କିପରି ତତ୍କ୍ଷଣାତ ନିଦାନ ଓ କିଡ୍ନୀ ଜନିତ ସମସ୍ୟାର ଚିକିତ୍ସା କରିପାରିବେ ସେ ଦିଗରେ ଏହି ଯନ୍ତ୍ରଟିର ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଯନ୍ତ୍ରର ବିଶେଷତ୍ୱ ହେଉଛି ବାୟୋପ୍ସି ମାଧ୍ୟମରେ କିଡନୀରୁ ସଂଗୃହିତ ମାଂସ ଏହି ଇମ୍ୟୁନୋଫ୍ଲୋରେନସ୍ ମାଇକ୍ରୋସ୍କୋପ ମାଧ୍ୟମରେ ରୋଗର ସ୍ଥିତିକୁ ସଠିକ୍ ଭାବରେ ପ୍ରଦାନ କରିଥିାଏ । ଯଦ୍ୱାରା ଡାକ୍ତର ଖୁବଶୀଘ୍ର ଚିକିତ୍ସା ପ୍ରଦାନ କରିଥାନ୍ତି । ରୋଗୀ ମଧ୍ୟ ଖୁବ୍ ଶୀଘ୍ର ସୁସ୍ଥ ହୋଇଥାଏ । ସୂଚନାୋଗ୍ୟ ଯେ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପୂର୍ବ…
ମୟୂରଭଞ୍ଜ : ମୟୂରଭଞ୍ଜର ରରୁଆଁ ନିକଟରେ ଟ୍ରକ୍ ତଳେ ଚାପି ହୋଇ ତିନିଜଣ ମୃତ୍ୟୁବରଣ କରିଛନ୍ତି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା । ଦୁର୍ଘଟଣା ଘଟିବା ସମୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ଦୁଇ ଘଣ୍ଟାର ଉଦ୍ୟମ ପରେ ଦୁଇଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲ । ମିଳିଥିବା ସୂଚନା ଅନୁସାରେ ମୟୂରଭଞ୍ଜ ଏନ୍ଏଚ୍ ଫୁଲଗୋନ୍ଥାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ଏକ ସ୍କୁଟିକୁ ଟ୍ରକ୍ ଧକ୍କା ଦେବା ଫଳରେ ତିନିଜଣଙ୍କର ମୃତ୍ୟୁ ହୋଇଛି । ତିନିଜଣ ଗୋଟିଏ ସ୍କୁଟିରେ ଯାଉଥିବାବେଳେ ଟ୍ରକ୍ ଧକ୍କା ଦେଇଥିଲା । କିଛି ଘଣ୍ଟା ଧରି ଟ୍ରକ୍ର ଚକ ତଳେ ତିନିଜଣ ଚାପି ହୋଇ ରହିଯାଇଥିଲେ । ଜଣକ ଅଣ୍ଟା ଉପରେ ଟ୍ରକ୍ଟି ମାଡିଯାଇଥିବାବେଳେ ଅନ୍ୟ ଦୁଇଜଣଙ୍କର ଛାତି ଉପରେ ଟ୍ରକ୍ ରହିଥିଲା…
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି 229 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂତନ 229 ଆକ୍ରାନ୍ତଙ୍କ ମଧ୍ୟରୁ 47 ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ 182ଜଣ ରହିଛନ୍ତି ବୋଲି ବିଏମସି ଟୁଇଟ୍ ଯୋଗେ ସୂଚନା ଦେଇଛି । https://twitter.com/bmcbbsr/status/1318491485826805760?s=20 ସେହିପରି ଆଜି ରାଜଧାନୀରୁ 308 ଜଣ ସୁସ୍ଥ ହୋଇଛନ୍ତି । ନୂତନ ଚିହ୍ନଟ 229 କରୋନା ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀ ଭୁବନେଶ୍ବରରେ ମୋଟ୍ ସଂକ୍ରମିଙ୍କ ସଂଖ୍ୟା 27 ହଜାର 670ରେ ପହଞ୍ଚିଥିବାବେଳେ ସୁସ୍ଥ ହୋଇଛନ୍ତି 24 ହଜାର 758ଜଣ । ସେହିପରି 142ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା 2ହଜାର749ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର : ରଘୁନାଥପୁର ବ୍ଲକ ଅଧିନସ୍ଥ ଚିକିଣିଆ ପଞ୍ଚାୟତ ସମିତି ସଭ୍ୟଙ୍କ ବାସଭବନରେ ବିଜେଡିର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚିକିଣିଆ ପଞ୍ଚାୟତର ସମିତି ସଭ୍ୟ ପ୍ରମିଳା ଦେଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ଅତିଥିଭାବେ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗଦେଇ ଉପସ୍ଥିତ ବିଜେଡି କର୍ମୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନାନୁଯାୟୀ ଏହି ବୈଠକ ସମ୍ପର୍କରେ ପୂର୍ବରୁ ସମିତିସଭ୍ୟଙ୍କୁ ଅବଗତ କରାନଯାଇ ହଠାତ୍ ତାଙ୍କ ବାସଭବନରେ ପହଞ୍ଚି ଯାଇଥିଲେ ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ଏନେଇ ଉକ୍ତ ବୈଠକରେ ଅସନ୍ତୋଷ ଦେଖାଦେଇଥିବା ଜଣାପଡିଛି। ଅପରପକ୍ଷରେ ରଘୁନାଥପୁର ବ୍ଲକରେ ଚିକିଣିଆ ପଞ୍ଚାୟତର ରାଜନୀତି ଏକ ଗୁରୁତ୍ବପୁର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି ବୋଲି କୁହାଯାଉଛି। ସୂଚନାନୁଯାୟୀ ଉକ୍ତ ପଞ୍ଚାୟତ ବିଜେଡିର ଦାୟୀତ୍ୱ ପୂର୍ବତନ ସରପଞ୍ଚ ତଥା ଟାଣୁଆ ଟାଣୁଆ ନେତା ବିଷ୍ଣୁ ଚରଣ ସେଠୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସମିତି ସଭ୍ୟା ପ୍ରମିଳା ଦେଈ ତୁଲାଇବେ ବୋଲି ଶୁଣିବାକୁ ମିଳୁଛି। ଏହି…
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଆଇଟମ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାହୁଲ ଗାନ୍ଧୀ । ଦୁଇ ଦିନର ନୀରବତା ପରେ କମଲନାଥଙ୍କ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ରାହୁଲ କହିଛନ୍ତି । ଏକ ରାଜନୈତିକ ସଭାରେ ମଧ୍ୟପ୍ରଦେଶ କ୍ୟାବିନେଟ ମନ୍ତ୍ରୀ ଇମର୍ତି ଦେବୀଙ୍କୁ ଆଇଟମ ବୋଲି ସମ୍ବୋଧନ କରିଥିଲେ କମଲନାଥ । କମଲନାଥଙ୍କ ଏହି ମନ୍ତବ୍ୟ ପରେ ଏହାକୁ ନେଇ ରାଜନୈତିକ ବାକବିତଣ୍ଡା ସୃଷ୍ଟି ହୋଇଥିଲା । ବିଜେପି ନେତା ମାନେ କମଲନାଥଙ୍କୁ ସମାଲୋଚନା କରିଥିବା ବେଳେ କଂଗ୍ରେସ ଏହାକୁ ନେଇ ନୀରବତା ଅବଲମ୍ବନ କରିଥିଲେ । ଆଜି ଏକ ନିର୍ବାଚନୀ ରାଲିରେ ରାହୁଲ ଏହାକୁ ସମାଲୋଚନା କରିଥିଲେ । ମହିଳାଙ୍କ ସମ୍ମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ରାହୁଲ ମତ ଦେଇଥିଲେ ।
ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି ପୂଜାରେ ସତର୍କ ରହିବାକୁ ଅପିଲ୍ କରିଛନ୍ତି । ଗତ ସାତ ମାସ ହେଲା ଓଡ଼ିଶା କରୋନା ବିରୋଧରେ ଲଢୁଛି । ଏଥିପାଇଁ ରାଜ୍ୟବାସୀଙ୍କୁ ବହୁ କଷ୍ଟ, ତ୍ୟାଗ ସ୍ବୀକାର କରିବାକୁ ପଡିଛି । କରୋନାକୁ ଦୃଷ୍ଟିରେ ରଖି ପିଲା ଓ ବୟସ୍କଙ୍କୁ ଘରେ ରହିବାକୁ ପଡୁଛି । ବୟସ୍କ, ପିଲା ଘରେ ରହିଲେ, ଆମେ କରୋନା ବିରୋଧରେ ଲଢେଇ କରିପାରିବା । ଓଡ଼ିଶା 6 ମାସରେ କରୋନା ସଂକ୍ରମଣ ରୋକିବାରେ ସଫଳ ହୋଇଛି । ଗତ 15 ଦିନ ହେଲା ରାଜ୍ୟରେ କୋଭିଡ୍ କେସ କମିବା ଆରମ୍ଭକରିଛି । ସେପ୍ଟେମ୍ବର 26ରେ 4 ହଜାରରୁ ଅଧିକ ଥିଲା, ଏବେ 2 ହଜାର ତଳେ ରହିଛି । ପିଜିଟିଭିଟି ରେଟ୍ ବି କମିଛି, ଆଗକୁ ଆହୁରି କମିବ । ଦୁଇ ମାସ ତଳେ ଗଞ୍ଜାମ ହଟସ୍ପଟ ଥିଲା, ଦୈନିକ ଶହ ଶହ ବାହାରୁଥିଲେ…
ଭୁବନେଶ୍ୱର : ଦାଦାଙ୍କୁ ନିସ୍ତାର ନାହିଁ । ଦାଦାଙ୍କୁ ଆଉ ମାଫ୍ କରାଯିବ ନାହିଁ । ଯେଉଁଠି ଦାଦାବଟି ଆଦାୟ ଅଭିଯୋଗ ଆସିବ ସାଙ୍ଗେ ସାଙ୍ଗେ ପୁଲିସ ସେଠାରୁ ଟେକି ଆଣିବ । ପୂର୍ବରୁ ଦାଦାବଟି ଆଦାୟ ଅଭିଯୋଗରେ ପୁଲିସ କେତେକ ଦାଦାଙ୍କୁ ଗିରଫ କରିଛି । ପୁଣି ଦାଦାବଟିକୁ ନା’ ପ୍ରସଙ୍ଗରେ ପୁଲିସ ମହାନିର୍ଦ୍ଦେଶକ ଅଭୟ ପ୍ରେସ ମିଟ କରିଛନ୍ତି । ଦାଦାବଟିକୁ ରୋକିବା ପାଇଁ ଏବେ ଏକ ହେଲପଲାଇନ ନମ୍ବର ଜାରି କରିଛନ୍ତି । ପୁଲିସ ଡିଜିପି ପ୍ରେସ ମିଟରେ କହିଛନ୍ତି ଯେ, ଦାଦାବଟି ଆଦାୟକୁ ରୋକିବା ପାଇଁ କଟକ ଓ ଭୁବନେଶ୍ୱରରେ ହେଲପଲାଇନ ନମ୍ବର କାମ କରିବ । ହେଲଲାଇନ ନମ୍ବର ହେଲା 9938910000। ଏସଏମଏସ ତଥା ମେସେଜ ମାଧ୍ୟମରେ ଯେ କେହି ଅଭିଯୋଗ କରିପାରିବେ । ଅଭିଯୋଗକାରୀ ଇଚ୍ଛା କଲେ ନିଜ ନାମ ମଧ୍ୟ ଗୁପ୍ତ ରଖିପାରିବେ ବୋଲି ଡିଜିପି କହିଛନ୍ତି ।
ରମେଶ ମହାନ୍ତି ଜଗତସିଂହପୁର : ସୋମବାର ଅପରାହ୍ନରେ ତରଜଙ୍ଗା ପଞ୍ଚାୟତ ସ୍ଥିତ ପୁବପଡା ବୁଢୀ ଜାଗୁଳାଇ ପୀଠରେ ବିଜେଡିର ଏକ କର୍ମି ସମ୍ମିଳନୀ ଓ ମିଶ୍ରଣପର୍ବ ପଞ୍ଚାୟତ ସଭାପତି ରଞ୍ଜିତ ପରିଜାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତିର୍ତ୍ତୋଲ ବ୍ଲକର ନିର୍ବାଚନ ମଙ୍ଗଧରିଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବିଜେଡି ଜିଲ୍ଲା ସଭାପତି ତଥା ଜଗତସିଂହପୁର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି, ପ୍ରଭାରୀ ଧିରେନ ଜେନା, ବ୍ଲକ ଅଧ୍ୟକ୍ଷା ସୁଜାତା ମହାନ୍ତି,ବ୍ଲକ ସଭାପତି ଗଙ୍ଗାଧର ବିଶ୍ୱାଳ, ରମାକାନ୍ତ ଭୋଇ, ଜିଲ୍ଲାପରିଷଦ ସଭ୍ୟ ପ୍ରବୀର ରାୟ ଯୋଗଦେଇଥିଲେ।ଅନ୍ୟମାନଙ୍କ ମଧ୍ୟରେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି,ଭବେଶ ଚୌଧୁରୀ, ପ୍ରଦୀପ ପୃଷ୍ଟି, ରବି ନାରାୟଣ ଦାସ,ବିଜୁ ଯୁବବାହିନୀ ସମ୍ପାଦକ ହିମାଂଶୁ ସ୍ୱାଇଁ, ୱାର୍ଡ଼ମେମ୍ବର କୃଷ୍ଣ ଚନ୍ଦ୍ର ମହାନ୍ତି, ତ୍ରିଲୋଚନ ସେଠୀ, ଅଭିଷେକ ତ୍ରିପାଠୀ, ଜୀବନଜ୍ୟୋତି ପରିଜା, ବିରଞ୍ଚି ନାରାୟଣ ମହାନ୍ତି, ପିତାମ୍ବର…
ଭୁବନେଶ୍ବର : ଆଜି ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ 4ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିବେ । ତେବେ କେଉଁ ବିଷୟରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ସେନେଇ କୌଣସି ସୂଚନା ମିଳିନଥିବାବେଳେ ପାର୍ବଣ ସମୟରେ କରୋନାକୁ ନେଇ ରାଜ୍ୟବାସୀ ଅଧିକ ସତର୍କ ହେବା ନେଇ ମୁଖ୍ୟମନ୍ତ୍ରୀ ଅପିଲ୍ କରିପାରନ୍ତି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା 6ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିବେ ।
ଭୁବନେଶ୍ବର : ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଗୁରୁପଦ ନନ୍ଦଙ୍କ ପରଲୋକ ହୋଇଛି । କଟକର ଏକ ଘରୋଇ ହସ୍ପିଟାଲରେ 77 ବର୍ଷରେ ପରଲୋକ ଘଟିଛି । ପରଲୋକ ନେଇ ସୂଚନା ଦେଇଛନ୍ତି ଗୁରୁପଦ ପୁଅ ରୋମିଓ ନନ୍ଦ । ଗୁରୁପଦ 1980ରେ କଂଗ୍ରେସରୁ ଟିକେଟ୍ ପାଇ ରାଉରକେଲା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାଛଡ଼ା ସେ ସରକାରୀ ଦଳର ମୁଖ୍ୟ ସଚେତକ ଭାବେ ବି ଦାୟିତ୍ବ ନିର୍ବାହ କରିଥିଲେ। ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି।
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟା 6ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ଟ୍ୱିଟ କରାଯାଇ ଏହି ସୂଚନା ପ୍ରଦାନ କରାଯାଇଛି । କେଉଁ ବିଷୟରେ ଆଜିର ଅଭିଭାଷଣ ରହିବା ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି ମୋଦି । ତେବେ ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଉ ଏକ ଅର୍ଥର୍ନୈତିକ ପ୍ୟାକେଜ ସମ୍ପର୍କରେ କହିଥିଲେ । ସେହି ଅର୍ଥନୈତିକ ପ୍ୟାକେଜ ବିଷୟରେ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିବାର ସମ୍ଭାବନା ରହିଛି । https://twitter.com/narendramodi/status/1318455079368855552?s=20

